01.11.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଏହି ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଟ, ତୁମର କାମ ହେଲା ସାରା ବିଶ୍ୱକୁ ବାବାଙ୍କର ସନ୍ଦେଶ ଦେବା ।”

ପ୍ରଶ୍ନ:-
ଏବେ ତୁମେ ପିଲାମାନେ କେଉଁ ଡେଙ୍ଗୁରା ପିଟୁଛ ଏବଂ କେଉଁ କଥା ବୁଝାଉଛ?

ଉତ୍ତର:-
ତୁମେ ଡେଙ୍ଗୁରା ପିଟୁଛ ଯେ ବର୍ତ୍ତମାନ ନୂଆ ଦୈବୀ ରାଜଧାନୀର ପୁନର୍ବାର ସ୍ଥାପନା ହେଉଛି । ଅନେକ ଧର୍ମର ଏବେ ବିନାଶ ହେବାକୁ ଯାଉଛି । ତୁମେ ସମସ୍ତଙ୍କୁ ବୁଝାଉଛ ଯେ ସମସ୍ତେ ନିଶ୍ଚିନ୍ତ ରୁହ, ବର୍ତ୍ତମାନ ଆନ୍ତର୍ଜାତିକ ବିଭ୍ରାଟ ସୃଷ୍ଟି ହେବ, ଯୁଦ୍ଧ ନିଶ୍ଚିତ ଲାଗିବ, ତା’ ପରେ ଦୈବୀ ରାଜଧାନୀ ଆରମ୍ଭ ହେବ ।

ଓମ୍ ଶାନ୍ତି ।
ଏହା ହେଉଛି ରୁହାନୀ ଅର୍ଥାତ୍ ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟ । ସାରା ୟୁନିଭର୍ସ ଅର୍ଥାତ୍ ବିଶ୍ୱରେ ଯେଉଁ ଆତ୍ମାମାନେ ବି ଅଛନ୍ତି, ବିଶ୍ୱ ବିଦ୍ୟାଳୟରେ କେବଳ ଆତ୍ମାମାନେ ହିଁ ପାଠ ପଢୁଛନ୍ତି । ୟୁନିଭର୍ସ ଅର୍ଥାତ୍ ବିଶ୍ୱ । ତେବେ ନିୟମ ଅନୁସାରେ ୟୁନିଭରସିଟି ଶବ୍ଦ ତୁମମାନଙ୍କର ରହିଛି । ଏହା ହେଉଛି ରୁହାନୀ ବିଶ୍ୱ ବିଦ୍ୟାଳୟ । ଶାରୀରିକ ବିଶ୍ୱ ବିଦ୍ୟାଳୟ ହିଁ ନ ଥାଏ । ଏହା ହିଁ ଏକମାତ୍ର ପରମପିତା ପରମାତ୍ମାଙ୍କର ବିଶ୍ୱ ବିଦ୍ୟାଳୟ । ଯେଉଁଠି ସବୁ ଆତ୍ମାମାନଙ୍କୁ ଶିକ୍ଷା ମିଳୁଛି । ତୁମର ଏହି ସନ୍ଦେଶ କୌଣସି ନା କୌଣସି ଉପାୟରେ ସମସ୍ତଙ୍କ ପାଖରେ ନିଶ୍ଚୟ ପହଞ୍ଚିବା ଦରକାର । କାରଣ ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ ନା ଏବଂ ଏହି ସନ୍ଦେଶ ମଧ୍ୟ ବିଲ୍‌କୁଲ୍ ସରଳ ଅଟେ । ପିଲାମାନେ ଜାଣିଛନ୍ତି ଯେ, ସିଏ ଆମର ବେହଦର ପିତା ଅଟନ୍ତି, ଯାହାଙ୍କୁ ସମସ୍ତେ ମନେ ପକାଇଥା’ନ୍ତି । ଏପରି ମଧ୍ୟ କହିପାର ସେ ଆମର ବେହଦର ପ୍ରେମିକ । ବିଶ୍ୱରେ ଥିବା ସମସ୍ତ ଜୀବ ଆତ୍ମାମାନେ ସେହି ପ୍ରେମିକଙ୍କୁ ନିଶ୍ଚିତ ରୂପେ ମନେପକାଇଥା’ନ୍ତି । ଏହି ପଏଣ୍ଟସ୍‌କୁ ଭଲ ଭାବରେ ଧାରଣ କରିବାକୁ ହେବ । ଯାହାଙ୍କର ବୁଦ୍ଧି ଫ୍ରେସ୍ ଅର୍ଥାତ୍ ବୁଦ୍ଧି ତାଜା ଥିବ ସେ ଭଲ ଭାବରେ ଧାରଣ କରିପାରିବେ । ବିଶ୍ୱରେ ଥିବା ସମସ୍ତ ଆତ୍ମାମାନଙ୍କର ପିତା ହେଲେ ଜଣେ । ତେବେ ବିଶ୍ୱ ବିଦ୍ୟାଳୟରେ ତ ମନୁଷ୍ୟମାନେ ହିଁ ପଢିବେ ନା । ବର୍ତ୍ତମାନ ତୁମେମାନେ ଏକଥା ମଧ୍ୟ ଜାଣିଛ - ଆମେ ହିଁ ୮୪ ଜନ୍ମ ନେଉଛୁ । ୮୪ ଲକ୍ଷ ଯୋନିର କଥା ହିଁ ନାହିଁ । ସାରା ବିଶ୍ୱରେ ଯେଉଁ ଆତ୍ମାମାନେ ବି ଅଛନ୍ତି, ବର୍ତ୍ତମାନ ସମସ୍ତେ ପତିତ ହୋଇଯାଇଛନ୍ତି । ଏହା ହେଉଛି ଛି-ଛି ଦୁନିଆ, ଦୁଃଖଧାମ । ଏହାକୁ ସୁଖଧାମକୁ ଏକମାତ୍ର ବାବା ହିଁ ନେଇପାରିବେ, ସେଥିପାଇଁ ତାଙ୍କୁ ମୁକ୍ତିଦାତା ମଧ୍ୟ କୁହାଯାଉଛି । ତୁମେ ସାରା ୟୁନିଭର୍ସ ଅଥବା ବିଶ୍ୱର ମାଲିକ ହେଉଛ ନା । ବାବା ସମସ୍ତଙ୍କ ନିମନ୍ତେ କହୁଛନ୍ତି ଏହି ସନ୍ଦେଶ ପହଞ୍ଚାଇ ଦେଇ ଆସ । ବାବାଙ୍କୁ ସମସ୍ତେ ମନେ ପକାଉଛନ୍ତି, ତାଙ୍କୁ ଗାଇଡ୍ (ପଥପ୍ରଦର୍ଶକ), ଲିବରେଟର (ମୁକ୍ତିଦାତା), ମର୍ସିଫୁଲ୍ (ଦୟାର ସାଗର) ମଧ୍ୟ କହିଥା’ନ୍ତି । ଅନେକ ଭାଷା ରହିଛି ନା । ସମସ୍ତ ଆତ୍ମାମାନେ କେବଳ ସେହି ଜଣଙ୍କୁ ହିଁ ଡାକୁଛନ୍ତି ତେଣୁ ସାରା ବିଶ୍ୱର ଶିକ୍ଷକ ହେଲେ ନା । ସେ ତ ସମସ୍ତଙ୍କର ପିତା କିନ୍ତୁ ଏକଥା କାହାକୁ ହେଲେ ଜଣା ନାହିଁ ଯେ ସେ ଆମ ସମସ୍ତ ଆତ୍ମାମାନଙ୍କର ଶିକ୍ଷକ ସହିତ ଗୁରୁ ମଧ୍ୟ ଅଟନ୍ତି । ସିଏ ସମସ୍ତଙ୍କୁ ଗାଇଡ୍ ମଧ୍ୟ କରିଥା’ନ୍ତି । ସେହି ବେହଦର ଗାଇଡ୍‌ଙ୍କୁ କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ । ଏକଥା ତୁମ ବ୍ରାହ୍ମଣମାନଙ୍କ ବ୍ୟତିତ ଆଉ କେହି ବି ଜାଣି ନାହାଁନ୍ତି । ଆତ୍ମାକୁ ମଧ୍ୟ ତୁମେ ଜାଣିଛ, ଆତ୍ମା କେଉଁ ପ୍ରକାରର ଜିନିଷ ଅଟେ । ଦୁନିଆରେ ତ କେହି ଜଣେ ହେଲେ ଏମିତି ମନୁଷ୍ୟ ନାହାଁନ୍ତି, ସ୍ୱତନ୍ତ୍ର ରୂପେ ଭାରତ ଓ ସାଧାରଣତଃ ସାରା ଦୁନିଆରେ କାହାକୁ ହେଲେ ବି ଜଣା ନାହିଁ ଯେ ଆତ୍ମା କେଉଁ ଭଳି ଜିନିଷ ଅଟେ । ଭଲେ କହୁଛନ୍ତି ଯେ ଭ୍ରୁକୁଟୀ ମଧ୍ୟରେ ଅଜବ ତାରକା ଚମକୁଛି । କିନ୍ତୁ କିଛି ହେଲେ ବି ବୁଝି ନାହାଁନ୍ତି । ଏବେ ତୁମେ ଜାଣୁଛ ଆତ୍ମା ତ’ ଅବିନାଶୀ । ସେ କେବେ ଛୋଟ ବା ବଡ ହୁଏ ନାହିଁ । ଯେପରି ତୁମ ଆତ୍ମା ସେହିପରି ବାବା ମଧ୍ୟ ବିନ୍ଦୁ ଅଟନ୍ତି । ବଡ ଛୋଟ ନୁହେଁ । ସେ ମଧ୍ୟ ଆତ୍ମା କିନ୍ତୁ ସିଏ ପରମ ଆତ୍ମା ଅଟନ୍ତି, ସୁପ୍ରିମ ଅଟନ୍ତି । ବାସ୍ତବରେ ସମସ୍ତ ଆତ୍ମାମାନେ ପରମଧାମର ବାସିନ୍ଦା ଅଟନ୍ତି । ଏଠାକୁ ଅଭିନୟ କରିବା ପାଇଁ ଆସିଥା’ନ୍ତି । ପୁଣି ନିଜ ପରମଧାମକୁ ଯିବା ପାଇଁ ଚେଷ୍ଟା କରିଥା’ନ୍ତି । ପରମପିତା ପରମାତ୍ମାଙ୍କୁ ସମସ୍ତେ ମନେ ପକାଉଛନ୍ତି କାହିଁକି ନା ଆତ୍ମାମାନଙ୍କୁ ପରମପିତା ହିଁ ମୁକ୍ତିକୁ ପଠାଇଥିଲେ, ସେଥିପାଇଁ ତାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି । ଆତ୍ମା ହିଁ ତମୋପ୍ରଧାନ ହୋଇଯାଇଛି । ପରମାତ୍ମାଙ୍କୁ କାହିଁକି ମନେ ପକାଉଛନ୍ତି? ଏତିକି ବି ଜଣା ନାହିଁ । ଯେପରି ପିଲା “ବାବା’’ ବୋଲି କହିଥାଏ । ବାସ୍‌, ତାକୁ କିଛି ହେଲେ ବି ଜଣା ନ ଥାଏ । ତୁମେ ମଧ୍ୟ ମମ୍ମା ବାବା କହୁଛ, କିନ୍ତୁ ତୁମମାନଙ୍କୁ ମଧ୍ୟ କିଛି ହେଲେ ଜଣାନାହିଁ । ଭାରତରେ ଗୋଟିଏ ନେଶନାଲିଟି ଅର୍ଥାତ୍ ଜାତୀୟତା ଥିଲା । ତାକୁ ଦୈବୀ ଜାତୀୟତା କୁହାଯାଉଥିଲା । ପରେ ପୁଣି ଅନ୍ୟାନ୍ୟ ଧର୍ମ ପ୍ରବେଶ କଲେ । ଏବେ କେତେ ଢେର ହୋଇଗଲେଣି, ସେଥିପାଇଁ ଏତେ ଝଗଡା ଆଦି ହେଉଛି । ଯେଉଁଠି ଯେଉଁଠି ଅନ୍ୟ ଧର୍ମର ଲୋକମାନେ ଅଧିକ ପଶିଯାଇଛନ୍ତି, ସେମାନଙ୍କୁ ସେଠାରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ବହୁତ ଗଣ୍ଡଗୋଳ ହୋଇଗଲାଣି । ଅଜ୍ଞାନ ଅନ୍ଧକାର ମଧ୍ୟ ବହୁତ ବଢି ଗଲାଣି । କିଛି ତ ଲିମିଟ୍ ବା ସୀମା ତ ରହିବା ଦରକାର ନା । ନାଟକରେ ଅଭିନେତାମାନଙ୍କର ମଧ୍ୟ ନିର୍ଦ୍ଦିଷ୍ଟ ସଂଖ୍ୟା ଥାଏ । ଏହା ମଧ୍ୟ ପୂର୍ବ ପ୍ରସ୍ତୁତ ଖେଳ ଅଥବା ନାଟକ ଅଟେ । ଏଥିରେ ଯେତିକି ଅଭିନେତା ରହିଛନ୍ତି, ସେଥିରେ କମ୍ ବେଶୀ ହୋଇପାରିବ ନାହିଁ । ଯେତେବେଳେ ସବୁ ଅଭିନେତା ଷ୍ଟେଜ୍‌କୁ ଆସିଯାଆନ୍ତି ପୁଣି ସେମାନଙ୍କୁ ଫେରିବାକୁ ମଧ୍ୟ ହୁଏ । ଯେଉଁ ଅଭିନେତାମାନେ ବି ରହିଯାଇଥିବେ, ସେମାନେ ସମସ୍ତେ ଏଠାକୁ ଆସିଚାଲିବେ, ତେଣୁ ଜନସଂଖ୍ୟା ଯେତେ ନିୟନ୍ତ୍ରଣ କରିବା ପାଇଁ ମୁଣ୍ଡ ପିଟିଲେ ମଧ୍ୟ କରିପାରିବେ ନାହିଁ । ତେବେ ତାଙ୍କୁ କୁହ, ଆମେ ବି.କେ. ଏପରି ଜନ୍ମ ନିୟନ୍ତ୍ରଣ କରି ଦେଉଛୁ ଯେ ସାରା ବିଶ୍ୱରେ ମାତ୍ର ବାକି ୯ ଲକ୍ଷ ରହିବେ । ତା’ପରେ ଜନସଂଖ୍ୟା କମ୍ ହୋଇଯିବ । ଆମେ ଆପଣଙ୍କୁ ସତ୍ୟ କହୁଛୁ, ଏବେ ସେହି ଦୁନିଆର ସ୍ଥାପନା କରୁଛୁ । ତେବେ ନୂଆ ଦୁନିଆ, ନୂଆ ବୃକ୍ଷ ନିଶ୍ଚିତ ଛୋଟ ହିଁ ହେବ । ଏଠାରେ ତ କେହି ବି ଜନସଂଖ୍ୟା ନିୟନ୍ତ୍ରଣ କରିପାରିବେ ନାହିଁ, କାହିଁକି ନା ଦୁନିଆ ଆହୁରି ତମୋପ୍ରଧାନ ହୋଇ ଚାଲିଛି । ବୃଦ୍ଧି ହୋଇ ଚାଲିଛି । ଆସିବାକୁ ଥିବା ଅଭିନେତାମାନେ, ଏହିଠାରେ ହିଁ ଆସି ଶରୀର ଧାରଣ କରିବେ । ଏହି କଥାକୁ କେହି ବୁଝି ପାରୁ ନାହାଁନ୍ତି । ଯେଉଁମାନଙ୍କର ତୀକ୍ଷ୍‌ଣ ବୁଦ୍ଧି ସେମାନେ ଜାଣୁଛନ୍ତି ଯେ, ରାଜଧାନୀରେ ତ’ ସବୁ ପ୍ରକାରର ପାର୍ଟଧାରୀ ରହିବେ । ସତ୍ୟଯୁଗରେ ଯେଉଁ ରାଜଧାନୀ ଥିଲା, ତା’ର ପୁନର୍ବାର ସ୍ଥାପନା ହେଉଛି । ସମସ୍ତେ ସତ୍ୟଯୁଗକୁ ଚାଲିଯିବେ । ତୁମେ ବର୍ତ୍ତମାନ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ଶ୍ରେଣୀକୁ ଟ୍ରାନ୍ସଫର ହେଉଛ । ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଯାଉଛ । ତୁମର ପାଠପଢା ଏହି ଦୁନିଆ ନିମନ୍ତେ ଉଦ୍ଦିଷ୍ଟ ନୁହେଁ । ଏପରି ବିଶ୍ୱବିଦ୍ୟାଳୟ ଆଉ କେଉଁଠି ହୋଇ ପାରିବ ନାହିଁ । ସ୍ୱୟଂ ଈଶ୍ୱରୀୟ ପିତା କହୁଛନ୍ତି ମୁଁ ତୁମମାନଙ୍କୁ ଅମରଲୋକ ପାଇଁ ପାଠ ପଢାଉଛି । ଏହି ମୃତ୍ୟୁଲୋକର ବିନାଶ ହୋଇଯିବ । ସତ୍ୟଯୁଗରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ ଥିଲା । ଏହା କିପରି ସ୍ଥାପନ ହେଲା, ଏ କଥା କାହାକୁ ହେଲେ ଜଣା ନାହିଁ ।

ବାବା ସବୁବେଳେ କହୁଛନ୍ତି ଯେଉଁଠାରେ ତୁମେ ଭାଷଣ ଆଦି କରୁଛ ସେଠାରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ନିଶ୍ଚିତ ରଖ ଓ ସେଥିରେ ତାରିଖ ନିଶ୍ଚିତ ଲେଖାଥିବା ଦରକାର । ତୁମେ ବୁଝାଇ ପାରିବ ଯେ ନୂଆ ବିଶ୍ୱର ଆରମ୍ଭରୁ ୧୨୫୦ ବର୍ଷ ପର୍ଯ୍ୟନ୍ତ ଏହି ରାଜବଂଶର ରାଜ୍ୟ ଥିଲା । ଯେପରି କହିଥା’ନ୍ତି ନା - ଖ୍ରୀଷ୍ଟିୟାନ ଡିନାୟଷ୍ଟିର ରାଜ୍ୟ ଥିଲା । ଜଣଙ୍କ ପଛରେ ଜଣେ ଚାଲି ଆସିଥା’ନ୍ତି । ଯେତେବେଳେ ଏହି ଦେବତାମାନଙ୍କର ରାଜତ୍ୱ ଥିଲା ସେତେବେଳେ ଆଉ କେହି ନ ଥିଲେ । ବର୍ତ୍ତମାନ ପୁନର୍ବାର ଏହି ଡିନାୟଷ୍ଟିର ସ୍ଥାପନା ହେଉଛି । ବାକି ସମସ୍ତଙ୍କର ବିନାଶ ହୋଇଯିବ । ଯୁଦ୍ଧ ମଧ୍ୟ ସମ୍ମୁଖରେ ଉପସ୍ଥିତ । ଭାଗବତ ଆଦିରେ ଏହା ଉପରେ କାହାଣୀ ମଧ୍ୟ ଲେଖାଯାଇଛି । ତୁମେମାନେ ବାଲ୍ୟାବସ୍ଥାରୁ ଏହି କାହାଣୀ ଆଦି ଶୁଣି ଆସୁଥିଲ । ଏବେ ତୁମେମାନେ ଜାଣୁଛ ଏହି ରାଜତ୍ୱ କିପରି ସ୍ଥାପନ ହେଉଛି । ନିଶ୍ଚିତ ବାବା ହିଁ ରାଜଯୋଗ ଶିଖାଇଥିବେ । ଯେଉଁମାନେ ପାସ୍ ହୋଇଥିବେ ସେହିମାନେ ବିଜୟ ମାଳାର ଦାନା ହେବେ । ଆଉ କେହି ଏହି ମାଳାକୁ ଜାଣି ନାହାଁନ୍ତି । କେବଳ ତୁମେମାନେ ହିଁ ଜାଣିଛ । ତୁମର ପ୍ରବୃତ୍ତି ମାର୍ଗ ଅଟେ । ଉପରେ ବାବା ଛିଡା ହୋଇଛନ୍ତି, ଯାହାଙ୍କର ନିଜର ଶରୀର ନାହିଁ । ପୁଣି ବ୍ରହ୍ମା-ସରସ୍ୱତୀରୁ ଲକ୍ଷ୍ମୀ-ନାରାୟଣ ହେବେ । ପ୍ରଥମେ ଦରକାର ବାବା, ତା’ପରେ ପୁଣି ଯୁଗଳ । ରୁଦ୍ରାକ୍ଷର ଦାନା ରହିଥାଏ ନା । ନେପାଳରେ ଏକ ବୃକ୍ଷ ଅଛି, ଯେଉଁଠାରୁ ଏହି ରୁଦ୍ରାକ୍ଷର ଦାନା ଆସୁଛି । ସେଥିରେ ମଧ୍ୟ କେତେକ ଅସଲି ରହିଥାଏ । ଯେତେ ଛୋଟ ଦାନା ଦାମ୍ ସେତେ ଅଧିକ । ଏବେ ତୁମେ ଏହାର ଅର୍ଥକୁ ବୁଝିଯାଇଛ । ଏବେ ବିଷ୍ଣୁଙ୍କର ବିଜୟମାଳା ଅଥବା ରୁଣ୍ଡମାଳା ତିଆରି ହେଉଛି । ସେମାନେ ତ’ କେବଳ ମାଳା ଗଡାଇ-ଗଡାଇ ରାମ-ରାମ କହୁଛନ୍ତି । କିନ୍ତୁ ଅର୍ଥ କିଛି ହେଲେ ନାହିଁ । କେବଳ ମାଳା ଜପ କରୁଛନ୍ତି । ଏଠାରେ ତ’ ବାବା କହୁଛନ୍ତି ମୋତେ ମନେ ପକାଅ । ଏହା