02.06.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯଦି
ସର୍ବଦା ସ୍ମୃତିରେ ରହିବ ତେବେ ଦୂରରେ ଥିଲେ ମଧ୍ୟ ସାଥିରେ ଅଛ, ସ୍ମୃତିରେ ରହିବା ଦ୍ୱାରା ସାଥିରେ
ରହିବାର ଅନୁଭବ ବି ହୋଇଥାଏ ଏବଂ ବିକର୍ମ ବି ବିନାଶ ହୋଇଥାଏ । ’’
ପ୍ରଶ୍ନ:-
ଦୂରଦେଶୀ ବାବା
ନିଜର ସନ୍ତାନମାନଙ୍କୁ ଦୂରଦର୍ଶୀ କରିବା ପାଇଁ କେଉଁ ଜ୍ଞାନ ଦେଉଛନ୍ତି?
ଉତ୍ତର:-
ମନୁଷ୍ୟ ଆତ୍ମା କିପରି ସୃଷ୍ଟିଚକ୍ରରେ ଭିନ୍ନ ଭିନ୍ନ ବର୍ଣ୍ଣରେ ଆସୁଛି, ଏହାର ଜ୍ଞାନ ଦୂରଦର୍ଶୀ
ବାବା ହିଁ ଦେଉଛନ୍ତି । ତୁମେମାନେ ଜାଣୁଛ ଏବେ ଆମେ ବ୍ରାହ୍ମଣ ବର୍ଣ୍ଣରେ ଅଛୁ ଏହା ପୂର୍ବରୁ
ଯେତେବେଳେ ଜ୍ଞାନ ନ ଥିଲା ସେତେବେଳେ ଶୂଦ୍ର ବର୍ଣ୍ଣର ଥିଲୁ, ତା’ପୂର୍ବରୁ ବୈଶ୍ୟ... ବର୍ଣ୍ଣର
ଥିଲୁ । ଦୂରଦେଶରେ ରହୁଥିବା ବାବା ଆସି ଏହି ଦୂରଦର୍ଶୀ ହେବାର ସାରା ଜ୍ଞାନ ପିଲାମାନଙ୍କୁ
ଦେଉଛନ୍ତି ।
ଗୀତ:-
ଯୋ ପିଆ କେ ସାଥ୍
ହେ...
ଓମ୍ ଶାନ୍ତି ।
ଯେଉଁମାନେ
ଜ୍ଞାନ ସାଗରଙ୍କ ସାଥିରେ ଅଛନ୍ତି ତାଙ୍କ ନିମନ୍ତେ ଜ୍ଞାନର ବୃଷ୍ଟି ହେଉଛି । ତୁମେମାନେ ବାବାଙ୍କ
ସହିତ ଅଛ ନା । ଯଦିଓ ବିଦେଶରେ ଅଥବା ଯେଉଁଠି ବି ଥାଅ, ବୁଦ୍ଧି ଦ୍ୱାରା ସାଥିରେ ଅଛ ନା ।
ବାବାଙ୍କୁ ତ ମନେ ପକାଉଛ ନା । ଯେଉଁ ପିଲାମାନେ ବି ୟାଦରେ ରହୁଛନ୍ତି ସେମାନେ ସର୍ବଦା ବାବାଙ୍କ
ସାଥିରେ ଅଛନ୍ତି । ସ୍ମୃତିରେ ରହିବା ଦ୍ୱାରା ବାବାଙ୍କ ସାଥିରେ ରହୁଛନ୍ତି ଏବଂ ବିକର୍ମ ମଧ୍ୟ
ବିନାଶ ହେଉଛି ଏହାପରେ ପୁଣି ଆରମ୍ଭ ହୋଇଥାଏ ବିକର୍ମାଜିତ୍ ସମ୍ବତ । ପୁଣି ଯେବେ ରାବଣ ରାଜ୍ୟ
ଆରମ୍ଭ ହୋଇଥାଏ, ସେତେବେଳେ ରାଜା ବିକ୍ରମଙ୍କର ସମ୍ବତ ବୋଲି କୁହାଯାଏ । ତାହା ବିକର୍ମାଜିତ୍,
ତାହା ବିକର୍ମୀ । ଏବେ ତୁମେମାନେ ବିକର୍ମାଜିତ୍ ହେଉଛ । ପୁଣି ତୁମେମାନେ ବିକର୍ମୀ ହୋଇଯିବ ।
ବର୍ତ୍ତମାନ ସମସ୍ତେ ଅତି ବିକର୍ମୀ ଅଟନ୍ତି । କାହାକୁ ହେଲେ ବି ନିଜ ଧର୍ମ ବିଷୟରେ ଜଣାନାହିଁ ।
ଆଜି ବାବା ଗୋଟିଏ ଛୋଟ ପ୍ରଶ୍ନ ପଚାରୁଛନ୍ତି - ସତ୍ୟଯୁଗରେ ଦେବତାମାନଙ୍କର ଏ କଥା ସ୍ମୃତି ରୁହେ
କି ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଅଟୁ? ଯେପରି ତୁମେମାନେ ଭାବୁଛ ଆମେ ହିନ୍ଦୁଧର୍ମର ଅଟୁ,
