01.12.24    Avyakt Bapdada     Odia Murli    18.01.2003     Om Shanti     Madhuban


“ବ୍ରାହ୍ମଣ ଜନ୍ମର ସ୍ମୃତି ଦ୍ୱାରା ନିଜେ ସମର୍ଥ ହୋଇ ସମସ୍ତଙ୍କୁ ସମର୍ଥ କର”


ଆଜି ଚାରିଆଡର ସର୍ବ ସ୍ନେହୀ ପିଲାମାନଙ୍କର ସ୍ନେହର ମିଠା ମିଠା ସ୍ମୃତିର ଭିନ୍ନ ଭିନ୍ନ ଭାଷା ଏବଂ ସ୍ନେହ ରୂପୀ ମୋତିର ମାଳାଗୁଡିକ ଅମୃତବେଳା ପୂର୍ବରୁ ହିଁ ବାପଦାଦାଙ୍କ ନିକଟରେ ପହଞ୍ଚିଯାଇଛି । ପିଲାମାନଙ୍କର ସ୍ନେହ ବାପଦାଦାଙ୍କୁ ମଧ୍ୟ ସ୍ନେହର ସାଗରରେ ସମାହିତ କରିଦେଇଛି । ବାପଦାଦା ଦେଖୁଛନ୍ତି ପ୍ରତ୍ୟେକ ପିଲାଙ୍କ ଭିତରେ ସ୍ନେହର ଶକ୍ତି ଅତୁଟ ରହିଛି ଏବଂ ଏହି ସ୍ନେହର ଶକ୍ତି ପ୍ରତ୍ୟେକ ସନ୍ତାନକୁ ସହଜଯୋଗୀ କରିଦେଉଛି । ସ୍ନେହ ଆଧାରରେ ସବୁ ପ୍ରକାରର ଆକର୍ଷଣଠାରୁ ଉପରାମ ହୋଇ ଆଗକୁ ଆଗକୁ ବଢିଚାଲିଛନ୍ତି । ଏଭଳି କୌଣସି ଗୋଟିଏ ବି ସନ୍ତାନକୁ ଦେଖି ପାରୁ ନାହାଁନ୍ତି ଯାହାକୁ ବାପଦାଦାଙ୍କ ଦ୍ୱାରା ବା ବିଶେଷ ଆତ୍ମାମାନଙ୍କ ଦ୍ୱାରା ନ୍ୟାରା ପ୍ୟାରା ଅର୍ଥାତ୍ ବିଶେଷ ସ୍ନେହର ଅନୁଭୂତି ହୋଇ ନାହିଁ । ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ବ୍ରାହ୍ମଣ ଜୀବନର ଆଦି କାଳ ସ୍ନେହର ଶକ୍ତି ଦ୍ୱାରା ହିଁ ଆରମ୍ଭ ହୋଇଛି । ବ୍ରାହ୍ମଣ ଜନ୍ମର ଏହି ସ୍ନେହର ଶକ୍ତି ବରଦାନ ହୋଇ ସେମାନଙ୍କୁ ଆଗକୁ ଆଗକୁ ବଢାଇ ଚାଲିଛି । ତେଣୁ ଆଜିର ଦିନଟି ବିଶେଷ କରି ବାବାଙ୍କ ପାଇଁ ଏବଂ ପିଲାମାନଙ୍କ ପାଇଁ ସ୍ନେହର ଦିନ ଅଟେ । ସମସ୍ତେ ନିଜ ନିଜ ଅନ୍ତରରେ ସ୍ନେହରୂପୀ ମୋତିର ଅନେକ ଗୁଡିଏ ମାଳା ବାପଦାଦାଙ୍କୁ ପିନ୍ଧାଇ ଦେଇଛନ୍ତି । ଆଜିର ଦିନରେ ଅନ୍ୟ ସବୁ ଶକ୍ତିଗୁଡିକ ସୁପ୍ତ ଅବସ୍ଥାରେ ରହିଛି କିନ୍ତୁ ସ୍ନେହର ଶକ୍ତି ଜାଗ୍ରତ ରହିଛି । ବାପଦାଦା ମଧ୍ୟ ପିଲାମାନଙ୍କର ସ୍ନେହର ସାଗରରେ ଲବଲୀନ ହୋଇଯାଇଛନ୍ତି ଅର୍ଥାତ୍ ମଗ୍ନ ହୋଇ ଯାଇଛନ୍ତି ।

ତେବେ ଆଜିର ଦିନକୁ ତୁମେମାନେ ସ୍ମୃତି ଦିବସ କହୁଛ କିନ୍ତୁ ଏହି ସ୍ମୃତି ଦିବସ କେବଳ ବ୍ରହ୍ମାବାବାଙ୍କର ସ୍ମୃତି ଦିବସ ନୁହେଁ ବରଂ ବାପଦାଦା କହୁଛନ୍ତି ଯେ ଆଜି ସହିତ ସବୁ ଦିନ ପାଇଁ ଏହି କଥା ମନେ ରହୁ ଯେ ବ୍ରାହ୍ମଣ ଜନ୍ମ ନେବାର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବାପଦାଦା ଆମକୁ କ’ଣ କ’ଣ ସବୁ ମନେ ପକାଇ ଦେଇଛନ୍ତି । ଏବେ ସେହି ସବୁ ମନେ ପକାଇ ଦେଇଛନ୍ତି । ଏବେ ସେହି ସବୁ ସ୍ମୃତି ରୂପୀ ମାଳାଗୁଡିକୁ ମନେ ପକାଅ, ଦେଖିବ ଏହା ବହୁତ ବଡ ମାଳା ହୋଇଯିବ । ତେବେ ସବୁଠାରୁ ପ୍ରଥମେ ସମସ୍ତଙ୍କୁ କେଉଁ ସ୍ମୃତି ମିଳିଛି? କ’ଣ ପ୍ରଥମ ପାଠଟି ମନେ ଅଛି ତ! ମୁଁ କିଏ! ଏହି ସ୍ମୃତି ହିଁ ତୁମମାନଙ୍କୁ ନୂଆ ଜନ୍ମ ଦେଇଛି, ତୁମର ସ୍ମୃତିକୁ, ଦୃଷ୍ଟିକୁ ତଥା ମନୋବୃତ୍ତିକୁ ପରିବର୍ତ୍ତନ କରିଦେଇଛି । ଏହିଭଳି ସ୍ମୃତିଗୁଡିକ ମନେ ପଡିବା