01.03.26 Avyakt Bapdada Odia Murli 09.03.2009 Om Shanti Madhuban
“ପରମାତ୍ମ ସଂଗର ରଙ୍ଗ
ଏବଂ ଯୁଗଳ ସ୍ୱରୂପର ଯଥାର୍ଥ ହୋଲୀ ପାଳନ କର”
ଆଜି ହୋଲୀଏଷ୍ଟ ଅର୍ଥାତ୍
ପରମପବିତ୍ର ପିତା ନିଜର ହୋଲୀ ଅର୍ଥାତ୍ ପବିତ୍ର ସନ୍ତାନମାନଙ୍କ ସହିତ ହୋଲୀ ପର୍ବ ପାଳନ କରିବା
ପାଇଁ ଆସିଛନ୍ତି । ଏଠାରେ ସମସ୍ତେ ହୋଲୀ ସନ୍ତାନ ଅଟନ୍ତି । ତୁମେମାନେ ମଧ୍ୟ ହୋଲୀ ପାଳନ କରିବା
ପାଇଁ ଆସିଛ । ଚିନ୍ତା କର ତୁମ ହୋଲୀ ପିଲାମାନଙ୍କ ଉପରେ କେଉଁ ରଙ୍ଗ ଲାଗିଲା ଯାହାଦ୍ୱାରା
ତୁମେମାନେ ହୋଲୀ ହୋଇଗଲ! ରଙ୍ଗ ତ ଅନେକ ପ୍ରକାରର ଅଛି କିନ୍ତୁ ତୁମମାନଙ୍କ ଉପରେ କେଉଁ ରଙ୍ଗ
ଲାଗିଲା? ସବୁଠାରୁ ଶ୍ରେଷ୍ଠ ରଙ୍ଗ କ’ଣ ଯାହାଦ୍ୱାରା ତୁମେମାନେ ହୋଲୀ ହୋଇଗଲ? ତେବେ ସବୁଠାରୁ
ବଡରୁ ବଡ ରଙ୍ଗ ହେଲା ପରମାତ୍ମ ସଂଗର ରଙ୍ଗ । ତେଣୁ ପରମାତ୍ମ ସଂଗର ରଙ୍ଗ ଲାଗିବା ଦ୍ୱାରା ସହଜରେ
ହୋଲୀ ହୋଇଗଲ, କାହିଁକିନା ପରମାତ୍ମ ସଂଗର ରଙ୍ଗ ଅବିନାଶୀ ଅଟେ, ଅନ୍ୟ ସବୁ ରଙ୍ଗ ତ ଅଳ୍ପ ସମୟ
ପାଇଁ ଲାଗିଥାଏ କିନ୍ତୁ ପରମାତ୍ମ ସଂଗର ରଙ୍ଗ ଲାଗିବା ଦ୍ୱାରା ସହଜରେ ହୋଲୀ ଅର୍ଥାତ୍ ପବିତ୍ର
ହୋଇଗଲ । ଆତ୍ମାର ରଙ୍ଗ ଅବିତ୍ରତାରୁ ପବିତ୍ର ହୋଇଗଲା । କାହିଁକିନା ତୁମେ ସମସ୍ତେ ପରମାତ୍ମାଙ୍କୁ
ନିଜର ସାଥୀ କରିଦେଉଛ ଏବଂ ତାଙ୍ଗ ସଂଗରେ ହିଁ ରହୁଛ ସେଥିପାଇଁ ଯୁଗଳ ହୋଇଯାଇଛ । ତେବେ ଏହି ଯୁଗଳ
ସ୍ୱରୂପ ପ୍ରିୟ ଲାଗୁଛି ନା! ସର୍ବଦା ଯୁଗଳ ରୂପରେ ରହୁଛ ନା! ତୁମକୁ କେବେ ବି ଏକା ହୋଇ ରହିବାର
ନାହିଁ । ମାୟା ତୁମକୁ ଏକା ଏକା କରିବା ପାଇଁ ଚେଷ୍ଟା କରୁଛି କିନ୍ତୁ ଯେଉଁମାନେ ସର୍ବଦା ଯୁଗଳ
ଅର୍ଥାତ୍ କମ୍ବାଇଣ୍ଡ ସ୍ୱରୂପରେ ରହିଥାଆନ୍ତି ସେମାନେ କେବେହେଲେ ଅଲଗା ହୋଇପାରିବେ ନାହିଁ,
କାହିଁକିନା ମାୟା ତୁମକୁ ବାବାଙ୍କଠାରୁ ଅଲଗା କରି ପୁରୁଣା ସଂସ୍କାରଗୁଡିକୁ ଜାଗ୍ରତ କରାଇ ଦେଉଛି
ଯାହାଦ୍ୱାରା ଶୁଦ୍ଧ ସଂସ୍କାରଗୁଡିକ ସୁପ୍ତ ହୋଇଯାଉଛି । ତେବେ ଏହି ପୁରୁଣା ସଂସ୍କାର ଗୁଡିକ ହେଲା
- ଅବହେଳାପଣିଆ ଏବଂ ଆଳସ୍ୟ, ଏହି ଦୁଇଟି ସଂସ୍କାର ଭିନ୍ନ ଭିନ୍ନ ରୂପରେ ଜାଗ୍ରତ ହୋଇଯିବା ଦ୍ୱାରା
କମ୍ବାଇଣ୍ଡ ରୂପ ଅଲଗା ହୋଇଯାଉଛି । ତେଣୁ ପ୍ରତ୍ୟେକ ନିଜେ ନିଜକୁ ଚେକ୍ କର ଯେ ମୁଁ ସବୁବେଳେ
କମ୍ବାଇଣ୍ଡ ସ୍ୱରୂପରେ ରହୁଛି, ନା କେବେକେବେ ଅଲଗା ହୋଇଯାଉଛି? ତୁମେମାନେ ମାୟାର ଅନେକ ରୂପ
ଗୁଡିକୁ ତ ଜାଣିଗଲଣି ନା! ସେ ଚତୁରତାର ସହିତ ନିଜର ରଙ୍ଗ ଲଗାଇ ଦେଉଛି । ତେବେ ବାବାଙ୍କଠାରୁ
ଅଲଗା ହେବା ଅର୍ଥ ମାୟାର ରଙ୍ଗରେ ରଞ୍ଜିତ ହେବା । ତେଣୁ ଏହି ଅବହେଳା ପଣିଆ ଏବଂ ଆଳସ୍ୟ ବହୁତ
ଭିନ୍ନ ଭିନ୍ନ ରୂପରେ ଆସୁଛି ଏବଂ ପିଲାମାନେ ମଧ୍ୟ ତାକୁ ଚିହ୍ନିପାରୁ ନାହାଁନ୍ତି, କାହିଁକିନା
