28.04.24    Avyakt Bapdada     Odia Murli    23.03.99     Om Shanti     Madhuban


“ସମୟର ଆହ୍ୱାନ - ଦାତା ହୁଅ ।”


ଆଜି ସର୍ବଶ୍ରେଷ୍ଠ ଭାଗ୍ୟବିଧାତା, ସର୍ବଶକ୍ତିର ଦାତା ବାପଦାଦା ଚାରିଆଡର ସବୁ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି, ଚାହେଁ ମଧୁବନରେ ସମ୍ମୁଖରେ ବସିଛନ୍ତି ବା ଦେଶ-ବିଦେଶ ଯେଉଁଠାରେ ବି ରହି ଯୋଗଯୁକ୍ତ ସ୍ଥିତି ଦ୍ୱାରା ଶୁଣୁଛନ୍ତି ବା ଦେଖୁଛନ୍ତି କିନ୍ତୁ ହୃଦୟ ଭିତରେ ସମ୍ମୁଖରେ ଅଛନ୍ତି । ସେହିଭଳି ପିଲାମାନଙ୍କୁ ଦେଖି ବାପଦାଦା ହର୍ଷିତ ହେଉଛନ୍ତି । ତୁମେମାନେ ମଧ୍ୟ ହର୍ଷିତ ହେଉଛ ନା! ତେବେ ପିଲାମାନେ ମଧ୍ୟ ହର୍ଷିତ ହେଉଛନ୍ତି ଏବଂ ବାପଦାଦା ମଧ୍ୟ ହର୍ଷିତ ହେଉଛନ୍ତି । ଏହିଭଳି ହୃଦୟର ସଚ୍ଚା ହର୍ଷ ଅର୍ଥାତ୍ ଆନ୍ତରିକ ହସ ସାରା ଦୁନିଆର ଦୁଃଖକୁ ଦୂର କରିଦେବ । ତୁମମାନଙ୍କର ହୃଦୟର ଏହି ହସ ବା ଖୁସି ଆତ୍ମାମାନଙ୍କୁ ବାବାଙ୍କର ଅନୁଭବ କରାଇଦେବ କାହିଁକି ନା ବାବା ମଧ୍ୟ ସର୍ବଦା ସର୍ବ ଆତ୍ମାମାନଙ୍କର ସେବାଧାରୀ ଅଟନ୍ତି ଏବଂ ତୁମେ ସବୁ ପିଲାମାନେ ମଧ୍ୟ ବାବାଙ୍କର ସେବା ସାଥୀ ଅଟ । ସାଥୀ ଅଟ ନା! ତା’ ସହିତ ସାରା ବିଶ୍ୱର ଦୁଃଖକୁ ପରିବର୍ତ୍ତନ କରି ସର୍ବଦା ଖୁସିରେ ରହିବାର ଉପାୟ ବତାଇବାର ସେବାରେ ସର୍ବଦା ଉପସ୍ଥିତ ରହୁଛ ଅର୍ଥାତ୍ ସଦା ସେବାଧାରୀ ଅଟ । କେବଳ ଚାରିଘଣ୍ଟା ବା ଛଅ ଘଣ୍ଟା ସେବା କରିବାବାଲା ନୁହେଁ । ସବୁ ମୂହୁର୍ତ୍ତରେ ସେବାର ମଞ୍ଚ ଉପରେ ପାର୍ଟ କରୁଥିବା ପରମାତ୍ମ ସାଥୀ ଅଟ । ଯେପରି ଯୋଗ ନିରନ୍ତର ଅଟେ ସେହିପରି ସେବା ମଧ୍ୟ ନିରନ୍ତର ଅଟେ । ତେଣୁ ନିଜକୁ ନିରନ୍ତର ସେବାଧାରୀ ଅନୁଭବ କରୁଛ? ନା ୮-୧୦ ଘଣ୍ଟାର ସେବାଧାରୀ ଅଟ । ଏହି ବ୍ରାହ୍ମଣ ଜନ୍ମ ହିଁ ହେଉଛି ଯୋଗ କରିବା ପାଇଁ ଏବଂ ସେବା କରିବା ପାଇଁ । ଏହା ବ୍ୟତୀତ ଆଉ କିଛି କରିବାର ଅଛି କି? ନାହିଁ ନା! ପ୍ରତିଟି ନିଶ୍ୱାସରେ, ପ୍ରତି ମୂହୁର୍ତ୍ତରେ ଯୋଗ ଏବଂ ସେବା ଏକାଠି ଚାଲିଛି, ନା ସେବ କରିବାର ଘଣ୍ଟା ବା ସମୟ ଅଲଗା ଏବଂ ଯୋଗର ଅଲଗା? ନୁହେଁ ନା! ଆଚ୍ଛା! ସନ୍ତୁଳନ ରଖିଛ ତ? ଯଦି ୧୦୦ ପ୍ରତିଶତ ସେବା ହେଉଛି ତେବେ ୧୦୦ ପ୍ରତିଶତ ଯୋଗ ହେଉଛି ତ? ଉଭୟର ସନ୍ତୁଳନ ଅଛି ତ? ଏଥିରେ ଅନ୍ତର ଆସିଯାଉଛି ନା? କର୍ମଯୋଗୀର ଅର୍ଥ ହେଲା କର୍ମ ଏବଂ ଯୋଗ, ସେବା ଏବଂ ଯୋଗ - ଉଭୟର ସନ୍ତୁଳନ ସମାନ ସମାନ ରହିବା ଦରକାର । ଏମିତି ନୁହେଁ ଯେ କେତେବେଳେ ଯୋଗ ଅଧିକ ହୋଇଯାଉଥିବ ଏବଂ ସେବା କମ୍ ହେଇଥିବ ବା ସେବା ଅଧିକ ଯୋଗ କମ୍ ହେଉଥିବ । ଯେପରି ଆତ୍ମା ଏବଂ ଶରୀର ଯେତେ ସମୟ ପର୍ଯ୍ୟନ୍ତ ଏହି ରଙ୍ଗମଞ୍ଚ ଉପରେ ଅଛନ୍ତି ସେ ପର୍ଯ୍ୟନ୍ତ ଏକାଠି ରହିବେ ନା । ଅଲଗା ହୋଇ ପାରିବେ କି? ସେହିଭଳି ଯୋଗ ଏବଂ ସେବା ମଧ୍ୟ ଏକାଠି ରହିଥାଉ । ଯୋଗ ଅର୍ଥାତ୍ ବାବାଙ୍କ ସମାନ ହେବା ତଥା ନିଜର ସ୍ୱମାନର ମଧ୍ୟ ସ୍ମୃତିରେ ରହିବା । ଯେତେବେଳେ ବି ବାବାଙ୍କର ସ୍ମୃତି ରହୁଛି ସେତେବେଳେ ସ୍ୱତଃ ଭାବରେ ନିଜର ସ୍ୱମାନରେ ମଧ୍ୟ ସ୍ମୃତି ରହୁଛି । ଯଦି ସ୍ୱମାନରେ ରହୁନାହଁ ତେବେ ଯୋଗ ମଧ୍ୟ ଶକ୍ତିଶାଳୀ ହେଉ ନାହିଁ ।

ତେବେ ସ୍ୱମାନରେ ରହିବା ଅର୍ଥ ପିତାଙ୍କ ସମାନ ହେବା । ସମ୍ପୂର୍ଣ୍ଣ ରୂପରେ ସ୍ୱମାନରେ ରହିବା ହିଁ ବାପ ସମାନ ହେବା ଏବଂ ଏହିଭଳି ସର୍ବଦା ଯୋଗଯୁକ୍ତ ସ୍ଥିତିରେ ରହୁଥିବା ପିଲାମାନେ ସଦା ସର୍ବଦା ଦାତା ହୋଇଥିବେ, ନେବତା ନୁହେଁ । ଦେବତାର ଅର୍ଥ ହେଲା ଦେବାବାଲା । ତେଣୁ ଆଜି ବାପଦାଦା ସବୁ ପିଲାଙ୍କର ଦାତା ପଣିଆର ସ୍ଥିତିକୁ ଚେକ୍ କରୁଥିଲେ ଯେ ଦାତାଙ୍କର ସନ୍ତାନମାନେ କେତେ ମାତ୍ରାରେ ଦାତା ହେଲେଣି? ଯେପରି ବାବା କେବେ ବି ନେବାର ସଂକଳ୍ପ କରିପାରିବେ ନାହିଁ, କେବଳ ଦେବାର ସଂକଳ୍ପ କରିଥାଆନ୍ତି । ଯଦିଓ କହୁଛନ୍ତି ତୁମର ପୁରୁଣା ସବୁ କିଛି ଦେଇଦିଅ ତେବେ ବି ମଧ୍ୟ ପୁରୁଣା ବଦଳରେ ନୂଆ ଦେଉଛନ୍ତି । ବାବାଙ୍କର ନେବା ଅର୍ଥ ଦେବା । ତେବେ ବର୍ତ୍ତମାନ ସମୟରେ ବାପଦାଦାଙ୍କୁ ପିଲାମାନଙ୍କର ଗୋଟିଏ ଟପିକ୍ ଅର୍ଥାତ୍ ଭାଷଣ କରିବାର ବିଷୟବସ୍ତୁ ବହୁତ ଭଲ ଲାଗିଲା, ଯାହାକି ବିଦେଶର ଟପିକ୍ ଅଟେ । ତାହା କ’ଣ ଜାଣିଛ? (କଲ୍ ଅଫ୍ ଟାଇମ୍‌) ଅର୍ଥାତ୍ ସମୟର ଡାକରା ।

ତେବେ ବାପଦାଦା ଦେଖୁଥିଲେ ଯେ ପିଲାମାନଙ୍କ ପାଇଁ ସମୟର ଡାକରା କ’ଣ! ତୁମେମାନେ ଦେଖୁଛ ସାରା ବିଶ୍ୱର, ସେବା କରିବା ପାଇଁ ବାପଦାଦା ସେବାର ସାଥୀ ତ ନିଶ୍ଚିତ ଅଟନ୍ତି । କିନ୍ତୁ ବାପଦାଦା ଦେଖୁଛନ୍ତି ଯେ ପିଲାମାନଙ୍କ ପାଇଁ ସମୟର ଡାକରା ଏବେ କ’ଣ? ତୁମେମାନେ ମଧ୍ୟ ଭାବୁଛ ନା! ସମୟ ଏବେ କ’ଣ ଚାହୁଁଛି? ନିଜେ ନିଜ ପାଇଁ ଚିନ୍ତା କର । ସେବା କରିବା ପାଇଁ ଭାଷଣ ତ କରିଦେଲ, କିନ୍ତୁ ନିଜ ପାଇଁ ନିଜକୁ ହିଁ ପଚାର ଯେ ମୋ ପାଇଁ ସମୟର ଆହ୍ୱାନ କ’ଣ? ବର୍ତ୍ତମାନ ସମୟରେ ସମୟ କ’ଣ ଚାହୁଁଛି? ତେଣୁ ବାପଦାଦା ଦେଖୁଥିଲେ ଯେ ବର୍ତ୍ତମାନ ସମୟ ଅନୁସାରେ ପ୍ରତିମୂହୁର୍ତ୍ତରେ ପ୍ରତ୍ୟେକ ସନ୍ତାନକୁ ଦାତାପଣିଆର ସ୍ମୃତିକୁ ଆହୁରି ଅଧିକ ବଢାଇବାକୁ ହେବ । ଚାହେଁ ସ୍ୱଉନ୍ନତି ପ୍ରତି ଦାତା ପଣିଆର ଭାବନା ରଖ, ଚାହେଁ ସମସ୍ତଙ୍କ ପ୍ରତି ତୁମମାନଙ୍କର ସ୍ନେହ ପ୍ରତ୍ୟକ୍ଷ ରୂପରେ ଦେଖାଯାଉ । ଯିଏ ଯେମିତି ବି ହୋଇଥାଉ, ଯାହା ବି ହୋଇଥାଉ, ମୋତେ ଦେବାର ଅଛି । ତେଣୁ ଦାତା ସର୍ବଦା ବେହଦର ଅର୍ଥାତ୍ ବିଶାଳ ହୃଦୟବାଲା ହୋଇଥିବ, ସଂକୀର୍ଣ୍ଣ ହୃଦୟବାଲା ନୁହେଁ । ତା’ ସହିତ ଦାତା ସର୍ବଦା ସମ୍ପନ୍ନ ଅର୍ଥାତ୍ ଭରପୁର ଅବସ୍ଥାରେ ଥିବ । ଦାତା ସର୍ବଦା କ୍ଷମାର ମାଷ୍ଟର ସାଗର ହୋଇଥିବ । ସେହି କାରଣରୁ ନିଜ ଭିତରେ ହେଉ ବା ଅନ୍ୟମାନଙ୍କ ଭିତରେ ହେଉ, ଯେଉଁ ସବୁ ସଂକୀର୍ଣ୍ଣତାର ସଂସ୍କାର ଗୁଡିକ ରହିଛି ସେଗୁଡିକ ପ୍ରକଟ ହେବ ନାହିଁ, ସୁପ୍ତ ଅବସ୍ଥାରେ ରହିବ । କେହି ଦିଅନ୍ତୁ ବା ନ ଦିଅନ୍ତୁ କିନ୍ତୁ ମୋତେ ଦେବାର ଅଛି, ମୋତେ ଦାତା ହେବାର ଅଛି । କୌଣସି ବି ସ୍ୱଭାବ-ସଂସ୍କାରର ବଶୀଭୂତ ହୋଇଥିବା ପରବଶ ଆତ୍ମାକୁ ମୋତେ ସହଯୋଗ ଦେବାର ଅଛି । ତେବେ କାହାର ବି ଅଳ୍ପକାଳର ବିନାଶୀ ସଂସ୍କାର ତୁମକୁ ପ୍ରଭାବିତ କରିବ ନାହିଁ । କେହି ତୁମକୁ ସମ୍ମାନ ଦେଉ ବା ନ ଦେଉ, କିନ୍ତୁ ମୋତେ ଦେବାର ଅଛି । ଏହିଭଳି ଦାତାପଣିଆର ସଂସ୍କାର ଏବେ ପ୍ରକଟ ହେବା ଆବଶ୍ୟକ । ମନ ଭିତତେ ଇଚ୍ଛା ତ ଏହିଭଳି ଅଛି କିନ୍ତୁ.... ଏଥିରେ କିନ୍ତୁ ନ ଆସୁ ମୋତେ କରିବାକୁ ହିଁ ହେବ । ଏଭଳି କୌଣସି ଚାଲିଚଳନ ବା କଥାବାର୍ତ୍ତା ଯାହାକି ତୁମ ପାଇଁ ଆବଶ୍ୟକ ଅଟେ, ତୁମକୁ ଭଲ ଲାଗୁନାହିଁ, ତାକୁ ଆଦୌ ଗ୍ରହଣ କର ନାହିଁ । ଖରାପ ଜିନିଷକୁ କ’ଣ ଗ୍ରହଣ କରାଯାଏ କି? ମନ ଭିତରେ ଧାରଣ କରିବା ଅର୍ଥ ଗ୍ରହଣ କରିବା । କିନ୍ତୁ ତାହା ତୁମର ମସ୍କିଷ୍କ ପର୍ଯ୍ୟନ୍ତ ନ ଯାଉ । ଯେହେତୁ ତାହା ଖରାପ ଜିନିଷ, କିଛି ଭଲ ଜିନିଷ ନୁହେଁ ତେଣୁ ତାକୁ ଦିଲ୍‌ରେ ଅର୍ଥାତ୍ ହୃଦୟରେ ହେଉ ବା ଦିମାଗରେ ଅର୍ଥାତ୍ ମସ୍ତିଷ୍କରେ ହେଉ ସ୍ୱୀକାର କର ନାହିଁ । ଅର୍ଥାତ୍ ଧାରଣ କର ନାହିଁ । ବରଂ ସେଗୁଡିକୁ ନେବା ପରିବର୍ତ୍ତେ ନିଜେ ଦାତା ହୋଇ ଶୁଭଭାବନା ଏବଂ ଶୁଭକାମନା ଦିଅ । କାହାଠାରୁ ନିଅ ନାହିଁ, କାହିଁକି ନା ବର୍ତ୍ତମାନର ସମୟ ଅନୁସାରେ ଯଦି ତୁମର ଦିଲ୍ ଏବଂ ଦିମାଗ ଅର୍ଥାତ୍ ମନବୁଦ୍ଧି ଖାଲି ନ ଥିବ ଅର୍ଥାତ୍ ଫ୍ରି ନଥିବ ତେବେ ତୁମେ ନିରନ୍ତର ସେବାଧାରୀ ହୋଇପାରିବ ନାହିଁ । ଯଦି ତୁମର ମନ-ବୁଦ୍ଧି କୌଣସି କାର୍ଯ୍ୟରେ ବା କୌଣସି କଥାରେ ବ୍ୟସ୍ତ ରହିବ ତେବେ ତୁମେ ସେବା କ’ଣ କରିବ? ତାହାହେଲେ ଲୌକିକ କାର୍ଯ୍ୟରେ ଯେପରି କିଏ ଆଠଘଣ୍ଟା, କିଏ ଦଶଘଣ୍ଟା କାର୍ଯ୍ୟ କରୁଛନ୍ତି, ଏଠାରେ ମଧ୍ୟ ସେହିଭଳି ହୋଇଯିବ । କିଏ ୮ ଘଣ୍ଟାର ସେବାଧାରୀ, କିଏ ୬ ଘଣ୍ଟାର ସେବାଧାରୀ । ନିରନ୍ତର ସେବାଧାରୀ ହୋଇପାରିବ ନାହିଁ । ଚାହେଁ ମାନସିକ ସେବା କର, ଚାହେଁ ବାଣୀ ଦ୍ୱାରା କର, ଚାହେଁ କର୍ମଣା ଅର୍ଥାତ୍ ସମ୍ବନ୍ଧ-ସମ୍ପର୍କ ଦ୍ୱାରା କର ପ୍ରତ୍ୟେକ ମୂହୁର୍ତ୍ତରେ ଦାତା ଅର୍ଥାତ୍ ସେବାଧାରୀ । ମନ ବୁଦ୍ଧିକୁ ଖାଲି ରଖିବା ଦ୍ୱାରା ବାବାଙ୍କର ସେବାର ସାଥୀ ହୋଇପାରିବ । ହୃଦୟକୁ ସର୍ବଦା ସ୍ୱଚ୍ଛ ରଖିଲେ ନିରନ୍ତର ବାବାଙ୍କର ସେବା ସାଥୀ ହୋଇପାରିବ । ତୁମେ ସମସ୍ତେ ବାବାଙ୍କୁ କେଉଁ ପ୍ରତିଶ୍ରୃତି ଦେଇଛ? ସାଥୀରେ ରହିବୁ, ସାଥୀରେ ଯିବୁ । ଏହି ପ୍ରତିଶ୍ରୃତି ଦେଇଛ ନା? ନା ଆପଣ ଆଗରେ ଚାଲନ୍ତୁ କିନ୍ତୁ ଆମେ ପଛରେ ଆସିବୁ? ନୁହେଁ ନା? ସାଥୀରେ ରହିବାର ପ୍ରତିଶ୍ରୃତି ଦେଇଛ ନା? ତେବେ ବାବା ସେବା ନ କରି ରହିପାରିବେ କି? ପିଲାମାନଙ୍କୁ ମନେ ନ ପକାଇ ମଧ୍ୟ ରହି ପାରୁନାହାଁନ୍ତି । ବାବା ଯେତିକି ତୁମମାନଙ୍କର ସ୍ମୃତିରେ ରହୁଛନ୍ତି ସେତିକି ସ୍ମୃତି ବହୁତ ମେହନତ କରିବା ପରେ ତୁମମାନଙ୍କର ରହୁଛି । ଯଦିଓ ରହୁଛି କିନ୍ତୁ ବହୁତ ମେହନତ କରି, ଧ୍ୟାନ ଦେବା ପରେ ଯାଇ ରହୁଛି । ଏହାଛଡା ବାବାଙ୍କର ଆଉ କାମ କ’ଣ ଅଛି? ପରମଆତ୍ମାଙ୍କ ପାଇଁ ତ ଆତ୍ମାମାନେ ହିଁ ସବୁକିଛି ଅଟନ୍ତି । ଆତ୍ମାମାନଙ୍କ ଭିତରେ କ୍ରମଅନୁସାରେ ତ ନିଶ୍ଚିତ ଅଛନ୍ତି । କିନ୍ତୁ ପିଲାମାନଙ୍କୁ ମନେ ନ ପକାଇ ବାବା ମଧ୍ୟ ରହିପାରିବେ ନାହିଁ । କ’ଣ ବାବା ପିଲାମାନଙ୍କୁ ମନେ ନ ପକାଇ ରହିପାରିବେ? ତୁମେମାନେ ରହିପାରିବ? କେବେ କେବେ ଚଗଲାମି କରି ବୁଦ୍ଧିକୁ ଏଣେ ତେଣେ ମଧ୍ୟ କରିଦେଉଛ ।

ତେବେ କ’ଣ ଶୁଣିଲ? ସମୟର ଆହ୍ୱାନ - ଦାତା ହୁଅ । ଏହା ବହୁତ ଆବଶ୍ୟକ । ସାରା ବିଶ୍ୱର ଆତ୍ମାମାନେ ମଧ୍ୟ ଡାକୁଛନ୍ତି - ହେ ଆମର ଇଷ୍ଟଦେବ, ଇଷ୍ଟଦେବୀମାନେ.... ଇଷ୍ଟ ତ ଅଟ ନା! କୌଣସି ନା କୌଣସି ରୂପରେ ସର୍ବ ଆତ୍ମାମାନଙ୍କ ପାଇଁ ଇଷ୍ଟ ଅଟ । ତେଣୁ ଏବେ ସବୁ ଆତ୍ମାମାନେ ଡାକ ଛାଡୁଛନ୍ତି - ହେ ଇଷ୍ଟଦେବ, ଇଷ୍ଟଦେବୀମାନେ ଆମକୁ ପରିବର୍ତ୍ତନ କର । ଏହି ଡାକରା ଶୁଣାଯାଉଛି? ପାଣ୍ଡବମାନଙ୍କୁ ଶୁଣାଯାଉଛି? ଶୁଣିବା ପରେ ପୁଣି କ’ଣ କରୁଛ? ଯଦି ଶୁଣିପାରୁଛ ତେବେ ସେମାନଙ୍କୁ କିଛି ନା କିଛି ସୁରକ୍ଷା ଦେଉଛ, ନା ଭାବୁଛ ହଁ ଦେଖିବା, କିଛି ଦେବା? ଆତ୍ମାମାନଙ୍କର ଡାକରା ଶୁଭୁଛି ତ? ତେବେ ସମସ୍ତଙ୍କୁ ସମୟର ଡାକରା କ’ଣ, ତାହା ତ ଶୁଣାଉଛ କିନ୍ତୁ ନିଜେ ଆତ୍ମାମାନଙ୍କର ଡାକରାକୁ କେବଳ ଶୁଣୁଛ । ତେଣୁ ହେ ଇଷ୍ଟଦେବ-ଇଷ୍ଟଦେବୀମାନେ ଏବେ ନିଜର ଦାତା ପଣିଆର ରୂପକୁ ପ୍ରତ୍ୟକ୍ଷ କର । ମୋତେ ଦେବାକୁ ହିଁ ହେବ । କୌଣସି ବି ଆତ୍ମା ଯେପରି ବଞ୍ଚିତ ନ ରହୁ । ନଚେତ୍ ଉଲୁଗୁଣାର ମାଳା ପିନ୍ଧିବାକୁ ପଡିବ । ଉଲୁଗୁଣା ଅର୍ଥାତ୍ ଅପବାଦ ତ ଦେବେ ନା! ତେବେ ତୁମେମାନେ ଉଲୁଗୁଣାର ମାଳା ପିନ୍ଧିବାବାଲା ଇଷ୍ଟ ଅଟ ନା ଫୁଲମାଳା ପିନ୍ଧିବାବାଲା ଇଷ୍ଟ ଅଟ? କେଉଁଭଳି ଇଷ୍ଟ ଅଟ? ପୂଜ୍ୟ ଅଟ ନା? ଏମିତି ଭାବ ନାହିଁ ଯେ ଆମେ ତ ପଛରେ ଆସିଛୁ । ଯେଉଁମାନେ ବଡ ବଡ ସବୁ ଅଛନ୍ତି ସେହିମାନେ ହିଁ ଦାତା ହେବେ, ଆମେ କିପରି ହେବୁ । କିନ୍ତୁ ତାହା ନୁହେଁ, ସମସ୍ତଙ୍କୁ ଦାତା ହେବାକୁ ପଡିବ ।