ମାତ୍ରକେ ଆତ୍ମିକ ଖୁସିର ଝଲକ ତୁମମାନଙ୍କର ନୟନରେ ଏବଂ ମୁଖମଣ୍ଡଳରେ ଚମକି ଯାଉଛି । ତୁମେମାନେ ଏଠାରେ ସ୍ମୃତିଗୁଡିକୁ ମନେ ପକାଉଛ ଏବଂ ଭକ୍ତମାନେ କେବଳ ମାଳା ଜପ କରୁଛନ୍ତି । ତେବେ ସେଗୁଡିକ ମଧ୍ୟରୁ ଗୋଟିଏ ବି ସ୍ମୃତି ଅମୃତବେଳାଠାରୁ ଆରମ୍ଭ କରି କର୍ମଯୋଗୀ ହେବା ସମୟରେ ମଧ୍ୟ ଯଦି ବାରମ୍ବାର ସ୍ମୃତିରେ ଆସିବ ତେବେ ସେହି ସ୍ମୃତି ତୁମମାନଙ୍କୁ ସମର୍ଥ ସ୍ୱରୂପ କରିଦେବ, କାହିଁକି ନା ତୁମର ସ୍ମୃତି ଯେପରି ହୋଇଥାଏ ସେହି ଅନୁସାରେ ସମର୍ଥୀ ମଧ୍ୟ ସ୍ୱତଃ ଆସିଥାଏ । ସେଥିପାଇଁ ଆଜିର ଦିନକୁ ସ୍ମୃତିର ଦିବସ ସହିତ ସମର୍ଥ ଦିବସ ମଧ୍ୟ କହୁଛ । ବ୍ରହ୍ମାବାବା ସମ୍ମୁଖକୁ ଆସିବା ମାତ୍ରକେ, ତାଙ୍କର ଦୃଷ୍ଟି ପଡିବା ମାତ୍ରକେ ଆତ୍ମାମାନଙ୍କ ଭିତରେ ସମର୍ଥୀ ଆସିଯାଇଥାଏ । ଏହା ତ ସମସ୍ତେ ଅନୁଭବ କରିଛ! କ’ଣ ଠିକ୍ କଥା ନା! ଚାହେଁ ସାକାର ରୂପରେ ଦେଖିଥାଅ ବା ଅବ୍ୟକ୍ତ ରୂପର ପାଳନାରେ ପାଳିତ ହେବା ସହିତ ଅବ୍ୟକ୍ତ ସ୍ଥିତିର ଅନୁଭବ କରୁଥାଅ କିନ୍ତୁ ଗୋଟିଏ ସେକେଣ୍ଡରେ ମନ ଭିତରେ ବାପଦାଦା ଶବ୍ଦ ଉଚ୍ଚାରଣ କରିବା ମାତ୍ରକେ ଆପେ ଆପେ ସମର୍ଥୀ ଆସିଯାଇଥାଏ । ସେଥିପାଇଁ ହେ ସମର୍ଥ ଆତ୍ମାମାନେ ଏବେ ନିଜର ସମର୍ଥୀ ଦ୍ୱାରା ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ସମର୍ଥ କର । ତେବେ ତୁମମାନଙ୍କ ମନ ଭିତରେ ଏହିଭଳି ଉତ୍ସାହ ତ ଅଛି ନା! ଅସମର୍ଥ ଆତ୍ମାମାନଙ୍କୁ ସମର୍ଥ ତ କରିବାକୁ ପଡିବ ନା! ତେବେ ବାପଦାଦା ଦେଖୁଛନ୍ତି ଯେ ଚାରିଆଡର ପିଲାମାନଙ୍କ ଭିତରେ ଦୁର୍ବଳ ଆତ୍ମାମାନଙ୍କୁ ସମର୍ଥ କରିବାର ଉମଙ୍ଗ-ଉତ୍ସାହ ବହୁତ ଭଲ ରହିଛି ।

ଏବେ ଶିବରାତ୍ରିର କାର୍ଯ୍ୟକ୍ରମକୁ ଖୁବ୍ ଧୁମ୍‌ଧାମର ସହିତ ପାଳନ କରିବାକୁ ଯାଉଛ, ସମସ୍ତଙ୍କ ଭିତରେ ଉମଙ୍ଗ-ଉତ୍ସାହ ତ ଅଛି ନା! ତେବେ ଯେଉଁମାନଙ୍କ ଭିତରେ ଉତ୍ସାହ ରହିଛି ଯେ ଏବେ ଶିବରାତ୍ରିରେ କିଛି ନା କିଛି କମାଲ କରି ଦେଖାଇବୁ - ସେମାନେ ହାତ ଉଠାଅ । ଏଭଳି କମାଲ କର ଯାହାଦ୍ୱାରା ଧମାଲ ଅର୍ଥାତ୍ ଦୁନିଆର ସବୁ ପ୍ରକାରର ବିଶୃଂଖଳା ସମାପ୍ତ ହୋଇଯିବ ଏବଂ ତୁମର ଜୟଜୟକାର ହୋଇଯିବ, ସମସ୍ତେ କହିବେ ବାଃ ସମର୍ଥ ଆତ୍ମାମାନେ ବାଃ । ତେବେ ସବୁ ଜୋନ୍‌ବାଲା ନିଜ ନିଜର କାର୍ଯ୍ୟକ୍ରମ ତ ପ୍ରସ୍ତୁତ କରିଛି ନା! ପଞ୍ଚାବ ଜୋନ୍ ମଧ୍ୟ କରିଥିବ ନା! ବହୁତ ଭଲ କଥା । ଭଟକୁଥିବା ଆତ୍ମାମାନଙ୍କୁ, ତୃଷାର୍ତ୍ତ ଆତ୍ମାମାନଙ୍କୁ ପ୍ରାପ୍ତିର ଆଞ୍ଜୁଳି ତ ଦେଇଦିଅ ଯେହେତୁ ସେମାନେ ତୁମର ଭାଇ ଭଉଣୀ ତ ଅଟନ୍ତି ନା । ତେବେ ନିଜର ଭାଇମାନଙ୍କ ଉପରେ, ଭଉଣୀମାନଙ୍କ ଉପରେ ଦୟା ଆସୁଛି ନା! ଦେଖ ଆଜିକାଲି ପରମାତ୍ମାଙ୍କୁ ବା ଭଗବାନଙ୍କୁ କେବଳ ବିପଦ ସମୟରେ ହିଁ ମନେ ପକାଉଛନ୍ତି କିନ୍ତୁ ଶକ୍ତିମାନଙ୍କୁ ବା ଦେବତାମାନଙ୍କ ଭିତରେ ଯେପରିକି ଗଣେଶ ହୁଅନ୍ତୁ ବା ହନୁମାନ ହୁଅନ୍ତୁ ବା ଅନ୍ୟ ଦେବୀ-ଦେବତା ହୁଅନ୍ତୁ ସେମାନଙ୍କୁ ବହୁତ ମନେପକାଉଛନ୍ତି, ତେବେ ସେମାନେ ସବୁ କିଏ? ତୁମେମାନେ ତ ଅଟ ନା! ତେଣୁ ତୁମମାନଙ୍କୁ ପ୍ରତିଦିନ ମନେପକାଉଛନ୍ତି ଏବଂ ଗୁହାରୀ କରୁଛନ୍ତି ହେ କୃପାଳୁ, ହେ ଦୟାଳୁ ଆମକୁ ଦୟା କର,

