01.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ଯିଏ ଅଟନ୍ତି, ଯେପରି ଅଟନ୍ତି ପିଲାମାନଙ୍କ ଭିତରେ ମଧ୍ୟ କ୍ରମଅନୁସାରେ ଚିହ୍ନିଛନ୍ତି, ଯଦି
ସମସ୍ତେ ଚିହ୍ନିଯିବେ ତେବେ ବହୁତ ଭିଡ ଲାଗିଯିବ ।”
ପ୍ରଶ୍ନ:-
ଚତୁର୍ଦ୍ଦିଗରେ
ପ୍ରତ୍ୟକ୍ଷତାର ସମାଚାର କେତେବେଳେ ପ୍ରସାରିତ ହେବ?
ଉତ୍ତର:-
ଯେତେବେଳେ ମନୁଷ୍ୟମାନଙ୍କୁ ଜଣାପଡିଯିବ ଯେ ସ୍ୱୟଂ ଭଗବାନ ଏହି ପୁରୁଣା ଦୁନିଆର ବିନାଶ କରାଇ ନୂଆ
ଦୁନିଆର ସ୍ଥାପନା କରିବାକୁ ଆସିଛନ୍ତି । (୨) ଆମ ସମସ୍ତଙ୍କର ସଦ୍ଗତିଦାତା ବାବା ଆମକୁ ଭକ୍ତିର
ଫଳ ଦେବା ପାଇଁ ଆସିଛନ୍ତି । ଏହି କଥାର ନିଶ୍ଚୟ ହୋଇଗଲେ ପ୍ରତ୍ୟକ୍ଷତା ହୋଇଯିବ । ଚତୁର୍ଦ୍ଦିଗରେ
ହଲଚଲ ଆରମ୍ଭ ହୋଇଯିବ ।
ଗୀତ:-
ଯୋ ପିଆ କେ ସାଥ
ହେ...
ଓମ୍ ଶାନ୍ତି ।
ପିଲାମାନେ ଗୀତର ଦୁଇଟି ଧାଡି ଶୁଣିଲେ । ଜୋ ପିୟା କେ ସାଥ ହେ... ଅର୍ଥାତ୍ ଯିଏ ପିୟାଙ୍କ ସାଥିରେ
ଅଛନ୍ତି ତେବେ ପିୟା କିଏ? ଏ କଥା ଦୁନିଆ ଜାଣିନାହିଁ । ଯଦିଓ ଅନେକ ସନ୍ତାନ ଅଛନ୍ତି, ସେମାନଙ୍କ
ଭିତରେ ମଧ୍ୟ ବହୁତ ଅଛନ୍ତି, ଯେଉଁମାନେ କି ଜାଣିନାହାଁନ୍ତି ଯେ, କିଭଳି ବାବାଙ୍କୁ ମନେ ପକାଇବା
ଦରକାର । ସେପରି ଠିକ୍ ଭାବରେ ମନେ ପକାଇପାରୁ ନାହାଁନ୍ତି । ବାରମ୍ବାର ଭୁଲି ଯାଉଛନ୍ତି । ବାବା
ବୁଝାଉଛନ୍ତି ପିଲାମାନେ ନିଜକୁ ଆତ୍ମା ମନେ କର, ମୁଁ ବିନ୍ଦୁ ସ୍ୱରୂପ ଅଟେ । ବାବା, ଜ୍ଞାନର
ସାଗର, ତାଙ୍କୁ ହିଁ ସ୍ମରଣ କରିବାକୁ ହେବ । ମନେ ପକାଇବାର ଅଭ୍ୟାସ ଏଭଳି ପଡିଯିବା ଦରକାର, ଯେପରି
ବାବାଙ୍କର ସ୍ମୃତି ନିରନ୍ତର ସ୍ଥାୟୀ ହୋଇ ରହିବ । ଶେଷ ସମୟରେ ଏକଥା ସ୍ମୃତିରେ ରହିବା ଉଚିତ୍
ଯେ, ମୁଁ ଆତ୍ମା ଅଟେ, ଶରୀର ତ ଅଛି କିନ୍ତୁ ଏହି ଜ୍ଞାନକୁ ବୁଦ୍ଧିରେ ରଖିବାକୁ ହେବ ଯେ ମୁଁ
ଆତ୍ମା ଅଟେ । ବାବାଙ୍କର ନିର୍ଦ୍ଦେଶ ମିଳିଛି, ମୁଁ ଯିଏ ମୋତେ ସେହି ରୂପରେ କ୍ୱଚିତ୍ କେହି କେହି
ମନେ ପକାଉଛନ୍ତି । ପିଲାମାନଙ୍କ ଭିତରେ ବହୁତ ଦେହ-ଅଭିମାନ ଆସିଯାଉଛି । ବାବା ବୁଝାଇଛନ୍ତି, କେହି
ବି ହୁଅନ୍ତୁ, ତାଙ୍କୁ ଯେ ପର୍ଯ୍ୟନ୍ତ ବାବାଙ୍କର ପରିଚୟ ନ ଦେଇଛ, ସେ ପର୍ଯ୍ୟନ୍ତ ସିଏ କିଛି ବି
ବୁଝିପାରିବେ ନାହିଁ । ପ୍ରଥମେ ତ ସେମାନଙ୍କୁ ଏକଥା ଜଣାପଡୁ ଯେ, ସେହି ନିରାକାର ଆମର ପିତା,
