01.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ପ୍ରତ୍ୟେକ ଦିନ ରାତିରେ ନିଜର ପୋତାମେଲ୍କୁ ଦେଖ, ଡାଇରୀ ଲେଖିଲେ ଡର ରହିବ ଯେ ମୋ’ର କୌଣସି
କ୍ଷତି ହେଉ ନାହିଁ ତ” ।
ପ୍ରଶ୍ନ:-
କଳ୍ପ ପୂର୍ବର
ଭାଗ୍ୟଶାଳୀ ପିଲାମାନଙ୍କୁ ବାବାଙ୍କର କେଉଁ କଥା ତୁରନ୍ତ ଟଚ ଅର୍ଥାତ୍ ଅନୁଭବ ହେବ?
ଉତ୍ତର:-
ବାବା ପ୍ରତ୍ୟେକ ଦିନ ପିଲାମାନଙ୍କୁ ଯୋଗ କରିବାର ଯେଉଁ ସବୁ ଉପାୟମାନ ବତାଉଛନ୍ତି, ତାହା
ଭାଗ୍ୟଶାଳୀ ପିଲାମାନଙ୍କୁ ହିଁ ଟଚ୍ ହୋଇଚାଲିବ । ସେମାନେ ତା’କୁ ତୁରନ୍ତ କାର୍ଯ୍ୟକାରୀ କରିବେ ।
ବାବା କହୁଛନ୍ତି ପିଲାମାନେ କିଛି ସମୟ ଏକାନ୍ତରେ ବଗିଚାରେ ଯାଇ ବସ । ବାବାଙ୍କ ସହିତ ମିଠା-ମିଠା
କଥା ହୁଅ, ନିଜର ଚାର୍ଟ ରଖ ତେବେ ତୁମର ଉନ୍ନତି ହୋଇଚାଲିବ ।
ଓମ୍ ଶାନ୍ତି ।
ମିଲେଟ୍ରୀମାନଙ୍କୁ ପ୍ରଥମେ ସାବଧାନ କରାଯାଇଥାଏ - ଆଟେନ୍ସନ୍ ପ୍ଲିଜ୍ (ଦୟା କରି ଧ୍ୟାନ ଦିଅ) ।
ବାବା ମଧ୍ୟ ପିଲାମାନଙ୍କୁ କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇ ଚାଲିଛ ତ?
ପିଲାମାନଙ୍କୁ ବୁଝାଯାଇଛି ଯେ ଏହି ଜ୍ଞାନ ବାବା ବର୍ତ୍ତମାନ ସମୟରେ ହିଁ ଦେଇପାରିବେ । ବାବା ହିଁ
ପାଠ ପଢାଉଛନ୍ତି । ଭଗବାନୁବାଚ ଅଟେ ନା - ମୂଳକଥା ହେଲା କି ଭଗବାନ କିଏ? କିଏ ପଢାଉଛନ୍ତି? ଏହି
କଥା ପ୍ରଥମେ ବୁଝି ପୁଣି ନିଶ୍ଚୟ କରିବାକୁ ହେବ । ପୁଣି ଅତିନ୍ଦ୍ରିୟ ସୁଖରେ ମଧ୍ୟ ରହିବାକୁ ହେବ
। ଆତ୍ମାକୁ ବହୁତ ଖୁସି ହେବା ଉଚିତ୍ ଯେ - ମୋତେ ବେହଦର ବାବା ମିଳିଛନ୍ତି । ବାବା ଥରେ ମାତ୍ର
ଆସି ମିଶୁଛନ୍ତି ସମ୍ପତ୍ତି ଦେବା ପାଇଁ । କେଉଁ ସମ୍ପତ୍ତି? ବିଶ୍ୱର ରାଜତ୍ୱର ସମ୍ପତ୍ତି
ଦେଉଛନ୍ତି, ୫ ହଜାର ବର୍ଷ ପୂର୍ବ ସଦୃଶ । ଏହି ନିଶ୍ଚୟ ତ ଦୃଢ ରହିଛି ଯେ - ବାବା ଆସିଛନ୍ତି ।
ପୁନର୍ବାର ସହଜ ରାଜଯୋଗ ଶିଖାଉଛନ୍ତି, ଶିଖାଇବାକୁ ହିଁ ପଡୁଛି । ଛୋଟ ପିଲାକୁ କିଛି ଶିଖାଯାଇ ନ
ଥାଏ । ସ୍ୱତଃ ମୁଖରୁ ମମ୍ମା ବାବା ବୋଲି ବାହାରିଥାଏ କାହିଁକି ନା ଏହି ଅକ୍ଷର ତ ଶୁଣିଛ ନା । ଇଏ
ହେଉଛନ୍ତି ଆତ୍ମିକ ପିତା । ଆତ୍ମାକୁ ଆନ୍ତରିକ ଗୁପ୍ତ ନିଶା ରହିଥାଏ । ଆତ୍ମା ହିଁ ପାଠ ପଢିଥାଏ
। ପରମପିତା ପରମାତ୍ମା ତ ଜ୍ଞାନର ସାଗର ଅଟନ୍ତି । ସେ କୌଣସି ପାଠ ପଢିନାହାଁନ୍ତି । ତାଙ୍କ ପାଖରେ
ସ୍ୱତଃ ଜ୍ଞାନ ରହିଛି, କେଉଁ ଜ୍ଞାନ? ଏକଥା ମଧ୍ୟ ତୁମର ଆତ୍ମା ଜାଣିଛି । ବାବାଙ୍କ ପାଖରେ ସାରା
ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । କିପରି ଗୋଟିଏ ଧର୍ମର ସ୍ଥାପନା ଏବଂ ଅନେକ ଧର୍ମର
ବିନାଶ ହେଉଛି, ଏ ସବୁ କଥା ଜାଣିଛନ୍ତି - ସେଥିପାଇଁ ତାଙ୍କୁ ସର୍ବଜ୍ଞ ବୋଲି କହିଦେଉଛନ୍ତି ।
ଜାନୀ ଜାନନହାରର ଅର୍ଥ କ’ଣ? ଏ କଥା ମଧ୍ୟ ବିଲକୁଲ୍ କେହି ଜାଣିନାହାଁନ୍ତି । ଏବେ ତୁମ
ସନ୍ତାନମାନଙ୍କୁ ବାବା ବୁଝାଇଛନ୍ତି ଯେ ଏହି ସ୍ଲୋଗାନ ଲେଖ ଯେ ମନୁଷ୍ୟ ହୋଇ ଯଦି ସୃଷ୍ଟିର ରଚୟିତା,
ରଚନାର ଆଦି-ମଧ୍ୟ-ଅନ୍ତର ସମୟ ସୀମାକୁ ବା ପୁନରାବୃତ୍ତିକୁ ନ ଜାଣିବ ତେବେ କ’ଣ କୁହାଯିବ... ଏହି
ପୁନରାବୃତ୍ତି ଅକ୍ଷର ମଧ୍ୟ ବହୁତ ଜରୁରୀ ଅଟେ । ସଂଶୋଧନ ତ ହୋଇଚାଲିଛି ନା । ଗୀତାର ଭଗବାନ କିଏ...
