02.01.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କର ପାର୍ଟ ସମ୍ପୂର୍ଣ୍ଣ ନିର୍ଭୁଲ ଅଟେ, ସେ ତାଙ୍କର ନିର୍ଦ୍ଧାରିତ ସମୟରେ ହିଁ ଆସନ୍ତି ।
ସେଥିରେ ଟିକିଏ ହେଲେ ଅନ୍ତର ହୋଇପାରିବ ନାହିଁ, ସେଥିପାଇଁ ତାଙ୍କର ଆସିବାର ସ୍ମାରକୀ ସ୍ୱରୂପ
ଶିବରାତ୍ରୀକୁ ଖୁବ୍ ଆଡମ୍ବରରେ ପାଳନ କର ।”
ପ୍ରଶ୍ନ:-
କେଉଁ
ପିଲାମାନଙ୍କର ବିକର୍ମ ସମ୍ପୂର୍ଣ୍ଣ ରୂପେ ବିନାଶ ହୋଇପାରି ନ ଥାଏ?
ଉତ୍ତର:-
ଯେଉଁମାନଙ୍କର ଯୋଗ ଠିକ୍ ନ ଥାଏ, ବାବାଙ୍କୁ ବାରମ୍ବାର ଭୁଲିଯାଆନ୍ତି ତେଣୁ ବିକର୍ମ ବିନାଶ
ହୋଇପାରେ ନାହିଁ । ଯୋଗଯୁକ୍ତ ନ ରହିବା କାରଣରୁ ସମ୍ପୂର୍ଣ୍ଣ ସଦ୍ଗତି ମଧ୍ୟ ହୋଇ ନ ଥାଏ, ପାପ
ରହିଯାଏ, ତେଣୁ ପଦ ମଧ୍ୟ କମ୍ ହୋଇଯାଏ । ଯୋଗଯୁକ୍ତ ନ ରହିବା ଦ୍ୱାରା ଦେହଧାରୀଙ୍କ ନାମ ରୂପରେ
ବାନ୍ଧି ହୋଇ ରହିଥା’ନ୍ତି ଏବଂ ସେହିମାନଙ୍କର କଥା ହିଁ ସବୁବେଳେ ମନେ ପଡୁଥାଏ । ସେମାନେ
ଆତ୍ମ-ଅଭିମାନୀ ହୋଇ ରହିପାରନ୍ତି ନାହିଁ ।
ଗୀତ:-
ୟହ କୌନ ଆଜ ଆୟା
ସବେରେ ସବେରେ....
ଓମ୍ ଶାନ୍ତି ।
କେତେଟା ବାଜିଲେ
ସକାଳ ହୋଇଥାଏ? ବାବା ସକାଳେ କେତେବେଳେ ଆସିଥା’ନ୍ତି? (କେହି କହିଲେ ୩ ବାଜିଲେ, କେହି କହିଲେ ୪
ବାଜିଲେ, କେହି ମଧ୍ୟ କହିଲେ ସଂଗମରେ, କେହି ମଧ୍ୟ କହିଲେ ୧୨ ବାଜିଲେ) । ବାବା ସଠିକ୍ ସମୟ
ପଚାରୁଛନ୍ତି । ୧୨ଟାକୁ ତ ତୁମେ ସକାଳ କହିପାରିବ ନାହିଁ । ୧୨ଟା ବାଜି ଏକ ସେକେଣ୍ଡ ହେଲା, ଏକ
ମିନିଟ୍ ହେଲା ତେବେ ଏ.ଏମ୍ ଅର୍ଥାତ୍ ସକାଳ ଆରମ୍ଭ ହେଲା । ଯାହାକୁ ଯଥାର୍ଥ ରୂପେ ସକାଳ କୁହାଯିବ
। ସେହିପରି ଡ୍ରାମାରେ ବାବାଙ୍କର ପାର୍ଟ ମଧ୍ୟ ବିଲ୍କୁଲ୍ ସଠିକ୍ ଅଟେ । ଏକ ସେକେଣ୍ଡ ମଧ୍ୟ ଡେରି
ହୋଇପାରିବ ନାହିଁ । ଏହି ଡ୍ରାମା ଅନାଦି ତିଆରି ହୋଇ ରହିଛି । ୧୨ଟା ବାଜି ଏକ ସେକେଣ୍ଡ ଯେ
ପର୍ଯ୍ୟନ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ଏ.ଏମ୍ କୁହାଯିବ ନାହିଁ । ଏହା ତ ବେହଦର କଥା । ବାବା
କହୁଛନ୍ତି - ମୁଁ ସକାଳୁ ସକାଳୁ ହିଁ ଆସୁଛି । ବିଲାତରେ ଏ.ଏମ୍, ପି.ଏମ୍. ନିର୍ଭୁଲ ଭାବେ
ଚାଲିଥାଏ । ତଥାପି ସେମାନଙ୍କର ବୁଦ୍ଧି ବହୁତ ଭଲ ଅଟେ । ସେମାନେ ଏତେ ସତ୍ତ୍ୱପ୍ରଧାନ ମଧ୍ୟ
ହୋଇନଥା’ନ୍ତି କିମ୍ବା ତମଃପ୍ରଧାନ ମଧ୍ୟ ହୋଇ ନ ଥା’ନ୍ତି । ଭାରତବାସୀ ହିଁ ଶତ ପ୍ରତିଶତ,
ସତ୍ତ୍ୱପ୍ରଧାନ ପୁଣି ଶତ ପ୍ରତିଶତ ତମଃପ୍ରଧାନ ହୋଇଥା’ନ୍ତି । ତେଣୁ ବାବାଙ୍କ ପାର୍ଟ ବହୁତ ସଠିକ୍
