02.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଡବଲ ଅହିଂସକ ଆତ୍ମିକ ସେନା ଅଟ, ତୁମକୁ ଶ୍ରୀମତ ଆଧାରରେ ନିଜର ଦୈବୀ ରାଜଧାନୀ ସ୍ଥାପନ
କରିବାକୁ ହେବ ।”
ପ୍ରଶ୍ନ:-
ତୁମେ ଆତ୍ମିକ
ସେବାଧାରୀ ପିଲାମାନେ ସମସ୍ତଙ୍କୁ କେଉଁ କଥାର ଚେତାବନୀ ଦେଉଛ?
ଉତ୍ତର:-
ତୁମେ ସମସ୍ତଙ୍କୁ ଚେତାବନୀ ଦେଉଛ ଯେ ଏହା ସେହି ମହାଭାରତ ଲଢେଇର ସମୟ, ଏବେ ଏହି ପୁରୁଣା ଦୁନିଆ
ବିନାଶ ହେବାକୁ ଯାଉଛି, ବାବା ନୂଆ ଦୁନିଆର ସ୍ଥାପନା କରୁଛନ୍ତି । ବିନାଶ ପରେ ପୁଣି ଜୟଜୟକାର
ହେବ । ତୁମମାନଙ୍କୁ ପରସ୍ପର ମିଶି ବିଚାର କରିବା ଦରକାର ଯେ ବିନାଶ ପୂର୍ବରୁ ସମସ୍ତଙ୍କୁ
ବାବାଙ୍କର ପରିଚୟ କିପରି ମିଳିବ ।
ଗୀତ:-
ତୁନେ ରାତ ଗବାଇ
ଶୋ କେ...
ଓମ୍ ଶାନ୍ତି ।
ବାବା
ବୁଝାଉଛନ୍ତି, ଭଗବାନ ସର୍ବୋଚ୍ଚ ଅଟନ୍ତି । ତାଙ୍କୁ ସର୍ବୋଚ୍ଚ ମୁଖ୍ୟ କମାଣ୍ଡର ଆଦି ବି
କହିପାରିବ, କାହିଁକି ନା ତୁମେ ସମସ୍ତେ ସେନା ଅଟ ନା । ତୁମର ମୁଖ୍ୟ କମାଣ୍ଡର କିଏ? ଏକଥା ମଧ୍ୟ
ଜାଣିଛ ଯେ ଦୁଇ ପ୍ରକାରର ସେନା ଅଛନ୍ତି - ସେମାନେ ହେଲେ ଶାରିରୀକ, ତୁମେ ହେଉଛ ଆତ୍ମିକ । ସେମାନେ
ହେଲେ ସୀମିତ ସ୍ଥାନର, ତୁମେ ହେଲ ସାରା ବିଶ୍ୱର । ତୁମମାନଙ୍କ ମଧ୍ୟରେ କମାଣ୍ଡର ବି ଅଛନ୍ତି,
ଜେନେରାଲ୍ ବି ଅଛନ୍ତି, ଲେଫ୍ଟିନେଣ୍ଟ ବି ଅଛନ୍ତି । ପିଲାମାନେ ଜାଣିଛନ୍ତି ଯେ ଆମେ ଶ୍ରୀମତ
ଆଧାରରେ ରାଜଧାନୀ ସ୍ଥାପନ କରୁଛୁ । ଏଠାରେ ଲଢେଇ ଆଦିର ତ କୌଣସି କଥା ନାହିଁ । ଆମେ ସାରା
ବିଶ୍ୱରେ ପୁଣି ଥରେ ନିଜର ଦୈବୀ ରାଜ୍ୟ ସ୍ଥାପନ କରୁଛୁ, ଶ୍ରୀମତ ଆଧାରରେ । କଳ୍ପ କଳ୍ପ ଆମର ଏହି
ଅଭିନୟ ଚାଲୁଛି । ଏସବୁ ବେହଦର କଥା । ହଦର ଲଢେଇରେ ଏହି କଥା ହୋଇ ନଥାଏ । ସର୍ବୋଚ୍ଚ ବାବା ହିଁ
ଅଟନ୍ତି । ତାଙ୍କୁ ଯାଦୁକର, ରତ୍ନାକର, ଜ୍ଞାନର ସାଗର ମଧ୍ୟ କୁହନ୍ତି । ବାବାଙ୍କର ମହିମା
ଅପରମ-ଅପାର ଅଟେ । ତୁମକୁ ବୁଦ୍ଧି ଦ୍ୱାରା କେବଳ ବାବାଙ୍କୁ ମନେ ପକାଇବାକୁ ହେବ । କିନ୍ତୁ ମାୟା
ଭୁଲାଇ ଦେଉଛି । ତୁମେ ଆତ୍ମିକ ସେନା ଡବଲ ଅହିସଂକ ଅଟ, ରୁହାନୀ ସେନା । ତୁମର ଖିଆଲ ରହୁଛି ଯେ,
ଆମେ ନିଜର ରାଜ୍ୟ କିପରି ସ୍ଥାପନ କରିବୁ । ଡ୍ରାମା ନିଶ୍ଚିତ କରାଇବ । ପୁରୁଷାର୍ଥ ତ କରିବାକୁ
ପଡିଥାଏ ନା । ଯେଉଁମାନେ ଭଲ-ଭଲ ସନ୍ତାନ ଅଟନ୍ତି, ସେମାନେ ପରସ୍ପର ମଧ୍ୟରେ ରାୟ ବାହାର କରିବା
