18.04.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ହେଉଛନ୍ତି ଦାତା ତେଣୁ ତୁମମାନଙ୍କୁ ବାବାଙ୍କୁ କିଛି ବି ମାଗିବାର ଆବଶ୍ୟକତା ନାହିଁ, କଥାରେ ଅଛି
ମାଗିବା ଅପେକ୍ଷା ମରିଯିବା ଭଲ ।”
ପ୍ରଶ୍ନ:-
କେଉଁ ସ୍ମୃତି
ସର୍ବଦା ଜାଗ୍ରତ ରହିଲେ କୌଣସି କଥାର ଚିନ୍ତା ବା ଚିନ୍ତନ ରହିବ ନାହିଁ?
ଉତ୍ତର:-
ଯାହା ବିତିଗଲା - ଭଲ ହେଉ ବା ମନ୍ଦ ହେଉ, ତାହା ଡ୍ରାମାରେ ଥିଲା । ସାରା ଚକ୍ର ସଂପୂର୍ଣ୍ଣ ହୋଇ
ପୁଣି ତା’ର ପୁନରାବୃତ୍ତି ହେବ । ଯିଏ ଯେପରି ପୁରୁଷାର୍ଥ କରୁଛନ୍ତି, ସେହିପରି ପଦ ପାଉଛନ୍ତି ।
ଏହି କଥା ସ୍ମୃତିରେ ରହିଲେ କୌଣସି କଥାର ଚିନ୍ତା ବା ଚିନ୍ତନ ରହିବ ନାହିଁ । ବାବାଙ୍କର
ନିର୍ଦ୍ଦେଶ ହେଲା - ପିଲାମାନେ, ବିତିଯାଇଥିବା କଥାର ଚିନ୍ତନ କର ନାହିଁ । କୌଣସି ଓଲଟା-ସିଧା କଥା
ଶୁଣ ନାହିଁ କି ଶୁଣାଅ ନାହିଁ । ବିତିଯାଇଥିବା କଥାର ବିଚାର କର ନାହିଁ କି ତା’ର ପୁନରାବୃତ୍ତି
କର ନାହିଁ ।
ଓମ୍ ଶାନ୍ତି ।
ଆତ୍ମିକ
ସନ୍ତାନମାନଙ୍କୁ ଆତ୍ମିକ ପିତା ବସି ବୁଝାଉଛନ୍ତି । ରୁହାନୀ ବାବାଙ୍କୁ ଦାତା ବୋଲି କୁହାଯାଉଛି ।
ସିଏ ତ ସ୍ୱତଃ ସବୁ କିଛି ପିଲାମାନଙ୍କୁ ଦେଉଛନ୍ତି । ବାବା ଆମକୁ ବିଶ୍ୱର ମାଲିକ କରିବା ପାଇଁ
ହିଁ ଆସୁଛନ୍ତି । କିପରି ଆମେ ବିଶ୍ୱର ମାଲିକ ହେବୁ, ସେହି ସବୁ କଥା ଆମମାନଙ୍କୁ ବୁଝାଉଛନ୍ତି ଏବଂ
ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି । କାହିଁକି ନା ସିଏ ଦାତା ଅଟନ୍ତି ନା । ତେଣୁ ସବୁ କିଛି ସ୍ୱତଃ
ଦେଉଛନ୍ତି । କଥାରେ ଅଛି ମାଗିବା ଅପେକ୍ଷା ମରିଯିବା ଭଲ । ତେଣୁ କୌଣସି ଜିନିଷ ମାଗିବା ଉଚିତ୍
ନୁହେଁ । ଅନେକ ଅଛନ୍ତି ଯେଉଁମାନେ ଶକ୍ତି, ଆଶୀର୍ବାଦ, କୃପା ଇତ୍ୟାଦି ମାଗି ଚାଲିଛନ୍ତି ।
ଭକ୍ତିମାର୍ଗରେ ମାଗି-ମାଗି ମୁଣ୍ଡ ପିଟି-ପିଟି ସଂପୂର୍ଣ୍ଣ ତଳକୁ ଖସି ଆସିଲ । ବର୍ତ୍ତମାନ
ମାଗିବାର କୌଣସି ଆବଶ୍ୟକତା ନାହିଁ । ବାବା କହୁଛନ୍ତି ତୁମେ ମୋର ନିର୍ଦ୍ଦେଶ ଅନୁସାରେ ଚାଲ ।
ପ୍ରଥମେ ତ କହୁଛନ୍ତି ବିତି ଯାଇଥିବା କଥାର ଚିନ୍ତା କର ନାହିଁ । ଡ୍ରାମା ଅନୁସାରେ ଯାହା କିଛି
ହୋଇଗଲା ତାହା ଅତିକ୍ରାନ୍ତ ହୋଇଗଲା । ଏବେ ତା’ର ବିଚାର କର ନାହିଁ କିମ୍ବା ତା’ର ପୁନରାବୃତ୍ତି
କର ନାହିଁ । ବାବା ତ କେବଳ ଦୁଇଟି ଶବ୍ଦ ହିଁ କହୁଛନ୍ତି ମୋତେ ମନେ ପକାଅ । ବାବା ଆମକୁ
ନିର୍ଦ୍ଦେଶ ଅର୍ଥାତ୍ ଶ୍ରୀମତ ଦେଉଛନ୍ତି । ସେହି ଅନୁସାରେ ଚାଲିବା ହେଲା ପିଲାମାନଙ୍କର କାମ ।
ଏହା ହେଉଛି ସବୁଠାରୁ ଶ୍ରେଷ୍ଠ ନିର୍ଦ୍ଦେଶ । କେହି କେତେ ବି ପ୍ରଶ୍ନ ଉତ୍ତର କର, ବାବା ତ ଦୁଇଟି
ଶବ୍ଦରେ ହିଁ ବୁଝାଇଦେବେ । ମୁଁ ହେଉଛି ପତିତ-ପାବନ । ତୁମେ ମୋତେ ମନେ ପକାଅ ତେବେ ତୁମର ପାପ
ଭସ୍ମ ହୋଇଯିବ । ବାସ୍, ମନେ ପକାଇବା ପାଇଁ କ’ଣ କୌଣସି ନିର୍ଦ୍ଦେଶ ଦିଆଯାଏ କି! ତୁମକୁ
ବାବାଙ୍କୁ ମନେ ପକାଇବାକୁ ହେବ, କିଛି ଜୋରରେ ପାଟି କରି ଡାକିବା ବା ଚିତ୍କାର କରିବାର ନାହିଁ ।
ବୁଦ୍ଧିରେ କେବଳ ବେହଦର ବାବାଙ୍କୁ ମନେ ପକାଇବାକୁ ହେବ । ଦ୍ୱିତୀୟ ନିର୍ଦ୍ଦେଶ କ’ଣ ଦେଉଛନ୍ତି?
