02.09.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଯେପରି ତୁମର ନିଶ୍ଚୟ ରହିଛି ଯେ ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି, ସିଏ ଆମର ପିତା ଅଟନ୍ତି, ସେହିଭଳି ଅନ୍ୟମାନଙ୍କୁ ମଧ୍ୟ ବୁଝାଇ ନିଶ୍ଚୟ କରାଅ, ତା’ପରେ ସେମାନଙ୍କଠାରୁ ମତାମତ ନିଅ ।”

ପ୍ରଶ୍ନ:-
ବାବା ନିଜର ପିଲାମାନଙ୍କୁ କେଉଁ କଥା ପଚାରୁଛନ୍ତି ଯାହାକି ଅନ୍ୟ କେହି ପଚାରିପାରିବେ ନାହିଁ?

ଉତ୍ତର:-
ବାବା ଯେତେବେଳେ ପିଲାମାନଙ୍କ ସହିତ ମିଶୁଛନ୍ତି ସେତେବେଳେ ପଚାରୁଛନ୍ତି - ପିଲାମାନେ, ପୂର୍ବରୁ ତୁମେ କେବେ ମିଶିଛ? ଯେଉଁମାନେ ବୁଝିଯାଇଛନ୍ତି ସେମାନେ ତୁରନ୍ତ କହିଥା’ନ୍ତି - ହଁ ବାବା ୫ ହଜାର ବର୍ଷ ପୂର୍ବରୁ ଆମେ ଆପଣଙ୍କ ସହିତ ମିଶିଥିଲୁ । ଯେଉଁମାନେ ଠିକ୍ ଭାବରେ ବୁଝିନାହାଁନ୍ତି, ସେମାନେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି । ତେବେ ଏହିଭଳି ପ୍ରଶ୍ନ ପଚାରିବାର ବିଚାର ଅନ୍ୟ କାହାର ବି ଆସିବ ନାହିଁ । ବାବା ହିଁ ତୁମକୁ ସାରା କଳ୍ପର ରହସ୍ୟ ବୁଝାଉଛନ୍ତି ।

ଓମ୍ ଶାନ୍ତି ।
ଆତ୍ମିକ ପିଲାମାନଙ୍କ ପ୍ରତି ଆତ୍ମିକ ବେହଦର ବାବା ବୁଝାଉଛନ୍ତି - ଏଠାରେ ତୁମେ ବାବାଙ୍କର ସମ୍ମୁଖରେ ବସିଛ । ଘରୁ ବାହାରିବା ସମୟରେ ଏହି ସଂକଳ୍ପ ଆସୁଛି ଯେ, ଆମେ ଶିବବାବାଙ୍କ ପାଖକୁ ଯାଉଛୁ । ଯିଏକି ବ୍ରହ୍ମାଙ୍କର ଶରୀର ରୂପକ ରଥରେ ଆସି ଆମକୁ ସ୍ୱର୍ଗର ବର୍ସା ଦେଉଛନ୍ତି । ଆମେ ସ୍ୱର୍ଗରେ ଥିଲୁ ପୁଣି ୮୪ ଜନ୍ମର ଚକ୍ର ଲଗାଇ ଏବେ ନର୍କରେ ଆସି ପଡିଛୁ । ଆଉ କୌଣସି ସତ୍‌ସଙ୍ଗରେ କାହାରି ବୁଦ୍ଧିରେ ବି ଏକଥା ନ ଥିବ । ତୁମେମାନେ ଜାଣିଛ, ଆମେ ଶିବବାବାଙ୍କ ପାଖକୁ ଯାଉଛୁ ଯିଏକି ଏହି ରଥରେ ଆସି ଆମକୁ ପାଠ ପଢାଉଛନ୍ତି । ସିଏ ଆମ ଆତ୍ମାମାନଙ୍କୁ ସାଥୀରେ ନେଇଯିବା ପାଇଁ ହିଁ ଆସିଛନ୍ତି । ବେହଦର ବାବାଙ୍କଠାରୁ ନିଶ୍ଚିତ ବେହଦର ବର୍ସା ହିଁ ମିଳିବ । ଏ କଥା ମଧ୍ୟ ବାବା ବୁଝାଉଛନ୍ତି ଯେ, ମୁଁ ସର୍ବବ୍ୟାପୀ ନୁହେଁ, ୫ ବିକାର ହିଁ ସର୍ବବ୍ୟାପୀ ଅଟେ । ତୁମ ଭିତରେ ମଧ୍ୟ ୫ ବିକାର ରହିଛି ସେଥିପାଇଁ ତୁମେମାନେ ମହାନ ଦୁଃଖୀ ହୋଇଯାଇଛ । ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି, ଏହି ମତାମତ ନିଶ୍ଚିତ ଭାବରେ ଲେଖାଇବାକୁ ହେବ । ତୁମମାନଙ୍କର ତ ପକ୍କା ନିଶ୍ଚୟ ଅଛି ଯେ, ଈଶ୍ୱର ପିତା ସର୍ବବ୍ୟାପୀ ନୁହଁନ୍ତି । ବାବା ପରମପିତା, ପରମ ଶିକ୍ଷକ, ପରମ ସଦଗୁରୁ ମଧ୍ୟ ଅଟନ୍ତି । ସିଏ ବେହଦର ସଦ୍‌ଗତି ଦାତା ମଧ୍ୟ ଏବଂ ସିଏ ହିଁ ଶାନ୍ତି ଦାତା ଅଟନ୍ତି । ଆଉ କୌଣସି ସ୍ଥାନରେ କାହାର ମଧ୍ୟ ଏପରି ଖିଆଲ ଆସିବ ନାହିଁ ଯେ କ’ଣ ମିଳିବାର ଅଛି । କେବଳ କର୍ଣ୍ଣରସ - ରାମାୟଣ, ଗୀତା ଆଦି ଯାଇ ଶୁଣିଥା’ନ୍ତି । କିନ୍ତୁ ସେମାନଙ୍କ ବୁଦ୍ଧିରେ ଅର୍ଥ କିଛି ହେଲେ ନାହିଁ । ଆଗରୁ ଆମେ ପରମାତ୍ମା ସର୍ବବ୍ୟାପୀ ବୋଲି କହୁଥିଲେ । ଏବେ ବାବା ବୁଝାଉଛନ୍ତି ଏ ସବୁ ମିଥ୍ୟା ଅଟେ, ଏ ସବୁ ବହୁତ ଗ୍ଳାନୀର କଥା । ତେଣୁ ଏହି ମତାମତ ମଧ୍ୟ ବହୁତ ଜରୁରୀ ଅଟେ । ଆଜିକାଲି ତୁମେମାନେ ଯାହାଙ୍କ ଦ୍ୱାରା ଉଦ୍‌ଘାଟନ ଆଦି କରାଉଛ, ସେମାନେ ଲେଖୁଛନ୍ତି ବ୍ରହ୍ମାକୁମାରୀମାନେ ଭଲ କାମ କରୁଛନ୍ତି, ବହୁତ ଭଲ ଭାବରେ ବୁଝାଉଛନ୍ତି । ଈଶ୍ୱରଙ୍କୁ ପ୍ରାପ୍ତ କରିବାର ରାସ୍ତା ବତାଉଛନ୍ତି, ଏହାଦ୍ୱାରା ଲୋକମାନଙ୍କ ମନରେ ଭଲ ପ୍ରଭାବ ପଡୁଛି । ବାକି ଏହିପରି ମତାମତ କେହି ବି ଲେଖିକରି ଦେଉନାହାଁନ୍ତି ଯେ ସାରା ଦୁନିଆର ମନୁଷ୍ୟମାନେ କହୁଛନ୍ତି ଯେ, ଈଶ୍ୱର ସର୍ବବ୍ୟାପୀ, ଏହା ବହୁତ ବଡ ଭୁଲ । ଈଶ୍ୱର ତ ଆମର ପିତା, ଶିକ୍ଷକ, ଗୁରୁ ଅଟନ୍ତି । ଏହା ତ ମୁଖ୍ୟ କଥା ଅଟେ, ଦ୍ୱିତୀୟରେ ପୁଣି ମତାମତ ଆବଶ୍ୟକ ଯେ ଏହି ଜ୍ଞାନ ଦ୍ୱାରା ଆମେମାନେ ଜାଣୁଛୁ ଯେ, ଗୀତାର ଭଗବାନ କୃଷ୍ଣ ନୁହଁନ୍ତି । କୌଣସି ମନୁଷ୍ୟ ଅଥବା ଦେବତାମାନଙ୍କୁ ଭଗବାନ କୁହାଯାଇପାରିବ ନାହିଁ । ଭଗବାନ କେବଳ ଜଣେ, ସିଏ ସମସ୍ତଙ୍କର ପିତା ଅଟନ୍ତି । ସେହି ବାବାଙ୍କଠାରୁ ହିଁ ଆମକୁ ସୁଖ ଏବଂ ଶାନ୍ତିର ବର୍ସା ମିଳୁଛି । ଏହିଭଳି ମତାମତ ନେବା ଦରକାର । ବର୍ତ୍ତମାନ ତୁମେ ଯେଉଁ ମତାମତ ନେଉଛ ତାହା କୌଣସି କାମର ନୁହେଁ । ବାକି ହଁ ଏତିକି ଲେଖୁଛନ୍ତି ଯେ, ଏଠାରେ ବହୁତ ଭଲ ଶିକ୍ଷା ଦେଉଛନ୍ତି । କିନ୍ତୁ ମୁଖ୍ୟ କଥା ଲେଖାଅ, ଯାହାଦ୍ୱାରା ତୁମର ବିଜୟ ହେବ “ଏହି ବ୍ରହ୍ମାକୁମାରୀମାନେ ସତ୍ୟ କହୁଛନ୍ତି ଯେ ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି ।” ସିଏ ସମସ୍ତଙ୍କର ପିତା, ସିଏ ହିଁ ଗୀତାର ଭଗବାନ ଅଟନ୍ତି । ବାବା ଆସି ଆମକୁ ଭକ୍ତିମାର୍ଗରୁ ଉଦ୍ଧାର କରି ଜ୍ଞାନ ଦେଉଛନ୍ତି । ଏହି ମତାମତ ମଧ୍ୟ ଜରୁରୀ ଅଟେ ଯେ ପତିତ-ପାବନୀ ପାଣିର ଗଙ୍ଗା ନୁହେଁ, କିନ୍ତୁ ପତିତ-ପାବନ ଏକମାତ୍ର ବାବା ଅଟନ୍ତି । ଯେବେ ଏହିଭଳି ମତାମତ ଦେଖିବେ ତେବେ ଯାଇ ତୁମର ବିଜୟ ହେବ । ଏବେ ସମୟ ଅଛି, ତୁମର ଯେଉଁ ଏତେ ସବୁ ସେବା ଚାଲୁଛି, ଖର୍ଚ୍ଚ ହେଉଛି, ଏହାକୁ ତୁମେମାନେ ପରସ୍ପରର ସହଯୋଗ ଦ୍ୱାରା କରୁଛ । ବାହାରର ଲୋକମାନେ ତ କିଛି ବି ଜାଣି ନାହାଁନ୍ତି । ତୁମେ ହିଁ ନିଜର ତନ-ମନ-ଧନ ଆଦି ଖର୍ଚ୍ଚ କରି ନିଜ ପାଇଁ ରାଜଧାନୀ ସ୍ଥାପନ କରୁଛ । ଯିଏ କରିବ ସିଏ ପାଇବ । ଯିଏ କରୁନାହାଁନ୍ତି ସିଏ ପାଇବେ ନାହିଁ । କଳ୍ପ କଳ୍ପ ତୁମେ ହିଁ କରୁଛ । ତୁମେମାନେ ହିଁ ନିଶ୍ଚୟ ବୁଦ୍ଧି ହେଉଛ । ଜାଣିଛ, ବାବା ଆମର ପିତା ଏବଂ ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ଗୀତାର ଜ୍ଞାନ ମଧ୍ୟ ଯଥାର୍ଥ ରୀତି ଶୁଣାଉଛନ୍ତି । ଯଦିଓ ତୁମେମାନେ ଭକ୍ତିମାର୍ଗରେ ଗୀତା ଶୁଣି ଆସିଛ କିନ୍ତୁ ଏହା ଦ୍ୱାରା କ’ଣ ରାଜ୍ୟ ପ୍ରାପ୍ତ କରିଥିଲ କି? ତୁମର ଈଶ୍ୱରୀୟ ମତ ପରିବର୍ତ୍ତନ ହୋଇ ଆସୁରୀ ମତ ହୋଇଯାଇଛି, ଚରିତ୍ର ବିଗିଡିଯାଇଛି । ତେଣୁ ତୁମେମାନେ ପତିତ ହୋଇଯାଇଛ । କୁମ୍ଭ ମେଳାକୁ କେତେ କୋଟି କୋଟି ମନୁଷ୍ୟ ଯାଉଛନ୍ତି, ଯେଉଁଠାରେ ପାଣି ଦେଖୁଛନ୍ତି, ସେଠାକୁ ଯାଉଛନ୍ତି । ଭାବୁଛନ୍ତି ପାଣି ଦ୍ୱାରା ପବିତ୍ର ହୋଇଯିବେ । କିନ୍ତୁ ପାଣି ତ ସବୁଠାରେ ନଦୀରୁ ହିଁ ଆସୁଛି । ତେବେ ଏହାଦ୍ୱାରା କ’ଣ କେହି ପବିତ୍ର ହୋଇପାରିବେ କି? କ’ଣ ପାଣିରେ ସ୍ନାନ କରିବା ଦ୍ୱାରା ଆମେ ପତିତରୁ ପାବନ ହୋଇ ଦେବତା ହୋଇଯିବା । ଏବେ ତୁମେମାନେ ଜାଣୁଛ ଯେ, ପାଣି ଦ୍ୱାରା କେହି ବି ପବିତ୍ର ହୋଇପାରିବେ ନାହିଁ । ଏହା ବହୁତ ଭୁଲ୍ କଥା । ତେଣୁ ଏହି ତିନୋଟି କଥା ଉପରେ ମତାମତ ନେବା ଦରକାର । ଏବେ କେବଳ କହୁଛନ୍ତି ସଂସ୍ଥା ଭଲ, ଅନେକଙ୍କ ଭିତରେ ଯେଉଁ ଭ୍ରାନ୍ତି ଭରି ହୋଇ ରହିଛି ଯେ, ବ୍ରହ୍ମାକୁମାରୀଙ୍କ ପାଖରେ ଜାଦୁ ଅଛି, ଶିଖାଇ ଘରୁ ନେଇଯାଇଥାନ୍ତି, ଏବେ ଏହି ଖିଆଲ ଧୀରେ ଧୀରେ ଦୂର ହୋଇଯାଉଛି, କାହିଁକି ନା ତୁମର ନିନ୍ଦା ଚାରିଆଡେ ପ୍ରଚାର ହୋଇଯାଇଥିଲା । ବିଦେଶ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା ଯେ, ଏହାଙ୍କର ୧୬୧୦୮ ରାଣୀ ଦରକାର, ସେମାନଙ୍କ ଭିତରୁ ୪୦୦ ଜଣ ମିଳିସାରିଲେଣି