01.01.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଜ୍ଞାନର ବର୍ଷା କରି ଚତୁର୍ଦ୍ଦିଗ ସବୁଜିମା କରିବାବାଲା ଅଟ, ତେଣୁ ତୁମକୁ ଜ୍ଞାନର ଧାରଣା କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ ।”

ପ୍ରଶ୍ନ:-
ଯେଉଁ ବାଦଲଗୁଡିକ ବରଷନ୍ତି ନାହିଁ, ସେମାନଙ୍କୁ କେଉଁ ନାମ ଦିଆଯିବ? ’’

ଉତ୍ତର:-
ସେମାନେ ହେଲେ ଅଳସୁଆ ବାଦଲ । ଫୁର୍ତ୍ତି ବାଦଲ ସେହିମାନେ ଯିଏ ବରଷିଥା’ନ୍ତି ଅର୍ଥାତ୍ ଜ୍ଞାନ ଶୁଣାଇଥା’ନ୍ତି । ଯଦି ଜ୍ଞାନର ଧାରଣା ଥିବ ତେବେ ବରଷିବା ବିନା ରହିପାରିବେ ନାହିଁ । ଯେଉଁମାନେ ଜ୍ଞାନର ଧାରଣା କରି ଅନ୍ୟକୁ କରାଇ ନ ଥା’ନ୍ତି ସେମାନଙ୍କର ପେଟ ସହିତ ପିଠି ଲାଗିଯାଏ, ସେମାନେ ଗରୀବ ଅଟନ୍ତି । ସେମାନେ ପ୍ରଜା ଶ୍ରେଣୀକୁ ଚାଲିଯିବେ ।

ପ୍ରଶ୍ନ:-
ଯୋଗର ଯାତ୍ରାରେ ମୁଖ୍ୟ ମେହନତ କ’ଣ?

ଉତ୍ତର:-
ନିଜକୁ ଆତ୍ମା ମନେ କରି ବାବାଙ୍କୁ ବିନ୍ଦୁ ରୂପରେ ମନେ ପକାଇବା । ବାବା ଯିଏ ଏବଂ ଯେପରି ଅଟନ୍ତି, ସେହି ସ୍ୱରୂପରେ ଯଥାର୍ଥ ଭାବରେ ମନେ ପକାଇବାରେ ହିଁ ମେହନତ ରହିଛି ।

ଗୀତ:-
ଜୋ ପିୟା କେ ସାଥ ହୈ...

ଓମ୍ ଶାନ୍ତି ।
ଯେପରି ସାଗର ଉପରେ ବାଦଲ ରହିଛି ତେଣୁ ବାଦଲର ପିତା ହେଲେ ସାଗର । ଯେଉଁ ବାଦଲମାନେ ସାଗରଙ୍କ ସାଥିରେ ଅଛନ୍ତି ସେମାନଙ୍କ ପାଇଁ ହିଁ ବର୍ସା ହେଉଛି । ସେହି ବାଦଲମାନେ ମଧ୍ୟ ସାଗରରୁ ପାଣି ଭରି ପୁଣି ବର୍ଷିଥା’ନ୍ତି । ତୁମେ ମଧ୍ୟ ଜ୍ଞାନ ସାଗରଙ୍କ ପାଖକୁ ସମ୍ପୂର୍ଣ୍ଣ ହେବା ପାଇଁ ଆସୁଛ । ତୁମେ ସାଗରର ସନ୍ତାନ ବାଦଲ ହିଁ ତ ଅଟ, ଯିଏକି ମିଠା ପାଣିକୁ ଶୋଷି ନେଉଛ । ତେବେ ବାଦଲ ମଧ୍ୟ ଅନେକ ପ୍ରକାରର ଅଛନ୍ତି । କେହି ବହୁତ ଜୋର୍‌ରେ ବରଷୁଛନ୍ତି, ବନ୍ୟା କରି ଦେଉଛନ୍ତି, କେହି କମ୍ ବରଷୁଛନ୍ତି । ତୁମମାନଙ୍କ ଭିତରେ ମଧ୍ୟ ଏମିତି କ୍ରମାନୁସାରେ ଅଛନ୍ତି ଯିଏ ଖୁବ୍ ଜୋର୍‌ରେ ବର୍ଷିଥା’ନ୍ତି, ତାଙ୍କର ନାମର ମଧ୍ୟ ଗାୟନ କରାଯାଇଥାଏ । ଯେମିତି ବର୍ଷା ବହୁତ ହେଲେ ମନୁଷ୍ୟ ଖୁସି ହୋଇଯାଆନ୍ତି । ଏହା ମଧ୍ୟ ଠିକ୍ ସେମିତି । ଯେଉଁମାନେ ଭଲ ବର୍ଷା କରିଥା’ନ୍ତି, ତାଙ୍କର ମହିମା କରାଯାଇଥାଏ, ଯିଏ ବର୍ଷା କରନ୍ତି ନାହିଁ ତାଙ୍କର ମନ ଯେମିତି ଅଳସୁଆ ହୋଇଯାଏ, ପେଟ ପୂରେ ନାହିଁ । ସମ୍ପୂର୍ଣ୍ଣ ରୂପେ ଧାରଣା ନ ହେଲେ ପେଟ ଯାଇ ପିଠିରେ ଲାଗିଯାଏ । ଯେପରି ଦୁର୍ଭିକ୍ଷ ପଡିଲେ ମନୁଷ୍ୟମାନଙ୍କର ପେଟ ପିଠିରେ ଲାଗିଯାଏ । ଏଠାରେ ମଧ୍ୟ ଯଦି କେହି ନିଜେ ଧାରଣା କରି ଅନ୍ୟକୁ କରାଉ ନାହାଁନ୍ତି ତେବେ ତାଙ୍କର ପେଟ ଯାଇ ପିଠିରେ ଲାଗିଯାଉଛି । ଯେଉଁମାନେ ଅଧିକ ବର୍ଷା କରନ୍ତି ସେମାନେ ସେଠାରେ ରାଜା-ରାଣୀ ହେବେ ଏବଂ ଏମାନେ ଗରିବ ପ୍ରଜା ହେବେ । ଗରିବମାନଙ୍କର ପେଟ ପିଠିରେ ଲାଗିଯାଏ ନା । ସେଥିପାଇଁ ସନ୍ତାନମାନଙ୍କୁ ବହୁତ ଭଲ ଭାବରେ ଧାରଣା କରିବା ଦରକାର । ଏଠାରେ ପୁଣି ଆତ୍ମା ଏବଂ ପରମାତ୍ମାଙ୍କର ଜ୍ଞାନ କେତେ ସହଜ । ତୁମେ ବର୍ତ୍ତମାନ ବୁଝିପାରୁଛ ଯେ ଆମଠାରେ ଆତ୍ମା ଏବଂ ପରମାତ୍ମା ଉଭୟଙ୍କର ଜ୍ଞାନ ନ ଥିଲା । ସେଥିପାଇଁ ପେଟ ପିଠିରେ ଲାଗିଯାଇଥିଲା ନା । ମୁଖ୍ୟ କଥା ହେଉଛି ହିଁ ଆତ୍ମା ଏବଂ ପରମାତ୍ମାଙ୍କର କଥା । ମନୁଷ୍ୟମାନେ ଆତ୍ମାକୁ ହିଁ ଜାଣି ନାହାଁନ୍ତି ତେବେ ସେମାନେ ପୁଣି ପରମାତ୍ମାଙ୍କୁ କେମିତି ଜାଣିପାରିବେ । କେତେ ବଡ ବଡ ବିଦ୍ୱାନ, ପଣ୍ଡିତ ଆଦି ଅଛନ୍ତି, କିନ୍ତୁ କେହି ବି ଆତ୍ମାକୁ ଜାଣି ନାହାଁନ୍ତି । ବର୍ତ୍ତମାନ ତୁମେ ଜାଣୁଛ ଯେ ଆତ୍ମା ଅବିନାଶୀ ଏବଂ ସେଥିରେ ୮୪ ଜନ୍ମର ଅବିନାଶୀ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି, ଯାହାକି ଚାଲି ଆସୁଛି । ଯେପରି ଆତ୍ମା ଅବିନାଶୀ ସେହିପରି ପାର୍ଟ ମଧ୍ୟ ଅବିନାଶୀ । ଆତ୍ମା କିପରି ଅଲରାଉଣ୍ଡ ପାର୍ଟ କରୁଛି - ଏ କଥା କାହାକୁ ଜଣା ନାହିଁ । ସେଥିପାଇଁ ସେମାନେ ଆତ୍ମା ସୋ ପରମାତ୍ମା (ଆତ୍ମା ଯିଏ ପରମାତ୍ମା ସିଏ) ବୋଲି କହି ଦେଉଛନ୍ତି । ତୁମମାନଙ୍କ ପାଖରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୂରା ଜ୍ଞାନ ରହିଛି । ସେମାନେ ତ ଡ୍ରାମାର ଆୟୁଷ ହିଁ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି । ବର୍ତ୍ତମାନ ତୁମକୁ ସୃଷ୍ଟିର ସାରା ଜ୍ଞାନ ମିଳିଛି । ତୁମେମାନେ ଜାଣିଛ, ବାବାଙ୍କ ଦ୍ୱାରା ରଚିତ ଏହି ଜ୍ଞାନ ଯଜ୍ଞରେ ସାରା ଦୁନିଆ ସ୍ୱାହାଃ ହେବ । ସେଥିପାଇଁ ବାବା କହୁଛନ୍ତି ଦେହ ସହିତ ଯାହା କିଛି ବି ଅଛି ସେସବୁ ଭୁଲି, ନିଜକୁ ଆତ୍ମା ନିଶ୍ଚୟ କର । ବାବାଙ୍କୁ ଏବଂ ଶାନ୍ତିଧାମ, ସୁଇଟ୍ ହୋମ୍‌କୁ ମନେପକାଅ । ଏହା ତ ହେଉଛି ହିଁ ଦୁଃଖଧାମ । ଏହି କଥାକୁ ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ବୁଝାଇପାରିବେ । ବର୍ତ୍ତମାନ ତୁମେ ଜ୍ଞାନରେ ତ ଭରପୂର ଅଛ । କିନ୍ତୁ ସବୁ ପରିଶ୍ରମ ତ ଯୋଗରେ ରହିଛି । ଜନ୍ମ-ଜନ୍ମାନ୍ତରର ଦେହ-ଅଭିମାନ ତୁଟେଇ ଦେହୀ-ଅଭିମାନୀ ହେବା, ଏଥିରେ ବହୁତ ପରିଶ୍ରମ କରିବାକୁ ହେବ । କହିବା ତ’ ବହୁତ ସହଜ କିନ୍ତୁ ନିଜକୁ ଆତ୍ମା ଭାବିବା ଏବଂ ବାବାଙ୍କୁ ମଧ୍ୟ ବିନ୍ଦୁ ରୂପରେ ମନେ ପକାଇବା, ଏଥିରେ ପରିଶ୍ରମ ରହିଛି । ବାବା କହୁଛନ୍ତି ମୁଁ ଯେପରି ଏବଂ ଯେମିତି ଅଟେ, ସେମିତି କେହି ବହୁତ କଷ୍ଟରେ ମୋତେ ମନେ ପକାଉଛନ୍ତି । ଯେପରି ବାବା ସେହିପରି ସନ୍ତାନମାନେ ମଧ୍ୟ ହୋଇଥା’ନ୍ତି ନା । ନିଜକୁ ଜାଣିଲେ ବାବାଙ୍କୁ ମଧ୍ୟ ଜାଣିଯିବେ । ତୁମେ ଜାଣିଛ ଶିକ୍ଷକ ଏକମାତ୍ର ବାବା ହିଁ ଅଟନ୍ତି, କିନ୍ତୁ ବିଦ୍ୟାର୍ଥୀ ବହୁତ ଅଛନ୍ତି । ବାବା ରାଜଧାନୀ କେମିତି ସ୍ଥାପନ କରୁଛନ୍ତି, ତାହା ତୁମେମାନେ ହିଁ ଜାଣିଛ । ବାକି ଏହି ଶାସ୍ତ୍ର ଆଦି ସବୁ ଭକ୍ତିମାର୍ଗର ସାମଗ୍ରୀ । ପିଲାମାନଙ୍କୁ ବୁଝାଇବା ପାଇଁ ଏ ସବୁ କଥା ମୋତେ କହିବାକୁ ପଡୁଛି । ବାକି ଏଥିରେ ଘୃଣାର କୌଣସି କଥା ନାହିଁ । ଶାସ୍ତ୍ରରେ ମଧ୍ୟ ବ୍ରହ୍ମାଙ୍କର ଦିନ ଏବଂ ରାତି ବୋଲି କହିଥାନ୍ତି କିନ୍ତୁ କିଛି ବି ବୁଝି ନାହାଁନ୍ତି । ରାତି ଏବଂ ଦିନ ଅଧା-ଅଧା ହୋଇଥାଏ । ସିଡି ସମ୍ବନ୍ଧରେ କେତେ ସହଜ ରୀତିରେ ବୁଝାଯାଉଛି ।

ମନୁଷ୍ୟ ଭାବୁଛନ୍ତି ଯେ ଭଗବାନ ତ ବହୁତ ସମର୍ଥ, ସିଏ ଯାହା ଚାହିଁବେ ତାହା କରିପାରିବେ । କିନ୍ତୁ ବାବା କହୁଛନ୍ତି ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି । ଭାରତ ଉପରେ ତ କେତେ ବିପଦ ଆସୁଛି ପୁଣି ମୁଁ କ’ଣ ବାରମ୍ବାର ଆସୁଛି ? ମୋର ପାର୍ଟର ମଧ୍ୟ ଲିମିଟ୍ (ସୀମା) ଅଛି । ଯେତେବେଳେ ସମ୍ପୂର୍ଣ୍ଣ ଦୁଃଖୀ ହୋଇଯାଉଛନ୍ତି ସେତେବେଳେ ମୁଁ ନିର୍ଦ୍ଧାରିତ ସମୟରେ ଆସୁଛି । ଏଥିରେ ଗୋଟିଏ ସେକେଣ୍ଡର ମଧ୍ୟ ଫରକ ହୋଇପାରିବ ନାହିଁ । ଡ୍ରାମାରେ ପ୍ରତ୍ୟେକଙ୍କର ପାର୍ଟ ନିଧାର୍ଯ୍ୟ ରହିଛି । ଏହା ହେଉଛି ଉଚ୍ଚତମ ବାବାଙ୍କର ପୁନଃ ଅବତରଣ । ପୁଣି କ୍ରମାନ୍ୱୟରେ କମ୍ ଶକ୍ତି ସମ୍ପନ୍ନ ଆତ୍ମାମାନେ ଆସିଥା’ନ୍ତି । ତୁମମାନଙ୍କୁ ବର୍ତ୍ତମାନ ବାବାଙ୍କ ଠାରୁ ଜ୍ଞାନ ମିଳିଛି ଯାହାଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ । ତୁମମାନଙ୍କ ଭିତରେ ଏବେ ସମ୍ପୂର୍ଣ୍ଣ ଶକ୍ତି ଆସୁଛି । ପୁରୁଷାର୍ଥ କରି ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛ । ଅନ୍ୟମାନଙ୍କର ତ ପାର୍ଟ ହିଁ ନାହିଁ । ମୁଖ୍ୟ ହେଉଛି ଡ୍ରାମା, ଯାହାର ଜ୍ଞାନ ତୁମକୁ ବର୍ତ୍ତମାନ ମିଳୁଛି । ବାକି ତ ସବୁ ହେଉଛି ମେଟେରିଆଲ୍ (ଜଡତତ୍ୱ) କାହିଁକି ନା ତାହା ସବୁ ଏହି ଆଖିରେ ଦେଖାଯାଉଛି । ୱାଣ୍ଡର ଅଫ୍ ଦି ୱାଲଡ୍ (ପୃଥିବୀର ଆଶ୍ଚର୍ଯ୍ୟ) ତ ବାବା ହିଁ ଅଟନ୍ତି, ଯିଏ ପୁଣି ସ୍ୱର୍ଗ ରଚନା କରୁଛନ୍ତି, ଯାହାକୁ ହେଭେନ୍‌, ପାରାଡାଇଜ୍ କହିଥା’ନ୍ତି । ତାଙ୍କର କେତେ ମହିମା ରହିଛି । ବାବା ଏବଂ ବାବାଙ୍କର ରଚନାର ବହୁତ ମହିମା ରହିଛି । ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ । ଉଚ୍ଚରୁ ଉଚ୍ଚ ସ୍ୱର୍ଗର ସ୍ଥାପନା ବାବା କେମିତି କରୁଛନ୍ତି, ଏକଥା କେହି କିଛି ଜାଣି ନାହାଁନ୍ତି । ତୁମେ ମିଠା ମିଠା ସନ୍ତାନମାନେ ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ଜାଣୁଛ ଏବଂ ସେହି ଅନୁସାରେ ହିଁ ପଦ ପାଉଛ । ଯେଉଁମାନେ ପୁରୁଷାର୍ଥ କରୁଛନ୍ତି ସେମାନେ ଡ୍ରାମା ଅନୁସାରେ ହିଁ କରୁଛନ୍ତି । ପୁରୁଷାର୍ଥ ବିନା ତ କିଛି ମିଳିପାରିବ ନାହିଁ । କର୍ମ ବିନା ଏକ ସେକେଣ୍ଡ ମଧ୍ୟ ରହିପାରିବ ନାହିଁ । ହଠଯୋଗୀମାନେ ପ୍ରାଣାୟାମ ଆଦି କରିଥା’ନ୍ତି, ସେମାନେ ତ ଯେପରିକି ଜଡ ହୋଇଯାଆନ୍ତି, ଭିତରେ ବସି ରହିଥା’ନ୍ତି, ଉପରେ ମାଟି ଜମିଯାଏ । ମାଟି ଉପରେ ପାଣି ପଡି ପୁଣି ଘାସ ଉଠିଯାଏ । କିନ୍ତୁ ଏଥିରେ କିଛି ଫାଇଦା ନାହିଁ । କେତେ ଦିନ ଏମିତି ବସି ରହିବେ? କର୍ମ ତ ନିଶ୍ଚୟ କରିବାକୁ ହିଁ ପଡିବ । କର୍ମ ସନ୍ନ୍ୟାସୀ କେହି ହୋଇପାରିବେ ନାହିଁ । ହଁ କେବଳ ଖାଦ୍ୟ ଆଦି ପ୍ରସ୍ତୁତ କରନ୍ତି ନାହିଁ ସେଥିପାଇଁ ତାଙ୍କୁ କର୍ମ ସନ୍ନ୍ୟାସୀ କହିଦେଉଛନ୍ତି । ଏହା ମଧ୍ୟ ତାଙ୍କର ଡ୍ରାମାରେ ପାର୍ଟ ରହିଛି । ଯଦି ଏହି ନିବୃତ୍ତି ମାର୍ଗୀମାନେ ମଧ୍ୟ ନ ଥାଆନ୍ତେ ତେବେ ଭାରତର ଅବସ୍ଥା କ’ଣ ହୋଇଯାଇଥା’ନ୍ତା? ଭାରତ ଦିନେ ନମ୍ବରୱାନ୍ ପବିତ୍ର ଥିଲା । ବାବା ପ୍ରଥମେ-ପ୍ରଥମେ ପବିତ୍ରତା ସ୍ଥାପନ କରୁଛନ୍ତି, ଯାହା ପୁଣି ଅଧାକଳ୍ପ ଚାଲିବ । ବାସ୍ତବରେ ସତ୍ୟଯୁଗରେ ଗୋଟିଏ ଧର୍ମ, ଗୋଟିଏ ରାଜ୍ୟ ଥିଲା । ସେହି ଦୈବୀ ରାଜ୍ୟ ବର୍ତ୍ତମାନ ପୁଣି ସ୍ଥାପନ ହେଉଛି । ଏମିତି ଭଲ-ଭଲ ସ୍ଳୋଗାନ ଇତ୍ୟାଦି ତିଆରି କରି ମନୁଷ୍ୟମାନଙ୍କୁ ଜାଗ୍ରତ କରିବା ଦରକାର । ଏବେ ପୁନର୍ବାର ଦୈବୀ ରାଜ୍ୟ-ଭାଗ୍ୟ ଆସି ନିଅ । ବର୍ତ୍ତମାନ ତୁମେ କେତେ ଭଲ ଭାବରେ ବୁଝୁଛ । କୃଷ୍ଣଙ୍କୁ ଶ୍ୟାମସୁନ୍ଦର କାହିଁକି କହୁଛନ୍ତି - ଏହା ମଧ୍ୟ ତୁମେମାନେ ବର୍ତ୍ତମାନ ଜାଣୁଛ । ଆଜିକାଲି ତ ବହୁତ ଏମିତି ନାମ ରଖି ଦେଉଛନ୍ତି । ଯେପରି କୃଷ୍ଣଙ୍କ ସହିତ ପ୍ରତିଯୋଗିତା କରୁଛନ୍ତି । ତୁମେମାନେ ଜାଣିଛ ପତିତ ରାଜାମାନେ କେମିତି ପାବନ ରାଜାମାନଙ୍କ ଆଗରେ ଯାଇ ମଥା ନୁଆଁଉଛନ୍ତି କିନ୍ତୁ ସେମାନଙ୍କ ବିଷୟରେ କିଛି ଜାଣି ନାହାଁନ୍ତି । ତୁମେମାନେ ଜାଣିଛ ଯିଏ ପୂଜ୍ୟ ଥିଲେ ସେହିମାନେ ପୁଣି ପୂଜାରୀ ହୋଇଯାଇଛନ୍ତି । ବର୍ତ୍ତମାନ ତୁମର ବୁଦ୍ଧିରେ ସାରା ଚକ୍ରର ଜ୍ଞାନ ରହିଛି । ଯଦି ଏ କଥା ମନେ ରହିବ ତେବେ ଅବସ୍ଥା ବହୁତ ଭଲ ରହିବ । କିନ୍ତୁ ମାୟା ଏହି କଥାକୁ ସ୍ମରଣ କରିବାକୁ ଦେଉନାହିଁ, ଭୁଲାଇ ଦେଉଛି । ସର୍ବଦା ହର୍ଷିତମୁଖ ଅବସ୍ଥାରେ ରହିଲେ ହିଁ ତୁମକୁ ଦେବତା କୁହାଯିବ । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ରକୁ ଦେଖି ସମସ୍ତେ କେତେ ଖୁସି ହୋଇଥା’ନ୍ତି । ରାଧା-କୃଷ୍ଣ ଅଥବା ରାମ ଆଦିଙ୍କୁ ଦେଖି ଏତେ ଖୁସି ହୋଇ ନ ଥା’ନ୍ତି କାହିଁକି ନା ଶ୍ରୀକୃଷ୍ଣଙ୍କ ପାଇଁ ଶାସ୍ତ୍ରରେ ହଙ୍ଗାମା (ଗଣ୍ଡଗୋଳ)ର କଥା ଲେଖି ଦେଇଛନ୍ତି । ଏହି ବାବା ଶ୍ରୀ ନାରାୟଣ ହେବେ । ତେଣୁ ବାବା ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ରକୁ ଦେଖି ଖୁସି ହେଉଛନ୍ତି । ସନ୍ତାନମାନଙ୍କର ମଧ୍ୟ ବୁଝିବା ଦରକାର କି, ବାକି କେତେ ସମୟ ଏହି ପୁରୁଣା ଶରୀରରେ ରହିବା, ପୁଣି ଯାଇ ରାଜକୁମାର ହେବା । ଏହା ହିଁ ଆମର ଲକ୍ଷ୍ୟ ଉଦ୍ଦେଶ୍ୟ ଅଟେ ନା । ଏ କଥା ମଧ୍ୟ କେବଳ ତୁମେମାନେ ହିଁ ଜାଣିଛ । ତେଣୁ ଖୁସିରେ କେତେ ଗଦ୍‌ଗଦ୍ ହେବା ଦରକାର । ଯେତେ ପଢିବ ସେତେ ଉଚ୍ଚ ପଦ ପାଇବ, ଯଦି ପଢିବ ନାହିଁ ତେବେ କି ପଦ ମିଳିବ? କେଉଁଠି ବିଶ୍ୱର ମହାରାଜା-ମହାରାଣୀ, କେଉଁଠି ସାହୁକାର, ପ୍ରଜାର ନୌକର-ଚାକର । ବିଷୟ ତ ଗୋଟିଏ । କେବଳ ମନମନାଭବ, ମଧ୍ୟାଜୀଭବ, ଅଲଫ ଏବଂ ବେ, ଯୋଗ ଏବଂ ଜ୍ଞାନ । ଇଏ (ବ୍ରହ୍ମାବାବା) କେତେ ଖୁସି ହୋଇଗଲେ - ଅଲଫକୁ ଆଲ୍ଲାହା ମିଳିଲେ, ସବୁ ଦେଇ ଦେଲେ । ତାଙ୍କୁ କେତେ ବଡ ଲଟେରି ମିଳିଗଲା । ବାକି କ’ଣ ଦରକାର! ତେବେ କାହିଁକି ସନ୍ତାନମାନଙ୍କ ଭିତରେ ଖୁସି ନ ରହିବ । ସେଥିପାଇଁ ବାବା କହୁଛନ୍ତି ଏମିତି ଟ୍ରାନ୍‌ସ ଲାଇଟ୍‌ର (ଭିତରେ ଲାଇଟ୍ ଜଳୁଥିବା ଲକ୍ଷ୍ମୀ-ନାରାୟଣଙ୍କ ଫଟୋ) ଚିତ୍ର ସମସ୍ତଙ୍କ ପାଇଁ ତିଆରି କର, ଯାହାକୁ ଦେଖି ସନ୍ତାନମାନେ ଖୁସି ହେବେ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ଆମକୁ ଏହି ବର୍ସା ଦେଉଛନ୍ତି । ମନୁଷ୍ୟ ତ କିଛି ଜାଣି ନାହାଁନ୍ତି । ପୂରା ପୁରି ତୁଚ୍ଛ ବୁଦ୍ଧି ଅଟନ୍ତି । ବର୍ତ୍ତମାନ ତୁମେ ତୁଚ୍ଛ ବୁଦ୍ଧିରୁ ସ୍ୱଚ୍ଛ ବୁଦ୍ଧି ହେଉଛ । ସବୁ କିଛି ଜାଣି ଯାଇଛ, ଆଉ କିଛି ପଢିବା ଦରକାର ନାହିଁ । ଏହି ପାଠପଢାରୁ ତୁମକୁ ବିଶ୍ୱର ବାଦଶାହୀ ମିଳୁଛି, ସେଥିପାଇଁ ବାବାଙ୍କୁ ନଲେଜ୍‌ଫୁଲ୍ (ଜ୍ଞାନର ସାଗର) କହୁଛନ୍ତି । କିନ୍ତୁ ମନୁଷ୍ୟମାନେ ଭାବୁଛନ୍ତି ଭଗବାନ ପ୍ରତ୍ୟେକଙ୍କର ମନକୁ ଜାଣିଛନ୍ତି, କିନ୍ତୁ ବାବା ତ ଜ୍ଞାନ ଦେଉଛନ୍ତି । ଟୀଚର୍‌, ଜାଣିଥା’ନ୍ତି ଯେ ଅମୁକ ପିଲା ଏହି ସ୍କୁଲରେ ପାଠ ପଢୁଛନ୍ତି, ବାକି ସାରା ଦିନ ବସି ଦେଖିବେ ନାହିଁ ଯେ ଏହାଙ୍କର ବୁଦ୍ଧିରେ କ’ଣ ବିଚାର ଆସୁଛି । ଏହା ତ ବହୁତ ବିଚିତ୍ର ଜ୍ଞାନ ଅଟେ । ବାବାଙ୍କୁ ଜ୍ଞାନର ସାଗର, ସୁଖ ଶାନ୍ତିର ସାଗର କୁହାଯାଏ । ତୁମେମାନେ ମଧ୍ୟ ବର୍ତ୍ତମାନ ମାଷ୍ଟର ଜ୍ଞାନ ସାଗର ହେଉଛ । ପୁଣି ଏଇ ଉପାଧି ମଧ୍ୟ ରହିବ ନାହିଁ । ସର୍ବଗୁଣ ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ ହେବା, ଏହା ହେଉଛି ମନୁଷ୍ୟମାନଙ୍କର ଉଚ୍ଚ ପଦବୀ । ଏହି ସମୟରେ ଏହା ହେଉଛି ଈଶ୍ୱରୀୟ ପଦବୀ । ଏହା କେତେ ବୁଝିବା ଏବଂ ବୁଝାଇବାର କଥା । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ରକୁ ଦେଖି ବହୁତ ଖୁସି ହେବା ଦରକାର । ଆମେ ବର୍ତ୍ତମାନ ବିଶ୍ୱର ମାଲିକ ହେବୁ । ନଲେଜରୁ ହିଁ ସବୁ ଗୁଣ ଆସିଥାଏ । ନିଜର ଲକ୍ଷ୍ୟ ଉଦ୍ଦେଶ୍ୟ ଦେଖିଲେ ହିଁ ରିଫ୍ରେସ୍‌ମେଣ୍ଟ୍ ଅର୍ଥାତ୍ ସତେଜତା ଆସିଯାଏ । ସେଥିପାଇଁ ବାବା କହୁଛନ୍ତି ଏଇ ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ତ ପ୍ରତ୍ୟେକଙ୍କ ପାଖରେ ରହିବା ଦରକାର । ଏହି ଚିତ୍ର ହୃଦୟରେ ସ୍ନେହ ବଢାଇଥାଏ । ମନରେ ଆସିଥାଏ ବାସ୍‌, ମୃତ୍ୟୁଲୋକରେ ଏହା ଶେଷ ଜନ୍ମ ଅଟେ । ପୁଣି ଆମେ ଅମରଲୋକରେ ଯାଇ ଏହିପରି ହେବା, ତତତ୍ତ୍ୱମ୍ । ଏମିତି ନୁହେଁ କି ଆତ୍ମା ଯିଏ ପରମାତ୍ମା ସିଏ । ନା । ଏହି ଜ୍ଞାନ ସବୁ ବୁଦ୍ଧିରେ ରହିଛି । ଯେତେବେଳେ ତୁମେ କାହାକୁ ବୁଝାଉଛ, ତାଙ୍କୁ କୁହ ଆମେ କେବେ ବି କାହାଠାରୁ ଭିକ ମାଗୁ ନାହୁଁ । ପ୍ରଜାପିତା ବ୍ରହ୍ମାଙ୍କର ବହୁତ ସନ୍ତାନ ଅଛନ୍ତି । ଆମେ ନିଜର ତନ-ମନ-ଧନ ଦ୍ୱାରା ସେବା କରୁଛୁ । ବ୍ରାହ୍ମଣମାନେ ନିଜ ରୋଜଗାରରେ ହିଁ ଯଜ୍ଞ ଚଲାଉଛନ୍ତି । ଶୁଦ୍ରଙ୍କର ପଇସା ଉପଯୋଗ କରିପାରିବୁ ନାହିଁ । ଢେର ସନ୍ତାନ ଅଛନ୍ତି ସେମାନେ ଜାଣିଛନ୍ତି ଯେତେ ଆମେ ତନ-ମନ-ଧନ ଦ୍ୱାରା ସେବା କରିବୁ, ସମର୍ପିତ ହେବୁ ସେତେ ଉଚ୍ଚ ପଦ ପାଇବୁ । ଜାଣିଛ ବ୍ରହ୍ମାବାବା ବୀଜ ବୁଣିଛନ୍ତି, ଅର୍ଥାତ୍ ସର୍ବସ୍ୱ ସ୍ୱାହା କରିଛନ୍ତି, ତେଣୁ ସିଏ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ପଇସା ଏଠାରେ କିଛି କାମରେ ତ ଆସିବ ନାହିଁ, ତେଣୁ କାହିଁକି ଏହି କାର୍ଯ୍ୟରେ ଲଗାଇ ନ ଦେବା । ତେବେ ସମର୍ପିତ ଆତ୍ମା କ’ଣ କେବେ ଭୋକରେ ମରିବେ? ସେମାନଙ୍କର ତ ବହୁତ ଯତ୍ନ ନିଆଯାଇଥାଏ । ବାବାଙ୍କର କେତେ ଯତ୍ନ ନିଆଯାଉଛି । ଇଏ ତ ଶିବବାବାଙ୍କର ରଥ ଅଟନ୍ତି ନା । ସାରା ବିଶ୍ୱକୁ ସ୍ୱର୍ଗରେ ପରିଣତ କରୁଛନ୍ତି । ଶିବବାବା ହସିନ ମୁଶାଫିର ଅର୍ଥାତ୍ ସୁନ୍ଦର ଯାତ୍ରୀ ଅଟନ୍ତି ।

ପରମପିତା ପରମାତ୍ମା ଆସି ସମସ୍ତଙ୍କୁ ସୁନ୍ଦର କରୁଛନ୍ତି, ତୁମେ ଶ୍ୟାମଳରୁ ଗୋରା, ପବିତ୍ର ଓ ସୁନ୍ଦର ହେଉଛ ନା । ବାବା କେତେ ସୁନ୍ଦର ପ୍ରିୟତମ ଅଟନ୍ତି, ଯିଏକି ଏଠାକୁ ଆସି ସମସ୍ତଙ୍କୁ ଗୋରା କରିଦେଉଛନ୍ତି । ତେଣୁ ତାଙ୍କ ଉପରେ ସମର୍ପିତ ହୋଇଯିବା ଦରକାର । ସଦାସର୍ବଦା ତାଙ୍କୁ ମନେ ପକାଇବା ଦରକାର । ଯେପରି ଆତ୍ମାକୁ ଦେଖି ପାରିବ ନାହିଁ, କେବଳ ଜାଣିପାରିବ, ସେହିପରି ପରମାତ୍ମାଙ୍କୁ ମଧ୍ୟ ଜାଣିପାରିବ । ଦେଖିବାକୁ ଗଲେ ତ ଆତ୍ମା ଏବଂ ପରମାତ୍ମା ଦୁଇ ଜଣ ଏକାଭଳି ଅଟନ୍ତି, ବିନ୍ଦୁ ସଦୃଶ ଅଟନ୍ତି । ବାକି ତ ସବୁ ହେଉଛି ଜ୍ଞାନ । ଏକଥା ବହୁତ ବୁଝିବାର କଥା । ସନ୍ତାନମାନଙ୍କ ବୁଦ୍ଧିରେ ଏହିକଥା ଛାପି ହୋଇ ଯିବା ଦରକାର । କିନ୍ତୁ ବୁଦ୍ଧିରେ ପୁରୁଷାର୍ଥର କ୍ରମଅନୁସାରେ ଧାରଣା ହୋଇଥାଏ । ଡାକ୍ତରମାନଙ୍କର ମଧ୍ୟ ଔଷଧ ମନେ ରହିଥାଏ ନା । ଏମିତି ନୁହେଁ କି ସେହି ସମୟରେ ବସି ବହି ଦେଖିବେ । ଡାକ୍ତରୀ ଜ୍ଞାନର ମଧ୍ୟ ବିଷୟବସ୍ତୁ ଥାଏ, ବାରିଷ୍ଟରୀ ଜ୍ଞାନର ମଧ୍ୟ ବିଷୟ ବସ୍ତୁ ଥାଏ । ତୁମ ପାଖରେ ମଧ୍ୟ ବିଷୟ ବସ୍ତୁମାନ ରହିଛି, ଯାହା ଉପରେ ବୁଝାଉଛ । କାହାକୁ କୌଣସି ଜ୍ଞାନର