କୃପା କର । ସୁଖ ଶାନ୍ତିର ମାତ୍ର ଗୋଟିଏ ବୁନ୍ଦା ଦେଇଦିଅ । ତେବେ ତୁମମାନଙ୍କ ଦ୍ୱାରା କେବଳ ଗୋଟିଏ ବୁନ୍ଦା ପାଇବାର ତୃଷାର୍ତ୍ତ ଅଟନ୍ତି । ତେଣୁ ହେ ଶକ୍ତିମାନେ, ହେ ଦେବତାମାନେ, ଦୁଃଖୀ ଏବଂ ତୃଷାର୍ତ୍ତ ଆତ୍ମାମାନଙ୍କର ଡାକରା କ’ଣ ତୁମ ପାଖରେ ପହଞ୍ଚି ନାହିଁ! ପହଞ୍ଚୁଛି ନା? ବାପଦାଦା ଯେତେବେଳେ ସେମାନଙ୍କର ଡାକରା ଶୁଣୁଛନ୍ତି ସେତେବେଳେ ଶକ୍ତିମାନଙ୍କୁ ଏବଂ ଦେବତାମାନଙ୍କୁ ମନେ ପକାଉଛନ୍ତି । ସେଥିପାଇଁ ଦାଦିଜୀ ତୁମମାନଙ୍କ ପାଇଁ ବହୁତ ଭଲ କାର୍ଯ୍ୟକ୍ରମ କରିବାର ବ୍ୟବସ୍ଥା କରିଛନ୍ତି, ଏହା ବାବାଙ୍କୁ ମଧ୍ୟ ପସନ୍ଦ ଅଟେ । ତୁମମାନଙ୍କ ପାଇଁ ସ୍ମୃତି ଦିବସ ତ ସବୁ ଦିନ ଅଟେ ପୁଣି ବି ଆଜିର ଦିନରେ ସ୍ମୃତି ଦ୍ୱାରା ବିଶେଷ ଭାବରେ ସର୍ବ ସମର୍ଥୀକୁ ପ୍ରାପ୍ତ କରିଛ । ତେଣୁ କାଲିଠାରୁ ଶିବରାତ୍ରି ପର୍ଯ୍ୟନ୍ତ ବାପଦାଦା ଚାରିଆଡର ପିଲାମାନଙ୍କୁ କହୁଛନ୍ତି ଯେ ଏହିଭଳି ବିଶେଷ ଦିନ ଗୁଡିକରେ ଏହି ଲକ୍ଷ୍ୟ ରଖ ଯେ ଅଧିକରୁ ଅଧିକ ଆତ୍ମାମାନଙ୍କୁ ଚାହେଁ ମନ ଦ୍ୱାରା, ଚାହେଁ ବାଣୀ ଦ୍ୱାରା, ଚାହେଁ ସମ୍ବନ୍ଧ-ସମ୍ପର୍କ ଦ୍ୱାରା, ଯେକୌଣସି ପ୍ରକାରରେ ସନ୍ଦେଶ ରୂପୀ ଆଞ୍ଜୁଳୀ ନିଶ୍ଚିତ ଦେବୁ ଯାହାଦ୍ୱାରା ଭବିଷ୍ୟତରେ କେହି ବି ଉଲୁଗୁଣା ଦେଇପାରିବେ ନାହିଁ । କିନ୍ତୁ ପିଲାମାନେ ଭାବୁଛନ୍ତି ଏବେ ତ ବିନାଶର ତାରିଖ କିଛି ଜଣା ପଡୁ ନାହିଁ, ତେଣୁ ଆଉ କିଛି ଦିନ ପରେ ମଧ୍ୟ ବାବାଙ୍କର ସନ୍ଦେଶ ଦେଇପାରିବା । କିନ୍ତୁ ଏବେଠାରୁ ଯଦି ଏହିଭଳି ଉଲୁଗୁଣା ମିଳିବାର କାର୍ଯ୍ୟକୁ ସମାପ୍ତ ନ କରିବ ତେବେ ଭବିଷ୍ୟତରେ ମଧ୍ୟ ଏହି ଉଲୁଗୁଣା ମିଳିବ ଯେ ତୁମେ ପ୍ରଥମରୁ କାହିଁକି କହିଲ ନାହିଁ । ଆମେ କିଛି ତ ନିଜର ଭାଗ୍ୟ ଜମା କରିପାରିଥାଆନ୍ତୁ, କାରଣ ସେତେବେଳେ ତ କେଳବ ଅହୋ ପ୍ରଭୁ କହିବା ବ୍ୟତୀତ ଆଉ କିଛି ବି କରିପାରିବେ ନାହିଁ, ସେଥିପାଇଁ ସେମାନଙ୍କୁ ମଧ୍ୟ କିଛି କିଛି ସମ୍ପତ୍ତିର ଆଞ୍ଜୁଳୀ ନେବାର ସୁଯୋଗ ତ ଦିଅ, ସେମାନଙ୍କୁ ମଧ୍ୟ କିଛି ସମୟ ତ ଦିଅ । ଗୋଟିଏ ବୁନ୍ଦା ଦ୍ୱାରା ହେଉ ପଛକେ ସେମାନଙ୍କର ତୃଷା ନିବାରଣ କର । କାରଣ ତୃଷାର୍ତ୍ତ ଆତ୍ମାପାଇଁ ଗୋଟିଏ ବୁନ୍ଦାର ମଧ୍ୟ ବହୁତ ମହତ୍ୱ ଥାଏ । ତେବେ କାର୍ଯ୍ୟକ୍ରମ ତ ଏହିଭଳି ରଖିଛ ନା, ତେଣୁ କାଲିଠାରୁ ବାପଦାଦା ମଧ୍ୟ କେବଳ ସବୁଜ ପତାକା ଦେଖାଉ ନାହାଁନ୍ତି କିନ୍ତୁ ନାଗରା ବଜାଉଛନ୍ତି ଯେ ହେ ତୃପ୍ତ ଆତ୍ମାମାନେ ସବୁ ଆତ୍ମାମାନଙ୍କୁ ଅତିକମ୍‌ରେ ଆସନ୍ତା ଶିବରାତ୍ରିରେ ସେମାନଙ୍କର ପିତାଙ୍କର ସନ୍ଦେଶ ତ ଦିଅ । ଜନ୍ମ ଦିନର ମୁଖ ମିଠା ତ କରନ୍ତୁ ଏବଂ କୁହନ୍ତୁ - ଆମେ ଆମର ପିତାଙ୍କର ସନ୍ଦେଶ ପାଇଯାଇଛୁ । ତେଣୁ ଏହି ସନ୍ଦେଶ ରୂପୀ ଖୁସିର ମିଠେଇ ସମସ୍ତଙ୍କୁ ଖୁଆଅ ଅର୍ଥାତ୍ ଶୁଣାଅ । ତେବେ ଏହାକୁ ସାଧାରଣ ଶିବରାତ୍ରି ରୂପରେ ପାଳନ କର ନାହିଁ କିନ୍ତୁ କିଛି ନା କିଛି କମାଲ କରିଦେଖାଅ । କ’ଣ ଏହିଭଳି ଉତ୍ସାହ ଅଛି ତ? ଆଗଧାଡି ବାଲାଙ୍କ ଭିତରେ ଉମଙ୍ଗ-ଉତ୍ସାହ ଅଛି ତ? ବହୁତ ଜୋର-ଶୋର୍‌ରେ କର । ଅତିକମ୍‌ରେ ଏତିକି ତ ଜାଣନ୍ତୁ ଯେ ଶିବରାତ୍ରିର ବହୁତ ବଡ ମହତ୍ୱ ରହିଛି । ଏହା ଆମର ପିତାଙ୍କର ଜନ୍ମ ଦିନ, ଏହି ଖବର ପାଇ ଖୁସି ତ ହୁଅନ୍ତୁ” ।

ବାପଦାଦା ଦେଖୁଛନ୍ତି ଯେ ଅମୃତବେଳା ସମୟରେ ଅଧିକାଂଶ ପିଲାମାନଙ୍କ ଭିତରେ ଈଶ୍ୱରୀୟ ପ୍ରାପ୍ତିଗୁଡିକର ନିଶା ବହୁତ ଭଲ ରହୁଛି କିନ୍ତୁ କର୍ମଯୋଗୀ ହୋଇ କର୍ମ କରିବା ସମୟରେ ସେଥିରେ ଅନ୍ତର ଆସିଯାଉଛି, ତେଣୁ ଏହାର କାରଣ କ’ଣ? କର୍ମ କରିବା ସମୟରେ ଆତ୍ମ-ଅଭିମାନୀ ସ୍ଥିତି ଏବଂ କର୍ମ ଅଭିମାନୀ ସ୍ଥିତି ଉଭୟ ରହୁଛି । ତେଣୁ ଏହାର ବିଧି ହେଲା କର୍ମ କରିବା ସମୟରେ ମୁଁ କେଉଁ ଆତ୍ମା ତାହା ତ ଜାଣିଛ, ତେବେ ଆତ୍ମାକୁ ଯେଉଁ ସବୁ ଭିନ୍ନ ଭିନ୍ନ ସ୍ୱମାନଗୁଡିକ ମିଳିଛି, ମୁଁ ଏହିଭଳି ଆତ୍ମା ନିର୍ଦ୍ଦେଶକର୍ତ୍ତା ହୋଇ ଏହି ସବୁ କର୍ମେନ୍ଦ୍ରିୟ ମାନଙ୍କ ଦ୍ୱାରା କର୍ମ କରାଉଛି, ଏହି ସବୁ କର୍ମେନ୍ଦ୍ରିୟ ଗୁଡିକ ମୋର କର୍ମଚାରୀ ଅଟନ୍ତି, ଏମାନଙ୍କ ଦ୍ୱାରା କର୍ମ କରାଇବାବାଲା ମୁଁ ନିର୍ଦ୍ଦେଶକର୍ତ୍ତା ଆତ୍ମା ଅଟେ, ମୁଁ ଭିନ୍ନ ଅଟେ । କ’ଣ ଲୌକିକ ଦୁନିଆରେ ମଧ୍ୟ କୌଣସି ନିର୍ଦ୍ଦେଶକର୍ତ୍ତା ନିଜର ସାଥୀମାନଙ୍କ ଦ୍ୱାରା ବା ନିମିତ୍ତ ହୋଇ ସେବା କରୁଥିବା ଆତ୍ମାମାନଙ୍କ ଦ୍ୱାରା କୌଣସି ସେବା କରାଇବାବେଳେ ବା ନିର୍ଦ୍ଦେଶ ଦେବା ସମୟରେ ବା ନିଜର ଡ୍ୟୁଟି କରିବା ସମୟରେ ନିଜର ନିର୍ଦ୍ଦେଶକର୍ତ୍ତା ପଦକୁ ଭୁଲିଯାଉଛି କି? ତେଣୁ ନିଜକୁ ଏକ ଶକ୍ତିଶାଳୀ ଆତ୍ମା ରୂପରେ ନିର୍ଦ୍ଦେଶକର୍ତ୍ତା ମନେ କରି କାର୍ଯ୍ୟ କରାଅ । ତେବେ ଆତ୍ମା ଏବଂ ଶରୀର ଦୁହିଁଙ୍କ ମଧ୍ୟରୁ ଜଣେ କର୍ମକର୍ତ୍ତା ଅନ୍ୟ ଜଣେ ନିର୍ଦ୍ଦେଶ କର୍ତ୍ତା - ଏହି ସ୍ମୃତି ସୁପ୍ତ ହୋଇଯାଉଛି । ତେବେ ତୁମେ ସବୁ ପୁରୁଣା ପିଲାମାନଙ୍କୁ ତ ଜଣା ଅଛି ଯେ ବ୍ରହ୍ମାବାବା ଆରମ୍ଭ ସମୟରେ କେଉଁ ଅଭ୍ୟାସ କରିଥିଲେ? ତାଙ୍କର ଗୋଟିଏ ଡାଏରୀ ତୁମେମାନେ ତ ଦେଖିଛ ନା ସାରା ଡାଏରୀ ଭିତରେ କେବଳ ଗୋଟିଏ ହିଁ ଶବ୍ଦ ଲେଖାଥିଲା - ମୁଁ ମଧ୍ୟ ଆତ୍ମା, ଯଶୋଦା ମଧ୍ୟ ଆତ୍ମା, ପିଲାମାନେ ମଧ୍ୟ ଆତ୍ମା, ସମସ୍ତେ ଆତ୍ମା, ଆତ୍ମା ଆତ୍ମା.... ଏହିଭଳି ଭାବରେ ସଦାକାଳର ଅଭ୍ୟାସର ମୂଳଦୁଆ ପକାଇଥିଲେ । ତେଣୁ ଏହି ପ୍ରଥମ ପାଠ “ମୁଁ କିଏ”? ଏହାର ଅଭ୍ୟାସ ବାରମ୍ବାର ହେବା ଦରକାର । ଚେକିଙ୍ଗ୍ କରିବା ଦରକାର, ଏମିତି ନୁହେଁ ଯେ ମୁଁ ତ ଆତ୍ମା ହିଁ ଅଟେ । ଅନୁଭବ କର ଯେ ମୁଁ ଆତ୍ମା ନିର୍ଦ୍ଦେଶକର୍ତ୍ତା ହୋଇ କର୍ମ କରାଉଛି । କର୍ମକର୍ତ୍ତା ଅଲଗା ଏବଂ ନିର୍ଦ୍ଦେଶକର୍ତ୍ତା ଅଲଗା । ତେବେ ବ୍ରହ୍ମାବାବାଙ୍କର ଆଉ ଗୋଟିଏ ଅନୁଭବ ମଧ୍ୟ ତୁମେମାନେ ଶୁଣିଛ ଯେ ଏହି କର୍ମେନ୍ଦ୍ରିୟ ଗୁଡିକ କର୍ମଚାରୀ ଅଟନ୍ତି, ତେଣୁ ପ୍ରତିଦିନ ରାତିରେ କଚେରୀ ଲଗାଇବା କଥା ତ ଶୁଣିଛ ନା! ମାଲିକ ହୋଇ କର୍ମଚାରୀମାନଙ୍କୁ ସାରା ଦିନର ହାଲ୍‌ଚାଲ୍ ପଚାରୁଥିଲେ ନା! ତେଣୁ ବ୍ରହ୍ମାବାବା ଯେପରି ଏହି ଅଭ୍ୟାସର ମୂଳଦୁଆକୁ ବହୁତ ମଜବୁତ କରିଥିଲେ ଯାହାଦ୍ୱାରା ଅନ୍ତିମ ସମୟରେ ଯେଉଁ ପିଲାମାନେ ସାଥୀରେ ଥିଲେ ସେମାନେ କ’ଣ ଅନୁଭବ କରିଥିଲେ? ବ୍ରହ୍ମାବାବା କାର୍ଯ୍ୟ କରୁଥିଲେ ମଧ୍ୟ, ଶରୀର ଭିତରେ ଥିଲେ ମଧ୍ୟ ଚାଲିବା ବୁଲିବା ସମୟରେ ଅଶରୀରୀ ସ୍ଥିତିର ଅନୁଭବ ହେଉଥିଲା । ଯଦିଓ ତାଙ୍କୁ କର୍ମର ହିସାବ-କିତାବ ମଧ୍ୟ ଚୁକ୍ତ କରିବାକୁ ପଡିଥିଲା କିନ୍ତୁ ସାକ୍ଷୀ ହୋଇ ନିଜକୁ ମଧ୍ୟ କର୍ମର ହିସାବ କିତାବର ଅଧୀନ କରି ନ ଥିଲେ କିମ୍ବା ଅନ୍ୟମାନଙ୍କୁ ମଧ୍ୟ ହିସାବ କିତାବ ଚୁକ୍ତ ହେବାର ଅନୁଭବ କରାଇ ନ ଥିଲେ । କ’ଣ ତୁମମାନଙ୍କୁ ଜଣାପଡିଥିଲା ଯେ ବ୍ରହ୍ମାବାବା ଅବ୍ୟକ୍ତ ହେବାକୁ ଯାଉଛନ୍ତି । କିଛି ଜଣା ପଡିନଥିଲା ନା! ତେଣୁ ସେତିକି ନ୍ୟାରା, ସାକ୍ଷୀ, ଅଶରୀରୀ ଅର୍ଥାତ୍ କର୍ମାତୀତ ସ୍ଥିତିର ଅଭ୍ୟାସ ବହୁତ ସମୟ ଧରି କରିଥିଲେ ସେଥିପାଇଁ ଅନ୍ତିମ ସମୟରେ ସେହି ସ୍ୱରୂପର ଅନୁଭବ ହୋଇଥିଲା । ଏହିଭଳି ବହୁତ ସମୟର ଅଭ୍ୟାସ ହିଁ କାମରେ ଆସିଥାଏ । ଏମିତି ନୁହେଁ ଯେ ଭାବୁଥିବ ଶେଷ ସମୟରେ ମୁଁ ଦେହର ସ୍ମୃତିକୁ ଭୁଲିଯିବି, ନା । ବହୁତ ସମୟର ଅଶରୀରୀ ପଣିଆର, ଦେହଠାରୁ ଅଲଗା ନିର୍ଦ୍ଦେଶକର୍ତ୍ତା ସ୍ଥିତିର ଅନୁଭବ ଦରକାର । ତେବେ ଚାହେଁ ଜବାନ ହୁଅନ୍ତୁ, ବୁଢା ହୁଅନ୍ତୁ, ସୁସ୍ଥ ବ୍ୟକ୍ତି ହୁଅନ୍ତୁ ବା ରୋଗୀ ହୁଅନ୍ତୁ ଅନ୍ତ ସମୟ କାହାର ବି କେତେବେଳେ ବି ଆସିପାରେ ସେଥିପାଇଁ ବହୁତ ସମୟ ଧରି ସାକ୍ଷୀ ପଣିଆର ଅଭ୍ୟାସ କରିବା ଉପରେ ବିଶେଷ ଧ୍ୟାନ ଦିଅ । ଚାହେଁ ଯେତେ ବି ପ୍ରାକୃତିକ ଦୁର୍ବିପାକ ଆସୁନା କାହିଁକି, ଏହି ଅଶରୀରୀ ପଣିଆର ସ୍ଥିତି ତୁମମାନଙ୍କୁ ସହଜରେ ସମସ୍ତଙ୍କଠାରୁ ନ୍ୟାରା ଅର୍ଥାତ୍ ଅଲଗା ଏବଂ ବାବାଙ୍କର ପ୍ରିୟ କରିଦେବ, ସେଥିପାଇଁ ବହୁତ କାଳର ଶବ୍ଦ ଉପରେ ବାପଦାଦା ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହା ବି ହୋଇଯାଉ ସାରା ଦିନ ଭିତରେ ସାକ୍ଷୀ ପଣିଆର ସ୍ଥିତିର, ନିର୍ଦ୍ଦେଶକର୍ତ୍ତା ସ୍ଥିତିର, ଅଶରୀରୀ ପଣିଆର ସ୍ଥିତିର ଅନୁଭବ ବାରମ୍ବାର କରୁଥାଅ, ତେବେ ଯାଇ ଅନ୍ତିମ ସ୍ଥିତି ଅନୁସାରେ ଫରିସ୍ତାରୁ ଦେବତା ହେବା ସୁନିଶ୍ଚିତ ହୋଇଯିବ । ଯଦି ବାବାଙ୍କ ସମାନ ହେବାକୁ ଚାହୁଁଛ ତେବେ ବାବା ନିରାକାର ଏବଂ ଫରିସ୍ତା ଅଟନ୍ତି, ବ୍ରହ୍ମାବାବାଙ୍କ ସମାନ ହେବା ଅର୍ଥ ଫରିସ୍ତା