01.05.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ବେହଦର ବାବାଙ୍କଠାରୁ ବେହଦର ସମ୍ପତ୍ତି ନେବାକୁ ଆସିଛ, ଏଠାରେ କୌଣସି ଲୌକିକ କଥା ନାହିଁ, ତୁମେ ବହୁତ ଉମଙ୍ଗ-ଉତ୍ସାହର ସହିତ ବାବାଙ୍କୁ ମନେ ପକାଇଲେ ପୁରୁଣା ଦୁନିଆକୁ ଭୁଲିଯିବ ।”

ପ୍ରଶ୍ନ:-
କେଉଁ ଗୋଟିଏ କଥାକୁ ତୁମେ ବାରମ୍ବାର ସ୍ମରଣ କରି ପକ୍କା କରିବା ଉଚିତ୍‌?

ଉତ୍ତର:-
ଆମେ ସମସ୍ତେ ଆତ୍ମା, ଆମେ ପରମାତ୍ମା ପିତାଙ୍କଠାରୁ ସମ୍ପତ୍ତି ନେଉଛୁ । ଆତ୍ମାମାନେ ହେଉଛନ୍ତି ସନ୍ତାନ, ପରମାତ୍ମା ହେଲେ ପିତା । ଏବେ ପିତା ଏବଂ ସନ୍ତାନମାନଙ୍କର ମିଳନ ହେଉଛି । ଏହି କଥାକୁ ବାରମ୍ବାର ଘୋଷି ଘୋଷି ପକ୍କା କର । ଯେତେ ଯେତେ ଆତ୍ମ-ଅଭିମାନୀ ହୋଇଚାଲିବ, ସେତେ ସେତେ ଦେହ-ଅଭିମାନ ତୁଟିଚାଲିବ ।

ଗୀତ:-
ଯୋ ପିୟା କେ ସାଥ ହେ.....

ଓମ୍ ଶାନ୍ତି ।
ପିଲାମାନେ ଜାଣିଛନ୍ତି ଯେ ଆମେ ବାବାଙ୍କ ସାଥିରେ ବସିଛୁ - ସେ ହେଉଛନ୍ତି ସର୍ବଶ୍ରେଷ୍ଠ, ସମସ୍ତଙ୍କର ବାବା । ବାବା ଆସିଛନ୍ତି । ବାବାଙ୍କଠାରୁ କ’ଣ ମିଳୁଛି, ମନରେ ଏହି ପ୍ରଶ୍ନ ମଧ୍ୟ ଉଠିପାରିବ ନାହିଁ । ବାବାଙ୍କଠାରୁ ସମ୍ପତ୍ତି ହିଁ ମିଳୁଛି । ଇଏ ହେଉଛନ୍ତି ସମସ୍ତଙ୍କର ବେହଦର ପିତା, ଯାହାଙ୍କଠାରୁ ବେହଦର ସୁଖ, ବେହଦର ସମ୍ପତ୍ତି ମିଳୁଛି । ତାହା ହେଉଛି ହଦର ସମ୍ପତ୍ତି । କାହା ପାଖରେ ହଜାରେ, କାହା ପାଖରେ ୫ ହଜାରେ ରହିଥିବ । କାହା ପାଖରେ ୧୦-୨୦-୫୦ କୋଟି, ଅରବ ଥାଇପାରେ । ବାସ୍ତବରେ ସଂସାରରେ ସମସ୍ତେ ତ ହେଉଛନ୍ତି ଲୌକିକ ପିତା ଏବଂ ହଦର ସନ୍ତାନମାନେ । ଏଠାରେ ତୁମେ ପିଲାମାନେ ଜାଣୁଛ ଆମେ ବେହଦର ବାବାଙ୍କ ପାଖକୁ ଆସିଛୁ ବେହଦର ସମ୍ପତ୍ତି ନେବା ପାଇଁ । ମନରେ ଆଶା ତ ରହିଥାଏ ନା । ସ୍କୁଲ ବିନା ଅନ୍ୟ ସତସଙ୍ଗ ଆଦିରେ କୌଣସି ଆଶା ନ ଥାଏ । କହିଥାଆନ୍ତି ଶାନ୍ତି ମିଳୁ, ତାହା ତ ଏବେ ମିଳିପାରିବ ନାହିଁ । ଏଠାରେ ତୁମେ ପିଲାମାନେ ଜାଣୁଛ ଯେ ଆମେ ଆସିଛୁ ବିଶ୍ୱ ନୂଆ ଦୁନିଆର ମାଲିକ ହେବା ପାଇଁ । ନଚେତ୍ ଏଠାକୁ କାହିଁକି ଆସିବ । ପିଲାମାନଙ୍କର ସଂଖ୍ୟା କେତେ ବୃଦ୍ଧି ହୋଇଚାଲିଛି! କହୁଛନ୍ତି ବାବା ଆମେ ତ ବିଶ୍ୱର ମାଲିକ ହେବା ପାଇଁ ଆସିଛୁ, ହଦର କୌଣସି କଥା ହିଁ ନାହିଁ । ବାବା ଆପଣଙ୍କଠାରୁ ଆମେ ବେହଦ ସ୍ୱର୍ଗର ବର୍ସା ନେବାକୁ ଆସିଛୁ । କଳ୍ପ କଳ୍ପ ଆମେ ବାବାଙ୍କଠାରୁ ସମ୍ପତ୍ତି ନେଉଛୁ ପୁଣି ମାୟା ବିଲେଇ ଆମଠାରୁ ଛଡାଇ ନେଉଛି । ସେଥିପାଇଁ ଏହାକୁ ହାର-ଜିତ୍‌ର ଖେଳ କୁହାଯାଉଛି । ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି । ପିଲାମାନେ ମଧ୍ୟ କ୍ରମାନୁସାରେ ବୁଝୁଛନ୍ତି, ଇଏ କୌଣସି ସାଧୁ-ସନ୍ଥ ନୁହଁନ୍ତି । ଯେପରି ତୁମେ ସାଧାରଣ ବସ୍ତ୍ର ପିନ୍ଧିଛ ସେହିପରି ଇଏ ମଧ୍ୟ ପିନ୍ଧିଛନ୍ତି । ଇଏ ତ ହେଉଛନ୍ତି ବାବା ନା । କେହି ଯଦି ପଚାରିବେ କାହା ପାଖକୁ ଯାଉଛ, କହିବ ଆମେ ବାପଦାଦାଙ୍କ ପାଖକୁ ଯାଉଛୁ । ଏହା ତ ପରିବାର ହୋଇଗଲା । ତୁମେ ସେଠାକୁ କାହିଁକି ଯାଉଛ କ’ଣ ନେବାକୁ ଯାଉଛ ଏ କଥା ତ ଅନ୍ୟ କେହି ବୁଝିପାରିବେ ନାହିଁ । କହିପାରିବେ ନାହିଁ ଯେ ଆମେ ବାପଦାଦାଙ୍କ ପାଖକୁ ଯାଉଛୁ, ବର୍ସା ତାଙ୍କଠାରୁ ମିଳୁଛି । ଜେଜେବାପାଙ୍କ ସମ୍ପତ୍ତିରେ ସମସ୍ତେ ହକଦାର ଅଟନ୍ତି । ଶିବବାବାଙ୍କର ଅବିନାଶୀ ସନ୍ତାନ (ଆତ୍ମାମାନେ) ପୂର୍ବରୁ ତ ଅଟ ପୁଣି ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହେବା ଦ୍ୱାରା ତାଙ୍କର ନାତି-ନାତୁଣୀ ହୋଇଗଲ । ଏବେ ତୁମେ ଜାଣୁଛ ଯେ ମୁଁ ହେଉଛି ଆତ୍ମା । ଏ କଥାକୁ ବହୁତ ପକ୍କା ଭାବରେ ଘୋଷି ଦେବା ଦରକାର । ଆମେ ଆତ୍ମାମାନେ ପରମାତ୍ମା ବାବାଙ୍କଠାରୁ ବର୍ସା ନେଉଛୁ, ବାବାଙ୍କ ସହିତ ଆସି ମିଶୁଛୁ । ପୂର୍ବରୁ ତ ଶରୀରର ଅଭିମାନ ଥିଲା । ଅମୁକ-ଅମୁକ ନାମଧାରୀ ହିଁ ସମ୍ପତ୍ତି ନେଇଥାଆନ୍ତି । ବର୍ତ୍ତମାନ ତ ଆମେ ହେଉଛୁ ଆତ୍ମା, ପରମାତ୍ମାଙ୍କଠାରୁ ସମ୍ପତ୍ତି ନେଉଛୁ । ଆତ୍ମାମାନେ ହେଲେ ସନ୍ତାନ, ପରମାତ୍ମା ହେଉଛନ୍ତି ପିତା । ବାପ ଏବଂ ପିଲାମାନଙ୍କର ବହୁତ ସମୟ ପରେ ମିଳନ ମେଳା ଲାଗୁଛି, ଥରେ ମାତ୍ର । ଭକ୍ତିମାର୍ଗରେ ପୁଣି ଅନେକ କୃତ୍ରିମ ମେଳା ଲାଗି ଚାଲିଛି । ଏହା ହେଉଛି ସବୁଠାରୁ ଆଶ୍ଚର୍ଯ୍ୟଜନକ ମେଳା । ଆତ୍ମାୟେଁ ପରମାତ୍ମା ଅଲଗ ରହେ ବହୁକାଲ.... କେଉଁ ଆତ୍ମାମାନେ? ତୁମେ ଆତ୍ମାମାନେ । ଏହା ମଧ୍ୟ ତୁମେମାନେ ଜାଣୁଛ ଯେ ଆମେ ଆତ୍ମାମାନେ ହେଉଛୁ ସୁଇଟ୍ ସାଇଲେନ୍ସ ହୋମର (ଶାନ୍ତିଧାମର) ବାସିନ୍ଦା । ଏବେ ଏଠାରେ ଅଭିନୟ କରି-କରି ଥକିଯାଇଛୁ । ତେଣୁ ସନ୍ନ୍ୟାସୀ ଗୁରୁ ଆଦିଙ୍କ ପାଖକୁ ଯାଇ ଶାନ୍ତି ମାଗିଥା’ନ୍ତି । ଭାବନ୍ତି ସେମାନେ ଘର ଦ୍ୱାର ଛାଡି ଜଙ୍ଗଲକୁ ଯାଇଛନ୍ତି, ତେଣୁ ତାଙ୍କଠାରୁ ଶାନ୍ତି ମିଳିବ । କିନ୍ତୁ ଏପରି ନୁହେଁ । ଏବେ ତ ସମସ୍ତେ ସହରକୁ ଆସିଯାଇଛନ୍ତି । ଜଙ୍ଗଲରେ ଗୁମ୍ଫାମାନ ଖାଲି ପଡିଛି । ଗୁରୁ ହୋଇ ବସିଛନ୍ତି । ନଚେତ୍ ସେମାନଙ୍କୁ ନିବୃତ୍ତମାର୍ଗର ଜ୍ଞାନ ଦେଇ ପବିତ୍ରତା ଶିଖାଇବା ଦରକାର । ଆଜିକାଲି ତ ଦେଖ ସନ୍ନ୍ୟାସୀମାନେ ବିବାହ ଆଦି କରାଉଛନ୍ତି ।

ତୁମେ ପିଲାମାନେ ତ ନିଜର ଯୋଗବଳ ଦ୍ୱାରା ନିଜର କର୍ମେନ୍ଦ୍ରିୟକୁ ବଶୀଭୂତ କରୁଛ । କର୍ମେନ୍ଦ୍ରିୟ ଯୋଗବଳ ଦ୍ୱାରା ଶୀତଳ ହୋଇଯିବ । କର୍ମେନ୍ଦ୍ରିୟରେ ଚଞ୍ଚଳତା ରହିଥାଏ ନା । ଏବେ କର୍ମେନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ, ଯେପରି କୌଣସି ଚଞ୍ଚଳତା ନ ରହିବ । ଯୋଗବଳ ବିନା କର୍ମେନ୍ଦ୍ରିୟକୁ ବଶ କରିବା ଅସମ୍ଭବ । ବାବା କହୁଛନ୍ତି କର୍ମେନ୍ଦ୍ରିୟର ଚଞ୍ଚଳତା ଯୋଗବଳ ଦ୍ୱାରା ହିଁ ତୁଟିବ । ଯୋଗବଳର ତାକତ ତ ରହିଛି ନା । ଏଥିରେ ବହୁତ ମେହନତ ଲାଗିଥାଏ । ଆଗକୁ ଗଲେ କର୍ମେନ୍ଦ୍ରିୟର ଚଞ୍ଚଳତା ରହିବ ନାହିଁ । ସତ୍ୟଯୁଗରେ ତ କୌଣସି ବେମାରୀ ହେବ ନାହିଁ । ଏଠାରେ ତୁମେ କର୍ମେନ୍ଦ୍ରିୟକୁ ବଶୀଭୂତ କରି ଯାଉଛ, ତେଣୁ ସେଠାରେ କୌଣସି ବେମାରୀ ହୁଏ ନାହିଁ । ନାମ ହିଁ ହେଉଛି ସ୍ୱର୍ଗ । ତାକୁ ଭୁଲିଯିବା କାରଣରୁ ଲକ୍ଷେ ଲକ୍ଷେ ବର୍ଷ କହିଦେଉଛନ୍ତି । ଏ ପର୍ଯ୍ୟନ୍ତ ମଧ୍ୟ ମନ୍ଦିର ଆଦି ତିଆରି କରି ଚାଲିଛନ୍ତି । ଯଦି ଲକ୍ଷ-ଲକ୍ଷ ବର୍ଷ ହୋଇଥାନ୍ତା ତେବେ ପୁଣି କୌଣସି କଥା ହିଁ ମନେ ରହି ନ ଥା’ନ୍ତା । ଏହିସବୁ ମନ୍ଦିର ଆଦି କାହିଁକି ତିଆରି କରୁଛନ୍ତି? ସ୍ୱର୍ଗରେ କର୍ମେନ୍ଦ୍ରିୟଗୁଡିକ ଶୀତଳ ହୋଇ ରହିଥାଏ । କୌଣସି ଚଞ୍ଚଳତା ନ ଥାଏ । ଶିବବାବାଙ୍କର ତ କର୍ମେନ୍ଦ୍ରିୟ ନାହିଁ । ବାକି ଆତ୍ମାରେ ତ ସାରା ଜ୍ଞାନ ରହିଛି ନା । ସେ ହିଁ ଶାନ୍ତିର ସାଗର, ସୁଖର ସାଗର ଅଟନ୍ତି । ସେମାନେ କହୁଛନ୍ତି କର୍ମେନ୍ଦ୍ରିୟ ବଶ ହୋଇପାରିବ ନାହିଁ । ବାବା କହୁଛନ୍ତି ଯୋଗବଳ ଦ୍ୱାରା ତୁମେ କର୍ମେନ୍ଦ୍ରିୟ ଗୁଡିକୁ ବଶୀଭୂତ କର । ବାବାଙ୍କ ୟାଦରେ ରୁହ । କୌଣସି ବି ବେନିୟମ କାର୍ଯ୍ୟ କର୍ମେନ୍ଦ୍ରିୟ ଦ୍ୱାରା କରିବା ଅନୁଚିତ୍ । ଏପରି ସ୍ନେହୀ ବାବାଙ୍କୁ ମନେ ପକାଇ-ପକାଇ ଆଖିରେ ପ୍ରେମର ଲୁହ ଆସିଯିବା ଦରକାର । ଆତ୍ମା ପରମାତ୍ମାଙ୍କ ସହ ତ ଲୀନ ହୁଏ ନାହିଁ । ବାବାଙ୍କ ସହ କଳ୍ପରେ ଥରେ ମାତ୍ର ମିଳନ ହେଉଛି, ଯେତେବେଳେ ସେ ଶରୀରର ଲୋନ୍ ନେଉଛନ୍ତି । ତେବେ ଏପରି ବାବାଙ୍କ ସାଥିରେ କେତେ ସ୍ନେହର ସହିତ ଚାଲିବା ଦରକାର । ବ୍ରହ୍ମାବାବା ମଧ୍ୟ ଖୁସିରେ ବିଭୋର ହୋଇଗଲେ । ଓହୋ! ବାବା ମୋତେ ବିଶ୍ୱର ମାଲିକ କରୁଛନ୍ତି, ପୁଣି ଏହି ଧନ ସମ୍ପତ୍ତି ଆଦି କ’ଣ କରିବି, ଛାଡ ଏ ସବୁକୁ । ଯେପରି ପାଗଳ ମାନେ ହୋଇଥାନ୍ତି ନା । ସମସ୍ତେ କହିବାକୁ ଲାଗିଲେ ହଠାତ୍ ଏହାଙ୍କର କ’ଣ ହେଲା । ବ୍ୟବସାୟ ଆଦି ସବୁ ଛାଡି ଆସିଗଲେ । ଖୁସିର ପାରଦ ଚଢିଗଲା । ସାକ୍ଷାତ୍‌କାର ହେବାକୁ ଲାଗିଲା । ରାଜତ୍ୱ ମିଳିବ କିନ୍ତୁ କିପରି ମିଳିବ? କ’ଣ ହେବ? ଏ କଥା କିଛି ହେଲେ ଜାଣି ନ ଥିଲେ । ବାସ୍ ମିଳିବ, ଏହି ରାଜତ୍ୱର ଖୁସିରେ ସବୁ କିଛି ଛାଡି ଦେଲେ । ପୁଣି ଧିରେ ଧିରେ ଜ୍ଞାନ ମିଳିବାକୁ ଲାଗିଲା । ତୁମେ ପିଲାମାନେ ଏଠାକୁ ସ୍କୁଲକୁ ଆସିଛ, ଲକ୍ଷ୍ୟ ତ ରହିଛି ନା । ଏହା ହେଉଛି ରାଜଯୋଗ । ବେହଦର ବାବାଙ୍କ ପାଖକୁ ରାଜତ୍ୱ ନେବା ପାଇଁ ଆସିଛ । ପିଲାମାନେ ଜାଣିଛନ୍ତି ଆମେ ବାବାଙ୍କ ପାଖରେ ପଢୁଛୁ, ଯାହାଙ୍କୁ ମନେ ପକାଉଥିଲୁ କି ବାବା ଆସି ଆମର ଦୁଃଖ ହରଣ କରି ସୁଖ ଦିଅ । ଝିଅମାନେ କହିଥାନ୍ତି ଆମକୁ କୃଷ୍ଣଙ୍କ ପରି ସନ୍ତାନ ମିଳୁ । ଆରେ ସେ ତ ବୈକୁଣ୍ଠରେ ମିଳିବେ ନା । କୃଷ୍ଣ ହେଉଛନ୍ତି ବୈକୁଣ୍ଠର ମାଲିକ, ତାଙ୍କୁ ତୁମେ ଝୁଲାଉଛ, ତେବେ ତାଙ୍କ ପରି ସନ୍ତାନ ତ ବୈକୁଣ୍ଠରେ ହିଁ ମିଳିବ ନା । ଏବେ ତୁମେ ବୈକୁଣ୍ଠର ରାଜତ୍ୱ ନେବାକୁ ଆସିଛ । ସେଠାରେ ନିଶ୍ଚିତ ରାଜକୁମାର-କୁମାରୀ ହିଁ ମିଳିବେ । ପବିତ୍ର ସନ୍ତାନ ମିଳୁ, ଏହି ଆଶା ମଧ୍ୟ ପୂର୍ଣ୍ଣ ହେବ । ଏପରି ତ ଏଠାରେ ମଧ୍ୟ ବହୁତ ରାଜକୁମାର-କୁମାରୀ ଅଛନ୍ତି କିନ୍ତୁ ଏମାନେ ହେଉଛନ୍ତି ନର୍କବାସୀ । ତୁମେ ଚାହୁଁଛ ସ୍ୱର୍ଗବାସୀଙ୍କୁ । ପାଠପଢା ତ ବହୁତ ସହଜ । ବାବା କହୁଛନ୍ତି ତୁମେ ବହୁତ ଭକ୍ତି କରିଛ, ଧକ୍କା ଖାଇଛ । ତୁମେ କେତେ ଖୁସିରେ ତୀର୍ଥ ଆଦିକୁ ଯାଉଛ । ଅମରନାଥକୁ ଯାଆନ୍ତି ଭାବନ୍ତି ଶଙ୍କର ପାର୍ବତୀଙ୍କୁ ଅମରକଥା ଶୁଣାଇଥିଲେ । ଅମରନାଥଙ୍କର ସତ୍ୟକଥା ତୁମେ ଏବେ ଶୁଣୁଛ । ଏହା ତ ବାବା ବସି ତୁମମାନଙ୍କୁ ଶୁଣାଉଛନ୍ତି । ତୁମେ ଆସିଛ - ବାବାଙ୍କ ପାଖକୁ । ଜାଣିଛ ଇଏ ହେଉଛନ୍ତି ଭାଗ୍ୟଶାଳୀ ରଥ । ଶିବବାବା ଏହାଙ୍କ ଶରୀର ରୂପୀ ରଥକୁ ଲୋନ୍‌ରେ ନେଇଛନ୍ତି । ଆମେ ଶିବବାବାଙ୍କ ପାଖକୁ ଯାଉଛୁ, ତାଙ୍କର ହିଁ ଶ୍ରୀମତରେ ଚାଲିବୁ । କିଛି ବି ପଚାରିବାକୁ ହେଲେ ବାବାଙ୍କୁ ପଚାରିପାରିବ । କହୁଛନ୍ତି - ବାବା ଆମେ ପଚାରି ପାରୁନାହୁଁ । ଏଥିପାଇଁ ତୁମେ ପୁରୁଷାର୍ଥ କର, ଏଥିରେ ବାବା କ’ଣ କରିପାରିବେ ।

ବାବା ତୁମମାନଙ୍କୁ ଶ୍ରେଷ୍ଠ କରିବା ପାଇଁ ସହଜ ରାସ୍ତା ବତାଉଛନ୍ତି - ପ୍ରଥମରେ ତ କର୍ମେନ୍ଦ୍ରିୟକୁ ବଶୀଭୂତ କର, ଦ୍ୱିତୀୟରେ ଦୈବୀଗୁଣ ଧାରଣ କର । କେହି କ୍ରୋଧ ଆଦି କଲେ ଶୁଣ ନାହିଁ । ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦିଅ । ଯେଉଁ ବିକାରୀ କଥା ପସନ୍ଦ ନ ଆସୁଛି, ତାକୁ ଶୁଣ ହିଁ ନାହିଁ । ଯଦି ପତି କ୍ରୋଧ କରୁଛନ୍ତି, ମାରୁଛନ୍ତି ତେବେ କ’ଣ କରିବା ଦରକାର? ଯେତେବେଳେ ଦେଖୁଛ ପତି କ୍ରୋଧ କରୁଛନ୍ତି ସେତେବେଳେ ତାଙ୍କ ଉପରେ ଫୁଲ ବର୍ଷା କର ଅର୍ଥାତ୍ ଶୁଭଭାବନାର ବର୍ଷା କର । ହର୍ଷିତ ହୋଇ ରୁହ । ଯୁକ୍ତି ତ ବହୁତ ରହିଛି । କାମେଷୁ, କ୍ରୋଧେଷୁ ହୋଇଥା’ନ୍ତି ନା! ଅବଳାମାନେ ଡାକୁଛନ୍ତି । ଜଣେ ଦ୍ରୌପଦୀ ନୁହେଁ, ସମସ୍ତେ ଦୌପଦୀ ଅଟନ୍ତି । ଏବେ ବାବା ଆସିଛନ୍ତି ନଗ୍ନ ହେବାରୁ ମୁକ୍ତ କରିବା ପାଇଁ । ବାବା କହୁଛନ୍ତି ଏହି ମୃତ୍ୟୁଲୋକରେ ତୁମର ଏହା ଅନ୍ତିମ ଜନ୍ମ ଅଟେ । ମୁଁ ତୁମ ପିଲାମାନଙ୍କୁ ଶାନ୍ତିଧାମ ନେଇଯିବାକୁ ଆସିଛି । ସେଠାକୁ ପତିତ ଆତ୍ମା ତ ଯାଇପାରିବ ନାହିଁ, ସେଥିପାଇଁ ମୁଁ ଆସି ସମସ୍ତଙ୍କୁ ପାବନ କରୁଛି । ଯାହାଙ୍କୁ ଯେଉଁ ପାର୍ଟ ମିଳିଛି ତାହା ପୂରା କରି ଏବେ ସମସ୍ତଙ୍କୁ ଫେରି ଯିବାକୁ ହେବ । ସାରା ବୃକ୍ଷର ରହସ୍ୟ ବୁଦ୍ଧିରେ ରହିଛି । ବାକି ବୃକ୍ଷର ପତ୍ର କ’ଣ କେହି ଗଣିପାରିବେ କି । ତେଣୁ ବାବା ମଧ୍ୟ ମୂଳକଥା ବୁଝାଉଛନ୍ତି - ବୀଜ ଏବଂ ବୃକ୍ଷ । ବାକି ମନୁଷ୍ୟ ତ ଢେର ଅଛନ୍ତି । ଜଣ-ଜଣଙ୍କର ଅନ୍ତରର କଥାକୁ କ’ଣ ବସି ଜାଣିବେ କି । ମନୁଷ୍ୟ ଭାବୁଛନ୍ତି ଭଗବାନ ତ ଅନ୍ତର୍ଯ୍ୟାମୀ ଅଟନ୍ତି ପ୍ରତ୍ୟେକଙ୍କର ଅନ୍ତରର କଥାକୁ ଜାଣିଛନ୍ତି । ଏ ସବୁ ହେଉଛି ଅନ୍ଧଶ୍ରଦ୍ଧା ।

