27.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ତୁମେ ବାବାଙ୍କଠାରୁ ହେଲ୍‌ଥ, ୱେଲ୍‌ଥ ଏବଂ ହାପିନେସ୍ (ସ୍ୱାସ୍ଥ୍ୟ, ସମ୍ପତ୍ତି ଓ ଖୁସି) ରୂପକ ସମ୍ପତ୍ତି ନେବା ପାଇଁ ଆସିଛ, ଈଶ୍ୱରୀୟ ମତରେ ଚାଲିବା ଦ୍ୱାରା ହିଁ ବାବାଙ୍କ ଠାରୁ ସମ୍ପତ୍ତି ମିଳିଥାଏ ।”

ପ୍ରଶ୍ନ:-
ବାବା ସମସ୍ତ ସନ୍ତାନମାନଙ୍କୁ ବିକଳ୍ପଜିତ୍ ହେବାର କେଉଁ ଉପାୟ ବତାଇଛନ୍ତି?

ଉତ୍ତର:-
ବିକଳ୍ପଜିତ୍ ହେବା ପାଇଁ ନିଜକୁ ଆତ୍ମା ମନେ କରି ଭାଇ-ଭାଇର ଦୃଷ୍ଟିରେ ଦେଖ । ଶରୀରକୁ ଦେଖିବା ଦ୍ୱାରା ବିକଳ୍ପ ଅର୍ଥାତ୍ ବିକାରୀ ସଂକଳ୍ପ ଆସିଥାଏ, ସେଥିପାଇଁ ଭ୍ରୁକୁଟୀରେ ଆତ୍ମା ଭାଇକୁ ଦେଖ । ପବିତ୍ର ହେବାକୁ ହେଲେ ଏହି ଦୃଷ୍ଟିକୁ ପକ୍କା କର । ନିରନ୍ତର ପତିତ-ପାବନ ବାବାଙ୍କୁ ମନେ ପକାଅ । ମନେ ପକାଇବା ଦ୍ୱାରା ଆତ୍ମାରୁ କଳଙ୍କି ଛାଡିଯିବ, ଖୁସି ବଢିଯିବ ଏବଂ ବିକଳ୍ପ ଉପରେ ବିଜୟ ପ୍ରାପ୍ତ କରିପାରିବ ।

ଓମ୍ ଶାନ୍ତି ।
ଶିବ ଭଗବାନୁବାଚ ନିଜର ଶାଳଗ୍ରାମମାନଙ୍କ ପ୍ରତି । ଶିବ ଭଗବାନୁବାଚ ଅର୍ଥାତ୍ ନିଶ୍ଚିତ ଭାବରେ ଶରୀରର ଆଧାର ନେଉଥିବେ ତେବେ ତ ଉବାଚ ହୋଇପାରିବ । କହିବା ନିମନ୍ତେ ମୁଖ ନିଶ୍ଚିତ ଆବଶ୍ୟକ । ଶୁଣିବା ପାଇଁ କାନ ମଧ୍ୟ ନିହାତି ଦରକାର । ଆତ୍ମାକୁ କାନ ଓ ମୁଖର ଆବଶ୍ୟକତା ରହିଛି । ଏବେ ତୁମକୁ ଈଶ୍ୱରୀୟ ମତ ମିଳୁଛି । ଯାହାକୁ ରାମଙ୍କର ମତ ବୋଲି କୁହାଯାଉଛି । ଅନ୍ୟମାନେ ତ ରାବଣ ମତରେ ଅଛନ୍ତି । ଗୋଟିଏ ହେଲା ଈଶ୍ୱରୀୟ ମତ ଏବଂ ଅନ୍ୟଟି ଆସୁରୀ ମତ । ଈଶ୍ୱରୀୟ ମତ ଅଧାକଳ୍ପ ଚାଲୁଛି । ବାବା ଈଶ୍ୱରୀୟ ମତ ଦେଇ ତୁମମାନଙ୍କୁ ଦେବତା କରୁଛନ୍ତି ପୁଣି ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ସେହି ମତ ରହିବ । ସେଠାରେ ଜନ୍ମ ମଧ୍ୟ କମ୍ ହେବ କାହିଁକି ନା ଯୋଗୀ ଜୀବନ ବିତାନ୍ତି । ଦ୍ୱାପର-କଳିଯୁଗରେ ରାବଣ ମତ । ଏଠାରେ ଜନ୍ମ ମଧ୍ୟ ବହୁତ ନେଉଛନ୍ତି, କାହିଁକି ନା ଭୋଗୀ ଜୀବନ ବିତାଉଛନ୍ତି, ସେଥିପାଇଁ ଆୟୁ ମଧ୍ୟ କମ୍ ହେଉଛି । ବହୁତ ସମ୍ପ୍ରଦାୟ ହୋଇଯାଇଥାଏ ତେଣୁ ବହୁତ ଦୁଃଖୀ ହୋଇଥାନ୍ତି । ରାମ ମତଧାରୀମାନେ ରାବଣ ମତରେ ମିଶିଯାଉଛନ୍ତି । ତେଣୁ ସମଗ୍ର ଦୁନିଆରେ ରାବଣ ମତ ହୋଇଯାଉଛି । ପୁଣି ବାବା ଆସି ସମସ୍ତଙ୍କୁ ରାମ ମତ ଦେଉଛନ୍ତି । ସତ୍ୟଯୁଗରେ ରାମଙ୍କ ମତ ଅର୍ଥାତ୍ ଈଶ୍ୱରୀୟ ମତ । ଯାହାକୁ ସ୍ୱର୍ଗ ବୋଲି କୁହାଯାଏ । ଈଶ୍ୱରୀୟ ମତ ଦ୍ୱାରା ସ୍ୱର୍ଗର ସ୍ଥାପନା ଅଧାକଳ୍ପ ପାଇଁ ହୋଇଯାଉଛି । ଅଧାକଳ୍ପ ପରେ ରାବଣ ରାଜ୍ୟ ଆରମ୍ଭ ହେଉଛି, ଯାହାକୁ ଆସୁରୀ ମତ କୁହାଯାଉଛି । ଏବେ ନିଜକୁ ପଚାର ଯେ - ଆମେ ଆସୁରୀ ମତରେ କ’ଣ କରୁଥିଲୁ? ଈଶ୍ୱରୀୟ ମତ ଦ୍ୱାରା କ’ଣ କରୁଛୁ? ପୂର୍ବରୁ ନର୍କବାସୀ ଥିଲୁ ପୁଣି ଶିବାଳୟରେ ସ୍ୱର୍ଗବାସୀ ହେଉଛୁ । ସତ୍ୟଯୁଗ ଏବଂ ତ୍ରେତା ଯୁଗକୁ ଶିବାଳୟ କୁହାଯାଏ । ଯାହାଙ୍କ ନାମରେ ସ୍ଥାପନା ହେଉଛି ତାଙ୍କ ନାମ ନିଶ୍ଚିତ ରଖିବେ । ତେଣୁ ତାହା ହେଉଛି ଶିବାଳୟ, ଯେଉଁଠି ଦେବତାମାନେ ରହୁଛନ୍ତି । ରଚୟିତା ବାବା ହିଁ ତୁମକୁ ଏହି କଥା ବୁଝାଉଛନ୍ତି । କ’ଣ ରଚନା କରୁଛନ୍ତି, ସେ କଥା ମଧ୍ୟ ତୁମେ ସନ୍ତାନମାନେ ଜାଣିଛ, ସମସ୍ତ ରଚନା ଏହି ସମୟରେ ତାଙ୍କୁ ଡାକୁଛନ୍ତି - ହେ ପତିତ-ପାବନ ଅଥବା ହେ ମୁକ୍ତିଦାତା, ରାବଣ ରାଜ୍ୟରୁ ଅଥବା ଦୁଃଖରୁ ମୁକ୍ତ କରୁଥିବା ମୁକ୍ତିଦାତା । ଏବେ ତୁମେମାନେ ପ୍ରକୃତ ସୁଖ ବିଷୟରେ ଜାଣୁଛ, ତେଣୁ ଏହାକୁ ଦୁଃଖ ବୋଲି ଭାବୁଛ । ନଚେତ୍ କେହି ଏହାକୁ ଦୁଃଖ ବୋଲି ଭାବୁ ନାହାଁନ୍ତି । ଯେପରି ବାବା ମନୁଷ୍ୟ ସୃଷ୍ଟିର ବୀଜରୂପ, ଜ୍ଞାନର ସାଗର ଅଟନ୍ତି ସେହିପରି ତୁମେ ମଧ୍ୟ ଜ୍ଞାନର ସାଗର ହେଉଛ । ବୀଜରେ ବୃକ୍ଷର ଜ୍ଞାନ ରହିଥାଏ । କିନ୍ତୁ ତାହା ହେଉଛି ଜଡ । ଯଦି ଚୈତନ୍ୟ ହୋଇଥାନ୍ତା ତେବେ କହିଥାନ୍ତା । ତୁମେମାନେ ଚୈତନ୍ୟ ହୋଇଥିବାରୁ ବୃକ୍ଷକୁ ଜାଣିଛ । ବାବାଙ୍କୁ କୁହାଯାଉଛି ମନୁଷ୍ୟ ସୃଷ୍ଟିର ବୀଜରୂପ, ସତ୍‌, ଚିତ୍‌, ଆନନ୍ଦ ସ୍ୱରୂପ । ଏହି ବୃକ୍ଷର ଉତ୍ପତ୍ତି ଏବଂ ପାଳନା କିପରି ହେଉଛି, ଏକଥା କେହି ଜାଣି ନାହାଁନ୍ତି । ଏପରି ନୁହେଁ ଯେ, ନୂଆ ବୃକ୍ଷ ଉତ୍ପନ୍ନ ହେଉଛି । ବାବା ବୁଝାଉଛନ୍ତି - ପୁରୁଣା ହୋଇଯାଇଥିବା ବୃକ୍ଷର ମନୁଷ୍ୟମାନେ ଡାକୁଛନ୍ତି, କହୁଛନ୍ତି - ଆସି ରାବଣ କବଳରୁ ଆମକୁ ମୁକ୍ତ କର କାହିଁକି ନା ବର୍ତ୍ତମାନ ରାବଣ ରାଜ୍ୟ ଚାଲିଛି । ମନୁଷ୍ୟ ତ ରଚୟିତା କିମ୍ବା ରଚନାକୁ ଜାଣି ନାହାଁନ୍ତି । ସ୍ୱୟଂ ବାବା କହୁଛନ୍ତି, ମୁଁ ଥରେ ମାତ୍ର ସ୍ୱର୍ଗ ତିଆରି କରୁଛି । ସ୍ୱର୍ଗ ପରେ ପୁଣି ନର୍କ ହେଉଛି । ରାବଣର ପ୍ରବେଶତା ହେଉଛି ତେଣୁ ସମସ୍ତେ ବାମମାର୍ଗରେ ଚାଲିଯାଉଛନ୍ତି । ସତ୍ୟଯୁଗରେ ହେଲ୍‌ଥ, ୱେଲ୍‌ଥ, ହାପିନେସ୍ ସବୁ କିଛି ଥାଏ । ତୁମେ ଏଠାକୁ ବାବାଙ୍କଠାରୁ ସ୍ୱାସ୍ଥ୍ୟ, ସମ୍ପତ୍ତି ଏବଂ ଖୁସି ନେବା ପାଇଁ ଆସିଛ କାହିଁକି ନା ସ୍ୱର୍ଗରେ କେବେ ଦୁଃଖ ରହିବ ନାହିଁ । ତୁମର ମନରେ ରହିଛି ଯେ, ଆମେ କଳ୍ପ-କଳ୍ପ ପୁରୁଷୋତ୍ତମ ସଂଗମଯୁଗରେ ପୁରୁଷାର୍ଥ କରୁଛୁ । ଏହାର ନାମ କେତେ ସୁନ୍ଦର । ଅନ୍ୟ କୌଣସି ଯୁଗକୁ ପୁରୁଷୋତ୍ତମ କୁହାଯିବ ନାହିଁ । ସେଥିରେ କେବଳ ସିଡି ତଳକୁ ଓହ୍ଲାଇଥା’ନ୍ତି । ବାବାଙ୍କୁ ଡାକୁଛନ୍ତି, ସମର୍ପଣ ମଧ୍ୟ କରୁଛନ୍ତି । କିନ୍ତୁ ଏକଥା ଜାଣି ନାହାଁନ୍ତି ଯେ ବାବା କେବେ ଆସିବେ । ଡାକୁଛନ୍ତି - ହେ ଈଶ୍ୱରୀୟ ପିତା ଦୁଃଖରୁ ମୁକ୍ତ କର, ଗାଇଡ୍ ହୁଅ । ସିଏ ମୁକ୍ତିଦାତା, ତେଣୁ ନିଶ୍ଚିତ ଆସିବାକୁ ପଡିବ । ପୁଣି ଗାଇଡ୍ ହୋଇ ନେଇଯିବାକୁ ହେବ । ବାବା ସନ୍ତାନମାନଙ୍କୁ ବହୁତ ଦିନ ପରେ ଦେଖୁଛନ୍ତି ତେଣୁ ବହୁତ ଖୁସି ହେଉଛନ୍ତି । ସେ ଲୌକିକ ପିତା ଓ ଇଏ ଆତ୍ମିକ ପିତା ଅଟନ୍ତି । ବାବା କ୍ରିଏଟର (ରଚୟିତା) ମଧ୍ୟ ଅଟନ୍ତି । ରଚନା କରି ପୁଣି ତାର ପାଳନା ମଧ୍ୟ କରୁଛନ୍ତି । ପୁନର୍ଜନ୍ମ ତ ନେବାକୁ ପଡୁଛି । କାହାର ୧୦ ତ କାହାର ୧୨ ସନ୍ତାନ ହୋଇଥାନ୍ତି, କିନ୍ତୁ ସେସବୁ ଲୌକିକ ସୁଖ, ଯାହା କାକ ବିଷ୍ଠା ସମାନ ଅଟେ । ସମସ୍ତେ ତମଃପ୍ରଧାନ ହୋଇଯାଇଥାଆନ୍ତି । ତମଃପ୍ରଧାନତା କାରଣରୁ ବହୁତ କମ୍ ସୁଖ ରହିଛି । ତୁମେମାନେ ସତ୍ୱପ୍ରଧାନ ତେଣୁ ବହୁତ ସୁଖ ଭୋଗ କରିବ ଏବଂ ସତ୍ୱପ୍ରଧାନ ହେବାର ଯୁକ୍ତି ମଧ୍ୟ ବାବା ହିଁ ଆସି ବୁଝାଉଛନ୍ତି । ବାବାଙ୍କୁ ସର୍ବଶକ୍ତିମାନ କୁହାଯାଉଛି । ମନୁଷ୍ୟ ଭାବୁଛନ୍ତି ଈଶ୍ୱର ସର୍ବଶକ୍ତିମାନ, ତେଣୁ ଯାହା ଚାହିଁବେ ତାହା କରିପାରିବେ । ମୃତକୁ ମଧ୍ୟ ଜୀବିତ କରି ଦେଇପାରିବେ । ଏକଦା କେହି ଜଣେ ଲେଖିଥିଲେ - ଯଦି ଆପଣ ଭଗବାନ୍ ତେବେ ମାଛିକୁ ଜୀବଦାନ ଦେଇ ଦେଖାନ୍ତୁ । ଏହିପରି ଢେର ପ୍ରଶ୍ନ ପଚାରୁଛନ୍ତି ।

ତୁମମାନଙ୍କୁ ବାବା ଶକ୍ତି ଦେଉଛନ୍ତି, ଯାହା ଫଳରେ ତୁମେ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ । ବାନରରୁ ମନ୍ଦିର ଯୋଗ୍ୟ ହେଉଛ । ସେମାନେ ପୁଣି କ’ଣ କ’ଣ ସବୁ ତିଆରି କରିଦେଇଛନ୍ତି । ବାସ୍ତବରେ ତୁମେ ସମସ୍ତେ ସୀତା ଭକ୍ତିନୀ ଅଟ । ମୁଁ ତୁମ ସମସ୍ତଙ୍କୁ ରାବଣଠାରୁ ମୁକୁଳାଇ ଦେଉଛି । ରାବଣ ଦ୍ୱାରା ତୁମକୁ କେବେ ହେଲେ ସୁଖ ମିଳିପାରିବ ନାହିଁ । ବର୍ତ୍ତମାନ ସମସ୍ତେ ରାବଣର ଜେଲ୍‌ରେ ଅଛନ୍ତି । ରାମଙ୍କର ଜେଲ୍ କୁହାଯିବ ନାହିଁ । ରାମ ରାବଣର ଜେଲ୍‌ରୁ ମୁକୁଳାଇବା ପାଇଁ ଆସୁଛନ୍ତି । ୧୦ ମୁଣ୍ଡଧାରୀ ରାବଣ ତିଆରି କରୁଛନ୍ତି । ତା’ର ୨୦ଟି ହାତ ଦେଖାଉଛନ୍ତି । ବାବା ବୁଝାଉଛନ୍ତି ୫ ବିକାର ସ୍ତ୍ରୀ ଠାରେ ଏବଂ ୫ ବିକାର ପୁରୁଷଠାରେ ରହିଛି । ତାକୁ ରାବଣ ରାଜ୍ୟ ଅଥବା ୫ ବିକାର ରୂପୀ ମାୟାର ରାଜ୍ୟ କୁହାଯାଉଛି । ଏପରି କୁହାଯିବ ନାହିଁ ଯେ - ଏହାଙ୍କ ପାଖରେ ବହୁତ ମାୟା ଅଛି । ମାୟାର ନିଶା ଚଢିଛି । ଧନକୁ ମାୟା କୁହାଯିବ ନାହିଁ । ଧନକୁ ସମ୍ପତ୍ତି ବୋଲି କୁହାଯାଏ । ତୁମକୁ ବହୁତ ସମ୍ପତ୍ତି ଆଦି ମିଳୁଛି । ତୁମକୁ କାହାଠାରୁ କିଛି ମାଗିବାର ଆବଶ୍ୟକତା ନାହିଁ, କାହିଁକି ନା ଏହା ହେଉଛି ପାଠପଢା । ପାଠପଢାରେ କ’ଣ ମଗାଯାଇଥାଏ କି? ଶିକ୍ଷକ ଯାହା ପଢାଇବେ ଛାତ୍ର ତାହା ପଢିବେ । ଯିଏ ଯେତେ ପଢିବ ସେତେ ପାଇବ । ଏଥିରେ ମାଗିବାର କୌଣସି କଥା ନାହିଁ । ଏଥିରେ ପବିତ୍ରତା ମଧ୍ୟ ଆବଶ୍ୟକ । ଗୋଟିଏ ଅକ୍ଷରର ମଧ୍ୟ ମୂଲ୍ୟ ଦେଖ କେତେ । ପଦମାପଦମ । ବାବାଙ୍କୁ ଯଥାର୍ଥ ରୂପେ ଚିହ୍ନି ତାଙ୍କୁ ମନେ ପକାଅ । ବାବା ପରିଚୟ ଦେଉଛନ୍ତି - ଆତ୍ମା ବିନ୍ଦୁ ସଦୃଶ, ମୁଁ ମଧ୍ୟ ବିନ୍ଦୁ ଅଟେ । କିନ୍ତୁ ସେ ସଦା ପବିତ୍ର ଅଟନ୍ତି । ଶାନ୍ତି, ଜ୍ଞାନ, ପବିତ୍ରତାର ସାଗର ଅଟନ୍ତି । ଜଣଙ୍କର ହିଁ ମହିମା କରାଯାଉଛି । ସମସ୍ତଙ୍କର ପଦବୀ ନିଜସ୍ୱ ଅଟେ । ଗୋଟିଏ ନାଟକ ମଧ୍ୟ ତିଆରି କରିଛନ୍ତି - କୋଣ-କୋଣରେ ଭଗବାନ୍‌, ଯିଏ ନାଟକ ଦେଖିଥିବେ ସେ ଜାଣିଥିବେ । ମହାବୀର ସନ୍ତାନମାନଙ୍କୁ ବାବା କହୁଛନ୍ତି ତୁମେମାନେ କେଉଁଠାକୁ ବି ଯାଅ କିନ୍ତୁ ସବୁ କିଛି କେବଳ ସାକ୍ଷୀ ହୋଇ ଦେଖ ।