ମାୟା ନିଜ ଆଡକୁ ଆକର୍ଷିତ କରିଦେଉଛି । ତେବେ ଏହି ଅବହେଳା ପଣିଆ ଏବଂ ଆଳସ୍ୟ ଦୁଇଟିଯାକ ରାବଣର
ସମ୍ପତ୍ତି ଅଟେ, ବାବାଙ୍କର ନୁହେଁ । ରାବଣର ସମ୍ପତ୍ତିକୁ ମଧ୍ୟ ପିଲାମାନେ ବଡ ନିଶାର ସହିତ
କହୁଛନ୍ତି, ମୁଁ ଚାହୁଁନାହିଁ ଯେ କିନ୍ତୁ ଏହା ତ ମୋ’ର ସଂସ୍କାର ଅଟେ । ଏଗୁଡିକୁ ମୋ’ର ସଂସ୍କାର
ବୋଲି କହିବାରେ ଲାଗିଛନ୍ତି । ତେବେ ଏହା ପରମାତ୍ମାଙ୍କର ସମ୍ପତ୍ତି, ନା ରାବଣର ସମ୍ପତ୍ତି? ଏହାକୁ
ମୋ’ର ସଂସ୍କାର ବୋଲି କହିବା କ’ଣ ଠିକ୍ କଥା? ଚିନ୍ତା କର । ତେବେ ଏହାକୁ ମୋ’ର କୁହାଇ ଦେବା ହିଁ
ମାୟାର ଚତୁରତା ଅଟେ । ତେବେ ବାବାଙ୍କର ସମ୍ପତ୍ତି ତୁମକୁ ପ୍ରିୟ ଅଟେ, ନା ରାବଣର ସମ୍ପତ୍ତି
ପ୍ରିୟ ଅଟେ? ସାଧାରଣ ଭାବରେ ପିଲାମାନେ ନିଜକୁ ନିର୍ଦ୍ଦୋଷ କରିବା ପାଇଁ କହିଦେଉଛନ୍ତି ଏହା
ମୋ’ର ସଂସ୍କାର ଅଟେ, କିନ୍ତୁ ମୁଁ ଚାହୁଁନାହିଁ । ତେବେ ଚିନ୍ତା କର, କ’ଣ ଏହା ମୋ’ର ଅଟେ ତ!
ବାବା କହୁଛନ୍ତି ରାବଣର ସଂସ୍କାରକୁ ନିଜର କରିବା କାରଣରୁ ତୁମ ଭିତରେ ଯେଉଁ ଶୁଭ ସଂସ୍କାର ଗୁଡିକ
ରହିଛି ତାହା ଧୀରେ ଧୀରେ ସମାପ୍ତ ହେବାରେ ଲାଗିଛି । ପରମାତ୍ମ ସଂଗର ରଙ୍ଗ ଫିକା ହୋଇ ଚାଲିଛି ଏବଂ
ମାୟାର ରଙ୍ଗ ଉଜ୍ୱଳ ହୋଇଯାଉଛି । ତେଣୁ ପୁରୁଷାର୍ଥ ମାର୍ଗରେ ଚାଲିବା ସହିତ ନିଜକୁ ହିଁ ଚେକ୍
କରିବାକୁ ହେବ ଯେ ମୋ ଉପରେ କେଉଁ ରଙ୍ଗ ଲାଗିଛି? ଲୋକମାନେ ମଧ୍ୟ ହୋଲୀ ପର୍ବରେ କ’ଣ କରନ୍ତି?
ପ୍ରଥମେ ଖରାପ ଗୁଡିକୁ ଜଳାଇ ଦିଅନ୍ତି, ତା’ପରେ ରଙ୍ଗ ଲଗାନ୍ତି ବା ହୋଲୀ ପାଳନ କରନ୍ତି । ତେବେ
ତୁମମାନଙ୍କ ଉପରେ ବାପଦାଦା ନିଜର ସଂଗର ରଙ୍ଗ ତ ଲଗାଇ ଦେଇଛନ୍ତି କିନ୍ତୁ ତା’ ସହିତ ଜ୍ଞାନର
ରଙ୍ଗ ଶକ୍ତିଗୁଡିକର ରଙ୍ଗ, ଗୁଣର ରଙ୍ଗ ମଧ୍ୟ ଲାଗିଯାଉଛି ।
ତେଣୁ ସମସ୍ତଙ୍କ ଉପରେ
ଏହି ସବୁ ଆତ୍ମିକ ରଙ୍ଗଗୁଡିକ ଲାଗିଯାଇଛି ନା । କ’ଣ ଲାଗିଛି ନା! ହାତ ଉଠାଅ । ତେବେ ଆତ୍ମିକ
ରଙ୍ଗ ତ ଲାଗିଗଲା କିନ୍ତୁ ଛାଡିଯିବା ଭଳି ରଙ୍ଗ ତ ନୁହେଁ ନା! ଯାହା ଉପରେ ଏହି ଆତ୍ମିକ ରଙ୍ଗ
ଗୁଡିକ ଲାଗିଗଲା ବା ଅବିନାଶୀ ରଙ୍ଗ ଲାଗିଗଲା, ତା ଉପରେ ଅନ୍ୟ କୌଣସି ରଙ୍ଗ ଲାଗି ପାରିବ ନାହିଁ
। ତେଣୁ ଏହି ରଙ୍ଗ ଦ୍ୱାରା କେତେ ପବିତ୍ର ହୋଇ ଯାଇଛ । ଯାହାକି ସାରା କଳ୍ପ ଭିତରେ ତୁମମାନଙ୍କ
ଭଳି ହୋଲୀ ବା ପବିତ୍ର ଅନ୍ୟ କେହି ବି ହୋଇପାରିବେ ନାହିଁ । ତୁମମାନଙ୍କର ପବିତ୍ରତା, ପ୍ରଭୁଙ୍କର
ସଂଗର ରଂଗ, ପରମାତ୍ମାଙ୍କ ସହିତ କମ୍ବାଇଣ୍ଡ ରହିବାର ଅନୁଭବ ସବୁଠାରୁ ନିଆରା ଅଟେ ଏବଂ ପ୍ରିୟ ଅଟେ
। ଅନ୍ୟ ଯେଉଁମାନେ ବି ହୋଲୀ ଅର୍ଥାତ୍ ପବିତ୍ର ହେଉଛନ୍ତି ସେମାନଙ୍କର ଶରୀର ପବିତ୍ର ହେଉ ନାହିଁ,
କେବଳ ଆତ୍ମା ପବିତ୍ର ହେଉଛି କିନ୍ତୁ ତୁମେମାନେ ଏଭଳି ହୋଲୀ, ପବିତ୍ର ହେଉଛ ଯାହାକି ତୁମର ଶରୀର
