30.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ନିଜର ଯୋଗର ଚାର୍ଟକୁ ଚେକ୍ କର ସାରା ଦିନ ଭିତରେ ମୁଁ କେତେ ସମୟ ବାବାଙ୍କୁ ମନେ ପକାଇଛି, କୌଣସି ଭୁଲ୍ କରି ନାହିଁ ତ? କାରଣ ତୁମେ ସମସ୍ତେ ବେପାରୀ ଅଟ ।”

ପ୍ରଶ୍ନ:-
କେଉଁ ଗୋଟିଏ ପରିଶ୍ରମ ଅର୍ନ୍ତମୁଖୀ ହୋଇ କରୁଥିଲେ ତେବେ ଅପାର ଖୁସିରେ ରହିପାରିବ?

ଉତ୍ତର:-
ତୁମେ ଜନ୍ମ ଜନ୍ମ ଧରି ଯାହା କିଛି ବି କରି ଆସିଛ, ତାହା ବର୍ତ୍ତମାନ ତୁମ ସମ୍ମୁଖକୁ ଆସିବାରେ ଲାଗିଛି, ସେ ସବୁଥିରୁ ବୁଦ୍ଧିକୁ ହଟାଇ ସତ୍ତ୍ୱପ୍ରଧାନ ହେବା ପାଇଁ ବାବାଙ୍କୁ ମନେ ପକାଇବାର ମେହନତ କରୁଥାଅ । ଚାରିଆଡୁ ବୁଦ୍ଧିକୁ ଫେରାଇ ଆଣି ଅର୍ନ୍ତମୁଖୀ ହୋଇ ବାବାଙ୍କୁ ମନେ ପକାଅ । ସେବା କରିବାର ପ୍ରମାଣ ଦିଅ ତେବେ ଅପାର ଖୁସିର ଅନୁଭବ କରିବ ।

ଓମ୍ ଶାନ୍ତି ।
ବାବା ବସି ତୁମମାନଙ୍କୁ ବୁଝାଉଛନ୍ତି, ଏକଥା ତ ତୁମେମାନେ ଜାଣିଛ ଯେ, ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଆତ୍ମିକ ପିତା ହେଉଛନ୍ତି ଅବିନାଶୀ ପିତା ଏବଂ ଆତ୍ମିକ ସନ୍ତାନମାନେ ମଧ୍ୟ ଅବିନାଶୀ ଅଟନ୍ତି । ବାବାଙ୍କୁ ତ ସମସ୍ତଙ୍କର ସଦ୍‌ଗତି କରିବାକୁ ହେବ । କାହାଦ୍ୱାରା? ତୁମମାନଙ୍କ ଦ୍ୱାରା ହିଁ ସାରା ବିଶ୍ୱର ସଦ୍‌ଗତି କରିବାକୁ ହେବ । ସାରା ବିଶ୍ୱର ସନ୍ତାନମାନେ ତ ଏଠାକୁ ଆସି ରାଜଯୋଗର ପାଠ ପଢୁ ନାହାଁନ୍ତି । ଏହାର ନାମ ହିଁ ହେଉଛି ଈଶ୍ୱରୀୟ ବିଶ୍ୱ-ବିଦ୍ୟାଳୟ । ମୁକ୍ତି ସମସ୍ତଙ୍କୁ ମିଳୁଛି, ତେବେ ମୁକ୍ତି କୁହ ଅଥବା ଜୀବନମୁକ୍ତି କୁହ । ପ୍ରଥମେ ମୁକ୍ତିରେ ଯାଇ ପୁଣି ତୁମ ସମସ୍ତଙ୍କୁ ଜୀବନମୁକ୍ତିରେ ଆସିବାକୁ ହେବ । ଏଭଳି ମଧ୍ୟ କୁହାଯାଇପାରିବ ଯେ ତୁମେ ସମସ୍ତେ ଜୀବନମୁକ୍ତିରେ ଆସୁଛ ଭାୟା ମୁକ୍ତିଧାମ । ଜଣଙ୍କ ପରେ ଜଣଙ୍କୁ ଅଭିନୟ କରିବା ପାଇଁ ଏଠାକୁ ଆସିବାକୁ ହିଁ ହେବ । ସେ ପର୍ଯ୍ୟନ୍ତ ମୁକ୍ତିଧାମରେ ରହିବାକୁ ହେବ । ତୁମମାନଙ୍କୁ ଏବେ ରଚୟିତା ଏବଂ ରଚନାର ସମସ୍ତ ଜ୍ଞାନ ମିଳିଛି । ଏହି ସାରା ସୃଷ୍ଟି ରୂପୀ ରଚନା ହେଉଛି ଅନାଦି । ରଚୟିତା ତ ଏକମାତ୍ର