01.08.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ପବିତ୍ର ନ ହେଲେ ଘରକୁ ଯାଇପାରିବ ନାହିଁ ସେଥିପାଇଁ ବାବାଙ୍କୁ ମନେ ପକାଇ ଆତ୍ମା ରୂପୀ
ବ୍ୟାଟେରୀକୁ ଚାର୍ଜ କର ଏବଂ ସ୍ୱାଭାବିକ ଭାବେ ପବିତ୍ର ହୁଅ ।”
ପ୍ରଶ୍ନ:-
ବାବା
ତୁମମାନଙ୍କୁ ଘରକୁ ଯିବା ପୂର୍ବରୁ କେଉଁ କଥା ଶିଖାଉଛନ୍ତି?
ଉତ୍ତର:-
ପିଲାମାନେ, ଘରକୁ ଯିବା ପୂର୍ବରୁ ବଞ୍ଚି ଥାଉ ଥାଉ ମରିବାକୁ ହେବ, ସେଥିପାଇଁ ବାବା ତୁମକୁ ତା
ପୂର୍ବରୁ ହିଁ ଦେହର ସ୍ମୃତିଠାରୁ ଉର୍ଦ୍ଧ୍ୱକୁ ନେଇଯିବାର ଅଭ୍ୟାସ କରାଉଛନ୍ତି ଅର୍ଥାତ୍ ମରିବା
ଶିଖାଉଛନ୍ତି । ଉପରକୁ ଯିବା ଅର୍ଥାତ୍ ମରିବା । ଯିବା ଏବଂ ଆସିବାର ଜ୍ଞାନ ଏବେ ତୁମମାନଙ୍କୁ
ମିଳିଛି । ତୁମେମାନେ ଜାଣିଛ, ଆମେ ଆତ୍ମାମାନେ ଏଠାରେ ଶରୀର ଦ୍ୱାରା ଅଭିନୟ କରିବା ପାଇଁ ଉପରୁ
ଆସିଛୁ । ବାସ୍ତବରେ ଆମେମାନେ ସେଠାକାର ହିଁ ନିବାସୀ ଅଟୁ ଏବଂ ସେହିଠାକୁ ହିଁ ଏବେ ଫେରିଯିବାକୁ
ହେବ ।
ଓମ୍ ଶାନ୍ତି ।
ନିଜକୁ ଆତ୍ମା
ଭାବି ବାବାଙ୍କୁ ମନେ ପକାଇବାରେ କିଛି ଅସୁବିଧା ନାହିଁ, ଏଥିରେ ନିରାଶ ହେବାର ନାହିଁ । ଏହାକୁ
କୁହାଯାଏ ସହଜ ୟାଦ । ପ୍ରଥମେ ପ୍ରଥମେ ନିଜକୁ ଆତ୍ମା ହିଁ ଭାବିବାକୁ ହେବ । ଆତ୍ମା ହିଁ ଶରୀର
ଧାରଣ କରି ଅଭିନୟ କରୁଛି । ସଂସ୍କାର ମଧ୍ୟ ସବୁ ଆତ୍ମାରେ ହିଁ ରହିଥାଏ । ଆତ୍ମା ତ ସ୍ୱାଧୀନ ଅଟେ
। ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ଏହି ଜ୍ଞାନ ବର୍ତ୍ତମାନ ହିଁ ତୁମକୁ
ମିଳୁଛି, ଆଉ କେବେ ମିଳିବ ନାହିଁ । ତୁମର ଏହି ଶାନ୍ତିରେ ବସିବା କଥା ଦୁନିଆକୁ ଜଣାନାହିଁ, ଏହାକୁ
କୁହାଯାଏ ବାସ୍ତବିକ ଶାନ୍ତି । ଆମେ ଆତ୍ମା ଉପରୁ ଆସିଛୁ, ଏହି ଶରୀର ଦ୍ୱାରା ଅଭିନୟ କରିବା ପାଇଁ
। ଆମେ ଆତ୍ମା ବାସ୍ତବରେ ସେଠାକାର ନିବାସୀ ଅଟୁ । ଏହି ଜ୍ଞାନ ବୁଦ୍ଧିରେ ରହିଛି । ବାକି ଏଥିରେ
ହଠଯୋଗର କୌଣସି କଥା ନାହିଁ, ବିଲକୁଲ୍ ସହଜ । ଏବେ ଆମ ଆତ୍ମାମାନଙ୍କୁ ଘରକୁ ଫେରିବାକୁ ହେବ,
କିନ୍ତୁ ପବିତ୍ର ନ ହେବା ପର୍ଯ୍ୟନ୍ତ ଯାଇପାରିବା ନାହିଁ । ପବିତ୍ର ହେବା ପାଇଁ ପରମାତ୍ମା
ବାବାଙ୍କୁ ୟାଦ କରିବାକୁ ହେବ । ୟାଦ କରି ଚାଲିଲେ ପାପ ନଷ୍ଟ ହୋଇଯିବ । ଏଥିରେ କଷ୍ଟର ତ କୌଣସି
କଥା ହିଁ ନାହିଁ । ତୁମେ ଚାଲିବା-ବୁଲିବା ପାଇଁ ଯାଉଛ ସେତେବେଳେ ବାବାଙ୍କର ୟାଦରେ ରୁହ ।
ବର୍ତ୍ତମାନ ହିଁ ୟାଦ ଦ୍ୱାରା ପବିତ୍ର ହୋଇପାରିବ । ସେଠାରେ ତ ହେଉଛି ପବିତ୍ର ଦୁନିଆ । ସେହି
ପବିତ୍ର ଦୁନିଆରେ ଏହି ଜ୍ଞାନର କୌଣସି ଆବଶ୍ୟକତା ରହିବ ନାହିଁ, କାହିଁକି ନା ସେଠାରେ କୌଣସି
ବିକର୍ମ ହୁଏ ନାହିଁ । ଏଠାରେ ୟାଦ ଦ୍ୱାରା ବିକର୍ମ ବିନାଶ କରିବାକୁ ହେବ । ସେଠାରେ ତୁମେ ସଜରେ
ଚାଲୁଛ, ଯେପରି ଏଠାରେ ଚାଲୁଛ । ପୁଣି ଧୀରେ ଧୀରେ ତଳକୁ ଖସିବ । ଏପରି ନୁହେଁ ଯେ ସେଠାରେ ମଧ୍ୟ
ତୁମକୁ ଏହି ଅଭ୍ୟାସ କରିବାକୁ ପଡିବ । ଅଭ୍ୟାସ ବର୍ତ୍ତମାନ ହିଁ କରିବାକୁ ହେବ । ବ୍ୟାଟେରୀ
ବର୍ତ୍ତମାନ ଚାର୍ଜ କରିବାକୁ ହେବ ପୁଣି ଧୀରେ ଧୀରେ ବ୍ୟାଟେରୀ ଡିସ୍ ଚାର୍ଜ ଅର୍ଥାତ୍ ଶକ୍ତିହୀନ
ହୋଇଯିବ । ବ୍ୟାଟେରୀକୁ ଚାର୍ଜ କରିବାର ଜ୍ଞାନ ତୁମକୁ ବର୍ତ୍ତମାନ ଥରେ ହିଁ ମିଳୁଛି ।
ସତ୍ତ୍ୱପ୍ରଧାନରୁ ତମଃପ୍ରଧାନ ହେବାକୁ ତୁମକୁ କେତେ ସମୟ ଲାଗିଯାଉଛି । ଆରମ୍ଭରୁ ବ୍ୟାଟେରୀ କିଛି
ନା କିଛି କମି କମି ଚାଲିଥାଏ । ମୂଳବତନରେ କେବଳ ଆତ୍ମାମାନେ ହିଁ ରହି ଥାଆନ୍ତି । ଶରୀର ତ ନ ଥାଏ
। ତେଣୁ ଆପେ ଆପେ ତଳକୁ ଖସିବା ଅର୍ଥାତ୍ ବ୍ୟାଟେରୀ କମ୍ ହେବାର କୌଣସି କଥା ହିଁ ନାହିଁ । ମୋଟର
ଚାଲିଲେ ତ ବ୍ୟାଟେରୀ କମ୍ ହେବ । ମୋଟର ଛିଡା ହୋଇଥିଲେ ବ୍ୟାଟେରୀ କ’ଣ ଡିସ୍ ଚାର୍ଜ ହେବ କି?
ମୋଟର ଚାଲିଲେ ତ ବ୍ୟାଟେରୀ ଚାଲୁ ହେବ । ଭଲେ ଗାଡିରେ ବ୍ୟାଟେରୀ ଚାର୍ଜ ହୋଇ ଚାଲିଥାଏ କିନ୍ତୁ
ତୁମର ବ୍ୟାଟେରୀ ଥରେ ମାତ୍ର ଏହି ସମୟରେ ଚାର୍ଜ ହୋଇଥାଏ । ତୁମେ ପୁଣି ଯେତେବେଳେ ଏଠାରେ ଶରୀର
ଦ୍ୱାରା କର୍ମ କରୁଛ ବ୍ୟାଟେରୀ କମ୍ ହୋଇ ଯାଇଥାଏ । ପ୍ରଥମେ ତ ବୁଝାଇବାକୁ ହେବ ଯେ ସେ ହେଉଛନ୍ତି
ସୁପ୍ରିମ (ସର୍ବୋଚ୍ଚ) ପିତା, ଯାହାଙ୍କୁ ସମସ୍ତ ଆତ୍ମାମାନେ ମନେ ପକାଉଛନ୍ତି । ହେ ଭଗବାନ
କହୁଛନ୍ତି, ସେ ବାପା ଆମେ ସନ୍ତାନ ଅଟୁ । ଏଠାରେ ତୁମ ପିଲାମାନଙ୍କୁ କିପରି ବ୍ୟାଟେରୀ ଚାର୍ଜ
କରିବାକୁ ହେବ ତାହା ବୁଝାଯାଉଛି । ଭଲେ ବୁଲିବାକୁ ଯାଅ, ସେ ସମୟରେ ମଧ୍ୟ ବାବାଙ୍କୁ ୟାଦ କର ଯାହା
ଦ୍ୱାରା ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ଯଦି କୌଣସି କଥା ବୁଝି ନ ପାରୁଛ ତେବେ ପଚାରିପାରିବ ।
ଏହା ବହୁତ ସହଜ । ୫ ହଜାର ବର୍ଷ ପରେ ପୁଣି ଆମର ବ୍ୟାଟେରୀ ଡିସ୍ ଚାର୍ଜ ହୋଇଯାଇଥାଏ । ବାବା ଆସି
ସମସ୍ତଙ୍କ ବ୍ୟାଟେରୀ ଚାର୍ଜ କରିଦିଅନ୍ତି । ବିନାଶ ସମୟରେ ସମସ୍ତେ ଈଶ୍ୱରଙ୍କୁ ମନେ ପକାଇ
ଥାଆନ୍ତି । ମନେକର ଯଦି ବନ୍ୟା ଆସିଗଲା ତେବେ ଯିଏବି ଭକ୍ତ ହୋଇଥିବେ ସେମାନେ ଭଗବାନଙ୍କୁ ହିଁ
ୟାଦ କରିବେ, କିନ୍ତୁ ସେ ସମୟରେ ଭଗବାନଙ୍କର ୟାଦ ଆସିବ ହିଁ ନାହିଁ । ମିତ୍ର ସମ୍ବନ୍ଧୀ ଧନ ଦୌଲତ
ହିଁ ମନେ ପଡିଥାଏ । ଯଦିଓ ହେ ଭଗବାନ କହିଥା’ନ୍ତି ପରନ୍ତୁ ଏହା ମଧ୍ୟ କେବଳ ନାମକୁ ମାତ୍ର ।
ଭଗବାନ ହେଉଛନ୍ତି ପିତା, ଆମେ ତାଙ୍କର ସନ୍ତାନ । ଏହା ତ ଜାଣି ହିଁ ନାହାଁନ୍ତି । ସେମାନଙ୍କୁ
ସର୍ବବ୍ୟାପୀର ଓଲଟା ଜ୍ଞାନ ମିଳୁଛି । ବାବା ଆସି ସଠିକ୍ ଜ୍ଞାନ ଦେଇଥାଆନ୍ତି । ଭକ୍ତିର
ଡିପାର୍ଟମେଣ୍ଟ (ବିଭାଗ) ହିଁ ଅଲଗା । ଭକ୍ତିରେ ଠୋକ୍କର ଖାଇବାକୁ ପଡିଥାଏ । ବ୍ରହ୍ମାଙ୍କର
ରାତ୍ରୀ ହିଁ ବ୍ରାହ୍ମଣଙ୍କର ରାତ୍ରୀ । ବ୍ରହ୍ମାଙ୍କର ଦିନ ହିଁ ବ୍ରାହ୍ମଣଙ୍କର ଦିନ ।
ଶୂଦ୍ରଙ୍କର ଦିନ ଶୂଦ୍ରଙ୍କର ରାତ୍ରି ବୋଲି ତ କୁହାଯିବ ନାହିଁ । ଏହି ରହସ୍ୟ ବାବା ବସି
ବୁଝାଉଛନ୍ତି । ଏହା ହେଉଛି ବେହଦର ରାତି ବା ଦିନ । ଏବେ ତୁମେ ଦିନକୁ ଯାଉଛ, ରାତ୍ରୀ ପୁରା ହେଉଛି
। ଏହି ଅକ୍ଷର ଶାସ୍ତ୍ରରେ ରହିଛି । ବ୍ରହ୍ମାଙ୍କର ଦିନ ବ୍ରହ୍ମାଙ୍କର ରାତ୍ରୀ କହୁଛନ୍ତି କିନ୍ତୁ
ଜାଣନ୍ତି ନାହିଁ । ତୁମର ବୁଦ୍ଧି ଏବେ ବିଶାଳ ହୋଇଛି । ଏମିତି ତ ଦେବତାମାନଙ୍କୁ ମଧ୍ୟ କହିପାରିବା
ଯେ - ବିଷ୍ଣୁଙ୍କର ଦିନ ବିଷ୍ଣୁଙ୍କର ରାତି, କାହିଁକି ନା ବିଷ୍ଣୁ ଏବଂ ବ୍ରହ୍ମାଙ୍କର ସମ୍ବନ୍ଧ
ମଧ୍ୟ ବୁଝାଇ ଦିଆଯାଇଛି । ତ୍ରିମୂର୍ତ୍ତୀଙ୍କର କାର୍ଯ୍ୟ କ’ଣ - ଆଉ ତ କେହି ବୁଝିପାରିବେ ନାହିଁ
। ସେମାନେ ତ ଭଗବାନଙ୍କୁ ହିଁ କଛପ-ମତ୍ସ୍ୟ ଅବତାର ବା ଜନ୍ମ-ମରଣ ଚକ୍ରକୁ ନେଇ ଯାଇଛନ୍ତି । ରାଧେ
କୃଷ୍ଣ ଆଦି ମଧ୍ୟ ମଣିଷ, ପରନ୍ତୁ ଦୈବୀଗୁଣ ସମ୍ପନ୍ନ । ବର୍ତ୍ତମାନ ତୁମକୁ ଏହିପରି ହେବାକୁ ପଡିବ
। ତୁମେ ଏହାର ପର ଜନ୍ମରେ ଦେବତା ହୋଇଯିବ । ୮୪ ଜନ୍ମର ଯେଉଁ ହିସାବ-କିତାବ ଥିଲା, ତାହା ଏବେ
ପୁରା ହେଲା । ପୁଣି ଏହାର ପୁନରାବୃତ୍ତି ହେବ । ଏବେ ତୁମକୁ ଏହି ଶିକ୍ଷା ମିଳୁଛି ।
ବାବା କହୁଛନ୍ତି - ମିଠା
ମିଠା ପିଲାମାନେ, ନିଜକୁ ଆତ୍ମା ନିଶ୍ଚୟ କର । ଏକଥା ମଧ୍ୟ କହୁଛନ୍ତି ଆମେ ପାର୍ଟଧାରୀ ଅଟୁ ।
ପରନ୍ତୁ ଆମେ ଆତ୍ମାମାନେ ଉପରୁ କିପରି ଆସୁଛୁ - ଏହା କେହି ଜାଣିନାହାନ୍ତି । ନିଜକୁ ଦେହଧାରୀ
ଭାବି ନେଇଛନ୍ତି । ଆମେ ଆତ୍ମାମାନେ ଉପରୁ ଆସିଛୁ ପୁଣି କେବେ ଯିବୁ? ଉପରକୁ ଯିବା ଅର୍ଥାତ୍ ମରିବା,
ଶରୀର ଛାଡିବା । ମରିବାକୁ କିଏ ଚାହେଁ? ଏଠାରେ ତ ବାବା କହୁଛନ୍ତି - ତୁମେ ଏହି ଶରୀରକୁ ଭୁଲିଯାଅ
। ତୁମକୁ ଜିଇ ଥାଉ ଥାଉ ମରିବା ଶିଖାଉଛନ୍ତି, ଯାହାକି ଆଉ କେହି ଶିଖାଇ ପାରିବେ ନାହିଁ । ତୁମେ
ଆସିଛ ମଧ୍ୟ, ନିଜ ଘରକୁ ଯିବା ପାଇଁ । ଘରକୁ କିପରି ଯିବାକୁ ହେବ - ଏହି ଜ୍ଞାନ ବର୍ତ୍ତମାନ ହିଁ
ମିଳୁଛି । ତୁମର ଏହି ମୃତ୍ୟଲୋକରେ ଏହା ଅନ୍ତିମ ଜନ୍ମ । ଅମରଲୋକ ସତ୍ୟଯୁଗକୁ କୁହାଯାଏ । ଏବେ
ତୁମ ପିଲାମାନଙ୍କର ବୁଦ୍ଧିରେ ରହିଛି ଯେ - ଆମେ କିପରି ଶୀଘ୍ର ଶୀଘ୍ର ଘରକୁ ଯିବୁ । ପ୍ରଥମେ
ପ୍ରଥମେ ତ ମୁକ୍ତିଧାମ ଘରକୁ ଯିବାକୁ ପଡିବ । ଏହି ଶରୀର ରୂପି ବସ୍ତ୍ରକୁ ଏହିଠାରେ ହିଁ ଛାଡିବାକୁ
ପଡିବ, ପୁଣି ଆତ୍ମା ଘରକୁ ଚାଲିଯିବ । ଯେପରି ହଦର ନାଟକର ଅଭିନୟକାରୀ ହୋଇଥା’ନ୍ତି, ନାଟକ ପୁରା
ହେଲା ପରେ ସେ ବସ୍ତ୍ରକୁ ସେଇଠି ଓହ୍ଲାଇ ଦେଇ ଘରର ବସ୍ତ୍ର ପିନ୍ଧି ଘରକୁ ଚାଲିଯାଆନ୍ତି । ତୁମକୁ
ମଧ୍ୟ ବର୍ତ୍ତମାନ ଏହି ଶରୀର ଛାଡି ଯିବାକୁ ହେବ । ସତ୍ୟଯୁଗରେ ତ ଅଳ୍ପ ସଂଖ୍ୟକ ଦେବତାମାନେ ରହିବେ
। ଏଠାରେ ତ’ ଅଗଣିତ ମନୁଷ୍ୟ ଅଛନ୍ତି । ସେଠାରେ ଏକ ଆଦି ସନାତନ ଦେବୀ ଦେବତା ଧର୍ମ ରହିବ ।
ବର୍ତ୍ତମାନ ତ ନିଜକୁ ହିନ୍ଦୁ ବୋଲି କହିଦେଉଛନ୍ତି । ନିଜର ଶ୍ରେଷ୍ଠ ଧର୍ମ କର୍ମକୁ ଭୁଲିଯାଇଛନ୍ତି
ତେଣୁ ତ ଦୁଃଖୀ ହୋଇଛନ୍ତି । ସତ୍ୟଯୁଗରେ ତୁମର ଶ୍ରେଷ୍ଠ କର୍ମ, ଶ୍ରେଷ୍ଠ ଧର୍ମ ଥିଲା ।
ବର୍ତ୍ତମାନ କଳିଯୁଗରେ ଧର୍ମଭ୍ରଷ୍ଟ ହୋଇଯାଇଛନ୍ତି । ବୁଦ୍ଧିରେ କ’ଣ ଆସୁଛି, କି ଆମେ କିପରି
ନିମ୍ନଗାମୀ ହେଲୁ? ଏବେ ତୁମେ ବେହଦ ବାବାଙ୍କର ପରିଚୟ ଦେଉଛ । ବେହଦର ବାବା ହିଁ ଆସି ନୂଆ ଦୁନିଆ
ସ୍ୱର୍ଗର ରଚନା କରୁଛନ୍ତି । କହୁଛନ୍ତି ମନମନାଭବ । ଏହା ଗୀତାର ହିଁ ଶବ୍ଦ ଅଟେ । ସହଜ ରାଜଯୋଗର
ଜ୍ଞାନକୁ ଗୀତା ନାମ ଦେଇଦେଇଛନ୍ତି । ଏହା ତୁମର ପାଠଶାଳା ଅଟେ । ସନ୍ତାନମାନେ ଆସି ପଢୁଥିବାରୁ
କହୁଛନ୍ତି ଆମ ବାବାଙ୍କର ପାଠଶାଳା । ଯେମିତି କୌଣସି ପିଲାର ବାପା ମାଆ ଯଦି ପ୍ରିନ୍ସପାଲ୍
ହୋଇଥିବେ ତେବେ କହିବେ ମୁଁ ମୋର ମା’ ବାପାଙ୍କର କଲେଜରେ ପଢୁଛି । ଆଉ ତାଙ୍କର ମା ମଧ୍ୟ ଯଦି
ପ୍ରିନ୍ସପାଲ୍ ହୋଇଥିବେ ତେବେ କହିବେ ମୋ’ର ମାଆ-ବାବା ଉଭୟ ପ୍ରିନସ୍ପାଲ୍ । ଦୁହେଁ ପଢାଉଛନ୍ତି
। ମୋର ମା-ବାବାଙ୍କର କଲେଜ । ତୁମେ କହିବ ଆମର ମାମା-ବାବାଙ୍କର ପାଠଶାଳା । ଦୁହେଁ ହିଁ
ପଢାଉଛନ୍ତି । ଦୁହେଁ ଏହି ରୁହାନୀ କଲେଜ ବା ୟୁନିଭରସିଟୀ ଖୋଲିଛନ୍ତି । ଦୁଇଜଣ ଏକାଠି ପଢାଉଛନ୍ତି
। ବ୍ରହ୍ମା ପୋଷ୍ୟ କରିଛନ୍ତି । ଏହା ବହୁତ ଗଭୀର ଜ୍ଞାନଯୁକ୍ତ କଥା । ବାବା କିଛି ନୂଆ କଥା
ବୁଝାଉନାହାଁନ୍ତି । ଏହା ତ କଳ୍ପ ପୂର୍ବରୁ ମଧ୍ୟ ବୁଝାଇଥିଲେ । ହଁ ଏତେ ଜ୍ଞାନ ରହିଛି ଯାହାକି
ଦିନକୁ ଦିନ ଗୁହ୍ୟ ହୋଇ ଚାଲିଛି । ଦେଖ ଆତ୍ମାର ଜ୍ଞାନ ଦେଖ ଏବେ ତୁମକୁ କିପରି ମିଳୁଛି । ଏତେ
ଛୋଟ ଆତ୍ମାରେ ୮୪ ଜନ୍ମର ଅଭିନୟ ଭରି ହୋଇ ରହିଛି । ତାହା କେବେ ବି ବିନାଶ ହୁଏ ନାହିଁ । ଆତ୍ମା
ଅବିନାଶୀ ତେଣୁ ଆତ୍ମାର ଅଭିନୟ ମଧ୍ୟ ଅବିନାଶୀ ଅଟେ । ଆତ୍ମା କାନ ଦ୍ୱାରା ଶୁଣିଲା । ଶରୀର ଅଛି
ତ ପାର୍ଟ ଅଛି । ଶରୀରରୁ ଆତ୍ମା ଅଲଗା ହୋଇଗଲେ ଜବାବ (ପ୍ରତ୍ୟୁତ୍ତର) ମିଳେ ନାହିଁ । ଏବେ ବାବା
କହୁଛନ୍ତି ସନ୍ତାନଗଣ ଏବେ ତୁମକୁ ଘରକୁ ଫେରିବାକୁ ହେବ । ଏହି ପୁରୁଷୋତ୍ତମ ସଂଗମଯୁଗ ଆସିଲେ ହିଁ
ଘରକୁ ଫେରିବାକୁ ହୁଏ, ଏଥିପାଇଁ ମୁଖ୍ୟ ଆବଶ୍ୟକତା ହେଲା ପବିତ୍ରତା । ଶାନ୍ତିଧାମରେ ତ ପବିତ୍ର
ଆତ୍ମାମାନେ ହିଁ ରୁହନ୍ତି । ଶାନ୍ତିଧାମ ଏବଂ ସୁଖଧାମ ଦୁଇଟିଯାକ ପବିତ୍ର ଧାମ । ସେଠାରେ ଅର୍ଥାତ୍
ଶାନ୍ତିଧାମରେ ଶରୀର ନ ଥାଏ । ଆତ୍ମା ପବିତ୍ର ହୋଇ ଥାଏ, ସେଠାରେ ବ୍ୟାଟେରୀ ଡିସ ଚାର୍ଜ ହୁଏ ନାହିଁ
। ଏଠାରେ ଶରୀର ଧାରଣ କରୁଥିବାରୁ ମୋଟର ଚାଲୁଛି । ମୋଟର ଛିଡା ହୋଇଥିଲେ ପେଟ୍ରୋଲ୍ କମ୍ ହୋଇ ନ
ଥାଏ? ଏବେ ତୁମ ଆତ୍ମାର ଜ୍ୟୋତି କମ୍ ହୋଇଯାଇଛି । ଏକଦମ୍ ଲିଭି ଯାଉନାହିଁ । ଯଦି କେହି ମରିଯାଏ
ତ ଦୀପ ଜଳାଇଥା’ନ୍ତି । ପୁଣି ସେହି ଦୀପକୁ ବହୁତ ଭଲ ଭାବରେ ସମ୍ଭାଳିଥା’ନ୍ତି କି ଯେପରି ଲିଭି ନ
ଯିବ । ଆତ୍ମାର ଜ୍ୟୋତି କେବେ ହେଲେ ଲିଭିଯାଏ ନାହିଁ, ଏହା ତ ଅବିନାଶୀ । ଏହି ସବୁ କଥା ବାବା ବସି
ବୁଝାଉଛନ୍ତି । ବାବା ଜାଣିଛନ୍ତି ଯେ ଏମାନେ ସବୁ ବହୁତ ମଧୁର ସନ୍ତାନ ଅଟନ୍ତି, କାମାଗ୍ନି ଦ୍ୱାରା