ଏବଂ ଆତ୍ମା ଦୁଇଟିଯାକ ପବିତ୍ର ରହୁଛି ଏବଂ ପବିତ୍ରତାକୁ ସୁଖ, ଶାନ୍ତି, ପ୍ରେମ, ଆନନ୍ଦର ଜନନୀ
କୁହାଯାଏ । ଯେଉଁଠାରେ ପବିତ୍ରତା ରହିଛି ସେଠାରେ ସୁଖ ଏବଂ ଶାନ୍ତି ତା’ ସହିତ ନିଶ୍ଚିତ ରହିଛି
କାହଁକିନା ଯେଉଁଠାରେ ଜନନୀ ଅର୍ଥାତ୍ ମା’ ଥାଏ ସେଠାରେ ପିଲାମାନେ ମଧ୍ୟ ଥାଆନ୍ତି । ତେଣୁ ବାବା
ଆସି ତୁମମାନଙ୍କୁ ଏଭଳି ହୋଲୀ କରିଦେଉଛନ୍ତି ଯାହାକି ତୁମମାନଙ୍କର ଜଡ ଚିତ୍ର ଗୁଡିକ ମଧ୍ୟ କେତେ
ବିଧି ପୂର୍ବକ ପୂଜା ପାଉଛନ୍ତି । କଳିଯୁଗର ଶେଷ ଜନ୍ମରେ ମଧ୍ୟ ତୁମେମାନେ ନିଜର ଚିତ୍ର ବା
ମୂର୍ତ୍ତି ଗୁଡିକୁ ତ ଦେଖୁଛ, ସେମାନଙ୍କର ପୂଜା କିପରି ବିଧିପୂର୍ବକ ହେଉଛି - ଏହା ହିଁ ହେଉଛି
ପବିତ୍ରତାର ବିଶେଷତା । ଅନ୍ୟ ଯେତେ ବି ମହାନ ଆତ୍ମାମାନେ, ଧର୍ମ ଆତ୍ମାମାନେ ପବିତ୍ର ହୋଇଛନ୍ତି
କିନ୍ତୁ ମନ୍ଦିର କାହାର ବି ତିଆରି ହେଉ ନାହିଁ କି ଏଭଳି ବିଧି ପୂର୍ବକ ପୂଜା ମଧ୍ୟ କାହାର ହେଉ
ନାହିଁ ଏବଂ ଶେଷ ଜନ୍ମ ପର୍ଯ୍ୟନ୍ତ ମଧ୍ୟ ତୁମମାନଙ୍କର ଜଡଚିତ୍ର ଗୁଡିକ ଭକ୍ତମାନଙ୍କୁ ଆଶୀର୍ବାଦ
ଦେଇଚାଲିଛନ୍ତି । ଅଳ୍ପ ସମୟ ପାଇଁ ସୁଖ ଶାନ୍ତିର ଅନୁଭବ ମଧ୍ୟ କରାଉଛନ୍ତି । ତେବେ ତୁମମାନଙ୍କର
ହୋଲୀ ପାଳନ କରିବା ଏବଂ ଦୁନିଆର ଲୋକମାନଙ୍କର ହୋଲୀ ପାଳନ କରିବା ଭିତରେ କେତେ ଫରକ ରହିଛି ।
ଯଦିଓ ମନୋରଞ୍ଜନ କରିବା ପାଇଁ ତୁମେମାନେ ମଧ୍ୟ ଅଳ୍ପ ବହୁତ ହୋଲୀ ପର୍ବ ପାଳନ କରୁଛ କିନ୍ତୁ
ପ୍ରକୃତ ହୋଲୀ ପରମାତ୍ମାଙ୍କର ସଂଗର ରଂଗ ସହିତ କମ୍ବାଇଣ୍ଡ ସ୍ୱରୂପର ଯଥାର୍ଥ ହୋଲୀ ତୁମେମାନେ
ହିଁ ପାଳନ କରୁଛ । ତେବେ ହୋଲୀ ପର୍ବକୁ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ରୂପରେ ପାଳନ କରୁଛନ୍ତି,
ସେହିପରି ତୁମେମାନେ ଜାଣିଛ ଯେ ହୋଲୀ ଶବ୍ଦର ମଧ୍ୟ ରହସ୍ୟ ରହିଛି, ଯାହାକୁ କେବଳ ତୁମେମାନେ ହିଁ
ଜାଣିଛ ଏବଂ ତୁମେମାନେ ହିଁ ଯଥାର୍ଥ ରୂପରେ ପାଳନ କରୁଛ । ତେବେ ହୋଲୀର ଅର୍ଥ ହେଲା, ହୋଲୀ
ଅର୍ଥାତ୍ ଯାହା ବିତିଗଲା ତାହା ଅତୀତ ହୋଇଗଲା । ତେଣୁ ତୁମେମାନେ ମଧ୍ୟ ନିଜର ପୁରୁଣା ଜୀବନ,
ପୁରୁଣା କଥା, ପୁରୁଣା ସଂସ୍କାର, ପୁରୁଣା ବ୍ୟର୍ଥ ସଂକଳ୍ପକୁ ହୋଲୀ କରିଦେଇଛ ନା! ବିତିଯାଇଥିବା
କଥାକୁ ଭୁଲିଯିବା ଅର୍ଥାତ୍ ହୋଲୀ ତେବେ ଏହିଭଳି କରିଛ ତ? ନା ଏବେ ବି ମଧ୍ୟ ଭୁଲ୍ରେ କେବେ କେବେ
ପୁରଣା ସଂସ୍କାର ଆସିଯାଉଛି? ଯେହେତୁ ତୁମମାନଙ୍କର ଜନ୍ମ ହିଁ ନୂଆ ଅଟେ, କାରଣ ତୁମେ ସମସ୍ତେ
ମରଜୀବା ହୋଇଛ ନା! ଅର୍ଥାତ୍ ବଞ୍ଚିଥିଲେ ମଧ୍ୟ ପୁରୁଣାରୁ ମରିଯାଇଛ ନା! କ’ଣ ହୋଇଛ ତ? ମରଜୀବା
ହୋଇଯାଇଛ? ହାତ ଉଠାଅ । ଆଚ୍ଛା! ଯଦି ନୂଆ ଜନ୍ମ ହୋଇଗଲା ତେବେ ପୁରୁଣା ଜନ୍ମ କିପରି ମନେ ପଡୁଛି?
