01.02.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମ ଆତ୍ମାମାନଙ୍କର ସ୍ୱଧର୍ମ ହେଲା ଶାନ୍ତି, ଦେଶ ହେଲା ଶାନ୍ତିଧାମ, ତୁମେ ଶାନ୍ତ ସ୍ୱରୂପ ଆତ୍ମା ଅଟ ସେଥିପାଇଁ ତୁମେ କେବେ ହେଲେ ଶାନ୍ତି ମାଗି ପାରିବ ନାହିଁ ।”

ପ୍ରଶ୍ନ:-
ତୁମର ଯୋଗବଳ କେଉଁ ଭଳି ଚମତ୍କାରୀ କରୁଛି?

ଉତ୍ତର:-
ଯୋଗବଳ ଦ୍ୱାରା ତୁମେ ସାରା ଦୁନିଆକୁ ପବିତ୍ର କରୁଛ, ତୁମେ କେତେ କମ୍ ସଂଖ୍ୟକ ସନ୍ତାନମାନେ ଯୋଗବଳ ଦ୍ୱାରା ଏହି ବିଶାଳ ଦୁଃଖର ପାହାଡକୁ ଉଠାଇ ସୁନାର ପାହାଡ ସ୍ଥାପନ କରୁଛ । ୫ ତତ୍ତ୍ୱ ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯାଉଛି ଏବଂ ବହୁତ ଫଳ ପ୍ରଦାନ କରୁଛି । ସତ୍ତ୍ୱପ୍ରଧାନ ତତ୍ତ୍ୱ ଦ୍ୱାରା ଏହି ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯାଉଛି । ସେଠାକାର ଫଳ ମଧ୍ୟ ବହୁତ ବଡ-ବଡ ଏବଂ ସ୍ୱାଦିଷ୍ଟ ହେବ ।

ଓମ୍ ଶାନ୍ତି ।
ଯେତେବେଳେ ଓମ୍ ଶାନ୍ତି କହୁଛ ସେତେବେଳେ ବହୁତ ଖୁସି ହେବା ଦରକାର କାରଣ ବାସ୍ତବରେ ଆତ୍ମା ଶାନ୍ତ ସ୍ୱରୂପ ଏବଂ ତା’ର ସ୍ୱଧର୍ମ ଶାନ୍ତ ଅଟେ । ଏହା ଉପରେ ସନ୍ନ୍ୟାସୀମାନେ ମଧ୍ୟ କହୁଛନ୍ତି, ତୁମ ଗଳାରେ ତ ଶାନ୍ତିର ହାର ପଡିଛି । ଶାନ୍ତିକୁ ବାହାରେ କେଉଁଠି ଖୋଜୁଛ । ଆତ୍ମା ସ୍ୱତଃ ଶାନ୍ତ ସ୍ୱରୂପ ଅଟେ । ଆତ୍ମାକୁ ଏହି ଶରୀରରେ ଅଭିନୟ କରିବା ପାଇଁ ଆସିବାକୁ ପଡୁଛି । ଯଦି ଆତ୍ମା ସର୍ବଦା ଶାନ୍ତ ରହିବ ତେବେ କର୍ମ କିପରି କରିବ? କର୍ମ ତ କରିବାକୁ ହିଁ ପଡିବ । ହଁ, ଶାନ୍ତିଧାମରେ ଆତ୍ମାମାନେ ଶାନ୍ତ ରହିଥା’ନ୍ତି । ସେଠାରେ ଶରୀର ନାହିଁ, ଏ କଥା କୌଣସି ସନ୍ନ୍ୟାସୀ ଆଦି ବୁଝିପାରୁ ନାହାଁନ୍ତି ଯେ ଆମେ ଆତ୍ମା ଅଟୁ, ଶାନ୍ତିଧାମର ନିବାସୀ ଅଟୁ । ବାବା ପିଲାମାନଙ୍କୁ ବୁଝାଉଛନ୍ତି - ଶାନ୍ତିଧାମ ଆମର ଦେଶ, ପୁଣି ଆମେ ଏଠାକୁ ଅର୍ଥାତ୍ ସୁଖଧାମକୁ ଆସି ଅଭିନୟ କରୁଛୁ ପରେ ପୁଣି ତାହା ଦୁଃଖଧାମ ରାବଣରାଜ୍ୟ ହୋଇଯାଉଛି । ଏହା ୮୪ ଜନ୍ମର କାହାଣୀ ଅଟେ । ଭଗବାନ ଅର୍ଜୁନଙ୍କୁ କହିଛନ୍ତି ନା, ତୁମେ ତୁମର ଜନ୍ମ ବୃତ୍ତାନ୍ତକୁ ଜାଣିନାହଁ । କିନ୍ତୁ କେବଳ ଜଣଙ୍କୁ ହିଁ କାହିଁକି କହିଛନ୍ତି? କାରଣ ଜଣଙ୍କର ଗ୍ୟାରେଣ୍ଟି ରହିଛି । ଏହି ରାଧା-କୃଷ୍ଣଙ୍କର ଗ୍ୟାରେଣ୍ଟି ରହିଛି, ତେଣୁ ତାଙ୍କ କଥା ହିଁ କହୁଛନ୍ତି । ଏ କଥା ବାବା ଏବଂ ପିଲାମାନେ ମଧ୍ୟ ଜାଣିଛନ୍ତି ଯେ ଯେଉଁ ସବୁ ସନ୍ତାନମାନେ ଅଛନ୍ତି ସମସ୍ତେ ତ ୮୪ ଜନ୍ମ ନେଉ ନାହାଁନ୍ତି । କେହି ମଝିରେ, କେହି ଅନ୍ତିମ ସମୟରେ ଆସୁଛନ୍ତି । କିନ୍ତୁ ଏମାନଙ୍କର କଥା ତ ନିଶ୍ଚିତ । ଏହାଙ୍କୁ କହୁଛନ୍ତି - ହେ ସନ୍ତାନ, ତେଣୁ ଇଏ ଅର୍ଜୁନ ହେଲେ ନା । ବାବା ବ୍ରହ୍ମାବାବାଙ୍କ ଶରୀର ରୂପି ରଥରେ ବସିଛନ୍ତି ନା । ପିଲାମାନେ ନିଜେ ମଧ୍ୟ ବୁଝିପାରିବେ - ଆମେ କିପରି ଜନ୍ମ ନେବୁ? ଯଦି ସେବା ନ କରିବ ତେବେ ସତ୍ୟଯୁଗ ନୂଆ ଦୁନିଆରେ ପ୍ରଥମେ କିପରି ଆସିବ? ଯେଉଁମାନେ ପଛରେ ଜନ୍ମ ନେବେ ସେମାନଙ୍କର ଏତେ ଶ୍ରେଷ୍ଠ ଭାଗ୍ୟ କିପରି ହେବ । ସେମାନଙ୍କ ପାଇଁ ତ ଦୁନିଆ ପୁରୁଣା ହୋଇଯିବ ନା । ମୁଁ ସେହିମାନଙ୍କ ପାଇଁ କହୁଛି, ଯେଉଁମାନଙ୍କୁ ତୁମେମାନେ ମଧ୍ୟ ଜାଣିଛ, ସେମାନେ ଆରମ୍ଭରୁ ଆସିବେ । ତୁମେମାନେ ମଧ୍ୟ ଜାଣିଛ, ମମ୍ମା-ବାବା ୮୪ ଜନ୍ମ ନେଉଛନ୍ତି । ଏଥିରେ କୁମାରକା, ଜନକ ମଧ୍ୟ ଅଛନ୍ତି, ଏମାନଙ୍କ ସଦୃଶ ଯେଉଁମାନେ ମହାରଥୀ ଅଛନ୍ତି, ସେମାନେ ମଧ୍ୟ ୮୪ ଜନ୍ମ ନେଉଛନ୍ତି । ଯିଏ ସେବା କରୁନାହାଁନ୍ତି ସେ ନିଶ୍ଚିତ କିଛି ଜନ୍ମ ପରେ ଆସିବେ । ସେମାନେ ଭାବୁଛନ୍ତି ଆମେ ତ ଫେଲ୍ ହୋଇଯିବୁ, ତେଣୁ ପଛରେ ଆସିବୁ । ସ୍କୁଲରେ ମଧ୍ୟ ଦୌଡ ପ୍ରତିଯୋଗିତାରେ ଚିହ୍ନ ପର୍ଯ୍ୟନ୍ତ ପହଞ୍ଚି ପୁଣି ଫେରି ଯାଇଥାଆନ୍ତି ନା । ସମସ୍ତେ ତ ସମାନ ହୋଇପାରିବେ ନାହିଁ । ଦୌଡ ପ୍ରତିଯୋଗିତାରେ ଯଦି କେହି ଏକ ଇଞ୍ଚର ଚାରିଭାଗରୁ ଏକ ଭାଗ ଆଗରେ ରହିଲା ତେବେ ତାଙ୍କୁ ପ୍ରଥମ ସ୍ଥାନ ମିଳିଯିବ । ଏହା ମଧ୍ୟ ଅଶ୍ୱ ପ୍ରତିଯୋଗିତା ଅଟେ । ଘୋଡାକୁ ଅଶ୍ୱ ବୋଲି କୁହାଯାଇଥାଏ । ରଥକୁ ମଧ୍ୟ ଘୋଡା କୁହାଯାଏ । ବାକି ଏମାନେ ଯାହା ଦେଖାଉଛନ୍ତି ଦକ୍ଷ ପ୍ରଜାପିତା ଯଜ୍ଞ ରଚନା କରିଥିଲେ, ସେଥିରେ ଘୋଡାକୁ ସ୍ୱାହାଃ କରିଥିଲେ, ତେବେ ଏଭଳି କିଛି କଥା ନାହିଁ । ନା ଦକ୍ଷ ପ୍ରଜାପିତା ଥିଲେ, ନା ସିଏ କୌଣସି ଯଜ୍ଞ ରଚନା କରିଥିଲେ । ଭକ୍ତିମାର୍ଗର ଶାସ୍ତ୍ର ପୁରାଣରେ କେତେ ମନଗଢା କଥା ସବୁ ରହିଛି । ତେଣୁ ତାର ନାମ ହିଁ କଥା ଅର୍ଥାତ୍ କାହାଣୀ ଅଟେ । ବହୁତ କଥାମାନ ଶୁଣିଥା’ନ୍ତି । ପୁସ୍ତକଗୁଡିକରେ ଭକ୍ତିମାର୍ଗର କେତେ ଦନ୍ତ କଥା (ମନଗଢା କଥା) ସବୁ ରହିଛି । ଏହାର ନାମ କାହାଣୀ ଅଟେ । ବହୁତ କଥା ମାନ ଶୁଣିଥା’ନ୍ତି । ତୁମେ ରାଜଯୋଗର ପାଠ ପଢୁଛ । ପାଠପଢାକୁ କାହାଣୀ କୁହାଯିବ ନାହିଁ । ସ୍କୁଲରେ ପାଠ ପଢିଥା’ନ୍ତି, ସେଥିରେ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଥାଏ । ସେମାନେ ଜାଣିଥା’ନ୍ତି ଯେ ଆମମାନଙ୍କୁ ଏହି ପାଠପଢିବା ଦ୍ୱାରା ଏହି ଚାକିରୀ ମିଳିବ ଏବଂ ତା’ଦ୍ୱାରା ମଧ୍ୟ କିଛି