02.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଏହା
ବାବାଙ୍କର ବିଚିତ୍ର ଦୋକାନ ଅଟେ, ଯେଉଁଠି ସବୁ ପ୍ରକାରର ଜିନିଷ ମିଳିଥାଏ, ସେହି ଦୋକାନର
ତୁମେମାନେ ହିଁ ମାଲିକ ଅଟ ।”
ପ୍ରଶ୍ନ:-
ଏହି ବିଚିତ୍ର
ଦୋକାନୀଙ୍କର କେହି ବି ନକଲ କରିପାରିବେ ନାହିଁ, କାହିଁକି?
ଉତ୍ତର:-
କାହିଁକି ନା ସେ ନିଜେ ହିଁ ସର୍ବ ସମ୍ପତ୍ତିର ଭଣ୍ଡାର ଅଟନ୍ତି । ଜ୍ଞାନ, ସୁଖ, ଶାନ୍ତି,
ପବିତ୍ରତା ସବୁଥିରେ ସାଗର ଅଟନ୍ତି । ତେଣୁ ଯାହାକୁ ଯାହା ଦରକାର ତାହା ଏହିଠାରେ ମିଳିପାରିବ ।
ନିବୃତ୍ତି ମାର୍ଗୀଙ୍କ ପାଖରେ ଏହି ଜିନିଷ ସବୁ ମିଳିପାରିବ ନାହିଁ । କେହି ବି ନିଜକୁ ବାବାଙ୍କ
ସମାନ ସାଗର କହିପାରିବେ ନାହିଁ ।
ଗୀତ:-
ତୁହ୍ମେ ପାକେ
ହମନେ...
ଓମ୍ ଶାନ୍ତି ।
ଏବେ ପିଲାମାନେ ଅବିନାଶୀ ପିତାଙ୍କ ସମ୍ମୁଖରେ ବସିଛନ୍ତି । ଏହାଙ୍କୁ ବେହଦର ପିତା ମଧ୍ୟ କୁହାଯିବ
ଏବଂ ବେହଦର ଦାଦା (ଜେଜେବାପା) ମଧ୍ୟ କୁହାଯିବ । ବେହଦର ପିଲାମାନେ ବସିଛନ୍ତି ଏବଂ ବାବା ବେହଦର
ଜ୍ଞାନ ଦେଉଛନ୍ତି । ହଦର କଥା ସବୁ ଏବେ ସମାପ୍ତ ହୋଇଗଲା । ଏବେ ବାବାଙ୍କଠାରୁ ବେହଦର ସମ୍ପତ୍ତି
ନେବାର ଅଛି । ଏହା ହିଁ ଏକମାତ୍ର ଦୋକାନ । ମନୁଷ୍ୟମାନଙ୍କୁ ଜଣାନାହିଁ ଯେ ଆମେ କ’ଣ ଚାହୁଁଛୁ ।
ବେହଦ ପିତାଙ୍କର ଦୋକାନ ତ ବହୁତ ବଡ । ତାଙ୍କୁ କୁହାଯାଏ ସୁଖର ସାଗର, ପବିତ୍ରତାର ସାଗର, ଆନନ୍ଦର
ସାଗର, ଜ୍ଞାନର ସାଗର... କେହି କେହି ଦୋକାନୀ ଥା’ନ୍ତି ତାଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାରର
ଜିନିଷ ଥାଏ । ତେବେ ଇଏ ହେଲେ ବେହଦର ପିତା । ଏହାଙ୍କ ପାଖରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର
ଜିନିଷ ଅଛି । କ’ଣ କ’ଣ ଅଛି? ବାବା ଜ୍ଞାନର ସାଗର, ସୁଖର, ଶାନ୍ତିର ସାଗର ଅଟନ୍ତି । ତାଙ୍କ
ପାଖରେ ଏହି ଆଶ୍ଚର୍ଯ୍ୟଜନକ ଅଲୌକିକ ଜିନିଷ ଅଛି । ପୁଣି ଗାୟନ ମଧ୍ୟ କରାଯାଉଛି - ସୁଖକର୍ତ୍ତା ।
ଏହା ହିଁ ଏକମାତ୍ର ଦୋକାନ ଆଉ ତ କାହାର ଏଭଳି ଦୋକାନ ନାହିଁ । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କ ପାଖରେ
କ’ଣ ଜିନିଷ ଅଛି? କିଛି ବି ନାହିଁ । ସବୁଠାରୁ ଶ୍ରେଷ୍ଠ ଜିନିଷ ବାବାଙ୍କ ପାଖରେ ଅଛି ସେଥିପାଇଁ
ତାଙ୍କର ମହିମା ଗାୟନ ହେଉଛି । ତ୍ୱମେବ ମାତାଶ୍ଚ ପିତା... ଏହିଭଳି ମହିମା କେବେ କାହାର ଗାୟନ
ହୁଏ ନାହିଁ । ମନୁଷ୍ୟ ଶାନ୍ତି ପାଇଁ ଚତୁର୍ଦ୍ଦିଗରେ ଘୂରି ବୁଲୁଛନ୍ତି । କାହାକୁ ଔଷଧ ଦରକାର,
କାହାକୁ ଆଉ କ’ଣ ଦରକାର । ତାହା ସବୁ ହେଲା ହଦର ଦୋକାନ । ସାରା ଦୁନିଆରେ ସମସ୍ତଙ୍କ ପାଖରେ
ବିନାଶୀ ଜିନିଷ ଅଛି । ଇଏ ଏକମାତ୍ର ପିତା ଯାହାଙ୍କ ପାଖରେ ଅବିନାଶୀ ଜିନିଷ ଅଛି ସେଥିପାଇଁ
ତାଙ୍କର ମହିମା ମଧ୍ୟ ଗାଉଛନ୍ତି - ପତିତ-ପାବନ, ମୁକ୍ତିଦାତା, ଜ୍ଞାନର ସାଗର, ଆନନ୍ଦର ସାଗର
ଅଟନ୍ତି । ଏହା ସବୁ ହେଲା ଭେରାଇଟୀ ସାମଗ୍ରୀ । ଯଦି ଏହାର ତାଲିକା ଲେଖିବା ତେବେ ବହୁତ ହୋଇଯିବ
। ଯେଉଁ ବାବାଙ୍କ ପାଖରେ ଏହି ସବୁ ଜିନିଷ ଅଛି ତାଙ୍କର ପିଲାମାନଙ୍କର ମଧ୍ୟ ସେସବୁ ଜିନିଷ ଉପରେ
ଅଧିକାର ଅଛି । କିନ୍ତୁ ଏକଥା ବୁଦ୍ଧିରେ ଆସୁନାହିଁ ଯେ ଯେବେ ଏହିଭଳି ପିତାଙ୍କର ଆମେ ସନ୍ତାନ
ତେବେ ପିତାଙ୍କର ଜିନିଷ ଉପରେ ଆମେ ମାଲିକ ହେବା ଦରକାର । ବାବା ଆସୁଛନ୍ତି ମଧ୍ୟ ଭାରତକୁ ।
ବାବାଙ୍କ ପାଖରେ ଯେଉଁ ସବୁ ଜିନିଷ ଅଛି - ସିଏ ନିଶ୍ଚିତ ସାଥିରେ ନେଇ ଆସିବେ । ତାଙ୍କ ପାଖକୁ
ଆଣିବା ପାଇଁ ତ ତୁମେ ଯାଇପାରିବ ନାହିଁ । ବାବା କହୁଛନ୍ତି ମୋତେ ଆସିବାକୁ ପଡିଥାଏ । କଳ୍ପ-କଳ୍ପ
କଳ୍ପର ସଂଗମଯୁଗରେ ମୁଁ ଆସି ତୁମକୁ ସବୁ ଜିନିଷ ଦେଇଯାଉଛି । ମୁଁ ତୁମକୁ ଯେଉଁ ଜିନିଷ ସବୁ ଦେଉଛି
ତାହା ଆଉ କେବେ ମିଳିପାରିବ ନାହିଁ । ଅଧାକଳ୍ପ ପାଇଁ ତୁମର ସବୁ ଭଣ୍ଡାର ଭରପୁର ହୋଇଯାଉଛି । ଏଭଳି
କୌଣସି ଅପ୍ରାପ୍ତ ବସ୍ତୁ ରହୁ ନାହିଁ ଯାହା ପାଇଁ ପୁଣି ଡାକିବାକୁ ପଡିବ । ଡ୍ରାମା ପ୍ଲାନ୍
ଅନୁସାରେ ତୁମେ ସମସ୍ତେ ସମ୍ପତ୍ତି ନେବା ପରେ ପୁଣି ଧୀରେ ଧୀରେ ୮୪ ଜନ୍ମର ସିଢିରେ ତଳକୁ ଖସିଥାଅ
। ପୁନର୍ଜନ୍ମ ମଧ୍ୟ ନିଶ୍ଚିତ ନେବାକୁ ପଡିବ । ୮୪ ଜନ୍ମ ମଧ୍ୟ ନେବାକୁ ପଡିବ । ସମସ୍ତେ ୮୪ ଚକ୍ର
କହିଥାନ୍ତି କିନ୍ତୁ ଅର୍ଥ ବୁଝିନାହାଁନ୍ତି । ୮୪ ପରିବର୍ତ୍ତେ ୮୪ ଲକ୍ଷ ଜନ୍ମ କହିଦେଉଛନ୍ତି ।
ମାୟା ଭୁଲ କରାଇଦେଉଛି । ଏହି କଥା ଏବେ ତୁମେ ବୁଝୁଛ ପୁଣି ତ ଏହା ସବୁ ତୁମେ ଭୁଲିଯିବ । ଏହି
ସମୟରେ ସର୍ବ ପ୍ରାପ୍ତି କରୁଛ ଓ ସତ୍ୟଯୁଗରେ ରାଜତ୍ୱ କରୁଛ । କିନ୍ତୁ ଦେବୀଦେବତାମାନଙ୍କୁ ଏକଥା
ଜଣାପଡେ ନାହିଁ ଯେ ଏହି ରାଜତ୍ୱ ଆମକୁ କିଏ ଦେଲେ? ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କେବେ ଥିଲା?