ଗୀତାର ଭଗବାନ ଅଟନ୍ତି, ସିଏ ହିଁ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ସିଏ ବର୍ତ୍ତମାନ
ସମସ୍ତଙ୍କର ସଦଗତି କରିବାର ପାର୍ଟ କରୁଛନ୍ତି । ଯଦି ଏହି କଥା ଉପରେ ନିଶ୍ଚୟ ବୁଦ୍ଧି ହୋଇଯିବେ,
ତେବେ ଯେତେ ସବୁ ସାଧୁ-ସନ୍ଥ ଆଦି ଅଛନ୍ତି ସମସ୍ତେ ଗୋଟିଏ ସେକେଣ୍ଡରେ ଏଠାକୁ ଆସିଯିବେ । ଭାରତରେ
ବହୁତ ହଲଚଲ ହୋଇଯିବ । ଯଦି ଏବେ ଜଣାପଡିଯିବ ଏବଂ ନିଶ୍ଚୟ ହୋଇଯିବ ଯେ, ଏହି ଦୁନିଆ ଏବେ ବିନାଶ
ହେବାକୁ ଯାଉଛି ତେବେ ବମ୍ବେ ଠାରୁ ଆବୁ ପର୍ଯ୍ୟନ୍ତ ଧାଡି ଲାଗିଯିବ । କିନ୍ତୁ ଏତେ ଶୀଘ୍ର କାହାର
ନିଶ୍ଚୟ ହୋଇପାରିବ ନାହିଁ । ତୁମେମାନେ ଜାଣିଛ ଯେ, ବିନାଶ ହେବାର ଅଛି, ଏମାନେ ସମସ୍ତେ ଘୋର
ନିଦ୍ରାରେ ଶୋଇ ହିଁ ରହିବେ । ପୁଣି ଶେଷ ସମୟରେ ତୁମର ପ୍ରଭାବ ବିସ୍ତାର ହେବ । ଏହା କୌଣସି ମାଉସୀ
ଘର କଥା ନୁହେଁ ଅର୍ଥାତ୍ ସହଜ କଥା ନୁହେଁ ଯେ, ନିଶ୍ଚୟ ହୋଇଯିବ କି ଗୀତାର ଭଗବାନ ପରମପିତା
ପରମାତ୍ମା ଶିବ ଅଟନ୍ତି । ଏହି କଥା ପ୍ରସିଦ୍ଧ ହୋଇଗଲେ ସାରା ଭାରତରେ ଚହଳ ପଡିଯିବ । ଏବେ ଯଦି
ତୁମେମାନେ ଜଣଙ୍କୁ ବୁଝାଇବ ତେବେ ଆଉ ଜଣେ କହିବ ତୁମକୁ ଯାଦୁ ଲାଗିଯାଇଛି । ଏହି ବୃକ୍ଷ ବହୁତ
ଧୀରେ ଧୀରେ ବଢିବ । ଏବେ ଆଉ କିଛି ସମୟ ବାକି ରହିଛି ତଥାପି ବି ପୁରୁଷାର୍ଥ କରିବାରେ କୌଣସି
ଆପତ୍ତି ନାହିଁ । ତୁମେ ବଡ ବଡ ଲୋକମାନଙ୍କୁ ବୁଝାଉଛ କିନ୍ତୁ ସେମାନେ କ’ଣ କିଛି ବୁଝୁଛନ୍ତି ।
ପିଲାମାନଙ୍କ ଭିତରେ ମଧ୍ୟ କେତେକ ଏହି ଜ୍ଞାନକୁ ବୁଝିପାରୁ ନାହାଁନ୍ତି । ବାବାଙ୍କୁ ମନେ ପକାଉ
ନାହାଁନ୍ତି, ତେଣୁ ସେହିଭଳି ଅବସ୍ଥା ମଧ୍ୟ ନାହିଁ । ବାବା ଜାଣିଛନ୍ତି, ନିଶ୍ଚୟ କାହାକୁ
କୁହାଯାଏ । ଏବେ ତ କେହି କେହି ଶତକଡା ୧ ବା ୨ ପ୍ରତିଶତ ମଧ୍ୟ ବଡ କଷ୍ଟରେ ବାବାଙ୍କୁ ୟାଦ
କରୁଛନ୍ତି । ଯଦିଓ ଏଠାରେ ବସିଛନ୍ତି କିନ୍ତୁ ବାବାଙ୍କ ସାଥିରେ ସେହିଭଳି ସ୍ନେହ ରହୁନାହିଁ ।
ବାସ୍ତବରେ ବାବାଙ୍କ ସହିତ ବହୁତ ସ୍ନେହ ରହିବା ଦରକାର, ସେଥିପାଇଁ ଭାଗ୍ୟ ଦରକାର । ଯଦି ବାବାଙ୍କ
ପ୍ରତି ସ୍ନେହ ଥିବ ତେବେ ଭାବିବେ ଯେ, ମୋତେ ପାଦେ ପାଦେ ଶ୍ରୀମତରେ ଚାଲିବାକୁ ହେବ । ମୁଁ
