02.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ବାବାଙ୍କୁ ମନେ ପକାଇ ପାପକୁ ଦଗ୍ଧ କରିବା ପାଇଁ ଏଠାକୁ ଆସିଛ, ସେଥିପାଇଁ ତୁମର ବୁଦ୍ଧି ଯୋଗ ନିଷ୍ଫଳ ନ ଯାଉ, ଏଥି ପ୍ରତି ପୂରା ଧ୍ୟାନ ଦେବାକୁ ହେବ ।”

ପ୍ରଶ୍ନ:-
କେଉଁ ଏକ ସୂକ୍ଷ୍ମ ବିକାର ମଧ୍ୟ ଅନ୍ତିମ ସମୟରେ ବିପଦ ସୃଷ୍ଟି କରିଦେଇଥାଏ?

ଉତ୍ତର:-
ଯଦି ସୂକ୍ଷ୍ମରେ ମଧ୍ୟ ଲୋଭ ରୂପକ ବିକାର ଥିବ, ଲୋଭର ବଶୀଭୂତ ହୋଇ କୌଣସି ଜିନିଷ ନିଜ ପାଖରେ ଅଧିକ ଠୁଳ କରି ରଖିଥିବ ତେବେ ତାହା ହିଁ ଅନ୍ତିମ ସମୟରେ ବିପଦ ସୃଷ୍ଟି କରିବ ଏବଂ ବାରମ୍ବାର ମନେ ପଡିବ । ସେଥିପାଇଁ ବାବା କହୁଛନ୍ତି - ପିଲାମାନେ, ନିଜ ପାଖରେ କିଛି ବି ରଖ ନାହିଁ । ତୁମକୁ ସମସ୍ତ ସଂକଳ୍ପକୁ ମଧ୍ୟ ସମାପ୍ତ କରି ବାବାଙ୍କ ସ୍ମୃତିରେ ରହିବାର ଅଭ୍ୟାସ କରିବାକୁ ହେବ, ସେଥିପାଇଁ ଦେହୀ-ଅଭିମାନୀ ହେବାର ଅଭ୍ୟାସ କର ।”

ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ପ୍ରତ୍ୟେକ ଦିନ ମନେ ପକାଇ ଦେଉଛନ୍ତି ପିଲାମାନେ, ଦେହୀ-ଅଭିନାନୀ ହୁଅ କାହିଁକି ନା ବୁଦ୍ଧି ଇଆଡେ-ସିଆଡେ ଚାଲିଯାଉଛି । ଅଜ୍ଞାନ କାଳରେ ମଧ୍ୟ କଥାବାର୍ତ୍ତା ଶୁଣିଲେ ବୁଦ୍ଧି ବାହାରେ ଏଣେ ତେଣେ ଘୁରି ବୁଲିଥାଏ । ସେହିଭଳି ଏଠାରେ ମଧ୍ୟ ବୁଦ୍ଧି ବାହାରକୁ ଚାଲିଯାଇଥାଏ, ସେଥିପାଇଁ ବାବା ସବୁବେଳେ କହୁଛନ୍ତି ଦେହୀ-ଅଭିମାନୀ ହୁଅ । ସନ୍ନ୍ୟାସୀମାନେ ତ କହିଥାନ୍ତି ଆମେ ଯାହା ଶୁଣାଉଛୁ ତାହା ଉପରେ ଧ୍ୟାନ ଦିଅ, ଧାରଣା କର । ଯେଉଁ ସବୁ ଶାସ୍ତ୍ର ଆଦି ଶୁଣାଉଛୁ ସେହି ବଚନକୁ ଧ୍ୟାନରେ ରଖ । ଏଠାରେ ତ ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି, ତୁମେ ସବୁ ବିଦ୍ୟାର୍ଥୀମାନେ ଦେହୀ-ଅଭିମାନୀ ହୋଇ ବସ । ଶିବବାବା ପାଠ ପଢାଇବା ପାଇଁ ଆସୁଛନ୍ତି । ଏଭଳି କୌଣସି କଲେଜ ନ ଥିବ ଯେଉଁଠାରେ ଭାବିବେ ଯେ ଏଠାକୁ ଶିବବାବା ପାଠ ପଢାଇବାକୁ ଆସୁଛନ୍ତି । ପୁରୁଷୋତ୍ତମ ସଙ୍ଗମଯୁଗରେ ହିଁ ଏହିଭଳି ସ୍କୁଲ ହେବା ଦରକାର । ଏଠାରେ ତୁମେ ବିଦ୍ୟାର୍ଥୀ ବସିଛ ଏବଂ ଏକଥା ମଧ୍ୟ ଜାଣିଛ ଯେ ପରମପିତା ପରମାତ୍ମା ଆମକୁ ପାଠ ପଢାଇବା ପାଇଁ ଆସିଛନ୍ତି । ଶିବବାବା ଆମକୁ ପାଠ ପଢାଇବା ପାଇଁ ଆସୁଛନ୍ତି । ବାବା ପ୍ରଥମେ-ପ୍ରଥମେ ଏହି କଥା ବୁଝାଉଛନ୍ତି ଯେ ତୁମକୁ ପବିତ୍ର ହେବାକୁ ପଡିବ, ତେଣୁ ମୋତେ ମନେପକାଅ କିନ୍ତୁ ମାୟା ବାରମ୍ବାର ଭୁଲାଇ ଦେଉଛି ସେଥିପାଇଁ ବାବା ସାବଧାନ କରୁଛନ୍ତି । ଯେତେବେଳେ ବି କାହାକୁ ବୁଝାଉଛ ତେବେ ପ୍ରଥମେ-ପ୍ରଥମେ ଏହି କଥା ବୁଝାଅ ଯେ ଭଗବାନ କିଏ? ଭଗବାନ ଯିଏକି ପତିତ-ପାବନ ଦୁଖହର୍ତ୍ତା, ସୁଖକର୍ତ୍ତା, ସିଏ କେଉଁଠାରେ ଅଛନ୍ତି ? ତାଙ୍କୁ ତ ସମସ୍ତେ ମନେପକାଉଛନ୍ତି । ଯେତେବେଳେ କୌଣସି ବିପଦ ଆସେ, ସେତେବେଳେ କହନ୍ତି ହେ ଭଗବାନ ଦୟା କର । ଯଦି କାହାକୁ ବଞ୍ଚାଇବାର ଥିବ ତେବେ ବି କୁହନ୍ତି ହେ ଭଗବାନ, ଓ ଗଡ୍ ଆମକୁ ଦୁଃଖରୁ ଉଦ୍ଧାର କର । ଦୁଃଖ ତ ସମସ୍ତଙ୍କର ରହିଛି । ଏ କଥା ମଧ୍ୟ ପକ୍କା ଜାଣିଛ ଯେ ସତ୍ୟଯୁଗକୁ ସୁଖଧାମ କୁହାଯାଉଛି, କଳିଯୁଗକୁ ଦୁଃଖଧାମ କୁହାଯାଉଛି । ଏକଥା ତୁମେମାନେ ଭଲ ଭାବରେ ଜାଣିଛ ତଥାପି ବି ମାୟା ଭୁଲାଇ ଦେଉଛି । ଯୋଗରେ ବସାଇବାର ପ୍ରଥା ମଧ୍ୟ ଡ୍ରାମାରେ ରହିଛି କାହିଁକି ନା ଅନେକ ଅଛନ୍ତି ଯେଉଁମାନେ କି ସାରା ଦିନ ଭିତରେ ଥରେ ହେଲେ ବି ବାବାଙ୍କୁ ମନେ ପକାଉ ନାହାଁନ୍ତି । ଗୋଟିଏ ମିନିଟ୍ ମଧ୍ୟ ବାବାଙ୍କୁ ମନେ ପକାଉ ନାହାଁନ୍ତି ତେଣୁ ମନେପକାଇ ଦେବା ପାଇଁ ଏଠାରେ ଯୋଗରେ ବସାଉଛନ୍ତି । ଯୋଗ କରିବାର ଉପାୟ ମଧ୍ୟ ବାବା ବତାଉଛନ୍ତି ଯାହା ଦ୍ୱାରା ତାହା ପକ୍କା ହୋଇଯିବ । ବାବାଙ୍କର ସ୍ମୃତି ଦ୍ୱାରା ହିଁ ଆମକୁ ସତ୍ତ୍ୱପ୍ରଧାନ ହେବାର ଅଛି । ସତ୍ତ୍ୱପ୍ରଧାନ ହେବା ପାଇଁ ବାବା ଫାଷ୍ଟକ୍ଲାସ ଉପାୟ ବତାଉଛନ୍ତି । ଏକମାତ୍ର ବାବା ହିଁ ପତିତ-ପାବନ ଅଟନ୍ତି ଯିଏକି ଆସି ପାବନ ହେବାର ଉପାୟ ବତାଉଛନ୍ତି । ଏଠାରେ ତୁମେ ସେତେବେଳେ ଶାନ୍ତିରେ ବସୁଛ ଯେତେବେଳେ କି ବାବାଙ୍କ ସହିତ ତୁମର ଯୋଗ ରହୁଛି । ଯଦି ବୁଦ୍ଧିର ଯୋଗ ଇଆଡେ-ସିଆଡେ ଯାଉଛି ତେବେ ଶାନ୍ତ ନୁହଁ ତୁମେ ଅଶାନ୍ତ ହୋଇଛ । ତେଣୁ ଯେତିକି ସମୟ ଇଆଡେ-ସିଆଡେ ବୁଦ୍ଧିଯୋଗ ଗଲା, ସେତିକି ସମୟ ନିଷ୍ପଳ ହେଲା, କାହିଁକି ନା ଏହାଦ୍ୱାରା ତ ପାପ କଟିଲା ନାହିଁ । ଦୁନିଆ ଏକଥା ଜାଣିନାହିଁ ଯେ ପାପ କିପରି ଭସ୍ମ ହୁଏ । ଏହା ବହୁତ ସୂକ୍ଷ୍ମ କଥା ଅଟେ । ବାବା କହୁଛନ୍ତି ତୁମେ ମୋତେ ମନେ ପକାଅ, ଯେତିକି ସମୟ ତୁମର ବୁଦ୍ଧିର ସଂଯୋଗ ମୋ ସହିତ ରହିଛି, ସେତିକି ସମୟ ତୁମର ସଫଳ ହେଲା । ଯଦି ଟିକିଏ ବି ବୁଦ୍ଧି ଇଆଡେ-ସିଆଡେ ଗଲା ତେବେ ସେହି ସମୟ ନଷ୍ଟ ହେଲା, ନିଷ୍ଫଳ ହେଲା । ସେଥିପାଇଁ ବାବାଙ୍କର ନିର୍ଦ୍ଦେଶ ରହିଛି ନା - କି ମୋତେ ମନେ ପକାଅ, ଯଦି ମନେ ନ ପକାଉଛ ତେବେ ତାହା ନିଷ୍ଫଳ ହେଲା । ଏହା ଦ୍ୱାରା କ’ଣ ହେବ ? ତୁମେ ଜଲ୍‌ଦି ସତ୍ତ୍ୱପ୍ରଧାନ ହୋଇପାରିବ ନାହିଁ ପୁଣି ଏହିଭଳି ଅଭ୍ୟାସରେ ପଡିଯିବ ଏବଂ ଏହିଭଳି ହୋଇ ଚାଲିବ । ଆତ୍ମା ଏହି ଜନ୍ମର ପାପକୁ ତ ଜାଣିଛି । ଯଦିଓ କେହି କେହି କହୁଛନ୍ତି ଆମର ମନେ ନାହିଁ, କିନ୍ତୁ ବାବା କହୁଛନ୍ତି ୩-୪ ବର୍ଷରୁ ଆରମ୍ଭ କରି ସବୁ କଥା ମନେ ରହିଥାଏ । ଆରମ୍ଭରୁ ଏତେ ପାପ ହୋଇ ନ ଥାଏ ଯେତିକି ପରେ ହୋଇଥାଏ । ଦିନକୁ ଦିନ ଦୃଷ୍ଟି ବିକାରୀ ହୋଇଚାଲିଥାଏ । ତ୍ରେତା ଯୁଗରେ ଦୁଇ କଳା କମ୍ ହୋଇଯାଇଥାଏ । ଚନ୍ଦ୍ରମାର ଦୁଇ କଳା କେତେ ଦିନରେ କମ୍ ହୋଇଥାଏ । ଧିରେ-ଧିରେ କମ୍ ହୋଇ ଚାଲିଥାଏ ପୁଣି ଚନ୍ଦ୍ରମାକୁ ୧୬ କଳା ସଂପୂର୍ଣ୍ଣ ବୋଲି କୁହାଯାଏ, ସୂର୍ଯ୍ୟଙ୍କୁ କୁହନ୍ତି ନାହିଁ । ଚନ୍ଦ୍ରମାର ତ ଗୋଟିଏ ମାସର କଥା କିନ୍ତୁ ଏହା ତ ଗୋଟିଏ କଳ୍ପର କଥା । ଦିନକୁ ଦିନ ତଳକୁ ଖସି ଚାଲିଛନ୍ତି । ଯୋଗର ଯାତ୍ରା ଦ୍ୱାରା ଉପରକୁ ଚଢି ପାରିବେ । ପୁଣି ସେଠାରେ ଉପରକୁ ଚଢିବା ପାଇଁ ବାବାଙ୍କୁ ମନେ ପକାଇବାର ଆବଶ୍ୟକତା ନାହିଁ । ସତ୍ୟଯୁଗ ପରେ ପୁଣି ତଳକୁ ଖସିବାକୁ ହେବ, ଯଦି ସତ୍ୟଯୁଗରେ ମଧ୍ୟ ବାବାଙ୍କୁ ମନେ ପକାଇବା ତେବେ ଆଉ ତଳକୁ ଖସିବା ହିଁ ନାହିଁ । କିନ୍ତୁ ଡ୍ରାମା ଅନୁସାରେ ତଳକୁ ଓହ୍ଳାଇବାକୁ ହିଁ ହେବ । ତେଣୁ ବାବାଙ୍କୁ ମନେ ପକାଉ ନାହାଁନ୍ତି । ତଳକୁ ତ ନିଶ୍ଚିତ ଭାବରେ ଓହ୍ଳାଇବାକୁ ପଡିବ ପୁଣି ବାବାଙ୍କୁ ମନେ ପକାଇବାର ଉପାୟ ମଧ୍ୟ ବାବା ହିଁ ବତାଉଛନ୍ତି କାହିଁକିନା ଆମକୁ ଉପରକୁ ଯିବାକୁ ହେବ । ସଙ୍ଗମ ଯୁଗରେ ହିଁ ବାବା ଆସି ଶିଖାଉଛନ୍ତି କି ଏବେ ଆରୋହଣ କଳା ଆରମ୍ଭ ହେଉଛି । ଆମକୁ ପୁଣି ନିଜର ସୁଖଧାମକୁ ଯିବାକୁ ହେବ । ବାବା କହୁଛନ୍ତି ଏବେ ସୁଖଧାମକୁ ଯିବାକୁ ହେବ, ତେଣୁ ମୋତେ ମନେ ପକାଅ । ମୋତେ ମନେ ପକାଇବା ଦ୍ୱାରା ତୁମର ଆତ୍ମା ସତ୍ତ୍ୱପ୍ରଧାନ ହୋଇଯିବ ।

ତୁମେ ଦୁନିଆଠାରୁ ନିଆରା ଅଟ, ବୈକୁଣ୍ଠ ମଧ୍ୟ ଦୁନିଆଠାରୁ ବିଲ୍‌କୁଲ୍ ଅଲଗା ଅଟେ । ଏଠାରେ ବୈକୁଣ୍ଠ ଥିଲା, କିନ୍ତୁ ଏବେ ନାହିଁ । କଳ୍ପର ଆୟୁଷ ଲମ୍ବା କରି ଦେଇଥିବାରୁ ଏକଦମ୍ ଭୁଲିଯାଇଛନ୍ତି । ଏବେ ତୁମମାନଙ୍କୁ ତ ବୈକୁଣ୍ଠ ବହୁତ ନିକଟବର୍ତ୍ତୀ ହୋଇଥିବାର ଦୃଶ୍ୟମାନ ହେଉଛି । ବାକି ଅଳ୍ପ ସମୟ ଅଛି । କେବଳ ଯୋଗର ହିଁ ଅଭାବ ରହିଥିବାରୁ ଭାବୁଛନ୍ତି ଏବେ ସମୟ ବହୁତ ଅଛି । ଯେତିକି ବାବାଙ୍କୁ ମନେ ପକାଇବା କଥା ସେତିକି ମନେ ପକାଉ ନାହାଁନ୍ତି । ତୁମେ ଡ୍ରାମାର ପ୍ଳାନ ଅନୁସାରେ ସନ୍ଦେଶ ପହଞ୍ଚାଉଛ, ଯଦି କାହାକୁ ସନ୍ଦେଶ ନ ଦେଉଛ ତେବେ ଏହାର ଅର୍ଥ ତୁମେ ସେବା କରୁନାହଁ । ସାରା ଦୁନିଆରେ ତ ସନ୍ଦେଶ ପହଞ୍ଚାଇବାକୁ ହେବ ଯେ ବାବା କହୁଛନ୍ତି ମୋତେ ମନେପକାଅ । ଗୀତା ପାଠୀମାନେ ଜାଣିଛନ୍ତି, ଏକମାତ୍ର ଗୀତା ଶାସ୍ତ୍ରରେ ହିଁ ଏହି ମହାବାକ୍ୟ ରହିଛି । କିନ୍ତୁ ସେଥିରେ କୃଷ୍ଣ ଭଗବାନୁବାଚ ଲେଖି ଦେଇଛନ୍ତି ତେଣୁ ସେମାନେ କାହାକୁ ମନେ ପକାଇବେ? ଯଦିଓ ଶିବଙ୍କର ଭକ୍ତି କରୁଛନ୍ତି କିନ୍ତୁ ଯଥାର୍ଥ ଜ୍ଞାନ ନାହିଁ ଯାହା ଦ୍ୱାରାକି ଶ୍ରୀମତରେ ଚାଲିବେ । ବର୍ତ୍ତମାନ ତୁମକୁ ମିଳୁଛି, ଈଶ୍ୱରୀୟ ମତ, ଏହା ପୂର୍ବରୁ ଥିଲା ମାନବ ମତ । ଉଭୟ ମତ ମଧ୍ୟରେ ରାତି-ଦିନର ଫରକ ରହିଛି । ମାନବ ମତ କହୁଛି ଯେ ଈଶ୍ୱର ସର୍ବବ୍ୟାପୀ । ଈଶ୍ୱରଙ୍କ ମତ କହୁଛି ନା । ବାବା କହୁଛନ୍ତି ମୁଁ ଆସିଛି ସ୍ୱର୍ଗର ସ୍ଥାପନା କରିବା ପାଇଁ ତେବେ ନିଶ୍ଚିତ ଭାବରେ ଏହା ନର୍କ ଅଟେ । ଏଠାରେ ସମସ୍ତଙ୍କ ଭିତରେ ୫ ବିକାରର ପ୍ରବେଶତା ହୋଇଛି । ଦୁନିଆ ବିକାରୀ ହୋଇଯାଇଛି ସେଥିପାଇଁ ତ ମୁଁ ନିର୍ବିକାରୀ କରିବା ପାଇଁ ଆସୁଛି । ଯେଉଁମାନେ ଈଶ୍ୱରଙ୍କର ସନ୍ତାନ ହୋଇଛନ୍ତି, ସେମାନଙ୍କ ଭିତରେ ତ ବିକାର ରହିପାରିବ ନାହିଁ । ରାବଣର ୧୦ଟି ମୁଣ୍ଡ ଥିବାର ଦେଖାଉଛନ୍ତି ନା । ଏଭଳି କେବେ କେହି କହିପାରିବେ ନାହିଁ ଯେ ରାବଣର ସୃଷ୍ଟି ନିର୍ବିକାରୀ ଅଟେ । ତୁମେ ଜାଣିଛ ଏବେ ରାବଣ ରାଜ୍ୟ ଚାଲିଛି, ସମସ୍ତଙ୍କ ଭିତରେ ୫ ବିକାର ରହିଛି । ସତ୍ୟଯୁଗରେ ରାମରାଜ୍ୟ ହେବ, ତେଣୁ ସେଠାରେ କୌଣସି ପ୍ରକାରର ବିକାର ରହିବ ନାହିଁ । ବର୍ତ୍ତମାନ ସମୟରେ ମନୁଷ୍ୟମାନେ କେତେ ଦୁଃଖୀ ହୋଇଯାଇଛନ୍ତି । ଶରୀର କେତେ ଦୁଃଖୀ ହୋଇଯାଉଛି, ଏହା ହେଲା ଦୁଃଖଧାମ, ସୁଖଧାମରେ ତ ଶାରୀରିକ ଦୁଃଖ ମଧ୍ୟ ରହିବ ନାହିଁ । ଏଠାରେ ତ କେତେ ଡାକ୍ତରଖାନା ସବୁ ରହିଛି । ତେଣୁ ଏହାକୁ ସ୍ୱର୍ଗ କହିବା ମଧ୍ୟ ବହୁତ ବଡ ଭୁଲ ହେବ । ତେବେ ଏକଥା ନିଜେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ । କିନ୍ତୁ ସେ ପାଠପଢାରେ କାହାକୁ ବୁଝାଇବାର ଆବଶ୍ୟକତା ନ ଥାଏ । ପରୀକ୍ଷାରେ ପାସ୍ କଲେ ଏବଂ ଚାକିରୀ ମିଳିଗଲା । ଏଠାରେ ତ ତୁମକୁ ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ । କ’ଣ କେବଳ ଏକମାତ୍ର ବାବା ହିଁ ଦେବେ । ଯିଏ ପାଠପଢାରେ ବହୁତ ପ୍ରବୀଣ ହୋଇଥା’ନ୍ତି ତାଙ୍କୁ ଶିକ୍ଷକ କୁହାଯାଇଥାଏ । କମ୍ ପ୍ରବୀଣ ହେଲେ ଛାତ୍ର ବୋଲି କୁହାଯିବ । ତୁମକୁ ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ, ପଚାରିବା ଦରକାର ଯେ ଭଗବାନଙ୍କୁ ଜାଣିଛ ? ସିଏ ତ ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି । ତେଣୁ ମୂଳକଥା ହେଲା ବାବଙ୍କର ପରିଚୟ ଦେବା, କାରଣ ତାଙ୍କୁ କେହି ଜାଣିନାହାଁନ୍ତି । ସର୍ବୋଚ୍ଚ ଭଗବାନ ହିଁ ସାରା ବିଶ୍ୱକୁ ପବିତ୍ର କରିଥା’ନ୍ତି । ସାରା ବିଶ୍ୱ ଦିନେ ପବିତ୍ର ଥିଲା ଯେଉଁଠାରେ କେବଳ ଭାରତ ହିଁ ଥିଲା । ଅନ୍ୟ କୌଣସି ଧର୍ମର ଆତ୍ମାମାନେ ଏଭଳି କହିପାରିବେ ନାହିଁ ଯେ ଆମେ ନୂଆ ଦୁନିଆକୁ ଆସିଛୁ । ସେମାନେ ଭାବୁଛନ୍ତି ଆମମାନଙ୍କ ଆଗରୁ ଅନ୍ୟ କେହି ଏଠାକୁ ଆସିକରି ଯାଇଛନ୍ତି । ଖ୍ରୀଷ୍ଟ ମଧ୍ୟ ନିଶ୍ଚିତ କାହାର ଶରୀରରେ ଆସିବେ । ତେବେ ତାଙ୍କ ଆଗରୁ ନିଶ୍ଚିତ କେହି ଥିଲେ । ବାବା ବସି ବୁଝାଉଛନ୍ତି ମୁଁ ଏହି ବ୍ରହ୍ମାଙ୍କର ଶରୀରରେ ପ୍ରବେଶ କରୁଛି । ଏ କଥା ମଧ୍ୟ କେହି ମାନୁନାହାଁନ୍ତି ଯେ ଶିବବାବା ବ୍ରହ୍ମାଙ୍କର ଶରୀରରେ ଆସୁଛନ୍ତି । ଆରେ, ବ୍ରାହ୍ମଣ ତ ନିଶ୍ଚିତ ଦରକାର ନା । ନଚେତ୍ ବ୍ରାହ୍ମଣ କେଉଁଠାରୁ ଆସିବେ । ନିଶ୍ଚିତ ବ୍ରହ୍ମାଙ୍କଠାରୁ ହିଁ ସୃଷ୍ଟି ହେବେ ନା । ଆଚ୍ଛା, ବ୍ରହ୍ମାଙ୍କର ପିତା ଅଛନ୍ତି ବୋଲି କେବେ ଶୁଣିଛ? ସିଏ ହେଉଛନ୍ତି ଆଦିପିତା । ତାଙ୍କର ସାକାର ପିତା କେହି ନାହାଁନ୍ତି । ଯଦି ପଚାରିବ ବ୍ରହ୍ମାଙ୍କର ପିତା କିଏ? ତେବେ କେହି କହିପାରିବେ ନାହିଁ । ବ୍ରହ୍ମାଙ୍କର ତ ଗାୟନ ରହିଛି ନା, ଇଏ ପ୍ରଜାପିତା ମଧ୍ୟ ଅଟନ୍ତି । ଯେପରି ନିରାକାର ଶିବବାବା କହୁଛନ୍ତି ତାଙ୍କର ପିତାଙ୍କର ପରିଚୟ ଦିଅ ? ପୁଣି ସାକାର ପ୍ରଜାପିତା ବ୍ରହ୍ମାଙ୍କର ପିତା କିଏ କୁହ? ଶିବବାବାଙ୍କୁ ତ ପୋଷ୍ୟ କରାଯାଇ ପାରିବ ନାହିଁ । ଏହି ବ୍ରହ୍ମାଙ୍କୁ ପୋଷ୍ୟ କରାଯାଇଛି । କହିବେ ଯେ ଏହାଙ୍କୁ ଶିବବାବା ପୋଷ୍ୟ କରିଛନ୍ତି । ବିଷ୍ଣୁଙ୍କୁ ଶିବବାବା ପୋଷ୍ୟ କରିଛନ୍ତି, ଏଭଳି କୁହାଯିବ ନାହିଁ । ଏକଥା ତୁମେ ଜାଣିଛ ଯେ ବ୍ରହ୍ମା ହିଁ ବିଷ୍ଣୁ ହେଉଛନ୍ତି । ପୋଷ୍ୟ ତ ହେଉନାହାଁନ୍ତି । ଶଙ୍କରଙ୍କ ପାଇଁ ମଧ୍ୟ କୁହାଯାଇଛି, ତାଙ୍କର