02.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ଡ୍ରାମାରେ ମହାବିନାଶ ହେବା ନିର୍ଦ୍ଧାରିତ ହୋଇ ରହିଛି, ତୁମକୁ ବିନାଶ ପୂର୍ବରୁ କର୍ମାତୀତ ହେବାକୁ
ପଡିବ ।”
ପ୍ରଶ୍ନ:-
ବାବାଙ୍କର କେଉଁ
ଶବ୍ଦର ଆକର୍ଷଣ ସମ୍ମୁଖରେ ଥିବା ସମୟରେ ବହୁତ ହୋଇଥାଏ?
ଉତ୍ତର:-
ବାବା ଯେତେବେଳେ କହିଥା’ନ୍ତି - ତୁମେମାନେ ମୋର ସନ୍ତାନ, ସେତେବେଳେ ଏହି କଥାର ଆକର୍ଷଣ ସମ୍ମୁଖରେ
ବହୁତ ହୋଇଥାଏ । ତେଣୁ ସମ୍ମୁଖରେ ଶୁଣିବାକୁ ବହୁତ ଭଲ ଲାଗିଥାଏ । ସେଥିପାଇଁ ହିଁ ମଧୁବନ ସବୁ
ପିଲାମାନଙ୍କୁ ଆକର୍ଷିତ କରିଥାଏ କାହିଁକି ନା ଏଠାରେ ଈଶ୍ୱରୀୟ ପରିବାର ରହିଛି । ଏଠାରେ
ବ୍ରାହ୍ମଣମାନଙ୍କର ସଂଗଠନ ରହିଛି । ବ୍ରାହ୍ମଣମାନେ ପରସ୍ପର ମଧ୍ୟରେ ଜ୍ଞାନର ହିଁ ଆଦାନ ପ୍ରଦାନ
କରିଥା’ନ୍ତି ।
ଗୀତ:-
ହମାରେ ତୀର୍ଥ
ନ୍ୟାରେ ହେଁ...
ଓମ୍ ଶାନ୍ତି ।
ପିଲାମାନେ ଜାଣିଛନ୍ତି ଯେ ଆମେ ଅବିନାଶୀ ଯାତ୍ରା ଅଥବା ରୁହାନୀ ଯାତ୍ରା କରୁଛୁ, ଯେଉଁ ଯାତ୍ରାରୁ
ଆମେ ଆଉ ମୃତ୍ୟୁଲୋକକୁ ଫେରିବୁ ନାହିଁ । ମନୁଷ୍ୟମାନେ ତ ଏକଥା ଜାଣି ହିଁ ନାହାଁନ୍ତି ଯେ ଏଭଳି
ମଧ୍ୟ କୌଣସି ଯାତ୍ରା ରହିଛି, ଯେଉଁଠାରୁ କେବେ ଫେରି ଆସିବାକୁ ପଡିବ ନାହିଁ । ତୁମେ ଭାଗ୍ୟବାନ
ତାରକାମାନେ ଏବେ ସବୁ କଥା ଜାଣିଯାଇଛ । ଏହି କଥାକୁ ଭଲ ଭାବରେ ମନେ ରଖିବାକୁ ହେବ । ଆମେ
ଆତ୍ମାମାନେ ଏଠାରେ ଅଭିନୟ କରୁଛୁ । ଦୁନିଆର ନାଟକରେ ଏଭଳି କହିବେ ନାହିଁ ଯେ ମୁଁ ଆତ୍ମା ଏହି
ବସ୍ତ୍ର ପିନ୍ଧି ଅଭିନୟ କଲି, ଏବେ ଘରକୁ ଯାଉଛି । ସେହି ଅଭିନେତାମାନେ ତ ନିଜକୁ ଶରୀର ବୋଲି ହିଁ
ଭାବିଥାନ୍ତି । ଏଠାରେ ତୁମ ସନ୍ତାନମାନଙ୍କର ଜ୍ଞାନ ରହିଛି ଯେ - ଆମେ ଆତ୍ମା ଅଟୁ, ଏହି ଶରୀର
ରୂପୀ ବସ୍ତ୍ର ଛାଡି ପୁଣି ଅନ୍ୟ ଏକ ଶରୀର ନେବୁ । ଏହା ୮୪ ଜନ୍ମର ପୁରୁଣା ବସ୍ତ୍ର ଅଟେ, ଏହାକୁ
ଛାଡି ନୂଆ ଦୁନିଆରେ ପୁଣି ନୂଆ ବସ୍ତ୍ର ନେବୁ । ଏହି ଲକ୍ଷ୍ମୀ-ନାରାୟଣ ନୂତନ ଶରୀର ଧାରଣ
କରିଛନ୍ତି ନା! ଏମାନେ ତୁମର ହିଁ ରାଜଧାନୀର ଅଟନ୍ତି । ତୁମେ ମଧ୍ୟ ସେଠାକୁ ଗଲେ ଏହିଭଳି ନୂଆ
ଦୈବୀ କପଡା (ଶରୀର) ଧାରଣ କରିବ । ଏଠାରେ ତ କହୁଛନ୍ତି ମୁଁ ନିର୍ଗୁଣ, ମୋ ପାଖରେ କୌଣସି ଗୁଣ
ନାହିଁ । ପୁଣି ବାବା ହିଁ ଏହିଭଳି ଗୁଣବାନ୍ କରାଉଛନ୍ତି । ବାବା କହୁଛନ୍ତି - ମୋର ମଧ୍ୟ ଅଭିନୟ
ରହିଛି, ଏଠାକୁ ଆସି ତୁମକୁ ନିର୍ବିକାରୀ କରୁଛି । ବର୍ତ୍ତମାନ ଏହା ହେଲା ଜୀବନବନ୍ଧ ଧାମ, ରାବଣ
ରାଜ୍ୟ ଅଟେ । ଏକଥା ତୁମ ବୁଦ୍ଧିରେ ଅଛି ଯେ, ଆମେ ପତିତରୁ ପାବନ ପୁଣି ପାବନରୁ ପତିତ କିପରି
ହେଉଛୁ । ତୁମେ ସନ୍ତାନମାନେ ଜାଣିଛ ଯେ - କଳିଯୁଗ ହେଉଛି ଘୋର ଅନ୍ଧକାର । ଏବେ ରାବଣ ରାଜ୍ୟର
ଅନ୍ତ ଓ ରାମରାଜ୍ୟର ଆରମ୍ଭ ହେବ । ବର୍ତ୍ତମାନ ହେଲା ସଂଗମ । କଳ୍ପର ସଂଗମଯୁଗରେ ହିଁ ବାବାଙ୍କୁ
ଆସିବାକୁ ପଡୁଛି । ବର୍ତ୍ତମାନ ମନୁଷ୍ୟମାନେ ମଧ୍ୟ ଏକଥା ବୁଝୁଛନ୍ତି ଯେ ଏବେ ବିନାଶର ସମୟ ଏବଂ
ସ୍ୱର୍ଗର ସ୍ଥାପନା ଅର୍ଥେ ଭଗବାନ କେଉଁଠାରେ ଗୁପ୍ତ ବେଶରେ ଅଛନ୍ତି । ବର୍ତ୍ତମାନ ତୁମେ
ଆତ୍ମାମାନେ ମଧ୍ୟ ଗୁପ୍ତ ବେଶରେ ଅଛ । ଆତ୍ମା ଏବଂ ଶରୀର ଭିନ୍ନ ଅଟେ । ଏହି ମନୁଷ୍ୟ ଶରୀର ହିଁ
ଗୁପ୍ତବେଶ ଅଟେ । ବାବାଙ୍କୁ ମଧ୍ୟ ଏହାଙ୍କ ଶରୀରରେ ଆସିବାକୁ ହେବ । ତୁମର ଶରୀର ଉପରେ ନାମ
ରଖାଯାଉଛି, ତାଙ୍କର ତ ଶରୀର ହିଁ ନାହିଁ । ତୁମେ ବି ଆତ୍ମା ସିଏ ମଧ୍ୟ ଆତ୍ମା ଅଟନ୍ତି । ଏବେ
ଆତ୍ମାର ଆତ୍ମା ସହିତ ମୋହର ଡୋରି ଲାଗିଯାଇଛି । ଗାୟନ ମଧ୍ୟ ରହିଛି - ଅନ୍ୟ ସବୁ ସଙ୍ଗ ତୁଟାଇ,
ତୁମ ସହିତ ଯୋଡିବି । ଆପଣ ଯେପରି ମୋହଜିତ୍ ସେହିପରି ମୁଁ ମଧ୍ୟ ମୋହଜିତ୍ ହେବି । ବାବା ବହୁତ
ମୋହଜିତ୍ ଅଟନ୍ତି । ଅନେକ ପିଲା ଅଛନ୍ତି, ଯେଉଁମାନେ କି କାମାଗ୍ନିରେ ବସି ଜଳିଯାଇଛନ୍ତି ।
ପରମପିତା ପରମାତ୍ମା ଆସୁଛନ୍ତି - ପୁରୁଣା ଦୁନିଆର ବିନାଶ କରାଇବା ପାଇଁ, ପୁଣି ମୋହ କିପରି ରହିବ
। ଯେବେ ପତିତମାନଙ୍କର ବିନାଶ ହେବ ତେବେ ତ ଶାନ୍ତିର ରାଜ୍ୟ ହେବ । ବର୍ତ୍ତମାନ ସମୟରେ ସୁଖ ତ
କାହା ପାଖରେ ହିଁ ନାହିଁ । ସମସ୍ତେ ତମୋପ୍ରଧାନ ଦୁଃଖୀ ହୋଇଯାଇଛନ୍ତି । ଏହା ହିଁ ହେଉଛି ପତିତ
ଦୁନିଆ । ଶିବବାବା ହିଁ ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି, ଯାହାର ନାମ ଶିବାଳୟ ରଖାଯାଇଛି ।
ଶିବବାବା ଦେବତାମାନଙ୍କର ରାଜଧାନୀ ସ୍ଥାପନ କରୁଛନ୍ତି । ସ୍ୱର୍ଗ ଦୁନିଆ ହେଲା ଚୈତନ୍ୟ ଶିବାଳୟ
ଆଉ ଦୁନିଆର ଶିବାଳୟ ଯେଉଁଠାରେ ଶିବଲିଙ୍ଗ ରହିଛି ତାହା ତ ଜଡ ଶିବାଳୟ ହୋଇଗଲା । ଏବେ ତୁମେ
ବୁଝିଗଲଣି ଯେ ଲକ୍ଷ୍ମୀ-ନାରାୟଣ ବାସ୍ତବରେ ସ୍ୱର୍ଗର ମାଲିକ ଥିଲେ, ପୂଜ୍ୟ ଥିଲେ, ଏବେ ପୁନର୍ବାର
ପୂଜ୍ୟ ହେଉଛନ୍ତି । ତୁମକୁ ଏବେ ଜ୍ଞାନ ମିଳିଛି । ତୁମେ ଏବେ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରକୁ ଗଲେ
ତାଙ୍କୁ ପ୍ରଣାମ କରିବ ନାହିଁ କାରଣ ତୁମେ ତ ଚୈତନ୍ୟରେ ତାଙ୍କ ରାଜଧାନୀକୁ ଯାଉଛ । ଜାଣିଛ ଯେ ଆମେ
