23.04.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ଯେଉଁ ଶିକ୍ଷା ଦେଉଛନ୍ତି, ସେଗୁଡିକୁ କାର୍ଯ୍ୟକାରୀ କର, ପ୍ରତିଜ୍ଞା କରିବା ପରେ ତୁମକୁ ନିଜର
ବଚନରୁ ଓହରି ଯିବାର ନାହିଁ କିମ୍ବା କୌଣସି ଆଜ୍ଞାର ଉଲଘଂନ ମଧ୍ୟ କରିବାର ନାହିଁ ।”
ପ୍ରଶ୍ନ:-
ତୁମ ପାଠପଢ଼ାର
ସାର କଥା କ’ଣ? ତୁମକୁ କେଉଁ ଅଭ୍ୟାସ ନିଶ୍ଚିତ କରିବାକୁ ହେବ?
ଉତ୍ତର:-
ତୁମର ଏହି ପାଠପଢା ହେଉଛି ବାନପ୍ରସ୍ଥୀ ହେବା ପାଇଁ । ଏହି ପାଠପଢ଼ାର ସାରାଂଶ ହେଲା ବାଣୀରୁ
ଉର୍ଦ୍ଧ୍ୱକୁ ଯିବା । ବାବା ହିଁ ସମସ୍ତଙ୍କୁ ଘରକୁ ନେଇଯାଇଥା’ନ୍ତି । ତୁମମାନଙ୍କୁ ଘରକୁ ଯିବା
ପୂର୍ବରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ସେଥିପାଇଁ ଏକାନ୍ତରେ ବସି ଦେହୀ ଅଭିମାନୀ ଅର୍ଥାତ୍
ଆତ୍ମ-ଅଭିମାନୀ ହେବାର ଅଭ୍ୟାସ କରିବାକୁ ହେବ । ଅଶରୀରୀ ହେବାର ଅଭ୍ୟାସ ହିଁ ଆତ୍ମାକୁ
ସତ୍ତ୍ୱପ୍ରଧାନ କରିଦେବ ।
ଓମ୍ ଶାନ୍ତି ।
ନିଜକୁ ଆତ୍ମା
ଭାବି ବାବାଙ୍କୁ ମନେ ପକାଇଲେ ତୁମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇ ବିଶ୍ୱର ମାଲିକ ହୋଇଯିବ ।
ପ୍ରତିକଳ୍ପ ତୁମେମାନେ ଏହିପରି ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛ ପୁଣି ୮୪ ଜନ୍ମ ତମଃପ୍ରଧାନ
ହୋଇଯାଉଛ । ପୁଣି ବାବା ଶିକ୍ଷା ଦେଉଛନ୍ତି, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ।
ଭକ୍ତିମାର୍ଗରେ ମଧ୍ୟ ତୁମେ ମନେପକାଉଥିଲ, କିନ୍ତୁ ସେ ସମୟରେ ମୋଟା ବୁଦ୍ଧିର ଜ୍ଞାନ ଥିଲା । ଏବେ
ସୂକ୍ଷ୍ମ ବୁଦ୍ଧିର ଜ୍ଞାନ ରହିଛି । ଏବେ ତ ପ୍ରତ୍ୟକ୍ଷ ରୂପେ ବାବାଙ୍କୁ ମନେ ପକାଇବାକୁ ହେବ । ଏ
କଥା ବୁଝାଇବା ଉଚିତ୍ ଯେ - ଆତ୍ମା ମଧ୍ୟ ତାରକା ସଦୃଶ ଓ ବାବା ମଧ୍ୟ ତାରକା ସଦୃଶ । କେବଳ ସେ
ପୁର୍ନଜନ୍ମ ନେଉନାହାନ୍ତି । ତୁମେ ନେଉଛ, ସେଥିପାଇଁ ତୁମକୁ ତମଃପ୍ରଧାନ ହେବାକୁ ପଡୁଛି । ପୁଣି
ସତ୍ତ୍ୱପ୍ରଧାନ ହେବା ପାଇଁ ମେହେନତ କରିବାକୁ ପଡିବ । ମାୟା ବାରମ୍ବାର ଭୁଲାଇ ଦେଉଛି । ଏବେ
ଅଭୁଲ୍ ହେବାକୁ ପଡିବ, କୌଣସି ବି ଭୁଲ୍ କରିବା ଉଚିତ୍ ନୁହେଁ । ଯଦି ଭୁଲ୍ କରିବ ତେବେ ଆହୁରି
