04.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଘର ଗୃହସ୍ଥରେ ରହି ପାରଲୌକିକ ପିତାଙ୍କଠାରୁ ଯଦି ପୁରା ସମ୍ପତ୍ତି ନେବାକୁ ଚାହୁଁଛ ତେବେ ନିଜର ସବୁକିଛି ବଦଳ କରିଦିଅ, ଏହା ବହୁତ ବଡ ବ୍ୟବସାୟ ଅଟେ ।”

ପ୍ରଶ୍ନ:-
ଡ୍ରାମାର ଜ୍ଞାନ କେଉଁ କଥାରେ ତୁମମାନଙ୍କୁ ବହୁତ ସାହାଯ୍ୟ କରିଥାଏ ।

ଉତ୍ତର:-
ଯେତେବେଳେ ଶରୀରରେ କୌଣସି ରୋଗ ଦେଖାଦିଏ ସେତେବେଳେ ଡ୍ରାମାର ଜ୍ଞାନ ବହୁତ ସାହାଯ୍ୟ କରିଥାଏ, କାରଣ ତୁମେମାନେ ଜାଣିଛ ଏହି ଡ୍ରାମାର ଅବିକଳ ପୁନରାବୃତ୍ତି ହେଉଛି । ଏଥିରେ କାନ୍ଦିବା ବା ମୁଣ୍ଡ ପିଟିବାର କୌଣସି କଥା ନାହିଁ, କାହିଁକି ନା କର୍ମର ହିସାବ-କିତାବ ସୁନିଶ୍ଚିତ ଚୁକ୍ତ ହେବ । ୨୧ ଜନ୍ମର ସୁଖ ତୁଳନାରେ ଏହି ଦୁଃଖ କିଛି ବି ନୁହେଁ । ଯଦି ସମ୍ପୂର୍ଣ୍ଣ ଜ୍ଞାନ ନ ଥିବ ତେବେ କଷ୍ଟରେ ଛଟପଟ ହେବ ।

ଓମ୍ ଶାନ୍ତି ।
ଭଗବାନୁବାଚ । ଭଗବାନ ତାଙ୍କୁ କୁହାଯିବ ଯାହାଙ୍କର ନିଜର ଶରୀର ନାହିଁ । ଏପରି ନୁହେଁ ଯେ ଭଗବାନଙ୍କର ନାମ, ରୂପ, ଦେଶ, କାଳ ନାହିଁ । ନା । ଭଗବାନଙ୍କର ଶରୀର ନାହିଁ । ବାକି ସମସ୍ତ ଆତ୍ମାମାନଙ୍କର ନିଜ ନିଜର ଶରୀର ଅଛି । ଏବେ ବାବା କହୁଛନ୍ତି ମିଠା ମିଠା ଆତ୍ମିକ ସନ୍ତାନମାନେ, ତୁମେମାନେ ନିଜକୁ ଆତ୍ମା ମନେ କରି ଏଠାରେ ବସ । ଏମିତି ବି ଆତ୍ମା ହିଁ ଏହି କାନ ଦ୍ୱାରା ଶୁଣିଥାଏ, ଆତ୍ମା ହିଁ ଏହି ଶରୀରର ଆଧାର ନେଇ ଅଭିନୟ କରିଥାଏ, ଶରୀର ଦ୍ୱାରା କର୍ମ କରିଥାଏ, ଆତ୍ମା ହିଁ ସଂସ୍କାର ନେଇଯାଇଥାଏ । ଭଲ କିମ୍ବା ମନ୍ଦ କର୍ମର ଫଳ ମଧ୍ୟ ଆତ୍ମା ହିଁ ଶରୀର ମାଧ୍ୟମରେ ଭୋଗ କରିଥାଏ । ଶରୀର ବ୍ୟତୀତ ଆତ୍ମା ଦଣ୍ଡ ଭୋଗ କରିପାରିବ ନାହିଁ । ସେଥିପାଇଁ ବାବା କହୁଛନ୍ତି, ନିଜକୁ ଆତ୍ମା ମନେ କର । ବାବା ଆମମାନଙ୍କୁ ଶୁଣାଉଛନ୍ତି । ଆମେ ଆତ୍ମା ଶରୀର ଦ୍ୱାରା ଶୁଣୁଛୁ । ଭଗବାନଉବାଚ, ମନମନାଭବ । ଦେହ ସହିତ ଦେହର ସବୁ ଧର୍ମକୁ ତ୍ୟାଗ କରି ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ । ଏହି କଥା ଏକମାତ୍ର ବାବା ହିଁ କହୁଛନ୍ତି, ଯିଏକି ଗୀତାର ଭଗବାନ ଅଟନ୍ତି । ଭଗବାନ ଅର୍ଥାତ୍ ଯିଏ ଜନ୍ମମରଣ ରହିତ । ବାବା ବୁଝାଉଛନ୍ତି - ମୋର ଜନ୍ମ ହେଉଛି ଅଲୌକିକ । ଯେପରି ମୁଁ ଏହାଙ୍କ ଶରୀରରେ ପ୍ରବେଶ କରୁଛି । ଅନ୍ୟ କେହି ବି