ଏହି ଚିତ୍ର ବହୁତ ଫାଷ୍ଟକ୍ଲାସ ଅଟେ । ସାରା ବିଶ୍ୱରେ ଏହା ହେଉଛି ସବୁଠାରୁ ପ୍ରଥମ ନମ୍ବରର ଭୁଲ୍
। ପରମପିତା ପରମାତ୍ମାଙ୍କୁ ନ ଜାଣିବା କାରଣରୁ କହିଦେଉଛନ୍ତି ଯେ ସମସ୍ତେ ଭଗବାନଙ୍କର ରୂପ ଅଟନ୍ତି
। ଯଦି ଛୋଟ ପିଲାକୁ ପଚରାଯାଇଥାଏ ଯେ ତୁମେ କାହାର ସନ୍ତାନ ଅଟ? କହିଥାନ୍ତି ଅମୁକର । ଅମୁକ
କାହାର ସନ୍ତାନ ଅଟେ? ଅମୁକର । ପୁଣି କହିଦିଅନ୍ତି ଯେ ସେ ମୋର ସନ୍ତାନ ଅଟେ । ସେହିପରି ଏମାନେ
ମଧ୍ୟ ଭଗବାନଙ୍କୁ ଜାଣିନାହାଁନ୍ତି ତେଣୁ କହି ଦେଉଛନ୍ତି ଯେ ଆମେ ସବୁ ଭଗବାନ । ବହୁତ ପୂଜା ମଧ୍ୟ
କରୁଛନ୍ତି କିନ୍ତୁ କିଛି ହେଲେ ବୁଝିପାରୁ ନାହାଁନ୍ତି । ବ୍ରହ୍ମାଙ୍କର ରାତ୍ରିର ଗାୟନ ରହିଛି
ତେବେ ନିଶ୍ଚିତ ବ୍ରାହ୍ମଣ-ବ୍ରାହ୍ମଣୀମାନଙ୍କର ମଧ୍ୟ ରାତ୍ରି ହୋଇଥିବ । ଏ ସବୁ ହେଲା ଧାରଣା
କରିବାର କଥା । ଯେଉଁମାନେ ଯୋଗଯୁକ୍ତ ହୋଇ ରହୁଛନ୍ତି ସେହିମାନଙ୍କର ହିଁ ଧାରଣା ହେବ । ଯୋଗକୁ
ହିଁ ବଳ ବୋଲି କୁହାଯାଉଛି । ଜ୍ଞାନ ତ ହେଉଛି ରୋଜଗାରର ପନ୍ଥା । ଯୋଗଯୁକ୍ତ ହେବା ଦ୍ୱାରା ଶକ୍ତି
ମିଳିଥାଏ ଯାହା ଦ୍ୱାରା ବିକର୍ମ ବିନାଶ ହୋଇଥାଏ । ତୁମକୁ ବୁଦ୍ଧିର ଯୋଗ ବାବାଙ୍କ ସହିତ ଲଗାଇବାକୁ
ପଡିବ । ଏହି ଜ୍ଞାନ ବାବା ବର୍ତ୍ତମାନ ହିଁ ଦେଉଛନ୍ତି, ପୁଣି କେବେ ମିଳିବ ନାହିଁ । ବାବାଙ୍କ
ବିନା ଏହି ଜ୍ଞାନ କେହି ହେଲେ ଦେଇପାରିବେ ନାହିଁ । ବାକି ସବୁ ହେଉଛି ଭକ୍ତି ମାର୍ଗର ଶାସ୍ତ୍ର,
କର୍ମ-କାଣ୍ଡର କ୍ରିୟାମାନ । ତାକୁ ଜ୍ଞାନ ବୋଲି କୁହାଯିବ ନାହିଁ । ଆଧ୍ୟାତ୍ମିକ ଜ୍ଞାନ ଏକମାତ୍ର
ବାବାଙ୍କ ପାଖରେ ହିଁ ଅଛି ଏବଂ ସେ ବ୍ରାହ୍ମଣମାନଙ୍କୁ ହିଁ ଦେଇଥା’ନ୍ତି । ଅନ୍ୟ କାହା ପାଖରେ
ଆଧ୍ୟାତ୍ମିକ ଜ୍ଞାନ ନାହିଁ । ଦୁନିଆରେ କେତେ ଧର୍ମ ମଠ ପନ୍ଥ ଆଦି ରହିଛି, କେତେ ମତ ରହିଛି ।
ପିଲାମାନଙ୍କୁ ବୁଝାଇବା ପାଇଁ କେତେ ପରିଶ୍ରମ କରିବାକୁ ପଡୁଛି । କେତେ ତୋଫାନ ଆସୁଛି, ଗାୟନ
ମଧ୍ୟ କରୁଛନ୍ତି - ନାଆକୁ ମୋର ପାରି କରିଦିଅ । ସମସ୍ତଙ୍କର ନାଆ ତ ପାରି ହୋଇପାରିବ ନାହିଁ ।
କେହି କେହି ବୁଡି ମଧ୍ୟ ଯାଇଥାନ୍ତି, କେହି ପୁଣି ଯେଉଁଠି ଥିଲେ ସେଇଠି ରହିଥା’ନ୍ତି । ୨-୩ ବର୍ଷ
ବିତିଗଲେ ମଧ୍ୟ କେତେ ଜଣଙ୍କର କୌଣସି ଠିକଣା ହିଁ ଜଣାପଡୁ ନାହିଁ । କେହି ତ ପୁଣି ଖଣ୍ଡ ଖଣ୍ଡ
ହୋଇଯାଇଥା’ନ୍ତି । କେତେକ ପୁଣି ସେହିଠାରେ ହିଁ ଛିଡା ହୋଇଯାଉଛନ୍ତି, ଏଥିରେ ବହୁତ ପରିଶ୍ରମ
