01.03.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପ୍ରୀତି ବୁଦ୍ଧି ଏବଂ ବିପରୀତ ବୁଦ୍ଧି ଏହି ଦୁଇଟି ଶବ୍ଦ ପ୍ରବୃତ୍ତି ମାର୍ଗର ଅଟେ । ଏବେ ତୁମମାନଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହିତ ରହିଛି । ତୁମେ ପିଲାମାନେ ନିରନ୍ତର ବାବାଙ୍କର ସ୍ମୃତିରେ ରହୁଛ ।”

ପ୍ରଶ୍ନ:-
ସ୍ମୃତିର ଯାତ୍ରା ଅର୍ଥାତ୍ ଯୋଗର ଯାତ୍ରାକୁ ଆଉ କେଉଁ ନାମ ଦିଆଯାଇପାରିବ?

ଉତ୍ତର:-
ଯୋଗର ଯାତ୍ରା ପ୍ରୀତିର ଯାତ୍ରା ଅଟେ । ବିପରୀତ ବୁଦ୍ଧି ଥିବା ଆତ୍ମାଙ୍କଠାରୁ ନାମ ରୂପରେ ଆକର୍ଷିତ ହେବାର ଦୁର୍ଗନ୍ଧ ଆସିଥାଏ । ସେମାନଙ୍କର ବୁଦ୍ଧି ତମଃପ୍ରଧାନ ହୋଇ ଯାଇଥାଏ । ଯେଉଁମାନଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହିତ ରହିଥାଏ ସେମାନେ ସର୍ବଦା ଜ୍ଞାନ ଦାନ କରି ଚାଲୁଥିବେ । କୌଣସି ଦେହଧାରୀଙ୍କ ସହିତ ସେମାନଙ୍କର ପ୍ରୀତି ହୋଇପାରିବ ନାହିଁ ।

ଗୀତ:-
ୟହ ୱକ୍ତ ଜା ରହା ହେ.....

ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ବୁଝାଉଛନ୍ତି । ଏବେ ଏହାକୁ ୟାଦର ଯାତ୍ରା ମଧ୍ୟ କୁହାଯିବ ତ ପ୍ରୀତିର ଯାତ୍ରା ମଧ୍ୟ କୁହାଯିବ । ମନୁଷ୍ୟମାନେ ତ ସେହି ସବୁ ତୀର୍ଥଯାତ୍ରାକୁ ଯାଇଥାଆନ୍ତି । ସେମାନେ ରଚନାମାନଙ୍କର ଯାତ୍ରାରେ ଦେବୀଦେବତାଙ୍କ ନିକଟକୁ ଯାଉଛନ୍ତି, ଭିନ୍ନ ଭିନ୍ନ ରଚନା ଅଛନ୍ତି ନା । ରଚୟିତା ବାବାଙ୍କୁ ତ କେହି ବି ଜାଣି ନାହାଁନ୍ତି । ଏବେ ତୁମେ ରଚୟିତା ପିତାଙ୍କୁ ଜାଣୁଛ, ସେହି ବାବାଙ୍କ ୟାଦରେ ତୁମକୁ କେବେ ଅଟକି ଯିବାର ନାହିଁ । ତୁମକୁ ସ୍ମୃତିର ଯାତ୍ରା ମିଳିଛି । ଏହାକୁ ୟାଦର ଯାତ୍ରା ଅଥବା ପ୍ରୀତିର ଯାତ୍ରା ମଧ୍ୟ କୁହାଯାଇଥାଏ । ଯେଉଁମାନଙ୍କର ଅଧିକ ପ୍ରୀତି ଥିବ ସେମାନେ ଯାତ୍ରା ମଧ୍ୟ ଭଲ ଭାବେ କରିବେ ଅର୍ଥାତ୍ ଅଧିକ ମନେ ପକାଇବେ । ଯେତେ ସ୍ନେହର ସହିତ ଯାତ୍ରାରେ ରହିବେ ଅର୍ଥାତ୍ ବାବାଙ୍କୁ ମନେ ପକାଇବେ ସେତେ ପବିତ୍ର ମଧ୍ୟ ହୋଇଚାଲିବେ । ଶିବ ଭଗବାନଉବାଚ ରହିଛି ନା । ବିନାଶ ବେଳେ ବିପରୀତ ବୁଦ୍ଧି ଏବଂ ବିନାଶ ବେଳେ ପ୍ରୀତି ବୁଦ୍ଧି । ତୁମେ ପିଲାମାନେ ଜାଣୁଛ ଏବେ ବିନାଶ କାଳ ଅଟେ । ଏହା ସେହି ଗୀତାର ଅଧ୍ୟାୟ ଚାଲିଛି । ବାବା ଶ୍ରୀକୃଷ୍ଣଙ୍କର ଗୀତା ଏବଂ ତ୍ରିମୂର୍ତ୍ତୀ ଶିବବାବାଙ୍କ ଗୀତାର ପାର୍ଥକ୍ୟ ମଧ୍ୟ ବୁଝାଇଛନ୍ତି । ଗୀତାର ଭଗବାନ କିଏ? ପରମପିତା ଶିବ ଭଗବାନୁବାଚ । କେବଳ ଶିବ ଅକ୍ଷର ଲେଖିବାର ନାହିଁ । କାହିଁକି ନା ଶିବ ନାମ ମଧ୍ୟ ଅନେକଙ୍କର ରହିଛି ତେଣୁ ପରମପିତା ପରମାତ୍ମା ଲେଖିବା ଦ୍ୱାରା ସେ ସର୍ବୋଚ୍ଚ ହୋଇଗଲେ । କେହି ତ ନିଜକୁ ପରମପିତା ବୋଲି କହିପାରିବେ ନାହିଁ । ସନ୍ନ୍ୟାସୀମାନେ ନିଜକୁ ଶିବୋଃହମ୍ କହିଦେଉଛନ୍ତି । ସେମାନେ ତ ପିତାଙ୍କୁ ମନେ ବି ପକାଇପାରି ନ ଥା’ନ୍ତି । ପିତାଙ୍କୁ ଜାଣି ହିଁ ନାହାଁନ୍ତି । ବାବାଙ୍କ ସହ ପ୍ରୀତି ହିଁ ନାହିଁ । ପ୍ରୀତି ଏବଂ ବିପରୀତ ଏହା ପ୍ରବୃତ୍ତିମାର୍ଗ ପାଇଁ ପ୍ରଯୁଯ୍ୟ । କୌଣସି ସନ୍ତାନମାନଙ୍କର ପିତାଙ୍କ ସହିତ ପ୍ରୀତି ବୁଦ୍ଧି ତ କାହାର ବିପରୀତ ବୁଦ୍ଧି ମଧ୍ୟ ଥାଏ । ତୁମମାନଙ୍କ ମଧ୍ୟରେ ବି ଏହିପରି ଅଛନ୍ତି । ବାବାଙ୍କ ସହ ପ୍ରୀତି ବୁଦ୍ଧି ତାଙ୍କର କୁହାଯିବ ଯିଏ ବାବାଙ୍କ ସେବାରେ ତତ୍ପର ରହୁଥିବେ । ବାବାଙ୍କ ବ୍ୟତୀତ ଆଉ କାହା ସହ ପ୍ରୀତି ହୋଇପାରିବ ନାହିଁ । ଶିବବାବାଙ୍କୁ ହିଁ କହିଥାନ୍ତି ବାବା ଆମେ ତ’ ଆପଣଙ୍କର ହିଁ ସାହାଯ୍ୟକାରୀ ଅଟୁ । ବ୍ରହ୍ମାବାବାଙ୍କର ଏଥିରେ କଥା ହିଁ ନାହିଁ । ଶିବବାବାଙ୍କ ସହିତ ଯେଉଁ ଆତ୍ମାମାନଙ୍କର ପ୍ରୀତି ଥିବ ସେମାନେ ନିଶ୍ଚୟ ସାହାଯ୍ୟକାରୀ ହେବେ । ସେମାନେ ଶିବବାବାଙ୍କ ସହିତ ସେବା କରିଚାଲିବେ । ପ୍ରୀତି ନାହିଁ ତ’ ବୁଝିବାକୁ ହେବ ବିପରୀତ ବୁଦ୍ଧି ହୋଇଯାଇଛନ୍ତି । ବିପରୀତ ବୁଦ୍ଧିମାନେ ବିନାଶ ପ୍ରାପ୍ତ କରିଥାନ୍ତି । ଯାହାଙ୍କର ବାବାଙ୍କ ସହ ପ୍ରୀତି ଥିବ ସେମାନେ ସାହାଯ୍ୟକାରୀ ମଧ୍ୟ ହେବେ । ଯେତେ ପ୍ରୀତି ସେତେ ସେବାରେ ସାହାଯ୍ୟକାରୀ ହେବେ । ୟାଦ କରୁନାହାଁନ୍ତି ଅର୍ଥାତ୍ ପ୍ରୀତି ନାହିଁ । ପୁଣି ଦେହଧାରୀମାନଙ୍କ ସହ ପ୍ରୀତି ହୋଇଯାଇଥାଏ, ମନୁଷ୍ୟ ମନୁଷ୍ୟଙ୍କୁ ନିଜର ସ୍ମୃତି ଚିହ୍ନ ସ୍ୱରୂପ କିଛି ଜିନିଷ ମଧ୍ୟ ଦେଇଥା’ନ୍ତି ନା । ତେଣୁ ସେମାନେ ନିଶ୍ଚିତ ମନେପଡ଼ିଥା’ନ୍ତି ।