ପ୍ରଥମେ ଦେବତା ଥିଲୁ, ଏବେ ନାହୁଁ । ଯେଉଁମାନେ ଆସି ଜନ୍ମ ନେଇ ପୁଣି ଚାଲିଯାଇଛନ୍ତି
ସେହିମାନଙ୍କର ଚିତ୍ର ତିଆରି ହେଉଛି । ବିରଳା ହିଁ ସବୁଠାରୁ ଅଧିକ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର
ତିଆରି କରୁଛନ୍ତି । ତେଣୁ ସେହି ଆତ୍ମାର ମଧ୍ୟ ସେବା କରିବା ଉଚିତ୍ । ତାଙ୍କୁ କହିବା ଆବଶ୍ୟକ
ଆପଣ ଯେଉଁ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତିଆରି କରାଉଛନ୍ତି, ଆମେ ଆପଣଙ୍କୁ ତାଙ୍କର ୮୪ ଜନ୍ମର
କାହାଣୀ ଶୁଣାଉଛୁ । ଯୁକ୍ତି ଦ୍ୱାରା ଏହି ଉପହାର (ଜ୍ଞାନ) ଦେବା ଉଚିତ୍ । ବାବା ସେବାର ଯୁକ୍ତି
ତ ବହୁତ ବତାଉଛନ୍ତି । ମାତାମାନେ ଯାଇ କୁହନ୍ତୁ ଯେ ଆପଣ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତ ତିଆରି
କରୁଛନ୍ତି କିନ୍ତୁ ତାଙ୍କର ଜୀବନ କାହାଣୀକୁ ଜାଣିନାହାଁନ୍ତି । ଆମେ ଜାଣିଛୁ ଏବଂ ବୁଝାଇ ମଧ୍ୟ
ପାରିବୁ । ବୁଝାଇଲାବାଲା ବହୁତ ମିଷ୍ଟଭାଷୀ ହେବା ଉଚିତ୍ । ବାବା ମଧ୍ୟ ବସି ବୁଝାଉଛନ୍ତି ନା ।
ବାବା କହୁଛନ୍ତି ଯଦି ଛୁଟି ନ ମିଳୁଛି ତେବେ ଘରେ ବସି ସ୍ମରଣ କର । ଏକଥା ତ ଜାଣିଛ ଯେ ଆମେ
ଶିବବାବାଙ୍କର ସନ୍ତାନ । ମୁରଲୀ ତ ତୁମକୁ ମିଳିଯାଉଛି । ଏପରି ନୁହେଁ ଯେ ଏଠାକୁ ଆସିବା ଦ୍ୱାରା
ଭଲ ଭାବରେ ବାବାଙ୍କୁ ସ୍ମରଣ କରିପାରିବ, ଘରେ ରହିବା ଦ୍ୱାରା ସ୍ମରଣ କମିଯିବ । ସତେଜ ହେବା ପାଇଁ
ହିଁ ବାଦଲ ସାଗର ପାଖକୁ ଆସିଥାଏ । ତୁମେ ମଧ୍ୟ ସତେଜ ହେବା ପାଇଁ ବାବାଙ୍କ ପାଖକୁ ଆସୁଛ । ତୁମେ
କହୁଛ ବାବାଙ୍କ ସମ୍ମୁଖକୁ ଯିବୁ । ଆତ୍ମା ଜାଣିଛି ଯେ ସମ୍ମୁଖରେ ଶୁଣିବା ଦ୍ୱାରା ଭଲ ଲାଗିଥାଏ ।
କଥା ତ ସେହି ଗୋଟିଏ, ଦେଖୁଛ - ଶିବବାବା, କିପରି ପିଲାମାନଙ୍କୁ ବସି ବୁଝାଉଛନ୍ତି । “ପିଲାମାନେ
ତୁମେ ମୋର ଅଟ”, ତୁମେ ୮୪ ଜନ୍ମର ଅଭିନୟ କରିଆସିଛ । ତୁମେ ଜନ୍ମ-ମରଣରେ ଆସୁଛ, ମୁଁ ଆସୁନାହିଁ,
ମୁଁ ପୁନର୍ଜନ୍ମ ନେଉନାହିଁ । କିନ୍ତୁ ଅଜନ୍ମା ବି ନୁହେଁ । ମୁଁ ଆସୁଛି କିନ୍ତୁ ବୃଦ୍ଧ ଶରୀରରେ
ପ୍ରବେଶ କରୁଛି । ତୁମେ ଆତ୍ମାମାନେ ଛୋଟ-ପିଲାର ଶରୀରରେ ପ୍ରବେଶ କରୁଛ, ମୁଁ ତ ପରମଧାମରୁ ଆସୁଛି,
ତଳେ ଅଭିନୟ କରିବା ପାଇଁ । ମୁଁ ବିକାରୀଙ୍କ ଗର୍ଭରେ ପ୍ରବେଶ କରୁ ନାହିଁ । ତୁମେ ମୋତେ କହୁଛ ଯେ
ତ୍ୱମେବ ମାତାଶ୍ଚ ପିତା... ମୋର କେହି ମାତା ପିତା ହୋଇପାରିବେ ନାହିଁ । ମୁଁ କେବଳ ଶରୀରର ଆଧାର
