05.05.24 Avyakt Bapdada Odia Murli 15.11.99 Om Shanti Madhuban
ପିତାଙ୍କ ସମାନ ହେବାର
ସହଜ ପୁରୁଷାର୍ଥ - “ଆଜ୍ଞାକାରୀ ହୁଅ”
ଆଜି ବାପଦାଦା ନିଜର
ପବିତ୍ର ହଂସ ମଣ୍ଡଳୀକୁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନ ଗୋଟିଏ ଗୋଟିଏ ହୋଲୀହଂସ ଅଟନ୍ତି ।
ସଦାସର୍ବଦା ମନ ଭିତରେ ଜ୍ଞାନ ରତ୍ନର ମନନ-ଚିନ୍ତନ କରିଚାଲିଛନ୍ତି । ହୋଲି ହଂସର କାମ ହେଲା
ବ୍ୟର୍ଥ ରୂପୀ ଗୋଡି-ପଥରକୁ ଦୂରେଇ ଦେଇ ଜ୍ଞାନରତ୍ନର ମନନ-ଚିନ୍ତନ କରିବା । ତେବେ ଗୋଟିଏ ଗୋଟିଏ
ରତ୍ନ କେତେ ଅମୂଲ୍ୟ ଅଟେ! ପ୍ରତ୍ୟେକ ସନ୍ତାନ ଯେପରି ଜ୍ଞାନ ରତ୍ନର ଖଣି ପାଲଟି ଗଲେଣି, ତେଣୁ
ଜ୍ଞାନ ରତ୍ନରେ ସର୍ବଦା ଭରପୂର ରହୁଛନ୍ତି ।
ଆଜି ବାପଦାଦା
ପିଲାମାନଙ୍କ ଭିତରେ ଗୋଟିଏ ବିଶେଷ କଥା ଚେକ୍ କରୁଥିଲେ । ତାହା କ’ଣ ହୋଇଥିବ? ଜ୍ଞାନର ବା ଯୋଗର
ସହଜ ଧାରଣାର ସହଜ ଆଧାର ହେଲା ବାବାଙ୍କର ଏବଂ ଦାଦା ଅର୍ଥାତ୍ ବ୍ରହ୍ମାବାବାଙ୍କର ଆଜ୍ଞାକାରୀ ହୋଇ
ଚାଲିବା । ପିତା ରୂପରେ ମଧ୍ୟ ଆଜ୍ଞାକାରୀ ହେବା, ଶିକ୍ଷକ ରୂପରେ ଏବଂ ସଦ୍ଗୁରୁ ରୂପରେ ମଧ୍ୟ
ଆଜ୍ଞାକାରୀ ହୋଇ ଚାଲିବା । ତିନୋଟିଯାକ ରୂପରେ ଆଜ୍ଞାକାରୀ ହେବା ଅର୍ଥ ସହଜ ପୁରୁଷାର୍ଥୀ ହେବା
କାହିଁକି ନା ତିନୋଟିଯାକ ରୂପରେ ପିଲାମାନଙ୍କୁ ଆଜ୍ଞା ମିଳୁଛି । ଅମୃତବେଳାଠାରୁ ଆରମ୍ଭ କରି ରାତି
ପର୍ଯ୍ୟନ୍ତ ପ୍ରତ୍ୟେକ ସମୟ ପାଇଁ, ପ୍ରତ୍ୟେକ କର୍ତ୍ତବ୍ୟ ପାଇଁ ଆଜ୍ଞା ମିଳିଯାଇଛି । ଯଦି ସେହି
ଆଜ୍ଞା ଅନୁସାରେ ସର୍ବଦା ଚାଲୁଥିବ ତେବେ କୌଣସି ପ୍ରକାରର ମୁଶକିଲ୍ର ବା ମେହନତର ଅନୁଭବ
ହୋଇପାରିବ ନାହିଁ । ସବୁ ସମୟ ପାଇଁ ମାନସୀକ ସଂକଳ୍ପର, ବାଣୀର ଏବଂ କର୍ମର ତିନି ପ୍ରକାରର ଆଜ୍ଞା
ସ୍ପଷ୍ଟ ରୂପରେ ମିଳିଯାଇଛି । ଭାବିବାର ମଧ୍ୟ ଆବଶ୍ୟକତା ନାହିଁ ଯେ ଏହାକୁ କରିବୁ କି ନ କରିବୁ ।
ଏହା ଠିକ୍ ନା ଭୁଲ୍ । ଭାବିବାର ମେହନତ ମଧ୍ୟ ନାହିଁ । ପରମାତ୍ମ ଆଜ୍ଞା ସର୍ବଦା ଶ୍ରେଷ୍ଠ ହିଁ
ଅଟେ । ତେଣୁ ସବୁ କୁମାରମାନେ ଯେଉଁମାନେ ବି ଆସିଛ, ସଂଗଠନଟି ବହୁତ ଭଲ ଲାଗୁଛି । ତେବେ
ପ୍ରତ୍ୟେକ ସନ୍ତାନ ବାବାଙ୍କର ହେବା ମାତ୍ରକେ ବାବାଙ୍କ ସହିତ ପ୍ରତିଜ୍ଞା କରିଛ ତ? ଯେତେବେଳେ
ବାବାଙ୍କର ହେଲ ସେତେବେଳେ ସର୍ବ ପ୍ରଥମ ପ୍ରତିଜ୍ଞା କ’ଣ କରିଛ? ବାବା - ଏହି ଶରୀର ମନ-ଧନ,
କୁମାରଙ୍କ ନିକଟରେ ଧନ ତ ଅଧିକ ନ ଥାଏ ପୁଣି ବି ଯାହା ବି ଅଛି, ସବୁ କିଛି ଆପଣଙ୍କର । ଏହି
ପ୍ରତିଜ୍ଞା କରିଛ ନା? ଶରୀର-ମନ-ଧନ ଏବଂ ସମ୍ବନ୍ଧ ସବୁ କିଛି ଆପଣଙ୍କ ସହିତ - ଏହି ପ୍ରତିଜ୍ଞାକୁ
ମଧ୍ୟ ପକ୍କା କରିଛ ତ? ଯଦି ଶରୀର-ମନ-ଧନ ସବୁ କିଛି ଆପଣଙ୍କର ତେବେ ମୋ’ର ଆଉ କ’ଣ ରହିଲା? ଆଉ
କିଛି ମୋ’ର ପଣିଆ ଅଛି କି? ଏହା ବ୍ୟତୀତ ଆଉ ଅଛି କ’ଣ ଯେ? ଶରୀର-ମନ-ଧନ-ଜନ.... ସବୁ କିଛି ତ
ବାବାଙ୍କୁ ସମର୍ପି ଦେଇଛ । ଘର ଗୃହସ୍ଥବାଲା ଏହିଭଳି କରିଛ ତ? ମଧୁବନବାଲା କରିଛ ତ? ପକ୍କା ଅଟେ
ନା! ଯଦି ମନ ମଧ୍ୟ ବାବାଙ୍କର ଅଟେ ତେବେ ମୋ’ର ମନ ତ ନୁହେଁ ନା! ନା, କେବଳ ମନଟି ମୋ’ର ଅଟେ?
