25.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ଏହି ପୁରୁଷୋତ୍ତମ ଯୁଗ ହିଁ ଗୀତାର ଏପିସୋଡ୍ ଅର୍ଥାତ୍ ଅଧ୍ୟାୟ ଅଟେ । ଏହି ସମୟରେ ହିଁ ତୁମକୁ ପୁରୁଷାର୍ଥ କରି ଉତ୍ତମ ପୁରୁଷ ଅର୍ଥାତ୍ ଦେବତା ହେବାକୁ ପଡିବ ।”

ପ୍ରଶ୍ନ:-
କେଉଁ ଗୋଟିଏ କଥାର ଧ୍ୟାନ ସର୍ବଦା ରହିଲେ ତୁମର ଭେଳା ପାରି ହୋଇଯିବ?

ଉତ୍ତର:-
ଯଦି ଧ୍ୟାନ ରହିବ ଯେ ଆମକୁ ଈଶ୍ୱରୀୟ ସଙ୍ଗରେ ରହିବାର ଅଛି ତେବେ ବି ତୁମର ଭେଳା ପାରି ହୋଇଯିବ । ଯଦି ସଙ୍ଗଦୋଷ ଲାଗିଗଲା, ସଂଶୟ ଆସିଗଲା ତେବେ ବିଷୟ ସାଗରରେ ଭେଳା ବୁଡିଯିବ । ବାବା ଯାହା ବୁଝାଉଛନ୍ତି ସେଥିରେ ପିଲାମାନଙ୍କର ତିଳେମାତ୍ର ସଂଶୟ ଆସିବା ଉଚିତ୍ ନୁହେଁ । ବାବା ତୁମମାନଙ୍କୁ ନିଜ ସମାନ ପବିତ୍ର ଏବଂ ନଲେଜଫୁଲ ବା ଜ୍ଞାନୀ କରିବାକୁ ଆସିଛନ୍ତି । ତେଣୁ ବାବାଙ୍କ ସଙ୍ଗରେ ହିଁ ରହିବାକୁ ହେବ ।

ଓମ୍ ଶାନ୍ତି ।
ଭଗବାନୁବାଚ - ପିଲାମାନେ ଜାଣିଛନ୍ତି ଯେ ବାବା ସେହି ରାଜଯୋଗ ଶିଖାଉଛନ୍ତି ଯାହା ୫ ହଜାର ବର୍ଷ ପୂର୍ବେ ଶିଖାଇଥିଲେ । ପିଲାମାନେ ଜାଣିଛନ୍ତି, ଦୁନିଆରେ ତ ଏକଥା କେହି ଜାଣିନାହାଁନ୍ତି ତେଣୁ ପଚାରିବା ଦରକାର ଗୀତାର ଭଗବାନ କେବେ ଆସିଥିଲେ? ଭଗବାନ ଯାହା କହୁଛନ୍ତି ଯେ ମୁଁ ରାଜଯୋଗ ଶିଖାଇ ତୁମକୁ ରାଜାମାନଙ୍କର ରାଜା କରୁଛି, ସେହି ଗୀତା ଅଧ୍ୟାୟ କେବେ ହୋଇଥିଲା? ଏହା ପଚାରିବା ଦରକାର । ଏହି କଥା କେହି ବି ଜାଣିନାହାଁନ୍ତି । ତୁମେ ବର୍ତ୍ତମାନ ବାସ୍ତବରେ ଶୁଣୁଛ । ଗୀତାର ଅଧ୍ୟାୟ କଳିଯୁଗ ଅନ୍ତ ଏବଂ ସତ୍ୟଯୁଗ ଆଦିର ମିଳନ ସମୟରେ ହିଁ ହେବା ଦରକାର । ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରିବା ପାଇଁ ନିଶ୍ଚିତ ରୂପେ ସଂଗମରେ ହିଁ ଆସିବେ । ପୁରୁଷୋତ୍ତମ ସଂଗମଯୁଗ ନିଶ୍ଚିତ ରହିଛି । ଯଦିଓ ପୁରୁଷୋତ୍ତମ ବର୍ଷର ଗାୟନ କରୁଛନ୍ତି ପରନ୍ତୁ ବିଚରାମାନଙ୍କୁ ଜଣାନାହିଁ । ତୁମେ ମିଠା ମିଠା ସନ୍ତାନମାନେ ଜାଣିଛ, ଉତ୍ତମ ପୁରୁଷ ତିଆରି କରିବା ପାଇଁ ଅର୍ଥାତ୍ ମନୁଷ୍ୟକୁ ଉତ୍ତମ ଦେବତା କରିବା ପାଇଁ ବାବା ଆସି ପଢାଉଛନ୍ତି । ମନୁଷ୍ୟମାନଙ୍କ ମଧ୍ୟରେ ଉତ୍ତମ ପୁରୁଷ ଏହି