ବିଶ୍ୱର ମାଲିକ ହେବି । ଅଧାକଳ୍ପର ଦେହ-ଅଭିମାନ ପକ୍କା ହୋଇ ଯାଇଛି, ତେଣୁ ଏବେ ଦେହୀ-ଅଭିମାନୀ
ହେବାରେ ବହୁତ କଷ୍ଟ ଲାଗୁଛି । ନିଜକୁ ଆତ୍ମା ମନେ କରି ପରମପ୍ରିୟ ବାବାଙ୍କୁ ମନେ ପକାଇବା କୌଣସି
ମାଉସୀ ଘର କଥା ନୁହେଁ । ଯେଉଁମାନେ ଯୋଗଯୁକ୍ତ ହୋଇ ରହୁଛନ୍ତି ସେମାନଙ୍କର ଚେହେରା ହିଁ ଉଜ୍ୱଳ
ଦେଖାଯିବ । ଯେପରି କନ୍ୟା ବିବାହ କରିବା ସମୟରେ ଗହଣା ଇତ୍ୟାଦି ପିନ୍ଧିଥାଏ, ତେଣୁ ତା’ର
ଚେହେରାରେ ଏକଦମ୍ ଖୁସି ଆସିଯାଇଥାଏ । କିନ୍ତୁ ଏଠାରେ ତ ପତି ଅର୍ଥାତ୍ ବାବାଙ୍କୁ ମନେ ହିଁ
ପକାଉନାହାଁନ୍ତି, ତେଣୁ ଚେହେରା ଏଭଳି ଝାଉଁଳି ଯାଉଛି ଯେ ସେକଥା ନ କହିଲେ ଭଲ । କନ୍ୟା ଯେତେବେଳେ
ବିବାହ କରିଥାଏ ସେତେବେଳେ ତାର ଚେହେରା ପ୍ରଫୁଲ୍ଲିତ ହୋଇଯାଇଥାଏ । କାହା କାହାର ତ ବିବାହ ପରେ
ମଧ୍ୟ ଚେହେରା ମୁର୍ଦ୍ଦାରଙ୍କ ଭଳି ରହିଥାଏ । ଭିନ୍ନ ଭିନ୍ନ ପ୍ରକାରର ଅଛନ୍ତି । କେହି କେହି ତ
ଅନ୍ୟ ଘରକୁ ଯାଇ ଦ୍ୱନ୍ଦ୍ୱରେ ପଡିଯାଇଥାଆନ୍ତି । ତେବେ ଏଠାରେ ମଧ୍ୟ ସେହିଭଳି ହେଉଛି । ତେବେ
ବାବାଙ୍କୁ ମନେ ପକାଇବା ପାଇଁ ପରିଶ୍ରମ କରିବାକୁ ହେବ । ଅତୀନ୍ଦ୍ରିୟ ସୁଖର କଥା ଗୋପୀ
ବଲ୍ଲଭଙ୍କର ଗୋପ ଗୋପୀମାନଙ୍କୁ ପଚାର, ଏହା ଶେଷ ସମୟର ଗାୟନ ଅଟେ । ନିଜକୁ ଗୋପ-ଗୋପୀ ମନେ କରିବା
ଏବଂ ନିରନ୍ତର ବାବାଙ୍କୁ ସ୍ମରଣ କରିବା, ଏବେ ତୁମର ସେହିଭଳି ଅବସ୍ଥା ହେବାକୁ ଯାଉଛି ।
ବାବାଙ୍କର ପରିଚୟ ସମସ୍ତଙ୍କୁ ଦେବାକୁ ହେବ । ବାବା ଆସି ଯାଇଛନ୍ତି ଏବଂ ସମ୍ପତ୍ତି ଦେଉଛନ୍ତି ।
କେବଳ ଏତିକି ଶବ୍ଦରେ ସାରା ଜ୍ଞାନ ଆସିଯାଉଛି । ଲକ୍ଷ୍ମୀ-ନାରାୟଣଙ୍କର ଯେତେବେଳେ ୮୪ ଜନ୍ମ ପୁରା
ହୋଇଗଲା, ସେତେବେଳେ ବାବା, ଅନ୍ତିମ ସମୟରେ ଆସି ସେମାନଙ୍କୁ ରାଜଯୋଗର ଶିକ୍ଷା ଦେଇ ରାଜତ୍ୱ
ପ୍ରଦାନ କଲେ । ଲକ୍ଷ୍ମୀ-ନାରାୟଣଙ୍କର ଏହି ଚିତ୍ର ନମ୍ବରୱାନ ଅଟେ । ତୁମେମାନେ ଜାଣିଛ ସେମାନେ
ପୂର୍ବ ଜନ୍ମରେ ସେହି ଭଳି କର୍ମ କରିଥିଲେ, ସେହି କର୍ମ ବାବା ଏବେ ଶିଖାଉଛନ୍ତି । କହୁଛନ୍ତି
ମନମନାଭବ, ପବିତ୍ର ରୁହ । କୌଣସି ବି ପାପ କର୍ମ କର ନାହିଁ କାରଣ ତୁମେମାନେ ଏବେ ସ୍ୱର୍ଗର ମାଲିକ,
ପୁଣ୍ୟ ଆତ୍ମା ହେବାକୁ ଯାଉଛ । ଅଧାକଳ୍ପ ହେବ ମାୟା ରାବଣ ତୁମମାନଙ୍କ ଦ୍ୱାରା ପାପ କରାଇ ଆସିଛି