କରିବାକୁ ପଡୁଛି । କେତେକ ଲୋକଦେଖାଣିଆ ଯୋଗ ମଧ୍ୟ ବାହାରିଛି । କେତେ ଯୋଗ ଆଶ୍ରମ ରହିଛି ।
ଆତ୍ମିକ ଯୋଗ ଆଶ୍ରମ ଅନ୍ୟ କେଉଁଠାରେ ହୋଇପାରିବ ନାହିଁ । ବାବା ହିଁ ଆସି ଆତ୍ମାମାନଙ୍କୁ ରୁହାନୀ
ଯୋଗ ଶିଖାଉଛନ୍ତି । ବାବା କହୁଛନ୍ତି ଏହା ତ ବହୁତ ସହଜ ଯୋଗ ଅଟେ । ଏପରି ସହଜ ଆଉ କିଛି ବି ନାହିଁ
। ଆତ୍ମା ହିଁ ଶରୀରରେ ରହି ଅଭିନୟ କରୁଛି । ଆତ୍ମା ସର୍ବାଧିକ ୮୪ ଜନ୍ମ ନେଉଛି, ବାକି ତ ଧୀରେ
ଧୀରେ ଜନ୍ମ ସଂଖ୍ୟା କମ୍ ହୋଇଚାଲିବ ଏକଥା ବି ତୁମ ପିଲାମାନଙ୍କ ମଧ୍ୟରେ କାହା-କାହା ବୁଦ୍ଧିରେ
ରହିଛି । ବୁଦ୍ଧିରେ ଧାରଣା ବହୁତ ମୁସ୍କିଲ୍ରେ ହେଉଛି । ପ୍ରଥମ କଥା ବାବା ବୁଝାଉଛନ୍ତି
କେଉଁଆଡେ ଗଲେ ମଧ୍ୟ ପ୍ରଥମେ-ପ୍ରଥମେ ବାବାଙ୍କର ପରିଚୟ ଦିଅ । ବାବାଙ୍କ ପରିଚୟ କିପରି ଦିଆଯିବ,
ସେଥିପାଇଁ ଯୁକ୍ତି ରଚନା କରାଯାଉଛି । ଏହି ନିଶ୍ଚୟ ହୋଇଗଲେ ବୁଝିଯିବେ ଯେ ବାବା ତ ସତ୍ୟ ଅଟନ୍ତି
। ନିଶ୍ଚୟ ବାବା ସତ୍ୟ କଥା ହିଁ କହୁଛନ୍ତି । ଏଥିରେ ସନ୍ଦେହ ଆସିବା ଅନୁଚିତ୍ । ଯୋଗଯୁକ୍ତ ହୋଇ
ରହିବାରେ ହିଁ ପରିଶ୍ରମ ରହିଛି, ଏଥିରେ ମାୟା ବିରୋଧ କରୁଛି । ଘଡି ଘଡି ଭୁଲାଇ ଦେଉଛି ସେଥିପାଇଁ
ବାବା କହୁଛନ୍ତି - ଚାର୍ଟ ଲେଖ । ତେବେ ବାବା ମଧ୍ୟ ଦେଖିବେ ଯେ କିଏ କେତେ ମନେ ପକାଉଛନ୍ତି ।
ଚାରିଭାଗରୁ ଏକଭାଗ ପିଲା ମଧ୍ୟ ଚାର୍ଟ ରଖୁନାହାଁନ୍ତି । କେହି-କେହି କହୁଛନ୍ତି ଆମେ ତ ସାରା ଦିନ
ବାବାଙ୍କ ସ୍ମୃତିରେ ରହୁଛୁ । ବାବା କହୁଛନ୍ତି ଏହା ତ ବହୁତ ମୁସକିଲ୍ । ସାରା ଦିନ ରାତି ତ
ବନ୍ଧନରେ ଥିବା ମାତାମାନେ ଯେଉଁ ମାଡ ଖାଇଛନ୍ତି ସେମାନେ ତ ସ୍ମୃତିରେ ରହୁଥିବେ, ଭାବୁଥିବେ
ଶିବବାବା କେବେ ଏହି ସମ୍ମନ୍ଧୀମାନଙ୍କ ପାଖରୁ ଆମେ ମୁକ୍ତ ହେବୁ? ଆତ୍ମା ଭାବୁଛି ଯେ - ବାବା ଆମେ
ବନ୍ଧନରୁ କିପରି ମୁ୍କୁଳିବୁ । ଯଦି କେହି ବହୁତ ସ୍ମୃତିରେ ରହୁଛନ୍ତି ତେବେ ବାବାଙ୍କୁ ଚାର୍ଟ
ଲେଖି ପଠାଅ । ନିର୍ଦ୍ଦେଶ ମିଳୁଛି ଯେ ପ୍ରତିଦିନ ରାତିରେ ନିଜର ହିସାବ କିତାବ ବାହାର କର, ଡାଇରୀ
ରଖ, ଡାଇରୀରେ ଲେଖିବା ଦ୍ୱାରା ଡର ରହିବ, ଆମର କ୍ଷତି ନ ହୋଇଯାଉ । ବାବା ଦେଖିବେ ତ କ’ଣ କହିବେ
- ଏତେ ପ୍ରିୟ ବାବାଙ୍କୁ ଏତିକି ସମୟ ହିଁ ୟାଦ କରୁଛ! ଲୌକିକ ପିତାଙ୍କୁ, ସ୍ତ୍ରୀକୁ ତୁମେ ମନେ