ନା କିଛି ମିଳିଥାଏ । ଏବେ ତୁମ ପିଲାମାନଙ୍କୁ ବହୁତ ଦେହୀ-ଅଭିମାନୀ ହେବାକୁ ପଡିବ । ସେଥିପାଇଁ ବହୁତ ପରିଶ୍ରମ କରିବାକୁ ହେବ । ବାବାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ । ସେଥିପାଇଁ ସ୍ୱତନ୍ତ୍ର ରୂପେ ଯୋଗ କରିବାକୁ ହେବ, ଏପରି ନୁହେଁ ଯେ ମୁଁ ତ ଶିବବାବାଙ୍କର ସନ୍ତାନ ଅଟେ ନା ତେବେ ପୁଣି କ’ଣ ମନେ ପକାଇବି । ନାଁ, ନିଜକୁ ଶିବବାବାଙ୍କର ଛାତ୍ର ମନେ କରି ୟାଦ କରିବାକୁ ପଡିବ । ଆମ ଆତ୍ମାମାନଙ୍କୁ ଶିବବାବା ପାଠ ପଢାଉଛନ୍ତି, ଏକଥା ମଧ୍ୟ ତୁମେମାନେ ଭୁଲିଯାଉଛ । ଶିବବାବା ଏକମାତ୍ର ଶିକ୍ଷକ ଅଟନ୍ତି ଯିଏକି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି, କିନ୍ତୁ ଏ କଥା ମନେ ରହୁନାହିଁ । ପ୍ରତ୍ୟେକ ସନ୍ତାନ ନିଜ ମନକୁ ପଚାରିବା ଉଚିତ୍ ଯେ ଆମେ କେତେ ସମୟ ବାବାଙ୍କ ସ୍ମୃତିରେ ରହୁଛୁ? ଅଧିକ ସମୟ ତ ବାହ୍ୟମୁଖତାରେ ଯାଉଛି । ତେବେ ଏହି ଯୋଗ ହିଁ ମୁଖ୍ୟ ଅଟେ । ଭାରତରେ ହେଉଥିବା ଏହି ଯୋଗର ହିଁ ବହୁତ ମହିମା ରହିଛି । କିନ୍ତୁ ଯୋଗ କିଏ ଶିଖାଉଛନ୍ତି - ଏ କଥା କେହି ଜାଣିନାହାଁନ୍ତି । ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ତେବେ କୃଷ୍ଣଙ୍କୁ ମନେ ପକାଇଲେ ଗୋଟିଏ ବି ପାପ କଟିବ ନାହିଁ କାହିଁକି ନା ସେ ତ ଶରୀରଧାରୀ ଅଟନ୍ତି ଏବଂ ତାହା ପାଞ୍ଚ ତତ୍ତ୍ୱରେ ତିଆରି ହୋଇଛି । ଶରୀରକୁ ମନେ ପକାଇବା ଅର୍ଥ ମାଟିକୁ ଅଥବା ୫ ତତ୍ତ୍ୱକୁ ମନେ ପକାଇବା । ଶିବବାବା ତ ଅଶରୀରୀ ଅଟନ୍ତି ସେଥିପାଇଁ କହୁଛନ୍ତି ଅଶରୀରୀ ହୁଅ ଏବଂ ବାବାଙ୍କୁ ମନେ ପକାଅ ।

ଏକଥା ମଧ୍ୟ କହୁଛ - ହେ ପତିତ-ପାବନ, ତେବେ ସିଏ ତ ଜଣେ ହେଲେ ନା । ଯୁକ୍ତିର ସହିତ ପଚାରିବା ଉଚିତ୍‌ - ଗୀତାର ଭଗବାନ କିଏ? ଭଗବାନ ରଚୟିତା ତ କେବଳ ଜଣେ ଅଟନ୍ତି । ଯଦି ମନୁଷ୍ୟ ନିଜକୁ ଭଗବାନ ବୋଲାଉଛନ୍ତି ତେବେ ଏପରି କେବେ କହିପାରିବେ ନାହିଁ ଯେ ତୁମେ ସବୁ ମୋର ସନ୍ତାନ । ନହେଲେ କହିବେ ତତ୍ ତ୍ତ୍ୱମ୍ ଅଥବା ଇଶ୍ୱର ସର୍ବବ୍ୟାପୀ ଅଟନ୍ତି । ଆମେ ମଧ୍ୟ ଭଗବାନ, ତୁମେ ମଧ୍ୟ ଭଗବାନ, ଯେଉଁଆଡେ ଦେଖୁଛି କେବଳ ତୁମେ ହିଁ ତୁମେ ଅଛ । ପଥରରେ ମଧ୍ୟ ତୁମେ ଅଛ, ଏହିଭଳି କହିଦେଉଛନ୍ତି । ତୁମେ ମୋର ସନ୍ତାନ ଅଟ, ଏ କଥା ସେମାନେ କହିପାରିବେ ନାହିଁ । ଏକଥା ତ ବାବା ହିଁ କହୁଛନ୍ତି - ହେ ମୋର ପ୍ରିୟ ଆତ୍ମିକ ସନ୍ତାନମାନେ, ଏହିକଥା ଅନ୍ୟ କେହି କହିପାରିବେ ନାହିଁ । ମୁସଲମାନମାନଙ୍କୁ ଯଦି କେହି ମୋର ଗେହ୍ଲା ସନ୍ତାନ ବୋଲି