02.09.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ବିଶ୍ୱରେ ଶାନ୍ତି ସ୍ଥାପନ କରିବା ପାଇଁ ନିମିତ୍ତ ଅଟ, ସେଥିପାଇଁ ତୁମମାନଙ୍କୁ କେବେ ବି ଅଶାନ୍ତ ହେବା ଉଚିତ୍ ନୁହେଁ ।”

ପ୍ରଶ୍ନ:-
ବାବା କେଉଁ ସନ୍ତାନମାନଙ୍କୁ ଫରମାନବରଦାର ଅର୍ଥାତ୍ ଆଜ୍ଞାକାରୀ ସନ୍ତାନ ବୋଲି କହୁଛନ୍ତି?

ଉତ୍ତର:-
ବାବାଙ୍କଠାରୁ ଯେଉଁ ମୁଖ୍ୟ ଆଜ୍ଞା ମିଳିଛି କି ପିଲାମାନେ ଅମୃତବେଳାରେ ଉଠି ବାବାଙ୍କୁ ମନେ ପକାଅ, ଯେଉଁମାନେ ଏହି ମୁଖ୍ୟ ଆଦେଶକୁ ପାଳନ କରିଥା’ନ୍ତି, ସକାଳୁ-ସକାଳୁ ଉଠି ସ୍ନାନ ଇତ୍ୟାଦି କରି ଫ୍ରେସ୍ ହୋଇ ନିର୍ଦ୍ଧାରିତ ସମୟରେ ଯୋଗର ଯାତ୍ରାରେ ରହିଥା’ନ୍ତି, ବାବା ସେହିମାନଙ୍କୁ ସୁପୁତ୍ର ବା ଆଜ୍ଞାକାରୀ ବୋଲି କହୁଛନ୍ତି, ସେହିମାନେ ହିଁ ଭବିଷ୍ୟତରେ ରାଜା ହେବେ । କୁପୁତ୍ର ସନ୍ତାନମାନେ ତ ଝାଡୁ ଲଗାଇବେ ।

ଓମ୍ ଶାନ୍ତି ।
ଏହାର ଅର୍ଥ ତ ସନ୍ତାନମାନଙ୍କୁ ବୁଝାଯାଇଛି । ଓମ୍ ଅର୍ଥାତ୍ ମୁଁ ଆତ୍ମା ଅଟେ । ଏପରି ତ ସମସ୍ତେ କହୁଛନ୍ତି ଜୀବ ଆତ୍ମା ନିଶ୍ଚୟ ଅଛନ୍ତି ଏବଂ ସବୁ ଆତ୍ମାମାନଙ୍କର ପିତା ଜଣେ ହିଁ ଅଟନ୍ତି । ଶରୀରର ପିତା ଅଲଗା-ଅଲଗା ହୋଇଥା’ନ୍ତି । ଏ କଥା ମଧ୍ୟ ପିଲାମାନଙ୍କର ବୁଦ୍ଧିରେ ରହିଛି ଯେ ଲୌକିକ ପିତାଙ୍କଠାରୁ (ଦେହର)ସୀମିତ ଏବଂ ପାରଲୌକିକ ପିତାଙ୍କଠାରୁ ବେହଦର (ଅସୀମିତ) ସମ୍ପତ୍ତି ମିଳୁଛି । ବର୍ତ୍ତମାନ ମନୁଷ୍ୟମାନେ ଚାହୁଁଛନ୍ତି ବିଶ୍ୱରେ ଶାନ୍ତି ହେଉ । ଯଦି ଶାନ୍ତି ନିମନ୍ତେ ଚିତ୍ର ମାଧ୍ୟମରେ ବୁଝାଉଛନ୍ତି ତେବେ ଶାନ୍ତି ପାଇଁ କଳିଯୁଗର ଅନ୍ତ ଓ ସତ୍ୟଯୁଗର ଆଦିର ସଂଗମ ପାଖକୁ ନେଇଯିବା ଦରକାର । ଏହା ହେଉଛି ସତ୍ୟଯୁଗ ନୂଆ ଦୁନିଆ, ସେଠାରେ ଏକ ଧର୍ମ ରହୁଥିବାରୁ ପବିତ୍ରତା-ଶାନ୍ତି-ସୁଖ ସବୁ ରହିଛି । ତାକୁ ସ୍ୱର୍ଗ ବୋଲି କୁହାଯାଉଛି । ଏ କଥା ତ ସମସ୍ତେ ମାନିବେ । ନୂଆ ଦୁନିଆରେ ସୁଖ ଅଛି, ଦୁଃଖ ରହିପାରିବ ନାହିଁ । କାହାକୁ ବୁଝାଇବା ମଧ୍ୟ ବହୁତ ସହଜ ଅଟେ । ଶାନ୍ତି ଏବଂ ଅଶାନ୍ତିର କଥା ଏହି ବିଶ୍ୱରେ ଥାଏ । ତାହା ହେଉଛି ନିର୍ବାଣଧାମ, ଯେଉଁଠି ଶାନ୍ତି-ଅଶାନ୍ତିର