ତମଃପ୍ରଧାନ ହୋଇଯିବ । ସେଥିପାଇଁ ନିର୍ଦ୍ଦେଶ ମିଳୁଛି ଯେ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ
ପକାଅ, ବ୍ୟାଟେରୀକୁ ଚାର୍ଜ କର ତେବେ ତୁମେ ସତ୍ତ୍ୱପ୍ରଧାନ ବିଶ୍ୱର ମାଲିକ ହୋଇଯିବ । ଶିକ୍ଷକ ତ
ସମସ୍ତଙ୍କୁ ପାଠ ପଢ଼ାଉଛନ୍ତି । ଛାତ୍ରମାନେ କ୍ରମାନ୍ୱୟରେ ପାସ୍ କରି ପୁଣି କ୍ରମାନ୍ୱୟରେ ରୋଜଗାର
ମଧ୍ୟ କରିଥା’ନ୍ତି । ତୁମେମାନେ ମଧ୍ୟ କ୍ରମାନୁସାରେ ପାସ୍ ହୋଇ କ୍ରମାନୁସାରେ ପଦ ପାଉଛ । କେଉଁଠି
ବିଶ୍ୱର ମାଲିକ, କେଉଁଠି ପ୍ରଜା ଦାସ ଦାସୀ । ଯେଉଁ ଛାତ୍ର ସୁପୁତ୍ର, ଆଜ୍ଞାବହ, ବିଶ୍ୱସ୍ତ, ସେ
ନିଶ୍ଚିତ ଭାବରେ ଶିକ୍ଷକଙ୍କର ମତକୁ ପାଳନ କରିବ । ରେଜିଷ୍ଟର ଭଲ ରହିଲେ ଅଧିକ ନମ୍ବର ମିଳିଥାଏ ।
ସେଥିପାଇଁ ବାବା ପିଲାମାନଙ୍କୁ ବାରମ୍ବାର ବୁଝାଉଛନ୍ତି କି କିଛି ବି ଭୁଲ୍ କରନାହିଁ । ଏପରି
ଭାବନାହିଁ ଯେ, କଳ୍ପ ପୂର୍ବରୁ ମଧ୍ୟ ଫେଲ୍ ହୋଇଥିଲୁ । ଅନେକଙ୍କର ମନରେ ଆସୁଛି ଆମେ ସେବା
କରୁନାହୁଁ ତେଣୁ ନିଶ୍ଚିତ ଫେଲ୍ ହେବୁ । ବାବା ସାବଧାନ କରିଦେଉଛନ୍ତି । ତୁମେମାନେ ସତ୍ୟଯୁଗୀ
ସତ୍ତ୍ୱପ୍ରଧାନରୁ କଳିଯୁଗୀ ତମଃପ୍ରଧାନ ହୋଇଛ । ପୁଣି ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି
ହେବ । ସତ୍ତ୍ୱପ୍ରଧାନ ହେବା ପାଇଁ ବାବା ବହୁତ ସହଜ ରାସ୍ତା ବତାଉଛନ୍ତି - ମୋତେ ମନେ ପକାଇଲେ
ବିକର୍ମ ବିନାଶ ହୋଇଯିବ । ତୁମେ ନିରନ୍ତର ନିଜର ଉନ୍ନତି କରି କରି ସତ୍ତ୍ୱପ୍ରଧାନ ହୋଇଯିବ । ଧୀରେ
ଧୀରେ ଉନ୍ନତି ହେଉଛି ତେଣୁ ବାବାଙ୍କୁ ଭୁଲ ନାହିଁ । କିନ୍ତୁ ମାୟା ଭୁଲାଇଦେଉଛି । ଆଦେଶ ଅମାନ୍ୟ
କରାଇଦେଉଛି । ବାବା ଯାହା ନିର୍ଦ୍ଦେଶ ଦେଉଛନ୍ତି, ତାକୁ ବୁଝୁଛନ୍ତି, ପ୍ରତିଜ୍ଞା ମଧ୍ୟ କରୁଛନ୍ତି
କିନ୍ତୁ ତାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ତେଣୁ ବାବା କହୁଛନ୍ତି - ଆଜ୍ଞାକୁ ଉଲଙ୍ଘନ କରି
ନିଜ ବଚନରୁ ଓହରିଯାଉଛନ୍ତି । ସେଥିପାଇଁ ବାବାଙ୍କ ନିକଟରେ ପ୍ରତିଜ୍ଞା କରି ତାକୁ କାର୍ଯ୍ୟକାରୀ
କରାଯାଏ । ବେହଦର ବାବାଙ୍କ ପରି ଅନ୍ୟ କେହି ଶିକ୍ଷା ଦେଇପାରିବେ ନାହିଁ । ପରିବର୍ତ୍ତନ ମଧ୍ୟ
ନିଶ୍ଚିତ ହେବ । ଏହି ଚିତ୍ର କେତେ ସୁନ୍ଦର । ଏବେ ବ୍ରହ୍ମାବଂଶୀ ଅଛ ପୁଣି ବିଷ୍ଣୁବଂଶୀ ହୋଇଯିବ
। ଏହା ହେଉଛି ନୂଆ ଈଶ୍ୱରୀୟ ଭାଷା, ଏହାକୁ ମଧ୍ୟ ବୁଝିବାକୁ ହେବ । ଏହିଭଳି ଆତ୍ମିକ ଜ୍ଞାନ କେହି
ଦେଉନାହାନ୍ତି । ଏପରି ଗୋଟିଏ ସଂସ୍ଥା ସ୍ଥାପିତ ହୋଇଛି, ଯାହାର ନାମ ରୁହାନୀ ସଂସ୍ଥା ରଖିଛନ୍ତି
। କିନ୍ତୁ ରୁହାନୀ ସଂସ୍ଥା ତୁମ ବିନା ଅନ୍ୟ କାହାର ହୋଇପାରିବ ନାହିଁ । ବହୁତ ଇମିଟେସନ୍ ବା ନକଲି
ହୋଇଯାଉଛନ୍ତି । ଏହା ସମ୍ପୂର୍ଣ୍ଣ ନୂଆ କଥା, ତେଣୁ ତୁମର ସଂଖ୍ୟା ବହୁତ କମ୍ । ଆଉ କେହି ଏକଥା
ବୁଝିପାରିବେ ନାହିଁ । ସମଗ୍ର ବୃକ୍ଷ ଏବେ ଠିଆ ହୋଇଛି । ବାକି ଗଣ୍ଡି ନାହିଁ, କେବଳ ମୂଳ ଠିଆ
ହୋଇଛି । ପୁଣି କୌଣସି ଶାଖା-ପ୍ରଶାଖା ରହିବ ନାହିଁ, ସବୁ ଶେଷ ହୋଇଯିବ । ବେହଦର ବାବା ହିଁ ଏହି
ବେହଦର ଜ୍ଞାନ ଦେଉଛନ୍ତି । ବର୍ତ୍ତମାନ ସାରା ଦୁନିଆରେ ରାବଣ ରାଜ୍ୟ ଚାଲିଛି । ଏହି ଦୁନିଆ ହିଁ
ଲଙ୍କା ଅଟେ । ସେ ଲଙ୍କା ଅର୍ଥାତ୍ ଶ୍ରୀଲଙ୍କା ତ ସମୁଦ୍ର ଆର ପାରିରେ ରହିଛି । କିନ୍ତୁ ଏହି
ସ୍ଥୁଳ ଦୁନିଆ ତ ସମୁଦ୍ରରେ ଅଛି । ଏହାର ଚତୁର୍ଦ୍ଦିଗରେ ପାଣି ରହିଛି । ତାହା ହଦର କଥା । ବାବା
ବେହଦ କଥା ଶୁଣାଉଛନ୍ତି । ଏକଥା ଏକମାତ୍ର ବାବା ହିଁ ବୁଝାଉଛନ୍ତି । ଏହା ପାଠପଢ଼ା । ଯେପରି ସେ
ପାଠପଢାରେ ଚାକିରୀ ନ ମିଳିବା ପର୍ଯ୍ୟନ୍ତ, ପାଠପଢ଼ାର ଫଳାଫଳ ନ ବାହାରିବା ପର୍ଯ୍ୟନ୍ତ ପାଠପଢ଼ିବାରେ
ଲାଗି ରହିଥା’ନ୍ତି । ସେମାନଙ୍କର ବୁଦ୍ଧି ସେହିଥିରେ ହିଁ ରହିଥାଏ । ଛାତ୍ରମାନଙ୍କର କାମ ହେଉଛି
ପଢ଼ା ଉପରେ ଧ୍ୟାନ ଦେବା । ଉଠିବା, ବସିବା, ଚାଲିବା, ବୁଲିବା ସମୟରେ ମନେ ପକାଇବାକୁ ହେବ ।
ଛାତ୍ରମାନଙ୍କ ବୁଦ୍ଧିରେ ଏହି ପାଠପଢ଼ା ରହିଥାଏ । ପରୀକ୍ଷା ସମୟରେ ବହୁତ ପରିଶ୍ରମ କରିଥା’ନ୍ତି
ଯେପରି ଫେଲ୍ ନ ନେଇଥାଆନ୍ତୁ । ଖାସ୍ ସକାଳୁ ବଗିଚାରେ ଯାଇ ପାଠ ପଢ଼ିଥା’ନ୍ତି କାହିଁକିନା ଘରେ
କୋଳାହଳର ବହୁତ ଖରାପ ବାତାବରଣ ରହିଥାଏ ।
ବାବା ବୁଝାଉଛନ୍ତି - ଦେହୀ-ଅଭିମାନୀ ହେବାର ଅଭ୍ୟାସ କରିଥିଲ କେବେହେଲେ ଭୁଲିବ ନାହିଁ । ଅନେକ