ଏବେ ତୁମମାନଙ୍କୁ ବାବା ଅବିନାଶୀ ଜ୍ଞାନର ଉପହାର ଦେଉଛନ୍ତି, ଯାହାଦ୍ୱାରା ତୁମେ ରାଜପଦ ପ୍ରାପ୍ତ କରୁଛ । ଅବିନାଶୀ ଜ୍ଞାନରତ୍ନର ଦାନ କରୁଛନ୍ତି ତ’ ପ୍ରୀତି ବୁଦ୍ଧି ଅଟନ୍ତି । ଜାଣିଛନ୍ତି ବାବା ସମସ୍ତଙ୍କର କଲ୍ୟାଣ କରିବା ନିମନ୍ତେ ଆସିଛନ୍ତି, ଆମକୁ ମଧ୍ୟ ସହଯୋଗୀ ହେବାକୁ ପଡିବ । ଏଭଳି ପ୍ରୀତି ବୁଦ୍ଧିଯୁକ୍ତ ଆତ୍ମା ବିଜୟୀ ହୋଇଥା’ନ୍ତି । ଯେଉଁମାନେ ୟାଦ ହିଁ କରି ନ ଥା’ନ୍ତି ସେମାନେ ପ୍ରୀତିବୁଦ୍ଧି ନୁହଁନ୍ତି । ବାବାଙ୍କ ସହ ପ୍ରୀତି ବୁଦ୍ଧି ଥିବ, ୟାଦ କରୁଥିବ ତେବେ ବିକର୍ମ ବିନାଶ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ କଲ୍ୟାଣର ରାସ୍ତା ବତାଇପାରିବ । ତୁମ ବ୍ରାହ୍ମଣମାନଙ୍କର ସ୍ଥିତି ମଧ୍ୟ ପ୍ରୀତିବୁଦ୍ଧି ଏବଂ ବିପରୀତ ବୁଦ୍ଧି ଉପରେ ନିର୍ଭର କରୁଛି । ବାବାଙ୍କୁ ବହୁତ ୟାଦ କରୁଛନ୍ତି, ଅର୍ଥାତ୍ ପ୍ରୀତି ବୁଦ୍ଧି ଅଟନ୍ତି । ବାବା କହୁଛନ୍ତି ମତେ ନିରନ୍ତର ମନେପକାଅ, ମୋର ସହଯୋଗୀ ହୁଅ । ରଚନାଙ୍କୁ ଅର୍ଥାତ୍ ପିଲାମାନଙ୍କୁ ଏକମାତ୍ର ରଚୟିତା ବାବାଙ୍କର ହିଁ ୟାଦ ରହିବା ଆବଶ୍ୟକ । କୌଣସି ରଚନାକୁ ୟାଦ କରିବାର ନାହିଁ । ଦୁନିଆରେ ତ’ କେହି ରଚୟିତାଙ୍କୁ ଜାଣିନାହାଁନ୍ତି ନା ମନେପକାଉଛନ୍ତି । ସନ୍ନ୍ୟାସୀମାନେ ମଧ୍ୟ ବ୍ରହ୍ମକୁ ୟାଦ କରିଥା’ନ୍ତି, ତାହା ମଧ୍ୟ ରଚନା ହୋଇଗଲା । ରଚୟିତା ତ’ ସମସ୍ତଙ୍କର ଜଣେ ହିଁ ଅଟନ୍ତି ନା । ଆଉ ଯାହା କିଛି ବି ଜିନିଷ ଏହି ଆଖିରେ ଦେଖିୁଛ ସେ ସବୁ ତ ହେଲା ରଚନା । ଯିଏ ଦେଖାଯାଉ ନାହାଁନ୍ତି ସେ ହେଉଛନ୍ତି ରଚୟିତା ବାବା । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ମଧ୍ୟ ଚିତ୍ର ରହିଛି ସେମାନେ ମଧ୍ୟ ରଚନା ଅଟନ୍ତି । ବାବା ଯେଉଁ ଚିତ୍ର ତିଆରି କରିବା ପାଇଁ କହିଛନ୍ତି ତା ଉପରେ ଲେଖିବାକୁ ହେବ ପରମପିତା ପରମାତ୍ମା ତ୍ରିମୂର୍ତ୍ତି ଶିବ ଭଗବାନୁବାଚ । ଯଦିଓ କେହି କେହି ନିଜକୁ ଭଗବାନ ବୋଲି କହୁଛନ୍ତି କିନ୍ତୁ ପରମପିତା କହିପାରିବେ ନାହିଁ । ତୁମର ବୁଦ୍ଧିଯୋଗ ଶିବବାବାଙ୍କ ସହିତ ରହିଛି, ଶରୀର ସହିତ ନୁହେଁ । ବାବା ବୁଝାଇଛନ୍ତି ନିଜକୁ ଅଶରୀରୀ ଆତ୍ମା ଭାବି ମତେ ମନେପକାଅ । ପ୍ରୀତି ଏବଂ ବିପରୀତ ବୁଦ୍ଧି ସବୁ ନିର୍ଭର କରୁଛି ସେବା ଉପରେ । ଅଧିକ ସ୍ନେହ ଥିବ ତ’ ବାବାଙ୍କର ସେବା ମଧ୍ୟ ଭଲ ଭାବେ କରିବେ, ତେବେ ବିଜୟୀ କୁହାଯିବ । ପ୍ରୀତି ନାହିଁ ତ’ ସେବା ମଧ୍ୟ ହେବ ନାହିଁ । ପୁଣି ପଦ ମଧ୍ୟ କମ୍ ମିଳିବ । କମ୍ ପଦକୁ କୁହାଯିବ ଉଚ୍ଚ ପଦରୁ ବିନଶ୍ୟନ୍ତି । ଏମିତି ତ ବିନାଶ ସମସ୍ତଙ୍କର ହେଉଛି, କିନ୍ତୁ ଏହା ଖାସ୍ ପ୍ରୀତି ଏବଂ ବିପରୀତ ବୁଦ୍ଧିର କଥା ଅଟେ । ରଚୟିତା ବାବା ତ’ ଜଣେ ହିଁ ଅଟନ୍ତି, ତାଙ୍କୁ ହିଁ ଶିବ ପରମାତ୍ମାୟ ନମଃ କୁହାଯାଏ । ଶିବଜୟନ୍ତୀ ମଧ୍ୟ ପାଳନ କରିଥାନ୍ତି । ଶଙ୍କର ଜୟନ୍ତୀ କେବେ ଶୁଣିନାହଁ । ପ୍ରଜାପିତା ବ୍ରହ୍ମାଙ୍କର ନାମ ମଧ୍ୟ ପ୍ରସିଦ୍ଧ ଅଟେ । ବିଷ୍ଣୁଙ୍କର ଜୟନ୍ତୀ ପାଳନ କରି ନ ଥାନ୍ତି, କୃଷ୍ଣଙ୍କର କରିଥା’ନ୍ତି । ଏହା ମଧ୍ୟ କାହାକୁ ଜଣାନାହିଁ - କୃଷ୍ଣ ଏବଂ ବିଷ୍ଣୁଙ୍କ ମଧ୍ୟରେ କ’ଣ ଅନ୍ତର ରହିଛି । ମନୁଷ୍ୟମାନଙ୍କର ବିନାଶ କାଳେ ବିପରୀତ ବୁଦ୍ଧି ଅଟେ । ତେଣୁ ତୁମମାନଙ୍କ ମଧ୍ୟରେ ବି ପ୍ରୀତି ଏବଂ ବିପରୀତ ବୁଦ୍ଧି ଅଛନ୍ତି । ବାବା କହୁଛନ୍ତି ତୁମର ଏହି ରୁହାନୀ ଧନ୍ଦା ତ ବହୁତ ଭଲ । ସକାଳେ ଓ ସନ୍ଧ୍ୟାରେ ଏହି ସେବାରେ ଲାଗିଯାଅ । ସନ୍ଧ୍ୟା ୬ରୁ ୭ଟା ସମୟ ଭଲ ବୋଲି କହିଥାଆନ୍ତି । ସତ୍‌ସଙ୍ଗ ଆଦି ମଧ୍ୟ ସନ୍ଧ୍ୟା ଓ ସକାଳେ କରିଥା’ନ୍ତି । ରାତିରେ ତ ବାୟୁମଣ୍ଡଳ ଖରାପ ହୋଇଥାଏ । ରାତିରେ ଆତ୍ମା ନିଜେ ଶାନ୍ତି ଅବସ୍ଥାକୁ ଚାଲିଯାଇଥାଏ ଯାହାକୁ ନିଦ୍ରା କୁହାଯାଉଛି । ପୁଣି ସକାଳୁ ଜାଗ୍ରତ ହେଉଛି । କହିଥା’ନ୍ତି ମଧ୍ୟ ରାମ ସିମରୋ ପ୍ରଭାତ ମୋରେ ମନ । ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି ମୋତେ ମନେ ପକାଅ । ଶିବବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କଲେ ତ କହିବେ ନା ମୋତେ ମନେପକାଅ ତେବେ ବିକର୍ମ ବିନାଶ ହେବ । ତୁମେ ପିଲାମାନେ ଜାଣୁଛ ଆମେ କେତେ ବାବାଙ୍କୁ ମନେ ପକାଉଛୁ ଏବଂ କେତେ ରୁହାନୀ ସେବା କରୁଛୁ । ସମସ୍ତଙ୍କୁ ଏହି ପରିଚୟ ଦେବାକୁ ହେବ - ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର ତେବେ ତୁମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ଆତ୍ମାରୁ ଖାଦ ବାହାରି ଯିବ । ପ୍ରୀତି ବୁଦ୍ଧିର ମଧ୍ୟ ଶତକଡ଼ା ରହିଛି । ଯଦି ବାବାଙ୍କ ସହ ପ୍ରୀତି ନାହିଁ ତେବେ ନିଶ୍ଚୟ ନିଜର ଦେହ ସହିତ ପ୍ରୀତି ଅଛି ବା ମିତ୍ର ସମ୍ବନ୍ଧୀମାନଙ୍କ ସହିତ ପ୍ରୀତି ଅଛି । ବାବାଙ୍କ ସହ ପ୍ରୀତି ଥିଲେ ସେବାରେ ଲାଗିଯିବେ । ବାବାଙ୍କ ସହ ପ୍ରୀତି ନ ଥିଲେ ତ ସେବା ମଧ୍ୟ କରିବେ ନାହିଁ । କାହାକୁ କେବଳ ବାବା ଏବଂ ବାଦଶାହୀ ବିଷୟରେ ବୁଝାଇବା ତ ବହୁତ ସହଜ ଅଟେ । ହେ ଭଗବାନ, ହେ ପରମାତ୍ମା କହି ୟାଦ କରୁଛନ୍ତି କିନ୍ତୁ ତାଙ୍କୁ ଆଦୌ ଜାଣି ନାହାଁନ୍ତି । ବାବା ବୁଝାଉଛନ୍ତି ପ୍ରତ୍ୟେକ ଚିତ୍ର ଉପରେ ପରମପିତା ତ୍ରିମୂର୍ତ୍ତି ଶିବ ଭଗବାନ ଉବାଚ ନିଶ୍ଚିତ ଲେଖାଯିବା ଦରକାର, ତାହା ହେଲେ କେହି କିଛି କହି ପାରିବେ ନାହିଁ । ଏବେ ତୁମେ ପିଲାମାନେ ତ ନିଜର କଲମୀ ଲଗାଉଛ । ସମସ୍ତଙ୍କୁ ରାସ୍ତା ଦେଖାଅ ତେବେ ତ ବାବାଙ୍କ ଠାରୁ ଆସି ବର୍ସା ନେବେ । ବାବାଙ୍କୁ ଜାଣି ହିଁ ନାହାଁନ୍ତି ତେଣୁ ପ୍ରୀତି ବୁଦ୍ଧି ନୁହଁନ୍ତି । ପାପ ବଢି ବଢି ଏକଦମ୍ ତମଃପ୍ରଧାନ ହୋଇଯାଇଛନ୍ତି । ବାବାଙ୍କ ସହ ପ୍ରୀତି ତାଙ୍କର ଥିବ ଯିଏ ବହୁତ ୟାଦ କରୁଥିବେ । ତାଙ୍କର ହିଁ ସୁବର୍ଣ୍ଣ ଯୁଗୀ ବୁଦ୍ଧି ହେବ । ଯଦି ଅନ୍ୟଆଡ଼େ ବୁଦ୍ଧି ଦୌଡ଼ୁଥିବ ତେବେ ତମଃପ୍ରଧାନ ହୋଇ ହିଁ ରହିଯିବେ । ଯଦିଓ ସମ୍ମୁଖରେ ବସିଛନ୍ତି ତଥାପି ବି ପ୍ରୀତି ବୁଦ୍ଧି କୁହାଯିବ ନାହିଁ । କାହିଁକି ନା ୟାଦ ହିଁ କରୁ ନାହାଁନ୍ତି । ପ୍ରୀତି ବୁଦ୍ଧିର ଲକ୍ଷଣ ହେଲା ୟାଦ । ସେମାନେ ଧାରଣ କରିବେ ଏବଂ ଅନ୍ୟ ଉପରେ ମଧ୍ୟ ଦୟା କରିବେ କି ତୁମେ ବାବାଙ୍କୁ ମନେ ପକାଅ ତେବେ ପାବନ ହୋଇଯିବ । ଏହି କଥା କାହାକୁ ବୁଝାଇବା ତ ବହୁତ ସହଜ । ବାବା ସ୍ୱର୍ଗର ବାଦଶାହୀର ବର୍ସା ପିଲାମାନଙ୍କୁ ହିଁ ଦେଉଛନ୍ତି । ନିଶ୍ଚିତ ଶିବବାବା ଆସିଥିଲେ ତେଣୁ ତ ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି ନା! କୃଷ୍ଣ, ରାମ ଆଦି ସମସ୍ତେ ଜନ୍ମ ନେଇ ଯାଇଛନ୍ତି ତେଣୁ ତ ପାଳନ କରି ଆସୁଛନ୍ତି । ଶିବବାବାଙ୍କୁ ମଧ୍ୟ ମନେ ପକାଉଛନ୍ତି କାହିଁକିନା ସେ ଆସି ପିଲାମାନଙ୍କୁ ବିଶ୍ୱର ବାଦଶାହୀ ଦେଉଛନ୍ତି । ନୂଆ କେହି ଏ କଥାକୁ ବୁଝିପାରିବେ ନାହିଁ । ଭଗବାନ କିପରି ଆସି ସମ୍ପତ୍ତି ଦେଉଛନ୍ତି । ବିଲ୍‌କୁଲ୍ ପଥର ବୁଦ୍ଧି ହୋଇଯାଇଛନ୍ତି । ୟାଦ କରିବାର ବୁଦ୍ଧି ହିଁ ନାହିଁ । ବାବା ନିଜେ କହୁଛନ୍ତି ତୁମେ ଅଧାକଳ୍ପର ପ୍ରେମିକା ଅଟ । ଏବେ ମୁଁ ଆସିଛି । ଭକ୍ତି ମାର୍ଗରେ ତୁମେ କେତେ ଧକ୍କା ଖାଉଛ । କିନ୍ତୁ ଭଗବାନ ତ କାହାକୁ ମିଳିଲେ ନାହିଁ । ଏବେ ତୁମେ ପିଲାମାନେ ବୁଝୁଛ ବାବା ଭାରତକୁ ଆସି ମୁକ୍ତି ଜୀବନ ମୁକ୍ତିର ରାସ୍ତା ବତାଇଥିଲେ, କୃଷ୍ଣ ତ ଏହି ରାସ୍ତା ବତାଉ ନାହାଁନ୍ତି । ଭଗବାନଙ୍କ ସହ ପ୍ରୀତି କିପରି ଜୋଡ଼ିବାକୁ ହେବ ତାହା ଭାରତବାସୀମାନଙ୍କୁ ବାବା ଆସି ଶିଖାଉଛନ୍ତି । ଆସୁଛନ୍ତି ମଧ୍ୟ ଭାରତକୁ । ସେଥିପାଇଁ ଭାରତରେ ଶିବ ଜୟନ୍ତୀ ପାଳନ କରୁଛନ୍ତି । ତୁମେ ପିଲାମାନେ ଜାଣୁଛ ସର୍ବୋଚ୍ଚ ହେଉଛନ୍ତି ଭଗବାନ, ତାଙ୍କର ନାମ ହେଉଛି ଶିବ ସେଥିପାଇଁ ତୁମେ ଲେଖୁଛ ଶିବଜୟନ୍ତୀ ହିଁ ହୀରାତୁଲ୍ୟ ଅଟେ, ବାକି ସମସ୍ତଙ୍କର ଜୟନ୍ତୀ କଉଡି ତୁଲ୍ୟ । ଏପରି ଲେଖିଲେ ବିଗିଡି ଯାଉଛନ୍ତି ତେଣୁ ପ୍ରତ୍ୟେକ ଚିତ୍ରରେ ଯଦି ଶିବଭଗବାନୁବାଚ ଲେଖା ରହିବ ତେବେ ତୁମେ ସୁରକ୍ଷିତ ରହିବ । କେହି କେହି ପିଲାମାନେ ପୁରା ବୁଝିପାରୁ ନାହାଁନ୍ତି, ତେଣୁ ନାରାଜ ହୋଇଯାଉଛନ୍ତି । ମାୟାର ଗ୍ରହଚାରୀ ବୁଦ୍ଧି ଉପରେ ହିଁ ପ୍ରଥମେ ପ୍ରଭାବ ପକାଇଥାଏ । ବାବାଙ୍କଠାରୁ ହିଁ ବୁଦ୍ଧିଯୋଗ ହଟାଇ ଦେଇଥାଏ, ଯାହାଦ୍ୱାରା ଏକଦମ୍ ଉପରୁ ତଳକୁ ଖସିଯାଇଥା’ନ୍ତି ଅର୍ଥାତ୍ ସ୍ଥିତି ହରାଇ ଥାଆନ୍ତି । ଦେହଧାରୀମାନଙ୍କ ପାଖରେ ବୁଦ୍ଧିଯୋଗ ଅଟକି ଯାଉଛି ତେବେ ବାବାଙ୍କଠାରୁ ବିପରୀତ ବୁଦ୍ଧି ହେଲେ ନା । ତୁମକୁ ପ୍ରୀତି ରଖିବାକୁ ହେବ ଏକମାତ୍ର ବିଚିତ୍ର ବିଦେହୀ ବାବାଙ୍କ ସହ । ଦେହଧାରୀଙ୍କ ସହିତ ପ୍ରୀତି ରଖିବା କ୍ଷତିକାରକ ଅଟେ । ବୁଦ୍ଧି ଉପରୁ ବାବାଙ୍କଠାରୁ ହଟିଲେ ଏକଦମ୍ ତଳକୁ ଖସି ଯାଇଥା’ନ୍ତି । ଯଦିଓ ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ଼୍ରାମା ତଥାପି ବି ବାବା ତ ବୁଝାଇବେ ନା । ବିପରୀତ ବୁଦ୍ଧିଯୁକ୍ତ ଆତ୍ମାଙ୍କ ଠାରୁ ତ ଯେପରି ନାମ ରୂପର ଦୁର୍ଗନ୍ଧ ଆସିଥାଏ । ନଚେତ୍ ସେବାରେ ଆଗେଇ ଆସିବା ଦରକାର । ବାବା କାଲି ମଧ୍ୟ ଭଲ ଭାବରେ ବୁଝାଇଛନ୍ତି - ମୁଖ୍ୟକଥା ହେଉଛି ଗୀତାର ଭଗବାନ କିଏ ? ଏହିଥିରେ ହିଁ ତୁମର ବିଜୟ ହେବାର ଅଛି । ତୁମେ ପଚାରୁଛ ଗୀତାର ଭଗବାନ ଶିବ ନା ଶ୍ରୀକୃଷ୍ଣ ? ସୁଖ ଦାତା କିଏ? ସୁଖ ଦାତା ତ ଶିବ ଅଟନ୍ତି ତେଣୁ ତାଙ୍କୁ ଭୋଟ ଅର୍ଥାତ୍ ସମର୍ଥନ ଦେବା ଉଚିତ୍ । ତାଙ୍କର ହିଁ ସବୁ ମହିମା । ଏବେ ଭୋଟ ଦିଅ, ଗୀତାର ଭଗବାନ କିଏ? ଶିବଙ୍କୁ ଭୋଟ ଦେଲାବାଲାଙ୍କୁ କୁହାଯିବ ପ୍ରୀତି ବୁଦ୍ଧି । ଏହା ତ ବହୁତ ବଡ଼ ଇଲେକ୍‌ସନ୍ ଅର୍ଥାତ୍ ନିର୍ବାଚନ ଅଟେ । ଏହି ସବୁ ଯୁକ୍ତି ତାଙ୍କରି ବୁଦ୍ଧିରେ ଆସିବ ଯିଏ ସାରାଦିନ ବିଚାର ସାଗର ମନ୍ଥନ କରୁଥିବେ ।