ଯେଉଁମାନେ ପ୍ରଥମ ଥର ପାଇଁ ମଧୁବନକୁ ଆସିଛନ୍ତି ସେମାନେ ହାତ ଉଠାଅ । ଯେଉଁମାନେ ପ୍ରଥମ ଥର ଆସିଛନ୍ତି ସେମାନେ ଦାତା ହୋଇପାରିବେ ନା ଦ୍ୱିତୀୟ ତୃତୀୟ ବର୍ଷରେ ହେବ? ଏକବର୍ଷବାଲା ଦାତା ହୋଇପାରିବେ? (ହାଁ ଜୀ) ବହୁତ ବୁଦ୍ଧିମାନ ଅଟନ୍ତି । ବାପଦାଦା ପିଲାମାନଙ୍କର ସାହସ ପାଇଁ ସର୍ବଦା ଖୁସି ହେଉଛନ୍ତି । ଚାହେଁ ଏକମାସ ବାଲା ମଧ୍ୟ ହୋଇଥାଉ, ଏମାନେ ତ ଏକ ବର୍ଷର ବା ୬ ମାସର ମଧ୍ୟ ହୋଇଥିବେ କିନ୍ତୁ ବାପଦାଦା ଜାଣିଛନ୍ତି ଯେ ଏକ ବର୍ଷ ବାଲା ହୁଅନ୍ତୁ କି ଏକ ମାସବାଲା ହୁଅନ୍ତୁ, ଏକ ମାସରେ ମଧ୍ୟ ନିଜକୁ ବ୍ରହ୍ମାକୁମାର ବା ବ୍ରହ୍ମାକୁମାରୀ ବୋଲାଉଛ ନା! ତେବେ ବ୍ରହ୍ମାକୁମାର ବା ବ୍ରହ୍ମାକୁମାରୀ ହେବା ଅର୍ଥ ବ୍ରହ୍ମାବାବାଙ୍କର ସମ୍ପତ୍ତିର ଅଧିକାରୀ ହେବା । ବ୍ରହ୍ମାଙ୍କୁ ନିଜର ପିତା ବୋଲି ସ୍ୱୀକାର କରିଲ ବୋଲି ତ ବ୍ରହ୍ମାକୁମାର, କୁମାରୀ ହେଲ ନା? ତେବେ ବ୍ରହ୍ମାକୁମାର ଏବଂ ବ୍ରହ୍ମାକୁମାରୀ ଶିବପିତା ଏବଂ ବ୍ରହ୍ମା ପିତାଙ୍କର ସମ୍ପତ୍ତିର ଅଧିକାରୀ ହୋଇଗଲେ ନା! ନା ଏକମାସ ବାଲାଙ୍କୁ ସମ୍ପତ୍ତି ମିଳିବ ନାହିଁ? କ’ଣ ଏକମାସବାଲାଙ୍କୁ ସମ୍ପତ୍ତି ମିଳୁଛି? ଯେହେତୁ ସମ୍ପତ୍ତି ମିଳିଯାଇଛି ତେଣୁ ଦାନ ଦେବା ପାଇଁ ଦାତା ତ ହୋଇଥିବ ନା! ତେଣୁ ଯେଉଁ ସମ୍ପତ୍ତି ମିଳିଛି ତାକୁ ଦାନ କରିବା ତ ନିଶ୍ଚିତ ଆରମ୍ଭ କରିବା ଦରକାର ନା!

ଯଦି ନିଜର ପିତା ମନେ କରି ସମ୍ବନ୍ଧ-ଯୋଡିଦେଲ ତେବେ ଗୋଟିଏ ଦିନରେ ମଧ୍ୟ ସମ୍ପତ୍ତି ନେଇପାରିବ । ଏମିତି ନୁହେଁ ଯେ ହଁ ବହୁତ ଭଲ କଥା, ଏଠାରେ କୌଣସି ଶକ୍ତି ଅଛି, ବୁଝି ପାରୁଛି ଯେ... ଏସବୁ ନୁହେଁ, ସନ୍ତାନ ହିଁ ସମ୍ପତ୍ତିର ଅଧିକାରୀ ହୋଇଥାଏ । ବୁଝିବାବାଲା କି ଦେଖିବାବାଲା ନୁହେଁ । ଯଦି ଗୋଟିଏ ଦିନରେ ମଧ୍ୟ ଦିଲ୍‌ରେ ପିତା ବୋଲି ସ୍ୱୀକାର କରିନେଲ ତେବେ ସମ୍ପତ୍ତିର ଅଧିକାରୀ ହୋଇପାରିବ । ତୁମେମାନେ ତ ସମସ୍ତେ ଅଧିକାରୀ ଅଟ ନା । ତୁମେମାନେ ତ ବ୍ରହ୍ମାକୁମାରୀ, ବ୍ରହ୍ମାକୁମାର ଅଟ ନା, ନା ଏବେ ହେଉଛ? ହୋଇସାରିଛ, ନା ହେବା ପାଇଁ ଆସିଛ? କେହି ତୁମକୁ ବଦଳାଇ ଦେଇପାରିବ ନାହିଁ ତ? ବ୍ରହ୍ମାକୁମାର, ବ୍ରହ୍ମାକୁମାରୀ ହେବା ପରିବର୍ତ୍ତେ କେବଳ କୁମାର-କୁମାରୀ ହୋଇଯିବ, ଏକଥା ନୁହେଁ ତ? ତେବେ ବ୍ରହ୍ମାକୁମାର ଏବଂ ବ୍ରହ୍ମାକୁମାରୀ ହେବାରେ ଫାଇଦା କେତେ ମିଳୁଛି, ଜାଣିଛ? ଗୋଟିଏ ଜନ୍ମର ଫାଇଦା ନୁହେଁ, ଅନେକ ଜନ୍ମର ଫାଇଦା । ପୁରୁଷାର୍ଥ ତ ଅଧାଜନ୍ମ ବା ଚଉଠା ଜନ୍ମ କରୁଛ କିନ୍ତୁ ପ୍ରାରବ୍ଧ ଅନେକ ଜନ୍ମର ପାଉଛ । ତେଣୁ ଫାଇଦା ହିଁ ଫାଇଦା ହେଲା ନା!