ଏକାନ୍ତ ସ୍ଥାନ ରହିଛି । ଆରମ୍ଭ ସମୟରେ କ୍ଲାସ୍ ସରିବା ପରେ ତୁମେମାନେ ପାହାଡ ଉପରକୁ
ଚାଲିଯାଉଥିଲ । ଏବେ ଦିନକୁ ଦିନ ଜ୍ଞାନ ଗୁହ୍ୟ ହୋଇଯାଇଛି । ବିଦ୍ୟାର୍ଥୀମାନଙ୍କୁ ତାଙ୍କର
ଲକ୍ଷ୍ୟ ଉଦ୍ଦେଶ୍ୟ ମନେ ରହିଥାଏ । ଏହା ବାନପ୍ରସ୍ଥ ଅବସ୍ଥାକୁ ଯିବାର ପାଠପଢ଼ା । ଯେଉଁ ପାଠପଢା
ବାବାଙ୍କ ବ୍ୟତୀତ ଆଉ କେହି ବି ପଢ଼ାଇପାରିବେ ନାହିଁ । ସାଧୁ ସନ୍ଥ ଆଦି ସମସ୍ତେ ଭକ୍ତି ହିଁ
ଶିଖାଉଛନ୍ତି । ବାଣୀରୁ ଉର୍ଦ୍ଧ୍ୱକୁ ଯିବାର ରାସ୍ତା ଏକମାତ୍ର ବାବା ହିଁ ବତାଉଛନ୍ତି । କେବଳ
ବାବା ହିଁ ସମସ୍ତଙ୍କୁ ପରମଧାମ ଘରକୁ ନେଇଯାଇଥାଆନ୍ତି । ବର୍ତ୍ତମାନ ତୁମର ହେଉଛି ବେହଦର
ବାନପ୍ରସ୍ଥ ଅବସ୍ଥା, ଯାହାକୁ କେହି ବି ଜାଣିନାହାଁନ୍ତି । ବାବା କହୁଛନ୍ତି - ପିଲାମାନେ, ତୁମେ
ସମସ୍ତେ ହେଉଛ ବାନପ୍ରସ୍ଥି । ଏବେ ସମଗ୍ର ଦୁନିଆର ମଧ୍ୟ ବାନପ୍ରସ୍ଥ ଅବସ୍ଥା ଅଟେ । କେହି ପଢ଼ନ୍ତୁ
ବା ନ ପଢ଼ନ୍ତୁ, ସମସ୍ତଙ୍କୁ ଘରକୁ ଯିବାକୁ ହେବ । ଯେଉଁ ଆତ୍ମାମାନେ ମୂଳଲୋକକୁ ଯିବେ, ସେମାନେ
ନିଜ ନିଜର ବିଭାଗକୁ ଚାଲିଯିବେ । ଆତ୍ମାମାନଙ୍କର ବୃକ୍ଷ ମଧ୍ୟ ବହୁତ ଆଶ୍ଚର୍ଯ୍ୟଜନକ ତିଆରି ହୋଇଛି
। ସମଗ୍ର ଡ୍ରାମାର ଚକ୍ର ଏକଦମ୍ ସଠିକ୍ ରୂପେ ତିଆରି ହୋଇଛି । ଏଥିରେ ଟିକେ ବି ଫରକ ହୋଇପାରିବ
ନାହିଁ । ଲିଭର ଓ ସିଲିଣ୍ଡର ଘଡି ରହିଛି । ଲିଭର ଘଡି ବିଲ୍କୁଲ୍ ସଠିକ୍ ରହେ, ଏଥିରେ ମଧ୍ୟ କେତେ
ଜଣଙ୍କ ବୁଦ୍ଧି ଲିଭର ଭଳି ଅର୍ଥାତ୍ ସଠିକ୍ ରହୁଛି, କାହାର ପୁଣି ସିଲିଣ୍ଡର ଅର୍ଥାତ୍ ଅଳ୍ପ ରହୁଛି
। କାହାର ବିଲ୍କୁଲ୍ ବୁଦ୍ଧିଯୋଗ ଲାଗୁ ନାହିଁ । ଘଡି ଯେମିତିକି ଚାଲୁନାହିଁ । ତୁମକୁ
ସମ୍ପୂର୍ଣ୍ଣ ଲିଭର ଘଡି ଅର୍ଥାତ୍ ପୂର୍ଣ୍ଣ ରୂପେ ସଠିକ ହେବାକୁ ପଡିବ, ତେବେ ରାଜତ୍ୱ ମିଳିବ ।
ସିଲିଣ୍ଡର ପ୍ରଜାରେ ଆସିବେ । ଲିଭର ହେବା ପାଇଁ ପୁରୁଷାର୍ଥ କରିବାକୁ ପଡିବ । କୁହାଯାଏ କୋଟିକରେ
କେହି ଜଣେ, ଜଣେ ହିଁ ରାଜପଦ ପାଇବେ । ସେମାନେ ହିଁ ବିଜୟ ମାଳାରେ ଗୁନ୍ଥା ହେବେ । ପିଲାମାନେ
ଜାଣିଛନ୍ତି - ଏଥିରେ ବାସ୍ତବରେ ବହୁତ ମେହେନତ ରହିଛି । କହୁଛନ୍ତି, ବାରମ୍ବାର ଭୁଲିଯାଉଛୁ ।
ବାବା ବୁଝାଉଛନ୍ତି - ପିଲାମାନେ, ଯେତେ ପହିଲ୍ମାନ୍ ହେବ ମାୟା ମଧ୍ୟ ସେତେ ଜବରଦସ୍ତ ଲଢେଇ କରିବ
। ମଲ୍ଲଯୁଦ୍ଧ ହୋଇଥାଏ ନା । ସେଥିରେ ବହୁତ ଧ୍ୟାନ ରଖିବାକୁ ପଡିଥାଏ । ପହିଲମାନଙ୍କୁ ପହିଲମାନ
ଜାଣିଥା’ନ୍ତି । ଏଠାରେ ମଧ୍ୟ ସେହିପରି ଅଟନ୍ତି, ମହାବୀର ସନ୍ତାନମାନେ ମଧ୍ୟ ଅଛନ୍ତି ।
ସେମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି । ଭଲ ଭଲ ମହାରଥୀମାନଙ୍କ ପାଇଁ ମାୟା ମଧ୍ୟ ଭଲ
ଭାବରେ ତୋଫାନ ଆଣିଥାଏ । ବାବା ବୁଝାଉଛନ୍ତି - ମାୟା ଯେତେ ହଇରାଣ କରୁ, ତୋଫାନ ଆଣୁ, ତୁମେମାନେ
ଖବରଦାର ରୁହ । କୌଣସି କଥାରେ ହାରିଯାଅ ନାହିଁ । ଯଦିଓ ମନରେ ତୋଫାନ ଆସୁଛି କିନ୍ତୁ
କର୍ମେନ୍ଦ୍ରିୟ ଦ୍ୱାରା କିଛି କରନାହିଁ । ତୋଫାନ ନିମ୍ନଗାମୀ କରାଇବା ପାଇଁ ଆସିଥାଏ । ଯଦି ମାୟା
ସହିତ ଲଢ଼େଇ ନ ହେବ ତେବେ ତୁମକୁ ପହିଲମାନ୍ କିପରି କୁହାଯିବ । ମାୟାର ତୋଫାନ ବିଷୟରେ ଚିନ୍ତା
କରିବା ଉଚିତ୍ ନୁହେଁ । କିନ୍ତୁ ଚାଲୁ ଚାଲୁ କର୍ମେନ୍ଦ୍ରିୟର ବଶବର୍ତ୍ତୀ ହୋଇ ତୁରନ୍ତ ତଳକୁ
ଖସିଯାଉଛନ୍ତି । ସେଥିପାଇଁ ବାବା ପ୍ରତିଦିନ ବୁଝାଉଛନ୍ତି - କର୍ମେନ୍ଦ୍ରିୟ ଦ୍ୱାରା ବିକର୍ମ
କରନାହିଁ । ବେନିୟମ କାର୍ଯ୍ୟ କରିବା ନ ଛାଡିଲେ କଣା ପଇସାର ପଦ ପାଇବ । ନିଜେ ମଧ୍ୟ ବୁଝୁଛନ୍ତି
ଯେ ଆମେ ଫେଲ୍ ହୋଇଯିବୁ । ସମସ୍ତଙ୍କୁ ତ ଯିବାକୁ ହେବ । ବାବା କହୁଛନ୍ତି - ଯଦି ମୋତେ ୟାଦ କରିବ
ସେହି ୟାଦର ସ୍ମୃତି କେବେ ବି ବିନାଶ ହେବ ନାହିଁ । କମ୍ ମନେ ପକାଇଲେ ମଧ୍ୟ ସ୍ୱର୍ଗକୁ ଆସିଯିବ ।
ଅଳ୍ପ ଯୋଗ କରିବା ଏବଂ ପୁରା ଯୋଗଯୁକ୍ତ ହୋଇ ରହିବା ଦ୍ୱାରା କ’ଣ-କ’ଣ ପଦ ମିଳିବ, ଏକଥା ମଧ୍ୟ
ତୁମେମାନେ ଜାଣିଛ । କେହି ଲୁଚି ପାରିବେ ନାହିଁ । କିଏ ସବୁ କ’ଣ କ’ଣ ହେବେ । ସେ କଥା ନିଜେ
ମଧ୍ୟ ବୁଝିପାରିବେ । ଯଦି ଏବେ ଆମର ହୃଦ୍ଘାତ ହୋଇଯାଏ ତେବେ କେଉଁ ପଦ ପାଇବୁ? ବାବାଙ୍କୁ ମଧ୍ୟ
ପଚାରିପାର । ଆଗକୁ ଗଲେ ସ୍ୱତଃ ବୁଝିଯିବ । ବିନାଶ ସମ୍ମୁଖରେ ଉପସ୍ଥିତ, ତୋଫାନ, ବର୍ଷା,
ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଜଣାଇ ଆସିବ ନାହିଁ । ରାବଣ ତ ବସିଛି । ଏହା ବହୁତ ବଡ ପରୀକ୍ଷା