କାହିଁକି ନା ସେହି ସମୟରେ ସତସଙ୍ଗକୁ ୪୦୦ ଜଣ ଆସୁଥିଲେ । ଅନେକ ବିରୋଧ କଲେ, ପିକେଟିଙ୍ଗ୍ ଆଦି ମଧ୍ୟ କରୁଥିଲେ, କିନ୍ତୁ ବାବାଙ୍କ ଆଗରେ କାହାର ବି ଶକ୍ତି କାମ କରିବ ନାହିଁ । ସମସ୍ତେ କହୁଥିଲେ ଏହି ଜାଦୁଗର କେଉଁଠାରୁ ଆସିଲେ । ପୁଣି ଆଶ୍ଚର୍ଯ୍ୟର କଥା ଦେଖ, ବାବା ତ କରାଚୀରେ ଥିଲେ, ସ୍ୱତଃ ସମସ୍ତଙ୍କୁ ନେଇ ପଳାଇ ଆସିଲେ, କେହି ଜାଣିପାରିଲେ ନାହିଁ ଯେ, ଆମ ଘରୁ କିପରି ପଳାଇଗଲେ । ଏହି ଖିଆଲ ମଧ୍ୟ ନ ଥିଲା ଯେ, ଏତେ ସବୁ ପିଲା କେଉଁଠାରେ ରହିବେ, ପୁଣି ତୁରନ୍ତ ବଙ୍ଗଳା ମଧ୍ୟ ନେଲେ ତେଣୁ ଏହା ଜାଦୁର କଥା ହେଲା ନା । ଏବେ ମଧ୍ୟ କହୁଛନ୍ତି ଏମାନେ ଜାଦୁଗରିଣୀ ଅଟନ୍ତି । ଯଦି ତୁମେ ବ୍ରହ୍ମାକୁମାରୀମାନଙ୍କ ପାଖକୁ ଯିବ ତେବେ ଆଉ ଫେରିପାରିବ ନାହିଁ । ସେମାନେ ସ୍ତ୍ରୀ-ପୁରୁଷଙ୍କୁ ଭାଇ-ଭଉଣୀ କରିଦେଉଛନ୍ତି ସେଇଥିପାଇଁ ଅନେକ ଆସୁନାହାଁନ୍ତି । ଏବେ ତୁମର ପ୍ରଦର୍ଶନୀ ଆଦି ଦେଖି ସେମାନଙ୍କ ବୁଦ୍ଧିରେ ଯେଉଁ ସବୁ କଥା ରହିଛି ତାହା ଦୂର ହୋଇଯାଉଛି । ବାକି ବାବା ଯେଉଁ ମତାମତ ଚାହୁଁଛନ୍ତି, ତାହା କେହି ଲେଖୁନାହାଁନ୍ତି । ବାବାଙ୍କର ସେହି ମତାମତ ଦରକାର । ଏ କଥା ଲେଖନ୍ତୁ ଯେ, ଗୀତାର ଭଗବାନ କୃଷ୍ଣ ନୁହଁନ୍ତି । ସାରା ଦୁନିଆ ଭାବୁଛି କୃଷ୍ଣ ଭଗବାନୁବାଚ କିନ୍ତୁ କୃଷ୍ଣ ତ ପୂରା ୮୪ ଜନ୍ମ ନେଉଛନ୍ତି । ଶିବବାବା ତ ପୁନର୍ଜନ୍ମ ରହିତ । ଏଥିପାଇଁ ଅନେକଙ୍କର ମତାମତ ଆବଶ୍ୟକ । ଗୀତା ଶୁଣିବାବାଲା ତ ଢେର ଅଛନ୍ତି ପୁଣି ଦେଖିବେ ଏହା ତ ଖବରକାଗଜରେ ବି ବାହାରିଲାଣି କି ଗୀତାର ଭଗବାନ ପରମପିତା ପରମାତ୍ମା ଶିବ ଅଟନ୍ତି, ସିଏ ହିଁ ପିତା, ଶିକ୍ଷକ, ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ଶାନ୍ତି ଏବଂ ସୁଖର ବର୍ସା କେବଳ ତାଙ୍କଠାରୁ ମିଳୁଛି । ବାକି ଏବେ ତୁମେମାନେ ମେହନତ କରୁଛ । ଉଦ୍‌ଘାଟନ କରାଉଛ, ଏହା ଦ୍ୱାରା ମନୁଷ୍ୟମାନଙ୍କର ଭ୍ରମ ଦୂର ହେଉଛି, ସେମାନଙ୍କୁ ଭଲ ଜ୍ଞାନ ମିଳୁଛି । ବାକି ବାବା ଯେପରି କହୁଛନ୍ତି - ସେହିପରି ମତାମତ ଲେଖ । ଏହା ହିଁ ମୁଖ୍ୟ ମତାମତ ଅଟେ । ବାକି କେବଳ ରାୟ ଦେଉଛନ୍ତି - ଏହି ସଂସ୍ଥା ବହୁତ ଭଲ, ଏହାଦ୍ୱାରା କ’ଣ ହେବ, ଆଗକୁ ଗଲେ ଯେତେବେଳେ ବିନାଶ ଏବଂ ସ୍ଥାପନା ନିକଟତର ହେବ ସେତେବେଳେ ତୁମକୁ ଏହି ମତାମତ ମଧ୍ୟ ଲେଖି କରିଦେବେ । ସବୁ ବୁଝିକରି ଲେଖିବେ, ଏବେ ତୁମ ପାଖକୁ ଆସିବାରେ ଲାଗିଛନ୍ତି ନା । ଏବେ ତୁମକୁ ଜ୍ଞାନ ମିଳୁଛି - ଆମେ ସମସ୍ତେ ଏକମାତ୍ର ବାବାଙ୍କର ସନ୍ତାନ, ଭାଇ ଭାଇ ଅଟୁ । ଏହି କଥା କାହାକୁ ବି ବୁଝାଇବା ବହୁତ ସହଜ ଅଟେ । ସବୁ ଆତ୍ମାମାନଙ୍କର ପିତା, ଏକମାତ୍ର ସୁପ୍ରିମ ବାବା ଅଟନ୍ତି । ତେଣୁ ତାଙ୍କଠାରୁ ନିଶ୍ଚିତ ଭାବରେ ସୁପ୍ରିମ ବେହଦର ପଦ ମଧ୍ୟ ମିଳିବା ଦରକାର । ଯାହାକି ୫ ହଜାର ବର୍ଷ ପୂର୍ବରୁ ତୁମକୁ ମିଳିଥିଲା । ଲୋକମାନେ କଳିଯୁଗର ଆୟୁଷ ଲକ୍ଷେ ବର୍ଷ ବୋଲି କହି ଦେଉଛନ୍ତି । ତୁମେ ୫ ହଜାର ବର୍ଷ ବୋଲି କହୁଛ, ଏଥିରେ କେତେ ଫରକ ରହିଛି ।

ବାବା ବୁଝାଉଛନ୍ତି ୫ ହଜାର ବର୍ଷ ପୂର୍ବରୁ ବିଶ୍ୱରେ ଶାନ୍ତି ଥିଲା । ଏହି ଲକ୍ଷ୍ୟ ଉଦ୍ଦେଶ୍ୟ ତୁମ ସମ୍ମୁଖରେ ରହିଛି । ତାଙ୍କର ରାଜ୍ୟରେ ବିଶ୍ୱରେ ଶାନ୍ତି ଥିଲା । ଯେଉଁ ରାଜଧାନୀ ଆମେ ପୁଣି ଥରେ ସ୍ଥାପନ କରୁଛୁ । ସାରା ବିଶ୍ୱରେ ସୁଖ-ଶାନ୍ତି ଥିଲା, ଦୁଃଖର କୌଣସି ନାମ ଗନ୍ଧ ନ ଥିଲା । ଏବେ ତ ଅସରନ୍ତି ଦୁଃଖ ରହିଛି । ଆମେ ନିଜର ହିଁ ତନ-ମନ-ଧନ ଦ୍ୱାରା ଗୁପ୍ତ ରୀତିରେ ଏହି ସୁଖ-ଶାନ୍ତିର ରାଜ୍ୟ ସ୍ଥାପନ କରୁଛୁ । ଏହି ବାବା ଗୁପ୍ତ ଅଟନ୍ତି, ତୁମର ଜ୍ଞାନ ଏବଂ ପୁରୁଷାର୍ଥ ମଧ୍ୟ ଗୁପ୍ତ ଅଟେ । ସେଥିପାଇଁ ବାବା ଗୀତ-କବିତା ଆଦି ମଧ୍ୟ ପସନ୍ଦ କରୁନାହାଁନ୍ତି । ତାହା ହେଉଛି ଭକ୍ତିମାର୍ଗ । ଏଠାରେ ତ ଚୁପ୍ ରହି, ଶାନ୍ତିରେ ଚାଲିବା ବୁଲିବା ସମୟରେ ବାବାଙ୍କୁ ମନେ ପକାଇ ସୃଷ୍ଟିଚକ୍ରକୁ ବୁଦ୍ଧିରେ ରଖିବାକୁ ହେବ । ବର୍ତ୍ତମାନ ପୁରୁଣା ଦୁନିଆରେ ଏହା ଆମର ଅନ୍ତିମ ଜନ୍ମ ଅଟେ । ପୁଣି ଆମେ ନୂଆ ଦୁନିଆରେ ପ୍ରଥମ ଜନ୍ମ ନେବୁ । ତେଣୁ ଆତ୍ମା ନିଶ୍ଚିତ ଭାବରେ ପବିତ୍ର ହେବା ଦରକାର । ଏବେ ତ ସବୁ ଆତ୍ମାମାନେ ପତିତ ହୋଇଯାଇଛନ୍ତି । ତୁମେ ଆତ୍ମାକୁ ପବିତ୍ର କରିବା ପାଇଁ ବାବାଙ୍କ ସହିତ ଯୋଗ ଲଗାଉଛ । ବାବା ସ୍ୱୟଂ କହୁଛନ୍ତି - ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡ । ବାବା ତୁମମାନଙ୍କ ପାଇଁ ନୂଆ ଦୁନିଆ ତିଆରି କରୁଛନ୍ତି, ତେଣୁ ତାଙ୍କୁ ମନେ ପକାଇଲେ ତୁମର ପାପ କଟିଯିବ । ଆରେ, ବାବା ତୁମକୁ ବିଶ୍ୱର ବାଦଶାହୀ ଦେଉଛନ୍ତି, ଏଭଳି ବାବାଙ୍କୁ ତୁମେମାନେ କିପରି ଭୁଲିଯାଉଛ? ବାବା କହୁଛନ୍ତି - ପିଲାମାନେ ତୁମେ ଏହି ଅନ୍ତିମ ଜନ୍ମ ପବିତ୍ର ରୁହ । ଏବେ ମୃତ୍ୟୁଲୋକର ବିନାଶ ସମ୍ମୁଖରେ ଉପସ୍ଥିତ ଅଛି । ଏହି ବିନାଶ ମଧ୍ୟ ୫ ହଜାର ବର୍ଷ ପୂର୍ବେ ଏହିପରି ହୋଇଥିଲା । ଏ କଥା ତ ତୁମର ସ୍ମୃତିରେ ଆସୁଛି ନା । ଆମର ରାଜ୍ୟ ଥିବା ସମୟରେ ଅନ୍ୟ କୌଣସି ଧର୍ମ ନଥିଲା । ବାବାଙ୍କ ପାଖକୁ କେହି ବି ଆସିଲେ ବାବା ପଚାରିଥା’ନ୍ତି - ଆଗରୁ କେବେ ମିଶିଥିଲ? କେହି କେହି ତ ତୁରନ୍ତ କହନ୍ତି ହଁ ବାବା ୫ ହଜାର ବର୍ଷ ପୂର୍ବରୁ ମିଶିଥିଲୁ । ଯଦି ନୂଆ କେହି ଆସନ୍ତି ତେବେ ଦ୍ୱନ୍ଦ୍ୱରେ ପଡିଯା’ନ୍ତି । ଏଥିରୁ ବାବା ବୁଝିଯାଆନ୍ତି ଯେ, ଏହାଙ୍କୁ ବ୍ରାହ୍ମଣୀ ସଠିକ୍ ରୂପେ ବୁଝାଇ ନାହାଁନ୍ତି । ପୁଣି ବାବା କହିଥା’ନ୍ତି - ମନେ ପକାଅ ପୁଣି ସ୍ମୃତି ଆସିଥାଏ । ଏ କଥା ଆଉ କେହି ବି ପଚାରିପାରିବେ ନାହିଁ । କାହାକୁ ପଚାରିବାର ଅକଲ ମଧ୍ୟ ନାହିଁ, ସେମାନେ ବା ଏହି କଥାରୁ କ’ଣ ଜାଣିବେ । ଭବିଷ୍ୟତରେ ତୁମ ପାଖକୁ ବହୁତ ଆସିବେ, ଏହି ଜ୍ଞାନ ସେହିମାନେ ଶୁଣିବେ, ଯେଉଁମାନେ ଏହି କୁଳର ହୋଇଥିବେ । ଦୁନିଆ ତ ବଦଳିବ ନିଶ୍ଚିତ । ଚକ୍ରର ରହସ୍ୟ ସମ୍ବନ୍ଧରେ ତ ତୁମକୁ ବୁଝାଇ ଦିଆଯାଇଛି । ଏବେ ତୁମକୁ ନୂଆ ଦୁନିଆକୁ ଯିବାକୁ ହେବ । ତେଣୁ ଏହି ପୁରୁଣା ଦୁନିଆକୁ ଭୁଲିଯାଅ । ବାପା ନୂଆ ଘର ତିଆରି କଲେ ବୁଦ୍ଧି ସେଠାରେ ଲାଗିଯାଇଥାଏ ନା । ପୁରୁଣା ଘର ପ୍ରତି ପୁଣି ମମତ୍ୱ ରହି ନ ଥାଏ । ଏହା ତ ବେହଦର କଥା ଅଟେ । ବାବା ନୂଆ ଦୁନିଆ ସ୍ୱର୍ଗ ସ୍ଥାପନ କରୁଛନ୍ତି ସେଥିପାଇଁ ଏବେ ପୁରୁଣା ଦୁନିଆକୁ ଦେଖି ମଧ୍ୟ ଦେଖ ନାହିଁ । ତୁମର ମମତା ନୂଆ ଦୁନିଆରେ ରହୁ । ଏହି ପୁରୁଣା ଦୁନିଆ ପ୍ରତି ତୁମର ବୈରାଗ୍ୟ ଆସିବା ଉଚିତ୍ । ସେମାନେ ତ ହଠଯୋଗ ଦ୍ୱାରା ହଦର ସନ୍ନ୍ୟାସ କରି ଜଙ୍ଗଲରେ ଯାଇ ରହୁଛନ୍ତି । ତୁମର ସାରା ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସିଯାଇଛି, କାରଣ ଏଠାରେ ତ ଅସରନ୍ତି ଦୁଃଖ ରହିଛି । ନୂଆ ସତ୍ୟଯୁଗୀ ଦୁନିଆରେ ଅସରନ୍ତି ସୁଖ ରହିଛି ତେଣୁ ନିଶ୍ଚିତ ଭାବରେ ତାଙ୍କୁ ମନେ ପକାଇବା ଦରକାର ନା । ଏଠାରେ ସମସ୍ତେ ଦୁଃଖ ଦେଉଛନ୍ତି । ମାତା-ପିତା ଆଦି ସମସ୍ତେ ବିକାରର ବନ୍ଧନରେ ବାନ୍ଧି ଦେବେ । ବାବା କହୁଛନ୍ତି-କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟପ୍ରାପ୍ତ କରିଲେ ତୁମେମାନେ ଜଗତଜିତ୍ ହେବ । ଏହି ରାଜଯୋଗ ବାବା ହିଁ ଶିଖାଉଛନ୍ତି, ଯାହା ଦ୍ୱାରା ଆମେ ଏହି ପଦ ପାଉଛୁ । କୁହ, ଆମକୁ ସ୍ୱପ୍ନରେ ଭଗବାନ କହୁଛନ୍ତି ତୁମେ ପବିତ୍ର ହୁଅ ତେବେ ତୁମକୁ ସ୍ୱର୍ଗର ରାଜତ୍ୱ ମିଳିବ । ତେବେ ମୁଁ କ’ଣ ଏହି ଗୋଟିଏ ଜନ୍ମ ଅପବିତ୍ର ହୋଇ ନିଜର ରାଜତ୍ୱ ହରାଇବି କି? କିନ୍ତୁ ଏହି ପବିତ୍ରତା ଉପରେ ହିଁ ଝଗଡା ହେଉଛି । ଦ୍ରୈାପଦୀ ମଧ୍ୟ ଡାକିଥିଲେ ଏହି ଦୁଃଶାସନ ମୋତେ ଉଲଗ୍ନ କରୁଛି, ଲୀଳା ମଧ୍ୟ ଦେଖାଉଛନ୍ତି ଯେ, ଦ୍ରୈାପଦୀଙ୍କୁ କୃଷ୍ଣ ୨୧ ଶାଢୀ ଦେଲେ । ଏବେ ବାବା ବସି ବୁଝାଉଛନ୍ତି କେତେ ଦୁ୍‌ର୍ଗତି ହୋଇଗଲାଣି । ଅପାର ଦୁଃଖ ରହିଛି ନା । ସତ୍ୟଯୁଗରେ ଅସରନ୍ତି ସୁଖ ଥିଲା । ବାବା କହୁଛନ୍ତି - ଏବେ ମୁଁ ଆସିଛି ଅନେକ ଅଧର୍ମର ବିନାଶ ଏବଂ ଏକ ସତ୍ ଧର୍ମର ସ୍ଥାପନା କରିବା ପାଇଁ । ବାବା ତୁମକୁ ରାଜ୍ୟ ଭାଗ୍ୟ ଦେଇ ବାନପ୍ରସ୍ଥକୁ ଚାଲିଯିବେ । ଅଧାକଳ୍ପ ପୁଣି ମୋର ଆବଶ୍ୟକତା ପଡିବ ନାହିଁ । ତୁମେମାନେ ମୋତେ କେବେ ବି ମନେ ପକାଇବ ନାହିଁ । ତେଣୁ ବାବା ବୁଝାଉଛନ୍ତି ତୁମ ପାଇଁ ସମସ୍ତଙ୍କ ମନରେ ଯେଉଁ ଭ୍ରାନ୍ତ ଧାରଣା ଥିଲା, ତାହା ଏବେ ପରିବର୍ତ୍ତନ ହେଉଛି । ବାକି ମୁଖ୍ୟ କଥା ହେଲା ମତାମତ ଲେଖାଇ ନିଅ ଯେ, ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି । ସିଏ ତ ଆସି ରାଜଯୋଗ ଶିଖାଇଥିଲେ । ବାବା ମଧ୍ୟ ପତିତ-ପାବନ ଅଟନ୍ତି । ପାଣିର ନଦୀ କ’ଣ କେବେ ପବିତ୍ର କରିପାରିବ? ପାଣି ତ ସବୁ ସ୍ଥାନରେ ଅଛି । ଏବେ ବେହଦର ବାବା କହୁଛନ୍ତି - ନିଜକୁ ଆତ୍ମା ଭାବି, ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡ । ଆତ୍ମା ହିଁ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ । କିନ୍ତୁ ସେମାନେ କହୁଛନ୍ତି ଆତ୍ମା ନିର୍ଲେପ ଅଟେ । ଆତ୍ମା ହିଁ ପରମାତ୍ମା ଅଟେ ଏହା ହେଉଛି ଭକ୍ତିମାର୍ଗର କଥା । ପିଲାମାନେ କହୁଛନ୍ତି - ବାବା, କିପରି ସ୍ମରଣ କରିବୁ? ଆରେ, ତୁମେମାନେ ନିଜକୁ ଆତ୍ମା ବୋଲି ତ ଭାବୁଛ ନା । ଆତ୍ମା କେତେ ଛୋଟ ବିନ୍ଦୁ ସମାନ ଅଟେ, ତେବେ ଆତ୍ମାର ପିତା ମଧ୍ୟ ନିଶ୍ଚିତ ସେହିଭଳି ଛୋଟ ହୋଇଥିବେ ନା । ସିଏ ପୁନର୍ଜନ୍ମରେ ଆସୁନାହାଁନ୍ତି । ଏହି ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ଅଛି । ତେଣୁ ବାବା କାହିଁକି ମନେ ନ ପଡିବେ । ‌ତୁମେମାନେ ଚାଲିବା-ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଅ । ଆଚ୍ଛା ଯଦି ସୂକ୍ଷ୍ମ ରୂପରେ ମନେ ନ ପଡୁଛି ତେବେ ବାବାଙ୍କର ବଡ ରୂପକୁ ମନେ ପକାଅ କିନ୍ତୁ ଜଣଙ୍କୁ ହିଁ ମନେ ପକାଅ, ତେବେ ତୁମର ପାପ କଟିଯିବ । ଆଉ ତ କୌଣସି ଉପାୟ ନାହିଁ । ଯେଉଁମାନେ ବୁଝିଯାଉଛନ୍ତି ସେମାନେ କହୁଛନ୍ତି ବାବା ଆପଣଙ୍କର ସ୍ମୃତି ଦ୍ୱାରା ଆମେ ପବିତ୍ର ହୋଇ ପବିତ୍ର ଦୁନିଆରେ ବିଶ୍ୱର ମାଲିକ ହେଉଛୁ ତେଣୁ ଆମେ କାହିଁକି ମନେ ନ ପକାଇବୁ । ପରସ୍ପରକୁ ମଧ୍ୟ ବାବାଙ୍କର ସ୍ମୃତି ଦେଲେ ପାପ କଟିଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯେପରି ବାବା ଏବଂ ତାଙ୍କର ଜ୍ଞାନ ଗୁପ୍ତ ଅଟେ, ସେହିଭଳି ପୁରୁଷାର୍ଥ ମଧ୍ୟ ଗୁପ୍ତ ରୂପରେ କରିବାକୁ ହେବ । ଗୀତ କବିତା ଆଦି ଗାଇବା ପରିବର୍ତ୍ତେ ଚୁପ୍ ରହିବା ଭଲ, ତେଣୁ ଶାନ୍ତିରେ ରହି ଚାଲିବା ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ ।

(୨) ପୁରୁଣା ଦୁନିଆ ଏବେ ବଦଳିବାକୁ ଯାଉଛି ସେଥିପାଇଁ ଏଥିରୁ ମମତ୍ୱ ତୁଟାଇ ଦେବାକୁ ହେବ, ଏହି ଦୁନିଆକୁ ଦେଖୁଥିଲେ ମଧ୍ୟ ଦେଖିବାର ନାହିଁ । ବୁଦ୍ଧିକୁ ନୂଆ ଦୁନିଆରେ ଲଗାଇବାକୁ ହେବ ।

ବରଦାନ:-
ବ୍ରାହ୍ମଣ ଜନ୍ମର ବିଶେଷତାକୁ ନିଜର ସ୍ୱାଭାବିକ ଗୁଣରେ ପରିଣତ କରୁଥିବା ସହଜ ପୁରୁଷାର୍ଥୀ ହୁଅ ।

ବ୍ରାହ୍ମଣ ଜନ୍ମ ମଧ୍ୟ ବିଶେଷ, ବ୍ରାହ୍ମଣ ଧର୍ମ ଏବଂ କର୍ମ ମଧ୍ୟ ବିଶେଷ ଅର୍ଥାତ୍ ସର୍ବଶ୍ରେଷ୍ଠ ଅଟେ କାହିଁକି ନା ବ୍ରାହ୍ମଣମାନେ କର୍ମରେ ସାକାର ବ୍ରହ୍ମାବାବାଙ୍କୁ ଅନୁକରଣ କରିଥାଆନ୍ତି । ତେଣୁ ବ୍ରାହ୍ମଣମାନଙ୍କର ସ୍ୱଭାବ ହିଁ ବିଶେଷ ଅଟେ, ସାଧାରଣ ବା ମାୟାବୀ ସ୍ୱଭାବ ବ୍ରାହ୍ମଣମାନଙ୍କର ନୁହେଁ । କେବଳ ଏହିକଥା ତୁମର ସ୍ମୃତି ସ୍ୱରୂପରେ ରହୁ ଯେ ମୁଁ ବିଶେଷ ଆତ୍ମା ଅଟେ, ଏହିଭଳି ସ୍ୱଭାବ ଯେତେବେଳେ ସ୍ୱାଭାବିକ ହୋଇଯିବ ସେତେବେଳେ ବାବାଙ୍କ ସମାନ ହେବା ପାଇଁ ସହଜ ଅନୁଭବ କରିବ ଏବଂ ସ୍ମୃତି ସ୍ୱରୂପ ତଥା ସମର୍ଥୀ ସ୍ୱରୂପ ହୋଇଯିବ - ଏହା ହିଁ ହେଉଛି ସହଜ ପୁରୁଷାର୍ଥ ।

ସ୍ଲୋଗାନ:-
ପବିତ୍ରତା ଏବଂ ଶାନ୍ତିର ଆଲୋକ ଚତୁର୍ଦ୍ଦିଗରେ ବିଚ୍ଛୁରିତ କରିବାବାଲା ହିଁ ଲାଇଟ୍ ହାଉସ ଅଟନ୍ତି ।