24.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେ ସକାଳେ ଅମୀର ଅର୍ଥାତ୍ ଧନୀ, ସନ୍ଧ୍ୟାରେ ଫକୀର ଅର୍ଥାତ୍ ଦରିତ୍ର ହେଉଛ । ଫକୀରରୁ ଅମୀର, ପତିତରୁ ପାବନ ହେବା ପାଇଁ ଦୁଇଟି ଶବ୍ଦ ମନେରଖ - ମନ୍‌ମନାଭବ, ମଧ୍ୟାଜୀଭବ ।”

ପ୍ରଶ୍ନ:-
କର୍ମବନ୍ଧନରୁ ମୁକ୍ତ ହେବାର ଉପାୟ କ’ଣ?

ଉତ୍ତର:-
(୧) ଯୋଗର ଯାତ୍ରା ତଥା ଜ୍ଞାନକୁ ସ୍ମରଣ କର (୨) ଜଣଙ୍କ ସହିତ ସର୍ବ ସମ୍ବନ୍ଧ ରହୁ, ଅନ୍ୟ କାହା ପ୍ରତି ବି ବୁଦ୍ଧି ନ ଯାଉ, (୩) ବାବା ଯିଏକି ସର୍ବଶକ୍ତିମାନ ବ୍ୟାଟେରୀ ଅଟନ୍ତି, ସେହି ବ୍ୟାଟେରୀ ସହିତ ଯୋଗ ଲାଗି ରହିଥାଉ । ନିଜ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରହୁ । ଦିବ୍ୟଗୁଣ ରୂପୀ ଡେଣା ଲାଗି ରହିଥାଉ ତେବେ କର୍ମ ବନ୍ଧନରୁ ମୁକ୍ତ ହୋଇ ଚାଲିବ ।

ଓମ୍ ଶାନ୍ତି ।
ବାବା ବସି ବୁଝାଇଛନ୍ତି - ଏହା ହେଉଛି ଭାରତ ପାଇଁ କାହାଣୀ । କ’ଣ କାହାଣୀ ରହିଛି? ସକାଳେ ସାହୁକାର ସନ୍ଧ୍ୟାରେ ଫକୀର । ଏହି ସମ୍ବନ୍ଧରେ ଏକ କାହାଣୀ ଅଛି । ସକାଳେ ସାହୁକାର ଥିଲା... । ଏହି କଥା ତୁମେ ଯେତେବେଳେ ସାହୁକାର ହେଉଛ ସେତେବେଳେ ଶୁଣୁ ନାହଁ । ଫକୀର ଓ ସାହୁକାରର କଥା ସଙ୍ଗମ ଯୁଗରେ ହିଁ ଶୁଣୁଛ । ଯେଉଁ କଥାକୁ ହୃଦୟରେ ଧାରଣ କରିବାକୁ ହେବ । ପ୍ରକୃତରେ ଭକ୍ତି ହିଁ ଫକୀର କରେ, ଜ୍ଞାନ ଧନୀ କରାଏ । ଦିନ ଓ ରାତି ମଧ୍ୟ ବେହଦର କଥା । ଫକୀର ଓ ସାହୁକାର ମଧ୍ୟ ବେହଦର କଥା ଅଟେ ଏବଂ ବେହଦର ବାବା ହିଁ ଏହିଭଳି କରାଇଥାଆନ୍ତି । ସମସ୍ତ ପତିତ ଆତ୍ମାମାନଙ୍କୁ ପାବନ କରିବା ପାଇଁ ଗୋଟିଏ ହିଁ ବ୍ୟାଟେରି ରହିଛି । ଏହିପରି ତୁଟୁକା ଅର୍ଥାତ୍ ହୃଦୟସ୍ପର୍ଶୀ ପଂକ୍ତି ମନେ ରଖିଲେ ଖୁସିରେ ରହିବ । ବାବା କହୁଛନ୍ତି - ପିଲାମାନେ, ତୁମେମାନେ ସକାଳେ ସାହୁକାର ହୋଇଯାଉଛ ପୁଣି ସନ୍ଧ୍ୟାକୁ ଫକୀର ହୋଇଯାଉଛ । କିପରି ହେଉଛ - ଏକଥା ମଧ୍ୟ ବାବା ବୁଝାଉଛନ୍ତି । ପୁଣି ପତିତରୁ ପାବନ, ଫକୀରରୁ ଅମୀର ହେବାର ଯୁକ୍ତି