କ’ଣ ମୋ’ର ବୋଲି ଭାବି ବ୍ୟବହାର କରିବ? ଯଦି ମନକୁ ମଧ୍ୟ ବାବାଙ୍କୁ ଦେଇ ଦେଲ ତେବେ ଏହା ମଧ୍ୟ
ତୁମ ନିକଟରେ ଅମାନତ ଅଟେ । ପୁଣି ଯୁ୍ଦ୍ଧ କେଉଁଥିରେ କରୁଛ? ମୋ’ର ମନ ବହୁତ ଦୁଃଖୀ ଅଟେ, ମୋ’
ମନରେ ବ୍ୟର୍ଥ ସଂକଳ୍ପ ଆସୁଛି, ମୋ’ର ମନ ଆଜି ବିଚଳିତ ହେଉଛି... ଯେବେକି ମୋର ହିଁ ନୁହେଁ,
ବାବାଙ୍କର ଅମାନତ ଅଟେ ତେବେ ଅମାନତକୁ ମୋ’ର ମନେ କରି ବ୍ୟବହାର କରିବା କ’ଣ ଏହା ଅମାନତର
ଅପବ୍ୟବହାର ନୁହେଁ କି? ତେବେ ମାୟାକୁ ଆସିବା ପାଇଁ ମଧ୍ୟ ଦୁଇଟି ଦ୍ୱାର ରହିଛି - “ମୁଁ ଏବଂ ମୋର”
। ତେଣୁ ଶରୀର ମଧ୍ୟ ତୁମର ନୁହେଁ, ତାହା ହେଲେ ଦେହ-ଅଭିମାନଯୁକ୍ତ ମୁଁ କେଉଁଠୁ ଆସିଲା! ମନ ମଧ୍ୟ
ତୁମର ନୁହେଁ, ତେଣୁ ମୋ’ର ମୋ’ର କେଉଁଠୁ ଆସିଲା? ତେ।’ର ନା ମୋ’ର । ଯଦି ବାବାଙ୍କର ଅଟେ ତେବେ
କ’ଣ କେବଳ କଥାରେ, ନା କାମରେ? କହିବ ବାବାଙ୍କର କିନ୍ତୁ ଭାବୁଥିବ ମୋ’ର! ତେଣୁ କେବଳ ପ୍ରଥମ
ପ୍ରତିଜ୍ଞାଟିକୁ ମନେ ପକାଅ - ନା ଦେହ-ଅଭିମାନର ମୁଁ, ନା ମୋ’ର । ତେଣୁ ବାବାଙ୍କଠାରୁ ଯେଉଁ
ଆଜ୍ଞା ମିଳିଛି, ନିଜର ଶରୀରକୁ ମଧ୍ୟ ଅମାତନ ବୋଲି ଭାବ, ମନକୁ ମଧ୍ୟ ଅମାନତ ବୋଲି ଭାବ । ତା’ପରେ
ଆଉ ମେହନତ କରିବା କ’ଣ ଦରକାର? ଯଦି କୌଣସି ବି ଦୁର୍ବଳତା ଆସୁଛି ତେବେ ଏହି ଦୁଇଟି ଶବ୍ଦ ଦ୍ୱାରା
ଆସୁଛି - “ମୁଁ ଏବଂ ମୋର” । ତେବେ ନା ଏହି ଶରୀର ତୁମର ଅଟେ, ନା ଦେହ-ଅଭିମାନଯୁକ୍ତ ମୁଁ । ମନ
ଭିତରେ ଯାହା ବି ସଂକଳ୍ପ ଚାଲୁଛି, ଯଦି ଆଜ୍ଞାକାରୀ ଅଟ ତେବେ ବାବାଙ୍କର ଆଜ୍ଞା କ’ଣ ମିଳିଛି?
ସକାରାତ୍ମକ ଏବଂ ଶୁଭଭାବନାଯୁକ୍ତ ସଂକଳ୍ପ କର । ଫାଲତୁ ସଂକଳ୍ପ କରିବା ପାଇଁ କ’ଣ ବାବାଙ୍କର
ଆଜ୍ଞା ମିଳିଛି କି? ନୁହେଁ ନା । ତେବେ ଯେବେକି ମନ ତୁମର ନୁହେଁ ପୁଣି ବି ସେଥିରେ ବ୍ୟର୍ଥ
ସଂକଳ୍ପ କରୁଛ, ତାହାହେଲେ ବାବାଙ୍କର ଆଜ୍ଞାକୁ ବାସ୍ତବିକ ରୂପରେ ପାଳନ କରିଲ ନାହିଁ ନା! ତେଣୁ
କେବଳ ଗୋଟିଏ ଶବ୍ଦ ମନେ ରଖ - ମୁଁ ପରମାତ୍ମ ଆଜ୍ଞାକାରୀ ସନ୍ତାନ । ଏହା ବାବାଙ୍କର ଆଜ୍ଞା କି
ନାହିଁ, ଚିନ୍ତା କର । ଯିଏ ଆଜ୍ଞାକାରୀ ସନ୍ତାନ ହୋଇଥାଏ ସେ ସର୍ବଦା ସ୍ୱତଃ ହିଁ ତା’ର ପିତାର
ସ୍ମୃତିରେ ରହିଥାଏ । ସେ ଆପେ ଆପେ ପିତାର ପ୍ରିୟ ହୋଇଯାଏ, ସ୍ୱତଃ ହିଁ ପିତାର ନିକଟତମ ହୋଇଥାଏ ।
ତେଣୁ ଚେକ୍ କର ମୁଁ ମୋର ପିତାଙ୍କର ନିକଟତମ ଅଟେ ତ? ଆଜ୍ଞାକାରୀ ଅଟେ ତ? ଏହି ଗୋଟିଏ ଶବ୍ଦ ତ
ଅମୃତବେଳାରେ ମନେ ପକାଇପାରିବ - “ ମୁଁ କିଏ”? ସଦା ଆଜ୍ଞାକାରୀ, ନା କେବେ ଆଜ୍ଞାକାରୀ, କେବେ
ଆଜ୍ଞାକୁ ଏଡେଇ ଦେବାବାଲା?