ବାପଦାଦା ସମୟ ଅନୁସାରେ ବିଶେଷ କରି ଗୋଟିଏ କଥା ପ୍ରତି ସମସ୍ତଙ୍କର ଧ୍ୟାନ ଆକର୍ଷିତ କରାଉଛନ୍ତି କାହିଁକି ନା ବାପଦାଦା ପିଲାମାନଙ୍କର ଫଳାଫଳକୁ ତ ଦେଖିଚାଲିଛନ୍ତି ନା! ତେବେ ଫଳାଫଳ ରୂପରେ ଏହି ଦେଖିବାକୁ ମିଳିଲା ଯେ ପିଲାମାନଙ୍କ ଭିତରେ ସାହସ ବହୁତ ଭଲ ଅଛି, ଲକ୍ଷ୍ୟ ମଧ୍ୟ ବହୁତ ଭଲ ରଖିଛନ୍ତି କିନ୍ତୁ ଲକ୍ଷ୍ୟ ଅନୁସାରେ ଲକ୍ଷଣକୁ ଧାରଣ କରିବାରେ ଅନ୍ତର ରହିଛି । ଲକ୍ଷ୍ୟ ତ ସମସ୍ତଙ୍କର ନମ୍ବରୱାନ ଅଟେ, ଯାହାକୁ ବି ପଚାରିବ ତୁମର ଲକ୍ଷ ୨୧ ଜନ୍ମର ରାଜ୍ୟଭାଗ୍ୟ ନେବାର, ସୂର୍ଯ୍ୟବଂଶୀ ହେବାର, ନା ଚନ୍ଦ୍ରବଂଶୀ ହେବାର? ତେବେ ସମସ୍ତେ କେଉଁଥିରେ ହାତ ଉଠାଇବେ? ସୂର୍ଯ୍ୟବଂଶୀ ହେବାରେ ନା! ଏମିତି କେହି ଅଛନ୍ତି ଯିଏକି ଚନ୍ଦ୍ରବଂଶୀ ହେବାକୁ ଚାହୁଛଁନ୍ତି । କେହି ନାହାଁନ୍ତି । (ଜଣେ ହିଁ ହାତ ଉଠାଇଛନ୍ତି) ଭଲ କଥା, ନଚେତ୍ ସେହି ଆସନଟି ଖାଲି ରହିଯିବ । ତେଣୁ ସମସ୍ତଙ୍କର ଲକ୍ଷ୍ୟ ବହୁତ ଭଲ କିନ୍ତୁ ଲକ୍ଷ୍ୟ ଏବଂ ଲକ୍ଷଣର ସମାନ ତା ଉପରେ ଧ୍ୟାନ ଦେବା ଜରୁରୀ ଅଟେ । ଏହାର କାରଣ କ’ଣ? ଯେଉଁ କଥା ଆଜି ଶୁଣାଇଲୁ - କେବେ କେବେ ଦାତା ବଦଳରେ ନେବତା ହୋଇଯାଉଛ । ଏହା ହେଉ, ଇଏ କରୁ, ଇଏ ସାହାଯ୍ୟ କରୁ, ଇଏ ବଦଳିଲେ ମୁଁ ବଦଳିବି । ଏହି କଥା ଠିକ୍ ହେଲେ ଯାଇ ମୁଁ ଠିକ୍ ହେବି । ଏସିବୁ ହେଲା ନେବତା ହେବାର କଥା, ଦାତାପଣିଆର କଥା ନୁହେଁ । କେହି କିଛି ଦେଉ ବା ନ ଦେଉ ବାବା ତ ସବୁ କିଛି ଦେଇ ଦେଇଛନ୍ତି । କ’ଣ ବାବା କାହାକୁ ବହୁତ କାହାକୁ କମ୍‌, ଦେଉଛନ୍ତି କି? ଗୋଟିଏ ହିଁ ପାଠପଢା ଅଟେ ନା! ଚାହେଁ ୬୦ ବର୍ଷ ବାଲା ହୋଇଥାଉ କି ଏକମାସବାଲା ହୋଇଥାଉ, ପାଠପଢା ତ ଗୋଟିଏ, ନା ୬୦ ବର୍ଷ ବାଲାଙ୍କ ପାଇଁ ଅଲଗା ପାଠପଢା, ଏକ ମାସ ବାଲାଙ୍କ ପାଇଁ ଅଲଗା ପାଠପଢା? ସେମାନେ ମଧ୍ୟ ସେହି ପାଠ ପଢିଛନ୍ତି ଏବଂ ଏବେ ମଧ୍ୟ ସେହି ପାଠପଢା ଯାଉଛି, ସେହି ଜ୍ଞାନ, ସେହି ସ୍ନେହ, ସେହି ସର୍ବଶକ୍ତି । ସବୁକିଛି ଏକାଭଳି । ସେମାନଙ୍କୁ ୧୬ଟି ଶକ୍ତି, ଏମାନଙ୍କୁ ୮ଟି ଶକ୍ତି ତ ନୁହେଁ । ସମସ୍ତଙ୍କ ପାଇଁ ଏକାଭଳି ସମ୍ପତ୍ତି ମିଳୁଛି । ତେଣୁ ଯେବେକି ବାବା ସମସ୍ତଙ୍କୁ ଭପପୁର କରି ଦେଇଛନ୍ତି ତେବେ ଭରପୁର ଆତ୍ମା ତ ଦାତା ହୋଇଥାଏ, ନେବାବାଲା ନୁହେଁ । ମୋତେ ଦେବାର ଅଛି । କେହି ଦେଉ କି ନ ଦେଉ ସେମାନେ ନେବାର ଇଚ୍ଛୁକ ନଥାଆନ୍ତି, ଦେବାର ଇଚ୍ଛୁକ ଥାଆନ୍ତି ଏବଂ ତୁମେ ଦାତା ହୋଇ ଯେତେ ଯେତେ ଦେଇଚାଲିଥିବ ସେହି ଅନୁସାରେ ତୁମର ବଢି ବଢି ଚାଲିଥିବ । ଧରିନିଅ ତୁମେ କାହାକୁ ସ୍ୱମାନ ଦେଲ । ତେବେ ଅନ୍ୟକୁ ଦେବା ଅର୍ଥ ନିଜର ସ୍ୱମାନକୁ ବଢାଇବା । ତେଣୁ ତାହା ଦେବା ହେଲା ନାହିଁ ବରଂ ନେବା ହୋଇଯାଏ । ତେଣୁ ନିଅ ନାହିଁ, ଦିଅ ସେଥିରେ ଆପେ ଆପେ ନେବା ହୋଇଯିବ । ତେଣୁ ବୁଝିପାରିଲ - ସମୟର ଡାକରା ବା ଆହ୍ୱାନ କ’ଣ? ଦାତା ହୁଅ । କେବଳ ଗୋଟିଏ ଶବ୍ଦ ମନେ ରଖ । ଯାହା ବି ହୋଇଯାଉ “ଦାତା” ଶବ୍ଦକୁ ସର୍ବଦା ମନେ ରଖିଥାଅ । ଇଚ୍ଛା ମାତ୍ରର ଅବିଦ୍ୟା । ନା ସୂକ୍ଷ୍ମରେ ନେବାର ଇଚ୍ଛା, ନା ସ୍ଥୂଳରେ ନେବାର ଇଚ୍ଛା । ଦାତର ଅର୍ଥ ହେଲା ଇଚ୍ଛା ମାତ୍ରମ୍ ଅବିଦ୍ୟା । ସଦା ସମ୍ପନ୍ନ । କୌଣସି ପ୍ରକାରର ଅପ୍ରାପ୍ତିର ଅନୁଭବ ହେଉ ନ ଥିବ ଯାହାକୁ ପାଇବାର ଇଚ୍ଛା ହେଉଥିବ । ସର୍ବପ୍ରାପ୍ତି ସମ୍ପନ୍ନ ଆତ୍ମା । ତେବେ ତୁମମାନଙ୍କର ଲକ୍ଷ୍ୟ କ’ଣ? ସମ୍ପନ୍ନ ହେବାର ଲକ୍ଷ୍ୟ ରଖିଛ ନା? ନା ଯେତିକି ମିଳିଗଲେ ବି ଚଳିବ? ତେବେ ସମ୍ପନ୍ନ ହେବା ହିଁ ସମ୍ପୂର୍ଣ୍ଣ ହେବା ।