ମଧ୍ୟ ବାବା ହିଁ କହୁଛନ୍ତି । ମନମନାଭବ, ମଧ୍ୟାଜୀଭବ - ଏହି ଦୁଇଟି ଯୁକ୍ତି ରହିଛି । ପିଲାମାନେ ଜାଣିଛନ୍ତି ଯେ, ଏହା ପୁରୁଷୋତ୍ତମ ସଙ୍ଗମଯୁଗ ଅଟେ । ତୁମେ ଯେଉଁମାନେ ଏଠାରେ ବସିଛ, ଗ୍ୟାରେଣ୍ଟି ଅଛି ତୁମେ ସ୍ୱର୍ଗର ସାହୁକାର ନିଶ୍ଚୟ ହେବ, ପୁରୁଷାର୍ଥର କ୍ରମାନୁସାରେ । ସ୍କୁଲ୍‌ରେ ମଧ୍ୟ ଏହିପରି ହୋଇଥାଏ । କ୍ରମାନୁସାରେ ଶ୍ରେଣୀରେ ସ୍ଥାନାନ୍ତରଣ ହୁଏ । ପରୀକ୍ଷା ଶେଷ ହେଲେ ପୁଣି ଯାଇ କ୍ରମାନୁସାରେ ବସନ୍ତି, ତାହା ଲୌକିକ କଥା, ଏହା ଅଲୌକିକ କଥା । କ୍ରମାନୁସାରେ ରୁଦ୍ର ମାଳାକୁ ଯିବେ । ମାଳା ଅଥବା ବୃକ୍ଷ । ବୀଜ ତ ବୃକ୍ଷର ହିଁ ହୋଇଥାଏ ନା । ପରମାତ୍ମା ମନୁଷ୍ୟ ସୃଷ୍ଟିର ବୀଜ ଅଟନ୍ତି, ସନ୍ତାନମାନେ ଏବେ ଜାଣୁଛନ୍ତି ଯେ, ବୃକ୍ଷ କିପରି ବୃଦ୍ଧି ହୋଇ, ପୁଣି ପୁରୁଣା କିପରି ହେଉଛି । ପୂର୍ବରୁ ଏକଥା ମଧ୍ୟ ତୁମେମାନେ ଜାଣି ନ ଥିଲ, ଏବେ ବାବା ଆସି ବୁଝାଉଛନ୍ତି । ବର୍ତ୍ତମାନ ଏହା ପୁରୁଷୋତ୍ତମ ସଙ୍ଗମଯୁଗ । ଯେଉଁ ସମୟରେ ପିଲାମାନଙ୍କୁ ପୁରୁଷାର୍ଥ କରିବାକୁ ହେବ । ଦିବ୍ୟଗୁଣର ଡେଣା ମଧ୍ୟ ଧାରଣ କରିବାକୁ ହେବ । ନିଜ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖିବାକୁ ହେବ । ଯୋଗର ଯାତ୍ରା ଦ୍ୱାରା ହିଁ ତୁମେ ପାବନ ହେବ, ଆଉ କୌଣସି ଉପାୟ ନାହିଁ । ବାବା ଯିଏକି ସର୍ବଶକ୍ତିମାନ୍ ବ୍ୟାଟେରି ଅଟନ୍ତି ତାଙ୍କଠାରେ ସମ୍ପୂର୍ଣ୍ଣ ଯୋଗ ଲଗାଇବାକୁ ହେବ । ତାଙ୍କର ବ୍ୟାଟେରି କେବେ ଖାଲି ହେଉ ନାହିଁ । ସେ ସତ୍ତ୍ୱ, ରଜଃ, ତମଃରେ ଆସନ୍ତି ନାହିଁ, କାହିଁକିନା ତାଙ୍କର ସବୁବେଳେ କର୍ମାତୀତ ଅବସ୍ଥା ରହୁଛି । ତୁମେ ପିଲାମାନେ କର୍ମବନ୍ଧନରେ ଆସୁଛ । କେତେ କଡା ବନ୍ଧନ ରହିଛି । ଏହି କର୍ମବନ୍ଧନରୁ ମୁକ୍ତ ହେବା ପାଇଁ ଏକମାତ୍ର ଉପାୟ ରହିଛି । ତାହା ହେଉଛି - ଯୋଗର ଯାତ୍ରା । ଏହାଛଡା ଆଉ କୌଣସି ଉପାୟ ନାହିଁ । ଯେପରି ଏହି ଜ୍ଞାନ, ଏହା ମଧ୍ୟ ବୁଦ୍ଧିକୁ କୋମଳ କରୁଛି । ଏମିତି ତ’ ଭକ୍ତି ମଧ୍ୟ ନରମ କରିଥାଏ । । କହନ୍ତି ଇଏ ବିଚରା ଭକ୍ତଲୋକ, ୟାଙ୍କ ଭିତରେ ଠକାମି ଆଦି କିଛି ନାହିଁ । କିନ୍ତୁ ଭକ୍ତିରେ ଠକାମି ମଧ୍ୟ ହୁଏ । ବାବା ଅନୁଭବୀ ଅଟନ୍ତି । ଆତ୍ମା ଶରୀର ଦ୍ୱାରା କର୍ମଧନ୍ଦା କରେ ତେଣୁ ଏହି ଜନ୍ମର ସବୁକିଛି କର୍ମ ସ୍ମୃତିରେ ଆସୁଛି । ୪-୫ ବର୍ଷର ଆୟୁଠାରୁ ନିଜର ଜୀବନ କାହାଣୀ ମନେରହିବା ଦରକାର । କେହି ୧୦-୨୦ ବର୍ଷର କଥାକୁ ମଧ୍ୟ ଭୁଲିଯାଇଥାଆନ୍ତି । ଜନ୍ମ ଜନ୍ମାନ୍ତରର ନାମ ରୂପ ତ’ ମନେରହିପାରିବ ନାହିଁ । ଏହି ଗୋଟିଏ ଜନ୍ମର କଥା କିଛି କହିପାରିବେ । ଫଟୋ ଆଦି ରଖନ୍ତି । ଅନ୍ୟ ଜନ୍ମର ତ’ କିଛି ଜଣା ପଡିବ ନାହିଁ । ପ୍ରତ୍ୟେକ ଆତ୍ମା ଭିନ୍ନ ନାମ, ରୂପ, ଦେଶ, କାଳରେ ଅଭିନୟ କରେ । ପୁଣି ନାମ, ରୂପ ସବୁ ପରିବର୍ତ୍ତନ ହୋଇଥାଏ । ଏ କଥା ତ’ ବୁଦ୍ଧିରେ ଅଛି କିପରି ଆତ୍ମା ଗୋଟିଏ ଶରୀର ଛାଡି ଅଲଗା ଶରୀର ନିଏ । ନିଶ୍ଚୟ ୮୪ ଜନ୍ମ, ୮୪ ନାମ, ୮୪ ବାପା ହୋଇଥିବେ । ଶେଷରେ ପୁଣି ତମଃପ୍ରଧାନ ସମ୍ବନ୍ଧ ହୋଇଥାଏ । ଏହି ସମୟରେ ଯେତିକି ସମ୍ବନ୍ଧ ହୁଏ, ଅନ୍ୟ କୌଣସି ସମୟରେ ସେତିକି ସମ୍ବନ୍ଧ ହୁଏ ନାହିଁ । କଳିଯୁଗୀ ସମ୍ବନ୍ଧକୁ ବନ୍ଧନ ହିଁ ବୁଝାଯିବ । କେତେ ସନ୍ତାନ ଅଛନ୍ତି, ବିବାହ କରି ପୁଣି ସନ୍ତାନ ଜନ୍ମ କରୁଛନ୍ତି । ଏହି ସମୟରେ ସବୁଠାରୁ ବେଶୀ ବନ୍ଧନ ବଡବାପା, ମାମୁଁ, ଦାଦାଙ୍କର... ଯେତିକି ବେଶୀ ସମ୍ବନ୍ଧ ସେତିକି ବେଶୀ ବନ୍ଧନ । ଖବରକାଗଜରେ ବାହାରିଲା ପାଞ୍ଚୋଟି ସନ୍ତାନ ଏକତ୍ର ଜନ୍ମ ହେଲେ, ପାଞ୍ଚୋଟି ଯାକ ସୁସ୍ଥ ସବଳ ଅଛନ୍ତି । ହିସାବ କର କେତେ ଢ଼େର ସମ୍ବନ୍ଧ ହୋଇଯାଉଛି । ବର୍ତ୍ତମାନ ତୁମର ସମ୍ବନ୍ଧ ସବୁଠାରୁ ଛୋଟ । କେବଳ ଏକ ବାବାଙ୍କ ସହିତ ସର୍ବ ସମ୍ବନ୍ଧ ରହିଛି । ଜଣଙ୍କ ଛଡା ଅନ୍ୟ କାହା ସହିତ ତୁମର ବୁଦ୍ଧିଯୋଗ ନାହିଁ । ସତ୍ୟଯୁଗରେ ପୁଣି ଏହାଠାରୁ ବେଶୀ ରହିବ । ତୁମର ବର୍ତ୍ତମାନ ହୀରାତୁଲ୍ୟ ଜନ୍ମ । ସର୍ବୋଚ୍ଚ ବାବା ସନ୍ତାନମାନଙ୍କୁ ପୋଷ୍ୟ ପୁତ୍ର ରୂପେ ଗ୍ରହଣ କରୁଛନ୍ତି । ବଞ୍ଚି