ପୁରୁଣା ତ ପୁରୁଣା ହୋଇଗଲା ନା । ଯଦି ବିତିଯାଇଥିବା କଥା ବା ସଂକଳ୍ପ ବା ସଂସ୍କାର ପୁଣି ଜାଗ୍ରତ
ହୋଇଯାଉଛି ତେବେ ତା’କୁ କ’ଣ କୁହାଯିବ! ହୋଲୀ ପାଳନ କରିଛ ବୋଲି କୁହାଯିବ କି? ନା, ହୋ ଲୀ କରି
ନାହଁ । ପରମାତ୍ମ ସଂଗର ରଙ୍ଗ ଭଲ ଭାବରେ ଲାଗି ନାହିଁ । ପରମାତ୍ମ ସଂଗର ରଙ୍ଗ ଲାଗିବା ଅର୍ଥ
ପୁରୁଣା ଜନ୍ମ ଭୁଲି ହୋଇଯିବା, ପୁରୁଣା କଥା ସବୁ ଭୁଲି ହୋଇଯିବା କାହିଁକିନା ମରଜୀବା ହୋଇଗଲ ନା!
ଯେପରି ଶରୀର ଦ୍ୱାରା ଗୋଟିଏ ଜନ୍ମକୁ ଛାଡି ଆଉ ଗୋଟିଏ ଜନ୍ମ ନେଉଛ ସେତେବେଳେ କ’ଣ ପୁରୁଣା ଜନ୍ମ
କଥା ମନେ ରହୁଛି? ସେହିପରି ତୁମେମାନେ ତ ଏବେ ବ୍ରାହ୍ମଣ ଜୀବନ ଧାରୀ ଅଟ । ତେଣୁ ପୂର୍ବଜନ୍ମର
ସଂସ୍କାର ଯାହାକୁ ଭୁଲ୍ରେ ତୁମେମାନେ ମୋ’ର ସଂସ୍କାର ବୋଲି କହିଦେଉଛ, କ’ଣ ତାହା ତୁମର ଅଟେ କି?
ସେଗୁଡିକ ବ୍ରାହ୍ମଣ ଜୀବନର ସଂସ୍କାର ଅଟେ କି? କେବେ ଅବହେଳା ପଣିଆର କେବେ ରାଜକୀୟ ଆଳସ୍ୟର, ତେବେ
ଆଳସ୍ୟର ମଧ୍ୟ ବହୁତ ଭିନ୍ନ ଭିନ୍ନ ରୂପ ରହିଛି । କେବେ ଏହା ଉପରେ ମଧ୍ୟ କ୍ଳାସ କରିବ । ତେବେ
ଆଳସ୍ୟ ମଧ୍ୟ କେତେ ପ୍ରକାରର ଏବଂ କେତେ ରାଜକୀୟ ରୂପରେ ଆସିଥାଏ ।
ତେଣୁ ବ୍ରାହ୍ମଣ ଜୀବନ
ଅର୍ଥାତ୍ ନୂଆ ଜୀବନ, ଏଥିରେ କିଛି ବି ପୁରୁଣା ରହିପାରିବ ନାହିଁ । ତେବେ ଆଜି ହୋଲୀ ପାଳନ କରିବା
ପାଇଁ ଆସିଛ ନା! ତେଣୁ ହୋଲୀର ଅର୍ଥ ହେଲା ହୋ ଲୀ । ତେଣୁ ଆଜି ହୋଲୀ ପାଳନ କରିବା ଅର୍ଥ ପୁରୁଣା
ସଂସ୍କାର ଗୁଡିକର ହୋଲୀ ଜଳାଇବା । କାରଣ ଜଳାଇବା ପରେ ହିଁ ପାଳନ କରିଥାଆନ୍ତି । କିନ୍ତୁ ଆଜି
ତୁମେମାନେ ପାଳନ କରିବାର ସ୍ୱରୂପରେ ଅଛ । ଜଳାଇ ସାରିଛ ଏବେ ପାଳନ କରିବ । ପ୍ରଭୁଙ୍କର ସଂଗର,
ରଙ୍ଗର ମଜା ନେବା ପାଇଁ ଆସିଛ । ସମସ୍ତେ କମ୍ବାଇଣ୍ଡ ସ୍ୱରୂପରେ ରହିବାର ଅନୁଭବ କରିବାବାଲା ଅଟ
ନା, କ’ଣ କହୁଛ? ପରମପବିତ୍ର ପିତା ତୁମମାନଙ୍କ ଉପରେ ହୋଲୀ ହେବାର ବା ପବିତ୍ର ହେବାର ରଙ୍ଗ ଲଗାଇ
ଦେଇଛନ୍ତି ।
ତେଣୁ ଆଜି କେଉଁ ହୋଲୀ
ପାଳନ କରୁଛ? ଆଜିଠାରୁ ବିଶେଷ କରି କୌଣସି ବି ପୁରୁଣା ସଂସ୍କାରକୁ ଆସିବାକୁ ଦେବ ନାହିଁ, ଏହି
ହୋଲୀ ପାଳନ କର । କ’ଣ ପାଳନ କରିପାରିବ, ନା କେବେ କେବେ ଆସିଯିବ? ଏଭଳି ରାଜକୀୟ ଶବ୍ଦ ମଧ୍ୟ
କହିବ ନାହିଁ ଯେ ମୁଁ ଏଭଳି କରିବାକୁ ଚାହୁଁ ନଥିଲି ଯେ, କିନ୍ତୁ ଏହା ମୋ’ର ସଂସ୍କାର ଅଟେ । ଏହି
ଶବ୍ଦକୁ ଆଜି ଦୃଢ ସଂକଳ୍ପର ବିଧି ଦ୍ୱାରା ସମାପ୍ତ କରିଦିଅ । କ’ଣ ଏହିଭଳି ହୋଲୀ ସଦାକାଳ ପାଇଁ
ପାଳନ କରିବାର ଆଜି ସାହସ କରୁଛ ତ? ନା କେବେ କେବେ ପାଳନ କରିବ? ଯେଉଁମାନେ ଭାବୁଛନ୍ତି ଆଜିଠାରୁ
ପୁରୁଣା ସଂସ୍କାରର ହୋଲୀ, ଅର୍ଥାତ୍ ହୋ ଲୀ ଅର୍ଥାତ୍ ଯାହା ବିତିଯାଇଛି ତାକୁ ଭୁଲିଯିବା କାରଣ ଏହି
ଜନ୍ମ ହିଁ ନୂଆ ଅଟେ, ପୁରୁଣା ଜନ୍ମ ତ ଏବେ ସମାପ୍ତ ହୋଇଯାଇଛି; ଏହିଭଳି ସାହସ କରୁଥିବା ତୁମେମାନେ
ବାବାଙ୍କର ମିଠା ମିଠା ଗେହ୍ଲା ସିକିଲଧା ସନ୍ତାନ ଅଟ ନା! ତେଣୁ ସାଧାରଣ ସଂକଳ୍ପ ନୁହେଁ, ଦୃଢ
ସଂକଳ୍ପ କରିବାର ସାହସ ଅଛି ତ? ହାତ ଉଠାଅ । ଦେଖ, ସମସ୍ତେ ସାହସ ରଖୁଛନ୍ତି । ଯଦିଓ ଅଳ୍ପ କେତେ
