01.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କୁ ଏହି ପୁରୁଷୋତ୍ତମ ସଙ୍ଗମଯୁଗରେ ହିଁ ଉତ୍ତମରୁ ଉତ୍ତମ ପୁରୁଷ ହେବାକୁ ପଡିବ,
ସମସ୍ତଙ୍କଠାରୁ ଉତ୍ତମ ପୁରୁଷ ହେଉଛନ୍ତି ଏହି ଲକ୍ଷ୍ମୀ-ନାରାୟଣ ।”
ପ୍ରଶ୍ନ:-
ତୁମେ
ସନ୍ତାନମାନେ ବାବାଙ୍କ ସହିତ କେଉଁ ଏକ ଗୁପ୍ତ କାର୍ଯ୍ୟ କରୁଛ?
ଉତ୍ତର:-
ଆଦି ସନାତନ ଦେବୀ-ଦେବତା ଧର୍ମ ଏବଂ ଦୈବୀ ରାଜଧାନୀର ସ୍ଥାପନାର କାର୍ଯ୍ୟ - ତୁମେମାନେ ବାବାଙ୍କ
ସହିତ ଗୁପ୍ତ ରୂପରେ କରୁଛ । ବଗିଚାର ମାଲିକ ବାବା ଆସି କଣ୍ଟାର ଜଙ୍ଗଲକୁ ଫୁଲର ବଗିଚା କରୁଛନ୍ତି
। ସେହି ବଗିଚାରେ କୌଣସି ପ୍ରକାରର ଭୟାନକ ଜୀବଜନ୍ତୁ ବା ଦୁଃଖଦାୟୀ ଜିନିଷ ରହିବ ନାହିଁ ।
ଗୀତ:-
ଆଖିର ୱହ ଦିନ
ଆୟା ଆଜ...
ଓମ୍ ଶାନ୍ତି ।
ଆତ୍ମିକ ପିତା
ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ନିଶ୍ଚୟ ଶରୀର ଦ୍ୱାରା ତ ବୁଝାଇବେ ନା । ଆତ୍ମା
ଶରୀର ବିନା କୌଣସି କାର୍ଯ୍ୟ କରିପାରିବ ନାହିଁ । ଆତ୍ମିକ ବାବାଙ୍କୁ ମଧ୍ୟ ଥରେ ମାତ୍ର
ପୁରୁଷୋତ୍ତମ ସଙ୍ଗମଯୁଗରେ ଶରୀରର ଆଧାର ନେବାକୁ ପଡିଥାଏ । ଏହି ସଙ୍ଗମଯୁଗକୁ ପୁରୁଷୋତ୍ତମ ଯୁଗ
ମଧ୍ୟ କୁହାଯିବ କାହିଁକି ନା ଏହି ସଙ୍ଗମଯୁଗ ପରେ ପୁଣି ସତ୍ୟଯୁଗ ଆସିଥାଏ । ସତ୍ୟଯୁଗକୁ ମଧ୍ୟ
ପୁରୁଷୋତ୍ତମ ଯୁଗ କୁହାଯିବ । ବାବା ଆସି ପୁରୁଷୋତ୍ତମ ଯୁଗର ସ୍ଥାପନା କରୁଛନ୍ତି । ସଙ୍ଗମଯୁଗରେ
ବାବା ଆସୁଥିବାରୁ ଏହା ମଧ୍ୟ ପୁରୁଷୋତ୍ତମ ଯୁଗ ହେଲା ନା । ଏହିଠାରେ ହିଁ ପିଲାମାନଙ୍କୁ
ପୁରୁଷୋତ୍ତମ କରାଉଛନ୍ତି, ପୁଣି ତୁମେ ପୁରୁଷୋତ୍ତମ ନୂଆ ଦୁନିଆରେ ରହିବ । ପୁରୁଷୋତ୍ତମ ଅର୍ଥାତ୍
ଉତ୍ତମରୁ ଉତ୍ତମ ପୁରୁଷ ଏହି ରାଧା-କୃଷ୍ଣ ଅଥବା ଲକ୍ଷ୍ମୀ-ନାରାୟଣ ଅଟନ୍ତି । ଏହି ଜ୍ଞାନ ମଧ୍ୟ
ତୁମ ପାଖରେ ଅଛି । ଅନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ମାନିବେ ଯେ ବାସ୍ତବରେ ଲକ୍ଷ୍ମୀ-ନାରାୟଣ
ସ୍ୱର୍ଗର ମାଲିକ ଥିଲେ । ଭାରତର କେତେ ଶ୍ରେଷ୍ଠ ମହିମା ରହିଛି । କିନ୍ତୁ ଭାରତବାସୀ ନିଜେ ହିଁ
ଜାଣି ନାହାଁନ୍ତି । କହୁଛନ୍ତି ମଧ୍ୟ - ଅମୁକ ସ୍ୱର୍ଗବାସୀ ହେଲା କିନ୍ତୁ ସ୍ୱର୍ଗ କି ପ୍ରକାର
ଜିନିଷ, ଏକଥା କେହି ବୁଝି ନାହାଁନ୍ତି । ନିଜେ ହିଁ ସିଦ୍ଧ କରୁଛନ୍ତି ଯେ ସ୍ୱର୍ଗକୁ ଗଲା, ଏହାର
