03.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କ ସ୍ମୃତିରେ ସଦାସର୍ବଦା ହର୍ଷିତ ହୋଇ ରୁହ, ପୁରୁଣା ଦେହର ଅଭିମାନକୁ ତ୍ୟାଗ କରି ଚାଲ, କାରଣ ତୁମକୁ ଯୋଗବଳ ଦ୍ୱାରା ବାୟୁମଣ୍ଡଳକୁ ଶୁଦ୍ଧ କରିବାର ସେବା କରିବାକୁ ହେବ ।”

ପ୍ରଶ୍ନ:-
ସ୍କଲରସିପ୍ (ବୃତ୍ତି) ନେବା ପାଇଁ ଅଥବା ନିଜେ ନିଜକୁ ରାଜତ୍ୱର ତିଳକ ଦେବା ପାଇଁ ହେଲେ କେଉଁ ପୁରୁଷାର୍ଥ କରିବା ଦରକାର?

ଉତ୍ତର:-
ରାଜତ୍ୱର ତିଳକ ସେତେବେଳେ ମିଳିବ ଯେତେବେଳେ ଯୋଗ କରିବାର ପୁରୁଷାର୍ଥ କରିବ । ପରସ୍ପରକୁ ଭାଇ-ଭାଇ ଦୃଷ୍ଟିରେ ଦେଖିବାର ଅଭ୍ୟାସ କର ତେବେ ନାମ-ରୂପର ସ୍ମୃତି ସମାପ୍ତ ହୋଇଯିବ । ଫାଲତୁ କଥା କେବେ ବି ଶୁଣିବା ଉଚିତ୍ ନୁହେଁ । ବାବା ଯାହା ଶୁଣାଉଛନ୍ତି ତାହା ହିଁ ଶୁଣ, ଅନ୍ୟ ସବୁ କଥାରୁ କାନ ବନ୍ଦ କରିଦିଅ । ପାଠପଢା ଉପରେ ପୁରା ପୁରା ଧ୍ୟାନ ଦିଅ ତେବେ ଯାଇ ସ୍କଲରସିପ୍ ମିଳିପାରିବ ।

ଓମ୍ ଶାନ୍ତି ।
ତୁମେମାନେ ଜାଣିଛ ଆମେ ଶ୍ରୀମତ ଅନୁସାରେ ନିଜ ପାଇଁ ରାଜଧାନୀ ସ୍ଥାପନ କରୁଛୁ । ମନ-ବାଣୀ-କର୍ମ ଦ୍ୱାରା ଯିଏ ଯେତେ ସେବା କରୁଛନ୍ତି ସିଏ ସେତେ ନିଜର ହିଁ କଲ୍ୟାଣ କରୁଛନ୍ତି । ଏଥିରେ ଗଣ୍ଡଗୋଳ କରିବାର କୌଣସି କଥା ହିଁ ନାହିଁ । ବାସ୍‌, ଏହି ପୁରୁଣା ଦେହର ଅଭିମାନକୁ ଛାଡି-ଛାଡି ତୁମେ ସେଠାରେ ଯାଇ ପହଞ୍ଚି ଯାଉଛ । ବାବାଙ୍କଠାରେ ଯୋଗ ଲଗାଇବା ଦ୍ୱାରା ବହୁତ ଖୁସି ଆସିଥାଏ । ସଦାସର୍ବଦା ବାବାଙ୍କ ସ୍ମୃତିରେ ରହିଲେ ଖୁସି ହିଁ ଖୁସି ରହିବ । ବାବାଙ୍କୁ ଭୁଲିଯିବା ଦ୍ୱାରା ଚେହେରା ଉଦାସ ହୋଇଯାଉଛି । ତୁମମାନଙ୍କୁ ସଦା ସର୍ବଦା ହର୍ଷିତ ହୋଇ ରହିବା ଆବଶ୍ୟକ । ମୁଁ ଆତ୍ମା ଅଟେ । ଆତ୍ମାର ପିତା ଏହି ମୁଖ ଦ୍ୱାରା କହୁଛନ୍ତି - ମୁଁ ଆତ୍ମା ଏହି କାନ ଦ୍ୱାରା ଶୁଣୁଛି, ଏହି ମୁଖ ଦ୍ୱାରା କହୁଛି । ଏହିଭଳି ଅଭ୍ୟାସ କରିବା ପାଇଁ ପରିଶ୍ରମ କରିବାକୁ ହେବ । ବାବାଙ୍କର ସ୍ମୃତିରେ ରହି ରହି ତୁମେମାନେ ଘରକୁ ଫେରିଯିବ । ଏହି ଯୋଗର ଯାତ୍ରା ହିଁ ତୁମମାନଙ୍କୁ ବହୁତ ଶକ୍ତିଶାଳୀ କରୁଛି । ତୁମକୁ ଏତେ ଶକ୍ତି ମିଳୁଛି ଯେ - ତୁମେମାନେ ବିଶ୍ୱର ମାଲିକ ହୋଇଯାଉଛ । ବାବା କହୁଛନ୍ତି, ତୁମେ ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ । ଏହି କଥା ଉପରେ ତୁମର ପକ୍କା ନିଶ୍ଚୟ ରହିବା ଦରକାର । ଶେଷ ସମୟରେ ଏହି ବଶୀକରଣ ମନ୍ତ୍ର କାମରେ ଆସିବ । ସମସ୍ତଙ୍କୁ ଏହି ସନ୍ଦେଶ ଦେବାକୁ ହେବ ଯେ - ନିଜକୁ ଆତ୍ମା ମନେ କର, ଏହି ଶରୀର ବିନାଶୀ ଅଟେ । ବାବାଙ୍କର ଆଜ୍ଞା ହେଲା - ମୋତେ ମନେ ପକାଅ ତେବେ ତୁମେ ପବିତ୍ର ହୋଇଯିବ । ତୁମେ ଏବେ ବାବାଙ୍କର ସ୍ମୃତିରେ ରହୁଛ, ତା’ ସହିତ ଜ୍ଞାନ ମଧ୍ୟ ରହିଛି କାରଣ ତୁମେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ମଧ୍ୟ ଜାଣିଛ । ବର୍ତ୍ତମାନ ତୁମ ଆତ୍ମାରେ ସୃଷ୍ଟିର ସମସ୍ତ ଜ୍ଞାନ ରହିଛି, ତୁମେ ସ୍ୱଦର୍ଶନ ଚକ୍ରଧାରୀ ଅଟ ନା । ଏଠାରେ ବସି ବସି ତୁମର ବହୁତ ରୋଜଗାର ଜମା ହେଉଛି । ଦିନ ରାତି ତୁମର ରୋଜଗାର ହିଁ ରୋଜଗାର ହେଉଛି । ତୁମେମାନେ ପ୍ରକୃତ ରୋଜଗାର ଜମା କରିବା ପାଇଁ ହିଁ ଏଠାକୁ ଆସିଛ, ଏହି ରୋଜଗାର ଅନ୍ୟ କେଉଁଠାରେ ହୋଇ ନ ଥାଏ ଯାହାକି ସାଥୀରେ ଯିବ । ଏଠାରେ ତୁମର ଅନ୍ୟ କୌଣସି ଧନ୍ଦା ହିଁ ନାହିଁ । ଏଠାକାର ବାୟୁମଣ୍ଡଳ ହିଁ ଏହିଭଳି ଅଟେ । ତୁମେମାନେ ଯୋଗବଳ ଦ୍ୱାରା ବାୟୁମଣ୍ଡଳକୁ ମଧ୍ୟ ଶୁଦ୍ଧ କରୁଛ । ତୁମେ ବହୁତ ସେବା କରୁଛ । ଯିଏ ନିଜର ସେବା କରୁଛି ସିଏ ଭାରତର ମଧ୍ୟ ସେବା କରୁଛି । ଏହି ପୁରୁଣା ଦୁନିଆ ଆଉ ରହିବ ନାହିଁ, ତୁମେ ମଧ୍ୟ ରହିବ ନାହିଁ । ଏହି ଦୁନିଆ ହିଁ ନୂଆ ହୋଇଯିବ । ଏହି ସବୁ ଜ୍ଞାନ ବର୍ତ୍ତମାନ ତୁମମାନଙ୍କ ବୁଦ୍ଧିରେ ରହିଛି । ତୁମେମାନେ ଏକଥା ମଧ୍ୟ ଜାଣିଛ ଯେ କଳ୍ପ ପୂର୍ବରୁ ଯେଉଁମାନେ ସେବା କରିଥିଲେ ସେହିମାନେ ଏବେ ମଧ୍ୟ କରୁଛନ୍ତି । ଦିନକୁ ଦିନ ଅନେକଙ୍କୁ ନିଜ ସମାନ କରିବାରେ ଲାଗିଛନ୍ତି । ଏହି ଜ୍ଞାନକୁ ଶୁଣି ବହୁତ ଖୁସି ହେଉଛନ୍ତି, ଖୁସିରେ ଲୋମ ଟାଙ୍କୁରୀ ଉଠୁଛି । ସେମାନେ କହୁଛନ୍ତି ଏହି ଜ୍ଞାନ ଆମେ କେବେ ବି ଶୁଣି ନ ଥିଲୁ । କେବଳ ତୁମଠାରୁ ହିଁ ଶୁଣୁଛୁ । ଭକ୍ତିମାର୍ଗରେ ତ କିଛି ବି କଷ୍ଟ ନାହିଁ । ଏଠାରେ ସାରା ପୁରୁଣା ଦୁନିଆକୁ ଭୁଲିବାକୁ ପଡିଥାଏ । ଏହି ବେହଦର ସନ୍ନ୍ୟାସ କେବଳ ବାବା ହିଁ କରାଇଥା’ନ୍ତି । କିନ୍ତୁ ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ରହିଛନ୍ତି । ଖୁସି ମଧ୍ୟ କ୍ରମାନୁସାରେ ରହିଛି, ଏକାଭଳି ନୁହେଁ । ଜ୍ଞାନ ଏବଂ ଯୋଗ ମଧ୍ୟ ସମସ୍ତଙ୍କର ଏକା ପରି ନୁହେଁ । ଅନ୍ୟ ସବୁ ମନୁଷ୍ୟମାନେ ତ ଦେହଧାରୀମାନଙ୍କ ନିକଟକୁ ଯାଉଛନ୍ତି । ଏଠାରେ ତୁମେ ତାଙ୍କ ନିକଟକୁ ଆସୁଛ ଯାହାଙ୍କର ନିଜର ଦେହ ନାହିଁ ।

