01.10.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଦେହୀ ଅଭିମାନୀ ହେବାର ଅଭ୍ୟାସ କର, ଏହି ଅଭ୍ୟାସ ଦ୍ୱାରା ହିଁ ତୁମେ ପୁଣ୍ୟ ଆତ୍ମା ହୋଇପାରିବ ।

ପ୍ରଶ୍ନ:-
କେଉଁ ଗୋଟିଏ ଜ୍ଞାନ ଜାଣିବା କାରଣରୁ ତୁମେ ପିଲାମାନେ ସର୍ବଦା ହର୍ଷିତ ରହୁଛ?

ଉତ୍ତର:-
ତୁମକୁ ଜ୍ଞାନ ମିଳିଛି ଯେ ଏହି ସୃଷ୍ଟି ନାଟକ ବହୁତ ୱାଣ୍ଡରଫୁଲ୍ ଅର୍ଥାତ୍ ଆଶ୍ଚର୍ଯ୍ୟଜନକ ଅଟେ, ଏଥିରେ ପ୍ରତ୍ୟେକ ଅଭିନେତାଙ୍କର ଅବିନାଶୀ ପାର୍ଟ ନିଧାର୍ଯ୍ୟ ରହିଛି । ସମସ୍ତେ ନିଜ ନିଜର ଅଭିନୟ କରୁଛନ୍ତି । ଏହି କାରଣରୁ ତୁମେ ସର୍ବଦା ହର୍ଷିତ ରହୁଛ ।

ପ୍ରଶ୍ନ:-
କେଉଁ ଗୋଟିଏ ହୁନର ଅର୍ଥାତ୍ କଳା କେବଳ ବାବାଙ୍କ ପାଖରେ ଅଛି, ଅନ୍ୟ କାହା ପାଖରେ ନାହିଁ?

ଉତ୍ତର:-
ଦେହୀ ଅଭିମାନୀ କରାଇବାର କଳା ଏକମାତ୍ର ବାବାଙ୍କ ପାଖରେ ହିଁ ଅଛି, କାହିଁକିନା ସେ ନିଜେ ସର୍ବଦା ଦେହୀ ଅର୍ଥାତ୍ ଆତ୍ମା ଅଟନ୍ତି, ସୁପ୍ରିମ୍ ଅର୍ଥାତ୍ ସର୍ବୋଚ୍ଚ ଅଟନ୍ତି । ଏହି କଳା କୌଣସି ମନୁଷ୍ୟର ହୋଇପାରିବ ନାହିଁ ।

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନେ ଅର୍ଥାତ୍ ଆତ୍ମାମାନଙ୍କ ପ୍ରତି ବାବା ବସି ବୁଝାଉଛନ୍ତି । ନିଜକୁ ଆତ୍ମା ତ ଭାବିବାକୁ ହେବ ନା । ବାବା ପିଲାମାନଙ୍କୁ ବୁଝାଇଛନ୍ତି ଯେ ସର୍ବପ୍ରଥମେ ଏହି ଅଭ୍ୟାସ କର କି ମୁଁ ଆତ୍ମା ଅଟେ, ଶରୀର ନୁହେଁ । ଯଦି ନିଜକୁ ଆତ୍ମା ମନେ କରିବ ତେବେ ଯାଇ ପରମପିତାଙ୍କୁ ମନେ ପକାଇ ପାରିବ । ନିଜକୁ ଆତ୍ମା ମନେ ନ କରିଲେ ନିଶ୍ଚୟ ଲୌକିକ ସମ୍ବନ୍ଧୀ ଓ ଧନ୍ଦା ଇତ୍ୟାଦି ହିଁ ମନେପଡ଼ିବ । ସେଥିପାଇଁ ତ ସର୍ବ ପ୍ରଥମେ ଏହି ଅଭ୍ୟାସ ହେବା ଦରକାର କି ମୁଁ ଆତ୍ମା ତେବେ ଯାଇ ଆତ୍ମିକ ପିତାଙ୍କ ସ୍ମୃତିରେ ରହିପାରିବ । ବାବା ଏହି ଶିକ୍ଷା ଦେଉଛନ୍ତି କି ନିଜକୁ ଦେହ ମନେ କର ନାହିଁ । ଏହି ଜ୍ଞାନ ବାବା ସାରା କଳ୍ପରେ ଥରେ ମାତ୍ର ଦେଇଥାଆନ୍ତି । ପୁଣି ୫ ହଜାର ବର୍ଷ ପରେ ଏହି ଜ୍ଞାନ ମିଳିବ । ନିଜକୁ ଆତ୍ମା ମନେ କରିଲେ ହିଁ ବାବା ମନେପଡ଼ିବେ । ଅଧାକଳ୍ପ ତୁମେ ନିଜକୁ ଦେହ ମନେ କରି ଆସିଛ । ବର୍ତ୍ତମାନ ନିଜକୁ ଆତ୍ମା ମନେ କରିବାକୁ ହେବ । ଯେପରି ତୁମେ ଜଣେ ଜଣେ ଆତ୍ମା, ସେହିପରି ମୁଁ ମଧ୍ୟ ଆତ୍ମା ଅଟେ । କିନ୍ତୁ ମୁଁ ହେଉଛି ସୁପ୍ରିମ୍ । ମୁଁ ହେଉଛି ହିଁ ଆତ୍ମା, ତେଣୁ ମୋର କୌଣସି ଦେହ ମନେ ପଡ଼ୁ ନାହିଁ । ଏହି ଦାଦା ଶରୀରଧାରୀ ଅଟନ୍ତି ନା । ସେହି ବାବା ତ ହେଉଛନ୍ତି ନିରାକାର । ଏହି ପ୍ରଜାପିତା ବ୍ରହ୍ମାବାବା ତ ସାକାରୀ (ଦେହଧାରୀ) ହୋଇଗଲେ । ଶିବବାବାଙ୍କର ପ୍ରକୃତ ନାମ ହେଉଛି ଶିବ । ସିଏ ମଧ୍ୟ ଆତ୍ମା ପରନ୍ତୁ ସେ କେବଳ ଉଚ୍ଚରୁ ଉଚ୍ଚ ଅର୍ଥାତ୍ ସୁପ୍ରିମ୍ (ପରମ) ଆତ୍ମା ଅଟନ୍ତି । ସିଏ କେବଳ ଏହି ସମୟରେ ହିଁ ଆସି ଏହି ଶରୀରରେ ପ୍ରବେଶ କରୁଛନ୍ତି । ସିଏ କେବେ ବି ଦେହ ଅଭିମାନୀ ହୋଇପାରିବେ ନାହିଁ । ସାକାର (ଦେହଧାରୀ) ମନୁଷ୍ୟ ଦେହ ଅଭିମାନୀ ହୋଇଥାନ୍ତି, ସେ ତ’ ହେଉଛନ୍ତି ନିରାକାର । ତେଣୁ ସିଏ ଏଠାକୁ ଆସି ଦେହୀ-ଅଭିମାନୀ ହେବାର ଅଭ୍ୟାସ କରାଉଛନ୍ତି । ତୁମମାନଙ୍କୁ କହୁଛନ୍ତି, ତୁମେ ନିଜକୁ ଆତ୍ମା ମନେ କର । ମୁଁ ଆତ୍ମା, ମୁଁ ଆତ୍ମା - ଏହି ଅଭ୍ୟାସକୁ ବାରମ୍ବାର ପକ୍କା କର । ମୁଁ ଆତ୍ମା ଶିବବାବାଙ୍କର ସନ୍ତାନ ଅଟେ । ପ୍ରତ୍ୟେକ କଥାର ଅଭ୍ୟାସ ଦରକାର ନା । ବାବା କୌଣସି ନୂଆ କଥା ବୁଝାଉନାହାଁନ୍ତି । ତୁମେ ଯେତେବେଳେ ନିଜକୁ ପକ୍କା ପକ୍କା ଆତ୍ମା ମନେ କରିବ ସେତେବେଳେ ବାବା ପକ୍କା ମନେ ରହିବେ । ଦେହ-ଅଭିମାନ ଥିଲେ ବାବାଙ୍କୁ ମନେ ପକାଇ ପାରିବେ ନାହିଁ । ଅଧାକଳ୍ପ ହେବ ତୁମ ଭିତରେ ଦେହର ଅହଙ୍କାର ରହିଆସିଛି । ଏବେ ମୁଁ ତୁମକୁ ଶିକ୍ଷା ଦେଉଛି କି ନିଜକୁ ଆତ୍ମା ନିଶ୍ଚୟ କର । ସତ୍ୟଯୁଗରେ ଏହିପରି ଶିକ୍ଷା କେହି ବି ଦିଅନ୍ତି ନାହିଁ କି ନିଜକୁ ଆତ୍ମା ନିଶ୍ଚୟ କର । ସେଠାରେ ତ ଶରୀରର ନାମ ରଖାଯାଇଥାଏ । ନଚେତ୍ ପରସ୍ପରକୁ ଡ଼ାକିବେ କିପରି? ଏଠାରେ ତୁମେ ବାବାଙ୍କଠାରୁ ଯେଉଁ ବର୍ସା ପାଇଛ ତାହାର ପ୍ରାରବ୍ଧ ସେଠାରେ ପାଇଥାଅ । ବାକି ନାଁ ଧରି ତ ଡ଼ାକିବେ ନା । କୃଷ୍ଣ ମଧ୍ୟ ଶରୀରର ନାମ ଅଟେ ନା । ନାମ ବିନା ତ’ କାରବାର ଆଦି ଚାଲିପାରିବ ନାହିଁ । ଏପରି ନୁହେଁ ଯେ ସେଠାରେ କହିବେ କି ନିଜକୁ ଆତ୍ମା ନିଶ୍ଚୟ କର । ସେଠାରେ ତ ଆତ୍ମ-ଅଭିମାନୀ ହୋଇ ହିଁ ରହିବେ । ସେଥିପାଇଁ ଏହି ଅଭ୍ୟାସ ତୁମକୁ ଏବେ କରାଯାଉଛି କାହିଁକିନା ତୁମ ଆତ୍ମାରେ ବହୁତ ପାପ ଚଢି ଯାଇଛି । ତୁମ ଆତ୍ମାରେ ଧିରେ ଧିରେ ଅଳ୍ପ ଅଳ୍ପ ପାପ ଚଢି ଚଢି ଏବେ ସମ୍ପୂର୍ଣ୍ଣ ପାପ ଆତ୍ମା ହୋଇଯାଇଛି । ଅଧାକଳ୍ପ ପାଇଁ ତୁମେ ଯାହାକିଛି ବି କରିଛ ତାହା ଧୀରେ ଧୀରେ ହ୍ରାସ ବି ତ ହେବ ନା । ଧିରେ ଧିରେ ପାପର ବୋଝ କମ୍ ହୋଇଚାଲିଛି । ସତ୍ୟଯୁଗରେ ତୁମେ ସତ୍ତ୍ୱପ୍ରଧାନ ହେବ ଏବଂ ତ୍ରେତାରେ ସତ୍ତ୍ୱ ହୋଇଯିବ । ଏହି ବର୍ସା ଏବେ ତୁମକୁ ମିଳୁଛି । ତେବେ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେପକାଇବା ଦ୍ୱାରା ବାବାଙ୍କଠାରୁ ବର୍ସା ମିଳିଥାଏ । ଏଭଳି ଆତ୍ମ-ଅଭିମାନୀ ହେବାର ଶିକ୍ଷା ବାବା ବର୍ତ୍ତମାନ ଦେଉଛନ୍ତି । ସତ୍ୟଯୁଗରେ ଏହି ଶିକ୍ଷା ମିଳିବ ନାହିଁ । ସେଠାରେ ନିଜ ନିଜର ନାମ ଅନୁସାରେ ହିଁ ଚାଲିବେ । ଏଠାରେ ତୁମମାନଙ୍କୁ ଯୋଗବଳ ଦ୍ୱାରା ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେବାକୁ ପଡ଼ିବ । ସତ୍ୟଯୁଗରେ ଏହି ଶିକ୍ଷାର ଦରକାର ହିଁ ନାହିଁ । ନା ତୁମେ ଏହି ଶିକ୍ଷା ସେଠାକୁ ସାଥିରେ ନେଇଯିବ । ସେଠାକୁ ନା ଏହି ଜ୍ଞାନ ନା ଯୋଗ ବଳକୁ ନେଇଯାଇପାରିବ । ତୁମକୁ ପତିତରୁ ପାବନ ଏବେ ହିଁ ହେବାକୁ ପଡ଼ିବ । ପୁଣି ଧିରେ ଧିରେ କଳା କମ୍ ହେବାକୁ ଲାଗିବ । ଯେପରି ଚନ୍ଦ୍ରମାର କଳା କମ୍ ହୋଇ ହୋଇ ଅଳ୍ପ ମାତ୍ରାରେ ରହିଥାଏ । ତେଣୁ ଏଥିରେ କୌଣସି ଦ୍ୱନ୍ଦ୍ୱରେ ପଡ ନାହିଁ । ଯଦି କିଛି ନ ବୁଝି ପାରୁଛ ତେବେ ପଚାର ।

ପ୍ରଥମେ ତ’ ଏହା ପକ୍କା ନିଶ୍ଚୟ କର ଯେ ମୁଁ ଆତ୍ମା ଅଟେ । ତୁମର ଆତ୍ମା ହିଁ ଏବେ ତମଃପ୍ରଧାନ ହୋଇଯାଇଛି । ପ୍ରଥମେ ଆତ୍ମା ସତ୍ତ୍ୱପ୍ରଧାନ ଥିଲା, ପୁଣି ଦିନକୁ ଦିନ କଳା କମ୍ ହେବାରେ ଲାଗିଲା । ମୁଁ ଆତ୍ମା ଅଟେ - ଏହା ପକ୍କା ନ ହେବାରୁ ହିଁ ତୁମେ ବାବାଙ୍କୁ ଭୁଲିଯାଉଛ । ଏହା ହିଁ ହେଉଛି ପ୍ରଥମ ଏବଂ ମୂଳ କଥା । ଆତ୍ମ ଅଭିମାନୀ ହେଲେ ହିଁ ବାବା ମନେପଡ଼ିବେ ଏବଂ ବର୍ସା ମଧ୍ୟ ମନେ ପଡ଼ିବ । ବର୍ସା ମନେପଡ଼ିଲେ ପବିତ୍ର ମଧ୍ୟ ହେବ, ଦୈବୀଗୁଣ ମଧ୍ୟ ଆସିବ । ଲକ୍ଷ୍ୟ-ଉଦ୍ଦେଶ୍ୟ ତ ତୁମ ସମ୍ମୁଖରେ ରହିଛି ନା । ଏହା ହେଉଛି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ । ଏଠାରେ ଭଗବାନ ପାଠ ପଢାଉଛନ୍ତି । ତୁମମାନଙ୍କୁ ଦେହୀ ଅଭିମାନୀ ମଧ୍ୟ ସିଏ ହିଁ କରାଇପାରିବେ, ଆଉ କେହି ବି ଏହି କଳାକୁ ଜାଣିନାହାଁନ୍ତି । ଏହି କଳା ଏକମାତ୍ର ବାବା ହିଁ ଶିଖାଉଛନ୍ତି । ଏହି ଦାଦା ମଧ୍ୟ ଏବେ ପୁରୁଷାର୍ଥ କରୁଛନ୍ତି । ବାବା ତ କେବେ ବି ଶରୀର ନେଉନାହାଁନ୍ତି, ଯାହାଦ୍ୱାରା କି ତାଙ୍କୁ ଦେହୀ-ଅଭିମାନୀ ହେବାର ପୁରୁଷାର୍ଥ କରିବାକୁ ପଡ଼ିବ । ତୁମକୁ ଦେହୀ-ଅଭିମାନୀ କରାଇବା ପାଇଁ ସିଏ କେବଳ ଏହି ସମୟରେ ହିଁ ଆସୁଛନ୍ତି । ସେଥିପାଇଁ ଗୋଟିଏ ଢଗ ମଧ୍ୟ ରହିଛି ଯେ ଯାହାଙ୍କ ମୁଣ୍ଡରେ ମାମଲା, ସେ କିପରି ଶୋଇ ପାରିବେ... । ବର୍ତ୍ତମାନ ଦୁନିଆର ମନୁଷ୍ୟମାନଙ୍କର ଠୁ ମଚ୍ ବା ଅତିବେଶୀ ଧନ୍ଦା ଆଦି ରହୁଥିବାରୁ ଫୁରସତ୍ ମିଳୁନାହିଁ ଏବଂ ଯେଉଁମାନଙ୍କୁ ଫୁର୍‌ସତ୍ ମିଳୁଛି ସେମାନେ ବାବାଙ୍କ ସମ୍ମୁଖକୁ ପୁରୁଷାର୍ଥ କରିବା ପାଇଁ ଆସୁଛନ୍ତି । କେତେ ନୂଆମାନେ ମଧ୍ୟ ଆସୁଛନ୍ତି । ଭାବୁଛନ୍ତି ଜ୍ଞାନ ତ ବହୁତ ଭଲ । ଗୀତାରେ ମଧ୍ୟ ଏହି ଅକ୍ଷର ରହିଛି - ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହୋଇଯିବ । ତେଣୁ ବାବା ଏହି କଥା ବୁଝାଉଛନ୍ତି । ବାବା କାହାକୁ ଦୋଷ ଦେଉନାହାଁନ୍ତି । ଏକଥା ତ ତୁମେ ଜାଣିଛ ଯେ ଆମକୁ ପବିତ୍ରରୁ ଅପବିତ୍ର ହେବାକୁ ହିଁ ପଡ଼ିବ ଏବଂ ମୋତେ ହିଁ ଏଠାକୁ ଆସି ଅପବିତ୍ରରୁ ପବିତ୍ର କରିବାକୁ ହିଁ ପଡ଼ିବ । ଏହା ପୂର୍ବ ପ୍ରସ୍ତୁତ ଡ଼୍ରାମା ଅଟେ, ଏଥିରେ କାହାରି ନିନ୍ଦା ଇତ୍ୟାଦିର କଥା ନାହିଁ । ତୁମେ ସନ୍ତାନମାନେ ଏବେ ଜ୍ଞାନକୁ ଭଲ ଭାବରେ ଜାଣିଛ ଆଉ କେହି ବି ଈଶ୍ୱରଙ୍କୁ ଜାଣିନାହାଁନ୍ତି ସେଥିପାଇଁ ସେମାନଙ୍କୁ ଅନାଥ ନାସ୍ତିକ ବୋଲି କୁହାଯାଉଛି । ଏବେ ବାବା ତୁମମାନଙ୍କୁ କେତେ ବୁଦ୍ଧିମାନ୍ କରୁଛନ୍ତି । ଶିକ୍ଷକ ରୂପରେ ତୁମକୁ ଶିକ୍ଷା ଦେଉଛନ୍ତି । କିପରି ଏହି ସୃଷ୍ଟିରୂପି ଚକ୍ର ଘୂରୁଛି, ଏହି ଶିକ୍ଷା ମିଳିବା ଦ୍ୱାରା ତୁମେ ମଧ୍ୟ ସୁଧୁରି ଯାଉଛ । ଯେଉଁ ଭାରତ ଦିନେ ଶିବାଳୟ ଥିଲା ତାହା ଏବେ ବେଶ୍ୟାଳୟ ହୋଇଯାଇଛି । ଏଥିରେ ଗ୍ଲାନିର ତ କୌଣସି କଥା ହିଁ ନାହିଁ । ଏହା ଏକ ଖେଳ, ଯେଉଁ ବିଷୟରେ ବାବା ବୁଝାଉଛନ୍ତି । ତୁମେ ଦେବତାରୁ ଅସୁର କିପରି ହେଲ, ଏପରି କହୁନାହାଁନ୍ତି ଯେ କାହିଁକି ହେଲ? ବାବା ହିଁ ଆସିଛନ୍ତି ପିଲାମାନଙ୍କୁ ନିଜର ପରିଚୟ ଦେବା ପାଇଁ ଏବଂ ସୃଷ୍ଟି ଚକ୍ର କିପରି ଘୁରୁଛି, ଏହି ଜ୍ଞାନ ମଧ୍ୟ ଦେଉଛନ୍ତି । ତେବେ ଏହି ଜ୍ଞାନକୁ ମନୁଷ୍ୟ ହିଁ ଜାଣିବେ ନା । ଏବେ ତୁମେ ଏହି ଜ୍ଞାନକୁ ଜାଣି ପୁଣି ଦେବତା ହେଉଛ । ଏହା ମନୁଷ୍ୟରୁ ଦେବତା ହେବାର ପାଠପଢା, ଯାହାକୁ ବାବା ବସି ପଢାଉଛନ୍ତି । ଏଠାରେ ତ ସମସ୍ତେ ମନୁଷ୍ୟ ହିଁ ମନୁଷ୍ୟ ଅଟନ୍ତି । ଦେବତାମାନେ ଏହି ସୃଷ୍ଟିକୁ ଆସିପାରିବେ ନାହିଁ ଯିଏକି ଶିକ୍ଷକ ହୋଇ ପାଠ ପଢାଇବେ । ଶିକ୍ଷାଦାତା ବାବା ଦେଖ କିପରି ଆସି ପାଠ ପଢାଉଛନ୍ତି । ଗାୟନ ମଧ୍ୟ ରହିଛି ପରମପିତା ପରମାତ୍ମା କୌଣସି ରଥର ଆଧାର ନେଉଛନ୍ତି, ଏ କଥା ସଠିକ୍ ଭାବରେ ଲେଖୁନାହାଁନ୍ତି ଯେ କେଉଁ ରଥର ଆଧାର ନେଉଛନ୍ତି । ତ୍ରିମୂର୍ତ୍ତିର ରହସ୍ୟକୁ ମଧ୍ୟ କେହି ବୁଝୁନାହାନ୍ତି । ପରମପିତା ଅର୍ଥାତ୍ ପରମ ଆତ୍ମା । ଯିଏ ଯେପରି ଅଟନ୍ତି ସେହିପରି ନିଜର ପରିଚୟ ତ ଦେବେ ନା । ଏଥିରେ ଅହଂକାରର କିଛି କଥା ନାହିଁ । ଏହି କଥାକୁ ନ ବୁଝିବା କାରଣରୁ କହୁଛନ୍ତି ଏମାନଙ୍କ ଭିତରେ ଅହଂକାର ରହିଛି । କେବେ ବି ଏହି ବ୍ରହ୍ମା ତ କହୁନାହାନ୍ତି ଯେ ମୁଁ ପରମାତ୍ମା ଅଟେ । ଏ ସବୁ ତ ବୁଝିବାର କଥା, ଏହା ତ ବାବାଙ୍କର ମହାବାକ୍ୟ ଅଟେ - ସମସ୍ତ ଆତ୍ମାମାନଙ୍କର ପିତା ତ ଜଣେ ଅଟନ୍ତି । ଏହାଙ୍କୁ ଦାଦା କୁହାଯାଉଛି । ଇଏ ଭାଗ୍ୟଶାଳୀ ରଥ ଅଟନ୍ତି ନା । ସେଥିପାଇଁ ନାମ ମଧ୍ୟ ବ୍ରହ୍ମା ରଖାଯାଇଛି କାହିଁକିନା ବ୍ରାହ୍ମଣ ଦରକାର ନା । ଆଦିଦେବ ପ୍ରଜାପିତା ବ୍ରହ୍ମା ଅଟନ୍ତି । ପ୍ରଜାମାନଙ୍କର ପିତା ଅଟନ୍ତି, ତେବେ କେଉଁ ପ୍ରଜା? ପ୍ରଜାପିତା ବ୍ରହ୍ମା ଶରୀରଧାରୀ ଅଟନ୍ତି ତେଣୁ ପୋଷ୍ୟ କରିଛନ୍ତି । ସନ୍ତାନମାନଙ୍କୁ ଶିବବାବା ବୁଝାଉଛନ୍ତି ମୁଁ ପୋଷ୍ୟ କରୁନାହିଁ । ତୁମେ ସବୁ ଆତ୍ମାମାନେ ତ’ ସର୍ବଦା ମୋର ସନ୍ତାନ ଅଟ । ମୁଁ ତୁମକୁ ଗଢି ନ ଥାଏ । ମୁଁ ତ ତୁମ ଆତ୍ମାମାନଙ୍କର ଅନାଦି ପିତା ଅଟେ । ବାବା ତୁମମାନଙ୍କୁ କେତେ ଭଲ ଭାବରେ ବୁଝାଉଛନ୍ତି, ପୁଣି ବି କହୁଛନ୍ତି ନିଜକୁ ଆତ୍ମା ମନେ କର । ତୁମେ ଏବେ ସାରା ପୁରୁଣା ଦୁନିଆର ସନ୍ନ୍ୟାସ କରୁଛ । ବୁଦ୍ଧିରେ ଜାଣିଛନ୍ତି ଯେ, ଏବେ ସମସ୍ତେ ଏହି ଦୁନିଆରୁ ଘରକୁ ଫେରିଯିବୁ । ଏପରି ନୁହେଁ କି ସନ୍ନ୍ୟାସ କରି ଜଙ୍ଗଲକୁ ଯିବାକୁ ହେବ । ସାରା ଦୁନିଆର ସନ୍ନ୍ୟାସ କରି ଆମେ ନିଜର ଘରକୁ ଚାଲିଯିବା, ସେଥିପାଇଁ ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କୌଣସି ଜିନିଷ ଯେପରି ମନେ ନ ପଡ଼ୁ । ୬୦ ବର୍ଷର ଆୟୁଷ ହେଲେ ପୁଣି ବାଣୀରୁ ପରେ ବାନପ୍ରସ୍ଥକୁ ଯିବାର ପୁରୁଷାର୍ଥ କରିବା ଦରକାର । ଏହି ବାନପ୍ରସ୍ଥର କଥା ବର୍ତ୍ତମାନର ଅଟେ । ଭକ୍ତିମାର୍ଗରେ ତ’ ବାନପ୍ରସ୍ଥ ବିଷୟରେ କାହାକୁ ଜଣାନାହିଁ । ବାନପ୍ରସ୍ଥର ଅର୍ଥକୁ କେହି ବି ବୁଝାଇପାରିବେ ନାହିଁ । ତେବେ ବାନପ୍ରସ୍ଥ ଅର୍ଥାତ୍ ବାଣୀରୁ ପରେ ବ୍ରହ୍ମଲୋକକୁ ହିଁ କହିବା । ସେଠାରେ ସମସ୍ତ ଆତ୍ମାମାନେ ନିବାସ କରୁଛନ୍ତି ତେଣୁ ସମସ୍ତଙ୍କର ବାସପ୍ରସ୍ଥ ଅବସ୍ଥା ଅଟେ, ଏବେ ସମସ୍ତଙ୍କୁ ଘରକୁ ଯିବାକୁ ହେବ ।

ଶାସ୍ତ୍ରରେ ଦେଖାଇଛନ୍ତି ଆତ୍ମା ଭୃକୁଟୀ ମଧ୍ୟରେ ଚମକୁଥିବା ତାରକା ସଦୃଶ ଅଟେ । କେହି କେହି ଭାବୁଛନ୍ତି ଆତ୍ମା ବୃଦ୍ଧ ଆଙ୍ଗୁଳି ସଦୃଶ । ତେଣୁ ଆଙ୍ଗୁଳି ଆକୃତିକୁ ହିଁ ମନେପକାଇଥା’ନ୍ତି । ତାରକାକୁ କିପରି ମନେପକାଇବେ? ପୂଜା କପରି କରିବେ? ତେଣୁ ବାବା ବୁଝାଉଛନ୍ତି ତୁମେ ଯେତେବେଳେ ଦେହ-ଅଭିମାନରେ ଆସୁଛ ସେତେବେଳେ ପୂଜାରୀ ହୋଇଯାଉଛ । ଭକ୍ତିର ସମୟ ଆରମ୍ଭ ହେଲେ, ତାକୁ ଭକ୍ତି କଲ୍‌ଟ (ଭକ୍ତିମାର୍ଗ) କୁହାଯାଉଛି । ଜ୍ଞାନ କଲ୍‌ଟ (ଜ୍ଞାନମାର୍ଗ) ଅଲଗା । ଜ୍ଞାନ ଏବଂ ଭକ୍ତି ଏକତ୍ର ହୋଇପାରିବ ନାହିଁ । ଯେପରି ଦିନ ଏବଂ ରାତ୍ରୀ ଏକତ୍ର ହୋଇପାରିବ ନାହିଁ । ଦିନ ସୁଖକୁ କୁହାଯାଏ ଏବଂ ରାତି ଦୁଃଖକୁ ଅର୍ଥାତ୍ ଭକ୍ତିକୁ କୁହାଯାଏ । ତେଣୁ କୁହାଯାଏ ପ୍ରଜାପିତା ବ୍ରହ୍ମାଙ୍କର ଦିନ ଏବଂ ପୁଣି ରାତି । ତେଣୁ ପ୍ରଜା ଏବଂ ବ୍ରହ୍ମା ନିଶ୍ଚୟ ଏକତ୍ର ହେବେ ନା । ତୁମେ ବୁଝିଛ ଆମେ ବ୍ରାହ୍ମଣ ହିଁ ଅଧାକଳ୍ପ ସୁଖ ଭୋଗ କରୁଛୁ ପୁଣି ଅଧାକଳ୍ପ ଦୁଃଖ ଭୋଗ କରୁଛୁ । ଏହାକୁ ବୁଦ୍ଧିରେ ବୁଝିବା କଥା । ଏ କଥା ମଧ୍ୟ ଜାଣିଛ ଯେ ସମସ୍ତେ ବାବାଙ୍କର ସ୍ମୃତିରେ ରହିପାରିବେ ନାହିଁ ପୁଣି ବି ବାବା ସ୍ୱୟଂ ବୁଝାଇ ଚାଲିଛନ୍ତି ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଇଲେ ତୁମେ ପାବନ ହୋଇଯିବ । ଏହି ସନ୍ଦେଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ହେବ । ସେବା କରିବାକୁ ପଡ଼ିବ । ଯେଉଁମାନେ ସେବା କରୁନାହାନ୍ତି ସେମାନେ ଫୁଲ ନୁହଁନ୍ତି । ବାଗ୍‌ବାନ୍ ଅର୍ଥାତ୍ ବଗିଚାର ମାଲିକ ଏହି ସୃଷ୍ଟିରୂପି ବଗିଚାକୁ ଆସିଲେ ତାଙ୍କ ସମ୍ମୁଖରେ ଫୁଲମାନେ ଥିବା ଆବଶ୍ୟକ, ଯେଉଁମାନେ କି ବହୁତ ଭଲ ସେବାଧାରୀ ଅଟନ୍ତି ଏବଂ ଅନେକଙ୍କର କଲ୍ୟାଣ କରୁଛନ୍ତି । ଯେଉଁମାନଙ୍କ ଭିତରେ ଦେହ-ଅଭିମାନ ରହିଛି ସେମାନେ ନିଜେ ବୁଝିଯା’ନ୍ତି ଯେ ଆମେ ଫୁଲ ନୋହୁଁ । ଏବେ ବାବାଙ୍କ ସାମ୍‌ନାରେ ତ ବହୁତ ଭଲ ଭଲ ଫୁଲମାନେ ବସିଛନ୍ତି । ତେଣୁ ବାବାଙ୍କର ତାଙ୍କ ପ୍ରତି ହିଁ ଦୃଷ୍ଟି ଯିବ । ନୃତ୍ୟ (ଜ୍ଞାନନୃତ୍ୟ) ମଧ୍ୟ ଭଲ ଭାବରେ ଚାଲିବ । (ନୃତ୍ୟ କରୁଥିବା ଝିଅର ଉଦାହରଣ ) ସ୍କୁଲ୍‌ରେ ମଧ୍ୟ ଶିକ୍ଷକ ତ ଜାଣିଥା’ନ୍ତି ନା-କିଏ ପ୍ରଥମ, କିଏ ଦ୍ୱିତୀୟ, ତୃତୀୟରେ ଅଛନ୍ତି । ବାବାଙ୍କର ମଧ୍ୟ ଧ୍ୟାନ ସେବାଧାରୀମାନଙ୍କ ଆଡ଼କୁ ହିଁ ଯିବ । ବାବାଙ୍କ ହୃଦୟରେ ମଧ୍ୟ ସେହିମାନେ ହିଁ ରହିଥା’ନ୍ତି । ଡ଼ିସ୍‌ସର୍ଭିସ୍ (ଅପସେବା) କରୁଥିବା ଆତ୍ମାମାନେ କ’ଣ ବାବାଙ୍କ ହୃଦୟରେ ରହିପାରିବେ । ବାବା ସର୍ବପ୍ରଥମେ ଏହି ମୁଖ୍ୟ କଥା ବୁଝାଉଛନ୍ତି ଯେ, ନିଜକୁ ଆତ୍ମା ନିଶ୍ଚୟ କରିଲେ ହିଁ ବାବାଙ୍କର ସ୍ମୃତି ରହିପାରିବ । ଦେହ-ଅଭିମାନ ଥିଲେ ବାବାଙ୍କର ସ୍ମୃତି ରହିବ ନାହିଁ । ସେମାନଙ୍କର ଲୌକିକ ସମ୍ବନ୍ଧୀମାନଙ୍କ ଆଡକୁ, କାମଧନ୍ଦା ଆଡ଼କୁ ବୁଦ୍ଧି ଆପେ ଆପେ ଚାଲିଯିବ । ଦେହୀ-ଅଭିମାନୀ ହେବା ଦ୍ୱାରା ପାରଲୌକିକ ବାବା ହିଁ ମନେପଡ଼ିବେ । ବାବାଙ୍କୁ ତ ବହୁତ ସ୍ନେହର ସହିତ ମନେ ପକାଇବା ଦରକାର । ନିଜକୁ ଆତ୍ମା ନିଶ୍ଚୟ କରିବା - ଏହିଥିରେ ହିଁ ମେହନତ ରହିଛି । ସେଥିପାଇଁ ଏକାନ୍ତର ଆବଶ୍ୟକତା ରହିଛି । ୭ ଦିନର ଭଟ୍ଟୀ ପାଠ୍ୟକ୍ରମ ବହୁତ କଡ଼ା । ସେହି ୭ ଦିନ ଭିତରେ କେହି ମନେ ନ ପଡ଼ିବା ଦରକାର । କାହାକୁ ପତ୍ର ମଧ୍ୟ ଲେଖିପାରିବ ନାହିଁ । ଆରମ୍ଭ ସମୟରେ ତୁମର ଏହିଭଳି ବ୍ୟବସ୍ଥା ଥିଲା । ଏଠାରେ ତ’ ସମସ୍ତଙ୍କୁ ରଖାଯାଇପାରିବ ନାହିଁ, ସେଥିପାଇଁ କୁହାଯାଉଛି ଘରେ ରହି ଅଭ୍ୟାସ କର । ଭକ୍ତଲୋକମାନେ ମଧ୍ୟ ଭକ୍ତି କରିବା ନିମନ୍ତେ ଅଲଗା କୋଠରୀ କରିଥା’ନ୍ତି । ସେହି କୋଠାରୀ ଭିତରେ ବସି ମାଳା ଗଡାଇଥା’ନ୍ତି, ତେବେ ଏହି ଯୋଗର ଯାତ୍ରା ପାଇଁ ମଧ୍ୟ ଏକାନ୍ତ ସ୍ଥାନ ଆବଶ୍ୟକ । ଏକମାତ୍ର ବାବାଙ୍କୁ ହିଁ ୟାଦ କରିବାକୁ ହେବ । ଏଥିରେ ମୁଖରେ କିଛି କହିବାର ମଧ୍ୟ ଆବଶ୍ୟକତା ନାହିଁ । ଏହି ଯୋଗର ଅଭ୍ୟାସ ପାଇଁ ଫୁରସତ୍ ଦରକାର ।

ତୁମେ ଜାଣିଛ ଲୌକିକ ପିତା ହେଉଛନ୍ତି ହଦ୍ ଅର୍ଥାତ୍ ବିନାଶୀ ରଚୟିତା, ଇଏ (ବାବା) ହେଉଛନ୍ତି ଅବିନାଶୀ ଅର୍ଥାତ୍ ବେହଦର ରଚୟିତା । ପ୍ରଜାପିତା ବ୍ରହ୍ମା ମଧ୍ୟ ବେହଦର ହେଲେ ନା । ଏବେ ତୁମମାନଙ୍କୁ ପୋଷ୍ୟ କରୁଛନ୍ତି । ଶିବବାବା ପୋଷ୍ୟ କରୁନାହାଁନ୍ତି । ତାଙ୍କର ତ’ ସଦାବେଳେ ସମସ୍ତେ ସନ୍ତାନ ଅଟନ୍ତି ନା । ତୁମେ କହୁଛ ଆମେ ଆତ୍ମାମାନେ ଶିବବାବାଙ୍କର ଅନାଦି ସନ୍ତାନ ଅଟୁ । ବ୍ରହ୍ମା ତୁମକୁ ପୋଷ୍ୟ କରିଛନ୍ତି । ତେବେ ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝିବା ଉଚିତ୍ । ବାବା ପ୍ରତିଦିନ ପିଲାମାନଙ୍କୁ ବୁଝାଉଛନ୍ତି, ପିଲାମାନେ ପୁଣି ବି କହୁଛନ୍ତି ବାବା ମନେ ରହୁ ନାହିଁ । ବାବା କହୁଛନ୍ତି ଏଥିପାଇଁ କିଛି ସମୟ ବାହାର କରିବା ଦରକାର । କେହି କେହି ଏଭଳି ମଧ୍ୟ ଅଛନ୍ତି, ଯେଉଁମାନେ ବିଲ୍‌କୁଲ୍ ସମୟ ଦେଇପାରୁନାହାନ୍ତି । ସେମାନଙ୍କ ବୁଦ୍ଧିରେ ବହୁତ କାମ ରହୁଛି । ତେବେ ପୁଣି ଯୋଗର ଯାତ୍ରା କିପରି ହୋଇପାରିବେ । ବାବା ବୁଝାଉଛନ୍ତି ମୂଳକଥା ହିଁ ହେଉଛି ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଇଲେ ତୁମେ ପାବନ ହୋଇଯିବ । ମୁଁ ଆତ୍ମା, ଶିବବାବାଙ୍କର ସନ୍ତାନ - ଏହା ହିଁ ମନ୍‌ମନାଭବ ହେଲା ନା । ଏଥିରେ ମେହନତ ଆବଶ୍ୟକ । ଏଥିରେ ଆଶୀର୍ବାଦର କୌଣସି କଥା ନାହିଁ । ଏହା ତ ପାଠପଢା, ଏଥିରେ କୃପା ବା ଆଶୀର୍ବାଦ ଚାଲିପାରିବ ନାହିଁ । ମୁଁ କ’ଣ କେବେ ଆଶୀର୍ବାଦ କରିବା ପାଇଁ ତୁମ ଉପରେ ହାତ ରଖୁଛି! ତୁମେ ଜାଣିଛ ଆମେ ବେହଦର ବାବାଙ୍କଠାରୁ ବର୍ସା ନେଉଛୁ । ଅମର ଭବ, ଆୟୁଷ୍ମାନ ଭବ... ଏଥିରେ ସବୁ ଆସିଯାଉଛି । ତୁମେ ପୂରା ଆୟୁଷ ପାଇଯାଉଛ । ସେଠାରେ କେବେ ଅକାଳ ମୃତ୍ୟୁ ହୁଏ ନାହିଁ । ଏହି ସମ୍ପତ୍ତି କେହି ସାଧୁ, ସନ୍ଥ ଆଦି ଦେଇପାରିବେ ନାହିଁ । ସେମାନେ କହୁଛନ୍ତି ପୁତ୍ରବାନ୍ ଭବ ... ତେଣୁ ମନୁଷ୍ୟମାନେ ଭାବୁଛନ୍ତି ତାଙ୍କର କୃପାରୁ ପିଲା ହେଲା । ବାସ୍‌, ଯାହାଙ୍କର ପିଲା ନ ଥିବ ସେ ଯାଇ ତାଙ୍କର ଶିଷ୍ୟ ହୋଇଯିବେ । ଏହି ଜ୍ଞାନ ତ ଥରେ ମାତ୍ର ହିଁ ମିଳୁଛି । ଏହା ହେଉଛି ଅବ୍ୟଭିଚାରୀ ଜ୍ଞାନ, ଯାହାର ପ୍ରାରବ୍ଧ ଅଧାକଳ୍ପ ପର୍ଯ୍ୟନ୍ତ ଚାଲୁଛି । ପୁଣି ରହିଛି ଅଜ୍ଞାନ । ଭକ୍ତିକୁ ଅଜ୍ଞାନ କୁହାଯାଉଛି । ପ୍ରତ୍ୟେକ କଥା କେତେ ଭଲ ଭାବରେ ବୁଝାଯାଉଛି । ଆଚ୍ଛା -

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏବେ ତୁମର ବାନପ୍ରସ୍ଥ ଅବସ୍ଥା, ସେଥିପାଇଁ ବୁଦ୍ଧିରୁ ସବୁକିଛି ସନ୍ନ୍ୟାସ କରି ଏକମାତ୍ର ବାବାଙ୍କ ସ୍ମୃତିରେ ରହିବାକୁ ହେବ । ଏକାନ୍ତରେ ବସି ଅଭ୍ୟାସ କରିବାକୁ ପଡ଼ିବ - ମୁଁ ଆତ୍ମା ଅଟେ - ମୁଁ ଆତ୍ମା ଅଟେ ।

(୨) ସେବା ଯୋଗ୍ୟ ଫୁଲ ହେବାକୁ ପଡ଼ିବ । ଦେହ ଅଭିମାନର ବଶୀଭୂତ ହୋଇ ଏପରି କୌଣସି କର୍ମ କରିବା ଅନୁଚିତ୍ ଯାହାଦ୍ୱାରା ଅପସେବା (ଡ଼ିସ୍‌ସର୍ଭିସ୍‌) ହୋଇଯିବ । ଅନେକ ଆତ୍ମାଙ୍କର କଲ୍ୟାଣର ନିମିତ୍ତ ହେବାକୁ ପଡ଼ିବ । ପ୍ରତିଦିନ କିଛି ସମୟ ଯୋଗ କରିବା ପାଇଁ ନିଶ୍ଚିତ ବାହାର କରିବାକୁ ହେବ ।

ବରଦାନ:-
ପରମାତ୍ମ ଜ୍ଞାନର ନବୀନତା ‘ପବିତ୍ରତା’କୁ ଧାରଣ କରୁଥିବା ସର୍ବ ଆକର୍ଷଣ ମୁକ୍ତ ଭବ ।

ଏହି ପରମାତ୍ମ ଜ୍ଞାନର ନବୀନତା ପବିତ୍ରତା ଅଟେ । ତୁମେମାନେ ନିଶାର ସହିତ କହୁଛ ଯେ ନିଆଁ ଏବଂ ତୁଳା ଏକାଠି ରହୁଥିଲେ ମଧ୍ୟ ନିଆଁ ଲାଗିପାରିବ ନାହିଁ । ତୁମେମାନେ ବିଶ୍ୱକୁ ଏହି ଚାଲେଞ୍ଚ ଦେଉଛ ଯେ ପବିତ୍ରତା ବିନା କେହି ଜ୍ଞାନୀ ବା ଯୋଗୀ ଆତ୍ମା ହୋଇପାରିବେ ନାହିଁ । ତେବେ ପବିତ୍ରତା ଅର୍ଥାତ୍ ସମସ୍ତ ଆକର୍ଷଣରୁ ମୁକ୍ତ । କୌଣସି ବି ବ୍ୟକ୍ତି ବା ସାଧନ ପ୍ରତି ଆକର୍ଷଣ ନ ଥିବ । ଏହିଭଳି ପବିତ୍ରତା ଦ୍ୱାରା ହିଁ ପ୍ରକୃତିକୁ ପବିତ୍ର କରିବାର ସେବା କରିପାରିବ ।

ସ୍ଲୋଗାନ:-
ପବିତ୍ରତା ତୁମ ଜୀବନର ମୁଖ୍ୟ ଆଧାର ଅଟେ ତେଣୁ ପ୍ରାଣ ଯାଉ ପଛକେ ପବିତ୍ରତା ନ ଯାଉ ।