ଅଟେ । ସକାଳ ସମୟ ୧୨ଟା ବାଜି ଏକ ମିନିଟ୍କୁ କୁହାଯିବ, ସେକେଣ୍ଡର ହିସାବକୁ ଧରାଯାଏ ନାହିଁ ।
ସେକେଣ୍ଡ ବିତିଯିବାରେ ମଧ୍ୟ ଜଣାପଡି ନ ଥାଏ । ଏବେ ଏହି ସବୁ କଥାକୁ ତୁମେ ପିଲାମାନେ ହିଁ
ବୁଝିପାରୁଛ । ଦୁନିଆ ତ ବିଲ୍କୁ୍ଲ ଘୋର ଅନ୍ଧାର ଭିତରେ ରହିଛି । ବାବାଙ୍କୁ ସବୁ ଭକ୍ତମାନେ
ଦୁଃଖରେ ହିଁ ମନେ ପକାଇଥା’ନ୍ତି - ହେ ପତିତ-ପାବନ ଆସ । କିନ୍ତିୁ ସେ କିଏ? କେବେ ଆସୁଛନ୍ତି ଏ
ସବୁ କିଛି ବି ଜାଣି ନାହାଁନ୍ତି । ମନୁଷ୍ୟ ହୋଇ ମଧ୍ୟ ସଠିକ୍ ଭାବେ କିଛି ଜାଣନ୍ତି ନାହିଁ କାରଣ
ପତିତ ତମୋପ୍ରଧାନ ଅଟନ୍ତି । କାମ ବିକାର ମଧ୍ୟ କେତେ ତମଃପ୍ରଧାନ ଅଟେ । ଏବେ ବେହଦର ବାବା
ଅଧ୍ୟାଦେଶ ଜାରି କରୁଛନ୍ତି - ପିଲାମାନେ କାମ ବିକାର ଉପରେ ବିଜୟୀ ହୋଇ-ଜଗତଜିତ୍ ହୁଅ । ଯଦି ଏବେ
ପବିତ୍ର ନ ହେବ ତେବେ ତୁମର ଅଧୋଗତି ହେବ । ତୁମେ ପବିତ୍ର ହେବା ଦ୍ୱାରା ଅବିନାଶୀ ପଦ ପ୍ରାପ୍ତ
କରିବ । ତୁମେ ରାଜଯୋଗ ଶିଖୁଛ ନା । ସ୍ଲୋଗାନ୍ରେ ମଧ୍ୟ ଲେଖୁଛନ୍ତି - “ପବିତ୍ର ହୁଅ, ଯୋଗୀ ହୁଅ”
। ବାସ୍ତବରେ ଲେଖିବା କଥା ରାଜଯୋଗୀ ହୁଅ । ଯୋଗୀ ତ ସାଧାରଣ ଶବ୍ଦ ଅଟେ । ଯେଉଁମାନେ ବ୍ରହ୍ମାଙ୍କ
ସହିତ ଯୋଗ ଲଗାଇଥା’ନ୍ତି - ସେମାନେ ମଧ୍ୟ ଯୋଗୀ ଅଟନ୍ତି । ପିଲାମାନେ ପିତାଙ୍କ ସହିତ, ସ୍ତ୍ରୀ,
ସ୍ୱାମୀଙ୍କ ସହିତ ଯୋଗ ଲଗାଇଥା’ନ୍ତି - କିନ୍ତୁ ଏହା ତ ତୁମର ରାଜଯୋଗ ଅଟେ । ବାବା ରାଜଯୋଗ
ଶିଖାଇଥା’ନ୍ତି, ଏଣୁ ରାଜଯୋଗ ଲେଖିବା ଠିକ୍ ହେବ । ପବିତ୍ର ହୁଅ ଏବଂ ରାଜଯୋଗୀ ହୁଅ । ଦିନକୁ
ଦିନ ସଂଶୋଧନ ତ ହୋଇ ଚାଲିଛି । ବାବା ମଧ୍ୟ କହୁଛନ୍ତି ଆଜି ତୁମକୁ ଗହନରୁ ଗହନ କଥା ସବୁ ଶୁଣାଉଛି
। ଏବେ ଶିବଜୟନ୍ତୀ ମଧ୍ୟ ଆସୁଛି । ଶିବଜୟନ୍ତୀକୁ ତ ତୁମକୁ ଧୁମ୍ଧାମ୍ରେ ପାଳନ କରିବାକୁ ହେବ ।
ଶିବଜୟନ୍ତୀରେ ତ ବହୁତ ଭଲ ଭାବରେ ସେବା କରିବା ଉଚିତ୍ । ଯେଉଁମାନଙ୍କ ପାଖରେ ପ୍ରଦର୍ଶନୀ ରହିଛି,
ସମସ୍ତେ ନିଜ ନିଜର ସେଣ୍ଟରରେ କିମ୍ବା ଘରେ ପ୍ରଦର୍ଶନୀ ଲଗାଇ ଶିବଜୟନ୍ତୀ ଭଲ ଭାବେ ପାଳନ କର ଏବଂ
ଲେଖି ଦିଅ - ଶିବବାବା ଗୀତା ଜ୍ଞାନଦାତା ଅଟନ୍ତି । ସେହି ପିତାଙ୍କଠାରୁ ଅବିନାଶୀ ସମ୍ପତ୍ତି
ନେବାର ଉପାୟ ଆସି ଶିକ୍ଷା କର । ଯଦି ସମ୍ଭବ ଲାଇଟ୍ର ସାଜସଜା କର । ସମସ୍ତଙ୍କ ଘରେ ଶିବ ଜୟନ୍ତୀ
ପାଳନ କରିବା ଦରକାର । ତୁମେମାନେ ଜ୍ଞାନଗଙ୍ଗା ଅଟ ନା । ତେଣୁ ପ୍ରତ୍ୟେକଙ୍କ ପାଖରେ ଗୀତା
ପାଠଶାଳା ରହିବା ଦରକାର । ଘରେ ଘରେ ତ ଲୋକମାନେ ଗୀତା ପାଠ କରିଥା’ନ୍ତି ନା । ପୁରୁଷମାନଙ୍କଠାରୁ
ମଧ୍ୟ ମାତାମାନେ ଭକ୍ତି କରିବାରେ ଆଗୁଆ ଥା’ନ୍ତି । ଏମିତି ପରିବାର ମଧ୍ୟ ଅଛନ୍ତି ଯେଉଁଠାରେ
ପ୍ରତିଦିନ ଗୀତା ପାଠ କରନ୍ତି ତେଣୁ ସେହି ଘରେ ମଧ୍ୟ ଏହି ଚିତ୍ର ରଖିଦେବା ଉଚିତ୍ । ଲେଖିଦେବା
ଦରକାର ଯେ - ଅବିନାଶୀ ପିତାଙ୍କଠାରୁ ଆସି ପୁନର୍ବାର ସମ୍ପତ୍ତି ନିଅ ।
ଏହି ଶିବଜୟନ୍ତୀର ପର୍ବ
ବାସ୍ତବରେ ତୁମମାନଙ୍କ ପାଇଁ ପ୍ରକୃତ ଦୀପାବଳୀ ଅଟେ । ଯେବେ ଶିବବାବା ଆସନ୍ତି ସେତେବେଳେ ଘରେ ଘରେ
ପ୍ରକାଶ ହୋଇଯାଏ । ଏ ଉତ୍ସବକୁ ବହୁତ ଦୀପ ଇତ୍ୟାଦି ଜଳାଇ ଆଲୋକିତ କରି ପାଳନ କର । ତୁମେମାନେ
ପ୍ରକୃତ ଦୀପାବଳୀ ପାଳନ କରୁଛ । ବାସ୍ତବରେ ପ୍ରକୃତ ଦୀପାବଳୀ ତ ସତ୍ୟଯୁଗରେ ହିଁ ହେବ । ସେଠାରେ
ପ୍ରତ୍ୟେକଙ୍କ ଘରେ ଆଲୋକ ହିଁ ଆଲୋକ ହେବ ଅର୍ଥାତ୍ ପ୍ରତ୍ୟେକ ଆତ୍ମାଙ୍କର ଜ୍ୟୋତି ଜାଗ୍ରତ ହୋଇ
ରହିବ । ଏଠାରେ ଅନ୍ଧକାର ଅଟେ । ଆତ୍ମାମାନେ ଆସୁରୀ ବୁଦ୍ଧିଯୁକ୍ତ ହୋଇଯାଇଛନ୍ତି । ସେଠାରେ
ଆତ୍ମାମାନେ ପବିତ୍ର ହେବା କାରଣରୁ ଦୈବୀ ବୁଦ୍ଧି ରହିଥାଏ । ଆତ୍ମା ହିଁ ପତିତ, ଆତ୍ମା ହିଁ
ପବିତ୍ର ହୋଇଥାଏ । ଏବେ ତୁମେ ୱର୍ଥ ନଟ୍ ଏ ପେନୀରୁ ୱର୍ଥ ପାଉଣ୍ଡ ହେଉଛ ଅର୍ଥାତ୍ ମୂଲ୍ୟହୀନରୁ
ମୂଲ୍ୟବାନ ହେଉଛ । ସେଠାରେ ଆତ୍ମା ପବିତ୍ର, ତେଣୁ ଶରୀର ମଧ୍ୟ ପବିତ୍ର ମିଳିବ । ଏଠାରେ ଆତ୍ମା
ଅପବିତ୍ର ତେଣୁ ଶରୀର ଏବଂ ଦୁନିଆ ମଧ୍ୟ ଅପବିତ୍ର ଅଟେ । ଏହି କଥାକୁ ତୁମମାନଙ୍କ ଭିତରେ ମଧ୍ୟ
ଅଳ୍ପ କେତେ ଜଣ ଅଛନ୍ତି - ଯେଉଁମାନେ କି ଯଥାର୍ଥ ଭାବେ ବୁଝିଥା’ନ୍ତି ଓ ସେମାନଙ୍କ ଭିତରେ ଖୁସୀ
ରହିଥାଏ । କ୍ରମଅନୁସାରେ ପୁରୁଷାର୍ଥ ତ କରୁଛନ୍ତି । ପିଲାମାନଙ୍କ ଉପରେ ଗ୍ରହର ପ୍ରଭାବ ପଡିଥାଏ
। କେବେ କେବେ ରାହୁର ଗ୍ରହ ପ୍ରବେଶ କଲେ ଆଶ୍ଚର୍ଯ୍ୟ ଭାବରେ ବାବାଙ୍କୁ ଛାଡି ଚାଲିଯାଆନ୍ତି ।
ବୃହସ୍ପତିଙ୍କ ଦଶା ବଦଳି ଯାଇ ରାହୁର ଦଶା ପ୍ରବେଶ କରେ । କାମ ବିକାରର ବଶବର୍ତ୍ତୀ ହେବା ଦ୍ୱାରା
ରାହୁର ଦଶା ପ୍ରବେଶ କରିଥାଏ । ମଲ୍ଲଯୁଦ୍ଧ ହେଉଛି ନା । ତୁମେ ମାତାମାନେ କେବେ ମଲ୍ଲଯୁଦ୍ଧ ଦେଖି
ନ ଥିବ କାରଣ ମାତାମାନେ ଘରର କାରବାର ସମ୍ଭାଳିଥା’ନ୍ତି । ତୁମେମାନେ ତ ଜାଣିଛ ଭ୍ରମରୀକୁ ଘର
ତିଆରି କଲାବାଲା ଘରେତ୍ରୀ କୁହାଯାଏ । ଘର ତିଆରି କରିବାର ଭଲ କାରୀଗର ହୋଇଥିବାରୁ ତାର ନାମ
