22.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସମସ୍ତଙ୍କର ସଦ୍‌ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି । ବାବାଙ୍କ ଭଳି ନିଷ୍କାମ ସେବା ଆଉ କେହି ବି କରିପାରିବେ ନାହିଁ ।

ପ୍ରଶ୍ନ:-
ନୂଆ ଦୁନିଆ ସ୍ଥାପନ କରିବା ପାଇଁ ବାବାଙ୍କୁ କେଉଁ ମେହନତ କରିବାକୁ ପଡୁଛି?

ଉତ୍ତର:-
ପୁରା ଅଜାମିଳ ଭଳି ପାପୀମାନଙ୍କୁ ପୁନର୍ବାର ଲକ୍ଷ୍ମୀ-ନାରାୟଣଙ୍କ ଭଳି ପୂଜ୍ୟ ଦେବତା କରିବାର ମେହନତ ବାବାଙ୍କୁ କରିବାକୁ ପଡୁଛି । ବାବା ତୁମ ସନ୍ତାନମାନଙ୍କୁ ଦେବତା କରିବାର ମେହନତ କରୁଛନ୍ତି । ବାକି ସବୁ ଆତ୍ମାମାନେ ଶାନ୍ତିଧାମକୁ ଫେରିଯିବେ । ପ୍ରତ୍ୟେକଙ୍କୁ ନିଜ ନିଜର ହିସାବ-କିତାବ ଚୁକ୍ତ କରି ଯୋଗ୍ୟ ଅର୍ଥାତ୍ ପବିତ୍ର ହୋଇ ଘରକୁ ଫେରିବାକୁ ହେବ ।

ଗୀତ:-
ଇସ୍ ପାପ୍ କି ଦୁନିଆ ସେ....

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ । ସନ୍ତାନମାନେ ଜାଣିଛନ୍ତି ଏହା ହେଉଛି ପାପର ଦୁନିଆ । ନୂଆ ଦୁନିଆ ହେଉଛି ପୁଣ୍ୟର ଦୁନିଆ । ସେଠାରେ ପାପ ହୁଏ ନାହିଁ । ତାହା ହେଉଛି ରାମ ରାଜ୍ୟ, ଏହା ହେଉଛି ରାବଣ ରାଜ୍ୟ । ଏହି ରାବଣ ରାଜ୍ୟରେ ସମସ୍ତେ ପତିତ ଦୁଃଖୀ ଅଟନ୍ତି, ତେଣୁ ତ ଡାକୁଛନ୍ତି - ହେ ପତିତ ପାବନ ଆସି ଆମକୁ ପବିତ୍ର କରାଅ । ସବୁ ଧର୍ମାବଲମ୍ବୀମାନେ ଡାକୁଛନ୍ତି - ଓ ଗଡ୍ ଫାଦର ଆସି ଆମକୁ ମୁକ୍ତ କର, ଗାଇଡ୍ ହୁଅ । ଅର୍ଥାତ୍ ବାବା ଯେତେବେଳେ ଆସୁଛନ୍ତି ସମଗ୍ର ସୃଷ୍ଟିରେ ଯେଉଁ ସବୁ ଧର୍ମର ଆତ୍ମାମାନେ ରହିଛନ୍ତି ସମସ୍ତଙ୍କୁ ଘରକୁ ଫେରାଇ ନେଉଛନ୍ତି । ବର୍ତ୍ତମାନ ସମସ୍ତେ ରାବଣ ରାଜ୍ୟରେ ଅଛନ୍ତି । ସମସ୍ତ ଧର୍ମାବଲମ୍ୱୀମାନଙ୍କୁ ଶାନ୍ତିଧାମକୁ ଫେରାଇ ନେଇଯାଉଛନ୍ତି । ସମସ୍ତଙ୍କର ବିନାଶ ତ ନିଶ୍ଚିତ ହେବ । ବାବା ଏଠାକୁ ଆସି ପିଲାମାନଙ୍କୁ ସୁଖଧାମ ପାଇଁ ଯୋଗ୍ୟ କରାଉଛନ୍ତି । ସମସ୍ତଙ୍କର କଲ୍ୟାଣ କରୁଛନ୍ତି, ସେଥିପାଇଁ ସେହି ଜଣଙ୍କୁ ହିଁ ସମସ୍ତଙ୍କର ସଦ୍‌ଗତି ଦାତା, ସମସ୍ତଙ୍କର କଲ୍ୟାଣକାରୀ କୁହାଯାଉଛି । ବାବା କହୁଛନ୍ତି ଏବେ ତୁମକୁ ଘରକୁ ଫେରିବାକୁ ହେବ । ସମସ୍ତ ଧର୍ମାବଲମ୍ୱୀମାନଙ୍କୁ ଶାନ୍ତିଧାମ, ନିର୍ବାଣଧାମ ଯିବାକୁ ହେବ, ଯେଉଁଠି ସମସ୍ତ ଆତ୍ମାମାନେ ଶାନ୍ତିରେ ରହନ୍ତି । ବେହଦର ରଚୟିତା ପିତା ଆସି ସମସ୍ତଙ୍କୁ ମୁକ୍ତି ଏବଂ ଜୀବନମୁକ୍ତି ଦେଉଛନ୍ତି । ତେଣୁ ମହିମା ମଧ୍ୟ ଏକ ପରମପିତାଙ୍କର କରିବା ଉଚିତ୍ । ଯିଏ ଆସି ସମସ୍ତଙ୍କର ସେବା କରୁଛନ୍ତି, ତାଙ୍କୁ ହିଁ ସ୍ମରଣ କରିବା ଉଚିତ୍ । ବାବା ନିଜେ ବୁଝାଉଛନ୍ତି ମୁଁ ଦୂରଦେଶ, ପରମଧମାର ନିବାସୀ ଅଟେ । ସର୍ବ ପ୍ରଥମେ ଯେଉଁ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ତାହା ଏବେ ନାହିଁ, ସେଥିପାଇଁ ମୋତେ ଡାକୁଛନ୍ତି । ମୁଁ ଆସି ସମସ୍ତ ସନ୍ତାନମାନଙ୍କୁ ଘରକୁ ଫେରାଇ ନେଉଛି । ତେବେ ହିନ୍ଦୁ ତ କୌଣସି ଧର୍ମ ନୁହେଁ । ମୂଳ ହେଉଛି ଦେବୀ- ଦେବତା ଧର୍ମ । କିନ୍ତୁ ପବିତ୍ର ନ ଥିବା କାରଣରୁ ନିଜକୁ ଦେବତା ବଦଳରେ ହିନ୍ଦୁ କହି ଦେଉଛନ୍ତି । ହିନ୍ଦୁ ଧର୍ମର ସ୍ଥାପନକର୍ତ୍ତା କେହି ନାହାଁନ୍ତି । ଗୀତା ହିଁ ହେଉଛି ସର୍ବଶାସ୍ତ୍ର ଶିରୋମଣି । ତାହା ଭଗବାନ୍‌ଙ୍କ ଦ୍ୱାରା ଗାନ କରାଯାଇଛି । ଜଣଙ୍କୁ ହିଁ ଭଗବାନ୍ କୁହାଯାଉଛି - ଗଡ୍ ଫାଦର । ଶ୍ରୀକୃଷ୍ଣ ବା ଲକ୍ଷ୍ମୀ-ନାରାୟଣଙ୍କୁ ଗଡ୍ ଫାଦର ଅଥବା ପତିତ-ପାବନ କୁହାଯିବ ନାହିଁ । ଏମାନେ ତ ରାଜା ରାଣୀ ଅଟନ୍ତି । ତାଙ୍କୁ କିଏ ଏପରି କରାଇଛନ୍ତି? ବାବା । ବାବା ପ୍ରଥମେ ନୂଆ ଦୁନିଆ ରଚନା କରୁଛନ୍ତି । ଯାହାର ଇଏ ମାଲିକ ହେଉଛନ୍ତି । କିଭଳି ହେଲେ ଏହା କୌଣସି ମନୁଷ୍ୟ ମାତ୍ରଙ୍କୁ ଜଣା ନାହିଁ । ବଡ-ବଡ ଲକ୍ଷପତିମାନେ ମନ୍ଦିର ଆଦି ତିଆରି କରୁଛନ୍ତି, ତାଙ୍କୁ ପଚାରିବା ଦରକାର - ଏମାନେ କିପରି ଏହି ବିଶ୍ୱର ରାଜ ପଦ ପାଇଲେ? କିପରି ମାଲିକ ହେଲେ? କେବେ ବି କେହି କହିପାରିବେ ନାହିଁ । କେଉଁ କର୍ମ କରିବାରୁ ଏତେ ଶ୍ରେଷ୍ଠ ଫଳ ପାଇଲେ? ଏବେ ବାବା ବୁଝାଉଛନ୍ତି - ତୁମେ ନିଜର ଧର୍ମକୁ ଭୁଲିଯାଇଛ । ଆଦି ସନାତନ ଦେବୀ ଦେବତା ଧର୍ମକୁ ନ ଜାଣିଥିବା କାରଣରୁ ସମସ୍ତେ ଅନ୍ୟ ଧର୍ମମାନଙ୍କୁ ଧର୍ମାନ୍ତରିତ ହୋଇଯାଇଛନ୍ତି । ସେମାନେ ପୁଣି ନିଜ-ନିଜର ଧର୍ମକୁ ଫେରିବେ । ଯେଉଁମାନେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲେ, ସେମାନେ ପୁଣି ନିଜ ଧର୍ମକୁ ଆସିଯିବେ । ଖ୍ରୀଷ୍ଟିୟାନ୍ ଧର୍ମର ହୋଇଥିଲେ ପୁଣି ଖ୍ରୀଷ୍ଟିୟାନ୍ ଧର୍ମକୁ ଆସିଯିବେ । ବର୍ତ୍ତମାନ ଆଦି ସନାତନ ଦେବୀ-ଦେବତା ଧର୍ମର ଚାରା ଲାଗୁଛି । ଯେଉଁମାନେ ଯେଉଁ ଧର୍ମର ହୋଇଥିବେ, ସେମାନଙ୍କୁ ନିଜ ନିଜର ଧର୍ମକୁ ଆସିବାକୁ ପଡିବ । ଏହା ବୃକ୍ଷ ଅଟେ । ଏହି ବୃକ୍ଷର ତିନୋଟି ମୁଖ୍ୟ ଶାଖା ରହିଛି । ପୁଣି ଏଥିରୁ ବୃଦ୍ଧି ହୋଇ ଚାଲିଛି । ଅନ୍ୟ କେହି ଏ ଜ୍ଞାନ ଦେଇପାରିବେ ନାହିଁ । ବର୍ତ୍ତମାନ ବାବା କହୁଛନ୍ତି, ତୁମେ ନିଜର ଧର୍ମକୁ ଆସିଯାଅ । କେହି କେହି କହୁଛନ୍ତି ମୁଁ ସନ୍ନ୍ୟାସ ଧର୍ମକୁ ଅନୁକରଣ କରୁଛି; ରାମକୃଷ୍ଣ ପରମହଂସ ସନ୍ନ୍ୟାସୀଙ୍କର ଶିଷ୍ୟ ଅଟେ । ସେମାନେ ହେଲେ ନିବୃତ୍ତି ମାର୍ଗର, ତୁମେ ହେଉଛ ପ୍ରବୃତ୍ତିମାର୍ଗର । ଗୃହସ୍ଥମାର୍ଗୀମାନେ ନିବୃତ୍ତି ମାର୍ଗୀଙ୍କର ଶିଷ୍ୟ କିପରି ହୋଇପାରିବେ! ତୁମେ ପ୍ରଥମେ ପ୍ରବୃତ୍ତିମାର୍ଗରେ ପବିତ୍ର ଥିଲ । ପୁଣି ରାବଣ ଦ୍ୱାରା ତୁମେ ଅପବିତ୍ର ହୋଇଯାଇଛ । ଏହି କଥା ବାବା ବୁଝାଉଛନ୍ତି । ତୁମେ ହେଉଛ ଗୃହସ୍ଥ ଆଶ୍ରମବାସୀ । ଭକ୍ତି ମଧ୍ୟ ତୁମକୁ ହିଁ କରିବାକୁ ହେବ । ବାବା ଆସି ଭକ୍ତିର ଫଳ ସଦ୍‌ଗତି ଦେଉଛନ୍ତି । କୁହାଯାଏ - (ରିଲିଜନ୍ ଇଜ୍ ମାଇଟ୍ ଅର୍ଥାତ୍) ଧର୍ମ ହିଁ ଶକ୍ତି । ବାବା ରିଲିଜନ୍ ବା ଧର୍ମର ସ୍ଥାପନା କରୁଛନ୍ତି । ତୁମେ ସମଗ୍ର ବିଶ୍ୱର ମାଲିକ ହେଉଛ । ବାବାଙ୍କଠାରୁ ତୁମକୁ କେତେ ଶକ୍ତି ମିଳୁଛି । ଏକ ସର୍ବଶକ୍ତିମାନ୍ ବାବା ହିଁ ଆସି ସମସ୍ତଙ୍କର ସଦ୍‌ଗତି କରୁଛନ୍ତି । ନା ଆଉ କେହି ସଦ୍‌ଗତି ଦେଇପାରିବେ ନା ପାଇପାରିବେ । ଏହିଠାରେ (ମନୁଷ୍ୟ ଲୋକରେ) ହିଁ ବୃଦ୍ଧି ହୋଇ ଚାଲିଛି । କେହି ହେଲେ ଘରକୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ । ବାବା କହୁଛନ୍ତି ମୁଁ ସମସ୍ତ ଧର୍ମର ସେବାଧାରୀ, ସମସ୍ତଙ୍କୁ ଆସି ସଦ୍‌ଗତି ଦେଉଛି । ସତ୍ୟଯୁଗକୁ ସଦ୍‌ଗତି କୁହାଯାଏ । ମୁକ୍ତି ହେଉଛି ଶାନ୍ତିଧାମରେ । ତେଣୁ ସବୁଠାରୁ ବଡ କିଏ ହେଲା? ବାବା କହୁଛନ୍ତି - ହେ ଆତ୍ମାମାନେ ତୁମେ ସମସ୍ତେ ଭାଇ-ଭାଇ । ସମସ୍ତଙ୍କୁ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ମୁଁ ଆସି ସମସ୍ତଙ୍କୁ ନିଜ-ନିଜର ବିଭାଗକୁ ପଠାଇବା ପାଇଁ ଯୋଗ୍ୟ କରାଉଛି । ଯୋଗ୍ୟ ନ ହେଲେ ଦଣ୍ଡ ଭୋଗିବାକୁ ପଡିବ । ହିସାବ-କିତାବ ଚୁକ୍ତ କରି ପୁଣି ଘରକୁ ଫେରିବାକୁ ହେବ । ଏହା ହେଲା ଶାନ୍ତିଧାମ ଏବଂ ତାହା ହେଉଛି ସୁଖଧାମ ।