ଦରକାର । ମାୟା ସହିତ ତୁମର ଯୁଦ୍ଧ ତ ଅନ୍ତିମ ସମୟ ପର୍ଯ୍ୟନ୍ତ ଲାଗି ରହିବ । ଏକଥା ମଧ୍ୟ ଜାଣୁଛ
ଯେ, ମହାଭାରତ ଲଢେଇ ହେବ ହିଁ ହେବ । ନଚେତ୍ ପୁରୁଣା ଦୁନିଆର ବିନାଶ କିପରି ହେବ । ବାବା ଆମକୁ
ଶ୍ରୀମତ ଦେଉଛନ୍ତି । ଆମମାନଙ୍କୁ ପୁଣି ଥରେ ନିଜ ରାଜ୍ୟ-ଭାଗ୍ୟ ସ୍ଥାପନ କରିବାକୁ ହେବ । ଏହି
ପୁରୁଣା-ଦୁନିଆର ବିନାଶ ହୋଇ ପୁଣି ଭାରତରେ ଜୟଜୟକାର ହେବ, ଯାହା ପାଇଁ ତୁମେ ନିମିତ୍ତ ହୋଇଛ ।
ତେଣୁ ପରସ୍ପର ମଧ୍ୟରେ ଏକାଠି ହେବା ଦରକାର । ଆମେ କିପରି-କିପରି ସେବା କରିବା । ସମସ୍ତଙ୍କୁ
ବାବାଙ୍କର ସନ୍ଦେଶ ଶୁଣାଇବା ଯେ ଏବେ ଏହି ପୁରୁଣା ଦୁନିଆର ବିନାଶ ହେବ । ବାବା ନୂଆ ଦୁନିଆର
ସ୍ଥାପନା କରୁଛନ୍ତି । ଲୌକିକ ପିତା ମଧ୍ୟ ନୂଆ ଘର ତିଆରି କଲେ ପିଲାମାନେ ଖୁସି ହୋଇଥା’ନ୍ତି ।
ତାହା ସୀମିତ କଥା କିନ୍ତୁ ଏହା ତ ପୂରା ବିଶ୍ୱର କଥା । ନୂଆ ଦୁନିଆକୁ ସତ୍ୟଯୁଗ, ପୁରୁଣା ଦୁନିଆକୁ
କଳିଯୁଗ କୁହାଯାଏ । ବର୍ତ୍ତମାନ ପୁରୁଣା ଦୁନିଆ ତେଣୁ ଏକଥା ଜାଣିବା ଦରକାର ଯେ - ବାବା କେବେ ଏବଂ
କିପରି ଆସି ନୂଆ ଦୁନିଆ ସ୍ଥାପନ କରୁଛନ୍ତି । କିନ୍ତୁ ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର
କ୍ରମଅନୁସାରେ ବାବାଙ୍କୁ ଜାଣିଛନ୍ତି । ସବୁଠାରୁ ଶ୍ରେଷ୍ଠ ତ ବାବା ହିଁ ଅଟନ୍ତି ବାକି ନମ୍ବର
ଅନୁସାରେ ମହାରଥୀ, ଘୋଡା ସବାର, ପଦାତିକ ଅଛନ୍ତି । କମାଣ୍ଡର, କ୍ୟାପ୍ଟେନ୍ ଏହା ତ କେବଳ
ଉଦାହରଣ ଦେଇ ବୁଝାଯାଉଛି । ତେଣୁ ପିଲାମାନେ ପରସ୍ପର ସହିତ ମିଶି ରାୟ ବାହାର କରିବା ଦରକାର ଯେ,
ସମସ୍ତଙ୍କୁ ବାବାଙ୍କର ପରିଚୟ କିପରି ଦେବା, ଏହା ରୁହାନୀ ସେବା ଅଟେ । ଆମେ ନିଜର
ଭାଇଭଉଣୀମାନଙ୍କୁ ସଚେତନ କିପରି କରିବା ଯେ, ବାବା ନୂଆ ଦୁନିଆ ସ୍ଥାପନ କରିବା ପାଇଁ ଆସିଛନ୍ତି ।
ପୁରୁଣା ଦୁନିଆର ବିନାଶ ମଧ୍ୟ ସାମ୍ନାରେ ରହିଛି । ଏହା ସେହି ମହାଭାରତ ଲଢେଇ ଅଟେ । ମନୁଷ୍ୟ ତ
ଏକଥା ମଧ୍ୟ ବୁଝିପାରୁ ନାହାଁନ୍ତି ଯେ ମହାଭାରତ ଲଢେଇ ପରେ କ’ଣ ହେବ । ତୁମେ ଏବେ ଅନୁଭବ କରୁଛ
ଯେ ବର୍ତ୍ତମାନ ଆମେ ସଂଗମଯୁଗରେ ପୁରୁଷୋତ୍ତମ ହେଉଛୁ । ଏବେ ବାବା ପୁରୁଷୋତ୍ତମ କରିବା ପାଇଁ
ଆସିଛନ୍ତି । ଏଥିରେ ସ୍ଥୂଳ ଲଢେଇର କିଛି କଥା ନାହିଁ । ବାବା ବୁଝାଉଛନ୍ତି ଯେ - ପିଲାମାନେ, ଏହି
ପତିତ ଦୁନିଆରେ ଜଣେ ମଧ୍ୟ ପବିତ୍ର ରହିପାରିବେ ନାହିଁ ଏବଂ ପବିତ୍ର ଦୁନିଆରେ କେହି ଜଣେ ମଧ୍ୟ