ବାବା ହିଁ ଅଟନ୍ତି । ବାକି ଯେଉଁ ସବୁ ଆତ୍ମାମାନେ ଅଛନ୍ତି ସେମାନେ ସମସ୍ତେ ହେଉଛନ୍ତି ଅବିନାଶୀ ପିତାଙ୍କର ସନ୍ତାନ । ଯେତେବେଳେ ପିଲାମାନେ ବାବାଙ୍କୁ ଜାଣୁଛନ୍ତି ସେତେବେଳେ ହିଁ ଏଠାକୁ ଆସି ଯୋଗ ଶିଖୁଛନ୍ତି । ଏହି ଯୋଗ କେବଳ ଭାରତ ପାଇଁ, ବାବା କେବଳ ଭାରତରେ ହିଁ ଆସିଥା’ନ୍ତି । ଭାରତବାସୀଙ୍କୁ ଯୋଗର ଯାତ୍ରା ଶିଖାଇ ପବିତ୍ର କରୁଛନ୍ତି ଏବଂ ଜ୍ଞାନ ମଧ୍ୟ ଦେଉଛନ୍ତି । ସୃଷ୍ଟି କିପରି ଚକ୍ର ଲଗାଉଛି, ଏକଥା କେବଳ ତୁମେମାନେ ହିଁ ଜାଣିଛ । ରୁଦ୍ର ମାଳା ମଧ୍ୟ ରହିଛି ଯାହାର ଗାୟନ ଏବଂ ପୂଜନ ମଧ୍ୟ ହେଉଛି, ମାଳାର ସ୍ମରଣ ମଧ୍ୟ କରାଯାଉଛି । ଭକ୍ତମାଳା ମଧ୍ୟ ରହିଛି । ସବୁଠାରୁ ଉଚ୍ଚ ହେଉଛି ଭକ୍ତମାନଙ୍କ ମାଳା । ଭକ୍ତମାନଙ୍କ ମାଳା ପରେ ଜ୍ଞାନ ମାଳା ହେବା ଆବଶ୍ୟକ । ଭକ୍ତି ଏବଂ ଜ୍ଞାନ ଅଲଗା ଅଲଗା ଅଟେ ନା । ଭକ୍ତମାଳା ମଧ୍ୟ ରହିଛି ତ ରୁଦ୍ରମାଳା ମଧ୍ୟ ରହିଛି । ପରେ ପୁଣି ତାକୁ ରୁଣ୍ଡମାଳା କୁହାଯାଉଛି କାରଣ ଏହି ମନୁଷ୍ୟ ସୃଷ୍ଟିରେ ବିଷ୍ଣୁ ଅଛନ୍ତି ଯାହାଙ୍କୁ ସୂକ୍ଷ୍ମଲୋକରେ ଦେଖାଇଛନ୍ତି । ଇଏ ହେଉଛନ୍ତି ପ୍ରଜାପିତା ବ୍ରହ୍ମା ୟାଙ୍କର ମଧ୍ୟ ମାଳା ରହିଛି । ଯେତେବେଳେ ଏହି ମାଳା ତିଆରି ହେବା ସମ୍ପୂର୍ଣ୍ଣ ହୋଇଯିବ, ସେତେବେଳେ ରୁଦ୍ରମାଳା ଏବଂ ବିଷ୍ଣୁଙ୍କର ବୈଜୟନ୍ତୀ ମାଳା ସମ୍ପୂର୍ଣ୍ଣ ହୋଇଯିବ । ସର୍ବୋଚ୍ଚ ହେଲେ ଶିବବାବା ପୁଣି ଉଚ୍ଚରୁ ଉଚ୍ଚ ହେଉଛି ବିଷ୍ଣୁଙ୍କର ରାଜ୍ୟ । କେବଳ ଶୋଭାବର୍ଦ୍ଧନ ପାଇଁ ଭକ୍ତିମାର୍ଗରେ କେତେ ଚିତ୍ର ସବୁ ତିଆରି କରିଛନ୍ତି । ଜ୍ଞାନ କିଛି ବି ନାହିଁ । ତୁମେ ଯେଉଁ ସବୁ ଚିତ୍ର ତିଆରି କରିଛ ସେ ସବୁର ପରିଚୟ ଦେବାକୁ ହେବ, ତେବେ ମନୁଷ୍ୟ ବୁଝିପାରିବେ । ନଚେତ୍ ଶିବ ଏବଂ ଶଙ୍କରଙ୍କୁ ମିଶାଇ ଦେଉଛନ୍ତି ।

ବାବା ବୁଝାଉଛନ୍ତି, ସୂକ୍ଷ୍ମଲୋକରେ ସବୁ ସାକ୍ଷାତ୍‌କାରର କଥା । ସେଠାରେ ଏହି ହାଡ ମାଂସର ଶରୀର ନ ଥାଏ । କେବଳ ସାକ୍ଷାତ୍‌କାର କରିଥା’ନ୍ତି । ସମ୍ପୂର୍ଣ୍ଣ ବ୍ରହ୍ମା ମଧ୍ୟ ଅଛନ୍ତି କିନ୍ତୁ ସିଏ ହେଉଛନ୍ତି ସମ୍ପୂର୍ଣ୍ଣ ଅବ୍ୟକ୍ତ । ଏବେ ଯେଉଁ ସାକାର ବ୍ରହ୍ମା ଅଛନ୍ତି ତାଙ୍କୁ ଅବ୍ୟକ୍ତ ହେବାକୁ ପଡିବ । ବ୍ୟକ୍ତ ହିଁ ଅବ୍ୟକ୍ତ ହେଉଛନ୍ତି ଯାହାଙ୍କୁ ଫରିସ୍ତା ବ୍ରହ୍ମା ମଧ୍ୟ କହିଥା’ନ୍ତି । ତାଙ୍କର ଚିତ୍ରକୁ ସୂକ୍ଷ୍ମଲୋକରେ ରଖି ଦେଖାଇଛନ୍ତି । କେହି କେହି ଧ୍ୟାନରେ ସୂକ୍ଷ୍ମଲୋକକୁ ଯାଉଛନ୍ତି ଏବଂ କହୁଛନ୍ତି ବାବା ମୋତେ ସୁବିରସ (ଏକ ପ୍ରକାରର ସ୍ୱାଦିଷ୍ଟ ଫଳରସ) ପିଆଇଲେ । ବାସ୍ତବରେ ସେଠାରେ ତ ଫଳଗଛ ଇତ୍ୟାଦି ନାହିଁ, ବୈକୁଣ୍ଠରେ ଅଛି । ଏପରି ନୁହେଁ ଯେ, ସିଏ ବୈକୁଣ୍ଠରୁ ସୁବିରସ ଆଣି ପିଆଇଥା’ନ୍ତି । ଏସବୁ ହେଲା ସୂକ୍ଷ୍ମଲୋକର ସାକ୍ଷାତ୍‌କାରର କଥା । ଏବେ ତୁମେମାନେ ଜାଣିଛ ଯେ, ଆମକୁ ଆମର ଘର ପରମଧାମକୁ ଯିବାକୁ ହେବ ସେଥିପାଇଁ ଆତ୍ମ-ଅଭିମାନୀ ହେବାକୁ ପଡିବ । ମୁଁ ଆତ୍ମା ଅବିନାଶୀ, ଏହି ଶରୀର ବିନାଶୀ । ଆତ୍ମାର ଜ୍ଞାନ ମଧ୍ୟ ତୁମ ଭିତରେ ଅଛି । ସେମାନେ ତ ଆତ୍ମା କ’ଣ ଏକଥା ମଧ୍ୟ ଜାଣିନାହାଁନ୍ତି । ସେମାନଙ୍କୁ ଏକଥା ମଧ୍ୟ ଜଣା ନାହିଁ ଯେ, ଆତ୍ମାରେ କିପରି ୮୪ ଜନ୍ମର ଅଭିନୟ ଭରି ହୋଇ ରହିଛି । ଏହି ଜ୍ଞାନ କେବଳ ବାବା ହିଁ ଦେଇଛନ୍ତି । ନିଜର ପରିଚୟ ମଧ୍ୟ ଦେଉଛନ୍ତି । ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ମଧ୍ୟ କରୁଛନ୍ତି । ବାସ୍‌, ଏହିଭଳି ପୁରୁଷାର୍ଥ କରୁଥାଅ - ମୁଁ ଏକ ଆତ୍ମା ଏବେ ପରମାତ୍ମାଙ୍କ ସହିତ ଯୋଗ ଲଗାଇବାକୁ ହେବ । ସର୍ବଶକ୍ତିମାନ ପତିତ-ପାବନ ଏକମାତ୍ର ବାବାଙ୍କୁ ହିଁ କୁହାଯାଏ । ସନ୍ନ୍ୟାସୀମାନେ ମଧ୍ୟ କହୁଛନ୍ତି - ହେ ପତିତ-ପାବନ ଆସ । କେହି କେହି ତ ବ୍ରହ୍ମାଙ୍କୁ ମଧ୍ୟ ପତିତ-ପାବନ ବୋଲି କହିଦେଉଛନ୍ତି । ଏବେ ତୁମମାନଙ୍କୁ ଭକ୍ତିର ମଧ୍ୟ ଜ୍ଞାନ ମିଳିଛି ଭକ୍ତି କେତେ ସମୟ ଚାଲିଛି ଏବଂ ଜ୍ଞାନ କେତେ ସମୟ ଚାଲୁଛି । ଏକଥା ବାବା ବସି ବୁଝାଉଛନ୍ତି । ପୂର୍ବରୁ ତ ତୁମେମାନେ କିଛି ବି ଜାଣି ନ ଥିଲ । ମନୁଷ୍ୟ ହୋଇ ମଧ୍ୟ ବୁଦ୍ଧି ତୁଚ୍ଛ ହୋଇଯାଇଛି କିନ୍ତୁ ସତ୍ୟଯୁଗରେ ସମ୍ପୂର୍ଣ୍ଣ ସ୍ୱଚ୍ଛ ବୁଦ୍ଧି ଥିଲା । ସେମାନଙ୍କ ଭିତରେ କେତେ ଦୈବୀଗୁଣ ଥିଲା । ଏବେ ତୁମମାନଙ୍କୁ ଦୈବୀଗୁଣ ନିଶ୍ଚିତ ଧାରଣ କରିବାକୁ ହେବ । ଏଭଳି ମଧ୍ୟ କହିଥା’ନ୍ତି ଯେ, ଇଏ ତ ଯେପରି ଦେବତା ଅଟନ୍ତି । ଯଦିଓ ସାଧୁ, ସନ୍ଥ ଏବଂ ମହାତ୍ମାମାନଙ୍କୁ ମନୁଷ୍ୟମାନେ ମାନୁଛନ୍ତି କିନ୍ତୁ ସେମାନେ ତ ଦୈବୀବୁଦ୍ଧି ସମ୍ପନ୍ନ ନୁହଁନ୍ତି । ସେମାନଙ୍କର ରଜଃଗୁଣି ବୁଦ୍ଧି ରହିଛି । ନୂଆ ଦୁନିଆରେ ରାଜା, ରାଣୀ ପ୍ରଜା ସମସ୍ତେ ରହିବେ ନା । ତେବେ ସେହି ରାଜଧାନୀ କେବେ ଏବଂ କିପରି ସ୍ଥାପନା ହେଉଛି - ଏ କଥା ଦୁନିଆ ଜାଣି ନାହିଁ । ଏଠାରେ ତୁମେ ସବୁ ନୂଆ କଥା ଶୁଣୁଛ, ତେବେ ମାଳାର ରହସ୍ୟକୁ ମଧ୍ୟ ବାବା ବୁଝାଇଛନ୍ତି । ଉଚ୍ଚରୁ ଉଚ୍ଚ ତ ବାବା ହିଁ ଅଟନ୍ତି । ତାଙ୍କର ମାଳା ଅର୍ଥାତ୍ ରୁଦ୍ରମାଳାର ଦାନା ଅର୍ଥାତ୍ ଆତ୍ମାମାନେ ଉପରେ ଅଛନ୍ତି । ସେହି ରୁଦ୍ର ହେଉଛନ୍ତି ନିରାକାର ପୁଣି ସାକାରରେ ହେଲେ ଲକ୍ଷ୍ମୀ-ନାରାୟଣ, ତାଙ୍କର ମଧ୍ୟ ମାଳା ରହିଛି । ବ୍ରାହ୍ମଣମାନଙ୍କର ମାଳା ଏବେ ତିଆରି ହୋଇନାହିଁ । ବ୍ରାହ୍ମଣମାନଙ୍କ ମାଳା ଶେଷ ସମୟରେ ତିଆରି ହେଉଛି । ଏହି କଥାରେ ଅଧିକ ପ୍ରଶ୍ନ-ଉତ୍ତର କରିବାର କୌଣସି ଆବଶ୍ୟକତା ନାହିଁ । ମୂଳକଥା ହେଲା ନିଜକୁ ଆତ୍ମା ମନେ କରି ପରମପିତା ପରମାତ୍ମାଙ୍କୁ ମନେ ପକାଅ । ଏହି କଥାରେ ପକ୍କା ନିଶ୍ଚୟ ରହିବା ଦରକାର । ମୂଖ୍ୟ କଥା ହେଲା ପତିତମାନଙ୍କୁ ପବିତ୍ର କରିବା । ବର୍ତ୍ତମାନ ସାରା ଦୁନିଆ ପତିତ ହୋଇଯାଇଛି ପୁଣି ପବିତ୍ର ହେବ । ବ୍ରହ୍ମଲୋକରେ ମଧ୍ୟ ସମସ୍ତେ ପବିତ୍ର ରହିଥା’ନ୍ତି ତ ସୁଖଧାମରେ ମଧ୍ୟ ସମସ୍ତେ ପବିତ୍ର ରହିଥା’ନ୍ତି । ଏ ସବୁ ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି ।

ବାବା କହୁଛନ୍ତି, ତୁମେ ସାରା ଦିନର ଚାର୍ଟକୁ ଦେଖ - ମୋ ଦ୍ୱାରା କୌଣସି ଭୁଲ ହୋଇ ନାହିଁ ତ? ବେପାରୀମାନେ ପ୍ରତିଦିନର ଆୟବ୍ୟୟର ହିସାବ ରଖିଥା’ନ୍ତି ତେବେ ଏହା ମଧ୍ୟ ରୋଜଗାର ଅଟେ । ତୁମେ ସମସ୍ତେ ହେଉଛ ବେପାରୀ । ତୁମେ ବାବାଙ୍କ ସହିତ ବେପାର କରୁଛ । ତେଣୁ ନିଜକୁ ଯାଞ୍ଚ କରିବାକୁ ହେବ ଯେ, ମୋ ଭିତରେ କେତେ ଦୈବୀଗୁଣ ରହିଛି? ମୁଁ କେତେ ବାବାଙ୍କୁ ମନେ ପକାଉଛି? ମୁଁ କେତେ ସମୟ ଅଶରୀରୀ ହୋଇ ରହୁଛି? ଆମେ ଅଶରୀରୀ ହୋଇ ଆସିଥିଲୁ ପୁଣି ଏବେ ଅଶରୀରୀ ହୋଇ ଘର ପରମଧାମକୁ ଯିବାକୁ ହେବ । ଏବେ ପର୍ଯ୍ୟନ୍ତ ସେଠାରୁ ଆତ୍ମାମାନେ ଆସିବାରେ ଲାଗିଛନ୍ତି । ମଝିରେ ତ କେହି ଜଣେ ହେଲେ ବି ଫେରି ଯାଇପାରିବେ ନାହିଁ । ସମସ୍ତଙ୍କୁ ଏକା ସାଥୀରେ ଯିବାକୁ ହେବ । ଯଦିଓ ସୃଷ୍ଟି ସମ୍ପୂର୍ଣ୍ଣ ଖାଲି ହୋଇ ନ ଥାଏ କିନ୍ତୁ ଗାୟନ ରହିଛି ରାମ ଗଲେ, ରାବଣ ଗଲେ....ବାସ୍ତବରେ ଉଭୟ ଏହିଠାରେ ହିଁ ରହିଛନ୍ତି । ରାବଣ ସମ୍ପ୍ରଦାୟ ଚାଲିଗଲା ପରେ ପୁଣି ଫେରିଆସିବ ନାହିଁ । ବାକି ସମସ୍ତେ ଏହିଠାରେ ହିଁ ରହିଯାଉଛନ୍ତି । ଆଗକୁ ଏସବୁର ମଧ୍ୟ ସାକ୍ଷାତ୍‌କାର ହେବ । ଜଣାପଡିଯିବ ଯେ, ନୂଆ ଦୁନିଆର ସ୍ଥାପନା କିପରି ହେଉଛି, ଶେଷ ସମୟରେ କ’ଣ ହେବ? ତା’ପରେ ପୁଣି କେବଳ ଆମର ଧର୍ମ ହିଁ ରହିଯିବ । ସତ୍ୟଯୁଗରେ ତୁମେମାନେ ରାଜତ୍ୱ କରିବ । କଳିଯୁଗ ସମାପ୍ତ ହୋଇଯିବ ଏବଂ ସତ୍ୟଯୁଗ ପୁଣି ଆସିବ । ଏବେ ତ ରାମ ସମ୍ପ୍ରଦାୟ ଏବଂ ରାବଣ ସମ୍ପ୍ରଦାୟ ଉଭୟ ଅଛନ୍ତି । ଏ ସବୁ ଏହି ସଂଗମଯୁଗରେ ହିଁ ହୋଇଥାଏ । ତୁମେ ସବୁକିଛି ଜାଣିଛ । ବାବା କହୁଛନ୍ତି - ଆଉ ଯାହା କିଛି ବି ରହସ୍ୟ ବାକି ଅଛି ସେସବୁ ଆଗକୁ ଧୀରେ ଧୀରେ ବୁଝାଇବି । ଯାହା ନାଟକରେ ନିଧାର୍ଯ୍ୟ ହୋଇ ରହିଛି, ତାହା ଧୀରେ ଧୀରେ ଜଣାପଡିଯିବ ଏବଂ ତୁମେମାନେ ଧୀରେ ଧୀରେ ସବୁକିଛି ବୁଝିପାରିବ । କିନ୍ତୁ ସମୟ ପୂର୍ବରୁ ବାବା କିଛି ବି କହିବେ ନାହିଁ । ଏହା ମଧ୍ୟ ଡ୍ରାମାର ନିଧାର୍ଯ୍ୟ ଅଛି, ଯେଉଁ ରେକର୍ଡ ଧୀରେ ଧୀରେ ଖୋଲିବ ଏବଂ ବାବା ମଧ୍ୟ ସବୁ ରହସ୍ୟକୁ ଧୀରେ ଧୀରେ ଶୁଣାଇ ଚାଲିବେ । ତୁମମାନଙ୍କ ବୁଦ୍ଧିରେ ଏ ସବୁ କଥାର ଜ୍ଞାନ ବଢିବାରେ ଲାଗିଛି । ଯେପରି ଯେପରି ରେକର୍ଡ ବାଜିବାରେ ଲାଗିବ ସେହି ଅନୁସାରେ ବାବାଙ୍କର ମୁରଲୀ ମଧ୍ୟ ଚାଲିବ । ଡ୍ରାମାରେ ସବୁ ରହସ୍ୟ ଭରି ହୋଇ ରହିଛି । ଏପରି ନୁହେଁ ଯେ, ଡ୍ରାମାକୁ ମଝିକୁ ନେଇଆସିବା ଏବଂ ମଝିରୁ ହିଁ ଡ୍ରାମାର ପୁନରାବୃତ୍ତି ହେବ । ନା । ଯାହା ହୋଇଥିଲା ତାହା ପୁଣି ପୁନରାବୃତ୍ତି ହେବ । ଏହା କୌଣସି ନୂଆ କଥା ନୁହେଁ । ବାବାଙ୍କ ନିକଟରେ ଯେଉଁ ନୂଆ କଥା ଥିବ ତାହା ମଧ୍ୟ ପୁନରାବୃତ୍ତି ହେବ । ତୁମେ ନିଜେ ଶୁଣିବ ଏବଂ ଅନ୍ୟମାନଙ୍କୁ ଶୁଣାଇ ଚାଲିବ । ବାକି ସବୁ ହେଉଛି ଗୁପ୍ତ । ଏବେ ଏହି ରାଜତ୍ୱ ସ୍ଥାପନା ହେଉଛି । ସାରା ମାଳା ମଧ୍ୟ ତିଆରି ହେଉଛି । ତୁମେମାନେ ସେଠାରେ ଅଲଗା ଅଲଗା ରାଜ୍ୟରେ ଜନ୍ମ ନେବ । ତେଣୁ ରାଜା, ରାଣୀ, ପ୍ରଜା ସବୁ ଦରକାର । ତେବେ ବୁଦ୍ଧି ଦ୍ୱାରା କାମ ନେବାକୁ ହେବ । ବାକି ପ୍ରତ୍ୟକ୍ଷତାରେ ଯାହା ହେବ ତାହା ଦେଖାଯିବ । ଯେଉଁମାନେ ଏଠାରୁ ଯାଉଛନ୍ତି ସେମାନେ ବହୁତ ଭଲ ସାହୁକାର ଘରେ ଜନ୍ମ ନେଉଛନ୍ତି । ଏବେ ମଧ୍ୟ ସେଠାରେ ତୁମର ବହୁତ ଆଦର-ସତ୍କାର ହେଉଛି । ବର୍ତ୍ତମାନ ମଧ୍ୟ ରତ୍ନଜଡିତ ଜିନିଷ ସମସ୍ତଙ୍କ ନିକଟରେ ରହିଛି କିନ୍ତୁ ସେଥିରେ ଏତେ ଶକ୍ତି ନାହିଁ । ଶକ୍ତି ତ ତୁମ ନିକଟରେ ଅଛି । ତୁମେମାନେ ଯେଉଁଠି ବି ଜନ୍ମ ନେବ ସେଠାରେ ତୁମର ଚାଲିଚଳନ ଅନ୍ୟମାନଙ୍କଠାରୁ ଭିନ୍ନ ହେବ । ତୁମେମାନେ ଏବେ ଶ୍ରେଷ୍ଠରୁ ଶ୍ରେଷ୍ଠ ହେଉଛ ତେଣୁ ଯେଉଁଠାରେ ବି ଜନ୍ମ ନେବ ସେଠାରେ ମଧ୍ୟ ତୁମର ଦୈବୀ ଚରିତ୍ର ଦେଖାଇବ କିନ୍ତୁ ଆସୁରୀ ସନ୍ତାନ ଜନ୍ମ ହେବା ମାତ୍ରକେ କାନ୍ଦିବାକୁ ଲାଗିବେ ଏବଂ ଅପରିଷ୍କାର ମଧ୍ୟ ହେବେ କିନ୍ତୁ ତୁମେ ବହୁତ ଆଦର ଯତ୍ନର ସହିତ ଲାଳିତ ପାଳିତ ହେବ । ସେଠାରେ ଅପରିଷ୍କାର ହେବାର କୌଣସି କଥା ହିଁ ନାହିଁ । ଆଜିକାଲିର ପିଲାମାନେ ତ ବହୁତ ଖରାପ ହୋଇଯାଉଛନ୍ତି । ସତ୍ୟଯୁଗରେ ଏଭଳି କୌଣସି କଥା ହେବ ନାହିଁ । ତାହା ତ ସ୍ୱର୍ଗ ଅଟେ ନା । ସେଠାରେ ତ କୌଣସି ଦୁର୍ଗନ୍ଧ ଆସିବ ନାହିଁ, ଯାହା ଦ୍ୱାରା କହିବାକୁ ପଡିବ ଯେ ଅଗରବତୀ ଲଗାଅ । ବଗିଚାମାନଙ୍କରୁ ବହୁତ ସୁଗନ୍ଧିତ ଫୁଲର ସୁଗନ୍ଧ ଆସିବ । ଏଠିକାର ଫୁଲମାନଙ୍କରେ ଏତେ ସୁଗନ୍ଧ ନାହିଁ । ସେଠାରେ ପ୍ରତ୍ୟେକ ଜିନିଷରେ ଶତ ପ୍ରତିଶତ ସୁଗନ୍ଧ ରହିବ । ଏଠାରେ ତ ଏକ ପ୍ରତିଶତ ମଧ୍ୟ ସୁଗନ୍ଧ ନାହିଁ । ସେଠାରେ ଫୁଲ ମଧ୍ୟ ଫାଷ୍ଟକ୍ଲାସ ରହିବ । ଏଠାରେ ଯଦିଓ କେହି କେତେ ବି ସାହୁକାର ହୋଇଥାଉ କିନ୍ତୁ ତା ତୁଳନାରେ ଏଠାରେ କିଛି