ପ୍ରଶ୍ନ ହିଁ ଉଠିପାରିବ ନାହିଁ । ପିଲାମାନେ ଯେତେବେଳେ ଭାଷଣ କରୁଛନ୍ତି ପ୍ରଥମେ-ପ୍ରଥମେ ବିଶ୍ୱରେ ଶାନ୍ତିର କଥା ଉଠାଇବା ଦରକାର । ମନୁଷ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ ବହୁତ ପ୍ରୟାସ କରୁଛନ୍ତି, ସେମାନଙ୍କୁ ପୁରସ୍କାର ମଧ୍ୟ ମିଳୁଛି । ବାସ୍ତବରେ ଏଥିରେ କୌଣସି ଦୌଡା ଦୌଡି କରିବାର କଥା ହିଁ ନାହିଁ । ବାବା କହୁଛନ୍ତି କେବଳ ନିଜ ସ୍ୱଧର୍ମରେ ସ୍ଥିତ ହୋଇ ରହିଲେ ବିକର୍ମ ବିନାଶ ହୋଇଯିବ । ସ୍ୱଧର୍ମରେ ସ୍ଥିତ ହେଲେ ଶାନ୍ତି ହୋଇଯିବ । ତୁମେ ହିଁ ହେଉଛ ସର୍ବଦା ଶାନ୍ତ ବାବାଙ୍କର ସନ୍ତାନ । ଏହି ସମ୍ପତ୍ତି ତାଙ୍କଠାରୁ ମିଳୁଛି । ତାହାକୁ କେହି ମୋକ୍ଷ ବୋଲି କହିପାରିବେ ନାହିଁ । ମୋକ୍ଷ ଭଗବାନଙ୍କୁ ମଧ୍ୟ ମିଳିପାରିବ ନାହିଁ । ଭଗବାନଙ୍କୁ ମଧ୍ୟ ଅଭିନୟ କରିବାକୁ ପଡୁଛି । କହୁଛନ୍ତି ପ୍ରତି କଳ୍ପ ଅର୍ଥାତ୍ କଳ୍ପର ସଂଗମଯୁଗରେ ମୁଁ ଆସୁଛି । ଯେତେବେଳେ ଭଗବାନଙ୍କୁ ମଧ୍ୟ ମୋକ୍ଷ ମିଳୁ ନାହିଁ ତେବେ ପିଲାମାନେ କିପରି ମୋକ୍ଷ ପ୍ରାପ୍ତି କରିପାରିବେ । ଏହି ସବୁ କଥାକୁ ସାରାଦିନ ବିଚାର ସାଗର ମନ୍ଥନ କରିବା ଉଚିତ୍ । ବାବା ତ କେବଳ ତୁମ ସନ୍ତାନମାନଙ୍କୁ ହିଁ ବୁଝାଉଛନ୍ତି । ତୁମ ସନ୍ତାନମାନଙ୍କର ବୁଝାଇବାର ଅଧିକ ଅଭ୍ୟାସ ରହିଛି । ଶିବବାବା ବୁଝାଉଛନ୍ତି ତେଣୁ ତୁମେ ସବୁ ବ୍ରାହ୍ମଣମାନେ ହିଁ ବୁଝିପାରୁଛ । ତୁମକୁ ହିଁ ବିଚାର ସାଗର ମନ୍ଥନ କରିବାକୁ ହେବ । ତୁମେମାନେ ସେବାରେ ଉପସ୍ଥିତ ଅଛ । ତୁମକୁ ତ ବହୁତ ବୁଝାଇବାକୁ ପଡୁଛି । ଦିନ-ରାତି ସେବାରେ ରହିଛ । ସାରାଦିନ ମିୟ୍ୟୁଜିୟମ୍‌କୁ ବୁଝିବାକୁ ଆସୁଥିବେ । କେଉଁଠି କେଉଁଠି ରାତ୍ରି ୧୦-୧୧ ପର୍ଯ୍ୟନ୍ତ ମଧ୍ୟ ଆସୁଛନ୍ତି । ସକାଳୁ ୪ଟାରୁ ମଧ୍ୟ କେଉଁଠି କେଉଁଠି ପିଲାମାନେ ସେବାରେ ଲାଗିପଡୁଛନ୍ତି । ଏହା ତ’ ହେଉଛି ଘର, ଯେତେବେଳେ ଚାହିଁବ ସେତେବେଳେ ବସିପାରିବ । ସେଣ୍ଟରକୁ ବାହାରୁ ଦୂର-ଦୂରାନ୍ତରୁ ଆସୁଛନ୍ତି ତେଣୁ ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟ ରଖିବାକୁ ପଡୁଛି । ଏଠାରେ ତ ଯେ କୌଣସି ସମୟରେ ପିଲା ଉଠିପାରିବେ । କିନ୍ତୁ ଏପରି ସମୟରେ ତ ପଢିବା ଉଚିତ୍ ନୁହେଁ, ଯେତେବେଳେ କି ପିଲାମାନେ ଉଠିବେ ଏବଂ ଢୁଳାଇବେ । ସେଥିପାଇଁ ସକାଳର ସମୟ ରଖାଯାଇଥାଏ । ଏହାଦ୍ୱାରା ସ୍ନାନ ଆଦି କରି ଆସିବେ ତଥାପି ବି ଠିକ୍ ସମୟରେ ନ ଆସିଲେ ତାଙ୍କୁ ଆଜ୍ଞାକାରୀ କୁହାଯାଇ ପାରିବ ନାହିଁ । ଲୌକିକ ବାପାଙ୍କର ମଧ୍ୟ ସୁପୁତ୍ର ଏବଂ କୁପୁତ୍ର ରହିଥାନ୍ତି ନା । ବେହଦ ବାବାଙ୍କର ମଧ୍ୟ ସେହିପରି ରହିଛନ୍ତି । ସୁପୁତ୍ର ଯାଇ ରାଜା ହେବେ, କୁପୁତ୍ର ଯାଇ ଝାଡୁଦାର ହେବେ । ସବୁ ତ ଜଣାପଡି ଯାଉଛି ନା ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବିଷୟରେ ମଧ୍ୟ ବୁଝାଯାଇଛି । ଶ୍ରୀକୃଷ୍ଣଙ୍କ ଜନ୍ମ ଯେତେବେଳେ ହୋଇଥାଏ, ସେତେବେଳେ ଯାଇ ସ୍ୱର୍ଗ ହୋଇଥାଏ । ଏକ ହିଁ ରାଜ୍ୟ ହୋଇଥାଏ । ବିଶ୍ୱରେ ଶାନ୍ତି ରହିବ । ସ୍ୱର୍ଗରେ ବହୁତ କମ୍ ମନୁଷ୍ୟ ରହିବେ । ତାହା ହିଁ ହେଉଛି ନୂଆ ଦୁନିଆ । ସେଠାରେ ଅଶାନ୍ତି ହୋଇପାରିବ ନାହିଁ । ଶାନ୍ତି ସେହି ସମୟରେ ଥାଏ ଯେବେ ଏକ ଧର୍ମ ରହିଥାଏ । ଯେଉଁ ଧର୍ମ ବାବା ସ୍ଥାପନ କରୁଛନ୍ତି । ପରେ ଯେତେବେଳେ ଅନ୍ୟ ସବୁ ଧର୍ମ ଆସିଥାଏ ଅଶାନ୍ତି ହୋଇଥାଏ । ସେଠାରେ ଶାନ୍ତି ହିଁ ଥାଏ, କାରଣ ୧୬ କଳା ସମ୍ପୂର୍ଣ୍ଣ ଅଟନ୍ତି ନା । ଚନ୍ଦ୍ରମା ମଧ୍ୟ ଯେବେ ସମ୍ପୂର୍ଣ୍ଣ ହୋଇଥାଏ ତେବେ କେତେ ଶୋଭା ପାଇଥାଏ । ତାହାକୁ ପୂର୍ଣ୍ଣିମା କୁହାଯାଏ । ତ୍ରେତାରେ ତିନି ଚତୁର୍ଥାଂଶ କୁହାଯିବ, ଖଣ୍ଡିତ ହୋଇଗଲା ନା । ଦୁଇକଳା କମ୍ ହୋଇଗଲା । ସମ୍ପୂର୍ଣ୍ଣ ଶାନ୍ତି ସତ୍ୟଯୁଗରେ ରହିଥାଏ । ୨୫ ଶତକଡା ପୁରୁଣା ସୃଷ୍ଟି ହେଲେ କିଛି ନା କିଛି ଖିଟ୍‌-ପିଟ୍ ହେବ । ଦୁଇକଳା କମ୍ ହେବା ଦ୍ୱାରା ଶୋଭା କମ୍ ହୋଇଗଲା । ସ୍ୱର୍ଗରେ ବିଲ୍‌କୁଲ୍ ଶାନ୍ତି, ନର୍କରେ ବିଲ୍‌କୁଲ୍ ଅଶାନ୍ତି ଥାଏ । ଏହି ସମୟରେ ହିଁ ମନୁଷ୍ୟମାନେ ବିଶ୍ୱରେ ଶାନ୍ତି ଚାହୁଁଛନ୍ତି, ଏହା ପୂର୍ବରୁ ଏହି କଥା ନ ଥିଲା ଯେ ବିଶ୍ୱରେ ଶାନ୍ତି ହେଉ । ଏବେ ପ୍ରସଙ୍ଗ ଉଠୁଛି କାହିଁକି ନା ବିଶ୍ୱରେ ଶାନ୍ତିର ସ୍ଥାପନା ହେଉଛି । ଆତ୍ମା ଚାହୁଁଛି ଯେ ବିଶ୍ୱରେ ଶାନ୍ତି ହେବା ଦରକାର । ମନୁଷ୍ୟ ତ ଦେହ-ଅଭିମାନରେ ରହିଥିବା କାରଣରୁ କେବଳ କହୁଛନ୍ତି - ବିଶ୍ୱରେ ଶାନ୍ତି ହେଉ । ୮୪ ଜନ୍ମ ଏବେ ପୂରା ହେଲା । ଏ କଥା ବାବା ହିଁ ଆସି ବୁଝାଉଛନ୍ତି । ବାବାଙ୍କୁ ହିଁ ମନେ ପକାଉଛନ୍ତି । ସେ କେବେ କେଉଁ ରୂପରେ ଆସି ସ୍ୱର୍ଗର ସ୍ଥାପନା କରିବେ । ତାଙ୍କର ନାମ ହିଁ ହେଉଛି ସ୍ୱର୍ଗର ରଚୟିତା ଈଶ୍ୱର ପିତା । ଏ କଥା କାହାକୁ ବି ଜଣା ନାହିଁ - ସ୍ୱର୍ଗ କିପରି ରଚନା କରୁଛନ୍ତି । ଶ୍ରୀକୃଷ୍ଣ ତ ରଚନା କରିପାରିବେ ନାହିଁ । ତାଙ୍କୁ ଦେବତା କୁହାଯାଉଛି । ମନୁଷ୍ୟ ଦେବତାମାନଙ୍କୁ ନମସ୍କାର କରିଥାନ୍ତି । ସେମାନଙ୍କ ପାଖରେ ଦୈବୀଗୁଣ ଥିବାରୁ ଦେବତା କୁହାଯାଉଛି । ଭଲ ଗୁଣ ଥିବା ବ୍ୟକ୍ତିକୁ କହିଥାନ୍ତି ନା - ଇଏ ତ’ ଦେବତା ଭଳି ଅଟନ୍ତି, ଯିଏ ଲଢେଇ-ଝଗଡା କରିଥାନ୍ତି ତାଙ୍କୁ ଅସୁର ବୋଲି କହିଥାନ୍ତି । ପିଲାମାନେ ଜାଣିଛନ୍ତି ଆମେ ବେହଦ ବାବାଙ୍କ ସମ୍ମୁଖରେ ବସିଛୁ । ତେଣୁ ପିଲାମାନଙ୍କର ଚାଲି-ଚଳଣି କେତେ ଭଲ ହେବା ଦରକାର । ଅଜ୍ଞାନ କାଳରେ ବି ବ୍ରହ୍ମାବାବା ଦେଖିଛନ୍ତି ୬-୭ଟି କୁଟୁମ୍ବ ଏକତ୍ର ରହିଥାନ୍ତି, ଏକଦମ୍ କ୍ଷୀରଖଣ୍ଡ ହୋଇ ସ୍ନେହରେ ରହିଥା’ନ୍ତି । କେଉଁଠି କେଉଁଠି ଘରେ କେବଳ ଦୁଇଜଣ ଥିଲେ ମଧ୍ୟ ଲଢେଇ-ଝଗଡା କରିଥାନ୍ତି । ତେବେ ତୁମେ ହେଉଛ ଈଶ୍ୱରୀୟ ସନ୍ତାନ । ବହୁତ-ବହୁତ କ୍ଷୀରଖଣ୍ଡ ହୋଇ ମଧୁର ସମ୍ପର୍କ ମଧ୍ୟରେ ରହିବା ଉଚିତ୍ । ସତ୍ୟଯୁଗରେ କ୍ଷୀରଖଣ୍ଡ ଅର୍ଥାତ୍ ସମ୍ବନ୍ଧ ମଧୁର ରହିବ । ଏଠାରେ ତୁମେ କ୍ଷୀରଖଣ୍ଡ ହୋଇ ରହିବା ଶିଖୁଥିବାରୁ ବହୁତ ସ୍ନେହର ସହିତ ରହିବା ଦରକାର । ବାବା କହୁଛନ୍ତି ନିଜ ଭିତରର ଯାଞ୍ଚ କର ମୁଁ କୌଣସି ବିକର୍ମ କରୁ ନାହିଁ ତ? କାହାକୁ ଦୁଃଖ ଦେଇ ନାହିଁ ତ? ଏପରି ବସି ନିଜକୁ କେହି ଯାଞ୍ଚ କରୁ ନାହାଁନ୍ତି । ଏହା ବୁଦ୍ଧିର କଥା ଅଟେ । ତୁମେ ସନ୍ତାନମାନେ ହିଁ ବିଶ୍ୱରେ ଶାନ୍ତି ସ୍ଥାପନା କରୁଛ । ଯଦି ଘରେ ଅଶାନ୍ତି କରୁଥିବେ ତେବେ ବିଶ୍ୱରେ ଶାନ୍ତି ପୁଣି କିପରି ସ୍ଥାପନ କରିବେ । ଘରେ ଜନ୍ମିତ ସନ୍ତାନ ଯଦି