01.02.26 Avyakt Bapdada Odia Murli 15.12.2008 Om Shanti Madhuban
“ଏକ ରାଜ୍ୟ, ଏକ ଧର୍ମ,
ବିଧି-ବିଧାନ ଏବଂ ବ୍ୟବସ୍ଥାର ସ୍ଥାପନା ସମୟରେ ନିଜକୁ ପରିବର୍ତ୍ତନ କରି ବିଶ୍ୱ ପରିବର୍ତ୍ତକ ହୁଅ”
ଆଜି ବାପଦାଦା ଚାରିଆଡର
ନିଜର ରାଜକୁମାର ପିଲାମାନଙ୍କୁ ଦେଖୁଛନ୍ତି । ଏହିଭଳି ପରମାତ୍ମ ଦୁଲାର ଅର୍ଥାତ୍ ପରମାତ୍ମ ସ୍ନେହ
କୋଟି କୋଟିଙ୍କ ଭିତରେ କାହାକୁ କାହାକୁ ହିଁ ପ୍ରାପ୍ତ ହୋଇଥାଏ । ଏହିଭଳି ପରମାତ୍ମ ଦୁଲାର ଆଧାରରେ
ସ୍ନେହରେ ବାପଦାଦା ପ୍ରତ୍ୟେକ ସନ୍ତାନକୁ ତିନୋଟି ସିଂହାସନର ମାଲିକ କରୁଛନ୍ତି । ପ୍ରଥମ ହେଲା
ସ୍ୱରାଜ୍ୟ ଅଧିକାରର ଭ୍ରୃକୁଟୀ ରୂପୀ ସିଂହାସନ, ଦ୍ୱିତୀୟରେ ବାପଦାଦାଙ୍କର ହୃଦୟ ସିଂହାସନ ଏବଂ
ତୃତୀୟରେ ହେଲା ବିଶ୍ୱର ରାଜ୍ୟ ଅଧିକାରର ସିଂହାସନ, ଏହି ତିନୋଟିଯାକ ସିଂହାସନ ବାବା ନିଜର ସ୍ନେହୀ
ତଥା ଗେହ୍ଲା ପିଲାମାନଙ୍କୁ ଦେଇଛନ୍ତି । ତେଣୁ ଏହି ତିନୋଟିଯାକ ସିଂହାସନର ସ୍ମୃତି ସର୍ବଦା
ରହୁଥିବା କାରଣରୁ ପ୍ରତ୍ୟେକ ସନ୍ତାନ ଭିତରେ ଆତ୍ମିକ ନିଶା ରହୁଛି । ତେଣୁ ତୁମେ ସମସ୍ତେ
ବାବାଙ୍କ ଦ୍ୱାରା ପ୍ରାପ୍ତ ହେଉଥିବା ସମ୍ପତ୍ତିକୁ ଦେଖି ଖୁସିରେ ରହୁଛ ନା! ମନ ଭିତରେ ସ୍ୱତଃ
ଭାବରେ ଏହି ଗୀତ ବାଜିବାରେ ଲାଗିଛି ଯେ ବାଃ ବାବା ବାଃ! ଏବଂ ବାଃ ମୋ’ର ଭାଗ୍ୟ ବାଃ! ଯାହା
ସ୍ୱପ୍ନରେ ମଧ୍ୟ ନଥିଲା, ତାହା ଆମକୁ ବାସ୍ତବିକ ଜୀବନରେ ମିଳିଗଲା । ସିଂହାସନ ସହିତ ବାପଦାଦା ଏହି
ସଂଗମଯୁଗରେ ଡବଲ ମୁକୁଟ ଦ୍ୱାରା ଉଡିବା କଳାର ଅନୁଭବୀ ମଧ୍ୟ କରିଛନ୍ତି । ତେଣୁ ବାପଦାଦା ଚାରଆଡର
ପିଲାମାନଙ୍କର ଏହି ଡବଲ ମୁକୁଟଧାରୀ ସ୍ୱରୂପକୁ ଦେଖୁଛନ୍ତି - ଗୋଟିଏ ହେଲା ପବିତ୍ରତା ରୂପୀ
ରାଜକୀୟତାର ମୁକୁଟ ଏବଂ ଦ୍ୱିତୀୟଟି ହେଲା ସେବାର ଦାୟିତ୍ୱର ମୁକୁଟ ।
ବାପଦାଦା ଆଜି ଚାରିଆଡର
ପିଲାମାନଙ୍କର ପୁରୁଷାର୍ଥର ବେଗକୁ ଚେକ୍ କରିଛନ୍ତି କାହିଁକି ନା ସମୟର ଗତିକୁ ତ ତୁମେ ସମସ୍ତେ
ଦେଖୁଛ ଏବଂ ଜାଣୁଛ ମଧ୍ୟ ତେଣୁ ବାପଦାଦା ଦେଖୁଥିଲେ ଯେ ସମସ୍ତଙ୍କୁ ବାବାଙ୍କ ଦ୍ୱାରା ଯେଉଁ
ରାଜ୍ୟ ଭାଗ୍ୟର ସମ୍ପତ୍ତି ମିଳିଛି, ନିଜର ରାଜ୍ୟର, ଭବିଷ୍ୟତ ପ୍ରାପ୍ତିର, ତେବେ ଭବିଷ୍ୟତରେ
ତୁମମାନଙ୍କର ସଂସ୍କାର ଯାହାକି ସ୍ୱାଭାବିକ ନେଚର ରୂପରେ ରହିବ ସେଗୁଡିକ ଏବେଠାରୁ ବହୁତ କାଳର
ସଂସ୍କାର ରୂପରେ ଅନୁଭବ ହେବା ଉଚିତ୍ କାହିଁକି ନା ତୁମମାନଙ୍କର ନୂତନ ସଂସ୍କାର ଦ୍ୱାରା ହିଁ ଏହି
ନୂତନ ସଂସାରର ନିର୍ମାଣ ହେଉଛି । ତେଣୁ ନୂତନ ସଂସାରର ଯେଉଁ ସବୁ ବିଶେଷତା ଗୁଡିକ ରହିଛି ତା’କୁ