ମୋ ପରି ଜନ୍ମ ନେଇ ନ ଥା’ନ୍ତି । ଏହି କଥାକୁ ଭଲ ଭାବରେ ମନେ ରଖିବା ଉଚିତ୍ । ଏପରି ନୁହେଁ କି ସବୁକିଛି ଭଗବାନ ହିଁ କରୁଛନ୍ତି, ଭଗବାନ ପୂଜ୍ୟରୁ ପୂଜାରୀ କରୁଛନ୍ତି, ଗୋଡି-ପଥରରେ ମଧ୍ୟ ଭଗବାନ ଅଛନ୍ତି । ୨୪ ଅବତାର, କଇଁଛ ଅବତାର, ମତ୍ସ୍ୟ ଅବତାର, ପର୍ଶୁରାମ ଅବତାର ମଧ୍ୟ ଦେଖାଇଛନ୍ତି । ତୁମେମାନେ ଏବେ ବୁଝିପାରୁଛ ଯେ, ଭଗବାନ କ’ଣ ପର୍ଶୁରାମ ଅବତାର ନେବେ ଏବଂ କୁରାଢି ନେଇ ହିଂସା କରିବେ! ଏ କଥା ସମ୍ପୂର୍ଣ୍ଣ ମିଥ୍ୟା । ଯେପରି ପରମାତ୍ମାଙ୍କୁ ସର୍ବବ୍ୟାପୀ କହିଦେଇଛନ୍ତି, ସେହିପରି କଳ୍ପର ଆୟୁଷ ମଧ୍ୟ ଲକ୍ଷ ଲକ୍ଷ ବର୍ଷ ବୋଲି ଲେଖି ଦେଇଛନ୍ତି, ଏହାକୁ ହିଁ କୁହାଯାଉଛି ଘୋର ଅନ୍ଧକାର ଅର୍ଥାତ୍ ଅଜ୍ଞାନ । ଜ୍ଞାନ ଦ୍ୱାରା ଦିନ ହୋଇଥାଏ । ଏବେ ଅଜ୍ଞାନତା ରୂପି ଘୋର ଅନ୍ଧକାର ରହିଛି । ଏବେ ତୁମେମାନେ ସଂପୂର୍ଣ୍ଣ ଦିବାଲୋକରେ ଅଛ । ତୁମେମାନେ ଏହିସବୁ କଥାକୁ ଭଲ ଭାବରେ ଜାଣିଛ । ଯେଉଁମାନେ ଜାଣିନାହାଁନ୍ତି ସେମାନେ ପୂଜା ଇତ୍ୟାଦି କରିବାରେ ଲାଗିଛନ୍ତି । ତୁମେମାନେ ଏବେ ସବୁ କିଛି ଜାଣିଯାଇଛ ସେଥିପାଇଁ ପୂଜା କରିବାର ଆବଶ୍ୟକତା ନାହିଁ । ତୁମେ ଏବେ ପୂଜାରୀପଣିଆରୁ ମୁକ୍ତ ହୋଇଯାଇଛ । ଏବେ ପୂଜ୍ୟ ଦେବୀ ଦେବତା ହେବା ପାଇଁ ପୁରୁଷାର୍ଥ କରୁଛ । ତୁମେ ହିଁ ପୂଜ୍ୟ ଦେବୀ-ଦେବତା ଥିଲ ଏବେ ପୂଜାରୀ ମନୁଷ୍ୟ ହୋଇଯାଇଛ । ମନୁଷ୍ୟମାନଙ୍କ ଭିତରେ ଆସୁରୀ ଅବଗୁଣ ରହିଛି, ସେଥିପାଇଁ ଗାୟନ ରହିଛି - ମନୁଷ୍ୟମାନଙ୍କୁ ଦେବତା କରିବା ପାଇଁ ସମୟ ଲାଗୁନାହିଁ... ଗୋଟିଏ ସେକେଣ୍ଡରେ ଦେବତା କରିଦେଉଛନ୍ତି । ବାବାଙ୍କର ପରିଚୟ ମିଳିଗଲା ଏବଂ ତୁମେ ଶିବବାବା, ଶିବବାବା କହିବାରେ ଲାଗିଗଲ । ଶିବବାବା କହିବା ମାତ୍ରକେ ଆତ୍ମାକୁ ଅନୁଭବ ହୋଇଥାଏ ଯେ ମୁଁ ବିଶ୍ୱର ମାଲିକ ହେଉଛି, ସ୍ୱର୍ଗର ମାଲିକ ହେଉଛି । ସିଏ ହେଉଛନ୍ତି ବେହଦର ପିତା । ଏବେ ତୁମେ ତୁରନ୍ତ ଏଠାକୁ ଆସି ପାରଲୌକିକ ପିତାଙ୍କର ସନ୍ତାନ ହୋଇଛ । ବାବା କହୁଛନ୍ତି - ତୁମେ ଘର ଗୃହସ୍ଥରେ ରହି ମଧ୍ୟ ପାରଲୌକିକ ପିତାଙ୍କଠାରୁ ସମ୍ପତ୍ତି ନେଇପାରିବ । ଲୌକିକ ସମ୍ପତ୍ତି ତ ତୁମେମାନେ ଜନ୍ମ ଜନ୍ମାନ୍ତର ନେଇ ଆସିଛ । ଏବେ ଲୌକିକ ପିତାଙ୍କର ସମ୍ପତ୍ତିକୁ ଈଶ୍ୱରୀୟ କାର୍ଯ୍ୟରେ ସଫଳ କରି ପାରଲୌକିକ ପିତାଙ୍କର ସମ୍ପତ୍ତି ଅର୍ଥାତ୍ ସ୍ୱର୍ଗ ଦୁନିଆରେ ରାଜତ୍ୱ କରିବାର ଅଧିକାରୀ ହୁଅ । ଏହା କେତେ ଭଲ ବ୍ୟବସାୟ । ଲୌକିକ ସମ୍ପତ୍ତି କ’ଣ ହେବ? ଏହା ହେଉଛି ଅବିନାଶୀ ସମ୍ପତ୍ତି, ତାହା ମଧ୍ୟ ଗରୀବମାନେ ହିଁ ତୁରନ୍ତ ନେଇଥା’ନ୍ତି । ସେଥିପାଇଁ ଗରୀବମାନଙ୍କୁ ହିଁ ବାବା ପୋଷ୍ୟ କରୁଛନ୍ତି । ବାବା ଗରୀବର ବନ୍ଧୁ ଅଟନ୍ତି ନା । ଗାୟନ ମଧ୍ୟ ରହିଛି, ମୁଁ ଗରୀବର ବନ୍ଧୁ ଅଟେ । ତେବେ ଭାରତ ହେଉଛି ସବୁଠାରୁ ଗରୀବ । ସେଥିପାଇଁ ମୁଁ କେବଳ ଭାରତରେ ହିଁ ଆସେ ଏବଂ ଆସି ଭାରତକୁ ପୁଣି ସାହୁକାର କରେ । ଭାରତର ମହିମା ମଧ୍ୟ ପ୍ରସିଦ୍ଧ ଅଟେ । ଭାରତ ହେଉଛି ସବୁଠାରୁ ବଡ ତୀର୍ଥ । କିନ୍ତୁ କଳ୍ପର ଆୟୁଷକୁ ଲମ୍ବା କରିଦେବା ଦ୍ୱାରା ସବୁକିଛି ଭୁଲି ଯାଇଛନ୍ତି । ସମସ୍ତେ ଜାଣିଛନ୍ତି ଭାରତ ସବୁଠାରୁ ସାହୁକାର ଥିଲା, ଏବେ ଗରୀବ ହୋଇଯାଇଛି । ପୂର୍ବରୁ ଖାଦ୍ୟ ଶସ୍ୟ ଇତ୍ୟାଦି ଏହିଠାରୁ ହିଁ ବିଦେଶକୁ ଯାଉଥିଲା । ଏବେ ସେମାନେ ଭାବୁଛନ୍ତି ଭାରତ ବହୁତ ଗରୀବ, ସେଥିପାଇଁ ସାହାଯ୍ୟ କରୁଛୁ । ଏଭଳି ମଧ୍ୟ ହୋଇଥାଏ - ଯଦି କେହି ବହୁତ ବଡ ବ୍ୟବସାୟୀ, ବ୍ୟବସାୟରେ କ୍ଷତି ହେବାର ଦେବାଳିଆ ହୋଇଯାଆନ୍ତି ତେବେ ପରସ୍ପର ସମସ୍ତେ ମିଳିମିଶି ତାକୁ ସାହାଯ୍ୟ କରିଥାଆନ୍ତି । ଏହି ଭାରତ ସବୁଠାରୁ ପ୍ରାଚୀନ । ଭାରତ ହିଁ ସ୍ୱର୍ଗ ଥିଲା । ପ୍ରଥମେ ପ୍ରଥମେ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା । କେବଳ ସମୟକୁ ଲମ୍ବା କରିଦେଇଛନ୍ତି ସେଥିପାଇଁ ସଂଶୟରେ ପଡିଯାଉଛନ୍ତି । ଭାରତକୁ କେତେ ସାହାଯ୍ୟ କରୁଛନ୍ତି । ବାବାଙ୍କୁ ମଧ୍ୟ ଏହି ଭାରତରେ ହିଁ ଆସିବାକୁ ପଡିବ ।

ତୁମେମାନେ ଜାଣିଛ ଆମେ ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ଲୌକିକ ପିତାଙ୍କର ବିନାଶୀ ସମ୍ପତ୍ତିକୁ ପାରଲୌକିକ ପିତାଙ୍କର ଅବିନାଶୀ ସମ୍ପତ୍ତିରେ ପରିବର୍ତ୍ତନ ଅର୍ଥାତ୍ ଈଶ୍ୱରୀୟ ସେବାରେ ଲଗାଇ ଅବିନାଶୀ ସମ୍ପତ୍ତି ଜମା କରୁଛୁ । ଯେପରି ବ୍ରହ୍ମାବାବା କରିଥିଲେ । ଦେଖିଲେ ଯେ ପାରଲୌକିକ ପିତାଙ୍କଠାରୁ ତ ରାଜମୁକୁଟ ମିଳୁଛି, ରାଜ୍ୟ ସିଂହାସନ ମିଳୁଛି - କାହିଁ ସତ୍ୟଯୁଗୀ ରାଜତ୍ୱ, କାହିଁ ଏହି ବିନାଶୀ ବ୍ୟବସାୟ । କୁହାଯାଏ - ନିଜର ପିତାଙ୍କୁ ଅନୁକରଣ କର । ଏଠାରେ ଭୋକରେ ମରିବାର ତ କୌଣସି କଥା ହିଁ ନାହିଁ । ବାବା କହୁଛନ୍ତି - ନିମିତ୍ତ ହୋଇ ସମସ୍ତ ଦାୟିତ୍ୱକୁ ସମ୍ପାଦନ କର । ବାବା ସବୁଠାରୁ ସହଜ ରାସ୍ତା ଦେଖାଉଛନ୍ତି । ତୁମେମାନେ ବହୁତ କଷ୍ଟ ସହନ କରିଛ । ସେଥିପାଇଁ ତ ବାବାଙ୍କୁ ଡାକୁଛ - ହେ, ପରମପିତା ପରମାତ୍ମା ଦୟା କର । ସୁଖ ସମୟରେ କେହି ହେଲେ ବାବାଙ୍କୁ ମନେ ପକାଇ ନ ଥା’ନ୍ତି । ଦୁଃଖ ସମୟରେ ସମସ୍ତେ ମନେ ପକାଇଥା’ନ୍ତି । ଏବେ ବାବା କହୁଛନ୍ତି ଯେ, ତୁମେମାନେ ମୋତେ କିପରି ସ୍ମରଣ କରିବ । ତୁମେ ବାବାଙ୍କୁ କିପରି ସ୍ମରଣ କରିବ ତାହା ମଧ୍ୟ ଜାଣି ନାହଁ । ମୁଁ ହିଁ ଆସି ତୁମମାନଙ୍କୁ ଶିଖାଉଛି । ତୁମେ ନିଜକୁ ଆତ୍ମା ମନେ କରି ପାରଲୌକିକ ପିତାଙ୍କୁ ମନେ ପକାଅ ତେବେ ତୁମର ସବୁ ପାପ କଟିଯିବ । ଗାୟନ ଅଛି ପରମାତ୍ମାଙ୍କୁ ସ୍ମରଣ କଲେ ଶରୀରର ସମସ୍ତ ଦୁଃଖ କଷ୍ଟ ସମାପ୍ତ ହୋଇଯାଇଥାଏ । ଯାହା କିଛି ବି ଶରୀରର ଦୁଃଖ ରହିଛି ସବୁ କିଛି ସମାପ୍ତ ହୋଇଯିବ । ତୁମର ଆତ୍ମା ଏବଂ ଶରୀର ଉଭୟ ପବିତ୍ର ହୋଇଯିବ । ତୁମେ ଏହିପରି କଞ୍ଚନ ସଦୃଶ ଥିଲ । ପୁଣି ପୁନର୍ଜନ୍ମ ନେଇ ନେଇ ଆତ୍ମାରେ କଳଙ୍କି ଲାଗିଗଲା ତେଣୁ ଶରୀର ମଧ୍ୟ ପୁରୁଣା ମିଳିଲା । ଯେପରି ସୁନାରେ ଖାଦ ମିଶାଯାଏ । ପବିତ୍ର ସୁନାର ଗହଣା ମଧ୍ୟ ପବିତ୍ର ହେବ । ସେଥିରେ ବହୁତ ଚମକ ମଧ୍ୟ ରହିବ । ଖାଦ ମିଶା ସୁନାର ଗହଣା ମଧ୍ୟ କଳା ହୋଇଯାଇଥାଏ । ବାବା କହୁଛନ୍ତି, ତୁମ ଆତ୍ମାରେ ମଧ୍ୟ ଖାଦ ମିଶିଯାଇଛି ଯାହାକୁ କି ଏବେ ବାହାର କରିବାକୁ ହେବ । କିନ୍ତୁ ତାହା ବାହାରିବ କିପରି? ସେଥିପାଇଁ ବାବାଙ୍କ ସହିତ ଯୋଗ ଲଗାଇବାକୁ ହେବ । ଶିକ୍ଷକଙ୍କ ସହିତ ଯୋଗ ଲଗାଇବାକୁ ହୋଇଥାଏ ନା! ବାବା ତ ପିତା, ଶିକ୍ଷକ, ଗୁରୁ ସବୁ କିଛି ଅଟନ୍ତି । ତାଙ୍କୁ ମନେପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ ପୁଣି ସିଏ ତୁମମାନଙ୍କୁ ରାଜଯୋଗର ପାଠ ମଧ୍ୟ ପଢାଉଛନ୍ତି । ପତିତ-ପାବନ, ସର୍ବଶକ୍ତିମାନ ବୋଲି ତୁମେମାନେ ମୋତେ ହିଁ କହିଥାଅ । ପ୍ରତି କଳ୍ପରେ ବାବା ତୁମମାନଙ୍କୁ ଏହିଭଳି ହିଁ ବୁଝାଇଥା’ନ୍ତି । ମିଠା ମିଠା ସିକଲଧା ସନ୍ତାନମାନେ, ୫ ହଜାର ବର୍ଷ ପରେ ଆସି ତୁମେ ମୋ ସହିତ ମିଶୁଛ, ସେଥିପାଇଁ ତୁମକୁ ସିକଲଧା ବୋଲି କୁହାଯାଉଛି । ଏବେ ଏହି ଦେହ-ଅହଂକାରକୁ ଛାଡି ଆତ୍ମ-ଅଭିମାନୀ ହୁଅ । ଆତ୍ମାର ଜ୍ଞାନ ମଧ୍ୟ ବାବାଙ୍କ ବ୍ୟତୀତ କେହି