। ଯେଉଁମାନେ ପାସ୍ ହେବେ ସେହିମାନେ ହିଁ ଉଚ୍ଚପଦ ପାଇବେ । ରାଜାମାନେ ବୁଦ୍ଧିମାନ୍ ହେଲେ ଯାଇ
ପ୍ରଜାମାନଙ୍କୁ ଭଲ ଭାବରେ ପାଳନା ଦେଇପାରିବେ । ଆଇ.ସି.ଏସ୍. ପରୀକ୍ଷାରେ କମ୍ ପାସ୍ ହୋଇଥା’ନ୍ତି
। ବାବା ତୁମକୁ ପାଠ ପଢ଼ାଇ ସ୍ୱର୍ଗର ମାଲିକ ସତ୍ତ୍ୱପ୍ରଧାନ କରୁଛନ୍ତି । ତୁମେମାନେ ଜାଣିଛ
ସତ୍ତ୍ୱପ୍ରଧାନରୁ ପୁଣି ତମଃପ୍ରଧାନ ହୋଇଛ । ଏବେ ବାବାଙ୍କ ୟାଦ ଦ୍ୱାରା ସତ୍ତ୍ୱପ୍ରଧାନ ହେବାକୁ
ପଡିବ । ସେଥିପାଇଁ ପତିତ ପାବନ ବାବାଙ୍କୁ ମନେ ପକାଇବାକୁ ହେବ । ବାବା କହୁଛନ୍ତି ମନମନାଭବ । ଏହା
ସେହି ଗୀତାର ଅଧ୍ୟାୟ । ଗୀତା ଦ୍ୱିମୁକଟ ପ୍ରାପ୍ତ କରାଉଛି । ତାହା ମଧ୍ୟ ବାବା ହିଁ କରାଉଛନ୍ତି
। ତୁମମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି । ଯିଏ ଭଲ ବୁଦ୍ଧିମାନ୍, ତାଙ୍କର ଭଲ ଧାରଣା
ମଧ୍ୟ ହୋଇଥାଏ । ଆଚ୍ଛା—
ରାତ୍ରିକ୍ଲାସ୍ -
୫-୧-୬୯
ତୁମେ ପିଲାମାନେ କ୍ଲାସ୍ରେ
ବସିଛ ଏବଂ ଜାଣିଛ ଯେ, ଆମର ଶିକ୍ଷକ କିଏ ! ବର୍ତ୍ତମାନ ଏହି ସ୍ମୃତି, ଆମର ଶିକ୍ଷକ କିଏ?
ବିଦ୍ୟାର୍ଥୀମାନଙ୍କର ସାରା ସମୟ ମନେ ରହିଥାଏ । ଏଠାରେ ଭୁଲିଯାଉଛନ୍ତି । ଶିକ୍ଷକ ଜାଣିଛନ୍ତି -
ପିଲାମାନେ ମୋତେ ଘଡି ଘଡି ଭୁଲିଯାଉଛନ୍ତି । ଏପରି ବାବା କେବେ ମିଳିନାହାନ୍ତି । କେବଳ ସଙ୍ଗମ
ଯୁଗରେ ହିଁ ମିଳୁଛନ୍ତି । ସତ୍ୟଯୁଗରୁ କଳିଯୁଗ ପର୍ଯ୍ୟନ୍ତ ଶାରୀରିକ ପିତା ମିଳୁଛନ୍ତି । ବାବା
ଏହି କଥା ମନେପକାଇ ଦେଉଛନ୍ତି ଯେପରି ପିଲାମାନଙ୍କର ପକ୍କା ସ୍ମୃତିରେ ରହିଯାଉ ଯେ, ଏହା ହେଉଛି
ସଙ୍ଗମଯୁଗ, ଯେଉଁ ସମୟରେ ଆମେ ପୁରୁଷୋତ୍ତମ ହେବାକୁ ଯାଉଛୁ, ତେଣୁ ବାବାଙ୍କୁ ମନେ ପକାଇବା ଦ୍ୱାରା
ତିନି ଜଣ ମନେପଡିବା ଉଚିତ୍ । ଶିକ୍ଷକଙ୍କୁ ମନେପକାଅ ବା ଗୁରୁଙ୍କୁ ମନେ ପକାଅ, ତିନି ଜଣ
ମନେପଡିଯିବା ଦରକାର । ଏହା ନିଶ୍ଚିନ୍ତ ୟାଦ କରିବାକୁ ହେବ । ମୁଖ୍ୟ କଥା ହେଉଛି ପବିତ୍ର ହେବା ।
ପବିତ୍ରକୁ ସତ୍ତ୍ୱପ୍ରଧାନ କୁହାଯାଏ । ସେମାନେ ସତ୍ୟଯୁଗରେ ରହିବେ । ଏବେ ଚକ୍ର ଲଗାଇ ଆସିଛ ।
ବର୍ତ୍ତମାନ ସଙ୍ଗମଯୁଗ । କଳ୍ପ କଳ୍ପ ବାବା ଆସି ପାଠ ପଢ଼ାଉଛନ୍ତି । ବାବାଙ୍କ ପାଖରେ ତୁମେମାନେ
