01.04.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ଜ୍ଞାନର ସାଗର ଅଟନ୍ତି, ତାଙ୍କୁ ସର୍ବଜ୍ଞ କହିବା - ଏହା ହେଉଛି ଓଲଟା ମହିମା କରିବା, ବାବା ତୁମମାନଙ୍କୁ କେବଳ ପତିତରୁ ପାବନ କରିବା ପାଇଁ ହିଁ ଆସିଥା’ନ୍ତି ।”

ପ୍ରଶ୍ନ:-
ବାବାଙ୍କ ସହିତ ସବୁଠାରୁ ଅଧିକ ମହିମା ଆଉ କାହାର ଅଟେ ଏବଂ କିପରି?

ଉତ୍ତର:-
ବାବାଙ୍କ ସହିତ ଭାରତର ମହିମା ମଧ୍ୟ ବହୁତ ରହିଛି । ଭାରତ ହିଁ ଅବିନାଶୀ ଭୂଖଣ୍ଡ (ରାଷ୍ଟ୍ର) ଅଟେ । ଭାରତ ହିଁ ସ୍ୱର୍ଗ ହେଉଛି । ବାବା ଆସି ଭାରତବାସୀମାନଙ୍କୁ ହିଁ ଧନବାନ, ସୁଖି ଏବଂ ପବିତ୍ର କରୁଛନ୍ତି । (୨) ଗୀତାର ମହିମା ମଧ୍ୟ ଅପରମଅପାର । ସର୍ବଶାସ୍ତ୍ରମୟୀ ଶିରୋମଣୀ ଗୀତା ହିଁ ଅଟେ । (୩) ତୁମେମାନେ ଚୈତନ୍ୟ ଜ୍ଞାନ ଗଙ୍ଗା ଅଟ, ତୁମମାନଙ୍କର ମହିମା ମଧ୍ୟ ଅପରମଅପାର । ତୁମେମାନେ ପ୍ରତ୍ୟକ୍ଷ ରୂପରେ ଜ୍ଞାନ ସାଗରଙ୍କଠାରୁ ବାହାରିଛ ଅର୍ଥାତ୍ ଜନ୍ମ ନେଇଛ ।

ଓମ୍ ଶାନ୍ତି ।
ଓମ୍ ଶାନ୍ତିର ଅର୍ଥକୁ ତ ନୂଆ ହୁଅନ୍ତୁ ବା ପୁରୁଣା ହୁଅନ୍ତୁ ସମସ୍ତେ ଜାଣିଛନ୍ତି । ତୁମେ ସନ୍ତାନମାନେ ଜାଣିଯାଇଛ ଯେ ଆମେ ସବୁ ଆତ୍ମା ପରମାତ୍ମାଙ୍କର ସନ୍ତାନ ଅଟୁ । ପରମାତ୍ମା ଉଚ୍ଚରୁ ଉଚ୍ଚ ଏବଂ ବହୁତ ପ୍ରିୟରୁ ପ୍ରିୟ ସମସ୍ତଙ୍କର ପ୍ରେମିକ ଅଟନ୍ତି । ପିଲାମାନଙ୍କୁ ଜ୍ଞାନ ଓ ଭକ୍ତିର ରହସ୍ୟକୁ ବୁଝାଇଛି, ଜ୍ଞାନ ଅର୍ଥାତ୍ ଦିନ-ସତ୍ୟଯୁଗ, ତ୍ରେତା ଯୁଗ, ଭକ୍ତି ଅର୍ଥାତ୍ ରାତି-ଦ୍ୱାପର-କଳିଯୁଗ । ଏହା ଭାରତର ହିଁ କଥା ଅଟେ । ପ୍ରଥମେ ପ୍ରଥମେ ତୁମେ ଭାରତବାସୀ ହିଁ ଏଠାକୁ ଆସିଥାଅ । ୮୪ ଜନ୍ମର ଚକ୍ର ମଧ୍ୟ ତୁମ ଭାରତବାସୀଙ୍କ ପାଇଁ ଅଟେ । ଭାରତ ହିଁ ଅବିନାଶୀ ଭୂଖଣ୍ଡ ଅଟେ । ଭାରତ ଖଣ୍ଡ ହିଁ ସ୍ୱର୍ଗ ହୋଇଥାଏ । ଅନ୍ୟ କୌଣସି ଖଣ୍ଡ ସ୍ୱର୍ଗ ହୋଇ ନ ଥାଏ । ପିଲାମାନଙ୍କୁ ଏକଥା ବୁଝାଯାଇଛି ଯେ ନୂଆ ଦୁନିଆ ସତ୍ୟଯୁଗରେ କେବଳ ଭାରତ ହିଁ ଥାଏ । ଭାରତକୁ ହିଁ ସ୍ୱର୍ଗ କୁହାଯାଏ । ଭାରତବାସୀ ହିଁ ପୁଣି ୮୪ ଜନ୍ମ ନେଇଥା’ନ୍ତି ଏବଂ ନର୍କବାସୀ ହୋଇଥାନ୍ତି, ସେହିମାନେ ହିଁ ପୁଣି ସ୍ୱର୍ଗବାସୀ ହେବେ । ଏହି ସମୟରେ ସମସ୍ତେ ନର୍କବାସୀ ଅଟନ୍ତି । ପୁଣି ବି ଅନ୍ୟ ସବୁ ଖଣ୍ଡ ବିନାଶ ହୋଇ କେବଳ ଭାରତ ବର୍ଷ ହିଁ ରହିବ । ଭାରତ ଖଣ୍ଡର ମହିମା ଅପରମଅପାର ଅଟେ । ଭାରତରେ ହିଁ ବାବା ଆସି ତୁମକୁ ରାଜଯୋଗ ଶିଖାଉଛନ୍ତି । ଏହା ହେଉଛି ଗୀତାର ପୁରୁଷୋତ୍ତମ ସଂଗମଯୁଗ । ଭାରତ ହିଁ ପୁଣି ପୁରୁଷୋତ୍ତମ ହେବ । ବର୍ତ୍ତମାନ ସେହି ଆଦି ସନାତନ ଦେବୀ-ଦେବତା ଧର୍ମ ବି ନାହିଁ, ରାଜ୍ୟ ମଧ୍ୟ ନାହିଁ, ତେଣୁ ସେହି ଯୁଗ ମଧ୍ୟ ନାହିଁ । ତୁମେ ସନ୍ତାନମାନେ ଜାଣୁଛ ଯେ ବିଶ୍ୱର ସର୍ବଶକ୍ତିବାନ ଅଧିକାରୀ ଏକ ଭଗବାନଙ୍କୁ ହିଁ କୁହାଯାଇଥାଏ । ଭାରତବାସୀ ବଡ ଭୁଲ୍ କରିଛନ୍ତି, କହୁଛନ୍ତି ସେ ଅନ୍ତର୍ଯ୍ୟାମୀ ଅଟନ୍ତି । ସେ ସମସ୍ତଙ୍କର ଅନ୍ତରକୁ ଜାଣନ୍ତି । ବାବା କହୁଛନ୍ତି ମୁଁ କାହାର ବି ଅନ୍ତରକୁ ଜାଣି ନ ଥାଏ । ମୋର ତ କାମ ହିଁ ହେଲା ପତିତମାନଙ୍କୁ ପାବନ କରିବା । ବହୁତ କହିଥା’ନ୍ତି ଶିବବାବା ଆପଣ ତ ଅନ୍ତର୍ଯ୍ୟାମୀ ଅଟନ୍ତି । ବାବା କହୁଛନ୍ତି ମୁଁ ବିଲ୍‌କୁଲ୍ ନୁହେଁ । ମୁଁ କାହାର ହୃଦୟକୁ ଜାଣି ନ ଥାଏ । ମୁଁ ତ କେବଳ ଆସି ପତିତମାନଙ୍କୁ ପବିତ୍ର କରିଥାଏ । ମୋତେ ଡାକିଥା’ନ୍ତି ହିଁ ପତିତ ଦୁନିଆରେ, ଆଉ ମୁଁ ମଧ୍ୟ ଥରେ ମାତ୍ର ହିଁ ଆସିଥାଏ ଯେତେବେଳେ କି ପୁରୁଣା ଦୁନିଆକୁ ନୂଆ କରିବାକୁ ହୁଏ । କିନ୍ତୁ ମନୁଷ୍ୟମାନଙ୍କୁ ଏକଥା ମଧ୍ୟ ଜଣା ନାହଁ ଯେ, ଏହି ଦୁନିଆ ନୂଆରୁ ପୁରୁଣା, ପୁରୁଣାରୁ ନୂଆ କେବେ ହୋଇଥାଏ? ପ୍ରତ୍ୟେକ ବସ୍ତୁ ନୂଆରୁ ପୁରୁଣା ସତ୍ତ୍ୱ, ରଜଃ, ତମଃରେ ନିଶ୍ଚିତ ରୂପାନ୍ତରିତ ହୋଇଥାଏ । ମଣିଷ ମଧ୍ୟ ସେହିପରି ହୋଇଥାନ୍ତି । ବାଳକ ସତ୍ତ୍ୱପ୍ରଧାନ ଅଟେ ପୁଣି ଯବାନ ହୋଇଥାଏ ପୁଣି ବୁଢା ହୋଇଥାଏ ଅର୍ଥାତ୍ ରଜଃ, ତମଃରେ ଆସିଥାଏ । ଶରୀର ବୁଢା ହୋଇଗଲେ ପୁଣି ତାକୁ ଛାଡି ଛୋଟ ପିଲା ହୋଇଥା’ନ୍ତି । ପିଲାମାନେ ଜାଣିଛନ୍ତି ଯେ ନୂଆ ଦୁନିଆରେ ଭାରତ କେତେ ଉଚ୍ଚ ଥିଲା । ଭାରତର ମହିମା ଅପରମଅପାର ଅଟେ । ଏତେ ସୁଖୀ, ଧନବାନ, ପବିତ୍ର ଆଉ କୌଣସି ଖଣ୍ଡ ନୁହେଁ । ଏହାକୁ ପୁଣି ସତ୍ତ୍ୱପ୍ରଧାନ କରିବା ପାଇଁ ବାବା ଆସିଛନ୍ତି । ବର୍ତ୍ତମାନ ସତ୍ତ୍ୱପ୍ରଧାନ ଦୁନିଆର ସ୍ଥାପନା ହେଉଅଛି । ତ୍ରିମୂର୍ତ୍ତି ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ସୃଷ୍ଟି କିଏ କରିଛନ୍ତି? ଉଚ୍ଚରୁ ଉଚ୍ଚ ତ’ ଶିବବାବା ଅଟନ୍ତି । କହିଥା’ନ୍ତି ତ୍ରିମୂର୍ତ୍ତି ବ୍ରହ୍ମା, କିନ୍ତୁ ଅର୍ଥ କିଛି ବି ବୁଝି ନ ଥାନ୍ତି । ବାସ୍ତବରେ କହିବା ଦରକାର ଯେ ତ୍ରିମୂର୍ତ୍ତି ଶିବ, ନା କି ବ୍ରହ୍ମା । ପୁଣି କହିଥା’ନ୍ତି ଦେବ-ଦେବ ମହାଦେବ । ଶଙ୍କରଙ୍କୁ ଉଚ୍ଚରେ ରଖୁଛନ୍ତି ତେବେ ତ୍ରିମୂର୍ତ୍ତି ଶଙ୍କର କହିବା ଦରକାର ନା । ପୁଣି ତ୍ରିମୂର୍ତ୍ତି ବ୍ରହ୍ମା କାହିଁକି କହୁଛନ୍ତି? ଶିବ ହେଲେ ରଚୟିତା । ଗାୟନ ମଧ୍ୟ କରୁଛନ୍ତି ଯେ ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ଧର୍ମର ସ୍ଥାପନା କରିଥା’ନ୍ତି । ଭକ୍ତିମାର୍ଗରେ ଜ୍ଞାନର ସାଗର ବାବାଙ୍କୁ ସର୍ବଜ୍ଞ ବୋଲି କହିଥା’ନ୍ତି, ତେବେ ସେହି ମହିମା ତ ଅର୍ଥ ସହିତ ନୁହେଁ । ତୁମେ ପିଲାମାନେ ଜାଣୁଛ ଯେ ବାବାଙ୍କ ଦ୍ୱାରା ଆମକୁ ସମ୍ପତ୍ତି ମିଳୁଛି, ସେ ନିଜେ ଆସି ଆମ ବ୍ରାହ୍ମଣମାନଙ୍କୁ ରାଜଯୋଗର ପାଠ ପଢାଉଛନ୍ତି, କାହିଁକି ନା ସେ ପିତା ଏବଂ ପରମଶିକ୍ଷକ ମଧ୍ୟ ଅଟନ୍ତି । ବିଶ୍ୱର ଇତିହାସ-ଭୂଗୋଳ କିପରି ଚକ୍ର ଲଗାଉଛି, ତାହା ମଧ୍ୟ ବୁଝାଉଛନ୍ତି, କାରଣ ସେ ହିଁ ଜ୍ଞାନର ସାଗର ଅଟନ୍ତି । ବାକି ଏପରି ନୁହେଁ କି ସେ ସର୍ବଜ୍ଞ ଅଟନ୍ତି । ଏ କଥା ଭାବିବା ଭୁଲ୍ । ମୁଁ ତ ଏଠାକୁ ଆସି କେବଳ ପତିତମାନଙ୍କୁ ପାବନ କରିଥାଏ, ୨୧ ଜନ୍ମ ପାଇଁ ରାଜ୍ୟ ଭାଗ୍ୟ ଦେଇଥାଏ । ଭକ୍ତିମାର୍ଗରେ ଅଳ୍ପ କାଳର ସୁଖ ମିଳେ, ଯାହାକୁ ସନ୍ନ୍ୟାସୀ, ହଠଯୋଗୀ ଜାଣନ୍ତି ହିଁ ନାହିଁ । ବ୍ରହ୍ମକୁ ମନେ ପକାଇଥା’ନ୍ତି । ତେବେ ବ୍ରହ୍ମ ତ ଭଗବାନ ନୁହେଁ । ଭଗବାନ ତ’ ଏକମାତ୍ର ନିରାକାର ଶିବ । ଯିଏକି ସର୍ବଆତ୍ମାଙ୍କର ପିତା ଅଟନ୍ତି । ଆମ ଆତ୍ମାମାନଙ୍କର ରହିବାର ସ୍ଥାନ ବ୍ରହ୍ମାଣ୍ଡ (ସୁଇଟ୍ ହୋମ) ମିଠା ଘର ଅଟେ । ସେହିଠାରୁ ଆମେ ଆତ୍ମାମାନେ ଏଠାକୁ ପାର୍ଟ କରିବାକୁ ଆସିଛୁ । ଆତ୍ମା କହିଥାଏ ମୁଁ ଗୋଟିଏ ଶରୀର ଛାଡି ଦ୍ୱିତୀୟ-ତୃତୀୟ ଶରୀର ଧାରଣ କରୁଛି । ୮୪ ଜନ୍ମ ମଧ୍ୟ ଭାରତବାସୀଙ୍କର ହିଁ ହୋଇଥାଏ । ଯେଉଁମାନେ ବହୁତ ଭକ୍ତି କରିଥା’ନ୍ତି, ସେହିମାନେ ପୁଣି ଜ୍ଞାନକୁ ମଧ୍ୟ ଭଲ ଭାବରେ ଗ୍ରହଣ କରିଥା’ନ୍ତି ।