ପକାଉଛ, ମୋତେ ଏତିକି ଟିକେ ବି ମନେ ପକାଇ ପାରୁ ନାହିଁ । ଚାର୍ଟ ଲେଖିବ ତ ନିଜକୁ ନିଜେ ହିଁ ଲଜ୍ୱା
ଲାଗିବ ଯେ ଏହି ଅବସ୍ଥାରେ ମୁଁ ପଦ ପାଇପାରିବି ନାହିଁ, ସେଥିପାଇଁ ବାବା ଚାର୍ଟ ଲେଖିବା ଉପରେ
ଅଧିକ ଜୋର୍ ଦେଉଛନ୍ତି । ବାବାଙ୍କୁ ଏବଂ ୮୪ ଜନ୍ମର ଚକ୍ରକୁ ମନେ ପକାଇବାକୁ ହେବ ତେବେ ପୁଣି
ଚକ୍ରବର୍ତ୍ତୀ ରାଜା ହୋଇଯିବ । ନିଜ ସମାନ କରିଲେ ତ ଯାଇ ପ୍ରଜାଙ୍କ ଉପରେ ରାଜତ୍ୱ କରିବ । ଏହା
ହେଲା ହିଁ ରାଜଯୋଗ - ନରରୁ ନାରାୟଣ ହେବା ପାଇଁ । ଏହା ହିଁ ତୁମର ଲକ୍ଷ୍ୟ - ଉଦ୍ଦେଶ୍ୟ ଅଟେ ।
ଯେପରି ଆତ୍ମାକୁ ଦେଖି ହୁଏ ନାହିଁ, କେବଳ ଅନୁଭବ କରିହୁଏ । ଏହାଙ୍କ ଭିତରେ ଆତ୍ମା ଅଛି, ଏକଥା
ମଧ୍ୟ ବୁଝିବାକୁ ପଡିଥାଏ । ଏହି ଲକ୍ଷ୍ମୀ-ନାରାୟଣଙ୍କର ନିଶ୍ଚିତ ରାଜଧାନୀ ଥିବ । ଏମାନେ
ସର୍ବାଧିକ ପରିଶ୍ରମ କରିଛନ୍ତି ତେବେ ଯାଇ ସ୍କଲାରସିକ୍ (ବୃତ୍ତି) ରୂପେ ପାଇଛନ୍ତି । ନିଶ୍ଚୟ
ଏମାନଙ୍କର ପ୍ରଜା ବହୁତ ଥିବେ । ଏମାନେ ସର୍ବୋଚ୍ଚ ପଦ ପାଇଛନ୍ତି, ନିଶ୍ଚିତ ବହୁତ ଯୋଗ
ଲଗାଇଛନ୍ତି, ତେଣୁ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହାର ମଧ୍ୟ କାରଣ ବାହାର କରିବା
ଉଚିତ୍, ଆମର ଯୋଗ କାହିଁକି ଲାଗୁନାହିଁ? ଧନ୍ଦା ଓ ଜଞ୍ଜାଳ ଆଦିରେ ବୁଦ୍ଧି ଭ୍ରମିତ ହୋଇଯାଉଛି ।
ସେଥିରୁ ସମୟ ବାହାର କରି ଏଥିପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍ । କିଛି ସମୟ ବାହାର କରି ବଗିଚାକୁ
ଯାଇ ଏକାନ୍ତରେ ବସିବା ଉଚିତ୍ । ସ୍ତ୍ରୀଲୋକମାନେ ତ ଯାଇପାରିବେ ନାହିଁ । ସେମାନଙ୍କୁ ତ ଘର
ସମ୍ଭାଳିବାକୁ ପଡିବ । ପୁରୁଷମାନଙ୍କ ପାଇଁ ତ ସହଜ ଅଟେ । ଯେଉଁମାନେ କଳ୍ପ ପୂର୍ବର ଭାଗ୍ୟଶାଳୀ
ହୋଇଥିବେ ତାଙ୍କୁ ହିଁ ଏକଥା ଟଚ୍ ହେବ । ଏହି ପାଠପଢା ତ ବହୁତ ଭଲ । ବାକି ପ୍ରତ୍ୟେକଙ୍କର ନିଜସ୍ୱ
ବୁଦ୍ଧି ରହିଛି । ଯେମିତି ବି ହେଉ ବାବାଙ୍କଠାରୁ ସମ୍ପତ୍ତି ନେବାକୁ ହେବ । ବାବା ସମସ୍ତ
ପ୍ରକାରର ନିର୍ଦ୍ଦେଶ ଦେଉଛନ୍ତି । କିନ୍ତୁ ପିଲାମାନଙ୍କୁ ହିଁ କରିବାକୁ ପଡିବ । ବାବା ସାଧାରଣ
ଭାବରେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, କିନ୍ତୁ ଜଣେ ଜଣେ ଆସି ମଧ୍ୟ ପଚାରିଲେ ବାବା ରାୟ
ଦେଇପାରିବେ । ତୀର୍ଥକୁ ଯିବା ସମୟରେ ବଡ-ବଡ ପାହାଡ ଉପରକୁ ଯିବାବେଳେ ପଣ୍ଡାମାନେ ସାବଧାନ
କରିଥା’ନ୍ତି । ବହୁତ ମୁସକିଲ୍ରେ ଯାଇଥା’ନ୍ତି । ତୁମ ସନ୍ତାନମାନଙ୍କୁ ତ ବାବା ବହୁତ ସହଜ