ରହୁଛ ନା । ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ - ଇଏ ସତ୍ୟ ସତ୍ଗୁରୁ ଅଟନ୍ତି ଯିଏକି ମୁକ୍ତି ଓ
ଜୀବନମୁକ୍ତିଧାମର ରାସ୍ତା ବତାଉଛନ୍ତି । ଡ୍ରାମାର ପ୍ଲାନ୍ ଅନୁସାରେ ଆମେ ପୁରୁଷାର୍ଥ କରି
ବାବାଙ୍କୁ ଅନୁସରଣ କରୁଛୁ । ଏଠାରେ ଶିକ୍ଷା ପାଇ ଅନୁସରଣ କରୁଛନ୍ତି । ଯେପରି ଇଏ ଶିଖୁଛନ୍ତି
ସେହିପରି ତୁମେ ମଧ୍ୟ ପୁରୁଷାର୍ଥ କରୁଛ । ଦେବତା ହେବାକୁ ହେଲେ ଶୁଦ୍ଧ କର୍ମ କରିବାକୁ ପଡିବ ।
କୌଣସି ପ୍ରକାରର ମଇଳା ନରହୁ ଏବଂ ସବୁଠାରୁ ଖାସ୍ କଥା ହେଉଛି ବାବାଙ୍କୁ ମନେ ପକାଇବା । ଏକଥା
ମଧ୍ୟ ଜାଣୁଛନ୍ତି ଯେ - ଆମେ ଶିକ୍ଷାକୁ ଭୁଲିଯାଇଛୁ ଏବଂ ଯୋଗର ଯାତ୍ରାକୁ ମଧ୍ୟ ଭୁଲିଯାଉଛୁ ।
ବାବାଙ୍କୁ ଭୁଲିବା ଦ୍ୱାରା ଜ୍ଞାନ ମଧ୍ୟ ଭୁଲି ହୋଇଯିବ । ମୁଁ ଏକ ବିଦ୍ୟାର୍ଥୀ, ଏକଥା ମଧ୍ୟ
ଭୁଲିଯାଉଛନ୍ତି । ବାସ୍ତବରେ ତିନିଜଣଙ୍କୁ ମନେ ପକାଇବା ଉଚିତ୍ । ବାବାଙ୍କୁ ମନେ ପକାଇଲେ ଶିକ୍ଷକ,
ସତ୍ଗୁରୁ ନିଶ୍ଚୟ ମନେପଡିବେ । ଶିବବାବାଙ୍କୁ ତ ମନେ ପକାଉଛନ୍ତି କିନ୍ତୁ ତା’ ସହିତ ଦୈବୀଗୁଣ
ମଧ୍ୟ ଆବଶ୍ୟକ । ବାବାଙ୍କ ସ୍ମୃତିରେ ହିଁ କରାମତି ରହିଛି । ଯେତିକି କରାମତି ବାବା ପିଲାମାନଙ୍କୁ
ଶିଖାଉଛନ୍ତି ସେତିକି ଅନ୍ୟ କେହି ଶିଖାଇ ପାରିବେ ନାହିଁ । ଆମେ ଏହି ଜନ୍ମରେ ତମଃପ୍ରଧାନରୁ
ସତ୍ତ୍ୱପ୍ରଧାନ ହେଉଛୁ । ତମଃପ୍ରଧାନ ହେବାରେ ପୁରା କଳ୍ପ ଲାଗୁଛି । କିନ୍ତୁ ଏବେ ଏହି ଗୋଟିଏ
ଜନ୍ମରେ ହିଁ ଆମକୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ, ଏଥିରେ ଯିଏ ନିଜ ପାଇଁ ଯେତିକି ମେହେନତ କରିବ
। ସାରା ଦୁନିଆ ତ ମହେନତ କରୁ ନାହିଁ । ଅନ୍ୟ ଧର୍ମାବଲମ୍ବୀମାନେ ତ ମେହେନତ କରିବେ ନାହିଁ ।
ପିଲାମାନେ ସାକ୍ଷାତ୍କାର କରିଛନ୍ତି । ଧର୍ମସ୍ଥାପକମାନେ ଆସୁଛନ୍ତି, ଅମୁକ ଅମୁକ ପୋଷାକ ଧାରଣ କରି
ଅଭିନୟ କରୁଛନ୍ତି । ତମଃପ୍ରଧାନ ସମୟରେ ସେମାନେ ଆସୁଛନ୍ତି । ବୁଦ୍ଧି ମଧ୍ୟ କହୁଛି ଯେପରି ଆମେ
ସତ୍ତ୍ୱପ୍ରଧାନ ହେଉଛୁ ଅନ୍ୟ ସମସ୍ତେ ମଧ୍ୟ ସତ୍ତ୍ୱପ୍ରଧାନ ହେବେ । ପବିତ୍ରତାର ଦାନ ବାବାଙ୍କଠାରୁ