ତୁମେ ବାବାଙ୍କ ସ୍ମୃତିରେ ରହିବାର ପୁରୁଷାର୍ଥ ଯେତେ କରିବ ସେତେ ସତ୍ତ୍ୱପ୍ରଧାନ ହୋଇଯିବ । ଖୁସି ବଢିବାରେ ଲାଗିବ । ଏହା ହେଉଛି ଆତ୍ମା ଏବଂ ପରମାତ୍ମାଙ୍କର ଶୁଦ୍ଧ ସ୍ନେହ । ବାବା ହେଉଛନ୍ତି ନିରାକାର । ତୁମର ପାପ ଯେତେ ଯେତେ ଭସ୍ମ ହେବାରେ ଲାଗିବ ତୁମେ ସେତେ ସେତେ ଆକର୍ଷଣୀୟ ହୋଇଯିବ । ତୁମେ ନିଜର ଡିଗ୍ରୀକୁ ନିଜେ ଦେଖିପାରିବ - ମୁଁ କେତେ ଖୁସିରେ ରହୁଛି? ଏଥିରେ ହଠଯୋଗ ଆସନ ଇତ୍ୟାଦି କରିବାର କୌଣସି କଥା ହିଁ ନାହିଁ । ଏହା ହଠଯୋଗ ନୁହେଁ । ଆରାମରେ ବସି କେବଳ ବାବାଙ୍କୁ ମନେ-ପକାଇବାକୁ ହେବ । ତୁମେମାନେ ଶୋଇ ଶୋଇ ମଧ୍ୟ ବାବାଙ୍କୁ ମନେ ପକାଇପାରିବ । ଅବିନାଶୀ ପିତା କହୁଛନ୍ତି - ମୋତେ ମନେ ପକାଅ ତେବେ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ, ତୁମର ସବୁ ପାପ କଟିଯିବ । ଅବିନାଶୀ ପିତା ଯିଏକି ତୁମର ଶିକ୍ଷକ ଏବଂ ସଦଗୁରୁ ମଧ୍ୟ ଅଟନ୍ତି ତାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇବା ଦରକାର । କିନ୍ତୁ ଏଥିରେ ମାୟା ବିଘ୍ନ ପକାଇଥାଏ । ନିଜକୁ ଦେଖିବା ଦରକାର ଯେ, ମୁଁ ବାବାଙ୍କ ସ୍ମୃତିରେ ରହି ବହୁତ ଖୁସିର ସହିତ ଭୋଜନ କରିଛି? ପ୍ରିୟତମାମାନଙ୍କୁ ପ୍ରିୟତମ ମିଳିଛନ୍ତି ତେଣୁ ନିଶ୍ଚିତ ଖୁସି ଆସିବ ନା । ଏହି ଯୋଗବଳ ଦ୍ୱାରା ତୁମର ବହୁତ ରୋଜଗାର ଜମା ହୋଇଯିବ । ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । ତୁମେ କ’ଣରୁ କ’ଣ ହୋଇଯାଉଛ । ପୂର୍ବରୁ ତ ବୁଦ୍ଧିହୀନ ଥିଲ ଏବେ ତୁମେ ବହୁତ ବୁଦ୍ଧିମାନ ହୋଇଯାଇଛ । ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ କେତେ ଶ୍ରେଷ୍ଠ । ତୁମେ ଜାଣିଛ ମୁଁ ଯୋଗ କରି କରି ଏହି ପୁରୁଣା ଶରୀରକୁ ତ୍ୟାଗ କରିଦେବି ଏବଂ ସେଠାରେ ଯାଇ ନୂଆ ଶରୀର ଧାରଣ କରିବି । କର୍ମାତୀତ ଅବସ୍ଥା ହୋଇଗଲେ ଏହି ପୁରୁଣା ଶରୀରକୁ ତ୍ୟାଗ କରିଦେବି । ସମୟ ଯେତିକି ଯେତିକି ସମୀପ ହୋଇ ଆସିବ ସେତିକି ସେତିକି ଘରର (ପରମଧାମ) ସ୍ମୃତି ଆସିବ ନା । ବାବାଙ୍କର ଜ୍ଞାନ ହେଉଛି ବହୁତ ମିଠା । ତୁମମାନଙ୍କର ବହୁତ ନିଶା ଚଢିବା ଦରକାର । ଭଗବାନ ଏହି ରଥରେ ବସି ତୁମମାନଙ୍କୁ ରାଜଯୋଗର ପାଠ ପଢାଉଛନ୍ତି । ଏବେ ତୁମର ଉନ୍ନତିର କଳା ହେଉଛି । କଥାରେ ଅଛି - ଯେତେବେଳେ ଉନ୍ନତି କଳାର ସମୟ ଆସେ ସେତେବେଳେ ସମସ୍ତଙ୍କର କଲ୍ୟାଣ ହୋଇଯାଇଥାଏ । ତୁମେ କୌଣସି ନୁଆ କଥା ଶୁଣୁ ନାହଁ, ଜାଣିଛ ଏକଥା ଆମେ ଅନେକ ଥର ଶୁଣିଛୁ ଏବଂ ତାହା ପୁଣି ଶୁଣୁଛୁ । ଏହି ଜ୍ଞାନ ଶୁଣିବା ଦ୍ୱାରା ଭିତରେ ଭିତରେ ଖୁସି ଆସିବାରେ ଲାଗିବ । ତୁମେ ଗୁପ୍ତ ଯୋଦ୍ଧା ଏବଂ ବହୁତ ବିଖ୍ୟାତ ମଧ୍ୟ ଅଟ । ତୁମେ ସମଗ୍ର ସୃଷ୍ଟିକୁ ସ୍ୱର୍ଗ କରୁଛ, ସେଥିପାଇଁ ଦେବୀମାନଙ୍କର ଏତେ ପୂଜା ହେଉଛି । ଯିଏ କରାଉଛନ୍ତି ଏବଂ ଯିଏ କରୁଛନ୍ତି ଭକ୍ତିମାର୍ଗରେ ଉଭୟଙ୍କର ପୂଜା ହେଉଛି । ତୁମେ ଜାଣିଛ ବର୍ତ୍ତମାନ ଦେବୀ-ଦେବତା ଧର୍ମର କଲମି ଲାଗୁଛି ଅର୍ଥାତ୍ ସ୍ଥାପନା ହେଉଛି । ତୁମେ ନିଜ ମସ୍ତକରେ ପାଠପଢା ଆଧାରରେ ରାଜତିଳକ ଲଗାଉଛ । ତେଣୁ ତିଳକ ଲଗାଇବାର ପ୍ରଥା ଏବେଠାରୁ ହିଁ ଆରମ୍ଭ ହୋଇଛି । ଯେଉଁମାନେ ବହୁତ ଭଲ ଭାବରେ ପାଠ ପଢିବେ ସେମାନେ ନିଜକୁ ବୃତ୍ତି ପାଇବାର ଯୋଗ୍ୟ କରିପାରିବେ । ପିଲାମାନଙ୍କୁ ଯୋଗର ଯାତ୍ରା କରିବାର ପୁରୁଷାର୍ଥ କରିବା ଉଚିତ୍ । ନିଜକୁ ଆତ୍ମା ଭାଇ-ଭାଇ ଦୃଷ୍ଟିରେ ଦେଖ ତେବେ ନାମ ରୂପର ସ୍ମୃତି ସମାପ୍ତ ହୋଇଯିବ । କିନ୍ତୁ ସେଥିପାଇଁ ପରିଶ୍ରମ କରିବାକୁ ପଡିବ, ବହୁତ ଧ୍ୟାନ ଦେବାକୁ ହେବ । ବ୍ୟର୍ଥ କଥା କେବେ ବି ଶୁଣିବା ଉଚିତ୍ ନୁହେଁ । ବାବା କହୁଛନ୍ତି ମୁଁ ଯାହା ଶୁଣାଉଛି ତାହା ହିଁ ଶୁଣ । ଲଢେଇ, ଝଗଡାର କଥା କେବେ ବି ଶୁଣ ନାହିଁ, କାନକୁ ବନ୍ଦ କରିଦିଅ । ସମସ୍ତଙ୍କୁ ଶାନ୍ତିଧାମ ଏବଂ ସୁଖଧାମର ରାସ୍ତା ଦେଖାଅ । ଯିଏ ଯେତେ ଅନ୍ୟମାନଙ୍କୁ ରାସ୍ତା ଦେଖାଇବେ ସେତେ ତାଙ୍କୁ ଲାଭ ମିଳିଥାଏ, ରୋଜଗାର ଜମା ହୋଇଥାଏ । ବାବା ସମସ୍ତଙ୍କୁ ଦିବ୍ୟଗୁଣରେ ସୁସଜ୍ଜିତ କରି ଘରକୁ ନେଇଯିବା ପାଇଁ ଆସିଛନ୍ତି । ବାବା ତୁମମାନଙ୍କର ସଦାସର୍ବଦା ସହଯୋଗୀ ହୋଇ ରହିଛନ୍ତି । ଯେଉଁମାନେ ବାବାଙ୍କର ସହଯୋଗୀ ହୋଇଛନ୍ତି, ସେମାନଙ୍କୁ ବାବା ବହୁତ ସ୍ନେହରେ ରଖିଛନ୍ତି । ଯେଉଁମାନେ ଅନେକଙ୍କୁ ରାସ୍ତା ଦେଖାନ୍ତି ସେମାନଙ୍କୁ ବାବା ମଧ୍ୟ ବହୁତ ମନେ ପକାଇଥା’ନ୍ତି । ସେମାନଙ୍କୁ ମଧ୍ୟ ବାବାଙ୍କର ମନେ ପକାଇବାର ଆକର୍ଷଣର ଅନୁଭବ ହୋଇଥାଏ । ଯୋଗ ଦ୍ୱାରା ହିଁ ଆତ୍ମାରେ ଥିବା କଳଙ୍କି ଛାଡିଯିବ । ବାବାଙ୍କୁ ମନେ ପକାଇବା ଅର୍ଥାତ୍ ପରମଧାମ ଘରକୁ ମନେ ପକାଇବା । ତେଣୁ ସଦା ସର୍ବଦା ବାବା ବାବା କହୁଥାଅ । ଏହା ହିଁ ହେଉଛି ବ୍ରାହ୍ମଣମାନଙ୍କର ଆତ୍ମିକ ଯାତ୍ରା । ତୁମେ ପରମାତ୍ମାଙ୍କୁ ମନେ ପକାଇ ପକାଇ ନିଜ ଘର ପରମଧାମରେ ଯାଇ ପହଞ୍ଚିଯିବ । ଯେତେ ଯେତେ ଦେହୀ-ଅଭିମାନୀ ହେବାର ପୁରୁଷାର୍ଥ କରିବ ସେତେ କର୍ମେନ୍ଦ୍ରିୟଗୁଡିକ ତୁମର ବଶୀଭୂତ ହୋଇ ଚାଲିବ । କର୍ମେନ୍ଦ୍ରିୟକୁ ବଶୀଭୂତ କରିବାର ଏକମାତ୍ର ଉପାୟ ହେଉଛି ଯୋଗ । ତୁମେ ହେଉଛ ଆତ୍ମିକ ସ୍ୱଦର୍ଶନ ଚକ୍ରଧାରୀ ବ୍ରାହ୍ମଣ କୂଳ ଭୂଷଣ । ଏହା ହେଉଛି ତୁମର ସର୍ବୋତ୍ତମ ଶ୍ରେଷ୍ଠ କୂଳ । ଏହି ବ୍ରାହ୍ମଣ କୂଳ ହେଉଛି ଦେବତାମାନଙ୍କ କୂଳଠାରୁ ମଧ୍ୟ ଉଚ୍ଚ, କାରଣ ତୁମକୁ ଶିବବାବା ନିଜେ ପାଠ ପଢାଉଛନ୍ତି । ତୁମେ ବାବାଙ୍କଠାରୁ ବିଶ୍ୱର ରାଜତ୍ୱ ରୂପି ସମ୍ପତ୍ତି ନେବା ପାଇଁ ବାବାଙ୍କର ହୋଇଛ । ବାବା ବାବା କହିବା ଦ୍ୱାରା ହିଁ ସମ୍ପତ୍ତି ନେବାର ଅନୁଭବ ହେଉଛି । ଶିବଙ୍କୁ ହିଁ ସବୁବେଳେ ବାବା ବାବା ବୋଲି କହିଥା’ନ୍ତି । ତେବେ ଶିବବାବା ହିଁ ହେଉଛନ୍ତି ସମସ୍ତଙ୍କର ସଦ୍‌ଗତି ଦାତା, ଅନ୍ୟ କେହି ବି ସଦ୍‌ଗତି ଦେଇପାରିବେ ନାହିଁ । ସତ୍ୟ ସଦଗୁରୁ ଏକମାତ୍ର ନିରାକାର ଶିବବାବା ଯିଏକି ଅଧାକଳ୍ପର ରାଜତ୍ୱ ଦେଇଯାଉଛନ୍ତି । ତେବେ ମୂଳକଥା ହେଲା ଯୋଗ । ଅନ୍ତିମ ସମୟରେ ଯେପରି ଶରୀରର ଅଭିମାନ ତଥା ଧନ-ଦୌଲତ ଇତ୍ୟାଦି ମନେ ନ ପଡୁ, ନଚେତ୍ ପୁଣି ପୁନର୍ଜନ୍ମ ନେବାକୁ ପଡିବ । ଭକ୍ତିମାର୍ଗରେ କାଶୀରେ ଶିବଙ୍କ ଉପରେ ବଳି ପଡିଥା’ନ୍ତି । ତୁମେମାନେ ମଧ୍ୟ ବର୍ତ୍ତମାନ ବଳି ପଡୁଛ ଅର୍ଥାତ୍ ତୁମେ ବାବାଙ୍କର ହୋଇଛ । ଭକ୍ତିମାର୍ଗରେ କାଶୀରେ ବଳି ପଡୁଛନ୍ତି ଏବଂ ଭାବୁଛନ୍ତି ମୋର ସବୁ ପାପ କଟିଗଲା । କିନ୍ତୁ କେହି ବି ପରମଧାମ ଘରକୁ ଫେରିଯାଇ ପାରନ୍ତି ନାହିଁ । ଯେତେବେଳେ ସବୁ ଆତ୍ମା ଉପରୁ ଏଠାକୁ ଆସିଯିବେ ତେବେ ପୁଣି ବିନାଶ ହେବ । ବାବା ମଧ୍ୟ ଯିବେ ଏବଂ ତୁମେମାନେ ମଧ୍ୟ ଯିବ । କହୁଛନ୍ତି ପାଣ୍ଡବମାନେ ପାହାଡ ଉପରୁ ପଡି ମୃତ୍ୟୁବରଣ କଲେ । ତେବେ ଏହା ତ ଯେପରି ଆତ୍ମହତ୍ୟା କରିବା ହେଲା ନା । ବାବା ତୁମମାନଙ୍କୁ ବହୁତ ଭଲ ଭାବରେ ବୁଝାଉଛନ୍ତି ଏବଂ କହୁଛନ୍ତି, ପିଲାମାନେ ସମସ୍ତଙ୍କର ସଦ୍‌ଗତିଦାତା ଏକମାତ୍ର ମୁଁ ହିଁ ଅଟେ । କୌଣସି ଦେହଧାରୀ ତୁମର ସଦ୍‌ଗତି କରିପାରିବେ ନାହିଁ । ଭକ୍ତିମାର୍ଗରେ ତୁମେ ସିଢିରେ ତଳକୁ ଖସି ଖସି ଆସିଲ, ଶେଷ ସମୟରେ ବାବା ଏଠାକୁ ଆସି ତୁମକୁ ଏକଦମ ଉପରକୁ ନେଇଯାଉଛନ୍ତି । ଏହାକୁ ହିଁ କୁହାଯାଉଛି ଅବିନାଶୀ ସୁଖର ଲଟେରି । ଦୁନିଆରେ ଘୋଡା ଦୌଡ କରିଥା’ନ୍ତି କିନ୍ତୁ ଏହା ହେଉଛି ତୁମର ଆତ୍ମାମାନଙ୍କର ଦୌଡ । କିନ୍ତୁ ଏଠାରେ ମାୟାର ପ୍ରଭାବ ଥିବା କାରଣରୁ ଦୁର୍ଘଟଣା ହୋଇଯାଉଛି ଅର୍ଥାତ୍ ବାବାଙ୍କୁ ଛାଡପତ୍ର ଦେଇ ଚାଲିଯାଉଛନ୍ତି । ମାୟା ବାବାଙ୍କଠାରୁ ତୁମର ବୁଦ୍ଧିଯୋଗକୁ ତୁଟାଇ ଦେଉଛି । କାମ ବିକାର ଦ୍ୱାରା ପରାଜିତ ହୋଇଯିବା କାରଣରୁ କରିଥିବା ସମସ୍ତ ରୋଜଗାରକୁ ସମାପ୍ତ କରିଦେଉଛନ୍ତି । କାମ ବିକାର ହେଉଛି ବହୁତ ବଡ ଭୂତ । ତୁମେ କାମ ବିକାର ଉପରେ ବିଜୟୀ ହେଲେ ହିଁ ଜଗତଜୀତ୍ ହୋଇପାରିବ । ଲକ୍ଷ୍ମୀ-ନାରାୟଣ ଜଗତଜୀତ୍ ଥିଲେ ନା । ବାବା କହୁଛନ୍ତି ଏହି ଅନ୍ତିମ ଜନ୍ମରେ ତୁମକୁ ନିଶ୍ଚିତ ପବିତ୍ର ରହିବାକୁ ହେବ ତେବେ ଯାଇ ବିଜୟୀ ହେବ ନଚେତ୍ ପରାଜିତ ହୋଇଯିବ । ଏହା ହେଉଛି ତୁମର ମୃତ୍ୟୁଲୋକରେ ଅନ୍ତିମ ଜନ୍ମ । ଅମରଲୋକରେ ୨୧ ଜନ୍ମ ଏବଂ ମୃତ୍ୟୁଲୋକରେ ୬୩ ଜନ୍ମ, ଏହି ରହସ୍ୟକୁ ବାବା ହିଁ ବୁଝାଉଛନ୍ତି । ଏବେ ତୁମେ ନିଜ ହୃଦୟକୁ ପଚାର ଯେ, ମୁଁ ଲକ୍ଷ୍ମୀ-ନାରାୟଣ ହେବାର ଯୋଗ୍ୟ ହେଲିଣି? ଯେତେ ଯେତେ ଧାରଣା ହେବାକୁ ଲାଗିବ ସେତେ ସେତେ ଖୁସି ମଧ୍ୟ ଆସିବ । କିନ୍ତୁ ଯଦି ଭାଗ୍ୟରେ ନାହିଁ ତେବେ ମାୟା ତିଷ୍ଠିବାକୁ ଦେବ ନାହିଁ ।

ଏହି ମଧୁବନର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିବ । କାରଣ ମୁଖ୍ୟ ବ୍ୟାଟେରୀ ଅର୍ଥାତ୍ ଶିବବାବା ଏହିଠାରେ ଅଛନ୍ତି । ଯେଉଁମାନେ ଯୋଗ୍ୟ ସେବାଧାରୀ ସନ୍ତାନ ସେମାନେ ବାବାଙ୍କର ବହୁତ ପ୍ରିୟ ହୋଇଥାଆନ୍ତି । ଯେଉଁମାନେ ବହୁତ ଭଲ ସେବାଧାରୀ ସେମାନଙ୍କୁ ବାବା ବାଛି ବାଛି ସର୍ଚ୍ଚଲାଇଟ୍ (ଶକ୍ତିର କିରଣ) ଦିଅନ୍ତି । ତେବେ ସେମାନେ ମଧ୍ୟ ନିଶ୍ଚିତ ଭାବରେ ବାବାଙ୍କୁ ମନେ ପକାଉଥିବେ । ସେବାଧାରୀ ସନ୍ତାନମାନଙ୍କୁ ବାବା ଏବଂ ଦାଦା ଉଭୟ ମନେ ପକାଇଥା’ନ୍ତି । ଯଦି ବାବାଙ୍କୁ ମନେ ପକାଇବେ ତେବେ ତା’ର ପ୍ରତ୍ୟୁତ୍ତରରେ ବାବା ମଧ୍ୟ ମନେ ପକାଇଥା’ନ୍ତି । ଗୋଟିଏ ପକ୍ଷରେ ସାରା ଦୁନିଆ ଏବଂ ଅନ୍ୟ ପକ୍ଷରେ ତୁମେ ବ୍ରାହ୍ମଣ ସନ୍ତାନମାନେ ରହିଛ । ତୁମେ ହେଉଛ ସର୍ବୋଚ୍ଚ ପିତାଙ୍କର ସନ୍ତାନ ଯିଏକି ସମସ୍ତଙ୍କର