ବାବା କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରହିଲେ ମଧ୍ୟ ଶ୍ରୀମତରେ ଚାଲ । ତୁମେ ସମସ୍ତେ ଆତ୍ମାମାନେ ଏକମାତ୍ର ପରମାତ୍ମା ପ୍ରେମିକଙ୍କର ପ୍ରେମିକା ଅଟ । ଭକ୍ତିମାର୍ଗରୁ ଆରମ୍ଭ କରି ତୁମେ ଏବେ ପର୍ଯ୍ୟନ୍ତ ମନେ ପକାଇ ଆସିଛ । ଆତ୍ମା ତାର ପିତାଙ୍କୁ ମନେ ପକାଇଥାଏ । ଏହା ହିଁ ହେଉଛି ଦୁଃଖଧାମ । ଆମେ ଆତ୍ମାମାନେ ଅସଲରେ ଶାନ୍ତିଧାମର ନିବାସୀ ଅଟୁ । ପରେ ପୁଣି ସୁଖଧାମକୁ ଆସିଲେ, ୮୪ ଜନ୍ମ ନେଲେ । “ହମ ସୋ, ସୋ ହମ୍‌” ର ଅର୍ଥକୁ ମଧ୍ୟ ବାବା ବୁଝାଇଛନ୍ତି । ସେମାନେ ତ କହିଦେଇଥା’ନ୍ତି ଆତ୍ମା ସୋ ପରମାତ୍ମା, ପରମାତ୍ମା ସୋ ଆତ୍ମା । ଏବେ ବାବା କହୁଛନ୍ତି ଯେ ହମ ସୋ ଅର୍ଥାତ୍ ଆମେ ସେହି ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ଅଟୁ । ବର୍ତ୍ତମାନ ଆମେ ପୁଣି ଦେବତା ହେବା ପାଇଁ ବ୍ରାହ୍ମଣ ହୋଇଛୁ । ଏହା ହେଉଛି ପ୍ରକୃତ ଅର୍ଥ । ସେ ସବୁ ସମ୍ପୂର୍ଣ୍ଣ ଭୁଲ୍ । ସତ୍ୟଯୁଗରେ ଏକମାତ୍ର ଦେବୀ ଦେବତା ଧର୍ମ ଥିଲା, ଅଦ୍ୱୈତ ଧର୍ମ ଥିଲା । ପରେ ଆଉ ସବୁ ଧର୍ମ ସ୍ଥାପିତ ହେଲା, ତେଣୁ ଦ୍ୱେତ କୁହାଗଲା । ଦ୍ୱାପରଠାରୁ ଆସୁରୀ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ । ସତ୍ୟଯୁଗରେ ରାବଣ ରାଜ୍ୟ ହିଁ ନାହିଁ ତେଣୁ ସେଠାରେ ୫ ବିକାର ହିଁ ନ ଥାଏ । ସେମାନେ ସଂପୂର୍ଣ୍ଣ ନିର୍ବିକାରୀ ଅଟନ୍ତି ।

ଏବେ ତୁମେ ହେଉଛ ଈଶ୍ୱରୀୟ ବିଦ୍ୟାର୍ଥୀ । ତେଣୁ ଇଏ ଆମ ଆତ୍ମାମାନଙ୍କର ଶିକ୍ଷକ ବି ହେଲେ, ପିତା ବି ହେଲେ । ପୁଣି ତୁମ ସନ୍ତାନମାନଙ୍କୁ ସଦ୍‌ଗତି ଦେଇ ସ୍ୱର୍ଗକୁ ନେଇଯାଉଛନ୍ତି ତେଣୁ ପିତା, ଶିକ୍ଷକ, ଗୁରୁ ତିନିଟିଯାକ ହୋଇଗଲେ । ତାଙ୍କର ତୁମେ ସନ୍ତାନ ହୋଇଛ ତେଣୁ ତୁମମାନଙ୍କୁ କେତେ ଖୁସୀ ହେବା ଦରକାର । ମନୁଷ୍ୟ ତ’ କିଛି ବି ଜାଣି ନାହାଁନ୍ତି କାରଣ ଏହା ରାବଣ ରାଜ୍ୟ ଅଟେ ନା । ପ୍ରତ୍ୟେକ ବର୍ଷ ରାବଣକୁ ଜଳାଇ ଆସୁଛନ୍ତି । କିନ୍ତୁ ରାବଣ କିଏ, ଏ କଥା ଜାଣିନାହାଁନ୍ତି । ତୁମେ ସନ୍ତାନମାନେ ଜାଣିଛ ଏହି ରାବଣ ଭାରତର ସବୁଠାରୁ ବଡ ଶତ୍ରୁ ଅଟେ । ଏହି ଜ୍ଞାନ ତୁମ ପିଲାମାନଙ୍କୁ ହିଁ ଜ୍ଞାନର ସାଗର ବାବାଙ୍କଠାରୁ ମିଳୁଛି । ସେହି ବାବା ହିଁ ଜ୍ଞାନର ସାଗର, ଆନନ୍ଦର ସାଗର ଅଟନ୍ତି । ସେହି ଜ୍ଞାନ ସାଗରଙ୍କଠାରୁ ତୁମେ ବୁଦ୍ଧି ରୂପକ ବାଦଲକୁ ଜ୍ଞାନରେ ଭରପୁର କରି ଯାଇ ପୁଣି ବର୍ଷା କରୁଛ । ଜ୍ଞାନ ଗଙ୍ଗା ତୁମେମାନେ ହିଁ ଅଟ, ତୁମର ହିଁ ମହିମା ରହିଛି । ବାବା କହୁଛନ୍ତି ମୁଁ ତୁମକୁ ବର୍ତ୍ତମାନ ପବିତ୍ର କରିବା ପାଇଁ ଆସିଛି । ଏହି ଗୋଟିଏ ଜନ୍ମ ପବିତ୍ର ରୁହ, ମୋତେ ମନେ ପକାଅ ତେବେ ତୁମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ମୁଁ ହିଁ ପତିତ-ପାବନ ଅଟେ । ତେଣୁ ଯେତେ ପାରୁଛ ଯୋଗର ଯାତ୍ରାକୁ ବଢାଅ । ମୁଖରେ ଶିବବାବା କହିବା ମଧ୍ୟ ଦରକାର ନାହିଁ । ଯେପରି ପ୍ରେମିକା ପ୍ରେମିକକୁ ମନେ ପକାଇଥାଏ, ଥରେ ଦେଖା ହୋଇଗଲା, ବାସ୍ ପୁଣି ବୁଦ୍ଧିରେ ତାଙ୍କର ହିଁ ସ୍ମୃତି ରହିଯାଇଥାଏ । ଭକ୍ତିମାର୍ଗରେ ଯିଏ ଯେଉଁ ଦେବତାଙ୍କୁ ମନେ ପକାଇଥା’ନ୍ତି, ପୂଜା କରିଥାନ୍ତି ତାଙ୍କର ସାକ୍ଷାତ୍‌କାର ହୋଇଯାଇଥାଏ । ତାହା ହେଲା ଅଳ୍ପ ସମୟ ପାଇଁ । ଭକ୍ତି କରି କରି ଏତେ ତଳକୁ ଖସି ଆସିଛନ୍ତି । ବର୍ତ୍ତମାନ ତ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ । ହାୟ-ହାୟ ପରେ ପୁଣି ଜୟଜୟକାର ହେବ । ଭାରତରେ ହିଁ ରକ୍ତର ନଦୀ ବହିବ । ଗୃହଯୁଦ୍ଧର ପ୍ରଭାବ ମଧ୍ୟ ଦେଖାଯାଉଛି । ସମସ୍ତେ ତମଃପ୍ରଧାନ ହୋଇଗଲେଣି । ବର୍ତ୍ତମାନ ତୁମେ ସତ୍ତ୍ୱପ୍ରଧାନ ହେଉଛ । ଯିଏ କଳ୍ପ ପୂର୍ବେ ଦେବତା ହୋଇଥିଲେ, ସେହିମାନେ ହିଁ ଆସି ବାବାଙ୍କଠାରୁ ସମ୍ପତ୍ତି ନେବେ । ଯିଏ କମ୍ ଭକ୍ତି କରିଥିବେ ସିଏ ଜ୍ଞାନ ବି କମ୍ ବୁଝିବେ । ପୁଣି ପ୍ରଜାରେ ମଧ୍ୟ କ୍ରମାନୁସାରେ ପଦ ପାଇବେ । ଭଲ ପୁରୁଷାର୍ଥୀ ଶ୍ରୀମତ ଅନୁସାରେ ଚାଲି ଭଲ ପଦ ପାଇବେ । ଶିଷ୍ଟାଚାର ମଧ୍ୟ ଭଲ ରହିବା ଦରକାର । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ, ଯାହା ପୁଣି ୨୧ ଜନ୍ମ ପର୍ଯ୍ୟନ୍ତ ଚାଲିବ । ବର୍ତ୍ତମାନ ସମସ୍ତଙ୍କ ଭିତରେ ଆସୁରୀ ଗୁଣ ରହିଛି । ଏହା ଆସୁରୀ ଦୁନିଆ, ପତିତ ଦୁନିଆ ଅଟେ ନା । ତୁମ ସନ୍ତାନମାନଙ୍କୁ ବିଶ୍ୱର ଇତିହାସ-ଭୂଗୋଳ ମଧ୍ୟ ବୁଝାଯାଇଛି । ଏହି ସମୟରେ ବାବା କହୁଛନ୍ତି ମୋତେ ମନେ ପକାଇବାର ମେହନତ କର ତେବେ ତୁମେ ସଚ୍ଚା ସୁନା ହୋଇଯିବ । ସତ୍ୟଯୁଗ ହେଲା ସୁବର୍ଣ୍ଣଯୁଗ । ସଚ୍ଚା ସୁନାରେ ପୁଣି ତ୍ରେତୟା ଯୁଗରେ ଚାନ୍ଦିର ଖାଦ ମିଶିଥାଏ । କଳା କମ୍ ହୋଇଯାଇଥାଏ । ବର୍ତ୍ତମାନ ତ କୌଣସି କଳା ନାହିଁ । ଯେତେବେଳେ ଏହିପରି ଅବସ୍ଥା ହୋଇ ଯାଇଥାଏ ସେତେବେଳେ ହିଁ ବାବା ଆସିଥା’ନ୍ତି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି ।