। ଏବେ ନିଜକୁ ପଚାରିବାକୁ ହେବ - ମୋ ଦ୍ୱାରା କୌଣସି ପାପ ହେଉନାହିଁ ତ? ମୁଁ ପୁଣ୍ୟର କାମ
କରିଚାଲିଛି? ଅନ୍ଧମାନଙ୍କର ଲାଠି ହୋଇଛି? ବାବା କହୁଛନ୍ତି ମନମନାଭବ । ଏକଥା ମଧ୍ୟ ପଚାରିବାକୁ
ହେବ ଯେ, ମନମନାଭବ ଶବ୍ଦ କିଏ କହିଛନ୍ତି? ତେବେ ସେମାନେ କହିବେ ଏକଥା ଶ୍ରୀକୃଷ୍ଣ କହିଛନ୍ତି ।
କିନ୍ତୁ ତୁମେମାନେ ଜାଣିଛ ଯେ, ଏକଥା ପରମପିତା ପରମାତ୍ମା ଶିବ କହିଛନ୍ତି । ଏଥିରେ ରାତି ଦିନର
ଫରକ ରହିଛି । ଶିବଜୟନ୍ତୀ ସହିତ ଗୀତା ଜୟନ୍ତୀ ରହିଛି । ଗୀତା ଜୟନ୍ତୀ ସାଥୀରେ ଶ୍ରୀକୃଷ୍ଣ
ଜୟନ୍ତୀ ରହିଛି ।
ତୁମେମାନେ ଜାଣିଛ, ଆମେ ଭବିଷ୍ୟତରେ ରାଜକୁମାର ହେବୁ । ଆମେମାନେ ଭିକାରୀରୁ ରାଜକୁମାର ହେବାକୁ
ଯାଉଛୁ । ଏହା ହିଁ ରାଜଯୋଗର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ତୁମେମାନେ ଏକଥା ସିଦ୍ଧ କରି କୁହ ଯେ,
ଗୀତାର ଭଗବାନ ଶ୍ରୀକୃଷ୍ଣ ନ ଥିଲେ, ସିଏ ତ ନିରାକାର ଥିଲେ । ତେବେ ସର୍ବବ୍ୟାପୀର ଜ୍ଞାନ ସମାପ୍ତ
ହୋଇଯିବ । ସମସ୍ତଙ୍କର ସଦଗତି ଦାତା ପତିତ-ପାବନ ବାବା ହିଁ ଅଟନ୍ତି । ମନୁଷ୍ୟମାନେ ଏକଥା ମଧ୍ୟ
କହୁଛନ୍ତି ଯେ, ସିଏ ମୁକ୍ତିଦାତା ଅଟନ୍ତି, ପୁଣି ବି ସର୍ବବ୍ୟାପୀ କହିଦେଉଛନ୍ତି । ସେମାନେ ଯାହା
କହୁଛନ୍ତି, କିଛି ବି ବୁଝିନାହାଁନ୍ତି । ଧର୍ମ ବିଷୟରେ ଯାହା ଆସୁଛି ତାହା କହିଦେଉଛନ୍ତି ।
ମୁଖ୍ୟ ଧର୍ମ ହେଲା ତିନୋଟି । ଦେବୀ ଦେବତା ଧର୍ମ ତ ଅଧାକଳ୍ପ ପର୍ଯ୍ୟନ୍ତ ଚାଲିଥାଏ । ତୁମେମାନେ
ଜାଣିଛ ବାବା ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ଧର୍ମ ସ୍ଥାପନ କରୁଛନ୍ତି । କିନ୍ତୁ ଏକଥା ଦୁନିଆ
ଜାଣିନାହିଁ । ସେମାନେ ତ ସତ୍ୟଯୁଗକୁ ହିଁ ଲକ୍ଷ ଲକ୍ଷ ବର୍ଷ ବୋଲି କହି ଦେଉଛନ୍ତି । ଆଦି ସନାତନ
ଦେବୀ-ଦେବତା ଧର୍ମ ସବୁଠାରୁ ଉଚ୍ଚ, କିନ୍ତୁ ସେମାନେ ନିଜର ଧର୍ମକୁ ଭୂଲି ଧର୍ମଭ୍ରଷ୍ଟ
ହୋଇଯାଇଛନ୍ତି । ଖ୍ରୀଷ୍ଟିୟାନମାନେ ନିଜର ଧର୍ମକୁ ଛାଡି ନ ଥାଆନ୍ତି । ସେମାନେ ଜାଣିଛନ୍ତି ଯେ,
ଖ୍ରୀଷ୍ଟ ହିଁ ଆମର ଧର୍ମର ସ୍ଥାପନା କରିଛନ୍ତି । ଇସ୍ଲାମୀ, ବୌଦ୍ଧୀ ଏବଂ ଖ୍ରୀଷ୍ଟିୟାନ ସବୁ
ହେଲା ମୁଖ୍ୟ ଧର୍ମ । ବାକି ଛୋଟ ଛୋଟ ଧର୍ମ ତ ବହୁତ ଅଛନ୍ତି । ତେବେ ବୃଦ୍ଧି କେବେଠାରୁ ହେଲା?