ଭସ୍ମ ହୋଇଯାଇଛନ୍ତି । ପୁଣି ସେମାନଙ୍କୁ ଜାଗ୍ରତ କରୁଛି । ବିଲ୍କୁଲ୍ ହିଁ ତମଃପ୍ରଧାନ
ମୁର୍ଦ୍ଦାର ହୋଇଯାଇଛନ୍ତି । ବାବାଙ୍କୁ ଜାଣି ହିଁ ନାହାଁନ୍ତି । ବର୍ତ୍ତମାନର ମନୁଷ୍ୟମାନେ କୌଣସି
କାମର ନୁହଁନ୍ତି । ମନୁଷ୍ୟର ମୃତଦେହ କୌଣସି କାମରେ ଲାଗେ ନାହିଁ । ଏପରି ନୁହେଁ କି ବଡ ଲୋକଙ୍କର
ମୃତଦେହ କୌଣସି କାମରେ ଆସିବ, ଗରିବଙ୍କର କୌଣସି କାମରେ ଲାଗିବ ନାହିଁ । ମାଟିର ଶରୀର ତ ମାଟିରେ
ମିଶିଯିବ, ଭଲେ କାହାର ବି ଶରୀର ହୋଇଥାଉ । କେହି ଜଳାଇ ଦେଉଛନ୍ତି, କେହି କବରରେ ବନ୍ଦ
କରିଦେଉଛନ୍ତି । ପାରସୀ ଲୋକମାନେ କୂଅ ଉପରେ ରଖିଦେଇଥାଆନ୍ତି, ପକ୍ଷୀମାନେ ମାଂସକୁ ଖାଇ ଦିଅନ୍ତି
। ପୁଣି ହାଡଗୁଡିକ ଯାଇ ତଳେ ପଡିଥାଏ । ତାହା ତ ପୁଣି ବି କାମରେ ଆସିଥାଏ । ଦୁନିଆରେ ତ ଢେରକୁ
ଢେର ମଣିଷ ମରୁଛନ୍ତି । ଏବେ ତୁମକୁ ତ ସ୍ୱତଃ ପ୍ରବୃତ୍ତ ଭାବେ ଶରୀର ଛାଡିବାକୁ ହେବ । ତୁମେ
ଏଠାକୁ ହିଁ ଆସିଛ ଶରୀର ଛାଡି ଘରକୁ ଯିବା ପାଇଁ ଅର୍ଥାତ୍ ମରିବା ପାଇଁ । ତୁମେ ଖୁସୀରେ ଯାଉଛ
କାହକିଁ ନା ଜୀବନମୁକ୍ତିକୁ ଯିବ ।
ଯିଏ ଯେଉଁ ଅଭିନୟ
କରିଛନ୍ତି, ଶେଷ ପର୍ଯ୍ୟନ୍ତ ସେହି ଅଭିନୟ କରିବେ । ବାବା ପୁରୁଷାର୍ଥ କରାଇବେ, ସାକ୍ଷୀ ହୋଇ
ଦେଖୁଥିବେ । ଏହା ତ ବୁଝିବାର କଥା । ଏଥିରେ ଡରିବାର କିଛି କଥା ନାହିଁ । ଆମେ ସ୍ୱର୍ଗକୁ ଯିବା
ପାଇଁ ନିଜେ ନିଜେ ପୁରୁଷାର୍ଥ କରି ଶରୀର ଛାଡି ଦେଉଛୁ । ବାବାଙ୍କୁ ଯଦି ୟାଦ କରିଚାଲିବ ତେବେ
ଅନ୍ତ ମତି ସୋ ଗତି ହୋଇଯିବ । ଏଥିରେ ମେହନତ ରହିଛି । ପ୍ରତ୍ୟେକ ପାଠପଢାରେ ମେହନତ ରହିଥାଏ ।
ଭଗବାନଙ୍କୁ ଆସି ପଢାଇବାକୁ ପଡୁଛି । ନିଶ୍ଚିତ ଭାବେ ପାଠପଢା ଶ୍ରେଷ୍ଠ ହୋଇଥିବ, ଏଥିରେ ଦୈବୀଗୁଣ
ମଧ୍ୟ ଦରକାର । ଲକ୍ଷ୍ମୀ-ନାରାୟଣଙ୍କ ପରି ହେବାକୁ ପଡିବ ନା । ସେମାନେ ସତ୍ୟଯୁଗରେ ଥିଲେ । ଏବେ
ପୁଣି ତୁମେ ସତ୍ୟଯୁଗୀ ଦେବତା ହେବା ପାଇଁ ଆସିଛ । ଲକ୍ଷ୍ୟ-ଉଦ୍ଦେଶ୍ୟ କେତେ ସହଜ । ତ୍ରିମୂର୍ତ୍ତି
ଚିତ୍ରରେ ସ୍ପଷ୍ଟ ଭାବେ ବୁଝାଯାଇଛି । ଏହି ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର ଚିତ୍ର ନ ଥିଲେ ଆମେ
କିପରି ବୁଝାଇପାରିଥାଆନ୍ତୁ । ବ୍ରହ୍ମା ହିଁ ବିଷ୍ଣୁ, ବିଷ୍ଣୁ ହିଁ ବ୍ରହ୍ମା । ବ୍ରହ୍ମାଙ୍କର ୮
ଭୂଜା, ୧୦୦ ଭୂଜା ଦେଖାଇଥା’ନ୍ତି କାହିଁକି ନା ବ୍ରହ୍ମାଙ୍କର ବହୁତ ସନ୍ତାନ ଅଛନ୍ତି । ତେଣୁ