ନେଇ ଅଭିନୟ କରୁଛି । ଦୁଃଖ ହରଣ କରି, ସୁଖ ଦେବା ପାଇଁ ତୁମେମାନେ ମୋତେ ଡାକୁଛ । ଏବେ ମୁଁ
ସମ୍ମୁଖକୁ ଆସି, ଆତ୍ମାମାନଙ୍କ ସହିତ କଥା ହେଉଛି । ଏଠାରେ ତ ସମସ୍ତେ ବ୍ରାହ୍ମଣ ହିଁ ଅଟନ୍ତି ।
ତୁମେ ବାହାରକୁ ଗଲେ ହଂସ ଏବଂ ବଗ ହୋଇଯାଉଛ ଅର୍ଥାତ୍ ବାବାଙ୍କୁ ଜାଣି ନ ଥିବା ଅଜ୍ଞାନୀ
ସନ୍ତାନଙ୍କ ସହ ମିଶୁଛ, ମଧୁବନରେ ତ ତୁମକୁ ବ୍ରାହ୍ମଣମାନଙ୍କ ସଂଗ ମିଳୁଛି । ପରସ୍ପର ସହିତ
ଜ୍ଞାନର ଆଦାନ ପ୍ରଦାନ ହିଁ କରୁଛ । ଆମେ ନିଜର ରାଜଧାନୀ ସ୍ଥାପନ କରୁଛୁ ।
ବାବା ଆସିଛନ୍ତି, ତେଣୁ ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କୁ ସ୍ମରଣ କରିବାର ଯୁକ୍ତି ବତାଇଚାଲ । ଭୋଜନ
କରିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଇବା ପାଇଁ ପରସ୍ପରକୁ ଈଶାରା ଦେଇଚାଲ । ଏହା ବହୁତ ବଡ
ସଂଗଠନ ଅଟେ ନା । ଦୁନିଆରେ ତ ବିକାରୀମାନଙ୍କ ସାଥିରେ ରହିଥାଅ, ତେଣୁ ସେମାନଙ୍କର ଆକର୍ଷଣ
ହୋଇଥାଏ । ଏଠାରେ ତ କାହା ପ୍ରତି ଆକର୍ଷଣ ରହୁନାହିଁ । ଯୋଦ୍ଧା ଯୋଦ୍ଧାଙ୍କ ସାଥିରେ ରହୁଛନ୍ତି ।
ଏହା ହିଁ ତୁମର କୁଟୁମ୍ବ । ବୁଦ୍ଧିରେ ଏହି କଥା ରହୁଛି ଯେ, କେହି ବି ଦେଖା ହେଲେ ତାଙ୍କୁ
ବାବାଙ୍କର ପରିଚୟ ଦେବୁ ଯେ ଭଗବାନଙ୍କୁ ମନେ ପକାଇଚାଲ । ତୁମର ଦୁଇଜଣ ପିତା ଅଛନ୍ତି ନା । ଲୌକିକ
ପିତା ଥିଲେ ମଧ୍ୟ ଭଗବାନଙ୍କୁ ସ୍ମରଣ କରୁଛ ନା । ସେ ହେଲେ ଲୌକିକ ପିତା, ତାଙ୍କୁ ଈଶ୍ୱର ପିତା
ବୋଲି କୁହାଯିବ ନାହିଁ । ଶିବବାବା ହେଉଛନ୍ତି ପାରଲୌକିକ ପିତା, ନିଶ୍ଚିତ ଈଶ୍ୱର ପିତାଙ୍କଠାରୁ
ସମ୍ପତ୍ତି ମିଳୁଥିବ । ଏହିପରି ଜ୍ଞାନର ଭୁଁ-ଭୁଁ କରୁଥାଅ । ତୁମେ ବ୍ରାହ୍ମଣ ଅଟ ନା ।
ସନ୍ନ୍ୟାସୀମାନେ ମଧ୍ୟ ଭୁଁ-ଭୁଁ କରିଥାନ୍ତି ନା । ଏହି ଦୁନିଆର ସୁଖ କାକ-ବିଷ୍ଠା ସମାନ ଅଟେ,
ଏଠାରେ କେତେ ଦୁଃଖ ରହିଛି । ସନ୍ନ୍ୟାସୀମାନେ ହେଲେ ହଠଯୋଗୀ, ନିବୃତ୍ତିମାର୍ଗର । ସେମାନଙ୍କର
ଧର୍ମ ହିଁ ଅଲଗା । ତୁମେ ଜାଣିଛ ଯେ - ସତ୍ୟଯୁଗରେ ଆମେ କେତେ ସୁଖୀ ପବିତ୍ର ରହିଥାଉ । ଭାରତ
ପ୍ରବୃତ୍ତିମାର୍ଗର ଥିଲା, ଏଠାରେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ଯେଉଁମାନେ ପବିତ୍ର ଥିଲେ
ସେହିମାନେ ହିଁ ଏବେ ପତିତ ହୋଇଯାଇଛନ୍ତି । ଡାକୁଛନ୍ତି ମଧ୍ୟ - ହେ ପତିତ-ପାବନ ଆସ ଏବଂ ପୁଣି
କହିଦେଉଛନ୍ତି ଯେ ପରମାତ୍ମା ସର୍ବବ୍ୟାପୀ ଅଟନ୍ତି । ଆମେ ଯାଇ ଜ୍ୟୋତି-ଜ୍ୟୋତିରେ ମିଶିଯିବୁ ।
