03.05.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବଞ୍ଚି
ଥାଉ ଥାଉ ଏହି ଦୁଃଖଧାମକୁ ଛାଡପତ୍ର ଦେଇ ଦିଅ କାହିଁକି ନା ତୁମକୁ ସୁଖଧାମକୁ ଯିବାକୁ ହେବ ।”
ପ୍ରଶ୍ନ:-
ବାବା
ପିଲାମାନଙ୍କୁ କେଉଁ ଏକ ଛୋଟିଆ ପରିଶ୍ରମ କରିବା ପାଇଁ କହୁଛନ୍ତି?
ଉତ୍ତର:-
ବାବା କହୁଛନ୍ତି - ପିଲାମାନେ, କାମ ବିକାର ତୁମର ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର
। ମୁଁ ତୁମକୁ ଏହି ଛୋଟିଆ ପରିଶ୍ରମଟି କରିବା ପାଇଁ କହୁଛି । ତୁମକୁ ସଂପୂର୍ଣ୍ଣ ପବିତ୍ର ହେବାକୁ
ପଡିବ । ପତିତରୁ ପାବନ ଅର୍ଥାତ୍ ପାରସମଣି ସଦୃଶ ହେବାର ଅଛି । ପାରସମଣି ହେଉଥିବା ପିଲାମାନେ ପଥର
ହୋଇପାରିବେ ନାହିଁ । ତୁମେମାନେ ଏବେ ଯଦି ଫୁଲ ସମାନ ହୋଇଯିବ ତେବେ ବାବା ତୁମକୁ ନୟନରେ ବସାଇ
ସାଥୀରେ ନେଇଯିବେ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ଆତ୍ମିକ ପିଲାମାନଙ୍କୁ ବୁଝାଉଛନ୍ତି । ଏକଥା ପିଲାମାନେ ନିଶ୍ଚିତ ଭାବରେ ଜାଣିଛନ୍ତି ଯେ, ଆମେ
ବ୍ରାହ୍ମଣ ହୋଇଛୁ ପୁଣି ଦେବତା ହେବୁ, ଏହି କଥାରେ ପକ୍କା ନିଶ୍ଚୟ ହୋଇଯାଇଛି ନା । ଶିକ୍ଷକ
ଯାହାକୁ ପାଠ ପଢାଇଥା’ନ୍ତି ନିଶ୍ଚିତ ଭାବରେ ତାଙ୍କୁ ନିଜ ସମାନ କରି ଦେଇଥା’ନ୍ତି, ଏହା ତ
ନିଶ୍ଚୟର କଥା ଅଟେ । ସେହିପରି କଳ୍ପ କଳ୍ପ ବାବା ଆସି ବୁଝାଉଛନ୍ତି, ମୁଁ ନର୍କବାସୀମାନଙ୍କୁ
ସ୍ୱର୍ଗବାସୀ କରୁଛି । ତେବେ ସାରା ଦୁନିଆକୁ ସ୍ୱର୍ଗବାସୀ କେହି ତ କରୁଥିବେ ନା । ବାବା
ସ୍ୱର୍ଗବାସୀ କରୁଛନ୍ତି, ରାବଣ ନର୍କବାସୀ କରିଦେଉଛି । ବର୍ତ୍ତମାନ ରାବଣ ରାଜ୍ୟ ଚାଲିଛି,
ସତ୍ୟଯୁଗରେ ପୁଣି ରାମରାଜ୍ୟ ହେବ । ଯଦି ରାମରାଜ୍ୟର ସ୍ଥାପନକର୍ତ୍ତା ଅଛନ୍ତି ତେବେ ରାବଣ
ରାଜ୍ୟର ସ୍ଥାପନକର୍ତ୍ତା ମଧ୍ୟ ନିଶ୍ଚିତ ଥିବେ । ଭଗବାନଙ୍କୁ ହିଁ ରାମ କୁହାଯାଉଛି, ଭଗବାନ ନୂଆ
ଦୁନିଆ ସ୍ଥାପନ କରୁଛନ୍ତି । ଏହି ଜ୍ଞାନ ତ ବହୁତ ସହଜ, କୌଣସି ବଡ କଥା ନୁହେଁ କିନ୍ତୁ
ମନୁଷ୍ୟମାନେ ଏଭଳି ପଥରବୁଦ୍ଧି ହୋଇଯାଇଛନ୍ତି ଯେ, ପାରସବୁଦ୍ଧି ହେବା ଅସମ୍ଭବ ବୋଲି ଭାବୁଛନ୍ତି
। ନର୍କବାସୀରୁ ସ୍ୱର୍ଗବାସୀ ହେବା ପାଇଁ ବହୁତ ମେହନତ କରିବାକୁ ହେବ, କାହିଁକି ନା ମାୟାର ବହୁତ
ପ୍ରଭାବ ରହିଛି । କେତେ ବଡ-ବଡ ଘର (୫୦ ମହଲା, ୧୦୦ ମହଲାର) ତିଆରି କରୁଛନ୍ତି, ସ୍ୱର୍ଗରେ ଏତେ
ମହଲା ହେବ ନାହିଁ । ଏହିଠାରେ ହିଁ ତିଆରି କରୁଛନ୍ତି । ତୁମେମାନେ ଜାଣିଛ, ସତ୍ୟଯୁଗରେ ଏଭଳି ଘର
ହେବ ନାହିଁ, ଯେପରି ଏଠାରେ ତିଆରି କରୁଛନ୍ତି । ବାବା ସ୍ୱୟଂ ବୁଝାଉଛନ୍ତି ସାରା ବିଶ୍ୱରେ ଏତେ
କମ୍ ମନୁଷ୍ୟ ରହିବେ, ତେଣୁ ସେଠାରେ ଏତେ ମହଲା ତିଆରି କରିବାର ଆବଶ୍ୟକତା ହିଁ ନାହିଁ । ସେଠାରେ
ଅମାପ ଭୂସମ୍ପତ୍ତି ପଡି ଥିବ । ଏଠାରେ ଜାଗା ନାହିଁ, ତେଣୁ ଜାଗାର ଦାମ୍ କେତେ ବଢିଗଲାଣି ।
ସେଠାରେ ଜାଗା ପାଇଁ କୌଣସି ଦାମ ଦେବାକୁ ପଡିବ ନାହିଁ । ନାଁ ମ୍ୟୁନସିପାଲଟି ଟ୍ୟାକ୍ସ ଆଦି
ଦେବାକୁ ପଡିବ । ଯାହାର ଯେତେ ଜମି ଦରକାର ନେଇପାରିବେ । ବାବାଙ୍କର ଏହି ଜ୍ଞାନ ଦ୍ୱାରା ସେଠାରେ
ତୁମକୁ ସବୁ ସୁଖ ମିଳିଯିବ । ମନୁଷ୍ୟମାନେ ଯେଉଁ ୧୦୦ ମହଲା ଘର ତିଆରି କରୁଛନ୍ତି ସେଥିରେ ମଧ୍ୟ
ପଇସା ଆଦି ଖର୍ଚ୍ଚ ହୁଏ ନା । କିନ୍ତୁ ସତ୍ୟଯୁଗରେ କୌଣସି ପଇସା ଖର୍ଚ୍ଚ ହେବ ନାହିଁ, ଅସରନ୍ତି
ଧନ ରହିବ । ପଇସାକୁ କେହି ଖାତିରି କରିବେ ନାହିଁ, ଢେର ପଇସା ରହିବ ତେବେ ତାହା କ’ଣ କରିବେ ।
ସେଥିପାଇଁ ସୁନା, ହୀରା, ମୋତିର ମହଲ ଆଦି ତିଆରି କରୁଛନ୍ତି । ଏବେ ତୁମମାନଙ୍କୁ କେତେ ଜ୍ଞାନ
ମିଳୁଛି । ଏହା ବୁଦ୍ଧିମାନ ଏବଂ ବୁଦ୍ଧିହୀନର କଥା ଅଟେ । ସତ୍ତ୍ୱ ବୁଦ୍ଧି ଏବଂ ତମଃ ବୁଦ୍ଧି
ରହିଥା’ନ୍ତି ନା । ସତ୍ତ୍ୱପ୍ରଧାନ ସ୍ୱର୍ଗର ମାଲିକ ହୋଇଥା’ନ୍ତି । ତମଃଗୁଣୀ ବୁଦ୍ଧି ନର୍କର
ମାଲିକ ହୁଅନ୍ତି । ଏହା ତ ସ୍ୱର୍ଗ ନୁହେଁ, ଏହା ହେଲା ଘୋର ନର୍କର ଦୁନିଆ । ବହୁତ ଦୁଃଖୀ
ହୋଇଯାଇଛନ୍ତି ତେଣୁ ଭଗବାନଙ୍କୁ ଡାକୁଛନ୍ତି । ପୁଣି ତାଙ୍କୁ ଭୁଲିଯାଉଛନ୍ତି । ଏକତା ପାଇଁ କେତେ
ଚେଷ୍ଟା କରୁଛନ୍ତି, ସମ୍ମିଳନୀ ଆଦି କରୁଛନ୍ତି । କିନ୍ତୁ ତୁମେମାନେ ଜାଣିଛ - ଏମାନେ ପରସ୍ପର
ମିଶି ଏକ ହୋଇପାରିବେ ନାହିଁ । ବର୍ତ୍ତମାନ ସାରା ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଇଛି,
ପୁଣି ଥରେ ଏହା ନୂଆ ହେବ । ତୁମେ ଜାଣିଛ କଳିଯୁଗରୁ ସତ୍ୟଯୁଗ କିପରି ହେଉଛି । ଏହି ଜ୍ଞାନ ତୁମକୁ
ବାବା ବର୍ତ୍ତମାନ ହିଁ ବୁଝାଉଛନ୍ତି, ତୁମେ ସତ୍ୟଯୁଗ ନିବାସୀରୁ କଳିଯୁଗ ନିବାସୀ ହୋଇଛ ପୁଣି
ସଂଗମଯୁଗବାସୀ ହୋଇ ସତ୍ୟଯୁଗ ନିବାସୀ ହେବ । କହୁଛନ୍ତି ଏତେ ସବୁ ଆତ୍ମା କ’ଣ ସତ୍ୟଯୁଗକୁ ଯିବେ?
ନା, ଯିଏ ବାସ୍ତବିକ ସତ୍ୟନାରାୟଣଙ୍କର କଥା ଶୁଣିବେ ସିଏ ସ୍ୱର୍ଗକୁ ଯିବେ, ବାକି ସମସ୍ତେ
ଶାନ୍ତିଧାମକୁ ଚାଲିଯିବେ । ସେଠାରେ ଦୁଃଖଧାମ ତ ରହିବ ନାହିଁ । ତେଣୁ ଏହି ଦୁଃଖଧାମକୁ ବଞ୍ଚି
ଥାଉ ଥାଉ ଛାଡପତ୍ର ଦେଇ ଦେବା ଉଚିତ୍ । ବାବା ଉପାୟ ବତାଉଛନ୍ତି ଯେ, କିପରି ତୁମେମାନେ ଛାଡପତ୍ର
ଦେଇପାରିବ । ଏହି ସମଗ୍ର ସୃଷ୍ଟିରେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା, ଯାହାକୁ ପୁଣି ଥରେ
ସ୍ଥାପନ କରିବା ପାଇଁ ବାବା ଆସୁଛନ୍ତି । ଆମେ ସେହି ବାବାଙ୍କଠାରୁ ବିଶ୍ୱର ରାଜ୍ୟ ନେଉଛୁ ।
ଡ୍ରାମାର ଯୋଜନା ଅନୁଯାୟୀ ପରିବର୍ତ୍ତନ ନିଶ୍ଚିତ ହେବ । ଏହା ହେଉଛି ପୁରୁଣା ଦୁନିଆ, ଏହାକୁ
ସତ୍ୟଯୁଗ କିପରି କୁହାଯିବ? କିନ୍ତୁ ମନୁଷ୍ୟମାନେ ବିଲ୍କୁଲ୍ ବୁଝୁନାହାଁନ୍ତି ଯେ ସତ୍ୟଯୁଗ କହିଲେ
କ’ଣ । ବାବା ବୁଝାଇଛନ୍ତି ଏହି ଜ୍ଞାନ ପାଇଁ ସେହିମାନେ ହିଁ ଯୋଗ୍ୟ, ଯେଉଁମାନେ ବହୁତ ଭକ୍ତି
କରିଛନ୍ତି । ତେଣୁ ସେମାନଙ୍କୁ ହିଁ ବୁଝାଇବା ଦରକାର । ବାକି ଯେଉଁମାନେ ଏହି କୁଳର ହୋଇ ନ ଥିବେ,
ସେମାନେ ବୁଝିପାରିବେ ନାହିଁ । ତେଣୁ ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ଯଦି ଆମ କୁଳର ହୋଇ ନ
ଥିବେ ତେବେ କିଛି ବି ମାନିବେ ନାହିଁ । କହୁଛନ୍ତି ଆତ୍ମା କ’ଣ, ପରମାତ୍ମା କ’ଣ - ଏକଥା ମୁଁ
ବୁଝିବାକୁ ଚାହୁଁନାହିଁ । ତେଣୁ ଏଭଳି ଆତ୍ମାମାନଙ୍କ ପଛରେ ଅଯଥା ପରିଶ୍ରମ କରନାହିଁ । ବାବା
ବୁଝାଇଛନ୍ତି - ଉପରେ ଲେଖାଯାଇଛି ଭଗବାନୁବାଚ, ମୁଁ କଳ୍ପ-କଳ୍ପ ପୁରୁଷୋତ୍ତମ ସଂଗମଯୁଗରେ ଏବଂ
ସାଧାରଣ ମନୁଷ୍ୟ ଶରୀରରେ ଆସୁଛି, ଯିଏକି ନିଜର ଜନ୍ମକୁ ଜାଣିନାହାଁନ୍ତି, ମୁଁ ତାଙ୍କୁ ହିଁ କହୁଛି
। ପୂରା ୫ ହଜାର ବର୍ଷର ଅଭିନୟ କାହାର ରହିଛି, ସେ କଥା ମୁଁ କହୁଛି । ଶ୍ରୀକୃଷ୍ଣଙ୍କର ମହିମାର
ମଧ୍ୟ ଗାୟନ କରୁଛନ୍ତି ଯେ ଇଏ ସତ୍ୟଯୁଗର ପ୍ରଥମ ରାଜକୁମାର ଅଟନ୍ତି । ପୁଣି ୮୪ ଜନ୍ମ ପରେ କ’ଣ
ହେବେ? ପ୍ରଥମେ ଗରିବ । ଗରିବରୁ ରାଜକୁମାର । ପୁଣି ରାଜକୁମାରରୁ ଗରିବ ହେଉଛନ୍ତି ନା । ତୁମେ
ଜାଣିଛ ରାଜକୁମାରରୁ ଗରିବ କିପରି ହେଉଛନ୍ତି । ପୁଣି ବାବା ଆସି କଉଡିରୁ ହୀରାତୁଲ୍ୟ କରୁଛନ୍ତି ।
ଯିଏ ହୀରା ସମାନ ଥିଲେ ସିଏ ପୁଣି କଉଡି ସମାନ ହେଉଛନ୍ତି । ପୁନର୍ଜନ୍ମ ତ ନେଉଛନ୍ତି ନା ।