ସ୍ୱର୍ଗ ସୁଖର ଗାୟନ ମଧ୍ୟ ହେଉଛି । ବାବା ତ ସବୁ ପ୍ରକାରର ସୁଖ ଦେଉଛନ୍ତି । ଏହାଠାରୁ ଅଧିକ
କୌଣସି ସୁଖ ନାହିଁ । ପୁଣି ସେହି ସୁଖ ମଧ୍ୟ ପ୍ରାୟ ଲୋପ ହୋଇଯାଏ । ଅଧାକଳ୍ପ ପରେ ରାବଣ ଆସି ସବୁ
ସୁଖ ଛଡେଇ ନେଇଥାଏ । ଯଦି କେହି କାହା ଉପରେ କ୍ରୋଧ କରେ ଏକଥା କୁହାଯାଏ ଯେ ତା’ର ବୁଦ୍ଧି-ବିବେକ
ହିଁ ସମାପ୍ତ ହୋଇଗଲାଣି । ତୁମେମାନେ ମଧ୍ୟ ଯେଉଁଭଳି ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ
ଥିଲ ସେହି କଳା ସମାପ୍ତ ହୋଇଗଲାଣି । ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହାର ବି ଏତେ ମହିମା ନାହିଁ
। କୁହାଯାଏ ନା - ପଇସା ଥିଲେ ଲାଡକାନା (ପାକିସ୍ତାନର ଗୋଟିଏ ଦର୍ଶନୀୟ ସ୍ଥାନ) ବୁଲି ଆସ ।
ତୁମେ ବିଚାର କର ଯେ ସ୍ୱର୍ଗରେ କେତେ ଅସରନ୍ତି ଧନ ସମ୍ପତ୍ତି ଥିଲା । ଏବେ କ’ଣ ସେସବୁ ଅଛି । ସବୁ
କିଛି ହଜି ଯାଇଛି । ଯେହେତୁ ସେମାନେ ଧର୍ମଭ୍ରଷ୍ଟ, କର୍ମ ଭ୍ରଷ୍ଟ ହୋଇଯାଇଥା’ନ୍ତି, ତେଣୁ ଧନ
ସମ୍ପତ୍ତି ମଧ୍ୟ ସବୁ ସମାପ୍ତ ହୋଇଯାଏ ପୁଣି ତଳକୁ ଖସିବାକୁ ଲାଗନ୍ତି । ବାବା କହୁଛନ୍ତି ତୁମକୁ
ଏତେ ଧନ ଦେଇଥିଲି, ତୁମକୁ ହୀରା ଭଳି ମଧ୍ୟ କରିଥିଲି ପୁଣି ତୁମେ ସବୁ ଧନ ସମ୍ପତ୍ତି କ’ଣ କଲ? ଏବେ
ପୁଣି ବାବା କହୁଛନ୍ତି ନିଜର ସମ୍ପତ୍ତିକୁ ନିଜେ ପୁରୁଷାର୍ଥ କରି ନେଇଯାଅ । ତୁମେ ଜାଣିଛ ଯେ ବାବା
ଆମକୁ ପୁଣି ସ୍ୱର୍ଗର ବାଦଶାହୀ ଦେଉଛନ୍ତି ଏବଂ କହୁଛନ୍ତି ହେ ପିଲାମାନେ ମୋତେ ମନେ ପକାଅ ତେବେ
ତୁମ ଉପରେ ଯେଉଁ କଳଙ୍କି ଲାଗିଛି ତାହା ଛାଡିଯିବ । ପିଲାମାନେ କହୁଛନ୍ତି, ବାବା ଆମେ ଭୁଲିଯାଉଛୁ
। ଏହା କିପରି କଥା? କନ୍ନ୍ୟା ଯେତେବେଳେ ବିବାହ କରିଥାଏ ତେବେ ସିଏ କ’ଣ ପତିକୁ କେବେ ଭୁଲିଯାଏକି!
ପିଲାମାନେ କେବେ ତାଙ୍କର ପିତାଙ୍କୁ ଭୁଲି ଯାଆନ୍ତି କି? ବାବା ତ ଦାତା ଅଟନ୍ତି । ଯେହେତୁ
ପିଲାମାନଙ୍କୁ ସମ୍ପତ୍ତି ନେବାର ଅଛି ତେଣୁ ନିଶ୍ଚିତ ମନେ ପକାଇବାକୁ ହେବ । ବାବା ବୁଝାଉଛନ୍ତି -
ମଧୁର ସନ୍ତାନମାନେ ଯଦି ବାବାଙ୍କ ସ୍ମୃତିରେ ରହିବ ତେବେ ବିକର୍ମ ବିନାଶ ହେବ, ଏହା ବିନା ଆଉ
କୌଣସି ଉପାୟ ନାହିଁ । ଭକ୍ତିମାର୍ଗରେ ତୀର୍ଥଯାତ୍ରା, ଗଙ୍ଗାସ୍ନାନ ଆଦି ଯାହା କିଛି କରିଆସିଛ,
ତାହା ଦ୍ୱାରା ସିଢିରେ ତଳକୁ ହିଁ ଖସି ଖସି ଆସିଛ । ଉପରକୁ ତ ଚଢିବାର ଉପାୟ ନାହିଁ । ସମସ୍ତଙ୍କର
ଖସିବାର କଳା ହିଁ ନିର୍ଦ୍ଧାରିତ ହୋଇ ରହିଛି । ସେମାନେ ଯାହା କହିଥାନ୍ତି ଯେ ଅମୁକ ମୁକ୍ତି