ଅନୁଭବ କରୁଛ ନା! ଆମ ରାଜ୍ୟରେ କ’ଣ କ’ଣ ସବୁ ଥିବ, ଏହାର ନିଶା ରହିଛି ନା! ତୁମର ଦିଲ୍ ତ କହୁଛି
ନା, ଆମର ରାଜ୍ୟ ବା ଆମର ନୂଆ ସଂସାର ଆସିଲା କି ଆସିଲା । ତେଣୁ ବାପଦାଦା ଦେଖୁଥିଲେ ଯେ ନୂତନ
ସଂସାରରେ ଯାହା ସବୁ ବିଶେଷତା ଗୁଡିକ ରହିବ ସେଗୁଡିକ ପିଲାମାନଙ୍କର ପୁରୁଷାର୍ଥୀ ଜୀବନରେ କେତେ
ପରିମାଣରେ ପ୍ରକଟ ହେଲାଣି! ଜାଣିଛ ତ ନିଶ୍ଚିତ ଯେ ନୂତନ ସଂସ୍କାର ଏବଂ ନୂତନ ସଂସାରର ବିଶେଷତା
ଗୁଡିକ କ’ଣ ହୋଇ ଥିବ! ସମସ୍ତଙ୍କ ବୁଦ୍ଧିରେ ନୂତନ ସଂସାରର ବିଶେଷତା ଗୁଡିକ ତ ପ୍ରକଟ ହୋଇସାରିଛି
ନା! ଜାଣିଛ ନା! ଗାୟନ ମଧ୍ୟ କରୁଛ ଏବଂ ଜାଣିଛ ମଧ୍ୟ ତେବେ ପ୍ରଥମ ବିଶେଷତାଟି କ’ଣ? ଏବେ ଚେକ୍
କର ଯେ ନୂତନ ସଂସାରର ସର୍ବ ବିଶେଷତା ଗୁଡିକ ମୋ’ ଭିତରେ କେତେ ମାତ୍ରାରେ ପ୍ରକଟ ହୋଇସାରିଛି ।
ଏଥିରେ ମୁଖ୍ୟ ବିଶେଷତାଟି ହେଲା ଏକ ରାଜ୍ୟ । ତେଣୁ ଏକ ରାଜ୍ୟ ସେଠାରେ ଯେପରି ସ୍ୱତଃ ହିଁ
ହୋଇଥାଏ, ଅନ୍ୟ କୌଣସି ରାଜ୍ୟ ନଥାଏ, ସେହିପରି ନିଜର ସଂଗମଯୁଗୀ ଜୀବନରେ ଦେଖ ତୁମ ଜୀବନରେ ମଧ୍ୟ
ଏକ ରାଜ୍ୟ ଅଛି ତ? ନା କେବେ କେବେ ଅନ୍ୟର ରାଜ୍ୟ ମଧ୍ୟ ହୋଇଯାଉଛି? ଯଦି ଚାଲୁ ଚାଲୁ ସ୍ୱର ରାଜ୍ୟ
ସହିତ ମାୟାର ମଧ୍ୟ ରାଜ୍ୟ ଚାଲୁଛି ତେବେ କ’ଣ ଏକ ରାଜ୍ୟର ସଂସ୍କାର ଅଛି ବୋଲି କୁହାଯିବ? ଗୋଟିଏ
ରାଜ୍ୟ ସହିତ ଆଉ ଗୋଟିଏ ରାଜ୍ୟ ଚାଲୁ ନାହିଁ ତ? ପରମାତ୍ମାଙ୍କର ଶ୍ରୀମତର ରାଜ୍ୟ ଚାଲୁଛି, ନା
କେବେକେବେ ମାୟାର ମଧ୍ୟ ପ୍ରଭାବ ରହୁଛି? ତୁମ ମନ ଉପରେ ମାୟାର ରାଜ୍ୟ ଚାଲୁ ନାହିଁ ତ? ତେଣୁ
ଏଗୁଡିକୁ ଚେକ୍ କର । ଏହି ସବୁ କଥା ଆଧାରରେ ନିଜର ଚାର୍ଟକୁ ଚେକ୍ କର । ଏବେ ସଂଗମଯୁଗରେ
ଏକମାତ୍ର ପରମାତ୍ମାଙ୍କର ରାଜ୍ୟ ଚାଲିଛି, ନା ମାୟାର ଶକ୍ତି ମଧ୍ୟ କାମ କରୁଛି? କେବେ ଚେକ୍ କରିଛ?
ଏବେ ଏବେ ଚେକ୍ କର । ନିଜର ଚାର୍ଟକୁ ତ ଦେଖୁଛ ନା! ଯଦି ଏବେ ପର୍ଯ୍ୟନ୍ତ ମଧ୍ୟ ଦୁଇଟି ରାଜ୍ୟ
ଚାଲୁଛି ତେବେ ଏକ ରାଜ୍ୟର ଅଧିକାରୀ କିପରି ହେବ? କ’ଣ ଶ୍ରୀମତ ସହିତ ମାୟାର ମତ ମଧ୍ୟ ମିଶିଯାଉଛି
କି? ସେହିପରି ଏକ ଧର୍ମ ମଧ୍ୟ ଅଛି ତ? ଯଦି ଏକ ରାଜ୍ୟ ଥିବ ତେବେ ଏକ ଧର୍ମ ନିଶ୍ଚିତ ଥିବ । ତେବେ
ଧର୍ମ ଅର୍ଥାତ୍ ଧାରଣା । ତେଣୁ ତୁମମାନଙ୍କର ବିଶେଷ ଧାରଣା କ’ଣ? ପବିତ୍ରତାର ଧାରଣା । ତେଣୁ ତେକ୍
କର - ସର୍ବଦା ମନ-ବଚନ-କର୍ମ ଏବଂ ସମ୍ବନ୍ଧ-ସମ୍ପର୍କ ସମ୍ପୂର୍ଣ୍ଣରେ ଏବଂ ସଦାକାଳର ପବିତ୍ରତାର
ନେଚର ନ୍ୟାଚୁରାଲ୍ ଅର୍ଥାତ୍ ସ୍ୱାଭାବିକ ହୋଇଗଲାଣି ତ? ସେଠାରେ ଯେପରି ନିଜର ରାଜ୍ୟରେ ପବିତ୍ରତା