ଏକଥା କେହି ଜାଣିନାହାଁନ୍ତି । ମହମ୍ମଦଙ୍କୁ ଆସିବାର ଏବେ ଅଳ୍ପ ସମୟ ହୋଇଛି, ଇସ୍ଲାମୀମାନେ
ତାଙ୍କଠାରୁ ପୁରୁଣା । ଖ୍ରୀଷ୍ଟିୟାନମାନେ ମଧ୍ୟ ବହୁତ ପ୍ରସିଦ୍ଧ । ବାକି ଆହୁରି କେତେ ଅଛନ୍ତି ।
ସମସ୍ତଙ୍କର ନିଜ-ନିଜର ଧର୍ମ ରହିଛି । ତେବେ ଭିନ୍ନ ଭିନ୍ନ ଧର୍ମ, ଭିନ୍ନ ଭିନ୍ନ ନାମ ହେବା
କାରଣରୁ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ଏ କଥା ଜାଣିନାହାଁନ୍ତି ଯେ, ମୁଖ୍ୟ ଧର୍ମ ଶାସ୍ତ୍ର ହିଁ
ହେଉଛି ଚାରିଟି । ସେଥିରେ ଦୈବୀ ଧର୍ମ, ବ୍ରାହ୍ମଣ ଧର୍ମ ମଧ୍ୟ ଆସିଯାଉଛି । ବ୍ରାହ୍ମଣରୁ ଦେବତା,
ଦେବତାରୁ କ୍ଷତ୍ରିୟ ଏକଥା କେହି ଜାଣିନାହାଁନ୍ତି । ଗାୟନ ମଧ୍ୟ କରୁଛନ୍ତି, ବ୍ରାହ୍ମଣ ଦେବତାୟେ
ନମଃ । ପରମପିତା ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ଧର୍ମର ସ୍ଥାପନା କରିଛନ୍ତି, ଶାସ୍ତ୍ରରେ ମଧ୍ୟ
ଏହି କଥା ବର୍ଣ୍ଣିତ ଅଛି, କିନ୍ତୁ ତାକୁ ଶୁଆ ଭଳି ପଢୁଛନ୍ତି ।
ଏହା ହେଉଛି କଣ୍ଟାର ଜଙ୍ଗଲ । ଭାରତ ଫୁଲର ବଗିଚା ଥିଲା, ଏକଥା ମଧ୍ୟ ମାନୁଛନ୍ତି । କିନ୍ତୁ ତାହା
କେବେ ଥିଲା, କିପରି ଏବଂ କିଏ କରିଥିଲେ, ପରମାତ୍ମା କ’ଣ, ଏକଥା କେହି ଜାଣି ନାହାଁନ୍ତି । ତେଣୁ
ତାଙ୍କୁ ଅନାଥ କୁହାଯିବ ନା । ସେଥିପାଇଁ ଏତେ ସବୁ ଲଢେଇ ଝଗଡା ଆଦି ଲାଗୁଛି । ମନୁଷ୍ୟମାନେ କେବଳ
ଭକ୍ତି କରି ଖୁସି ହୋଇଯାଉଛନ୍ତି । ଏବେ ବାବା ଆସିଛନ୍ତି ଦିନ କରିବା ପାଇଁ, ଗୋଟିଏ ମୁହୂର୍ତ୍ତରେ
ତୁମମାନଙ୍କୁ ଜୀବନମୁକ୍ତ କରିଦେଉଛନ୍ତି । ଗାୟନ ମଧ୍ୟ ଅଛି, ଜ୍ଞାନ ଅଞ୍ଜନ ସତ୍ଗୁରୁ ଦେଲେ,
ଅଜ୍ଞାନ ଅନ୍ଧକାର ବିନାଶ । ଏବେ ତୁମେମାନେ ଜାଣିଛ, ଆମେ ଆଲୋକରେ ଅଛୁ । ବାବା ଆସି ଆମମାନଙ୍କୁ
ତୃତୀୟ ନେତ୍ର ଦେଇଛନ୍ତି । ଯଦିଓ ଦେବତାମାନଙ୍କର ତୃତୀୟ ନେତ୍ର ଅଛି ବୋଲି ଦେଖାଇଛନ୍ତି, କିନ୍ତୁ
ଅର୍ଥ କିଛି ବି ଜାଣିନାହାଁନ୍ତି । ବାସ୍ତବରେ ତୃତୀୟ ନେତ୍ର ତୁମର ଅଛି । କିନ୍ତୁ ସେମାନେ
ଦେବତାମାନଙ୍କୁ ଦେଇ ଦେଇଛନ୍ତି । ଗୀତାରେ ବ୍ରାହ୍ମଣମାନଙ୍କ ବିଷୟରେ କୌଣସି କଥା ବର୍ଣ୍ଣିତ ହୋଇ
ନାହିଁ । ସେଥିରେ ତ କୌରବ ପାଣ୍ଡବଙ୍କର ଲଢେଇ, ଘୋଡା ଗାଡି ଇତ୍ୟାଦିର କଥା ସବୁ ଲେଖି ଦେଇଛନ୍ତି,
କାରଣ ମନୁଷ୍ୟମାନେ କିଛି ବି ଜାଣିନାହାଁନ୍ତି । ଯଦି ତୁମେମାନେ ବୁଝାଇବ, ତେବେ କହିବେ ତୁମେ
ଶାସ୍ତ୍ର ପୁରାଣକୁ ମାନୁନାହଁ । ତୁମେମାନେ କହିପାରିବ ଆମେ ଶାସ୍ତ୍ର-ପୁରାଣକୁ ମାନିବୁ ନାହିଁ
କାହିଁକି, ଆମେ ଜାଣିଛୁ ଏସବୁ ଭକ୍ତିମାର୍ଗର ସାମଗ୍ରୀ ଅଟେ । ଗାୟନ ମଧ୍ୟ ରହିଛି ଜ୍ଞାନ ଏବଂ
ଭକ୍ତି । ଯେତେବେଳେ ରାବଣ ରାଜ୍ୟ ହୁଏ, ସେତେବେଳେ ଭକ୍ତି ଆରମ୍ଭ ହୁଏ । ଭାରତବାସୀ ବାମମାର୍ଗରେ
ଯାଇ ଧର୍ମଭ୍ରଷ୍ଟ କର୍ମଭ୍ରଷ୍ଟ ହୋଇଯାଆନ୍ତି, ସେଥିପାଇଁ ଏବେ ନିଜକୁ ହିନ୍ଦୁ ବୋଲି କହିଦେଉଛନ୍ତି,
କାରଣ ସମସ୍ତେ ପତିତ ହୋଇଯାଇଛନ୍ତି । ତେବେ ସମସ୍ତଙ୍କୁ ପତିତ କରିଛି କିଏ? ରାବଣ । ସେଥିପାଇଁ
ରାବଣକୁ ଜଳାଉଛନ୍ତି ମଧ୍ୟ, ଭାବୁଛନ୍ତି ଏହା ପରମ୍ପରାରୁ ଚାଲିଆସୁଛି । କିନ୍ତୁ ସତ୍ୟଯୁଗରେ ତ
ରାବଣର ରାଜ୍ୟ ହିଁ ନ ଥିଲା । କିଛି ବି ବୁଝୁନାହାଁନ୍ତି । ମାୟା ମନୁଷ୍ୟମାନଙ୍କୁ ବିଲ୍କୁଲ୍
ପଥର ବୁଦ୍ଧି କରି ଦେଉଛି । ତେବେ ପଥରରୁ ପାରସ ବାବା ହିଁ କରନ୍ତି । ବାବା ଏହି କଳିଯୁଗରେ ଆସିଲେ
ହିଁ ସତ୍ୟଯୁଗର ସ୍ଥାପନା କରିପାରିବେ । ବାବା ଏହିସବୁ କଥା ବୁଝାଉଛନ୍ତି କିନ୍ତୁ ବହୁତ କଷ୍ଟରେ
କାହା କାହାର ବୁଦ୍ଧିରେ ଧାରଣା ହେଉଛି ।
ତୁମ କୁମାରୀମାନଙ୍କର ଏବେ ବାବାଙ୍କ ସହିତ ନିର୍ବନ୍ଧ ହେଉଛି । ବାବା ତୁମମାନଙ୍କୁ ପାଟରାଣୀ
କରୁଛନ୍ତି । ତୁମମାନଙ୍କୁ ଚୋରାଇ ଆଣୁଛନ୍ତି ଅର୍ଥାତ୍ ତୁମମାନଙ୍କୁ କହୁଛନ୍ତି, ତୁମେ ମୋର ଥିଲ
ଏବେ ତୁମେ ମୋତେ ଭୂଲି ଯାଇଛ । ଦେହ-ଅଭିମାନୀ ହୋଇ ମାୟାର ହୋଇଯାଇଛ । ବାକି ଚୋରାଇ ଆଣିବା ବା
ହରଣ କରିବାର ତ କୌଣସି କଥା ନାହିଁ । ବାବା କେବଳ ଗୋଟିଏ କଥା କହୁଛନ୍ତି, ମୋତେ ମନେ ପକାଅ । ଯୋଗ
କରିବାରେ ହିଁ ମେହନତ ରହିଛି । ଏମିତି ବହୁତ ସନ୍ତାନ ଅଛନ୍ତି, ଯେଉଁମାନେ କି ଦେହ-ଅଭିମାନରେ ଆସି
ବିକର୍ମ କରୁଛନ୍ତି । ବାବା ଜାଣିଛନ୍ତି, ଏହି ଆତ୍ମା ମୋତେ ବିଲକୁଲ୍ ମନେ ପକାଉ ହିଁ ନାହିଁ ।
ଦେହ-ଅଭିମାନରେ ଆସି ବହୁତ ପାପ କରୁଛନ୍ତି ତେଣୁ ପାପର ଘଡା ୧୦୦ ଗୁଣା ଭରିଯାଉଛି । ଅନ୍ୟମାନଙ୍କୁ
ରାସ୍ତା ଦେଖାଇବା ପରିବର୍ତ୍ତେ ନିଜେ ହିଁ ରାସ୍ତା ଭୂଲି ଯାଉଛନ୍ତି । ଆହୁରି ଅଧିକ ଦୁର୍ଗତିକୁ
ପ୍ରାପ୍ତ କରୁଛନ୍ତି । ଏହା ତ ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । କଥାରେ ଅଛି ଚଢେ ତୋ ଚାଖେ ବୈକୁଣ୍ଠ ରସ,
ଗିରେ ତୋ ଚକନାଚୁର । ବର୍ତ୍ତମାନ ରାଜତ୍ୱର ସ୍ଥାପନା ହେଉଛି । ଦେଖ ଏଥିରେ କେତେ ଫରକ ଆସିଯାଉଛି
। କେହି କେହି ତ ପାଠପଢି ଆକାଶକୁ ଅର୍ଥାତ୍ ବହୁତ ଉଚ୍ଚକୁ ଚଢିଯାଉଛନ୍ତି, ଆଉ କେହି ତଳେ
ପଡିଯାଉଛନ୍ତି । ଯଦି କାହାର ବୁଦ୍ଧି ଦୁର୍ବଳ ଥାଏ ତେବେ ସେ ପାଠ ଭଲ ଭାବରେ ପଢିପାରେ ନାହିଁ ।
କେହି କେହି କହୁଛନ୍ତି, ବାବା ମୁଁ କାହାକୁ ବୁଝାଇ ପାରିବି ନାହିଁ । ବାବା କହୁଛନ୍ତି, ଆଚ୍ଛା