ସେମାନେ ପୁନର୍ଜନ୍ମକୁ ମଧ୍ୟ ମାନୁ ନାହାଁନ୍ତି । ଅନେକ ମତ ରହିଛି ନା । ଦିନକୁ ଦିନ ମତମତାନ୍ତର
ବୃଦ୍ଧି ହୋଇ ଚାଲିଛି । ଏକଥା ମଧ୍ୟ ବତାଇବାକୁ ହେବ ଯେ, ସନ୍ନ୍ୟାସୀମାନଙ୍କର ବୃଦ୍ଧି କିପରି
ହେଉଛି । ନାଗା ସନ୍ନ୍ୟାସୀମାନଙ୍କର ମଧ୍ୟ ବୃଦ୍ଧି ହେଉଛି, ଯାହାର ଯେଉଁ ଧର୍ମ, ସେହିଥିରେ ରହିବା
ଦ୍ୱାରା ଅନ୍ତିମ ମତି ଅନୁସାରେ ଗତି ପ୍ରାପ୍ତ ହୋଇଥାଏ । ଯିଏ ଯେଉଁଥିରେ ଅଧିକ ଅଭ୍ୟାସ କରିଥାନ୍ତି,
ସେଥିରେ ପ୍ରବୀଣ ହୋଇଯାଇଥା’ନ୍ତି ଯେପରି କେହି ଶାସ୍ତ୍ର ଆଦି ପଢିଥାନ୍ତି ତେବେ ଅନ୍ତିମ ମତି
ଅନୁସାରେ ଗତି ହୋଇଥାଏ, ପୁଣି ବାଲ୍ୟାବସ୍ଥାରୁ ହିଁ ତାଙ୍କର ଶାସ୍ତ୍ର କଣ୍ଠସ୍ଥ ହୋଇଯାଇଥାଏ । ଏବେ
ବାବା କହୁଛନ୍ତି - ମୁଁ ଅମୁକ ଅଟେ, ଏହିଭଳି ଅଟେ, ଏହିସବୁ ଦେହ-ଅଭିମାନର କଥାକୁ ଛାଡ । ନିଜକୁ
ଅଶରୀରୀ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଏହି ଶରୀରକୁ ଦେଖି ମଧ୍ୟ ଦେଖ ନାହିଁ । ଦେହ ସହିତ
ଦେହର ଯେଉଁ ସବୁ ସମ୍ବନ୍ଧ ଆଦି ରହିଛି, ସମସ୍ତଙ୍କୁ ବୁଦ୍ଧିରୁ ଭୁଲିଯାଅ । ନିଜକୁ ଆତ୍ମା ନିଶ୍ଚୟ
କରି, ପରମାତ୍ମାଙ୍କୁ ସ୍ମରଣ କର । ଏଥିରେ ବହୁତ ସମୟ ଲାଗିଥାଏ । ମାୟା ସ୍ମରଣ କରିବାକୁ ଦେଇ ନ
ଥାଏ । ନଚେତ୍ ବାନପ୍ରସ୍ଥୀମାନଙ୍କ ପାଇଁ ଏହା ବହୁତ ସହଜ । ବାବା ନିଜେ କହୁଛନ୍ତି ଯେ ଏବେ
ଛୋଟ-ବଡ ତୁମ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ଅଟେ । ଗୋଟିଏ ପଟେ ବିନାଶ ହୋଇଚାଲିବ ଏବଂ ଅନ୍ୟପଟେ
ଜନ୍ମ ମଧ୍ୟ ନେଇଚାଲୁଥିବେ । ଯଦି ପୁନର୍ଜନ୍ମ ନେବାକୁ ଥିବ ତେବେ ଆସିଯିବେ । ପିଲା ମଧ୍ୟ ଜନ୍ମ
ହେବେ । ପୁଣି ବିନାଶ ମଧ୍ୟ ହୋଇଯିବ । ଏକଥା ତ ତୁମେ ଜାଣିଛ ଯେ - କେହି ଗର୍ଭରେ ଥିବେ, କିଏ
କେଉଁଠି ଥିବେ, କିନ୍ତୁ ସମସ୍ତେ ବିନାଶ ହୋଇଯିବେ । ସମସ୍ତେ ନିଜ-ନିଜର ହିସାବ କିତାବ ଚୁକ୍ତ କରି
ଘରକୁ ଫେରିବେ । ଯଦି ହିସାବ-କିତାବ ବାକି ରହିଥିବ ତେବେ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ,
ଯାହାଦ୍ୱାରା ପାପ ହାଲୁକା ହୋଇଯିବ । ଏହିପରି ନୁହେଁ ଯେ ଯୋଗଯୁକ୍ତ ମଧ୍ୟ ରହିବ ଏବଂ ପାପ ମଧ୍ୟ
କରୁଥିବ । କେତେକ ସନ୍ତାନମାନେ ଗୋଟିଏ ପଟେ ଚାର୍ଟ ଲେଖିଥାନ୍ତି ପୁଣି କହିଥା’ନ୍ତି ଯେ ମାୟା ଆମର
ମୁହଁ କଳା କରିଦେଲା । ଯଦି ମାୟା ହରାଇ ଦେଲା ତୁମକୁ ଦୁର୍ବଳ ବୋଲି କୁହାଯିବ ନା । ତେଣୁ ବାବା
