02.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ଅନ୍ୟ ସବୁ ସାଙ୍ଗକୁ ଛାଡି ଏକମାତ୍ର ବାବାଙ୍କର ସଙ୍ଗ କର, ପରସ୍ପରକୁ ଭାଇ-ଭାଇର ଦୃଷ୍ଟିରେ ଦେଖ ତେବେ ଦେହ ଦେଖାଯିବ ନାହିଁ, ଦୃଷ୍ଟି ଖରାପ ହେବ ନାହିଁ, ବାଣୀରେ ଶକ୍ତି ଆସିବ ।”

ପ୍ରଶ୍ନ:-
ବାବା ପିଲାମାନଙ୍କ ନିକଟରେ ଋଣୀ ନା ପିଲାମାନେ ବାବାଙ୍କ ନିକଟର ଋଣୀ ଅଟନ୍ତି?

ଉତ୍ତର:-
ତୁମେ ପିଲାମାନେ ତ ଅଧିକାରୀ ଅଟ ତେଣୁ ବାବା ତୁମମାନଙ୍କର କରଜଦାର ଅର୍ଥାତ୍ ଋଣୀ ଅଟନ୍ତି । ତୁମେ ଯେଉଁ ଦାନ ଦେଉଛ ତାହାକୁ ଶହେଗୁଣା କରି ବାବାଙ୍କୁ ଦେବାକୁ ପଡୁଛି । ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମେ ଯାହା କିଛି ବି ଦେଉଛ, ପରବର୍ତ୍ତୀ ଜନ୍ମରେ ତା’ର ରିଟର୍ଣ୍ଣ ଅର୍ଥାତ୍ ପ୍ରାରବ୍ଧ ମିଳୁଛି । ତୁମେମାନେ ମୁଠାଏ ଚାଉଳ ଦେଇ ବିଶ୍ୱର ମାଲିକ ହେଉଛ ତେଣୁ ତୁମମାନଙ୍କୁ କେତେ ଫ୍ରାଙ୍କ୍ ଦିଲ୍ ଅର୍ଥାତ୍ ବଦାନ୍ୟ ହେବା ଉଚିତ୍ । ମୁଁ ବାବାଙ୍କୁ ଦେଲି, ଏହିଭଳି ବିଚାର କେବେ ବି ଆସିବା ଉଚିତ୍ ନୁହେଁ ।

ଓମ୍ ଶାନ୍ତି ।
ମ୍ୟୁଜିୟମ୍‌, ପ୍ରଦର୍ଶନୀ ଆଦିରେ ବୁଝାଅ ଯେ, ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ଏ କଥାକୁ କେବଳ ତୁମେମାନେ ହିଁ ବୁଝିଛ । ସମସ୍ତଙ୍କୁ ବୁଝାଇବାକୁ ପଡୁଛି ଯେ ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ମ୍ୟୁଜିୟମ୍ ସବୁଠାରୁ ଭଲ ସେବାସ୍ଥାନ । ସେଠାକୁ ବହୁତ ଆତ୍ମା ଆସିଥାଆନ୍ତି । ତେବେ ବୁଦ୍ଧିବାନ ସେବାଧାରୀ ସନ୍ତାନ ବହୁତ କମ୍ ଅଛନ୍ତି । ସମସ୍ତ ସେବାକେନ୍ଦ୍ର ଗୋଟିଏ ଗୋଟିଏ ସେବାସ୍ଥଳୀ ଅଟେ । ଦିଲ୍ଲୀରେ ଲେଖାଯାଇଛି - ସ୍ପିରିଚୁଆଲ୍ ମ୍ୟୁଜିୟମ୍ ଅର୍ଥାତ୍ ଆଧ୍ୟାତ୍ମିକ ସଂଗ୍ରାହଳୟ । କିନ୍ତୁ ଏହାର ମଧ୍ୟ ସଠିକ୍ ଅର୍ଥ ବାହାରୁ ନାହିଁ । ବହୁତ ଲୋକ ପ୍ରଶ୍ନ ପଚାରୁଛନ୍ତି ତୁମେ ଭାରତର କି ସେବା କରୁଛ? ଭଗବାନୁବାଚ - ଏହା ହେଉଛି ଜଙ୍ଗଲ । ତୁମେ ଏହି ସମୟରେ ସଂଗମରଯୁଗରେ ଅଛ । ନା ଜଙ୍ଗଲରେ ଅଛ ନା ବଗିଚାରେ ଅଛ । ଏବେ ବଗିଚାକୁ ଯିବା ପାଇଁ ପୁରୁଷାର୍ଥ କରୁଛ । ତୁମେ ଏହି ରାବଣ ରାଜ୍ୟକୁ ରାମରାଜ୍ୟ କରୁଛ । ତୁମକୁ ପ୍ରଶ୍ନ ପଚାରୁଛନ୍ତି - ଏତେ ଖର୍ଚ୍ଚ କେଉଁଠାରୁ ଆସୁଛି? ତାଙ୍କୁ କୁହ ଆମେ ବ୍ରହ୍ମାକୁମାର କୁମାରୀମାନେ ହିଁ ଖର୍ଚ୍ଚ କରୁଛୁ । ରାମରାଜ୍ୟର ସ୍ଥାପନା ହେଉଛି । ଆମେ କ’ଣ କରୁଛୁ, ଆମର ଲକ୍ଷ୍ୟ ଉଦ୍ଦେଶ୍ୟ କ’ଣ ? ତୁମେମାନେ ଏଠାକୁ ଆସି ଏ ବିଷୟରେ କିଛି ଦିନ ପାଇଁ ବୁଝ । ସେମାନେ ରାଜତ୍ୱକୁ ମାନୁନଥିବା କାରଣରୁ ରାଜାମାନଙ୍କର ରାଜତ୍ୱକୁ ଛଡାଇନେଲେ । ବର୍ତ୍ତମାନ ରାଜାମାନେ ତମଃପ୍ରଧାନ ହୋଇଯାଇଛନ୍ତି ତେଣୁ ତାଙ୍କୁ କେହି ପସନ୍ଦ କରୁ ନାହାଁନ୍ତି । ଡ୍ରାମାନୁସାରେ ତାଙ୍କର ମଧ୍ୟ କୌଣସି ଦୋଷ ନାହିଁ । ଯାହା କିଛି ଡ୍ରାମାରେ ନିର୍ଦ୍ଧାରିତ ରହିଛି ସେହି ଅନୁଯାୟୀ ଆମେ ଅଭିନୟ କରି ଚାଲିଛୁ । କଳ୍ପ କଳ୍ପ ବାବାଙ୍କ ଦ୍ୱାରା ସ୍ଥାପନାର କାର୍ଯ୍ୟ ଚାଲିଛି । ତୁମେ ପିଲାମାନେ ନିଜ ପାଇଁ ହିଁ ଖର୍ଚ୍ଚ କରୁଛ । ଶ୍ରୀମତ ଅନୁଯାୟୀ ନିଜର ଖର୍ଚ୍ଚରେ ନିଜ ପାଇଁ ସତ୍ୟଯୁଗୀ ରାଜଧାନୀ ସ୍ଥାପନ କରୁଛ । ଏହି କଥା ଅନ୍ୟ କାହାକୁ ହେଲେ ଜଣାନାହିଁ । ଗୁପ୍ତ ସୈନିକ ଭାବେ ତୁମର ନାମର ପ୍ରସିଦ୍ଧି ଅଛି । ବାସ୍ତବରେ ଦୁନିଆରେ ସେହି ସେନାରେ କେହି ବି ଗୁପ୍ତ ସୈନିକ ନ ଥା’ନ୍ତି । ସିପାହୀମାନଙ୍କର ରେଜିଷ୍ଟର ରହିଥାଏ । କାହାର ନାମ ଓ ନମ୍ବର ରେଜିଷ୍ଟରରେ ନ ଥିବ ଏଭଳି ହୋଇପାରିବ ନାହିଁ । ବାସ୍ତବରେ ଗୁପ୍ତ ସୈନିକ ତ ତୁମେମାନେ । ତୁମର କୌଣସି ରେଜିଷ୍ଟରରେ ନାମ ନାହିଁ । ତୁମ ପାଖରେ କୌଣସି ହାତ ହତିଆର ନାହିଁ । କାରଣ ଏଥିରେ ସ୍ଥୂଳ ହିଂସା ନାହିଁ । ଯୋଗବଳ ଦ୍ୱାରା ତୁମେ ବିଶ୍ୱ ବିଜୟୀ ହେଉଛ । ଈଶ୍ୱର ସର୍ବଶକ୍ତିବାନ ଅଟନ୍ତି ନା । ତୁମେମାନେ ଯୋଗଯୁକ୍ତ ହୋଇ ଶକ୍ତି ନେଉଛ । ସତ୍ତ୍ୱପ୍ରଧାନ ହେବା ପାଇଁ ତୁମେ ବାବାଙ୍କ ସହ ଯୋଗ ଲଗାଉଛ । ତୁମେ ସତ୍ତ୍ୱପ୍ରଧାନ ହୋଇଗଲେ ତୁମମାନଙ୍କ ପାଇଁ ରାଜ୍ୟ ମଧ୍ୟ ସତ୍ତ୍ୱପ୍ରଧାନ ଆବଶ୍ୟକ । ତାହା ତ ତୁମେମାନେ ଶ୍ରୀମତ ଆଧାରରେ ସ୍ଥାପନ କରୁଛ । ଛଦ୍ମବେଶୀ ତାକୁ କୁହାଯାଏ, ଯିଏ ଥାଇ ମଧ୍ୟ ଚିହ୍ନା ପଡି ନ ଥାଆନ୍ତି । ତୁମେମାନେ ମଧ୍ୟ ଶିବବାବାଙ୍କୁ ଏହି