ହଇରାଣ କରେ ତେବେ କହିଥାନ୍ତି ଇଏ ତ ମରିଗଲେ ଭଲ । କୌଣସି ଅଭ୍ୟାସରେ ଅଭ୍ୟସ୍ତ ହୋଇଗଲେ ତାହା ପକ୍କା ହୋଇଯାଇଥାଏ । ଏ କଥା ବୁଦ୍ଧିରେ ରହୁ ନାହିଁ ଯେ ଆମେ ତ ଅବିନାଶୀ ବାବାଙ୍କର ସନ୍ତାନ ଅଟୁ, ଆମକୁ ତ ବିଶ୍ୱରେ ଶାନ୍ତି ସ୍ଥାପନା କରିବାକୁ ହେବ । ଶିବବାବାଙ୍କ ସନ୍ତାନ ହୋଇ ଯଦି ଅଶାନ୍ତି ହେଉଛ ତେବେ ଶିବବାବାଙ୍କ ପାଖକୁ ଆସ । ସେ ତ ହୀରା ସଦୃଶ, ସେ ତୁରନ୍ତ ତୁମକୁ ଉପାୟ ବତାଇଦେବେ ଯେ ତୁମେ - ଏହିପରି ଭାବେ ଶାନ୍ତ ହୋଇ ରହିପାରିବ । ଶାନ୍ତିରେ ରହିବାର ମାର୍ଗ ଦର୍ଶନ କରାଇବେ । ଏପରି ବହୁତ ରହିଛନ୍ତି, ଯାହାଙ୍କର ଚଳଣି ଦେବତ୍ୱ ବା ଦୈବୀକୁଳ ସଦୃଶ ନୁହେଁ । ତୁମେ ଏବେ ପ୍ରସ୍ତୁତ ହେଉଛ ପବିତ୍ର ସୁନ୍ଦର ଦୁନିଆକୁ ଯିବା ପାଇଁ । ଏହା ଦୁର୍ଗନ୍ଧ ଦୁନିଆ ବେଶ୍ୟାଳୟ ଅଟେ, ଏହା ପ୍ରତି ଘୃଣା ଆସୁଛି । ବିଶ୍ୱରେ ଶାନ୍ତି ତ ନୂଆ ଦୁନିଆରେ ରହିବ । ସଂଗମରେ ଶାନ୍ତି ହୋଇପାରିବ ନାହିଁ । ଏଠାରେ ଶାନ୍ତ ରହିବା ପାଇଁ ପୁରୁଷାର୍ଥ କରୁଛନ୍ତି । ପୂରା ପୁରୁଷାର୍ଥ ନ କଲେ ଦଣ୍ଡ ଭୋଗିବାକୁ ପଡିବ । ମୋ ସାଥିରେ ତ ଧର୍ମରାଜ ଅଛନ୍ତି ନା । ଯେବେ ହିସାବ-କିତାବ ପରିଶୋଧ ହେବାର ସମୟ ଆସିବ ସେତେବେଳେ ବହୁତ ଦଣ୍ଡ ଭୋଗିବେ । କର୍ମଭୋଗ ତ ନିଶ୍ଚୟ ରହିଛି । ବେମାର ହେଉଛନ୍ତି, ତାହା ମଧ୍ୟ କର୍ମଭୋଗ ଅଟେ ନା । ବାବାଙ୍କ ଉପରେ ତ କେହି ନାହାଁନ୍ତି । ବୁଝାଉଛନ୍ତି - ପିଲାମାନେ ପବିତ୍ର ହୁଅ ତେବେ ଉଚ୍ଚ ପଦ ପାଇବ । ନଚେତ୍ କୌଣସି ଫାଇଦା ନାହିଁ । ଭଗବାନ ବାବା ଯାହାଙ୍କୁ ଅଧାକଳ୍ପ ମନେ ପକାଇଛ ତାଙ୍କଠାରୁ ସମ୍ପତ୍ତି ନ ନେଲେ ପିଲାମାନେ କେଉଁ କାମର । କିନ୍ତୁ ଡ୍ରାମା ଅନୁସାରେ ଏ ସବୁ ନିଶ୍ଚୟ ହେବ । ତେବେ ବୁଝାଇବା ପାଇଁ ବହୁତ ଉପାୟ ରହିଛି । ବିଶ୍ୱରେ ଶାନ୍ତି ତ ସତ୍ୟଯୁଗରେ ହିଁ ଥିଲା, ଯେଉଁଠାରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଲଢେଇ ବି ନିଶ୍ଚୟ ଲାଗିବ କାହିଁକି ନା ଅଶାନ୍ତି ରହିଛି ନା । ଶ୍ରୀକୃଷ୍ଣ ପୁଣି ସତ୍ୟଯୁଗରେ ଆସିବେ । କହିଥାନ୍ତି ଯେ କଳିଯୁଗରେ ଦେବତାମାନଙ୍କର ଛାୟା ପଡି ପାରିବ ନାହିଁ । ଏ କଥା ଏବେ ତୁମେମାନେ ଶୁଣୁଛ । ତୁମେ ଜାଣିଛ ଶିବବାବା ଆମକୁ ପଢାଉଛନ୍ତି । ସେହି ଶିକ୍ଷାକୁ ଧାରଣା କରିବାକୁ ହେବ । ଏଥିପାଇଁ ସାରା ଜୀବନ ହିଁ ଲାଗିଯାଉଛି । କହୁଛନ୍ତି ନା - ସାରା ଆୟୁ ବୁଝାଇଲି ତଥାପି ବି ବୁଝୁ ନାହାଁନ୍ତି ।