ବାବା କହୁଛନ୍ତି ମୁଁ ଆସି ନୂଆ ଦୁନିଆର ସ୍ଥାପନା କରୁଛି । ଏଥିପାଇଁ ପରିଶ୍ରମ କରିବାକୁ ପଡୁଛି । ବିଲ୍‌କୁଲ୍ ଅଜାମିଳ ପରି ପାପୀମାନଙ୍କୁ ଆସି ଏହିପରି ଦେବୀ ଦେବତା କରାଉଛି । ଯେବେଠାରୁ ତୁମେ ବାମମାର୍ଗରେ ଯାଇଛ ସେବେଠାରୁ ସିଡିର ତଳକୁ ତଳକୁ ଓହ୍ଲାଇ ଚାଲିଛ । ଏହି ୮୪ ଜନ୍ମର ସିଡି ରହିଛି ତଳକୁ ଓହ୍ଲାଇବା ପାଇଁ । ସତ୍ୱପ୍ରଧାନରୁ ସତ୍ୱ, ରଜଃ, ତମଃ... ବତ୍ତର୍ମାନ ଏହା ହେଉଛି ସଂଗମ । ବାବା କହୁଛନ୍ତି ମୁଁ ଥରେ ମାତ୍ର ଆସୁଛି । ମୁଁ କୌଣସି ଇବ୍ରାହିମ୍‌-ବୁଦ୍ଧଙ୍କ ଶରୀରରେ ଆସୁନାହିଁ । ମୁଁ ପୁରୁଷୋତ୍ତମ ସଂଗମଯୁଗରେ ହିଁ ଆସୁଛି । ଏବେ କୁହଯାଉଛି ଫଲୋ ଫାଦର ବା ପିତାଙ୍କୁ ଅନୁସରଣ କର । ବାବା କହୁଛନ୍ତି ତୁମ ସମସ୍ତ ଆତ୍ମାମାନଙ୍କୁ ମୋତେ ହିଁ ଅନୁସରଣ କରିବାକୁ ହେବ । ମୋତେ ମନେ ପକାଇଲେ ତୁମର ପାପ, ଯୋଗ ଅଗ୍ନିରେ ଭସ୍ମ ହୋଇଯିବ । ଏହାକୁ ଯୋଗ ଅଗ୍ନି କୁହାଯାଏ । ତୁମେ ହେଉଛ ପ୍ରକୃତରେ ବ୍ରାହ୍ମଣ । ତୁମେ କାମ ଚିତାରୁ ଓହ୍ଲାଇ ଜ୍ଞାନ ଚିତାରେ ବସୁଛ । ଏହା ଏକ ବାବା ହିଁ ବୁଝାଉଛନ୍ତି । ଖ୍ରୀଷ୍ଟ-ବୁଦ୍ଧ ଆଦି ସମସ୍ତେ ଜଣଙ୍କୁ ହିଁ ୟାଦ କରୁଛନ୍ତି । କିନ୍ତୁ ଯଥାର୍ଥ ଭାବେ ତାଙ୍କୁ କେହି ଜାଣି ନାହାଁନ୍ତି । ଏବେ ତୁମେ ଆସ୍ତିକ ହୋଇଛ । ରଚୟିତା ଏବଂ ରଚନାକୁ ତୁମେ ବାବାଙ୍କ ଦ୍ୱାରା ଜାଣିଛ । ଋଷି-ମୁନି ସମସ୍ତେ ନେତି ନେତି କହୁଥିଲେ ଅର୍ଥାତ୍ ଆମେ ଜାଣିନାହୁଁ ବୋଲି କହୁଥିଲେ । ସ୍ୱର୍ଗ ହେଉଛି ସତ୍ୟଖଣ୍ଡ, ଯେଉଁଠି ଦୁଃଖର ନାମ ହିଁ ରହେ ନାହିଁ । ଏଠାରେ କେତେ ଦୁଃଖ ରହିଛି । ସମସ୍ତେ ସ୍ୱଳ୍ପାୟୁ ଅଟନ୍ତି । ଦେବତାମାନେ ଦୀର୍ଘାୟୁ ଥିଲେ । ସେମାନେ ହେଲେ ପବିତ୍ର ଯୋଗୀ । ଏଠାରେ ଅପବିତ୍ର ଭୋଗୀ ଅଟନ୍ତି । ସିଡି ଓହ୍ଲାଇ ଓହ୍ଲାଇ ଆୟୁ କମ୍ ହୋଇଯାଉଛି । ଅକାଳମୃତ୍ୟୁ ମଧ୍ୟ ହୋଇଚାଲିଛି । ବାବା ତୁମକୁ ଏପରି କରାଉଛନ୍ତି ଯେ ତୁମେ ୨୧ ଜନ୍ମ କେବେହେଲେ ରୋଗୀ ହେବ ନାହିଁ । ତେଣୁ ଏହିପରି ବାବାଙ୍କଠାରୁ ବର୍ସା ନେବା ଉଚିତ୍ । ଆତ୍ମାକୁ କେତେ ଚାଲାକ୍‌ ହେବାକୁ ପଡିବ । ବାବା ଏପରି ବର୍ସା ଦେଉଛନ୍ତି ଯେ ସେଠାରେ କୌଣସି ପ୍ରକାରର ଦୁଃଖ ରହିବ ନାହିଁ । ତୁମର କାନ୍ଦିବା-ରଡି କରିବା ବନ୍ଦ ହୋଇଯାଉଛି । ସମସ୍ତେ ପାର୍ଟଧାରୀ ଅଟନ୍ତି । ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଉଛି । ଏହା ମଧ୍ୟ ଡ୍ରାମା । ବାବା କର୍ମ, ଅକର୍ମ, ବିକର୍ମର ଗତି ମଧ୍ୟ ବୁଝାଉଛନ୍ତି । କୃଷ୍ଣଙ୍କ ଆତ୍ମା ୮୪ ଜନ୍ମ ଭୋଗ କରି ବର୍ତ୍ତମାନ ଅନ୍ତିମ ସମୟରେ ଏହି ଜ୍ଞାନ ଶୁଣୁଛନ୍ତି । ବ୍ରହ୍ମାଙ୍କର ଦିନ ଏବଂ ବ୍ରହ୍ମାଙ୍କର ରାତିର ଗାୟନ ରହିଛି । ବ୍ରହ୍ମାଙ୍କର ଦିନ ରାତି ଅର୍ଥାତ୍ ବ୍ରାହ୍ମଣମାନଙ୍କର ଦିନ ରାତି । ଏବେ ତୁମର ଦିନ ହେବାକୁ ଯାଉଛି । ମହାଶିବରାତ୍ରି ବୋଲି କହୁଛନ୍ତି । ଏବେ ଭକ୍ତିର ରାତ୍ରି ଶେଷ ହୋଇ ଜ୍ଞାନର ଉଦୟ ହେଉଛି । ବର୍ତ୍ତମାନ ହେଉଛି ସଂଗମ । ତୁମେ ଏବେ ପୁନର୍ବାର ସ୍ୱର୍ଗବାସୀ ହେଉଛ । ଅନ୍ଧାର ରାତ୍ରିରେ ଧକ୍କା ମଧ୍ୟ ଖାଇଲ, ମଥା ବି ଘସିଲ ଓ ପଇସା ମଧ୍ୟ ଶେଷ କରିଦେଲ । ଏବେ ବାବା କହୁଛନ୍ତି ମୁଁ ଆସିଛି ତୁମକୁ ଶାନ୍ତିଧାମ ଏବଂ ସୁଖଧାମକୁ ନେଇଯିବା ପାଇଁ । ତୁମେ ସୁଖଧାମର ବାସିନ୍ଦା ଥିଲ । ୮୪ ଜନ୍ମ ପରେ ଆସି ଦୁଃଖଧାମରେ ପଡିଛ । ପୁଣି ଡାକୁଛ - ବାବା, ଏହି ପୁରୁଣା ଦୁନିଆକୁ ଆସ । ଏହା ତୁମର ଦୁନିଆ ନୁହେଁ । ତୁମେ ବର୍ତ୍ତମାନ ଯୋଗବଳ ଦ୍ୱାରା ନିଜର ଦୁନିଆ ସ୍ଥାପନ କରୁଛ । ତୁମକୁ ଏବେ ଡବଲ ଅହିଂସକ ହେବାକୁ ପଡିବ । ନା କାମ ବିକାରର ବଶୀଭୂତ ହେବାର ଅଛି ନା ଲଢେଇ ଝଗଡା କରିବାର ଅଛି । ବାବା କହୁଛନ୍ତି ମୁଁ ପ୍ରତ୍ୟେକ ୫ ହଜାର ବର୍ଷ ପରେ ଆସୁଛି । ଏହି କଳ୍ପ ହେଉଛି ୫ ହଜାର ବର୍ଷର, ଲକ୍ଷେ ବର୍ଷର ନୁହେଁ । ଯଦି ଲକ୍ଷେ ବର୍ଷର ହୋଇଥାନ୍ତା ତେବେ ପୃଥିବୀରେ ବହୁତ ଜନସଂଖ୍ୟା ହୋଇଯାଇଥାନ୍ତା । ସବୁ ମନଗଢା ଗପ, ସେଥିପାଇଁ ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ଆସୁଛି, ମୋର ମଧ୍ୟ ଡ୍ରାମାରେ ପାର୍ଟ ରହିଛି । ପାର୍ଟ ବିନା ମୁଁ କିଛି ବି କରିପାରିବି ନାହିଁ । ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧାୟମାନ । ଠିକ୍ ସମୟରେ ଆସୁଛି, କହୁଛି ମନମନାଭବ । କିନ୍ତୁ ଏହାର ଅର୍ଥ ମଧ୍ୟ କେହି ଜାଣି ନାହାଁନ୍ତି । ବାବା କହୁଛନ୍ତି ତୁମେମାନେ ଦେହର ସବୁ ସମ୍ବନ୍ଧ ଛାଡି ମୋତେ ମନେ ପକାଅ ତେବେ ସମସ୍ତେ ପବିତ୍ର ହୋଇଯିବ । ପିଲାମାନେ ବାବାଙ୍କୁ ୟାଦ କରିବାର ମେହନତ କରୁଛନ୍ତି ।