ସଦ୍‌ଗତିଦାତା ଅଟନ୍ତି । ତୁମର ଏହି ଜନ୍ମ ହୀରା ସଦୃଶ ଅଟେ । ଆମକୁ କଉଡିରୁ ହୀରା ସଦୃଶ ବାବା ହିଁ କରୁଛନ୍ତି । ଆମକୁ ଅଧାକଳ୍ପ ପାଇଁ ଏତେ ସୁଖ ଦେଉଛନ୍ତି ଯେ, ପୁଣି ତାଙ୍କୁ କେବେ ବି ମନେ ପକାଇବାର ଆବଶ୍ୟକତା ହିଁ ପଡିବ ନାହିଁ । ବାବା କହୁଛନ୍ତି - ପିଲାମାନେ, କେତେ ଅମାପ ସମ୍ପତ୍ତି ମୁଁ ତୁମମାନଙ୍କୁ ଦେଉଛି । ବର୍ତ୍ତମାନ ତୁମେ ସେସବୁକୁ ହରାଇ ବସିଛ । କେତେ ହୀରା, ନୀଳା ମୋତି ମନ୍ଦିରରେ ଲଗାଇଛ । ଏବେ ତ ଦେଖ ହୀରାର ମୂଲ୍ୟ କେତେ ବଢିଗଲାଣି । ଆଗରୁ ହୀରା କିଣିଲା ବେଳେ ମଧ୍ୟ ଲାଭ ମିଳୁଥିଲା । ଏବେ ପନିପରିବାରେ ମଧ୍ୟ କେହି ଲାଭ ଅର୍ଥାତ୍ କିଛି ଅଧିକ ଦେଉ ନାହାଁନ୍ତି । ତୁମେ ଜାଣିଛ ଯେ, ରାଜ୍ୟ କିପରି ନେଇଥିଲ ଏବଂ କିପରି ହରାଇଲ । ଏବେ ପୁଣି ରାଜ୍ୟ ନେଉଛ । ଏହି ଜ୍ଞାନ ବହୁତ ଆଶ୍ଚର୍ଯ୍ୟଜନକ ଜ୍ଞାନ । କିନ୍ତୁ ଏହି ଜ୍ଞାନ କାହା କାହା ବୁଦ୍ଧିରେ ବହୁତ କଷ୍ଟରେ ଧାରଣ ହେଉଛି । ଯଦି ରାଜତ୍ୱ ନେବାର ଅଛି ତେବେ ପୁରା ପୁରା ଶ୍ରୀମତରେ ଚାଲିବାକୁ ହେବ । ନିଜର ମତ କୌଣସି କାମରେ ଆସିବ ନାହିଁ । ଯଦି ବଞ୍ଚି ଥାଉ ଥାଉ ବାନପ୍ରସ୍ଥି ହେବାକୁ ଚାହୁଁଛ ତେବେ ଏ ସବକୁ ଛାଡିବାକୁ ପଡିବ । ବାବାଙ୍କର ଉତ୍ତରାଧିକାରୀ ହେବାକୁ ପଡିବ । ଭକ୍ତିମାର୍ଗରେ ମଧ୍ୟ ଭଗବାନଙ୍କୁ ଉତ୍ତରାଧିକାରୀ କରିଥା’ନ୍ତି ଏବଂ ଦାନ କରିଥା’ନ୍ତି କିନ୍ତୁ ତାହା ହେଉଛି ଅଳ୍ପକାଳର । ଏଠାରେ ତ ବାବାଙ୍କୁ ଜନ୍ମ ଜନ୍ମାନ୍ତର ପାଇଁ ଉତ୍ତରାଧିକାରୀ କରିବାକୁ ହେବ । ଗାୟନ ମଧ୍ୟ ରହିଛି - ବାବାଙ୍କୁ ଅନୁସରଣ କର । ଯେଉଁମାନେ ଅନୁସରଣ କରୁଛନ୍ତି ସେମାନେ ଉଚ୍ଚ ପଦ ପାଉଛନ୍ତି । ଅବିନାଶୀ ପିତାଙ୍କର ସନ୍ତାନ ହେଲେ ହିଁ ଅବିନାଶୀ ସମ୍ପତ୍ତିର ଅଧିକାରୀ ହୋଇପାରିବ । ଶିବବାବା ତ ହେଉଛନ୍ତି ଦାତା । ଏହି ଭଣ୍ଡାରା ତ ତାଙ୍କର । ଭକ୍ତିରେ ଭଗବାନଙ୍କ ଅର୍ଥେ ଯେଉଁମାନେ ଦାନ କରୁଛନ୍ତି ସେମାନଙ୍କୁ ପରବର୍ତ୍ତୀ ଜନ୍ମରେ ଅଳ୍ପ ସମୟ ପାଇଁ ସୁଖ ମିଳିଯାଉଛି । କିନ୍ତୁ ତାହା ହେଉଛି ପରୋକ୍ଷ ଏବଂ ଏହା ହେଉଛି ପ୍ରତ୍ୟକ୍ଷ । ଶିବବାବା ତୁମକୁ ୨୧ ଜନ୍ମ ପାଇଁ ଦେଉଛନ୍ତି । କାହା କାହା ବୁଦ୍ଧିରେ ଆସିଯାଏ ଯେ ମୁଁ ଶିବବାବାଙ୍କୁ ଦେଉଛି । ତେବେ ଏହା ତ ଯେପରି ବାବାଙ୍କର ଅପମାନ ହେଲା । ତେଣୁ ତୁମେମାନେ ଯାହା ବି ଦେଉଛ ତାହା ପୁଣି