କେହି କେହି ପିଲା ଜ୍ଞାନରେ ଚାଲୁ ଚାଲୁ ମଝି ମଝିରେ ରୁଷି ଯାଉଛନ୍ତି । ଏବେ ଦେଖ ତ ପ୍ରୀତି ଅଟନ୍ତି, ଏବେ ଦେଖତ ପ୍ରୀତି ତୁଟିଯାଉଛି, ରୁଷି ଯାଉଛନ୍ତି । କୌଣସି କାରଣରୁ ବିଗିଡ଼ି ଗଲେ ତ ତା’ପରେ କେବେ ୟାଦ ବି କରିବେ ନାହିଁ । ଚିଠି ମଧ୍ୟ ଲେଖିବେ ନାହିଁ । ଅର୍ଥାତ୍ ପ୍ରୀତି ନାହିଁ । ତେଣୁ ବାବା ମଧ୍ୟ ୬/୮ ମାସ ଚିଠି ଲେଖିବେ ନାହିଁ । ବାବା କାଳର କାଳ ମଧ୍ୟ ଅଟନ୍ତି! ସାଥିରେ ଧର୍ମ ରାଜ ମଧ୍ୟ ଅଛନ୍ତି । ବାବାଙ୍କୁ ୟାଦ କରିବା ପାଇଁ ଫୁର୍ସତ ନାହିଁ ତ ତୁମେ କି ପଦ ପାଇବ । ପଦ ଭ୍ରଷ୍ଟ ହୋଇଯିବ । ଆରମ୍ଭରେ ବାବା ବଡ଼ ଯୁକ୍ତିର ସହ ପଦ ବତାଉ ଥିଲେ । ଏବେ ତ ସେ ନାହାଁନ୍ତି । ଏବେ ତ ପୁନର୍ବାର ମାଳା ତିଆରି ହେବ । ସେବାଧାରୀମାନଙ୍କର ତ ବାବା ମଧ୍ୟ ମହିମା କରିବେ । ଯିଏ ନିଜେ ବାଦଶାହ ହେଉଛନ୍ତି ସେମାନେ କହିବେ ଆମର ସାଙ୍ଗସାଥି ବି ବାଦଶାହ ହୁଅନ୍ତୁ । ଏମାନେ ବି ମୋ ଭଳି ରାଜତ୍ୱ କରନ୍ତୁ । ରାଜାଙ୍କୁ ଅନ୍ନଦାତା, ମାତାପିତା କହିଥାଆନ୍ତି । ଏବେ ମାତା ତ ହେଲେ ଜଗଦମ୍ବା, ତାଙ୍କ ଦ୍ୱାରା ତୁମକୁ ଅଥାହ ସୁଖ ମିଳୁଛି । ତୁମକୁ ପୁରୁଷାର୍ଥ ଦ୍ୱାରା ଉଚ୍ଚପଦ ପ୍ରାପ୍ତ କରିବାର ଅଛି । ଦିନକୁ ଦିନ ତୁମକୁ ଜଣା ପଡ଼ିଯିବ ଯେ କିଏ କିଏ କ’ଣ ହେବେ? ଯେଉଁମାନେ ସେବା କରିବେ ବାବା ମଧ୍ୟ ସେମାନଙ୍କୁ ମନେ ପକାଇବେ । ସେବା ହିଁ କରିବ ନାହିଁ ତ ବାବା କାହିଁକି ମନେ ପକାଇବେ ! ବାବା ସେହିମାନଙ୍କୁ ମନେ ପକାଇବେ ଯିଏକି ପ୍ରୀତି ବୁଦ୍ଧି ହୋଇଥିବେ ।

ଏହା ମଧ୍ୟ ବାବା ବୁଝାଇଛନ୍ତି କି କାହାଦ୍ୱାରା ମିଳିଥିବା ଜିନିଷ ପିନ୍ଧିଲେ ସେ ନିଶ୍ଚୟ ମନେ ପଡ଼ିବେ । ବାବାଙ୍କ ଭଣ୍ଡାରରୁ ନେଲେ ଶିବବାବା ହିଁ ମନେ ପଡ଼ିବେ । ବ୍ରହ୍ମାବାବା ନିଜ ଅନୁଭବ କହୁଛନ୍ତି । ନିଶ୍ଚୟ ମନେ ପଡ଼ିବ ତେଣୁ କାହାଦ୍ୱାରା ମିଳିଥିବା ଜିନିଷ ରଖିବା ଉଚିତ୍ ନୁହେଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏକମାତ୍ର ବିଦେହୀ ଏବଂ ବିଚିତ୍ର ବାବାଙ୍କ ସହିତ ଆନ୍ତରିକ ଏବଂ ସଚ୍ଚା ପ୍ରୀତି ଅର୍ଥାତ୍ ସ୍ନେହ ରଖିବାକୁ ହେବ । ସର୍ବଦା ଧ୍ୟାନ ରହୁ ଯେ ମାୟା ରୂପୀ କାଳଗ୍ରହ କେବେ ବି ବୁଦ୍ଧି ଉପରେ ଆକ୍ରମଣ ନ କରିଦେଉ ।