ଘରେତ୍ରୀ ଅଟେ । କେତେ ପରିଶ୍ରମ କରିଥାଏ, ସେ ମଧ୍ୟ ପକ୍କା ମିସ୍ତ୍ରୀ ଅଟେ । ଦୁଇ ତିନି ବଖରା ଘର
ମଧ୍ୟ ତିଆରି କରିଥାଏ । ଯେପରି ଭ୍ରମରୀ ୩-୪ଟି ପୋକଙ୍କୁ ଧରି ତା’ ବସାକୁ ନେଇ ଆସେ ଏବଂ ତାଙ୍କ
ପାଖରେ ଭୁଁ-ଭୁଁ କରିଥାଏ । ସେହିପରି ତୁମେମାନେ ମଧ୍ୟ ବ୍ରାହ୍ମଣୀ ଅଟ । ଚାହିଁଲେ ଜଣେ ଦୁଇ
ଜଣଙ୍କୁ କିମ୍ବା ଦଶ ବାର ଜଣଙ୍କୁ, ଚାହିଁଲେ ଶହେ କିମ୍ବା ପାଞ୍ଚଶହଙ୍କୁ ମଧ୍ୟ ବାବାଙ୍କର ସନ୍ତାନ
କରିପାରିବ । ମଣ୍ଡପ ଇତ୍ୟାଦି ମଧ୍ୟ ତିଆରି କରୁଛ, ଏହା ମଧ୍ୟ ଘର ତିଆରି କରିବା ସହ ସମାନ ଅଟେ ନା
। ସେଥିରେ ବସି ସମସ୍ତଙ୍କୁ ଭୁଁ ଭୁଁ କରୁଛ ଅର୍ଥାତ୍ ଜ୍ଞାନ ଶୁଣାଉଛ । ପୁଣି କେହି ତ ଏହି କଥାକୁ
ବୁଝିପାରି କୀଟ ଅର୍ଥାତ୍ ପତିତ ମନୁଷ୍ୟରୁ ବ୍ରାହ୍ମଣ ହୋଇଯାଉଛନ୍ତି ଆଉ କେହି ତ କିଛି ବି
ବୁଝିପାରୁ ନାହାଁନ୍ତି ଅର୍ଥାତ୍ ସେମାନେ ଏ ଧର୍ମର ନୁହଁନ୍ତି । ଏହି ଧର୍ମର ଯିଏ ହୋଇଥିବେ
ସେହିମାନଙ୍କୁ ଠିକ୍ ଭାବେ ଏହି କଥା ମନକୁ ଛୁଇଁବ । ତୁମେ ତ ପୁଣି ବି ମନୁଷ୍ୟ ଅଟ ନା । ତୁମର
ଶକ୍ତି ଭ୍ରମରୀଠାରୁ ତ ଅଧିକ ନା । ତୁମେ ଦୁଇହଜାର ଲୋକଙ୍କ ଭିତରେ ମଧ୍ୟ ଭାଷଣ କରିପାରିବ । ଆଗକୁ
ମଧ୍ୟ ୪-୫ ହଜାରର ସଭାରେ ତୁମେ ଯାଇ ଭାଷଣ କରିବ । ଭ୍ରମରୀର ତୁଳନା ହିଁ ତୁମ ସହିତ କରାଯାଇଛି ।
ଆଜିକାଲି ସନ୍ନ୍ୟାସୀମାନେ ମଧ୍ୟ ବିଦେଶରେ ଯାଇ କହୁଛନ୍ତି ଯେ, ଆମେ ଭାରତର ପ୍ରାଚୀନ ରାଜଯୋଗ
ଶିଖାଉଛୁ । ଆଜିକାଲି ମାତାମାନେ ମଧ୍ୟ ଗେରୁଆ ବସ୍ତ୍ର ଏବଂ କୌପିନୀ ପିନ୍ଧି ବିଦେଶକୁ ଯାଉଛନ୍ତି
ଏବଂ ବିଦେଶୀମାନଙ୍କୁ ଠକି ଦେଇ ଆସୁଛନ୍ତି । ସେମାନଙ୍କୁ କହୁଛନ୍ତି - ଯେ ଭାରତର ପ୍ରାଚୀନ
ରାଜଯୋଗ ଭାରତକୁ ଯାଇ ଶିକ୍ଷା କର । ତୁମେ ପିଲାମାନେ କ’ଣ ଏମିତି କହିବ କି ଭାରତକୁ ଆସି ଶିଖ ।
ତୁମେମାନେ ଯଦି ବିଦେଶକୁ ଯିବ ତେବେ ସେହିଠାରେ ହିଁ ବସି ଶିଖାଇବ ଯେ - ଏହି ରାଜଯୋଗ ଶିକ୍ଷା କଲେ
ହିଁ ତୁମର ଜନ୍ମ ସ୍ୱର୍ଗରେ ହେବ । ଏଥିରେ ବସ୍ତ୍ର ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ ।
ଏହିଠାରେ ହିଁ ଦେହର ସମସ୍ତ ସମ୍ବନ୍ଧକୁ ଭୁଲି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ବାବା
ହିଁ ମୁକ୍ତିଦାତା ପ୍ରଥପ୍ରଦର୍ଶକ ଅଟନ୍ତି । ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରୁଛନ୍ତି ।
ଏବେ ତୁମମାନଙ୍କୁ
ସତ୍ତ୍ୱପ୍ରଧାନ ହେବାକୁ ପଡିବ । ତୁମେମାନେ ପ୍ରଥମେ ସୁବର୍ଣ୍ଣ ଯୁଗରେ ଥିଲ, ଏବେ ଲୌହ ଯୁଗରେ ଅଛ
। ସମଗ୍ର ବିଶ୍ୱର ସମସ୍ତ ଧର୍ମାବଲମ୍ବୀମାନେ ଲୌହଯୁଗରେ ଅଛନ୍ତି । ତୁମେ ଯେ କୌଣସି
ଧର୍ମାବଲମ୍ବୀଙ୍କୁ ମଧ୍ୟ କୁହ, ବାବା କହୁଛନ୍ତି - ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ-ତେବେ
ତୁମେ ପବିତ୍ର ହୋଇଯିବ, ପୁଣି ମୁଁ ତୁମମାନଙ୍କୁ ସାଥୀରେ ପରମଧାମ ନେଇଯିବି । ବାସ୍ କେବଳ ଏତିକି
ହିଁ କୁହ, ଅଧିକ ନୁହେଁ । ଏହା ତ ବହୁତ ସହଜ । ତୁମମାନଙ୍କର ଶାସ୍ତ୍ରରେ ମଧ୍ୟ ଅଛି ଯେ ଘରେ-ଘରେ
ସନ୍ଦେଶ ଦିଆଯାଇଥିଲା । କେହି ଜଣେ ରହିଯାଇଥିବାରୁ ସେ ଉଲୁଗୁଣା ମଧ୍ୟ ଦେଇଥିଲା କି ମୋତେ ତ କେହି
କହିନାହାଁନ୍ତି । ଏବେ ବାବା ଆସିଛନ୍ତି, ତେଣୁ ଭଲ ଭାବରେ ଡେଙ୍ଗୁରା ପିଟିବା ଦରକାର । ଦିନେ
ସମସ୍ତଙ୍କୁ ଜଣାପଡିବ ଯେ, ବାବା ଆସିଛନ୍ତି ଶାନ୍ତିଧାମ ସୁଖଧାମର ସମ୍ପତ୍ତି ଦେବା ପାଇଁ ।
ପ୍ରକୃତରେ ଯେତେବେଳେ ଦେବୀ-ଦେବତା ଧର୍ମ ଥିଲା - ସେତେବେଳେ ଆଉ କୌଣସି ଧର୍ମ ନ ଥିଲା । ସମସ୍ତେ
ଶାନ୍ତିଧାମରେ ଥିଲେ । ଏହିପରି ଖିଆଲ ଚାଲିବା ଦରକାର । ସ୍ଲୋଗାନ ତିଆରି ହେବା ଦରକାର । ବାବା
କହୁଛନ୍ତି ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ତ୍ୟାଗ କର । ନିଜକୁ ଆତ୍ମା ଭାବି ମୋତେ ମନେ
ପକାଇଲେ ହିଁ ଆତ୍ମା ପବିତ୍ର ହୋଇଯିବ । ବର୍ତ୍ତମାନ ଆତ୍ମାମାନେ ଅପବିତ୍ର ହୋଇଯାଇଛନ୍ତି ।
ବର୍ତ୍ତମାନ ସମସ୍ତଙ୍କୁ ପବିତ୍ର କରି ବାବା ଗାଇଡ୍ ହୋଇ ସମସ୍ତଙ୍କୁ ଘରକୁ ନେଇଯିବେ । ସମସ୍ତେ
ନିଜ ନିଜ ବିଭାଗକୁ ଚାଲିଯିବେ । ପୁଣି ଦେବତା ଧର୍ମର ଆତ୍ମାମାନେ କ୍ରମଅନୁସାରେ ଏ ଦୁନିଆକୁ ଆସିବେ
। କେତେ ସହଜ କଥା । ଏ ସବୁ ବୁଦ୍ଧିରେ ଧାରଣ ହେବା ଦରକାର । ଯେଉଁମାନେ ସେବା କରୁଛନ୍ତି, ସେମାନେ
ଗୁପ୍ତ ହୋଇ ରହିପାରିବେ ନାହିଁ । ଅପସେବା କଲାବାଲା ମଧ୍ୟ ଗୁପ୍ତ ହୋଇ ରହିପାରିବେ ନାହିଁ । ଯେଉଁ
ପିଲାମାନେ ସେବାର ଯୋଗ୍ୟ ତାଙ୍କୁ ସମସ୍ତେ ଡାକିଥା’ନ୍ତି । ଯେଉଁମାନେ କିଛି ହେଲେ ଜ୍ଞାନ ଶୁଣାଇ
ପାରି ନ ଥା’ନ୍ତି ତାଙ୍କୁ କିଏ ବା ଡାକିବେ । ସେମାନେ ତ ନାମକୁ ଅଧିକ ବଦନାମ କରିଦେବେ । ସମସ୍ତେ
କହିବେ ବ୍ରହ୍ମାକୁମାରୀ କ’ଣ ଏପରି କୌଣସି ପ୍ରଶ୍ନ ପଚାରିଲେ ପୁରା ଉତ୍ତର ମଧ୍ୟ ଦେଇପାରୁ
ନାହାଁନ୍ତି । ତେଣୁ ନାଁ ବଦନାମ ହେଲା ନା । ଯେଉଁମାନେ ଶିବବାବାଙ୍କ ନାଁକୁ ବଦନାମ କରୁଛନ୍ତି
ସେମାନେ ଉଚ୍ଚପଦ ପାଇପାରିବେ ନାହିଁ । ଯେପରି କେହି କେହି ଏଠାରେ କୋଟିପତି ଅଛନ୍ତି, ପଦମ୍ପତି