ଜଣ ହାତ ଉଠାଇ ନାହାଁନ୍ତି । କିନ୍ତୁ ତୁମେମାନେ ସେମାନଙ୍କର ସାଥୀ ଅଟ ନା । ପକ୍କା ସାଥୀ, ଦୁଇଟି
ହାତ ଉଠାଅ । ସମସ୍ତଙ୍କର ଏହି ଫଟୋ ଉଠାଅ । ଆଚ୍ଛା! ଡବଲ ବିଦେଶୀମାନେ ମଧ୍ୟ ଉଠାଉଛନ୍ତି ।
ତେବେ ବାପଦାଦା
ତୁମମାନଙ୍କୁ ହୋଲୀ ପର୍ବର ଏବଂ ହୋ ଲୀ ପାଳନ କରିବାର ପଦ୍ମାପଦ୍ମଗୁଣା ଶୁଭ ଅଭିନନ୍ଦନ ଦେଉଛନ୍ତି
। ଏବେ ଭୁଲ୍ରେ ମଧ୍ୟ ନିଜ ମୁଖରୁ ଏହି ଶବ୍ଦ ବାହାର କରିବ ନାହିଁ ଯେ ଏହା ମୋ’ର ସଂସ୍କାର ।
ରାବଣର ସଂସ୍କାରକୁ ମୋ’ର କହୁଛ! ଏହା ତ ବଡ ଆଶ୍ଚର୍ଯ୍ୟ କଥା! ରାବଣକୁ ଶତ୍ରୁ କୁହାଯାଉଛି,
ଶତ୍ରୁର ସମ୍ପତ୍ତିକୁ ନିଜର କରିବା ତ ବଡ ଆଶ୍ଚର୍ଯ୍ୟର କଥା ନା! ତୁମକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି
ନା ମୁଁ କ’ଣ କହୁଛି! ଯେହେତୁ ଭୁଲ୍ରେ କହିଦେଉଛ ତେଣୁ କହିସାରିବା ପରେ ମନ ଖାଉଛି, ହୃଦ୍ବୋଧ
ମଧ୍ୟ କରୁଛ, ବାବାଙ୍କ ସହିତ ବାର୍ତ୍ତାଳାପ ମଧ୍ୟ କରୁଛ, କ୍ଷମା ମଧ୍ୟ ମାଗୁଛ, ବାବା କାଲିଠାରୁ
ଏଭଳି କରିବି ନାହିଁ । ପୁଣି ବି କରିଦେଉଛ । ତେବେ ବାପଦାଦା ମଧ୍ୟ ଏଥିରେ କ’ଣ କରିବେ? କେବଳ ବସି
ଦେଖିବେ? ତେଣୁ ଏବେ ଏହି ଶବ୍ଦର ହୋଲୀ ଜଳାଇଦିଅ । ଦେଖ ଜଳାଇବାରେ ମଧ୍ୟ ଗୋଟିଏ ବହୁତ ଭଲ କଥା
ଶୁଣାଇଥାଆନ୍ତି, ଗୋବରର ଘସିକୁ ଲୁହା ତାରରେ ବାନ୍ଧି ଜଲାଇଥାଆନ୍ତି, ତେଣୁ ଘସି ଜଳିଯାଏ କିନ୍ତୁ
ତାର ଜଳେ ନାହିଁ । ଏହା ତୁମମାନଙ୍କର ପ୍ରଥମ ପାଠର ପ୍ରତୀକ ଅଟେ, ଯାହାକି ଆତ୍ମା ଅବିନାଶୀ ଏବଂ
ଶରୀର ବିନାଶୀ, ଏହାର ହିଁ ସ୍କାରକୀ ଅଟେ । ତେଣୁ ବାପଦାଦା ଦେଖୁଛନ୍ତି ଯେ ଏହି ସବୁ
ପର୍ବପର୍ବାଣୀଗୁଡିକୁ ବା ଶାସ୍ତ୍ର-ପୁରାଣ ଗୁଡିକୁ ରଚନା କରିବାବାଲା ପିଲାମାନଙ୍କର ଚମତ୍କାରୀ
ମଧ୍ୟ କମ୍ ନୁହେଁ । ଏମିତି ତ ସେମାନେ ମଧ୍ୟ ବାବାଙ୍କର ସନ୍ତାନ ଅଟନ୍ତି କିନ୍ତୁ ତୁମେମାନେ
ସିକିଲଧେ ଅଟ ଅର୍ଥାତ୍ ବହୁତ ସମୟର ବିଚ୍ଛେଦ ପରେ ପୁନର୍ବାର ମିଳିଥିବା ଗେହ୍ଲା ସନ୍ତାନ ଅଟ ।
ତେଣୁ ସେଥିରେ ଯଦିଓ ଅଟାରେ ଲୁଣ ସଦୃଶ ସତ୍ୟତା ରହିଛି କିନ୍ତୁ ବଡ ରମଣୀକ ଢଙ୍ଗରେ ସ୍କାରକୀ ତିଆରି
କରିଛନ୍ତି । ଦେଖ, ସେମାନେ ପ୍ରତ୍ୟେକ ପର୍ବ ପର୍ବାଣୀର ସ୍କାରକୀ ତିଆରି କରିଛନ୍ତି କିନ୍ତୁ
ସେଥିରେ ଅନେକ କଥା ରହିଛି ଯାହାର ରହସ୍ୟ ସୂକ୍ଷ୍ମ ଅଟେ ତାକୁ ସେମାନେ ସ୍ଥୂଳ ରୂପ ଦେଇ ଦେଇଛନ୍ତି
। କିନ୍ତୁ ସ୍ମାରକୀ ତ ତିଆରି କରିଛନ୍ତି ନା । ଭକ୍ତି କରିବାରେ ତ କମ୍ କରିନାହାଁନ୍ତି ନା,
ଦ୍ୱାପର ଏବଂ କଳିଯୁଗରେ ଭକ୍ତିରେ ମଧ୍ୟ କିଛି ନା କିଛି ସ୍ମୃତିର କଥା ରଖିଛନ୍ତି ମନୁଷ୍ୟମାନଙ୍କୁ
ଅତି ବିକାରୀ ହେବାରୁ ରକ୍ଷା କରିଛନ୍ତି । ତେଣୁ ବାପଦାଦା ଏହି ସବୁ ଭକ୍ତିର ସାମଗ୍ରୀ,
ପର୍ବପର୍ବାଣୀ ବା ଶାସ୍ତ୍ର ପୁରାଣ ତିଆରି କରିବା ବାଲାଙ୍କୁ ମଧ୍ୟ ଫଳ ଦେଉଛନ୍ତି । କାହିଁକିନା
ଭକ୍ତିରେ ମଧ୍ୟ କିଛି ତ ମନେ ପକାଉଛନ୍ତି ନା, ତେଣୁ ଅଳ୍ପ ସମୟ ପାଇଁ ହେଉ ପଛକେ ବିକାର ଗୁଡିକ
ଠାରୁ ତ ଦୂରେଇ ରହୁଛନ୍ତି ନା!
ତେଣୁ ଆଜି ତୁମେମାନେ
କେଉଁ ହୋଲୀ ପାଳନ କରିଲ? ହୋ ଲୀ, ସମସ୍ତେ କୁହ ହୋ ଲୀ । ଏହିପରି କର (ବାପଦାଦା ହାତ ଦ୍ୱାରା
ଇଙ୍ଗିତ କରି ଦେଖାଇଲେ) ହୋ ଲୀ । କ’ଣ ପକ୍କା ଅଟେ ତ! ପାଳନ କରିଲ ତ? କରିଲ ତ? ଆଚ୍ଛା! କାଲି ବି
ପୁଣି ମାୟା ଆସିବ, କାହିଁକିନା ମାୟା ମଧ୍ୟ ଶୁଣୁଛି କିନ୍ତୁ ତୁମେମାନେ ତାକୁ ନିଜ ଆଡକୁ ଡାକିବ
ନାହିଁ । ଏଥିରେ ମଜା ଅଛି ନା! ତେଣୁ ସର୍ବଦା ମଜାରେ ରୁହ ।
ବାବା ତୁମମାନଙ୍କ ଉପରେ
କେତେ ପ୍ରକାରର ଆତ୍ମିକ ରଙ୍ଗ ଲଗାଉଛନ୍ତି, ଯାହାଦ୍ୱାରା ତୁମେମାନେ ହୋଲୀହଂସ ହୋଇଯାଇଛ, ତେଣୁ
ବାବାଙ୍କୁ ସର୍ବଦା ମନେ ରଖିଥାଅ । ତେବେ ହୋଲୀହଂସର ଅର୍ଥ ହେଲା ନିର୍ଣ୍ଣୟ ଶକ୍ତିବାଲା । ଯେକୌଣସି
କାର୍ଯ୍ୟ କର କିନ୍ତୁ ପ୍ରଥମେ ଗୋଟିଏ ଆସନକୁ ପକ୍କା କରିଦିଅ ଦିଅ ଏବଂ ତାହା ଉପରେ ବସି ନିର୍ଣ୍ଣୟ
କର, ତେବେ ସେହି ଆସନଟି କ’ଣ ଜାଣିଛ? ତାହା ହେଲା ତ୍ରିକାଳଦର୍ଶୀର ଆସନ । ପ୍ରଥମେ
ତ୍ରିକାଳଦର୍ଶୀର ଆସନ ଉପରେ ସ୍ଥିତ ହୋଇ ତିନିକାଳକୁ ଦେଖ, କେବଳ ବର୍ତ୍ତମାନକୁ ନୁହେଁ ।
ଆଦି-ମଧ୍ୟ-ଅନ୍ତ ତିନୋଟି କାଳକୁ ଦେଖ, ତିନୋଟି ଯାକ କାଳରେ ଏଥିରେ ଲାଭ ହେବ ନା କ୍ଷତି ହେବ?