ସେମାନେ ପୁଣି ସେହିପରି ଚିତ୍ର ତିଆରି କରିଦେଇଛନ୍ତି । ବାକି ମନୁଷ୍ୟ କେହି ଏତେ ଭୂଜାଧାରୀ ନ
ଥା’ନ୍ତି । ରାବଣର ୧୦ ମୁଣ୍ଡର ମଧ୍ୟ ଅର୍ଥ ରହିଛି, ଏପରି ମଣିଷ ନ ଥା’ନ୍ତି । ଏହା ବାବା ବସି
ବୁଝାଉଛନ୍ତି, ମନୁଷ୍ୟ ତ କିଛି ବି ଜାଣିନାହାଁନ୍ତି । ଏହା ମଧ୍ୟ ଖେଳ ଅଟେ, ଏ କଥା କାହାକୁ
ଜଣାନାହିଁ କି ଏହାର ଆରମ୍ଭ କେବେଠାରୁ ହେଲା । ପରମ୍ପରାରୁ ଆରମ୍ଭ ହେଲା ବୋଲି କହିଦେଉଛନ୍ତି ।
ଆରେ, ତାହା ମଧ୍ୟ କେବେଠାରୁ? ତେବେ ମଧୁର ସନ୍ତାନମାନଙ୍କୁ ବାବା ପଢାଉଛନ୍ତି, ସେ ଶିକ୍ଷକ ଏବଂ
ଗୁରୁ ମଧ୍ୟ ଅଟନ୍ତି । ତେଣୁ ପିଲାମାନଙ୍କର କେତେ ଖୁସୀ ରହିବା ଦରକାର ।
ଏହି ମ୍ୟୁଜିୟମ୍ (ସଂଗ୍ରହାଳୟ)
ଆଦି କାହା ନିର୍ଦ୍ଦେଶରେ ଖୋଲୁଛନ୍ତି? ଏଠାରେ ମା, ବାପା ଓ ସନ୍ତାନମାନେ ହିଁ ଅଛନ୍ତି । ଅନେକ
ସନ୍ତାନ ଅଛନ୍ତି । ନିର୍ଦ୍ଦେଶ ଅନୁସାରେ ଖୋଲି ଚାଲିଛନ୍ତି । ଲୋକମାନେ କହୁଛନ୍ତି ଯେ ତୁମେ ଯଦି
କହୁଛ ଭଗବାନୁବାଚ ତେବେ ଏହି ରଥ ଅର୍ଥାତ୍ ବ୍ରହ୍ମାଙ୍କ ଶରୀର ଦ୍ୱାରା ଆମକୁ ଭଗବାନଙ୍କର ସାକ୍ଷାତ୍କାର
କରାଅ । ଆରେ, ତୁମେ ଆତ୍ମାର ସାକ୍ଷାତ୍କାର କରିଛ? ତୁମେ ଏତେ ଛୋଟ ବିନ୍ଦୁର କ’ଣ ସାକ୍ଷାତ୍କାର
କରିପାରିବ! ଦରକାର ହିଁ ନାହିଁ । ଆତ୍ମାକୁ ତ ଅନୁଭବ କରିବାକୁ ହୁଏ । ଆତ୍ମା ଭ୍ରୃକୁଟୀ ମଧ୍ୟରେ
ରହିଥାଏ, ଯାହାକୁ ଆଧାର କରି ଏତେ ବଡ ଶରୀର ଚାଲୁଛି । ଏବେ ତୁମ ପାଖରେ ନା ଲାଇଟ୍ର ନା
ରତ୍ନଜଡିତ ତାଜ (ମୁକୁଟ) ଅଛି । ଦୁଇଟିଯାକ ମୁକୁଟ ନେବା ପାଇଁ ତୁମେ ପୁଣି ଥରେ ପୁରୁଷାର୍ଥ କରୁଛ
। କଳ୍ପ କଳ୍ପ ତୁମେ ବାବାଙ୍କଠାରୁ ସମ୍ପତ୍ତି ନେଉଛ । ବାବା ପଚାରୁଛନ୍ତି ପୂର୍ବରୁ କେବେ ମିଳନ
କରିଥିଲ? ତେବେ କହୁଛନ୍ତି - ହଁ ବାବା, କଳ୍ପ-କଳ୍ପ ଆମେ କାହିଁକି ମିଳନ କରିବା ପାଇଁ ଆସୁଛୁ ।
ଏହି ଲକ୍ଷ୍ମୀ-ନାରାୟଣ ହେବା ପାଇଁ । ଏମାନେ ସମସ୍ତେ ଗୋଟିଏ ହିଁ କଥା କହିବେ । ବାବା କହୁଛନ୍ତି
- ଆଚ୍ଛା, ଶୁଭ କଥା କହୁଛ, ଏବେ ପୁରୁଷାର୍ଥ କର । ସମସ୍ତେ ତ ନରରୁ ନାରାୟଣ ହେବେ ନାହିଁ, ପ୍ରଜା
ତ ଦରକାର ନା । ସତ୍ୟନାରାୟଣଙ୍କର କାହାଣୀ ମଧ୍ୟ ଶୁଣାଇଥା’ନ୍ତି । ସେମାନେ କେବଳ କାହାଣୀ
ଶୁଣାଇଥାଆନ୍ତି, ପରନ୍ତୁ ବୁଦ୍ଧିରେ କିଛି ପଶେ ନାହିଁ । ତୁମେ ପିଲାମାନେ ବୁଝୁଛ ତାହା ହେଉଛି