ହେଉଛି ଅଜପାଜପ । ମୁଖ ଦ୍ୱାରା କିଛି କହିବାର ଆବଶ୍ୟକତା ନାହିଁ । ଗୀତ ମଧ୍ୟ ସ୍ଥୂଳ ହୋଇଯାଉଛି । ପିଲାମାନଙ୍କୁ ତ କେବଳ ବାବାଙ୍କୁ ସ୍ମରଣ କରିବାକୁ ହେବ । ନଚେତ୍ ପୁଣି ଗୀତ ଆଦି ମନେ ପଡିବ । ଏଠାରେ ମୂଳ କଥା ହେଉଛି ଯୋଗର । ତୁମକୁ ଶବ୍ଦରୁ ଉର୍ଦ୍ଧ୍ୱକୁ ଯିବାକୁ ହେବ । ବାବାଙ୍କର ନିର୍ଦ୍ଦେଶ ହେଉଛି ମନମନାଭବ । ବାବା କ’ଣ କହୁଛନ୍ତି କି ଗୀତ ଗାଅ, ରଡ୍ଡି ମାର । ମୋ ମହିମା ଗାୟନ କରିବାର ମଧ୍ୟ ଆବଶ୍ୟକତା ନାହିଁ । ଏକଥା ତୁମେ ଜାଣିଛ ଯେ, ବାବା ଜ୍ଞାନ ଏବଂ ସୁଖ-ଶାନ୍ତିର ସାଗର ଅଟନ୍ତି । ଏକଥା ମନୁଷ୍ୟମାନେ ଜାଣି ନାହାଁନ୍ତି । ଏମିତି ଭାବରେ ନାମ ରଖି ଦେଇଛନ୍ତି । ଏକଥା ତୁମ ବ୍ୟତୀତ ଆଉ କେହି ବି ଜାଣି ନାହାଁନ୍ତି । ବାବା ହିଁ ଆସି ନିଜର ନାମ-ରୂପ ଆଦି ବତାଉଛନ୍ତି ମୁଁ କିପରି ଅଟେ, ତୁମେ ଆତ୍ମା କିପରି ଅଟ! ଅଭିନୟ କରିବା ପାଇଁ ତୁମେମାନେ ବହୁତ ପରିଶ୍ରମ କରୁଛ । ଅଧାକଳ୍ପ ହେବ ଭକ୍ତି କରି ଆସିଛ, ମୁଁ ତ ଏପରି ଅଭିନୟ କରିବା ପାଇଁ ଆସେ ନାହିଁ । ମୁଁ ଦୁଃଖ ସୁଖରୁ ଅଲଗା ଅଟେ । ତୁମେ ଦୁଃଖ ଭୋଗୁଛ ପୁଣି ତୁମେ ହିଁ ସତ୍ୟଯୁଗରେ ସୁଖ ଭୋଗ କରୁଛ । ତୁମର ପାର୍ଟ ମୋଠାରୁ ମଧ୍ୟ ଶ୍ରେଷ୍ଠ ଅଟେ । ମୁଁ ତ ଅଧାକଳ୍ପ ଆରାମରେ ସେଠାରେ ବାନପ୍ରସ୍ଥରେ ବସି ରହୁଛି । ତୁମେ ମୋତେ ଡାକି ଆସୁଛ । ଏପରି ନୁହେଁ କି ମୁଁ ସେଠାରେ ବସି ତୁମର ଡାକ ଶୁଣିଥାଏ । ବର୍ତ୍ତମାନ ସମୟରେ ହିଁ ମୋର ପାର୍ଟ ରହିଛି । ଡ୍ରାମାର ପାର୍ଟକୁ ମୁଁ ଜାଣିଛି । ଏବେ ଡ୍ରାମା ପୂରା ହେବାକୁ ଯାଉଛି, ମୋତେ ଯାଇ ପତିତମାନଙ୍କୁ ପାବନ କରିବାର ପାର୍ଟ ବଜାଇବାକୁ ହେବ, ବାସ୍ ଆଉ କୌଣସି କଥା ନାହିଁ । ମନୁଷ୍ୟ ଭାବୁଛନ୍ତି ପରମାତ୍ମା ସର୍ବଶକ୍ତିମାନ୍‌, ଅନ୍ତର୍ଯ୍ୟାମୀ ଅଟନ୍ତି, ସମସ୍ତଙ୍କ ଭିତରେ କ’ଣ କ’ଣ ସବୁ ଚାଲୁଛି, ସେସବୁ ଜାଣିଛନ୍ତି । ବାବା କହୁଛନ୍ତି ବାସ୍ତବରେ ଏପରି କିଛି କଥା ନାହିଁ । ତୁମେ ଯେତେବେଳେ ସମ୍ପୂର୍ଣ୍ଣ ତମୋପ୍ରଧାନ ହୋଇଯାଉଛ - ସେତେବେଳେ ଯଥାର୍ଥ ସମୟରେ ମୋତେ ଆସିବାକୁ ପଡେ । ମୁଁ ସାଧାରଣ ଶରୀରରେ ହିଁ ଆସୁଛି । ତୁମ ସନ୍ତାନମାନଙ୍କୁ ଆସି ଦୁଃଖରୁ ମୁକ୍ତ କରୁଛି । ବ୍ରହ୍ମାଙ୍କ ଦ୍ୱାରା ଗୋଟିଏ ଧର୍ମର ସ୍ଥାପନା ଏବଂ ଶଙ୍କରଙ୍କ ଦ୍ୱାରା ଅନେକ ଧର୍ମର ବିନାଶ.. ହାହାକାର ପରେ ଜୟଜୟକାର ହେବ । କେତେ ହାହାକାର ହେବାକୁ ଅଛି । ପ୍ରାକୃତିକ ବିପର୍ଯ୍ୟୟରେ କେତେ ମୃତ୍ୟୁବରଣ କରିବେ, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ବହୁତ ସାହାଯ୍ୟ କରିଥାଏ । ନଚେତ୍ ମନୁଷ୍ୟ ବହୁତ ଦୁଃଖୀ, ରୋଗୀ ହୋଇଯିବେ । ବାବା କହୁଛନ୍ତି ପିଲାମାନେ ଦୁଃଖରେ ପଡି ନ ରୁହନ୍ତୁ । ସେଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ଏପରି ଜୋରରେ ଆସିବ ଯାହାକି ସମସ୍ତଙ୍କୁ ସମାପ୍ତ କରିଦେବ । ବୋମା ତ’ କିଛି ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ ବହୁତ ସାହାଯ୍ୟ କରିଥାଏ । ଭୂମିକମ୍ପରେ ଢେର ସମାପ୍ତ ହୋଇଯିବେ । ପାଣିର ଗୋଟିଏ ଦୁଇଟି ଜୁଆର ଆସିଲେ ଏବଂ ସବୁ ଶେଷ ହୋଇଯିବ । ସମୁଦ୍ର ମଧ୍ୟ ନିଶ୍ଚୟ ଉଚ୍ଛୁଳିବ । ଧରିତ୍ରୀକୁ ଗ୍ରାସ କରିବ, ୧୦୦ ଫୁଟ୍‌ରେ ପାଣି ଉଛୁଳିଲେ କ’ଣ କରିଦେବ । ଏହା ହେଉଛି ହାହାକାରର ଦୃଶ୍ୟ । ଏପରି ଦୃଶ୍ୟ ଦେଖିବା ପାଇଁ ସାହସ ଦରକାର । ପରିଶ୍ରମ ମଧ୍ୟ କରିବାକୁ ହେବ, ନିର୍ଭୟ ମଧ୍ୟ ହେବାକୁ ପଡିବ । ତୁମ ସନ୍ତାନମାନଙ୍କ ପାଖରେ ବିଲ୍‌କୁଲ୍ ଅହଂକାର ରହିବା ଉଚିତ୍ ନୁହେଁ । ଦେହୀ-ଅଭିମାନୀ ହୁଅ । ଯେଉଁମାନେ ଦେହୀ-ଅଭିମାନୀ ସେମାନେ ବହୁତ ମିଠା ହୋଇଥା’ନ୍ତି । ବାବା କହୁଛନ୍ତି - ମୁଁ ତ ହେଉଛି ନିରାକାର ଏବଂ ବିଚିତ୍ର । ଏଠାକୁ ଆସୁଛି - ସେବା କରିବା ପାଇଁ । ଦେଖ ମୋର କେତେ ମହିମା କରୁଛନ୍ତି । ଜ୍ଞାନର ସାଗର... ହେ ବାବା ଏବେ ପୁଣି କହୁଛନ୍ତି ପତିତ ଦୁନିଆକୁ ଆସ । ତୁମେ ତ ବହୁତ ଭଲ ନିମନ୍ତ୍ରଣ ଦେଉଛ । ଏପରି ବି କହୁ ନାହାଁନ୍ତି ଯେ ସ୍ୱର୍ଗକୁ ଆସି ସୁଖ ତ ଦେଖ । କହୁଛନ୍ତି ହେ ପତିତ-ପାବନ ଆମେ ପତିତ, ଆମକୁ ପବିତ୍ର କରିବା ପାଇଁ ଆସ । ନିମନ୍ତ୍ରଣ ଦେଖ କିପରି ଦେଉଛନ୍ତି । ଏକଦମ୍ ତମୋପ୍ରଧାନ ପତିତ ଦୁନିଆ ଏବଂ ପତିତ ଶରୀରକୁ ଡାକୁଛନ୍ତି । ଭାରତବାସୀ ବହୁତ ଭଲ ନିମନ୍ତ୍ରଣ ଦେଉଛନ୍ତି । ଡ୍ରାମାରେ ଏହିପରି ରହସ୍ୟ ମଧ୍ୟ ରହିଛି । ଏହାଙ୍କୁ ମଧ୍ୟ ଜଣା ନ ଥିଲା ଯେ ମୋର ବହୁତ ଜନ୍ମର ଏହା ଅନ୍ତିମ ଜନ୍ମ ଅଟେ । ଯେତେବେଳେ ବାବା ପ୍ରବେଶ କରିଲେ ସେତେବେଳେ କହିଲେ । ବାବା ପ୍ରତ୍ୟେକ କଥାର ରହସ୍ୟକୁ ବୁଝାଉଛନ୍ତି । ବ୍ରହ୍ମାଙ୍କୁ ହିଁ ସ୍ତ୍ରୀ ହେବାକୁ ପଡିବ । ବାବା ନିଜେ କହୁଛନ୍ତି - ଇଏ ମୋର ସ୍ତ୍ରୀ ଅଟନ୍ତି । ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ଏହାଙ୍କ ଦ୍ୱାରା ତୁମକୁ ନିଜର କରୁଛି । ତେଣୁ ଇଏ ସତ୍ୟ ସତ୍ୟ ବଡ ମା’ ହୋଇଗଲେ ଏବଂ ସିଏ ହେଲେ ପୋଷ୍ୟ ମାଆ । ତୁମେ ଏମାନଙ୍କୁ ମାତା-ପିତା କହିପାରିବ । ଶିବବାବାଙ୍କୁ କେବଳ ପିତା ହିଁ କୁହାଯିବ । ଇଏ ହେଉଛନ୍ତି ବ୍ରହ୍ମାବାବା । ମମ୍ମା ଗୁପ୍ତ ଅଟନ୍ତି । ବ୍ରହ୍ମା ହେଲେ ମା’ କିନ୍ତୁ ଶରୀର ହେଉଛି ପୁରୁଷର । ଇଏ ତ’ ସମସ୍ତଙ୍କର ଦାୟିତ୍ୱ ନେଇପାରିବେ ନାହିଁ ସେଥିପାଇଁ ଏହି କନ୍ୟାଙ୍କୁ ପୋଷ୍ୟ କରିଛନ୍ତି ଏବଂ ମାତେଶ୍ୱରୀ ନାମ ରଖିଦେଇଛନ୍ତି । ତେବେ ସିଏ ମୁଖ୍ୟ ହୋଇଗଲେ । ଡ୍ରାମା ଅନୁସାରେ ଜଣେ ହିଁ ସରସ୍ୱତୀ ଅଛନ୍ତି । ବାକି ଦୁର୍ଗା, କାଳୀ, ଆଦି ଅନେକ ନାମ ରହିଛି । ମାତାପିତା ତ ଜଣେ ହିଁ ଅଟନ୍ତି ନା । ତୁମେ ସମସ୍ତେ ସନ୍ତାନ ଅଟ । ଗାୟନ ମଧ୍ୟ ରହିଛି ବ୍ରହ୍ମାଙ୍କର କନ୍ୟା ସରସ୍ୱତୀ । ତୁମେମାନେ ବ୍ରହ୍ମାକୁମାର କୁମାରୀ ଅଟ ନା । ତୁମମାନଙ୍କର ବହୁତ ନାମ ରହିଛି । ଏସବୁ କଥା ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ବୁଝିବେ । ପାଠପଢାରେ ମଧ୍ୟ କ୍ରମାନ୍ୱୟରେ ତ ରହିଥା’ନ୍ତି ନା । ଜଣେ ଅନ୍ୟ ଜଣଙ୍କ ସହିତ ସମାନ ହୋଇପାରିବେ ନାହିଁ । ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି । ଏହା ପୂର୍ବ ପ୍ରସ୍ତୁତ ଡ୍ରାମା । ଏହାକୁ ବିସ୍ତାର ଭାବରେ ବୁଝିବା ଦରକାର । ବହୁତ ଢେର ପଏଣ୍ଟସ୍ ରହିଛି । ବାରିଷ୍ଟରୀ ପାଠପଢାରେ ମଧ୍ୟ କ୍ରମାନ୍ୱୟରେ ରହିଥା’ନ୍ତି । କେତେକ ବାରିଷ୍ଟର ତ ୨-୩ ଲକ୍ଷ ରୋଜଗାର କରିଥା’ନ୍ତି । କେହି ପୁଣି ଫଟା କପଡା ମଧ୍ୟ ପିନ୍ଧଥା’ନ୍ତି । ଏଠାରେ ମଧ୍ୟ ସେହିପରି ଅଛନ୍ତି ।

ପିଲାମାନଙ୍କୁ ବୁଝାଯାଉଛି ଯେ, ଏହା ହେଉଛି ଇଣ୍ଟରନେସ୍‌ନାଲ୍ ସଂଘର୍ଷ । ଏବେ ତୁମେମାନେ ବୁଝାଉଛ ଯେ ସମସ୍ତେ ଚିନ୍ତାମୁକ୍ତ ହୋଇ ରୁହନ୍ତୁ । ଲଢେଇ ତ ନିଶ୍ଚିତ ଲାଗିବ । ତୁମେମାନେ ଡେଙ୍ଗୁରା ପିଟୁଛ କି ନୂଆ ଦୈବୀ ରାଜଧାନୀର ପୁନର୍ବାର ସ୍ଥାପନା ହେଉଛି । ଅନେକ ଧର୍ମର ବିନାଶ ହେବ । ଏହା କେତେ କ୍ଲିଅର (ସ୍ପଷ୍ଟ) କଥା । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ପ୍ରଜା ରଚନା କରାଯାଉଛି । କହୁଛନ୍ତି ଇଏ ମୋର ମୁଖ ବଂଶାବଳୀ । ତୁମେ ମୁଖ ବଂଶାବଳୀ ବ୍ରାହ୍ମଣ ଅଟ । ସେମାନେ ହେଉଛନ୍ତି କୋଳଜାତ ବ୍ରାହ୍ମଣ । ସେମାନେ ହେଲେ ପୂଜାରୀ, ତୁମେ ଏବେ ପୂଜ୍ୟ ହେଉଛ । ତୁମେ ଜାଣିଛ ଆମେ ହିଁ ଦେବତା ଆମେ ହିଁ ପୁଣି ପୂଜ୍ୟ ହେଉଛୁ । ତୁମମାନଙ୍କ ଉପରେ ଏବେ ଲାଇଟ୍‌ର ମୁକୁଟ ନାହିଁ । ତୁମମାନଙ୍କର ଆତ୍ମା ଯେତେବେଳେ ପବିତ୍ର ହୋଇଯିବ ସେତେବେଳେ ଏହି ଶରୀର ଛାଡିଦେବ । ତୁମର ଏହି ଶରୀର ଉପରେ ଲାଇଟ୍‌ର ମୁକୁଟ ଦିଆଯାଇପାରିବ ନାହିଁ, କାରଣ ଶୋଭା ପାଇବ ନାହିଁ । ବର୍ତ୍ତମାନ ତୁମେ ଗାୟନ ଯୋଗ୍ୟ ହେଉଛ । ବର୍ତ୍ତମାନ ସମୟରେ କାହାର ଆତ୍ମା ପବିତ୍ର ନାହିଁ, ସେଥିପାଇଁ କାହା ଉପରେ ମଧ୍ୟ ଏହି ସମୟରେ ଲାଇଟ୍‌ର ମୁକୁଟ ରହି ପାରିବ ନାହିଁ । ସତ୍ୟଯୁଗରେ ଲାଇଟ୍‌ର ମୁକୁଟ ହେବ । ଦୁଇ କଳା କମ୍ ଥିଲେ ମଧ୍ୟ ତାଙ୍କୁ ମଧ୍ୟ ଏହି ଲାଇଟ୍ ଦେବା ଉଚିତ୍ ନୁହେଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜର ସ୍ଥିତିକୁ ଏପରି ଅଚଳ ଏବଂ ନିର୍ଭୟ କରିବାକୁ ହେବ ଯେପରି ଅନ୍ତିମ ବିନାଶର ଦୃଶ୍ୟକୁ ଦେଖିପାରିବ । ଦେହୀ ଅଭିମାନୀ ହେବାର ମେହନତ କରିବାକୁ ହେବ ।

(୨) ନୂଆ ରାଜଧାନୀରେ ଉଚ୍ଚ ପଦ ପାଇବା ପାଇଁ ପାଠପଢା ଉପରେ ପୂରା-ପୂରା ଧ୍ୟାନ ଦେବାକୁ ହେବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଜୟ ମାଳାର ଦାନା ହେବାକୁ ପଡିବ ।

ବରଦାନ:-
ସର୍ବଦା ଭଗବାନ ଏବଂ ଭାଗ୍ୟର ସ୍ମୃତିରେ ରହୁଥିବା ସର୍ବଶ୍ରେଷ୍ଠ ଭାଗ୍ୟବାନ ଭବ ।

ସଂଗମଯୁଗରେ ଚୈତନ୍ୟ ସ୍ୱରୂପରେ ଭଗବାନ ନିଜର ପିଲାମାନଙ୍କର ସେବା କରୁଛନ୍ତି । ଭକ୍ତିମାର୍ଗରେ ସମସ୍ତେ ଭଗବାନଙ୍କର ସେବା କରିଥାଆନ୍ତି କିନ୍ତୁ ଏଠାରେ ଚୈତନ୍ୟ ଠାକୁରମାନଙ୍କର ସେବା ସ୍ୱୟଂ ଭଗବାନ କରୁଛନ୍ତି । ଅମୃତବେଳାରେ ଉଠାଉଛନ୍ତି, ଭୋଗ ଲଗାଉଛନ୍ତି, ଶୁଆଉଛନ୍ତି । ଶୋଇବାର ଗୀତ ବାଜିବା ପରେ ଶୋଉଥିବା ଏବଂ ଅମୃତବେଳାରେ ଗୀତ ବାଜିବା ପରେ ଉଠୁଥିବା ଗେହ୍ଲା ବା ସର୍ବଶ୍ରେଷ୍ଠ ଭାଗ୍ୟବାନ ଆମେ ବ୍ରାହ୍ମଣ ଅଟୁ - ଏହିଭଳି ଭାଗ୍ୟର ଖୁସିରେ ସଦା ସର୍ବଦା ଝୁଲୁଥାଅ । କେବଳ ବାବାଙ୍କର ଗେହ୍ଲା ହୁଅ, ମାୟାର ନୁହେଁ । ଯେଉଁମାନେ ମାୟାର ଗେହ୍ଲା ହୋଇଯାଆନ୍ତି ସେମାନେ ବହୁତ ନଖରାମୀ କରିଥାଆନ୍ତି ।

ସ୍ଲୋଗାନ:-
ନିଜର ହର୍ଷିତ ମୁଖ ଚେହେରା ଦ୍ୱାରା ସର୍ବ ପ୍ରାପ୍ତିର ଅନୁଭୂତି କରାଇବା ହିଁ ପ୍ରକୃତ ସେବା ।

ଅବ୍ୟକ୍ତ ଈଶାରା:- ଅଶରୀରି ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।

ଅଶରୀରୀ ହେବା ଅର୍ଥାତ୍ ଶବ୍ଦଠାରୁ ଉର୍ଦ୍ଧ୍ୱକୁ ଚାଲିଯିବା । ଯଦି ଶରୀର ଅଛି ତେବେ ଶବ୍ଦ ମଧ୍ୟ ରହିବ । ଯଦି ଶାରୀରିକ ଚେତନାଠାରୁ ଉର୍ଦ୍ଧ୍ୱକୁ ଉଠିଯିବ ତେବେ ଶାନ୍ତିର ଅନୁଭବ କରିବ । ଗୋଟିଏ ସେକେଣ୍ଡ ଭିତରେ ସେବାର ସଂକଳ୍ପ କରିବ ଏବଂ ଆଉ ଗୋଟିଏ ସେକେଣ୍ଡରେ ସଂକଳ୍ପ ଠାରୁ ଉର୍ଦ୍ଧ୍ୱରେ ନିଜର ସ୍ୱରୂପରେ ସ୍ଥିତି ହୋଇଯିବ । କାର୍ଯ୍ୟ କରିବା ପାଇଁ ଶାରୀରିକ ଚେତନାକୁ ଆସୁଥିବ, ପୁଣି ଗୋଟିଏ ସେକେଣ୍ଡ ଭିତରେ ଅଶରୀରି ହୋଇଯାଉଥିବ । ଯେତେବେଳେ ଏହି ଡ୍ରିଲ୍ ପକ୍କା ହୋଇଯିବ ସେତେବେଳେ ସବୁ ପରିସ୍ଥିତି ଗୁଡିକୁ ସାମନା କରିପାରିବ ।