ଯୁକ୍ତି ବତାଉଛନ୍ତି । ବାବାଙ୍କୁ ମନେ ପକାଇବାକୁ ହେବ । ଶରୀରର ଅଭିମାନ ତ୍ୟାଗ କରିବାକୁ ପଡିବ ।
ବାବା କହୁଛନ୍ତି ମୋତେ ମନେ ପକାଅ । ବାବା ଆସି ଜ୍ଞାନ ଦେଇ ଚାଲିଯାଉଛନ୍ତି । ଆତ୍ମା ସଦୃଶ ତୀବ୍ର
ରକେଟ୍ ଅନ୍ୟ କିଛି ହୋଇପାରିବ ନାହିଁ । ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ କେତେ ସମୟ
ନଷ୍ଟ କରୁଛନ୍ତି । ଏ କଥା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଏହି ବିଜ୍ଞାନର କଳା
କୌଶଳ ମଧ୍ୟ ବିନାଶ କାର୍ଯ୍ୟରେ ସାହାଯ୍ୟ କରିଥାଏ । ତାହା ହେଲା ସାଇନ୍ସ, ତୁମର ହେଉଛି ସାଇଲେନ୍ସ
। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ - ଏହା ହେଉଛି ଡେଡ ସାଇଲେନ୍ସ ବା ଗଭୀର
ଶାନ୍ତି । ମୁଁ ଆତ୍ମା ଶରୀରରୁ ଅଲଗା ଅଟେ । ଏହି ଶରୀର ପୁରୁଣା ଜୋତା ସଦୃଶ ଅଟେ । ସର୍ପ, କଇଁଛର
ଉଦାହରଣ ମଧ୍ୟ ତୁମପାଇଁ କୁହାଯାଉଛି, ତୁମେ ହିଁ କୀଟ ସମାନ ମନୁଷ୍ୟମାନଙ୍କୁ ଜ୍ଞାନ ଶୁଣାଇ ଶୁଣାଇ
ମନୁଷ୍ୟରୁ ଦେବତା କରାଉଛ । ବିଷୟ ସାଗରରୁ କ୍ଷୀର ସାଗରକୁ ନେଇଯିବା ତୁମର ହିଁ କାମ ଅଟେ ।
ସନ୍ନ୍ୟାସୀମାନଙ୍କୁ ଏହି ଯଜ୍ଞ ତପ ଆଦି କିଛି ବି କରିବାର ନାହିଁ । ଗୃହସ୍ଥିମାନଙ୍କ ନିମନ୍ତେ
ହିଁ ଭକ୍ତି ଏବଂ ଜ୍ଞାନ ରହିଛି । ସନ୍ନ୍ୟସୀମାନେ ତ ସତ୍ୟଯୁଗକୁ ଯିବେ ନାହିଁ । ସେମାନେ ଏହି
କଥାକୁ କ’ଣ ଜାଣିବେ । ଏହା ମଧ୍ୟ ନିବୃତ୍ତିମାର୍ଗୀଙ୍କ ପାଇଁ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି
। ଯେଉଁମାନେ ପୁରା ୮୪ ଜନ୍ମ ନେଇଛନ୍ତି - ସେହିମାନେ ହିଁ ଡ୍ରାମା ଅନୁସାରେ ଆସିଚାଲିବେ । ଏଥିରେ
ମଧ୍ୟ କ୍ରମାନୁସାରେ ଆସିବେ । ମାୟା ବହୁତ ଶକ୍ତିଶାଳୀ ଅଟେ । ଆଖି ବହୁତ ବିକାରୀ ଅଟେ । ଜ୍ଞାନର
ତୃତୀୟ ନେତ୍ର ମିଳିବା ଦ୍ୱାରା ଆଖି ବହୁତ ପବିତ୍ର ହୋଇଥାଏ, ପୁଣି ଅଧାକଳ୍ପ କେବେ ବିକାରୀ ହେବ
ନାହିଁ । ଆଖି ବହୁତ ଧୋକାବାଜ ଅଟେ । ତୁମେ ଯେତେ ବାବାଙ୍କୁ ମନେ ପକାଇବ ସେତେ
କର୍ମେନ୍ଦ୍ରିୟଗୁଡିକ ଶୀତଳ ହେବ । ପୁଣି ୨୧ ଜନ୍ମ ପର୍ଯ୍ୟନ୍ତ କର୍ମେନ୍ଦ୍ରିୟଗୁଡିକ ଚଞ୍ଚଳତା
କରିବେ ନାହିଁ । ସତ୍ୟଯୁଗରେ କର୍ମେନ୍ଦ୍ରିୟର ଚଞ୍ଚଳତା ରହିବ ନାହିଁ, ସବୁ କର୍ମେନ୍ଦ୍ରିୟ ଶାନ୍ତ
ସତ୍ତ୍ୱଗୁଣୀ ହୋଇ ରହିବେ । ଦେହ-ଅଭିମାନ ଆସିବା ପରେ ହଁ ସବୁ ପ୍ରକାରର ସଇତାନୀ ଆସିଥାଏ । ବାବା