ନେବେ । ଏବେ ସମସ୍ତେ ଡାକୁଛନ୍ତି ଆମକୁ ଏଠାରୁ ମୁକ୍ତ କରାଇ ଘରକୁ ନେଇଚାଲ । ଗାଇଡ୍ ହୁଅ ।
ଡ୍ରାମା ପ୍ଲାନ୍ ଅନୁସାରେ ସମସ୍ତଙ୍କୁ ଘରକୁ ଯିବାକୁ ହେବ । ଅନେକଥର ଘରକୁ ଯାଇଛ । କେହି
ସମ୍ପୂର୍ଣ୍ଣ ୫୦୦୦ ବର୍ଷ ଘରେ ରହୁନାହାଁନ୍ତି । କେହି ତ ପୁଣି ପୁରା ୫୦୦୦ବର୍ଷ ରହୁଛନ୍ତି । ଶେଷ
ସମୟରେ ଆସିଲେ କହିବେ ୪୯୯୯ ବର୍ଷ ଶାନ୍ତିଧାମରେ ରହିଛୁ । ଆମେ କହୁଛୁ ୪୯୯୯ ବର୍ଷ ଏହି ସୃଷ୍ଟିରେ
ରହିଛୁ । ପିଲାମାନଙ୍କର ନିଶ୍ଚୟ ରହିଛି ଯେ, ଆମେ ୮୩-୮୪ ଜନ୍ମ ନେଉଛୁ । ଯିଏ ବହୁତ ହୁସିଆର
ହୋଇଥିବେ ସେ ନିଶ୍ଚିତ ପ୍ରଥମରେ ଆସିବେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ସତ୍ତ୍ୱପ୍ରଧାନ ହେବା ପାଇଁ ଯୋଗର ଯାତ୍ରା ଦ୍ୱାରା ନିଜର ବ୍ୟାଟେରୀକୁ ଚାର୍ଜ କରିବାକୁ ହେବ ।
ଅଭୁଲ୍ ହେବାକୁ ପଡିବ । ନିଜର ରେଜିଷ୍ଟର ଅର୍ଥାତ୍ ଚରିତ୍ର ଭଲ ରଖିବାକୁ ହେବ । କୌଣସି ଭୁଲ୍
କରିବା ଉଚିତ୍ ନୁହେଁ ।
(୨) କୌଣସି ବେନିୟମ
କର୍ମ କରିବାର ନାହିଁ, ମାୟାର ତୋଫାନକୁ ଖାତିର ନ କରି, କର୍ମେନ୍ଦ୍ରିୟ ଜିତ୍ ହେବାକୁ ପଡିବ ।
ଲିଭର ଘଡି ଭଳି ଆକ୍ୟୁରେଟ୍ (ସଠିକ୍) ପୁରୁଷାର୍ଥ କରିବାକୁ ହେବ ।
ବରଦାନ:-
ସେବା ଦ୍ୱାରା
ଖୁସି, ଶକ୍ତି ତଥା ସମସ୍ତଙ୍କର ଆଶୀର୍ବାଦ ପ୍ରାପ୍ତ କରୁଥିବା ପୁଣ୍ୟ ଆତ୍ମା ଭବ ।
ସେବାର ପ୍ରତ୍ୟକ୍ଷ ଫଳ
ରୂପରେ ଖୁସି ତଥା ଶକ୍ତି ପ୍ରାପ୍ତ ହୋଇଥାଏ । ନିଜର ସେବାର ଆଧାରରେ ଆତ୍ମାମାନଙ୍କୁ ବାବାଙ୍କର
ସମ୍ପତ୍ତିର ଅଧିକାରୀ କରିଦେବା ପୂଣ୍ୟ କାର୍ଯ୍ୟ ଅଟେ । ଯିଏ ପୁଣ୍ୟ କର୍ମ କରେ ତାକୁ ଆଶୀର୍ବାଦ
ନିଶ୍ଚିତ ମିଳିଥାଏ । ସର୍ବ ଆତ୍ମାଙ୍କ ଅନ୍ତରରେ ଯେଉଁଭଳି ଖୁସିର ସଂକଳ୍ପ ଉତ୍ପନ୍ନ ହୁଏ, ସେହି
ଶୁଭ ସଂକଳ୍ପ ଆଶୀର୍ବାଦରେ ପରିଣତ ହୋଇଯାଏ ଏବଂ ଭବିଷ୍ୟତ ପାଇଁ ମଧ୍ୟ ଜମା ହୋଇଯାଏ ସେଥିପାଇଁ
ସର୍ବଦା ନିଜକୁ ସେବାଧାରୀ ମନେ କରି ସେବାର ଅବିନାଶୀ ଫଳ ଖୁସି ଏବଂ ଶକ୍ତି ସର୍ବଦା ପ୍ରାପ୍ତ
କରିଚାଲ ।
ସ୍ଲୋଗାନ:-
ମାନସିକ ଶକ୍ତି
ଏବଂ ବାଣୀର ଶକ୍ତି ଦ୍ୱାରା ବିଘ୍ନର ପରଦାକୁ ଉଠାଇ ଦିଅ ତେବେ ଭିତରେ ଲୁଚିଥିବା କଲ୍ୟାଣର ଦୃଶ୍ୟ
ଦେଖାଯିବ ।