ଏହା ହେଉଛି ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ । ଏପରି ବିଦ୍ୟାଳୟ ଆଉ କେଉଁଠାରେ ନାହିଁ । ଏଠାକୁ ଈଶ୍ୱର ପିତା ଆସି ସାରା ବିଶ୍ୱକୁ ପରିବର୍ତ୍ତନ କରୁଛନ୍ତି । ନର୍କକୁ ସ୍ୱର୍ଗ କରୁଛନ୍ତି, ଯେଉଁଠାରେ ତୁମେ ରାଜତ୍ୱ କରୁଛ । ଏବେ ବାବା କହୁଛନ୍ତି ମୋତେ ୟାଦ କଲେ ତୁମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ଇଏ ହେଉଛନ୍ତି ବାବାଙ୍କର ଭାଗ୍ୟଶାଳୀ ରଥ, ଯାହାଙ୍କ ମଧ୍ୟରେ ବାବା ଆସି ପ୍ରବେଶ କରୁଛନ୍ତି । ଶିବଜୟନ୍ତୀକୁ କେହି ବି ଜାଣି ନାହାଁନ୍ତି । ସେମାନେ ତ କହିଦେଉଛନ୍ତି ପରମାତ୍ମା ନାମ-ରୂପରୁ ଭିନ୍ନ ଅଟନ୍ତି । ଆରେ, ନାମ-ରୂପରୁ ଅଲଗା ତ କୌଣସି ଜିନିଷ ନାହିଁ । କହୁଛନ୍ତି ଏହା ହେଉଛି ଆକାଶ, ତେବେ ଏହା ମଧ୍ୟ ନାମ ହେଲା ନା । ଶୂନ୍ୟ ହେଲେ ମଧ୍ୟ ଏହାର ନାମ ରହିଛି ନା । ତେବେ ବାବାଙ୍କର ନାମ ହେଉଛି କଲ୍ୟାଣକାରୀ । ଭକ୍ତିମାର୍ଗରେ ପୁଣି ବହୁତ ନାମ ରଖୁଛନ୍ତି । ବାବୁରୀନାଥ ମଧ୍ୟ କହୁଛନ୍ତି । ସେ ଆସି କାମ ଅଗ୍ନିରୁ ମୁକ୍ତ କରି ପବିତ୍ର କରାଉଛନ୍ତି । ନିବୃତ୍ତିମାର୍ଗୀମାନେ ବ୍ରହ୍ମକୁ ହିଁ ପରମାତ୍ମା ବୋଲି ମାନୁଛନ୍ତି, ତାକୁ ହିଁ ୟାଦ କରୁଛନ୍ତି । ବ୍ରହ୍ମଯୋଗୀ, ତତ୍ତ୍ୱଯୋଗୀ ବୋଲାଉଛନ୍ତି । କିନ୍ତୁ ତାହା ତ ହୋଇଗଲା ରହିବାର ସ୍ଥାନ, ଯାହାକୁ ବ୍ରହ୍ମାଣ୍ଡ ବୋଲି କୁହାଯାଉଛି । ସେମାନେ ପୁଣି ବ୍ରହ୍ମକୁ ଭଗବାନ ବୋଲି ଭାବୁଛନ୍ତି । ଭାବୁଛନ୍ତି ଆମେ ଲୀନ ହୋଇଯିବୁ । ଅର୍ଥାତ୍ ଆତ୍ମାକୁ ବିନାଶୀ ବୋଲି ସିଦ୍ଧ କରୁଛନ୍ତି । ବାବା କହୁଛନ୍ତି ମୁଁ ଆସି ସମସ୍ତଙ୍କର ସଦ୍‌ଗତି କରୁଛି । ସେଥିପାଇଁ ଏକ ଶିବବାବାଙ୍କର ଜୟନ୍ତୀ ହୀରା ତୁଲ୍ୟ ଅଟେ । ବାକି ସବୁ ଜୟନ୍ତୀ ହେଉଛି କଉଡି ତୁଲ୍ୟ । ଶିବବାବା ହିଁ ସମସ୍ତଙ୍କର ସଦ୍‌ଗତି କରୁଛନ୍ତି । ତେଣୁ ସେ ହେଉଛନ୍ତି ହୀରାତୁଲ୍ୟ । ସିଏ ହିଁ ତୁମକୁ ସ୍ୱର୍ଣ୍ଣିମ ଯୁଗକୁ ନେଇଯାଉଛନ୍ତି । ଏହି ଜ୍ଞାନ ତୁମକୁ ବାବା ହିଁ ଆସି ପଢାଉଛନ୍ତି , ଯାହାଦ୍ୱାରା ତୁମେ ଦେବୀ-ଦେବତା ହେଉଛ । ପୁଣି ଏହି ଜ୍ଞାନ ପ୍ରାୟଃ ଲୋପ ହୋଇଯାଉଛି । ଏହି ଲକ୍ଷ୍ମୀ-ନାରାୟଣଙ୍କ ପାଖରେ ରଚୟିତା ଏବଂ ରଚନାର ଜ୍ଞାନ ନାହିଁ ।

ପିଲାମାନେ ଗୀତ ଶୁଣିଲେ - କହୁଛନ୍ତି ଏପରି ଯାଗାକୁ ନେଇଚାଲ, ଯେଉଁଠି ଶାନ୍ତି ଏବଂ ସୁଖ ଥିବ । ତାହା ହେଉଛି ଶାନ୍ତିଧାମ, ପୁଣି ସୁଖଧାମ ମଧ୍ୟ ରହିଛି । ସେଠାରେ ଅକାଳମୃତ୍ୟୁ ହୋଇ ନ ଥାଏ । ତେଣୁ ବାବା ଆସିଛନ୍ତି, ସନ୍ତାନମାନଙ୍କୁ ସେହି ସୁଖ-ଶାନ୍ତିର ଦୁନିଆକୁ ନେଇଯିବା ପାଇଁ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ରାତ୍ରିକ୍ଲାସ୍‌:-