ଏହି ରାବଣ ରାଜ୍ୟରେ ସମସ୍ତେ ଅବୁଝା ହୋଇଯାଇଛନ୍ତି । ଯାହାକି ଏହି ବିଶାଳ ଡ୍ରାମାରେ ପାର୍ଟଧାରୀ ହୋଇ ମଧ୍ୟ ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ଜାଣନ୍ତି ନାହିଁ । ତୁମେ ପାର୍ଟଧାରୀ (ଅଭିନେତା) ଅଟ ନା । ତୁମେ ଜାଣିଛ ଯେ ଆମେ ଏଠାକୁ ପାର୍ଟ କରିବାକୁ ଆସିଛୁ । କିନ୍ତୁ ପାର୍ଟଧାରୀ ହୋଇ ମଧ୍ୟ ନିଜର ପାର୍ଟକୁ ଜାଣିନାହାଁନ୍ତି । ତେଣୁ ବେହଦର ବାବା କହିବେ ନା, ତୁମେ କେତେ ଅଜ୍ଞାନୀ ହୋଇ ଯାଇଛ । ବର୍ତ୍ତମାନ ମୁଁ ତୁମମାନଙ୍କୁ ଜ୍ଞାନୀ ଏବଂ ହୀରା ତୁଲ୍ୟ କରୁଛି । ପୁଣି ରାବଣ କୌଡି ପରି କରିଦେଇଥାଏ । ମୁଁ ହିଁ ଆସି ସମସ୍ତଙ୍କୁ ସାଥିରେ ନେଇଯାଉଛି । ପୁଣି ଏହି ପତିତ ଦୁନିଆ ମଧ୍ୟ ବିନାଶ ହୋଇଯିବ । ମଶାମାଛି ଭଳି ମୁଁ ସମସ୍ତଙ୍କୁ ସାଥିରେ ନେଇଯାଇଥାଏ । ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି । ଏହିପରି ତୁମମାନଙ୍କୁ ହେବାକୁ ପଡିବ । ତେବେ ତ ତୁମେ ସ୍ୱର୍ଗବାସୀ ହେବ । ତୁମେ ବ୍ରହ୍ମାକୁମାର-କୁମାରୀମାନେ ଏବେ ଏହି ପୁରୁଷାର୍ଥ କରୁଛ । ମଣିଷମାନଙ୍କର ବୁଦ୍ଧି ତମଃପ୍ରଧାନ ହୋଇଯାଇଛି, ତେଣୁ ବୁଝି ପାରୁ ନାହାଁନ୍ତି । ଏତେ ବ୍ରହ୍ମାକୁମାର, ବ୍ରହ୍ମାକୁମାରୀ ଅଛନ୍ତି ତେଣୁ ନିଶ୍ଚିତ ରୂପେ ପ୍ରଜାପିତା ବ୍ରହ୍ମା ମଧ୍ୟ ଥିବେ । ବ୍ରାହ୍ମଣ ହେଉଛନ୍ତି ଚୁଟୀ, ବ୍ରାହ୍ମଣ ପୁଣି ଦେବତା... ଚିତ୍ରରେ (ବିରାଟ ରୂପର) ବ୍ରାହ୍ମଣଙ୍କୁ ଏବଂ ଶିବଙ୍କୁ ରଖି ନାହାଁନ୍ତି । ତୁମେ ବ୍ରାହ୍ମଣମାନେ ଏବେ ଭାରତକୁ ସ୍ୱର୍ଗରେ ପରିଣତ କରୁଛ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଉଚ୍ଚ ପଦ ପାଇବା ପାଇଁ ଶ୍ରୀମତରେ ଚାଲି ଉତ୍ତମ ଆଚରଣ ଧାରଣ କରିବାକୁ ହେବ ।