ବାପଦାଦା ତ ସବୁବେଳେ
କହୁଛନ୍ତି, କୌଣସି ପ୍ରକାରରେ ଯଦି ଏକମାତ୍ର ବାବାଙ୍କର ସମ୍ବନ୍ଧ ହିଁ ମନେ ରହିବ, ଅନ୍ତରରୁ ବାବା
ଶବ୍ଦ ବାହାରୁଥିବ ତେବେ ନିଶ୍ଚିତ ଭାବରେ ନିକଟତମ ହେବାର ଅନୁଭବ କରିପାରିବ । କେବଳ ମନ୍ତ୍ର ଜପ
କରିବା ଭଳି “ବାବା-ବାବା” କୁହ ନାହିଁ, ସେମାନେ ରାମ-ରାମ କହୁଛନ୍ତି ତୁମେ ବାବା ବାବା କହିବ, ନା
- ଅନ୍ତର ଭିତରୁ ବାହାରୁ ବାବା । ପ୍ରତ୍ୟେକ କର୍ମ କରିବା ପୂର୍ବରୁ ଚେକ୍ କର ଯେ ମନ ପାଇଁ ଶରୀର
ପାଇଁ ବା ଧନ ପାଇଁ ବାବାଙ୍କର ଆଜ୍ଞା କ’ଣ? କୁମାରଙ୍କ ପାଖରେ ଚାହେଁ ଯେତେ ବି କମ୍ ଧନ ଥାଉ
କିନ୍ତୁ ବାବା ଯେଉଁଭଳି ଆଜ୍ଞା ଦେଇଛନ୍ତି ଯେ ଧନର ହିସାବ କିପରି ରଖିବ, ସେହି ଅନୁସାରେ ରଖୁଛ?
ନା ଯେମିତି ଇଚ୍ଛା ସେମିତି ଚାଲୁଛ? ସବୁ କୁମାରମାନଙ୍କୁ ଧନର ମଧ୍ୟ ହିସାବ ରଖିବା ଦରକାର । ଧନକୁ
କେଉଁଠି ଏବଂ କିପରି ବ୍ୟବହାର କରିବାକୁ ହେବ, ଶରୀରକୁ ମଧ୍ୟ କେଉଁଠି ଲଗାଇବାକୁ ହେବ, ଏହାର ମଧ୍ୟ
ହିସାବ ଜାଣିବା ଦରକାର । ଦାଦୀମାନେ ଯେତେବେଳେ ଧାରଣାର କ୍ଲାସ କରାଉଛନ୍ତି ସେତେବେଳେ ବୁଝାଉଛନ୍ତି
ନା - ଧନକୁ କିପରି ଖର୍ଚ୍ଚ କରିବ! କିପରି ହିସାବ ରଖିବ! କ’ଣ କୁମାରମାନଙ୍କୁ ଜଣା ଅଛି ତ କିପରି
ହିସାବ ରଖିବ, କେଉଁଠି ଧନ ଲଗାଇବ, ଏସବୁ ଜଣା ଅଛି ତ? ଅଳ୍ପ ପିଲା ହାତ ଉଠାଇଛନ୍ତି, ନୂଆ ନୂଆ
ମଧ୍ୟ ଅଛନ୍ତି, ଏମାନଙ୍କୁ ଜଣା ନାହିଁ । (ଦାଦିଜୀଙ୍କୁ) ଏମାନଙ୍କୁ ମଧ୍ୟ ନିଶ୍ଚିତ ବତାଇଦେବ ଯେ
କ’ଣ କ’ଣ କରିବାକୁ ହେବ! ଏହାଦ୍ୱାରା ତୁମେ ନିଶ୍ଚିନ୍ତ ହୋଇଯିବ, ବୋଝର ଅନୁଭବ ହେବ ନାହିଁ
କାହିଁକି ନା ତୁମ ସମସ୍ତଙ୍କର ତ ଲକ୍ଷ୍ୟ ରହିଛି ନା, କୁମାର ଅର୍ଥ ହାଲୁକା ସ୍ଥିତି । ଡବଲ ଲାଇଟ୍
ସ୍ଥିତି । କୁମାରମାନଙ୍କର ଲକ୍ଷ ଅଛି ନା ଆମକୁ ନମ୍ବରୱାନରେ ଆସିବାର ଅଛି? ତେଣୁ ଲକ୍ଷ୍ୟ ରଖିବା
ସହିତ ଲକ୍ଷଣ ମଧ୍ୟ ରହିବା ଦରକାର । ଯଦି ଲକ୍ଷ୍ୟ ବହୁତ ଉଚ୍ଚା ରଖିଥିବ କିନ୍ତୁ ଲକ୍ଷଣ ନଥିବ ତେବେ
ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ତ ମୁଶକିଲ୍ ହୋଇଯିବ ତେଣୁ ବାବାଙ୍କର ଯାହା ସବୁ ଆଜ୍ଞା ରହିଛି
ସେଗୁଡିକୁ ସର୍ବଦା ବୁଦ୍ଧିରେ ରଖି କାର୍ଯ୍ୟ କରୁଥାଅ ।