ପତିତ ରହିବେ ନାହିଁ । ଏତିକି ଛୋଟ କଥା ମଧ୍ୟ କେହି ବୁଝିପାରୁ ନାହାଁନ୍ତି । ତୁମମାନଙ୍କୁ ସବୁ
ଚିତ୍ରଗୁଡିକର ସାର ତତ୍ତ୍ୱ ବୁଝାଯାଉଛି । ଭକ୍ତିମାର୍ଗରେ ମନୁଷ୍ୟ ଜପ-ତପ, ଦାନ-ପୁଣ୍ୟ ଆଦି ଯାହା
ବି କରୁଛନ୍ତି, ସେଥିରୁ ଅଳ୍ପକାଳ ପାଇଁ କାକ ବିଷ୍ଠା ସମାନ ସୁଖ ପ୍ରାପ୍ତି ହୋଇଥାଏ । ପରନ୍ତୁ
କୌଣସି ବ୍ୟକ୍ତି ଏଠାକୁ ଆସି ବୁଝିଲେ ହିଁ ଏକଥା ବୁଦ୍ଧିରେ ରହିବ । ଏହା ତ ଭକ୍ତିର ରାଜ୍ୟ ଅଟେ ।
ଜ୍ଞାନ ଟିକିଏ ବି ନାହିଁ । ଯେପରି ପତିତ ଦୁନିଆରେ ଜଣେ ହେଲେ ବି ପବିତ୍ର ନାହାଁନ୍ତି, ସେହିପରି
ଜ୍ଞାନ ମଧ୍ୟ ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହା ପାଖରେ ନାହିଁ । ବେଦ-ଶାସ୍ତ୍ର ଆଦି ସବୁ
ଭକ୍ତିମାର୍ଗର ଅଟେ । ସିଢି ଓହ୍ଲାଇବାକୁ ହିଁ ପଡିବ । ଏବେ ତୁମେମାନେ ବ୍ରାହ୍ମଣ ହୋଇଛ, ଏହି
ବ୍ରାହ୍ମଣ କୁଳରେ ମଧ୍ୟ ନମ୍ବର ଅନୁସାରେ ସେନା ଥା’ନ୍ତି । ମୁଖ୍ୟ ମୁଖ୍ୟ ଯେଉଁମାନେ କମାଣ୍ଡର,
କ୍ୟାପ୍ଟେନ୍, ଜେନରାଲ ଆଦି ଅଛନ୍ତି, ସେମାନେ ପରସ୍ପର ସହିତ ମିଶି ରାୟ ବାହାର କରିବା ଦରକାର
ଯେ, ଆମେ ବାବାଙ୍କର ସନ୍ଦେଶ କିପରି ଦେବା । ପିଲାମାନଙ୍କୁ ବୁଝାଯାଇଛି ଯେ, ଶାନ୍ତିଦୂତ,
ସନ୍ଦେଶବାହକ ଅଥବା ଗୁରୁ ଜଣେ ହିଁ ହୋଇଥାନ୍ତି । ବାକି ସବୁ ଅଟନ୍ତି ଭକ୍ତିମାର୍ଗର । ସଂଗମଯୁଗୀ
କେବଳ ତୁମେମାନେ ଅଟ । ଲକ୍ଷ୍ମୀ-ନାରାୟଣ ହେବାର ଲକ୍ଷ୍ୟ ଉଦ୍ଦେଶ୍ୟ ବିଲ୍କୁଲ୍ ଠିକ୍ ।
ଭକ୍ତିମାର୍ଗରେ ସତ୍ୟନାରାୟଣଙ୍କର କଥା, ତିଜରୀର କଥା, ଅମର କଥା ଶୁଣାଇଥା’ନ୍ତି । ଏବେ ବାବା
ତୁମକୁ ପ୍ରକୃତ ସତ୍ୟନାରାୟଣଙ୍କର କଥା ଶୁଣାଉଛନ୍ତି । ଭକ୍ତିମାର୍ଗରେ ଅତୀତର କଥା ରହିଛି,
ଯେଉଁମାନେ ଏଠାକୁ ଆସିଥିଲେ ପରେ ସେହିମାନଙ୍କର ହିଁ ମନ୍ଦିର ଆଦି ତିଆରି କରିଥା’ନ୍ତି । ଯେପରି
ଶିବବାବା ଏବେ ତୁମମାନଙ୍କୁ ରାଜଯୋଗର ପାଠ ପଢାଉଛନ୍ତି ପୁଣି ଭକ୍ତିମାର୍ଗରେ ତାଙ୍କର
ସ୍ମୃତିଚିହ୍ନ ତିଆରି କରିବେ । ସତ୍ୟଯୁଗରେ ଶିବ କିମ୍ବା ଲକ୍ଷ୍ମୀ-ନାରାୟଣ ଆଦି କାହାର ମଧ୍ୟ
ଚିତ୍ର ରହିବ ନାହିଁ । ଜ୍ଞାନ ଓ ଭକ୍ତି ବିଲ୍କୁଲ୍ ଭିନ୍ନ ଅଟେ । ଏକଥା ମଧ୍ୟ ତୁମେ ଜାଣିଛ
ସେଥିପାଇଁ ବାବା କହୁଛନ୍ତି ଯେ ଖରାପ କଥା ଶୁଣ ନାହିଁ, ଖରାପ କଥା କୁହ ନାହିଁ... ।
ତୁମେ ପିଲାମାନେ ଏବେ
କେତେ ଖୁସି ହେଉଛ, ନୂଆ ଦୁନିଆ ସ୍ଥାପନ ହେଉଛି । ସୁଖଧାମର ସ୍ଥାପନା ପାଇଁ ବାବା ଆମକୁ ପୁଣି ଥରେ