ପାଇଗଲା କିନ୍ତୁ ସେମାନେ ମିଥ୍ୟା କହିଥାନ୍ତି । କେହି ବି ଡ୍ରାମା ମଝିରେ ଫେରିଯାଇ ପାରିବେ ନାହିଁ
। ବାବା ଆସିଛନ୍ତି ତୁମକୁ ୧୬ କଳା ସମ୍ପୂର୍ଣ୍ଣ କରିବା ପାଇଁ ତୁମେ ହିଁ ଗାଉଥିଲ ଯେ ମୋ ଭଳି
ଗୁଣହୀନ ଭିତରେ କୌଣସି ବି ଗୁଣ ନାହିଁ । ଏବେ ତୁମେ ଜାଣୁଛ ଯେ ବାବା ଆସି ଗୁଣବାନ କରୁଛନ୍ତି ।
ଆମେମାନେ ହିଁ ଗୁଣବାନ, ପୂଜ୍ୟ ଥିଲୁ । ଆମେ ହିଁ ସମ୍ପତ୍ତି ନେଇଥିଲେ ଯାହାକୁ ୫୦୦୦ ବର୍ଷ
ହୋଇଗଲାଣି । ବାବା ମଧ୍ୟ କହୁଛନ୍ତି ଯେ ମୁଁ ତୁମକୁ ସମ୍ପତ୍ତି ଦେଇ ଯାଇଥିଲି । ଶିବଜୟନ୍ତୀ,
ରକ୍ଷାବନ୍ଧନ, ଦଶହରା ଆଦି ପର୍ବ ପାଳନ କରୁଛନ୍ତି କିନ୍ତୁ ସେ ବିଷୟରେ କିଛି ଜାଣି ନାହାଁନ୍ତି ।
ସବୁ କିଛି ଭୁଲିଯାଇଛନ୍ତି । ପୁଣି ବାବା ଆସି ମନେ ପକାଇ ଦେଉଛନ୍ତି । ତୁମେମାନେ ହିଁ ମାଲିକ ଥିଲ,
ପୁଣି ତୁମେମାନେ ହିଁ ରାଜ୍ୟଭାଗ୍ୟ ହରାଇଛ । ବାବା ବୁଝାଉଛନ୍ତି - ଏବେ ଏହି ସାରା ଦୁନିଆ ପୁରୁଣା
ଜୀର୍ଣ୍ଣଶୀର୍ଣ୍ଣ ଅଟେ । ଦୁନିଆ ତ ଗୋଟିଏ । ଏହି ଭାରତ ନୂଆ ଥିଲା, ଏବେ ପୁରୁଣା ହୋଇଯାଇଛି ।
ସ୍ୱର୍ଗରେ ସର୍ବଦା ସୁଖ ରହିଥାଏ । ପୁଣି ଦ୍ୱାପରଠାରୁ ଯେତେବେଳେ ଦୁଃଖ ଆରମ୍ଭ ହୁଏ, ସେତେବେଳେ
ଏହିସବୁ ବେଦଶାସ୍ତ୍ର ଆଦି ତିଆରି ହୁଏ । ଭକ୍ତି କରି କରି ଯେତେବେଳେ ଭକ୍ତି ପୂର୍ଣ୍ଣ ହେବ ତେବେ
ତ ଭଗବାନ ଆସିବେ ନା । ବ୍ରହ୍ମାଙ୍କର ଦିନ ବ୍ରହ୍ମାଙ୍କର ରାତି ଅଧା ଅଧା ହୋଇଥିବ ନା । ଜ୍ଞାନ
ହେଲା ଦିନ, ଭକ୍ତି ହେଲା ରାତି । ସେମାନେ ତ କଳ୍ପର ଆୟୁଷ ଓଲଟା ପାଲଟା କରି ଦେଇଛନ୍ତି ।
ତେଣୁ ପ୍ରଥମେ ତୁମେ ସମସ୍ତଙ୍କୁ ବାବାଙ୍କର ମହିମା ଶୁଣାଅ । ବାବା ଜ୍ଞାନର ସାଗର, ଶାନ୍ତିର ସାଗର
ଅଟନ୍ତି । ଶ୍ରୀକୃଷ୍ଣଙ୍କୁ କ’ଣ କହିପାରିବା ଯେ - ନିରାକାର ପତିତ-ପାବନ, ସୁଖର ସାଗର..... ନାଁ,
ତାଙ୍କର ମହିମା ହିଁ ଅଲଗା । ରାତି ଦିନର ଫରକ ଅଛି । ଶିବଙ୍କୁ ହିଁ ବାବା କହିଥା’ନ୍ତି ।
ଶ୍ରୀକୃଷ୍ଣ ବାବା ଅକ୍ଷର ଶୋଭା ପାଉ ନାହିଁ । ଏହା କେତେ ବଡ ଭୁଲ । ପୁଣି ଛୋଟ ଛୋଟ ଭୁଲ କରି କରି
ବାବାଙ୍କୁ ୧୦୦ ପ୍ରତିଶତ ଭୁଲି ଗଲେଣି । ବାବା କହୁଛନ୍ତି - ସନ୍ନ୍ୟାସୀମାନଙ୍କଠାରୁ କେବେହେଲେ
ଏହି ସଉଦା ମିଳିପାରିବ ନାହିଁ । ସେମାନେ ନିବୃତ୍ତିମାର୍ଗର ହିଁ ଅଟନ୍ତି । ତୁମେ ହେଲ ପ୍ରବୃତ୍ତି
ମାର୍ଗୀ । ତୁମେମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲ, ନିର୍ବିକାରୀ ଦୁନିଆ ଥିଲା । ଏହା ହେଲା
ବିକାରୀ ଦୁନିଆ । କହୁଛନ୍ତି ସତ୍ୟଯୁଗରେ କ’ଣ ସନ୍ତାନ ଜନ୍ମ ହୁଅନ୍ତି ନାହିଁ? ସେଠାରେ ମଧ୍ୟ