ତୁମକୁ ଦେହୀ-ଅଭିମାନୀ କରାଉଛନ୍ତି । ଅଧାକଳ୍ପ ପାଇଁ ତୁମକୁ ସମ୍ପତ୍ତି ମିଳିଯାଉଛି । ଯିଏ ଯେତିକି
ପରିଶ୍ରମ କରିବେ, ସେତିକି ଉଚ୍ଚପଦ ପାଇବେ । ଦେହୀ-ଅଭିମାନୀ ହେବା ପାଇଁ ପରିଶ୍ରମ କରିବାକୁ ହେବ
- ତେବେ କୌଣସି କର୍ମେନ୍ଦ୍ରିୟ ଧୋକା ଦେବ ନାହିଁ । ଅନ୍ତ ସମୟ ପର୍ଯ୍ୟନ୍ତ ମାୟାର ଯୁଦ୍ଧ
ଚାଲିଥିବ । କର୍ମାତୀତ ଅବସ୍ଥା ହୋଇଗଲେ ପୁଣି ଦୁନିଆର ଲଢେଇ ଆରମ୍ଭ ହୋଇଯିବ । ଦିନକୁ ଦିନ
ବିନାଶର ଚହଳ ସୃଷ୍ଟି ହୋଇଚାଲିବ, ଲୋକମାନେ ମୃତ୍ୟୁକୁ ଭୟ କରିବେ ।
ବାବା କହୁଛନ୍ତି ଏହି
ଜ୍ଞାନ ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ । କେବଳ ବାବାଙ୍କ ପରିଚୟ ଦେବାକୁ ହେବ । ଆମେ ସବୁ ଆତ୍ମାମାନେ
ଭାଇ-ଭାଇ ଅଟୁ, ସମସ୍ତେ ଏକମାତ୍ର ବାବାଙ୍କୁ ମନେ ପକାଉଛୁ । ତାଙ୍କୁ ଈଶ୍ୱର ପିତା ବୋଲି କହୁଛନ୍ତି
। କେହି-କେହି ପ୍ରକୃତିକୁ ମଧ୍ୟ ମାନିଥା’ନ୍ତି, କିନ୍ତୁ ଭଗବାନ ତ ଅଛନ୍ତି ନା ।
ମୁକ୍ତି-ଜୀବନମୁକ୍ତି ପାଇବା ପାଇଁ ତାଙ୍କୁ ମନେ ପକାଇଥାନ୍ତି । ମୋକ୍ଷ ତ କାହାକୁ ମିଳୁନାହିଁ ।
ବିଶ୍ୱର ଇତିହାସ-ଭୂଗୋଳକୁ ପୁନରାବୃତ୍ତି କରିବାକୁ ପଡିବ । ବୁଦ୍ଧି ମଧ୍ୟ କହୁଛି ଯେ ସତ୍ୟଯୁଗରେ
ଏକମାତ୍ର ଭାରତ ହିଁ ଥିଲା । ମନୁଷ୍ୟମାନେ ତ କିଛି ବି ଜାଣିନାହାଁନ୍ତି । ଏହି
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ନା । ଲକ୍ଷ-ଲକ୍ଷ ବର୍ଷର କଥା ହୋଇପାରିବ ନାହିଁ ।
ଲକ୍ଷ-ଲକ୍ଷ ବର୍ଷ ହୋଇଥିଲେ ତ ଜନସଂଖ୍ୟା କେତେ ଢେର ହୋଇଯାଇଥାନ୍ତା । ବାବା କହୁଛନ୍ତି ଏବେ
କଳିଯୁଗ ଶେଷ ହୋଇ ସତ୍ୟଯୁଗର ସ୍ଥାପନା ହେଉଛି । ସେମାନେ ଭାବୁଛନ୍ତି ବର୍ତ୍ତମାନ କଳିଯୁଗ ତ ଛୋଟ
ପିଲା ଅଟେ, ଆହୁରି ଏତେ ହଜାର ବର୍ଷ ଆୟୁଷ ଅଛି । ତୁମେ ସନ୍ତାନମାନେ ଜାଣିଛ ଯେ ଏହି ସାରା କଳ୍ପ
୫ ହଜାର ବର୍ଷର ଅଟେ । ଭାରତରେ ହିଁ ସତ୍ୟଯୁଗର ସ୍ଥାପନା ହେଉଛି । ଭାରତ ହିଁ ଏବେ ସ୍ୱର୍ଗ ହେବାକୁ
ଯାଉଛି । ଏବେ ଆମେ ଶ୍ରୀମତ ଅନୁସାରେ ଏହି ରାଜ୍ୟ ସ୍ଥାପନ କରୁଛୁ । ବର୍ତ୍ତମାନ ବାବା କହୁଛନ୍ତି
କେବଳ ମୋତେ ମନେ ପକାଅ । ଏହା ହିଁ ପ୍ରଥମ-ପ୍ରଥମ ଶବ୍ଦ ସେମାନଙ୍କୁ ଶୁଣାଅ । ବାବାଙ୍କ ପ୍ରତି
ନିଶ୍ଚୟ ନ ଆସିବା ପର୍ଯ୍ୟନ୍ତ ପ୍ରଶ୍ନ ପଚାରି ଚାଲିଥିବେ । ଯଦି କୌଣସି କଥାର ଉତ୍ତର ନ ମିଳିବ