(୨) ସଚ୍ଚା ପ୍ରେମିକା ହୋଇ ଏକମାତ୍ର ପ୍ରେମିକ ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ଯେତେଦୂର ସମ୍ଭବ ଯୋଗର ଅଭ୍ୟାସକୁ ବଢାଇବାକୁ ହେବ ।

ବରଦାନ:-
ନିମିତ୍ତ ପଣିଆର ସ୍ମୃତି ଦ୍ୱାରା ମାୟା ଆସିବାର ଦ୍ୱାର ବନ୍ଦ କରୁଥିବା ଡବଲ ଲାଇଟ୍ ହୁଅ ।

ଯେଉଁମାନେ ସର୍ବଦା ନିଜକୁ ନିମିତ୍ତ ମନେ କରି ଚାଲିଥାଆନ୍ତି ସେମାନଙ୍କୁ ଡବଲ ଲାଇଟ୍ ସ୍ଥିତିର ଅନୁଭବ ସ୍ୱତଃ ହିଁ ହୋଇଥାଏ । କରିକରାଇବାବାଲା ବାବା କରାଉଛନ୍ତି, ମୁଁ ନିମିତ୍ତ ଅଟେ - ଏହି ସ୍ମୃତି ଦ୍ୱାରା ହିଁ ସଫଳତା ମିଳିଥାଏ । ଯଦି ମୁଁ ପଣିଆ ଆସିଲା ତେବେ ମାୟାର ଗେଟ୍ ଖୋଲିଗଲା । ଯଦି ନିମିତ୍ତ ବୋଲି ଭାବିଲ ତେବେ ମାୟାର ଗେଟ୍ ବନ୍ଦ ହେଲା । ତେଣୁ ନିମିତ୍ତ ଭାବିବା ଦ୍ୱାରା ମାୟାଜିତ୍ ହୋଇଥାନ୍ତି ଏବଂ ଡବଲ ଲାଇଟ୍ ବି ହୋଇଯାଇଥା’ନ୍ତି । ତା ସହିତ ମଧ୍ୟ ନିଶ୍ଚିତ ମିଳିଥାଏ । ଏହି ସ୍ୱୃତି ନମ୍ବରୱାନ ପଦ ପ୍ରାପ୍ତ କରିବାର ଆଧାର ପାଲଟିଯାଏ ।