ବିକାର ଥିଲା ନା । ଆରେ, ସିଏ ତ ହେଲା ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ । ସମ୍ପୂର୍ଣ୍ଣ
ନିର୍ବିକାରୀ ଦେବତା ପୁଣି ବିକାରୀ କିପରି ହୋଇପାରିବେ? ସତ୍ୟଯୁଗରେ ଏତେ ସବୁ ମନୁଷ୍ୟ ରହିବେ, ଏହା
କିପରି ସମ୍ଭବ । ସେଠାରେ କ’ଣ ଏତେ ମନୁଷ୍ୟ ଥା’ନ୍ତି । ସେତେବେଳେ ଭାରତ ବ୍ୟତୀତ ଆଉ କୌଣସି
ରାଷ୍ଟ୍ର ନ ଥିବ । ତେଣୁ ସେମାନେ କହୁଛନ୍ତି ଆମେ ଏହି କଥା ଗ୍ରହଣ କରିପାରୁନାହୁଁ । ଦୁନିଆ ତ ସଦା
ସର୍ବଦା ଭରପୂର ହୋଇ ରହିଥାଏ, କିଛି ବି ବୁଝିପାରୁ ନାହାଁନ୍ତି । ବାବା ବୁଝାଉଛନ୍ତି ଯେ ଭାରତ
ସୁବର୍ଣ୍ଣଯୁଗ ଥିଲା । ଏବେ ତ କଳିଯୁଗ, ସମସ୍ତେ ପଥର ବୁଦ୍ଧି ଅଟନ୍ତି । ଏବେ ତୁମେ ପିଲାମାନେ
ଡ୍ରାମାକୁ ବୁଝିଗଲଣି । ଗାନ୍ଧୀ ଇତ୍ୟାଦି ସମସ୍ତେ ରାମରାଜ୍ୟ ଚାହୁଁଥିଲେ । ଶାସ୍ତ୍ରରେ ବର୍ଣ୍ଣନା
ଅଛି ମହାଭାରତ ଲଢେଇ ଲାଗିଲା, ଖେଳ ସମାପ୍ତ । ପୁଣି ତା’ପରେ କ’ଣ ହେଲା? କିଛି ବି
ଦେଖାଇନାହାଁନ୍ତି । ବାବା ଆସି ଏହି କଥା ବୁଝାଉଛନ୍ତି । ଏହା ତ ବିଲ୍କୁଲ ସହଜ ଅଟେ । ଶିବ
ଜୟନ୍ତୀ ପାଳନ କରୁଛନ୍ତି, ତେବେ ନିଶ୍ଚିତ ଶିବବାବା ଆସୁଛନ୍ତି । ସିଏ ହେଲେ ସ୍ୱର୍ଗର ରଚୟିତା
ଈଶ୍ୱର ପିତା, ତେଣୁ ନିଶ୍ଚିତ ସ୍ୱର୍ଗର ଗେଟ୍ ଖୋଲିବା ପାଇଁ ଆସିବେ । ଆସିବେ ମଧ୍ୟ ସେତେବେଳେ
ଯେତେବେଳେ ନର୍କ ଦୁନିଆ ଥିବ । ସ୍ୱର୍ଗର ଦ୍ୱାର ଖୋଲି ନର୍କର ଦ୍ୱାର ବନ୍ଦ କରିଦେବେ । ଯଦି
ସ୍ୱର୍ଗର ଦ୍ୱାର ଖୋଲିଯିବ ତେବେ ନିଶ୍ଚିତ ସମସ୍ତେ ସ୍ୱର୍ଗକୁ ହିଁ ଆସିବେ । ଏହିସବୁ କଥା କୌଣସି
କଷ୍ଟକର କଥା ନୁହେଁ । ସବୁ ମହିମା କେବଳ ଏକା ବାବାଙ୍କର ହିଁ ଅଟେ । ଶିବବାବାଙ୍କର ଗୋଟିଏ ମାତ୍ର
ଦୋକାନ । ସିଏ ହେଲେ ବେହଦର ପିତା । ବେହଦର ବାବାଙ୍କ ଦ୍ୱାରା ଭାରତକୁ ସ୍ୱର୍ଗର ସୁଖ ମିଳୁଛି ।
ବେହଦର ପିତା ସ୍ୱର୍ଗ ସ୍ଥାପନ କରିଛନ୍ତି । ନିଶ୍ଚିତ ଭାବରେ ସ୍ୱର୍ଗରେ ବେହଦର ସୁଖ ଥିଲା । ତେବେ
ଆମେ ପୁଣି ନିର୍କରେ କାହିଁକି ପଡିଛୁ? ଏକଥା କେହି ବି ଜାଣିନାହାଁନ୍ତି । ବାବା ବୁଝାଉଛନ୍ତି ଯେ
ତୁମେମାନେ ହିଁ ଥିଲ ପୁଣି ତୁମେମାନେ ହିଁ ତଳକୁ ଖସି ଆସିଛ । ଦେବତାମାନଙ୍କୁ ହିଁ ୮୪ ଜନ୍ମ
ନେବାକୁ ପଡିଥାଏ । ଏବେ ପୁଣି ସେହିମାନେ ହିଁ ପତିତ ହୋଇଯାଇଛନ୍ତି । ସେହିମାନଙ୍କୁ ହିଁ ପୁଣି
ପବିତ୍ର ହେବାର ଅଛି । ଯେପରି ବାବାଙ୍କର ମଧ୍ୟ ଜନ୍ମ ଅଛି ସେହିପରି ରାବଣ ମଧ୍ୟ ଜନ୍ମ ହୋଇଥାଏ ।
ଏ କଥା କାହାକୁ ବି ଜଣାନାହିଁ । ଯଦି କାହାକୁ ପଚାର ଯେ ରାବଣକୁ କେବେଠାରୁ ଜଳାଉଛ? ତେବେ କହିବେ