ରୂପୀ ସ୍ୱଧର୍ମ ସ୍ୱତଃ ହିଁ ରହିଥିବ ସେହିଭଳି ବର୍ତ୍ତମାନ ସମୟରେ ମଧ୍ୟ ପବ୍ରିତତାର ଧାରଣା
ସ୍ୱାଭାବିକ ନେଚର ହୋଇଗଲାଣି ତ? କାହିଁକି ନା ତୁମେମାନେ ଜାଣିଛ ଯେ ତୁମମାନଙ୍କର ଅନାଦି ସ୍ୱରୂପ
ଏବଂ ଆଦି ସ୍ୱରୂପ ପବିତ୍ରତା ଅଟେ । ତେଣୁ ତେକ୍ କର ଯେ ଏକ ଧର୍ମ ଅର୍ଥାତ୍ ପବିତ୍ରତା ସ୍ୱାଭାବିକ
ଅଟେ ତ? କାରଣ ଯାହା ନେଚରରେ ପରିଣତ ହୋଇଥାଏ ନ ଚାହିଁଲେ ମଧ୍ୟ ତାହା କାମ କରିଥାଏ । କାହିଁକି ନା
କେତେକ ପିଲା ଯେତେବେଳେ ବାର୍ତ୍ତାଳାପ କରୁଛନ୍ତି ସେତେବେଳେ କ’ଣ କହୁଛନ୍ତି ଜାଣିଛ? ବହୁତ ମିଠା
ମିଠା କଥା କହିଥାଆନ୍ତି, କୁହନ୍ତି ମୁଁ ଚାହୁଁ ନାହିଁ ଯେ କିନ୍ତୁ କେବେ ମନ ଭିତରେ, କେବେ ବାଣୀରେ
କିଛି ନା କିଛି ଅପବିତ୍ରତାର ଅଂଶ ପ୍ରକଟ ହୋଇଯାଉଛି । ଯେହେତୁ ବହୁତ ଜନ୍ମର ସଂସ୍କାର ରହିଛି
ସେଥିପାଇଁ ଏହିଭଳି ହୋଇଯାଉଛି । ତେଣୁ ଏକ ଧର୍ମର ଅର୍ଥ ହେଲା ପବିତ୍ରତାର ଧାରଣା ତୁମର
ନ୍ୟାଚୁରାଲ୍ ନେଚ୍ର ହୋଇଯାଉ । ଯଦିଓ ବାଣୀରେ ମଧ୍ୟ ବେଳେ ବେଳେ ଆବେଶ ଅର୍ଥାତ୍ କ୍ରୋଧର
ସୂକ୍ଷ୍ମ ଅଂଶ ପ୍ରକଟ ହୋଇଯାଉଛି, କହୁଛନ୍ତି ଏହା କ୍ରୋଧ ନୁହେଁ, ଟିକିଏ ଆବେଶ ଆସିଗଲା, କେବେ
ଆବେଶର ଅର୍ଥ କ’ଣ? ତାହା ତ କ୍ରୋଧର ସନ୍ତାନ ହିଁ ଅଟେ । ତେଣୁ ଏକ ଧର୍ମର ସଂସ୍କାର ଆଉ କେବେ
ତୁମର ନ୍ୟାଚୁରାଲ୍ ହେବ । ତେଣୁ ଚେକ୍ ମଧ୍ୟ କର କିନ୍ତୁ ଚେକ୍ କରିବା ସହିତ ବାବାଙ୍କ ଦ୍ୱାରା
ମିଳିଥିବା ଶକ୍ତିଗୁଡିକ ସାହାଯ୍ୟରେ ସେଗୁଡିକୁ ଚେଞ୍ଚ ଅର୍ଥାତ୍ ପରିବର୍ତ୍ତନ ମଧ୍ୟ କର । ଏବେ ତ
ପୁଣି ବି ବାପଦାଦା ସମୟ ପୂର୍ବରୁ ହିଁ ସାବଧାନ କରାଇ ଦେଉଛନ୍ତି ଯେ ଏବେ ବି ଯଦି ଏଗୁଡିକୁ ଚେକ୍
କରି ଚେଞ୍ଚ କରିବା ପାଇଁ ତୀବ୍ର ପୁରୁଷାର୍ଥ କରିବ ତେବେ କିଛିଟା ସମ୍ଭାବନା ଅଛି କିନ୍ତୁ ଆଉ କିଛି
ସମୟ ପରେ ଅଚାନକ ଠୁ ଲେଟ୍ ଅର୍ଥାତ୍ ଅତି ବିଳମ୍ବର ବୋର୍ଡ ଲାଗିଯିବ । ସେତେବେଳେ ଆଉ କହିବ ନାହିଁ
ଯେ ବାବା ତ ଆମକୁ ଜଣାଇ ନଥିଲେ, ସେଥିପାଇଁ ଏବେ ପୁରୁଷାର୍ଥ କରିବାର ସମୟ ତ ବିତିଗଲାଣି କିନ୍ତୁ
ତୀବ୍ର ପୁରୁଷାର୍ଥର ସମୟ ଏବେ ମଧ୍ୟ ଅଛି । ତେଣୁ ଚେକ୍ କର କିନ୍ତୁ କେବଳ ଚେକ୍ କର ନାହିଁ ତା’
ସହିତ ଚେଞ୍ଚ ମଧ୍ୟ କରିନିଅ । କେହି କେହି ଚେକ୍ ମଧ୍ୟ କରୁଛନ୍ତି କିନ୍ତୁ ନିଜକୁ ଅର୍ଥାତ୍
ପରିବର୍ତ୍ତନ କରିବାର ଶକ୍ତି ନାହିଁ । ତେଣୁ ଚେକ୍ ଏବଂ ଚେଞ୍ଚ ଉଭୟ ଏକା ସାଥୀରେ ହେବା ଦରକାର
କାହିଁକି ନା ତୁମମାନଙ୍କର ସ୍ୱମାନ ବା ମହିମା କ’ଣ ଅଟେ? ତୁମର ଉପାଧି କ’ଣ ଅଟେ? ମାଷ୍ଟର
ସର୍ବଶକ୍ତିବାନ । ତେଣୁ ତୁମେମାନେ ମାଷ୍ଟର ସର୍ବଶକ୍ତିବାନ ଅଟ, ନା କେବଳ ଶକ୍ତିବାନ ଅଟ?