ନିର୍ଦ୍ଦେଶ ଦେଉଛନ୍ତି, ସର୍ବପ୍ରଥମେ କହୁଛନ୍ତି ପବିତ୍ର ହୁଅ । ଏବେ ସମସ୍ତେ ତ ପତିତ ଅଟନ୍ତି ନା
। ତେଣୁ ଭଲ ଭଲ ସନ୍ତାନମାନେ ପରସ୍ପର ସହିତ ମିଶି ରାୟ ବାହାର କରିବା ଦରକାର ଯେ କିପରି ସେବାର
ବୃଦ୍ଧି ହେବ, ଗରୀବମାନଙ୍କୁ କିପରି ସନ୍ଦେଶ ଦେବା, ବାବା ତ କଳ୍ପ ପୂର୍ବ ପରି ଆସିଛନ୍ତି ।
କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ରାଜଧାନୀ ନିଶ୍ଚିତ ସ୍ଥାପନ ହେବ । ସମସ୍ତେ
ବୁଝିବେ ନିଶ୍ଚିତ । ଯେଉଁମାନେ ଦେବୀ-ଦେବତା ଧର୍ମର ନୁହଁନ୍ତି ସେମାନେ ବୁଝି ପାରିବେ ନାହିଁ ।
ବିନାଶ କାଳରେ ଈଶ୍ୱରଙ୍କ ପ୍ରତି ବିପରୀତ ବୁଦ୍ଧି ହୋଇଯାଇଛି ନା । ତୁମେ ପିଲାମାନେ ଜାଣୁଛ ଯେ,
ଆମର ଧନୀ ଅଛନ୍ତି ତେଣୁ ତୁମେ ନା କାମ ବିକାରର ଅଧିନ ହେବ, ନା ଲଢେଇ-ଝଗଡା କରିବ । ତୁମର
ବ୍ରାହ୍ମଣ ଧର୍ମ ବହୁତ ଶ୍ରେଷ୍ଠ ଅଟେ । ସେମାନେ ଶୁଦ୍ର ଧର୍ମର, ତୁମେ ବ୍ରାହ୍ମଣ ଧର୍ମର ଅଟ ।
ତୁମମାନଙ୍କର ସ୍ଥାନ ଶୀର୍ଷରେ ଚୁଟୀ, ସେମାନଙ୍କର ସ୍ଥାନ ନିମ୍ନରେ ଅର୍ଥାତ୍ ପାଦରେ ।
ବ୍ରାହ୍ମଣମାନଙ୍କର ଉପରେ ସର୍ବୋଚ୍ଚ ଭଗବାନ ନିରାକାର ଅଛନ୍ତି । କିନ୍ତୁ ଏହି ଆଖିରେ ନ ଦେଖିବା
କାରଣରୁ ବିରାଟ ରୂପରେ ଚୁଟୀ ବ୍ରାହ୍ମଣ ଏବଂ ଶିବବାବାଙ୍କୁ ଦେଖାଇ ନାହାଁନ୍ତି । କେବଳ କହୁଛନ୍ତି
ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର । ଯେଉଁମାନେ ଦେବତା ହୋଇଥା’ନ୍ତି, ସେମାନେ ପୁଣି ଥରେ
ପୁର୍ନଜନ୍ମ ନେଇ କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ହୋଇଥାନ୍ତି । ବିରାଟ ରୂପର ଅର୍ଥକୁ ମଧ୍ୟ କେହି ଜାଣି
ନାହାଁନ୍ତି । ଏବେ ତୁମେମାନେ ବୁଝୁଛ, ତେଣୁ ସଠିକ୍ ଚିତ୍ର ତିଆରି କର । ଚିତ୍ରରେ ଶିବବାବାଙ୍କୁ
ମଧ୍ୟ ଦର୍ଶାଅ ଏବଂ ବ୍ରାହ୍ମଣଙ୍କୁ ମଧ୍ୟ ଦର୍ଶାଅ । ତୁମକୁ ଏବେ ସମସ୍ତଙ୍କୁ ଏହି ସନ୍ଦେଶ ଦେବାକୁ
ହେବ ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ତୁମର କାମ ହେଲା ସମସ୍ତଙ୍କୁ ବାବାଙ୍କ
ପରିଚୟ ଦେବା । ଯେପରି ବାବାଙ୍କର ମହିମା ଅପରମଅପାର ଅଟେ, ସେହିପରି ଭାରତର ମଧ୍ୟ ବହୁତ ମହିମା ଅଛି
। ଏହାକୁ ମଧ୍ୟ ୭ ଦିନ କେହି ଶୁଣିଲେ ବୁଦ୍ଧିରେ ଧାରଣା ହେବ । କିନ୍ତୁ କହୁଛନ୍ତି ଫୁରସତ ନାହିଁ