ତାହା ତ ଅନାଦି କାଳରୁ ଚାଲି ଆସିଛି । ଏହିସବୁ ରହସ୍ୟ ବାବା ହିଁ ବୁଝାଉଛନ୍ତି । ସେହି ଏକମାତ୍ର
ବାବାଙ୍କର ଦୋକାନର ମହିମା ରହିଛି । ସୁଖ, ଶାନ୍ତି, ପବିତ୍ରତା ମନୁଷ୍ୟଙ୍କଠାରୁ ମନୁଷ୍ୟଙ୍କୁ
ମିଳିପାରିବ ନାହିଁ । କେବଳ ଜଣଙ୍କୁ କ’ଣ ଶାନ୍ତି ମିଳିବ । ଏ କଥା ମିଛ କହୁଛନ୍ତି ଯେ
ଅମୁକଙ୍କଠାରୁ ଶାନ୍ତି ମିଳିଲା । ଶାନ୍ତି ତ ମିଳିବ ଶାନ୍ତିଧାମରେ । ଏଠାରେ ଜଣେ ଯଦି ଶାନ୍ତିରେ
ଥିବେ ଏବଂ ଅନ୍ୟ ଜଣେ ତାଙ୍କୁ ଅଶାନ୍ତ କରିବେ, ତେବେ ସିଏ ତ ଶାନ୍ତିରେ ରହିପାରିବେ ନାହିଁ । ସୁଖ,
ଶାନ୍ତି, ପବିତ୍ରତା ଏହି ସବୁ ଜିନିଷର ବ୍ୟବସାୟୀ ଏକମାତ୍ର ଶିବବାବା ଅଟନ୍ତି । ବାବାଙ୍କ ସହ କେହି
ଆସି ଏହି ଦିବ୍ୟ ଅଲୌକିକ ବ୍ୟବସାୟ କରନ୍ତୁ । ତାଙ୍କୁ ହିଁ କୁହାଯାଉଛି ସୌଦାଗର,
ପବିତ୍ରତା-ସୁଖ-ଶାନ୍ତି-ସମ୍ପତ୍ତି ସବୁ କିଛି ତାଙ୍କ ପାଖରେ ଅଛି । ଅପ୍ରାପ୍ତ କୌଣସି ବସ୍ତୁ ନାହିଁ
। ସ୍ୱର୍ଗର ରାଜ୍ୟ ତୁମେ ପ୍ରାପ୍ତ କରୁଛ । ବାବା ତ ଦେବା ପାଇଁ ଆସିଛନ୍ତି କିନ୍ତୁ ନେଲାବାଲା ଥକି
ଯାଉଛନ୍ତି । ମୁଁ କେବଳ ଦେବା ପାଇଁ ହିଁ ଆସୁଛି, ତୁମେ ନେବାରେ ଥଣ୍ଡା ହୋଇଯାଉଛ । ପିଲାମାନେ
କହୁଛନ୍ତି ବାବା ମାୟାର ତୋଫାନ ଆସୁଛି । ହଁ ପଦ ମଧ୍ୟ ବହୁତ ଉଚ୍ଚ ପାଇବାର ଅଛି । ସ୍ୱର୍ଗର
ମାଲିକ ହେଉଛ, ଏହା କ’ଣ କମ୍ କଥା! ମେହନତ ତ କରିବାକୁ ହେବ । ସେଥିପାଇଁ ଶ୍ରୀମତ ପାଳନ କର ।
ଯାହାସବୁ ଜିନିଷ ମିଳୁଛି, ତାହା ପୁଣି ଅନ୍ୟମାନଙ୍କୁ ମଧ୍ୟ ଦେବାକୁ ପଡିବ । ଦାନ ମଧ୍ୟ କରିବାକୁ
ପଡିବ । ଯଦି ପବିତ୍ର ହେବାର ଅଛି, ତେବେ ୫ ବିକାରର ଦାନ ନିଶ୍ଚିତ କରିବାକୁ ହେବ । ମେହନତ
କରିବାକୁ ପଡିବ । ବାବାଙ୍କୁ ମନେ ପକାଇବାକୁ ହେବ ତେବେ ଯାଇ କଳଙ୍କି ଛାଡିବ । ମୁଖ୍ୟ ହେଲା
ବାବାଙ୍କ ସ୍ମୃତି । ଭଲେ ପ୍ରତିଜ୍ଞା କର ଯେ ବାବା ମୁଁ କେବେହେଲେ ବିକାରଗ୍ରସ୍ତ ହେବି ନାହିଁ ।
କାହା ଉପରେ କ୍ରୋଧ କରିବି ନାହିଁ । କିନ୍ତୁ ନିଶ୍ଚିତ ଯୋଗଯୁକ୍ତ ହୋଇ ରହିବାକୁ ହେବ । ନଚେତ୍
ଜନ୍ମ ଜନ୍ମର ପାପ କିପରି ବିନାଶ ହେବ । ବାକି ଜ୍ଞାନ ତ ବହୁତ ସହଜ । ୮୪ ଜନ୍ମର ଚକ୍ର କିପରି
ଲଗାଇଛ ଏକଥା କାହାକୁ ବି ତୁମେ ବୁଝାଇପାରିବ । ବାକି ଯୋଗର ଯାତ୍ରାରେ ମେହନତ ଅଛି । ଭାରତର
ପ୍ରାଚୀନ ଯୋଗ ବହୁତ ପ୍ରସିଦ୍ଧ । ତେବେ ଜ୍ଞାନ କ’ଣ ଦେଉଛନ୍ତି? ମନମନାଭବ ଅର୍ଥାତ୍ କେବଳ ମୋତେ
ମନେ ପକାଅ ତାହେଲେ ତୁମର ବିକର୍ମ ବିନାଶ ହେବ । ତୁମେ ଗାୟନ ମଧ୍ୟ କରୁଥିଲ ଯେ ଆପଣ ଯେତେବେଳେ