ଅର୍ଥ ନରକରେ ଥିଲା । ସ୍ୱର୍ଗ ତ ସେତେବେଳେ ହେବ ଯେତେବେଳେ ବାବା ସ୍ଥାପନ କରିବେ । ସ୍ୱର୍ଗ ତ
ନୂଆ ଦୁନିଆକୁ ହିଁ କୁହାଯାଉଛି । ଦୁଇଟି ଜିନିଷ ଅଟେ ନା - ସ୍ୱର୍ଗ ଏବଂ ନର୍କ । ମନୁଷ୍ୟ ତ
ସ୍ୱର୍ଗକୁ ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି । ତୁମେ ସନ୍ତାନମାନେ ବୁଝୁଛ ଏହି ଦୁନିଆ କାଲି
ସ୍ୱର୍ଗ ଥିଲା, ଏମାନଙ୍କର ରାଜତ୍ୱ ଥିଲା, ପୁଣି ବାବାଙ୍କଠାରୁ ସମ୍ପତ୍ତି ନେଉଛ ।
ବାବା କହୁଛନ୍ତି - ମଧୁର
ଗେହ୍ଲା ସନ୍ତାନମାନେ, ତୁମର ଆତ୍ମା ପତିତ ହୋଇ ଯାଇଥିବାରୁ ନର୍କରେ ହିଁ ଅଛି । କହୁଛନ୍ତି ମଧ୍ୟ
ଏବେ କଳିଯୁଗ ଶେଷ ହେବା ପାଇଁ ୪୦ ହଜାର ବର୍ଷ ବାକି ଅଛି । ତେବେ ନିଶ୍ଚୟ କଳିଯୁଗବାସୀ କୁହାଯିବ
ନା । ପୁରୁଣା ଦୁନିଆ ତ ଅଟେ ନା । ମନୁଷ୍ୟ ବିଚରା ଘୋର ଅନ୍ଧକାରରେ ଅଛନ୍ତି । ଶେଷ ସମୟରେ
ଯେତେବେଳେ ନିଆଁ ଲାଗିବ ସେତେବେଳେ ଏମାନେ ସବୁ ବିନାଶ ହୋଇଯିବେ । ପୁରୁଷାର୍ଥର କ୍ରମ ଅନୁସାରେ
ତୁମମାନଙ୍କର ପ୍ରୀତି ବୁଦ୍ଧି ହୋଇଛି । ଯେତେ ପ୍ରୀତି ବୁଦ୍ଧି ଥିବ ସେତେ ଉଚ୍ଚ ପଦ ପାଇବ । ସକାଳୁ
ଉଠି ବହୁତ ସ୍ନେହର ସହିତ ବାବାଙ୍କୁ ମନେ ପକାଇବା ଉଚିତ୍ । ପ୍ରେମର ଅଶ୍ରୁ ପଛେ ଆସୁ କାହିଁକି ନା
ବହୁତ ସମୟ ପରେ ବାବା ଆସି ମିଶୁଛନ୍ତି । ବାବା ଆପଣ ଆସି ଆମକୁ ଦୁଃଖରୁ ମୁକ୍ତ କରୁଛନ୍ତି । ଆମେ
ବିଷୟ ସାଗରରେ ବୁଡି କେତେ ଦୁଃଖୀ ହୋଇ ଆସିଛୁ । ବର୍ତ୍ତମାନ ଏହା ହେଉଛି ରୌରବ ନର୍କ । ଏବେ ବାବା
ସାରା ଚକ୍ରର ରହସ୍ୟ ବୁଝାଉଛନ୍ତି । ମୂଳବତନ କ’ଣ - ଏକଥା ମଧ୍ୟ ଆସି ବୁଝାଇଛନ୍ତି । ଆଗରୁ ତୁମେ
ଜାଣିନଥିଲ, ଏହାକୁ କଣ୍ଟାର ଜଙ୍ଗଲ କୁହାଯାଏ । ସ୍ୱର୍ଗକୁ ଈଶ୍ୱରଙ୍କର ବଗିଚା ଅଥବା ଫୁଲର ବଗିଚା
କୁହାଯାଉଛି । ବାବାଙ୍କୁ ବଗିଚାର ମାଲିକ ମଧ୍ୟ କୁହାଯାଉଛି ନା । ତୁମକୁ ଫୁଲରୁ ପୁଣି କଣ୍ଟା କିଏ
କରୁଛି? ରାବଣ । ତୁମେମାନେ ଜାଣିଛ ଭାରତ ଫୁଲର ବଗିଚା ଥିଲା, ଏବେ ଜଙ୍ଗଲ ହୋଇଯାଇଛି । ଜଙ୍ଗଲରେ
ଜୀବଜନ୍ତୁ, ବିଛା ଆଦି ରହିଥା’ନ୍ତି । ସତ୍ୟଯୁଗରେ କୌଣସି ଭୟଙ୍କର ଜୀବଜନ୍ତୁ ଆଦି ରହିବେ ନାହିଁ
। ଶାସ୍ତ୍ରରେ ତ ବହୁତ କଥା ଲେଖି ଦେଇଛନ୍ତି । ଶ୍ରୀକୃଷ୍ଣଙ୍କୁ ସର୍ପ ଦଂଶନ କଲା, ଇତ୍ୟାଦି
ଇତ୍ୟାଦି । ଶ୍ରୀକୃଷ୍ଣଙ୍କୁ ପୁଣି ଦ୍ୱାପରକୁ ନେଇଯାଇଛନ୍ତି । ବାବା ବୁଝାଇଛନ୍ତି ଭକ୍ତି ପୂରା
ଅଲଗା ଜିନିଷ ଅଟେ, ଜ୍ଞାନର ସାଗର ଏକ ବାବା ହିଁ ଅଟନ୍ତି । ଏପରି ନୁହେଁ କି
ବ୍ରହ୍ମା-ବିଷ୍ଣୁ-ଶଙ୍କର ଜ୍ଞାନର ସାଗର ଅଟନ୍ତି । ନା । ପତିତ-ପାବନ କେବଳ ହିଁ ଜ୍ଞାନର ସାଗର
ଶିବବାବାଙ୍କୁ କୁହାଯିବ । ଜ୍ଞାନ ଦ୍ୱାରା ହିଁ ମନୁଷ୍ୟଙ୍କର ସଦ୍ଗତି ହୋଇଥାଏ । ସଦ୍ଗତିର
ସ୍ଥାନ ହେଲା ଦୁଇଟି - ମୁକ୍ତିଧାମ ଏବଂ ଜୀବନମୁକ୍ତିଧାମ । ଏବେ ତୁମେମାନେ ଜାଣିଛ ରାଜଧାନୀ
ସ୍ଥାପନ ହେଉଛି, କିନ୍ତୁ ଗୁପ୍ତ ଭାବରେ । ବାବା ହିଁ ଆସି ଆଦି ସନାତନ ଦେବୀ-ଦେବତା ଧର୍ମ ସ୍ଥାପନା
କରୁଛନ୍ତି, ତେଣୁ ପ୍ରତ୍ୟେକ ଆତ୍ମା ନିଜ ନିଜର ମନୁଷ୍ୟ ଶରୀରରେ ଆସୁଛନ୍ତି । ବାବାଙ୍କର ନିଜର ତ
ଶରୀର ନାହିଁ, ସେଥିପାଇଁ ଏହାଙ୍କୁ ନିରାକାର ଈଶ୍ୱର ପିତା ବୋଲି କୁହାଯାଉଛି, ବାକି ସବୁ ସାକାରୀ
ଅଟନ୍ତି । ତାଙ୍କୁ କୁହାଯାଉଛି ଇନ୍କାରପୋରିୟଲ୍ ଗଡ୍ ଫାଦର ଅର୍ଥାତ୍ ନିରାକାର ଈଶ୍ୱର ପିତା ।
ନିରାକାର ଆତ୍ମାମାନଙ୍କର ପିତା । ତୁମେ ଆତ୍ମାମାନେ ମଧ୍ୟ ସେଠାକାର ନିବାସୀ ଅଟ । ବାବା ମଧ୍ୟ
ସେଠାରେ ରହିଥା’ନ୍ତି । କିନ୍ତୁ ଗୁପ୍ତ ଅଟନ୍ତି । ବାବା ହିଁ ଆସି ଆଦି ସନାତନ ଦେବୀ-ଦେବତା
ଧର୍ମର ସ୍ଥାପନା କରୁଛନ୍ତି । ମୂଳବତନରେ କୌଣସି ଦୁଃଖ ନାହିଁ । ବାବା କହୁଛନ୍ତି ତୁମର ଗୋଟିଏ
କଥାରେ ହିଁ କଲ୍ୟାଣ ରହିଛି - ବାବାଙ୍କୁ ୟାଦ କର, ମନ୍ମନାଭବ । ବାସ୍, ବାବାଙ୍କର ସନ୍ତାନ ହେଲ
ଅର୍ଥାତ୍ ସମ୍ପତ୍ତିର ମାଲିକ ହେଲ, ଏହା ତ ବୁଝାପଡୁଛି । ଅଲଫ ଅର୍ଥାତ୍ ଆଲ୍ଲାକୁ ମନେ ପକାଇଲେ -
ସତ୍ୟଯୁଗୀ ନୂଆ ଦୁନିଆର ସମ୍ପତ୍ତି ମିଳିବ । ଏହି ପତିତ ଦୁନିଆର ବିନାଶ ମଧ୍ୟ ନିଶ୍ଚୟ ହେବ ।
ଅମରପୁରୀକୁ ଯିବାକୁ ହିଁ ହେବ । ଅମରନାଥ ତୁମ ପାର୍ବତୀମାନଙ୍କୁ ଅମରକଥା ଶୁଣାଉଛନ୍ତି । ବିଭିନ୍ନ
ତୀର୍ଥସ୍ଥାନକୁ କେତେ ମଣିଷ ଯାଇଥାଆନ୍ତି, ଅମରନାଥକୁ ମଧ୍ୟ କେତେ ମନୁଷ୍ୟମାନେ ଯାଉଛନ୍ତି ।
ସେଠାରେ ତ କିଛି ବି ନାହିଁ । ସବୁ ହେଲା ଠକାମି । ଟିକିଏ ହେଲେ ସତ୍ୟ ନାହିଁ । ଗାୟନ ମଧ୍ୟ ରହିଛି
ମିଛ ମାୟା ମିଛ କାୟା... ଏହାର ମଧ୍ୟ ଅର୍ଥ ବାହାର କରିବା ଉଚିତ୍ । ଏଠାରେ ସବୁ ମିଛ ଅଟେ । ଏହା
ମଧ୍ୟ ଜ୍ଞାନର କଥା ଅଟେ । ଏପରି ନୁହେଁ ଯେ ଗ୍ଲାସ୍କୁ ଗ୍ଲାସ୍ କହିବା ମିଛ । ବାକି ବାବାଙ୍କ