। ଆରେ, ଅଧାକଳ୍ପ ଯାହାକୁ ଡାକି ଆସିଥିଲ, ଏବେ ସେ ପ୍ରତ୍ୟକ୍ଷରେ ଆସିଛନ୍ତି । ବାବାଙ୍କୁ ଅନ୍ତିମ
ସମୟରେ ଆସିବାକୁ ହିଁ ହେବ । ଏକଥା ମଧ୍ୟ ତୁମେ ବ୍ରାହ୍ମଣମାନେ ଜାଣିଛ, ପୁରୁଷାର୍ଥର କ୍ରମ
ଅନୁସାରେ । ପାଠପଢା ଆରମ୍ଭ ହେଲା ଅର୍ଥାତ୍ ନିଶ୍ଚୟ ହେଲା । ପ୍ରିୟତମ ଆସିଛନ୍ତି, ଯାହାଙ୍କୁ ଆମେ
ଡାକିଥିଲେ, ତେବେ ନିଶ୍ଚିତ କାହାର ଶରୀରରେ ଆସିଥିବେ । ତାଙ୍କର ତ ନିଜର ଶରୀର ନାହିଁ । ବାବା
କହୁଛନ୍ତି ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ତୁମମାନଙ୍କୁ ସୃଷ୍ଟିଚକ୍ରର, ରଚୟିତା ଏବଂ
ରଚନାର ଜ୍ଞାନ ଦେଉଛି । ଏ କଥା ଆଉ କେହି ଜାଣି ନାହାଁନ୍ତି । ଏହା ପାଠପଢା ଅଟେ । ବାବା ବହୁତ
ସହଜ କରି ବୁଝାଉଛନ୍ତି । ବାବା କହୁଛନ୍ତି - ମୁଁ ତୁମକୁ କେତେ ଧନଶାଳୀ କରୁଛି । କଳ୍ପ କଳ୍ପ ତୁମ
ସଦୃଶ ପବିତ୍ର ଏବଂ ସୁଖୀ ଆଉ କେହି ବି ହେଉ ନାହାଁନ୍ତି । ତୁମେ ପିଲାମାନେ ଏହି ସମୟରେ ସମସ୍ତଙ୍କୁ
ଜ୍ଞାନ ଦାନ କରୁଛ । ବାବା ତୁମକୁ ଜ୍ଞାନ ରତ୍ନର ଦାନ ଦେଉଛନ୍ତି, ତୁମେ ଅନ୍ୟମାନଙ୍କୁ ଦେଉଛ ।
ଭାରତକୁ ସ୍ୱର୍ଗ କରୁଛ । ତୁମେ ନିଜର ହିଁ ତନ-ମନ-ଧନ ଦ୍ୱାରା ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗରେ
ପରିଣତ କରୁଛ । ଏହା କେତେ ଶ୍ରେଷ୍ଠ କାର୍ଯ୍ୟ ଅଟେ । ତୁମେ ଗୁପ୍ତ ସେନା ଅଟ, ଏ କଥା କେହି ବି
ଜାଣିନାହାଁନ୍ତି । ତୁମେମାନେ ଜାଣିଛ ଯେ ଆମେ ବିଶ୍ୱର ରାଜତ୍ୱ ନେଉଛୁ, ଶ୍ରୀମତ ଦ୍ୱାରା ଶ୍ରେଷ୍ଠ
ହେଉଛୁ । ଏବେ ବାବା କହୁଛନ୍ତି ଯେ ମୋତେ ମନେ ପକାଅ । କୃଷ୍ଣ ତ କହିପାରିବେ ନାହିଁ, ସେ ତ
ରାଜକୁମାର ଥିଲେ । ତୁମେମାନେ ରାଜକୁମାର ହେବ ନା । ସତ୍ୟଯୁଗ ଏବଂ ତ୍ରେତୟା ଯୁଗରେ ପବିତ୍ର
ପ୍ରବୃତ୍ତିମାର୍ଗ ଥିଲା । ତେଣୁ ଅପବିତ୍ର ରାଜାମାନେ ପବିତ୍ର ରାଜା-ରାଣୀ ଲକ୍ଷ୍ମୀ-ନାରାୟଣଙ୍କର
ପୂଜା କରିଥା’ନ୍ତି । ପବିତ୍ର ପ୍ରବୃତ୍ତିମାର୍ଗର ରାଜ୍ୟ ଥିଲା ପୁଣି ଏହା ଅପବିତ୍ର
ପ୍ରବୃତ୍ତିମାର୍ଗ ହୋଇଯାଇଛି । ଅଧା-ଅଧା ଅଟେ ନା । ଦିନ ଏବଂ ରାତ୍ରୀ । ଲକ୍ଷ ଲକ୍ଷ ବର୍ଷର କଥା
ହୋଇଥିଲେ ତ ପୁଣି ଅଧା-ଅଧା ହୋଇପାରିବ ନାହିଁ । ଯଦି ଲକ୍ଷ ଲକ୍ଷ ବର୍ଷ ହୋଇଥାଆନ୍ତା ତେବେ ହିନ୍ଦୁ
ଅର୍ଥାତ୍ ଯେଉଁମାନେ ବାସ୍ତବରେ ଦେବତା ଧର୍ମର ଅଟନ୍ତି ସେମାନଙ୍କର ସଂଖ୍ୟା ବହୁତ ବେଶୀ ହେବା କଥା