ଏବେ ତୁମର ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ଦୁଇଟି ଯାକ ଡିନାୟଷ୍ଟି (ସାମ୍ରାଜ୍ୟ) ତିଆରି ହେଉଛି । ତୁମେ ଯେତିକି ଜ୍ଞାନ ଜାଣୁଛ ଏବଂ ପବିତ୍ର ହେଉଛ ସେତିକି ନା ଆଉ କେହି ଜାଣି ପାରିବେ ନା ପବିତ୍ର ହୋଇପାରିବେ । ବାକି କେବଳ ଶୁଣିବେ ବାବା ଆସିଛନ୍ତି, ତେଣୁ ବାବାଙ୍କୁ ୟାଦ କରିବାକୁ ଲାଗି ପଡିବେ । ତାହା ବି ତୁମେ ନିକଟ ଭବିଷ୍ୟତରେ ଆଗକୁ ଗଲେ ଦେଖିବ ଯେ ଲକ୍ଷ ଲକ୍ଷ, କୋଟି କୋଟି ଲୋକ ଆସି ବୁଝିବେ । ବାୟୁମଣ୍ଡଳ ହିଁ ସେହିପରି ହୋଇଯିବ । ଅନ୍ତିମ ସମୟରେ ହେବାକୁ ଥିବା ଲଢେଇରେ ସମସ୍ତେ ହୋପ୍‌ଲେସ୍ ବା ନିରାଶ ହୋଇଯିବେ । ସମସ୍ତଙ୍କୁ ଅନୁଭବ (ଟଚ୍‌) ହେବ । ତୁମର ନାମବାଲା ମଧ୍ୟ ହେବ । ସ୍ୱର୍ଗର ସ୍ଥାପନା ହେଉଛି । ବାକି ସମସ୍ତଙ୍କ ପାଇଁ ମୃତ୍ୟୁ ପ୍ରସ୍ତୁତ ହୋଇ ରହିଛି । ପରନ୍ତୁ ସେତେବେଳେ ସମୟ ଏପରି ହେବ ଯେ ଗୋଟିଏ ଢ଼ୋକ ନେବାକୁ ମଧ୍ୟ ବେଳ ନ ଥିବ । ଆଗକୁ ଗଲେ ବହୁତ ବୁଝିବେ । କିନ୍ତୁ ଯେଉଁମାନେ ଥିବେ, ଏପରି ନୁହେଁ ଯେ ଏମାନେ ସମସ୍ତେ ସେହି ସମୟରେ ରହିଥିବେ । କେହି କେହି ମରି ବି ଯିବେ । କଳ୍ପ ପୂର୍ବରୁ ଯେଉଁମାନେ ହୋଇଥିବେ ସେହିମାନେ ରହିବେ । ସେ ସମୟରେ ଏକ ବାବାଙ୍କ ୟାଦରେ ରହିବେ । କୋଳାହଳ ମଧ୍ୟ କମ୍ ହୋଇଯିବ । ପୁଣି ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବାରେ ଲାଗିପଡିବେ । ତୁମେ ସମସ୍ତେ ସାକ୍ଷୀ ହୋଇ ଦେଖିବ । ବହୁତ ଦୁଃଖଦାୟକ ଘଟଣାମାନ ଘଟିବ । ସମସ୍ତେ ଜାଣିଯିବେ କି ବତ୍ତର୍ମାନ ବିନାଶ ହେବ । ଦୁନିଆର ପରିବର୍ତ୍ତନ ହେବ । ବିବେକ ମଧ୍ୟ କହୁଛି ବୋମା ପଡିଲେ ନିଶ୍ଚୟ ବିନାଶ ହେବ । ଏବେ ପରସ୍ପରକୁ କହୁଛନ୍ତି ଯେ ସର୍ତ୍ତ (କଣ୍ଡିସନ୍‌) କର, ବଚନ ଦିଅ, ଆମେ ବୋମା ପକାଇବୁ ନାହିଁ । କିନ୍ତୁ ଏସବୁ ଜିନିଷ ତ ବିନାଶ ନିମନ୍ତେ ତିଆରି କରାଯାଇଛି ନା ।

ତୁମ ସନ୍ତାନମାନଙ୍କର ବହୁତ ଖୁସି ରହିବା ଦରକାର । ତୁମେ ଜାଣିଛ ନୂଆ ଦୁନିଆ ତିଆରି ହେଉଛି । ବୁଝିପାରୁଛ ଯେ ବାବା ହିଁ ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ସେଠାରେ ଦୁଃଖର ନାମ ବି ରହିବ ନାହିଁ । ତା’ର ନାମ ହେଉଛି ପାରାଡାଇଜ୍ ଅର୍ଥାତ୍ ସ୍ୱର୍ଗ । ଯେପରି ତୁମର ନିଶ୍ଚୟ ହୋଇଛି ଆଗକୁ ଗଲେ ବହୁତଙ୍କୁ ନିଶ୍ଚୟ ହେବ । ଯାହାଙ୍କୁ ଅନୁଭବ କରିବାର ଥିବ, ସେ ଆଗକୁ ଗଲେ ବହୁତ ଅନୁଭବ କରିପାରିବେ । ଏବେ ତ ସମୟ ବାକି ଅଛି, ସଂପୂର୍ଣ୍ଣ ପୁରୁଷାର୍ଥ ନ କଲେ, ପଦ କମ୍ ହୋଇଯିବ । ପୁରୁଷାର୍ଥ କରିବା ଦ୍ୱାରା ପଦ ମଧ୍ୟ ଭଲ ମିଳିବ । ସେ ସମୟରେ ତୁମର ଅବସ୍ଥା ମଧ୍ୟ ବହୁତ ଭଲ ରହିବ । ସାକ୍ଷାତ୍‌କାର ମଧ୍ୟ କରିବ । କଳ୍ପ କଳ୍ପ ଯେପରି ବିନାଶ ହୋଇଥିଲା, ସେହିପରି ହେବ । ଯେଉଁମାନଙ୍କର ନିଶ୍ଚୟ ଥିବ, ସୃଷ୍ଟିଚକ୍ରର ଜ୍ଞାନ ଥିବ, ସେହିମାନେ ହିଁ ଖୁସିରେ ରହିବେ । ଆଚ୍ଛା-ରୁହାନୀ ସନ୍ତାନମାନେ ଶୁଭରାତ୍ରି ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଡବଲ ଅହିଂସକ ହୋଇ ଯୋଗବଳ ଦ୍ୱାରା ଏହି ନର୍କକୁ ସ୍ୱର୍ଗରେ ପରିଣତ କରିବାକୁ ହେବ । ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ପୁରୁଷାର୍ଥ କରିବାକୁ ପଡିବ ।

(୨) ଏକମାତ୍ର ବାବାଙ୍କୁ ସଂପୂର୍ଣ୍ଣ ରୂପେ ଅନୁକରଣ କରିବାକୁ ହେବ । ସଚ୍ଚା ସଚ୍ଚା ବ୍ରାହ୍ମଣ ହୋଇ ଯୋଗ ଅଗ୍ନି ଦ୍ୱାରା ବିକର୍ମକୁ ଦଗ୍‌ଧ କରିବାକୁ ହେବ । ସମସ୍ତଙ୍କୁ କାମ ଚିତାରୁ ଉଦ୍ଧାର କରି ଜ୍ଞାନ ଚିତାରେ ବସାଇବାକୁ ହେବ ।

ବରଦାନ:-
ନିଃସ୍ୱାର୍ଥ ଏବଂ ନିର୍ବିକଳ୍ପ ସ୍ଥିତି ଦ୍ୱାରା ସେବା କରୁଥିବା ସଫଳତା ମୂରତ ଆତ୍ମା ଭବ ।

ସେବାରେ ସଫଳତା ପ୍ରାପ୍ତ କରିବାର ଆଧାର ହେଲା ତୁମମାନଙ୍କର ନିଃସ୍ୱାର୍ଥ ଏବଂ ନିର୍ବିକଳ୍ପ ସ୍ଥିତି । ଏହିଭଳି ସ୍ଥିତିରେ ରହୁଥିବା ଆତ୍ମା ସେବା କରିବା ସମୟରେ ନିଜେ ମଧ୍ୟ ସନ୍ତୁଷ୍ଟ ତଥା ହର୍ଷିତ ରହିଥାଆନ୍ତି ଏବଂ ଅନ୍ୟ ଆତ୍ମାମାନେ ମଧ୍ୟ ସେମାନଙ୍କ ଉପରେ ସନ୍ତୁଷ୍ଟ ରହିଥାଆନ୍ତି । ସେବା କ୍ଷେତ୍ରରେ ସଂଗଠନ ଭିତରେ ହିଁ ସେବା କରିବାକୁ ହେବ ଏବଂ ସଂଗଠନ ଭିତରେ ଭିନ୍ନ ଭିନ୍ନ କଥା, ଭିନ୍ନ ଭିନ୍ନ ବିଚାର ମଧ୍ୟ ରହିବ । କିନ୍ତୁ ତୁମେମାନେ ଅନେକତା ମଧ୍ୟରେ ରହି ସଂଶୟରେ ପଡ ନାହିଁ ଏଭଳି ଭାବ ନାହିଁ ଯେ ମୁଁ କାହା କଥା ମାନିବି, କାହା କଥା ନ ମାନିବି, ବରଂ ନିଃସ୍ୱାର୍ଥ ଏବଂ ନିର୍ବିକଳ୍ପ ଭାବନା ରଖି ନିର୍ଣ୍ଣୟ କର, ତାହା ହେଲେ କାହା ମନରେ ବି ବ୍ୟର୍ଥ ସଂକଳ୍ପ ଉତ୍ପନ୍ନ ହେବ ନାହିଁ ଏବଂ ତୁମେ ସଫଳତା ମୂରତ ହୋଇଯିବ ।

ସ୍ଲୋଗାନ:-
ଏବେ ନିଜର ଶକ୍ତିଶାଳୀ ଯୋଗବଳର ତରଙ୍ଗ ଦ୍ୱାରା ଅନ୍ୟମାନଙ୍କର ବୁଦ୍ଧିକୁ ପରିବର୍ତ୍ତନ କରିବାର ସେବା ଆରମ୍ଭ କର ।