01.06.25 Avyakt Bapdada Odia Murli 21.10.2005 Om Shanti Madhuban
“ସମ୍ପୂର୍ଣ୍ଣ ଏବଂ
ସମ୍ପନ୍ନ ହେବାର ତିଥି ନିଧାର୍ଯ୍ୟ କରି ସମୟ ଅନୁସାରେ ଏବେ ସଦା ପ୍ରସ୍ତୁତ ରୁହ”
ଆଜି ବାପଦାଦା ଚାରିଆଡର
ପିଲାମାନଙ୍କର ତିନୋଟି ରୂପକୁ ଦେଖୁଛନ୍ତି । ଯେପରି ବାବାଙ୍କର ବିଶେଷ କରି ତିନୋଟି ସମ୍ବନ୍ଧ
ସ୍ମୃତିରେ ରହୁଛି ସେହିପରି ପିଲାମାନଙ୍କର ମଧ୍ୟ ତିନୋଟି ରୂପକୁ ଦେଖି ବାପଦାଦା ହର୍ଷିତ ହେଉଛନ୍ତି
। ତେବେ ନିଜର ତିନୋଟିଯାକ ରୂପକୁ ତ ଜାଣିଛ ନା! ଏହି ସମୟରେ ସବୁ ପିଲା ବ୍ରାହ୍ମଣ ରୂପରେ ଅଛନ୍ତି
ଏବଂ ବ୍ରାହ୍ମଣ ଜୀବନର ଶେଷ ଅବସ୍ଥା, ବ୍ରାହ୍ମଣ ତଥା ଫରିସ୍ତା ଅଟେ ଏବଂ ଫରିସ୍ତାରୁ ପୁଣି ଦେବତା
ହେବ । ତେବେ ସବୁଠାରୁ ବିଶେଷ ହେଲା ବର୍ତ୍ତମାନର ବ୍ରାହ୍ମଣ ଜୀବନ । ବ୍ରାହ୍ମଣ ଜୀବନ ଅମୂଲ୍ୟ ଅଟେ
। ବ୍ରାହ୍ମଣ ଜୀବନର ବିଶେଷତା ହେଲା ପବିତ୍ରତା ଏବଂ ପବିତ୍ରତା ହିଁ ବ୍ରାହ୍ମଣ ଜୀବନର ରିୟଲଟୀ
ଅର୍ଥାତ୍ ବାସ୍ତବିକତା ଅଟେ । ପବିତ୍ରତା ହିଁ ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ଅଟେ । ପବିତ୍ରତା
ହିଁ ସୁଖ ଶାନ୍ତିର ଜନନୀ । ଜୀବନରେ ପବିତ୍ରତା ଯେତିକି ଥିବ ସେହି ଅନୁସାରେ ସୁଖ ଏବଂ ଶାନ୍ତି
ମଧ୍ୟ ଜୀବନରେ ସ୍ୱାଭାବିକ ଭାବରେ ରହିଥିବ ଏବଂ ସ୍ୱଭାବରେ ମଧ୍ୟ ପରିଣତ ହୋଇଥିବ ଏବଂ ପବିତ୍ର
ଆତ୍ମାମାନଙ୍କର ଲକ୍ଷ୍ୟ ବ୍ରାହ୍ମଣରୁ ଦେବତା ନୁହେଁ, ପ୍ରଥମେ ଫରିସ୍ତା ହେବାର ଅଛି ତା’ପରେ
ଫରିସ୍ତାରୁ ଦେବତା । ତେବେ ବ୍ରାହ୍ମଣରୁ ଫରିସ୍ତା ଏବଂ ଫରିସ୍ତାରୁ ଦେବତା - ଏହି ତିନୋଟି ରୂପ
ବାପଦାଦା ସବୁ ପିଲାଙ୍କର ଦେଖୁଛନ୍ତି । ଏବେ ତୁମ ସମସ୍ତଙ୍କ ସମ୍ମୁଖକୁ ନିଜର ଏହି ତିନୋଟି ରୂପ
ଆସିଗଲା ତ? ଆସିଗଲା? ବ୍ରାହ୍ମଣ ତ ହୋଇଯାଇଛ, ଏବେ ଲକ୍ଷ୍ୟ ରହିଛି ଫରିସ୍ତା ହେବାର । ଏହି
ଲକ୍ଷ୍ୟ ରଖିଛ ନା! ଫରିସ୍ତା ହେବାକୁ ହିଁ ପଡିବ, ଚେକ୍ କର ଫରିସ୍ତା ପଣିଆର ବିଶେଷତା ଗୁଡିକ
ଜୀବନରେ କେତେ ପରିମାଣରେ ଦେଖାଯାଉଛି? ଫରିସ୍ତା ଅର୍ଥାତ୍ ଯାହାର ପୁରୁଣା ସଂସ୍କାର ତଥା ପୁରୁଣା
ସଂସାର ସହିତ କୌଣସି ସମ୍ବନ୍ଧ ନ ଥିବ । ଫରିସ୍ତା ଅର୍ଥାତ୍ କେବଳ ସମସ୍ୟା ଆସିବା ସମୟରେ ଡବଲ
ଲାଇଟ୍ ହେଉଥିବ, ତାହା ନୁହେଁ କିନ୍ତୁ ସର୍ବଦା ମନ-ବଚନ-କର୍ମ, ସମ୍ବନ୍ଧ-ସମ୍ପର୍କରେ ଡବଲ ଲାଇଟ୍
ଅର୍ଥାତ୍ ହାଲୁକା । ତେବେ ହାଲୁକା ଜିନିଷ ଭଲ ଲାଗେ, ନା ବୋଝବାଲା ଜିନିଷ ଭଲ ଲାଗେ, କ’ଣ ଭଲ ଲାଗେ?
ହାଲୁକା ପସନ୍ଦ ଅଟେ ନା? ଫରିସ୍ତା ଅର୍ଥାତ୍ ଯିଏ ସମସ୍ତଙ୍କର ଅଟେ, ଅଳ୍ପ କିଛି ଜଣଙ୍କର ନୁହେଁ ।
ସମସ୍ତଙ୍କର ପ୍ରିୟ ମଧ୍ୟ ହୋଇଥିବ ଏବଂ ନିଆରା ମଧ୍ୟ ହୋଇଥିବ । କେବଳ ପ୍ରିୟ ନୁହେଁ, ଯେତିକି
ପ୍ରିୟ ସେତିକି ନିଆରା ମଧ୍ୟ ହୋଇଥିବ । ଫରିସ୍ତାର ଲକ୍ଷଣ ହେଲା - ସେ ସମସ୍ତଙ୍କର ପ୍ରିୟ ହୋଇଥିବ
। ଯିଏ ବି ଦେଖିବେ, ଯିଏ ବି ମିଶିବେ, ଯିଏ ବି ସମ୍ବନ୍ଧରେ ଆସିବେ ସମ୍ବନ୍ଧ-ସମ୍ପର୍କରେ ଆସିବେ
ସେମାନେ ଅନୁଭବ କରିବେ ଯେ ଇଏ ମୋ’ର ଅଟନ୍ତି । ଯେପରି ବାବାଙ୍କ ପାଇଁ ସମସ୍ତେ ଅନୁଭବ କରୁଛନ୍ତି
ବାବା ମୋ’ର ଅଟନ୍ତି । ଅନୁଭବ କରୁଛନ୍ତି ନା! ସେହିଭଳି ଫରିସ୍ତା ଅର୍ଥାତ୍ ସମସ୍ତେ ଅନୁଭବ କରିବେ
ଯେ ଇଏ ମୋ’ର ଅତି ନିଜର ଅଟନ୍ତି । ନିଜର ପଣିଆର ଅନୁଭବ ହେଉ କାହିଁକି ନା ହାଲୁକା ହୋଇଥିବ ନା!
ତେଣୁ ହାଲୁକା ପଣିଆ ସମସ୍ତଙ୍କର ପ୍ରିୟ କରିଦେଇଥାଏ । ସାରା ବ୍ରାହ୍ମଣ ପରିବାର ଅନୁଭବ କରନ୍ତୁ
ଯେ ଇଏ ମୋର ନିଜର ଅଟନ୍ତି । କେବେ ବି ଭାରୀପଣିଆ ଦେଖାଯିବା ଉଚିତ୍ ନୁହେଁ କାହିଁକି ନା
ଫରିସ୍ତାର ଅର୍ଥ ହେଲା ଡବଲ ଲାଇଟ୍ । ଫରିସ୍ତା ଅର୍ଥାତ୍ ସଂକଳ୍ପ, ବାଣୀ, କର୍ମ ଏବଂ
ସମ୍ବନ୍ଧ-ସମ୍ପର୍କରେ ବେହଦ ଅର୍ଥାତ୍ ଉଦାରମନା ହୋଇଥିବ । ହଦ୍ ଅର୍ଥାତ୍ ସଂକୀର୍ଣ୍ଣତା ନ ଥିବ ।
ସମସ୍ତେ ମୋ’ର ନିଜର ଏବଂ ମୁଁ ସମସ୍ତଙ୍କର ନିଜର । ଯେଉଁଠି ଅଧିକ ନିଜର ପଣିଆ ରହିଥାଏ ସେଠାରେ
ହାଲୁକା ପଣିଆ ମଧ୍ୟ ରହିଥାଏ । ସଂସ୍କାରରେ ମଧ୍ୟ ହାଲୁକା ପଣିଆ । ତେବେ ଚେକ୍ କର କେତେ ପରିମାଣରେ
ଫରିସ୍ତା ସ୍ଥିତି ପର୍ଯ୍ୟନ୍ତ ପହଞ୍ଚିଲିଣି? ଚେକ୍ କରିବା ତ ଜଣା ଅଛି ନା? ଚେକର ମଧ୍ୟ ହୋଇଯାଇଛ,
ମେକର ଅର୍ଥାତ୍ ନିଜର ନିର୍ମାତା ମଧ୍ୟ ହୋଇଯାଇଛ । ତେଣୁ ଅଭିନନ୍ଦନ ।
ବାପଦାଦାଙ୍କର ଏହି ଶୁଭ
ଆଶା ରହିଛି ଯେ ଏବେ ସମୟକୁ ଦୃଷ୍ଟିରେ ରଖି ଯେଉଁମାନେ ନିଜକୁ ମହାରଥୀ ମନେ କରୁଛନ୍ତି ସେମାନଙ୍କର
ସ୍ଥିତି ୯୫ ପ୍ରତିଶତ ପର୍ଯ୍ୟନ୍ତ ହେବା ଉଚିତ୍ । କ’ଣ ହେବା ଉଚିତ୍ ନା! (କିଏ ଜଣେ କହିଲେ ୯୮
ପ୍ରତିଶତ ହୋଇଯିବୁ) ଅଭିନନ୍ଦନ । ତୁମ ମୁଖରେ ଗୋଲାପ ଜାମୁ । କାହିଁକି ନା ତୁମେମାନେ ତ ଦେଖୁଛ
ଏବଂ ଜାଣିଛ ଯେ ହେବା ମଧ୍ୟ ସୁନିଶ୍ଚିତ ଅଟେ । ହୋଇଯିବୁ ନୁହେଁ, ନିଶ୍ଚିତ ହେବୁ । ହେବୁ କି ନ
ହେବୁ ନୁହେଁ, ନିଶ୍ଚିତ ହେବୁ । ହୋଇଯିବୁ.... ଦେଖିବୁ.... ଚେଷ୍ଟା କରିବୁ.... ଏବେ ଏହି ଭାଷାକୁ
ପରିବର୍ତ୍ତନ କରି ଯାହା ବି ସଂକଳ୍ପ କର, ଚେକ୍ କର ଏହା କେତେ ପ୍ରତିଶତ ନିଶ୍ଚୟ ଏବଂ ସଫଳତା
ପୂର୍ବକ ଅଟେ । ଏବେ ଚେକ୍ କରିବାର ବେଗକୁ ତୀବ୍ର କର । ପ୍ରଥମେ ଚେକ୍ କର, ତା’ପରେ କାର୍ଯ୍ୟରେ
କର । ଏମିତି ନୁହେଁ ଯେ ସଂକଳ୍ପରେ ଯାହା ଆସିଲା, ବାଣୀରେ ଯାହା ଆସିଲା, ସମ୍ବନ୍ଧ-ସମ୍ପର୍କରେ
ଯାହା ବି ହେଲା, ସବୁ ଚଳିଯିବ । ନା । ଯେଉଁମାନେ ଭି.ଭି.ଆଇ.ପି ଅର୍ଥାତ୍ ଅତି ବିଶିଷ୍ଟ ବ୍ୟକ୍ତି
ହୋଇଥାଆନ୍ତି ସେମାନଙ୍କ ପାଇଁ କେତେ ଚେକିଂଗ୍ ହୋଇଥାଏ, ଜଣା ଅଛି ନା! ସବୁ ଜିନିଷକୁ ପ୍ରଥମେ ଚେକ୍
କରାଯାଏ ତା’ପରେ ସେମାନେ ପାଦ ପକାନ୍ତି । ତେବେ ଏବେ ଆଉ ଦୁଇ ଘଣ୍ଟା ପରେ ବା ଚାରିଘଣ୍ଟା ପରେ
ଚେକିଙ୍ଗ୍ କରିଲେ ଚଳିବ ନାହିଁ । ପ୍ରଥମେ ଚେକିଙ୍ଗ୍ କର ତା’ ପରେ ପାଦ ପକାଅ ଅର୍ଥାତ୍ କର୍ମରେ
କର କାହିଁକି ନା ଆଜିକାଲି ଯେଉଁମାନେ ଭି.ଭି. ଆଇ.ପି. ଅଛନ୍ତି, ସେମାନେ ତ ଗୋଟିଏ ଜନ୍ମ ପାଇଁ