ବିଷୟରେ ଯାହା କିଛି କହୁଛନ୍ତି ସବୁ ମିଛ କହୁଛନ୍ତି । ଏକା ବାବା ହିଁ ସତ୍ୟ କହିଥା’ନ୍ତି । ଏବେ
ତୁମେ ଜାଣୁଛ ବାବା ଆସି ପ୍ରକୃତ ସତ୍ୟନାରାୟଣଙ୍କ କଥା ଶୁଣାଉଛନ୍ତି । କୃତ୍ରିମ ହୀରା-ମୋତି ମଧ୍ୟ
ଥାଏ ନା । ଆଜିକାଲି କୃତ୍ରିମର ବହୁତ ଆଡମ୍ବର ରହିଛି । ସେଗୁଡିକର ଚମକ ସତ୍ୟଠାରୁ ମଧ୍ୟ ଭଲ
ଦେଖାଯାଏ । ଏହି କୃତ୍ରିମ ପଥର ସବୁ ଭାରତରେ ପୂର୍ବରୁ ନ ଥିଲା । ପରେ ବିଦେଶରୁ ଆସିଛି । ଅସଲି ଓ
ନକଲିକୁ ଏକାଠି ମିଶାଇ ଦେଉଛନ୍ତି । ଜଣାପଡେ ନାହିଁ । ପୁଣି ଏଭଳି ଜିନିଷ ମଧ୍ୟ ବାହାରିଛି ଯାହା
ସାହାଯ୍ୟରେ ପରଖିଥା’ନ୍ତି । ମୋତି ମଧ୍ୟ ଏଭଳି ନକଲି ବାହାରିଛି ଯେ ଟିକେ ବି ନକଲି ବୋଲି ଜଣାପଡୁ
ନାହିଁ । ଏବେ ତୁମ ପିଲାମାନଙ୍କର କୌଣସି ବି ସନ୍ଦେହ ନାହିଁ । ସଂଶୟବୁଦ୍ଧି ସମ୍ପନ୍ନ ଆତ୍ମା
ଏଠାକୁ ଆସନ୍ତି ନାହିଁ । ପ୍ରଦର୍ଶନୀକୁ କେତେ ଢେର ଆସୁଛନ୍ତି । ବାବା କହୁଛନ୍ତି ଏବେ ବଡ-ବଡ
ଦୋକାନ ଅର୍ଥାତ୍ ସେଣ୍ଟର ଖୋଲ, ଏହା ହିଁ ତୁମର ଏକମାତ୍ର ଅବିନାଶୀ ରୋଜଗାରର ଦୋକାନ ଅଟେ । ତୁମେ
ସତ୍ୟ ଦୋକାନ ଖୋଲୁଛ । ବଡ-ବଡ ସନ୍ନ୍ୟାସୀମାନଙ୍କର ବଡ ବଡ ଦୋକାନ ରହିଥାଏ । ଯେଉଁଠାକୁ ବଡ-ବଡ
ମନୁଷ୍ୟମାନେ ଯାଇଥାନ୍ତି । ତୁମେ ମଧ୍ୟ ବଡ-ବଡ ସେଣ୍ଟର ଖୋଲ । ଭକ୍ତିମାର୍ଗର ସାମଗ୍ରୀ ବିଲ୍କୁଲ୍
ଅଲଗା ଏପରି କୁହାଯିବ ନାହିଁ ଯେ ଆରମ୍ଭରୁ ଭକ୍ତି ଚାଲି ଆସିଛି । ନା । ଜ୍ଞାନ ଦ୍ୱାରା ସଦ୍ଗତି
ଅର୍ଥାତ୍ ଦିନ ହୋଇଥାଏ । ସେଠାରେ ସମ୍ପୂର୍ଣ୍ଣ ନିର୍ବିକାରୀ ବିଶ୍ୱର ମାଲିକ ଥିଲେ ।
ମନୁଷ୍ୟମାନଙ୍କୁ ଏ କଥା ମଧ୍ୟ ଜଣା ନାହିଁ ଯେ ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ ।
ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀ, ଆଉ କୌଣସି ଧର୍ମ ନ ଥାଏ । ପିଲାମାନେ ଗୀତ ମଧ୍ୟ ଶୁଣିଛନ୍ତି ।
ତୁମେ ସନ୍ତାନମାନେ ବୁଝୁଛ ଯେ ଶେଷରେ ସଙ୍ଗମର ସେହି ଦିନ ଆସି ପହଞ୍ଚିଛି ଯାହାକି ଆମେ ଆସି ବେହଦର
ବାବାଙ୍କ ସହିତ ମିଶୁଛୁ । ବେହଦର ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ କରୁଛୁ । ସତ୍ୟଯୁଗରେ ତ
ଏପରି କୁହାଯିବ ନାହିଁ - ଶେଷରେ ସେହି ଦିନ ଆସିଛି । ସେମାନେ ଭାବୁଛନ୍ତି - ବହୁତ ଶସ୍ୟ ହେବ,
ଏପରି ହେବ । ଭାବୁଛନ୍ତି ଆମେ ସ୍ୱର୍ଗର ସ୍ଥାପନା କରୁଛୁ । ଭାବୁଛନ୍ତି ଛାତ୍ରମାନଙ୍କର ନୂଆ ରକ୍ତ
ଏମାନେ ବହୁତ ସାହାଯ୍ୟ କରିବେ ସେଥିପାଇଁ ସରକାର ସେମାନଙ୍କର ଉନ୍ନତି ପାଇଁ ବହୁତ ମେହନତ କରୁଛି
କିନ୍ତୁ ଝଗଡା କରି ପଥର ଆଦି ମଧ୍ୟ ସେହିମାନେ ହିଁ ମାରୁଛନ୍ତି । ହଙ୍ଗାମା କରିବାରେ ପ୍ରଥମେ
ପ୍ରଥମେ ଛାତ୍ରମାନେ ହିଁ ଆଗରେ ରହିଥା’ନ୍ତି । ସେମାନେ ବହୁତ ଚତୁର ଅଟନ୍ତି । ତାଙ୍କର ନୂଆ ରକ୍ତ
ବୋଲି କୁହାଯାଉଛି । କିନ୍ତୁ ନୂଆ ରକ୍ତର ତ କୌଣସି କଥା ହିଁ ନାହିଁ । ତାହା ହେଲା ରକ୍ତ ସମ୍ପର୍କ
। ବର୍ତ୍ତମାନ ତୁମର ଏହା ଆତ୍ମିକ ସମ୍ପର୍କ ଅଟେ । କହିଥା’ନ୍ତି ନା ବାବା ମୁଁ ଆପଣଙ୍କର ଦୁଇ
ମାସର ସନ୍ତାନ ଅଟେ । କେତେକ ସନ୍ତାନ ଅଲୌକିକ ଜନ୍ମ ଦିନ ପାଳନ କରିଥାନ୍ତି । ଈଶ୍ୱରୀୟ ଜନ୍ମଦିନ
ହିଁ ପାଳନ କରିବା ଉଚିତ୍ । ସେହି ଶାରୀରିକ ଜନ୍ମ ଦିନ ବାତିଲ୍ କରିଦେବା ଉଚିତ୍ । କହିବା ଦରକାର
ଯେ ମୁଁ ବ୍ରାହ୍ମଣମାନଙ୍କୁ ହିଁ ଖୁଆଇବି । ଅଲୌକିକ ଜନ୍ମ ପାଳନ କରିବା ଉଚିତ୍ ନା । ତାହା ହେଲା
ଆସୁରୀ ଜନ୍ମ, ଏହା ହେଲା ଈଶ୍ୱରୀୟ ଜନ୍ମ । ରାତି-ଦିନର ଫରକ ରହିଛି, କିନ୍ତୁ ଯେବେ ନିଶ୍ଚୟ ଆସିବ
ତେବେ ହିଁ ଏହା କରିବା ସମ୍ଭବ । ଏପରି ନୁହେଁ, ଈଶ୍ୱରୀୟ ଜନ୍ମ ପାଳନ କରି ପୁଣି ଯାଇ ଆସୁରୀ
ଜନ୍ମରେ ପଡିବା । ଏମିତି ବି ହେଉଛି । ଈଶ୍ୱରୀୟ ଜନ୍ମ ପାଳନ କରୁ କରୁ ପୁଣି ଅଦୃଶ୍ୟ ହୋଇଯାଉଛନ୍ତି
। ଆଜିକାଲି ତ ବିବାହର ବାର୍ଷିକ ଉତ୍ସବ ବି ପାଳନ କରୁଛନ୍ତି । ବିବାହକୁ ଯେପରି ଭଲ ଶୁଭକାର୍ଯ୍ୟ
ବୋଲି ଭାବୁଛନ୍ତି । ନର୍କକୁ ଯିବାର ଦିନକୁ ମଧ୍ୟ ପାଳନ କରୁଛନ୍ତି । ଆଶ୍ଚର୍ଯ୍ୟ ଅଟେ ନା । ବାବା
ବସି ଏହି ସବୁ କଥା ବୁଝାଉଛନ୍ତି । ଏବେ ତୁମକୁ ତ ବ୍ରାହ୍ମଣମାନଙ୍କ ସହିତ ଈଶ୍ୱରୀୟ ଜନ୍ମ ଦିନ
ହିଁ ପାଳନ କରିବାର ଅଛି । ମୁଁ ଶିବବାବାଙ୍କ ସନ୍ତାନ, ଏହି ସ୍ମୃତିରେ ଜନ୍ମଦିନ ପାଳନ କଲେ
ଶିବବାବା ହିଁ ମନେ ରହିବେ । ନିଶ୍ଚୟ ବୁଦ୍ଧି ସନ୍ତାନମାନେ ହିଁ ଜନ୍ମଦିନ ପାଳନ କରିବା ଉଚିତ୍ ।
ଆସୁରୀ ଜନ୍ମକୁ ଭୁଲିଯିବା ଦରକାର । ଏହି ରାୟ ମଧ୍ୟ ବାବା ଦେଉଛନ୍ତି । ଯଦି ପକ୍କା ନିଶ୍ଚୟ
ବୁଦ୍ଧି ହୋଇଥିବ ତେବେ ହିଁ ହେବ । ବାସ୍, ମୁଁ ବାବାଙ୍କର ହୋଇଗଲି, ମୋର ଆଉ କେହି ନାହାଁନ୍ତି,
ତେବେ ଅନ୍ତ ମତି ଅନୁସାରେ ଗତି ଅର୍ଥାତ୍ ପଦ ହୋଇଯିବ । ବାବାଙ୍କ ସ୍ମୃତିରେ ଦେହତ୍ୟାଗ କଲେ