ଭବିଷ୍ୟତରେ ନେଉଛ । ଏହା ହେଉଛି ଶିବବାବାଙ୍କର ଭଣ୍ଡାର ତେଣୁ ସବୁ କାଳ କଣ୍ଟକ ଦୂର ହୋଇଯାଉଛି । ତୁମମାନଙ୍କର ବହୁତ ଖୁସି ରହିବା ଦରକାର । ଦୈବୀଗୁଣ ମଧ୍ୟ ଧାରଣ କରିବା ଦରକାର । ବାବା କେତେ ସ୍ନେହର ସହିତ ତୁମମାନଙ୍କୁ ସୁନ୍ଦରରୁ ସୁନ୍ଦର କରୁଛନ୍ତି । ବାବା ବହୁତ ସ୍ନେହରେ ବୁଝାଉଛନ୍ତି । ଯଦି ନିଜର କଲ୍ୟାଣ କରିବାକୁ ଚାହୁଁଛ ତେବେ ଦୈବୀଗୁଣ ବି ଧାରଣ କର ଏବଂ ଅନ୍ୟର ଅବଗୁଣକୁ ମଧ୍ୟ ଦେଖ ନାହିଁ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଅବିନାଶୀ ପିତାଙ୍କଠାରୁ ସର୍ଚ୍ଚଲାଇଟ୍ ଅର୍ଥାତ୍ ଶକ୍ତିଶାଳୀ କିରଣ ନେବାକୁ ହେଲେ ତାଙ୍କର ସହଯୋଗୀ ହେବାକୁ ପଡିବ । ମୁଖ୍ୟ ବ୍ୟାଟେରୀ ସହିତ ନିଜର ବ୍ୟାଟେରୀକୁ ସଂଯୋଗ କରିବାକୁ ହେବ । କୌଣସି ବି କଥାରେ ସମୟକୁ ନଷ୍ଟ କରିବା ଉଚିତ୍ ନୁହେଁ ।

(୨) ସଚ୍ଚା ରୋଜଗାର କରିବା ପାଇଁ ତଥା ଭାରତର ପ୍ରକୃତ ସେବା କରିବା ପାଇଁ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାକୁ ହେବ କାରଣ ଯୋଗ ଦ୍ୱାରା ହିଁ ବାୟୁମଣ୍ଡଳ ଶୁଦ୍ଧ ହୋଇଥାଏ । ଆତ୍ମା ସତ୍ତ୍ୱପ୍ରଧାନ ହୋଇଥାଏ, ଅପାର ଖୁସିର ଅନୁଭବ ହୋଇଥାଏ ଏବଂ କର୍ମେନ୍ଦ୍ରିୟଗୁଡିକ ଅଧୀନରେ ରହିଥା’ନ୍ତି ।

ବରଦାନ:-
ସ୍ୱ-ପରିବର୍ତ୍ତନ ଦ୍ୱାରା ବିଶ୍ୱ ପରିବର୍ତ୍ତନର କାର୍ଯ୍ୟରେ ମନ ପସନ୍ଦ ସଫଳତା ପ୍ରାପ୍ତ କରୁଥିବା ସିଦ୍ଧି ସ୍ୱରୂପ ଆତ୍ମା ଭବ ।

ତୁମେ ସମସ୍ତେ ନିଜର ସ୍ୱ-ପରିବର୍ତ୍ତନ ଦ୍ୱାରା ବିଶ୍ୱ-ପରିବର୍ତ୍ତନ କରିବାର ସେବାରେ ଲାଗି ରହିଛ । ସମସ୍ତଙ୍କର ମନ ଭିତରେ ଏହି ଉମଙ୍ଗ-ଉତ୍ସାହ ରହିଛି ଯେ ଏହି ବିଶ୍ୱକୁ ପରିବର୍ତ୍ତନ କରିବାକୁ ହିଁ ହେବ ଏବଂ ଏହି ନିଶ୍ଚୟ ମଧ୍ୟ ରହିଛି ଯେ ବିଶ୍ୱର ପରିବର୍ତ୍ତନ ନିଶ୍ଚିତ ହେବ । ତେବେ ଯେଉଁଠି ସାହସ ଅଛି ସେଠାରେ ଉମଙ୍ଗ-ଉତ୍ସାହ ମଧ୍ୟ ନିଶ୍ଚିତ ରହିଛି । ସ୍ୱ-ପରିବର୍ତ୍ତନ ଦ୍ୱାରା ହିଁ ବିଶ୍ୱ ପରିବର୍ତ୍ତନ କାର୍ଯ୍ୟରେ ମନ ପସନ୍ଦିଆ ସଫଳତା ପ୍ରାପ୍ତ ହୋଇଥାଏ । କିନ୍ତୁ ଏହିଭଳି ସଫଳତା ସେତେବେଳେ ପ୍ରାପ୍ତ ହୋଇଥାଏ ଯେତେବେଳେ ଏକା ସମୟରେ ନିଜର ମନୋବୃତ୍ତି, ବିଚାରର ତରଙ୍ଗ ଏବଂ ବାଣୀ ତିନୋଟିଯାକ ଶକ୍ତିଶାଳୀ ହୋଇଥାଏ ।

ସ୍ଲୋଗାନ:-
ଯେତେବେଳେ ତୁମର ବାଣୀରେ ସ୍ନେହ ଏବଂ ସଂଯମ ରହିବ ସେତେବେଳେ ହିଁ ବାଣୀର ଶକ୍ତି ଜମା ହେବ ।