ବି ନୁହେଁ । ସେଠାରେ ବିଭିନ୍ନ ପ୍ରକାରର ଜିନିଷ ରହିବ । ବାସନ କୁସନ ମଧ୍ୟ ସୁନାର ହେବ । ଏଠାରେ ତ ଯେପରି ପଥର, କିନ୍ତୁ ସେଠାରେ କେବଳ ସୁନା ହିଁ ସୁନା ରହିବ । ବାଲିରେ ମଧ୍ୟ ସୁନା ରହିବ । ତେବେ ବିଚାର କର ସେଠାରେ କେତେ ସୁନା ରହିବ, ଯାହାଦ୍ୱାରା ମହଲ ଇତ୍ୟାଦି ମଧ୍ୟ ତିଆରି ହେବ । ସେଠାରେ ଏଭଳି ବାୟୁମଣ୍ଡଳ ହେବ - ନା ଥଣ୍ଡା, ନା ଗରମ । ସେଠାରେ ଏତେ ଗରମ ହେବ ନାହିଁ ଯାହାଦ୍ୱାରା ପଙ୍ଖା ଚଲାଇବାକୁ ପଡିବ । ତା’ର ନାମ ହିଁ ହେଉଛି ସ୍ୱର୍ଗ । ସେଠାରେ ଅପାର ସୁଖ ରହିବ । ତେଣୁ ତୁମ ସଦୃଶ ପଦ୍ମାପଦ୍ମ ଭାଗ୍ୟଶାଳୀ ଆଉ କେହି ହୋଇପାରିବେ ନାହିଁ । ଲକ୍ଷ୍ମୀ-ନାରାୟଣଙ୍କର କେତେ ମହିମା ଗାନ କରୁଛନ୍ତି । ତେବେ ତାଙ୍କୁ ଯିଏ ଏଭଳି କରୁଛନ୍ତି, ତାଙ୍କର କେତେ ମହିମା ହେବା ଦରକାର । ପ୍ରଥମେ ଅବ୍ୟାଭିଚାରୀ ଭକ୍ତି ଆରମ୍ଭ ହେଲା ପରେ ପୁଣି ଅନେକ ଦେବୀ-ଦେବତାମାନଙ୍କର ପୂଜା ହେଲା । ତେବେ ତାକୁ ଭୂତ ପୂଜା ବୋଲି କୁହାଯିବ । ସେହି ଦୈବୀ ଶରୀର ତ ନାହିଁ । ୫ ତତ୍ତ୍ୱର ପୂଜା ହେଉଛି । ଶିବବାବାଙ୍କ ପାଇଁ ଏଭଳି କୁହାଯିବ ନାହିଁ । ପୂଜା କରିବା ପାଇଁ କୌଣସି ବି ଜିନିଷକୁ ସୁନା ଇତ୍ୟାଦିରେ ତିଆରି କରିଥା’ନ୍ତି । କିନ୍ତୁ ଆତ୍ମାକୁ କ’ଣ ସୁନା କୁହାଯିବ କି! ତେବେ ଆତ୍ମା କେଉଁ ଜିନିଷରେ ତିଆରି ହୋଇଛି? ଯଦି ପଚାରିବ - ଶିବଙ୍କର ଚିତ୍ର କେଉଁ ଜିନିଷରେ ତିଆରି ହୋଇଛି ତେବେ ତୁରନ୍ତ କହିଦେବେ । କିନ୍ତୁ ଆତ୍ମା-ପରମାତ୍ମା କେଉଁ ଜିନିଷରେ ତିଆରି ହୋଇଛି ଏକଥା କେହି ବି କହିପାରିବେ ନାହିଁ । ସତ୍ୟଯୁଗରେ ୫ ତତ୍ତ୍ୱ ମଧ୍ୟ ଶୁଦ୍ଧ ରହିଥାଏ କିନ୍ତୁ ଏଠାରେ ଅଶୁଦ୍ଧ । ତେବେ ପୁରୁଷାର୍ଥୀ ପିଲାମାନେ ସବୁବେଳେ ଏହିଭଳି କଥାର ବିଚାର କରୁଥିବେ । ବାବା କହୁଛନ୍ତି - ତୁମେ ଏସବୁ କଥାକୁ ମଧ୍ୟ ଛାଡିଦିଅ । ଯାହା ହେବାର ଥିବ ତାହା ହେବ । ପ୍ରଥମେ ବାବାଙ୍କୁ ମନେ ପକାଅ । ବୁଦ୍ଧିକୁ ଚାରିଆଡୁ ଫେରାଇ ଆଣି ଅନ୍ତର୍ମୁଖୀ ହୋଇ କେବଳ ମୋତେ ମନେ ପକାଇବାର ପୁରୁଷାର୍ଥ କର । ତୁମମାନଙ୍କୁ ସ୍ମୃତି ତ ଆସିଛି କିନ୍ତୁ ପୁରୁଷାର୍ଥର