ବାବା କହୁଛନ୍ତି ତୁମେ ମୋତେ ଡାକୁଛ କି ଆସି ଆମକୁ ପତିତରୁ ପାବନ କର, ରାଜଯୋଗ ଶିଖାଅ । ଏବେ ତୁମେ ରାଜଯୋଗ ଶିଖୁଛ । ବାବା କହୁଛନ୍ତି ମୋତେ ମନେ ପକାଅ । ବାବା ଏହି ମତ ଦେଉଛନ୍ତି ନା । ବାବାଙ୍କର ଶ୍ରୀମତ ଏବଂ ଗତି ସବୁଠାରୁ ନିଆରା । ମତ ଅର୍ଥାତ୍ ରାୟ, ଯାହା ଦ୍ୱାରା ଆମର ସଦ୍‌ଗତି ହେଉଛି । ସେହି ଏକମାତ୍ର ବାବା ଆମର ସଦ୍‌ଗତିଦାତା, ଦ୍ୱିତୀୟ କେହି ନୁହଁନ୍ତି । ବର୍ତ୍ତମାନ ସମୟରେ ହିଁ ଡାକୁଛନ୍ତି । ସତ୍ୟଯୁଗରେ ତ ଡାକନ୍ତି ନାହିଁ । ଏବେ ହିଁ କହୁଛନ୍ତି ସମସ୍ତଙ୍କର ସଦ୍‌ଗତି ଦାତା ହେଉଛନ୍ତି ଏକମାତ୍ର ରାମ । ମାଳା ଗଡାଇବା ସମୟରେ ଯେତେବେଳେ ଫୁଲ ଆସିଥାଏ ସେତେବେଳେ ରାମ କହି ଆଖିରେ ଲଗାଇଥାନ୍ତି । ଏକମାତ୍ର ଫୁଲକୁ ଜପିବାକୁ ହେବ । ବାକି ସବୁ ହେଉଛି ତାଙ୍କର ପବିତ୍ର ରଚନା । ମାଳାକୁ ତୁମେ ଭଲ ଭାବରେ ଜାଣିଯାଇଛ । ଯେଉଁମାନେ ବାବାଙ୍କ ସାଥିରେ ସେବା କରୁଛନ୍ତି ଏହି ମାଳା ହେଉଛି ସେହିମାନଙ୍କର । ଶିବବାବାଙ୍କୁ ରଚୟିତା କୁହାଯିବ ନାହିଁ । ରଚୟିତା କହିଲେ ପ୍ରଶ୍ନ ଉଠିବ ଯେ କେବେ ରଚନା କରିଥିଲେ? ପ୍ରଜାପିତା ବ୍ରହ୍ମା ଏବେ ସଂଗମରେ ହିଁ ବ୍ରାହ୍ମଣମାନଙ୍କୁ ରଚନା କରୁଛନ୍ତି ନା । ଶିବବାବାଙ୍କର ରଚନା ତ ହେଉଛି ଅନାଦି । କେବଳ ପତିତରୁ ପାବନ କରିବା ପାଇଁ ବାବା ଆସୁଛନ୍ତି । ଏବେ ତ ଏହି ସୃଷ୍ଟି ପୁରୁଣା ହୋଇଯାଇଛି । ନୂଆ ସୃଷ୍ଟିରେ ଦେବତାମାନେ ରୁହନ୍ତି । ତେବେ ଶୂଦ୍ରଙ୍କୁ ଦେବତା କିଏ କରିବେ । ଏବେ ତୁମେ ପୁନର୍ବାର ଦେବତା ହେଉଛ । ଜାଣିଛ ଯେ ବାବା ଆମକୁ ଶୂଦ୍ରରୁ ବ୍ରାହ୍ମଣ, ବ୍ରାହ୍ମଣରୁ ଦେବତା କରୁଛନ୍ତି । ଏବେ ତୁମେ ବ୍ରାହ୍ମଣ ହୋଇଛ, ଦେବତା ହେବା ପାଇଁ । ମନୁଷ୍ୟ ସୃଷ୍ଟିର ରଚୟିତା ହେଉଛନ୍ତି ବ୍ରହ୍ମା, ଯିଏକି ମନୁଷ୍ୟ ସୃଷ୍ଟିର ମୁଖ୍ୟ ଅଟନ୍ତି । ବାକି ଆତ୍ମାମାନଙ୍କର ଅବିନାଶୀ ପିତା ହିଁ ତ ହେଉଛନ୍ତି ଶିବ । ଏହି ସବୁ ନୂଆ କଥା ତୁମେମାନେ ଶୁଣୁଛ । ଯେଉଁମାନେ ବୁଦ୍ଧିବାନ୍ ସେହିମାନେ ଭଲ ଭାବରେ ଧାରଣ କରିଥାନ୍ତି । ଧିରେ ଧିରେ ତୁମମାନଙ୍କର ମଧ୍ୟ ବୃଦ୍ଧି ହୋଇଚାଲିବ । ଏବେ ତୁମ ପିଲାମାନଙ୍କର ସ୍ମୃତିରେ ଆସିଛି, ଆମେ ଅସଲରେ ଦେବତା ଥିଲୁ ପୁଣି ୮୪ ଜନ୍ମ କିପରି ନେଇଥାଉ । ସବୁ ରହସ୍ୟ ତୁମେମାନେ ଜାଣିଛ । ଅଧିକ କଥାରେ ମୁଣ୍ଡ ପୁରାଇବାର କୌଣସି ଆବଶ୍ୟକତା ହିଁ ନାହିଁ ।