୮୪ ଜନ୍ମର ଚକ୍ରକୁ ମନେ ପକାଅ କାହିଁକି ନା ତୁମକୁ ଦେବତା ହେବାର ଅଛି, ଦେବତାମାନଙ୍କର ମହିମା ତ
ତୁମେ ଅଧାକଳ୍ପ ହେବ କରି ଆସିଛ ।
(ପିଲା କାନ୍ଦିବାର ଶବ୍ଦ
ହେଲା) ବର୍ତ୍ତମାନ ସବୁ ସେଣ୍ଟର୍ସର ଭଉଣୀମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଉଛି ଯେ ଛୋଟ ପିଲାଙ୍କୁ
କେହି ବି ଏଠାକୁ ନେଇ ଆସିବେ ନାହିଁ । ସେମାନଙ୍କ ପାଇଁ କିଛି ପ୍ରବନ୍ଧ କରିବାକୁ ପଡିବ ।
ବାବାଙ୍କଠାରୁ ଯେଉଁମାନଙ୍କର ସମ୍ପତ୍ତି ନେବାର ଥିବ ସେମାନେ ସ୍ୱତଃ ପ୍ରବନ୍ଧ କରିବେ । ଏହା ହେଉଛି
ଆତ୍ମିକ ପିତାଙ୍କର ବିଶ୍ୱବିଦ୍ୟାଳୟ, ଏଠାରେ ଛୋଟ ପିଲାଙ୍କର କୌଣସି ଆବଶ୍ୟକତା ନାହିଁ ।
ବ୍ରାହ୍ମଣୀ (ଟିଚର)ଙ୍କର କାମ ହେଲା ଯେତେବେଳେ ଯୋଗ୍ୟ ସେବାଧାରୀ ହୋଇଯିବେ ସେତେବେଳେ ସେମାନଙ୍କୁ
ରିଫ୍ରେଶ୍ ବା ସତେଜ କରିବା ପାଇଁ ଆଣିବେ । କେତେ ବଡ ଲୋକ ହୋଇଥାଆନ୍ତୁ ଅଥବା ଛୋଟ ହୁଅନ୍ତୁ, ଏହା
ବିଶ୍ୱବିଦ୍ୟାଳୟ ଅଟେ । ଏଠାକୁ ଯେଉଁମାନେ ଛୋଟ ପିଲାମାନଙ୍କୁ ନେଇ ଆସୁଛନ୍ତି ସେମାନେ ଏକଥା
ବୁଝୁନାହାଁନ୍ତି ଯେ ଏହା ହେଉଛି ଏକ ବିଶ୍ୱବିଦ୍ୟାଳୟ । ମୁଖ୍ୟ କଥା ହେଲା - ଏହା ହେଉଛି ବିଶ୍ୱ
ବିଦ୍ୟାଳୟ । ଏଠାକାର ବିଦ୍ୟାର୍ଥୀମାନେ ବହୁତ ଭଲ ବୁଝିପାରୁଥିବା ଦରକାର । ଜ୍ଞାନରେ ପକ୍କା ନ
ହୋଇଥିଲେ ବାତାବରଣ ବହୁତ ଖରାପ କରିବେ, କାହିଁକି ନା ବାବାଙ୍କର ସ୍ମୃତି ନ ଥିଲେ ବୁଦ୍ଧି
ଏଣେ-ତେଣେ ଘୂରି ବୁଲୁଥିବ, ତେଣୁ ଏହା ଦ୍ୱାରା କ୍ଷତି ହିଁ କରିବେ । ଏମାନେ କେବେ ବାବାଙ୍କ
ସ୍ମୃତିରେ ରହିପାରିବେ ନାହିଁ । ଯଦି ଏଠାକୁ ପିଲା-ଛୁଆଙ୍କୁ ନେଇ ଆସିବ ତେବେ ଏଥିରେ
ପିଲାମାନଙ୍କର ହିଁ କ୍ଷତି ହେବ । କେହି କେହି ତ ଜାଣିନାହାଁନ୍ତି ଯେ ଏହା ଈଶ୍ୱରୀୟ ପିତାଙ୍କର
ବିଶ୍ୱ ବିଦ୍ୟାଳୟ, ଏଠାରେ ମନୁଷ୍ୟରୁ ଦେବତା ହେବାକୁ ପଡିଥାଏ । ବାବା କହୁଛନ୍ତି ଯଦିଓ ଗୃହସ୍ଥ
ବ୍ୟବହାରରେ ପିଲାଛୁଆଙ୍କ ସାଥୀରେ ରହୁଛ, ଏଠାରେ ତ କେବଳ ଗୋଟିଏ ସପ୍ତାହ କ’ଣ ୩-୪ ଦିନ ମଧ୍ୟ
ଯଥେଷ୍ଟ । ଏହି ଜ୍ଞାନ ତ ବହୁତ ସହଜ । କେବଳ ବାବାଙ୍କୁ ଜାଣିବାକୁ ହେବ । ବେହଦର ବାବାଙ୍କୁ
ଜାଣିଲେ ହିଁ ବେହଦର ସମ୍ପତ୍ତି ମିଳିବ । ତେବେ କେଉଁ ପ୍ରକାର ସମ୍ପତ୍ତି? ଅସୀମ ରାଜତ୍ୱର
ସମ୍ପତ୍ତି । ଏମିତି ଭାବ ନାହିଁ ଯେ, ପ୍ରଦର୍ଶନୀ ବା ମିୟ୍ୟୁଜିୟମ୍ରେ ସେବା ହେଉନାହିଁ । ଢେର