କେହି କେହି କହୁଛନ୍ତି ଆମେ ହେଉଛୁ ଖ୍ରୀଷ୍ଟିୟାନ୍ ଧର୍ମର । ସେହିପରି ସେଠାରେ ଦେବତାମାନେ ନିଜକୁ
ଦେବୀ ଦେବତା ଧର୍ମର ଭାବନ୍ତି କି? ଏ ସବୁ ବିଚାର କରିବାର କଥା ଅଟେ ନା । ସେଠାରେ ଅନ୍ୟ କୌଣସି
ଧର୍ମ ତ ନ ଥାଏ ଯାହାଦ୍ୱାରା ଭାବିବେ ଆମେ ଅମୁକ ଧର୍ମର ଅଟୁ । ଏଠାରେ ବହୁତ ଧର୍ମ ରହିଛି, ତେଣୁ
ଚିହ୍ନିବା ପାଇଁ ଅଲଗା ଅଲଗା ନାମ ରଖିଦେଇଛନ୍ତି । ସେଠାରେ ତ କେବଳ ଗୋଟିଏ ଧର୍ମ ହିଁ ହେବ,
ସେଥିପାଇଁ କହିବାର ଆବଶ୍ୟକତା ନାହିଁ ଯେ ଆମେ ଅମୁକ ଧର୍ମର ଅଟୁ । ସେମାନଙ୍କୁ ଜଣା ମଧ୍ୟ ନଥାଏ
ଯେ କୌଣସି ଧର୍ମ ଥାଏ ବୋଲି, କେବଳ ସେହିମାନଙ୍କର ହିଁ ରାଜତ୍ତ୍ୱ ଥାଏ । ଏବେ ତୁମେ ଜାଣୁଛ ଆମେ
ହେଉଛୁ ଆଦି ସନାତନ ଦେବୀ ଦେବତା ଧର୍ମର । ଆଉ କାହାକୁ ଦେବୀ ଦେବତା କୁହାଯାଇପାରିବ ନାହିଁ ।
ପତିତ ହେବା କାରଣରୁ ନିଜକୁ ଦେବତା କହିପାରିବେ ନାହିଁ । ପବିତ୍ରକୁ ହିଁ ଦେବତା କୁହାଯାଏ ।
ସେଠାରେ ଏପରି କୌଣସି କଥା ନ ଥାଏ । କାହା ସହିତ ତୁଳନା କରାଯାଇପାରିବ ନାହିଁ । ଏବେ ତୁମେମାନେ
ସଙ୍ଗମଯୁଗରେ ଅଛ, ଜାଣିଛ ଆଦି ସନାତନ ଦେବୀ ଦେବତା ଧର୍ମର ପୁଣି ଥରେ ସ୍ଥାପନା ହେଉଛି । ସେଠାରେ
ତ ଧର୍ମର କୌଣସି କଥା ହିଁ ନ ଥାଏ । ଏକ ଧର୍ମ ହିଁ ରହିବ । ଏ କଥା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି
ଯେ ଯେଉଁମାନେ କହୁଛନ୍ତି ମହାପ୍ରଳୟ ହେଉଛି ଅର୍ଥାତ୍ କିଛି ହେଲେ ରହିବ ନାହିଁ ଏହା ମଧ୍ୟ ଭୁଲ୍
କଥା ହୋଇଯାଉଛି । ବାବା ବସି ବୁଝାଉଛନ୍ତି - ଠିକ୍ କ’ଣ? ଶାସ୍ତ୍ରରେ ତ ସବୁ ଜଳମୟ ହେବାର
ଦେଖାଇଛନ୍ତି । ବାବା ବୁଝାଉଛନ୍ତି ଭାରତ ବ୍ୟତୀତ ଅନ୍ୟ ସବୁ ଜଳମୟ ହୋଇଯିବ । ଏତେ ବଡ ସୃଷ୍ଟିର
କ’ଣ ଦରକାର । କେବଳ ଏକା ଭାରତରେ ହିଁ ଦେଖ କେତେ ଗାଁ ରହିଛି । ପ୍ରଥମେ ଜଙ୍ଗଲ ଥିଲା ପୁଣି
ସେଥିରୁ ବୃଦ୍ଧି ହୋଇ ଚାଲିଛି । ସେଠାରେ ତ କେବଳ ତୁମେମାନେ ଆଦି ସନାତନ ଦେବୀ ଦେବତା ଧର୍ମର ହିଁ
ରହିବ । ଏହା ତୁମ ବ୍ରାହ୍ମଣମାନଙ୍କର ବୁଦ୍ଧିରେ ବାବା ଧାରଣ କରାଉଛନ୍ତି । ଏବେ ତୁମେମାନେ ଜାଣୁଛ
ସର୍ବୋଚ୍ଚ ଶିବବାବା କିଏ? ତାଙ୍କର ପୂଜା କାହିଁକି କରାଯାଉଛି? ଅରଖ ଆଦି ଫୁଲ କାହିଁକି
ଚଢ଼ାଉଛନ୍ତି? ସେ ତ ନିରାକାର ଅଟନ୍ତି ନା । କହୁଛନ୍ତି ନାମ ରୂପରୁ ଅଲଗା, କିନ୍ତୁ ନାମ ରୂପରୁ