କେତେକ ପିଲା ବଡ ଚତୁର ଅଟନ୍ତି । କହିବୁ ସେମାନଙ୍କର ଚତୁରତା କ’ଣ? ସେମାନେ କୁହନ୍ତି ଏହି କାମଟା
ଚଳାଇବାର ଥିଲା ନା, ସେଥିପାଇଁ ଚଳାଇଦେଲି । କିନ୍ତୁ ମୁଁ ଜାଣିଛି ଏଭଳି କରିବା ଉଚିତ୍ ନୁହେଁ
କିନ୍ତୁ କରିଦେଲି । ଯଦି କରିଦେଲ ତେବେ କର୍ମର ଫଳ ତ ମିଳିବ ନା! ତେଣୁ ଏଭଳି ଚତୁରତା କରିବାର
ନାହିଁ । ବାବାଙ୍କର ମଧ୍ୟ ମନକୁ ଖୁସି କରିବା ପାଇଁ ଚେଷ୍ଟା କରୁଛନ୍ତି । ଭୁଲ୍ କରୁଛନ୍ତି ନା
ତେଣୁ ବାପଦାଦାଙ୍କୁ ମଧ୍ୟ ଏହିଭଳି କଥା ସବୁ ଶୁଣାଉଛନ୍ତି - ବାବା ଆପଣ ତ ଦୟାର ସାଗର ଅଟନ୍ତି
ନା! କ୍ଷମାର ସାଗର ଅଟନ୍ତି ନା! ଏହିଭଳି ବାବାଙ୍କୁ ମଧ୍ୟ ତାଙ୍କର ମହିମା ମନେ ପକାଇ ଦେଉଛନ୍ତି,
ଯେ ଆପଣ କ’ଣ ଅଟନ୍ତି! ଆପଣ କହିଛନ୍ତି ନା, ଯଦି ଭୁଲ୍ ହୋଇଗଲା ତେବେ ମୋତେ ଶୁଣାଇ ଦେଇ ତାକୁ
ସମାପ୍ତ କରିଦିଅ । କିନ୍ତୁ ଭଲ ଭାବରେ ହୃଦ୍ବୋଧ କରି ତାକୁ ସମାପ୍ତ କରିଦିଅ । ତେବେ ଗୋଟିଏ
କଥାକୁ ତ ପକ୍କା କରୁଛ, ଯାହାକି ଶୁଣାଇ ଦେଉଛ କିନ୍ତୁ ପ୍ରଥମେ ଦୃଢ ସଂକଳ୍ପ ଦ୍ୱାରା ସ୍ୱ କୁ
ପରିବର୍ତ୍ତନ କରି ତା’ପରେ ଶୁଣାଅ । ମିଠା ମିଠା କଥା ଦ୍ୱାରା ମନ ଖୁସି କରିବା ବା ଭୁଲାଇବା ପାଇଁ
ବହୁତ ଚେଷ୍ଟା କରୁଛ, ଆପଣ କହିଛନ୍ତି ନା...! ବାବାଙ୍କୁ ମଧ୍ୟ ସ୍ମରଣ କରାଇ ଦେଉଛନ୍ତି - ଆପଣ
ଏହିଭଳି କହିଥିଲେ ନା, ଏହି କଥା କହିଛନ୍ତି ନା... । ବହୁତ ଚତୁରତା କରୁଛନ୍ତି । ଏବେ ଆଉ ଚତୁରତା
କର ନାହିଁ, ସାହସ ରଖ, ମୋତେ କରିବାକୁ ହିଁ ହେବ, ଏମିତି କରିବି, ସେମିତି କରିବି କୁହ ନାହିଁ ।
ସାରା ଦିନ ଭିତରେ
ବାପଦାଦା ଏମିତି, ସେମିତିର ଗୀତ ବହୁତ ଶୁଣୁଛନ୍ତି । କରିବି, ଦେଖିବି, ହୋଇଯିବି, କିନ୍ତୁ
କରିବାର ବେଗ କ’ଣ? କ’ଣ ଏହିଭଳି କହିବାବାଲା ପିଲାମାନେ ବାବାଙ୍କ ସାଥୀରେ ଯାଇପାରିବେ? ବାବା ତ
ସଦା ପ୍ରସ୍ତୁତ ଅଟନ୍ତି କିନ୍ତୁ କରିବି, ଦେଖିବି ବାଲା ତ ସଦା ପ୍ରସ୍ତୁତ ନୁହଁନ୍ତି । ତେଣୁ
ବାବାଙ୍କ ସାଥୀରେ କିପରି ଯିବେ? କେବଳ ଦେଖିବେ, ଅନ୍ୟମାନେ କିପରି ଯାଉଛନ୍ତି । ବାବାଙ୍କର ତ
ପ୍ରତ୍ୟେକ ସନ୍ତାନ ପ୍ରତି ପଦ୍ମାପଦ୍ମ ଗୁଣା ସ୍ନେହ ରହିଛି । ତେଣୁ ବାବା ଚାହୁଁ ନାହାଁନ୍ତି ଯେ
ମୋ’ର ସନ୍ତାନ ହୋଇ ମଧ୍ୟ ମୋ ସହିତ ନ ଯାଆନ୍ତୁ । ଯେହେତୁ ଘରକୁ ଫେରିବାର ସମୟ ହୋଇଯାଇଛି ତେବେ
କ’ଣ ତୁମେ ଘରକୁ ଯିବ ନାହିଁ? କାହିଁକିନା ଘରକୁ ଗେଲେ ଯାଇ ନିଜର ରାଜ୍ୟକୁ ଆସିବ । ଯଦି ସାଥୀରେ
ଘରକୁ ଯିବ ନାହିଁ ତେବେ ପୁଣି ବ୍ରହ୍ମାବାବାଙ୍କ ସାଥୀରେ ମଧ୍ୟ ରାଜ୍ୟ କରିବା ପାଇଁ ଆସିପାରିବ
ନାହିଁ, ପଛରେ ଆସିବ । ତେବେ ତୁମେମାନେ ପ୍ରତିଜ୍ଞା କ’ଣ କରିଛ! ସାଥୀରେ ଯିବୁ, ନା ପଛରେ ଆସିବୁ.....
ଏଥିରେ ମଧ୍ୟ ଏମିତି, ସେମିତି ଲଗାଉଛ । ମୁଁ ନିଶ୍ଚିତ ପହଞ୍ଚିଯିବି, ବାବା... ଆପଣ ଦେଖିବେ ମୁଁ
ନିଶ୍ଚିତ ପହଞ୍ଚିଯିବି । ତେଣୁ ଏହିଭଳି ଭାଷାକୁ ଏବେ ସମାପ୍ତ କର । ଆଚ୍ଛା!