ବୁଝାଉଛନ୍ତି ଯେ ତୁମେ ଏପରି ଭାବ ଆମେ ଅଳ୍ପ ଦିନ ପାଇଁ ଏଠାରେ ଅଛୁ ପୁଣି ଘରକୁ ଚାଲିଯିବୁ ।
ବର୍ତ୍ତମାନ ଏସବୁର ବିନାଶ ହେଉଛି । ବାବା କହୁଛନ୍ତି - ମୋତେ ମନେ ପକାଅ ତେବେ ବିକର୍ମ ବିନାଶ
ହେବ, ନିଜର ଚାର୍ଟକୁ ଦେଖୁଥାଅ - ମୁଁ କେତେ ଜଣଙ୍କୁ ରାସ୍ତା ବତାଉଛି ଏବଂ ପୁରୁଷାର୍ଥ କରାଉଛି ।
ତନ-ମନ-ଧନ ଦ୍ୱାରା ଏହି ଆତ୍ମିକ ସେବାରେ ସାହାଯ୍ୟକାରୀ ହେବାକୁ ପଡିବ । କଥାରେ କହିଥା’ନ୍ତି ଯେ
ମନକୁ କେହି ଅମନ (ଶାନ୍ତ) କରିପାରିବେ ନାହିଁ । ଆତ୍ମା ତ ଶାନ୍ତ ସ୍ୱରୂପ ଅଟେ । ମୁଁ ଆତ୍ମା
ନିଜର ଘର ପରମଧାମରେ ଯାଇ ବସିବି । ସେଠାରେ କୌଣସି ଦୁନିଆର ସଂକଳ୍ପ ଆସିବ ନାହିଁ । ଏପରି ନୁହେଁ
ଯେ ଆଖି ବନ୍ଦ କରି ଅଚେତ୍ ହେବାକୁ ପଡିବ । ଏହିସବୁ ବିଦ୍ୟା ମଧ୍ୟ ବହୁତ ଶିଖିଥାନ୍ତି ନା ।
୧୦-୧୫ ଦିନ ଧରି ଅଚେତ୍ ମଧ୍ୟ ହୋଇଯାଇଥା’ନ୍ତି । ଏହିଭଳି ଅଭ୍ୟାସ କରିଥାନ୍ତି ପୁଣି
ନିର୍ଦ୍ଦିଷ୍ଟ ସମୟ ପରେ ଜାଗ୍ରତ ହୋଇଯାଇଥା’ନ୍ତି । ଯେପରି ଟାଇମ୍ ବମ୍ର ସମୟ ରହିଥାଏ ଯେ ଏହା
ଏତେ ଘଣ୍ଟା ପରେ ଫୁଟିବ ।
ତୁମେ ସନ୍ତାନମାନେ ଏକଥା ଜାଣିଛ ଯେ - ଆମେ ଶିବବାବାଙ୍କ ସହ ଯୋଗଯୁକ୍ତ ହେଉଛୁ । ଯେବେ
ତମୋପ୍ରଧାନ ଆବର୍ଜନା ସବୁ ବାହାରିଯିବ ତେବେ ଆମେ ସତ୍ତ୍ୱପ୍ରଧାନ ହୋଇଯିବୁ ପୁଣି ଏହି ଶରୀରକୁ
ତ୍ୟାଗ କରିବୁ । ଆମେ ଏବେ ଯୋଗର ଯାତ୍ରାରେ ରହିଛୁ । ବର୍ତ୍ତମାନ ହିଁ ସମୟ ମିଳିଛି ପୁଣି ଏହି
ଶରୀର ଛାଡିବାକୁ ହିଁ ହେବ । ଏହା ପରେ ସବୁ ସମାପ୍ତ ହୋଇଯିବ । ସମୟ ତ ନିର୍ଦ୍ଧାରିତ ହୋଇ ରହିଛି
ପୁଣି ଶେଷ ବେଳକୁ ମଶାମାଛିଙ୍କ ପରି ଶରୀର ଛାଡିବେ । ବିନାଶ ହେବ ନିଶ୍ଚୟ, ତୁମେ କର୍ମାତୀତ
ଅବସ୍ଥାକୁ ପ୍ରାପ୍ତ କରିବା ପରେ ବିନାଶ ଆରମ୍ଭ ହୋଇଯିବ । ବିନାଶର ଦୃଶ୍ୟ ବହୁତ ଭୟାନକ ହେବ ।
ଏସବୁ କଥା ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ତୁମେ ଜାଣିଛ ଯେ - ସେହି ସମୟରେ ଆମର ଅବସ୍ଥା
ଏକରସ (ସ୍ଥିର) ରହିବ । ଖୁସିରେ ସର୍ବଦା ହର୍ଷିତ ହୋଇ ରହିବା । ଏହି ଦୁନିଆର ତ ବିନାଶ ହେବ ହିଁ
ହେବ । ତୁମେ ଜାଣିଛ ଯେ, କଳ୍ପ-କଳ୍ପ ସଂଗମଯୁଗ ହେଉଛି, ତା’ପରେ ବିନାଶ ହେଉଛି । କେବଳ ବୋମା ନୁହେଁ,
ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ବିନାଶରେ ସାହାଯ୍ୟ କରିଥାଏ । ତେଣୁ ପିଲାମାନଙ୍କର ଏହି କଥା
ବୁଦ୍ଧିରେ ରହିବା ଉଚିତ୍ - ଏବେ ଆମକୁ ଘରକୁ ଯିବାକୁ ହେବ । ଯେତେ ବାବାଙ୍କୁ ସ୍ମରଣ କରିବ ସେତେ
