20.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ତୁମକୁ ଯୋଗବଳ ଦ୍ୱାରା ଏହି ଲବଣାକ୍ତ ଜଳପଥକୁ ଅର୍ଥାତ୍ ନରକ ଦୁନିଆକୁ ଅତିକ୍ରମ କରି ଘରକୁ ଯିବାକୁ ହେବ, ସେଥିପାଇଁ ଯେଉଁ ସ୍ଥାନକୁ ଯିବାକୁ ଅଛି ତା’କୁ ମନେ ପକାଅ, ଏହି ଖୁସିରେ ରୁହ ଯେ ଆମେ ବର୍ତ୍ତମାନ ଫକୀରରୁ ଅମୀର ଅର୍ଥାତ୍ ଦରିଦ୍ରରୁ ଧନବାନ ହେଉଛୁ ।”

ପ୍ରଶ୍ନ:-
ଦୈବୀଗୁଣର ବିଷୟ ଉପରେ ଯେଉଁ ସନ୍ତାନମାନଙ୍କର ଧ୍ୟାନ ରହିଛି, ସେମାନଙ୍କର ଲକ୍ଷଣ କ’ଣ ହୋଇଥିବ?

ଉତ୍ତର:-
ସେମାନଙ୍କ ବୁଦ୍ଧିରେ ଥିବ - ଯେପରି କର୍ମ ଆମେ କରିବୁ ଆମକୁ ଦେଖି ଅନ୍ୟମାନେ କରିବେ । ସେମାନେ କେବେ କାହାକୁ ହଇରାଣ କରିବେ ନାହିଁ । ସେମାନଙ୍କ ମୁଖରୁ କେବେ ଓଲଟା ସିଧା କଥା ବାହାରିବ ନାହିଁ । ମନ-ବଚନ-କର୍ମରେ କାହାକୁ ଦୁଃଖ ଦେବେ ନାହିଁ । ଯଦି ବାବାଙ୍କ ଭଳି ସମସ୍ତଙ୍କୁ ସୁଖ ଦେବାର ଲକ୍ଷ୍ୟ ରହିଛି ତେବେ କୁହାଯିବ ଦୈବୀଗୁଣର ବିଷୟ ଉପରେ ଧ୍ୟାନ ଅଛି ।

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ବାବା ବୁଝାଉଛନ୍ତି । ୟାଦର ଯାତ୍ରା ବି ଶିଖାଉଛନ୍ତି । ୟାଦର ଯାତ୍ରାର ଅର୍ଥ ମଧ୍ୟ ପିଲାମାନେ ବୁଝିଛନ୍ତି । ଭକ୍ତିମାର୍ଗରେ ବି ସମସ୍ତ ଦେବତାମାନଙ୍କୁ ଏବଂ ଶିବବାବାଙ୍କୁ ୟାଦ କରିଥାନ୍ତି । କିନ୍ତୁ ଏକଥା ଜଣା ନ ଥିଲା ଯେ ୟାଦ ଦ୍ୱାରା ହିଁ ବିକର୍ମ ବିନାଶ ହେବ । ପିଲାମାନେ ଜାଣିଛନ୍ତି ଯେ ବାବା ହେଉଛନ୍ତି ପତିତ ପାବନ, ସେ ହିଁ ପବିତ୍ର ହେବାର ଉପାୟ ବତାଉଛନ୍ତି । ଆତ୍ମାକୁ ହିଁ ପବିତ୍ର ହେବାକୁ ପଡିବ, କାରଣ ଆତ୍ମା ହିଁ ପତିତ ହୋଇଥାଏ । ପିଲାମାନେ ଜାଣିଛନ୍ତି ବାବା ଭାରତକୁ ହିଁ ଆସି ୟାଦର ଯାତ୍ରା ଶିଖାଉଛନ୍ତି ଏହା ଅନ୍ୟ କେଉଁଠି ଶିଖାଇପାରିବେ ନାହିଁ । ଶାରୀରିକ ଯାତ୍ରା ତ ପିଲାମାନେ ବହୁତ କରିଛନ୍ତି, ଏହି ଯାତ୍ରା କେବଳ ଏକ ବାବା ହିଁ ଶିଖାଇ ପାରିବେ । ତୁମମାନଙ୍କୁ ବାବା ଏବେ ବୁଝାଉଛନ୍ତି ଯେ ମାୟା ଯୋଗୁଁ ହିଁ ସମସ୍ତଙ୍କର ବୁଦ୍ଧିରେ ଅଜ୍ଞାନର ତାଲା ଲାଗିଯାଇଛି । ଏବେ ବାବାଙ୍କ ଦ୍ୱାରା ତୁମକୁ ଜଣା ପଡିଲା ଯେ ଆମେ କେତେ ବୁଦ୍ଧିବାନ, ଧନବାନ୍ ଏବଂ ପବିତ୍ର ଥିଲୁ । ଆମେ ସାରା