କହିବେ, ତେବେ ସେମାନେ ଚାପୁଡା ମାରିଦେବ । ଏକଥା ଏକମାତ୍ର ପାରଲୌକିକ ବାବା ହିଁ କହିପାରିବେ । ଅନ୍ୟ କେହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଇପାରିବେ ନାହିଁ । ଏକମାତ୍ର ନିରାକାର ବାବାଙ୍କ ବିନା ୮୪ ଜନ୍ମର କାହାଣୀ ଅଥବା ସିଡିର ରହସ୍ୟ କେହି ବୁଝାଇ ପାରିବେ ନାହିଁ । ତାଙ୍କର ଅସଲି ନାମ ହେଉଛି ଶିବ । ମନୁଷ୍ୟମାନେ ତ ଅନେକ ନାମ ରଖିଦେଇଛନ୍ତି । ଅନେକ ଭାଷା ରହିଛି । ତେଣୁ ନିଜ-ନିଜର ଭାଷାରେ ନାମ ରଖି ଦେଉଛନ୍ତି, ଯେପରି ବମ୍ବେରେ ବବୁଲନାଥ କହୁଛନ୍ତି, କିନ୍ତୁ ସେମାନେ ଏହାର ଅର୍ଥକୁ ବୁଝି ପାରୁନାହାଁନ୍ତି । ତୁମେ ଜାଣିଛ ଯେ ସେ କଣ୍ଟାରୁ ଫୁଲ କରିଥାଆନ୍ତି । ଭାରତରେ ଶିବବାବାଙ୍କର ହଜାର ହଜାର ନାମ ରହିଛି, କିନ୍ତୁ ଏହାର ଅର୍ଥକୁ ଜାଣିନାହାଁନ୍ତି । ବାବା ପିଲାମାନଙ୍କୁ ହିଁ ବୁଝାଉଛନ୍ତି । ସେମାନଙ୍କ ମଧ୍ୟରୁ ବାବା ମାତାମାନଙ୍କୁ ସବୁଠାରୁ ଆଗରେ ରଖୁଛନ୍ତି । ଆଜିକାଲି ନାରୀମାନଙ୍କର ସମ୍ମାନ ମଧ୍ୟ ରହୁଛି କାରଣ ବାବା ଆସିଛନ୍ତି ନା । ବାବା ମାତାମାନଙ୍କର ଉଚ୍ଚ ମହିମା କରୁଛନ୍ତି । ତୁମେମାନେ ଶିବଶକ୍ତି ସେନା ଅଟ, ତୁମେ ହିଁ ଶିବବାବାଙ୍କୁ ଜାଣିଛ । ସତ୍ୟ ତ ଜଣେ ହିଁ ଅଟନ୍ତି । ଗାୟନ ମଧ୍ୟ କରାଯାଏ ସତ୍ୟର ନୌକା ହଲିବ ଦୋହଲିବ, କିନ୍ତୁ ବୁଡିବ ନାହିଁ । ତୁମେ ସତ୍ୟ ଅଟ, ନୂଆ ଦୁନିଆର ସ୍ଥାପନା କରୁଛ । ବାକି ମିଥ୍ୟା ନୌକା ସବୁ ଶେଷରେ ବୁଡିଯିବ । ତୁମେ ମଧ୍ୟ କେହି ଏଠାରେ ରାଜତ୍ୱ କରିବ ନାହିଁ । ତୁମେମାନେ ପୁଣି ପରଜନ୍ମରେ ଆସି ରାଜତ୍ୱ କରିବ । ଏହା ବହୁତ ଗୁପ୍ତ କଥା ଯାହାକୁ ତୁମେମାନେ ହିଁ ଜାଣିଛ । ଯଦି ଏହି ବାବା ମିଳି ନ ଥା’ନ୍ତେ ତେବେ କିଛି ମଧ୍ୟ ଜାଣିପାରି ନ ଥାନ୍ତ । ଏବେ ତୁମେମାନେ ସବୁ କଥା ଜାଣୁଛ ।

ଇଏ ହେଲେ ଯୁଧିଷ୍ଠିର ଯିଏକି ପିଲାମାନଙ୍କୁ ଯୁଦ୍ଧ ଭୂମିରେ ଠିଆ କରିଛନ୍ତି । ଏହା ହେଉଛି ନନ୍‌ଭାଓଲେନ୍ସ ଅର୍ଥାତ୍ ଅହିଂସକ ଯୁଦ୍ଧ । ମନୁଷ୍ୟମାନେ ମାରପିଟ୍‌କୁ ହିଂସା ବୋଲି ଭାବିନେଉଛନ୍ତି । ବାବା କହୁଛନ୍ତି, ପ୍ରଥମ ଏବଂ ମୁଖ୍ୟ ହିଂସା ହେଲା କାମ ବିକାରର, ସେଥିପାଇଁ କାମ ମହାଶତ୍ରୁ କୁହାଯାଇଥାଏ, ଏହା ଉପରେ ହିଁ ତୁମମାନଙ୍କୁ ବିଜୟୀ ହେବାକୁ ପଡିବ । ମୂଳକଥା ହେଉଛି କାମ ବିକାର, ଯେଉଁମାନେ ପତିତ ସେମାନଙ୍କୁ ବିକାରୀ କୁହାଯାଏ, ସେମାନେ ବିକାରଗ୍ରସ୍ଥ ହୋଇଯାଆନ୍ତି । କ୍ରୋଧୀମାନଙ୍କୁ ଏପରି କୁହାଯିବ ନାହିଁ ଯେ ଇଏ ବିକାରୀ ଅଟନ୍ତି । କ୍ରୋଧୀକୁ କ୍ରୋଧୀ, ଲୋଭୀକୁ ଲୋଭୀ କୁହାଯିବ । ଦେବତାମାନଙ୍କୁ ନିର୍ବିକାରୀ କୁହାଯାଏ । ଦେବତାମାନେ ନିଲୋର୍ଭୀ, ନିର୍ମୋହୀ, ନିର୍ବିକାରୀ ଅଟନ୍ତି । ସେମାନେ କେବେ ବିକାରଗ୍ରସସ୍ତ ହୋଇ ନ ଥା’ନ୍ତି । ତୁମମାନଙ୍କୁ କହୁଛନ୍ତି ବିକାର ବିନା ପିଲା କିପରି ଜନ୍ମ ନେବେ? ତାଙ୍କୁ (ଦେବତାମାନଙ୍କୁ) ତ ନିର୍ବିକାରୀ ମାନୁଛ ନା । ତାହା ହେଉଛି ନିର୍ବିକାରୀ ଦୁନିଆ । ଦ୍ୱାପର କଳିଯୁଗ ହେଲା ବିକାରୀ ଦୁନିଆ । ନିଜକୁ ବିକାରୀ, ଦେବତାମାନଙ୍କୁ ନିର୍ବିକାରୀ ବୋଲି କହୁଛ ନା । ତୁମେମାନେ ଜାଣିଛ, ଆମେ ମଧ୍ୟ ବିକାରୀ ଥିଲୁ । ବର୍ତ୍ତମାନ ଦେବତାମାନଙ୍କ ଭଳି ନିର୍ବିକାରୀ ହେବାକୁ ଯାଉଛୁ । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ଯୋଗ ବଳ ଦ୍ୱାରା ଏହି ପଦ ପାଇଥିଲେ ପୁଣି ଏବେ ମଧ୍ୟ ପାଉଛନ୍ତି । ଆମେ ହିଁ ଦେବୀ-ଦେବତା ଥିଲୁ, କଳ୍ପ ପୂର୍ବରୁ ଏହିପରି ରାଜ୍ୟଭାଗ୍ୟ ପ୍ରାପ୍ତ କରିଥିଲୁ, ଯାହାକୁ ଏବେ ହରାଇ ଦେଇଛୁ, ପୁନର୍ବାର ତାହା ବର୍ତ୍ତମାନ ପ୍ରାପ୍ତ କରିବୁ । ଯଦି ଏହି ଚିନ୍ତନ ବୁଦ୍ଧିରେ ରହିବ ତେବେ ମଧ୍ୟ ଖୁସି ରହିବ । କିନ୍ତୁ ମାୟା ଏହି ସ୍ମୃତି ଭୁଲାଇ ଦେଉଛି । ବାବା ଜାଣିଛନ୍ତି ଯୋଗର ଯାତ୍ରାରେ ସ୍ଥାୟୀ ହୋଇ ରହିପାରିବ ନାହିଁ । ଯଦି ତୁମେମାନେ ଅଚଳ ହୋଇ ଯୋଗ କରିବ, ତେବେ ଜଲ୍‌ଦି କର୍ମାତୀତ ଅବସ୍ଥା ହୋଇଯିବ ଏବଂ ତୁମର ଆତ୍ମା ଘରକୁ ଫେରିଯିବ । କିନ୍ତୁ ନା । ପ୍ରଥମ ନମ୍ବରରେ ତ ଇଏ (ବ୍ରହ୍ମା) ଯିବେ । ପୁଣି ଶିବବାବାଙ୍କର ବରଯାତ୍ରୀ ରହିଛି । ବିବାହ ସମୟରେ ମାତାମାନେ ମାଟିର ମାଠିଆରେ ଜ୍ୟୋତି ଜଳାଇ ନେଇ ଯାଇଥା’ନ୍ତି ନା, ଏହା ହିଁ ଏହାର ପ୍ରତୀକ ଅଟେ । ସାଜନ ଶିବବାବା ତ ସର୍ବଦା ଜ୍ୟୋତି ସ୍ୱରୂପ ଅଟନ୍ତି । ସିଏ ଆମର ଜ୍ୟୋତିକୁ ଜାଗ୍ରତ କରୁଛନ୍ତି । ବର୍ତ୍ତମାନର କଥା ହିଁ ଭକ୍ତିମାର୍ଗରେ ଚାଲିଆସୁଛି । ତୁମେମାନେ ଯୋଗବଳ ଦ୍ୱାରା ନିଜର ଜ୍ୟୋତିକୁ ଜାଗ୍ରତ କରୁଛ । ଯୋଗ ବଳ ଦ୍ୱାରା ତୁମେ ପବିତ୍ର ହେଉଛ । ଜ୍ଞାନ ଦ୍ୱାରା ଧନ ମିଳିଥାଏ । ପାଠପଢାକୁ ରୋଜଗାରର ପନ୍ଥା ବୋଲି କୁହାଯାଇଥାଏ ନା । ଯୋଗବଳ ଦ୍ୱାରା ତୁମେ ସ୍ୱତନ୍ତ୍ର ରୂପେ ଭାରତକୁ ଓ ସାଧାରଣ ଭାବେ ସାରା ବିଶ୍ୱକୁ ପବିତ୍ର କରୁଛ । ଏଥିରେ କନ୍ୟାମାନେ ବହୁତ ଭଲ ସହଯୋଗୀ ହୋଇପାରିବେ । ସେବା କରି ଉଚ୍ଚ ପଦ ପାଇବାକୁ ହେବ । ଜୀବନ ହୀରା ତୁଲ୍ୟ କରିବାକୁ ହେବ, କମ୍ ନୁହେଁ । ପିତାମାତାଙ୍କୁ ଅନୁକରଣ କରିବାର ଗାୟନ ମଧ୍ୟ ରହିଛି । ମାତାପିତା ଏବଂ ଅନନ୍ୟ ଭାଇ,ଭଉଣୀମାନଙ୍କୁ ଅନୁକରଣ କରିବା ଉଚିତ୍ ।