ଅଟନ୍ତି, ତାହା ପୁଣି ଅଳ୍ପ କିଛି ସମୟ ପାଇଁ, କିନ୍ତୁ ତୁମେମାନେ ସୃଷ୍ଟି ନାଟକରେ ବ୍ରାହ୍ମଣ ତଥା
ଫରିସ୍ତା ଅଟ, ତେଣୁ ଯେବେ ବି ଅତି ଅତି ବିଶିଷ୍ଟ କୁହାଗଲେ ମଧ୍ୟ ତୁମେମାନେ ସେତିକି ବିଶିଷ୍ଟ ଅଟ
। ତେଣୁ ତୁମେମାନେ ନିଜ ନାମ ପୂର୍ବରୁ ଭି.ଭି.ଭି, ଲଗାଇଚାଲ । ନିଜେ ନିଜର ଚିତ୍ର ବା ମୂର୍ତ୍ତିକୁ
ତ ଦେଖିଛ ନା ଯାହାକି ପୂଜା ହୋଇ ଆସୁଛି, ତାକୁ ତ ଦେଖିଛ ନା! ଆଚ୍ଛା ଠିକ୍ ଅଛି ମନ୍ଦିର ଦେଖ ନାହଁ
କିନ୍ତୁ ଫଟୋ ତ ଦେଖିଛ ନା! ଏବେ ବି ସେମାନଙ୍କର କେତେ ମହତ୍ୱ ରହିଛି! କେତେ ବଡ ବଡ ମନ୍ଦିର ସବୁ
ତିଆରି କରିଛନ୍ତି କିନ୍ତୁ ତୁମମାନଙ୍କର ମୂର୍ତ୍ତି ତ ତିନି ଫୁଟ ଭିତରେ ହିଁ ହୋଇଯାଉଛି, ତେଣୁ
ଏହିଥିରୁ ଜାଣିନିଅ ତୁମମାନଙ୍କର ମୂଲ୍ୟ କେତେ! ଜଡ ଚିତ୍ରର ମଧ୍ୟ ମହତ୍ୱ ରହିଛି । ମହତ୍ୱ ରହିଛି
ନା! ତୁମମାନଙ୍କର ମୂର୍ତ୍ତିକୁ ଦର୍ଶନ କରିବା ପାଇଁ କେତେ ଧାଡି ଲାଗୁଛି । ତେଣୁ ତୁମେମାନେ
ଚୈତନ୍ୟରେ କେତେ ଭି.ଭି. ଆଇ ପି. ଅଟ! ତେଣୁ ପାଦ ଉଠାଇବା ପୂର୍ବରୁ ଅର୍ଥାତ୍ କୌଣସି କର୍ମ କରିବା
ପୂର୍ବରୁ ଚେକ୍ କର । ଯଦି କରିସାରିବା ପରେ ଚେକ୍ କରିବ ତେବେ ସେତିକି କର୍ମ ତ ଗଲା ନା! ତାହା ଆଉ
ତୁମ ହାତକୁ ତ ଆସିବ ନାହିଁ । ଅଜ୍ଞାନ କାଳରେ ମଧ୍ୟ କହିଥାଆନ୍ତି - ଭାବିଚିନ୍ତି କାମ କର । କାମ
କରି ସାରି ଭାବ ନାହିଁ । ପ୍ରଥମେ ଚିନ୍ତା କର, ତା’ପରେ କର । ତେଣୁ ସର୍ବଦା ନିଜର ସ୍ୱମାନ ରୂପୀ
ଆସନ ଉପରେ ବସ । ଯେତେ ଯେତେ ତୁମେ ନିଜର ପୋଜିସନ୍ରେ ଅର୍ଥାତ୍ ସ୍ୱମାନର ସ୍ଥିତିରେ ରହିବ ସେତିକି
ମାୟାର ଅପୋଜିସନ୍ ଅର୍ଥାତ୍ ବିରୋଧ କରିବା ମଧ୍ୟ ବନ୍ଦ ହୋଇଯିବ । କାରଣ ମାୟାର ଅପୋଜିଶନ ସେତେବେଳେ
ହୋଇଥାଏ ଯେତେବେଳେ ତୁମେ ନିଜର ପୋଜିଶନରେ ରହି ନ ଥାଅ । ତେଣୁ ଏବେ ବାପଦାଦା ପ୍ରଶ୍ନ ପଚାରୁଛନ୍ତି,
ସମସ୍ତଙ୍କର ଲକ୍ଷ୍ୟ ତ ସମ୍ପୂର୍ଣ୍ଣ ଏବଂ ସମ୍ପନ୍ନ ହେବାର ରହିଛି ନା! ତେବେ ସମ୍ପୂର୍ଣ୍ଣ ହେବାର
ଲକ୍ଷ୍ୟ ରଖିଛ ନା ଅଳ୍ପ ଅଳ୍ପ ହେଲେ ବି ଚଳିବ । କ’ଣ ଲକ୍ଷ୍ୟ ରଖିଛ? ଯଦି ସମସ୍ତଙ୍କର ଲକ୍ଷ୍ୟ ଅଛି
ତେବେ ହାତ ଉଠାଅ । କ’ଣ ସମ୍ପୂର୍ଣ୍ଣ ହେବାର ଅଛି ତ? ଆଚ୍ଛା! କେବେ ହେବ? ତୁମେମାନେ ଅନ୍ୟମାନଙ୍କୁ
ପ୍ରଶ୍ନ ପଚାରୁଛ ନା, ଛାତ୍ର-ଛାତ୍ରୀମାନଙ୍କୁ ଟୀଚର ପ୍ରଶ୍ନ ପଚାରନ୍ତି ନା - ତୁମ ଜୀବନର ଲକ୍ଷ୍ୟ
କ’ଣ? ତେଣୁ ଆଜି ବାପଦାଦା ବିଶେଷ କରି ଟୀଚମାନଙ୍କୁ ପଚାରୁଛନ୍ତି । ୩୦ ବର୍ଷ ବାଲା ବସିଛନ୍ତି
ନା! ତେଣୁ ୩୦ ବର୍ଷବାଲାଙ୍କୁ କାଲି ହିଁ ପରସ୍ପର ମିଶି ଏହାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା
ଦରକାର । ମିଟିଙ୍ଗ୍ ତ ବହୁତ କରୁଛ । ବାପଦାଦା ଦେଖୁଛନ୍ତି ମିଟିଙ୍ଗ୍ ସିଟିଙ୍ଗ୍, ମିଟିଙ୍ଗ୍
ସିଟିଙ୍ଗ୍ ବହୁତ ହେଉଛି । କିନ୍ତୁ ଏବେ ଏଭଳି ମିଟିଙ୍ଗ୍ କର ଯେ ଆମେ କେତେ ଦିନ ଭିତରେ
ସମ୍ପୂର୍ଣ୍ଣ ସମ୍ପନ୍ନ ହେବା? ଆଉ ସବୁ ଉତ୍ସବ ଆଦି ତ ପାଳନ କରୁଛ, ତା’ର ତିଥି ମଧ୍ୟ ନିଧାର୍ଯ୍ୟ
କରୁଛ, ଅମୁକ କାର୍ଯ୍ୟକ୍ରମ ଅମୁକ ତାରିଖରେ ହେବ କିନ୍ତୁ ଏହାର ତାରିଖ କେବେ? ଯେତେ ବର୍ଷ ଦରକାର
ତାହା ଶୁଣାଇଦିଅ । କାହିଁକି ଜାଣିଛ? ବାପଦାଦା ଏଭଳି କାହିଁକି କହୁଛନ୍ତି? କାହିଁକି ନା ପ୍ରକୃତି
ମଧ୍ୟ ବାବାଙ୍କୁ ପଚାରୁଛି କେବେ ବିନାଶ କରିବୁ? ତେବେ ବାଦଦାଦା ତାକୁ କ’ଣ ଉତ୍ତର ଦେବେ? ବାପଦାଦା
ତ ପିଲାମାନଙ୍କୁ ହିଁ ପଚାରିବେ ନା, ଆଉ କେତେ ଦିନ? ଆଜିର ବିଶେଷ ଟପିକ୍ ହେଲା - ଆଉ କେତେ ଦିନ?