ଥାଉ ଥାଉ ସମ୍ପତ୍ତି ପାଇଁ କୋଳକୁ ଆସିବା, ତାହା ବର୍ତ୍ତମାନ ହିଁ ହେଉଛି । ତୁମେ ଏପରି ବାବାଙ୍କ କୋଳକୁ ଆସିଛ ଯାହାଙ୍କଠାରୁ ତୁମକୁ ସମ୍ପତ୍ତି ମିଳୁଛି । ତୁମେ ବ୍ରାହ୍ମଣଙ୍କଠାରୁ ଉଚ୍ଚ ଆଉ କେହି ନାହାନ୍ତି । ସମସ୍ତଙ୍କର ଯୋଗ ଜଣଙ୍କ ସହିତ ରହିଛି । ତୁମର ନିଜ ଭିତରେ କିଛି ସମ୍ବନ୍ଧ ନାହିଁ । ଭଉଣୀ-ଭାଇର ସମ୍ବନ୍ଧ ବି ପତନମାର୍ଗକୁ ନେଇଯାଇଥାଏ । ସମ୍ବନ୍ଧ ଜଣଙ୍କ ସହିତ ହେବା ଦରକାର । ଏହା ହେଉଛି ନୂଆ କଥା । ପବିତ୍ର ହୋଇ ଫେରିବାକୁ ହେବ । ଏହିପରି ବିଚାର ସାଗର ମନ୍ଥନ କଲେ ତୁମ ଭିତରେ ବହୁତ ତେଜ ଆସିବ । ସତ୍ୟଯୁଗ ଏବଂ କଳିଯୁଗର ତେଜ ମଧ୍ୟରେ ରାତି ଦିନର ପ୍ରଭେଦ ଅଛି । ଭକ୍ତିମାର୍ଗର ସମୟ ହିଁ ରାବଣର ରାଜ୍ୟ ଅଟେ । ଶେଷ ସମୟରେ ବିଜ୍ଞାନର ମଧ୍ୟ କେତେ ଅହଂକାର ରହିଛି । ଯେପରି ସତ୍ୟଯୁଗ ସହିତ ତୁଳନା କରୁଛନ୍ତି ।

ଜଣେ ଝିଅ ସମାଚାର ଲେଖିଥିଲା ଯେ ମୁଁ ପ୍ରଶ୍ନ ପଚାରିଲି ତୁମେ ସ୍ୱର୍ଗରେ ଅଛ ନା ନର୍କରେ? ତେଣୁ ୪-୫ ଜଣ କହିଲେ ଆମେ ସ୍ୱର୍ଗରେ ଅଛୁ । ବୁଦ୍ଧିରେ ରାତି ଦିନର ପ୍ରଭେଦ ରହୁଛି । କେହି ଭାବୁଛନ୍ତି ଆମେ ତ’ ନର୍କରେ ଅଛୁ, ପୁଣି ତାଙ୍କୁ ବୁଝାଇବାକୁ ପଡୁଛି କି ସ୍ୱର୍ଗବାସୀ ହେବାକୁ ଚାହୁଁଛ? ସ୍ୱର୍ଗ କିଏ ସ୍ଥାପନ କରୁଛନ୍ତି? ଏହା ବହୁତ ମିଠା ମିଠା କଥା । ତୁମେମାନେ ନୋଟ୍ ମଧ୍ୟ କରୁଛ କିନ୍ତୁ ତାହା କାଗଜରେ ହିଁ ଲେଖା ହୋଇ ରହିଯାଉଛି, ସମୟ ଅନୁସାରେ ମନେପଡୁନାହିଁ । ପରମପିତା ପରମାତ୍ମା ଶିବ ପତିତକୁ ପବିତ୍ର କରିଥାଆନ୍ତି । ସେ କହୁଛନ୍ତି ମୋତେ ସବୁବେଳେ ମନେପକାଅ ତେବେ ପାପ କଟିଯିବ । ଯୋଗରେ କିଛି ତ’ ଆମଦାନୀ ହେବ ନା । ଯୋଗର ପରମ୍ପରା ମଧ୍ୟ ବର୍ତ୍ତମାନ ବାହାରିଛି । ଏହି ଯୋଗବଳ ଦ୍ୱାରା ତୁମେମାନେ କେତେ ଉଚ୍ଚ ଓ ସ୍ୱଚ୍ଛ ହେଉଛ । ଯେତେ ଯିଏ ପରିଶ୍ରମ କରିବ ସେତିକି ଉଚ୍ଚପଦ ପାଇବ । ବାବାଙ୍କୁ ମଧ୍ୟ ପଚାରିପାରିବ । ଦୁନିଆରେ ତ’ ସମ୍ବନ୍ଧ ଏବଂ ସମ୍ପତ୍ତି ପାଇଁ ଝଗଡା ହିଁ ଝଗଡା ହେଉଛି । ଏଠାରେ ତ’ କୌଣସି ସମ୍ବନ୍ଧ ନାହିଁ । ଏକ ବାବା, ଦ୍ୱିତୀୟ କେହି ନୁହେଁ । ବାବା ହେଉଛନ୍ତି ବେହଦର ମାଲିକ । କଥା ତ’ ବହୁତ ସହଜ । ସେ ପଟରେ ସ୍ୱର୍ଗ ଏ ପଟରେ ନର୍କ । ନର୍କବାସୀ ଭଲ ନା ସ୍ୱର୍ଗବାସୀ ଭଲ? ଯିଏ ସିଆଣିଆ ଥିବେ ସେ ତ’ କହିବେ ସ୍ୱର୍ଗବାସୀ ଭଲ । କେହି ତ’ କହିଦିଅନ୍ତି ନର୍କବାସୀ ବା ସ୍ୱର୍ଗବାସୀ, ଏହି କଥାରେ ଆମର କିଛି ଯାଏ ଆସେ ନାହିଁ କାହିଁକିନା ସେମାନେ ବାବାଙ୍କୁ ଜାଣିନାହାନ୍ତି । କେହି ପୁଣି ବାବାଙ୍କ କୋଳରୁ ବାହାରି ମାୟାର କୋଳକୁ ଚାଲିଯାଇଥାଆନ୍ତି କେତେ ଆଶ୍ଚର୍ଯ୍ୟର କଥା ନା । ବାବା ବି ଆଶ୍ଚର୍ଯ୍ୟଜନକ ଓ ଜ୍ଞାନ ମଧ୍ୟ ଆଶ୍ଚର୍ଯ୍ୟଜନକ, ସବୁ ଆଶ୍ଚର୍ଯ୍ୟଜନକ ଅଟେ । ଏହି ଆଶ୍ଚର୍ଯ୍ୟକୁ ବୁଝିବା ବାଲା ବି ଏପରି ଦରକାର, ଯାହାର ବୁଦ୍ଧି ଏହି ଆଶ୍ଚର୍ଯ୍ୟ ବିଷୟ ବସ୍ତୁରେ ହିଁ ଲାଗି ରହିବ । ରାବଣ ତ’ ଆଶ୍ଚର୍ଯ୍ୟ ନୁହେଁ, ନା ତାହାର ରଚନା ଆଶ୍ଚର୍ଯ୍ୟ । ରାତି ଦିନର ପ୍ରଭେଦ ରହିଛି । ଶାସ୍ତ୍ରରେ ଲେଖି ଦେଇଛନ୍ତି – କାଳନ୍ଦୀ ହ୍ରଦକୁ ଗଲା, ସର୍ପ ଦଂଶିଲା, କଳା ହୋଇଗଲା । ବର୍ତ୍ତମାନ ତୁମେ ଭଲ ଭାବରେ ସବୁ ବୁଝାଇପାରିବ । କୃଷ୍ଣଙ୍କ ଚିତ୍ରକୁ କେହି ଦେଖିଲେ ସତେଜ ହୋଇଯିବେ । ୮୪ ଜନ୍ମର କାହାଣୀ । ଯେପରି କୃଷ୍ଣଙ୍କର ସେହିପରି ତୁମର । ସ୍ୱର୍ଗରେ ତ’ ତୁମେ ମଧ୍ୟ ଆସୁଛ ନା । ପୁଣି ତ୍ରେତାରେ ଆସୁଛ । ବୃଦ୍ଧି ହୋଇଚାଲିଛି । ଏପରି ନୁହେଁ, ତ୍ରେତାରେ ଯିଏ ରାଜା ହେଉଛନ୍ତି ସେ ତ୍ରେତାରେ ହିଁ ଆସିବେ । ପାଠୁଆଙ୍କ ଆଗରେ ଅପାଠୁଆଙ୍କୁ ମୁଣ୍ଡ ନୁଆଁଇବାକୁ ପଡିବ । ଏହି ଡ୍ରାମାର ରହସ୍ୟକୁ ବାବା ହିଁ ଜାଣିପାରିବେ । ବର୍ତ୍ତମାନ ତୁମେ ଜାଣୁଛ ତୁମର ମିତ୍ର ସମ୍ବନ୍ଧୀ ଆଦି ସମସ୍ତେ ନର୍କବାସୀ । ଆମେ ପୁରୁଷୋତ୍ତମ ସଙ୍ଗମଯୁଗୀ ଅଟୁ । ଏବେ ପୁରୁଷୋତ୍ତମ ହେଉଛୁ । ବାହାର ଦୁନିଆରେ ରହୁଥିବା ଆତ୍ମା ଏବଂ ଏଠାରେ ୭ ଦିନ ଆସିଥିବା ଲୋକଙ୍କ ମଧ୍ୟରେ ବହୁତ ପ୍ରଭେଦ ହୋଇଯାଉଛି । ହଂସ ମେଳରୁ ବାହାରି ବଗ ମେଳକୁ ଯାଉଛନ୍ତି । ବହୁତ ବିଗାଡିବାବାଲା ବି ଅଛନ୍ତି । ବହୁତ ସନ୍ତାନମାନେ ମୁରଲୀକୁ ଖାତିରି କରନ୍ତି ନାହିଁ । ବାବା ବୁଝାଉଛନ୍ତି - ଅବହେଳା କରନାହିଁ । ତୁମକୁ ସୁଗନ୍ଧିତ ଫୁଲ ହେବାକୁ ପଡିବ । କେବଳ ଗୋଟିଏ କଥା ହିଁ ତୁମ ପାଇଁ ଯଥେଷ୍ଟ, ତାହା ହେଉଛି ଯୋଗର ଯାତ୍ରା । ଏଠାରେ ତୁମକୁ ବ୍ରାହ୍ମଣମାନଙ୍କର ହିଁ ସଙ୍ଗ ମିଳିଛି । କେଉଠିଁ ସର୍ବୋଚ୍ଚ, କେଉଁଠି ନୀଚ୍ଚ । ସନ୍ତାନମାନେ ଲେଖୁଛନ୍ତି ବାବା ବଗ ମେଳରେ ମୁଁ ଗୋଟିଏ ହଂସ, ମୁଁ କ’ଣ କରିବି? ବଗମାନେ କଣ୍ଟା ଫୁଟାଉଛନ୍ତି । କେତେ ପରିଶ୍ରମ କରିବାକୁ ପଡୁଛି । ବାବାଙ୍କ ଶ୍ରୀମତକୁ ପାଳନ କଲେ ପଦ ବି ଉଚ୍ଚ ମିଳିବ । ସବୁବେଳେ ହଂସ ହୋଇ ରୁହ । ବଗମାନଙ୍କ ସହିତ ବଗ ହୋଇଯାଅ ନାହିଁ । ଗାୟନ ଅଛି ଆଶ୍ଚର୍ଯ୍ୟବତ୍ ଶୁଣନ୍ତି, କୁହନ୍ତି, ପଳାଇଯାଆନ୍ତି.... ଟିକିଏ ବି ଜ୍ଞାନ ଧାରଣ କଲେ ସ୍ୱର୍ଗରେ ଆସିବେ । କିନ୍ତୁ ରାତି ଦିନର ପ୍ରଭେଦ ହୋଇଯାଉଛି । ବହୁତ କଡା ଦଣ୍ଡ ଭୋଗିବେ । ବାବା କହୁଛନ୍ତି ମୋ ମତରେ ନ ଚାଲି, ପତିତ ହେଲେ ଶହେଗୁଣା ଦଣ୍ଡ ଭୋଗିବାକୁ ପଡିବ । ପୁଣି ପଦ ବି କମିଯିବ । ଏଠାରେ ରାଜ୍ୟ ସ୍ଥାପନ ହେଉଛି । ଏହି କଥାକୁ ଭୁଲିଯାଉଛନ୍ତି । ଏକଥା ବି ମନେ ରହିଲେ ଉଚ୍ଚପଦ ପାଇବା ପାଇଁ ପୁରୁଷାର୍ଥ ନିଶ୍ଚୟ କରିବେ । ପୁରୁଷାର୍ଥ କରୁ ନ ଥିଲେ ବୁଝାଯିବ - ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେଉଛନ୍ତି । ବାବାଙ୍କ ସହିତ ବୁଦ୍ଧିଯୋଗ ନାହିଁ । ଏଠାରେ ରହି ମଧ୍ୟ ବୁଦ୍ଧିଯୋଗ ପିଲାଛୁଆଙ୍କ ପ୍ରତି ରହୁଛି । ବାବା କହୁଛନ୍ତି ସବୁକିଛି ଭୁଲିଯିବାକୁ ହେବ - ଏହାକୁ ବୈରାଗ୍ୟ କୁହାଯାଏ । ଏଥିରେ ବି ଶତକଡା ରହିଛି । କୁଆଡେ ନା କୁଆଡେ ବୁଦ୍ଧି ଚାଲିଯାଉଛି । ପରସ୍ପର ପ୍ରତି ସ୍ନେହ ହୋଇଗଲେ ମଧ୍ୟ ବୁଦ୍ଧି ଲାଗିଯାଏ ।