ସବୁଠାରୁ ଅଧିକ ଜନ୍ମ କିଏ ନେଉଛନ୍ତି, ଏକଥା ତୁମେମାନେ ଜାଣିଛ । ପ୍ରଥମେ-ପ୍ରଥମେ ତ
ଶ୍ରୀକୃଷ୍ଣଙ୍କୁ ହିଁ ମାନିବେ ନା । କାହିଁକି ନା ଏହା ତାଙ୍କର ହିଁ ରାଜଧାନୀ ଥିଲା । ସିଏ ବହୁତ
ଜନ୍ମ ମଧ୍ୟ ନେଇଥିବେ । ଏହା ବହୁତ ସହଜ କଥା । କିନ୍ତୁ ମନୁଷ୍ୟମାନେ ଏହି କଥା ପ୍ରତି ଧ୍ୟାନ ଦେଉ
ନାହାଁନ୍ତି । ବାବା ଯେତେବେଳେ ବୁଝାଇ ଦେଉଛନ୍ତି ସେତେବେଳେ ଆଶ୍ଚର୍ଯ୍ୟ ହେଉଛନ୍ତି । ବାବା ସଠିକ୍
କଥା ବତାଉଛନ୍ତି ଯିଏ ଫାଷ୍ଟ ସିଏ ଲାଷ୍ଟ ଅର୍ଥାତ୍ ପ୍ରଥମ ନମ୍ବରର ଆତ୍ମା ହିଁ ଶେଷ ନମ୍ବରକୁ
ଯାଉଛନ୍ତି । ପ୍ରଥମ ଜନ୍ମ ହୀରା ତୁଲ୍ୟ, ଅନ୍ତିମ ଜନ୍ମ କଉଡିତୁଲ୍ୟ ଅଟେ । ଏବେ ପୁଣି ଥରେ
ହୀରାତୁଲ୍ୟ, ପବିତ୍ର ହେବାକୁ ପଡିବ, ଏଥିରେ ଅସୁବିଧା କିଛି ନାହିଁ । ପାରଲୌକିକ ପିତା ଅଧ୍ୟାଦେଶ
ଜାରି କରିଛନ୍ତି - କାମ ବିକାର ମହାଶତ୍ରୁ ଅଟେ । ତୁମେ କିପରି ପତିତ ହୋଇଛ? ବିକାରଗ୍ରସ୍ତ ହେବା
ଦ୍ୱାରା ପତିତ ହୋଇଛ, ସେଥିପାଇଁ ଡାକୁଛ ମଧ୍ୟ ହେ ପତିତ-ପାବନ ଆସ, କାହିଁକି ନା ବାବା ତ
ସଦାସର୍ବଦା ପାରସବୁଦ୍ଧି ଅଟନ୍ତି, ସିଏ କେବେ ପଥରବୁଦ୍ଧି ହେଉନାହାଁନ୍ତି । ବାବାଙ୍କର ଏବଂ
ପ୍ରଥମ ନମ୍ବରରେ ଜନ୍ମ ନେଉଥିବା ଆତ୍ମାଙ୍କର ସଂଯୋଗ ହୋଇଛି । ଦେବତାମାନେ ତ ବହୁତ ଅଛନ୍ତି କିନ୍ତୁ
ମନୁଷ୍ୟମାନେ କିଛି ବି ବୁଝୁନାହାଁନ୍ତି ।
ଖ୍ରୀଷ୍ଟିୟାନମାନେ
କହୁଛନ୍ତି ଖ୍ରୀଷ୍ଟଙ୍କର ଆସିବାର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ସେମାନେ ଶେଷ
ସମୟରେ ଆସୁଛନ୍ତି ତେଣୁ ତାଙ୍କ ପାଖରେ ଶକ୍ତି ଅଛି । ତାଙ୍କଠାରୁ ହିଁ ସମସ୍ତେ ଶିଖିବା ପାଇଁ
ଯାଉଛନ୍ତି କାହିଁକି ନା ତାଙ୍କର ବୁଦ୍ଧି ସତେଜ ଅଛି । ତାଙ୍କର ମଧ୍ୟ ବୃଦ୍ଧି ହେଉଛି । ସେମାନେ
ମଧ୍ୟ ସତ୍ତ୍ୱ, ରଜ, ତମଃରେ ଆସୁଛନ୍ତି ନା । ତୁମେ ଜାଣିଛ ସବୁ କିଛି ବିଦେଶରୁ ହିଁ ଶିଖୁଛନ୍ତି ।
ଏ କଥା ମଧ୍ୟ ତୁମେ ଜାଣିଛ ଯେ, ସତ୍ୟଯୁଗରେ ମହଲ ଆଦି ଗଢିବାରେ ସମୟ ଲାଗିବ ନାହିଁ । ଯଦି ଜଣଙ୍କର
ବୁଦ୍ଧିରେ ଆସିଗଲା ପୁଣି ତାହା ସମସ୍ତଙ୍କ ପାଖକୁ ପ୍ରସାରିତ ହୋଇଥାଏ । ତେଣୁ ଗୋଟିଏ ତିଆରି କରି
ପୁଣି ଢେର ତିଆରି କରିଥା’ନ୍ତି । ସେମାନଙ୍କର ବୁଦ୍ଧିରେ ଆସିଯାଇଥାଏ ନା । ବୈଜ୍ଞାନିକମାନଙ୍କର
ବୁଦ୍ଧି ତୁମ ପାଖକୁ ଆସିବା ଦ୍ୱାରା ଆହୁରି ଶ୍ରେଷ୍ଠ ହୋଇଯାଇଥାଏ । ତୁରନ୍ତ ମହଲ ଆଦି ସବୁ
ନିର୍ମାଣ କରିଦିଅନ୍ତି । ଏଠାରେ ଘର ବା ମନ୍ଦିର ତିଆରି କରିବାରେ ୧୨ ମାସ ଲାଗିଯାଉଛି । ସେଠାରେ
ତ ଇଞ୍ଜିନିୟର ଆଦି ସବୁ ହୁସିଆର ହୋଇଥା’ନ୍ତି । ତାହା ହେଲା ସୁବର୍ଣ୍ଣ ଯୁଗ । ପଥର ଆଦି ତ ସେଠାରେ
ରହିବ ନାହିଁ । ଏବେ ତୁମେ ବସିଛ ଚିନ୍ତନ କରୁଥିବ, ଆମେ ଏହି ପୁରୁଣା ଶରୀର ଛାଡି ଘରକୁ ଯିବୁ,
ସେଠାରୁ ପୁଣି ସତ୍ୟଯୁଗରେ ଯୋଗବଳ ଦ୍ୱାରା ଜନ୍ମ ନେବୁ । କିନ୍ତୁ ପିଲାମାନଙ୍କର ଖୁସି କାହିଁକି
ରହୁନାହିଁ, ଚିନ୍ତନ କାହିଁକି ଚାଲୁନାହିଁ । ଯେଉଁମାନେ ସେବାଧାରୀ ସନ୍ତାନ ସେମାନଙ୍କର ଚିନ୍ତନ
ଚାଲିବ । ଯେପରି ବାରିଷ୍ଟରି ପାସ୍ କଲେ ବୁଦ୍ଧିରେ ଆସିଥାଏ ନା - ମୁଁ ଏହିପରି କରିବି, ସେପରି
କରିବି । ସେହିପରି ତୁମେମାନେ ମଧ୍ୟ ଜାଣିଛ ଆମେ ଏହି ଶରୀର ଛାଡି ପୁଣି ଏହିପରି ହେବୁ । ଯୋଗବଳ
ଦ୍ୱାରା ତୁମର ଆୟୁ ବୃଦ୍ଧି ହେବ । ବର୍ତ୍ତମାନ ତ ତୁମେ ଅବିନାଶୀ ବାବାଙ୍କର ସନ୍ତାନ ହୋଇଛ, ଏହି
ପଦ ବହୁତ ଉଚ୍ଚ ଅଟେ । ତୁମେ ଈଶ୍ୱରୀୟ ପରିବାରର ଅଟ, ତୁମର ଆଉ କୌଣସି ସମ୍ବନ୍ଧ ନାହିଁ । ବାବା
ଭାଇ-ଭଉଣୀଙ୍କ ସମ୍ପର୍କଠାରୁ ମଧ୍ୟ ଉର୍ଦ୍ଧ୍ୱକୁ ନେଇ ଯାଉଛନ୍ତି । ଭାଇ-ଭାଇ ବୋଲି ଭାବ, ଏହାକୁ
ବହୁତ ଅଭ୍ୟାସ କରିବାକୁ ହେବ । ଭାଇର ନିବାସ ସ୍ଥାନ କେଉଁଠି? ଏହି ସିଂହାସନରେ ଅକାଳ ଆତ୍ମା
ରହିଥାଏ । ସବୁ ଆତ୍ମାମାନଙ୍କର ଏହି ଭ୍ରୃକୁଟୀ ସିଂହାସନ ଜରାଜୀର୍ଣ୍ଣ ହୋଇଗଲାଣି, ସବୁଠାରୁ ଅଧିକ
ତୁମର ସିଂହାସନ ଜରାଜୀର୍ଣ୍ଣ ହୋଇଯାଇଛି । ଆତ୍ମା ଏହି ସିଂହାସନ ଉପରେ ବିରାଜମାନ ହୋଇଥାଏ ।
ଭ୍ରୃକୁଟୀ ମଧ୍ୟ ଭାଗରେ କ’ଣ ଅଛି? ଏହା ବୁଦ୍ଧିରେ ବୁଝିବାର କଥା । ଆତ୍ମା ବିଲ୍କୁଲ୍ ସୂକ୍ଷ୍ମ
ତାରକା ସମାନ ଅଟେ । ବାବା ମଧ୍ୟ କହୁଛନ୍ତି ମୁଁ ମଧ୍ୟ ବିନ୍ଦୁ ଅଟେ । ମୁଁ କ’ଣ ତୁମଠାରୁ ଆକାରରେ
ବଡ କି! ତୁମେ ଜାଣିଛ ଆମେ ସମସ୍ତେ ଶିବବାବାଙ୍କର ସନ୍ତାନ । ଏବେ ଆମକୁ ବାବାଙ୍କଠାରୁ ସମ୍ପତ୍ତି
ନେବାର ଅଛି, ସେଥିପାଇଁ ନିଜକୁ ଆତ୍ମା ଭାଇ-ଭାଇ ଭାବିବାକୁ ହେବ । ବାବା ତୁମକୁ ସମ୍ମୁଖରେ ପାଠ
ପଢାଉଛନ୍ତି । ଆଗକୁ ଆହୁରି ଆକର୍ଷଣ ବଢି ଚାଲିବ । ଏହି ବିଘ୍ନ ମଧ୍ୟ ଡ୍ରାମା ଅନୁସାରେ ପଡି
ଚାଲିବ ।
ଏବେ ବାବା କହୁଛନ୍ତି -
ତୁମକୁ ପତିତ ହେବାର ନାହିଁ, ଏହି ଅଧ୍ୟାଦେଶ ଜାରି କରାଯାଇଛି । ଏବେ ତ ଆହୁରି ତମଃପ୍ରଧାନ
ହୋଇଯାଇଛନ୍ତି । ବିକାର ବିନା ରହିପାରୁ ନାହାଁନ୍ତି । ଯେପରି ସରକାର କହୁଛନ୍ତି ମଦ ପିଅ ନାହିଁ