ଅଲଗା କୌଣସି ଜିନିଷ ହିଁ ନ ଥାଏ । ତେବେ ସେ କିଏ? ଯାହାଙ୍କୁ ଫୁଲ ଆଦି ଚଢ଼ାଉଛନ୍ତି? ପ୍ରଥମେ
ପ୍ରଥମେ ତାଙ୍କର ପୂଜା ହେଉଛି । ମନ୍ଦିର ମଧ୍ୟ ତାଙ୍କର ତିଆରି ହେଉଛି କାହିଁକିନା ସେ ହିଁ ଭାରତ
ଏବଂ ସାରା ଦୁନିଆର ସନ୍ତାନମାନଙ୍କର ସେବା କରୁଛନ୍ତି । ମନୁଷ୍ୟମାନଙ୍କର ହିଁ ସେବା କରାଯାଉଛି ନା
। ବର୍ତ୍ତମାନ ତୁମେ ନିଜକୁ ଦେବୀ ଦେବତା ଧର୍ମର ବୋଲି କହି ପାରିବ ନାହିଁ । ତୁମମାନଙ୍କୁ ମଧ୍ୟ
ଜଣା ନ ଥିଲା କି ଆମେମାନେ ଦେବୀଦେବତା ଥିଲୁ, ପୁଣି ଏବେ ହେବାକୁ ଯାଉଛୁ । ଏବେ ବାବା ବୁଝାଉଛନ୍ତି
ତେଣୁ ବୁଝିବା ଦରକାର - ଏହି ଜ୍ଞାନ ବାବାଙ୍କ ବ୍ୟତୀତ ଆଉ କେହି ଦେଇପାରିବେ ନାହିଁ । ତାଙ୍କୁ
ହିଁ କୁହାଯାଉଛି ଜ୍ଞାନର ସାଗର, ଜ୍ଞାନର ଭଣ୍ଡାର - ଗାୟନ ରହିଛି ରଚୟିତା ଏବଂ ରଚନାକୁ ଋଷି ମୁନି
ଇତ୍ୟାଦି କେହି ମଧ୍ୟ ଜାଣନ୍ତି ନାହିଁ । ନେତି-ନେତି ଅର୍ଥାତ୍ ଅନ୍ତ ନାହିଁ କହିଯାଇଛନ୍ତି ।
ଯେପରି ଛୋଟ ଛୋଟ ପିଲାମାନଙ୍କୁ ଜ୍ଞାନ ଜଣା ନ ଥାଏ, ଯେତେ ଯେତେ ବଡ ହେଉଥିବେ, ସେହିପରି
ବୁଦ୍ଧିମାନ ହେଉଥିବେ । ବୁଦ୍ଧିରେ ଜାଣିପାରନ୍ତି ଯେ ବିଲାତ କେଉଁଠି, ଅମୁକ ସ୍ଥାନ କେଉଁଠି ।
ତୁମେ ପିଲାମାନେ ମଧ୍ୟ ପୂର୍ବରୁ ଏହି ବେହଦର ଜ୍ଞାନକୁ କିଛି ବି ଜାଣି ନ ଥିଲ । ଇଏ ବ୍ରହ୍ମା
ମଧ୍ୟ କହୁଛନ୍ତି ଯଦିଓ ମୁଁ ଶାସ୍ତ୍ର ଆଦି ପଢୁଥିଲି, କିନ୍ତୁ କିଛି ବି ବୁଝି ନ ଥିଲି । ମନୁଷ୍ୟ
ହିଁ ଏହି ଡ୍ରାମାରେ ଅଭିନେତା ଅଟେ ନା ।
ସଂପୂର୍ଣ୍ଣ ଖେଳ ତ ଦୁଇଟି
କଥା ଉପରେ ପ୍ରସ୍ତୁତ ହୋଇଛି - ଭାରତର ପରାଜୟ ଏବଂ ଭାରତର ବିଜୟ । ଭାରତରେ ସତ୍ୟଯୁଗ ଆରମ୍ଭରେ
ପବିତ୍ର ଧର୍ମ ଥିଲା, ବର୍ତ୍ତମାନ ଅପବିତ୍ର ଧର୍ମ ରହିଛି । ଅପବିତ୍ରତା କାରଣରୁ ନିଜକୁ ଦେବତା
ବୋଲି କହିପାରୁ ନାହାଁନ୍ତି । ତଥାପି ମଧ୍ୟ ନିଜ ନାମରେ ଶ୍ରୀ ଶ୍ରୀର ଉପାଧି ଲଗାଇ ଦେଉଛନ୍ତି ।
କିନ୍ତୁ ଶ୍ରୀର ଅର୍ଥ ଶ୍ରେଷ୍ଠ । ପବିତ୍ର ଦେବତାମାନଙ୍କୁ ହିଁ ଶ୍ରେଷ୍ଠ କୁହାଯାଇଥାଏ । ଶ୍ରୀମତ୍
ଭଗବାନ ଉବାଚ କୁହାଯାଏ ନା । ତେବେ ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ କାହାକୁ କହିବା? ଯେଉଁମାନେ ବାବାଙ୍କ
ମୁଖରୁ ଜ୍ଞାନ ଶୁଣି ଶ୍ରେଷ୍ଠ ହେଉଛନ୍ତି ନା - ଯେଉଁମାନେ ନିଜକୁ ନିଜେ ଶ୍ରୀ ଶ୍ରୀ କୁହାଉଛନ୍ତି?
ବାବାଙ୍କର କର୍ତ୍ତବ୍ୟ ଅନୁସାରେ ଯେଉଁ ନାମ ଦିଆଯାଇଛି ତାହା ମଧ୍ୟ ସେମାନେ ନିଜ ଉପରେ ରଖି
ଦେଇଛନ୍ତି । ଏ ସବୁ ହେଲା ବିସ୍ତାରର କଥା । ତଥାପି ମଧ୍ୟ ବାବା କହୁଛନ୍ତି - ପିଲାମାନେ,
ଏକମାତ୍ର ବାବାଙ୍କୁ ହିଁ ମନେ ପକାଉଥାଉ । ଏହା ହିଁ ହେଉଛି ବଶୀକରଣ ମନ୍ତ୍ର । ତୁମେ ରାବଣ ଉପରେ
ବିଜୟ ପ୍ରାପ୍ତ କରି ଜଗତଜିତ୍ ହେଉଛ - ବାରମ୍ବାର ନିଜକୁ ଆତ୍ମା ମନେ କର । ଏଠାରେ ଏହି ଶରୀର ତ ୫
ତତ୍ତ୍ୱରେ ତିଆରି ହୋଇଛି । ତିଆରି ହେଉଛି, ନଷ୍ଟ ହେଉଛି ପୁଣି ତିଆରି ହେଉଛି । ତେବେ ଆତ୍ମା ତ
ଅବିନାଶୀ ଅଟେ । ଅବିନାଶୀ ଆତ୍ମାମାନଙ୍କୁ ଏବେ ସଂଗମଯୁଗରେ ଅବିନାଶୀ ବାବା ପାଠ ପଢାଉଛନ୍ତି । ଭଲେ
ଯେତେ ବିଘ୍ନ ଆଦି ପଡିଲେ ମଧ୍ୟ ମାୟାର ତୋଫାନ ଆସିଲେ ମଧ୍ୟ ତୁମେ ବାବାଙ୍କ ୟାଦରେ ରୁହ । ତୁମେ
ଜାଣିଛ, ଆମେ ହିଁ ସତ୍ୱପ୍ରଧାନ ଥିଲୁ ପୁଣି ତମଃପ୍ରଧାନ ହୋଇଛୁ । ତୁମମାନଙ୍କ ଭିତରେ ମଧ୍ୟ
କ୍ରମାନୁସାରେ ଏ କଥା ଜାଣିଛନ୍ତି । ତୁମମାନଙ୍କର ବୁଦ୍ଧିରେ ରହିଛି - ଆମେ ହିଁ ପ୍ରଥମେ ଭକ୍ତି
କରିଛୁ । ନିଶ୍ଚିତ ଯେଉଁମାନେ ପ୍ରଥମେ ଭକ୍ତି କରିଛନ୍ତି, ସେ ହିଁ ଶିବମନ୍ଦିର ତିଆରି କରିଛନ୍ତି
। କାହିଁକି ନା ଧନବାନ ମଧ୍ୟ ସେହିମାନେ ହିଁ ହୋଇଥାଆନ୍ତି ନା । ବଡ-ବଡ ରାଜାମାନଙ୍କୁ ଦେଖି ଅନ୍ୟ
ରାଜାମାନେ ଏବଂ ଧୀରେ ଧୀରେ ପ୍ରଜାମାନେ ମଧ୍ୟ ମନ୍ଦିର ନିର୍ମାଣ କରିଥାନ୍ତି । ଏ ସବୁ ହେଲା
ବିସ୍ତାରର କଥା । ଏକ ସେକେଣ୍ଡରେ ଜୀବନମୁକ୍ତି କୁହାଯାଇଥାଏ । ପୁଣି ବୁଝାଇବା ପାଇଁ କେତେ ବର୍ଷ
ଲାଗିଯାଉଛି । ଜ୍ଞାନ ତ ସହଜ ଅଟେ । ସେଥିରେ ଏତେ ସମୟ ଲାଗେ ନାହିଁ, ଯେତେ ସମୟ ୟାଦର ଯାତ୍ରାରେ
ରହିବା ପାଇଁ ଲାଗିଥାଏ । ଡାକୁଛନ୍ତି ମଧ୍ୟ ବାବା ଆସ । ଏଠାକୁ ଆସି ଆମକୁ ପତିତରୁ ପାବନ କର ।
ଏପରି କହୁ ନାହାଁନ୍ତି ଯେ ବାବା ଆମକୁ ବିଶ୍ୱର ମାଲିକ କର । ସମସ୍ତେ କହୁଛନ୍ତି - ପତିତରୁ ପାବନ
କର । ପବିତ୍ର ଦୁନିଆ ସତ୍ୟଯୁଗକୁ କୁହାଯାଏ । ଏହାକୁ ପତିତ ଦୁନିଆ କୁହାଯିବ । ପତିତ ଦୁନିଆ
କହୁଥିଲେ ମଧ୍ୟ ନିଜକୁ କେହି ପତିତ ବୋଲି ଭାବି ନ ଥାନ୍ତି । ନିଜ ପ୍ରତି ଘୃଣା ଆସୁ ନାହିଁ ।
ତୁମେମାନେ କାହା ହାତରୁ ଖାଉନାହଁ, ତେଣୁ କହୁଛନ୍ତି ଆମେ କ’ଣ ଅଛୁଆଁ? ଆରେ, ତୁମେ ନିଜେ ହିଁ
କହୁଛ ନା । ପତିତ ତ ସମସ୍ତେ ଅଟନ୍ତି ନା । ତୁମେମାନେ ମଧ୍ୟ କହୁଛ ଆମେ ପତିତ, ଏହି ଦେବତାମାନେ