ବେହଦର ବାବା କହୁଛନ୍ତି - ପ୍ରଥମେ ତ ମୁଖ୍ୟ କଥା ବୁଝାଅ - ଜ୍ଞାନ ଏବଂ ଭକ୍ତି ଅଲଗା ଅଲଗା ଜିନିଷ ଅଟେ । ଅଧାକଳ୍ପ ଦିନ, ଅଧାକଳ୍ପ ରାତି । ଶାସ୍ତ୍ରରେ କଳ୍ପର ଆୟୁ ହିଁ ଓଲଟା ଲେଖିଦେଇଛନ୍ତି । ଅଧା ଅଧା ମଧ୍ୟ ହୋଇପାରିବ ନାହିଁ । ତୁମମାନଙ୍କ ମଧ୍ୟରୁ ଯଦି କେହି ଶାସ୍ତ୍ର ନ ପଢିଥିବେ ତେବେ ବହୁତ ଭଲ । ପଢିଥିଲେ ସଂଶୟ ଉଠାଇବେ, ପ୍ରଶ୍ନ ପଚାରୁଥିବେ । ବାସ୍ତବରେ ଯେବେ ବାନପ୍ରସ୍ଥ ଅବସ୍ଥା ହୋଇଥାଏ, ସେତେବେଳେ ଭଗବାନଙ୍କୁ ମନେ ପକାଇଥା’ନ୍ତି, ନିଶ୍ଚୟ କାହାର ନା କାହାର ମାର୍ଗଦର୍ଶନରେ ଅନୁପ୍ରାଣିତ ହୋଇଥା’ନ୍ତି । ପୁଣି ଯେପରି ଗୁରୁ ଶିଖାଇବେ, ଗୁରୁ ଭକ୍ତି ମଧ୍ୟ ଶିଖାଇଥା’ନ୍ତି । ଏପରି କେହି ନାହାଁନ୍ତି ଯେ ଯିଏକି ଭକ୍ତି ନ ଶିଖାଇଥାନ୍ତି । ତାଙ୍କମାନଙ୍କ ଭିତରେ ଭକ୍ତିର ଶକ୍ତି ରହିଛି, ସେଥିପାଇଁ ଏତେ ଅନୁସରଣକାରୀ ହେଉଛନ୍ତି । ଅନୁସରଣକାରୀଙ୍କୁ ଭକ୍ତ ପୂଜାରୀ କହିଥା’ନ୍ତି । ଏଠାରେ ସମସ୍ତେ ହେଉଛନ୍ତି ପୂଜାରୀ । ସେଠାରେ କେହି ପୂଜାରୀ ରହିବେ ନାହିଁ । ଭଗବାନ କେବେ ପୂଜାରୀ ହୋଇନଥାନ୍ତି । ଅନେକ ପଏଣ୍ଟସ୍ ବୁଝାଯାଉଛି, ଧୀରେ ଧୀରେ ତୁମ ସନ୍ତାନମାନଙ୍କର ମଧ୍ୟ ବୁଝାଇବାର ଶକ୍ତି ଆସିଯିବ ।

ଏବେ ତୁମେ ଶୁଣାଉଛ ଯେ ଶ୍ରୀକୃଷ୍ଣ ଆସୁଛନ୍ତି । ସତ୍ୟଯୁଗରେ ନିଶ୍ଚୟ କୃଷ୍ଣ ରହିବେ । ନଚେତ୍ ବିଶ୍ୱର ଇତିହାସ-ଭୂଗୋଳର କିପରି ପୁନରାବୃତ୍ତି ହେବ । କେବଳ ଏକ ଶ୍ରୀକୃଷ୍ଣ ତ ରହିବେ ନାହିଁ, ଯଥା ରାଜା ରାଣୀ ତଥା ପ୍ରଜା ରହିବେ ନା । ଏଥିରେ ମଧ୍ୟ ବୁଝିବାର କଥା ରହିଛି । ତୁମେ ଜାଣୁଛ ଆମେ ହେଉଛୁ ବାବାଙ୍କର ସନ୍ତାନ । ବାବା ସମ୍ପତ୍ତି ଦେବାକୁ ଆସିଛନ୍ତି । ସ୍ୱର୍ଗକୁ ତ ସମସ୍ତେ ଯିବେ ନାହିଁ, ନା ତ୍ରେତାକୁ ସମସ୍ତେ ଆସିପାରିବେ । ମନୁଷ୍ୟ ସୃଷ୍ଟିର ବୃକ୍ଷ ଧୀରେ ଧୀରେ ବଢି ବଢି ଚାଲିଛି । ଏହା ମନଷ୍ୟ ସୃଷ୍ଟିରୂପୀ ବୃକ୍ଷ ଅଟେ । ପରମଧାମରେ ଆତ୍ମାମାନଙ୍କର ବୃକ୍ଷ ରହିବ । ଏଠାରେ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ପୁଣି ଶଙ୍କରଙ୍କ ଦ୍ୱାରା ବିନାଶ ପୁଣି ପାଳନା... ଏହି ଶବ୍ଦ ମଧ୍ୟ କାଇଦା ଅନୁସାରେ କହିବା ଦରକାର । ପିଲାମାନଙ୍କ ବୁଦ୍ଧିରେ ଏହି ନିଶା ରହିଛି ଯେ, ଏହି ସୃଷ୍ଟିର ଚକ୍ର କିପରି ଘୂରୁଛି, ରଚନା କିପରି ହେଉଛି । ଏବେ ବ୍ରାହ୍ମଣମାନଙ୍କର ଛୋଟ ରଚନା ଅଟେ ନା । ଏହା ଯେପରି ବାଜୋଲି ଅର୍ଥାତ୍ ମାଙ୍କଡଚିତ୍ ମାରିବା ଖେଳ ଅଟେ । ପୂର୍ବରୁ ସମସ୍ତେ ଶୂଦ୍ର ଥା’ନ୍ତି । ପୁଣି ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କର ରଚନା କରୁଛନ୍ତି । ବ୍ରାହ୍ମଣ ହେଲେ ଚୂଟୀ ଅର୍ଥାତ୍ ଶୀର୍ଷସ୍ଥାନ । ବାଜୋଲୀ ଖେଳରେ ଚୂଟୀ ଏବଂ ପାଦ ପରସ୍ପର ମିଶିଥାଏ । ପ୍ରଥମେ ବ୍ରାହ୍ମଣ ଦରକାର । ବ୍ରାହ୍ମଣମାନଙ୍କର ଯୁଗ ବହୁତ ଛୋଟ ହୋଇଥାଏ । ପଛରେ ଦେବତାମାନଙ୍କର ଯୁଗ ରହିଛି । ଏହି ବିରାଟ ରୂପ (ବର୍ଣ୍ଣବାଲା)ର ଚିତ୍ର ମଧ୍ୟ କାମର ଅଟେ । ଏହି ଚିତ୍ର ବୁଝାଇବା ପାଇଁ ବହୁତ ସହଜ । ଭିନ୍ନ-ଭିନ୍ନ ମନୁଷ୍ୟଙ୍କର ଭିନ୍ନ ଭିନ୍ନ ରୂପ ରହିଛି । ବୁଝାଇବାରେ କେତେ ମଜା ଲାଗୁଛି । ବ୍ରାହ୍ମଣ ଅଛନ୍ତି ଅର୍ଥାତ୍ ସବୁ ଧର୍ମ ଅଛନ୍ତି । ଶୂଦ୍ରମାନଙ୍କ ଭିତରୁ ବ୍ରାହ୍ମଣମାନଙ୍କର ଚାରା ଲାଗୁଛି ଅର୍ଥାତ୍ ଶୁଦ୍ରରୁ ବ୍ରାହ୍ମଣ ସୃଷ୍ଟି ହେଉଛନ୍ତି । ମନୁଷ୍ୟମାନେ ବୃକ୍ଷର ଚାରା ଲଗାଉଛନ୍ତି । ବାବା ମଧ୍ୟ ଚାରା ଲଗାଉଛନ୍ତି ଯେଉଁଠି ବିଶ୍ୱରେ ଶାନ୍ତି ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ସ୍ମୃତିରେ ରଖିବାକୁ ହେବ ଯେ ଆମେ ହେଉଛୁ ଈଶ୍ୱରୀୟ ସନ୍ତାନ । ଆମକୁ ସମସ୍ତଙ୍କ ସହ ମଧୁର ସମ୍ବନ୍ଧ ରଖିବାକୁ ହେବ । କାହାକୁ ବି ଦୁଃଖ ଦେବା ଉଚିତ୍ ନୁହେଁ ।

(୨) ଭିତରେ ଭିତରେ ନିଜକୁ ଯାଞ୍ଚ କରିବା ଉଚିତ୍ ଯେ ମୋ ଦ୍ୱାରା କୌଣସି ବିକର୍ମ ହେଉନାହିଁ ତ । ନିଜେ ଅଶାନ୍ତ ହେବା ତଥା ଅଶାନ୍ତି ସୃଷ୍ଟି କରିବାର ଅଭ୍ୟାସ ମୋର ନାହିଁ ତ?