ବାବାଙ୍କଠାରୁ ପୂରା ବର୍ସା ନେବା ପାଇଁ ମୁଖ୍ୟ କଥା ବାବା କହୁଛନ୍ତି - ପ୍ରଥମତଃ ମୋତେ ମନେ ପକାଅ, ଦ୍ୱିତୀୟରେ ପବିତ୍ର ହୁଅ । ସ୍ୱଦର୍ଶନ ଚକ୍ରଧାରୀ ହୁଅ ଏବଂ ନିଜ ସମାନ କରାଅ । କେତେ ସହଜ କଥା । କେବଳ ୟାଦ ସ୍ଥାୟୀ ହୋଇ ରହୁନାହିଁ । ଜ୍ଞାନ ତ ବହୁତ ସହଜ । ଏବେ ପୁରୁଣା ଦୁନିଆ ଖତମ ହୋଇଯିବ । ପୁଣି ସତ୍ୟଯୁଗ ନୂଆ ଦୁନିଆରେ ଦେବୀ-ଦେବତାମାନେ ରାଜତ୍ୱ କରିବେ । ଏହି ଦୁନିଆରେ ପୁରୁଣାରୁ ପୁରୁଣା ଏହି ଦେବତାମାନଙ୍କର ଚିତ୍ର ଓ ଦେବତାମାନଙ୍କର ମହଲ ଆଦି ରହିଛି । ତୁମେ କହିବ ପୁରୁଣାରୁ ପୁରୁଣା ଆମେ ବିଶ୍ୱର ମହାରାଜା-ମହାରାଣୀ ଥିଲୁ । ଶରୀର ତ ବିନାଶ ହୋଇଯାଉଛି । ବାକି ଚିତ୍ର ଆଦି ତିଆରି କରୁଛନ୍ତି କିନ୍ତୁ ଏହା କ’ଣ କାହାକୁ ଜଣା ଅଛି କି ଏହି ଲକ୍ଷ୍ମୀ-ନାରାୟଣ ଯିଏକି ରାଜତ୍ୱ କରୁଥିଲେ ସେମାନେ କେଉଁଆଡେ ଗଲେ? ରାଜତ୍ୱ କିପରି ନେଇଥିଲେ? ବିରଲା ଏତେ ମନ୍ଦିର ତିଆରି କରୁଛନ୍ତି, କିନ୍ତୁ କିଛି ହେଲେ ଜାଣିନାହାଁନ୍ତି । ପଇସା ମିଳିଚାଲିଛି ଏବଂ ତିଆରି କରିଚାଲିଛନ୍ତି । ଭାବୁଛନ୍ତି ଏହା ଦେବତାମାନଙ୍କର କୃପା । ଏକମାତ୍ର ଶିବଙ୍କର ପୂଜା ହେଉଛି ଅବ୍ୟଭିଚାରୀ ଭକ୍ତି । ଜ୍ଞାନଦାତା ତ ହେଉଛନ୍ତି ଏକମାତ୍ର ଜ୍ଞାନର ସାଗର, ବାକି ସବୁ ହେଉଛି ଭକ୍ତିମାର୍ଗ । ଜ୍ଞାନ ଦ୍ୱାରା ଅଧାକଳ୍ପ ସଦ୍‌ଗତି ହେଉଛି ତାପରେ ଭକ୍ତିର ଆବଶ୍ୟକତା ପଡେ ନାହିଁ । ଜ୍ଞାନ, ଭକ୍ତି, ବୈରାଗ୍ୟ । ଏବେ ଭକ୍ତିରୁ, ପୁରୁଣା ଦୁନିଆଠାରୁ ବୈରାଗ୍ୟ । ପୁରୁଣା ଏବେ ଖତମ ହୋଇଯିବ, ଏଥିରେ କାହିଁକି ଆସକ୍ତି ରଖିବୁ । ଏବେ ତ ନାଟକ ପୂରା ହେଉଛି, ଆମେ ଯାଉଛୁ ଘରକୁ । ସେହି ଖୁସି ମଧ୍ୟ ରହୁଛି । ଅନେକ ଭାବୁଛନ୍ତି ମୋକ୍ଷ ପାଇବା ତ ଭଲ ପୁଣି ଆଉ ଏଠାକୁ ଆସିବୁ ନାହିଁ । ଆତ୍ମା ପାଣିଫୋଟକା ପରି ଅଟେ ଯାହାକି ସାଗରରେ ମିଶିଯାଇଥାଏ । ଏ ସବୁ ହେଉଛି ଗପ । ଅଭିନେତା ତ ନିଶ୍ଚିତ ଅଭିନୟ କରିବ, ଯିଏ ଘରେ ବସିଯିବ ସେ କ’ଣ ଅଭିନେତା ହେଲେ କି । ମୋକ୍ଷ କେବେ ହୁଏ ନାହିଁ । ଏହି ଡ୍ରାମା ଅନାଦି ପୂର୍ବ ପ୍ରସ୍ତୁତ ଅଟେ । ଏଠାରେ ତୁମକୁ କେତେ ଜ୍ଞାନ ମିଳୁଛି । ମନୁଷ୍ୟଙ୍କ ବୁଦ୍ଧିରେ ତ କିଛି ବି ନାହିଁ । ତୁମର ପାର୍ଟ ହିଁ ରହିଛି - ବାବାଙ୍କଠାରୁ ଜ୍ଞାନ ନେଇ, ସମ୍ପତ୍ତି ପାଇବାର । ତୁମେ ଡ୍ରାମାରେ ବନ୍ଧା ହୋଇଛ । ପୁରୁଷାର୍ଥ ନିଶ୍ଚୟ କରିବ, ଏପରି ନୁହେଁ କି, ଡ୍ରାମାରେ ଥିଲେ ତ ମିଳିବ । ତାହା ହେଲେ ଚୁପ୍‌ଚାପ୍ ବସିଯିବ । କିନ୍ତୁ କର୍ମ ବିନା କେହି ମଧ୍ୟ ରହିପାରିବେ ନାହିଁ । କର୍ମ ସନ୍ନ୍ୟାସ ହୋଇ ହିଁ ପାରିବ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯୋଗବଳର ଆଧାରରେ ନିଜର କର୍ମେନ୍ଦ୍ରିୟଗୁଡିକୁ ଶୀତଳ କରିବାକୁ ହେବ । ନିଜ ଆୟତ୍ତରେ ରଖିବାକୁ ପଡିବ । ବିକାରୀ କଥାବାର୍ତ୍ତା ଶୁଣିବାର ନାହିଁ କି ଶୁଣାଇବାର ନାହିଁ । ଯେଉଁ କଥା ପସନ୍ଦ ହେଉନାହିଁ, ତାକୁ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେବା ଉଚିତ୍ ।

(୨) ବାବାଙ୍କଠାରୁ ପୂରା ବର୍ସା ଅର୍ଥାତ୍ ସମ୍ପତ୍ତି ନେବା ପାଇଁ ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ, ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ନିଜ ସମାନ କରିବାର ସେବା କରିବାକୁ ପଡିବ ।

ବରଦାନ:-
ମୁରଲୀର ବାଦ୍ୟ ଦ୍ୱାରା ମାୟାକୁ ସମର୍ପିତ କରାଉଥିବା ମୁରଲୀଧର ହୁଅ ।

ମୁରଲୀ ତ ତୁମେମାନେ ବହୁତ ଶୁଣିଲଣି ଏବେ ଏଭଳି ମୁରଲୀ ଧର ହୁଅ ଯାହାକି ମାୟା ତୁମର ମୁରଲୀ ଆଗରେ ସମର୍ପିତ ହୋଇଯିବ । ଯଦି ମୁରଲୀରେ ଆସୁଥିବା ଜ୍ଞାନର ରହସ୍ୟ ରୂପକ ବାଦ୍ୟ ସର୍ବଦା ବଜାଉଥିବ ତେବେ ମାୟା ସଦାକାଳ ପାଇଁ ସମର୍ପିତ ହୋଇଯିବ । ତେବେ ମାୟାର ମୁଖ୍ୟ ସ୍ୱରୂପ କାରଣ ରୂପରେ ଆସିଥାଏ । ଯେତେବେଳେ ମୁରଲୀ ଦ୍ୱାରା ତୁମକୁ କାରଣର ନିବାରଣ ମିଳିଯିବ, ସେତେବେଳେ ମାୟା ସଦାକାଳ ପାଇଁ ସମାପ୍ତ ହୋଇଯିବ । କାରଣ ସମାପ୍ତ ହେବା ଅର୍ଥ ମାୟା ସମାପ୍ତ ହେବ ।

ସ୍ଲୋଗାନ:-
ଯଦି ଅନୁଭବୀ ସ୍ୱରୂପ ହୋଇଯିବ ତେବେ ତୁମର ଚେହେରା ଦ୍ୱାରା ସୌଭାଗ୍ୟର ଝଲକ ଦେଖାଯିବ ।

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।

ସଂଗମଯୁଗୀ ବ୍ରାହ୍ମଣ ଜୀବନର ବିଶେଷତା ହେଲା ପବିତ୍ରତା । ପ୍ରବୃତ୍ତି ଅର୍ଥାତ୍ ଘର ଗୃହସ୍ଥ ଭିତରେ ରହି ଅପବିତ୍ରତା ଠାରୁ ନିବୃତ୍ତ ରହିବା, ସ୍ୱପ୍ନ ମାତ୍ରରେ ମଧ୍ୟ ଅପବିତ୍ରତାର ସଂକଳ୍ପ ଠାରୁ ମୁକ୍ତ ରହିବା ହିଁ ହେଉଛି ଚାଲେଞ୍ଚ କରିବାର ଆଧାର, ଏହା ହିଁ ହେଉଛି ତୁମ ବ୍ରାହ୍ମଣମାନଙ୍କର ଆତ୍ମିକ ରାଜକୀୟତା ଏବଂ ବ୍ୟକ୍ତିତ୍ୱ ।