କଥା ଫାଇଦା ଦେଇଥାଏ, କାହାକୁ କେଉଁ ଜ୍ଞାନର କଥା ଦ୍ୱାରା ନିଶ୍ଚୟ ହୋଇଯାଏ । ଜ୍ଞାନର ବିଷୟ ବହୁତ ଅଛି । ଯିଏ ଭଲ ଭାବରେ ଧାରଣ କରିବେ ସେ ଭଲ ଭାବରେ ସେବା କରିପାରିବେ । ଅଧାକଳ୍ପରୁ ମହାରୋଗୀ ହୋଇଯାଇଛନ୍ତି । ଆତ୍ମା ପତିତ ହୋଇଯାଇଛି, ତେଣୁ ତାଙ୍କ ପାଇଁ ଏକମାତ୍ର ଅବିନାଶୀ ଡାକ୍ତର ଶିବବାବା ଔଷଧ ଦେଉଛନ୍ତି । ସେ ସର୍ବଦା ସର୍ଜନ ହିଁ ରହିଥା’ନ୍ତି, କେବେ ରୋଗରେ ପଡନ୍ତି ନାହିଁ । ଅନ୍ୟ ସମସ୍ତେ ତ ରୋଗରେ ପଡିଯାଆନ୍ତି । ତେବେ ଅବିନାଶୀ ସର୍ଜନ (ଡାକ୍ତର) ଥରେ ମାତ୍ର ଆସି ମନମନାଭବର ଇନ୍‌ଞ୍ଜେକ୍‌ସନ୍ ଦେଉଛନ୍ତି । ଏହା କେତେ ସହଜ । ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ରକୁ ସର୍ବଦା ପକେଟ୍‌ରେ ରଖିଦିଅ । ବ୍ରହ୍ମାବାବା ନାରାୟଣଙ୍କର ପୂଜାରୀ ଥିଲେ । ଲକ୍ଷ୍ମୀ-ନାରାୟଣଙ୍କର ପଦ ସେବା କରୁଥିବାର ଚିତ୍ରରୁ ଲକ୍ଷ୍ମୀଙ୍କୁ ଅଲଗା କରି କେବଳ ନାରାୟଣଙ୍କର ଚିତ୍ର ରଖିଥିଲେ । ଏବେ ଜାଣିପାରୁଛି ଯାହାକୁ ମୁଁ ପୂଜା କରୁଥିଲି ମୁଁ ତାହା ହେଉଛି । ଲକ୍ଷ୍ମୀଙ୍କୁ ବିଦାୟ ଦେଇଦେଲି ତେବେ ଏକଥା ନିଶ୍ଚିତ ଯେ ମୁଁ ଲକ୍ଷ୍ମୀ ହେବି ନାହିଁ । ଲକ୍ଷ୍ମୀ ବସି ସେବା କରିବେ, ଏହା ଭଲ ଲାଗୁ ନ ଥିଲା । ଏହି ଚିତ୍ରକୁ ଦେଖି ପୁରୁଷମାନେ ସ୍ତ୍ରୀମାନଙ୍କ ଦ୍ୱାରା ସେବା କରାଉଛନ୍ତି । ସେଠାରେ କ’ଣ ଲକ୍ଷ୍ମୀ ବସି ଏମିତି ଗୋଡ ମୋଡିବେ? ନା । ଏଭଳି ପ୍ରଥା ସେଠାରେ ନ ଥାଏ । ଏହି ପ୍ରଥା ଏହି ରାବଣ ରାଜ୍ୟର । ଏହି ଚିତ୍ରରେ ସାରା ଜ୍ଞାନ ଅଛି । ଉପରେ ତ୍ରିମୂର୍ତ୍ତି ମଧ୍ୟ ରହିଛନ୍ତି, ଏହି ଜ୍ଞାନକୁ ସାରା ଦିନ ସ୍ମରଣ କରି କରି ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ । ଭାରତ ଏବେ ସ୍ୱର୍ଗ ହେବାକୁ ଯାଉଛି । ଏକଥା କେତେ ସୁନ୍ଦର ଭାବରେ ବୁଝାଇ ଦିଆଯାଇଛି, କିନ୍ତୁ କାହିଁକି, କେଜାଣି ମନୁଷ୍ୟଙ୍କର ବୁଦ୍ଧିରେ ରହୁ ନାହିଁ? ଆଗକୁ ନିଆଁ ବହୁତ ଜୋର୍‌ରେ ଲାଗିବ, ଏହି ପୁରୁଣା ଦୁନିଆ ରୂପି ପାଳଗଦାରେ ନିଆଁ ଲାଗିବ । ରାବଣ ରାଜ୍ୟ ନିଶ୍ଚୟ ଖଲାସ ହେବା ଦରକାର । ଯଜ୍ଞରେ ମଧ୍ୟ ପବିତ୍ର ବ୍ରାହ୍ମଣ ଦରକାର । ଏହା ବହୁତ ବଡ ଯଜ୍ଞ - ଯାହାକି ସାରା ବିଶ୍ୱରେ ପବିତ୍ରତା ଆଣିବା ପାଇଁ ଉଦ୍ଦିଷ୍ଟ । ସେ ବ୍ରାହ୍ମଣମାନେ ଯଦିଓ ନିଜକୁ ବ୍ରହ୍ମାଙ୍କର ସନ୍ତାନ ବୋଲି କହୁଛନ୍ତି, କିନ୍ତୁ ସେମାନେ ତ ଗର୍ଭରୁ ଜନ୍ମ ନେଇଥା’ନ୍ତି । ବ୍ରହ୍ମାଙ୍କର ସନ୍ତାନ ତ ପବିତ୍ର ମୁଖ ବଂଶାବଳୀ ଥିଲେ ନା । ତେଣୁ ତାଙ୍କୁ ଏକଥା ବୁଝାଇବା ଦରକାର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସ୍ୱଚ୍ଛ ବୁଦ୍ଧି ହୋଇ ଏହି ଆଶ୍ଚର୍ଯ୍ୟଜନକ ଜ୍ଞାନକୁ ଧାରଣ କରି ବାବାଙ୍କ ସମାନ ମାଷ୍ଟର ଜ୍ଞାନର ସାଗର ହେବାକୁ ପଡିବ । ଜ୍ଞାନ ଆଧାରରେ ସର୍ବଗୁଣ ଗୁଡିକୁ ନିଜ ଭିତରେ ଧାରଣ କରିବାକୁ ହେବ ।