ବିଶ୍ୱର ମାଲିକ ଥିଲୁ । ଏବେ ପୁନର୍ବାର ବିଶ୍ୱର ମାଲିକ ହେଉଛୁ । ବାବା କେତେ ଶ୍ରେଷ୍ଠ ଅବିନାଶୀ ବାଦଶାହୀ ଦେଉଛନ୍ତି । ଲୌକିକ ପିତା ଅଧିକରୁ ଅଧିକ ଲକ୍ଷେ କିମ୍ବା କୋଟିଏ ଟଙ୍କାର ସମ୍ପତ୍ତି ଦେବେ । ଏଠାକୁ ତ ମିଠା ବେହଦର ବାବା ବେହଦର ବାଦଶାହୀ ଦେବାକୁ ଆସିଛନ୍ତି । ସେଥିପାଇଁ ତୁମେ ଏଠାକୁ ପଢିବା ପାଇଁ ଆସିଛ । କାହା ପାଖକୁ? ବେହଦ ବାବାଙ୍କ ପାଖକୁ । ବାବା ଶବ୍ଦ ମମ୍ମାଠାରୁ ମଧ୍ୟ ମଧୁର । ଭଲେ ମମ୍ମା ପାଳନା କରିଥାଆନ୍ତି କିନ୍ତୁ ବାବା ତ ବାବା ହିଁ ଅଟନ୍ତି, ଯାହାଙ୍କଠାରୁ ଅବିନାଶୀ ସମ୍ପତ୍ତି ମିଳିଥାଏ । ତୁମେ ସଦା ସୁଖୀ ଏବଂ ସଦା ସୁହାଗିନୀ ହେଉଛ । ବାବା ଆମକୁ ପୁନର୍ବାର କେଉଁଭଳି ବନାଉଛନ୍ତି! ଏହା କିଛି ନୂଆ କଥା ନୁହେଁ । ଗାୟନ ମଧ୍ୟ ରହିଛି ସକାଳେ ଅମୀର ଅର୍ଥାତ୍ ଧନବାନ ଥିଲା, ରାତିରେ ଫକୀର ଅର୍ଥାତ୍ ଗରିବ ହୋଇଗଲା । ତୁମେ ମଧ୍ୟ ସକାଳୁ ଅର୍ଥାତ୍ ସତ୍ୟଯୁଗରେ ଅମୀର ଏବଂ ବେହଦ ରାତିରେ ଅର୍ଥାତ୍ ଦ୍ୱାପର କଳିଯୁଗରେ ଫକୀର ହୋଇଯାଉଛ । ବାବା ପ୍ରତ୍ୟହ ମନେ ପକାଇ ଦେଉଛନ୍ତି - ପିଲାମାନେ, କାଲି ତୁମେ ବିଶ୍ୱର ମାଲିକ ଅମୀର ଥିଲ, ଆଜି ତୁମେ ଫକୀର ହୋଇଯାଇଛ । ଏବେ ପୁଣି ସକାଳ ଅର୍ଥାତ୍ ସତ୍ୟଯୁଗ ଆସୁଥିବାରୁ ତୁମେ ଅମୀର ହେବାକୁ ଯାଉଛ । କେତେ ସହଜ କଥା । ତୁମେ ଅମୀର ହେଉଥିବାରୁ ତୁମକୁ ବହୁତ ଖୁସି ହେବା ଦରକାର । ବ୍ରାହ୍ମଣମାନଙ୍କର ଦିନ ଏବଂ ବ୍ରାହ୍ମଣମାନଙ୍କ ରାତି । ଏବେ ଦିନରେ ତୁମେ ଅମୀର ହେଉଛ ଏବଂ ଏହା ହେବା ମଧ୍ୟ ନିଶ୍ଚିତ । କିନ୍ତୁ ପୁରୁଷାର୍ଥର କ୍ରମଅନୁସାରେ । ବାବା କହୁଛନ୍ତି ଏହା ଲବଣାକ୍ତ ଜଳପଥ ଅର୍ଥାତ୍ କଳିଯୁଗ ନରକ ଦୁନିଆ ଅଟେ, ଯାହାକୁ ତୁମେ ଯୋଗବଳ ଦ୍ୱାରା ଅତିକ୍ରମ କରୁଛ । ଯେଉଁ ସ୍ଥାନକୁ ଯିବାର ଅଛି ସେହି ସ୍ଥାନର ସ୍ମୃତି ରହିବା ଉଚିତ୍ । ଆମକୁ ଏବେ ଘରକୁ ଯିବାକୁ ହେବ । ବାବା ନିଜେ ଆସିଛନ୍ତି ଆମମାନଙ୍କୁ ସାଥୀରେ ନେଇଯିବା ପାଇଁ । ବହୁତ ସ୍ନେହର ସହିତ ବୁଝାଉଛନ୍ତି - ମଧୁର ସନ୍ତାନମାନେ, ତୁମେ ହିଁ ପବିତ୍ର ଥିଲ, ୮୪ ଜନ୍ମ ନେଇ ନେଇ ପତିତ ହୋଇଯାଇଛ, ତୁମକୁ ପୁଣି ପବିତ୍ର ହେବାକୁ ପଡିବ । ପବିତ୍ର ହେବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ । ତୁମେ ଜାଣିଛ ପତିତପାବନ ଆସିଛନ୍ତି ଏବଂ ତୁମେ ତାଙ୍କର ଶ୍ରୀମତକୁ ପାଳନ କରି ପବିତ୍ର ହେଉଛ । ତୁମ ସନ୍ତାନମାନଙ୍କୁ ବହୁତ ଖୁସି ହେବା ଉଚିତ୍ ଯେ ଆମେ ଏହି ଶ୍ରେଷ୍ଠ ପଦ ପାଇବୁ । ବାବା କହୁଛନ୍ତି ତୁମେ ୨୧ ଜନ୍ମ ପାଇଁ ସଦା ସୁଖୀ ହୋଇଯିବ । ବାବା ସୁଖଧାମର, ରାବଣ ଦୁଃଖଧାମର ସମ୍ପତ୍ତି ଦେଉଛି । ତୁମେ ବର୍ତ୍ତମାନ ଜାଣୁଛ, ରାବଣ ତୁମର ପୁରୁଣା ଶତ୍ରୁ, ଯିଏ ତୁମକୁ ୫ ବିକାର ରୂପୀ ପିଞ୍ଜରାରେ ବନ୍ଦୀ କରିଛି । ବାବା ଆସି ମୁକ୍ତ କରୁଛନ୍ତି । ବାବାଙ୍କୁ ଯିଏ ଯେତେ ୟାଦ କରୁଛନ୍ତି, ସିଏ ଅନ୍ୟମାନଙ୍କୁ ମଧ୍ୟ ସେହି ଅନୁପାତରେ ପରିଚୟ ଦେଉଛନ୍ତି । ବାବାଙ୍କୁ ଯିଏ ମନେ ପକାଉ ନାହାଁନ୍ତି ସେ ଦେହ ଅଭିମାନରେ ଅଛନ୍ତି । ସେ ନା ବାବାଙ୍କୁ ୟାଦ କରିପାରିବେ ନା କାହାକୁ ବାବାଙ୍କର ପରିଚୟ ମଧ୍ୟ ଦେଇପାରିବେ । ଆମେ ଆତ୍ମା ଭାଇ ଭାଇ, ଭିନ୍ନ ଭିନ୍ନ ଅଭିନୟ କରିବା ପାଇଁ ପରମଧାମ ଘରୁ ଏଠାକୁ ଆସିଛୁ । ପୂରା ଅଭିନୟ କିପରି ଚାଲିଛି, ଏହା ମଧ୍ୟ ତୁମର ବୁଦ୍ଧିରେ ରହିଛି । ଯାହାଙ୍କର ଦୃଢ ନିଶ୍ଚୟ ରହିଛି, ସିଏ ଆସି ଏଠାରେ ରିଫ୍ରେସ୍ ଅର୍ଥାତ୍ ନିଜକୁ ସତେଜ କରୁଛନ୍ତି । ଏହି ପାଠପଢା ଏପରି ନୁହେଁ ଯେ ତୁମକୁ ଶିକ୍ଷକଙ୍କ ସହିତ ରହିବାକୁ ହେବ । ନାଁ, ନିଜ ଘରେ ରହି ମଧ୍ୟ ପାଠ ପଢିପାରିବ । କେବଳ ଗୋଟିଏ ସପ୍ତାହ ଭଲ ଭାବରେ ବୁଝ, ପୁଣି ବ୍ରାହ୍ମଣୀମାନେ କାହାକୁ ଏକ ମାସରେ, କାହାକୁ ୬ ମାସ କିମ୍ବା କାହାକୁ ୧୨ ମାସରେ ଏଠାକୁ ନେଇ ଆସିଥାନ୍ତି । ବାବା କହୁଛନ୍ତି ନିଶ୍ଚୟ ହେଲା ଏବଂ ଏଠାକୁ ଚାଲି ଆସିଲେ ।

ରାଖି ମଧ୍ୟ ବାନ୍ଧିବାକୁ ହେବ ଯେ ଆମେ କେବେ ହେଲେ ବିକାରଗ୍ରସ୍ତ ହେବୁ ନାହିଁ । ଏଥିପାଇଁ ଆମେ ଶିବବାବାଙ୍କ ପାଖରେ ପ୍ରତିଜ୍ଞା କରୁଛୁ । ଶିବବାବା ହିଁ କହୁଛନ୍ତି ସନ୍ତାନମାନେ, ତୁମକୁ ନିର୍ବିକାରୀ ନିଶ୍ଚିତ ଭାବେ ହେବାକୁ ପଡିବ । ଯଦି ବିକାରୀ ହେଲ ତେବେ କରିଥିବା ରୋଜଗାର ସବୁ ନଷ୍ଟ ହୋଇଯିବ, ଶହେଗୁଣା ଦଣ୍ଡ ମିଳିବ । ୬୩ ଜନ୍ମ ତୁମେ ବିକାରଗ୍ରସ୍ତ ହୋଇଛ । ଏବେ କହୁଛନ୍ତି ପବିତ୍ର ହୁଅ । ମୋତେ ୟାଦ କର ତେବେ ତୁମର ପାପ ଭସ୍ମ ହୋଇଯିବ । ଆମେ ଆତ୍ମା ଭାଇ ଭାଇ ଅଟୁ । କାହାର ନାମ ରୂପରେ ଫସିଯାଅ ନାହିଁ । ଯଦି କେହି ରେଗୁଲାର ବା ନିୟମିତ ପଢୁ ନାହାଁନ୍ତି ତେବେ ତାଙ୍କୁ ତୁରନ୍ତ ମଧୁବନ ଆଣିବା ଅନୁଚିତ୍ । ଯଦିଓ ବାବା କହୁଛନ୍ତି ଗୋଟିଏ ଦିନରେ ମଧ୍ୟ ତୀର ଲାଗିପାରିବ କିନ୍ତୁ ବୁଦ୍ଧି ସହିତ କାମ କରିବାକୁ ହେବ । ତୁମେ ବ୍ରାହ୍ମଣ ହେଉଛ ସବୁଠାରୁ ଉତ୍ତମ । ଏହା ହେଉଛି ତୁମର ବହୁତ ଶ୍ରେଷ୍ଠ କୂଳ । ସେଠାରେ କୌଣସି ସତସଙ୍ଗ ଆଦି ହୁଏ ନାହିଁ । ସତସଙ୍ଗ ଭକ୍ତିମାର୍ଗରେ ହୋଇଥାଏ । ତୁମେ ଜାଣିଛ ସତ୍ୟର ସଙ୍ଗ ଉଦ୍ଧାର କରେ, ସତ୍ୟର ସଙ୍ଗ ସେତେବେଳେ ମିଳିଥାଏ ଯେତେବେଳେ ସତ୍ୟଯୁଗର ସ୍ଥାପନ ହେବାର ସମୟ ଆସିଥାଏ । ଏହା କାହାରି ବୁଦ୍ଧିରେ ପଶୁନାହିଁ କାହିଁକି ନା ବୁଦ୍ଧିରେ ତାଲା ଲାଗିଯାଇଛି । ଏବେ ସତ୍ୟଯୁଗକୁ ଯିବାକୁ ହେବ । ପୁରୁଷୋତ୍ତମ ସଂଗମଯୁଗରେ ସତ୍‌ର ସଙ୍ଗ ମିଳିଥାଏ । ସେହି ଗୁରୁମାନେ ତ ସଂଗମଯୁଗୀ ନୁହଁନ୍ତି । ବାବା ଯେତେବେଳେ ଆସିଥାଆନ୍ତି ସେତେବେଳେ ଆତ୍ମାମାନଙ୍କୁ ପୁଅ ପୁଅ କହି ଡାକିଥା’ନ୍ତି । ସେହି ଗୁରୁମାନଙ୍କୁ ତୁମେ କ’ଣ ବାବା କହିପାରିବ କି । ବୁଦ୍ଧିରେ ଏକଦମ୍ ଗଡ୍‌ରେଜ୍‌ର ତାଲା ଲାଗିଯାଇଛି । ବାବା ଆସି ତାଲା ଖୋଲୁଛନ୍ତି । ମନୁଷ୍ୟମାନଙ୍କର ହୀରା ତୁଲ୍ୟ ଜୀବନ ଗଢିବା ପାଇଁ ବାବା ଆସି ଦେଖ କେତେ ଉପାୟ ରଚନା କରୁଛନ୍ତି । ମାଗାଜିନ୍‌, ବହି ଆଦି ଛପାଉଛନ୍ତି । ଅନେକଙ୍କର କଲ୍ୟାଣ କଲେ ଅନେକଙ୍କର ଆଶୀର୍ବାଦ ମଧ୍ୟ ମିଳିବ । ପ୍ରଜା ଗଢିବାର ପୁରୁଷାର୍ଥ କରିବା ଉଚିତ୍ । ନିଜକୁ ବନ୍ଧନରୁ ମୁକ୍ତ କରିବା ଦରକାର । ଶରୀର ନିର୍ବାହ ଅର୍ଥେ କାମଧନ୍ଦା ତ ନିଶ୍ଚିତ କରିବାକୁ ହେବ । ଈଶ୍ୱରୀୟ ସେବା ତ କେବଳ ସକାଳେ ଏବଂ ସନ୍ଧ୍ୟାରେ ହୋଇଥାଏ । ସେହି ସମୟରେ ସମସ୍ତଙ୍କୁ ଫୁରସତ୍ ଥାଏ । ଯାହାଙ୍କ ସହିତ ତୁମେ ଲୌକିକ କାର୍ଯ୍ୟ କରୁଛ, ସେମାନଙ୍କୁ ମଧ୍ୟ ପରିଚୟ ଦେଇଚାଲ ଯେ ତୁମର ଦୁଇ ଜଣ ପିତା ଅଛନ୍ତି । ଲୌକିକ ପିତା ସମସ୍ତଙ୍କର ଅଲଗା ଅଲଗା, କିନ୍ତୁ ପାରଲୌକିକ ପିତା ସମସ୍ତଙ୍କର । ସେ ହେଉଛନ୍ତି ସୁପ୍ରିମ ବା ପରମ । ବାବା କହୁଛନ୍ତି ମୋର ମଧ୍ୟ ପାର୍ଟ ରହିଛି । ଏବେ ତୁମେ ସନ୍ତାନମାନେ ମୋର ପରିଚୟ ଜାଣିଗଲ । ଆତ୍ମାକୁ ମଧ୍ୟ ତୁମେ ଜାଣିଗଲ । ଆତ୍ମା ନିମନ୍ତେ କୁହାଯାଏ ଭ୍ରୁକୁଟୀ ମଝିରେ ଚମକୁଛି ଗୋଟିଏ ଅଜବ ତାରକା... । ଏହା ଅକାଳ ସିଂହାସନ ମଧ୍ୟ ଅଟେ । ଆତ୍ମାକୁ କେବେ କାଳ ଖାଇପାରେ ନାହିଁ । ଆତ୍ମା କେବଳ ମଇଳା ଏବଂ ସଫା ହୋଇଥାଏ ଅର୍ଥାତ୍ ଶୁଦ୍ଧ ଓ ଅଶୁଦ୍ଧ ହୋଇଥାଏ । ଆତ୍ମାର ସିଂହାସନ ମଧ୍ୟ ଭ୍ରୁକୁଟୀ ମଝିରେ ଶୋଭା ପାଉଛି । ତିଳକର ମଧ୍ୟ ଚିହ୍ନ ଏହିଠାରେ (ଭ୍ରୁକୁଟୀରେ) ଦେଇଥାନ୍ତି । ବାବା କହୁଛନ୍ତି ତୁମେ ନିଜେ ନିଜକୁ ରାଜତିଳକ ଦେବାର ଯୋଗ୍ୟ କରାଅ । ଏପରି ନୁହେଁ ଯେ ମୁଁ ସମସ୍ତଙ୍କୁ ରାଜତିଳକ ଦେବି । ତୁମେ ନିଜକୁ ରାଜତିଳକ ଦିଅ । ବାବା ଜାଣିଛନ୍ତି - କିଏ ବହୁତ ସେବା କରୁଛନ୍ତି । ମାଗାଜିନ୍‌ରେ ବା ପତ୍ରିକାରେ ମଧ୍ୟ ବହୁତ ଭଲ ଭଲ ଲେଖା ଆସୁଛି । ତା ସହିତ ଯୋଗର ମେହନତ ମଧ୍ୟ କରିବାକୁ ହେବ । ଯାହାଦ୍ୱାରା ବିକର୍ମ ବିନାଶ ହେବ । ଦିନକୁ ଦିନ ତୁମେ ଉଚ୍ଚକୋଟିର ରାଜଯୋଗୀ ହୋଇଯିବ । ଅନୁଭବ କରିବ ଯେପରି ଆମେ ଏବେ ଶରୀର ଛାଡୁଛୁ, ଆମେ ଘରକୁ ଯାଉଛୁ । ସୂକ୍ଷ୍ମବତନ ପର୍ଯ୍ୟନ୍ତ ପିଲାମାନେ ଯାଉଛନ୍ତି, ମୂଳବତନକୁ ଭଲ ଭାବରେ ଜାଣିଛନ୍ତି ଯେ ଏହା ଆମ ଆତ୍ମାମାନଙ୍କର ଘର ଅଟେ । ମନୁଷ୍ୟ ଶାନ୍ତିଧାମ ଯିବା ପାଇଁ ଭକ୍ତି କରୁଛନ୍ତି । ସୁଖଧାମ ବିଷୟରେ ତ ତାଙ୍କୁ ଜଣା ହିଁ ନାହିଁ । ବାବାଙ୍କ ବିନା ସ୍ୱର୍ଗକୁ ଯିବାର ଶିକ୍ଷା ତ କେହି ଦେଇପାରିବେ ନାହିଁ । ଏହା ହେଉଛି ପ୍ରବୃତ୍ତିମାର୍ଗ । ଉଭୟଙ୍କୁ ମୁକ୍ତିଧାମ ଯିବାକୁ ହେବ । ଦୁନିଆରେ ତ ଓଲଟା ରାସ୍ତା ବତାଉଛନ୍ତି, କେହି ହେଲେ ମୁକ୍ତିଧାମ ଯାଉନାହାଁନ୍ତି । ଅନ୍ତିମ ସମୟରେ ସମସ୍ତଙ୍କୁ ବାବା ହିଁ ଆସି ନେଇଯିବେ । ଏହା ତାଙ୍କର କର୍ତ୍ତବ୍ୟ । କେହି କେହି ଭଲ ଭାବରେ ପାଠପଢି ରାଜ୍ୟ ଭାଗ୍ୟ ନେଉଛନ୍ତି । ବାକି ସମସ୍ତେ କିପରି ପଢିବେ । ସେମାନେ ଯେପରି କ୍ରମାନୁସାରେ ଆସୁଛନ୍ତି, ସେହିପରି କ୍ରମାନୁସାରେ ଯିବେ । ଏହି କଥାରେ ଅଧିକ ସମୟ ନଷ୍ଟ କର ନାହିଁ ।

କହୁଛ ବାବାଙ୍କୁ ୟାଦ କରିବା ପାଇଁ ଫୁରସତ୍ ବି ମିଳୁନାହିଁ । ପୁଣି ଏସବୁ କଥାରେ କାହିଁକି ସମୟ ନଷ୍ଟ କରୁଛ । ଏହା ତ ନିଶ୍ଚୟ ଅଛି ଯେ ଇଏ ବେହଦର ପିତା, ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି । ପୁଣି ଅନ୍ୟ କାହାକୁ ୟାଦ କରିବାର ଆବଶ୍ୟକତା ନାହିଁ । ତୁମେ ଜାଣିଛ କଳ୍ପ ପୂର୍ବରୁ ମଧ୍ୟ ଶ୍ରୀମତ ଆଧାରରେ ଚାଲି ପବିତ୍ର ହୋଇଥିଲୁ । ଘଡି ଘଡି ଚକ୍ରକୁ ମଧ୍ୟ ବୁଦ୍ଧିରେ ଘୂରାଉଥାଅ । ତୁମର ନାମ ହେଉଛି ସ୍ୱଦର୍ଶନ ଚକ୍ରଧାରୀ । ଜ୍ଞାନ ସାଗରଙ୍କଠାରୁ ତୁମକୁ ଭରପୁର ହେବାରେ ସମୟ ଲାଗୁନାହିଁ, ଖାଲି ହେବାରେ ସମୟ ଲାଗୁଛି । (ପାଣି ବାଲ୍‌ଟି ଭର୍ତ୍ତି ଏବଂ ଖାଲି ହେବାର ଉଦାହରଣ) । ତୁମେ ହେଉଛ ହଜିଯାଇ ପୁଣି ମିଳିଥିବା ମଧୁର ସନ୍ତାନ, କାହିଁକି ନା କଳ୍ପ ପରେ ଆସି ମିଶୁଛ । ଏହି ନିଶ୍ଚୟ ପକ୍କା ହେବା ଦରକାର । ୮୪ ଜନ୍ମ ପରେ ଆମେ ପୁନର୍ବାର ଆସି ବାବାଙ୍କ ସହିତ ମିଶୁଛୁ । ବାବା କହୁଛନ୍ତି ଯିଏ ପ୍ରଥମେ ଭକ୍ତି କରିଥିଲେ ସିଏ ହିଁ ପ୍ରଥମେ ଜ୍ଞାନ ନେବାର ଯୋଗ୍ୟ ହୋଇଛନ୍ତି, କାହିଁକି ନା ଭକ୍ତିର ଫଳ ମଧ୍ୟ ଦରକାର ନା । ତେଣୁ ସର୍ବଦା ନିଜର ଫଳ ଅଥବା ସମ୍ପତ୍ତିକୁ ସ୍ମରଣ କରୁଥାଅ । ଫଳ ଅକ୍ଷର ହେଉଛି ଭକ୍ତିମାର୍ଗର । ସମ୍ପତ୍ତି ଅକ୍ଷର ଯଥାର୍ଥ ଅଟେ । ବେହଦର ବାବାଙ୍କୁ ୟାଦ କଲେ ସମ୍ପତ୍ତି ମିଳିଥାଏ । ଏହା ଛଡା ଅନ୍ୟ କୌଣସି ଉପାୟ ନାହିଁ । ଭାରତର ପ୍ରାଚୀନ ଯୋଗ ପ୍ରସିଦ୍ଧ ଅଟେ । ସେମାନେ ଭାବୁଛନ୍ତି ଆମେ ଭାରତର ପ୍ରାଚୀନ ଯୋଗ ଶିଖୁଛୁ । ବାବା ବୁଝାଉଛନ୍ତି ସେମାନେ ଡ୍ରାମା ଅନୁସାରେ ହଠଯୋଗୀ ହୋଇଯାଉଛନ୍ତି । ତୁମେ ଏବେ ରାଜଯୋଗ ଶିଖୁଛ, କାହିଁକି ନା ବର୍ତ୍ତମାନ ହେଉଛି ସଂଗମଯୁଗ । ତାଙ୍କର ଧର୍ମ ଅଲଗା ଅଟେ । ବାସ୍ତବରେ ସେମାନଙ୍କୁ ଗୁରୁ କରିବା ଅନୁଚିତ୍ । କିନ୍ତୁ ଡ୍ରାମା ଅନୁସାରେ ପୁନର୍ବାର ଗୁରୁ ନିଶ୍ଚିତ କରିବେ । ତୁମକୁ ଏବେ ସଠିକ୍ ରାସ୍ତାରେ ଯିବାକୁ ପଡିବ । ଧର୍ମରେ ହିଁ ଶକ୍ତି ରହିଛି । ତୁମକୁ ମୁଁ ଯେଉଁ ଦେବୀ-ଦେବତା କରାଉଛି, ଏହି ଧର୍ମ ବହୁତ ସୁଖଦାୟୀ ଅଟେ । ମୋ ସହିତ ଯିଏ ଯୋଗଯୁକ୍ତ ହେଉଛନ୍ତି ତାଙ୍କୁ ମୋର ଶକ୍ତି ମଧ୍ୟ ମିଳୁଛି । ତେବେ ବାବା ସ୍ୱୟଂ ଧର୍ମ ସ୍ଥାପନ କରୁଥିବାରୁ ତାଙ୍କ ପାଖରେ ବହୁତ ଶକ୍ତି ରହିଛି । ତୁମେ ସମଗ୍ର