ସ୍ଲୋଗାନ:-
ଯଦି ତ୍ରିକାଳଦର୍ଶୀ ହୋଇ ପ୍ରତ୍ୟେକ କର୍ମ କରିବ ତେବେ ସହଜରେ ସଫଳତା ମିଳିଯିବ ।

ମାତେଶ୍ୱରୀଙ୍କର ମହାବାକ୍ୟ

(୧) “ମନୁଷ୍ୟ ଆତ୍ମା ନିଜର ସମ୍ପୂର୍ଣ୍ଣ ରୋଜଗାର ଅନୁସାରେ ଭବିଷ୍ୟତ ପ୍ରାରବ୍ଧ ଭୋଗ କରିଥାଏ ।”

ଦେଖ, ବହୁତ ମନୁଷ୍ୟ ଏଭଳି ଭାବୁଛନ୍ତି ଯେ ମୋର ପୂର୍ବଜନ୍ମର ଭଲ କର୍ମ ପାଇଁ ମୋତେ ଏହି ଜ୍ଞାନ ପ୍ରାପ୍ତ ହୋଇଛି । ବାସ୍ତବରେ ଏଭଳି କିଛି କଥା ହିଁ ନାହିଁ, ପୂର୍ବଜନ୍ମର କର୍ମର ଭଲ ଫଳ ରହିଛି ଏକଥା ତ’ ଆମେ ଜାଣିଛୁ । କଳ୍ପର ଚକ୍ର ଘୁରି ଚାଲିଛି, ସତ୍ତ୍ୱ, ରଜଃ, ତମଃ ଏହିଭଳି ପରିବର୍ତ୍ତନ ହେବାରେ ଲାଗିଛି କିନ୍ତୁ ଡ୍ରାମା ଅନୁସାରେ, ପୁରୁଷାର୍ଥ ଅନୁସାରେ ପ୍ରାରବ୍ଧ ଗଢ଼ିବାର ମାର୍ଜିନ ମଧ୍ୟ ରହିଛି । ସେଥିପାଇଁ ତ’ ସତ୍ୟଯୁଗରେ କେହି ରାଜା-ରାଣୀ, କେହି ଦାସ-ଦାସୀ କେହି ପ୍ରଜା ପଦକୁ ପ୍ରାପ୍ତ କରୁଛନ୍ତି । ତେବେ ପୁରୁଷାର୍ଥର ସିଦ୍ଧି ହେଲା ସେଠାରେ କୌଣସି ଦ୍ୱେତ ଭାବନା, ଈର୍ଷାର ଭାବନା ରହିବ ନାହିଁ, ସେଥିପାଇଁ ତ’ ସେଠାରେ ପ୍ରଜାମାନେ ମଧ୍ୟ ସୁଖୀ ଅଟନ୍ତି । ରାଜା-ରାଣୀ ପ୍ରଜାମାନଙ୍କର ଏଭଳି ପାଳନା କରିଥାଆନ୍ତି, ଯେପରି ମା’ବାପା ନିଜର ପିଲାମାନଙ୍କର ପାଳନା କରିଥା’ନ୍ତି । ସେଠାରେ ଗରିବ ସାହୁକାର ସମସ୍ତେ ସନ୍ତୁଷ୍ଟ ରହିଥାଆନ୍ତି । ଏହି ଗୋଟିଏ ଜନ୍ମର ପୁରୁଷାର୍ଥ ଆଧାରରେ ୨୧ ପିଢି ପାଇଁ ସୁଖ ଭୋଗ କରିଥା’ନ୍ତି, ଏହା ହେଉଛି ଅବିନାଶୀ ରୋଜଗାର, ଯାହା ଦ୍ୱାରା ଏହି ଅବିନାଶୀ ରୋଜଗାରରେ ଅବିନାଶୀ ଜ୍ଞାନର ଆଧାରରେ ଅବିନାଶୀ ପଦ ମିଳିଥାଏ, ଏବେ ଆମେ ସତ୍ୟଯୁଗୀ ଦୁନିଆକୁ ଯାଉଛୁ । ବାସ୍ତବରେ ଏହି ଖେଳ ଚାଲିଛି । ଏଠାରେ କୌଣସି ଛୁ-ମନ୍ତରର କଥା ନାହିଁ ।

(୨) “ଗୁରୁ ମତ, ଶାସ୍ତ୍ରର ମତ କୌଣସି ପରମାତ୍ମାଙ୍କର ମତ ନୁହେଁ”