ଅଗଣିତ ପ୍ରଜା ହେଉଛନ୍ତି । ବ୍ରାହ୍ମଣ କୁଳ, ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀ - ତିନୋଟି ଧର୍ମର
ସ୍ଥାପନା ଏହିଠାରେ ହିଁ ହେଉଛି । ତେବେ ଏହା ହେଉଛି ଏକ ବହୁତ ବଡ ବିଶ୍ୱ ବିଦ୍ୟାଳୟ । ଏଠାରେ
ବେହଦର ବାବା ପାଠପଢାଉଛନ୍ତି । ଏହି ଜ୍ଞାନ ଦ୍ୱାରା ବୁଦ୍ଧି ଏକଦମ୍ ଭରପୁର ହୋଇଯିବା ଦରକାର ।
କିନ୍ତୁ ବାବା ଏହି ସାଧାରଣ ଶରୀରରେ ଆସିଛନ୍ତି । ସାଧାରଣ ଭାବରେ ପାଠପଢାଉଛନ୍ତି, ସେଥିପାଇଁ
ମନୁଷ୍ୟମାନଙ୍କର ବିଶ୍ୱାସ ହେଉ ନାହିଁ । କହୁଛନ୍ତି ଈଶ୍ୱର ପିତାଙ୍କର ବିଶ୍ୱ ବିଦ୍ୟାଳୟ କ’ଣ ଏପରି
ହୋଇଥିବ! ବାବା କହୁଛନ୍ତି ମୁଁ ହେଉଛି ଗରୀବର ବନ୍ଧୁ, ତେଣୁ ଗରୀବମାନଙ୍କୁ ହିଁ ପାଠ ପଢାଉଛି ।
ସାହୁକାରମାନଙ୍କର ପାଠପଢିବାର ଶକ୍ତି ନାହିଁ । ସେମାନଙ୍କର ବୁଦ୍ଧିରେ ତ ସବୁବେଳେ କେବଳ ନିଜର
କୋଠାବାଡି ଇତ୍ୟାଦି ରହିଥାଏ । ଗରୀବମାନେ ହିଁ ସାହୁକାର ହେବେ, ସାହୁକାର ଗରୀବ ହେବେ - ଏହିଭଳି
ନିୟମ ରହିଛି । ସାହୁକାରଙ୍କୁ କ’ଣ କେବେ ଦାନ ଦିଆଯାଏ କି? ଏହା ମଧ୍ୟ ଅବିନାଶୀ ଜ୍ଞାନ ରତ୍ନର
ଦାନ । ଏହି ଦାନ ସାହୁକାର ନେଇପାରିବେ ନାହିଁ । ସେମାନଙ୍କର ବୁଦ୍ଧିରେ ଏହି ଜ୍ଞାନ ରହିବ ହିଁ
ନାହିଁ । ସେମାନେ ନିଜର ବିନାଶୀ ରଚନା ଏବଂ ଧନ-ଦୌଲତର ମୋହରେ ହିଁ ବାନ୍ଧି ହୋଇ ରହିଥା’ନ୍ତି ।
ସେମାନଙ୍କ ପାଇଁ ଯେପରି ଏହିଠାରେ ହିଁ ସ୍ୱର୍ଗ ରହିଛି । କହୁଛନ୍ତି ଆମର ଦ୍ୱିତୀୟ ସ୍ୱର୍ଗର
ଆବଶ୍ୟକତା ନାହିଁ । କେହି ବଡ ଲୋକ ମରିଗଲେ କୁହନ୍ତି ସ୍ୱର୍ଗାରୋହଣ କଲେ । ନିଜେ ନିଜେ ହିଁ
କହିଦେଉଛନ୍ତି କି ଇଏ ସ୍ୱର୍ଗକୁ ଗଲା । ତେଣୁ ନିଶ୍ଚିତ ଭାବରେ ବର୍ତ୍ତମାନ ନର୍କ ଅଟେ ନା ।
କିନ୍ତୁ ସେମାନେ ଏତେ ପଥର ବୁଦ୍ଧି ହୋଇଯାଇଛନ୍ତି ଯାହାଦ୍ୱାରା ବୁଝିପାରୁ ନାହାଁନ୍ତି - ନର୍କ
କ’ଣ? କିନ୍ତୁ ଏହା ତ ତୁମର କେତେ ବଡ ବିଶ୍ୱ ବିଦ୍ୟାଳୟ ଅଟେ । ବାବା କହୁଛନ୍ତି ଯେଉଁମାନଙ୍କର
ବୁଦ୍ଧିରେ ତାଲା ପଡିଯାଇଛି, ସେହିମାନଙ୍କୁ ହିଁ ଆସି ମୁଁ ପାଠ ପଢାଉଛି । ଯେତେବେଳେ ବାବା ଆସିବେ
ସେତେବେଳେ ଯାଇ ତ ତାଲା ଖୋଲିବେ ନା । ବାବା ନିଜେ ଆସି ନିର୍ଦ୍ଦେଶ ଦେଉଛନ୍ତି - ତୁମ ବୁଦ୍ଧିର
ତାଲା କିପରି ଖୋଲିବ? ବାବାଙ୍କଠାରୁ କିଛି ବି ମାଗିବାର ନାହିଁ, ବାବାଙ୍କ ଉପରେ କେବଳ ନିଶ୍ଚୟ
ରହିବା ଆବଶ୍ୟକ । ବାବା ହେଉଛନ୍ତି ସବୁଠାରୁ ପ୍ରିୟ, ଯାହାଙ୍କୁ କି ଆମେ ଭକ୍ତିମାର୍ଗରେ ମନେ