ବାପଦାଦା ତ ପୂର୍ବରୁ
ମଧ୍ୟ ବୁଝାଇ ଦେଇଛନ୍ତି ଯେ ବ୍ରାହ୍ମଣ ଜୀବନର ମୁଖ୍ୟ ସମ୍ପତ୍ତି ହେଲା - ସଂକଳ୍ପ, ସମୟ ଏବଂ
ଶ୍ୱାସ । ତୁମମାନଙ୍କର ଶ୍ୱାସ ମଧ୍ୟ ବହୁତ ଅମୂଲ୍ୟ ଅଟେ । ଗୋଟିଏ ବି ଶ୍ୱାସ ସାଧାରଣ ନ ହେଉ
ବ୍ୟର୍ଥ ନ ହେଉ । ଭକ୍ତିମାର୍ଗରେ କୁହନ୍ତି ନା ପ୍ରତିଟି ନିଶ୍ୱାସରେ ନିଜର ଇଷ୍ଟଙ୍କୁ ସ୍ମରଣ କର
। ତେଣୁ ନିଶ୍ୱାସ ମଧ୍ୟ ବ୍ୟର୍ଥ ନ ହେଉ । ଜ୍ଞାନର ସମ୍ପତ୍ତି, ଶକ୍ତିର ସମ୍ପତ୍ତି.... ଏଗୁଡିକ ତ
ନିଶ୍ଚିତ ରହିଛି । କିନ୍ତୁ ମୁଖ୍ୟ ରୂପରେ ଏହି ତିନୋଟି ସମ୍ପତ୍ତି - ସଂକଳ୍ପ, ସମୟ ଏବଂ ଶ୍ୱାସ -
ଆଜ୍ଞା ଅନୁସାରେ ସଫଳ ହେଉଛି ତ? ବ୍ୟର୍ଥରେ ନଷ୍ଟ ହେଉ ନାହିଁ ତ? କାହିଁକି ନା ବ୍ୟର୍ଥରେ ଚାଲିଗଲେ
ଜମା ହୋଇପାରିବ ନାହିଁ ଏବଂ ଜମା ଖାତା ସାରା କଳ୍ପ ପାଇଁ ଏହି ସଂଗମଯୁଗରେ ହିଁ ଜମା କରିବାକୁ ହେବ
। ଚାହେଁ ସତ୍ୟ-ତ୍ରେତାଯୁଗରେ ଶ୍ରେଷ୍ଠ ପଦ ପ୍ରାପ୍ତ କରିବା ହେବ ବା ଦ୍ୱାପର-କଳିଯୁଗରେ ପୂଜ୍ୟ
ପଦ ପ୍ରାପ୍ତ କରିବା ହେଉ, କିନ୍ତୁ ଦୁଇଟିଯାକ ପାରବ୍ଧ ପାଇବା ପାଇଁ ଏହି ସଂଗମଯୁଗରେ ହିଁ ଜମା
କରିବାକୁ ହେବ । ତେଣୁ ସେହି ହିସାବରେ ବିଚାର କର ଯେ ସଂଗମ ଯୁଗରେ ଏହି ବ୍ରାହ୍ମଣ ଜୀବନର ବା
ଛୋଟିଆ ଜନ୍ମର ସଂକଳ୍ପ, ସମୟ ଏବଂ ଶ୍ୱାସ କେତେ ଅମୂଲ୍ୟ ଅଟେ? ଏଥିରେ କେବେ ବି ପେପରୁଆ ହୁଅ ନାହିଁ
। ଯେମିତି ନାହିଁ ସେମିତି ଦିନଟି ବିତିଗଲା, ତାହା ନୁହେଁ । ଦିନଟି ତ ବିତିଗଲା କିନ୍ତୁ ଏହି
ଗୋଟିଏ ଦିନରେ ବହୁତ ବହୁତ ବହୁତ କିଛି ହରାଇଦେଲ । ଯେତେବେଳେ ବି ଫାଲତୁରେ କୌଣସି ସଂକଳ୍ପ ବା
ସମୟ ନଷ୍ଟ ହୋଇଯାଉଛି ତେବେ ଏପରି ଭାବ ନାହିଁ ଯେ କେବଳ ପାଞ୍ଚ ମିନିଟ୍ ତ ଯାଇଛି! ନା, ସଞ୍ଚୟ କର
। ସମୟ ଅନୁସାରେ ଦେଖ ପ୍ରକୃତି ମଧ୍ୟ ନିଜର କାର୍ଯ୍ୟ କରିବାରେ କେତେ ସଜାଗ ଅଛି । କିଛି ନା କିଛି
ଖେଳ ଦେଖାଇ ଚାଲିଛି । କେଉଁଠି ନା କେଉଁଠି ଖେଳ ଦେଖାଇ ଚାଲିଛି । କିନ୍ତୁ ପ୍ରକୃତି ପତି
ବ୍ରାହ୍ମଣ ପିଲାମାନଙ୍କର କେବଳ ଗୋଟିଏ ହିଁ ଖେଳ - ଉଡିବାର କଳାର ଖେଳ । ତେଣୁ ପ୍ରକୃତି ତ ତା’ର
ଖେଳ ଦେଖାଉଛି କିନ୍ତୁ ତୁମେ ବ୍ରାହ୍ମଣମାନେ ନିଜର ଉଡିବାର କଳାରେ ରହିବାର ଖେଳ ଦେଖାଉଛ ତ?