ପବିତ୍ର ଅଟନ୍ତି । ତେବେ ପତିତଙ୍କୁ କ’ଣ କୁହାଯିବ । ଗାୟନ ଅଛି ନା - ଅମୃତ ଛାଡି ବିଷ କାହିଁକି
ଖାଇଲ । ବିଷ ତ ଖରାପ ଜିନିଷ ଅଟେ ନା । ବାବା କହୁଛନ୍ତି ଏହି କାମ ବିକାର ରୂପି ବିଷ ତୁମକୁ
ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଥାଏ । କିନ୍ତୁ ଏହାକୁ କ’ଣ କେହି ବିଷ ବୋଲି ଭାବୁଛନ୍ତି । ଯେପରି
ନିଶାଖୋର ନିଶା ବିନା, ମଦୁଆ ମଦ ବିନା ରହିପାରିବ ନାହିଁ । ସେହିପରି ବିକାର ବିନା ରହିପାରୁ
ନାହାଁନ୍ତି । ଲଢ଼େଇ ସମୟରେ ତାଙ୍କୁ ମଦ ପିଆଇ ନିଶା ଚଢ଼ାଇ ଯୁଦ୍ଧଭୂମିକୁ ପଠାଇଦେଇଥା’ନ୍ତି । ନିଶା
ମିଳିଲା ବାସ୍, ଭାବନ୍ତି ଆମକୁ ଏପରି କରିବାକୁ ହେବ । ଏମାନଙ୍କର ମରିବାକୁ ଡର ନ ଥାଏ ।
ଯେଉଁଠାକୁ କହିଲେ ସେଠାକୁ ବୋମା ନେଇ ବୋମା ସହିତ ପଡିଯାଇଥାଆନ୍ତି । ଗାୟନ ମଧ୍ୟ ରହିଛି ମୁସଳ
ଅର୍ଥାତ୍ ମିସାଇଲର ଯୁଦ୍ଧ ଲାଗିଥିଲା, ସଠିକ୍ କଥା ଏବେ ତୁମେମାନେ ବାସ୍ତବରେ ଦେଖୁଛ । ଆଗରୁ ତ
କେବଳ ପଢ଼ୁଥିଲ, ପେଟରୁ ମୁସଳ ବାହାର କରି ପୁଣି ଏପରି କଲେ । ଏବେ ତୁମେମାନେ ଜାଣୁଛ ଯେ ପାଣ୍ଡବ
କିଏ, କୌରବ କିଏ? ସ୍ୱର୍ଗବାସୀ ହେବା ପାଇଁ ପାଣ୍ଡବମାନେ ଜୀବଦ୍ଦଶାରେ ଅର୍ଥାତ୍ ଜୀଇଁ ଥାଉ ଥାଉ
ଦେହ ଅଭିମାନରୁ ମରିବା ପାଇଁ ପୁରୁଷାର୍ଥ କରିଥିଲେ । ତୁମେମାନେ ଏବେ ଏହି ପୁରୁଣା ଶରୀରକୁ
ଛାଡିବାର ପୁରୁଷାର୍ଥ କରୁଛ । କହୁଛ ନା ଏହି ପୁରୁଣା ଜୋତା ଛାଡି ନୂଆ ନେବୁ । ବାବା ପିଲାମାନଙ୍କୁ
ହିଁ ବୁଝାଉଛନ୍ତି । ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ଆସୁଛି । ମୋର ନାମ ହେଉଛି ଶିବ । ଶିବ
ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି । ଭକ୍ତିମାର୍ଗ ପାଇଁ କେତେ ମନ୍ଦିର ଆଦି ତିଆରି କରୁଛନ୍ତି । ନାମ
ମଧ୍ୟ ବହୁତ ରଖିଦେଇଛନ୍ତି । ଦେବୀମାନଙ୍କର ମଧ୍ୟ ସେହିପରି ନାମ ସବୁ ରଖିଦେଉଛନ୍ତି । ବର୍ତ୍ତମାନ
ତୁମମାନଙ୍କର ପୂଜା ହେଉଛି । ଏ କଥା ମଧ୍ୟ ତୁମେମାନେ ହିଁ ଜାଣୁଛ ଯାହାଙ୍କର ଆମେ ଦିନେ ପୂଜା
କରୁଥିଲୁ ସେ ଆସି ଆମକୁ ପଢ଼ାଉଛନ୍ତି । ଯେଉଁ ଲକ୍ଷ୍ମୀ ନାରାୟଣଙ୍କର ଆମେ ପୂଜାରୀ ଥିଲୁ, ଏବେ ଆମେ
ନିଜେ ସେହିଭଳି ହେଉଛୁ । ଏହି ଜ୍ଞାନ ବୁଦ୍ଧିରେ ଅଛି । ସ୍ମରଣ କରୁଥାଅ ଏବଂ ପୁଣି ଅନ୍ୟମାନଙ୍କୁ
ମଧ୍ୟ ଶୁଣାଅ । ବହୁତ ଅଛନ୍ତି ଯେଉଁମାନେ ଧାରଣା କରିପାରୁନାହାଁନ୍ତି । ବାବା କହୁଛନ୍ତି ଅଧିକ