ପକାଉଥିଲେ । ଯାହାଙ୍କୁ ମନେ ପକାଯାଇଥାଏ ସିଏ ନିଶ୍ଚିତ ଭାବରେ କେଉଁ ସମୟରେ ଆସିବେ ନା ।
ପୁନର୍ବାର ଏହାର ପୁନରାବୃତ୍ତି କରିବା ପାଇଁ ହିଁ ମନେ ପକାଇଥା’ନ୍ତି । ବାବା ଆସି ପିଲାମାନଙ୍କୁ
ବୁଝାଉଛନ୍ତି । ସନ୍ତାନମାନଙ୍କୁ ପୁଣି ବାହାର ଲୋକମାନଙ୍କୁ ବୁଝାଇବାକୁ ହେବ ଯେ ବାବା କିପରି
ଆସୁଛନ୍ତି । ଏଠାକୁ ଆସି କ’ଣ କହୁଛନ୍ତି? କହୁଛନ୍ତି ସନ୍ତାନମାନେ, ତୁମେ ସମସ୍ତେ ପତିତ ହୋଇଯାଇଛ,
ମୁଁ ଆସି ତୁମକୁ ପବିତ୍ର କରୁଛି । ତୁମେ ଆତ୍ମାମାନେ, ବର୍ତ୍ତମାନ ଅପବିତ୍ର ହୋଇଯାଇଛ, ଏବେ କେବଳ
ପତିତ-ପାବନ ବାବାଙ୍କୁ ମନେ ପକାଅ, ପରମଆତ୍ମାଙ୍କୁ ମନେ ପକାଅ । ଏଥିରେ କିଛି ବି ମାଗିବାର
ଆବଶ୍ୟକତା ନାହିଁ । ତୁମେ ଭକ୍ତିମାର୍ଗରେ ଅଧାକଳ୍ପ ହେବ କେବଳ ମାଗି ମାଗି ଆସିଛ, କିନ୍ତୁ ତୁମକୁ
କିଛି ବି ମିଳିନାହିଁ । ଏବେ ତୁମେ ମାଗିବା ବନ୍ଦ କର । ମୁଁ ସ୍ୱତଃ ତୁମକୁ ଦେଇ ଚାଲିଛି ।
ବାବାଙ୍କର ହେବା ଦ୍ୱାରା ସମ୍ପତ୍ତି ତ ବହୁତ ମିଳିଥାଏ । ଯେଉଁମାନେ ଟିକିଏ ବଡ ପିଲା ହୋଇଥା’ନ୍ତି
ସେମାନେ ତୁରନ୍ତ ବାବାଙ୍କୁ ଜାଣିପାରିଥା’ନ୍ତି । ବାବାଙ୍କର ସମ୍ପତ୍ତି ହେଲା - ୨୧ ପିଢି
ସ୍ୱର୍ଗର ରାଜତ୍ୱ । ଏକଥା ତ ତୁମେମାନେ ଜାଣିଛ - ନର୍କବାସୀ ଥିବା ସମୟରେ ଈଶ୍ୱର ଅର୍ଥେ
ଦାନ-ପୁଣ୍ୟ କରିବା ଦ୍ୱାରା ଅଳ୍ପ ସମୟର ସୁଖ ପ୍ରାପ୍ତ କରିଥାଅ । ମନୁଷ୍ୟମାନେ ଧର୍ମକାର୍ଯ୍ୟରେ
ଲଗାଇବା ପାଇଁ ମଧ୍ୟ କିଛି କିଛି ଧନ ସଞ୍ଚୟ କରିଥା’ନ୍ତି । ବିଶେଷ କରି ବ୍ୟବସାୟୀମାନେ ହିଁ
ଏହିପରି ସଞ୍ଚୟ କରିଥା’ନ୍ତି । ତେଣୁ ଯେଉଁମାନେ ବ୍ୟାପାରୀ ହୋଇଥିବେ ସେମାନେ କହିବେ ଯେ ଆମେ
ବାବାଙ୍କ ସହିତ ବ୍ୟାପାର କରିବା ପାଇଁ ଆସିଛୁ । ପିଲାମାନେ ବାବାଙ୍କ ସହିତ ବ୍ୟାପାର କରୁଛନ୍ତି
ନା । ବାପାଙ୍କଠାରୁ ସମ୍ପତ୍ତି ନେଇ ପୁଣି ସେଥିରେ ଶ୍ରାଦ୍ଧ ଆଦି ଖୁଆଇଥାଆନ୍ତି, ଦାନ-ପୁଣ୍ୟ
କରିଥାଆନ୍ତି । ଧର୍ମଶାଳା, ମନ୍ଦିର ଇତ୍ୟାଦି ତିଆରି କଲେ ସେଥିରେ ବାପାଙ୍କର ନାମ ମଧ୍ୟ
ଲେଖିଥା’ନ୍ତି, କାହିଁକି ନା ଯାହାଙ୍କଠାରୁ ସମ୍ପତ୍ତି ମିଳୁଛି ତାଙ୍କ ପାଇଁ ତ ନିଶ୍ଚିତ ଭାବରେ
କିଛି କରିବା ଦରକାର ନା । ତେବେ ଏହା ମଧ୍ୟ ଏକ ପ୍ରକାରର ସଉଦା ହୋଇଗଲା । ଏ ସବୁ ହେଲା
ଦେହଧାରୀଙ୍କ କଥା । ଏବେ ବାବା କହୁଛନ୍ତି ବିତି ଯାଇଥିବା କଥାକୁ ଭାବ ନାହିଁ, ଓଲଟା-ପାଲଟା କୌଣସି