କେହି ଜଣେ ବାପଦାଦାଙ୍କୁ
ଓଡିଶାରେ ହୋଇଥିବା ସାମୁଦ୍ରିକ ତୋଫାନ ବା ସୁନାମୀର ସମାଚାର, ଲେଖିକରି ଦେଇଛନ୍ତି । ଏହିଭଳି
ହୋଇଛି, ସେହିଭଳି ହୋଇଛି.... । ତେଣୁ ପ୍ରକୃତିର ଖେଳକୁ ତ ଦେଖିନେଲ ନା । କିନ୍ତୁ ବାପଦାଦା
ପଚାରୁଛନ୍ତି ଯେ ତୁମେମାନେ କେବଳ ପ୍ରକୃତିର ଖେଳ ଦେଖୁଥିଲ ନା ନିଜର ଉଡିବା କଳାର ଖେଳରେ ବ୍ୟସ୍ତ
ଥିଲ ଅର୍ଥାତ୍ ଆତ୍ମାମାନଙ୍କୁ ସକାଶ ଦେଉଥିଲ? ନା କେବଳ ସମାଚାର ଶୁଣିବାରେ ଲାଗିଥିଲ? ସମାଚାର ତ
ସବୁ ଶୁଣିବାକୁ ହିଁ ପଡୁଛି, କିନ୍ତୁ ସମାଚାର ଶୁଣିବାରେ ଯେତିକି ଆଗ୍ରହ ରହୁଛି ସେତିକି ଆଗ୍ରହ
ନିଜର ଉଡିବାର କଳାର ଚମତ୍କାରୀ ଦେଖାଇବାରେ ରହିଥିଲା ତ? କେତେକ ପିଲା ଗୁପ୍ତ ଯୋଗୀ ମଧ୍ୟ ଅଟନ୍ତି,
ଏହିଭଳି ଗୁପ୍ତ ଯୋଗୀ ପିଲାମାନଙ୍କୁ ବାପଦାଦାଙ୍କର ସହଯୋଗ ମଧ୍ୟ ବହୁତ ମିଳିଛି ଏବଂ ଏହିଭଳି
ପିଲାମାନେ ନିଜେ ମଧ୍ୟ ଅଚଳ-ଅଟଳ ଏବଂ ସାକ୍ଷୀ ଅବସ୍ଥାରେ ଥିଲେ ଏବଂ ବାୟୁମଣ୍ଡଳକୁ ମଧ୍ୟ ସମୟ
ଅନୁସାରେ ସହଯୋଗ ଦେଇଛନ୍ତି । ଯେପରି ସ୍ଥୂଳ ସହଯୋଗ ଦେବାବାଲା ଚାହେଁ ସରକାର ହୁଅନ୍ତୁ ବା
ଆଖପାଖର ଲୋକମାନେ ହୁଅନ୍ତୁ ସହଯୋଗ ଦେବା ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି ସେହିପରି ବ୍ରାହ୍ମଣ
ଆତ୍ମାମାନେ ମଧ୍ୟ ନିଜର ସହଯୋଗ-ଶକ୍ତି, ଶାନ୍ତି ଏବଂ ସୁଖ ଦେବାର କାର୍ଯ୍ୟ ଯାହାକି ଶ୍ରେଷ୍ଠ
ଈଶ୍ୱରୀୟ କାର୍ଯ୍ୟ, ତାହା କରିଛ ତ? ଯେପରି ଅମୁକ ସରକାର ଏହିଭଳି ସହଯୋଗ ଦେଲେ, ଅମୁକ ଦେଶ ଏହିଭଳି
ସହଯୋଗ ଦେଲା... ତୁରନ୍ତ ଘୋଷଣା କରିବାରେ ଲାଗି ପଡୁଛନ୍ତି, ତେଣୁ ବାପଦାଦା ପଚାରୁଛନ୍ତି - ତୁମେ
ବ୍ରାହ୍ମଣ ଆତ୍ମାମାନେ ମଧ୍ୟ ନିଜର ଏହି କର୍ତ୍ତବ୍ୟ କରିଛି ତ? ତୁମମାନଙ୍କୁ ମଧ୍ୟ ସଜାଗ ରହିବା
ଉଚିତ୍ । ସ୍ଥୁଳ ସହଯୋଗ ଦେବା ମଧ୍ୟ ଆବଶ୍ୟକ ଅଟେ, ଏଥିରେ ବାପଦାଦା ମନା କରୁନାହାଁନ୍ତି, କିନ୍ତୁ
ଯାହା ବ୍ରାହ୍ମଣ ଆତ୍ମାମାନଙ୍କର ବିଶେଷ କାର୍ଯ୍ୟ, ଯେଉଁ ସହଯୋଗ ଅନ୍ୟ କେହି ଦେଇପାରିବେ ନାହିଁ,
ଏହିଭଳି ସହଯୋଗ ତୁମେମାନେ ସଜାଗ ରହି ଦେଇଛ ତ? ଦେବା କଥା ନା! ନା କେବଳ ସେମାନଙ୍କୁ ବସ୍ତ୍ର
ଦରକାର, ଖାଦ୍ୟ ଦରକାର? କିନ୍ତୁ ପ୍ରଥମେ ତ ମନକୁ ଶାନ୍ତି ଦରକାର । ସମ୍ମୁଖୀନ କରିବାର ଶକ୍ତି
ଦରକାର । ତେଣୁ ସ୍ଥୂଳ ସହଯୋଗ ସହିତ ସୂକ୍ଷ୍ମ ସହଯୋଗ କେବଳ ବ୍ରାହ୍ମଣ ଆତ୍ମାମାନେ ହିଁ ଦେଇପାରିବେ,
ଅନ୍ୟ କେହି ଦେଇପାରିବେ ନାହିଁ । ତେବେ ଏହା ତ କିଛି ବି ନୁହେଁ । ଏହା ତ ପୂର୍ବ ସୂଚନା ଅଟେ ।
ପ୍ରକୃତ ବିନାଶ ତ ଆଗକୁ ଆସିବାକୁ ଯାଉଛି । ତା’ର ପୂର୍ବାଭ୍ୟାସ ବା ପୂର୍ବ ସୂଚନା ତୁମମାନଙ୍କୁ
ସମୟ କୁହ ବା ବାବା କୁହ କରାଇ ଦେଇଛନ୍ତି । ତେଣୁ ଯେଉଁ ସବୁ ଶକ୍ତିଗୁଡିକ ବା ଯେଉଁ ସବୁ ସମ୍ପତ୍ତି
ଗୁଡିକ ତୁମ ପାଖରେ ଅଛି ତା’କୁ ସମୟ ଅନୁସାରେ ବ୍ୟବହାର କରିବା ଜଣା ଅଛି ତ?
କୁମାରମାନେ କ’ଣ କରିବ?