କିନ୍ତୁ ଏମାନେ ମଦ ବିନା ରହିପାରୁନାହାଁନ୍ତି ପୁଣି ସେହିମାନଙ୍କୁ ହିଁ ମଦ ପିଆଇ ନିର୍ଦ୍ଦେଶ
ଦେଉଛନ୍ତି ଅମୁକ ଜାଗାରେ ଆତ୍ମଘାତୀ ବୋମା ପକାଅ । ତେବେ ଏହାଦ୍ୱାରା କେତେ କ୍ଷତି ହେଉଛି । ତୁମେ
ଏଠାରେ ବସି-ବସି ବିଶ୍ୱର ମାଲିକ ହେଉଛ । ସେମାନେ ପୁଣି ସେଠାରେ ବସି-ବସି ବୋମା ପକାଉଛନ୍ତି -
ସାରା ବିଶ୍ୱର ବିନାଶ ପାଇଁ । କିଭଳି କୌତୁକିଆ ଖେଳ ତିଆରି ହୋଇଛି । ତୁମେ ଏଠାରେ ବସି-ବସି
ବାବାଙ୍କୁ ୟାଦ କରି ବିଶ୍ୱର ମାଲିକ ହୋଇଯାଉଛ । ଯେପରି ବି ହେଉ ବାବାଙ୍କୁ ନିଶ୍ଚିତ ଭାବରେ ୟାଦ
କରିବାକୁ ହେବ, ଏଥିରେ ହଠଯୋଗ ଅଥବା ଆସନ ଆଦି କରିବାର କୌଣସି କଥା ନାହିଁ । ବାବା ତୁମକୁ କୌଣସି
ପ୍ରକାରର କଷ୍ଟ ଦେଉ ନାହାଁନ୍ତି । ଯେପରିକି କେବଳ ଏତିକି ୟାଦ କର ଯେ ଆମେ ବାବାଙ୍କର ସବୁଠାରୁ
ପ୍ରିୟ ସନ୍ତାନ ଅଟୁ । ଅତି ସହଜରେ ଲହୁଣୀରୁ କେଶ ବାହାରିଯିବା ଭଳି ତୁମକୁ ରାଜତ୍ୱ ମଧ୍ୟ ବହୁତ
ସହଜରେ ମିଳିଯାଉଛି । ସେଥିପାଇଁ ଗାୟନ ମଧ୍ୟ ରହିଛି ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳୁଛି ।
ଯେଉଁଠାରେ ବି ବସ, ଚାଲ-ବୁଲ କିନ୍ତୁ ବାବାଙ୍କୁ ମନେ ପକାଅ । ପବିତ୍ର ହେବା ବିନା ଘରକୁ କିପରି
ଯିବ? ଯଦି ଯୋଗବଳ ଦ୍ୱାରା ପବିତ୍ର ନ ହେବ ତେବେ ଦଣ୍ଡ ଭୋଗ କରିବାକୁ ପଡିବ । ଯେତେବେଳେ
ଧର୍ମରାଜଙ୍କ ପାଖକୁ ଯିବ ସେତେବେଳେ ସମସ୍ତଙ୍କର ହିସାବ-କିତାବ ଚୁକ୍ତ ହେବ । ଯେତେ ପବିତ୍ର ହେବ
ସେତେ ଉଚ୍ଚପଦ ପାଇବ । ଅପବିତ୍ରତା ରହିଗଲେ କମ ପଦ ପାଇବ । ତେଣୁ ଯେତେ ବାବାଙ୍କୁ ମନେ ପକାଇବ,
ସେତେ ପାପ କଟିବ । ଏଥିରେ ଖର୍ଚ୍ଚ ଆଦିର କୌଣସି କଥା ନାହିଁ । ଘରେ ରହି ମଧ୍ୟ ବାବାଙ୍କଠାରୁ
ମନ୍ତ୍ର ନିଅ । ମନମନାଭବ ହେଉଛି ମାୟାକୁ ବଶ କରିବାର ମନ୍ତ୍ର । ଏହି ମନ୍ତ୍ର ମିଳିଗଲା ପରେ ତୁମେ
ଘରକୁ ଯାଇ ଅଭ୍ୟାସ କରିପାରିବ । ମୁଖ ଦ୍ୱାରା କିଛି ବି କୁହ ନାହିଁ । ଅଲଫ ଏବଂ ବେ, ସତ୍ୟଯୁଗୀ
ରାଜତ୍ୱକୁ ମନେ ପକାଅ । ତୁମେମାନେ ଜାଣିଛ ବାବାଙ୍କୁ ୟାଦ କରିବା ଦ୍ୱାରା ଆମେ ସତ୍ତ୍ୱପ୍ରଧାନ
ହୋଇଯିବୁ ଏବଂ ଆମର ପାପ କଟିଯିବ । ବାବା ନିଜର ଅନୁଭବ ମଧ୍ୟ ଶୁଣାଉଛନ୍ତି - ଭୋଜନ କରିବା ପାଇଁ
ବସୁଛି, ଆଚ୍ଛା ବାବାଙ୍କୁ ମନେ ପକାଇ ଖାଇବି, ପୁଣି ତୁରନ୍ତ ଭୁଲିଯାଉଛି, କାହିଁକି ନା ଗାୟନ
ରହିଛି ଯାହାର ମଥାରେ ମାମଲା.... କେତେ ଖିଆଲ ରଖିବାକୁ ପଡୁଛି - ଅମୁକର ଆତ୍ମା ବହୁତ ସେବା କରୁଛି