ଦେଇପାରିବେ ନାହିଁ । ଏଭଳି କେହି ବି ମନୁଷ୍ୟ ନାହାଁନ୍ତି ଯାହାଙ୍କଠାରେ ଆତ୍ମାର ଜ୍ଞାନ ଅଛି । ସନ୍ନ୍ୟାସୀ-ଉଦାସୀ, ଗୁରୁ-ଗୋସାଇଁ କେହି ହେଲେ ଏହି ଜ୍ଞାନକୁ ଜାଣି ନାହାଁନ୍ତି । ଏବେ ସେ ଶକ୍ତି ମଧ୍ୟ ନାହିଁ । ସମସ୍ତଙ୍କର ଶକ୍ତି କମ୍ ହୋଇଯାଇଛି । ସାରା ବୃକ୍ଷ ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ କରି ସାରିଛି । ଏବେ ପୁଣି ନୂତନ ବୃକ୍ଷର ସ୍ଥାପନା ହେଉଛି । ବାବା ଆସି ମନୁଷ୍ୟ ସୃଷ୍ଟିରୂପି ଭିନ୍ନ ଭିନ୍ନ ଧର୍ମ ରୂପୀ କଳ୍ପବୃକ୍ଷର ରହସ୍ୟକୁ ବୁଝାଉଛନ୍ତି । କହୁଛନ୍ତି, ପ୍ରଥମେ ତୁମେମାନେ ରାମରାଜ୍ୟରେ ଥିଲ, ପୁଣି ଯେତେବେଳେ ତୁମେ ବାମମାର୍ଗକୁ ଚାଲିଯାଉଛ ସେତେବେଳେ ରାବଣ ରାଜ୍ୟର ଆରମ୍ଭ ହେଉଛି, ପୁଣି ଅନ୍ୟ ଧର୍ମ ସବୁ ଆସୁଛନ୍ତି, ଭକ୍ତିମାର୍ଗ ଆରମ୍ଭ ହେଉଛି, ଏହି କଥାକୁ ତୁମେମାନେ ଆଗରୁ ଜାଣି ନ ଥିଲ । ତୁମେମାନେ କାହାକୁ ବି ପଚାର - ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଛ? ତେବେ କେହି ବି କହିପାରିବେ ନାହିଁ । ବାବା ଭକ୍ତମାନଙ୍କୁ କହୁଛନ୍ତି, ଏବେ ତୁମେମାନେ ବିଚାର କର । ବୋର୍ଡ ଉପରେ ମଧ୍ୟ ଲେଖିଦିଅ - ଅଭିନେତା ହୋଇ ମଧ୍ୟ ନାଟକର ନିର୍ଦ୍ଦେଶକ, ରଚୟିତା ଏବଂ ମୁଖ୍ୟ ଅଭିନେତାକୁ ଜାଣି ନାହଁ ତେବେ ଏଭଳି ଅଭିନେତାକୁ କ’ଣ କୁହାଯିବ? ଆମେ ଆତ୍ମା ଏଠାରେ ବିଭିନ୍ନ ପ୍ରକାରର ଶରୀର ଧାରଣ କରି ଅଭିନୟ କରି ଆସିଛୁ ତେବେ ଏହା ନିଶ୍ଚିତ ନାଟକ ହେଲା ନା ।

ଗୀତା ହେଉଛି ମାତା ଏବଂ ଶିବବାବା ହେଉଛନ୍ତି ବାବା । ଗୀତା ନୂଆ ଦୁନିଆର ସ୍ଥାପନା କରିଥାଏ । ଏକଥା ମଧ୍ୟ କାହାକୁ ଜଣାନାହିଁ ଯେ ନୂଆ ଦୁନିଆର ସ୍ଥାପନା କିପରି ହେଉଛି ଏବଂ ସେହି ନୂଆ ଦୁନିଆରେ ପ୍ରଥମେ ପ୍ରଥମେ ତୁମେମାନେ ହିଁ ଆସୁଛ । ଏବେ ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗୀ ଦୁନିଆ । ଏହା ପୁରୁଣା ଦୁନିଆ ନୁହେଁ କିମ୍ବା ନୂଆ ଦୁନିଆ ମଧ୍ୟ ନୁହେଁ, ଏହା ହେଉଛି ସଂଗମଯୁଗ । ବ୍ରାହ୍ମଣ ଆତ୍ମାମାନଙ୍କୁ ସର୍ବୋଚ୍ଚ ବୋଲି କୁହାଯାଉଛି, କିନ୍ତୁ ବିରାଟ ରୂପର ଚିତ୍ରରେ ନା ଶିବବାବାଙ୍କୁ ଦେଖାଇଛନ୍ତି ନା ବ୍ରାହ୍ମଣ ଚୁଟିମାନଙ୍କୁ ଦେଖାଇଛନ୍ତି । ତୁମେମାନେ ତ ଉପରେ ବ୍ରାହ୍ମଣ ଚୁଟୀ ମଧ୍ୟ ଦେଖାଉଛ । ତୁମେ ଏଠାରେ ବ୍ରାହ୍ମଣମାନେ ଅଛ । ପ୍ରଥମେ ଦେବତା ହେଉଛ ପୁଣି ପରେ କ୍ଷତ୍ରିୟ ହେଉଛ । ଦ୍ୱାପର ଯୁଗରେ ପେଟ ପାଇଁ ବ୍ୟବସାୟ ଆଦି ଆରମ୍ଭ କରିଥା’ନ୍ତି ସେଥିପାଇଁ ବୈଶ୍ୟ ବୋଲି କୁହାଯାଏ, ସେହିମାନେ ହିଁ ପୁଣି ଶୁଦ୍ର ହେଉଛନ୍ତି । ଏହା ହେଉଛି ବାଜୋଲି (ଚକ୍ରି) ଖେଳ । ତୁମେ କେବଳ ବାଜୋଲି ଖେଳକୁ ମନେ ପକାଅ । ଏହା ହିଁ ହେଉଛି ତୁମର ୮୪ ଜନ୍ମର ଯାତ୍ରା । ଗୋଟିଏ ସେକେଣ୍ଡରେ ସବୁକିଛି ସ୍ମୃତିରେ ଆସିଯାଉଛି ଯେ, ଆମେ ଏହିଭଳି ଚକ୍ର ଲଗାଇ ଆସୁଛୁ । ଏହା ହେଉଛି ସଠିକ୍ ଚିତ୍ର ଏବଂ ଏହା ଭୁଲ୍ ଚିତ୍ର । ବାବାଙ୍କ ବ୍ୟତୀତ ଅନ୍ୟ କେହି ବି ସଠିକ୍ ଚିତ୍ର ତିଆରି କରିପାରିବେ ନାହିଁ । ବାବା ବ୍ରହ୍ମାଙ୍କ ମାଧ୍ୟମରେ ବୁଝାଉଛନ୍ତି । ତୁମେମାନେ ଏହିଭଳି ବାଜୋଲି ଖେଳୁଛ । ଗୋଟିଏ ସେକେଣ୍ଡରେ ତୁମର ଯାତ୍ରା ହେଉଛି । ଏଥିରେ କୌଣସି କଷ୍ଟକର କଥା ହିଁ ନାହିଁ । ଆତ୍ମିକ ସନ୍ତାନମାନେ ଜାଣିଛନ୍ତି ଯେ, ଆମକୁ ଶିବବାବା ଏହି ରାଜଯୋଗର ପାଠ ପଢାଉଛନ୍ତି । ଏହି ସତ୍ୟସଙ୍ଗ ସତ୍ୟ ପିତାଙ୍କ ସହିତ ହେଉଛି ବାକି ଅନ୍ୟ ସମସ୍ତେ ହେଉଛନ୍ତି ମିଥ୍ୟା ସଙ୍ଗ । ଏହି ସତ୍ୟ ଦୁନିଆର ସ୍ଥାପନା ବାବା ହିଁ କରୁଛନ୍ତି । ସତ୍ୟ ଦୁନିଆ ସ୍ଥାପନା କରିବାର ଶକ୍ତି କୌଣସି ମନୁଷ୍ୟ ଭିତରେ ନାହିଁ । ତାହା ତ ଭଗବାନ ହିଁ କରିପାରିବେ । ଭଗବାନଙ୍କୁ ଜ୍ଞାନର ସାଗର କୁହାଯାଉଛି । କୌଣସି ସାଧୁ-ସନ୍ନ୍ୟାସୀମାନେ ଜାଣିନାହାଁନ୍ତି ଯେ, ଏହା ହେଉଛି ପରମପିତା ପରମାତ୍ମାଙ୍କର ମହିମା । ସିଏ ହେଉଛନ୍ତି ଶାନ୍ତିର ସାଗର ଯିଏକି ତୁମମାନଙ୍କୁ ଶାନ୍ତି ଦେଉଛନ୍ତି । ସକାଳୁ ସକାଳୁ ଉଠି ତୁମେମାନେ ଡ୍ରିଲ୍ କରୁଛ, ଶରୀରଠାରୁ ନିଆରା ହୋଇ ବାବାଙ୍କୁ ମନେ ପକାଉଛ । ଏଠାକୁ ତୁମେମାନେ ଜୀଇଁ ଥାଉ ଥାଉ ମରିବା ପାଇଁ ଆସିଛ, ବାବାଙ୍କ ଉପରେ ସମ୍ପୂର୍ଣ୍ଣ ସମର୍ପଣ ହେବା ପାଇଁ ଆସିଛ । ଏହା ହେଉଛି ପୁରୁଣା ଦୁନିଆ, ପୁରୁଣା ଶରୀର, ସେଥିପାଇଁ ଏହି ଶରୀର ପାଇଁ ଯେପରିକି ଘୃଣାଭାବ ଉତ୍ପନ୍ନ ହେଉଛି, ଏହାକୁ ଛାଡି ଘରକୁ ଚାଲିଯିବାକୁ ଇଚ୍ଛା ହେଉଛି । ବର୍ତ୍ତମାନ ଯେପରି କିଛି ବି ମନେ ନାହିଁ, ଯେପରି ସବୁକିଛି ଭୁଲି ହୋଇଯାଇଛି । ତୁମେ କହୁଛ, ଭଗବାନ ତ ଆମକୁ ସବୁକିଛି ଦେଇଛନ୍ତି ତେଣୁ ଏବେ ତାଙ୍କୁ ସବୁକିଛି ଦେଇଦେବା ଉଚିତ୍ । ପୁଣି ବାବା କହୁଛନ୍ତି ଯେ, ତୁମେମାନେ ନିମିତ୍ତ ହୋଇ ରୁହ । ବାବା ନିମିତ୍ତ ହେଉ ନାହାଁନ୍ତି, ନିମିତ୍ତ ତୁମେମାନେ ହେଉଛ । ତେଣୁ ତୁମେମାନେ ପାପ କରିପାରିବ ନାହିଁ । ଆଗରୁ ପାପ ଆତ୍ମାମାନଙ୍କ ସହିତ ଆଦାନ-ପ୍ରଦାନ କରିଆସିଛ । କିନ୍ତୁ ଏହି ସଂଗମଯୁଗରେ ତୁମର ପାପ ଆତ୍ମାମାନଙ୍କ ସହିତ କୌଣସି ଆଦାନ-ପ୍ରଦାନ ହେଉ ନାହିଁ । ଯଦି ପାପ ଆତ୍ମା ସହିତ ଆଦାନ-ପ୍ରଦାନ କରିବ ତେବେ ସେହି ପାପ ତୁମ ମୁଣ୍ଡ ଉପରକୁ ଆସିଯିବ । କହୁଛ ଈଶ୍ୱର ଅର୍ଥ କିନ୍ତୁ ଦେଉଛ ପାପ ଆତ୍ମାମାନଙ୍କୁ । ବାବା କ’ଣ କିଛି ନେଉଛନ୍ତି କି! ବାବା କହୁଛନ୍ତି - ସେଥିରେ ସେଣ୍ଟର ଖୋଲ ତେବେ ଅନେକଙ୍କର କଲ୍ୟାଣ ହେବ ।

ବାବା ବୁଝାଉଛନ୍ତି ଯାହା କିଛି ବି ହେଉଛି ଅବିକଳ ଡ୍ରାମା ଅନୁସାରେ ତା’ର ପୁନରାବୃତ୍ତି ହେବାରେ ଲାଗିଛି । ଏଥିରେ କାନ୍ଦିବା, ମୁଣ୍ଡ ପିଟିବା କିମ୍ବା ଦୁଃଖ କରିବାର କୌଣସି କଥା ହିଁ ନାହିଁ । କର୍ମର ହିସାବ-କିତାବ ଚୁକ୍ତ ହେବା ତ ବହୁତ ଭଲ କଥା ନା । ବୈଦ୍ୟମାନେ କହିଥା’ନ୍ତି ଏହି ଔଷଧ ଖାଇବା ଦ୍ୱାରା ତୁମର ରୋଗ ଆହୁରି ଅଧିକ ବୃଦ୍ଧି ହେବ । ବାବା ମଧ୍ୟ କହୁଛନ୍ତି - ବାକି ରହିଯାଇଥିବା ସବୁ ହିସାବ-କିତାବ ସବୁ ଚୁକ୍ତ କରିବାକୁ ହେବ । କର୍ମଭୋଗକୁ ଯୋଗ ଦ୍ୱାରା ହେଉ କିମ୍ବା ଦଣ୍ଡ ଭୋଗ କରିବା ଦ୍ୱାରା ହେଉ ଚୁକ୍ତ କରିବାକୁ ହିଁ ହେବ । ତେବେ ଦଣ୍ଡ ଭୋଗ ତ ବହୁତ କଷ୍ଟଦାୟକ ହେବ କିନ୍ତୁ ତାହା ଅପେକ୍ଷା ଯଦି ରୋଗ ଦ୍ୱାରା ଚୁକ୍ତ ହୋଇଥାଏ ତେବେ ତ ବହୁତ ଭଲ । ସେହି ଦୁଃଖ ୨୧ ଜନ୍ମର ସୁଖ ତୁଳନାରେ କିଛି ନୁହେଁ କାରଣ ସେଠାରେ ସୁଖ ବହୁତ ମିଳିଥାଏ । ପୁରା ଜ୍ଞାନ ନ ଥିବା କାରଣରୁ ରୋଗରେ ପଡି ଛଟପଟ ହୋଇଥା’ନ୍ତି । ରୋଗରେ ପଡୁଛନ୍ତି ତେଣୁ ଭଗବାନଙ୍କୁ ବହୁତ ମନେ ପକାଉଛନ୍ତି । ତେବେ ତାହା ମଧ୍ୟ ବହୁତ ଭଲ । କେବଳ ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ସେ ମଧ୍ୟ ତୁମମାନଙ୍କୁ ବୁଝାଇବାରେ ଲାଗିଛନ୍ତି । ଦୁନିଆରେ ଗୁରୁମାନଙ୍କୁ ମନେ ପକାଉଛନ୍ତି । ଗୁରୁ ତ ଅନେକ ଅଛନ୍ତି । କିନ୍ତୁ ସଦଗୁରୁ ହେଉଛନ୍ତି କେବଳ ଜଣେ ଯାହାଙ୍କୁ ତୁମେମାନେ ହିଁ ଜାଣିଛ । ସିଏ ହେଉଛନ୍ତି ସର୍ବଶକ୍ତିର ଅଧିକାରୀ । ବାବା କହୁଛନ୍ତି - ମୁଁ ଏହି ବେଦ, ଗ୍ରନ୍ଥ ଇତ୍ୟାଦିକୁ ଜାଣିଛି । ଏହା ହେଉଛି ଭକ୍ତିର ସାମଗ୍ରୀ । ଏହାଦ୍ୱାରା ମୋତେ କେହି