ଡବଲ ବିଦେଶୀମାନେ ବସିଛନ୍ତି ନା । ସେମାନେ ତ ଡବଲ ପୁରୁଷାର୍ଥ କରୁଥିବେ ନା! ତେଣୁ କମାଲ କର ।
ବିଦେଶୀମାନେ ଅନ୍ୟମାନଙ୍କ ପାଇଁ ଉଦାହାରଣ ହୁଅ । ବ୍ରାହ୍ମଣ ପରିବାର ସମ୍ମୁଖରେ, ବିଶ୍ୱ ସମ୍ମୁଖରେ
ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ । ସର୍ବଶକ୍ତି ଏବଂ ସର୍ବଗୁଣରେ ସମ୍ପନ୍ନ ଅର୍ଥାତ୍ ସମ୍ପୂର୍ଣ୍ଣ
ସବୁଥିରେ ହେବା ଦରକାର । ମନ-ବଚନ-ସମ୍ବନ୍ଧ-ସମ୍ପର୍କ ଚାରୋଟି ଯାକରେ, ଚାରୋଟି ମଧ୍ୟରୁ ଯଦି
ଗୋଟିଏରେ ଦୁର୍ବଳ ରହିଗଲ ତେବେ ସମ୍ପନ୍ନ କୁହାଯିବ ନାହିଁ । ତେବେ ଚାରୋଟି ଯାକ କଥା ମନେ ରହିଲା
ତ - ମନ-ବଚନ-ସମ୍ବନ୍ଧ-ସମ୍ପର୍କରେ କର୍ମ ଆସିଗଲା, ଏହି ଚାରୋଟି ଯାକରେ । ଏମିତି ନୁହେଁ ଯେ ମନ
ଏବଂ ବାଣୀରେ ତ ମୁଁ ଠିକ୍ ଅଛି, ସମ୍ବନ୍ଧ-ସମ୍ପର୍କରେ ଟିକିଏ କମୀ ରହିଯାଇଛି । ଶୁଣାଇଲୁ ନା -
ଯାହା ସମ୍ମୁଖକୁ ଯାଅ ବା ଯାହା ସହିତ ସମ୍ପର୍କରେ ଆସ ସେ ଅନୁଭବ କରୁ ଯେ ଇଏ ମୋ’ର ନିଜର ଅଟନ୍ତି
। ମୋ’ ଉପରେ ଅଧିକାର ଥାଏ ନା! ଅନ୍ୟମାନଙ୍କ ଉପରେ ଏତେ ହାଲୁକା ପଣିଆ ନଥାଏ । ଟିକିଏ ଭାରୀ ପଣିଆ
ଥାଏ କିନ୍ତୁ ନିଜର ଉପରେ ହାଲୁକା ପଣିଆ ରହିଥାଏ । ତେବେ ସମସ୍ତଙ୍କ ସହିତ ହାଲୁକା । ଏମିତି ନୁହେଁ
ଯେ କେବଳ ନିଜର ଜୋନ୍ ଭିତରେ ହାଲୁକା ସମ୍ବନ୍ଧ ରହୁଥିବ, ନିଜର ସେଣ୍ଟରରେ ହାଲୁକା ରହୁଥିବ... ନା
। ଯଦି ନିଜର ଜୋନ୍ ଭିତରେ ବା ସେଣ୍ଟର ଭିତରେ ହାଲୁକା ରହିବ ତେବେ ବିଶ୍ୱ ରାଜନ୍ କିପରି ହେବ? ନା
ବିଶ୍ୱ କଲ୍ୟାଣକାରୀ ହୋଇପାରିବ, ନା ବିଶ୍ୱ ରାଜନ୍ ହୋଇପାରିବ । ତେବେ ରାଜନ ଶବ୍ଦର ଅର୍ଥ ଏହା
ନୁହେଁ ଯେ କେବଳ ସିଂହାସନ ଉପରେ ବସିଥିବ । ରାଜଧାନୀ ଭିତରେ ରାଜ ପରିବାର ଭିତରେ ଥିଲେ ମଧ୍ୟ
ରାଜ୍ୟ ଉପରେ ରାଜୁତି କରିବାର ଅଧିକାରୀ କୁହାଯିବ । ତେବେ କ’ଣ କରିବ? “ଆଉ କେତେ ଦିନ” - ଏହି
ପ୍ରଶ୍ନର ଉତ୍ତର ତ ଦେବ ନା! ମିଟିଙ୍ଗ୍ କର! ମିଟିଙ୍ଗ୍ କରି ନିଷ୍ପତ୍ତି ନିଅ । ଠିକ୍ ଅଛି ନା?
ଆଚ୍ଛା!