। ଅଗଣିତ ହେବା କଥା । ଏବେ ତ ଗଣନା କରୁଛ ନା । କିନ୍ତୁ ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି,
ପୁଣି ବି ହେବ । ମୃତ୍ୟୁ ସାମ୍ନାରେ ଛିଡା ହୋଇଛି । ଏହା ସେହି ମହାଭାରତ ଲଢେଇ ଅଟେ । ତେଣୁ
ପରସ୍ପର ସହିତ ମିଶି ସେବାର ଯୋଜନା କରିବା ଉଚିତ୍ । ସେବା ମଧ୍ୟ କରୁଛନ୍ତି । ନୂଆ-ନୂଆ ଚିତ୍ର
ବାହାର କରୁଛନ୍ତି, ପ୍ରଦର୍ଶନୀ ମଧ୍ୟ କରୁଛନ୍ତି । ଆଚ୍ଛା, ପୁଣି କ’ଣ କରାଯିବ? ଆଚ୍ଛା
ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ତିଆରି କର । ନିଜେ ଦେଖିଲେ ତ ପୁଣି ଅନ୍ୟମାନଙ୍କୁ ପଠାଇବେ ।
ଗରୀବ ହୁଅନ୍ତୁ ଅଥବା ସାହୁକାର, ଧର୍ମ କାର୍ଯ୍ୟ ପାଇଁ ତ ଅର୍ଥ ଲଗାଇଥାନ୍ତି ନା । ସାହୁକାର ବେଶି
ଅର୍ଥ ଲଗାଇଥାନ୍ତି । ଏଠାରେ ମଧ୍ୟ ଏହିଭଳି ହେଉଛି । କିଏ ୧ ହଜାର ଲଗାଇବେ, କିଏ କମ୍ । କିଏ ତ
ପୁଣି ୨ ଟଙ୍କା ମଧ୍ୟ ପଠାଇ ଦେଇଥା’ନ୍ତି । କହିଥା’ନ୍ତି ଯେ, ୧ ଟଙ୍କାର ଇଟା ଲଗାଇ ଦେବ । ଏକ
ଟଙ୍କା ଦେଇ ୨୧ ଜନ୍ମ ପାଇଁ ଜମା କରିବାକୁ ହେବ । ଏହା ଗୁପ୍ତ ଅଟେ । ଗରୀବଙ୍କର ଏକ ଟଙ୍କା
ସାହୁକାରଙ୍କର ଏକ ହଜାର ସହିତ ସମାନ ହୋଇଥାଏ । ଗରୀବଙ୍କ ପାଖରେ ତ କମ୍ ଅଛି ତେଣୁ ସେମାନେ କ’ଣ
କରିପାରିବେ । ହିସାବ ରହିଛି ନା । ବ୍ୟାପାରୀ ଲୋକମାନେ ଧର୍ମ କାର୍ଯ୍ୟ ପାଇଁ ଅର୍ଥ ବାହାର
କରିଥା’ନ୍ତି, ଏବେ ଆମକୁ କ’ଣ କରିବା ଦରକାର । ବାବାଙ୍କୁ ସହଯୋଗ ଦେବାକୁ ହେବ । ବାବା ପୁଣି ତା
ବଦଳରେ ୨୧ ଜନ୍ମ ପାଇଁ ଦେଇଥାନ୍ତି । ବାବା ଆସି ଗରୀବଙ୍କୁ ସାହାଯ୍ୟ କରୁଛନ୍ତି । ଏବେ ତ ଏହି
ଦୁନିଆ ହିଁ ରହିବ ନାହିଁ । ସବୁ ମାଟିରେ ମିଶିଯିବ । ଏକଥା ମଧ୍ୟ ଜାଣିଛ, ସ୍ଥାପନା ନିଶ୍ଚିତ ହେବ,
କଳ୍ପ ପୂର୍ବ ଭଳି । ନିରାକାର ବାବା କହିଥା’ନ୍ତି ଯେ - ପିଲାମାନେ ଦେହର ସବୁ ଧର୍ମ ତ୍ୟାଗ କରି,
ଏକମାତ୍ର ବାବାଙ୍କୁ ମନେ ପକାଅ । ଏହି ବ୍ରହ୍ମା ମଧ୍ୟ ରଚନା ଅଟନ୍ତି ନା । ବ୍ରହ୍ମା କାହାର
ସନ୍ତାନ, କିଏ ରଚନା କରିଛନ୍ତି, ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ କିପରି ରଚନା କରନ୍ତି ଏକଥା ମଧ୍ୟ
କେହି ଜାଣି ନାହାଁନ୍ତି । ବାବା ଆସି ସତ୍ୟ କଥା ବୁଝାଉଛନ୍ତି । ବ୍ରହ୍ମା ମଧ୍ୟ ନିଶ୍ଚିତ ମନୁଷ୍ୟ
ସୃଷ୍ଟିରେ ହିଁ ଆସିବେ । ବ୍ରହ୍ମାଙ୍କ ବଂଶାବଳୀର ଗାୟନ ରହିଛି । ଭଗବାନ ମନୁଷ୍ୟ ସୃଷ୍ଟିର ରଚନା
କିପରି କରନ୍ତି, ଏକଥା କେହି ଜାଣି ନାହାଁନ୍ତି । ବ୍ରହ୍ମା ତ ଏହିଠାରେ ରହିବା ଦରକାର ନା । ବାବା