। ତାଙ୍କୁ ମନେ ପକାଇବାକୁ ହେବ । ବାବା ସେବାଧାରୀ ସନ୍ତାନମାନଙ୍କୁ ବହୁତ ସ୍ନେହ କରୁଛନ୍ତି ।
ତୁମକୁ ମଧ୍ୟ କହୁଛନ୍ତି ଏହି ଶରୀରରେ ବିରାଜମାନ ଥିବା ଆତ୍ମାକୁ ମନେ ପକାଅ । ଏଠାକୁ ତୁମେ
ଶିବବାବାଙ୍କ ପାଖକୁ ଆସୁଛ । ବାବା ସେଠାରୁ ତଳକୁ ଆସିଛନ୍ତି, ତୁମେ ମଧ୍ୟ ସମସ୍ତଙ୍କୁ କହୁଛ -
ଭଗବାନ ଆସିଛନ୍ତି । କିନ୍ତୁ କିଛି ବୁଝୁନାହାଁନ୍ତି । ତେଣୁ ସେମାନଙ୍କୁ ଯୁକ୍ତିର ସହିତ କହିବାକୁ
ହେବ । ହଦ ଏବଂ ବେହଦର ଦୁଇଜଣ ପିତା ଅଛନ୍ତି । ବର୍ତ୍ତମାନ ଅବିନାଶୀ ବାବା ରାଜତ୍ୱ ଦେଉଛନ୍ତି ।
ପୁରୁଣା ଦୁନିଆର ବିନାଶ ମଧ୍ୟ ସମ୍ମୁଖରେ ରହିଛି । ବର୍ତ୍ତମାନ ଗୋଟିଏ ଧର୍ମର ସ୍ଥାପନା ଏବଂ ଅନେକ
ଧର୍ମର ବିନାଶ ହେଉଛି । ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ପାପ ଭସ୍ମ ହୋଇଯିବ । ଏହା
ହେଲା ଯୋଗ ଅଗ୍ନି, ଯାହାଦ୍ୱାରା ତୁମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ଏହି ଉପାୟ ବାବା
ହିଁ ବତାଉଛନ୍ତି । ତୁମେମାନେ ଜାଣିଛ, ବାବା ସମସ୍ତଙ୍କୁ ଫୁଲ ସମାନ କରି ନୟନରେ ବସାଇ ଘରକୁ
ନେଇଯିବେ । କେଉଁ ନୟନ? ଜ୍ଞାନର ନୟନ । ବାବା ଆତ୍ମାମାନଙ୍କୁ ହିଁ ନେଇଯାଉଛନ୍ତି । ତୁମେମାନେ
ମଧ୍ୟ ଜାଣିଛ ଯେ, ଆମକୁ ନିଶ୍ଚିତ ଭାବରେ ଯିବାକୁ ହେବ, ତା’ ପୂର୍ବରୁ ଆମେ କାହିଁକି ବାବାଙ୍କଠାରୁ
ସମ୍ପତ୍ତି ନ ନେବୁ! ଏହି ରୋଜଗାର ମଧ୍ୟ ବହୁତ ଶ୍ରେଷ୍ଠ । ବାବାଙ୍କୁ ଭୁଲିବା ଦ୍ୱାରା ବହୁତ କ୍ଷତି
ମଧ୍ୟ ହେଉଛି । ତେଣୁ ତୁମେ ପକ୍କା ବ୍ୟାପାରୀ ହୁଅ । ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ଆତ୍ମା
ପବିତ୍ର ହେବ, ପୁଣି ତୁମେ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେବ । ସେଥିପାଇଁ ବାବା କହୁଛନ୍ତି -
ମିଠା ମିଠା ପିଲାମାନେ, ଦେହୀ-ଅଭିମାନୀ ହୁଅ । ଏହି ଅଭ୍ୟାସକୁ ପକ୍କା କରିବାକୁ ହେବ । ନିଜକୁ
ଆତ୍ମା ମନେ କରି ବାବାଙ୍କଠାରୁ ଶିକ୍ଷା ଗ୍ରହଣ କଲେ ତୁମର ନୌକା ପାରି ହୋଇଯିବ, ତୁମେ ଶିବାଳୟକୁ
ଚାଲିଯିବ । ଚନ୍ଦ୍ରକାନ୍ତ ବେଦାନ୍ତରେ ମଧ୍ୟ ଏହି କଥା ରହିଛି । ବୋଟ୍ କିପରି ଚାଲିଲା, ମଝିରେ
ଓହ୍ଲାଇଲେ, କୌଣସି ଜିନିଷରେ ମନ ଲାଗିଗଲା, ପୁଣି ବୋଟ ଚାଲିଗଲା । ଏହି ଭକ୍ତିମାର୍ଗର ଶାସ୍ତ୍ର