ସମସ୍ତେ ଠିକ୍ ଅଛ ତ,
କ’ଣ ମନରେ ଉମଙ୍ଗ ଆସୁଛି ତ, ମୋତେ କରିବାକୁ ହିଁ ହେବ, ହେବାକୁ ହିଁ ପଡିବ? ବାପଦାଦା
ଉମଙ୍ଗ-ଉଲ୍ଲାସ ଦେଉଛନ୍ତି । ମାୟା ଦେଖୁଛି ଯଦି କେହି ଉମଙ୍ଗ-ଉଲ୍ଲାସରେ ଅଛି ତେବେ କିଛି ନା କିଛି
ବିଶୃଂଖଳା ସୃଷ୍ଟି କରିଦେଉଛି, କାହିଁକି ନା ତା’ର ମଧ୍ୟ ଏବେ ଶେଷ ସମୟ ପାଖେଇ ଆସିଲାଣି ନା! ତେଣୁ
ସେ ମଧ୍ୟ ଏବେ ଯାହା ବି ଅସ୍ତ୍ର-ଶସ୍ତ୍ର ତା’ ପାଖରେ ଅଛି ତାକୁ ବ୍ୟବହାର କରୁଛି ଏବଂ ଏମିତି
ପାଳନା କରୁଛି ଯାହାକି ତୁମେ ବୁଝିପାରିବ ନାହିଁ ଯେ ଏହା ମାୟାର ପାଳନା ନା ବାବାଙ୍କର ପାଳନା ।
ଏହା ମାୟାର ମତ ନା ବାବାଙ୍କର ମତ, ପୂରା ମିଶାମିଶି କରିଦେଉଛି । ତେବେ ତୁମକୁ ଫରିସ୍ତା ହେବାରେ
ବା ପୁରୁଷାର୍ଥ କରିବାରେ ଯେଉଁ ସବୁ ବିଶେଷ ବାଧା ଆସୁଛି ତା’ର କାରଣ କେବଳ ଦୁଇଟି ଶବ୍ଦ ହିଁ ଅଟେ
–
ଯାହାକି ଅତି ସାଧାରଣ
ଶବ୍ଦ ମଧ୍ୟ ଅଟେ, କିଛି କଷ୍ଟକର ଶବ୍ଦ ନୁହେଁ ଏବଂ ତୁମେ ସମସ୍ତେ ତାକୁ ଅନେକ ଥର ବ୍ୟବହାର ମଧ୍ୟ
କରୁଛ । ତାହା କ’ଣ ଜାଣିଛ? ମୁଁ ଏବଂ ମୋର । ଏହି ମୁଁ ଏବଂ ମୋ’ରକୁ ପରିବର୍ତ୍ତନ କରିବା ପାଇଁ ।
ବାପଦାଦା ବହୁତ ସହଜ ଉପାୟ ପୂର୍ବରୁ ମଧ୍ୟ ଶୁଣାଇଛନ୍ତି । ମନେ ଅଛି ନା? ଦେଖ ଯେତେବେଳେ ତୁମେମାନେ
ମୁଁ ଶବ୍ଦ କହୁଛ ସେତେବେଳେ ତୁରନ୍ତ ସ୍ମୃତିରେ ଆସିଯାଉ ଯେ ମୁଁ ଆତ୍ମା ହିଁ ଅଟେ, ମୁଁ ଶବ୍ଦ
କହିବା ମାତ୍ରକେ ସମ୍ମୁଖରେ ଆତ୍ମାର ରୂପ ଆସିଯାଉ । ମୁଁ ଶବ୍ଦକୁ ଏଭଳି କୁହ ନାହିଁ ଯେ ମୁଁ ଆତ୍ମା,
ମୁଁ ଆତ୍ମା - ଏହା ସ୍ୱାଭାବିକ ଭାବରେ ସ୍ମୃତିରେ ଆସୁ । ମୁଁ ଶବ୍ଦ ସହିତ ଆତ୍ମାକୁ ଯୋଡିଦିଅ,
ମୁଁ ଆତ୍ମା । ଯେତେବେଳେ ମୋ’ର ଶବ୍ଦ କହୁଛ, ତେବେ ପ୍ରଥମେ କୁହ ମୋର ବାବା, ମୋ’ର ରୁମାଲ, ମୋ’ର
ଶାଢୀ... ମୋ’ର ଏହି ସବୁ କିନ୍ତୁ ପ୍ରଥମେ ମୋ’ର ବାବା । ମୋ’ର ଶବ୍ଦ କହିବା ମାତ୍ରକେ ବାବା
ସମ୍ମୁଖକୁ ଆସିଯାଆନ୍ତୁ । ମୁଁ ଶବ୍ଦ କହିବା ମାତ୍ରକେ ଆତ୍ମା ସମ୍ମୁଖକୁ ଆସିଯାଉ । ଏହାକୁ
ସ୍ୱାଭାବିକ କରିଦିଅ ଏବଂ ଏହା ତୁମର ସ୍ୱଭାବରେ ପରିଣତ ହୋଇଯାଉ । କ’ଣ ସହଜ ଅଟେ ନା ମୁଶକିଲ୍ ଅଟେ?
ଜାଣିଛ ତ ମୁଁ ଆତ୍ମା ଅଟେ, କେବଳ ସେହି ସମୟରେ ମାନି ପାରୁ ନାହଁ । ଜାଣିବାରେ ୧୦୦ ପ୍ରତିଶତ
କିନ୍ତୁ ମାନିବାରେ ଶତକଡାରେ କ୍ରମାନ୍ୱୟରେ ଆସିଯାଉଛି । ଯେବେକି ଦେହ ଅଭିମାନ ସ୍ୱାଭାବିକ
ହୋଇଯାଇଛି, ତାକୁ କ’ଣ ମନେ ପକାଇବାକୁ ପଡୁଛି କି, ମୁଁ ଦେହ ଅଟେ... ସ୍ୱାଭାବିକ ସ୍ମୃତିରେ ରହିଛି
ନା! ତେଣୁ ମୁଁ ଶବ୍ଦ ମୁଖକୁ ଆସିବା ପୂର୍ବରୁ ତ ସଂକଳ୍ପରେ ଆସୁଛି ନା । ତେବେ ସଂକଳ୍ପରେ ବି ଯଦି
ମୁଁ ଶବ୍ଦ ଆସୁଛି ତେବେ ତୁରନ୍ତ ଆତ୍ମାର ସ୍ୱରୂପ ସମ୍ମୁଖକୁ ଆସିଯାଉ । କ’ଣ ଏହି ଅଭ୍ୟାସ କରିବା
ସହଜ ନୁହେଁ କି? କେବଳ ମୁଁ ଶବ୍ଦ କୁହ ନାହିଁ ଆତ୍ମା ଶବ୍ଦ ମଧ୍ୟ ତା’ ସାଥୀରେ କୁହ, ତେବେ ଏହା
ପକ୍କା ହୋଇଯିବ । ଯେପରି ଶରୀରର ନାମ ପକ୍କା ଅଟେ ନା! ଅନ୍ୟ କାହାକୁ ଯଦି କେହି ଡାକୁଥିବ ତେବେ
କ’ଣ ତୁମେ ଉତ୍ତର ଦେବ କି? ତେଣୁ ମୁଁ ଆତ୍ମା ଅଟେ । ଆତ୍ମାର ସଂସାର ବାପଦାଦା ଅଟନ୍ତି । ଆତ୍ମାର
ସଂସ୍କାର ହେଲା ବ୍ରାହ୍ମଣରୁ ଫରିସ୍ତା, ଫରିସ୍ତାରୁ ଦେବତା । ତେଣୁ ଏବେ କ’ଣ କରିବ? ଏହିଭଳି ମନର
ଡ୍ରିଲ୍ କରିବ । ଆଜିକାଲି ଡାକ୍ତରମାନେ ମଧ୍ୟ କହୁଛନ୍ତି ଡ୍ରିଲ୍ କର, ଡ୍ରିଲ୍ କର । ବ୍ୟାୟାମ କର
। ତେବେ ଏହି ବ୍ୟାୟାମ୍ କର ଯେ ମୁଁ ଆତ୍ମା, ମୋର ବାବା, କାହିଁକି ନା ସମୟର ଗତିକୁ ଡ୍ରାମା
ଅନୁସାରେ ଧୀମା କରିବାକୁ ପଡୁଛି । ଏମିତି ତ ରଚୟିତା ହିଁ ତୀବ୍ରବେଗୀ ହେବା ଉଚିତ୍ । ରଚନା ନୁହେଁ
କିନ୍ତୁ ବର୍ତ୍ତମାନର ସ୍ଥିତି ଅନୁସାରେ ସମୟ ଅର୍ଥାତ୍ ତୁମର ରଚନା ତୀବ୍ର ବେଗରେ ଗତି କରୁଛି ।
ପ୍ରକୃତି ସଦାପ୍ରସ୍ତୁତ ହୋଇ ରହିଛି, କେବଳ ନିର୍ଦ୍ଦେଶ ପାଇବା ପାଇଁ ଅଟକିଛି । ଡ୍ରାମାର ସମୟ
ହିଁ ତାକୁ ନିର୍ଦ୍ଦେଶ ଦେବ ନା! ସ୍ଥାପନା କରିବାବାଲା ଯଦି ପ୍ରସ୍ତୁତ ନ ଥିବେ ତେବେ ବିନାଶ ପରେ
କ’ଣ ପ୍ରଳୟ ହେବ? କ’ଣ ପ୍ରଳୟ ହେବାର ଅଛି କି? ନା ବିନାଶ ପରେ ସ୍ଥାପନା ନିଶ୍ଚିତ ହେବ । ତେଣୁ
ସ୍ଥାପନାର ନିମିତ୍ତ ହୋଇଥିବା ପିଲାମାନଙ୍କୁ ଏବେ ସମୟ ଅନୁସାରେ ସଦାପ୍ରସ୍ତୁତ ରହିବା ଦରକାର ।
ବାପଦାଦା ମଧ୍ୟ ଏହି କଥା ଦେଖିବାକୁ ଚାହୁଁଛନ୍ତି ଯେ ବ୍ରହ୍ମାବାବା ଯେପରି ଅର୍ଜୁନ ଅର୍ଥାତ୍
ପ୍ରଥମ ନମ୍ବର ହୋଇଗଲେ ନା, ସମସ୍ତଙ୍କ ପାଇଁ ଦୃଷ୍ଟାନ୍ତ ହୋଇଗଲେ ନା! ସେହିଭଳି ବ୍ରହ୍ମାବାବାଙ୍କୁ
ଅନୁକରଣ କରିବାବାଲା କିଏ ହେଉଛି? ନିଜକୁ ମଧ୍ୟ ଦେଖ, ସମୟକୁ ମଧ୍ୟ ଦେଖ ।
ବାପଦାଦା ପୂର୍ବରୁ ମଧ୍ୟ
କହିଛନ୍ତି ବର୍ତ୍ତମାନ ସମୟରେ ତୁମେ ସମସ୍ତେ ବ୍ରାହ୍ମଣ ତଥା ଫରିସ୍ତା ଆତ୍ମାମାନଙ୍କୁ ନିମିତ୍ତ
ଭାବ ଏବଂ ନିର୍ମାଣ ଭାବ, ଏହି ଦୁଇଟି ଶବ୍ଦ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ହେବ । ଏଥିରେ
ଦେହ-ଅଭିମାନର ମୁଁ ପଣିଆ ସମାପ୍ତ ହୋଇଯିବ । ମୋ’ର ପଣିଆ ମଧ୍ୟ ସମାସ୍ତ ହୋଇଯିବ । ମୁଁ ନିମିତ୍ତ
ଅଟେ, ଏବଂ ମୋ’ର ସ୍ୱଭାବ ନିର୍ମାଣଚିତ୍ତ ଅଟେ । ଯିଏ ଯେତିକି ନର୍ମାଣ ହୋଇଥାଏ ତାକୁ ସେତିକି
ସମ୍ମାନ ମଧ୍ୟ ମିଳିଥାଏ, କାହିଁକି ନା ଯିଏ ନିର୍ମାଣଚିତ୍ତ ହୋଇଥାଏ ସେ ସମସ୍ତଙ୍କର ପ୍ରିୟ ପାତ୍ର
ହୋଇଯାଏ । ତେଣୁ ଯିଏ ପ୍ରିୟ ପାତ୍ର ହୋଇଥାଏ ତାକୁ ସମ୍ମାନ ତ ଆପେ ଆପେ ମିଳିବ । ତେବେ ନିମିତ୍ତ
ଭାବ ଏବଂ ନିର୍ମାଣ ଭାବଙ୍କ ଭାବନା ଏବଂ ଶୁଭଭାବନା । ତେବେ ଭାବ ଏବଂ ଭାବନା ଦୁଇଟି ଅଲଗା ଜିନିଷ
