29.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହା ଉନ୍ନତି କରିବାର ପ୍ରକୃତ ସତ୍‌ସଙ୍ଗ ଅଟେ, ତୁମେ ବର୍ତ୍ତମାନ ସତ୍ୟ ପିତାଙ୍କର ସଙ୍ଗ କରୁଛ, ସେଥିପାଇଁ ମିଥ୍ୟା ସଙ୍ଗକୁ କେବେହେଲେ ବି ଯିବା ଉଚିତ୍ ନୁହେଁ ।”

ପ୍ରଶ୍ନ:-
ତୁମ ସନ୍ତାନମାନଙ୍କର ବୁଦ୍ଧି କେଉଁ ଆଧାରରେ ସଦାସର୍ବଦା ବେହଦରେ ସ୍ଥିତ ହୋଇ ରହିପାରିବ?

ଉତ୍ତର:-
ବୁଦ୍ଧିରେ ସ୍ୱଦର୍ଶନ ଚକ୍ର ଘୂରୁଥାଉ, ଯାହା କିଛି ଡ୍ରାମାରେ ଘଟୁଛି, ଏ ସବୁ ନିଧାର୍ଯ୍ୟ ଅଛି । ଏଥିରେ ଏକ ସେକେଣ୍ଡର ମଧ୍ୟ ପାର୍ଥକ୍ୟ ହୋଇପାରିବ ନାହିଁ । ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେବ । ଏହି କଥା ବୁଦ୍ଧିରେ ଭଲ ଭାବରେ ଧାରଣ ହେଲେ ତୁମେ ବେହଦରେ ସ୍ଥିତ ହୋଇ ରହିପାରିବ । ବେହଦରେ ସ୍ଥିତ ହେବା ପାଇଁ ଧ୍ୟାନରେ ରହୁ ଯେ, ବର୍ତ୍ତମାନ ବିନାଶ ହେବାକୁ ଯାଉଛି, ଆମକୁ ଘରକୁ ଫେରିଯିବାକୁ ହେବ, ପବିତ୍ର ହେଲେ ହିଁ ଆମେ ଘରକୁ ଯିବା ।

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମା ରୂପୀ ସନ୍ତାନମାନଙ୍କୁ ଆତ୍ମିକ ପିତା ବସି ବୁଝାଉଛନ୍ତି । ସେହି ପିଲାମାନଙ୍କୁ ହିଁ ବୁଝାଉଛନ୍ତି ଯେଉଁମାନେ ନିର୍ବୁଦ୍ଧିଆ । ସ୍କୁଲରେ ଶିକ୍ଷକ ପାଠ ପଢାଇଥାନ୍ତି କାହିଁକି ନା ପିଲାମାନେ ଅଜ୍ଞାନ ଅର୍ଥାତ୍ ନିର୍ବୁଦ୍ଧିଆ ଥା’ନ୍ତି । ପିଲାମାନେ ପାଠପଢା ଦ୍ୱାରା ବୁଦ୍ଧିବାନ ହୋଇଯା’ନ୍ତି । ତୁମେ ମଧ୍ୟ ଏହି ପାଠପଢି ସବୁ ବୁଝିଯାଉଛ । ଆମକୁ କିଏ ପାଠ ପଢାଉଛନ୍ତି! ଏ କଥାକୁ କେବେହେଲେ ଭୁଲିଯାଅ ନାହିଁ । ସୁପ୍ରିମ ବାବା ଆମର ଶିକ୍ଷକ ତେଣୁ ତାଙ୍କ ମତରେ ଚାଲିବା ଉଚିତ୍ । ଶ୍ରେଷ୍ଠ ହେବାକୁ ପଡିବ । ସୂର୍ଯ୍ୟବଂଶୀ ସବୁଠାରୁ ଶ୍ରେଷ୍ଠ ଅଟନ୍ତି । ଚନ୍ଦ୍ରବଂଶୀ ମଧ୍ୟ ଶ୍ରେଷ୍ଠ କିନ୍ତୁ ସୂର୍ଯ୍ୟବଂଶୀ ହେଉଛନ୍ତି ସର୍ବଶ୍ରେଷ୍ଠ । ତୁମେମାନେ ଏଠାକୁ ସର୍ବଶ୍ରେଷ୍ଠ ହେବା ପାଇଁ ଆସିଛ । ତୁମେମାନେ ଜାଣିଛ ଆମକୁ ଏହିପରି ହେବାକୁ ପଡିବ । ଏପରି ସ୍କୁଲ ୫ ହଜାର ବର୍ଷ ପରେ ଖୋଲୁଛି । ତୁମେ ସବୁ କିଛି ଭଲ ଭାବରେ ବୁଝି ଏଠାରେ ବସିଛ, ଏହା ବାସ୍ତବରେ ସତ୍‌ର ସଙ୍ଗ ଅଟେ । ସତ୍ ହେଉଛନ୍ତି ସର୍ବୋଚ୍ଚ, ତୁମକୁ ତାଙ୍କର ସଙ୍ଗ ମିଳିଛି । ସିଏ ଆସି ସତ୍ୟଯୁଗର ସର୍ବଶ୍ରେଷ୍ଠ ଦେବତା କରୁଛନ୍ତି ଅର୍ଥାତ୍ ଫୁଲ କରୁଛନ୍ତି । ତୁମେମାନେ କଣ୍ଟାରୁ ଫୁଲ ହେଉଛ । କେହି ତ ତୁରନ୍ତ ହୋଇଯାଉଛନ୍ତି, କାହାକୁ ପୁଣି ସମୟ ଲାଗୁଛି । ପିଲାମାନେ ଜାଣିଛନ୍ତି ଏହା ସଂଗମଯୁଗ ଅଟେ । ଯାହାକୁ କେବଳ ପିଲାମାନେ ହିଁ ଜାଣିଛନ୍ତି । ନିଶ୍ଚୟ ମଧ୍ୟ ରହିଛି ଯେ, ଏହା ପୁରୁଷୋତ୍ତମ ହେବାର ଯୁଗ । ପୁରୁଷୋତ୍ତମ ମଧ୍ୟ କିପରି ? ଉଚ୍ଚରୁ ଉଚ୍ଚ ଆଦି ସନାତନ ଦେବୀ-ଦେବତା ଧର୍ମର ମହରାଜା-ମହାରାଣୀ ସଦୃଶ ହେବା ପାଇଁ ତୁମେମାନେ ଏଠାକୁ ଆସିଛ । ତୁମେମାନେ ଜାଣିଛ ଆମେ ବେହଦର ବାବାଙ୍କଠାରୁ ବେହଦ ସତ୍ୟଯୁଗୀ ସୁଖ ନେବା ପାଇଁ ଆସିଛୁ । ହଦର ଯେଉଁ ସବୁ କଥା ରହିଛି ସବୁ ଶେଷ ହୋଇଯାଉଛି । ଲୌକିକ ପିତା, ଲୌକିକ ଭାଇ, ଚାଚା, କାକା, ମାମା ଓ ବିନାଶୀ କାଣି କଉଡିର ସମ୍ପତ୍ତି ଆଦି ଯେଉଁଥିରେ ବହୁତ ମୋହ ରହୁଛି, ଏସବୁ ବିନାଶ ହୋଇଯିବ । ବାବା ବୁଝାଉଛନ୍ତି ଏହି ସମ୍ପତ୍ତି ଆଦି ସବୁ ବିନାଶୀ । ଏବେ ତୁମକୁ ବେହଦକୁ ଯିବାକୁ ହେବ । ଅବିନାଶୀ ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ତୁମେମାନେ ଏଠାକୁ ଆସିଛ । ଆଉ ସବୁ ବିନାଶୀ ଜିନିଷ । ଶରୀର ମଧ୍ୟ ବିନାଶୀ ଅଟେ । ରୋଗରେ ପଡିଥାଆନ୍ତି, ବିନାଶ ହୋଇଯାଇଥାଏ । ଅକାଳ ମୃତ୍ୟୁ ହୋଇଯାଏ । ଆଜିକାଲି ତ ଦେଖ କ’ଣ କ’ଣ ସବୁ ତିଆରି କରୁଛନ୍ତି । ବିଜ୍ଞାନ ମଧ୍ୟ ଅଦ୍ଭୂତ କାର୍ଯ୍ୟ କରୁଛି । ମାୟାର ଆଡମ୍ବର କେତେ ରହିଛି । ବୈଜ୍ଞାନିକମାନେ ବହୁତ ସାହସ କରୁଛନ୍ତି । ଯାହାଙ୍କ ପାଖରେ ବହୁତ କୋଠାବାଡି ଅଛି ସେମାନେ ଭାବୁଛନ୍ତି ବର୍ତ୍ତମାନ ହିଁ ଆମ ପାଇଁ ସତ୍ୟଯୁଗ । ଏକଥା ବୁଝୁ ନାହାଁନ୍ତି ଯେ, ସତ୍ୟଯୁଗରେ ଗୋଟିଏ ଧର୍ମ ଥାଏ । ତାହା ହେଉଛି ନୂଆ ଦୁନିଆ । ବାବା କହୁଛନ୍ତି - ବର୍ତ୍ତମାନ ସମସ୍ତେ ସଂପୂର୍ଣ୍ଣ ବୁଦ୍ଧିହୀନ ଅଟନ୍ତି । ତୁମେ କେତେ ବୁଦ୍ଧିମାନ ହେଉଛ । ଉପରକୁ ଚଢୁଛ ପୁଣି ସିଡି ତଳକୁ ଓହ୍ଲାଉଛ । ସତ୍ୟଯୁଗରେ ତୁମେମାନେ ବୁଦ୍ଧିମାନ ଥିଲ ପୁଣି ୮୪ ଜନ୍ମ ନେଇ ନେଇ ନିର୍ବୁଦ୍ଧିଆ ହୋଇଯାଇଛ । ପୁଣି ବାବା ଆସି ବୁଦ୍ଧିମାନ କରୁଛନ୍ତି, ଯାହାକୁ ପାରସବୁ‌ଦ୍ଧି କୁହାଯାଉଛି । ତୁମେମାନେ ଜାଣିଛ ଆମେ ପାରସବୁଦ୍ଧି ବହୁତ ଜ୍ଞାନୀ ଥିଲୁ । ଗୀତ ମଧ୍ୟ ରହିଛି ନା । ବାବା ଆପଣ ଯେଉଁ ସମ୍ପତ୍ତି ଦେଉଛନ୍ତି, ତା’ ଦ୍ୱାରା ସମଗ୍ର ପୃଥିବୀ, ଆକାଶର ଆମେ ମାଲିକ ହୋଇଯାଉଛୁ । ଯାହାକୁ କେହି ବି ଆମଠାରୁ ଛଡାଇ ନେଇପାରିବ ନାହିଁ । ଆଉ କାହାର ଦଖଲ ରହିବ ନାହିଁ । ବାବା ବହୁତ-ବହୁତ ଦେଉଛନ୍ତି । ଏହାଠାରୁ ଅଧିକ କେହି ଝୁଲାମୁଣି ଭର୍ତ୍ତି କରିଦେଇପାରିବେ ନାହିଁ । ଏପରି ବାବା ମିଳିଛନ୍ତି, ଯାହାଙ୍କୁ ଆମେ ଅଧାକଳ୍ପ ହେଉଛି ମନେ ପକାଇ ଆସିଛୁ । ଦୁଃଖରେ ତାଙ୍କୁ ସ୍ମରଣ କରିଥା’ନ୍ତି ନା । ସୁଖ ମିଳିଗଲେ ଆଉ ସ୍ମରଣ କରିବାର ଆବଶ୍ୟକତା ପଡେ ନାହିଁ । ଦୁଃଖରେ ସମସ୍ତେ ସ୍ମରଣ କରିଥା’ନ୍ତି - ହାୟ ରାମ.. ଏହିପରି ଅନେକ ପ୍ରକାରର ଶବ୍ଦ କହିଥା’ନ୍ତି । ସତ୍ୟଯୁଗରେ ଏପରି କୌଣସି ଶବ୍ଦ ରହିବ ନାହିଁ । ତୁମେ ବାବାଙ୍କ ସମ୍ମୁଖକୁ ପାଠ ପଢିବା ପାଇଁ ଆସିଛ । ବାବାଙ୍କ ଠାରୁ ଡାଇରେକ୍ଟ ଭର୍ସନ ଅର୍ଥାତ୍ ସିଧାସଳଖ ବାଣୀ ଶୁଣୁଛ । ବାବା ପରୋକ୍ଷ ଭାବରେ ଦେଉ ନାହାଁନ୍ତି । ଜ୍ଞାନ ପ୍ରତ୍ୟକ୍ଷ ରୂପେ ମିଳୁଛି । ବାବାଙ୍କୁ ଆସିବାକୁ ପଡୁଛି । କହୁଛନ୍ତି ମଧୁର ସନ୍ତାନମାନଙ୍କ ପାଖକୁ ଆସିଛି । ମୋତେ ଡାକୁଛ ‘ହେ ବାପଦାଦା’ । ବାବା ମଧ୍ୟ ପ୍ରତ୍ୟୁତ୍ତର କରୁଛନ୍ତି ହେ ‘ସନ୍ତାନମାନେ’ ଏବେ ମୋତେ ଭଲ ଭାବରେ ମନେ ପକାଅ, ଭୁଲିଯାଅ ନାହିଁ । ମାୟାର ବିଘ୍ନ ତ’ ଅନେକ ଆସିବ । ତୁମକୁ ପାଠପଢାରୁ ଦୂରେଇ ଦେଇ ଦେହ ଅଭିମାନରେ ଆଣିବ, ସେଥିପାଇଁ ଖବରଦାର ରୁହ । ଏହା ହେଉଛି ସତ୍ୟ ସତସଙ୍ଗ ଉପରକୁ ଚଢିବା ପାଇଁ । ବାକି ସବୁ ସତସଙ୍ଗରେ ଅଧୋଗତି ହୋଇଥାଏ । ସତ୍‌ର ସଙ୍ଗ ଥରେ ମାତ୍ର ହେଉଛି, ମିଥ୍ୟାର ସଙ୍ଗ ଜନ୍ମ-ଜନ୍ମାନ୍ତର ଅନେକ ଥର ହେଉଛି । ବାବା ସନ୍ତାନମାନଙ୍କୁ କହୁଛନ୍ତି ଏହା ତୁମର ଅନ୍ତିମ ଜନ୍ମ ଅଟେ । ଏବେ ସେଠାକୁ ଯିବାକୁ ହେବ, ଯେଉଁଠାରେ କୌଣସି ଅପ୍ରାପ୍ତ ବସ୍ତୁ ରହିବ ନାହିଁ । ଯେଉଁଥିପାଇଁ ତୁମେ ପୁରୁଷାର୍ଥ କରୁଛ । ବାବା ଯାହା କହୁଛନ୍ତି ତାହା ତ ତୁମେ ବର୍ତ୍ତମାନ ଶୁଣୁଛ, ସେଠାରେ ଏ ସବୁ କିଛି ଜଣା ପଡିବ ନାହିଁ । ଏବେ ତୁମେ କେଉଁଆଡେ ଯାଉଛ? ନିଜର ସୁଖଧାମକୁ । ସୁଖଧାମ ତୁମର ହିଁ ଥିଲା । ତୁମେ ସୁଖଧାମରେ ଥିଲ, ଏବେ ଦୁଃଖଧାମରେ ଅଛ । ବାବା ବହୁତ ସହଜ ରାସ୍ତା ବତାଉଛନ୍ତି, ସେହି କଥାକୁ ମନେ ରଖ । ଆମ ଘର ହେଉଛି ଶାନ୍ତିଧାମ, ସେଠାରୁ ଆମେ ସ୍ୱର୍ଗକୁ ଆସିବୁ । ତୁମ ବ୍ୟତୀତ ଅନ୍ୟ କେହି ସ୍ୱର୍ଗକୁ ଆସିବେ ନାହିଁ । ତେଣୁ ତୁମକୁ ହିଁ ସ୍ମରଣ କରିବାକୁ ହେବ । ଆମେ ପ୍ରଥମେ ସୁଖ ପ୍ରାପ୍ତ କରୁଛୁ ତା’ପରେ ଦୁଃଖ ପ୍ରାପ୍ତ କରୁଛୁ । କଳିଯୁଗରେ ସୁଖଧାମ ନ ଥାଏ । ସୁଖ ମିଳେ ନାହିଁ । ସେଥିପାଇଁ ସନ୍ନ୍ୟାସୀମାନେ ମଧ୍ୟ କୁହନ୍ତି - ସୁଖ କାକ ବିଷ୍ଠା ସମାନ ଅଟେ ।

ଏବେ ପିଲାମାନେ ଜାଣିଛନ୍ତି ଯେ ବାବା, ଆମକୁ ଘରକୁ ନେଇଯିବା ପାଇଁ ଆସିଛନ୍ତି । ଆମ ପତିତମାନଙ୍କୁ ପବିତ୍ର କରାଇ ନେଇଯିବେ । ତେବେ ଯୋଗର ଯାତ୍ରା ଦ୍ୱାରା ହିଁ ପବିତ୍ର ହେବ । ଯାତ୍ରା ସମୟରେ ବହୁତ ଉପର ତଳ ହୋଇଥାଏ । କେହି ରୋଗରେ ପଡି ପୁଣି ଫେରିଆସନ୍ତି । ଏଠାରେ ମଧ୍ୟ ସେହିପରି । ଏହା ହେଉଛି ଆଧ୍ୟାତ୍ମିକ ଯାତ୍ରା, ଯାହାଦ୍ୱାରା ଅନ୍ତ ମତି ସୋ ଗତି ହୋଇଯିବ । ଆମେ ଆମର ଶାନ୍ତିଧାମକୁ ଯାଉଛୁ । ଏହା ବହୁତ ସହଜ ଅଟେ । କିନ୍ତୁ ମାୟା ବହୁତ ଭୁଲାଇ ଦେଉଛି । ତୁମର ମାୟା ସହିତ ଯୁଦ୍ଧ ଚାଲିଛି । ବାବା ବହୁତ ସହଜ ଭାବେ ବୁଝାଉଛନ୍ତି ଯେ ଆମେ ବର୍ତ୍ତମାନ ଶାନ୍ତିଧାମ ଯାଉଛୁ । ବାବାଙ୍କୁ ହିଁ ୟାଦ କରୁଛୁ । ଦୈବୀଗୁଣ ଧାରଣ କରି ପବିତ୍ର ହେଉଛୁ । ୩-୪ଟି ମୁଖ୍ୟ କଥା ବୁଦ୍ଧିରେ ରଖିବାକୁ ହେବ - ବିନାଶ ତ ନିଶ୍ଚୟ ହେବ, ୫ ହଜାର ବର୍ଷ ପୂର୍ବେ ମଧ୍ୟ ଆମେ ଯାଇଥିଲୁ । ପୁଣି ପ୍ରଥମେ ଆମେ ହିଁ ଆସିବୁ । ଗାୟନ ରହିଛି - ରାମ ଗଲେ, ରାବଣ ଗଲେ । ସମସ୍ତଙ୍କୁ ଶାନ୍ତିଧାମ ଯିବାକୁ ହେବ । ତୁମେମାନେ ନିଜ ପାଠପଢା ଅନୁଯାୟୀ ପଦ ପାଉଛ । ତୁମର ଲକ୍ଷ୍ୟ ସମ୍ମୁଖରେ ରହିଛି । କେହି କେହି କହୁଛନ୍ତି ଆମେ ସାକ୍ଷାତ୍‌କାର କରିବୁ । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସାକ୍ଷାତ୍କାର ନୁହେଁ ତ ଆଉ କ’ଣ! ଏହାଙ୍କ ବ୍ୟତୀତ ଆଉ କାହାର ସାକ୍ଷାତ୍କାର କରିବ? ବେହଦର ବାବାଙ୍କର? ଅନ୍ୟ କୌଣସି ସାକ୍ଷାତ୍କାର କିଛି କାମର ନୁହେଁ । ବାବାଙ୍କର ସାକ୍ଷାତ୍କାର ଚାହୁଁଛନ୍ତି । ବାବାଙ୍କଠାରୁ ମିଠା ଅନ୍ୟ କୌଣସି ଜିନିଷ ନାହିଁ । ବାବା କହୁଛନ୍ତି - ମଧୁର ସନ୍ତାନମାନେ ପ୍ରଥମେ ନିଜର ସାକ୍ଷାତ୍‌କାର କରିଛ? ଆତ୍ମା କହୁଛି ବାବାଙ୍କ ସାକ୍ଷାତ୍‌କାର କରିବୁ । ତୁମେ ପ୍ରଥମେ ନିଜର ସାକ୍ଷାତ୍କାର କରିଛ? ଏ କଥା ତୁମେ ପିଲାମାନେ ଜାଣିଗଲଣି । ଏବେ ଜ୍ଞାନ ମିଳୁଛି - ଆମେ ଆତ୍ମା, ଆମର ଘର ହେଉଛି ଶାନ୍ତିଧାମ । ସେଠାରୁ ଆମେ ଆତ୍ମାମାନେ ଆସୁଛୁ ଅଭିନୟ କରିବା ପାଇଁ । ଡ୍ରାମାର ପ୍ଲାନ୍ ଅନୁସାରେ ପ୍ରଥମେ ସତ୍ୟଯୁଗ ଆଦିରେ ଆମେ ହିଁ ଆସୁଛୁ । ଆଦି ସମୟ ଏବଂ ଅନ୍ତ ସମୟର ମିଳନ । ଏହା ପୁରୁଷୋତ୍ତମ ସଂଗମଯୁଗ । ସଂଗମଯୁଗରେ କେବଳ ବ୍ରାହ୍ମଣମାନେ ରହିଥା’ନ୍ତି ଆଉ କେହି ନୁହେଁ । କଳିଯୁଗରେ ଅନେକ ଧର୍ମ, କୁଳ ଆଦି ରହିଛି । ସତ୍ୟଯୁଗରେ ଗୋଟିଏ ଡିନାୟଷ୍ଟି ବା ରାଜଧାନୀ ହେବ । ଏହା କେତେ ସହଜ ଅଟେ ନା । ବତ୍ତର୍ମାନ ତୁମେମାନେ ସଂଗମଯୁଗୀ ଈଶ୍ୱରୀୟ ପରିବାରର ସଦସ୍ୟ ଅଟ । ତୁମେ ନା ସତ୍ୟଯୁଗୀ, ନା କଳିଯୁଗୀ ଅଟ । ଏକଥା ମଧ୍ୟ ଜାଣିଛ ଯେ, କଳ୍ପ କଳ୍ପ ବାବା ଆସି ଏପରି ପାଠ ପଢାଉଛନ୍ତି । ଏଠାରେ ତୁମେ ବସିଛ ତେଣୁ ଏହିକଥା ସ୍ମୃତିରେ ଆସିବା ଦରକାର । ଶାନ୍ତିଧାମ, ସୁଖଧାମ ଏବଂ ଏହା ହେଉଛି ଦୁଃଖଧାମ । ବୁଦ୍ଧି ଦ୍ୱାରା ଏହି ଦୁଃଖଧାମରୁ ବୈରାଗ୍ୟ ଅଥବା ସନ୍ନ୍ୟାସ କରାଯାଉଛି । ସେମାନେ ବୁଦ୍ଧି ଦ୍ୱାରା ସନ୍ନ୍ୟାସ କରୁ ନାହାଁନ୍ତି । ସେମାନେ ତ ଘରଦ୍ୱାର ତ୍ୟାଗ କରି ସନ୍ନ୍ୟାସ କରୁଛନ୍ତି । ତୁମକୁ ବାବା କେବେ ଘରଦ୍ୱାର ତ୍ୟାଗ କରିବାକୁ କହୁ ନାହାଁନ୍ତି । ଏବେ ନିଶ୍ଚିତ ରୂପେ ନିଜର ଅଥବା ଭାରତର ସେବା କରିବାକୁ ହେବ । ସେବା ତ ଘରେ ରହି ମଧ୍ୟ କରିପାରିବ । କିନ୍ତୁ ପାଠ ପଢିବା ପାଇଁ ନିଶ୍ଚିତ ଆସିବାକୁ ପଡିବ । ପୁଣି ହୁସିଆର ହୋଇ ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ହେବ । ସମୟ ବହୁତ କମ୍ । ଗାୟନ ମଧ୍ୟ ରହିଛି ବହୁତ ଗଲାଣି ଆଉ କମ୍ ରହିଛି । ଦୁନିଆର ମନୁଷ୍ୟ ତ ବିଲ୍‌କୁଲ୍ ଘୋର ଅନ୍ଧକାରରେ ଅଛନ୍ତି । ଭାବୁଛନ୍ତି ଏବେ ୪୦ ହଜାର ବର୍ଷ ପଡିଛି । ତୁମମାନଙ୍କୁ ବାବା ବୁଝାଉଛନ୍ତି - ପିଲାମାନେ, ବାକି ଅଳ୍ପ ସମୟ ଅଛି । ତୁମକୁ ବିଶାଳ ହୃଦୟ ସମ୍ପନ୍ନ ହେବାକୁ ପଡିବ । ସମଗ୍ର ଦୁନିଆରେ ଯାହା କିଛି ଚାଲୁଛି ସବୁ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ଉଙ୍କୁଣୀ ସଦୃଶ ଡ୍ରାମା ଧୀରେ ଧୀରେ ଚାଲୁଛି । ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । ଯେଉଁମାନେ ସତ୍ୟଯୁଗକୁ ଯିବେ ସେହିମାନେ ହିଁ ଆସି ଏଠାରେ ପଢିବେ । ଅନେକ ଥର ତୁମେମାନେ ଏହି ପାଠ ପଢିଛ । ଶ୍ରୀମତ ଆଧାରରେ ନିଜର ସ୍ୱର୍ଗ ସ୍ଥାପନ କରୁଛ । ଏକଥା ମଧ୍ୟ ଜାଣିଛ, ସର୍ବୋଚ୍ଚ ଭଗବାନ୍ ଭାରତକୁ ଆସୁଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ଆସିଥିଲେ । ତୁମେମାନେ କହୁଛ, କଳ୍ପ କଳ୍ପ ଏହିପରି ବାବା ଆସୁଛନ୍ତି । ବାବା ମଧ୍ୟ କହୁଛନ୍ତି - ମୁଁ କଳ୍ପ କଳ୍ପ ଏହିପରି ସ୍ଥାପନା କରିବି । ବିନାଶ ମଧ୍ୟ ତୁମେ ଦେଖୁଛ । ତୁମ ବୁଦ୍ଧିରେ ସବୁ ଜ୍ଞାନ ଭରପୁର ହେଉଛି । ସ୍ଥାପନା, ବିନାଶ ଏବଂ ପାଳନାର କର୍ତ୍ତବ୍ୟ କିପରି ହେଉଛି, ତୁମେ ଜାଣିଛ । ଏକଥା ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ । ପୂର୍ବରୁ ଜାଣି ନ ଥିଲ । ବାବାଙ୍କୁ ଜାଣିଲେ ବାବାଙ୍କ ଦ୍ୱାରା ତୁମେ ସବୁ କିଛି ଜାଣିଯାଇଛ । ବିଶ୍ୱର ଇତିହାସ ଭୂଗୋଳକୁ ଯଥାର୍ଥ ରୀତି ତୁମେମାନେ ହିଁ ଜାଣିଛ । ମନୁଷ୍ୟ କିପରି ତମଃପ୍ରଧାନରୁ ସତ୍ୱପ୍ରଧାନ ହେଉଛନ୍ତି - ଏ କଥା ବାବା ତୁମମାନଙ୍କୁ ବୁଝାଉଛନ୍ତି । ତୁମକୁ ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ ।

ତୁମେ ଏବେ ପାରସବୁଦ୍ଧି ହେଉଛ । ସତ୍ୟଯୁଗରେ ପାରସବୁଦ୍ଧି ହୋଇଥା’ନ୍ତି । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ଏହାକୁ ଗୀତାର ଅଧ୍ୟାୟ ବୋଲି କୁହାଯାଉଛି, ଯେତେବେଳେ ତୁମେମାନେ ପଥରବୁଦ୍ଧିରୁ ପାରସବୁଦ୍ଧି ହେଉଛ । ସ୍ୱୟଂ ଭଗବାନ ନିଜେ ଗୀତା ଶୁଣାଉଛନ୍ତି । କୌଣସି ମନୁଷ୍ୟ ତ ଶୁଣାଉ ନାହାଁନ୍ତି । ତୁମେ ଆତ୍ମାମାନେ ଶୁଣି ପୁଣି ଅନ୍ୟମାନଙ୍କୁ ଶୁଣାଉଛ । ଏହାକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଉଛି, ଯାହା ଆତ୍ମାରୂପୀ ଭାଇମାନଙ୍କୁ ଶୁଣାଉଛ । ବୃଦ୍ଧି ହୋଇ ଚାଲିଛି । ତୁମେ ଜାଣିଛ ବାବା ଆସି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ରାଜଧାନୀ ସ୍ଥାପନ କରୁଛନ୍ତି । କାହା ଦ୍ୱାରା? ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣ କୂଳ ଭୁଷଣମାନଙ୍କ ଦ୍ୱାରା । ବାବା ଶ୍ରୀମତ ଦେଉଛନ୍ତି । ଏହା ବୁଦ୍ଧିର କଥା । ହୃଦୟରେ ଧାରଣ କରିବାକୁ ହେବ, ଏହା ବହୁତ ସହଜ ଅଟେ । ଏହା ଦୁଃଖଧାମ । ଏବେ ଆମକୁ ଘରକୁ ଯିବାକୁ ହେବ । କଳିଯୁଗ ପରେ ସତ୍ୟଯୁଗ ଆସିବ । ଏହି କଥା ବହୁତ ଛୋଟ ଏବଂ ସହଜ ମଧ୍ୟ । ତୁମେ ଲୌକିକ ପାଠ ନ ପଢିଥିଲେ ମଧ୍ୟ କୌଣସି ଅସୁବିଧା ନାହିଁ, ଯିଏ ପଢିବା ଜାଣିଛନ୍ତି ତାଙ୍କଠାରୁ ପୁଣି ଶୁଣିବା ଉଚିତ୍ । ଶିବବାବା ହେଉଛନ୍ତି ସମସ୍ତ ଆତ୍ମାମାନଙ୍କର ପିତା । ଏବେ ତାଙ୍କଠାରୁ ବର୍ସା ନେବାକୁ ହେବ । ବାବାଙ୍କ ଉପରେ ନିଶ୍ଚୟ ରଖିଲେ ସ୍ୱର୍ଗର ବର୍ସା ମିଳିବ । ଅନ୍ତର ମନରେ ଅଜପାଜପ ଚାଲିବା ଉଚିତ୍ । ଶିବବାବାଙ୍କଠାରୁ ବେହଦର ସୁଖ, ସ୍ୱର୍ଗର ସମ୍ପତ୍ତି ମିଳୁଛି ସେଥିପାଇଁ ଶିବବାବାଙ୍କୁ ନିଶ୍ଚିତ ମନେ ପକାଇବାକୁ ହେବ । ବେହଦ ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ ସମସ୍ତଙ୍କର ଅଧିକାର ଅଛି । ଯେପରି ବିନାଶୀ ସମ୍ପତ୍ତି ଜନ୍ମ ସିଦ୍ଧ ଅଧିକାର ରୂପେ ମିଳୁଛି ସେହିପରି ଏହା ହେଉଛି ଅବିନାଶୀ ସମ୍ପତ୍ତି । ଶିବବାବାଙ୍କଠାରୁ ତୁମକୁ ସମଗ୍ର ବିଶ୍ୱର ରାଜ୍ୟ ମିଳୁଛି । ଛୋଟ-ଛୋଟ ପିଲାମାନଙ୍କୁ ମଧ୍ୟ ଏକଥା ବୁଝାଇବାକୁ ହେବ । ପ୍ରତ୍ୟେକ ଆତ୍ମାର ଅଧିକାର ରହିଛି ବାବାଙ୍କଠାରୁ ଜନ୍ମ ସିଦ୍ଧ ଅଧିକାର ପ୍ରାପ୍ତ କରିବାର । କଳ୍ପ କଳ୍ପ ନେଉଛନ୍ତି ମଧ୍ୟ । ତୁମେ ଜୀବନମୁକ୍ତିର ସମ୍ପତ୍ତି ନେଉଛ । ଯାହାଙ୍କୁ ମୁକ୍ତିର ସମ୍ପତ୍ତି ମିଳୁଛି ସେ ମଧ୍ୟ ଜୀବନମୁକ୍ତିକୁ ନିଶ୍ଚିତ ଆସିବେ । ପ୍ରଥମ ଜନ୍ମ ତ ସୁଖଦାୟୀ ହୋଇଥାଏ । ତୁମର ଏହା ୮୪ ତମ ଜନ୍ମ । ଏହି ସମସ୍ତ ଜ୍ଞାନ ତୁମ ବୁଦ୍ଧିରେ ରହିବା ଉଚିତ୍ । ବେହଦର ବାବା ଆମକୁ ପାଠ ପଢାଉଛନ୍ତି - ଏ କଥାକୁ ଭୁଲିଯାଅ ନାହିଁ । ଦେହଧାରୀ କେବେ ଜ୍ଞାନ ଦେଇପାରିବେ ନାହିଁ । ସେମାନଙ୍କ ପାଖରେ ରୁହାନୀ ଜ୍ଞାନ ନ ଥାଏ । ତୁମକୁ ବୁଝାଯାଉଛି - ଭାଇ ଭାଇ ଦୃଷ୍ଟି ରଖ । ଏହି ଶିକ୍ଷା ମନୁଷ୍ୟମାନଙ୍କୁ ମିଳୁ ନାହିଁ । ଗୀତା ଶୁଣାଉଛନ୍ତି ଯେ ଭଗବାନୁବାଚ - କାମ ମହାଶତ୍ରୁ, ଏହା ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ତୁମେ ଜଗତ୍‌ଜିତ୍ ହେବ କିନ୍ତୁ କିଛି ବି ବୁଝୁ ନାହାଁନ୍ତି । ଭଗବାନ ତ “ସତ୍ୟ’’ । ଦେବତାମାନେ ମଧ୍ୟ ସେହି ଭଗବାନଙ୍କଠାରୁ ହିଁ ସତ୍ୟ ଶିଖିଛନ୍ତି, ଶ୍ରୀକୃଷ୍ଣ ମଧ୍ୟ ଏହି ପଦ କେଉଁଠାରୁ ପାଇଲେ? ଲକ୍ଷ୍ମୀ-ନାରାୟଣ କିପରି ହେଲେ? କେଉଁ କର୍ମ କରିଥିଲେ? ଏ କଥା କେହି କହିପାରିବେ? ବର୍ତ୍ତମାନ ତୁମେ ହିଁ ଜାଣୁଛ ନିରାକାର ବାବା ତାଙ୍କୁ ବ୍ରହ୍ମାଙ୍କ ଦ୍ୱାରା ଏପରି ଶ୍ରେଷ୍ଠ କର୍ମ ଶିଖାଉଛନ୍ତି, ଏହା ହେଉଛି ସୃଷ୍ଟି । ବର୍ତ୍ତମାନ ତୁମେ ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ ହୋଇଛ । ତୁମ ପାଖରେ ପରମପିତା ଶିବବାବାଙ୍କର ଜ୍ଞାନ ରହିଛି । ତୁମେ ଜାଣିଛ ଯେ ଆମେ ଭଗବାନଙ୍କୁ ଜାଣିଗଲୁ । ସିଏ ସର୍ବୋଚ୍ଚ ସତ୍ତା ନିରାକାର ଅଟନ୍ତି । ତାଙ୍କର କୌଣସି ସାକାର ରୂପ ନାହିଁ । ବାକି ଯାହା କିଛି ଦେଖୁଛ ସବୁ ସାକାର । ମନ୍ଦିରରେ ମଧ୍ୟ ଲିଙ୍ଗ ରୂପ ଦେଖୁଛ ଅର୍ଥାତ୍ ତାଙ୍କର ଶରୀର ନାହିଁ । ଏପରି ନୁହେଁ ଯେ, ସେ ନାମ-ରୂପରୁ ଭିନ୍ନ ଅଟନ୍ତି । ହଁ ଅନ୍ୟ ସବୁ ଦେହଧାରୀମାନଙ୍କର ନାମ ଅଛି, ଜନ୍ମପତ୍ରୀ ରହିଛି । ଶିବବାବା ହେଉଛନ୍ତି ନିରାକାର । ତାଙ୍କର ଜନ୍ମପତ୍ରୀ ନାହିଁ । କୃଷ୍ଣଙ୍କର ଜନ୍ମ ହେଉଛି ନମ୍ବରୱାନ୍ । ତୁମେ ଶିବଜୟନ୍ତୀ ମଧ୍ୟ ପାଳନ କରୁଛ । ଶିବବାବା ହେଉଛନ୍ତି ନିରାକାର କଲ୍ୟାଣକାରୀ । ବାବା ଆସିଛନ୍ତି ତେଣୁ ନିଶ୍ଚିତ ରୂପେ ସମ୍ପତ୍ତି ଦେବେ । ତାଙ୍କର ନାମ ଶିବ । ଏକାଧାରରେ ସେ ପିତା, ଶିକ୍ଷକ, ସତ୍‌ଗୁରୁ ଅଟନ୍ତି । କେତେ ଭଲ ଭାବରେ ପାଠ ପଢାଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ଦୁଃଖଧାମର ବୁଦ୍ଧି ଦ୍ୱାରା ସନ୍ନ୍ୟାସ କରି ଶାନ୍ତିଧାମ ଏବଂ ସୁଖଧାମକୁ ସ୍ମୃତିରେ ରଖିବାକୁ ହେବ । ଭାରତର ତଥା ନିଜର ପ୍ରକୃତ ସେବା କରିବାକୁ ହେବ । ସମସ୍ତଙ୍କୁ ଆତ୍ମିକ ଜ୍ଞାନ ଶୁଣାଇବାକୁ ହେବ ।

(୨) ନିଜର ସତ୍ୟଯୁଗୀ ଜନ୍ମସିଦ୍ଧ ଅଧିକାର ନେବା ପାଇଁ ଏକମାତ୍ର ବାବାଙ୍କଠାରେ ସଂପୂର୍ଣ୍ଣ ନିଶ୍ଚୟ ରଖିବାକୁ ହେବ । ଭିତରେ ଭିତରେ ଅଜପାଜପ କରିବାକୁ ହେବ । ପ୍ରତିଦିନ ନିଶ୍ଚିତ ପାଠପଢିବାକୁ ହେବ ।

ବରଦାନ:-
ସର୍ବ ସମ୍ବନ୍ଧର ଅନୁଭୂତି କରିବା ସହିତ ପ୍ରାପ୍ତିଗୁଡିକର ଖୁସିର ଅନୁଭବ କରୁଥିବା ତୃପ୍ତ ଆତ୍ମା ଭବ ।

ଯେଉଁମାନେ ସଚ୍ଚା ପ୍ରେମିକା ସେମାନେ ପ୍ରତ୍ୟେକ ପରିସ୍ଥିତିରେ, ପ୍ରତ୍ୟେକ କର୍ମରେ ସର୍ବଦା ପ୍ରାପ୍ତିର ଖୁସିରେ ବୁଡି ରହିଥାଆନ୍ତି । କେତେକ ପିଲା ଅନୁଭବ କରୁଛନ୍ତି ଯେ ସେ ମୋ’ର ପିତା ଅଟନ୍ତି । ପତି ଅଟନ୍ତି, ପୁତ୍ର ମଧ୍ୟ ଅଟନ୍ତି..... କିନ୍ତୁ ସେହି ଅନୁସାରେ ଯେତିକି ପ୍ରାପ୍ତି ଆଶା କରୁଛନ୍ତି ସେତିକି ମିଳୁ ନାହିଁ । ତେଣୁ ଅନୁଭୂତି କରିବା ସହିତ ସର୍ବ ସମ୍ବନ୍ଧ ଦ୍ୱାରା ପ୍ରାପ୍ତିର ମଧ୍ୟ ଅନୁଭବ ହେବା ଦରକାର । ତେବେ ଏହିଭଳି ପ୍ରାପ୍ତି ଏବଂ ଅନୁଭୂତି କରୁଥିବା ଆତ୍ମାମାନେ ସର୍ବଦା ତୃପ୍ତ ଅବସ୍ଥାରେ ରହିଥାଆନ୍ତି । ସେମାନଙ୍କୁ କୌଣସି ଜିନିଷର ଅପ୍ରାପ୍ତିର ଅନୁଭବ ହୋଇ ନ ଥାଏ । ଯେଉଁଠାରେ ପ୍ରାପ୍ତି ରହିଛି ସେଠାରେ ତୃପ୍ତି ନିଶ୍ଚିତ ରହିଛି ।

ସ୍ଲୋଗାନ:-
ଯଦି ସେବାର ନିମିତ୍ତ ହେବ ତେବେ ସେବାର ସଫଳତାରୁ ଭାଗ ମିଳିଯିବ ।