ଧାରଣା ନ କରିପାରିଲେ କିଛି ଯାଏ ଆସେ ନାହିଁ । ଯୋଗଯୁକ୍ତ ହୋଇ ରହିବାର ଧାରଣା ତ କରୁଛ ନା ।
ବାବାଙ୍କୁ ହିଁ ୟାଦ କରିଚାଲ । ଯେଉଁମାନେ ମୁରଲୀ ଶୁଣାଇ ପାରୁନାହାଁନ୍ତି ସେମାନେ କେବଳ ଏଠାରେ
ବସି ସ୍ମରଣ କରନ୍ତୁ । ଏଠାରେ କୌଣସି ବନ୍ଧନ ବା ଅଡୁଆ ତଡୁଆ କଥା ଆଦି ନାହିଁ । ଘରେ
ପିଲାଛୁଆଙ୍କର କାର୍ଯ୍ୟକଳାପ ଦେଖି ସେହି ନିଶା ହଜିଯାଉଛି । ଏଠାରେ ଚିତ୍ର ମଧ୍ୟ ରଖାଯାଇଛି ।
କାହାକୁ ବି ବୁଝାଇବା ତ ବହୁତ ସହଜ । ଲୋକମାନେ ତ ଗୀତା ଆଦି ପୁରା କଣ୍ଠସ୍ଥ କରିଦେଉଛନ୍ତି । ଶିଖ୍ମାନଙ୍କର
ମଧ୍ୟ ଗ୍ରନ୍ଥ କଣ୍ଠସ୍ଥ ହୋଇ ରହିଥାଏ । ତୁମକୁ କ’ଣ କଣ୍ଠସ୍ଥ କରିବାକୁ ଅର୍ଥାତ୍ ମନେ ରଖିବାକୁ
ହେବ? ବାବାଙ୍କୁ । ତୁମେ କହୁଛ ମଧ୍ୟ, ବାବା ଏହା ବିଲ୍କୁଲ୍ ନୂଆ କଥା । ଏହା ହିଁ ଏକମାତ୍ର ସମୟ
ଯେତେବେଳେ କି ତୁମକୁ ନିଜକୁ ଆତ୍ମା ଭାବି ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ । ୫ ହଜାର
ବର୍ଷ ପୂର୍ବରୁ ମଧ୍ୟ ଶିଖାଇଥିଲି, ଆଉ କାହାର ଶକ୍ତି ନାହିଁ ଯିଏ ଏପରି ବୁଝାଇପାରିବେ । ଜ୍ଞାନ
ସାଗର ତ କେବଳ ବାବା ହିଁ ଅଟନ୍ତି ଅନ୍ୟ କେହି ଜ୍ଞାନ ସାଗର ହୋଇପାରିବେ ନାହିଁ । ଜ୍ଞାନ ସାଗର
ବାବା ହିଁ ତୁମମାନଙ୍କୁ ବୁଝାଉଛନ୍ତି, ଆଜିକାଲି ଏପରି ବହୁତ ସାଧୁ ସନ୍ଥ ଆବିର୍ଭାବ ହେଉଛନ୍ତି
ଯିଏ କହୁଛନ୍ତି ମୁଁ ଅବତାର ନେଇଛି । ସେଥିପାଇଁ ସତ୍ୟର ସ୍ଥାପନାରେ କେତେ ବିଘ୍ନ ପଡୁଛି କିନ୍ତୁ
ଗାୟନ ରହିଛି ସତ୍ୟର ନାଆ ହଲିବ, ଦୋହଲିବ କିନ୍ତୁ ବୁଡିବ ନାହିଁ ।
ଏବେ ତୁମେମାନେ ବାବାଙ୍କ
ପାଖକୁ ଆସୁଛ ତେଣୁ ତୁମ ମନରେ କେତେ ଖୁସୀ ରହିବା ଉଚିତ୍ । ଆଗରୁ ତୀର୍ଥ ଯାତ୍ରା ଆଦିକୁ ଯାଉଥିଲ
ସେ ସମୟରେ ତୁମମାନଙ୍କ ମନରେ କ’ଣ ସଂକଳ୍ପ ଆସୁଥିଲା? ଏବେ ଘରଦ୍ୱାର ଛାଡି ଏଠାକୁ ଆସୁଛ ତେବେ କ’ଣ
ଖିଆଲ୍ ଆସୁଛି? ଆମେ ବାପଦାଦାଙ୍କ ପାଖକୁ ଯାଉଛୁ । ବାବା ଏକଥା ମଧ୍ୟ ବୁଝାଇଛନ୍ତି ଯେ ମୋତେ ହିଁ
ଶିବବାବା କୁହାଯାଉଛି, ଯାହାଙ୍କ ମଧ୍ୟରେ ପ୍ରବେଶ କରୁଛି ସେ ହେଉଛନ୍ତି ବ୍ରହ୍ମା । କୁଟୁମ୍ବ
ରହିଥାଏ ନା । ପ୍ରଥମ ବଂଶ ହେଉଛି ବ୍ରାହ୍ମଣମାନଙ୍କର, ପୁଣି ଦେବତାମାନଙ୍କର କୁଟୁମ୍ବ ହୋଇଥାଏ ।
ଏବେ ଦୂରଦେଶୀ ବାବା ସନ୍ତାନମାନଙ୍କୁ ଦୂରଦର୍ଶୀ କରାଉଛନ୍ତି । ତୁମେମାନେ ଜାଣୁଛ ଆତ୍ମା କିପରି