। ତେଣୁ ନିମିତ୍ତ ଏବଂ ନିର୍ମାଣ ଭାବ ଏବଂ ସମସ୍ତଙ୍କ ପ୍ରତି ଶୁଭଭାବନା, ଶୁଭକାମନା । ଯିଏ ଯେମିତି
ବି ହୋଇଥାଉ ତୁମମାନଙ୍କର ନିମିତ୍ତ ଭାବ ଏବଂ ନିର୍ମାଣଭାବ ଏବଂ ଶୁଭଭାବନା ଏଭଳି ବାୟୁମଣ୍ଡଳ
ସୃଷ୍ଟି କରିଦେବ ଯାହାକି ନିକଟରେ ଥିବା ଅତ୍ମାମାନେ ମଧ୍ୟ ତୁମର ଭାଇବ୍ରେଶନ୍ ଦ୍ୱାରା
ପରିବର୍ତ୍ତନ ହୋଇଯିବେ । କେହି କେହି ପିଲା ବାବାଙ୍କୁ କହିଥାଆନ୍ତି ନା - ମୁଁ ତ ପୂରା ଗୋଟିଏ
ମାସ ତା’ ପ୍ରତି ଶୁଭଭାବନା ରଖିଲି କିନ୍ତୁ ସେ ତ ଟିକିଏ ବି ପରିବର୍ତ୍ତନ ହେଉ ନାହିଁ, ତା’ପରେ
ଥକି ପଡୁଛନ୍ତି, ନିରାଶ ହୋଇଯାଉଛନ୍ତି । ତେବେ ବର୍ତ୍ତମାନ ସମୟରେ ସେହି ବିଚରା ଆତ୍ମାଟିର
ଯେଉଁଭଳି ବୃତ୍ତି ବା ଦୃଷ୍ଟି ରହିଛି ତାହା ତ ପଥର ଭଳି ଅଟେ ନା, ତେଣୁ ସେଥିପାଇଁ ତ ଟିକିଏ ସମୟ
ଲାଗିବ ନା! ଆଚ୍ଛା ଧରିନିଅ ସେ ବଦଳୁ ନାହିଁ କିନ୍ତୁ ତୁମେ ନିଜକୁ ତ ଠିକ୍ ରଖିବ ନା! ନିଜେ ତ
ନିଜର ସ୍ୱ ସ୍ଥିତିରେ ରୁହ ନା! ତୁମେ କାହିଁକି ନିରାଶ ହୋଇଯାଉଛ? ତେଣୁ ନିରାଶ ହୁଅ ନାହିଁ ।
ଆଚ୍ଛା ସିଏ ଯଦି ନ ବଦଳୁଛି ତେବେ ମୁଁ କାହିଁକି ତା’ ପାଇଁ ବଦଳିଯିବି! ଯଦି ତୁମେ ନିରାଶ ହୋଇଗଲ
ତେବେ ସେ ତ ଶକ୍ତିଶାଳୀ ହୋଇଗଲା ଯାହାକି ତୁମକୁ ବଦଳାଇ ଦେଲା । ତେଣୁ ତୁମେ ନିଜର ସ୍ୱମାନର ଆସନକୁ
କାହିଁକି ଛାଡି ଦେଉଛ? ଏଥିରେ ତୁମର ବ୍ୟର୍ଥ ସଂକଳ୍ପ ମଧ୍ୟ ଉଠିବା ଉଚିତ୍ ନୁହେଁ, କାହିଁକି
ଜାଣିଛ? କାହିଁକି ଶବ୍ଦ କହିବା ମାତ୍ରକେ ବ୍ୟର୍ଥ ସଂକଳ୍ପର ଫାଟକ ଖୋଲିଯାଉଛି ଏବଂ ସେହି ଫାଟକକୁ
ବନ୍ଦ କରିବା ବହୁତ କଷ୍ଟକର ହୋଇଥାଏ, ସେଥିପାଇଁ କାହିଁକି ଶବ୍ଦ ଭାବ ନାହିଁ । ଦୟାଳୁ କୃପାଳୁ
ହୋଇ ଭାଇବ୍ରେଶନ ଦେଇଚାଲ । ତୁମେ ନିଜର ଆସନକୁ ଛାଡି ନିରାଶ କାହିଁକି ହୋଇଯାଉଛ? ମନେ ରଖିଲ ନା!
ନିଜର ପୋଜିଶନରୁ ତଳକୁ ଆସ ନାହିଁ, ନଚେତ୍ ମାୟା ଦ୍ୱାରା ବହୁତ ଅପୋଜିସନ୍ ଅର୍ଥାତ୍ ବାଧା ଆସିଯିବ
। ବ୍ୟକ୍ତି ବ୍ୟକ୍ତି ଭିତରେ ଅପୋଜିସନ୍ ହୋଇଥାଏ, ସ୍ୱଭାବ ସଂସ୍କାରର ମଧ୍ୟ ଅପୋଜିସନ୍ ହୋଇଥାଏ,
ବିଚାରରେ ମଧ୍ୟ ଅପୋଜିସନ୍ ହୋଇଥାଏ । ସେଥିପାଇଁ ସର୍ବଦା ନିଜର ପୋଜିସନ୍ରେ ଅର୍ଥାତ୍
ସ୍ୱସ୍ଥିତିରେ, ସ୍ୱମାନରେ ରୁହ । ତେବେ କାଲିଠାରୁ କ’ଣ କରିବ, ମନେ ଅଛି ନା? ବାପଦାଦାଙ୍କର
ସମସ୍ତଙ୍କ ପ୍ରତି ସ୍ନେହ ଅଛି ନା! ତେଣୁ ବାପଦାଦା ଭାବୁଛନ୍ତି ସମସ୍ତେ ବ୍ରହ୍ମାବାବାଙ୍କ ସମାନ
ହୋଇଯାଆନ୍ତୁ । କ’ଣ ବାବାଙ୍କ ସାମନାକୁ ଅପୋଜିସନ୍ ଆସି ନ ଥିଲା । ବ୍ରହ୍ମାବାବାଙ୍କ ସାମ୍ନାରେ
ଅପୋଜିସନ୍ ହୋଇ ନ ଥିଲା! ମାୟାର ମଧ୍ୟ ଅପୋଜିସନ୍ ହୋଇଥିଲା, ଆତ୍ମାମାନଙ୍କର ମଧ୍ୟ ଅପୋଜିସନ୍
ହୋଇଥିଲା, ପ୍ରକୃତି ଦ୍ୱାରା ମଧ୍ୟ ହୋଇଥିଲା କିନ୍ତୁ ବ୍ରହ୍ମାବାବା କ’ଣ ତାଙ୍କର ପୋଜିସନ୍କୁ
ଛାଡି ଦେଇଥିଲେ କି? ଛାଡି ନ ଥିଲେ ନା! ସେଥିପାଇଁ ତ ଫରିସ୍ତା ହେଲେ ନା! ତେଣୁ ଏବେ ନିଜକୁ
ଫରିସ୍ତା ମନେ କରିଚାଲ । ମୁଁ ଫରିସ୍ତା ଅଟେ... ଏବଂ ସମସ୍ତଙ୍କୁ ଫରିସ୍ତା ରୂପରେ ଦେଖ, ସମସ୍ତେ
ଫରିସ୍ତା ଅଟନ୍ତି । ନା ମୋ’ର ପୁରଣା ସଂସାର ସହିତ କୌଣସି ସମ୍ବନ୍ଧ ଅଛି, ନା ପୁରୁଣା ସଂସ୍କାର
ସହିତ ସମ୍ବନ୍ଧ ଅଛି, ନା କୌଣସି ବ୍ରାହ୍ମଣ ଆତ୍ମା ସହିତ ସମ୍ବନ୍ଧ ଅଛି । ବାସ୍ ସବୁ କିଛି
ସମାପ୍ତ । ଇଏ ମଧ୍ୟ ଫରିସ୍ତା, ସେ ମଧ୍ୟ ଫରିସ୍ତା, କେବଳ ସେହି ଦୃଷ୍ଟିରେ ଦେଖ । ବାୟୁମଣ୍ଡଳ
ସୃଷ୍ଟି କର । ଆଚ୍ଛା!