ଚାରିଆଡର ସବୁ ପିଲାଙ୍କୁ
ବାପଦାଦା ଦେଖୁଛନ୍ତି ଯେ ଦୂରରେ ବସି ମଧ୍ୟ ବିଜ୍ଞାନର ସାଧନ ଦ୍ୱାରା ଅଧିକାଂଶ ସ୍ଥାନରେ ପିଲାମାନେ
ବାପଦାଦାଙ୍କୁ ଦେଖୁଛନ୍ତି, ତୁମେମାନେ ଯେତେବେଳେ ଟୋଲୀ ଖାଉଛ ସେମାନେ ମଧ୍ୟ ସେତେବେଳେ ଟୋଲୀ
ବାଣ୍ଟୁଛନ୍ତି । ତେଣୁ ବାପଦାଦା ମଧ୍ୟ ସମସ୍ତଙ୍କୁ ଦେଖୁଛନ୍ତି ଯେ କିପରି ଦୂରରେ ବସି ମଧ୍ୟ
ନିକଟର ଅନୁଭବ କରୁଛନ୍ତି । ତେଣୁ ଚାରିଆଡର ପିଲାମାନଙ୍କୁ, ଯେଉଁମାନେ ସର୍ବଦା ବାବାଙ୍କ ସମାନ
ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବାର ସଂକଳ୍ପକୁ ଦୃଢତାର ସହିତ ଧାରଣ କରିଛନ୍ତି ଏବଂ ସମୟ ସମୟରେ ଏହି
ସଂକଳ୍ପକୁ ଅଧିକ ଦୃଢ କରିବା ପାଇଁ ଶକ୍ତି ମଧ୍ୟ ଭରୁଛନ୍ତି, ଏହିଭଳି ଚାରିଆଡର ଶୁଭ ସଂକଳ୍ପ ଧାରଣ
କରିଥିବା, ତା’ ସହିତ ବାବାଙ୍କର ଆଶା ଗୁଡିକୁ ପୂରଣ କରୁଥିବା ଆଶାର ତାରକାମାନଙ୍କୁ, ଏହା ସହିତ
ଦାଦୀଙ୍କର ବାଣୀ ହେଲା - ମୋତେ କର୍ମାତୀତ ହେବାକୁ ହିଁ ପଡିବ, ହେବାକୁ ହିଁ ପଡିବ, ହେବାକୁ ହିଁ
ପଡିବ.... ଏବଂ ମମ୍ମାଙ୍କର ବାଣୀ ହେଲା - ସର୍ବଦା ଯାହା କରିବାର ଅଛି ତାକୁ ଏବେ କର, କାଲି ଉପରେ
ଛାଡ ନାହିଁ ଏବଂ ଦୀଦୀଙ୍କର ବାଣୀ ହେଲା ‘ଏବେ ଘରକୁ ଯିବାକୁ ହେବ” ଏହି କଥାଗୁଡିକ ତୁମମାନଙ୍କର
କାନରେ ଗୁଞ୍ଜରିତ ହେବା ଦରକାର । ତେଣୁ ଏବେ ଘରକୁ ଯିବାକୁ ହେବ, ବାରମ୍ବାର ଏହି କଥାର ସ୍ମୃତି
ଜାଗ୍ରତ ହୋଇ ରହୁ - ମୋତେ କର୍ମାତୀତ ହେବାର ଅଛି ଏବଂ ଘରକୁ ଯିବାର ଅଛି, ଏହି ବାଣୀକୁ ବାରମ୍ବାର
ସ୍ମୃତିରେ ଆଣୁଥିବା ସମର୍ଥ ଆତ୍ମାମାନଙ୍କୁ, ବାପଦାଦାଙ୍କର ହୋଲୀ ପିଲାମାନଙ୍କୁ ହୋଲୀ ପର୍ବର ଶୁଭ
ଅଭିନନ୍ଦନ । ଏହା ସହିତ ବାପଦାଦା ସମସ୍ତଙ୍କୁ ପ୍ରଥମରୁ ହିଁ ମଧୁବନର ରାଜସ୍ଥାନୀ ମିଠେଇ ମୁଖରେ
ଖୁଆଇ ଦେଉଛନ୍ତି ଏବଂ ବାପଦାଦାଙ୍କ ସହିତ ଆଡଭାନ୍ସ ପାର୍ଟୀ ତରଫରୁ ମଧ୍ୟ ବହୁତ ବହୁତ ପଦ୍ମଗୁଣା
ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଦେଉଛନ୍ତି । ସମସ୍ତଙ୍କୁ ବାବାଙ୍କର ନମସ୍ତେ ।
ବରଦାନ:-
ସର୍ବ ଆତ୍ମାଙ୍କ
ପ୍ରତି ସ୍ନେହ ଏବଂ ଶୁଭଚିନ୍ତକର ଭାବନା ରଖୁଥିବା ଦେହୀ ଅଭିମାନୀ ଭବ ।
ଯେପରି ମହିମା କରୁଥିବା
ଆତ୍ମା ପ୍ରତି ସ୍ନେହର ଭାବନା ରହୁଛି, ସେହିପରି ଯେତେବେଳେ କେହି ତୁମକୁ ଶିକ୍ଷା ଦେଉଛି ସେତେବେଳେ
ମଧ୍ୟ ସେହି ଆତ୍ମା ପ୍ରତି ସ୍ନେହର ଏବଂ ଶୁଭଚିନ୍ତନର ଭାବନା ରହୁ - ଯେ ଇଏ ମୋ’ ପାଇଁ ବଡରୁ ବଡ
ଶୁଭଚିନ୍ତକ ଅଟେ - ଏହିଭଳି ସ୍ଥିତିକୁ ହିଁ କୁହାଯାଏ ଦେହୀ-ଅଭିମାନୀ ସ୍ଥିତି । ଯଦି
ଦେହୀ-ଅଭିମାନୀ ନୁହେଁ ତେବେ ନିଶ୍ଚିତ ଅଭିମାନ ଅଛି ଏବଂ ଅଭିମାନବାଲା କେବେ ବି ନିଜର ଅପମାନ ସହନ
କରିପାରିବ ନାହିଁ ।
ସ୍ଲୋଗାନ:-
ଯଦି ସର୍ବଦା
ପରମାତ୍ମାଙ୍କର ସ୍ନେହରେ ହଜିଯିବ ତେବେ ଏହି ଦୁଃଖର ଦୁନିଆ ଭୁଲି ହୋଇଯିବ ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ । ଯେତେବେଳେ କୌଣସି
ବଡଙ୍କ ହାତରେ ହାତ ରହିଥାଏ ସେତେବେଳେ ଛୋଟମାନଙ୍କର ସ୍ଥିତି ନିଶ୍ଚିନ୍ତ ଏବଂ ନିର୍ଭୟ ରହିଥାଏ ।
ତୁମମାନଙ୍କର ନିଶ୍ଚୟ ରହିଛି ଯେ ପ୍ରତ୍ୟେକ କର୍ମରେ ବାପଦାଦା ମୋ’ ସାଥୀରେ ମଧ୍ୟ ଅଛନ୍ତି ଏବଂ
ମୋ’ର ଏହି ଅଲୌକିକ ଜୀବନର ହାତ ତାଙ୍କ ହାତରେ ରହିଛି ଅର୍ଥାତ୍ ଏହି ଜୀବନ ତାଙ୍କ ଦାୟିତ୍ୱରେ ଅଛି,
ଅର୍ଥାତ୍ ଦାୟିତ୍ୱ ତାଙ୍କର ଅଟେ । ତେଣୁ ସବୁ ବୋଝ ବାବାଙ୍କ ଉପରେ ରଖି ଦେଇ ନିଜକୁ ହାଲୁକା
କରିଦିଅ, ତା’ ହେଲେ ସର୍ବଦା ନିଶ୍ଚିନ୍ତ ରହିବ ଏବଂ ପ୍ରତ୍ୟେକ କର୍ମ ନିର୍ଭୁଲ ହେବ ।