ତେବେ ଭାବିବେ ଯେ ଏମାନେ କିଛି ବି ଜାଣିନାହାଁନ୍ତି ଆଉ କହୁଛନ୍ତି ଯେ ଭଗବାନ ଆମକୁ ପଢାଉଛନ୍ତି
ସେଥିପାଇଁ ପ୍ରଥମେ ଗୋଟିଏ କଥା ହିଁ ବୁଝାଅ । ପ୍ରଥମେ ବାବାଙ୍କ ପ୍ରତି ନିଶ୍ଚୟ ହେଉ ଯେ ବାସ୍ତବରେ
ସମସ୍ତ ଆତ୍ମାମାନଙ୍କର ପିତା ଜଣେ ହିଁ ଅଟନ୍ତି ଏବଂ ସେ ହିଁ ହେଉଛନ୍ତି ରଚୟିତା । ତେଣୁ ସେ
ନିଶ୍ଚୟ ସଂଗମଯୁଗରେ ହିଁ ଆସିବେ । ବାବା କହୁଛନ୍ତି ମୁଁ ଯୁଗେ-ଯୁଗେ ନୁହେଁ, କଳ୍ପର ସଂଗମଯୁଗରେ
ଆସୁଛି । ମୁଁ ନୂଆ ସୃଷ୍ଟିର ରଚୟିତା ହିଁ ଅଟେ । ତେବେ ମଝିରେ କିପରି ଆସିବି । ମୁଁ ପୁରୁଣା ଏବଂ
ନୂଆ ଦୁନିଆର ସଂଗମରେ ହିଁ ଆସୁଛି । ଏହାକୁ ପୁରୁଷୋତ୍ତମ ସଂଗମଯୁଗ କୁହାଯାଉଛି । ତୁମେ ସଂଗମଯୁଗରେ
ହିଁ ପୁରୁଷୋତ୍ତମ ହେଉଛ । ଲକ୍ଷ୍ମୀ-ନାରାୟଣ ସବୁଠାରୁ ପୁରୁଷୋତ୍ତମ ଅଟନ୍ତି । ଲକ୍ଷ୍ୟ-ଉଦ୍ଦେଶ୍ୟ
କେତେ ସହଜ ଅଟେ । ସମସ୍ତଙ୍କୁ କୁହ ସତ୍ୟଯୁଗର ସ୍ଥାପନା ହେଉଛି । ବାବା କହିଛନ୍ତି ପୁରୁଷୋତ୍ତମ
ଅକ୍ଷର ନିଶ୍ଚୟ ଲେଖ, କାହିଁକି ନା ଏଠାରେ ତୁମେ କନିଷ୍ଠ ପୁରୁଷରୁ ଉତ୍ତମ ପୁରୁଷ ହେଉଛ । ଏହିଭଳି
ମୁଖ୍ୟ କଥା ଭୁଲିବା ଅନୁଚିତ୍ ଏବଂ ସଂବତର ତାରିଖ ମଧ୍ୟ ନିଶ୍ଚୟ ଲେଖିବା ଦରକାର । ଏଠାରେ ତୁମର
ରାଜତ୍ୱ ପ୍ରଥମରୁ ହିଁ ଆରମ୍ଭ ହୋଇଯାଉଛି, ଅନ୍ୟମାନଙ୍କର ରାଜତ୍ୱ ଆରମ୍ଭରୁ ହେଉ ନାହିଁ ।
ଧର୍ମସ୍ଥାପକମାନେ ଆସିବା ପରେ ହିଁ ତାଙ୍କ ଧର୍ମର ବୃଦ୍ଧି ହେଉଛି, କୋଟି-କୋଟି ସଂଖ୍ୟାରେ ହେଲେ
ଯାଇ ରାଜତ୍ୱ ଚାଲିଥାଏ । ତୁମର ତ ଆରମ୍ଭରେ ସତ୍ୟଯୁଗରୁ ହିଁ ରାଜତ୍ୱ ଚାଲିବ । ଏକଥା କାହାରି
ବୁଦ୍ଧିରେ ଆସୁନାହିଁ କି ସତ୍ୟଯୁଗରେ ଏପରି ରାଜତ୍ୱ କେଉଁଠୁ ଆସିଲା । କଳିଯୁଗ ଅନ୍ତରେ ଏତେ ଢେର
ଧର୍ମ ରହିଛି, ପୁଣି ସତ୍ୟଯୁଗରେ ଗୋଟିଏ ଧର୍ମ, ଗୋଟିଏ ରାଜ୍ୟ କିପରି ହେଲା? କେତେ ହୀରା ନୀଳାର
ମହଲ ହେବ । ଭାରତ ଏଭଳି ଥିଲା ଯାହାକୁ ସ୍ୱର୍ଗ ବୋଲି କହୁଥିଲେ । ୫ ହଜାର ବର୍ଷର କଥା ।
ଲକ୍ଷ-ଲକ୍ଷ ବର୍ଷର ହିସାବ କେଉଁଠାରୁ ଆସିଲା । ମନୁଷ୍ୟମାନେ କେତେ ଦ୍ୱନ୍ଦ୍ୱରେ ପଡିଛନ୍ତି । ଏବେ
ସେମାନଙ୍କୁ କିଏ ବୁଝାଇବ । ସେମାନେ ବୁଝୁନାହାଁନ୍ତି ଯେ ଆମେ ଆସୁରୀ ରାଜ୍ୟରେ ଅଛୁ ।
ଦେବତାମାନଙ୍କର ମହିମା ତ ସର୍ବଗୁଣ ସମ୍ପନ୍ନ..... ଅଟେ, ଏମାନଙ୍କ ଭିତରେ ୫ ବିକାର ନାହିଁ
କାହିଁକି ନା ଦେହୀ ଅଭିମାନୀ ଅଟନ୍ତି ତେଣୁ ବାବା କହୁଛନ୍ତି ମୁଖ୍ୟ କଥା ହେଲା ବାବାଙ୍କର ସ୍ମୃତି