ଶାନ୍ତିଧାମ, ନିରାକାରୀ ଦୁନିଆ । ପୁଣି ସେଠାରୁ ସୁଖଧାମକୁ ଯିବ । ସୁଖଧାମକୁ ଏକ ବାବା ହିଁ
ନେଇଯାଇ ପାରିବେ । ତୁମେ କାହାକୁ ବି ବୁଝାଅ, କୁହ ଏବେ ଘରକୁ ଫେରିବାକୁ ହେବ । ଆତ୍ମାକୁ ନିଜ
ଘରକୁ ଅଶରୀରୀ ବାବା ହିଁ ନେଇଯିବେ । ଏବେ ବାବା ଆସିଛନ୍ତି, ତାଙ୍କୁ କେହି ଜାଣିନାହାଁନ୍ତି ।
ବାବା କହୁଛନ୍ତି ମୁଁ ଯାହାଙ୍କ ଶରୀରରେ ଆସୁଛି, ତାଙ୍କୁ ମଧ୍ୟ ଜାଣନ୍ତି ନାହିଁ । ରଥ ମଧ୍ୟ ରହିଛି
ନା । ପ୍ରତ୍ୟେକ ରଥରେ ଆତ୍ମା ପ୍ରବେଶ କରିଥାଏ । ସମସ୍ତଙ୍କର ଆତ୍ମା ଭ୍ରୃକୁଟୀ ମଧ୍ୟରେ ରହିଥାଏ
। ବାବା ମଧ୍ୟ ଆସି ଭ୍ରୃକୁଟୀ ମଝିରେ ବସିବେ । ବହୁତ ସହଜରେ ବୁଝାଉଛନ୍ତି । ପତିତ-ପାବନ ତ ଏକ
ବାବା ହିଁ ଅଟନ୍ତି, ବାବାଙ୍କ ନିକଟରେ ସବୁ ସନ୍ତାନ ଏକ ସମାନ ଅଟନ୍ତି । ସେମାନଙ୍କର
ପ୍ରତ୍ୟେକଙ୍କର ନିଜ ନିଜର ପାର୍ଟ ରହିଛି, ଏଥିରେ କେହି ଇଣ୍ଟର୍ଫିଅର୍ ଅର୍ଥାତ୍ ହସ୍ତକ୍ଷେପ
କରିପାରିବେ ନାହିଁ । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ଶରୀର
ରୂପକ ବସ୍ତ୍ରଠାରୁ ମୋହ ତୁଟାଇ ବଞ୍ଚି ଥାଉ ଥାଉ ମରିବାକୁ ହେବ ଅର୍ଥାତ୍ ନିଜର ସମସ୍ତ
ହିସାବ-କିତାବକୁ ଚୁକ୍ତ କରିବାକୁ ହେବ ।
(୨) ଦୁଇ ମୁକୁଟଧାରୀ
ହେବା ପାଇଁ ପାଠପଢାରେ ପରିଶ୍ରମ କରିବାକୁ ହେବ । ଦୈବୀଗୁଣକୁ ଧାରଣ କରିବାକୁ ହେବ । ଯେପରି
ଲକ୍ଷ୍ୟ ରଖିଛ ଶୁଭ ବାଣୀ ମଧ୍ୟ କହୁଛ, ସେହିପରି ପୁରୁଷାର୍ଥ କରିବାକୁ ହେବ ।
ବରଦାନ:-
ଅକଲ୍ୟାଣର
ସଂକଳ୍ପକୁ ସମାପ୍ତ କରି ଅପକାରୀମାନଙ୍କର ଉପକାର କରୁଥିବା ଜ୍ଞାନୀ ତୁ ଆତ୍ମା ହୁଅ ।
ଯଦି କେହି ପ୍ରତିଦିନ
ତୁମର ନିନ୍ଦା କରୁଥିବ, ଅକଲ୍ୟାଣ କରୁଥିବ ବା ଗାଳି ଦେଉଥିବ - ତେବେ ବି ତା’ ପ୍ରତି ଘୃଣା ଭାବ ନ
ଆସୁ ଅର୍ଥାତ୍ ଅପକାରୀର ମଧ୍ୟ ଉପକାର - ଏହା ହିଁ ହେଉଛି ଜ୍ଞାନୀ ଆତ୍ମାର କର୍ତ୍ତବ୍ୟ । ଯେପରି
ତୁମେ ପିଲାମାନେ ୬୩ ଜନ୍ମ ବାବାଙ୍କୁ ଗାଳି ଦେଇ ଆସିଛ, ପୁଣି ବି ବାବା ତୁମମାନଙ୍କୁ କଲ୍ୟାଣକାରୀ
ଦୃଷ୍ଟିରେ ଦେଖୁଛନ୍ତି, ତେଣୁ ପିତାଙ୍କୁ ଅନୁକରଣ କର । ଜ୍ଞାନୀ ଆତ୍ମାର ଅର୍ଥ ହେଲା ସମସ୍ତଙ୍କ
ପ୍ରତି କଲ୍ୟାଣର ଭାବନା । ସଂକଳ୍ପ ମାତ୍ରରେ ମଧ୍ୟ ଅକଲ୍ୟାଣ ଭାବନା ନ ଥିବ ।
ସ୍ଲୋଗାନ:-
ଯଦି ତୁମେ
ମନମନାଭବ ସ୍ଥିତିରେ ସ୍ଥିତ ରହିବ ତେବେ ଅନ୍ୟମାନଙ୍କର ମନର ଭାବକୁ ଜାଣିପାରିବ ।