ଏବେ ଗୋଟିଏ ମିନିଟ୍ ପାଇଁ
ଏଭଳି ସର୍ବଶକ୍ତିରେ ସମ୍ପନ୍ନ ଶକ୍ତିଶାଳୀ କିରଣ ବିଶ୍ୱର ଆତ୍ମାମାନଙ୍କୁ ଦିଅ ଯାହାକି ତୁମର
ଶକ୍ତିର ପ୍ରକମ୍ପନ ସାରା ବିଶ୍ୱର ଚତୁର୍ଦ୍ଦିଗରେ ବିଚ୍ଛୁରିତ ହୋଇଯାଉ । (ଗହନ ଶାନ୍ତିର ଅନୁଭୂତି)
ଆଚ୍ଛା!
ଚାରିଆଡର ବ୍ରାହ୍ମଣରୁ
ଫରିସ୍ତା ହେଉଥିବା ପିଲାମାନଙ୍କୁ, ସର୍ବଦା ସ୍ୱଦର୍ଶନ ଦ୍ୱାରା ସ୍ୱକୁ ଚେକ୍ କରିବା ସହିତ ଚେଞ୍ଚ
ଅର୍ଥାତ୍ ପରିବର୍ତ୍ତନ କରୁଥିବା ପିଲାମାନଙ୍କୁ, ବ୍ରହ୍ମାବାବାଙ୍କୁ ଅନୁକରଣ କରୁଥିବା ଆଜ୍ଞାକାରୀ
ପିଲାମାନଙ୍କୁ, ସର୍ବଦା ଡବଲ ଲାଇଟ୍ ହୋଇ ସେବା ଏବଂ ପୁରୁଷାର୍ଥ କରୁଥିବା ଫରିସ୍ତା ସ୍ୱରୂପ
ଆତ୍ମାମାନଙ୍କୁ, ସର୍ବଦା ନିଜର ପୋଜିଶନ୍ର ଆସନ ଉପରେ ସ୍ଥିତ ରହି ଅପୋଜିଶନ୍କୁ ସମାପ୍ତ କରୁଥିବା
ମାଷ୍ଟର ସର୍ବଶକ୍ତିବାନ ପିଲାମାନଙ୍କୁ, ସଂଗମମଯୁଗର ପ୍ରତ୍ୟକ୍ଷ, ଫଳ ଅନୁଭବ କରୁଥିବା ବାବାଙ୍କର
ସମୀପବର୍ତ୍ତୀ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
ବରଦାନ:-
ପ୍ରତ୍ୟକ୍ଷତାର
ସମୟକୁ ସମୀପକୁ ଆଣୁଥିବା ସଦା ଶୁଭଚିନ୍ତକ ଏବଂ ସ୍ୱଚିନ୍ତକ ଭବ ।
ସେବାରେ ସଫଳତାର ଆଧାର
ହେଲା ଶୁଭଚିନ୍ତକ ବୃତ୍ତି କାହିଁକି ନା ତୁମମାନଙ୍କର ଏହି ମାନସୀକ ବୃତ୍ତି ହିଁ ଆତ୍ମାମାନଙ୍କର
ଗ୍ରହଣ କରିବାର ଶକ୍ତିକୁ ବା ଜିଜ୍ଞାସାକୁ ବଢାଇଥାଏ, ଯାହା ଦ୍ୱାରା ବାଣୀର ସେବା ସହଜରେ ସଫଳ
ହୋଇଥାଏ ଏବଂ ସ୍ୱ ପ୍ରତି ସ୍ୱ ଚିନ୍ତନ କରିବାବାଲା ସ୍ୱଚିନ୍ତକ ଆତ୍ମା ସର୍ବଦା ମାୟା ପୃଫ୍,
କାହାର ବି ଦୋଷ ଦୁର୍ବଳତାକୁ ଗ୍ରହଣ କରିବାଠାରୁ ତଥା କୌଣସି ବି ବ୍ୟକ୍ତି ବା ବୈଭବର ଆକର୍ଷଣ ଠାରୁ
ମଧ୍ୟ ପ୍ରୃଫ ଅର୍ଥାତ୍ ମୁକ୍ତ ହୋଇଯାଏ । ତେଣୁ ଯେତେବେଳେ ଏହି ଦୁଇଟିଯାକ ବରଦାନକୁ ଜୀବନରେ
ବାସ୍ତବିକ ରୂପରେ ଆଣିପାରିବ ସେତେବେଳେ ଯାଇ ପ୍ରତ୍ୟକ୍ଷତାର ସମୟ ସମୀପକୁ ଅର୍ଥାତ୍ ନିକଟକୁ ଆସିବ
।
ସ୍ଲୋଗାନ:-
ଯଦି ନିଜର
ସଂକଳ୍ପକୁ ମଧ୍ୟ ଅର୍ପଣ କରିଦେବ ତେବେ ସମସ୍ତ ଦୋଷ ଦୁର୍ବଳତା ସ୍ୱତଃ ହିଁ ଦୂରେଇଯିବ ।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ । ପରମାତ୍ମ ସ୍ନେହର ଅନୁଭବ କରିବା
ପାଇଁ ଅନ୍ତର୍ମୁଖୀ ହୋଇ ଏହି ଦେହଠାରୁ ମଧ୍ୟ ନିଆରା ଦେହୀ ଅର୍ଥାତ୍ ଆତ୍ମା ସ୍ୱରୂପରେ ସ୍ଥିତ
ହେବାର ଅଭ୍ୟାସକୁ ବଢାଅ । ଯଦି ସଦା ସର୍ବଦା ଅନ୍ତର୍ମୁଖତାର ଗୁମ୍ପା ଭିତରେ ରହିଥିବ ତେବେ ପୁରୁଣା
ଦୁନିଆର ବାତାବରଣ ଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରହିବ, ବାତବରଣ ପ୍ରଭାବରେ ଆସିବ ନାହିଁ ।