ଆଜି ବିଦେଶୀମାନଙ୍କୁ ବିଶେଷ ସୁଯୋଗ ମିଳିଛି । ଭଲ କଥା । ପ୍ରଥମ ସୁଯୋଗ ବିଦେଶୀମାନେ ନେଇଛନ୍ତି । ଗେହ୍ଲା ଅଟନ୍ତି ନା! ଅନ୍ୟ ସମସ୍ତଙ୍କୁ ମନା କରାଯାଇଛି କିନ୍ତୁ ବିଦେଶୀମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି । ବାପଦାଦା ତ ସବୁ ପିଲାଙ୍କୁ ମନେ ପକାଉଛନ୍ତି ପୁଣି ବି ଡବଲ ବିଦେଶୀ ମାନଙ୍କୁ ଦେଖି, ସେମାନଙ୍କର ସାହସକୁ ଦେଖି ବହୁତ ଖୁସି ଲାଗୁଛି । ଏବେ ଆଉ ପୂର୍ବ ଭଳି ହଲ୍‌ଚଲ୍‌ରେ ଆସୁ ନାହାଁନ୍ତି । ଏବେ ଫରକ ଆସିଗଲାଣି । ଆରମ୍ଭ ଆରମ୍ଭରୁ ଯେଉଁଭଳି ପ୍ରଶ୍ନ ଉଠୁଥିଲା ନା - ଇଣ୍ଡିଆନ୍ କଲଚର୍ ଅର୍ଥାତ୍ ଭାରତୀୟ ସଂସ୍କୃତି, ବିଦେଶର ସଂସ୍କୃତି.... ଏବେ କିନ୍ତୁ ସବୁ କଥା ବୁଝିହୋଇଗଲାଣି । ଏବେ ବ୍ରାହ୍ମଣ ସଂସ୍କୃତିରେ ଆସିଗଲେଣି । ନା ଭାରତୀୟ ସଂସ୍କୃତି, ନା ବିଦେଶୀ ସଂସ୍କୃତି - ବ୍ରାହ୍ମଣ କଲଚର୍‌ରେ ଆସିଗଲେଣି । ଇଣ୍ଡିଆନ୍ କଲଚର୍ ଟିକିଏ କଷ୍ଟ ଅଟେ କିନ୍ତୁ ବ୍ରାହ୍ମଣ କଲଚର୍ ତ ବହୁତ ସହଜ ଅଟେ ନା! ବ୍ରାହ୍ମଣ କଲଚର୍ ହେଲା ସ୍ୱମାନରେ ରୁହ ଏବଂ ସ୍ୱରାଜ୍ୟ ଅଧିକାରୀ ହୁଅ । ଏହା ହିଁ ହେଉଛି ବ୍ରାହ୍ମଣ କଲଚର । କ’ଣ ଏହା ପସନ୍ଦ ତ? ଏବେ ଆଉ କୌଣସି ପ୍ରଶ୍ନ ଆସୁ ନାହିଁ ତ? ଇଣ୍ଡିଆନ କଲଚରକୁ କିପରି ଆସିବୁ, କଷ୍ଟ ଲାଗୁଛି କି? ସହଜ ହୋଇଗଲା ନା? ଦେଖ ବିଦେଶରୁ ଯାଇ ପୁଣି ଏପରି କହିବ ନାହିଁ ଯେ ଏହା ଟିକିଏ କଷ୍ଟ ଲାଗୁଛି! ସେଠାକୁ ଯାଇ ଏପରି ଲେଖିବ ନାହିଁ । ସହଜ ତ କହିଦେଇଛି କିନ୍ତୁ ଏହି କଥା ଟିକିଏ କଷ୍ଟକର ଲାଗୁଛି! କ’ଣ ସହଜ ଲାଗୁଛି ନା ଅଳ୍ପ ଅଳ୍ପ କଷ୍ଟ ଲାଗୁଛି? ପ୍ରକୃତରେ ଟିକିଏ ବି କଷ୍ଟକର ନୁହେଁ । ଅତି ସହଜ । ଏବେ ସାରା ଖେଳ ଶେଷ ହୋଇଯାଇଛି ସେଥିପାଇଁ ହସ ଲାଗୁଛି । ଏବେ ତ ପକ୍କା ହୋଇଗଲେଣି । ପିଲାଦିନର ଖେଳ ଏବେ ସମାପ୍ତ ହୋଇଗଲାଣି । ଏବେ ଅନୁଭବୀ ହୋଇଗଲେଣି ଏବଂ ବାପଦାଦା ଦେଖୁଛନ୍ତି ଯେ ପୁରୁଣାମାନେ ଯେତିକି ପକ୍କା ହୋଇଚାଲିଛନ୍ତି, ନୂଆ ନୂଆ ଆସିବାବାଲା ମଧ୍ୟ ସେହି ଅନୁସାରେ ପକ୍କା ହୋଇଯାଉଛନ୍ତି । ଭଲ କଥା, ପରସ୍ପରକୁ ବହୁତ ଭଲ ଆଗକୁ ବଢାଇ ଚାଲିଛନ୍ତି । ଭଲ ମେହନତ କରୁଛନ୍ତି । ଏବେ ଆଉ ଦାଦିମାନଙ୍କ ପାଖକୁ କଥା -କାହାଣୀ ନେଇଯାଉନାହାଁନ୍ତି ତ! କ’ଣ ଏବେ ବି ଯାଉଛ କି? କମ୍ ହୋଇଗଲାଣି! ପାର୍ଥକ୍ୟ ଆସିଲାଣି ନା? (ଦାଦି ଜାନକୀଙ୍କୁ) ତେଣୁ ତୁମେ ଆଉ ରୋଗୀ ହେବ ନାହିଁ । କଥା-କାହାଣୀ ଶୁଣି ଶୁଣି ରୋଗୀ ହୋଇଯାଉଥିଲ, ତାହା ତ ସମାପ୍ତ ହୋଇଗଲା । ବହୁତ ଭଲ । ସମସ୍ତଙ୍କ ଭିତରେ ବିଶେଷ ଭଲ-ଭଲ ଗୁଣ ସବୁ ରହିଛି - ଦିଲ୍‌ର ସ୍ୱଚ୍ଛତା ମଧ୍ୟ ଅଛି । ଭିତରେ କିଛି ବି ରଖିବେ ନାହିଁ, ବାହାରକୁ ବାହାର କରିଦେବେ । ଯାହା ବି ହୋଇଥିବ ସତ କଥା କହିଦେବେ । ଏମିତି ନୁହେଁ ସେମିତି । କଥାକୁ ଏପଟ ସେପଟ ନକରି ସତ କଥା କହିଦିଅନ୍ତି । ଏହା ମଧ୍ୟ ଗୋଟିଏ ଭଲ ବିଶେଷତା । ସେଥିପାଇଁ ବାବା କହୁଛନ୍ତି ସଚ୍ଚା ଏବଂ ସ୍ୱଚ୍ଛ ହୃଦୟବାଲା ପିଲାମାନଙ୍କ ଉପରେ ବାବା ସନ୍ତୁଷ୍ଟ ରହିଥାଆନ୍ତି । ହଁ ତ ହଁ, ନା ତ ନା । ଏମିତି ନୁହେଁ ଯେ - ଦେଖିବା, କରିବା.... । ବାଧ୍ୟବାଧକତାରେ ଚାଲିବେ ନାହିଁ । ଯଦି ଚାଲିବେ ତେବେ ଭଲ ଭାବରେ ଚାଲିବେ, ନଚେତ୍ ଆଦୌ ଚାଲିବେ ନାହିଁ । ଆଚ୍ଛା!