କହୁଛନ୍ତି - ଯାହାଙ୍କ ଶରୀରରେ ମୁଁ ପ୍ରବେଶ କରିଛି, ସେ ମଧ୍ୟ ବହୁତ ଜନ୍ମର ଅନ୍ତିମ ଶରୀରଧାରୀ
ଅଟନ୍ତି । ବ୍ରହ୍ମା ପୂରା ୮୪ ଜନ୍ମ ନେଇଛନ୍ତି । ବ୍ରହ୍ମା କୌଣସି ରଚୟିତା ନୁହଁନ୍ତି । ରଚୟିତା
ତ ଏକମାତ୍ର ନିରାକାର ହିଁ ଅଟନ୍ତି । ଆତ୍ମାମାନେ ମଧ୍ୟ ନିରାକାର ଅଟନ୍ତି । ଶିବବାବା ତ ଅନାଦି
ଅଟନ୍ତି । ତାଙ୍କୁ କେହି ରଚନା କରି ନାହାଁନ୍ତି ପୁଣି ବ୍ରହ୍ମା କେଉଁଠାରୁ ଆସିଲେ । ବାବା
କହୁଛନ୍ତି - ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ନାମ ପରିବର୍ତ୍ତନ କଲି । ତୁମ
ବ୍ରାହ୍ମଣମାନଙ୍କର ମଧ୍ୟ ନାମ ପରିବର୍ତ୍ତନ କଲି । ତୁମେମାନେ ହେଉଛ ରାଜଋଷି । ଆରମ୍ଭରୁ
ସନ୍ନ୍ୟାସ କରି ସାଥିରେ ରହିଥିଲୁ, ତେଣୁ ନାମ ପରିବର୍ତ୍ତନ କରିଦେଲି । ପୁଣି ଦେଖାଗଲା ଯେ ମାୟା
କବଳିତ କରିନେଉଛି, ତେଣୁ ମାଳା ତିଆରି କରିବା, ନାମ ରଖିବା ବନ୍ଦ କରି ଦେଲି ।
ଆଜିକାଲି ଦୁନିଆରେ ପ୍ରତି
କଥାରେ ଠକାମୀ ବହୁତ ଚାଲିଛି । କ୍ଷୀରରେ ମଧ୍ୟ ଠକୁଛନ୍ତି ଅର୍ଥାତ୍ ପାଣି ମିଶ୍ରଣ ହେଉଛି ।
ଶୁଦ୍ଧ ସାମଗ୍ରୀ ତ ମିଳୁ ନାହିଁ । ଭଗବାନଙ୍କୁ ମଧ୍ୟ ଠକୁଛନ୍ତି । ନିଜକୁ ମଧ୍ୟ ଭଗବାନ
କହିଦେଉଛନ୍ତି । ଏବେ ତୁମେ ପିଲାମାନେ ଜାଣୁଛ ଯେ ଆତ୍ମା କ’ଣ ପରମାତ୍ମା କଣ! ତୁମମାନଙ୍କ ଭିତରେ
ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ଅଛନ୍ତି । ବାବା ଜାଣିଛନ୍ତି ଯେ କିଏ କିପରି ପଢୁଛନ୍ତି ଏବଂ
ଅନ୍ୟକୁ ପଢାଉଛନ୍ତି, ସେମାନେ କେଉଁ ପଦ ପାଇବେ । ନିଶ୍ଚୟ ଅଛି ଯେ ଆମେ ବାବାଙ୍କ ଦ୍ୱାରା ବିଶ୍ୱର
ମକୁଟଧାରୀ ରାଜକୁମାର ହେଉଛୁ । ତେଣୁ ଏପରି ପୁରୁଷାର୍ଥ କରି ଦେଖାଇବାର ଅଛି । ମୁଁ ମୁକୁଟଧାରୀ
ରାଜକୁମାର ହେଲି । ୮୪ ଜନ୍ମର ଚକ୍ର ଲଗାଇ ଏବେ ପୁଣି ଥରେ ସେହିଭଳି ହେଉଛି । ଏହା ନର୍କ ଅଟେ,
ଏଥିରେ କିଛି ବି ନାହିଁ । ପୁଣି ବାବା ଆସି ଭଣ୍ଡାର ଭରପୂର କରି କାଳ କଣ୍ଟକ ଦୂର କରି ଦେଉଛନ୍ତି
। ତୁମେ ସମସ୍ତଙ୍କୁ ପଚାର ଯେ ଏଠାକୁ ଭଣ୍ଡାର ଭରପୂର କରିବା ପାଇଁ ଆସିଛ ନା । ଅମରପୁରୀକୁ କାଳ
ଆସି ପାରିବ ନାହିଁ । ବାବା ହିଁ ଆସୁଛନ୍ତି ଭଣ୍ଡାର ଭରପୂର କରି କାଳ କଣ୍ଟକ ଦୂର କରିବା ପାଇଁ ।
ତାହା ଅମର ଲୋକ, ଏହା ହେଲା ମୃତ୍ୟୁ ଲୋକ । ଏଭଳି ମିଠା ମିଠା କଥା ଶୁଣ ଏବଂ ଶୁଣାଅ । ଫାଲତୁ କଥା