ଦେବତାମାନେ (ଲକ୍ଷ୍ମୀ-ନାରାୟଣ) ଅଟନ୍ତି । ଏହି ସଂଗମଯୁଗରେ ହିଁ ମନୁଷ୍ୟମାନଙ୍କୁ ଦେବତା କରିଥିଲେ । ଦେବତାମାନେ ନିଶ୍ଚିତ ସତ୍ୟଯୁଗରେ ହିଁ ରହିବେ । ବାକି ସମସ୍ତେ କଳିଯୁଗରେ ଅଛନ୍ତି । ତୁମେ ସନ୍ତାନମାନେ ଜାଣିଛ ଆମେ ହେଉଛୁ ସଂଗମଯୁଗୀ ବ୍ରାହ୍ମଣ । ଏହାକୁ ପକ୍କା ପକ୍କା ମନେ ରଖିବାକୁ ହେବ । ବାସ୍ତବରେ ନିଜ କୁଳକୁ କେହି କେବେ ଭୁଲନ୍ତି ନାହିଁ । ପରନ୍ତୁ ଏଠାରେ ମାୟା ଭୁଲାଇଦେଉଛି । ଆମେ ବ୍ରାହ୍ମଣ କୂଳରେ ଅଛୁ ପୁଣି ଦେବତା କୂଳର ହେଉଛୁ । ଯଦି ଏକଥା ମନେ ରହିଲା ତେବେ ବହୁତ ଖୁସି ରହିବ । ତୁମେ ରାଜଯୋଗ ପଢୁଛ । ବୁଝୁଛ ଏବେ ପୁଣି ଥରେ ଭଗବାନ ଗୀତାର ଜ୍ଞାନ ଶୁଣାଉଛନ୍ତି ଏବଂ ଭାରତର ପ୍ରାଚୀନ ରାଜଯୋଗ ଶିଖାଉଛନ୍ତି । ଆମେ ମନୁଷ୍ୟରୁ ଦେବତା ହେଉଛୁ । ବାବା କହିଛନ୍ତି କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କଲେ ତୁମେ ଜଗତ୍‌ଜିତ୍ ହେବ । ପବିତ୍ରତାର କଥାକୁ ନେଇ କେତେ ଯୁକ୍ତିତର୍କ କରୁଛନ୍ତି । ମନୁଷ୍ୟମାନଙ୍କ ପାଇଁ ବିକାର ତ ଯେପରି ଗୋଟିଏ ଖଜଣା ଅଟେ । ଲୌକିକ ବାବାଙ୍କଠାରୁ ଏହି ସମ୍ପତ୍ତି ମିଳିଛି । ବାଳକ ହେଲେ ପ୍ରଥମେ ପ୍ରଥମେ ବାପାଙ୍କଠାରୁ ଏହି ବର୍ସା ମିଳିଥାଏ, ଶାଦୀ ବରବାଦୀ କରାଉଛନ୍ତି ଏବଂ ବେହଦର ବାବା କହୁଛନ୍ତି କାମ ମହାଶତ୍ରୁ, ତେବେ ନିଶ୍ଚିତ କାମକୁ ଜିତିଲେ ହିଁ ଜଗତଜିତ୍ ହେବ । ବାବା ନିଶ୍ଚିତ ରୂପେ ସଂଗମରେ ହିଁ ଆସିଥିବେ । ମହାଭାରୀ ମହାଭାରତ ଲଢେଇ ମଧ୍ୟ ରହିଛି । ଆମେ ବି ନିଶ୍ଚିତ ଭାବେ ଏଠାରେ ରହିଛୁ । ଏପରି ବି ନୁହେଁ, ସମସ୍ତେ ସଙ୍ଗେ ସଙ୍ଗେ କାମ ବିକାରକୁ ଜିତିଯାଉଛନ୍ତି । ପ୍ରତ୍ୟେକ କଥାରେ ସମୟ ଲାଗିଥାଏ । ମୁଖ୍ୟ କଥା ପିଲାମାନେ ଲେଖୁଛନ୍ତି ଯେ ବାବା ଆମେ ବିଷୟ ବୈତରଣୀ ନଦୀରେ ପଡିଗଲୁ ତେବେ ନିଶ୍ଚିତ ଭାବେ କୌଣସି ଅର୍ଡିନାନ୍ସ ଅଧ୍ୟାଦେଶ ରହିଛି । ବାବାଙ୍କର ଆଦେଶ - ହେଲା କାମ ବିକାରକୁ ଜିତିଲେ ତୁମେ ଜଗତ୍‌ଜିତ୍ ହେବ । ଏପରି ନୁହେଁ ଜଗତ୍‌ଜିତ୍ ହୋଇ ପୁଣି ବିକାରଗ୍ରସ୍ତ ହେଉଥିବେ । ଏହି ଲକ୍ଷ୍ମୀ ନାରାୟଣ ଜଗତଜିତ୍ ଅଟନ୍ତି, ତାଙ୍କୁ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯାଉଛି । ଦେବତାମାନଙ୍କୁ ସମସ୍ତେ ନିର୍ବିକାରୀ କହିଥାନ୍ତି, ଯାହାକୁ ତୁମେ ରାମରାଜ୍ୟ କହୁଛ । ତାହା ହେଉଛି ନିର୍ବିକାରୀ ଦୁନିଆ । ଏହା ହେଉଛି ବିକାରୀ ଦୁନିଆ (ଭିସିଅସ୍ ୱାର୍ଲଡ), ଅପବିତ୍ର ଗୃହସ୍ଥ ଆଶ୍ରମ । ବାବା ବୁଝାଉଛନ୍ତି ତୁମେ ପବିତ୍ର ଗୃହସ୍ଥ ଆଶ୍ରମରେ ଥିଲ । ଏବେ ୮୪ ଜନ୍ମ ନେଇ ନେଇ ଅପବିତ୍ର ହୋଇଯାଇଛ । ୮୪ ଜନ୍ମର ହିଁ କାହାଣୀ ରହିଛି । ନୂଆ ଦୁନିଆ ନିଶ୍ଚିତ ରୂପେ ଏପରି ନିର୍ବିକାରୀ ହେବା ଦରକାର । ଭଗବାନ୍ ଯିଏ ପବିତ୍ରତାର ସାଗର, ସିଏ ହିଁ ରାମରାଜ୍ୟର ସ୍ଥାପନା କରୁଛନ୍ତି ପୁଣି ତା ପରେ ରାବଣ ରାଜ୍ୟ ବି ନିଶ୍ଚିତ ଆସିବ । ନାମ ହିଁ ମଧ୍ୟ ରହିଛି ରାମରାଜ୍ୟ ଏବଂ ରାବଣ ରାଜ୍ୟ । ରାବଣ ରାଜ୍ୟ ଅର୍ଥାତ୍ ଆସୁରୀ ରାଜ୍ୟ । ଏବେ ତୁମେ ଆସୁରୀ ରାଜ୍ୟରେ ବସିଛ । ଏହି ଲକ୍ଷ୍ମୀ ନାରାୟଣ ହେଉଛନ୍ତି ଦୈବୀ ରାଜ୍ୟର ଚିହ୍ନ ।

ତୁମେ ସନ୍ତାନମାନେ ପ୍ରଭାତ ଫେରି ଆଦି ବାହାର କରୁଛ । ପ୍ରଭାତ ସକାଳକୁ କୁହାଯାଏ, ସେତେବେଳେ ମନୁଷ୍ୟମାନେ ଶୋଇ ରହିଥାନ୍ତି, ସେଥିପାଇଁ ବିଳମ୍ବରେ ବାହାର କରୁଛନ୍ତି । ଭଲ ପ୍ରଦର୍ଶନୀ ମଧ୍ୟ ସେତେବେଳେ ହେବ ଯଦି ସେଠାରେ ସେବାକେନ୍ଦ୍ର ଥିବ । ଯେଉଁଠାକୁ ଆସି ବୁଝିବେ ଯେ କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କଲେ ଜଗତ୍‌ଜିତ୍ ହେବ । ଟ୍ରାନ୍ସଲାଇଟ୍‌ର ଲକ୍ଷ୍ମୀ ନାରାୟଣ ଚିତ୍ର ନିଶ୍ଚିତ ସାଥିରେ ରହିଥିବା ଦରକାର । ଏ କଥାକୁ କେବେ ଭୁଲ ନାହିଁ । ପ୍ରଥମେ ତ ଏହି ଚିତ୍ର ଏବଂ ସିଢି । ଯେପରି ଟ୍ରକ୍‌ରେ ଦେବୀମାନଙ୍କ ଝାଙ୍କୀ ବାହାରିଥାଏ ସେହିପରି ତୁମେ ଦୁଇ ତିନୋଟି ଟ୍ରକ୍ ସଜାଇ ସେଥିରେ ମୁଖ୍ୟ ମୁଖ୍ୟ ଚିତ୍ର ରଖିଲେ ଭଲ ଲାଗିବ । ଦିନକୁ ଦିନ ଚିତ୍ରର ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଚାଲିଛି । ତୁମର ଜ୍ଞାନ ବୃଦ୍ଧିପ୍ରାପ୍ତ ହେଉଛି । ପିଲାମାନଙ୍କର ସଂଖ୍ୟାରେ ବି ବୃଦ୍ଧି ହୋଇଚାଲିଛି । ସେଥିରେ ଗରିବ ସାହୁକାର ସମସ୍ତେ ଆସିଯାଉଛନ୍ତି । ଶିବବାବାଙ୍କର ଭଣ୍ଡାର ଭରପୁର ହୋଇଗଲା । ଯେଉଁମାନେ ଭଣ୍ଡାର ଭରୁଛନ୍ତି ସେମାନଙ୍କୁ ପ୍ରତିବଦଳରେ ସେଠାରେ କେତେ ଗୁଣା ହୋଇ ମିଳିଯାଉଛି । ତେଣୁ ବାବା କହୁଛନ୍ତି - ମିଠା ମିଠା ସନ୍ତାନମାନେ, ତୁମେମାନେ ଭବିଷ୍ୟତରେ ପଦମାପଦମପତି ହେଉଛ ତାହା ମଧ୍ୟ ୨୧ ଜନ୍ମ ପାଇଁ । ବାବା ନିଜେ କହୁଛନ୍ତି, ତୁମେ ଏକୋଇଶ ପିଢି ପାଇଁ ଜଗତର ମାଲିକ ହୋଇଯିବ । ମୁଁ ନିଜେ ଡାଇରେକ୍ଟ ଆସିଛି । ତୁମ ପାଇଁ ହାତରେ ସ୍ୱର୍ଗ ନେଇ ଆସିଛି । ଯେପରି ପିଲା ଜନ୍ମ ହେଲା ମାତ୍ରେ ବାପାଙ୍କର ସମ୍ପତ୍ତି ତା’ର ହାତରେ ହିଁ ରହିଥାଏ । ବାପା କୁହନ୍ତି ଏହି ଘରଦ୍ୱାର ଆଦି ସବୁ ତୁମର । ବେହଦର ବାବା ବି କହୁଛନ୍ତି ତୁମେ ଯେତେବେଳେ ମୋର ହେଉଛ, ସେତେବେଳେ ସ୍ୱର୍ଗର ବାଦଶାହୀ ତୁମର ହୋଇଯାଉଛି - ୨୧ ପିଢି ପର୍ଯ୍ୟନ୍ତ, କାହିଁକି ନା ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ, ସେଥିପାଇଁ ବାବାଙ୍କୁ ମହାକାଳ କୁହାଯାଏ । ମହାକାଳ କାହାକୁ ମାରି ଦିଅନ୍ତି ନାହିଁ । ତାଙ୍କର ତ ମହିମା କରାଯାଉଛି, କହୁଛନ୍ତି ଭଗବାନ୍ ଯମଦୂତ ପଠାଇ ମଗାଇ ନେଇଗଲେ । ଏପରି କିଛି କଥା ନାହିଁ । ଏସବୁ ହେଲା ଭକ୍ତିମାର୍ଗର କଥା । ବାବା କହୁଛନ୍ତି ମୁଁ କାଳର କାଳ ଅଟେ । ପାହାଡିଆ ଅଞ୍ଚଳର ଲୋକମାନେ ମହାକାଳଙ୍କୁ ବହୁତ ମାନିଥା’ନ୍ତି । ମହାକାଳଙ୍କର ମନ୍ଦିର ମଧ୍ୟ ରହିଛି । ଏମିତି ଝଣ୍ଡା ଲଗାଇ ଦେଇଥାଆନ୍ତି । ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି । ତୁମେ ଏହା ମଧ୍ୟ ବୁଝୁଛ ଯେ ଏହା ଠିକ୍ କଥା । ବାବାଙ୍କୁ ୟାଦ କଲେ ହିଁ ଜନ୍ମ ଜନ୍ମାନ୍ତରର ବିକର୍ମ ଭସ୍ମ ହୋଇଥାଏ । ତେଣୁ ଏହାର ପ୍ରଚାର କରିବା ଉଚିତ୍ । କୁମ୍ଭମେଳା ଆଦି ବହୁତ ହେଉଛି । ସ୍ନାନ କରିବାର ବି ବହୁତ ପ୍ରକାରର ମହତ୍ୱ ବିଷୟରେ କୁହାଯାଉଛି । ଏବେ ତୁମ ସନ୍ତାନମାନଙ୍କୁ ଏହି ଜ୍ଞାନ ଅମୃତ ୫ ହଜାର ବର୍ଷ ପରେ ମିଳୁଛି । ବାସ୍ତବରେ ଏହାର ନାମ ଅମୃତ ନୁହେଁ । ଏହା ତ ପାଠପଢା । ସବୁ ହେଲା ଭକ୍ତିମାର୍ଗର ନାମ । ଅମୃତ ନାମ ଶୁଣି ଚିତ୍ରରେ ପାଣି ଦର୍ଶାଇଛନ୍ତି । ବାବା କହୁଛନ୍ତି ମୁଁ ତୁମକୁ ରାଜଯୋଗ ଶିଖାଉଛି । ପାଠପଢା ଆଧାରରେ ହିଁ ଉଚ୍ଚପଦ ମିଳିଥାଏ । ତାହା ମଧ୍ୟ ମୁଁ ହିଁ ପଢାଉଛି । ଭଗବାନଙ୍କର ତ ଏପରି କୌଣସି ଶୃଙ୍ଗାରିତ ରୂପ ନାହିଁ । ଏଠାରେ ତ ବାବା ଏହାଙ୍କ ମଧ୍ୟରେ ଆସି ପଢାଉଛନ୍ତି । ପାଠପଢାଇ ଆତ୍ମାମାନଙ୍କୁ ନିଜ ସମାନ କରୁଛନ୍ତି । ନିଜେ କ’ଣ ଲକ୍ଷ୍ମୀ ନାରାୟଣ ହୋଇଛନ୍ତି ଯାହାଦ୍ୱାରା କି ନିଜ ସମାନ ଲକ୍ଷ୍ମୀ-ନାରାୟଣ କରିବେ । ଆତ୍ମା ପଢୁଛି, ତାଙ୍କୁ ନିଜ ସମାନ ନଲେଜଫୁଲ୍ କରୁଛନ୍ତି । ଏପରି ନୁହେଁ ଯେ, ଭଗବାନ୍ ଭଗବତୀ କରୁଛନ୍ତି । ସେମାନେ କୃଷ୍ଣଙ୍କୁ ଦେଖାଇଛନ୍ତି । ସେ କିପରି ପଢାଇବେ? ସତ୍ୟଯୁଗରେ ପତିତ ରହିବେ ନାହିଁ! ଶ୍ରୀକୃଷ୍ଣ ତ ସତ୍ୟଯୁଗରେ ରହିବେ । ତାପରେ ଆଉ କେବେ ତୁମେ ଶ୍ରୀକୃଷ୍ଣଙ୍କୁ ଦେଖିବ ନାହିଁ । ଡ୍ରାମାରେ ପ୍ରତ୍ୟେକଙ୍କ ପୁନର୍ଜନ୍ମର ଚିତ୍ର ବିଲ୍‌କୁଲ୍ ନିଆରା ହୋଇଥାଏ । କୁଦରତ ବା ପ୍ରକୃତିର ଏହି ଡ୍ରାମା । ବନୀ ବନାଇ... ପୂର୍ବ ନିର୍ଦ୍ଧାରିତ । ବାବା କହୁଛନ୍ତି ଠିକ୍ ଏହିପରି ଏହି ଚେହେରାରେ ଏହି ବସ୍ତ୍ର ପିନ୍ଧି କଳ୍ପ କଳ୍ପ ତୁମେ ହିଁ ପଢିବ । ଅବିକଳ ପୁନରାବୃତ୍ତି ହୋଇଥାଏ ନା । ଆତ୍ମା ଗୋଟିଏ ଶରୀର ତ୍ୟାଗ କରି ଆଉ ଗୋଟିଏ ସେହିପରି ନିଏ, ଯାହା କଳ୍ପ ପୂର୍ବରୁ ନେଇଥିଲା । ଡ୍ରାମାରେ କିଛି ଫରକ ହୋଇପାରିବ ନାହିଁ । ତାହା ହେଉଛି ହଦର କଥା, ଏହା ହେଉଛି ବେହଦର କଥା । ଯାହାକୁ ବେହଦର ବାବାଙ୍କ ଛଡା ଆଉ କେହି ବୁଝାଇପାରିବେ ନାହିଁ । ଏଥିରେ କୌଣସି ସଂଶୟ ଆସିବା ଉଚିତ୍ ନୁହେଁ । ନିଶ୍ଚୟବୁଦ୍ଧି ହୋଇ ପୁଣି କିଛି ନା କିଛି ସଂଶୟରେ ପଡି ଆସିଯାଉଛନ୍ତି । ସଙ୍ଗ ଲାଗିଯାଉଛି । ଈଶ୍ୱରୀୟ ସଙ୍ଗ ଚାଲୁଥିଲେ ତେବେ ପାରି ହୋଇଯିବ । ସଙ୍ଗ ଛାଡିଲେ ବିଷୟ ସାଗରରେ ବୁଡିଯିବ । ଗୋଟିଏ ପଟେ କ୍ଷୀରସାଗର, ଅନ୍ୟ ପଟେ ବିଷୟ ସାଗର । ଜ୍ଞାନକୁ ଅମୃତ ମଧ୍ୟ କହନ୍ତି । ବାବା ହେଉଛନ୍ତି ଜ୍ଞାନର ସାଗର, ତାଙ୍କର ମହିମା ବି ରହିଛି । ତାଙ୍କର ଯେଉଁ ମହିମା ରହିଛି ତାହା ଲକ୍ଷ୍ମୀ ନାରାୟଣଙ୍କୁ ଦିଆଯାଇପାରିବ ନାହିଁ । ବାବା ହେଉଛନ୍ତି ପବିତ୍ରତାର ସାଗର । ଯଦିଓ ଦେବତାମାନେ ସତ୍ୟଯୁଗ ତ୍ରେତାରେ ପବିତ୍ର ରହୁଛନ୍ତି ପରନ୍ତୁ ସବୁଦିନ ତ ରହୁ ନାହାଁନ୍ତି । ତା’ ପରେ ପୁଣି ଅଧାକଳ୍ପ ପାଇଁ ତଳକୁ ଖସୁଛନ୍ତି । ବାବା କହୁଛନ୍ତି ମୁଁ ହିଁ ଜଣେ ଅଟେ ଯିଏ ଆସି ସମସ୍ତଙ୍କର ସଦ୍‌ଗତି କରୁଛି । ସଦ୍‌ଗତିଦାତା ଜଣେ । ତୁମେ ସଦ୍‌ଗତି ପାଇଯାଉଛ ତାପରେ ପୁଣି ଏକଥା ସବୁ ନାହିଁ । ଏବେ ତୁମେ ସନ୍ତାନମାନେ ସମ୍ମୁଖରେ ବସିଛ । ତୁମେ ମଧ୍ୟ ଶିବବାବାଙ୍କଠାରୁ ପାଠପଢି ଟିଚର ହେଉଛ । ସେ ହେଉଛନ୍ତି ମୁଖ୍ୟ ପ୍ରିନ୍ସପାଲ୍ । ତୁମେ ମଧ୍ୟ ତାଙ୍କ ପାଖକୁ ଆସୁଛ । କହୁଛନ୍ତି ଆମେ ଶିବବାବାଙ୍କ ପାଖକୁ ଆସିଛୁ । ଆରେ, ସେ ତ ନିରାକାର । ହଁ, ସେ ଏହାଙ୍କ ଶରୀରରେ ଆସୁଛନ୍ତି । ସେଥିପାଇଁ କହୁଛନ୍ତି ବାପଦାଦାଙ୍କ ପାଖକୁ ଯାଉଛୁ । ଏହି ବାବା ହେଉଛନ୍ତି ତାଙ୍କର ରଥ, ଯାହାଙ୍କ ଉପରେ ସେ ସବାରୀ କରୁଛନ୍ତି । ତାକୁ ରଥ, ଘୋଡା, ଅଶ୍ୱ ବି କହୁଛନ୍ତି । ଏଥିପାଇଁ ଗୋଟିଏ କାହାଣୀ ରହିଛି - ଦକ୍ଷ ପ୍ରଜାପିତା ଯଜ୍ଞ ରଚନା କଲେ । କାହାଣୀ ଲେଖିଦେଇଛନ୍ତି । ପରନ୍ତୁ ଏହା ତ ବାସ୍ତବ ନୁହେଁ ।

ଶିବ ଭଗବାନୁବାଚ - ମୁଁ ଭାରତରେ ଅତି ଧର୍ମଗ୍ଲାନୀ ସମୟରେ ଆସିଥାଏ । ଯଦିଓ ଗୀତାବାଦୀ କହୁଛନ୍ତି - ୟଦା ୟଦା ହିଁ.... ପରନ୍ତୁ ଅର୍ଥ ବୁଝୁନାହାଁନ୍ତି । ଏହା ତୁମର ବହୁତ ଛୋଟ ବୃକ୍ଷ, ଏହାକୁ ତୋଫାନ ବି ଲାଗୁଛି । ନୂଆ ବୃକ୍ଷ ନା, ଏହାର ପୁଣି ମୂଳଦୁଆ ମଧ୍ୟ ଅଟେ । ଏତେ ଅନେକ ଧର୍ମର ମଝିରେ ଏକ ଆଦି ସନାତନ ଦେବୀ ଦେବତା ଧର୍ମର ଚାରା (ସେପ୍‌ଲିଙ୍ଗ) ଲଗାଉଛନ୍ତି । କେତେ ମେହନତ କରିବାକୁ ପଡୁଛି । ଅନ୍ୟମାନଙ୍କୁ ମେହନତ କରିବାକୁ ପଡୁ ନାହିଁ । ସେମାନେ ଉପରୁ ଆସୁଛନ୍ତି । ଏଠାରେ ତ ଯେଉଁମାନଙ୍କର ସତ୍ୟଯୁଗ ତ୍ରେତାରେ ଆସିବାକୁ ଥିବ, ସେହିମାନଙ୍କର ଆତ୍ମା ବସି ପଢୁଛନ୍ତି । ଯିଏ ପତିତ, ତାଙ୍କୁ ପାବନ ଦେବତା କରିବା ପାଇଁ ବାବା ବସି ପଢାଉଛନ୍ତି । ଗୀତା ତ ଇଏ ବି ବହୁତ ପଢୁଥିଲେ । ଯେପରିକି ବର୍ତ୍ତମାନ ଆତ୍ମାମାନଙ୍କୁ ୟାଦ କରି ଦୃଷ୍ଟି ଦିଆଯାଉଛି ଯେପରିକି ପାପ କଟିଯାଉ । ଭକ୍ତିମାର୍ଗରେ ପୁଣି ଗୀତା ଆଗରେ ଜଳ ରଖି ପଢିଥା’ନ୍ତି । ବୁଝୁଛନ୍ତି ଯେ ପିତୃପୁରୁଷଙ୍କର ଉଦ୍ଧାର ହେବ ସେଥିପାଇଁ ପିତୃପୁରୁଷ ମାନଙ୍କୁ ମନେ ପକାଇଥା’ନ୍ତି । ଭକ୍ତିରେ ଗୀତାର ବହୁତ ସମ୍ମାନ ରହିଛି । ଆରେ, ବାବା କଣ କମ୍ ଭକ୍ତ ଥିଲେ କି! ରାମାୟଣ ଆଦି ସବୁ ପଢୁଥିଲେ । ବହୁତ ଖୁସି ଲାଗୁଥିଲା । ତାହା ସବୁ ବିତିଗଲା ।

ଏବେ ବାବା କହୁଛନ୍ତି ଅତୀତକୁ ମନେ ପକାଅ ନାହିଁ । ସବୁକିଛି ବୁଦ୍ଧିରୁ ବାହାର କରିଦିଅ । ବାବା ସ୍ଥାପନା, ବିନାଶ ଏବଂ ରାଜଧାନୀର ସାକ୍ଷାତ୍କାର କରାଇଲେ, ତେଣୁ ତାହା ପକ୍କା ହୋଇଗଲା । ଏସବୁ ସମାପ୍ତ ହୋଇଯିବ - ଏକଥା ପୂର୍ବରୁ ଜଣା ନଥିଲା, ବାବା ବୁଝିଥିଲେ - ଏ ସବୁ ବିନାଶ ହେବ । ଏଥିରେ ଡେରି ହେବ ନାହିଁ । ମୁଁ ଯାଇ ଅମୁକ ରାଜା ହେବି । ଜଣା ନାହିଁ ବାବା କ’ଣ କ’ଣ ଭାବୁଥିଲେ । ତୁମେମାନେ ଜାଣିଛ ବାବାଙ୍କର ପ୍ରବେଶତା କିପରି ହେଲା । ଏହି କଥା ମନୁଷ୍ୟମାନେ ଜାଣିନାହାଁନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ନାମ ତ ନେଉଛନ୍ତି କିନ୍ତୁ ଏହି ତିନିଜଣଙ୍କ ମଧ୍ୟରୁ ଭଗବାନ୍ କାହା ମଧ୍ୟରେ ପ୍ରବେଶ କରୁଛନ୍ତି, ଅର୍ଥ ଜାଣିନାହାଁନ୍ତି । ସେମାନେ ବିଷ୍ଣୁଙ୍କ ନାମ ନେଉଛନ୍ତି । ତେବେ ସେ ତ ଦେବତା ଅଟନ୍ତି । ସେ କିପରି ପଢାଇବେ । ବାବା ନିଜେ କହୁଛନ୍ତି ମୁଁ ଏହାଙ୍କ (ବ୍ରହ୍ମାଙ୍କ) ମଧ୍ୟରେ ପ୍ରବେଶ କରୁଛି । ସେଥିପାଇଁ ଦର୍ଶାଯାଇଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା । ଜଣେ ପାଳନା କରୁଛନ୍ତି ଏବଂ ଅନ୍ୟ ଜଣେ ବିନାଶ କରୁଛନ୍ତି । ଏହା ବହୁତ ବୁଝିବା ଯୋଗ୍ୟ କଥା । ଭଗବାନୁବାଚ - ମୁଁ ତୁମକୁ ରାଜଯୋଗ ଶିଖାଉଛି । ସେହି ଭଗବାନ୍ କେବେ ଆସିଥିଲେ ଏବଂ ଆସି ରାଜଯୋଗ ଶିଖାଇ କେବେ ରାଜପଦ ଦିଆଇଥିଲେ, ତାହା ବି ବର୍ତ୍ତମାନ ତୁମେ ବୁଝୁଛ । ୮୪ ଜନ୍ମର ରହସ୍ୟ ବି ବୁଝାଇଛନ୍ତି । ପୂଜ୍ୟ-ପୂଜାରୀର ବିଷୟ ବି ବୁଝାଇଛନ୍ତି । ବିଶ୍ୱରେ ଏହି ଲକ୍ଷ୍ମୀ ନାରାୟଣଙ୍କର ଶାନ୍ତିର ରାଜ୍ୟ ହିଁ ଥିଲା ନା, ଯାହାକୁ ସାରା ଦୁନିଆ ଚାହୁଁଛି । ଯେତେବେଳେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା ସେତେବେଳେ ସମସ୍ତେ ଶାନ୍ତିଧାମରେ ଥିଲେ । ଏବେ ଆମେ ଶ୍ରୀମତ ଆଧାରରେ ଏହି କାର୍ଯ୍ୟ କରୁଛୁ । ଅନେକଥର କରିଥିଲୁ ଏବଂ କରୁଥିବୁ । ଏହା ବି ଜାଣିଛନ୍ତି - କୋଟିକରେ କେହି ଜଣେ ଏ ଜ୍ଞାନକୁ ବୁଝିବେ । ଦେବୀ ଦେବତା ଧର୍ମାବଲମ୍ବୀଙ୍କୁ ହିଁ ଅନୁଭବ ହେବ । ଭାରତର ହିଁ କଥା ଅଟେ । ଯିଏ ଏହି କୂଳର ହୋଇଥିବେ ସେହିମାନେ ବାହାରି ଆସୁଛନ୍ତି ଏବଂ ଆହୁରି ଆସିବେ । ଯେପରି ତୁମେ ବାହାରିଛ, ସେହିପରି ଆହୁରି ପ୍ରଜା ମଧ୍ୟ ତିଆରି ହେବେ । ଯିଏ ଭଲ ପଢନ୍ତି ସେ ଉଚ୍ଚପଦ ପାଆନ୍ତି । ମୁଖ୍ୟ ହେଉଛି ଜ୍ଞାନ, ଯୋଗ । ଯୋଗ ପାଇଁ ମଧ୍ୟ ଜ୍ଞାନ ଦରକାର । ତା’ପରେ ପାୱାର ହାଉସ୍‌ଙ୍କ ସହିତ ଯୋଗ ଦରକାର । ଯୋଗ ଆଧାରରେ ବିକର୍ମ ବିନାଶ ହେବ ସ୍ୱାସ୍ଥ୍ୟବାନ ଓ ଧନବାନ ମଧ୍ୟ ହେବ । ସମ୍ମାନର ସହିତ ଉତ୍ତୀର୍ଣ୍ଣ ମଧ୍ୟ ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବିତିଯାଇଥିବା କଥାକୁ ଚିନ୍ତା କରିବାର ନାହିଁ । ଏ ପର୍ଯ୍ୟନ୍ତ ଯାହା କିଛି ପଢିଛ ସେଗୁଡିକୁ ଭୁଲିବାର ଅଛି, ଏକମାତ୍ର ବାବାଙ୍କଠାରୁ ଶୁଣିବାର ଅଛି ଏବଂ ନିଜର ବ୍ରାହ୍ମଣ କୁଳକୁ ସଦା ସର୍ବଦା ସ୍ମୃତିରେ ରଖିବାର ଅଛି ।

(୨) ସମ୍ପୂର୍ଣ୍ଣ ନିଶ୍ଚୟବୁଦ୍ଧି ହୋଇ ରହିବାର ଅଛି । କୌଣସି ବି କଥାରେ ସଂଶୟ ଉତ୍ପନ୍ନ କରିବାର ନାହିଁ । ଈଶ୍ୱରୀୟ ସଙ୍ଗ ଏବଂ ପାଠପଢାକୁ କେବେହେଲେ ଛାଡିବାର ନାହିଁ ।

ବରଦାନ:-
ଆତ୍ମିକ ପ୍ରେମୀକଙ୍କର ଆକର୍ଷଣରେ ଆକର୍ଷିତ ହୋଇ ମେହନତଠାରୁ ମୁକ୍ତ ରହୁଥିବା ଆତ୍ମିକ ପ୍ରେମିକା ଭବ ।

ତୁମେମାନେ ତାଙ୍କର ଆତ୍ମିକ ଆକର୍ଷଣରେ ଆକର୍ଷିତ ହୋଇ ନିଜର ସଚ୍ଚା ପ୍ରେମୀକଙ୍କୁ ଜାଣିଯାଇଛ, ପାଇ ଯାଇଛ ଏବଂ ଯଥାର୍ଥ ଠିକଣାରେ ପହଞ୍ଚିଯାଇଛ । ଯେତେବେଳେ ଏହିଭଳି ପ୍ରେମିକା ସ୍ୱରୂପ ଆତ୍ମାମାନେ ଏହିଭଳି ପ୍ରେମର ରେଖା ଭିତରେ ପହଞ୍ଚି ଯାଉଛନ୍ତି ସେତେବେଳେ ସେମାନେ ଅନେକ ପ୍ରକାରର ମେହନତଠାରୁ ମୁକ୍ତ ହୋଇଯାଉଛନ୍ତି କାହିଁକି ନା ଏଠାରେ ଜ୍ଞାନ ସାଗରଙ୍କର ସ୍ନେହର ଲହଡି, ଶକ୍ତିର ଲହଡି... ସଦାକାଳ ପାଇଁ ସତେଜ କରି ଦେଉଛି । ତେବେ ମନୋରଞ୍ଜନ କରିବାର ଏହି ବିଶେଷ ସ୍ଥାନ ବା ମିଳନ କରିବାର ସ୍ଥାନକୁ ଆତ୍ମିକ ପ୍ରେମିକ ବିଶେଷ କରି ତୁମ ଭଳି ପ୍ରେମୀକାମାନଙ୍କ ପାଇଁ ହିଁ ତିଆରି କରିଛନ୍ତି ।

ସ୍ଲୋଗାନ:-
ଏକାନ୍ତବାସୀ ହେବା ସହିତ ଏକନାମୀ ଏବଂ ଇକୋନମୀ ଅର୍ଥାତ୍ ମିତବ୍ୟୟୀ ହୁଅ ।