ସ୍ଥିତିରେ ରହିବା । ଯେପରି ବ୍ରହ୍ମାଙ୍କର ଫରିସ୍ତା ରୂପକୁ ସାକାରରେ ଦେଖିଛ, କଥା ଣୁଣିବା ସମୟରେ, କଥା କହିବା ସମୟରେ, କାରବାର କରିବା ସମୟରେ ଅନୁଭବ କରିଛ ଯେ ବାବା ଶରୀର ଭିତରେ ରହିଥିଲେ ମଧ୍ୟ ଶରୀରଠାରୁ ଯେପରି ନ୍ୟାରା ଅର୍ଥାତ୍ ଭିନ୍ନ ଅଟନ୍ତି । କର୍ମଧନ୍ଦାକୁ ଛାଡି ଅଶରୀରୀ ହେବା ତ ଅଳ୍ପ ସମୟ ପାଇଁ ହୋଇପାରିବ କିନ୍ତୁ କାର୍ଯ୍ୟ କରିବା ସମୟରେ, କିଛି ସମୟ ବାହାର କରି ଅଶରୀରୀ ହେବାର ଶକ୍ତିଶାଳୀ ସ୍ଥିତିର ଅନୁଭବ କରୁଥାଅ । ତୁମେ ସମସ୍ତେ ଫରିସ୍ତା ଅଟ, ବାବାଙ୍କ ଦ୍ୱାରା ଏହି ବ୍ରାହ୍ମଣ ଜୀବନର ଆଧାର ନେଇ ବାବାଙ୍କର ସନ୍ଦେଶ ଦେବାର କାର୍ଯ୍ୟ କରୁଛ । ତେବେ ଫରିସ୍ତା ଅର୍ଥାତ୍ ଦେହ ଭିତରେ ଥାଇ ମଧ୍ୟ ଦେହଠାରୁ ନିଆରା, ଯାହାର ଦୃଷ୍ଟାନ୍ତ ରୂପରେ ବ୍ରହ୍ମାବାବାଙ୍କୁ ଦେଖିଛ, ତେଣୁ ଏହା ଅସମ୍ଭବ ନୁହେଁ । ଦେଖିଛ ଏବଂ ଅନୁଭବ ମଧ୍ୟ କରିଛ । ଯେଉଁମାନେ ବି ଏବେ ନିମିତ୍ତ ଅଛନ୍ତି, ଯଦିଓ ଏବେ ବିସ୍ତାର ଅଧିକ ହୋଇଗଲାଣି ପୁଣି ବି ବ୍ରହ୍ମାବାବାଙ୍କ ପାଇଁ ଯେତିକି ନୂଆ ଜ୍ଞାନ, ନୂଆ ଜୀନବ, ନୂଆ ଦୁନିଆର ନିର୍ମାଣ କରିବା ପାଇଁ ଯେତିକି ଦାୟିତ୍ୱ ଥିଲା ସେତିକି ଦାୟିତ୍ୱ ଏବେ କାହାର ବି ନାହିଁ । ତେବେ ସମସ୍ତଙ୍କର ଲକ୍ଷ୍ୟ ହେଲା ବ୍ରହ୍ମାବାବାଙ୍କ ସମାନ ହେବା ଅର୍ଥାତ୍ ଫରିସ୍ତା ହେବା । ଶିବବାବାଙ୍କ ସମାନ ହେବା ଅର୍ଥାତ୍ ନିରାକାର ସ୍ଥିତିରେ ସ୍ଥିତ ହେବା । କ’ଣ ଏହା କଷ୍ଟକର ଅଟେ କି? ତୁମମାନଙ୍କର ତ ବାବା ଏବଂ ଦାଦାଙ୍କ ସହିତ ସ୍ନେହ ଅଛି ନା! ତେବେ ଯାହାଙ୍କର ପ୍ରତି ସ୍ନେହ ଥିବ ତାଙ୍କ ଭଳି ହେବା, ଯେବେକି ତୁମମାନଙ୍କର ସଂକଳ୍ପ ମଧ୍ୟ ରହିଛି ଯେ ବାବାଙ୍କ ସମାନ ନିଶ୍ଚିତ ହେବୁ, ତେଣୁ ଏହା କୌଣସି କଷ୍ଟକର କଥା ନୁହେଁ । ଏଥିପାଇଁ କେବଳ ବାରମ୍ବାର ଧ୍ୟାନ ଦେବା ଜରୁରୀ ଅଟେ । ତୁମମାନଙ୍କର ସାଧାରଣ ଜୀବନ ନୁହେଁ । ସାଧାରଣ ଜୀବନ ବଞ୍ଚିବାବାଲା ମଧ୍ୟ ବହୁତ ଅଛନ୍ତି, ବଡ ବଡ କାର୍ଯ୍ୟ କରିବାବାଲା ମଧ୍ୟ ବହୁତ ଅଛନ୍ତି କିନ୍ତୁ ତୁମମାନଙ୍କ ଭଳି କାର୍ଯ୍ୟ, ତୁମେ ବ୍ରାହ୍ମଣ ଆତ୍ମାମାନଙ୍କ ବ୍ୟତୀତ ଅନ୍ୟ କେହି ବି କରିପାରିବ ନାହିଁ । ତେଣୁ ଆଜିର ଏହି ସ୍ମୃତି ଦିବସ ଅବସରରେ ବାପଦାଦାଙ୍କ ସହିତ ସମାନ ହେବାରେ ପାଖାପାଖି ହୁଅ ଅର୍ଥାତ୍ ସମୀପକୁ ଆସ, ସମୀପକୁ ଆସ, ବାପଦାଦା ଏଥିପାଇଁ ବରଦାନ ଦେଉଛନ୍ତି । ତେଣୁ ସମସ୍ତେ ବିନାଶୀ ସାହାରା ରୂପୀ କୂଳଠାରୁ ଦୂରେଇଯାଅ । ଚାହେଁ ସଂକଳ୍ପରେ, ଚାହେଁ ବାଣୀରେ, କର୍ମରେ, ସମ୍ବନ୍ଧ-ସମ୍ପର୍କରେ ଯଦି କୌଣସି ବି ବିନାଶୀ ସାହାରା ରୂପୀ କୂଳରେ ରହିଥିବ, ତେବେ ନିଜର ମନରୂପୀ ନଉକାକୁ ଏହି ସବୁ ବିନାଶୀ କୂଳଠାରୁ ମୁକ୍ତ କରିଦିଅ । ଏବେଠାରୁ ହିଁ ଜୀବନରେ ରହି ମୁକ୍ତ ଅର୍ଥାତ୍ ଜୀବନମୁକ୍ତ ଅବସ୍ଥାର ଅଲୌକିକ ଅନୁଭବ ବହୁତ ସମୟ ପର୍ଯ୍ୟନ୍ତ କର । ଆଚ୍ଛା!