ମଧ୍ୟ ରହିଛନ୍ତି, ଆଉ କାହାକୁ ଦେଖ ଭୋକରେ ମଧ୍ୟ ମରୁଛନ୍ତି । ଏପରି ଭିକାରୀ ମଧ୍ୟ ଆସି ରାଜକୁମାର
ହେବେ । ଏବେ ତୁମେ ପିଲାମାନେ ହିଁ ଜାଣୁଛ, ଶ୍ରୀକୃଷ୍ଣ ଯିଏକି ସ୍ୱର୍ଗର ରାଜକୁମାର ଥିଲେ ସେ ପୁଣି
ଗରୀବ ହେଉଛନ୍ତି, ପୁଣି ରାଜକୁମାର ହେବେ । ଇଏ ବ୍ରହ୍ମା ଗରିବ ଥିଲେ ନା ଅଳ୍ପ ବହୁତ ଯାହା କିଛି
ରୋଜଗାର କରିଥିଲେ ତାହା ମଧ୍ୟ ତୁମମାନଙ୍କ ପାଇଁ, ନଚେତ୍ ତୁମର ପାଳନା କିପରି ହୋଇଥା’ନ୍ତା । ଏସବୁ
କଥା କ’ଣ ଶାସ୍ତ୍ରମାନଙ୍କରେ ଅଛି? ନା । ଶିବବାବା ହିଁ ଆସି ସବୁ ଜଣାଉଛନ୍ତି । ପ୍ରକୃତରେ ଇଏ
ବ୍ରହ୍ମା ତ ଗାଉଁଲୀ ପିଲା ଥିଲେ ନା । ତାଙ୍କର ନାମ ମଧ୍ୟ ଶ୍ରୀକୃଷ୍ଣ ନ ଥିଲା । ଏସବୁ ଆତ୍ମାର
କଥା ତେଣୁ ଲୋକମାନେ ଭ୍ରମିତ ହୋଇଯାଉଛନ୍ତି । ତେଣୁ ବାବା ବୁଝାଉଛନ୍ତି ଯେ – ଶିବ ଜୟନ୍ତୀ ଅବସରରେ
ପ୍ରତ୍ୟେକ ଘରେ ଘରେ ଚିତ୍ର ଦ୍ୱାରା ସେବା କର । ଲେଖି ଦିଅ କି ଅବିନାଶୀ ପିତାଙ୍କଠାରୁ ୨୧ ଜନ୍ମ
ପାଇଁ ସ୍ୱର୍ଗର ରାଜତ୍ୱ ଏକ ସେକେଣ୍ଡ ଭିତରେ କିପରି ମିଳୁଛି - ତାହା ଆସି ବୁଝନ୍ତୁ । ଯେପରି
ଦୀପାବଳୀରେ ଲୋକମାନେ ବହୁତ ଦୋକାନ ଖୋଲି ବସିଥା’ନ୍ତି, ତୁମକୁ ପୁଣି ଅବିନାଶୀ ଜ୍ଞାନ ରତ୍ନର
ଦୋକାନ ଖୋଲି ବସିବାକୁ ହେବ । ତୁମମାନଙ୍କର ଦୋକାନ କେତେ ସୁନ୍ଦର ସଜାସଜ୍ଜି ହୋଇଥିବ । ଯେମିତି
ଲୋକମାନେ ଦୀପାବଳୀ ଦିନ ଦୋକାନ କରୁଛନ୍ତି, ତୁମେ ସେମିତି ଶିବଜୟନ୍ତୀରେ କର, ଯେଉଁ ଶିବବାବା
ସମସ୍ତଙ୍କର ଆତ୍ମା ଦୀପକୁ ଜାଗ୍ରତ କରୁଛନ୍ତି, ତୁମମାନଙ୍କୁ ବିଶ୍ୱର ମାଲିକ କରୁଛନ୍ତି । ସେମାନେ
ତ ଲକ୍ଷ୍ମୀଙ୍କୁ ବିନାଶୀ ଧନ ମାଗିଥା’ନ୍ତି ଏବଂ ଏଠି ଜଗତଅମ୍ବାଙ୍କଠାରୁ ତୁମକୁ ବିଶ୍ୱର ରାଜତ୍ୱ
ପ୍ରାପ୍ତ ହେଉଛି । ଏହି ରହସ୍ୟ ହିଁ ବାବା ବୁଝାଉଛନ୍ତି । ବାବା ତ କୌଣସି ଶାସ୍ତ୍ର ଧରି ନ
ଥା’ନ୍ତି । ବାବା କହୁଛନ୍ତି ମୁଁ ଜ୍ଞାନର ସାଗର ଅଟେ ନା । ହଁ ଏକଥା ଜାଣିଛି ଯେ, ଅମୁକ ଅମୁକ
ପିଲାମାନେ ସେବା ବହୁତ ଭଲ କରୁଛନ୍ତି ତେଣୁ ମନେପଡିଥା’ନ୍ତି । ବାକି ଏପରି ନୁହେଁ ଜଣ ଜଣଙ୍କର
ଭିତର କଥା ବସି ମୁଁ ଜାଣିଥାଏ । ହଁ କେତେବେଳେ ମଧ୍ୟ ଜଣାପଡିଯାଏ କି - ଇଏ ପତିତ ଅଟେ ସେମାନଙ୍କ
ପ୍ରତି ସନ୍ଦେହ ହୋଇଥାଏ । ତାଙ୍କର ଚେହେରା ମଧ୍ୟ ଫିକା ପଡିଯାଇଥାଏ ଏବଂ ଉପରୁ ମଧ୍ୟ ଶିବବାବା କହି
ପଠାଇଥା’ନ୍ତି, ଏହାଙ୍କୁ ପଚାର । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ତାହା ମଧ୍ୟ କାହା