ତୁମେ ପିଲାମାନେ ମଧ୍ୟ ପ୍ରଦର୍ଶନୀରେ ବୁଝାଇପାରିବ ଯେ, ତୁମର ଦୁଇଜଣ ପିତା ଅଛନ୍ତି - ଲୌକିକ ଏବଂ ପାରଲୌକିକ । ଏଥିରେ ବଡ କିଏ? ବଡ ତ ନିଶ୍ଚିତ ଭାବରେ ବେହଦର ପିତା ହିଁ ହେବେ ନା । ବର୍ସା ଅର୍ଥାତ୍ ସମ୍ପତ୍ତି ତାଙ୍କଠାରୁ ମିଳିବା ଉଚିତ୍ । ତେବେ ସିଏ ବର୍ସା ଦେଇ, ବିଶ୍ୱର ମାଲିକ କରୁଛନ୍ତି । ଭଗବାନୁବାଚ - ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଉଛି ପୁଣି ତୁମେମାନେ ପର ଜନ୍ମରେ ବିଶ୍ୱର ମାଲିକ ହେବ । ବାବା କଳ୍ପ କଳ୍ପ ଆସି ଭାରତକୁ ବହୁତ ସାହୁକାର (ସମୃଦ୍ଧ) କରୁଛନ୍ତି । ତୁମେମାନେ ଏହି ପାଠପଢା ଦ୍ୱାରା ବିଶ୍ୱର ମାଲିକ ହେଉଛ । ହଦ ଅର୍ଥାତ୍ ଲୌକିକ ପାଠପଢାରୁ କ’ଣ ମିଳିବ? ଏଠାରେ ତୁମେମାନେ ୨୧ ଜନ୍ମ ପାଇଁ ହୀରାତୁଲ୍ୟ ହେଉଛ । ହଦ-ବେହଦର ପାଠପଢା ମଧ୍ୟରେ ରାତି-ଦିନର ଫରକ ରହିଛି । ଏଠାରେ ତ ପିତା, ଶିକ୍ଷକ ଏବଂ ଗୁରୁ ଏକ ହିଁ ଅଟନ୍ତି । ତେଣୁ ପିତାଙ୍କ ସମ୍ପତ୍ତି ଶିକ୍ଷକଙ୍କ ସମ୍ପତ୍ତି ଓ ଗୁରୁଙ୍କର ସମ୍ପତ୍ତି ସବୁ କିଛି ଦେଉଛନ୍ତି । ବର୍ତ୍ତମାନ ବାବା କହୁଛନ୍ତି ନିଜର ଦେହ ସହିତ ସମସ୍ତଙ୍କୁ ଭୁଲିବାକୁ ହେବ । ନିଜେ ମରିଗଲେ ଦୁନିଆ ମରିଗଲା । ତୁମେମାନେ ବାବାଙ୍କର ପୋଷ୍ୟ ସନ୍ତାନ ହୋଇଗଲ, ବାକି କାହାକୁ ମନେ ପକାଇବ । ଅନ୍ୟକୁ ଦେଖି ମଧ୍ୟ ଯେପରି ଦେଖ ନାହିଁ । ଅଭିନୟ କରୁଛ କିନ୍ତୁ ବୁଦ୍ଧିରେ ରହୁ ଯେ - ଏବେ ଆମକୁ ଘରକୁ ଯିବାକୁ ହେବ ପୁଣି ଏଠାକୁ ଆସି ଅଭିନୟ କରିବାକୁ ହେବ । ଯଦି ଏହି କଥା ବୁଦ୍ଧିରେ ରହିବ ତେବେ ମଧ୍ୟ ବହୁତ ଖୁସିରେ ରହିବ । ତୁମେମାନେ ଦେହ-ଅଭିମାନ ଛାଡି ଦେବା ଉଚିତ୍ । ଏହି ପୁରୁଣା ଜିନିଷକୁ ଏହିଠାରେ ହିଁ ଛାଡିବାକୁ ହେବ, ଏବେ ଘରକୁ ଯିବାକୁ ହେବ । ନାଟକ ପୂରା ହେବାକୁ ଯାଉଛି । ପୁରୁଣା ଦୁନିଆରେ ଏବେ ନିଆଁ ଲାଗିବ । ଅନ୍ଧର ପୁତ୍ର ଅନ୍ଧ, ସମସ୍ତେ ଅଜ୍ଞାନ ନିଦ୍ରାରେ ଶୋଇ ପଡିଛନ୍ତି । ମନୁଷ୍ୟମାନେ ତ ଏଠାରେ ଶୋଇଥିବା ମନୁଷ୍ୟ ଦେଖାଇଛନ୍ତି । କିନ୍ତୁ ବାସ୍ତବରେ ଏହା ଅଜ୍ଞାନ ନିଦର କଥା, ସେହି ନିଦରୁ ତୁମେମାନେ ଜାଗ୍ରତ କରୁଛ । ଜ୍ଞାନ ଅର୍ଥାତ୍ ଦିନ ସତ୍ୟଯୁଗ, ଅଜ୍ଞାନ ଅର୍ଥାତ୍ ରାତି, କଳିଯୁଗ । ଏ ସବୁ ବହୁତ ବୁଝିବାର କଥା । ଝିଅମାନେ ବିବାହ କରିଲେ ମାତା-ପିତା, ଶାଶୂ-ଶଶୁର ଆଦି ମନେପଡିବେ । ତାଙ୍କୁ ମଧ୍ୟ ଏବେ ଭୁଲିବାକୁ ପଡିବ । ଏପରି ଯୁଗଳ ମଧ୍ୟ ଅଛନ୍ତି, ଯେଉଁମାନେ ସନ୍ନ୍ୟାସୀମାନଙ୍କୁ ଦେଖାଇଥା’ନ୍ତି - ଆମେ ଯୁଗଳ ହୋଇ ମଧ୍ୟ କେବେ ବିକାରଗ୍ରସ୍ତ ହୋଇ ନାହୁଁ । ଜ୍ଞାନ ରୂପକ ଖଣ୍ଡା ମଝିରେ ରହିଛି । ବାବା ନିର୍ଦ୍ଦେଶ ଦେଉଛନ୍ତି ତେଣୁ ଆମକୁ - ପବିତ୍ର ରହିବାକୁ ହେବ । ଦେଖ, ରମେଶ-ଉଷା, କେବେ ବି ପତିତ ହୋଇନାହାଁନ୍ତି । ଏହି ଡର ରହିଛି ଯେ ଯଦି ଆମେ ପତିତ ହେବୁ ତେବେ ୨୧ ଜନ୍ମର ରାଜତ୍ୱ ସମାପ୍ତ ହୋଇଯିବ । ଦେବାଳିଆ ହୋଇଯିବୁ । ତେବେ କେହି-କେହି ଫେଲ୍ ମଧ୍ୟ ହୋଇଯାଉଛନ୍ତି । ଗନ୍ଧର୍ବୀ ବିବାହର ନାମ ତ ଅଛି ନା । ତୁମେମାନେ ଜାଣିଛ, ପବିତ୍ର ରହିଲେ ବହୁତ ଉଚ୍ଚ ପଦ ମିଳିବ । ଏହି ଗୋଟିଏ ଜନ୍ମ ସମ୍ପୂର୍ଣ୍ଣ ପବିତ୍ର ହେବାକୁ ପଡିବ । ଯୋଗବଳ ଦ୍ୱାରା କର୍ମେନ୍ଦ୍ରିୟ ଉପରେ ମଧ୍ୟ ନିୟନ୍ତ୍ରଣ ଆସିଯାଇଥାଏ । ଯୋଗବଳ ଦ୍ୱାରା ତୁମେମାନେ ସାରା ଦୁନିଆକୁ ପବିତ୍ର କରୁଛ । ତୁମେମାନେ କେତେ କମ୍ ସନ୍ତାନ କିନ୍ତୁ ଏହି ଯୋଗବଳ ଦ୍ୱାରା ସାରା କଳିଯୁଗୀ ପାହାଡକୁ ଉଠାଇ ସୁନାର ପାହାଡ ସ୍ଥାପନ କରୁଛ । କିନ୍ତୁ ମନୁଷ୍ୟମାନେ ଏକଥା ବୁଝିପାରୁ ନାହାଁନ୍ତି । ସେମାନେ ତ ଗୋବର୍ଦ୍ଧନ ପର୍ବତ ଚାରିପାଖରେ ପରିକ୍ରମା କରୁଛନ୍ତି । ବାବା ହିଁ ଆସି ସାରା ଦୁନିଆକୁ ସ୍ୱର୍ଣ୍ଣିମ ଦୁନିଆ କରୁଛନ୍ତି । ଏପରି ନୁହେଁ ଯେ କ’ଣ ସୁନାର ହିମାଳୟ ହୋଇଯିବ । ସେଠାରେ ତ ସୁନାର ଖଣି ଭର୍ତ୍ତି ହୋଇଯିବ । ୫ ତତ୍ତ୍ୱ ସତ୍ତ୍ୱପ୍ରଧାନ ରହିବ, ତେଣୁ ବହୁତ ଭଲ ଫଳ ମଧ୍ୟ ଦେବେ । ସତ୍ତ୍ୱପ୍ରଧାନ ତତ୍ତ୍ୱ ଦ୍ୱାରା ଏହି ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯିବ । ସେଠାକାର ଫଳ ମଧ୍ୟ ବହୁତ ବଡ-ବଡ ସ୍ୱାଦିଷ୍ଟ ହେବ । ତାର ନାମ ହିଁ ହେଉଛି ସ୍ୱର୍ଗ । ତେବେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇଲେ ହିଁ ବିକାରରୁ ମୁକ୍ତ ହୋଇପାରିବ । ଦେହ-ଅଭିମାନ ଆସିବା ଦ୍ୱାରା ବିକାରୀ ହୋଇ ଯାଉଛନ୍ତି । ତେବେ ଯୋଗୀମାନେ କେବେ ବି ବିକାରୀ ହେବେ ନାହିଁ । ଜ୍ଞାନବଳ ତ ଅଛି, କିନ୍ତୁ ଯୋଗୀ ନ ହୋଇଥିଲେ ପତିତ ହୋଇଯିବେ । ଯେପରି ପଚରାଯାଏ - ପୁରୁଷାର୍ଥ ବଡ ନା ପ୍ରାଲବ୍ଧ? ତେବେ କହନ୍ତି ପୁରୁଷାର୍ଥ ବଡ । ସେହିପରି ଏଥିରେ କହିବେ ଯୋଗବଳ ବଡ । ଯୋଗବଳ ଦ୍ୱାରା ହିଁ ପତିତରୁ ପାବନ ହେଉଛନ୍ତି । ଏବେ ତୁମେ କହୁଛ ଆମେ ବେହଦର ବାବାଙ୍କଠାରୁ ପାଠ ପଢିବୁ । ମନୁଷ୍ୟମାନଙ୍କ ପାଖରେ ପଢିଲେ କ’ଣ ମିଳିବ? ଗୋଟିଏ ମାସରେ କେତେ ରୋଜଗାର ହେବ? ଏଠାରେ ତୁମେମାନେ ଗୋଟିଏ ଗୋଟିଏ ରତ୍ନ ଧାରଣ କରୁଛ । ଏହା ହେଉଛି ଲକ୍ଷ-ଲକ୍ଷ ଟଙ୍କାର । ସେଠାରେ ପଇସା ଗଣତି କରାଯିବ ନାହିଁ । ଅଗଣିତ ଧନ ରହିବ । ସମସ୍ତଙ୍କର