ସବୁ ଶକ୍ତି ଜମା ଅଛି ତ? ବ୍ୟବହାର କରିବା ଜଣା ଅଛି ତ? ହାତ ତ ବହୁତ ଭଲ ଉଠାଇ ଦେଉଛ, ଏବେ କିନ୍ତୁ
ବାସ୍ତବିକ ରୂପରେ ଦେଖାଇବାକୁ ହେବ । ସାକ୍ଷୀ ହୋଇ ଦେଖିବାକୁ ହିଁ ହେବ, ଶୁଣିବାକୁ ହିଁ ହେବ ଏବଂ
ସହଯୋଗ ଦେବାକୁ ମଧ୍ୟ ହେବ । ଶେଷରେ ଯେତେବେଳେ ପ୍ରକୃତିର ପ୍ରକୃତ ପାର୍ଟ ଆରମ୍ଭ ହୋଇଯିବ
ସେତେବେଳେ ସାକ୍ଷୀ ଏବଂ ନିର୍ଭୟ ହୋଇ ଦେଖିବାକୁ ମଧ୍ୟ ହେବ ଏବଂ ନିଜର ପାର୍ଟ ମଧ୍ୟ କରିବାକୁ ହେବ
। ସେତେବେଳେ କେଉଁ ପାର୍ଟ କରିବ? ଦାତାଙ୍କର ସନ୍ତାନ ହିସାବରେ - ଦାତା ହୋଇ ଆତ୍ମାମାନଙ୍କୁ ଯାହା
ସବୁ ଦରକାର ଥିବ ତାହା ଦେବାକୁ ହେବ । ତେବେ ତୁମେମାନେ ମାଷ୍ଟର ଦାତା ଅଟ ନା? ତେଣୁ ନିଜର ଷ୍ଟକ
ଜମା କର, ନିଜ ପାଖରେ ଯେତିକି ଷ୍ଟକ ଜମା ରହିଥିବ ସେହି ଅନୁସାରେ ହିଁ ଦାତା ହୋଇପାରିବ । ଯଦି
ଶେଷ ସମୟ ପର୍ଯ୍ୟନ୍ତ ନିଜ ପାଇଁ ହିଁ ଜମା କରିଚାଲିଥିବ ତେବେ ଦାତା ହୋଇପାରିବ ନାହିଁ, ଅନେକ
ଜନ୍ମ ପର୍ଯ୍ୟନ୍ତ ଯେଉଁଭଳି ଶ୍ରେଷ୍ଠ ପଦ ପାଇବାର ଅଛି, ତା’କୁ ପ୍ରାପ୍ତ କରିପାରିବ ନାହିଁ,
ସେଥିପାଇଁ ପ୍ରଥମ କଥା ହେଲା ନିଜ ପାଖରେ ଭରପୂର ଷ୍ଟକ ଜମା କର । ଶୁଭଭାବନା, ଶୁଭକାମନାର ଭଣ୍ଡାର
ସର୍ବଦା ଭରପୂର ରହିଥାଉ । ଦ୍ୱିତୀୟରେ - ଯେଉଁ ସବୁ ବିଶେଷ ଶକ୍ତି ଗୁଡିକ ରହିଛି, ସେହି ଶକ୍ତି
ଗୁଡିକୁ ଯେଉଁ ସମୟରେ, ଯାହାକୁ ଯାହା ଦରକାର ତାହା ଦେଇପାରୁଥିବ । ତେଣୁ ଏବେ ସମୟ ଅନୁସାରେ କେବଳ
ନିଜର ପୁରୁଷାର୍ଥରେ ସଂକଳ୍ପ ଏବଂ ସମୟ ଲଗାଅ ନାହିଁ, ତା ସହିତ ଦାତା ହୋଇ ବିଶ୍ୱକୁ ସହଯୋଗ ମଧ୍ୟ
ଦିଅ । ନିଜର ପୁରୁଷାର୍ଥ ତ ଶୁଣାଇ ଦେଇଛୁ - ‘ଅମୃତବେଳାରୁ ହିଁ ଏହି କଥା ଚିନ୍ତା କର ଯେ ମୁଁ
ଆଜ୍ଞାକାରୀ ସନ୍ତାନ । ତେବେ ପ୍ରତ୍ୟେକ କର୍ମ ପାଇଁ ମଧ୍ୟ ଆଜ୍ଞା ମିଳିଯାଇଛି । ଉଠିବାର, ଶୋଇବାର,
ଖାଇବାର, କର୍ମଯୋଗୀ ହେବାର ପ୍ରତ୍ୟେକ କର୍ମ ପାଇଁ ଆଜ୍ଞା ମିଳିଯାଇଛି । ତେଣୁ ଆଜ୍ଞାକାରୀ ହେବା
ହିଁ ପିତାଙ୍କ ସମାନ ହେବା । ବାସ୍ - କେବଳ ଶ୍ରୀମତ ଅନୁସାରେ ହିଁ ଚାଲିବାର ଅଛି, ନା ମନମତ, ନା
ପରମତ । ଶ୍ରୀମତରେ କୌଣସି ପ୍ରକାରର ମିଶ୍ରଣ ନ ହେଉ । ଯଦି କେବେ ମନମତରେ, କେବେ ପରମତରେ ଚାଲିବ
ତେବେ ମେହନତ କରିବାକୁ ପଡିବ, ସହଜରେ ଚାଲିପାରିବ ନାହିଁ କାରଣ ମନମତ ପରମତ କେବେ ବି ଉଡିବାକୁ
ଦେବ ନାହିଁ । ମନମତ ହେଉ ବା ପରମତ ହେଉ ତାହା ବୋଝ ସଦୃଶ ଅଟେ, ତେଣୁ ବୋଝ କେବେ ଉଡିବାକୁ ଦେବ
ନାହିଁ । କିନ୍ତୁ ଶ୍ରୀମତ ତୁମକୁ ଡବଲ ଲାଇଟ୍ କରିଦେବ । ଶ୍ରୀମତ ଅନୁସାରେ ଚାଲିବା ଅର୍ଥ ସହଜରେ
ବାପ ସମାନ ହେବା । ତେଣୁ ଶ୍ରୀମତ ଅନୁସାରେ ଚାଲିବା ଜଣା ଅଛି ତ?