କାହା ପାଇଁ କହିଥା’ନ୍ତି ବାକି ଏପରି ନୁହେଁ କି ସମସ୍ତଙ୍କ ପାଇଁ କହିବେ । ଏହିପରି ତ ଅନେକ
ଅଛନ୍ତି, ଯେଉଁମାନେ ମୁହଁ କଳା କରିଥା’ନ୍ତି । ଯେଉଁମାନେ କରିବେ ସେମାନେ ନିଜର ହିଁ କ୍ଷତି କରିବେ
। ସତ କଥା କହିବା ଦ୍ୱାରା କିଛିଟା ଲାଭ ହୋଇଥାଏ, ନ କହିଲେ ଆହୁରି ଅଧିକ କ୍ଷତି କରିଥା’ନ୍ତି ।
ବୁଝିବା ଦରକାର ବାବା ଆମକୁ ଗୋରା କରିବା ପାଇଁ ଆସିଛନ୍ତି, କିନ୍ତୁ ମୁଁ ନିଜର କଳା ମୁହଁ
କରିଦେଉଛି! ଏହା କଣ୍ଟାର ଦୁନିଆ । ହ୍ୟୁମ୍ୟାନ୍ କଣ୍ଟା । ମନୁଷ୍ୟମାନେ ହିଁ କଣ୍ଟା ଅଟନ୍ତି ।
ସତ୍ୟଯୁଗକୁ ଆଲ୍ଲାଙ୍କର ବଗିଚା କୁହାଯାଏ ଏବଂ ଏହା ହେଉଛି କଣ୍ଟାର ଜଙ୍ଗଲ । ତେଣୁ ବାବା କହୁଛନ୍ତି
ଯେତେବେଳେ ଧର୍ମର ଗ୍ଲାନୀ ହୋଇଥାଏ, ସେତେବେଳେ ମୁଁ ଧରାପୃଷ୍ଠକୁ ଆସିଥାଏ, ପ୍ରଥମ ନମ୍ବର
ଶ୍ରୀକୃଷ୍ଣଙ୍କୁ ଦେଖ ୮୪ ଜନ୍ମ ପରେ ପୁଣି କିପରି ହୋଇଯାଉଛନ୍ତି । ଏବେ ସମସ୍ତେ ତମଃପ୍ରଧାନ
ଅଟନ୍ତି । ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି । ଏହା ମଧ୍ୟ ଡ୍ରାମାରେ ଅଛି । ସ୍ୱର୍ଗରେ ଏସବୁ
ରହିବ ନାହିଁ । ଜ୍ଞାନର କଥା ତ ବହୁତ ରହିଛି, ଯାହାକୁ ଟିପି ରଖିବା ଦରକାର । ଯେମିତି
ବାରିଷ୍ଟରମାନେ ମଧ୍ୟ ଆଇନ୍ ଜ୍ଞାନର ବହି ରଖିଥା’ନ୍ତି ନା । ଡାକ୍ତରମାନେ ମଧ୍ୟ ପୁସ୍ତକ
ରଖିଥା’ନ୍ତି ସେଥିରୁ ଦେଖି ଔଷଧ ଦେଇଥା’ନ୍ତି । ତେଣୁ ପିଲାମାନଙ୍କୁ କେତେ ଭଲ ରୂପେ ଏ ସବୁ ପଢିବା
ଦରକାର । ସେବା ମଧ୍ୟ କରିବା ଦରକାର । ବାବା ତ ଶ୍ରେଷ୍ଠ ମନ୍ତ୍ର ଦେଇଛନ୍ତି ମନମନାଭବ । ବାବା ଏବଂ
ସମ୍ପତ୍ତିକୁ ମନେ ପକାଇଲେ ହିଁ ସ୍ୱର୍ଗର ମାଲିକ ହୋଇଯିବ । ଶିବଜୟନ୍ତୀ ପାଳନ କରୁଛନ୍ତି । କିନ୍ତୁ
ଶିବବାବା କ’ଣ କରିଥିଲେ? ନିଶ୍ଚିତ ସ୍ୱର୍ଗର ସମ୍ପତ୍ତି ଦେଇଥିବେ । ଯାହାକୁ ୫ ହଜାର ବର୍ଷ
ହୋଇଗଲାଣି । ସ୍ୱର୍ଗରୁ ନର୍କ ପୁଣି ନର୍କରୁ ସ୍ୱର୍ଗ ହେବ ।
ବାବା ବୁଝାଉଛନ୍ତି -
ପିଲାମାନେ ଯୋଗଯୁକ୍ତ ହୁଅ ତେବେ ତୁମେ ସବୁ କଥା ଭଲ ଭାବରେ ବୁଝିପାରିବ । କିନ୍ତୁ ଯୋଗ ଠିକ୍ ନାହିଁ,
ବାବାଙ୍କୁ ମନେ ପକାଉ ନାହାଁନ୍ତି, ତେଣୁ କିଛି ବୁଝିପାରୁ ନାହାଁନ୍ତି । ବିକର୍ମ ମଧ୍ୟ ବିନାଶ
ହେଉ ନାହିଁ । ଯୋଗଯୁକ୍ତ ହୋଇ ନ ରହିବାରୁ ସଦ୍ଗତି ମଧ୍ୟ ହୁଏ ନାହିଁ, ପାପ ରହିଯାଏ । ପୁଣି ପଦ
ମଧ୍ୟ କମ୍ ହୋଇଯାଇଥାଏ । ବହୁତ ଅଛନ୍ତି ଯାହାଙ୍କର ଯୋଗ କିଛି ହେଲେ ନ ଥାଏ, ନାମ ରୂପରେ ସବୁବେଳେ