ପରଜନ୍ମ ମଧ୍ୟ ସେହିପରି ମିଳିବ । ନଚେତ୍ ଅନ୍ତକାଳରେ ଯିଏ ସ୍ତ୍ରୀକୁ ସ୍ମରଣ କରେ... ଏହା ମଧ୍ୟ
ଗ୍ରନ୍ଥ ସାହେବରେ ରହିଛି । ଏଠାରେ ପୁଣି କହୁଛନ୍ତି ଅନ୍ତ ସମୟରେ ଗଙ୍ଗା କୂଳରେ ଥିବ । ଏ ସବୁ
ହେଲା ଭକ୍ତିମାର୍ଗର କଥା । ତୁମକୁ ବାବା କହୁଛନ୍ତି ଶରୀର ଛାଡିବା ସମୟରେ ମଧ୍ୟ ସ୍ୱଦର୍ଶନ
ଚକ୍ରଧାରୀ ସ୍ଥିତିରେ ଥାଅ । ବୁଦ୍ଧିରେ ବାବା ଏବଂ ଚକ୍ର ମନେ ଥାଉ । ତାହା ନିଶ୍ଚୟ ସେତେବେଳେ
ହେବ ଯେତେବେଳେ ପୁରୁଷାର୍ଥ କରିଚାଲିଥିବ, ତେବେ ତ ଅନ୍ତକାଳରେ ସ୍ମୃତି ଆସିବ । ନିଜକୁ ଆତ୍ମା
ଭାବି ବାବାଙ୍କୁ ମନେ ପକାଅ କାହିଁକି ନା ତୁମ ସନ୍ତାନମାନଙ୍କୁ ଏବେ ଅଶରୀରୀ ହୋଇ ଘରକୁ
ଫେରିଯିବାକୁ ହେବ । ଏଠାରେ ଅଭିନୟ କରି କରି ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଯାଇଛ । ଏବେ ପୁଣି
ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବର୍ତ୍ତମାନ ଆତ୍ମା ହିଁ ଅପବିତ୍ର ଅଟେ, ତେବେ ଶରୀର ପୁଣି
ପବିତ୍ର କିପରି ମିଳିପାରିବ? ବାବା ବହୁତ ଉଦାହରଣ ଦେଇ ବୁଝାଉଛନ୍ତି ଯେହେତୁ ବାବା ରତ୍ନ ବ୍ୟବସାୟୀ
ଅଟନ୍ତି ନା । ଖାଦ ଅଳଙ୍କାରରେ ନୁହେଁ ସୁନାରେ ମିଶିଥାଏ । ୨୪ କ୍ୟାରେଟ୍ରୁ ୨୨ କ୍ୟାରେଟ୍
କରିବାକୁ ହେଲେ ରୂପା ମିଶାଇବେ । ଏବେ ତ ସୁନା ହିଁ ନାହିଁ ସମସ୍ତଙ୍କଠାରୁ ନେଇ ଚାଲିଛନ୍ତି ।
ଆଜିକାଲି ଦେଖ ନୋଟ୍ ମଧ୍ୟ କିପରି ତିଆରି କରୁଛନ୍ତି । କାଗଜ ବି ନାହିଁ । ପିଲାମାନେ ଜାଣିଛନ୍ତି
କଳ୍ପ-କଳ୍ପ ଏପରି ହୋଇ ଆସିଛି । ପୂରା ଯାଞ୍ଚ କରୁଛନ୍ତି । ଲକର୍ସ ଆଦି ସବୁ ଖୋଲି ଚେକିଂ
କରୁଛନ୍ତି । ଯେପରି କାହାର ତଲାସୀ ଆଦି କରାଯାଇଥାଏ ନା । ଗାୟନ ମଧ୍ୟ ରହିଛି - କାହାର ମାଟିରେ
ଦବିଯିବ... ଭୀଷଣ ଅଗ୍ନି କାଣ୍ଡ ମଧ୍ୟ ହେବ । ତୁମେ ପିଲାମାନେ ଜାଣିଛ ଏ ସବୁ ହେବ । ସେଥିପାଇଁ
ତୁମେ ଭବିଷ୍ୟତ ପାଇଁ ବ୍ୟାଗ୍-ବ୍ୟାଗେଜ୍ ପ୍ରସ୍ତୁତ କରୁଛ । ଆଉ କାହାକୁ କ’ଣ କିଛି ଜଣା ଅଛି କି
। ତୁମକୁ ହିଁ ୨୧ ଜନ୍ମ ପାଇଁ ସମ୍ପତ୍ତି ମିଳୁଛି । ତୁମ ପଇସାରେ ହିଁ ଭାରତକୁ ସ୍ୱର୍ଗ କରୁଛନ୍ତି,
ଯେଉଁଠି ପୁଣି ତୁମେ ହିଁ ନିବାସ କରିବ ।
ତୁମେ ପିଲାମାନେ ନିଜର
ପୁରଷାର୍ଥ ଦ୍ୱାରା ହିଁ ନିଜେ ରାଜତିଳକ ନେଉଛ । ଦୀନବନ୍ଧୁ ବାବା ସ୍ୱର୍ଗର ମାଲିକ କରିବାକୁ