ଶୁଣାଅ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବା
ବିଶ୍ୱର ମାଲିକ ହେବାର ପାଠ ପଢାଇବା ପାଇଁ ଆସିଛନ୍ତି, ସେଥିପାଇଁ କେବେହେଲେ ଏଭଳି କୁହ ନାହିଁ ଯେ
ମୋତେ ଫୁର୍ସତ ନାହିଁ । ଶ୍ରୀମତ ଅନୁସାରେ ନିଜର ତନ-ମନ-ଧନ ଆଧାରରେ ଭାରତକୁ ସ୍ୱର୍ଗରେ ପରିଣତ
କରିବାର ସେବା କରିବାକୁ ହେବ ।
(୨) ପରସ୍ପର ମଧ୍ୟରେ
ବହୁତ ମଧୁର ଜ୍ଞାନର କଥା ଣୁଣିବାକୁ ହେବ ଏବଂ ଶୁଣାଇବାକୁ ହେବ । ବାବାଙ୍କର ଏହି ଉପଦେଶ ସର୍ବଦା
ମନେ ରଖ - ଖରାପ କଥା ଶୁଣ ନାହିଁ, ଖରାପ କଥା କୁହ ନାହିଁ.... ।
ବରଦାନ:-
ସମସ୍ତ ବିନାଶୀ
କାମନା ଉପରେ ବିଜୟପ୍ରାପ୍ତ କରୁଥିବା କାମଜିତ୍ ଜଗତଜିତ୍ ହୁଅ ।
ସମସ୍ତ ବିନାଶୀ
କାମନାଗୁଡିକ ହିଁ କାମ ବିକାରର ଅଂଶ ଅଟେ । କାମନା ମଧ୍ୟ ଗୋଟିଏ ହେଲା ବସ୍ତଗୁଡିକୁ ପ୍ରାପ୍ତି
କରିବାରେ ଇଚ୍ଛା, ଦ୍ୱିତୀୟଟି ହେଲା ବ୍ୟକ୍ତିମାନଙ୍କ ଦ୍ୱାରା ବିନାଶୀ ପ୍ରାପ୍ତିଗୁଡିକରେ ଇଚ୍ଛା,
ତୃତୀୟଟି ହେଲା ସମ୍ବନ୍ଧ ରଖିବାରେ ଇଚ୍ଛା, ଚତୁର୍ଥଟି ହେଲା ସେବା ଭାବନା ମଧ୍ୟରେ ବିନାଶୀ
କାମନାର ଇଚ୍ଛା । କୌଣସି ବସ୍ତୁ ବା ବ୍ୟକ୍ତି ପ୍ରତି ବିଶେଷ ଆକର୍ଷିତ ହେବା - ଇଚ୍ଛା ନାହିଁ ଯେ
କିନ୍ତୁ ଏହା ଭଲ ଲାଗୁଛି, ଏହା ମଧ୍ୟ କାମ ବିକାରର ଅଂଶ ଅଟେ । ଯେତେବେଳେ ଏହିଭଳି ଇଚ୍ଛାଗୁଡିକର
ସୂକ୍ଷ୍ମ ଅଂଶ ମଧ୍ୟ ସମାପ୍ତ ହୋଇଯିବ, ସେତେବେଳେ କୁହାଯିବ କାମଜିତ୍ ଜଗତଜିତ୍ ।
ସ୍ଲୋଗାନ:-
ଆନ୍ତରିକ ହୃଦ୍ବୋଧ
ଦ୍ୱାରା ଦିଲାରାମ ବାବାଙ୍କର ଆଶୀର୍ବାଦ ପ୍ରାପ୍ତ କରିବାର ଅଧିକାରୀ ହୁଅ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ତୁମମାନଙ୍କର ମନ ଯାହାକି
ଏକ ସୂକ୍ଷ୍ମ ଶକ୍ତି ଅଟେ, ଯଦି ଏହା ତୁମର ଆୟତ୍ତରେ ରହିବ ଅର୍ଥାତ୍ ବିବେକ ଅନୁସାରେ କାର୍ଯ୍ୟ
କରିବ ତେବେ ତୁମେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇଯିବ ଏବଂ ରାଜ୍ୟ ଅଧିକାରୀ ହୋଇଯିବ । ତେଣୁ ଏହି
ସଂକଳ୍ପ ଶକ୍ତିକୁ ଜମା କରିବା ପାଇଁ ମନରେ ଯାହା ଭାବୁଛ ତାହା କାର୍ଯ୍ୟରେ କର, ଯଦି ଷ୍ଟପ୍ କରିବ
ତେବେ ସଂକଳ୍ପ ଷ୍ଟପ୍ ଅର୍ଥାତ୍ ବନ୍ଦ ହୋଇଯାଉଥିବ । ଯଦି ସେବାର ସଂକଳ୍ପ କରିବ ତେବେ ସେବାରେ
ଲାଗିଯାଉଥିବ । ପରମଧାମର କଥା ଭାବିବା ମାତ୍ରକେ ପରମଧାମରେ ପହଞ୍ଚିଯାଉଥିବ । ଏହିଭଳି ନିଜର
ନିୟନ୍ତ୍ରଣ ଶକ୍ତିକୁ ବଢାଇଚାଲ ।