କଥା ଶୁଣ ନାହିଁ । କେହି ଓଲଟା-ପାଲଟା ପ୍ରଶ୍ନ ପଚାରିଲେ କୁହ - ଏସବୁ କଥାରେ ପଶିବାର ଆବଶ୍ୟକତା
ନାହିଁ । ତୁମେ ପ୍ରଥମେ ବାବାଙ୍କୁ ମନେ ପକାଅ । ଭାରତର ପ୍ରାଚୀନ ରାଜଯୋଗ ବହୁତ ବିଖ୍ୟାତ । ତୁମେ
ଯେତେ ଯେତେ ବାବାଙ୍କୁ ମନେ ପକାଇବ, ଦୈବୀଗୁଣ ଧାରଣ କରିବ, ସେତେ ଉଚ୍ଚ ପଦ ପାଇବ । ଏହା ହେଉଛି
ବିଶ୍ୱବିଦ୍ୟାଳୟ, ଏଠାରେ ଲକ୍ଷ୍ୟ-ଉଦ୍ଦେଶ୍ୟ ମଧ୍ୟ ସ୍ପଷ୍ଟ ଭାବରେ ରହିଛି । ତେଣୁ ତୁମକୁ
ପୁରୁଷାର୍ଥ କରି, ଏହିଭଳି ଦୈବୀଗୁଣ ଧାରଣ କରିବାକୁ ହେବ । କାହାକୁ କୌଣସି ପ୍ରକାରର ଦୁଃଖ ଦେବା
ଉଚିତ୍ ନୁହେଁ । ତୁମେ ଦୁଃଖହର୍ତ୍ତା, ସୁଖକର୍ତ୍ତା ବାବାଙ୍କର ସନ୍ତାନ ଅଟ ନା । ତେବେ ଏହା ତ
ତୁମର ସେବାରୁ ହିଁ ଜଣାପଡିବ । ବହୁତ ନୂଆ-ନୂଆ ପିଲାମାନେ ମଧ୍ୟ ଆସୁଛନ୍ତି । ୨୫-୩୦ ବର୍ଷର
ପିଲାଙ୍କଠାରୁ ୧୦-୨୦ ଦିନର ପିଲା ମଧ୍ୟ ଆଗକୁ ବଢି ଯାଉଛନ୍ତି । ତୁମକୁ ପୁଣି ଅନ୍ୟମାନଙ୍କୁ ମଧ୍ୟ
ନିଜ ଭଳି କରିବାକୁ ହେବ । ଯେତେବେଳ ପର୍ଯ୍ୟନ୍ତ ବ୍ରାହ୍ମଣ ନ ହୋଇଛ ଦେବତା କିପରି ହୋଇପାରିବ ।
ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ତ ବ୍ରହ୍ମା ଅଟନ୍ତି ନା । ଯେଉଁମାନେ ଏଠାରେ ଜନ୍ମ ନେଇ
ଚାଲିଯାଇଥା’ନ୍ତି, ସେହିମାନଙ୍କର ଗାୟନ କରାଯାଇଥାଏ, ପୁଣି ନିଶ୍ଚିତ ଭାବରେ ସେମାନେ ଆସିବେ ।
ଯାହାବି ପର୍ବ-ପର୍ବାଣୀ ଆଦିର ଗାୟନ ରହିଛି, ୫ ହଜାର ବର୍ଷ ପୂର୍ବରୁ ତାହା ସବୁ ହୋଇଥିଲା, ତାହା
ପୁଣି ହେବ । ବର୍ତ୍ତମାନ ସମୟରେ ହିଁ ସମସ୍ତ ପର୍ବ ପାଳନ କରାଯାଉଛି - ରକ୍ଷାବନ୍ଧନ ଇତ୍ୟାଦି
ସବୁର ରହସ୍ୟ ବାବା ବୁଝାଉଛନ୍ତି । ତୁମେ ବାବାଙ୍କର ସନ୍ତାନ ହୋଇଛ ତେଣୁ ନିଶ୍ଚିତ ଭାବରେ ତୁମକୁ
ପବିତ୍ର ହେବାକୁ ପଡିବ । ପତିତ-ପାବନ ବାବାଙ୍କୁ ଡାକୁଥିଲ ତେଣୁ ସିଏ ଆସି ରାସ୍ତା ଦେଖାଉଛନ୍ତି ।
ପ୍ରତି କଳ୍ପରେ ଯେଉଁମାନେ ସମ୍ପତ୍ତି ନେଉଛନ୍ତି, ସେହିମାନେ ହିଁ ଶ୍ରୀମତରେ ଠିକ୍ ଭାବରେ
ଚାଲୁଛନ୍ତି । ତୁମେ ମଧ୍ୟ ସାକ୍ଷୀ ହୋଇ ଦେଖୁଛ । ବାପଦାଦା ମଧ୍ୟ ସାକ୍ଷୀ ହୋଇ ଦେଖୁଛନ୍ତି - ଇଏ
କେତେ ଉଚ୍ଚପଦ ପାଇପାରିବେ? ଏହାଙ୍କର ଚରିତ୍ର କିଭଳି ଅଟେ? ଶିକ୍ଷକଙ୍କୁ ତ ସବୁ ଜଣାପଡିଯାଏ ନା -
କେତେ ଜଣଙ୍କୁ ନିଜ ସମାନ କରୁଛନ୍ତି ଏବଂ କେତେ ସମୟ ଯୋଗ କରୁଛନ୍ତି? ପ୍ରଥମେ ତ ବୁଦ୍ଧିରେ ଏହି
କଥା ରହିବା ଦରକାର ଯେ ଏହା ହେଉଛି ଈଶ୍ୱରୀୟ ପିତାଙ୍କର ବିଶ୍ୱ ବିଦ୍ୟାଳୟ । ବିଶ୍ୱ ବିଦ୍ୟାଳୟ
ହୋଇଥାଏ ହିଁ ଜ୍ଞାନ ପ୍ରାପ୍ତ କରିବା ପାଇଁ । ଦୁନିଆର ହେଉଛି ହଦର ବିଶ୍ୱ ବିଦ୍ୟାଳୟ । ଏହା ହେଉଛି
ବେହଦର (ଅସୀମ) । ଦୁର୍ଗତିରୁ ସଦ୍ଗତିକୁ ନେଇଯିବା, ନର୍କକୁ ସ୍ୱର୍ଗ କରିବା ଏହା ହେଉଛି
ଏକମାତ୍ର ବାବାଙ୍କର ହିଁ କାମ । ବାବାଙ୍କର ଦୃଷ୍ଟି ତ ସବୁ ଆତ୍ମାମାନଙ୍କ ଆଡକୁ ଯାଇଥାଏ, କାହିଁକି
ନା ବାବା ସମସ୍ତଙ୍କର କଲ୍ୟାଣ କରିଥାଆନ୍ତି, ଘରକୁ ନେଇ ଯିବା ପାଇଁ ଆସିଛନ୍ତି । ବାବା କେବଳ
ତୁମମାନଙ୍କୁ ନୁହେଁ କିନ୍ତୁ ସାରା ବିଶ୍ୱର ଆତ୍ମାମାନଙ୍କୁ ମନେ ପକାଉଥିବେ । ଏଠାରେ ବାବା
ପିଲାମାନଙ୍କୁ ହିଁ ପାଠପଢାଉଛନ୍ତି । ଏକଥା ମଧ୍ୟ ତୁମେ ଜାଣିଛ ଯେ ଯିଏ ଯେପରି କ୍ରମାନୁସାରେ
ଆସିଛନ୍ତି ସେମାନେ ପୁଣି ସେହିପରି ଯିବେ । ସବୁ ଆତ୍ମାମାନେ କ୍ରମାନୁସାରେ ଅଛନ୍ତି । ତୁମେ ମଧ୍ୟ
କ୍ରମାନୁସାରେ କିପରି ଯିବ - ସେ ସବୁ କଥା ବାବା ବୁଝାଯାଉଛନ୍ତି । ତେବେ କଳ୍ପ ପୂର୍ବରୁ ଯାହା
ହୋଇଥିଲା ତାହା ହିଁ ହେବ । ଏକଥା ମଧ୍ୟ ତୁମମାନଙ୍କୁ ବୁଝାଯାଉଛି - ତୁମେ ପୁଣି କିପରି ନୁଆ
ଦୁନଆକୁ ଆସିବ । କ୍ରମାନୁସାରେ ଯେଉଁମାନେ ନୂଆ ଦୁନିଆକୁ ଆସିଥା’ନ୍ତି, ସେହିମାନଙ୍କୁ ହିଁ
ବୁଝାଯାଉଛି ।
ତୁମେମାନେ ବାବାଙ୍କୁ
ଜାଣିବା ଦ୍ୱାରା, ନିଜର ଧର୍ମକୁ ଏବଂ ସବୁ ଧର୍ମର ସାରା ବୃକ୍ଷକୁ ମଧ୍ୟ ଜାଣିଯାଉଛ, ଏଥିରେ କିଛି
ବି ମାଗିବାର ଆବଶ୍ୟକତା ନାହିଁ, ଆଶୀର୍ବାଦ ବି ମାଗିବାର ନାହିଁ । ଲେଖୁଛନ୍ତି ବାବା ଦୟା କର,
କୃପାକର । ବାବା ତ କିଛି ବି କରିବେ ନାହିଁ । ବାବା ଆସିଛନ୍ତି କେବଳ ରାସ୍ତା ବତାଇବା ପାଇଁ ।
ବାବା କହୁଛନ୍ତି ଡ୍ରାମାରେ ମୋର ଅଭିନୟ ହେଲା ସମସ୍ତଙ୍କୁ ପବିତ୍ର କରିବା । ମୁଁ ସେହିଭଳି ଅଭିନୟ
କରୁଛି, ଯେପରି କଳ୍ପ କଳ୍ପ କରିଥିଲି । ଯାହା ବିତାଗଲା, ଭଲ ଅଥବା ମନ୍ଦ, ତାହା ସବୁ ଡ୍ରାମାରେ
ଥିଲା । ଚିନ୍ତା କରିବାର କୌଣସି କଥା ହିଁ ନାହିଁ । ଆମେ ଆଗକୁ ଆଗକୁ ବଢିଚାଲିଛୁ । ଏହା ଅବିନାଶୀ
ଡ୍ରାମା ଅଟେ ନା । ସାରା ଚକ୍ର ପୂରା ହୋଇ ପୁଣି ତା’ର ପୁନରାବୃତ୍ତି ହେବ । ଯିଏ ଯେପରି
ପୁରୁଷାର୍ଥ କରିଥା’ନ୍ତି, ସେହିପରି ହିଁ ପଦ ପାଇଥା’ନ୍ତି । ଏଥିରେ କିଛି ମାଗିବାର ଆବଶ୍ୟକତା
ନାହିଁ । ଭକ୍ତିମାର୍ଗରେ ତୁମେ ବହୁତ କିଛି ମାଗିଛ । ସବୁ ପଇସା ଶେଷ କରିଦେଇଛ । ଏ ସବୁ ମଧ୍ୟ