ସ୍ଥୂଳ ନେତ୍ରରେ ଦେଖିପାରିବ ନାହିଁ । କାରଣ ତୁମେମାନେ ଗୁପ୍ତ, ତେଣୁ ତୁମେ ଗୁପ୍ତ ରୀତିରେ ଶକ୍ତି ଆହରଣ କରୁଛ । ଜାଣୁଛ, ଆମେ ପତିତରୁ ପବିତ୍ର ହେଉଛୁ ଏବଂ ପବିତ୍ର ଆତ୍ମାରେ ହିଁ ଶକ୍ତି ରହିଥାଏ । ସତ୍ୟଯୁଗରେ ସମସ୍ତେ ପବିତ୍ର ଆତ୍ମା ହିଁ ରହିବେ । ତାଙ୍କର ୮୪ ଜନ୍ମର କାହାଣୀ ବାବା ଶୁଣାଉଛନ୍ତି । ତୁମେ ବାବାଙ୍କଠାରୁ ଶକ୍ତି ନେଇ, ପବିତ୍ର ହୋଇ ପୁଣି ପବିତ୍ର ଦୁନିଆରେ ରାଜ୍ୟ ଭାଗ୍ୟ ନେବ । ବାହୁବଳ ଦ୍ୱାରା କେବେହେଲେ କେହି ବିଶ୍ୱ ବିଜୟୀ ହୋଇପାରିବେ ନାହିଁ । ଏହା ହେଉଛି ଯୋଗବଳର କଥା । ସେମାନେ ଲଢେଇ କରୁଛନ୍ତି କିନ୍ତୁ ରାଜ୍ୟ ତୁମ ହାତକୁ ହିଁ ଆସିବ । ବାବା ସର୍ବଶକ୍ତିବାନ ଅଟନ୍ତି ତେଣୁ ନିଶ୍ଚିତ ତାଙ୍କଠାରୁ ଶକ୍ତି ମିଳିବା ଦରକାର । ତୁମେମାନେ ବାବାଙ୍କୁ ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ମଧ୍ୟ ଜାଣିଛ ।

ତୁମେମାନେ ଜାଣିଛ, ଆମେ ସ୍ୱଦର୍ଶନ ଚକ୍ରଧାରୀ ଅଟୁ । ଏକଥା ସମସ୍ତଙ୍କ ସ୍ମୃତିରେ ରହୁନାହିଁ । ତୁମମାନଙ୍କର ଏହି ସ୍ମୃତି ରହିବା ଦରକାର କାହିଁକି ନା ତୁମମାନଙ୍କୁ ହିଁ ଏହି ଜ୍ଞାନ ମିଳୁଛି । ନୂଆ ଆତ୍ମା ତ କେହି ଏକଥା ବୁଝିପାରିବେ ନାହିଁ ତେଣୁ ସେମାନଙ୍କୁ ସଭାରେ ବସାଯାଉନାହିଁ । ପତିତ-ପାବନ ବାବାଙ୍କୁ ସମସ୍ତେ ଡାକୁଛନ୍ତି, କିନ୍ତୁ ନିଜକୁ କେହି ପତିତ ମନେ କରୁନାହାଁନ୍ତି । କେବଳ ଗାୟନ କରୁଛନ୍ତି ପତିତ-ପାବନ ସୀତାରାମ । ତୁମେ ସମସ୍ତେ କନ୍ୟା, ବାବା ହେଉଛନ୍ତି ବର । ସେ ସମସ୍ତଙ୍କର ସଦଗତି କରିବା ନିମନ୍ତେ ଆସୁଛନ୍ତି । ତୁମ ପିଲାମାନଙ୍କର ଶୃଙ୍ଗାର କରୁଛନ୍ତି । ତୁମକୁ ଡବଲ ଇଞ୍ଜିନ ମିଳିଛି । ରୋଲସ ରୟାଲସ କମ୍ପାନୀର ଇଞ୍ଜିନ ବହୁତ ଭଲ ହୋଇଥାଏ । ବାବା ମଧ୍ୟ ଏହିପରି ଶ୍ରେଷ୍ଠ ଇଞ୍ଜିନ ଅଟନ୍ତି ନା । ଡାକୁଛନ୍ତି ହେ ପତିତପାବନ ଆସ, ଆମକୁ ପବିତ୍ର କରି ସାଥୀରେ ନେଇଯାଅ । ତୁମେ ସବୁ ଶାନ୍ତିରେ ବସିଛ । ତୁମେ ଏଠାରେ କୌଣସି ଝାଞ୍ଜ ଆଦି ବଜାଉନାହଁ । ଏଠାରେ କୌଣସି ଅସୁବିଧାର କଥା ହିଁ ନାହିଁ । ଚାଲିବା ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ । ତୁମ ସମ୍ମୁଖକୁ ଯିଏ ଆସୁଛନ୍ତି ତାଙ୍କୁ ମଧ୍ୟ ରାସ୍ତା ଦେଖାଅ । ବାବା କହୁଛନ୍ତି, ମୋର ବା ଲକ୍ଷ୍ମୀ-ନାରାୟଣଙ୍କର ବା ରାଧା-କୃଷ୍ଣଙ୍କର ଯିଏ ଭକ୍ତ ଅଟନ୍ତି ସେମାନଙ୍କୁ ଏହି ଜ୍ଞାନ ଦାନ କର । ବ୍ୟର୍ଥରେ ଯିବାକୁ ଦିଅ ନାହିଁ । ଉପଯୁକ୍ତ ପାତ୍ର ଦେଖି ଦାନ ଦିଆଯାଇଥାଏ । ଦୁନିଆରେ ପତିତ ମନୁଷ୍ୟ ପତିତ ମନୁଷ୍ୟକୁ ହିଁ ଦାନ ଦେଇଥାଆନ୍ତି । ବାବା ତ ହେଉଛନ୍ତି ସର୍ବଶକ୍ତିବାନ, ତାଙ୍କଠାରୁ ଶକ୍ତି ନେଇ ତୁମେମାନେ ଉତ୍ତମ ପୁରୁଷ ହେଉଛ । ରାବଣର ପ୍ରବେଶତା ସମୟରେ ମଧ୍ୟ ତ୍ରେତା ଓ ଦ୍ୱାପରର ସଂଗମ ହୋଇଥିଲା । ଏହି ସଂଗମ ହେଉଛି କଳିଯୁଗ ଓ ସତ୍ୟଯୁଗର । ଜ୍ଞାନ କେତେ ସମୟ ଓ ଭକ୍ତି କେତେ ସମୟ ରହୁଛି - ଏହି ସବୁ କଥାକୁ ତୁମେମାନେ ନିଜେ ବୁଝି ଅନ୍ୟମାନଙ୍କୁ ବୁଝାଅ । ମୁଖ୍ୟ କଥା ହେଉଛି ବେହଦର ପିତାଙ୍କୁ ମନେ ପକାଅ । ବେହଦର ପିତାଙ୍କର ଆସିବା ସମୟରେ ହିଁ ବିନାଶ ହେଉଛି । ମହାଭାରତ ଲଢେଇ କେବେ ହୋଇଥିଲା? ଯେତେବେଳେ ଭଗବାନ ରାଜଯୋଗ ଶିଖାଇଥିଲେ । ଜଣା ପଡିଯାଉଛି ଯେ - ଏହା ହେଉଛି ନୂଆ ଦୁନିଆର ଆଦି, ପୁରୁଣା ଦୁନିଆର ଶେଷ ସମୟ ଅର୍ଥାତ୍ ବିନାଶ ହେବ । କିନ୍ତୁ ଏବେ ମଧ୍ୟ ଦୁନିଆ ଘୋର ଅନ୍ଧକାରରେ ରହିଛି ଏବେ ତାକୁ ଜାଗ୍ରତ କରିବାକୁ ହେବ । ଅଧାକଳ୍ପ ହେବ ଅଜ୍ଞାନ ନିଦ୍ରାରେ ଶୋଇ ରହିଛନ୍ତି । ବାବା ବୁଝାଉଛନ୍ତି - ନିଜକୁ ଆତ୍ମା ମନେ କର ଏବଂ ପରସ୍ପରକୁ ଭାଇ ଭାଇର ଦୃଷ୍ଟିରେ ଦେଖ, ତେବେ କାହାକୁ ଜ୍ଞାନ ଶୁଣାଇଲେ ଶକ୍ତିଶାଳୀ ବାଣୀ ବାହାରିବ । ଆତ୍ମା ହିଁ ପବିତ୍ର ଏବଂ ଆତ୍ମା ହିଁ ପତିତ ହେଉଛି । ଆତ୍ମା ପବିତ୍ର ହେଲେ ଶରୀର ମଧ୍ୟ ପବିତ୍ର ମିଳିବ । ବର୍ତ୍ତମାନ ତ ପବିତ୍ର ଶରୀର ମିଳିପାରିବ ନାହିଁ । ତେଣୁ ସମସ୍ତଙ୍କୁ ପବିତ୍ର ହେବାକୁ ପଡିବ । କେହି ଯୋଗବଳ ଦ୍ୱାରା ପବିତ୍ର ହେବେ ତ ଆଉ କିଏ ଦଣ୍ଡ ଭୋଗ କରି ପବିତ୍ର ହେବେ । ଏବେ ଏହି ଯୋଗର ଯାତ୍ରାରେ ବହୁତ ମେହନତ ରହିଛି । ତେଣୁ ବାବା ଏହାର ଅଭ୍ୟାସ କରାଉଛନ୍ତି । କେଉଁଠାକୁ ଗଲେ ମଧ୍ୟ ବାବାଙ୍କ ସ୍ମୃତିରେ ଯାଅ । ଯେଭଳି ପାଦ୍ରୀମାନେ ଶାନ୍ତ ଚିତ୍ତ ହୋଇ ଯୀଶୁଖ୍ରୀଷ୍ଟଙ୍କ ସ୍ମୃତିରେ ଯାଇ ଥାଆନ୍ତି ଏବଂ ଯୀଶୁଖ୍ରୀଷ୍ଟଙ୍କୁ ହିଁ ମନେ ପକାଇଥାଆନ୍ତି । ଭାରତବାସୀ ତ ଅନେକଙ୍କୁ ମନେ ପକାଉଛନ୍ତି । ବାବା କହୁଛନ୍ତି, ଜଣଙ୍କ ବ୍ୟତୀତ ଅନ୍ୟ କାହାକୁ ମନେ ପକାଅ ନାହିଁ । ବେହଦର ବାବାଙ୍କ ଦ୍ୱାରା ଆମେ ମୁକ୍ତି ଓ ଜୀବନମୁକ୍ତିର ଅଧିକାରୀ ହେଉଛୁ । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳୁଛି । ସତ୍ୟଯୁଗରେ ସମସ୍ତେ ଜୀବନମୁକ୍ତିରେ ଥିଲେ । କଳିଯୁଗରେ ସମସ୍ତେ ଜୀବନ ବନ୍ଧନରେ ଅଛନ୍ତି । ଏକଥା କେହି ବି ଜାଣି ନାହାଁନ୍ତି । ଏହି ସବୁ କଥା ବାବା ପିଲାମାନଙ୍କୁ ବୁଝାଉଛନ୍ତି । ପିଲାମାନେ ପୁଣି ବାବାଙ୍କର ପ୍ରତ୍ୟକ୍ଷତା କରିଥାଆନ୍ତି । ସବୁଆଡେ ଚକ୍କର ଲଗାଉଛନ୍ତି । ତୁମର କର୍ତ୍ତବ୍ୟ ହେଉଛି - ପ୍ରତି ମନୁଷ୍ୟକୁ ଏହି ସନ୍ଦେଶ ଦେବା ଯେ, ଏବେ ପୁରୁଷୋତ୍ତମ ସଂଗମଯୁଗ ଉପସ୍ଥିତ । ବେହଦର ବାବା ବେହଦର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି । ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ ପାପ କଟିଯିବ । ଏହା ହେଉଛି ସତ୍ୟ ଗୀତା ଯାହା ବାବା ଶୁଣାଉଛନ୍ତି । ମନୁଷ୍ୟ ମତ ଦ୍ୱାରା ତୁମେମାନେ ତଳକୁ ଖସିଗଲ । ଏବେ ଭଗବାନଙ୍କ ମତ ଦ୍ୱାରା ତୁମେମାନେ ସମ୍ପତ୍ତି ପ୍ରାପ୍ତ କରୁଛ । ମୁଖ୍ୟ କଥା ହେଉଛି - ବସିବା-ଉଠିବା ଚାଲିବା-ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଅ ଓ ସମସ୍ତଙ୍କୁ ବାବାଙ୍କ ପରିଚୟ ଦେଇଚାଲ । ତୁମମାନଙ୍କ ପାଖରେ ତ ବ୍ୟାଚ ରହିଛି, ମାଗଣା ଦେବାରେ କୌଣସି ଅସୁବିଧା ନାହିଁ କିନ୍ତୁ ପାତ୍ର ଦେଖି ଦିଅ ।

ବାବା ପିଲାମାନଙ୍କୁ ଉଲୁଗୁଣା ଦେଉଛନ୍ତି ଯେ, ତୁମେ ଲୌକିକ ପିତାଙ୍କୁ ମନେ ପକାଉଛ କିନ୍ତୁ ମୋତେ ଭୁଲିଯାଉଛ । ତୁମକୁ ଲଜ୍ଜ୍ୟା ଲାଗୁନାହିଁ । ତୁମେ ହିଁ ପବିତ୍ର ପ୍ରବୃତ୍ତିମାର୍ଗର ଗୃହସ୍ଥ ଧର୍ମର ଥିଲ । ପୁନଃ ଏବେ ସେହିପରି ହେବାକୁ ପଡିବ । ତୁମେ ହେଉଛ ଭଗବାନଙ୍କ ସୌଦାଗର । ନିଜକୁ ଯାଞ୍ଚ କର ବୁଦ୍ଧି କେଉଁଆଡେ ଭ୍ରମିତ ହେଉନାହିଁ ତ? ବାବାଙ୍କୁ କେତେ ସମୟ ମନେ ପକାଇଲି? ବାବା କହୁଛନ୍ତି ଅନ୍ୟ ସଙ୍ଗରୁ ବୁଦ୍ଧିଯୋଗ ଦୂର କରି ମୋ ସହ ବୁଦ୍ଧିଯୋଗ ଲଗାଅ । କୌଣସି ଭୁଲ କର ନାହିଁ । ଏକଥା ମଧ୍ୟ ବୁଝାଉଛନ୍ତି ଯେ, ପରସ୍ପରକୁ ଭାଇ ଭାଇର ଦୃଷ୍ଟିରେ ଦେଖ ତେବେ ଦେହ ଦେଖାଯିବ ନାହିଁ । କୁଦୃଷ୍ଟି ରହିବ ନାହିଁ । ତୁମର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିଛି ନା । ଏହି ଜ୍ଞାନ ଏବେ ହିଁ ତୁମକୁ ପ୍ରାପ୍ତ ହେଉଛି । ଭାଇ ଭାଇ ତ ସମସ୍ତେ କହୁଛନ୍ତି, ମନୁଷ୍ୟମାନେ କହୁଛନ୍ତି “ଭାତ୍ରୃଭାବ” । ଏହା ତ ଠିକ୍ କଥା । ଆମେ ସମସ୍ତେ ପରମପିତା ପରମାତ୍ମାଙ୍କ ସନ୍ତାନ । ତେବେ ଏଠାରେ କାହିଁକି ବସିଛ? ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି । ଏହିଭଳି ବୁଝାଇ ଉନ୍ନତିକୁ ପ୍ରାପ୍ତ କର । ବାବାଙ୍କୁ ସେବାଧାରୀ ସନ୍ତାନମାନଙ୍କର ବହୁତ ଆବଶ୍ୟକତା ରହିଛି । ସେବାକେନ୍ଦ୍ର ସ୍ଥାପନା ହୋଇ ଚାଲିଛି । ପିଲାମାନଙ୍କର ଏଥିପାଇଁ ସଉକ ରହିଛି । ଭାବୁଛନ୍ତି ଅନେକ ଆତ୍ମାଙ୍କର କଲ୍ୟାଣ ହେବ । କିନ୍ତୁ ସେବାକେନ୍ଦ୍ରର ଦାୟିତ୍ୱ ନେଉଥିବା ଶିକ୍ଷିକା ବହୁତ ଭଲ ଓ ମହାରଥୀ ହୋଇଥିବା ଆବଶ୍ୟକ । ଶିକ୍ଷିକା ମଧ୍ୟ କ୍ରମାନ୍ୱୟରେ ହୋଇଥା’ନ୍ତି । ବାବା କହୁଛନ୍ତି - ଯେଉଁଠାରେ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିର, ଶିବଙ୍କ ମନ୍ଦିର, ଗଙ୍ଗାକୂଳ ଓ ଅଧିକ ଭିଡଥିବା ସ୍ଥାନକୁ ଯାଇ ସେବା କରିବା ଦରକାର । ଏକଥା ବୁଝାଅ - ଭଗବାନ କହୁଛନ୍ତି କାମ ମହାଶତ୍ରୁ ଅଟେ । ତୁମେମାନେ ଶ୍ରୀମତ ଅନୁଯାୟୀ ସେବା କରିଚାଲ । ଏହା ହେଉଛି ତୁମର ଈଶ୍ୱରୀୟ ପରିବାର । ତୁମେ ଏଠାରେ ପରିବାରର ସଦସ୍ୟଙ୍କ ସହ ରହୁଛ । ତୁମେ ପିଲାମାନଙ୍କୁ ବହୁତ ଖୁସି ହେବା ଦରକାର । ବେହଦର ପିତା ଯାହାଙ୍କ ଦ୍ୱାରା ତୁମେ ପଦ୍ମାପଦ୍ମ ଭାଗ୍ୟଶାଳୀ ହେଉଛ । ଦୁନିଆ ଏକଥା ଜାଣିନାହିଁ ଯେ - ଭଗବାନ ମଧ୍ୟ ପାଠ ପଢାଇଥା’ନ୍ତି । ଏଠାରେ ତୁମେମାନେ ପାଠ ପଢୁଛ ତେଣୁ ତୁମକୁ କେତେ ଖୁସି ହେବା ଦରକାର । ଆମେ ଶ୍ରେଷ୍ଠରୁ ଶ୍ରେଷ୍ଠ ହେବା ପାଇଁ ପାଠ ପଢୁଛୁ । କେତେ ବିଶାଳ ହୃଦୟ ହେବା ଦରକାର । ବାବାଙ୍କୁ ଯେପରି ତୁମେ କରଜ ଦେଉଛ । ଈଶ୍ୱର ଅର୍ଥେ ଯାହା କିଛି ବି ଦେଉଛ, ପରଜନ୍ମରେ ତା’ର ପ୍ରତିଦାନ ନେଉଛ ନା । ବାବାଙ୍କୁ ତୁମେମାନେ ସବୁକିଛି ଦେଇଛ ତେଣୁ ବାବାଙ୍କୁ ମଧ୍ୟ ସବୁ କିଛି ଦେବାକୁ ପଡିବ । ମୁଁ ବାବାଙ୍କୁ ଦେଲି - ଏଭଳି ବିଚାର କେବେହେଲେ ଆସିବା ଉଚିତ୍ ନୁହେଁ । ଅନେକଙ୍କ ମନରେ ବିଚାର ଆସୁଛି - ମୁଁ ଏତେ ଦେଇଛି ମୋର କାହିଁକି ଖାତିରି କରାଗଲା ନାହିଁ? ତୁମେ ଚାଉଳ ମୁଠାଏ ଦେଇ ବିଶ୍ୱର ବାଦଶାହୀ ନେଉଛ । ବାବା ତ ଦାତା ଅଟନ୍ତି ନା । ରାଜାମାନେ ବହୁତ ରାଜକୀୟ ଢଙ୍ଗରେ ଚଳନ୍ତି । ପ୍ରଥମେ ପ୍ରଥମେ ଯେତେବେଳେ ସାକ୍ଷାତ୍‌କାର ହୋଇଥାଏ ସେତେବେଳେ ତାଙ୍କୁ ଭେଟିମାନ ଦେଇଥାଆନ୍ତି । ସେ କେବେହେଲେ ହାତରେ ନିଅନ୍ତି ନାହିଁ । ସେକ୍ରେଟାରୀଙ୍କୁ ଈଶାରା କରିଥା’ନ୍ତି । ତେବେ ଶିବବାବା ତ ଦାତା ଅଟନ୍ତି ସେ କିଭଳି ନେବେ । ଇଏ ବେହଦର ପିତା ଅଟନ୍ତି ନା । ଏହାଙ୍କ ସମ୍ମୁଖରେ ତୁମେ ଭେଟି ଦେଉଛ କିନ୍ତୁ ବାବା ତ ପ୍ରତିବଦଳରେ ଶହେଗୁଣା ଦେବେ । ତେଣୁ ମୁଁ ଦେଲି - ଏଭଳି ବିଚାର କେବେହେଲେ ଆସିବା ଉଚିତ୍ ନୁହେଁ । ସର୍ବଦା ଭାବ ଯେ ଆମେ ନେଉଛୁ । ସେଠାରେ ତୁମେମାନେ ପଦମପତି ହୋଇଯିବ । ତୁମେମାନେ ପ୍ରତ୍ୟକ୍ଷରେ ପଦମାପଦମ ଭାଗ୍ୟଶାଳୀ ହେଉଛ । ବହୁତ ପିଲା ବିଶାଳ ହୃଦୟ ସମ୍ପନ୍ନ ହୋଇଥା’ନ୍ତି । ଆଉ କେହି କେହି କଞ୍ଜୁସ ମଧ୍ୟ ହୋଇଥା’ନ୍ତି । ବୁଝୁ ନାହାଁନ୍ତି ଯେ, ଆମେ ପଦମାପଦମପତି ହେଉଛୁ । ଯେଉଁ ସମୟରେ ପରମାତ୍ମା ପିତା ଅନୁପସ୍ଥିତ ଥା’ନ୍ତି ସେତେବେଳେ ପରୋକ୍ଷ ରୂପେ ଅଳ୍ପକାଳର ଫଳ ଦେଇଥାଆନ୍ତି । ଯେଉଁ ସମୟରେ ଏଠାରେ ଉପସ୍ଥିତ ଥାଆନ୍ତି ୨୧ ଜନ୍ମ ପାଇଁ ଦିଅନ୍ତି । ଗାୟନ ମଧ୍ୟ ରହିଛି ଯେ - ଶିବବାବାଙ୍କ ଭଣ୍ଡାର ଭରପୁର । ଦେଖ, କେତେ ପିଲା ଅଛନ୍ତି, କାହାକୁ ମଧ୍ୟ ଜଣା ନାହିଁ ଯେ କିଏ କ’ଣ ଦେଉଛନ୍ତି । ବାବା ଜାଣନ୍ତି ଓ ବାବାଙ୍କ କମ୍ବଳ (ବ୍ରହ୍ମା) ଜାଣନ୍ତି, ଯେଉଁଥିରେ ବାବା ବିଲ୍‌କୁଲ୍ ସାଧାରଣ ଭାବେ ରହୁଛନ୍ତି । ସେଥିପାଇଁ ପିଲାମାନେ ଏଠାରୁ ବାହାରକୁ ଗଲେ ନିଶା ଉଡିଯାଉଛି । ଜ୍ଞାନ ଯୋଗ ନ ଥିବା କାରଣରୁ ଗଣ୍ଡଗୋଳ ଚାଲୁଛି । ଭଲ ଭଲ ପିଲାମାନଙ୍କୁ ମଧ୍ୟ ମାୟା ହରାଇ ଦେଉଛି । ମାୟା ବିମୁଖ କରିଦେଉଛି । ଶିବବାବା, ଯାହାଙ୍କ ପାଖକୁ ତୁମେ ଆସୁଛ ତାଙ୍କୁ ତୁମେ ମନେ ପକାଇ ପାରୁ ନାହିଁ! ବାସ୍ତବରେ ତୁମମାନଙ୍କର ଅନ୍ତର୍ମନରେ ବହୁତ ଖୁସୀ ରହିବା ଦରକାର । ସେହିଦିନ ଆଜି ଆସିଗଲା, ଯେଉଁଦିନ ପାଇଁ ଗାୟନ କରୁଥିଲ ଆପଣ ଆସିଲେ ଆମେ ଆପଣଙ୍କର ହୋଇଯିବୁ । ଭଗବାନ ଆସି ପୋଷ୍ୟ କରୁଛନ୍ତି, ତୁମକୁ କେତେ ଭାଗ୍ୟଶାଳୀ କୁହାଯିବ । ତେଣୁ କେତେ ଖୁସିରେ ରହିବା ଦରକାର । କିନ୍ତୁ ମାୟା ଖୁସି ହଜାଇ ଦେଉଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଭଗବାନ ମୋତେ ପୋଷ୍ୟ କରିଛନ୍ତି, ସିଏ ହିଁ ଶିକ୍ଷକ ହୋଇ ମୋତେ ପାଠ ପଢାଉଛନ୍ତି, ଏହିଭଳି ନିଜର ପଦ୍ମାପଦ୍ମ ଭାଗ୍ୟକୁ ସ୍ମରଣ କରି ଖୁସିରେ ରହିବାକୁ ହେବ ।

(୨) ଆମେ ଆତ୍ମାମାନେ ପରସ୍ପର ଭାଇ-ଭାଇ ଅଟୁ, ଏହି ଦୃଷ୍ଟିକୁ ପକ୍କା କରିବାକୁ ହେବ । ଦେହକୁ ଦେଖିବା ଉଚିତ୍ ନୁହେଁ । ଭଗବାନଙ୍କ ସହିତ ସଉଦା କରି ସାରିବା ପରେ ବୁଦ୍ଧିକୁ ପୁଣି ଏଣେତେଣେ ଲଗାଇବା ଉଚିତ୍ ନୁହେଁ ।

ବରଦାନ:-
ଏହି ଅଲୌକିକ ଜୀବନରେ ସମ୍ବନ୍ଧର ଶକ୍ତି ଦ୍ୱାରା ଅବିନାଶୀ ସ୍ନେହ ଏବଂ ସହଯୋଗ ପ୍ରାପ୍ତ କରୁଥିବା ଶ୍ରେଷ୍ଠ ଆତ୍ମା ଭବ ।

ଏହି ଅଲୌକିକ ଜୀବନରେ ସମ୍ବନ୍ଧର ଶକ୍ତି ତୁମମାନଙ୍କୁ ଦୁଇଟି ରୂପରେ ପ୍ରାପ୍ତ ହେଉଛି । ଗୋଟିଏ ହେଲା ବାବାଙ୍କ ଦ୍ୱାରା ସର୍ବ ସମ୍ବନ୍ଧର ଶକ୍ତି, ଦ୍ୱିତୀୟରେ ଦୈବୀ ପରିବାର ଦ୍ୱାରା ସମ୍ବନ୍ଧର ଶକ୍ତି । ଏହି ଦୁଇଟି ସମ୍ବନ୍ଧ ଦ୍ୱାରା ସର୍ବଦା ନିଃସ୍ୱାର୍ଥ ସ୍ନେହ ଏବଂ ସହଯୋଗ ପ୍ରାପ୍ତ ହୋଇ ଚାଲିଛି । ତେଣୁ ତୁମମାନଙ୍କ ପାଖରେ ସମ୍ବନ୍ଧର ମଧ୍ୟ ଶକ୍ତି ଅଛି । ତୁମେମାନେ ଏହିଭଳି ଶ୍ରେଷ୍ଠ ଅଲୌକିକ ଜୀବନଧାରୀ ଶକ୍ତି ସମ୍ପନ୍ନ ବରଦାନୀ ଆତ୍ମା ଅଟ ସେଥିପାଇଁ ତୁମେମାନେ ଇଚ୍ଛା କରିବାବାଲା ନୁହେଁ ବରଂ ସର୍ବଦା ସନ୍ତୁଷ୍ଟ ରହିବାବାଲା ହୁଅ ।

ସ୍ଲୋଗାନ:-
ଯେ କୌଣସି ଯୋଜନା କରିବାବେଳେ ବିଦେହୀ ଏବଂ ସାକ୍ଷୀ ହୋଇ ବିଚାର କର ଏବଂ ଗୋଟିଏ ସେକେଣ୍ଡରେ ନିଜର ସ୍ଥିତିକୁ ଅଚଳ-ଅଟଳ କରିଚାଲ ।