ଯେଉଁମାନେ କହୁଛ ଆମେ ମାଷ୍ଟର ସର୍ବଶକ୍ତିବାନ ଅଟୁ ସେମାନେ ହାତ ଉଠାଅ (ସମସ୍ତେ ହାତ ଉଠାଇଲେ)
ଆଚ୍ଛା! ତେଣୁ ମାଷ୍ଟର ସର୍ବଶକ୍ତିବାନ ଅଟ ତ! ତେବେ ଅଭିନନ୍ଦନ କିନ୍ତୁ ମାଷ୍ଟର ସର୍ବଶକ୍ତିବାନ
ହୋଇ ମଧ୍ୟ ନିଜକୁ ଯଦି ପରିବର୍ତ୍ତନ କରିପାରୁ ନାହଁ ତେବେ କ’ଣ କୁହାଯିବ? ନିଜର ହିଁ ସଂସ୍କାରକୁ
ବା ନେଚରକୁ ପରିବର୍ତ୍ତନ କରିବାକୁ ଚାହିଁଲେ ମଧ୍ୟ କରିପାରୁ ନାହଁ ତେବେ କ’ଣ କୁହାଯିବ? ଏବେ
ନିଜକୁ ପଚାର ମୁଁ ମାଷ୍ଟର ଶକ୍ତିବାନ ଅଟେ, ନା ମାଷ୍ଟର ସର୍ବଶକ୍ତିବାନ ଅଟେ? ଯଦି ମାଷ୍ଟର
ସର୍ବଶକ୍ତିବାନ ଆତ୍ମା ସଂକଳ୍ପ କରିବ ଯେ ମୋତେ କରିବାକୁ ହିଁ ହେବ ତେବେ ତ ହୋଇକରି ହିଁ ରହିଛି ।
ହୋଇଯିବ, ଦେଖିବା.... ଏଭଳି କେବେ ବି ହୋଇପାରିବ ନାହିଁ । ତେଣୁ ଏବେ ସମୟକୁ ଦୃଷ୍ଟିରେ ରଖି
ତୁମମାନଙ୍କର ସ୍ଥିତି ଏହିଭଳି ହେବା ଦରକାର, ଯାହା ଭାବିଲ ସେହିଭଳି ସ୍ୱରୂପ ହୋଇଯାଉଥିବ ।
ଏବେ ନୂତନବର୍ଷ,
ଅବ୍ୟକ୍ତ ବର୍ଷ ଆଗକୁ ଆସିବାକୁ ଯାଉଛି । ଅବ୍ୟକ୍ତ ପାଳନାକୁ ୪୦ ବର୍ଷ ହେବାକୁ ଯାଉଛି । ତେଣୁ
ଅବ୍ୟକ୍ତି ପାଳନା ଏବଂ ବ୍ୟକ୍ତ ରୂପର ପାଳନାର ୭୨ ବର୍ଷ ପୂରା ହୋଇଗଲାଣି, ତେବେ କ’ଣ ଦୁଇ ଜଣ ଯାକ
ପିତାଙ୍କର ପାଳନାର ପ୍ରତିଦାନ ବାପଦାଦାଙ୍କୁ ଦେବ ନାହିଁ? ଟିକିଏ ଚିନ୍ତା କର ଆମକୁ ପାଳନା କ’ଣ
ମିଳୁଛି ଏବଂ ବାସ୍ତବିକ ସ୍ଥିତି କ’ଣ ଅଛି? ବାପଦାଦା ଦେଖୁଛନ୍ତି ଅବହେଳାପଣିଆ ଏବଂ ରାଜକୀୟ
ଆଳସ୍ୟ ଏବେ ବି ପିଲାମାନଙ୍କ ଭିତରେ ରହିଛି । ତେବେ ରାଜକୀୟ ଆଳସ୍ୟ ହେଲା - ହୋଇ ହିଁ ଯିବ....
ନିଶ୍ଚିତ ହୋଇଯିବୁ... ନିଶ୍ଚିତ ପହଞ୍ଚିଯିବୁ.... ଏବଂ ଅବେହେଳାପଣିଆର ଲକ୍ଷଣ ହେଲା - କରୁଛି
ତ.... କରିବାକୁ ତ ପଡିବ ନିଶ୍ଚିତ.... ହେବ ତ ନିଶ୍ଚିତ.... ତ..ତ..ତ.. ଏହା ତ ନିଶ୍ଚିତ
ହୋଇଯିବ.... ନିଶ୍ଚିତ କରିବାକୁ ହେବ.....ଏହି କାରଣରୁ କହିବାରେ ଏବଂ କରିବାରେ ଫରକ ଆସିଯାଉଛି ।
ତେବେ ବାପଦାଦା ଗୋଟିଏ ଦୃଶ୍ୟକୁ ଦେଖି ମୁରୁକି ହସୁଛନ୍ତି, ତାହା ହେଲା - ଯଦି ଇଏ ଏହିଭଳି
ହୋଇଯିବ ନା.... ଯଦି ଇଏ ଏହିଭଳି କରିଦେବ ନା.... ତେବେ ମୁଁ ମଧ୍ୟ ବହୁତ ଭଲ ଆଗକୁ ବଢିପାରିବି ।
ଏହିଭଳି ଅନ୍ୟକୁ ପରିବର୍ତ୍ତନ କରିବାର ମନୋବୃତ୍ତି ରଖୁଛନ୍ତି କିନ୍ତୁ ସ୍ୱପରିବର୍ତ୍ତନର
ମନୋବୃତ୍ତି କେଉଁଠି କେଉଁଠି କମ୍ ହୋଇଯାଉଛି । ତେଣୁ ଏବେ ଅନ୍ୟମାନଙ୍କୁ ଦେଖିବାର ମନୋବୃତ୍ତିକୁ
ପରିବର୍ତ୍ତନ କର । ଯଦି ଦେଖିବାକୁ ଚାହୁଁଛ ତେବେ ସମସ୍ତଙ୍କର ବିଶେଷତାକୁ ଦେଖ । ଏହିଭଳି ତ ହୋଇ
ଆସୁଛି, ଏହିଭଳି ତ ଚାଲି ଆସୁଛି.... ଏମାନେ ବି ତ କରୁଛନ୍ତି... ଏହିଭଳି ଭାବନାକୁ କମ୍ କର ।