ଡ୍ରାମାରେ ନିଧାର୍ଯ୍ୟ ରହିଛି । ବାବା କେବଳ ବୁଝାଉଛନ୍ତି । ଅଧାକଳ୍ପ ଭକ୍ତି କରି କରି ଶାସ୍ତ୍ର
ପଢି ପଢି କେତେ ଖର୍ଚ୍ଚ କରିଛ । ଏବେ ତୁମକୁ କିଛି ବି ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ । ବାବା
ତ ଦାତା ଅଟନ୍ତି ନା । ଦାତାଙ୍କୁ କିଛି ଦରକାର ନାହିଁ । ସିଏ ତ ଦେବା ପାଇଁ ହିଁ ଆସିଛନ୍ତି ।
ତୁମେମାନେ ଏପରି ମଧ୍ୟ ଭାବନାହିଁ ଯେ ଆମେ ଶିବବାବାଙ୍କୁ ଦେଲୁ, ଆରେ, ଶିବବାବାଙ୍କଠାରୁ ତ ତୁମକୁ
ବହୁତ କିଛି ମିଳୁଛି । ତୁମେ ଏଠାକୁ ନେବା ପାଇଁ ଆସିଛ ନା । ଶିକ୍ଷକଙ୍କ ପାଖକୁ ଛାତ୍ରମାନେ
ଜ୍ଞାନ ନେବାକୁ ଆସିଥା’ନ୍ତି । ଲୌକିକ ପିତା, ଶିକ୍ଷକ, ଗୁରୁଙ୍କ ଦ୍ୱାରା ତୁମର କେବଳ କ୍ଷତି ହିଁ
ହୋଇଛି, ଏବେ ତୁମମାନଙ୍କୁ ଶ୍ରୀମତରେ ଚାଲିବାକୁ ହେବ, ତେବେ ଯାଇ ଉଚ୍ଚ ପଦ ପାଇପାରିବ । ଶିବବାବା
ହେଉଛନ୍ତି ଡବଲ ଶ୍ରୀ ଶ୍ରୀ, ତୁମେ ହେଉଛ ସିଙ୍ଗଲ୍ ଶ୍ରୀ । ଶ୍ରୀ ଲକ୍ଷ୍ମୀ, ଶ୍ରୀ ନାରାୟଣ
କୁହାଯାଉଛି ନା । ତେବେ ଶ୍ରୀ ଲକ୍ଷ୍ମୀ, ଶ୍ରୀ ନାରାୟଣ ଦୁଇ ଜଣ ହୋଇଗଲେ ନା । ବିଷ୍ଣୁଙ୍କୁ ଶ୍ରୀ
ଶ୍ରୀ କୁହାଯାଇ ପାରିବ କାହିଁକି ନା ଦୁଇଜଣ ଏକତ୍ର ଅଛନ୍ତି । ତେବେ ସେହି ଦୁଇ ଜଣଙ୍କୁ କିଏ ରଚନା
କରିଛନ୍ତି? ଯିଏକି ନିଜେ ଶ୍ରୀ ଶ୍ରୀ ଅଟନ୍ତି, ବାକି ଅନ୍ୟ କେହି ଶ୍ରୀ ଶ୍ରୀ ନାହାଁନ୍ତି ।
ଆଜିକାଲି ତ ନାମ ମଧ୍ୟ ଶ୍ରୀଲକ୍ଷ୍ମୀ-ନାରାୟଣ, ଶ୍ରୀ ସୀତା-ରାମ ରଖାଉଛନ୍ତି । ତେଣୁ ପିଲାମାନଙ୍କୁ
ଏସବୁ ଧାରଣ କରି ଖୁସିରେ ରହିବାକୁ ହେବ ।
ଆଜିକାଲି ଅନେକ
ଆଧ୍ୟାତ୍ମିକ ସମ୍ମିଳନୀ ବି ହୋଇଚାଲିଛି । କିନ୍ତୁ ସେମାନେ ଆଧ୍ୟାତ୍ମିକତାର ଅର୍ଥକୁ ବୁଝି
ନାହାଁନ୍ତି । ଆତ୍ମିକ ଜ୍ଞାନ ତ ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କେହି ଦେଇପାରିବେ ନାହିଁ । ବାବା
ହେଉଛନ୍ତି ସମସ୍ତ ଆତ୍ମାମାନଙ୍କର ପିତା, ସେଥିପାଇଁ ତାଙ୍କୁ ଆତ୍ମିକ ପିତା କୁହାଯାଉଛି ।
ଦର୍ଶନଶାସ୍ତ୍ରକୁ ମଧ୍ୟ ଆଧ୍ୟାତ୍ମିକ ବୋଲି କହିଦେଉଛନ୍ତି । ଏକଥା ତ ତୁମେ ଜାଣୁଛ ଯେ - ଏହା
ହେଉଛି ଜଙ୍ଗଲ, ସମସ୍ତେ ଏଠାରେ ପରସ୍ପରକୁ ଦୁଃଖ ଦେଇଚାଲିଛନ୍ତି । ତୁମେ ଜାଣିଛ ଅହିଂସା ପରମୋ
ଦେବୀ-ଦେବତା ଧର୍ମ ବୋଲି ଗାୟନ ରହିଛି । ସେଠାରେ କୌଣସି ମାରପିଟ୍ ଆଦି ହୋଇ ନ ଥାଏ । କ୍ରୋଧ
କରିବା ମଧ୍ୟ ହିଂସା ଅଟେ, ପୁଣି ଏହାକୁ ସେମି ହିଂସା କୁହ ଅଥବା ଆଉ କିଛି ବି କୁହ । ଏଠାରେ ତ