। ୮୪ ଜନ୍ମ ନେଇ-ନେଇ ତୁମେ ପତିତ ହୋଇଯାଇଛ, ଏବେ ପୁଣି ପବିତ୍ର ହେବାକୁ ପଡିବ । ଏହା ଡ୍ରାମାର
ଚକ୍ର ଅଟେ । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଜ୍ଞାନର
ତୃତୀୟ ନେତ୍ରକୁ ଧାରଣ କରି ନିଜର ଧୋକାବାଜ ଆଖିକୁ ନିର୍ବିକାରୀ ପବିତ୍ର କରିବାକୁ ହେବ । ଯୋଗବଳ
ଦ୍ୱାରା ହିଁ କର୍ମେନ୍ଦ୍ରିୟ ଗୁଡିକ ଶୀତଳ ଏବଂ ସତ୍ତ୍ୱଗୁଣୀ ହେବେ, ସେଥିପାଇଁ ଏହି ପରିଶ୍ରମ
କରିବାକୁ ପଡିବ ।
(୨) ବ୍ୟବସାୟ ଆଦିରୁ
ସମୟ ବାହାର କରି ଏକାନ୍ତକୁ ଯାଇ ଯୋଗରେ ବସିବାକୁ ହେବ । କାରଣ ଦେଖିବାକୁ ହେବ ଯେ ମୋ’ର ଯୋଗ
କାହିଁକି ଲାଗୁନାହିଁ । ନିଜର ଚାର୍ଟ ନିଶ୍ଚିତ ରଖିବାକୁ ହେବ ।
ବରଦାନ:-
ସହନଶକ୍ତି
ଦ୍ୱାରା ଅବିନାଶୀ ଏବଂ ମଧୁର ଫଳ ପ୍ରାପ୍ତ କରୁଥିବା ସମସ୍ତଙ୍କର ସ୍ନେହୀ ହୁଅ ।
ସହନ କରିବା ମରିବା ନୁହେଁ
ବରଂ ସମସ୍ତଙ୍କ ହୃଦୟରେ ସ୍ନେହର ସହିତ ବଞ୍ଚିବା । ତେଣୁ କିପରି ବି ବିରୋଧି ହୋଇଥାଉ, ରାବଣଠାରୁ
ମଧ୍ୟ ଅଧିକ ଉଗ୍ର ହୋଇଥାଉ, ଥରେ ନୁହେଁ ୧୦ ଥର ମଧ୍ୟ ସହନ କରିବାକୁ ପଡୁ ପୁଣି ବି ସହନ ଶକ୍ତିର
ଫଳ ଅବିନାଶୀ ଏବଂ ମଧୁର ଅଟେ । କେବଳ ଏହିଭଳି ଭାବନା ରଖ ନାହିଁ ଯେ ମୁଁ ତ ଏତେ ସବୁ ସହନ କରିଲି
ତେଣୁ ଇଏ ବି କିଛି ସହନ କରୁ, ଏହିଭଳି ଅଳ୍ପକାଳର ଫଳ ପାଇବାର ଭାବନା ରଖ ନାହିଁ, ଦୟା ଭାବ ରଖ -
ଏହା ହିଁ ହେଉଛି ସେବାଭାବ । ତେବେ ସେବାଭାବ ସମ୍ପନ୍ନ ଆତ୍ମାମାନେ ସମସ୍ତଙ୍କର ଦୋଷ-ଦୁର୍ବଳତା
ଗୁଡିକୁ ନିଜ ଭିତରେ ସମାହିତ କରିନିଅନ୍ତି, ତା’ର ମୁହାଁମୁହିଁ ହୁଅନ୍ତି ନାହିଁ ।
ସ୍ଲୋଗାନ:-
ଯାହା ବିତିଗଲା
ତାକୁ ଭୁଲିଯାଅ, ବିତି ଯାଇଥିବା ଘଟଣାରୁ ଶିକ୍ଷା ଗ୍ରହଣ କରି ଭବିଷ୍ୟତ ପାଇଁ ସର୍ବଦା ସାବଧାନ
ରୁହ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ଯେପରି ବାପଦାଦାଙ୍କୁ ଦୟା
ଲାଗୁଛି, ସେହିପରି ତୁମେମାନେ ମଧ୍ୟ ମାଷ୍ଟର ଦୟାଳୁ ହୋଇ ନିଜର ମାନସିକ ବୃତ୍ତିର ବାୟୁମଣ୍ଡଳ
ଦ୍ୱାରା ଆତ୍ମାମାନଙ୍କୁ ବାବାଙ୍କଠାରୁ ମିଳିଥିବା ଶକ୍ତିଗୁଡିକ ଦିଅ । ଯେହେତୁ ଅଳ୍ପ ସମୟ ଭିତରେ
ସାରା ବିଶ୍ୱର ସେବାକୁ ସମ୍ପନ୍ନ କରିବାକୁ ହେବ, ତତ୍ତ୍ୱ ସହିତ ସମସ୍ତଙ୍କୁ ପବିତ୍ର କରିବାକୁ ହେବ
ତେବେ ମନର ସଂକଳ୍ପ ଦ୍ୱାରା ତୀବ୍ର ଗତିରେ ସେବା କର । ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।