ବାନ୍ଧି ହୋଇ ରହିଥା’ନ୍ତି । ପୁଣି ସେହିମାନଙ୍କ କଥା ମନେ ପଡିଥାଏ, ତେବେ ବିକର୍ମ କିପରି ବିନାଶ
ହେବ? ସେଥିପାଇଁ ବାବା କହୁଛନ୍ତି କି ଆତ୍ମ-ଅଭିମାନୀ ହୁଅ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଶିବଜୟନ୍ତୀ
ଅବସରରେ ଅବିନାଶୀ ଜ୍ଞାନ ରତ୍ନର ଦୋକାନ ଖୋଲି ସେବା କରିବାକୁ ହେବ । ସମସ୍ତଙ୍କୁ ବାବାଙ୍କର
ପରିଚୟ ଦେଇ ପ୍ରତ୍ୟେକ ଘରକୁ ଜ୍ଞାନର ଆଲୋକରେ ଆଲୋକିତ କରିବାକୁ ହେବ ।
(୨) ସତ୍ୟପିତାଙ୍କ ସହିତ
ସତ୍ୟତା ପୂର୍ବକ ରହିବାକୁ ହେବ । କୌଣସି ବିକର୍ମ କରି ଲୁଚାଇବା ଉଚିତ୍ ନୁହେଁ । ଏପରି ଯୋଗଯୁକ୍ତ
ହେବାକୁ ପଡିବ ଯେପରି କୌଣସି ପାପ ରହି ନ ଯାଏ । କାହାର ନାମ ରୂପରେ ଆକର୍ଷିତ ହେବାର ନାହିଁ ।
ବରଦାନ:-
ମୁଁ ପଣିଆର
ଚେତନାକୁ ସମାପ୍ତ କରୁଥିବା ବ୍ରହ୍ମାବାବାଙ୍କ ସମାନ ଶ୍ରେଷ୍ଠ ତ୍ୟାଗୀ ହୁଅ ।
ସମ୍ବନ୍ଧର ତ୍ୟାଗ, ବୈଭବ
ତ୍ୟାଗ କୌଣସି ବଡ କଥା ନୁହେଁ କିନ୍ତୁ ପ୍ରତ୍ୟେକ କାର୍ଯ୍ୟରେ, ସଂକଳ୍ପରେ ମଧ୍ୟ ଅନ୍ୟମାନଙ୍କୁ
ଆଗରେ ରଖିବାର ଭାବନା ରଖିବା ଅର୍ଥାତ୍ ନିଜର ମୁଁ ପଣିଆକୁ ସମାପ୍ତ କରିଦେବା, “ପ୍ରଥମେ ଆପଣ”
କରିବା.... ଏହା ହିଁ ହେଉଛି ଶ୍ରେଷ୍ଠ ତ୍ୟାଗ । ଏହାକୁ ହିଁ କୁହାଯାଏ ନିଜର ମୁଁ ପଣିଆକୁ ସମାପ୍ତ
କରିଦେବା । ଯେପରି ବ୍ରହ୍ମାବାବା ସର୍ବଦା ପିଲାମାନଙ୍କୁ ଆଗରେ ରଖିଥିଲେ, “ମୁଁ ଆଗରେ ରହିବି”
ଏଥିରେ ମଧ୍ୟ ସର୍ବଦା ତ୍ୟାଗୀ ହୋଇଗଲେ । ଏହି ତ୍ୟାଗ କାରଣରୁ ହିଁ ସମସ୍ତଙ୍କ ଠାରୁ ଆଗକୁ ଯିବାର
ଅର୍ଥାତ୍ ନମ୍ବରୱାନ ହେବାର ଫଳ ମିଳିଗଲା । ତେଣୁ ତୁମେମାନେ ମଧ୍ୟ ନିଜର ପିତାଙ୍କୁ ଅନୁକରଣ କର ।
ସ୍ଲୋଗାନ:-
ତୁରନ୍ତ କାହାର
ଦୋଷ ବାଛିବା - ଏହା ମଧ୍ୟ ଦୁଃଖ ଦେବା ଅଟେ ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର
(୨) ଯେପରି ଉଚ୍ଚ ଉଚ୍ଚ
ଟାୱାର ଦ୍ୱାରା ସକାଶ ଦେଉଛନ୍ତି ବା ଲାଇଟ୍ ମାଇଟ୍ ବିଚ୍ଛୁରିତ କରୁଛନ୍ତି । ସେହିପରି ତୁମେ
ପିଲାମାନେ ମଧ୍ୟ ନିଜର ଉଚ୍ଚ ସ୍ଥିତି ଅର୍ଥାତ୍ ଉଚ୍ଚ ସ୍ଥାନ ଉପରେ ବସି ଅତିକମ୍ରେ ୪ ଘଣ୍ଟା
ବିଶ୍ୱକୁ ଲାଇଟ୍ ଅର୍ଥାତ୍ ଆଲୋକ ଏବଂ ମାଇଟ୍ ଅର୍ଥାତ୍ ଶକ୍ତି ପ୍ରଦାନ କର । ଯେପରି ସୂର୍ଯ୍ୟ
ମଧ୍ୟ ବିଶ୍ୱକୁ ଏଥିପାଇଁ ଆଲୋକ ଦେଇପାରୁଛି ଯେହେତୁ ସେ ଉଚ୍ଚରେ ରହିଛି । ତେଣୁ ଏହି ସାକାର
ସୃଷ୍ଟିକୁ ସକାଶ ଦେବା ପାଇଁ ଉଚ୍ଚ ସ୍ଥାନର ନିବାସୀ ହୁଅ ।