ବିଲ୍କୁଲ୍ ଅହିଂସକ ହେବାକୁ ପଡିବ । ମନ, ବଚନ, କର୍ମରେ କୌଣସି ପ୍ରକାର ଖରାପ କଥା ଆସିବା ଉଚିତ୍
ନୁହେଁ । କେହି କେହି ଯଦି ପୋଲିସ୍ ବିଭାଗରେ କାର୍ଯ୍ୟ କରୁଛନ୍ତି ତେବେ ତାଙ୍କୁ ମଧ୍ୟ ଯୁକ୍ତିର
ସହିତ କାମ କରିବାକୁ ହେବ । ଯେତେ ଦୂର ସମ୍ଭବ ସ୍ନେହରେ କାମ କରାଇ ନେବା ଦରକାର । ବାବାଙ୍କର
ନିଜର ଅନୁଭବ ରହିଛି, କିପରି ସେ ସ୍ନେହର ସହିତ କାମ କରାଇ ନେଉଥିଲେ, ଏଥିରେ ବହୁତ କାଇଦା ଦରକାର
। ବହୁତ ସ୍ନେହର ସହିତ ଅନ୍ୟକୁ ବୁଝାଇବାକୁ ହେବ - କିପରି ଗୋଟିଏ ପାପ କଲେ ତା’ର ଶହେଗୁଣା ଦଣ୍ଡ
ଭୋଗ କରିବାକୁ ପଡିଥାଏ । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆମେ
ଦୁଃଖହର୍ତ୍ତା, ସୁଖକର୍ତ୍ତା ବାବାଙ୍କର ସନ୍ତାନ ଅଟୁ, ସେଥିପାଇଁ କାହାକୁ ବି ଦୁଃଖ ଦେବାର ନାହିଁ
। ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ଦୈବୀଗୁଣ ଧାରଣ କରିବାକୁ ହେବ । ନିଜ ସମାନ କରିବାର
ସେବା କରିବାକୁ ହେବ ।
(୨) ଡ୍ରାମାର ପ୍ରତ୍ୟେକ
ପାର୍ଟକୁ ଜାଣି କୌଣସି ବି ବିତିଯାଇଥିବା କଥାକୁ ଚିନ୍ତନ କରିବା ଉଚିତ୍ ନୁହେଁ । ମନ, ବଚନ,
କର୍ମରେ କୌଣସି ଖରାପ କର୍ମ ନ ହେଉ - ଏଥିପ୍ରତି ଧ୍ୟାନ ଦେଇ ଡବଲ ଅହିଂସକ ହେବାକୁ ପଡିବ ।
ବରଦାନ:-
ଏକମାତ୍ର
ବାବାଙ୍କୁ ନିଜର ସାଥୀ କରିଥିବା ତଥା ତାଙ୍କରି ସଙ୍ଗରେ ରହୁଥିବା ସମ୍ପୂର୍ଣ୍ଣ ପବିତ୍ର ଆତ୍ମା ଭବ
।
ସମ୍ପୂର୍ଣ୍ଣ ପବିତ୍ର
ଆତ୍ମା ତାଙ୍କୁ କୁହାଯିବ ଯାହାଙ୍କର ସଂକଳ୍ପରେ ଏବଂ ସ୍ୱପ୍ନରେ ମଧ୍ୟ ବ୍ରହ୍ମଚର୍ଯ୍ୟ ବ୍ରତର ଧାରଣା
ହେଉଥିବ ଯେଉଁମାନେ ପ୍ରତି ପାଦରେ ବ୍ରହ୍ମାବାବାଙ୍କର ଆଚରଣ ରୂପୀ ପାଦ ଚିହ୍ନ ଉପରେ ପାଦ ରଖି
ଚାଲୁଥିବେ । ବ୍ରହ୍ମଚର୍ଯ୍ୟର ଅର୍ଥ ହେଲା ସର୍ବଦା ବାବାଙ୍କୁ ନିଜର ସାଥୀ କରି ତାଙ୍କରି ସାଥୀରେ
ହିଁ ରହିବା । ସଂଗଠନ ଭିତରେ ସାଥୀ ହୋଇ ରହିବା, ପରିବାର ସହିତ ସ୍ନେହର ମର୍ଯ୍ୟାଦା ପାଳନ କରିବା
ମଧ୍ୟ ଅଲଗା ଜିନିଷ, କାରଣ ବାବାଙ୍କ ପାଇଁ ହିଁ ଏହି ଅଲୌକିକ ପରିବାର ରୂପୀ ସଂଗଠନ ମିଳିଛି ବା
ସ୍ନେହୀ ସାଥୀମାନେ ମିଳିଛନ୍ତି, ଯଦି ବାବା ନ ଥାଆନ୍ତେ ତେବେ ପରିବାର କେଉଁଠୁ ଆସିଥାଆନ୍ତା ।
ତେଣୁ ବାବା ହିଁ ବୀଜ ଅଟନ୍ତି, ବୀଜକୁ କେବେ ବି ଭୁଲିବାର ନାହିଁ ।
ସ୍ଲୋଗାନ:-
କାହାର ପ୍ରଭାବରେ
ପ୍ରଭାବିତ ହେବାବାଲା ନୁହେଁ ବରଂ ଜ୍ଞାନର ପ୍ରଭାବ ପକାଇବା ବାଲା ହୁଅ ।