ଆସିଛନ୍ତି କିନ୍ତୁ ହେବ ତ ନିଜର ପାଠପଢା ଦ୍ୱାରା ନା । କୃପା ଅଥବା ଆଶୀର୍ବାଦ ଦ୍ୱାରା ନୁହେଁ ।
ପଢାଇବା ତ ହେଉଛି ଶିକ୍ଷକଙ୍କର ଧର୍ମ । କୃପାର କୌଣସି କଥା ନାହିଁ । ଶିକ୍ଷକଙ୍କୁ ସରକାର ଠାରୁ
ଦରମା ମିଳିଥାଏ । ସେମାନେ ତ ନିଶ୍ଚୟ ପଢାଇବେ । ଏତେ ବଡ ପୁରସ୍କାର ମିଳୁଛି । ତୁମେ ପଦ୍ମାପଦମ୍ପତି
ହେଉଛ । ଶ୍ରୀକୃଷ୍ଣଙ୍କ ପାଦରେ ପଦ୍ମର ଚିହ୍ନ ଦେଇଥାନ୍ତି । ତୁମେ ଏଠାକୁ ଆସିଛ ଭବିଷ୍ୟରେ ପଦମ୍ପତି
ହେବା ପାଇଁ । ତୁମେ ବହୁତ ସୁଖୀ, ସାହୁକାର, ଅମର ହେଉଛ । କାଳ ଉପରେ ବିଜୟ ପ୍ରାପ୍ତ କରୁଛ ।
ଏହିସବୁ କଥାକୁ ମନୁଷ୍ୟ ବୁଝିପାରିବେ ନାହିଁ । ତୁମର ଆୟୁ ପୂରା ହୋଇଯାଉଛି, ତୁମେ ଅମର ହୋଇଯାଉଛ
। ସେମାନେ ପୁଣି ପାଣ୍ଡବଙ୍କର ଲମ୍ବା-ଚଉଡା ଚିତ୍ର ତିଆରି କରିଦେଇଛନ୍ତି । ଭାବୁଛନ୍ତି ପାଣ୍ଡବ
ଏତେ ଡେଙ୍ଗା ଥିଲେ । ତୁମେ ହିଁ ପାଣ୍ଡବ ଅଟ । କେତେ ରାତି-ଦିନର ଫରକ ରହିଛି । ମନୁଷ୍ୟ କେହି
ଅତ୍ୟଧିକ ଲମ୍ବା ତ ହୋଇନଥାନ୍ତି । ୬ ଫୁଟର ହିଁ ହୋଇଥାନ୍ତି । ଭକ୍ତିମାର୍ଗରେ ପ୍ରଥମେ ପ୍ରଥମେ
ଶିବବାବାଙ୍କର ଭକ୍ତି ହୋଇଥାଏ । ବାବାଙ୍କ ଚିତ୍ରକୁ ତ ବଡ କରି ତିଆରି କରିବେ ନାହିଁ । ପ୍ରଥମେ
ଶିବବାବାଙ୍କର ଅବ୍ୟଭିଚାରୀ ଭକ୍ତି ହେଉଛି । ପୁଣି ଦେବତାମାନଙ୍କର ମୂର୍ତ୍ତି ତିଆରି କରୁଛନ୍ତି ।
ତାଙ୍କର ପୁଣି ବଡ-ବଡ ଚିତ୍ର ତିଆରି କରୁଛନ୍ତି । ପୁଣି ପାଣ୍ଡବମାନଙ୍କର ବଡ-ବଡ ଚିତ୍ର
କରିଦେଉଛନ୍ତି । ପୂଜା ନିମନ୍ତେ ହିଁ ଏସବୁ ଚିତ୍ର ତିଆରି କରୁଛନ୍ତି । ୧୨ ମାସରେ ଥରେ
ଲକ୍ଷ୍ମୀଙ୍କର ପୂଜା କରୁଛନ୍ତି । ଜଗତ୍ଅମ୍ବାଙ୍କର ପୂଜା ପ୍ରତ୍ୟହ କରୁଛନ୍ତି । ଏ କଥା ମଧ୍ୟ
ବାବା ବୁଝାଉଛନ୍ତି ଯେ ତୁମର ଡବଲ ପୂଜା ହେଉଛି । ମୋର ତ କେବଳ ଆତ୍ମା ଅଥବା ଲିଙ୍ଗର ହିଁ ପୂଜା
ହେଉଛି । ତୁମର ଶାଳଗ୍ରାମ ରୂପରେ ଏବଂ ଦେବତା ରୂପରେ ମଧ୍ୟ ପୂଜା ହେଉଛି । ରୁଦ୍ର ଯଜ୍ଞ ରଚନା କଲେ
କେତେ ଶାଳଗ୍ରାମ ତିଆରି କରୁଛନ୍ତି ତେଣୁ କିଏ ବଡ ହେଲେ? ସେଥିପାଇଁ ବାବା ସନ୍ତାନମାନଙ୍କୁ
ନମସ୍କାର କରୁଛନ୍ତି । କେତେ ଉଚ୍ଚ ପଦ ପ୍ରାପ୍ତ କରାଉଛନ୍ତି ।
ବାବା କେତେ ଗହନ ଗହନ କଥା
ଶୁଣାଉଛନ୍ତି, ତେଣୁ ପିଲାମାନେ କେତେ ଖୁସି ହେବା ଉଚିତ୍ । ଭଗବାନ-ଭଗବତୀ କରାଇବା ପାଇଁ ଆମକୁ