କେବଳ ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ ତେବେ ମୁଁ ତୁମକୁ ସୁଖ ଦେବି । କିନ୍ତୁ ବାବାଙ୍କୁ ମନେ
ହିଁ ପକାଉ ନାହାଁନ୍ତି । ଯଦି ବାବାଙ୍କୁ ସ୍ମରଣ କରୁଥା’ନ୍ତେ, ତେବେ ଅନ୍ୟମାନଙ୍କୁ ମଧ୍ୟ
କରାଉଥା’ନ୍ତେ । ଯଦି ବାବାଙ୍କୁ ସ୍ମରଣ କରୁଥାନ୍ତେ, ତେବେ ପାପ ନଷ୍ଟ ହୋଇଥା’ନ୍ତା । ଯଦି
ବାବାଙ୍କୁ ମନେ ନ ପକାଇବ ତେବେ ତୁମେମାନେ ସୁଖଧାମକୁ ଯାଇପାରିବ ନାହିଁ । କାରଣ ୨୧ ଜନ୍ମର ବର୍ସା
ନିରାକାର ବାବାଙ୍କଠାରୁ ମିଳିପାରିବ । ବାକି ତ ସବୁ ଅଳ୍ପକାଳର ସୁଖ ଦେଇଥା’ନ୍ତି । କାହାକୁ ଯଦି
ରିଦ୍ଧି-ସିଦ୍ଧି ଅର୍ଥାତ୍ ମନ୍ତ୍ର-ତନ୍ତ୍ର ଦ୍ୱାରା ସନ୍ତାନ ମିଳିଗଲା ବା ଆଶୀର୍ବାଦ ଦ୍ୱାରା
ଲଟେରୀ ମିଳିଗଲା, ତେବେ ବିଶ୍ୱାସ ଦୃଢ ହୋଇଯାଇଥାଏ । କାହାକୁ ଯଦି ଦୁଇ ଚାରି କୋଟିର ଫାଇଦା
ହୋଇଗଲା, ତେବେ ବହୁତ ମହିମା କରିବେ । କିନ୍ତୁ ସେସବୁ ତ ହେଲା ଅଳ୍ପ କାଳ ପାଇଁ । ୨୧ ଜନ୍ମ ପାଇଁ
ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ତ ମିଳିପାରିବ ନାହିଁ ନା । କିନ୍ତୁ ମନୁଷ୍ୟ ଏକଥା ଜାଣିନାହାଁନ୍ତି ।
କାହାକୁ ଦୋଷ ମଧ୍ୟ ଦେଇପାରିବେ ନାହିଁ । କାରଣ ମନୁଷ୍ୟମାନେ ଅଳ୍ପକାଳର ସୁଖରେ ହିଁ ଖୁସି
ହୋଇଯାଇଥାନ୍ତି । ବାବା ତୁମ ସନ୍ତାନମାନଙ୍କୁ ରାଜଯୋଗର ଶିକ୍ଷା ଦେଇ ସ୍ୱର୍ଗର ରାଜତ୍ୱ ଦେଉଛନ୍ତି
। କେତେ ସହଜ କଥା । କେହି କେହି ତ ବିଲ୍କୁଲ୍ ବୁଝାଇ ପାରୁ ନାହାଁନ୍ତି । ଆଉ କେହି ତ
ବୁଝାଉଛନ୍ତି କିନ୍ତୁ ଯୋଗ ଠିକ୍ ନ ଥିବା କାରଣରୁ ତୀର ଲାଗୁନାହିଁ ଅର୍ଥାତ୍ ଅନ୍ୟମାନଙ୍କୁ କିଛି
ବି ଅନୁଭବ ହେଉନାହିଁ । ଦେହ-ଅଭିମାନରେ ଆସିବା କାରଣରୁ କିଛି ନା କିଛି ପାପ ହୋଇ ଚାଲିଛି । ତେବେ
ମୁଖ୍ୟ କଥା ହେଲା ଯୋଗବଳ । ତୁମେ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛ । ପ୍ରାଚୀନ ଯୋଗ ଭଗବାନ
ହିଁ ଶିଖାଇଥିଲେ, ଶ୍ରୀକୃଷ୍ଣ ନୁହଁନ୍ତି । ଯୋଗର ଯାତ୍ରା ବହୁତ ଭଲ । ଯଦି ତୁମେମାନେ ଗୋଟିଏ
ଡ୍ରାମା ଦେଖି କରି ଆସିବ ତେବେ ସେ ସବୁ ସମ୍ମୁଖକୁ ଆସିଯିବ । କିନ୍ତୁ କାହାକୁ ବୁଝାଇବା ପାଇଁ
ସମୟ ଲାଗିବ । ଏହା ମଧ୍ୟ ସେହିପରି । ବୀଜ ଅର୍ଥାତ୍ ବାବା ଏବଂ ବୃକ୍ଷ ଅର୍ଥାତ୍ ସୃଷ୍ଟି । ଏହି
ସୃଷ୍ଟିଚକ୍ର ବହୁତ ସ୍ପଷ୍ଟ । ଶାନ୍ତିଧାମ, ସୁଖଧାମ, ଦୁଃଖଧାମ... । ତେବେ ଏହା ଗୋଟିଏ ସେକେଣ୍ଡର
କଥା ହେଲା ନା । କିନ୍ତୁ ସେକଥା ମନେ ରହିଲେ ତ । ମୁଖ୍ୟ କଥା ହେଲା ବାବାଙ୍କର ପରିଚୟ । ବାବା
କହୁଛନ୍ତି ମୋତେ ମନେ ପକାଇଲେ ତୁମେ ସବୁ କିଛି ଜାଣିଯିବ । ଆଚ୍ଛା!
ଶିବବାବା ତୁମ ସନ୍ତାନମାନଙ୍କୁ ମନେ ପକାଉଛନ୍ତି, ବ୍ରହ୍ମାବାବା ମନେ ପକାଉ ନାହାଁନ୍ତି, କାରଣ
ଶିବବାବା ଜାଣିଛନ୍ତି ମୋର ସୁପୁତ୍ର କିଏ? ଯୋଗ୍ୟ ସେବାଧାରୀ ସୁପୁତ୍ରମାନଙ୍କୁ ତ ବାବା ମନେ
ପକାଉଛନ୍ତି । ଇଏ କାହିଁକି କାହାକୁ ମନେ ପକାଇବେ । ତାଙ୍କ ଆତ୍ମାକୁ ତ ନିର୍ଦ୍ଦେଶ ମିଳିଛି ଯେ,
କେବଳ ମୋତେ ମନେ ପକାଅ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଭାଗ୍ୟବାନ
ହେବା ପାଇଁ ଏକମାତ୍ର ବାବାଙ୍କ ସହିତ ସଚ୍ଚା ସଚ୍ଚା ସ୍ନେହ ରଖିବାକୁ ହେବ । ବାବାଙ୍କ ସହିତ
ସ୍ନେହ ରଖିବା ଅର୍ଥ ପ୍ରତି ପାଦରେ ଜଣଙ୍କର ହିଁ ଶ୍ରୀମତରେ ଚାଲିବା ।
(୨) ପ୍ରତିଦିନ ପୁଣ୍ୟର
କାମ ଅବଶ୍ୟ କରିବାକୁ ହେବ । ସବୁଠାରୁ ବଡ ପୁଣ୍ୟ ହେଲା ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବା ।
ବାବାଙ୍କୁ ମନେ ପକାଇବା ଏବଂ ସମସ୍ତଙ୍କୁ ବାବାଙ୍କର ସ୍ମୃତି ଦେବା ।
ବରଦାନ:-
ନିଜର ଦୃଷ୍ଟି
ଏବଂ ବୃତ୍ତିର ପରିବର୍ତ୍ତନ ଦ୍ୱାରା ସୃଷ୍ଟିକୁ ପରିବର୍ତ୍ତନ କରୁଥିବା ସାକ୍ଷାତ୍କାର ମୂରତ ଭବ ।
ନିଜର ବୃତ୍ତି ଅର୍ଥାତ୍
ମନୋବୃତ୍ତିର ପରିବର୍ତ୍ତନ ଦ୍ୱାରା ଦୃଷ୍ଟିକୁ ଦିବ୍ୟ କରିଦିଅ ଯାହା ଦ୍ୱାରା ଅନେକ ଆତ୍ମା ନିଜର
ଯଥାର୍ଥ ରୂପ, ଯଥାର୍ଥ ଘର ତଥା ଯଥାର୍ଥ ରାଜଧାନୀକୁ ଦେଖିପାରିବେ । ଏହିଭଳି ଯଥାର୍ଥ ସାକ୍ଷାତ୍କାର
କରାଇବାକୁ ହେଲେ ତୁମର ବୃତ୍ତିରେ ଟିକିଏ ବି ଦେହ ଅଭିମାନର ଚଞ୍ଚଳତା ରହିବା ଉଚିତ୍ ନୁହେଁ । ତେଣୁ
ବୃତ୍ତିର ପରିବର୍ତ୍ତନ ଦ୍ୱାରା ଦୃଷ୍ଟିକୁ ଦିବ୍ୟ କରିଦିଅ ତେବେ ଯାଇ ସୃଷ୍ଟିର ପରିବର୍ତ୍ତନ ହେବ
। ଦେଖିବାବାଲା ଅନୁଭବ କରିବେ ଯେ ଏହା କୌଣସି ସାଧାରଣ ନୟନ ନୁହେଁ, ଯାଦୁର ଡିବା ଅଟେ । ତୁମର ଏହି
ନୟନ ସାକ୍ଷାତ୍କାରର ସାଧନ ପାଲଟିଯିବ ।
ସ୍ଲୋଗାନ:-
ସେବାର
ଉମଙ୍ଗ-ଉତ୍ସାହ ସହିତ ବେହଦର ବୈରାଗ୍ୟ ବୃତ୍ତି ହିଁ ସଫଳତାର ଆଧାର ଅଟେ ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ମଧୁରତାର ଗୁଣକୁ ଧାରଣ
କରିବାବାଲା ଏଠାରେ ମଧ୍ୟ ମହାନ ହୋଇଥାଏ ଏବଂ ସେଠାରେ ଅର୍ଥାତ୍ ସ୍ୱର୍ଗ ଦୁନିଆରେ ମଧ୍ୟ ଉଚ୍ଚ ପଦ
ପାଇଥାଏ । ମଧୁରତାବାଲାଙ୍କୁ ସମସ୍ତେ ମହାନ ଦୃଷ୍ଟିରେ ଦେଖିଥାଆନ୍ତି । ତେଣୁ ମଧୁରତାର ଏହି
ବିଶେଷ ଗୁଣଟି ସବୁ ପିଲାଙ୍କ ଭିତରେ ରହିବା ଉଚିତ୍ । ତେବେ ମଧୁରତା ରୂପକ ମଧୁ ଯେଉଁମାନଙ୍କ ପାଖରେ
ଅଛି, ସେମାନଙ୍କର ସବୁ କାର୍ଯ୍ୟରେ ସଫଳତା ହିଁ ସଫଳତା ରହିଥାଏ । ସେମାନଙ୍କ ଜୀବନରୁ ଅସଫଳତା
ସମାପ୍ତ ହୋଇଯାଏ ।