କୌଣସି ପାର୍ଟ ନାହିଁ । ବ୍ରହ୍ମା ହିଁ ବିଷ୍ଣୁ, ବିଷ୍ଣୁ ହିଁ ବ୍ରହ୍ମା ଏହା ହିଁ ହେଉଛି ୮୪ ଜନ୍ମର ଚକ୍ର । ଶଙ୍କର ପୁଣି କେଉଁଠାରୁ ଆସିଲେ । ତାଙ୍କର ରଚନା କେଉଁଠାରେ ଅଛି । ବାବାଙ୍କର ତ ରଚନା ରହିଛି ସିଏ ହେଉଛନ୍ତି ସବୁ ଆତ୍ମାମାନଙ୍କର ପିତା, ପୁଣି ସବୁ ମନୁଷ୍ୟମାନେ ହେଲେ ବ୍ରହ୍ମାଙ୍କର ରଚନା । ଶଙ୍କରଙ୍କର ରଚନା କେଉଁଠାରେ ଅଛି? ଶଙ୍କରଙ୍କ ଦ୍ୱାରା କୌଣସି ମନୁଷ୍ୟ ସୃଷ୍ଟିର ରଚନା କରାଯାଏ ନାହିଁ । ବାବା ଆସି ଏହିସବୁ କଥା ବୁଝାଉଛନ୍ତି ତଥାପି ବି ପିଲାମାନେ ବାରମ୍ବାର ଭୁଲିଯାଉଛନ୍ତି । ପ୍ରତ୍ୟେକଙ୍କର ବୁଦ୍ଧି କ୍ରମାନୁସାରେ ରହିଛି ନା । ଯାହାଙ୍କର ଯେତିକି ବୁଦ୍ଧି ସେମାନେ ସେତିକି ଏହି ପାଠପଢାକୁ ଧାରଣ କରିପାରିବେ । ଏହା ହେଲା ବେହଦର ପାଠପଢା । ପାଠପଢା ଅନୁସାରେ ହିଁ କ୍ରମାନୁସାରେ ସେଠାରେ ପଦ ପାଇଥା’ନ୍ତି । ଯଦିଓ ପାଠପଢା ଗୋଟିଏ, ମନୁଷ୍ୟରୁ ଦେବତା ହେବା କିନ୍ତୁ ଏହା ଦ୍ୱାରା ବଂଶାବଳୀ ସ୍ଥାପନା ହେଉଛି ନା । ଏକଥା ମଧ୍ୟ ବୁଦ୍ଧିରେ ଆସିବା ଦରକାର ଯେ ସେଠାରେ ମୁଁ କେଉଁ ପଦ ପାଇବି ? ରାଜା ହେବା ତ ବହୁତ ମେହନତର କାମ । ରାଜାମାନଙ୍କ ପାଖରେ ଦାସ-ଦାସୀ ମଧ୍ୟ ରହିବେ । ତେବେ କେଉଁମାନେ ଦାସ-ଦାସୀ ହେବେ, ଏକଥା ମଧ୍ୟ ତୁମେମାନେ ଜାଣିପାରିବ । ପୁରୁଷାର୍ଥର କ୍ରମାନୁସାରେ ସେଠାରେ ପ୍ରତ୍ୟେକଙ୍କୁ ଦାସୀ ମିଳିବେ । ତେବେ ଏଭଳି ପାଠ ପଢିବା ଉଚିତ୍ ନୁହେଁ ଯାହାକି ଜନ୍ମ-ଜନ୍ମାନ୍ତର ଦାସୀ ହେବ । ତୁମକୁ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ ।

ବାବାଙ୍କୁ ମନେ ପକାଇଲେ ହିଁ ସଚ୍ଚା ଶାନ୍ତିର ପ୍ରାପ୍ତି ହୋଇଥାଏ, ଯଦି ଟିକିଏ ବି ବୁଦ୍ଧି ଇଆଡେ-ସିଆଡେ ଯିବ ତେବେ ସମୟ ନଷ୍ଟ ହୋଇଯିବ । ରୋଜଗାର ମଧ୍ୟ କମ୍ ହୋଇଯିବ । ସତ୍ତ୍ୱପ୍ରଧାନ ମଧ୍ୟ ହୋଇପାରିବ ନାହିଁ । ଏକଥା ମଧ୍ୟ ବୁଝାଯାଇଛି ଯେ ହାତ ଦ୍ୱାରା କାମ କର, ମନରେ ସବୁବେଳେ ବାବାଙ୍କୁ ମନେ ପକାଉଥାଅ । ଶରୀରକୁ ସୁସ୍ଥ ରଖିବା ପାଇଁ ଭଲେ ଚଲାବୁଲା କର କିନ୍ତୁ ବୁଦ୍ଧିରେ ବାବାଙ୍କର ସ୍ମୃତି ରହୁ । ଯଦିବା ସାଥିରେ କେହି ଅଛନ୍ତି ତେବେ ପରଚିନ୍ତନ-ପରଦର୍ଶନ କରିବା ଉଚିତ୍ ନୁହେଁ । ଏକଥା ତ ପ୍ରତ୍ୟେକଙ୍କର ମନ ହିଁ ସାକ୍ଷୀ ଦେଇଥାଏ । ବାବା ବୁଝାଉଛନ୍ତି ଏଭଳି ସ୍ଥିତିରେ ରହି ଭ୍ରମଣରେ ଯାଅ । ପ୍ରାଦୀମାନେ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତ ଚିତ୍ତରେ ଭ୍ରମଣରେ ଯାଇଥା’ନ୍ତି, ତୁମେମାନେ ସାରା ସମୟ ତ ଜ୍ଞାନର କଥା ହୋଇପାରିବ ନାହିଁ, ତେଣୁ ମୁଖକୁ ଶାନ୍ତ କରି ଶିବବାବାଙ୍କର ସ୍ମୃତିରେ ରହିବାର ପ୍ରତିଯୋଗିତା କରିବା ଉଚିତ । ଯେପରି ଖାଇବା ସମୟରେ ମଧ୍ୟ ବାବା କହୁଛନ୍ତି - ବାବାଙ୍କ ସ୍ମୃତିରେ ରହି ଖାଅ, ନିଜର ଚାର୍ଟ ରଖ । ବ୍ରହ୍ମାବାବା ମଧ୍ୟ ନିଜର ଅନୁଭବ ଶୁଣାଇଥା’ନ୍ତି ଯେ ମୁଁ ମଧ୍ୟ ଭୁଲିଯାଉଛି । ଚେଷ୍ଟା କରୁଛି ଏବଂ ବାବାଙ୍କୁ ବି କହୁଛି ଯେ ବାବା ମୁଁ ପୁରା ସମୟ ଆପଣଙ୍କ ସ୍ମୃତିରେ ରହିବା ପାଇଁ ଚାହୁଁଛି । ମୋର କାଶ ବନ୍ଦକରି ଦିଅନ୍ତୁ, ସୁଗାର କମ୍ କରି ଦିଅନ୍ତୁ, ମୁଁ ନିଜେ ଯେଉଁ ମେହନତ କରୁଛି ତାହା ହିଁ କହୁଛି । କିନ୍ତୁ ମୁଁ ନିଜେ ହିଁ ଭୁଲିଯାଉଛି ତେଣୁ କାଶ କିପରି କମ୍ ହେବ । ମୁଁ ଯେଉଁ କଥାବାର୍ତ୍ତା ବାବାଙ୍କ ସହିତ ହେଉଛି, ତାହା ସତ-ସତ ଶୁଣାଉଛି । ବାବା ପିଲାମାନଙ୍କୁ ସବୁ କହିଦେଉଛନ୍ତି, କିନ୍ତୁ ପିଲାମାନେ ବାବାଙ୍କୁ ଶୁଣାଉ ନାହାଁନ୍ତି, ଲଜ୍ଜ୍ୟା ଆସୁଛି । ଝାଡୁ କରୁଥାଅ କିମ୍ବା ଖାଦ୍ୟ ପ୍ରସ୍ତୁତ କରୁଥାଅ କିନ୍ତୁ ଶିବବାବାଙ୍କର ସ୍ମୃତିରେ ରହି କର, ତେବେ ଶକ୍ତି ମିଳିବ । ଏଭଳି ଉପାୟ ବାହାର କରିବା ଦରକାର । ଏହା ଦ୍ୱାରା ତୁମର ହିଁ କଲ୍ୟାଣ ହେବ ଏବଂ ଅନ୍ୟମାନେ ମଧ୍ୟ ତୁମ ପ୍ରତି ଆକର୍ଷିତ ହେବେ । ପରସ୍ପର ପ୍ରତି ଆକର୍ଷିତ ତ ହୋଇଥା’ନ୍ତି ନା । ତୁମେ ଯେତେ ଅଧିକ ବାବାଙ୍କର ସ୍ମୃତିରେ ରହିବ ସେତେ ବାତାବରଣ ଶାନ୍ତ ହୋଇଯିବ । ଡ୍ରାମା ଅନୁସାରେ ପରସ୍ପରର ପ୍ରଭାବ ପଡିଥାଏ । ଏହି ଯୋଗ ରୂପି ଯାତ୍ରା ତ ବହୁତ କଲ୍ୟାଣକାରୀ ଅଟେ, ଏଥିରେ ମିଛ କହିବାର ଆବଶ୍ୟକତା ନାହିଁ । ତୁମେ ସଚ୍ଚା ବାବାଙ୍କର ସନ୍ତାନ ଅଟ ତେଣୁ ତୁମକୁ ସଚ୍ଚା ହୋଇ ଚାଲିବାକୁ ହେବ । ପିଲାମାନଙ୍କୁ ତ ସବୁ କିଛି ମିଳୁଛି । ତୁମକୁ ବିଶ୍ୱର ବାଦଶାହୀ ମିଳୁଛି ପୁଣି ଲୋଭର ବଶବର୍ତ୍ତୀ ହୋଇ ୧୦-୨୦ ଶାଢି ଆଦି କାହିଁକି ଏକାଠି କରୁଛ । ଯଦି ବହୁତ ଜିନିଷ ଏକତ୍ର କରି ରଖିବ ତେବେ ମୃତ୍ୟୁ ସମୟରେ ସେ ସବୁ ମନେପଡିବ ସେଥିପାଇଁ ଉଦାହରଣ ଦେଉଛନ୍ତି ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ କହିଲେ ଯେ ଏହି ଲାଠି ମଧ୍ୟ ଛାଡିଦିଅ, ନଚେତ୍ ଏହା ବି ମନେପଡିବ । କିଛି ବି ମନେ ରହିବା ଉଚିତ୍ ନୁହେଁ । ନଚେତ୍ ନିଜେ ନିଜ ପାଇଁ ଅସୁବିଧା ସୃଷ୍ଟି କରିବ । ମିଛ କହିବା ଦ୍ୱାରା ଶହେ ଗୁଣା ପାପ ହୋଇଥାଏ । ଶିବବାବାଙ୍କର ଭଣ୍ଡାର ତ ସଦାସର୍ବଦା ଭରପୁର ରହିଥାଏ, ତେଣୁ ନିଜ ପାଖରେ ଅଧିକ ରଖିବା କ’ଣ ଆବଶ୍ୟକ । ଯାହାଙ୍କର ଚୋରୀ ହୋଇଯାଏ ତାଙ୍କୁ ସବୁ କିଛି ଦିଆଯାଇଥାଏ । ତୁମମାନଙ୍କୁ ବାବାଙ୍କଠାରୁ ରାଜତ୍ତ୍ୱ ମିଳୁଛି, ତେବେ କ’ଣ ବସ୍ତ୍ର ଆଦି ମିଳିବ ନାହିଁ । କେବଳ ଫାଲତୁ ଖର୍ଚ୍ଚ କରିବା ଉଚିତ୍ ନୁହେଁ କାହିଁକି ନା ଅବଳାମାନେ ହିଁ ସ୍ୱର୍ଗ ସ୍ଥାପନାରେ ସହଯୋଗ କରିଥା’ନ୍ତି । ତେଣୁ ତାଙ୍କର ପଇସା ଏଭଳି ବରବାଦ କରିବା ଉଚିତ୍ ନୁହେଁ । ସେମାନେ ତୁମମାନଙ୍କର ପାଳନା କରୁଛନ୍ତି ତେଣୁ ତୁମର କାମ ହେଲା ସେମାନଙ୍କର ପାଳନା କରିବା । ନଚେତ୍ ଶହେ ଗୁଣା ପାପ ମୁଣ୍ଡ ଉପରେ ଚଢିଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କର ସ୍ମୃତିରେ ବସିବା ସମୟରେ ଟିକିଏ ବି ବୁଦ୍ଧି ଏଣେତେଣେ ଯିବା ଉଚିତ୍ ନୁହେଁ । ସଦାସର୍ବଦା ରୋଜଗାର ଜମା ହେଉଥାଉ । ତୁମର ସ୍ମୃତି ଏଭଳି ହେବା ଉଚିତ୍ ଯାହାକି ଚତୁର୍ଦ୍ଦିଗ ନିସ୍ତବ୍ଦ ହୋଇଯାଉ ।

(୨) ଶରୀରକୁ ସୁସ୍ଥ ରଖିବା ପାଇଁ ଯେତେବେଳେ ବୁଲାବୁଲି କରିବାକୁ ଯାଉଛ ସେତେବେଳେ ପରସ୍ପର ଭିତରେ ପରଚିନ୍ତନ କରିବା ଉଚିତ୍ ନୁହେଁ । ମୁଖକୁ ମୌନ ରଖି ବାବାଙ୍କୁ ମନେ ପକାଇବାର ପ୍ରତିଯୋଗିତା କରିବାକୁ ହେବ। ଭୋଜନ ମଧ୍ୟ ବାବାଙ୍କ ସ୍ମୃତିରେ ରହି ଖାଇବାକୁ ହେବ ।

ବରଦାନ:-
ନିଶ୍ଚୟ ବୁଦ୍ଧି ହୋଇ ଦୁର୍ବଳ ସଂକଳ୍ପ ରୂପୀ ଜାଲକୁ ସମାପ୍ତ କରୁଥିବା ସଫଳତା ସମ୍ପନ୍ନ ଆତ୍ମା ଭବ ।

ଏବେ ପର୍ଯ୍ୟନ୍ତ ଅଧିକାଂଶ ପିଲା ଦୁର୍ବଳ ସଂକଳ୍ପକୁ ନିଜେ ହିଁ ଜାଗ୍ରତ କରିଦେଉଛନ୍ତି - ଭାବୁଛନ୍ତି କିଏ ଜାଣେ ହେବ କି ନ ହେବ, କ’ଣ ହେବ, କ’ଣ ନାହିଁ.... ଏହିଭଳି ଦୁର୍ବଳ ସଂକଳ୍ପ ଗୁଡିକ ହିଁ ପାଚେରୀ ଭଳି ସମ୍ମୁଖରେ ଛିଡା ହୋଇଯାଉଛି ଏବଂ ସଫଳତା ସେହି ପାଚେରୀ ମଧ୍ୟରେ ଲୁଚିଯାଉଛି । ମାୟା ଦୁର୍ବଳ ସଂକଳ୍ପର ଜାଲ ବିଛାଇ ଦେଉଛି ଏବଂ ପିଲାମାନେ ସେଥିରେ ଛନ୍ଦି ହୋଇଯାଉଛନ୍ତି, ସେଥିପାଇଁ ମୁଁ ନିଶ୍ଚୟ ବୁଦ୍ଧି ବିଜୟୀ ଆତ୍ମା ଅଟେ, ସଫଳତା ମୋ’ର ଜନ୍ମସିଦ୍ଧ ଅଧିକାର ଅଟେ - ଏହି ସ୍ମୃତି ଦ୍ୱାରା ଦୁର୍ବଳ ସଂକଳ୍ପଗୁଡିକୁ ସମାପ୍ତ କର ।

ସ୍ଲୋଗାନ:-
ଯଦି ତୁମର ତୃତୀୟ ଜ୍ୱାଳାମୁଖୀ ନେତ୍ର ସର୍ବଦା ଖୋଲା ରହିବ ତେବେ ମାୟା ଶକ୍ତିହୀନ ହୋଇଯିବ ।