ଆଚ୍ଛା, ତେବେ କୁମାରମାନେ
କ’ଣ କରିବେ? ନିମନ୍ତ୍ରଣ ମିଳିଲା, ସ୍ୱତନ୍ତ୍ର ଭାବରେ ଅଭ୍ୟର୍ଥନା ମଧ୍ୟ ମିଳିଲା, ଦେଖ କେତେ
ଗେହ୍ଲା ହୋଇଗଲଣି । ତେଣୁ ଏବେ ଆଗକୁ କ’ଣ କରିବ? ପାଳନାର ପ୍ରତିଦାନ ଦେବ - ନା ସେଠାକୁ ଗଲା ପରେ
ସେଠିକାର, ଏଠାରେ ଥିବା ପର୍ଯ୍ୟନ୍ତ ଏଠିକାର? ଏମିତି କରିବ ନାହିଁ ନା? ଏଠାରେ ତ ବହୁତ ମଜାରେ ଅଛ
। ମାୟାର ଆକ୍ରମଣଠାରୁ ସୁରକ୍ଷିତ ରହିଛ, ଏମିତି କେହି ଅଛି କି ଯାହା ପାଖକୁ ମଧୁବନରେ ମଧ୍ୟ ମାୟା
ଆସୁଛି? ମଧୁବନରେ ମଧ୍ୟ ମେହନତ କରିବାକୁ ପଡୁଛି? ତେବେ ସୁରକ୍ଷିତ ମଧ୍ୟ ଅଛ ଏବଂ ଭଲରେ ମଧ୍ୟ ଅଛ
। ବାପଦାଦା ମଧ୍ୟ ଖୁସି ହେଉଛନ୍ତି । ଏଭଳି ସମୟ ମଧ୍ୟ ଆସିବ ଯେତେବେଳେ ଯୁବକମାନଙ୍କ ଉପରେ
ସରକାରର ମଧ୍ୟ ଧ୍ୟାନ ଯିବ କିନ୍ତୁ ସେତେବେଳେ ଧ୍ୟାନ ଯିବ ଯେତେବେଳେ ତୁମେମାନେ ବିଘ୍ନ ବିନାଶକ
ହୋଇଯିବ । ତେବେ ବିଘ୍ନ ବିନାଶକ କାହାର ନାମ? ତୁମମାନଙ୍କର ଅଟେ ନା! ବିଘ୍ନର ଏତେ ସାହାସ ନ ହେଉ
ଯାହାକି କୌଣସି କୁମାରକୁ ସାମନା କରିପାରିବ, ତେବେ କୁହାଯିବ ବିଘ୍ନ ବିନାଶକ । ବିଘ୍ନ ପଛକେ
ହାରିଯିବ କିନ୍ତୁ ଆକ୍ରମଣ କରିପାରିବ ନାହିଁ । ତେଣୁ ବିଘ୍ନ ବିନାଶକ ହେବାର ସାହସ ଅଛି ତ? ନା
ସେଠାକୁ ଯାଇ ପତ୍ର ଲେଖିବ ଦାଦିଜୀ କ’ଣ କରିବି ସ୍ଥିତି ବହୁତ ଭଲ ଥିଲା ଯେ କିନ୍ତୁ କିଏ ଜାଣେ
କ’ଣ ହୋଇଗଲା! ଏମିତି ଲେଖିବ ନାହିଁ ତ? କେବଳ ଏହି ଖୁସି ଖବର ଲେଖ - ଓ.କେ. ଭେରିଗୁଡ୍ ମୁଁ
ବିଘ୍ନବିନାଶକ ଅଟେ । ବାସ୍ କେବଳ ଗୋଟିଏ ଶବ୍ଦ ଲେଖ ଅଧିକ ଲମ୍ବା ପତ୍ର ଲେଖ ନାହିଁ । ଓ.କେ.
ଆଚ୍ଛା!
ମଧୁବନର ବିଶେଷତା ମଧ୍ୟ
ବାପଦାଦାଙ୍କ ପାଖରେ ପହଞ୍ଚିଯାଇଛି । ମଧୁବନ ନିବାସୀ ନିଜ ନିଜର ଚାର୍ଟ ଲେଖି ପଠାଇଛନ୍ତି ।
ବାପଦାଦାଙ୍କ ପାଖରେ ପହଞ୍ଚିଯାଇଛି । ବାପଦାଦା ସବୁ ପିଲାଙ୍କୁ ଆଜ୍ଞା ମାନିବାବାଲା ଆଜ୍ଞାକାରୀ
ସନ୍ତାନ ଦୃଷ୍ଟିରେ ଦେଖୁଛନ୍ତି । ବିଶେଷ କାର୍ଯ୍ୟ ମିଳିଥିଲା । କିନ୍ତୁ ସଦା ପ୍ରସ୍ତୁତ ରହୁଥିବା
ଆତ୍ମା ହୋଇ ଆଜ୍ଞା ପାଳନ କରିଛନ୍ତି, ଏଥିପାଇଁ ମଧ୍ୟ ବିଶେଷ ଅଭିନନ୍ଦନ ଦେଉଛନ୍ତି । ଆଚ୍ଛା
ସମସ୍ତେ ନିଜ ନିଜର ଚାର୍ଟ ସ୍ପଷ୍ଟ ଭାବରେ ଲେଖିଛନ୍ତି (ଦାଦିଜୀଙ୍କୁ) ତୁମେ ମଧ୍ୟ ଫଳାଫଳକୁ ଦେଖି
ତା’ ଉପରେ କ୍ଲାସ କରାଇବେ । ନିଜ ନିଜର ଅବସ୍ଥାର ଚାର୍ଟ ଭଲ ଲେଖିଛନ୍ତି । ବାପଦାଦା ତ ନିଶ୍ଚିତ
ଅଭିନନ୍ଦନ ଦେଉଛନ୍ତି କାରଣ ସଚ୍ଚା ଦିଲ୍ବାଲା ପିଲାମାନଙ୍କ ଉପରେ ସଚ୍ଚା ସାହେବ ସନ୍ତୁଷ୍ଟ
ରହିଥାଆନ୍ତି । ଆଚ୍ଛା!