କ୍ରମ ଅନୁସାରେ । ସେବା ଦ୍ୱାରା ସବୁ କିଛି ଜଣାପଡିଯାଉଛି । ଯେଉଁମାନେ ସେବା କରୁଛନ୍ତି ସେମାନଙ୍କୁ ସେବାର ଖୁସି ରହୁଛି । ଯେଉଁମାନେ ବହୁତ ଭଲ ସେବା କରିଥା’ନ୍ତି, ତାଙ୍କୁ ସେବାର ପ୍ରତ୍ୟକ୍ଷଫଳ ମଧ୍ୟ ମିଳିଥାଏ । ପଣ୍ଡା ହୋଇ ଆସୁଛନ୍ତି । କିଏ ମହାରଥୀ, ଘୋଡାସବାର, ପଦାତିକ, ତାହା ତୁରନ୍ତ ଜଣାପଡିଯାଉଛି । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଅନ୍ୟ ସବୁ କଥାକୁ ଛାଡି, ବୁଦ୍ଧିକୁ ଚାରିଆଡୁ ଫେରାଇ ଆଣି ସତ୍ତ୍ୱପ୍ରଧାନ ହେବା ପାଇଁ ଅଶରୀରୀ ହେବାର ଅଭ୍ୟାସ କରିବାକୁ ହେବ । ଦୈବୀଗୁଣ ଧାରଣ କରିବାକୁ ହେବ ।

(୨) ବୁଦ୍ଧିରେ ବହୁତ ଭଲ ଭଲ ବିଚାର କରିବାକୁ ହେବ । ଆମର ରାଜ୍ୟ ଅର୍ଥାତ୍ ସ୍ୱର୍ଗ ଦୁନିଆରେ କ’ଣ କ’ଣ ରହିବ, ତା’ଉପରେ ବିଚାର କରି ନିଜକୁ ତା’ ସଦୃଶ ଯୋଗ୍ୟ ବା ଚରିତ୍ରବାନ କରିବାକୁ ପଡିବ । ଏହି ଦୁନିଆରୁ ବୁଦ୍ଧିକୁ ବାହାର କରିଦେବାକୁ ହେବ ।

ବରଦାନ:-
ସେବା ଦ୍ୱାରା ମେୱା ଅର୍ଥାତ୍ ଫଳ ପ୍ରାପ୍ତ କରି ସମସ୍ତ ବିନାଶୀ ଇଚ୍ଛାଠାରୁ ଉର୍ଦ୍ଧ୍ୱରେ ରହୁଥିବା ସଦା ସମ୍ପନ୍ନ ଏବଂ ସମାନ ଭବ ।

ସେବାର ଅର୍ଥ ହେଲା ମେୱା ପ୍ରଦାନକାରୀ । ଯଦି କୌଣସି ସେବା ଅସନ୍ତୁଷ୍ଟ କରି ଦେଉଛି ତେବେ ସେହି ସେବା ପ୍ରକୃତ ସେବା ନୁହେଁ । ଏଭଳି ସେବା କରିବା ପଛକେ ଛାଡିଦିଅ କିନ୍ତୁ ନିଜର ସନ୍ତୁଷ୍ଟତାକୁ ଛାଡ ନାହିଁ । ଯେପରି ଶାରୀରିକ ତୃପ୍ତି କରୁଥିବା ବ୍ୟକ୍ତି ସର୍ବଦା ସନ୍ତୁଷ୍ଟ ରହିଥାଏ ସେହିଭଳି ମାନସିକ ତୃପ୍ତି ଅନୁଭବ କରୁଥିବା ଆତ୍ମା ମଧ୍ୟ ସର୍ବଦା ସନ୍ତୁଷ୍ଟ ରହୁଥିବେ କାରଣ ସନ୍ତୁଷ୍ଟତା ତୃପ୍ତିର ଲକ୍ଷଣ ଅଟେ । ତୃପ୍ତ ଆତ୍ମା ଭିତରେ କୌଣସି ବି ବିନାଶୀ ଇଚ୍ଛା, ଯେପରିକି ମାନ-ସମ୍ମାନ, ସାହାଯ୍ୟ-ସହଯୋଗ ବା ସାଧନ ଗୁଡିକୁ ପ୍ରାପ୍ତ କରିବାର ଭୋକ ନ ଥିବ । ସେମାନେ ସମସ୍ତ ବିନାଶୀ ଇଚ୍ଛା ଗୁଡିକଠାରୁ ଉର୍ଦ୍ଧ୍ୱରେ ସଦା ସମ୍ପନ୍ନ ଏବଂ ସମାନ ସ୍ଥିତିରେ ରହୁଥିବେ ।

ସ୍ଲୋଗାନ:-
ସଚ୍ଚା ହୃଦୟର ସହିତ ନିଃସ୍ୱାର୍ଥ ସେବାରେ ଆଗକୁ ବଢିବା ଅର୍ଥ ପୁଣ୍ୟର ଖାତା ଜମା ହେବା ।