ପରମାତ୍ମା କହୁଛନ୍ତି ସନ୍ତାନମାନେ, ଏହି ଗୁରୁ ମତ, ଶାସ୍ତ୍ର ମତ କିଛି ମୋର ମତ ନୁହେଁ । ଏହା ତ କେବଳ ମୋ’ର ନାମ ନେଇ ମତ ଦେଇଥା’ନ୍ତି କିନ୍ତୁ ମୋ’ର ମତକୁ ମୁଁ ହିଁ ଜାଣିଛି । ମୋ ସହିତ ମିଳନ କରିବାର ଠିକଣା ମୁଁ ଆସି ଦେଉଛି, ଏହା ପୂର୍ବରୁ ମୋ’ର ଠିକଣା କେହି ଜାଣି ନ ଥାଆନ୍ତି । ଗୀତାରେ ଯଦିଓ ଭଗବାନଉବାଚ ବୋଲି ଲେଖାଯାଇଛି ପରନ୍ତୁ ଗୀତାକୁ ମଧ୍ୟ ମନୁଷ୍ୟମାନେ ହିଁ ତିଆରି କରିଛନ୍ତି, ଭଗବାନ ତ ସ୍ୱୟଂ ଜ୍ଞାନର ସାଗର ଅଟନ୍ତି । ଭଗବାନ ଯେଉଁ ମହାବାକ୍ୟ ଶୁଣାଇଛନ୍ତି ତାହାର ସ୍ମୃତି ସ୍ୱରୂପ ପୁଣି ଏହି ଗୀତା ତିଆରି ହୋଇଛି । ଏହି କଥା ବିଦ୍ୱାନ, ପଣ୍ଡିତ, ଆଚାର୍ଯ୍ୟ କହୁଛନ୍ତି କି ପରମାତ୍ମା । ସଂସ୍କୃତରେ ମହାବାକ୍ୟ ଉଚ୍ଚାରଣ କରିଥିଲେ, ତାକୁ ଶିଖିବା ବିନା ପରମାତ୍ମା ମିଳିପାରିବେ ନାହିଁ । ଏପରି ତ ଆହୁରି ହିଁ କର୍ମ କାଣ୍ଡରେ ଫସାଇ ଦେଉଛନ୍ତି, ଯଦି ବେଦ, ଶାସ୍ତ୍ର ପଢି ସିଢି ଚଢିଯିବେ ତାହା ହେଲେ ପୁଣି ସେତିକି ତଳକୁ ଓହ୍ଲାଇବାକୁ ପଡିବ ଅର୍ଥାତ୍ ତାକୁ ଭୁଲି ଏକ ପରମାତ୍ମାଙ୍କ ସହିତ ବୁଦ୍ଧିଯୋଗ ଯୋଡିବାକୁ ପଡିବ କାହିଁକି ନା ପରମାତ୍ମା ସ୍ପଷ୍ଟ ଭାବେ କହୁଛନ୍ତି ଏହି କର୍ମକାଣ୍ଡ ବେଦ, ଶାସ୍ତ୍ର ପାଠ କଲେ ମୋତେ ପ୍ରାପ୍ତି କରିପାରି ନ ଥାଆନ୍ତି । ଦେଖ ଧ୍ରୁବ, ପ୍ରହଲ୍ଲାଦ, ମୀରା କେଉଁ ଶାସ୍ତ୍ର ପଢିଛନ୍ତି? ଏଠାରେ ତ ଯାହା ପଢିଛ ତାକୁ ଭୁଲିବାକୁ ପଡିଥାଏ । ଯେପରି ଅର୍ଜୁନ ପଢିଥିଲେ, ତେଣୁ ତାଙ୍କୁ ମଧ୍ୟ ଭୁଲିବାକୁ ପଡିଲା । ଭଗବାନଙ୍କର ସ୍ପଷ୍ଟ ମହାବାକ୍ୟ ରହିଛି - ପ୍ରତି ଶ୍ୱାସରେ ମୋତେ ମନେ ପକାଅ, ଏଥିରେ କିଛି ବି କରିବାର ଆବଶ୍ୟକତା ନାହିଁ । ଯେ ପର୍ଯ୍ୟନ୍ତ ଏ ଜ୍ଞାନ ପ୍ରାପ୍ତ କରି ନାହାଁନ୍ତି ସେ ପର୍ଯ୍ୟନ୍ତ ଭକ୍ତିମାର୍ଗ ଚାଲିଥାଏ କିନ୍ତୁ ଜ୍ଞାନର ଦୀପକ ଜାଗ୍ରତ ହୋଇଗଲେ କର୍ମକାଣ୍ଡ ଛାଡି ଦେଇଥାଆନ୍ତି କାହିଁକି ନା କର୍ମକାଣ୍ଡ କରି କରି ଯଦି ଶରୀର ତ୍ୟାଗ କରିଲ ତାହାହେଲେ ଲାଭ କ’ଣ ମିଳିଲା? ପ୍ରାଲବ୍ଧ ତିଆରି ହେଲା ନାହିଁ, କର୍ମ ବନ୍ଧନର ହିସାବ କିତାବରୁ ତ ମୁକ୍ତି ମିଳିଲା ନାହିଁ । ଲୋକମାନେ ତ ଭାବୁଛନ୍ତି ମିଛ ନ କହିବା, ଚୋରୀ ନ କରିବା, କାହାକୁ ଦୁଃଖ ନ ଦେବା...... ଏସବୁ ଭଲ କର୍ମ ଅଟେ । କିନ୍ତୁ ଏଠାରେ ତ ସଦାକାଳ ପାଇଁ କର୍ମର ବନ୍ଧନରୁ ମୁକ୍ତ ହେବାକୁ ପଡିବ ଏବଂ ବିକର୍ମ ଗୁଡିକର ମୂଳୋତ୍ପାଟନ କରିବାକୁ ହେବ । ଆମେ ଏବେ ଚାହୁଁଛୁ, ଏପରି ମଞ୍ଚି ବୁଣିବୁ ଯାହାଦ୍ୱାରା ଭଲ କର୍ମର ବୃକ୍ଷର ଉତ୍ପତ୍ତି ହେବ, ଏଥିପାଇଁ ମନୁଷ୍ୟ ଜୀବନର କାର୍ଯ୍ୟକୁ ଜାଣି ଶ୍ରେଷ୍ଠ କର୍ମ କରିବାକୁ ହେବ । ଆଚ୍ଛା - ଓମ୍ ଶାନ୍ତି ।