ଚାରିଆଡର ବାପଦାଦାଙ୍କର
ଆଜ୍ଞାକାରୀ ପିଲାମାନଙ୍କୁ, ସର୍ବଦା ବିଘ୍ନବିନାଶକ ସ୍ଥିତିରେ ରହୁଥିବା ପିଲାମାନଙ୍କୁ, ସର୍ବଦା
ଶ୍ରୀମତ ଉପରେ ସହଜରେ ଚାଲୁଥିବା, ମେହନତ କରିବାରୁ ମୁକ୍ତ ରହୁଥିବା, ସର୍ବଦା ମଉଜରେ ଉଡୁଥିବା ଏବଂ
ଉଡାଉଥିବା, ସର୍ବ ସମ୍ପତ୍ତିର ଭଣ୍ଡାରରେ ଭରପୂର ରହୁଥିବା ବାବାଙ୍କର ନିକଟବର୍ତ୍ତୀ ତଥା ବାବାଙ୍କ
ସମାନ ସ୍ଥିତିରେ ରହୁଥିବା ପିଲାମାନଙ୍କୁ ବହୁତ ବହୁତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
କୁମାରମାନଙ୍କ ଭିତରେ ମଧ୍ୟ ବିଶେଷ କରି ସଦାପ୍ରସ୍ତୁତ ରହି ଅକ୍ଲାନ୍ତ ଭାବରେ ସେବା କରୁଥିବା,
ସର୍ବଦା ଉଡିବାର କଳାରେ ଉଡୁଥିବା କୁମାରମାନଙ୍କୁ ବାପଦାଦାଙ୍କର ବିଶେଷ ଶୁଭେଚ୍ଛା ।
(ବାପଦାଦା ଡାଇମଣ୍ଡ ହଲ୍ରେ
ବସିଥିବା ସମସ୍ତ ଭାଇ ଭଉଣୀମାନଙ୍କୁ ଦୃଷ୍ଟି ଦେବା ପାଇଁ ହଲ୍ର ପରିକ୍ରମା କରିଲେ) ବାପଦାଦାଙ୍କର
ପ୍ରତ୍ୟେକ ସନ୍ତାନ ପ୍ରତି ବହୁତ ବହୁତ ସ୍ନେହ ରହିଛି । କେହି ବି ଏମିତି ଭାବନାହିଁ ଯେ ମୋ ପ୍ରତି
ବାପଦାଦାଙ୍କର କମ୍ ସ୍ନେହ ଅଛି । ତୁମେ ପଛକେ ଭୁଲିଯାଉଥିବ କିନ୍ତୁ ବାବା ନିରନ୍ତର ଭାବରେ
ପ୍ରତ୍ୟେକ ସନ୍ତାନର ମାଳା ଜପ କରିଚାଲିଛନ୍ତି କାହିଁକି ନା ବାପଦାଦାଙ୍କ ସ୍ମୃତିରେ ପ୍ରତ୍ୟେକ
ସନ୍ତାନର ବିଶେଷତା ସର୍ବଦା ସମ୍ମୁଖରେ ରହିଛି । କେହି ଜଣେ ବି ଏଭଳି ନାହିଁ ଯିଏକି ବିଶେଷ ନୁହେଁ
। ପ୍ରତ୍ୟେକ ସନ୍ତାନ ବିଶେଷ ଆତ୍ମା ଅଟେ । ବାବା କେବେ ବି ଜଣକୁ ମଧ୍ୟ ଭୁଲି ଯାଉ ନାହାଁନ୍ତି ।
ତେଣୁ ସମସ୍ତେ ନିଜକୁ ବିଶେଷ ଆତ୍ମା ମନେ କରି, ବିଶେଷ କାର୍ଯ୍ୟ କରିବା ପାଇଁ ନିଜକୁ ନିମିତ୍ତ ମନେ
କରି ଆଗକୁ ଆଗକୁ ବଢିଚାଲ । ଆଚ୍ଛା!
ବରଦାନ:-
ସର୍ବଦା ନିଜେ
ଆତ୍ମିକ ସ୍ଥିତିରେ ରହି ଅନ୍ୟମାନଙ୍କର ମଧ୍ୟ ଆତ୍ମାକୁ ଦେଖୁଥିବା ଆତ୍ମିକ ଗୋଲାପ ଫୁଲ ହୁଅ ।
ଆତ୍ମିକ ଗୋଲାପ ଅର୍ଥାତ୍
ଯାହା ଭିତରେ ସର୍ବଦା ଆତ୍ମିକ ସୁଗନ୍ଧ ଭରି ରହିଥିବ । ସେମାନେ ଯେଉଁଠି ବି ଦେଖିବେ, ଯାହାକୁ ବି
ଦେଖିବେ ତାଙ୍କର ଆତ୍ମାକୁ ହିଁ ଦେଖିବେ, ଶରୀରକୁ ନୁହେଁ । ତେଣୁ ନିଜେ ମଧ୍ୟ ସର୍ବଦା ଆତ୍ମିକ
ସ୍ଥିତିରେ ରୁହ ଏବଂ ଅନ୍ୟମାନଙ୍କର ମଧ୍ୟ ଆତ୍ମାକୁ ଦେଖ । ଯେପରି ବାବା ଉଚ୍ଚରୁ ଉଚ୍ଚ ଅଟନ୍ତି,
ସେହିପରି ତାଙ୍କର ବଗୀଚା ମଧ୍ୟ ଉଚ୍ଚରୁ ଉଚ୍ଚ ଅଟେ, ଯେଉଁ ବଗୀଚାର ବିଶେଷ ଶୋଭା ତୁମେ ଆତ୍ମିକ
ଗୋଲାପ ଫୁଲମାନେ ହିଁ ଅଟ । ତୁମମାନଙ୍କର ଆତ୍ମିକ ସୁଗନ୍ଧ ଅନେକ ଆତ୍ମାମାନଙ୍କର କଲ୍ୟାଣ କରିବ ।
ସ୍ଲୋଗାନ:-
ଯଦି
ମର୍ଯ୍ୟାଦାର ଉଲଘଂନ କରି କାହାକୁ ବି ସୁଖ ଦେଲ ତେବେ ତାହା ମଧ୍ୟ ଦୁଃଖର ଖାତାରେ ଜମା ହୋଇଯିବ ।