ଏବେ ତୁମେ ରାମରାଜ୍ୟ ସ୍ଥାପନ କରୁଛ ରାବଣ ରାଜ୍ୟକୁ ସମାପ୍ତ କରିଦେଉଛ । ଏହା ହେଉଛି ବେହଦର କଥା । ସେମାନେ ଲୌକିକ କାହାଣୀ ତିଆରି କରିଦେଇଛନ୍ତି । ତୁମେ ହେଉଛ ଶିବଶକ୍ତି ସେନା । ଶିବ ସର୍ବଶକ୍ତିମାନ ଅଟନ୍ତି ନା । ତୁମେ ହେଉଛ ଶିବଙ୍କଠାରୁ ଶକ୍ତି ନେଉଥିବା ଶିବଙ୍କର ସେନା । ସେମାନେ ମଧ୍ୟ ଶିବସେନା ନାମ ରଖିଦେଇଛନ୍ତି । ବର୍ତ୍ତମାନ ତୁମର ନାମ କ’ଣ ରଖାଯିବ । ତୁମର ନାମ ରହିଛି ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ, ସମସ୍ତେ ତ ଶିବଙ୍କ ସନ୍ତାନ । ସମଗ୍ର ଦୁନିଆର ଆତ୍ମାମାନେ ତାଙ୍କର ସନ୍ତାନ । ଶିବଙ୍କଠାରୁ ତୁମକୁ ଶକ୍ତି ମିଳୁଛି । ଶିବବାବା ତୁମକୁ ଜ୍ଞାନ ଶିଖାଉଛନ୍ତି, ଯାହାଙ୍କଠାରୁ ତୁମକୁ ଏତେ ଶକ୍ତି ମିଳୁଛି ଯେ, ଅଧାକଳ୍ପ ତୁମେ ସମଗ୍ର ବିଶ୍ୱ ଉପରେ ରାଜ୍ୟ କରୁଛ । ଏହା ତୁମର ଯୋଗବଳ ଏବଂ ତାଙ୍କର ହେଉଛି ବାହୁବଳ । ଭାରତର ପ୍ରାଚୀନ ରାଜଯୋଗର ଗାୟନ ରହିଛି । ଚାହୁଁଛନ୍ତି ମଧ୍ୟ ଭାରତର ପ୍ରାଚୀନ ଯୋଗ ଶିଖିବୁ, ଯାହାଦ୍ୱାରା ସ୍ୱର୍ଗ ସ୍ଥାପନ ହୋଇଥିଲା । ଏ କଥା ମଧ୍ୟ କହୁଛନ୍ତି - ଖ୍ରୀଷ୍ଟଙ୍କଠାରୁ ଏତେ ବର୍ଷ ପୂର୍ବରୁ ସ୍ୱର୍ଗ ଥିଲା । କିପରି ତିଆରି ହୋଇଥିଲା? ଯୋଗବଳ ଦ୍ୱାରା । ତୁମେ ହେଉଛ ପ୍ରବୃତ୍ତି ମାର୍ଗୀ ସନ୍ନ୍ୟାସୀ । ସେମାନେ ଘର ଦ୍ୱାର ଛାଡି ଜଙ୍ଗଲକୁ ଚାଲିଯାଉଛନ୍ତି । ଡ୍ରାମା ଅନୁସାରେ ପ୍ରତ୍ୟେକଙ୍କୁ ପାର୍ଟ ମିଳିଛି । ଏତେ ଛୋଟ ବିନ୍ଦୁରେ କେତେ ପାର୍ଟ ରହିଛି, ଯାହାକୁ କୁଦରତ ବୋଲି କୁହାଯିବ । ବାବା ତ’ ସଦା ଶକ୍ତିମାନ୍ ଗୋଲଡେନ୍ ଏଜଡ୍ ଅଟନ୍ତି । ବର୍ତ୍ତମାନ ତୁମେ ତାଙ୍କଠାରୁ ଶକ୍ତି ନେଉଛ । ଡ୍ରାମା ମଧ୍ୟ ଏହିଭଳି ପ୍ରସ୍ତୁତ ହୋଇଛି । ଏପରି ନୁହେଁ ଯେ, ଭଗବାନ ହଜାରେ ସୂର୍ଯ୍ୟଠାରୁ ତେଜୋମୟ ଅଟନ୍ତି । ଯାହାର ଯେପରି ଭାବନା ରହିଥାଏ, ସେହି ଅନୁସାରେ ଦେଖିଥା’ନ୍ତି । ଆଖି ଲାଲ ହୋଇଯାଏ । କହନ୍ତି ବାସ୍‌, ସେତିକି ଥାଉ, ଆମେ ସହନ କରିପାରୁ ନାହଁ । ବାବା କହୁଛନ୍ତି ସେ ସବୁ ଭକ୍ତିମାର୍ଗର ସଂସ୍କାର । ଏହା ତ ଜ୍ଞାନ ଅଟେ, ଏଥିରେ ପାଠପଢିବାକୁ ହେବ । ବାବା