ବି ପାଇ ପାରନ୍ତି ନାହିଁ । ବାବା ପାପ ଆତ୍ମାମାନଙ୍କ ଦୁନିଆକୁ ଆସୁଛନ୍ତି । ଏଠାରେ ପୁଣ୍ୟ ଆତ୍ମା, କେଉଁଠାରୁ ଆସିବେ । ଯିଏ ପୁରା ୮୪ ଜନ୍ମ ନେଇଛନ୍ତି ତାଙ୍କ ଶରୀରରେ ମୁଁ ଆସୁଛି । ତେବେ ସର୍ବପ୍ରଥମେ ଏହି ବ୍ରହ୍ମା ଶୁଣିଥା’ନ୍ତି । ବାବା କହୁଛନ୍ତି - ଏଠାରେ ତୁମର ଯୋଗର ଯାତ୍ରା ବହୁତ ଭଲ ହୋଇଥାଏ । ଏଠାରେ ତୋଫାନ ବି ଆସିବ କିନ୍ତୁ ବାବା ବୁଝାଉଛନ୍ତି ଯେ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ । କଳ୍ପ ପୂର୍ବରୁ ମଧ୍ୟ ତୁମେମାନେ ଏହିଭଳି ଜ୍ଞାନ ଶୁଣିଥିଲ । ଦିନକୁ ଦିନ ତୁମେ ଶୁଣି ଚାଲିଛ । ରାଜଧାନୀର ସ୍ଥାପନା ହୋଇ ଚାଲିଛି । ପୁରୁଣା ଦୁନିଆର ବିନାଶ ତ ନିଶ୍ଚିତ ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସକାଳୁ ସକାଳୁ ଉଠି ଶରୀରଠାରୁ ଅଲଗା ହେବାର ଅଭ୍ୟାସ କରିବାକୁ ହେବ । ପୁରୁଣା ଶରୀର ପୁରୁଣା ଦୁନିଆ କିଛି ବି ଯେପରି ମନେ ନ ପଡୁ, ସବୁ କିଛି ଭୁଲିବାକୁ ହେବ ।

(୨) ସଂଗମଯୁଗରେ ପାପାତ୍ମାମାନଙ୍କ ସହିତ କୌଣସି ନେଣ-ଦେଣ କରିବାର ନାହିଁ । ନିଜର କର୍ମର ହିସାବ କିତାବକୁ ଖୁସି ଖୁସିରେ ଚୁକ୍ତ କରିବାକୁ ହେବ । କାନ୍ଦ ବୋବାଳି କରିବାର ନାହିଁ । ନିଜର ସବୁ କିଛି ବାବାଙ୍କ ନିକଟରେ ସମର୍ପଣ କରି ନିଜେ ନିମିତ୍ତ ହୋଇ ତା’କୁ ସମ୍ଭାଳିବାକୁ ହେବ ।

ବରଦାନ:-
ହୃଦ୍‌ବୋଧ କରିବାର ଶକ୍ତି ଦ୍ୱାରା ସ୍ୱ-ର ପରିବର୍ତ୍ତନ କରୁଥିବା ତୀବ୍ର ପୁରୁଷାର୍ଥୀ ଭବ ।

କୌଣସି ପ୍ରକାରର ପରିବର୍ତ୍ତନର ସହଜ ଆଧାର ହେଲା ହୃଦ୍‌ବୋଧ କରିବାର ଶକ୍ତି । ଯେ ପର୍ଯ୍ୟନ୍ତ ହୃଦ୍‌ବୋଧ କରିବାର ଶକ୍ତି ଆସି ନାହିଁ ସେ ପର୍ଯ୍ୟନ୍ତ ଅନୁଭୂତି ହୋଇପାରିବ ନାହିଁ ଏବଂ ଯେ ପର୍ଯ୍ୟନ୍ତ ଅନୁଭୂତି ହୋଇ ନାହିଁ ସେ ପର୍ଯ୍ୟନ୍ତ ବ୍ରାହ୍ମଣ ଜୀବନର ବିଶେଷତା ରୂପୀ ମୂଳଦୁଆ ମଜବୁତ ହେବ ନାହିଁ କିମ୍ବା ଉମଙ୍ଗ-ଉତ୍ସାହ ପୂର୍ଣ୍ଣ ଚାଲିଚଳନ ହୋଇପାରିବ ନାହିଁ । ଯେତେବେଳେ ହୃଦ୍‌ବୋଧ କରିବାର ଶକ୍ତି ସବୁ କଥାର ଅନୁଭବୀ କରିଦିଏ ସେତେବେଳେ ହିଁ ତୁମେମାନେ ତୀବ୍ର ପୁରୁଷାର୍ଥୀ ହୋଇଯାଅ । ତେଣୁ ହୃଦ୍‌ବୋଧ କରିବାର ଶକ୍ତି ହିଁ ସଦାକାଳ ପାଇଁ ପରିବର୍ତ୍ତନ କରାଇ ଦେଇଥାଏ ।

ସ୍ଲୋଗାନ:-
ସ୍ନେହର ସ୍ୱରୂପକୁ ସାକାର ରୂପରେ ଜାଗ୍ରତ କରି ବ୍ରହ୍ମାବାବାଙ୍କ ସମାନ ହୁଅ ।