ନିଜକୁ ଦେଖ ଏବଂ ବାବାଙ୍କ ସମ୍ମୁଖରେ ରଖ, ବାକି ଯିଏ ବି ହେଉ, ଚାହେଁ ମହାରଥୀ ହୋଇଥାଉ, ଚାହେଁ
ମଝି-ମଝିଆବାଲା ହୋଇଥାଉ ସମସ୍ତେ ନିଜର ପୁରୁଷାର୍ଥରେ କୌଣସି ନା କୌଣସି କମୀକୁ ପରିବର୍ତ୍ତନ
କରୁଛନ୍ତି । ସେଥିପାଇଁ ନିଜର ଦୁଇ ଜଣଯାକ ପିତାଙ୍କୁ ହିଁ ଦେଖ, ବ୍ରହ୍ମାବାବାଙ୍କୁ ଦେଖ,
ଶିବବାବାଙ୍କୁ ଦେଖ । ଯେହେତୁ ବାବା ତୁମମାନଙ୍କୁ ନିଜର ହୃଦୟ ସିଂହାସନ ଉପରେ ବସାଇଛନ୍ତି । ଏବଂ
ତୁମେମାନେ ମଧ୍ୟ ନିଜର ହୃଦୟ ରୂପୀ ସିଂହାସନ ଉପରେ ବାବାଙ୍କୁ ବସାଇ ଦେଇଛ ଏବଂ ତୁମର ସ୍ଳୋଗାନ
ମଧ୍ୟ ରହିଛି ସି ଫାଦର ଅର୍ଥାତ୍ ପିତାଙ୍କୁ ଦେଖ । ସୀ ସିଷ୍ଟର, ସୀ ବ୍ରଦର ଏହିଭଳି ସ୍ଳୋଗାନ ତ
ନାହିଁ ନା । ତେବେ କିଛି ନା କିଛି କମୀ ସମସ୍ତଙ୍କ ଭିତରେ ନିଶ୍ଚିତ ରହିଛି, ସେଥିପାଇଁ ଯଦି
ଅନ୍ୟକୁ ଦେଖିବାର ଅଛି ତେବେ ସମସ୍ତଙ୍କର ବିଶେଷତାକୁ ଦେଖ, ସେମାନେ ଯେଉଁ କମୀ, କମଜୋରୀ ଗୁଡିକୁ
ନିଜ ଭିତରୁ ବାହାର କରୁଛନ୍ତି, ସେଗୁଡିକୁ ଦେଖ ନାହିଁ । ଦ୍ୱିତୀୟ କଥା ହେଲା - ତେଣୁ ନିଜର
ରାଜ୍ୟରେ, କ’ଣ ନିଜର ରାଜ୍ୟ ମନେ ଅଛି ନା! ଗତକାଲି ହିଁ ଥିଲା ଏବଂ ଆସନ୍ତାକାଲି ପୁଣି ହେବାକୁ
ଯାଉଛି । ତେଣୁ ତୁମ ବୁଦ୍ଧିରେ, ନୟନରେ ନିଜର ରାଜ୍ୟର ଦୃଶ୍ୟ ସ୍ପଷ୍ଟ ଭାବରେ ଆସିଯାଉଛି ନା! କେତେ
ଥର ରାଜ୍ୟ କରିସାରିଛ? କେବେ ଗଣିଛ କି? ଅନେକ ଥର ରାଜ୍ୟ କରିସାରିଛ । କହିବା ମାତ୍ରକେ ଦୃଶ୍ୟ
ସମ୍ମୁଖକୁ ଆସିଯାଉଛି । ନିଜର ରାଜ୍ୟ ଅଧିକାରୀ ରୂପ ଏବଂ ଶ୍ରେଷ୍ଠ ରାଜ୍ୟର ଦୃଶ୍ୟ, ତେବେ ନିଜର
ରାଜ୍ୟରେ ଯେପରି ଲ ଆଣ୍ଡ୍ ଅର୍ଡର ଅର୍ଥାତ୍ ଆଇନ୍-ଶୃଙ୍ଖଳା ବ୍ୟବସ୍ଥା ଠିକ୍ ହିଁ ରହିଥାଏ କାରଣ
ସମସ୍ତଙ୍କ ଭିତରେ ଜ୍ଞାନର ସଂସ୍କାର ତ ରହିଛି ନା, ଜାଣିଛନ୍ତି ଲ କ’ଣ ଏବଂ ଅର୍ଡର କ’ଣ, ସେହିପରି
ଏବେ ନିଜର ଜୀବନରେ ଦେଖ ବାବାଙ୍କ ଅର୍ଡର ଅର୍ଥାତ୍ ଆଦେଶ ଅନୁସାରେ ଚାଲୁଛ ନା କେବେ କେବେ ମାୟାର
ଅର୍ଡର ମଧ୍ୟ ଚାଲୁଛି? ଶ୍ରୀମତ ପରିବର୍ତ୍ତେ କେବେ ମନମତ ବା ପରମତ ଚାଲୁନାହିଁ ତ? ଏବଂ ତୁମର ଲ
କ’ଣ ଅଟେ? ଲ ହେଲା ଚିନ୍ତାମୁକ୍ତ ସମ୍ରାଟ, କୌଣସି ଚିନ୍ତା ନାହିଁ କାହିଁକି ନା ତୁମ ନିକଟରେ
ସର୍ବପ୍ରାପ୍ତି ରହିଛି । ସେହିପରି ଏବେ ଚେକ୍ କର ସଂଗମଯୁଗର ଏହି ଶ୍ରେଷ୍ଠ ଜନ୍ମରେ ମଧ୍ୟ ସର୍ବ
ପ୍ରାପ୍ତିଗୁଡିକ ହେଉଛି ତ? ଯାହା ସବୁ ବାବା ତୁମମାନଙ୍କୁ ଦେଇଛନ୍ତି, ଏସବୁ ଯେପରିକି ଭଗବାନଙ୍କର
ପ୍ରସାଦ ଅଟେ, ତେବେ ପ୍ରସାଦକୁ କେତେ ମହତ୍ୱ ଦେଇଥାଆନ୍ତି । ତେଣୁ ବାବାଙ୍କଠାରୁ ଯେଉଁ ସବୁ
ପ୍ରାପ୍ତିଗୁଡିକ ହେଉଛି ତା’ର ମହତ୍ୱ ଅଛି ତ? ସମ୍ପତ୍ତି ମଧ୍ୟ ମିଳୁଛି, ଅଧିକାର ମଧ୍ୟ ମିଳୁଛି
ଏବଂ ପ୍ରସାଦ ମଧ୍ୟ ମିଳୁଛି । ତେବେ ଚେକ୍ କର - ଲ ଏବଂ ଅର୍ଡର, ଦୁଇଟି ଯାକରେ ସମ୍ପନ୍ନ ଅଟ ତ?