ତେବେ ଚାରିଆଡର ପିଲାମାନଙ୍କର ପତ୍ର ବହୁତ ମିଳିଛି ଏବଂ ମଧୁବନ ନିବାସୀଙ୍କର କ୍ରୋଧମୁକ୍ତ ହେବାର ରିପୋର୍ଟ ତଥା ସମାଚାର ମଧ୍ୟ ବାପଦାଦାଙ୍କ ନିକଟରେ ପହଞ୍ଚିଯାଇଛି । ବାପଦାଦା ମଧ୍ୟ ପିଲାମାନଙ୍କର ସାହସ ପାଇଁ ଖୁସି ହେଉଛନ୍ତି, ଏବଂ କହୁଛନ୍ତି ଭବିଷ୍ୟତରେ ସର୍ବଦା ମୁକ୍ତ ରହିବା ପାଇଁ ସହନଶକ୍ତିର କବଚ ପିନ୍ଧିଥାଅ ଯାହାଦ୍ୱାରା ଯିଏ ଯେତେ ବି ତୁମକୁ ହଲଚଲ୍ କରିବା ପାଇଁ ଚେଷ୍ଟା କରିଲେ ମଧ୍ୟ ତୁମେ ସର୍ବଦା ସୁରକ୍ଷିତ ରହିବ ।

ଏହିଭଳି ସମସ୍ତ ଦୃଢସଂକଳ୍ପ ଧାରୀ, ସର୍ବଦା ସ୍ମୃତି ସ୍ୱରୂପ ଆତ୍ମମାନଙ୍କୁ, ସର୍ବଦା ସର୍ବ ସମର୍ଥୀକୁ ଯଥା ସମୟରେ କାର୍ଯ୍ୟକାରୀ କରୁଥିବା ବିଶେଷ ଆତ୍ମାମାନଙ୍କୁ, ସର୍ବ ଆତ୍ମାଙ୍କ ପ୍ରତି ସର୍ବଦା ଦୟାଶୀଳ ରହୁଥିବା ଆତ୍ମାମାନଙ୍କୁ, ସର୍ବଦା ବାପଦାଦାଙ୍କ ସମାନ ହେବାର ସଂକଳ୍ପକୁ ସାକାର ରୂପରେ କରୁଥିବା ବହୁତ ବହୁତ ବହୁତ ପ୍ୟାରା ଏବଂ ନ୍ୟାରା ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ଡବଲ ବିଦେଶୀ ପିଲାମାନଙ୍କୁ:- ଡବଲ ବିଦେଶୀମାନଙ୍କୁ ଡବଲ ନିଶା ରହିଛି । କାହିଁକି ଜାଣିଛ? କାହିଁକି ନା ସେମାନେ ଭାବୁଛନ୍ତି ବାବା ଯେପରି ଦୂର ଦେଶରୁ ଆସିଛନ୍ତି ଆମେମାନେ ମଧ୍ୟ ସେହିପରି ଦୂର ଦେଶରୁ ଆସିଛୁ । ବାପଦାଦା ଡବଲ ବିଦେଶୀ ପିଲାମାନଙ୍କର ଗୋଟିଏ ବିଶେଷତା ଦେଖୁଛନ୍ତି ଯେ ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଜଳାଇ ଅନେକ ଦେଶରେ ବାପଦାଦାଙ୍କର ପ୍ରଜ୍ୱଳିତ ହେଉଥିବା ଦୀପମାନଙ୍କର ଦୀପାବଳୀ କରିଦେଇଛନ୍ତି । ଡବଲ ବିଦେଶୀମାନଙ୍କ ଭିତରେ ସନ୍ଦେଶ ଦେବାର ସଉକ ମଧ୍ୟ ଭଲ ରହିଛି । ପ୍ରତ୍ୟେକ ଗ୍ରୃପରେ ବାପଦାଦା ଦେଖୁଛନ୍ତି ଯେ ଅତି କମ୍‌ରେ ୩୫-୪୦ ଦେଶରୁ ଆସିଯାଉଛନ୍ତି । ସେଥିପାଇଁ ଅଭିନନ୍ଦନ । ସର୍ବଦା ନିଜେ ମଧ୍ୟ ଉଡୁଥାଅ ଏବଂ ଫରିସ୍ତା ହୋଇ ଉଡି ଉଡି ସନ୍ଦେଶ ଦେଉଥାଅ । ବହୁତ ଭଲ କଥା ବାପଦାଦା କେବଳ ୩୫ ଦେଶବାଲାଙ୍କୁ ଦେଖୁନାହାଁନ୍ତି କିନ୍ତୁ ଅନ୍ୟ ଦେଶବାଲାଙ୍କୁ ମଧ୍ୟ ତୁମ ସହିତ ଦେଖୁଛନ୍ତି । ତେଣୁ ତୁମମୋନେ ବ୍ରହ୍ମାବାବାଙ୍କ ସମାନ ନମ୍ବରୱାନ ହେବାବାଲା ଅଟ ନା! କ’ଣ ନମ୍ବରୱାନ ହେବ, ନା ନମ୍ବରୱାର ହେବ ଅର୍ଥାତ୍ କ୍ରମାନ୍ୱୟରେ ଆସିବ? କ’ଣ ନମ୍ବରୱାନ ତ? ନମ୍ବରୱାର ନୁହେଁ ତ? ନମ୍ବରୱାନ ହେବା ଅର୍ଥ ସବୁ ସମୟରେ ୱିନ୍ କରିବା ଅର୍ଥାତ୍ ବିଜୟୀ ହେବା । ଯେଉଁମାନେ ୱିନ୍ କରନ୍ତି ସେହିମାନେ ହିଁ ନମ୍ବରୱାନ ହୁଅନ୍ତି । ତେବେ ତୁମେମାନେ ମଧ୍ୟ ଏହିଭଳି ଅଟ ନା? ବହୁତ ଭଲ କଥା । ବିଜୟୀ ଅଟ ଏବଂ ସର୍ବଦା ବିଜୟୀ ହୋଇ ରହିବ । ଆଚ୍ଛା, ଯେଉଁଠାକୁ ବି ଯାଉଛ ସେଠାରେ ସମସ୍ତଙ୍କୁ ଏହି ସ୍ମୃତି ଦିଅ ଯେ ଡବଲ ବିଦେଶୀମାନଙ୍କୁ ନମ୍ବରୱାନ ହେବାର ଅଛି ।

ଆଚ୍ଛା । ବାପଦାଦା ସବୁ ମାତାମାନଙ୍କୁ ବା ଗୋପାଳକ ରୂପୀ ବାବାଙ୍କର ପ୍ରିୟମାତାମାନଙ୍କୁ ଅନ୍ତରର ସହିତ ୟାଦପ୍ୟାର ଦେଉଛନ୍ତି ଏବଂ ପାଣ୍ଡବମାନଙ୍କୁ ଚାହେଁ ଯୁବକ ହୋଇଥାଆନ୍ତୁ, ଚାହେଁ ଗୃହସ୍ଥ ହୋଇଥାଆନ୍ତୁ କିନ୍ତୁ ପାଣ୍ଡବମାନେ ସର୍ବଦା ପାଣ୍ଡବ ପତିଙ୍କର ସାଥୀ ହୋଇ ରହି ଆସିଛନ୍ତି । ତେଣୁ ଏହିଭଳି ସାଥୀ ପାଣ୍ଡବମାନଙ୍କୁ ମଧ୍ୟ ବାପଦାଦା ବହୁତ ବହୁତ ୟାଦପ୍ୟାର ଦେଉଛନ୍ତି ।