ଯେଉଁ ପିଲାମାନେ ସବୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି, ବାପଦାଦା ସେମାନଙ୍କର ପତ୍ର ହେଉ ବା ଯାହା ବି ହେଉ ସ୍ୱୀକାର କରିନେଇଛନ୍ତି । ତା ସହିତ ପ୍ରତିଦାନ ରୂପରେ ସବୁ ପିଲାଙ୍କୁ ଦାତାପଣିଆର ବରଦାନ ଦେଉଛନ୍ତି । ଆଚ୍ଛା ଗୋଟିଏ ସେକେଣ୍ଡ ଭିତରେ ଉଡିଯାଇପାରିବ? ଡେଣାରେ ଶକ୍ତି ଅଛି ତ? ବାସ୍ ବାବା କହିଲ ଏବଂ ଉଡିଗଲ । (ଡ୍ରିଲ୍ କରାଇଲେ) ।

ଚାରିଆଡର ସର୍ବଶ୍ରେଷ୍ଠ ବାପ ସମାନ ଦାତା ପଣିଆର ଭାବନା ରଖିଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ, ନିରନ୍ତର ବାବା ଏବଂ ସେବାରେ ତତ୍‌ପର ରହୁଥିବା ପରମାତ୍ମ ସେବା ସାଥୀ ପିଲାମାନଙ୍କୁ, ସର୍ବଦା ନିଜର ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କରୁଥିବା, ସର୍ବଦା ବାବାଙ୍କର ସ୍ନେହୀ ଏବଂ ସମାନ ହୋଇ ନିକଟରେ ରହୁଥିବା ବାପଦାଦାଙ୍କର ନୟନର ତାରା, ସର୍ବଦା ବିଶ୍ୱ କଲ୍ୟାଣର ଭାବନାରେ ରହୁଥିବା ଦୟାଳୁ, ମାଷ୍ଟର କ୍ଷମାର ସାଗର ପିଲାମାନଙ୍କୁ, ଦୂରରେ ବସିଥିବା, ମଧୁବନରେ ମଧ୍ୟ ତଳେ ଅନ୍ୟ ହଲ୍‌ରେ ବସିଥିବା ଏବଂ ସମ୍ମୁଖରେ ବସିଥିବା ସମସ୍ତ ପିଲାମାନଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ଦିଲ୍ ଭିତରେ ଏକମାତ୍ର ଦିଲରାମ୍ ବାବାଙ୍କୁ ସମାହିତ କରି ଜଣଙ୍କ ସହିତ ସର୍ବ ସମ୍ବନ୍ଧର ଅନୁଭୂତି କରୁଥିବା ସନ୍ତୁଷ୍ଟ ଆତ୍ମା ଭବ ।

ଜ୍ଞାନକୁ ସମାହିତ କରି ରଖିବାର ସ୍ଥାନ ହେଲା ଦିମାଗ ଅର୍ଥାତ୍ ମସ୍ତିଷ୍କ କିନ୍ତୁ ଆତ୍ମିକ ପ୍ରେମୀକଙ୍କୁ ସମାହିତ କରି ରଖିବାର ସ୍ଥାନ ଦିଲ୍ ଅର୍ଥାତ୍ ହୃଦୟ ଅଟେ । କେହି କେହି ଆଶିକ୍ ଅର୍ଥାତ୍ ପ୍ରେମୀକା ଅଧିକ ବୁଦ୍ଧିମାନ ହେବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ବାପଦାଦା ସଚ୍ଚା ହୃଦୟବାନ୍ ପିଲାମାନଙ୍କ ଉପରେ ସନ୍ତୁଷ୍ଟ ରହିଥାଆନ୍ତି ସେଥିପାଇଁ ଦିଲ୍‌ର ଅନୁଭବ ଦିଲ୍ ଜାଣେ ଏବଂ ଦିଲାରାମ ଜାଣନ୍ତି । ଯେଉଁମାନେ ଦିଲ୍‌ର ସହିତ ସେବା କରନ୍ତି ବା ମନେ ପକାଇଥାଆନ୍ତି ସେମାନଙ୍କୁ ମେହନତ୍ କମ୍ କିନ୍ତୁ ସନ୍ତୁଷ୍ଟତା ଅଧିକ ମିଳିଥାଏ । ଦିଲ୍‌ବାଲା ପିଲାମାନେ ସର୍ବଦା ସନ୍ତୁଷ୍ଟତାର ଗୀତ ଗାଇଥାଆନ୍ତି । ସେମାନଙ୍କୁ ସମୟ ଅନୁସାରେ ଜଣଙ୍କଠାରୁ ସର୍ବ ସମ୍ବନ୍ଧର ଅନୁଭୂତି ହୋଇଥାଏ ।

ସ୍ଲୋଗାନ:-
ଯଦି ଅମୃତବେଳାରେ ସ୍ୱଚ୍ଛ ବୁଦ୍ଧି ହୋଇ ଯୋଗରେ ବସିବ ତେବେ ସେବାର ନୂଆ ନୂଆ ବିଧି ଅନୁଭବ ହେବ ।