(୨) ଯେପରି ବ୍ରହ୍ମାବାବା ନିଜର ତନ-ମନ-ଧନ ସେବାରେ ଲଗାଇଲେ, ସରେଣ୍ଡର ଅର୍ଥାତ୍ ସମର୍ପିତ ହେଲେ ସେହିପରି ବାବାଙ୍କ ସମାନ ନିଜର ସବୁ କିଛି ଈଶ୍ୱରୀୟ ସେବାରେ ସଫଳ କରିବାକୁ ହେବ । ସଦାସର୍ବଦା ରିଫ୍ରେସ୍ ଅର୍ଥାତ୍ ସତେଜ ରହିବା ପାଇଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟର ଚିତ୍ରକୁ ସର୍ବଦା ସାଥିରେ ରଖିବାକୁ ହେବ ।

ବରଦାନ:-
ନିଜର ଏକରସ ସ୍ଥିତି ଦ୍ୱାରା ସର୍ବଦା ଏକମାତ୍ର ବାବାଙ୍କୁ ହିଁ ଅନୁକରଣ କରୁଥିବା ପ୍ରସନ୍ନଚିତ୍ତ ଆତ୍ମା ହୁଅ ।

ତୁମ ପିଲାମାନଙ୍କ ପାଇଁ ବ୍ରହ୍ମାବାବାଙ୍କର ଜୀବନ ଏକ ସଠିକ୍ କମ୍ପ୍ୟୁଟର ଅଟେ । ଯେପରି ଆଜିକାଲି କମ୍ପ୍ୟୁଟର ଦ୍ୱାରା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପଚାରୁଛନ୍ତି ସେହିପରି ମନ ଭିତରେ ଯେତେବେଳେ ବି କୌଣସି ପ୍ରଶ୍ନ ଉଠୁଛି ସେତେବେଳେ କାହିଁକି, କ’ଣ କିପରି ଭାବିବା ପରିବର୍ତ୍ତେ ବ୍ରହ୍ମାବାବାଙ୍କର ଜୀବନ ରୂପୀ କମ୍ପ୍ୟୁଟର ମାଧ୍ୟମରେ ଦେଖ, ଯାହାଦ୍ୱାରା “କ’ଣ ଏବଂ କିପରି” ର ପ୍ରଶ୍ନ “ଏହିପରି”ରେ ପରିବର୍ତ୍ତିତ ହୋଇଯିବ । ପ୍ରଶ୍ନଚିତ୍ତ ଅବସ୍ଥାରେ ରହିବା ପରିବର୍ତ୍ତେ ପ୍ରସନ୍ନଚିତ୍ତ ହୋଇଯିବ । ତେବେ ପ୍ରସନ୍ନଚିତ୍ତ ଅର୍ଥାତ୍ ଏକରସ ସ୍ଥିତିରେ ରହି ଏକମାତ୍ର ବାବାଙ୍କୁ ହିଁ ଅନୁକରଣ କରୁଥିବା ଆତ୍ମା ।

ସ୍ଲୋଗାନ:-
ଆତ୍ମିକ ଶକ୍ତି ଆଧାରରେ ସର୍ବଦା ସୁସ୍ଥ ରହିବାର ଅନୁଭବ କର ।

ବିଶେଷ ନୋଟ୍‌:- ସମସ୍ତ ବ୍ରହ୍ମାବତ୍ସମାନେ ଜାନୁଆରୀ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ବିଶେଷ ଭାବରେ ଅନ୍ତର୍ମୁଖତାର ଗୁମ୍ପାରେ ବସି ଯୋଗ ତପସ୍ୟା କରିବା ସହିତ ସମ୍ପୂର୍ଣ୍ଣ ବିଶ୍ୱକୁ ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ବିଶେଷ ସକାଶ ଦେବାର ଅର୍ଥାତ୍ ସୂକ୍ଷ୍ମ ଶକ୍ତି ଦେବାର ସେବା କରିବା ହେବେ । ଏହି ଉଦ୍ଦେଶ୍ୟରେ ଏହି ମାସର ପତ୍ରପୁଷ୍ପରେ ଯେଉଁ ଅବ୍ୟକ୍ତ ଈଶାରା ପଠାଯାଇଛି, ତାକୁ ପୂରା ଜାନୁଆରୀ ମାସର ମୁରଲୀ ଶେଷରେ ଦିଆଯାଇଛି । ତେଣୁ ଆପଣମାନେ ସମସ୍ତେ ଏହି ସବୁ ପଏଣ୍ଟଗୁଡିକ ଉପରେ ବିଶେଷ ଭାବରେ ମନନ ଚିନ୍ତନ କରିବା ସହିତ ମାନସୀକ ସେବା କରିବାର ଅନୁଭବୀ ହେବେ ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର:-

(୧) ତୁମେ ଶାନ୍ତିଦୂତ ପିଲାମାନେ ଯେଉଁଠି ବି ରହିଥାଅ ନା କାହିଁକି ଚାଲିବା ବୁଲିବା ସମୟରେ ସର୍ବଦା ନିଜକୁ ଶାନ୍ତିଦୂତ ମନେ କରିଚାଲ । ଯେଉଁମାନେ ନିଜେ ସର୍ବଦା ଶାନ୍ତି ସ୍ୱରୂପ, ଶକ୍ତିଶାଳୀ ସ୍ୱରୂପ ସ୍ଥିତିରେ ସ୍ଥିତ ରହୁଥିବେ ସେମାନେ ଅନ୍ୟମାନଙ୍କୁ ମଧ୍ୟ ଶାନ୍ତି ଏବଂ ଶକ୍ତିର ସକାଶ ଦେଇ ଚାଲିବେ ।