ବିକର୍ମ ବିନାଶ ହେବ ଏବଂ ତୁମେ ଉଚ୍ଚ ପଦ ପାଇବ । ଚ୍ୟାରିଟି ବିଗେନ୍ସ ଆଟ୍ ହୋମ ଅର୍ଥାତ୍ ପ୍ରଥମେ
ଦାନପୁଣ୍ୟ କରିବା ନିଜ ଘରୁ ଆରମ୍ଭ କରାଯାଏ । ସେଥିପାଇଁ ପ୍ରୟାସ କରିବା ଉଚିତ୍ । କନ୍ୟା ସିଏ
ଯିଏ ବାପଘର ଏବଂ ଶାଶୁଘରର ଉଦ୍ଧାର କରିଥାଏ । ତେଣୁ ଚ୍ୟାରିଟୀ ବିଗେନ୍ସ ଆଟ୍ ହୋମ୍ ହେଲା ନା ।
ତୁମକୁ ସେବାରେ ଲାଗି ରହିବା ଉଚିତ୍ । କୁହ, ଶିବବାବା କହୁଛନ୍ତି - ମୋତେ ସ୍ମରଣ କର ତେବେ ତ
ସମ୍ପତ୍ତି ମିଳିବ । ଏହା ସିଧା କଥା ଅଟେ । ଯଦି ମୋତେ ଅଲଫଙ୍କୁ ଅର୍ଥାତ୍ ବାବାଙ୍କୁ ମନେ ପକାଇବ
ତେବେ ସ୍ୱର୍ଗର ସମ୍ପତ୍ତି ତୁମର ହେବ । ତୁମେ ବିଶ୍ୱର ମାଲିକ ହୋଇଯିବ । ସମ୍ପତ୍ତି ପାଇବାକୁ ହେଲେ
ମୋତେ ସ୍ମରଣ କର । ପିଲାମାନଙ୍କର କର୍ତ୍ତବ୍ୟ ହେଲା, ସମସ୍ତଙ୍କୁ ଏହି ସନ୍ଦେଶ ଦେବା । ଆଗରୁ
ମଧ୍ୟ ସନ୍ଦେଶ ଦିଆଯାଇଥିଲା । ସମସ୍ତଙ୍କୁ କହିବାକୁ ହେବ ଯେ ବିନାଶ ସମ୍ମୁଖରେ ଉପସ୍ଥିତ ।
କଳିଯୁଗ ପରେ ପୁଣି ସତ୍ୟଯୁଗ ଆସିବ । ବାବା ହିଁ ଆସି ସମ୍ପତ୍ତି ଦେଉଛନ୍ତି । ରାବଣ ସମସ୍ତଙ୍କୁ
ନର୍କବାସୀ କରିଦେଉଛି । ବାବା ଆସି ସ୍ୱର୍ଗବାସୀ କରାଉଛନ୍ତି । ଏହା ଭାରତର ହିଁ କାହାଣୀ ଅଟେ ।
ଭାରତବାସୀଙ୍କୁ ଜାଗ୍ରତ କରାଇବାକୁ ହେବ । ପ୍ରଥମେ ଶିବଙ୍କ ମନ୍ଦିରକୁ ଯାଇ ବୁଝାଇବାକୁ ହେବ । ଏହି
ବାବା ନୂଆ ସୃଷ୍ଟିର ରଚୟିତା ଅଟନ୍ତି । କହୁଛନ୍ତି ଯେ - ମୋତେ ସ୍ମରଣ କର ତେବେ ତୁମର ବିକର୍ମ
ବିନାଶ ହେବ । ବର୍ତ୍ତମାନ ନିରାକାର ଶିବବାବା ଆସିଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର
ସ୍ଥାପନା କରୁଛନ୍ତି । ଏବେ ତୁମେ ବାବା ଏବଂ ସମ୍ପତ୍ତିକୁ ସ୍ମରଣ କର । ତୁମର ୮୪ ଜନ୍ମ
ସମ୍ପୂର୍ଣ୍ଣ ହୋଇଗଲାଣି । ଏବେ ଆମେ ତୁମକୁ ସବୁ କଥା ଶୁଣାଇ ଦେଉଛୁ । ଏହାକୁ ମାନିବ କି ନ ମାନିବ
ତାହା ତୁମର ଇଚ୍ଛା । ଏହି କଥା ତ ବହୁତ ଭଲ । ବାବା ହିଁ ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟନ୍ତି ।
ଅଳ୍ପ କିଛି ବୁଝାଇଦେଲେ ମଧ୍ୟ ସେମାନେ ଜ୍ଞାନମାର୍ଗକୁ ଆପଣାଇ ନେବେ । ଏହା ହିଁ ତୁମର ଧନ୍ଦା ଅଟେ
। ଏଥିରେ କିଛି ବି ମେହନତ କରିବାର ନାହିଁ । କେବଳ ମୁଖ ଦ୍ୱାରା କହିବାକୁ ହେବ - ବାବା କହୁଛନ୍ତି
ମୋତେ ସ୍ମରଣ କର । ଦେହୀ-ଅଭିମାନୀ ହୁଅ । ଶିବଙ୍କ ପୂଜାରୀ ଏବଂ ଲକ୍ଷ୍ମୀ-ନାରାୟଣଙ୍କ ପୂଜାରୀଙ୍କ
ପାଖକୁ ଯାଅ । ତାଙ୍କୁ ଲକ୍ଷ୍ମୀ-ନାରାୟଣଙ୍କର ଜୀବନ କାହାଣୀ ଶୁଣାଅ । ଆଚ୍ଛା-