ଶିକ୍ଷକ ମଧ୍ୟ ଅଟନ୍ତି, ପଢାଉଛନ୍ତି । କହୁଛନ୍ତି ତୁମକୁ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବାବା ବୁଝାଇଛନ୍ତି ଖରାପ କଥା ଶୁଣ ନାହିଁ... ମନୁଷ୍ୟମାନଙ୍କୁ ଜଣା ନାହିଁ ଯେ, ଏକଥା କିଏ କହିଛନ୍ତି, ପୂର୍ବରୁ ମାଙ୍କଡର ଚିତ୍ର ତିଆରି କରୁଥିଲେ । ଏବେ ମନୁଷ୍ୟମାନଙ୍କର ତିଆରି କରୁଛନ୍ତି । ବାବା ମଧ୍ୟ ନଳିନୀ କନ୍ୟାଙ୍କର ଚିତ୍ର ତିଆରି କରାଇଥିଲେ । ମନୁଷ୍ୟମାନଙ୍କୁ କେତେ ଭକ୍ତିର ନିଶା ରହିଛି । ଭକ୍ତିର ରାଜ୍ୟ ଅଟେ ନା । ବର୍ତ୍ତମାନ ଜ୍ଞାନର ରାଜ୍ୟ ହେଉଛି । କେତେ ଫରକ ହୋଇଯାଉଛି । ପିଲାମାନେ ଜାଣିଛନ୍ତି ବାସ୍ତବରେ ଜ୍ଞାନରେ ବହୁତ ସୁଖ ମିଳୁଛି । ପୁଣି ଭକ୍ତିରେ ସିଡି ତଳକୁ ଓହ୍ଲାଉଛନ୍ତି । ଆମେ ପ୍ରଥମେ ସତ୍ୟଯୁଗକୁ ଯାଉଛୁ ପୁଣି ଉଙ୍କୁଣୀ ସଦୃଶ ଧୀରେ ଧୀରେ ତଳକୁ ଓହ୍ଲାଉଛୁ । ୧୨୫୦ ବର୍ଷରେ ଦୁଇଟି କଳା କମ୍ ହୋଇଯାଉଛି । ଚନ୍ଦ୍ରମାର ଉଦାହରଣ ରହିଛି । ଚନ୍ଦ୍ରମାରେ ଗ୍ରହଣ ଲାଗି କଳା କମ୍ ହେବାରେ ଲାଗିଥାଏ ପୁଣି ଧିରେ ଧିରେ କଳା ବଢି ବଢି ୧୬ କଳା ହୋଇଥାଏ । ତାହା ହେଉଛି ଅଳ୍ପକାଳର କଥା । ଏହା ହେଉଛି ବେହଦର କଥା । ବର୍ତ୍ତମାନ ସମସ୍ତଙ୍କ ଉପରେ ରାହୁର ଗ୍ରହଣ ଲାଗିଛି । ସର୍ବୋଚ୍ଚ ଦଶା ବୃହସ୍ପତିର ଦଶା । ସବୁଠାରୁ ନୀଚ୍ଚ ଦଶା ରାହୁର ଦଶା । ଏକଦମ୍ ଦେବାଳିଆ କରିଦେଇଥାଏ । ବୃହସ୍ପତିର ଦଶା ଦ୍ୱାରା ଆମେ ଚଢୁଛୁ । ସେମାନେ ବେହଦର ବାବାଙ୍କୁ ଜାଣି ନାହାଁନ୍ତି । ବାସ୍ତବରେ ବର୍ତ୍ତମାନ ସମସ୍ତଙ୍କ ଉପରେ ରାହୁର ଦଶା ରହିଛି । ଏ କଥା ତୁମେମାନେ ଜାଣିଛ, ଅନ୍ୟ କେହି ଜାଣି ନାହାଁନ୍ତି । ରାହୁର ଦଶା ହିଁ କାଙ୍ଗାଳ କରି ଦେଉଛି । ବୃହସ୍ପତିର ଦଶା ଦ୍ୱାରା (ସାହୁକାର) ହେଉଛନ୍ତି । ଭାରତ କେତେ ଧନବାନ ଥିଲା । ବିଶ୍ୱରେ ଏକମାତ୍ର ଭାରତ ହିଁ ଥିଲା । ସତ୍ୟଯୁଗରେ ରାମରାଜ୍ୟ, ପବିତ୍ର ରାଜ୍ୟ ଥାଏ, ଯାହାର ମହିମା ହେଉଛି । ଅପବିତ୍ର ରାଜାମାନେ ଗାୟନ କରୁଛନ୍ତି ଆମେ ନିର୍ଗୁଣ ଆମ ପାଖରେ କୌଣସି ଗୁଣ ନାହିଁ... । ଏପରି ସଂସ୍ଥା ମଧ୍ୟ ତିଆରି କରିଛନ୍ତି ଯାହାର ନାମ ରଖିଛନ୍ତି ନିର୍ଗୁଣ ସଂସ୍ଥା - ଆରେ ଏ ସମଗ୍ର ଦୁନିଆ ହିଁ ନିର୍ଗୁଣ ସଂସ୍ଥା ଅଟେ । କେବଳ ଜଣଙ୍କର କଥା ନୁହେଁ । ପିଲାମାନଙ୍କୁ ସର୍ବଦା ମହାତ୍ମା କୁହାଯାଇଥାଏ । ତୁମେ ପୁଣି କହୁଛ କୌଣସି ଗୁଣ ନାହିଁ । ସମଗ୍ର ଦୁନିଆରେ କୌଣସି ଗୁଣ ନାହିଁ ତେଣୁ ରାହୁର ଦଶା ପଡିଛି । ବାବା କହୁଛନ୍ତି ଦାନ ଦେଲେ ଗ୍ରହଣ ଛାଡିଯିବ । ବର୍ତ୍ତମାନ ସମସ୍ତଙ୍କୁ ତ ଯିବାକୁ ହେବ ନା । ଦେହ ସହିତ ଦେହର ସମସ୍ତ ଧର୍ମକୁ ଛାଡ । ନିଜକୁ ଆତ୍ମା ନିଶ୍ଚୟ କର । ତୁମକୁ ଏବେ ଘରକୁ ଯିବାକୁ ହେବ । କିନ୍ତୁ ସମସ୍ତେ ଅପବିତ୍ର, ତେଣୁ କେହି ଘରକୁ ଫେରି ଯାଇପାରୁ ନାହାଁନ୍ତି । ଏବେ ବାବା ପବିତ୍ର ହେବାର ଯୁକ୍ତି ବତାଉଛନ୍ତି । ବେହଦର ବାବାଙ୍କୁ ମନେ ପକାଅ । କେହି କେହି କହୁଛନ୍ତି ବାବା ଆମେ ଭୁଲିଯାଉଛୁ । ବାବା କହୁଛନ୍ତି - ମଧୁର ସନ୍ତାନମାନେ, ପତିତ-ପାବନ ବାବାଙ୍କୁ ଭୁଲିଗଲେ ତୁମେ ପାବନ କିପରି ହେବ? ବିଚାର କର ଯେ, ତୁମେ କ’ଣ କହୁଛ? ଜୀବଜନ୍ତୁ ମଧ୍ୟ କେବେ ଏପରି କହିବେ ନାହିଁ ଯେ ଆମେ ବାପାଙ୍କୁ ଭୁଲିଯାଉଛୁ । ତୁମେ କ’ଣ କହୁଛ! ମୁଁ ତୁମର ଅବିନାଶୀ ପିତା, ତୁମେ ଅବିନାଶୀ ସମ୍ପତ୍ତି ନେବାକୁ ଆସିଛ । ନିରାକାର ବାବା ସାକାରରେ ଆସିଲେ ହିଁ ପାଠ ପଢାଇବେ ନା । ବର୍ତ୍ତମାନ ବାବା ଏହାଙ୍କ ଶରୀରରେ ପ୍ରବେଶ କରିଛନ୍ତି । ଇଏ ହେଉଛନ୍ତି ବାପଦାଦା । ଉଭୟଙ୍କର ଆତ୍ମା ଏହି ଭ୍ରୁକୁଟୀ ମଧ୍ୟରେ ରହିଛି । ତୁମେ ବାପଦାଦା କହୁଛ, ତେବେ ନିଶ୍ଚୟ ଉଭୟଙ୍କର ଆତ୍ମା ରହିଥିବ । ଶିବବାବା ଏବଂ ବ୍ରହ୍ମାଙ୍କ ଆତ୍ମା । ତୁମେ ସମସ୍ତେ ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ ହୋଇଛ । ତୁମକୁ ଜ୍ଞାନ ମିଳୁଥିବାରୁ ଜାଣିଛ ଯେ ଆମେ ଭାଇ-ଭାଇ ଅଟୁ । ପୁଣି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଆମେ ଭାଇ-ଭଉଣୀ ହେଉଛୁ । ଏହି ସ୍ମୃତି ପକ୍କା ହେବା ଉଚିତ୍ । କିନ୍ତୁ ବାବା ଦେଖୁଛନ୍ତି ଯେ ଭାଇ-ଭଉଣୀଙ୍କ ଭିତରେ ମଧ୍ୟ ନାମ-ରୂପର ଆକର୍ଷଣ ରହୁଛି । ଅନେକଙ୍କୁ ବିକଳ୍ପ ମଧ୍ୟ ଆସୁଛି । ସୁନ୍ଦର ଶରୀର ଦେଖିଲେ ବିକଳ୍ପ ଆସିଥାଏ । ଏବେ ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ଭାଇ-ଭାଇର ଦୃଷ୍ଟିରେ ଦେଖ । ସମସ୍ତ ଆତ୍ମା ପରସ୍ପର ଭାଇ ଭାଇ । ଆତ୍ମା ଭାଇ ଭାଇ ହେଲେ ପିତା ମଧ୍ୟ ନିଶ୍ଚିତ ରହିବା ଆବଶ୍ୟକ । ସମସ୍ତଙ୍କର ଜଣେ ହିଁ ବାପା । ସମସ୍ତେ ବାବାଙ୍କୁ ୟାଦ କରୁଛନ୍ତି । ବର୍ତ୍ତମାନ ବାବା କହୁଛନ୍ତି ସତ୍ତ୍ୱପ୍ରଧାନ ହେବାକୁ ହେଲେ ମୋତେ ମନେ ପକାଅ । ଯେତେ ଯୋଗଯୁକ୍ତ ହୋଇ ରହିବ ସେତେ କଳଙ୍କ ସଫା ହୋଇଯିବ, ଖୁସିର ନିଶା ଚଢିବ ଏବଂ ଆକର୍ଷଣ ମଧ୍ୟ ହେବ (ପୁରୁଷାର୍ଥର କ୍ରମ ଅନୁସାରେ) । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପାଠପଢା ଉପରେ ସଂପୂର୍ଣ୍ଣ ଧ୍ୟାନ ଦେଇ ନିଜକୁ ସମ୍ପତ୍ତିବାନ୍ କରାଇବାର ଅଛି । କାହାକୁ କିଛି ବି ମାଗିବାର ନାହିଁ । ଏକମାତ୍ର ବାବାଙ୍କର ସ୍ମୃତି ଏବଂ ପବିତ୍ରତାର ଧାରଣା ଦ୍ୱାରା ପଦମାପଦମପତି ହେବାକୁ ପଡିବ ।

(୨) ରାହୁର ଗ୍ରହଣରୁ ମୁକ୍ତ ହେବା ପାଇଁ ବିକାର ଗୁଡିକୁ ଦାନ ଦେବାକୁ ହେବ । ଖରାପ କଥା ଶୁଣ ନାହିଁ... ଯେଉଁ କଥା ଦ୍ୱାରା ତଳକୁ ଓହ୍ଳାଇଛୁ, ନିର୍ଗୁଣ ହୋଇଛୁ ତାକୁ ସବୁ ବୁଦ୍ଧିରୁ ଭୁଲିଯିବାକୁ ହେବ ।

ବରଦାନ:-
ପ୍ରଥମେ “ଆପଣ”ର ମନ୍ତ୍ର ଦ୍ୱାରା ସମସ୍ତଙ୍କଠାରୁ ସ୍ୱମାନ ଅର୍ଥାତ୍ ସମ୍ମାନ ପ୍ରାପ୍ତ କରୁଥିବା ନିର୍ମାଣ ତଥା ମହାନ ଭବ ।

ଏହି ମହାମନ୍ତ୍ର ସର୍ବଦା ମନେ ରହୁ ଯେ “ନିର୍ମାଣ ହିଁ ସର୍ବ ମହାନ ଅଟେ” । “ପ୍ରଥମେ ଆପଣ” କରିବା ଅର୍ଥାତ୍ ପ୍ରଥମେ ଅନ୍ୟମାନଙ୍କୁ ସୁଯୋଗ ଦେଇ ନିଜେ ପଛରେ ରହିବା ହିଁ ସମସ୍ତଙ୍କଠାରୁ ସ୍ୱମାନ ପ୍ରାପ୍ତ କରିବାର ଆଧାର । ମହାନ ହେବାର ଏହି ମନ୍ତ୍ରକୁ ବରଦାନ ରୂପରେ ସର୍ବଦା ସାଥୀରେ ରଖିଥାଅ । ବରଦାନ ଆଧାରରେ ପାଳିତ ହେବା ସହିତ ଉଡି ଉଡି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ । କିନ୍ତୁ ମେହନତ ସେତେବେଳେ କରିବାକୁ ପଡୁଛି ଯେତେବେଳେ ବରଦାନକୁ କାର୍ଯ୍ୟରେ ଲଗାଉ ନାହଁ । ଯଦି ବରଦାନରେ ପାଳିତ ହେଉଛ, ବରଦାନକୁ କାର୍ଯ୍ୟରେ ଲଗାଇ ଚାଲୁଛ ତେବେ ସବୁ ମେହନତ ସମାପ୍ତ ହୋଇଯିବ । ସର୍ବଦା ସଫଳତା ଏବଂ ସନ୍ତୁଷ୍ଟତାର ଅନୁଭବ କରିବାକୁ ଲାଗିବ ।

ସ୍ଲୋଗାନ:-
ଚେହେରା ଦ୍ୱାରା ସେବା କରିବା ପାଇଁ ନିଜର ଖୁସିବାସିଆ ହର୍ଷିତ ତଥା ଗମ୍ଭୀର ସ୍ୱରୂପକୁ ଜାଗ୍ରତ କର ।