ସାରା ଚକ୍ରରେ ଭିନ୍ନ ଭିନ୍ନ ବର୍ଣ୍ଣରେ ଆସିଛି, ଏହାର ଜ୍ଞାନ ଦୂରଦର୍ଶୀ ବାବା ହିଁ ଦେଉଛନ୍ତି ।
ତୁମେମାନେ ବିଚାର କରୁଛ ଯେ ଏବେ ଆମେ ବ୍ରାହ୍ମଣ ବର୍ଣ୍ଣର ଅଟୁ । ଏହା ପୂର୍ବରୁ ଯେବେ ଜ୍ଞାନ ମିଳି
ନ ଥିଲା ସେତେବେଳେ ଶୂଦ୍ରବର୍ଣ୍ଣର ଥିଲୁ । ଆମର ହେଉଛନ୍ତି ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ୍ ଫାଦର ଆଦି
ପିତା ବ୍ରହ୍ମା । ଗ୍ରେଟ୍ ଶୁଦ୍ର, ଗ୍ରେଟ୍ ବୈଶ୍ୟ, ଗ୍ରେଟ୍ କ୍ଷତ୍ରୀୟ... ତାଙ୍କ ପୂର୍ବରୁ
ଗ୍ରେଟ୍ ବ୍ରାହ୍ମଣମାନେ ଥିଲେ । ଏହି କଥା ସବୁ ବାବାଙ୍କ ବ୍ୟତୀତ ଅନ୍ୟ କେହି ବୁଝାଇପାରିବେ ନାହିଁ
। ଏହାକୁ ଦୂରଦର୍ଶୀ ଜ୍ଞାନ କୁହାଯାଉଛି ଦୂରଦେଶର ବାସିନ୍ଦା ବାବା ଆସି ଦୂରଦେଶର ସମସ୍ତ ଜ୍ଞାନ
ସନ୍ତାନମାନଙ୍କୁ ଦେଉଛନ୍ତି । ତୁମେମାନେ ଜାଣିଛ ଆମର ବାବା ଦୂରଦେଶରୁ ବ୍ରହ୍ମାବାବାଙ୍କ ଶରୀରକୁ
ଆସିଥା’ନ୍ତି । ଏହା ପରଦେଶ, ପରରାଜ୍ୟ ଅଟେ । ଶିବବାବାଙ୍କର ନିଜର ଶରୀର ନାହିଁ ଏବଂ ସେ ହେଉଛନ୍ତି
ଜ୍ଞାନର ସାଗର, ସ୍ୱର୍ଗର ରାଜ୍ୟ ମଧ୍ୟ ତାଙ୍କୁ ଦେବାକୁ ହେବ । ଶ୍ରୀକୃଷ୍ଣ ତ ଦେଇ ପାରିବେ ନାହିଁ
ନା । ଶିବବାବା ହିଁ ଦେବେ । ଶ୍ରୀକୃଷ୍ଣଙ୍କୁ ବାବା କୁହାଯିବ ନାହିଁ । ବାବା ରାଜ୍ୟ ଦେଉଛନ୍ତି,
ବାବାଙ୍କଠାରୁ ହିଁ ସମ୍ପତ୍ତି ମିଳୁଛି । ଏବେ ହଦର ସମ୍ପତ୍ତି ନେବା ଶେଷ ହେଉଛି । ସତ୍ୟଯୁଗରେ
ତୁମମାନଙ୍କର ଏହି କଥା ମନେ ରହିବ ନାହିଁ ଯେ ଆମେ ଏହି ସଙ୍ଗମରେ ୨୧ ଜନ୍ମର ସମ୍ପତ୍ତି ନେଇଥିଲୁ ।
ଏ କଥା ବର୍ତ୍ତମାନ ଜାଣୁଛ ଯେ ଆମେ ୨୧ ଜନ୍ମର ସମ୍ପତ୍ତି ଅଧାକଳ୍ପ ପାଇଁ ନେଉଛୁ । ୨୧ ପିଢ଼ି
ଅର୍ଥାତ୍ ପୂରା ଆୟୁ । ଯେବେ ଶରୀର ବୁଢ଼ା ହେବ ତେବେ ଯଥା ସମୟରେ ଶରୀର ଛାଡିବୁ । ଯେପରି ସର୍ପ
ପୁରୁଣା କାତି ଛାଡି ନୂଆ ନେଇଥାଏ । ଆମେ ଅଭିନୟ କରି କରି ଆମର ଶରୀର ମଧ୍ୟ ପୁରୁଣା ହୋଇଯାଇଛି ।
ତୁମେମାନେ ସଚ୍ଚା-ସଚ୍ଚା
ବ୍ରାହ୍ମଣ ଅଟ । ତୁମମାନଙ୍କୁ ହିଁ ଭ୍ରମରୀ କୁହାଯାଉଛି । ତୁମେମାନେ କୀଟମାନଙ୍କୁ ଅର୍ଥାତ୍ ପତିତ
ଆତ୍ମାଙ୍କୁ ନିଜ ସମାନ ବ୍ରାହ୍ମଣ କରାଉଛ । ତୁମମାନଙ୍କୁ କୁହାଯାଉଛି ଯେ କୀଟକୁ ଆଣି ବସି ଭୁଁ
ଭୁଁ କର । ଭ୍ରମରୀ ମଧ୍ୟ ଭୁଁ ଭୁଁ କରିଥାଏ ପୁଣି କେଉଁ କୀଟର ତ ଡେଣା ଆସିଯାଏ, କେହି ବି
ମରିଯାଇଥାନ୍ତି । ଏ ସବୁ ବର୍ତ୍ତମାନର ଉଦାହରଣ ଅଟେ । ତୁମେମାନେ ଅଲିଅଳ ସନ୍ତାନ ଅଟ,
ପିଲାମାନଙ୍କୁ ନୂରେ ରତ୍ନ କୁହାଯାଏ । ବାବା କହୁଛନ୍ତି ନୂରେ ରତ୍ନ । ମୁଁ ତୁମମାନଙ୍କୁ ନିଜର