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଶରୀର-ମନ-ଧନ ଦ୍ୱାରା ଆତ୍ମିକ ସେବାରେ ସହଯୋଗୀ ହେବାକୁ ପଡିବ । ସମସ୍ତଙ୍କୁ ଅଲଫ ଅର୍ଥାତ୍
ବାବାଙ୍କର ପରିଚୟ ଦେଇ ବର୍ସାର ଅଧିକାରୀ କରାଇବାକୁ ହେବ । ବିନାଶ ପୂର୍ବରୁ କର୍ମାତୀତ ହେବା ପାଇଁ
ବାବାଙ୍କ ସ୍ମୃତିରେ ରହିବାକୁ ହେବ ।
(୨) ବାବାଙ୍କ ସମାନ
ମୋହଜିତ୍ ହେବାକୁ ପଡିବ । ଆତ୍ମାର ଆତ୍ମା ସହିତ ଯେଉଁ ମୋହ ହୋଇଯାଇଛି ତା’କୁ ସମାପ୍ତ କରି
ଏକମାତ୍ର ବାବାଙ୍କ ସହିତ ଲଗନ ଅର୍ଥାତ୍ ସ୍ନେହ ରଖିବାକୁ ହେବ ।
ବରଦାନ:-
ସର୍ବଶକ୍ତିମାନଙ୍କର ସଂଗର ସ୍ମୃତି ଦ୍ୱାରା ସମସ୍ୟାଗୁଡିକୁ ଦୂରକୁ ତଡି ଦେଉଥିବା ପରମାତ୍ମ ସ୍ନେହୀ
ଭବ ।
ଯେଉଁ ପିଲାମାନେ
ପରମାତ୍ମ ସ୍ନେହୀ ଅଟନ୍ତି ସେମାନେ ନିଜର ସ୍ନେହୀଙ୍କୁ ସର୍ବଦା ସାଥୀରେ ରଖିଥାଆନ୍ତି ସେଥିପାଇଁ
କୌଣସି ବି ସମସ୍ୟା ସମ୍ମୁଖକୁ ଆସି ନ ଥାଏ । ଯେଉଁମାନଙ୍କ ସାଥୀରେ ସ୍ୱୟଂ ସର୍ବଶକ୍ତିମାନ ବାବା
ଅଛନ୍ତି ସେମାନଙ୍କ ସମ୍ମୁଖରେ କୌଣସି ବି ସମସ୍ୟା ତିଷ୍ଠି ପାରି ନଥାଏ । ତେଣୁ ସମସ୍ୟା ଉତ୍ପନ୍ନ
ହେବା ମାତ୍ରକେ ଯଦି ତାକୁ ସମାପ୍ତ କରିଦେବ ତେବେ ତାହା ବୃଦ୍ଧି ହୋଇପାରିବ ନାହିଁ । ଏବେ ସମସ୍ୟା
ଗୁଡିକର ଜନ୍ମ ନିୟନ୍ତ୍ରଣ କର । ସର୍ବଦା ମନେ ରଖ ଯେ ମୋତେ ସମ୍ପୂର୍ଣ୍ଣତାକୁ ପାଖେଇ ଆଣିବାକୁ
ହେବ ଏବଂ ସମସ୍ୟା ଗୁଡିକୁ ଦୂରକୁ ତଡି ଦେବାକୁ ହେବ ।
ସ୍ଲୋଗାନ:-
କାହାର ପ୍ରିୟ
ହେବା ପାଇଁ ପୁରୁଷାର୍ଥ କର ନାହିଁ କିନ୍ତୁ ସମସ୍ତଙ୍କଠାରୁ ନିଆରା ଅର୍ଥାତ୍ ଅଲଗା ହେବା ପାଇଁ
ପୁରୁଷାର୍ଥ କର ଯାହା ଦ୍ୱାରା ଆପେ ଆପେ ପ୍ରିୟ ହୋଇଯିବ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ, ଏକରସ ସ୍ଥିତିର ଅନୁଭବ କର ।
ସମୟ ଅନୁସାରେ ଏବେ ଅନେକ
ପ୍ରକାରର ବିଘ୍ନ ଆସିବାରେ ଲାଗିଛି, କୌଣସି ଭଲ ବିଦ୍ୟାର୍ଥୀ ମଧ୍ୟ ମାୟାର ବଶୀଭୂତ ହୋଇ ବିରୋଧି
ହୋଇଯାଉଛି ଏବଂ ସେବାରେ ବିଘ୍ନ ସୃଷ୍ଟି କରୁଛି । ତେଣୁ ଏଭଳି ସମୟରେ ବିଚଳିତ ହୋଇଯାଉନାହଁ ତ!
ଗୋଟିଏ ହେଲା ସେମାନଙ୍କ ପ୍ରତି କଲ୍ୟାଣର ଭାବନା ରଖି ଦୟା ଦୃଷ୍ଟି ରଖିବା, କିନ୍ତୁ ତାଙ୍କ କାରଣରୁ
ନିଜେ ହଲଚଲ ହୋଇଯିବା ଅଥବା ବ୍ୟର୍ଥ ସଂକଳ୍ପ ଚଲାଇବା, ଏହା ହିଁ ହେଉଛି ହଲଚଲ ହେବା । ତେବେ
ଯେଉଁମାନେ ପ୍ରତ୍ୟେକ ଆତ୍ମାଙ୍କର ପାର୍ଟକୁ ସାକ୍ଷୀ ଦ୍ରଷ୍ଟା ସ୍ଥିତିରେ ରହି ଦେଖିଥାଆନ୍ତି,
ସେହିମାନେ ହିଁ ଅଚଳ ଅଟଳ ଏବଂ ଏକରସ ସ୍ଥିତିରେ ରହିଥାଆନ୍ତି ।