ନିଜ-ନିଜର କ୍ଷେତ ରହିବ । ଏବେ ବାବା କହୁଛନ୍ତି ମୁଁ ତୁମକୁ ରାଜଯୋଗ ଶିଖାଉଛି । ଏହା ହେଉଛି ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ତେବେ ପୁରୁଷାର୍ଥ କରି ଉଚ୍ଚ ହେବାକୁ ପଡିବ । ରାଜଧାନୀ ସ୍ଥାପନ ହେଉଛି । ଏହି ଲକ୍ଷ୍ମୀ-ନାରାୟଣ କିପରି ପ୍ରାଲବ୍ଧ ପାଇଲେ, ପ୍ରାଲବ୍ଧକୁ ଜାଣିଗଲ ବାକି କ’ଣ ଦରକାର । ଏବେ ତୁମେମାନେ ଜାଣୁଛ ପ୍ରତି କଳ୍ପର ୫ ହଜାର ବର୍ଷ ପରେ ବାବା ଆସୁଛନ୍ତି, ଏଠାକୁ ଆସି ଭାରତକୁ ସ୍ୱର୍ଗ କରୁଛନ୍ତି । ତେଣୁ ପିଲାମାନଙ୍କର ସେବା କରିବାର ଉମଙ୍ଗ (ଉତ୍ସାହ) ରହିବା ଦରକାର । ଯେ ପର୍ଯ୍ୟନ୍ତ କାହାକୁ ରାସ୍ତା ନ ବତାଇଛ ସେ ପର୍ଯ୍ୟନ୍ତ କିଛି ଖାଦ୍ୟ ଖାଇବ ନାହିଁ - ଯଦି ଏତିକି ଉମଙ୍ଗ-ଉତ୍ସାହ ରହିଲେ ତେବେ ଉଚ୍ଚ ପଦ ପାଇପାରିବେ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଈଶ୍ୱରୀୟ ସେବା କରି ନିଜର ଜୀବନକୁ ୨୧ ଜନ୍ମ ପାଇଁ ହୀରାତୁଲ୍ୟ କରିବାକୁ ହେବ । ମାତା-ପିତା ଏବଂ ଅନନ୍ୟ ଭାଇ-ଭଉଣୀମାନଙ୍କୁ ହିଁ ଅନୁକରଣ କରିବାକୁ ହେବ ।

(୨) କର୍ମାତୀତ ଅବସ୍ଥାକୁ ଯିବା ପାଇଁ ନିଜର ଦେହ ସହିତ ସମସ୍ତଙ୍କୁ ଭୁଲିବାକୁ ହେବ । ନିଜର ଯୋଗ ସ୍ଥିତିକୁ ଅଚଳ ଏବଂ ସ୍ଥାୟୀ କରିବାକୁ ହେବ । ଦେବତାମାନଙ୍କ ପରି ନିର୍ଲୋଭୀ, ନିର୍ମୋହୀ ଏବଂ ନିର୍ବିକାରୀ ହେବାକୁ ପଡିବ ।

ବରଦାନ:-
ଯନ୍ତ୍ରଣାଗ୍ରସ୍ତ ଆତ୍ମାମାନଙ୍କୁ ଗୋଟିଏ ସେକେଣ୍ଡରେ ଗତି-ସଦ୍‌ଗତି ଦେଉଥିବା ମାଷ୍ଟରଦାତା ହୁଅ ।

ଯେପରି ବାବାଙ୍କ ସହିତ ମିଳନ କରିବାର ମିଳନ ଋତୁ ବା ସିଜିନ୍ ସମୟରେ ସବୁ ପ୍ରକାରର ବ୍ୟବସ୍ଥା କରି ରଖୁଛ, ସେବାଧାରୀ ତଥା ସବୁ ପ୍ରକାରର ସାମଗ୍ରୀ ପ୍ରସ୍ତୁତ ରଖୁଛ, ଯାହାଦ୍ୱାରା କାହାକୁ କୌଣସି ପ୍ରକାରର ଅସୁବିଧା ଯେପରି ନ ହେବ ଏବଂ ସମୟ ମଧ୍ୟ ବ୍ୟର୍ଥ ନ ହେବ । ସେହିପରି ବର୍ତ୍ତମାନ ସର୍ବ ଆତ୍ମାଙ୍କର ଗତି-ସଦ୍‌ଗତି କରିବାର ଅନ୍ତିମ ସିଜିନ୍ ଆସିବାକୁ ଯାଉଛି, ତେବେ ଯନ୍ତ୍ରଣାଗ୍ରସ୍ତ ଦୁଃଖୀ ଆତ୍ମାମାନଙ୍କୁ ଧାଡିରେ ଛିଡା କରିବାର କଷ୍ଟ ଦେବା ଉଚିତ୍ ନୁହେଁ, ଆସୁଥିବେ ଏବଂ ନେଇ ଚାଲିଯାଉଥିବେ । ସେଥିପାଇଁ ତୁମମାନଙ୍କୁ ସର୍ବଦା ପ୍ରସ୍ତୁତ ହୋଇ ରହିବାକୁ ହେବ । ପୁରୁଷାର୍ଥୀ ଜୀବନରେ ରହିବା ପରିବର୍ତ୍ତେ ଏବେ ଦାତାପଣିଆର ସ୍ଥିତିରେ ରୁହ । ସବୁ ମୂହୁର୍ତ୍ତରେ ସବୁ ସଂକଳ୍ପରେ ମାଷ୍ଟର ଦାତା ହୋଇଚାଲ ।

ସ୍ଲୋଗାନ:-
ହଜୁର ବାବାଙ୍କୁ ସର୍ବଦା ବୁଦ୍ଧିରେ ହାଜିର ରଖିଲେ ସର୍ବ ପ୍ରାପ୍ତି ଗୁଡିକ ଜୀ ହଜୁର କରିବ ।