କରୁଥିବାରୁ ତୁମେମାନେ ମଧ୍ୟ ମୋର ହୋଇଗଲ ନା । ଏପରି ବାବାଙ୍କୁ ଯେତେ ୟାଦ କରିବ ସେତେ ପାପ ନାଶ
ହେବ । ଆଉ କାହାକୁ ବି ୟାଦ କରିବା ଦ୍ୱାରା ପାପ ନାଶ ହେବ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଜୀବନରେ
ଥାଇ ଦେହ ଅଭିମାନରୁ ମରିବାର ପୁରୁଷାର୍ଥ କରିବାକୁ ହେବ । ଏହି ଦେହ ରୂପୀ ପୁରୁଣା ଜୋତା ପ୍ରତି
ଟିକିଏ ବି ମମତ୍ୱ ରହିବା ଉଚିତ୍ ନୁହେଁ ।
(୨) ସଚ୍ଚା ବ୍ରାହ୍ମଣ
ହୋଇ ପତିତ ମନୁଷ୍ୟ ରୂପୀ କୀଟମାନଙ୍କୁ ଜ୍ଞାନର ଭୁଁ ଭୁଁ କରି ନିଜ ସମାନ ବ୍ରାହ୍ମଣ କରିବାକୁ ହେବ
।
ବରଦାନ:-
ଅମୃତବେଳାର
ମହତ୍ୱକୁ ଜାଣି ଖୋଲା ଭଣ୍ଡାରରୁ ନିଜର ଝୁଲାମୁଣୀକୁ ଭରପୂର କରୁଥିବା ଭାଗ୍ୟବାନ ଆତ୍ମା ହୁଅ ।
ଅମୃତବେଳା ସମୟରେ ବରଦାତା
ଭାଗ୍ୟବିଧାତାଙ୍କ ଦ୍ୱାରା ଯେତେ ବଡ ଭାଗ୍ୟର ରେଖା ଟାଣିବା ପାଇଁ ଚାହୁଁଛ ଟାଣି ନିଅ କାହିଁକି ନା
ସେହି ସମୟରେ ଶିବବାବା ଭୋଳା ଭଗବାନ ରୂପରେ ସ୍ନେହପୂର୍ଣ୍ଣ ସ୍ଥିତିରେ ଥାଆନ୍ତି, ତେଣୁ ମାଲିକ
ହୁଅ ଏବଂ ଅଧିକାର ନିଅ କାହିଁକି ନା ସେତେବେଳେ ସମ୍ପତ୍ତି ଉପରେ କୌଣସି ତାଲା ଚାବୀ ନ ଥାଏ । ତେଣୁ
ସେହି ସମୟରେ କେଳବ ମାୟାର ବାହାନାବାଜୀକୁ ଛାଡି ଗୋଟିଏ ସଂକଳ୍ପ କର ଯେ ମୁଁ ଯିଏ ବି ଅଟେ, ଯେପରି
ବି ଅଟେ, ବାବା ଆପଣଙ୍କର ହିଁ ଅଟେ । ମନ-ବୁଦ୍ଧିକୁ ବାବାଙ୍କୁ ଅର୍ପଣ କରି ତାଙ୍କର ହୃଦୟ
ସିଂହାସନର ଅଧିକାରୀ ହୋଇଯାଅ ତା’ ହେଲେ ବାବାଙ୍କର ସର୍ବ ସମ୍ପତ୍ତି ନିଜର ସମ୍ପତ୍ତି ଭଳି ଅନୁଭବ
ହେବ ।
ସ୍ଲୋଗାନ:-
ସେବାରେ ଯଦି
ସ୍ୱାର୍ଥ ମିଶି ରହିଥିବ ତେବେ ସଫଳତା ମଧ୍ୟ ମିଶାମିଶି ମିଳିବ ତେଣୁ ନିଃସ୍ୱାର୍ଥ ସେବାଧାରୀ ହୁଅ
।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।
ଏଭଳି କେହି ବି
ବ୍ରାହ୍ମଣ ନ ଥିବେ ଯିଏକି ଆତ୍ମ-ଅଭିମାନୀ ହେବାର ପୁରୁଷାର୍ଥ କରୁ ନ ଥିବେ, କିନ୍ତୁ ନିରନ୍ତର
ଆତ୍ମ ଅଭିମାନୀ ସ୍ଥିତିରେ ରହିବା, ଯାହାଦ୍ୱାରା କର୍ମେନ୍ଦ୍ରିୟମାନଙ୍କ ଉପରେ ସମ୍ପୂର୍ଣ୍ଣ ବିଜୟୀ
ହେଉଥିବ, ପ୍ରତ୍ୟେକ କର୍ମେନ୍ଦ୍ରିୟ ସତ୍ତ୍ୱପ୍ରଧାନ ସ୍ୱଚ୍ଛ ହେଉଥିବ, ଦେହର ପୁରୁଣା ସଂସ୍କାର ଏବଂ
ସମ୍ବନ୍ଧ ଠାରୁ ସମ୍ପୂର୍ଣ୍ଣ ମରଜୀବା ହୋଇଯିବ, ଏଥିପାଇଁ ଅନ୍ତର୍ମୁଖୀ ହୁଅ, ଏହି ପୁରୁଷାର୍ଥ
ଆଧାରରେ ହିଁ ଆଗ ନମ୍ବରରେ ବା ପଛ ନମ୍ବରରେ ଆସିବ ।