ବିଶ୍ୱର ମାଲିକ ହୋଇଯାଉଛ । ବାବା ଏହି ଧର୍ମର ମହିମା କରୁଛନ୍ତି ଯେ ଏଥିରେ ବହୁତ ଶକ୍ତି ରହିଛି । ସର୍ବଶକ୍ତିମାନ୍ ବାବାଙ୍କଠାରୁ ଅନେକଙ୍କୁ ଶକ୍ତି ମିଳୁଛି । ବାସ୍ତବରେ ସମସ୍ତଙ୍କୁ ଶକ୍ତି ମିଳୁଛି କିନ୍ତୁ କ୍ରମାନୁସାରେ । ତୁମର ଯେତେ ଶକ୍ତି ଦରକାର ବାବାଙ୍କଠାରୁ ନିଅ, ପୁଣି ଦୈବୀଗୁଣ ମଧ୍ୟ ଧାରଣ ହେବା ଦରକାର । କାହାକୁ ହଇରାଣ କର ନାହିଁ କିମ୍ବା ଦୁଃଖ ଦିଅ ନାହିଁ । ଇଏ କେବେ କାହାକୁ ଓଲଟା ସିଧା ଶବ୍ଦ କୁହନ୍ତି ନାହିଁ । ଜାଣିଛନ୍ତି ଯେପରି କର୍ମ ମୁଁ କରିବି ମୋତେ ଦେଖି ଅନ୍ୟମାନେ କରିବେ । ଆସୁରୀ ଗୁଣଧାରୀରୁ ଦୈବୀଗୁଣଧାରୀ ହେବାକୁ ପଡିବ । ଦେଖିବାକୁ ହେବ ଆମେ କାହାକୁ ଦୁଃଖ ଦେଉନାହୁଁ ତ? ଏପରି କେହି ନାହାଁନ୍ତି ଯିଏ କାହାକୁ ଦୁଃଖ ଦେଉ ନ ଥିବେ । କିଛି ନା କିଛି ଭୁଲ୍ ନିଶ୍ଚିତ ହେଉଛି । ସେହି ଅବସ୍ଥା ଅନ୍ତିମ ସମୟରେ ହିଁ ହେବ, ଯେଉଁ ସମୟରେ ମନ-ବଚନ-କର୍ମରେ ତୁମେ କାହାକୁ ଦୁଃଖ ଦେବ ନାହିଁ । ବର୍ତ୍ତମାନ ଆମେ ପୁରୁଷାର୍ଥୀ ଅବସ୍ଥାରେ ଅଛୁ । ପ୍ରତ୍ୟେକ କଥା ପୁରୁଷାର୍ଥର କ୍ରମାନୁସାରେ ହେଉଛି । ସମସ୍ତେ ସୁଖ ପାଇବା ପାଇଁ ପୁରୁଷାର୍ଥ କରୁଛନ୍ତି । କିନ୍ତୁ ବାବାଙ୍କ ବିନା କେହି ସୁଖ ଦେଇପାରିବେ ନାହିଁ । ଆମେ ଜାଣିଛେ ସୋମନାଥ ମନ୍ଦିରରେ କେତେ ହୀରା ନୀଳା ଥିଲା । ସେ ସବୁ କେଉଁଠାରୁ ଆସିଥିଲା, କିପରି ସାହୁକାର ହେଲେ । ସାରାଦିନ ଏହି ପାଠର ଚିନ୍ତନରେ ରହିବା ଦରକାର । ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ପବିତ୍ର ହେବାକୁ ପଡିବ । ତୁମେ ଏହିଭଳି ପୁରୁଷାର୍ଥ କରିଥିଲ ସେଥିପାଇଁ ତ ମାଳା ତିଆରି ହୋଇଛି । କଳ୍ପ କଳ୍ପ ମାଳା ତିଆରି ହେଉଛି । ମାଳା କାହାର ସ୍ମୃତିଚିହ୍ନ - ଏକଥା ମଧ୍ୟ ତୁମେ ଜାଣିଛ । ସେମାନେ ତ ମାଳାର ସ୍ମରଣ କରି କରି ବହୁତ ବିଭୋର ହୋଇଯାଉଛନ୍ତି । ଭକ୍ତିରେ କ’ଣ ହେଉଛି ଏବଂ ଜ୍ଞାନରେ କ’ଣ ହେଉଛି ଏକଥା ମଧ୍ୟ ତୁମେ ଜାଣିଛ । ତୁମେ କାହାକୁ ବି ବୁଝାଇପାରିବ । ପୁରୁଷାର୍ଥ କରି କରି ଶେଷରେ କଳ୍ପ ପୂର୍ବଭଳି ତୁମର ରେଜଲ୍ଟ ବାହାରିବ । ପ୍ରତ୍ୟେକଙ୍କୁ ନିଜର ଯାଞ୍ଚ କରିବା ଉଚିତ୍ । ତୁମେ ଜାଣିଛ ଆମକୁ ଏହିପରି ହେବାକୁ ପଡିବ । ପୁରୁଷାର୍ଥର ମାର୍ଜିନ୍ ଅର୍ଥାତ୍ ସୁଯୋଗ ମିଳିଛି । ପୁରୁଷାର୍ଥର କ୍ରମ ଅନୁସାରେ ବାବା ମଧ୍ୟ ତୁମର ସ୍ୱାଗତ କରୁଛନ୍ତି । ତୁମେ ବାବାଙ୍କର ଯେଉଁଭଳି ସ୍ୱାଗତ କରୁଛ, ତୁମଠାରୁ ଅଧିକ ବାବା ତୁମର ସ୍ୱାଗତ କରୁଛନ୍ତି । ବାବାଙ୍କର ଧନ୍ଦା ହିଁ ହେଉଛି - ତୁମର ସ୍ୱାଗତ କରିବା । ସ୍ୱାଗତ୍ ଅର୍ଥାତ୍ ସଦ୍‌ଗତି । ଏହା ସବୁଠାରୁ ଉଚ୍ଚ ସ୍ୱାଗତ । ତୁମ ସମସ୍ତଙ୍କର ସ୍ୱାଗତ କରିବା ପାଇଁ ବାବା ଆସିଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଅନେକଙ୍କର ଆଶୀର୍ବାଦ ନେବା ପାଇଁ କଲ୍ୟାଣକାରୀ ହେବାକୁ ପଡିବ । ଶରୀର ନିର୍ବାହ ଅର୍ଥେ କର୍ମ କରି ମଧ୍ୟ ନିଜକୁ ବନ୍ଧନରୁ ମୁକ୍ତ କରି ସକାଳେ ଏବଂ ସନ୍ଧ୍ୟାରେ ଈଶ୍ୱରୀୟ ସେବା ନିଶ୍ଚିତ କରିବାକୁ ହେବ ।

(୨) ଅନ୍ୟ କଥାରେ ନିଜର ସମୟ ନଷ୍ଟ ନ କରି ବାବାଙ୍କୁ ମନେ ପକାଇ ଶକ୍ତି ନେବାକୁ ହେବ । ସତ୍ୟ ପିତାଙ୍କ ସଙ୍ଗରେ ହିଁ ରହିବାକୁ ହେବ । ମନ-ବଚନ-କର୍ମରେ ସମସ୍ତଙ୍କୁ ସୁଖ ଦେବାର ହିଁ ପୁରୁଷାର୍ଥ କରିବାକୁ ପଡିବ ।

ବରଦାନ:-
ପବିତ୍ରତାର ସଂସ୍କାରକୁ ନିଜର ବ୍ୟକ୍ତିଗତ ସଂସ୍କାର କରି ଜୀବନକୁ ପବିତ୍ର କରୁଥିବା ମେହନତ ମୁକ୍ତ ଆତ୍ମା ହୁଅ ।

କେତେକ ପିଲାଙ୍କୁ ପବିତ୍ର ଜୀବନଯାପନ କରିବା ପାଇଁ ମେହନତ ଲାଗିଥାଏ, ଏଥିରୁ ପ୍ରମାଣିତ ହେଉଛି ଯେ ସେମାନେ ବରଦାତା ପିତାଙ୍କଠାରୁ ନିଜର ଜନ୍ମ ସମୟର ବରଦାନ ନେଇ ନାହାଁନ୍ତି । କାରଣ ବରଦାନରେ ମେହନତ କରିବାକୁ ପଡି ନ ଥାଏ । ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାକୁ ଜନ୍ମ ହେବା ମାତ୍ରକେ ‘ପବିତ୍ର ଭବ’ ‘ଯୋଗୀ ଭବ’ର ବରଦାନ ସର୍ବପ୍ରଥମେ ପ୍ରାପ୍ତ ହୋଇଥାଏ । ଯେପରି ଜନ୍ମରୁ ରହିଥିବା ସଂସ୍କାର ବହୁତ ପକ୍କା ହୋଇଥାଏ । ସେହିପରି ପବିତ୍ରତା ବ୍ରାହ୍ମଣ ଜନ୍ମର ଆଦି ସଂସ୍କାର ଏବଂ ନିଜ ସଂସ୍କାର ଅଟେ । ଏହି ସ୍ମୃତି ଆଧାରରେ ହିଁ ନିଜର ଜୀବନକୁ ପବିତ୍ର କର । ମେହନତ କରିବାକୁ ମୁକ୍ତ ହୁଅ ।

ସ୍ଲୋଗାନ:-
ଯାହାଙ୍କ ଭିତରେ ସେବା କରିବାର ଶୁଦ୍ଧ ଭାବନା ରହିଥାଏ, ତାଙ୍କୁ ହିଁ ଟ୍ରଷ୍ଟୀ ବା ନିମିତ୍ତ ଆତ୍ମା କୁହାଯିବ ।