ଦାଦୀଜୀଙ୍କ ସହିତ:- ଆଜି ଦିନରେ କ’ଣ ମନେ ପଡୁଛି? ୱିଲ୍ ପାୱାର ମିଳିଥିଲା ନା! ତୁମକୁ ତ ୱିଲ୍ ପାୱାର ଅର୍ଥାତ୍ ପ୍ରବଳ ଇଚ୍ଛା ଶକ୍ତି ବରଦାନ ମିଳିଛି । ବହୁତ ଭଲ ପାର୍ଟ କରୁଛ ସେଥିପାଇଁ ଅଭିନନ୍ଦନ । ସମସ୍ତଙ୍କର ଆଶୀର୍ବାଦ ତୁମ ପ୍ରତି ବହୁତ ରହିଛି । ତୁମେ କିଛି କୁହ କି ନ କହୁ ତୁମକୁ ଦେଖି ସମସ୍ତେ ଖୁସି ହୋଇଯାଉଛନ୍ତି । ତୁମକୁ ଯଦି କିଛି ବି ହେଉଛି ତେବେ ସମସ୍ତେ ଭାବୁଛନ୍ତି ଆମକୁ ହୋଇଛି, ଏତେ ସ୍ନେହ କରୁଛନ୍ତି । ସମସ୍ତଙ୍କର ସ୍ନେହ ରହିଛି (ମୋ’ର ମଧ୍ୟ ସମସ୍ତଙ୍କ ପ୍ରତି ବହୁତ ସ୍ନେହ ଅଛି) ସ୍ନେହ ତ ସମସ୍ତଙ୍କ ପ୍ରତି ବହୁତ ଅଛି ନିଶ୍ଚିତ । ଏହି ସ୍ନେହ ହିଁ ସମସ୍ତଙ୍କୁ ଚଲାଉଛି । ଧାରଣା କମ୍ ଥାଉ କି ବେଶି ଥାଉ କିନ୍ତୁ ସ୍ନେହ ଆଧାରରେ ସମସ୍ତେ ଚାଲୁଛନ୍ତି । ବହୁତ ଭଲ ।

ଈଶୁ ଦାଦୀଙ୍କ ସହିତ:- ଇଏ ମଧ୍ୟ ନିଜର ହିସାବ-କିତାବ ଚୁକ୍ତ କରିନେଲା ନା, କିଛି କଥା ନାହିଁ । ଏହାର ପୁରୁଷାର୍ଥ ମଧ୍ୟ ସହଜ ଏବଂ ହିସାବ କିତାବ ଚୁକ୍ତ କରିବା ମଧ୍ୟ ସହଜ । ଶୋଇ ଶୋଇ ସହଜରେ ଚୁକ୍ତ ହୋଇଗଲା । ବିଷ୍ଣୁଙ୍କ ଭଳି ଆରାମ ମିଳିଗଲା । ଆଚ୍ଛା! ପୁଣି ବି ସାକାର ବ୍ରହ୍ମାଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ଯଜ୍ଞ ରକ୍ଷ଼କ ମଧ୍ୟ ଅଟନ୍ତି, ତେବେ ଯଜ୍ଞ ରକ୍ଷକ ହେବାରେ ମଧ୍ୟ ବହୁତ ଆଶୀର୍ବାଦ ମିଳିଥାଏ । ସେଥିପାଇଁ ସବୁ ଦାଦୀମାନେ ବାପଦାଦାଙ୍କର ବହୁତ ବହୁତ ପାଖାପାଖି ଅଛନ୍ତି ସମୀପ ରତ୍ନ ଅଟନ୍ତି ତେଣୁ ସମସ୍ତଙ୍କ ଭିତରେ ଦାଦୀମାନଙ୍କ ପ୍ରତି ବହୁତ ମୂଲ୍ୟ ରହିଛି । ଏମାନଙ୍କର ସଂଗଠନ ମଧ୍ୟ ବହୁତ ଭଲ ଅଛି । ତୁମମାନଙ୍କର ସଂଗଠନ ହିଁ ଏତେ ବର୍ଷ ପର୍ଯ୍ୟନ୍ତ ଯଜ୍ଞର ରକ୍ଷା କରି ଆସିଛି ଏବଂ ଆଗକୁ ମଧ୍ୟ କରୁଥିବ । ଏହି ଏକତା ହିଁ ସବୁ ପ୍ରକାରର ସଫଳତାର ଆଧାର ଅଟେ । (ମଝିରେ ବାବା ଅଛନ୍ତି) ବାବାଙ୍କୁ ମଝିରେ ରଖିଛ, ଏଥିପ୍ରତି ମଧ୍ୟ ବହୁତ ଭଲ ଗୁରୁତ୍ୱ ଦେଇଛ । ଆଚ୍ଛା! ସମସ୍ତେ ଠିକ୍ ଅଛନ୍ତି ।

ବରଦାନ:-
ସର୍ବ ସମ୍ବନ୍ଧରେ ଏକମାତ୍ର ବାବାଙ୍କୁ ନିଜର ସାଥୀ କରୁଥିବା ସହଜ ପୁରୁଷାର୍ଥୀ ହୁଅ ।

ନିଜେ ବାବା ସର୍ବ ସମ୍ବନ୍ଧରେ ସାଥୀରେ ରହିବା ପାଇଁ ନିଜ ଆଡୁ ପ୍ରସ୍ତାବ ଦେଉଛନ୍ତି । ଯେପରି ସମୟ ସେହିପରି ସମ୍ବନ୍ଧରେ ବାବାଙ୍କ ସାଥୀରେ ରୁହ ଏବଂ ତାଙ୍କୁ ସାଥୀ କର । ଯେଉଁଠାରେ ସର୍ବଦା ବାବାଙ୍କର ସଂଗ ରହିଛି ଏବଂ ବାବା ସାଥୀ ଅଟନ୍ତି ସେଠାରେ କୌଣସି ପ୍ରକାରର ଅସୁବିଧା ହୋଇପାରିବ ନାହିଁ । ଯଦି କେତେବେଳେ ବି ନିଜକୁ ଏକା-ଏକା ଅନୁଭବ କରୁଛ ସେତେବେଳେ ବାବାଙ୍କର ବିନ୍ଦୁ ରୂପକୁ ମନେପକାଅ ନାହିଁ, ପ୍ରାପ୍ତିଗୁଡିକର ତାଲିକାକୁ ମନେ ପକାଅ, ଭିନ୍ନ ଭିନ୍ନ ସମୟର ଆନନ୍ଦଦାୟକ ଅନୁଭବର କାହାଣୀ ଗୁଡିକୁ ସ୍ମୃତିରେ ଆଣ, ସର୍ବ ସମ୍ବନ୍ଧର ରସର ଅନୁଭବ କର, ତାହାହେଲେ ତୁମର ମେହନତ କରିବା ସମାପ୍ତ ହୋଇଯିବ ଏବଂ ତୁମେ ସହଜ ପୁରୁଷାର୍ଥୀ ହୋଇଯିବ ।

ସ୍ଲୋଗାନ:-
ବହୁରୂପୀ ହୋଇ ଯଦି ମାୟାର ବହୁରୂପକୁ ପରଖି ନେବ ତେବେ ମାଷ୍ଟର ମାୟାପତି ହୋଇଯିବ ।