(୨) କେବେ ବି ବାବାଙ୍କ ଉପରେ ଋଷିବାର ନାହିଁ । ଯୋଗ୍ୟ ସେବାଧାରୀ ହୋଇ ନିଜର ଭବିଷ୍ୟତକୁ ଶ୍ରେଷ୍ଠ କରିବାର ଅଛି । କାହାଠାରୁ ମିଳିଥିବା କୌଣସି ଜିନିଷ ନିଜ ପାଖରେ ରଖିବାର ନାହିଁ ।

ବରଦାନ:-
ଶୁଦ୍ଧିର ବିଧି ଦ୍ୱାରା ସଂଗଠନ ରୂପୀ କିଲ୍ଲାକୁ ମଜବୁତ କରୁଥିବା ସଦା ବିଜୟୀ ଏବଂ ନିର୍ବିଘ୍ନ ହୁଅ ।

ଏହି ସଂଗଠନ ରୂପୀ କିଲ୍ଲା ଭିତରେ ପ୍ରତ୍ୟେକ ଆତ୍ମା ସଦା ବିଜୟୀ ଏବଂ ନିର୍ବିଘ୍ନ ରହିବା ପାଇଁ ହେଲେ ବିଶେଷ ସମୟ ନିର୍ଦ୍ଧାରିତ କରି ଚାରିଆଡେ ଏକା ସାଥୀରେ ଯୋଗର କାର୍ଯ୍ୟକ୍ରମ ରଖନ୍ତୁ, ତା’ପରେ ଦେଖିବ କେହି ବି ଏହି ତାରକୁ କାଟିପାରିବେ ନାହିଁ । କାହିଁକି ନା ତୁମେମାନେ ସେବାକୁ ଯେତିକି ଯେତିକି ବଢାଇ ଚାଲିଥିବ ସେହି ଅନୁସାରେ ମାୟା ମଧ୍ୟ ନିଜର କରିବାକୁ ଚେଷ୍ଟା କରିବ, ସେଥିପାଇଁ ଯେପରି କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶୁଦ୍ଧିକରଣ କରିବାର ବିଧିକୁ ଆପଣାଉଛ, ସେହିଭଳି ସଂଗଠିତ ରୂପରେ ତୁମ ସମସ୍ତ ଶ୍ରେଷ୍ଠ ଆତ୍ମାମାନଙ୍କ ଭିତରେ କେବଳ ଗୋଟିଏ ହିଁ ଶୁଦ୍ଧ ସଂକଳ୍ପ ରହୁ - ବିଜୟୀ, ଏହା ହିଁ ହେଉଛି ଶୁଦ୍ଧିକରଣ କରିବାର ବିଧି ଯାହାଦ୍ୱାରା ସଂଗଠନ ରୂପୀ କିଲ୍ଲା ମଜବୁତ ହୋଇଯିବ ।

ସ୍ଲୋଗାନ:-
ଯୁକ୍ତିଯୁକ୍ତ ବା ଯଥାର୍ଥ ସେବାର ପ୍ରତ୍ୟକ୍ଷ ଫଳ ହେଲା ଖୁସି ।

ଅବ୍ୟକ୍ତ ଈଶାରା:- ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ

(୧) ବ୍ରାହ୍ମଣ ଜୀବନରେ ପ୍ରଥମ ନମ୍ବରର ସଂସ୍କୃତି ହେଲା “ସତ୍ୟତା ଏବଂ ସଭ୍ୟତା” । ତେଣୁ ପ୍ରତ୍ୟେକଙ୍କର ଚେହେରା ଏବଂ ଚାଲିଚଳଣୀରେ ଏହି ବ୍ରାହ୍ମଣ ସଂସ୍କୃତି ପ୍ରତ୍ୟକ୍ଷ ଦେଖାଯାଉ । ପ୍ରତ୍ୟେକ ବ୍ରାହ୍ମଣ ହର୍ଷିତମୁଖ ହୋଇ ପରସ୍ପରର ସମ୍ପର୍କରେ ଆସନ୍ତୁ । କିଏ କିପରି ବି ହୋଇଥାଉ ଆପଣ କେବେହେଲେ ବି ନିଜର ଏହି ସଂସ୍କୃତିକୁ ଛାଡନ୍ତୁ ନାହିଁ ତେବେ ସହଜରେ ପରମାତ୍ମା ପ୍ରତ୍ୟକ୍ଷତାର ନିମିତ୍ତ ହୋଇଯିବେ ।