ଆସିବେ ତେବେ ଅନ୍ୟସବୁ ସଙ୍ଗ ଛାଡି ଏକା ଆପଣଙ୍କର ସଙ୍ଗରେ ହିଁ ସଙ୍ଗ ଯୋଡିବି । ଆପଣଙ୍କ ପ୍ରତି
ହିଁ ସମର୍ପଣ ହୋଇଯିବି । ଆପଣଙ୍କ ବିନା ଆଉ କାହାକୁ ମନେ ପକାଇବି ନାହିଁ । ଯଦି ପ୍ରତିଜ୍ଞା କରିଛ
ତେବେ ଭୁଲି ଯାଉଛ କାହିଁକି? କହୁଛନ୍ତି ମଧ୍ୟ ହାତେ କାମ, ହୃଦେ ରାମ.... ତୁମେ ତ କର୍ମଯୋଗୀ ଅଟ
। କର୍ମଧନ୍ଦା ଆଦି କରି ବୁଦ୍ଧିର ଯୋଗ ବାବାଙ୍କ ସହିତ ଲଗାଇବାକୁ ହେବ । ପ୍ରେମିକ ବାବା ନିଜେ
କହୁଛନ୍ତି, ତୁମେ ପ୍ରେମିକାମାନେ ଅଧାକଳ୍ପ ମନେ ପକାଇଛ । ଏବେ ମୁଁ ଆସିଛି, ତେଣୁ ମୋତେ ମନେ
ପକାଅ । ଏହି ୟାଦକୁ ହିଁ ବାରମ୍ବାର ଭୁଲିଯାଉଛନ୍ତି, ଏଥିରେ ହିଁ ମେହନତ ରହିଛି । ଯଦି କର୍ମାତୀତ
ଅବସ୍ଥା ହୋଇଯିବ ତେବେ ଏହି ଶରୀରକୁ ଛାଡିବାକୁ ହିଁ ପଡିବ । ଯେତେବେଳେ ରାଜଧାନୀ ସ୍ଥାପନ ହୋଇଯିବ,
ତେବେ ଯାଇ ତୁମେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବ । ଏବେ ତ ସମସ୍ତେ ପୁରୁଷାର୍ଥୀ ଅଟନ୍ତି ।
ମମ୍ମା-ବାବା ସବୁଠାରୁ ଅଧିକ ମନେ ପକାଉଛନ୍ତି । ସୂକ୍ଷ୍ମବତନରେ ମଧ୍ୟ ତାଙ୍କୁ ହିଁ ଦେଖିବାକୁ
ମିଳୁଛି ।
ବାବା ବୁଝାଉଛନ୍ତି - ମୁଁ ଯାହାଙ୍କ ଶରୀରରେ ପ୍ରବେଶ କରୁଛି ସିଏ ବହୁତ ଜନ୍ମର ଅନ୍ତିମ ଜନ୍ମରେ
ଅଛନ୍ତି । ସିଏ ମଧ୍ୟ ପୁରୁଷାର୍ଥ କରୁଛନ୍ତି । କର୍ମାତୀତ ଅବସ୍ଥାରେ ଏବେ କେହି ପହଞ୍ଚି ପାରିବେ
ନାହିଁ । ଯଦି କର୍ମାତୀତ ଅବସ୍ଥା ଆସିଯାଏ ତେବେ ଏହି ଶରୀର ରହିପାରିବ ନାହିଁ । ବାବା ତ ବହୁତ ଭଲ
ଭାବରେ ବୁଝାଉଛନ୍ତି । ତେବେ ବୁଝିଲାବାଲାଙ୍କର ବୁଦ୍ଧି ଉପରେ ନିର୍ଭର କରେ । ସ୍ୱର୍ଗର ରଚୟିତା
ଈଶ୍ୱର ପିତା ଜଣେ ହିଁ ଅଟନ୍ତି । ତାଙ୍କ ପାଖରେ ହିଁ ଜ୍ଞାନର ସମସ୍ତ ସାମଗ୍ରୀ ରହିଛି । ସିଏ ହିଁ
ଯାଦୁକର ଅଟନ୍ତି । ଆଉ କାହାଠାରୁ ସୁଖ ଶାନ୍ତି ପବିତ୍ରତାର ସମ୍ପତ୍ତି ମିଳିପାରିବ ନାହିଁ । ବାବା
ବହୁତ ଭଲ ଭାବରେ ବୁଝାଉଛନ୍ତି । ପିଲାମାନଙ୍କୁ ନିଜେ ଧାରଣ କରି ଅନ୍ୟମାନଙ୍କୁ ଧାରଣ କରାଇବାକୁ
ହେବ । ଜ୍ଞାନକୁ ଯିଏ ଯେତେ ଧାରଣ କରୁଛନ୍ତି ସେତେ ସମ୍ପତ୍ତି ନେଉଛନ୍ତି । ଦିନକୁ ଦିନ ତୁମକୁ
ବହୁତ ଗୁହ୍ୟ ଜ୍ଞାନ ମିଳୁଛି । ଲକ୍ଷ୍ମୀ-ନାରାୟଣଙ୍କୁ ଦେଖ କେତେ ଦିବ୍ୟତାପୂର୍ଣ୍ଣ ଅଟନ୍ତି, ତେଣୁ
ତାଙ୍କ ଭଳି ମଧୁର ଓ ଦିବ୍ୟ ହେବା ଉଚିତ୍ । ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ । ଆଉ କୌଣସି ସତସଙ୍ଗରେ
କ’ଣ ଏଭଳି କହୁଛନ୍ତି ? ଏହା ଆମର ବିଲ୍କୁଲ୍ ନୂଆ ଭାଷା ଅଟେ, ଯାହାକୁ ଆଧ୍ୟାତ୍ମିକ ଜ୍ଞାନ
କୁହାଯାଏ । ଆଚ୍ଛା!
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ଦ୍ୱାରା ଯେଉଁ ସୁଖ-ଶାନ୍ତି-ପବିତ୍ରତା ରୂପକ ସାମଗ୍ରୀ ମିଳିଛି, ତାହା ସମସ୍ତଙ୍କୁ ଦେବାକୁ ହେବ ।
ପ୍ରଥମେ ବିକାର ଗୁଡିକର ଦାନ ଦେଇ ପବିତ୍ର ହେବାକୁ ପଡିବ, ତା’ପରେ ଅବିନାଶୀ ଜ୍ଞାନ ଧନର ଦାନ
କରିବାକୁ ହେବ ।
(୨) ଦେବତାମାନଙ୍କ ଭଳି
ମଧୁର ହେବାକୁ ପଡିବ । ବାପଦାଦାଙ୍କ ସହିତ ଯେଉଁ ପ୍ରତିଜ୍ଞା କରିଛ ତା’କୁ ସର୍ବଦା ମନେ ରଖିବାକୁ
ହେବ, ଏବଂ ବାବାଙ୍କର ସ୍ମୃତିରେ ରହି ବିକର୍ମକୁ ମଧ୍ୟ ବିନାଶ କରିବାକୁ ହେବ ।
ବରଦାନ:-
ନିମିତ୍ତ ପଣିଆର
ସ୍ମୃତି ଦ୍ୱାରା ନିଜର ପ୍ରତ୍ୟେକ ସଂକଳ୍ପ ଉପରେ ଧ୍ୟାନ ଦେଉଥିବା ନିବାରଣ ସ୍ୱରୂପ ଭବ ।
ନିମିତ୍ତ ହୋଇଥିବା
ଆତ୍ମାମାନଙ୍କ ଉପରେ ସମସ୍ତଙ୍କର ନଜର ରହିଥାଏ, ସେଥିପାଇଁ ନିମିତ୍ତ ହୋଇଥିବା ଆତ୍ମାମାନଙ୍କୁ
ବିଶେଷ କରି ନିଜର ପ୍ରତ୍ୟେକ ସଂକଳ୍ପ ଉପରେ ଧ୍ୟାନ ଦେବାକୁ ପଡିବ । ଯଦି ନିମିତ୍ତ ହୋଇଥିବା
ପିଲାମାନେ ମଧ୍ୟ କୌଣସି କାରଣ ଶୁଣାଉଛନ୍ତି, ତେବେ ସେମାନଙ୍କୁ ଅନୁକରଣ କରୁଥିବା ଆତ୍ମାମାନେ
ମଧ୍ୟ ଅନେକ କାରଣ ଶୁଣାଇବେ । ଯଦି ନିମିତ୍ତ ଆତ୍ମାମାନଙ୍କ ଭିତରେ କୌଣସି କମୀ ରହିଥିବ, ତେବେ
ତାହା ଲୁଚିପାରିବ ନାହିଁ, ସେଥିପାଇଁ ନିଜର ସଂକଳ୍ପ, ବାଣୀ ଏବଂ କର୍ମ ଉପରେ ବିଶେଷ ଧ୍ୟାନ ଦେଇ
ନିବାରଣ ସ୍ୱରୂପ ହୁଅ ।
ସ୍ଲୋଗାନ:-
ଜ୍ଞାନୀ ତୁ
ଆତ୍ମା ତାଙ୍କୁ କୁହାଯିବ ଯାହାଙ୍କ ଭିତରେ ନିଜର ଗୁଣ ବା ବିଶେଷତା ଗୁଡିକର ମଧ୍ୟ ଅଭିମାନ ନ ଥିବ
।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ଜୀବନରେ ମଧୁରତାର ଗୁଣ
ସେତେବେଳେ ଆସିବ ଯେତେବେଳେ ନିଜର ବା ଅନ୍ୟମାନଙ୍କର ଅତୀତକୁ ନ ଦେଖି ନିଜର ସଂସ୍କାରକୁ ସରଳ ଏବଂ
ନମ୍ରଚିତ୍ତ କରିବ, କାରଣ ସରଳଚିତ୍ତ ଆତ୍ମାର ଗୁଣ ହିଁ ମଧୁରତା ଅଟେ । ସେମାନଙ୍କର ନୟନ ଦ୍ୱାରା,
ମୁଖ ଦ୍ୱାରା, ଚାଲିଚଳନ ଦ୍ୱାରା ମଧୁରତାର ଗୁଣ ପ୍ରତ୍ୟକ୍ଷରେ ଦେଖାଯାଇଥାଏ । ତେବେ ମଧୁରତା ଏବଂ
ନମ୍ରତା, ଏହି ଦୁଇଟି ବିଶେଷ ଧାରଣା ଦ୍ୱାରା ସର୍ବଦା ବିଶ୍ୱକଲ୍ୟାଣକାରୀ, ମହାଦାନୀ ଏବଂ ବରଦାନୀ
ହୋଇଯିବ ତଥା ସହଜରେ ସ୍ନେହର ପ୍ରମାଣ ଦେଇପାରିବ ।