ବରଦାନ:-
ପବିତ୍ରତାର ଶକ୍ତି ଦ୍ୱାରା ସର୍ବଦା ସୁଖର ସଂସାର ଭିତରେ ରହୁଥିବା ବେଗମପୁରର ସମ୍ରାଟ ହୁଅ ।

ସୁଖ ଶାନ୍ତିର ଆଧାର ହେଲା ପବିତ୍ରତା । ଯେଉଁ ପିଲାମାନେ ମନ-ବଚନ-କର୍ମ ତିନୋଟି ଯାକରେ ପବିତ୍ର ହୋଇଥାଆନ୍ତି, ସେହିମାନେ ହିଁ ହାଇନେସ୍ ଅର୍ଥାତ୍ ଶ୍ରେଷ୍ଠତା ଏବଂ ହୋଲୀନେସ୍ ଅର୍ଥାତ୍ ପବିତ୍ରତାର ବ୍ୟକ୍ତିତ୍ୱ ସମ୍ପନ୍ନ ଅଟନ୍ତି । ଯେଉଁଠାରେ ପବିତ୍ରତାର ଶକ୍ତି ରହିଛି, ସେଠାରେ ସୁଖ ଏବଂ ଶାନ୍ତି ସ୍ୱତଃ ହିଁ ବିରାଜମାନ କରୁଥାଏ କାହିଁକି ନା ପବିତ୍ରତା ହିଁ ସୁଖ-ଶାନ୍ତିର ଜନନୀ । ପବିତ୍ର ଆତ୍ମାମାନେ କେବେ ବି ଉଦାସ ହୋଇପାରିବେ ନାହିଁ । ସେମାନେ ବେଗମପୁରର ବାଦଶାହ ଅଟନ୍ତି, ସେମାନଙ୍କର ମୁକୁଟ ତଥା ସିଂହାସନ ସ୍ୱତନ୍ତ୍ର ଅଟେ । ସେମାନଙ୍କର ଆଲୋକର ମୁକୁଟ ପବିତ୍ରତାର ହିଁ ପ୍ରତୀକ ଅଟେ ।

ସ୍ଲୋଗାନ:-
ମୁଁ ଆତ୍ମା ଅଟେ, ଶରୀର ନୁହେଁ - ଏହାକୁ ଚିନ୍ତନ କରିବା ହିଁ ସ୍ୱ ଚିନ୍ତନ ଅଟେ ।

ଅବ୍ୟକ୍ତ ଈଶାରା:- ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।

ଶକ୍ତିଶାଳୀ ଯୋଗର ଅର୍ଥ ହେଲା ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରିବା, ଜ୍ୱାଳା ରୂପର ଯୋଗ ହିଁ ଭ୍ରଷ୍ଟାଚାର ଏବଂ ଅତ୍ୟାଚାରର ଅଗ୍ନିକୁ ସମାପ୍ତ କରିବ ଏବଂ ସର୍ବ ଆତ୍ମାମାନଙ୍କୁ ସହଯୋଗ ଦେବ, ଏହାଦ୍ୱାରା ହିଁ ବେହଦର ବୈରାଗ୍ୟ ବୃତ୍ତି ପ୍ରଜ୍ୱଳିତ ହେବ । ତେବେ ଯୋଗର ଅଗ୍ନି ଗୋଟିଏ ପଟେ ସେହି ସବୁ ଅଗ୍ନିକୁ ସମାପ୍ତ କରିବ, ଅନ୍ୟ ପଟେ ଆତ୍ମାମାନଙ୍କୁ ପରମାତ୍ମା ସନ୍ଦେଶର, ଶୀତଳ ସ୍ୱରୂପର ଅନୁଭୂତି କରାଇବ । ଏହାଦ୍ୱାରା ହିଁ ଆତ୍ମାମାନେ ପାପର ଅଗ୍ନିରୁ ମୁକ୍ତ ହୋଇପାରିବେ ।