ଭଗବାନ ପଢାଉଛନ୍ତି । କେତେ ଧନ୍ୟବାଦ ଦେବା ଉଚିତ୍ । ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ସ୍ୱପ୍ନ
ମଧ୍ୟ ଭଲ ଆସିବ । ସାକ୍ଷାତ୍କାର ମଧ୍ୟ ହେବ । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ଈଶ୍ୱରୀୟ ଆତ୍ମିକ ଜନ୍ମ ଦିନ ପାଳନ କରିବା ଉଚିତ୍, ସମସ୍ତଙ୍କ ସହିତ ଆତ୍ମିକ ସମ୍ପର୍କ ରଖିବାକୁ
ହେବ, ରକ୍ତ ସମ୍ପର୍କ ନୁହେଁ । ଆସୁରୀ ଅର୍ଥାତ୍ ଶାରୀରିକ ଜନ୍ମ ଦିନ ପାଳନ ମଧ୍ୟ ବନ୍ଦ କରିଦେବା
ଉଚିତ୍, ତାହା ପୁନର୍ବାର ମନେ ପଡିବା ଉଚିତ୍ ନୁହେଁ ।
(୨) ଭବିଷ୍ୟତ ପାଇଁ
ନିଜର ବ୍ୟାଗ୍-ବ୍ୟାଗେଜ୍ ପ୍ରସ୍ତୁତ କରି ରଖିବାକୁ ହେବ । ନିଜର ଟଙ୍କା-ପଇସା ଭାରତକୁ ସ୍ୱର୍ଗ
କରିବା ସେବାରେ ସଫଳ କରିବାକୁ ହେବ । ନିଜର ପୁରୁଷାର୍ଥ ଦ୍ୱାରା ହିଁ ନିଜକୁ ରାଜତିଳକ ଦେବାକୁ
ହେବ ।
ବରଦାନ:-
ସ୍ନେହ ଏବଂ
ସହଯୋଗର ବିଧି ଦ୍ୱାରା ସହଜଯୋଗୀ ହୁଅ ।
ବାପଦାଦାଙ୍କୁ
ପିଲାମାନଙ୍କର ସ୍ନେହ ବହୁତ ପସନ୍ଦ ଅଟେ, ତେଣୁ ଯେଉଁମାନେ ଯଜ୍ଞ ସ୍ନେହୀ ଏବଂ ସହଯୋଗୀ ହୋଇଥାଆନ୍ତି
ସେମାନେ ସହଜଯୋଗୀ ସ୍ୱତଃ ହିଁ ହୋଇଥାଆନ୍ତି କାରଣ ସହଯୋଗ ହିଁ ସହଜଯୋଗ ଅଟେ । ଦିଲ୍ବାଲା
ବାବାଙ୍କୁ ଦିଲ୍ର ସ୍ନେହ ଏବଂ ଦିଲ୍ର ସହଯୋଗ ହିଁ ପ୍ରିୟ ଅଟେ । ଛୋଟ ଦିଲ୍ବାଲା ଆତ୍ମାମାନେ
ଛୋଟିଆ ସଉଦା କରି ଖୁସି ହୋଇଯାଆନ୍ତି ଏବଂ ବଡ ଦିଲ୍ ଅର୍ଥାତ୍ ବିଶାଳ ହୃଦୟବାଲା ବେହଦର ସଉଦା
କରିଥାଆନ୍ତି । ମୂଲ୍ୟ କିନ୍ତୁ ସ୍ନେହର ଅଟେ ବସ୍ତୁର ନୁହେଁ । ସେଥିପାଇଁ ସୁଦାମାର ଖୁଦ ମୁଠାର
ଗାୟନ ରହିଛି । ସେହିପରି ଯଦିଓ କେହି ବହୁତ କିଛି ଦେଇଥାଉ କିନ୍ତୁ ସ୍ନେହ ନଥିଲେ ତାହା ଜମା ହୋଇ
ନ ଥାଏ, ତେଣୁ ସ୍ନେହର ସହିତ ଯଦି ଟିକିଏ ବି ଜମା କରିଥିବ ତେବେ ତାହା ପଦ୍ମଗୁଣା ହୋଇଯିବ ।
ସ୍ଲୋଗାନ:-
ସମୟ ଏବଂ ଶକ୍ତି
ବ୍ୟର୍ଥରେ ନ ଯାଉ ସେଥିପାଇଁ ପ୍ରଥମେ ଚିନ୍ତା କର ତା’ପରେ କର ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ବାପଦାଦା ପିଲାମାନଙ୍କୁ
ବିଶେଷ ଭାବରେ ଏହି ଶିକ୍ଷା ଦେଇ ଆସୁଛନ୍ତି - ପିଲାମାନେ ଏବେ ତୀବ୍ର ପୁରୁଷାର୍ଥର ଲଗନକୁ ଅଗ୍ନି
ରୂପ କର, ଜ୍ୱାଳାମୁଖୀ ହୁଅ । ଯାହା ବି ସବୁ ମନର ବା ସମ୍ବନ୍ଧ-ସମ୍ପର୍କର ହିସାବ କିତାବ ବାକି
ରହିଯାଇଛି ସେଗୁଡିକୁ ଜ୍ୱାଳା ସ୍ୱରୂପର ଯୋଗ ଦ୍ୱାରା ଭସ୍ମ କର ।