ବାବା ପ୍ରତ୍ୟେକ ଦିନ ବୁଝାଉଛନ୍ତି - ଏଇ ଆଖିରେ ଯାହାକିଛି ଦେଖୁଛ, ତାହା ସବୁ ବିନାଶ ହୋଇଯିବ । ତୁମର ବୁଦ୍ଧିଯୋଗ ନୂଆ ଦୁନିଆରେ ରହୁ ଏବଂ ବେହଦର ସମ୍ବନ୍ଧୀଙ୍କଠାରେ ବୁଦ୍ଧିଯୋଗ ରଖିବାକୁ ହେବ । ଏହି ପ୍ରେମିକ ଆଶ୍ଚର୍ଯ୍ୟଜନକ (ୱାଣ୍ଡରଫୁଲ) ଅଟନ୍ତି । ଭକ୍ତିରେ ଗାୟନ କରିଥା’ନ୍ତି ଆପଣ ଆସିଲେ ଆପଣଙ୍କ ବ୍ୟତୀତ ମୁଁ ଆଉ କାହାକୁ ବି ମନେପକାଇବି ନାହିଁ । ବର୍ତ୍ତମାନ ମୁଁ ଆସିଛି, ତେଣୁ ତୁମକୁ ସବୁଆଡୁ ବୁଦ୍ଧିଯୋଗ ହଟାଇବାକୁ ପଡିବ ନା । ସବୁକିଛି ମାଟିରେ ମିଶିଯିବ । ତୁମର ଯେପରି ମାଟି ସହିତ ବୁଦ୍ଧିଯୋଗ ଅଛି । ମୋ ସହିତ ବୁଦ୍ଧିଯୋଗ ରହିଲେ ମାଲିକ ହୋଇଯିବ । ବାବା କେତେ ବୁଦ୍ଧିମାନ ବନାଉଛନ୍ତି । ମନୁଷ୍ୟମାନେ ଜାଣନ୍ତି ନାହିଁ ଯେ ଭକ୍ତି କ’ଣ ଏବଂ ଜ୍ଞାନ କ’ଣ? ବର୍ତ୍ତମାନ ତୁମକୁ ଜ୍ଞାନ ମିଳିଛି ତେଣୁ ତୁମେ ଭକ୍ତିକୁ ବି ବୁଝୁଛ । ବର୍ତ୍ତମାନ ତୁମର ଅନୁଭବ ହେଉଛି ଯେ ଭକ୍ତିରେ କେତେ ଦୁଃଖ ରହିଛି । ମନୁଷ୍ୟ ଭକ୍ତି କରୁଥିବାରୁ ନିଜକୁ ବହୁତ ସୁଖୀ ମଣୁଛନ୍ତି । ପୁଣି କହୁଛନ୍ତି ଭଗବାନ ଆସି ଫଳ ଦେବେ । କାହାକୁ ଏବଂ କିପରି ଫଳ ଦେବେ ତାହା କିଛି ବି ବୁଝୁନାହାନ୍ତି । ବର୍ତ୍ତମାନ ତୁମେ ଜାଣିଛ - ବାବା ଭକ୍ତିର ଫଳ ଦେବାକୁ ଆସିଛନ୍ତି । ବିଶ୍ୱ ରାଜଧାନୀ ରୂପୀ ଫଳ ଯେଉଁ ବାବାଙ୍କଠାରୁ ମିଳେ ସେହି ବାବା ଯେଉଁ ନିର୍ଦ୍ଦେଶ ଦେଉଛନ୍ତି, ତାହା ପାଳନ କରିବାକୁ ପଡିବ । ତାହାକୁ କୁହାଯାଏ ସର୍ବୋଚ୍ଚ ମତ । ମତ ସମସ୍ତଙ୍କୁ ମିଳିଛି । ପୁଣି କେହି ପାଳନ କରିପାରନ୍ତି, କେହି ପାଳନ କରି ପାରନ୍ତି ନାହିଁ । ବେହଦର ବାଦଶାହୀ ସ୍ଥାପନ ହେବ । ତୁମେ ବର୍ତ୍ତମାନ ବୁଝୁଛ - ମୁଁ କ’ଣ ଥିଲି, ବର୍ତ୍ତମାନ ମୋର କେଉଁ ଅବସ୍ଥା ଅଛି । ମାୟା ଏକାଥରେ ଶେଷ କରିଦେଉଛି । ଏହା ତ’ ଯେପରି ମୁର୍ଦ୍ଦାରଙ୍କ ଦୁନିଆ । ଭକ୍ତିମାର୍ଗରେ ତୁମେ ଯାହାକିଛି ଶୁଣୁଥିଲ ସେ ସବୁକୁ ସତ୍ୟ ସତ୍ୟ କରୁଥିଲ । କିନ୍ତୁ ଏବେ ତୁମେ ଜାଣୁଛ ଯେ ସତ୍ୟ ତ’ ଏକ ବାବା ହିଁ ଶୁଣାଉଛନ୍ତି । ଏପରି ବାବାଙ୍କୁ ମନେପକାଇବା ଦରକାର । ଏଠାରେ କେହି ବାହାର ଲୋକ ବସିଲେ ସେ କଛି ବି ବୁଝିପାରିବେ ନାହିଁ । କହିବେ ଏହା ତ’ ଜଣାନାହିଁ କ’ଣ ଶୁଣାଉଛନ୍ତି । ସାରା ଦୁନିଆ କହୁଛି ପରମାତ୍ମା ସର୍ବବ୍ୟାପୀ, ଆଉ ଇଏ କହୁଛନ୍ତି ସେ ଆମର ବାପା ଅଟନ୍ତି । କାନ୍ଧ ହଲାଇ ନା-ନା କରିବେ । ତୁମ ଭିତରୁ ହଁ ହଁ ବାହାରୁଥିବ । ତେଣୁ ନୂଆ କାହାକୁ କ୍ଲାସରେ ଅନୁମତି ଦିଆଯାଏ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସୁଗନ୍ଧିତ ଫୁଲ ହେବା ପାଇଁ ନିଜର ସଂଗ ଉପରେ ବହୁତ ଧ୍ୟାନ ଦେବାକୁ ହେବ । ହଂସମାନଙ୍କର ସଂଗ କରିବାକୁ ହେବ, ନିଜେ ହଂସ ଭଳି ହୋଇ ରହିବାକୁ ହେବ । ମୁରଲୀ ପ୍ରତି କେବେ ବେଖାତିର୍ କରିବାର ନାହିଁ କି ଅବହେଳା କରିବାର ନାହିଁ ।

(୨) କର୍ମବନ୍ଧନରୁ ମୁକ୍ତ ହେବା ପାଇଁ ସଙ୍ଗମଯୁଗରେ ନିଜର ସର୍ବସମ୍ବନ୍ଧ ଏକମାତ୍ର ବାବାଙ୍କ ସହିତ ରଖିବାକୁ ହେବ । ନିଜ ନିଜ ମଧ୍ୟରେ କୌଣସି ସମ୍ବନ୍ଧ ରଖିବାର ନାହିଁ । କୌଣସି ହଦର ଅର୍ଥାତ୍ ବ୍ୟକ୍ତିଗତ ସମ୍ବନ୍ଧରେ ସ୍ନେହ ରଖି ବୁଦ୍ଧିଯୋଗ ଲଗାଇବାର ନାହିଁ । କେବଳ ଜଣଙ୍କୁ ହିଁ ମନେ ପକାଇବାର ଅଛି ।

ବରଦାନ:-
ପରମାତ୍ମାଙ୍କର ପ୍ରେମରେ ବିଲୀନ ହୋଇଯିବା ବା ମିଳନରେ ମଗ୍ନ ହେଉଥିବା ସଚ୍ଚା ସ୍ନେହୀ ଭବ ।

ସ୍ନେହର ଲକ୍ଷଣର ଗାୟନ ହେଲା - ଦୁଇ ହୋଇଥିଲେ ମଧ୍ୟ ଏକ ଭଳି ଅନୁଭବ ହେଉଥିବେ, ଏହାକୁ ହିଁ ସମାହିତ ହୋଇଯିବା ବା ମିଶିଯିବା କୁହାଯାଏ । ଭକ୍ତମାନେ ଏହିଭଳି ସ୍ନେହର ସ୍ଥିତିକୁ ସମାହିତ ହୋଇଯିବା ବା ବିଲୀନ ହୋଇଯିବା କହି ଦେଇଛନ୍ତି । ପ୍ରେମରେ ବା ସ୍ନେହରେ ଲୀନ ହୋଇଯିବା - ଏହା ଏକ ଅବସ୍ଥା ଅଟେ କିନ୍ତୁ ଏହାକୁ ଅବସ୍ଥା ମନେ କରିବା ପରିବର୍ତ୍ତେ ଭକ୍ତମାନେ ଆତ୍ମାର ଅସ୍ତିତ୍ୱକୁ ସଦାକାଳ ପାଇଁ ସମାପ୍ତ ହୋଇଯିବା ଭାବି ଦେଇଛନ୍ତି । ତୁମେ ପିଲାମାନେ ଯେତେବେଳେ ନିଜର ପିତାଙ୍କର ବା ଆତ୍ମିକ ପ୍ରେମିକଙ୍କ ସହିତ ମିଳନରେ ମଗ୍ନ ହୋଇଯାଉଛ ସେତେବେଳେ ତାଙ୍କ ସମାନ ହୋଇଯାଉଛ ।

ସ୍ଲୋଗାନ:-
ଅନ୍ତର୍ମୁଖୀ ତାଙ୍କୁ କୁହାଯିବ ଯିଏ ବ୍ୟର୍ଥ ସଂକଳ୍ପଠାରୁ ମନର ମୌନ ରଖିଥାଆନ୍ତି ।