ବାପଦାଦା ଗୋଟିଏ କଥା
ଦେଖୁଥିଲେ ଯେ ଅଧିକାଂଶ ପିଲାଙ୍କୁ ପରିବର୍ତ୍ତନ କରିବାର ଯେଉଁ ଶକ୍ତି ମିଳିଛି, ସେହି
ପରିବର୍ତ୍ତନ ଶକ୍ତିକୁ ଯଥା ସମୟରେ ଯଦି କାର୍ଯ୍ୟରେ ଲଗାଇପାରିବେ ତେବେ କୌଣସି ମେହନତ କରିବାକୁ
ପଡିବ ନାହିଁ । ଦେଖ ସମସ୍ତଙ୍କର ଅନୁଭବ ଅଛି ଯେ କେବେ ବି ଯଦି ମାୟାଠାରୁ କୌଣସି ପ୍ରକାରର ପରାଜୟ
ହେଉଛି ତେବେ ତା’ର କାରଣ ସମସ୍ତେ ଭାଷଣରେ ମଧ୍ୟ କହୁଛ ଏବଂ କ୍ଲାସ ମଧ୍ୟ କରାଉଛ, ସେଥିରେ ଏହି କଥା
କହୁଛ ଯେ ଦୁଇଟି ଶବ୍ଦ ଉପରକୁ ମଧ୍ୟ ଉଠାଇଥାଏ ଏବଂ ତଳକୁ ମଧ୍ୟ ଖସାଇଥାଏ, ତେବେ ସେହି ଦୁଇଟି
ଶବ୍ଦକୁ ତ ସମସ୍ତେ ଜାଣିଛ, ସମସ୍ତଙ୍କ ମନ ଭିତରେ ମଧ୍ୟ ଆସିଗଲାଣି । ସେହି ଦୁଇଟି ଶବ୍ଦ ହେଲା -
“ମୁଁ” ଏବଂ ମୋ’ର । ଭାଷଣରେ କହୁଛ ନା, କ୍ଳାସ ବି କରାଉଛ ନା । ବାପଦାଦା ତୁମର କ୍ଲାସ ମଧ୍ୟ
ଶୁଣୁଛନ୍ତି, କ’ଣ କହୁଛ? ତେଣୁ ଏବେ ଏହି ଦୁଇଟି ଶବ୍ଦକୁ ପରିବର୍ତ୍ତନ ଶକ୍ତି ଆଧାରରେ
ପରିବର୍ତ୍ତନ କର, ଯେତେବେଳେ ବି ମୁଁ ଶବ୍ଦ କହୁଛ, ମୁଁ ଅମୁକ ଅଟେ ବା ମୁଁ ବ୍ରାହ୍ମଣ ଅଟେ,
କିନ୍ତୁ ମୁଁ କିଏ? ଯେତେବେଳେ ବି ମୁଁ ଶବ୍ଦ କହୁଛ, କୌଣସି ନା କୌଣସି ସ୍ୱମାନ ତା ସହିତ ସ୍ମୃତିରେ
ଆଣ, ଅର୍ଥାତ୍ ମୁଁ ଶବ୍ଦ କହିବା ମାତ୍ରକେ ସ୍ୱମାନ ମନେ ପଡିଯାଉ । ସେହିପରି ମୋ’ର ଶବ୍ଦ କହିବା
ସମୟରେ ବାବା ମନେ ପଡନ୍ତୁ । ଏହିଭଳି ସ୍ମୃତି ତୁମମାନଙ୍କର ସ୍ୱାଭାବିକ ଅଭ୍ୟାସ ହୋଇଯାଉ, କେବଳ
ଏତିକି ପରିବର୍ତ୍ତନ କରିନିଅ । ଆଉ ଗୋଟିଏ କଥା ହେଲା ଯେତେବେଳେ କାହା ସହିତ ସମ୍ବନ୍ଧ-ସମ୍ପର୍କରେ
ଆସୁଛ ସେତେବେଳେ ମଧ୍ୟ ଦୁଇଟି ଶବ୍ଦ ମାଧ୍ୟମରେ ମାୟା ଆସୁଛି, ଗୋଟିଏ ହେଲା ତୁମର ମନର “ଭାବ” ଏବଂ
ଅନ୍ୟଟି ହେଲା “ଭାବନା” । ତେଣୁ ଯେତେବେଳେ ବି ଭାବ ଶବ୍ଦ କହୁଛ ବା ଭାବୁଛ ସେତେବେଳେ ଆତ୍ମିକ
ଭାବ ପ୍ରଥମେ ତୁମ ସ୍ମୃତିକୁ ଆସିଯାଉ ଏବଂ ଭାବନା ଶବ୍ଦ ସହିତ ଶୁଭଭାବନା ହିଁ ସ୍ମୃତିରେ ଆସୁ ।
ଏହିଭଳି ଶବ୍ଦଗୁଡିକର ଅର୍ଥକୁ ହିଁ ପରିବର୍ତ୍ତନ କରିଦିଅ । ତେବେ ତୁମମାନଙ୍କର ଉପାଧି କ’ଣ? ବିଶ୍ୱ
ପରିବର୍ତ୍ତକ । ତେବେ ବିଶ୍ୱପରିବର୍ତ୍ତକ ଆତ୍ମା କ’ଣ ଏହି ଶବ୍ଦଗୁଡିକୁ ପରିବର୍ତ୍ତନ କରିପାରିବ
ନାହିଁ? ତେଣୁ ସମୟ ଅନୁସାରେ ପରିବର୍ତ୍ତନ ଶକ୍ତିକୁ ବ୍ୟବହାର କରି ଦେଖ । ଯଦିଓ ପରେ ମନେ ପଡୁଛି
କିନ୍ତୁ ଯେତେବେଳେ ସମୟ ବିତିଯାଉଛି ଏବଂ ମନ ଭଲ ଲାଗୁନାହିଁ, ସେତେବେଳେ ନିଜର ମନ ଆପେ ଆପେ
ଭାବୁଛି କିନ୍ତୁ ସମୟ ତ ବିତିଯାଇଛି ନା! ସେଥିପାଇଁ ଏବେ ତୀବ୍ରଗତିର ଆବଶ୍ୟକତା ରହିଛି, କେବେକେବେ
ନୁହେଁ । ଏମିତି ଭାବ ନାହିଁ ଯେ ମୁଁ ତ ବହୁତ ସମୟ ଠିକ୍ ରହୁଛି, କିନ୍ତୁ ବାପଦାଦା ତ
ଶୁଣାଇସାରିଛନ୍ତି ଯେ ଅନ୍ତିମ ସମୟ ଉପରେ କୌଣସି ଭରସା ନାହିଁ । ଅଚାନକର ଖେଳ ହେବାକୁ ଯାଉଛି ।
କେତେକ ପିଲା ବାବାଙ୍କୁ ମଧ୍ୟ ବହୁତ ମିଠା ମିଠା କଥା ଶୁଣାଉଛନ୍ତି, କହୁଛନ୍ତି ସମୟ ଯେତେବେଳେ
ଟିକିଏ ଅତି ଆଡକୁ ଯିବ ସେତେବେଳେ ତ ବୈରାଗ୍ୟ ଆସିଯିବ ନା, ତେଣୁ ବୈରାଗ୍ୟ ସମୟରେ ଆମର
ପୁରୁଷାର୍ଥର ଗତି ଆପେ ଆପେ ତୀବ୍ର ହୋଇଯିବ, କିନ୍ତୁ ବାପଦାଦା କହିସାରିଛନ୍ତି ଯେ, ଏଥିପାଇଁ
ବହୁତ ସମୟର ପୁରୁଷାର୍ଥ ଦରକାର । ଯଦି ଅଳ୍ପ ସମୟର ପୁରୁଷାର୍ଥ ହୋଇଥିବ ତେବେ ପ୍ରାରବ୍ଧ ମଧ୍ୟ
ସମୟ ପାଇଁ ହିଁ ମିଳିବ । ପୂରା ୨୧ ଜନ୍ମର ପ୍ରାରବ୍ଧ ମିଳିବ ନାହିଁ । ସେଥିପାଇଁ ବାପଦାଦାଙ୍କର
ତିନୋଟି ଶବ୍ଦକୁ ସବୁବେଳେ ମନେ ରଖିଥାଅ - ଗୋଟିଏ ହେଲା ଅଚାନକ, ଦ୍ୱିତୀୟଟି ଏଭରରେଡି ଅର୍ଥାତ୍
ସଦାପ୍ରସ୍ତୁତ ରହିବା ଏବଂ ତୃତୀୟଟି ହେଲା ବହୁତ ସମୟ । ଏହି ତିନୋଟିଯାକ ଶବ୍ଦକୁ ସର୍ବଦା
ବୁଦ୍ଧିରେ ରଖିଥାଅ । କେବେ ବି, କେଉଁଠି ବି କାହାର ବି ଅନ୍ତିମ ସମୟ ଆସିଯାଇପାରେ । ଏବେ ଏବେ
ଦେଖ କେତେ ବ୍ରାହ୍ମଣ ଆତ୍ମା ଚାଲିଗଲେ, ସେମାନଙ୍କୁ କ’ଣ ଜଣାଥିଲା କି, ସେଥିପାଇଁ ବହୁତ କାଳର
ପୁରୁଷାର୍ଥ ଦ୍ୱାରା ସମ୍ପୂର୍ଣ୍ଣ ୨୧ ଜନ୍ମ ପାଇଁ ସମ୍ପତ୍ତି ପ୍ରାପ୍ତ କରିବାକୁ ହିଁ ହେବ, ଏହି
ତୀବ୍ର ପୁରୁଷାର୍ଥର ଜ୍ଞାନକୁ ସ୍ମୃତିରେ ରଖ । ନିଜ ରାଜ୍ୟରେ ପ୍ରଥମ ନମ୍ବରରେ ଏବଂ ପ୍ରଥମ ଜନ୍ମରେ
ହିଁ ଆସିବି । କ’ଣ ଭାବିଛ? ପ୍ରଥମ ଜନ୍ମରେ ଆସିବାର ଅଛି ନା! ମଜା କେଉଁଥିରେ ଥିବ ବୋଲି ଭାବୁଛ?
ପ୍ରଥମ ଜନ୍ମରେ ନା ଯେକୌଣସି ଜନ୍ମରେ ଆସିଲେ ମଧ୍ୟ ଚଳିବ? ଯେଉଁମାନେ ଭାବୁଛନ୍ତି ନିଜର ରାଜ୍ୟରେ
ପ୍ରଥମ ଜନ୍ମରେ ଶ୍ରୀକୃଷ୍ଣଙ୍କ ସହିତ ମୋ’ର ମଧ୍ୟ ପାର୍ଟ ରହୁ । ସେମାନେ ହାତ ଉଠାଅ । (ସମସ୍ତେ
ହାତ ଉଠାଇଲେ) ଆଚ୍ଛା, ପ୍ରଥମରୁ ପାର୍ଟ ରହିବ? ହାତ ଦେଖି ତ ଖୁସି ହୋଇଗଲୁ । ତାଳି ବଜାଅ ।
ପ୍ରଥମ ଜନ୍ମରେ ଆସିବା ପାଇଁ ଅଭିନନ୍ଦନ, କିନ୍ତୁ..... କିନ୍ତୁର ଅର୍ଥ କ’ଣ କହିବୁ.... ନା କହିବୁ
ନାହିଁ? ପ୍ରଥମରୁ ତ ଆସିବାକୁ ହିଁ ହେବ, ପୁଣି ଅନ୍ୟ କଥା କାହିଁକି କହିବୁ । ବହୁତ ଭଲ, ଯେତେ ଜଣ
ବି ଆସିଛନ୍ତି ସମସ୍ତଙ୍କୁ ପ୍ରଥମ ଜନ୍ମରେ ଆସିବାକୁ ହିଁ ହେବ । ଏଥିରେ ତାଳି ତ ବଜାଇଦେଲ କିନ୍ତୁ
ପ୍ରଥମ ଜନ୍ମରେ ଆସିବା ପାଇଁ ପ୍ରଥମ ନମ୍ବର ସ୍ଥିତି ମଧ୍ୟ ଦରକାର । ତେଣୁ ପ୍ରଥମ ନମ୍ବର ସ୍ଥିତି
ମଧ୍ୟ ତିଆରି କରିବାକୁ ହେବ, ଏହିଭଳି ଯାହାର ଦୃଢ ସଂକଳ୍ପ ରହିଛି, ମୋତେ ତୀବ୍ର ବେଗରେ
ପୁରୁଷାର୍ଥ କରିବାକୁ ହିଁ ହେବ, ଚାହେଁ କିପରି ବି ବିଘ୍ନ ଆସିଯାଉ କିନ୍ତୁ ବିଘ୍ନ, ବିଘ୍ନ ହୋଇ ନ
ରହୁ । ବିଘ୍ନ ବିନାଶକ ଆତ୍ମା ନିକଟରେ ବିଘ୍ନ ମଧ୍ୟ ବିଜୟରେ ପରିବର୍ତ୍ତନ ହୋଇଯାଉ, କାହିଁକି ନା
ତୁମେ ସମସ୍ତେ ବିଘ୍ନ ବିନାଶକ ଅଟ । ତୁମର ଉପାଧି କ’ଣ? ବିଘ୍ନ ବିନାଶକ ଅଟେ ନା । ତେଣୁ ବିଘ୍ନ
ଆସିଲେ ମଧ୍ୟ ଖେଳ ଖେଳିବା ପାଇଁ ଆସିବ କିନ୍ତୁ ତୁମେ ଦୂରରୁ ହିଁ ତାକୁ ଚିହ୍ନିଯାଅ, ସେ ତ ବହୁତ
ରାଜକୀୟ ରୂପରେ ଆସିବ କିନ୍ତୁ ତୁମେ ବିଘ୍ନ ବିନାଶକ ଆତ୍ମାମାନେ ତା’କୁ ଦୂରରୁ ହିଁ ଜାଣଯିବ ଯେ
ଏହା କେଉଁ ଖେଳ ହେଉଛି, ସେଥିପାଇଁ ବାପଦାଦା ମଧ୍ୟ ଏହି କଥା ଚାହୁଁଛନ୍ତି ଯେ ସବୁ ପିଲାମାନେ ମୋ
ସାଥୀରେ ଚାଲନ୍ତୁ । କେହି ପଛକୁ ନ ରହନ୍ତୁ । ବାପଦାଦାଙ୍କୁ ମଧ୍ୟ ପିଲାମାନଙ୍କ ବିନା ମଜା ଲାଗେ
ନାହିଁ । ତେଣୁ ଦୃଢତାକୁ କେବେ ବି ଦୁର୍ବଳ କର ନାହିଁ । ମୋତେ କରିବାକୁ ହିଁ ହେବ । କେବେ ବି ତ
ତ କରିବାର ନାହିଁ । କରିବି ତ, ଦେଖିବି ତ, ହୋଇଯିବ ତ, ଦେଖିବ ତ... ଏହିଭଳି କଥା କହିବାର ନାହିଁ
। ଦୃଢତା ହିଁ ସଫଳତାର ଚାବୀ, ତେଣୁ ଏହାକୁ କେବେ ବି ହଜାଇବାର ନାହିଁ । ମାୟା ମଧ୍ୟ ବଡ ଚତୁର ଅଟେ
ସେ ମଧ୍ୟ ଚାବୀକୁ ଖୋଜି ବାହାର କରିନେଉଛି, ସେଥିପାଇଁ ଏହି ଚାବୀକୁ ଭଲ ଭାବରେ ଯତ୍ନ ସହକାରେ ରଖ
। ଆଚ୍ଛା!