ପୁଣି ଥରେ ହେବ, ତୁମେମାନେ ପୁଣି ପଢିବ । ପୁଣି ଯେତେବେଳେ ବାବା ଆସିବେ, ଏ ସବୁ ଛାଡିଦେବ । ବାବା
ସମସ୍ତଙ୍କୁ ନେଇଯିବା ପାଇଁ ଆସୁଛନ୍ତି । ଭାରତର ଉଦ୍ଥାନ ଏବଂ ପତନ କିପରି ହେଉଛି, କେତେ ସ୍ପଷ୍ଟ
ଭାବରେ ବୁଝାଉଛନ୍ତି । ଏହି ବ୍ରହ୍ମା ଶ୍ୟାମଳରୁ ଗୋରା ହେଉଛନ୍ତି । ବ୍ରହ୍ମାରୁ ବିଷ୍ଣୁ ପୁଣି
ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି । ଜଣେ ତ ହେଉ ନାହାଁନ୍ତି ନା । ତେଣୁ ଏ ସବୁ କଥା ବୁଝାଇବାକୁ
ହେବ । କୃଷ୍ଣଙ୍କୁ ଶ୍ୟାମସୁନ୍ଦର କାହିଁକି କୁହାଯାଉଛି ବୁଝାଇବା ଦରକାର । ସ୍ୱର୍ଗକୁ ଯାଉଛନ୍ତି
ନର୍କକୁ ଲାତ ମାରୁଛନ୍ତି । ଏକଥା ଚିତ୍ରରେ ସ୍ପଷ୍ଟ ଭାବରେ ରହିଛି ନା । ବାବା ତୁମମାନଙ୍କର
ରାଜତ୍ୱର ଚିତ୍ର ମଧ୍ୟ ତିଆରି କରାଇଥିଲେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କର
ଏହି ଶ୍ରେଷ୍ଠ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଆମେ ଆତ୍ମା ଭାଇ-ଭାଇ ଅଟୁ, ଭ୍ରୃକୁଟୀ ମଧ୍ୟରେ
ଆମର ନିବାସ ଅଟେ, ଆମେ ବେହଦ ବାବାଙ୍କର ସନ୍ତାନ, ଆମର ଏହା ଈଶ୍ୱରୀୟ ପରିବାର - ଏହି ସ୍ମୃତିରେ
ରହିବାକୁ ହେବ । ଦେହୀ-ଅଭିମାନୀ ହେବାର ଅଭ୍ୟାସ କରିବାକୁ ହେବ ।
(୨) ଧର୍ମରାଜଙ୍କର
ଦଣ୍ଡରୁ ମୁକ୍ତ ହେବା ପାଇଁ ନିଜର ସବୁ ହିସାବ-କିତାବକୁ ଚୁକ୍ତ କରିବାକୁ ହେବ । ମାୟାକୁ ବଶ
କରିବାର ଯେଉଁ ମନ୍ତ୍ର ମିଳିଛି, ତାହାକୁ ମନେ ରଖି ସତ୍ତ୍ୱପ୍ରଧାନ ହେବାକୁ ପଡିବ ।
ବରଦାନ:-
ବିନ୍ଦୁ
ସ୍ୱରୂପରେ ସ୍ଥିତ ରହି ଅନ୍ୟମାନଙ୍କୁ ମଧ୍ୟ ଡ୍ରାମା ବିନ୍ଦୁର ସ୍ମୃତି ଦେଉଥିବା ବିଘ୍ନ-ବିନାଶକ
ଭବ ।
ଯେଉଁ ପିଲାମାନେ କୌଣସି
କଥାରେ ପ୍ରଶ୍ନବାଚକ ଚିହ୍ନ ଲଗାନ୍ତି ନାହିଁ, ସର୍ବଦା ନିଜେ ବିନ୍ଦୁ ସ୍ୱରୂପରେ ସ୍ଥିତ ରହି ସବୁ
କାର୍ଯ୍ୟରେ ଅନ୍ୟମାନଙ୍କୁ ମଧ୍ୟ ସମର୍ଥ କରି ସଫଳତାର ଲକ୍ଷ୍ୟ ନିକଟକୁ ନେଇ ଆସନ୍ତି । ସେମାନେ
କୌଣସି ଅଳ୍ପକାଳର ବିନାଶୀ ସଫଳତାକୁ ଦେଖି ଖୁସି ହୋଇଯାଆନ୍ତି ନାହିଁ ବରଂ ସେମାନେ ବେହଦର ସଫଳତା
ମୂରତ ହୋଇଥାଆନ୍ତି । ସର୍ବଦା ଏକାଭଳି ସ୍ଥିତିରେ ସ୍ଥିତ ହୋଇ ରହିଥାଆନ୍ତି । ସେମାନେ ନିଜର
ସଫଳତାର ସ୍ୱ-ସ୍ଥିତିରେ ସ୍ଥିତ ରହି ଅସଫଳତାକୁ ମଧ୍ୟ ସଫଳତାରେ ପରିବର୍ତ୍ତନ କରିଦିଅନ୍ତି ।
ସ୍ଲୋଗାନ:-
ଯଦି ସର୍ବଦା
ଆଶୀର୍ବାଦ ଦେଉଥିବ ଏବଂ ନେଉଥିବ ତେବେ ବହୁତ ଶୀଘ୍ର ମାୟାଜୀତ ହୋଇଯିବ ।