ଚାରିଆଡର ଲଭଲୀ ଅର୍ଥାତ୍
ଗେହ୍ଲା ଏବଂ ଲକୀ ଅର୍ଥାତ୍ ଭାଗ୍ୟବାନ ତଥା ଦୃଢ ସଂକଳ୍ପଧାରୀ ପିଲାମାନଙ୍କୁ, ଭାବିବା ସହିତ
କାର୍ଯ୍ୟରେ କରୁଥିବା, କରିବା, ଦେଖିବା... ଏଭଳି ନୁହେଁ, ଭାବିବା ଏବଂ କରିବା, ସର୍ବଦା ନିଜକୁ
ନଷ୍ଟୋମୋହା ହେବାରେ, କେବଳ ସମ୍ବନ୍ଧର ମୋହ ନୁହେଁ, ନିଜର ଦେହ ଅଭିମାନର ମଧ୍ୟ ମୋହ ନଥିବ, ଏହିଭଳି
ନଷ୍ଟୋମୋହା ଏଭରରେଡୀ ପିଲାମାନଙ୍କୁ, ସର୍ବଦା ଶ୍ରୀମତର ହାତ ସହିତ ହାତ ଦେଇ ସାଥୀରେ ଉଡୁଥିବା ଏବଂ
ବ୍ରହ୍ମାବାବାଙ୍କ ସହିତ ନିଜର ରାଜ୍ୟକୁ ଆସୁଥିବା ତୀବ୍ର ପୁରୁଷାର୍ଥୀ ଉଡିବାର କଳା ସମ୍ପନ୍ନ
ପିଲାମାନଙ୍କୁ ବାପଦାଦାଙ୍କର ବହୁତ ବହୁତ ଆଶୀର୍ବାଦ ଏବଂ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସ୍ୱୀକାର
ହେଉ, ଏଥିସହିତ ବାଳକ ତଥା ମାଲିକ ପିଲାମାନଙ୍କୁ ନମସ୍ତେ ।
ବରଦାନ:-
ପରିବର୍ତ୍ତନ
ଶକ୍ତି ଦ୍ୱାରା ସମସ୍ତଙ୍କର ଧନ୍ୟବାଦର ପାତ୍ର ହେଉଥିବା ବିଘ୍ନଜିତ୍ ଭବ ।
ଯଦି କେହି ତୁମର କୌଣସି
ପ୍ରକାରର ଅପକାର କରୁଛି ତେବେ ତୁମେ ଗୋଟିଏ ସେକେଣ୍ଡ ଭିତରେ ଅପକାରକୁ ଉପକାରରେ ପରିବର୍ତ୍ତିତ
କରିଦିଅ, ଯଦ କେହି ନିଜର ସ୍ୱଭାବ-ସଂସ୍କାର ରୂପରେ ପରୀକ୍ଷା ହୋଇ ତୁମ ସମ୍ମୁଖକୁ ଆସୁଛି ତେବେ
ତୁମେ କେବଳ ଏକମାତ୍ର ବାବାଙ୍କର ସ୍ମୃତି ଦ୍ୱାରା ଏହିଭଳି ଆତ୍ମା ପ୍ରତି ମଧ୍ୟ ଦୟାଶୀଳ ହେବାର
ଶ୍ରେଷ୍ଠ ସଂସ୍କାର-ସ୍ୱଭାବକୁ ଧାରଣ କରିନିଅ । ଯଦି କେହି ଦେହଧାରୀ ଦୃଷ୍ଟିରେ ତୁମ ସମ୍ମୁଖକୁ
ଆସୁଛି, ତେବେ ତା’ର ଦୃଷ୍ଟିକୁ ତୁମେ ନିଜର ଆତ୍ମିକ ଦୃଷ୍ଟି ଦ୍ୱାରା ପରିବର୍ତ୍ତିତ କରିଦିଅ । ଯଦି
ଏହିଭଳି ପରିବର୍ତ୍ତନ କରିବାର ଉପାୟଗୁଡିକୁ ଜାଣିଯିବ ତେବେ ସହଜରେ ବିଘ୍ନ ବିନାଶକ ହୋଇଯିବ ।
ତା’ପରେ ତୁମ ସମ୍ପର୍କରେ ଆସୁଥିବା ଆତ୍ମାମାନେ ତୁମକୁ ଧନ୍ୟବାଦ ଦେବେ ।
ସ୍ଲୋଗାନ:-
ଯଦି ଅନୁଭବ
ଗୁଡିକର ସ୍ୱରୂପ ହୋଇଯିବ ତେବେ ତୁମର ଚେହେରାରେ ସୌଭାଗ୍ୟର ଝଲକ ଦେଖାଯିବ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ । ଅନେକ ଦେଶ, ଅନେକ ଭାଷା, ଅନେକ
ପ୍ରକାରର ରୂପ-ରଙ୍ଗ ଥିଲେ ମଧ୍ୟ ସମସ୍ତଙ୍କ ଦିଲ ଭିତରେ ଏକତା ଦେଖାଯାଉ କାହିଁକି ନା ଜଣେ
ପିତାଙ୍କର ସନ୍ତାନ ଅଟ । ସମସ୍ତେ ଗୋଟିଏ ହିଁ ବୃକ୍ଷର ଶାଖା ଅଟ ଏବଂ ଜଣଙ୍କର ହିଁ ଶ୍ରୀମତ
ଅନୁସାରେ ଚାଲୁଛ । ତେଣୁ ଭିନ୍ନତା ଭିତରେ ଏକତା ଦେଖାଇବା, ବିଗିଡି ଯାଇଥିବା କଥାକୁ ସଜାଡିବା,
ଅନେକତା ଭିତରେ ଏକତା ଆଣିବା ହିଁ ସବୁଠାରୁ ବଡ ସେବା ଅଟେ । ଏହା ହିଁ ଚମତ୍କାରୀ ଅଟେ ଏବଂ
ସଫଳତାର ଆଧାର ଅଟେ ।