02.10.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଯୋଗଯୁକ୍ତ ହୋଇ ପ୍ରତ୍ୟେକ କର୍ମ କର ତେବେ ଅନେକଙ୍କୁ ତୁମର ସାକ୍ଷାତ୍କାର ହେବାକୁ ଲାଗିବ ।”
ପ୍ରଶ୍ନ:-
ସଂଗମଯୁଗରେ କେଉଁ
ଉପାୟରେ ନିଜର ହୃଦୟକୁ ଶୁଦ୍ଧ (ପବିତ୍ର) କରିପାରିବ?
ଉତ୍ତର:-
ଯୋଗଯୁକ୍ତ ହୋଇ ଭୋଜନ ପ୍ରସ୍ତୁତ କର ଏବଂ ଯୋଗଯୁକ୍ତ ହୋଇ ଭୋଜନ ସ୍ୱୀକାର କର ତେବେ ହୃଦୟ ଶୁଦ୍ଧ
ହୋଇଯିବ । ସଂଗମଯୁଗରେ ତୁମ ବ୍ରାହ୍ମଣ ଆତ୍ମାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପବିତ୍ର
ବ୍ରହ୍ମା ଭୋଜନ ଦେବତାମାନଙ୍କୁ ମଧ୍ୟ ବହୁତ ପ୍ରିୟ ଅଟେ । ଯେଉଁମାନଙ୍କର ବ୍ରହ୍ମା ଭୋଜନ ପ୍ରତି
ସମ୍ମାନ ରହିଥାଏ ସେମାନେ ଥାଳୀକୁ ମଧ୍ୟ ଧୋଇ କରି ପିଇ ଦେଇଥାଆନ୍ତି । କାରଣ ଏହାର ମହିମା ମଧ୍ୟ
ବହୁତ ରହିଛି । ଯୋଗଯୁକ୍ତ ସ୍ଥିତିରେ ପ୍ରସ୍ତୁତ ହୋଇଥିବା ଭୋଜନ ସ୍ୱୀକାର କରିବା ଦ୍ୱାରା ବହୁତ
ଶକ୍ତି ମିଳିଥାଏ ଏବଂ ହୃଦୟ ଶୁଦ୍ଧ ହୋଇଯାଇଥାଏ ।
ଓମ୍ ଶାନ୍ତି ।
ସଙ୍ଗମଯୁଗରେ
ହିଁ ବାବା ଆସୁଛନ୍ତି । ପ୍ରତ୍ୟହ ପିଲାମାନଙ୍କୁ କହିବାକୁ ପଡ଼ୁଛି ଯେ ରୁହାନୀ (ଆତ୍ମିକ) ବାବା
ରୁହାନୀ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଏପରି କାହିଁକି କହୁଛନ୍ତି ଯେ ପିଲାମାନେ ନିଜକୁ ଆତ୍ମା
ଭାବ? ପିଲାମାନଙ୍କର ଏ କଥା ମନେ ରହୁ ଯେ ଇଏ ବାସ୍ତବରେ ବେହଦର (ଅବିନାଶୀ) ବାବା ଅଟନ୍ତି, ଯିଏକି
ଆତ୍ମାମାନଙ୍କୁ ପାଠ ପଢ଼ାଉଛନ୍ତି । ସେବା କରିବା ପାଇଁ ବାବା ଭିନ୍ନ ଭିନ୍ନ ପ୍ରସଙ୍ଗ ଉପରେ
ବୁଝାଉଛନ୍ତି । ପିଲାମାନେ କହୁଛନ୍ତି ସେବା ନାହିଁ, ଆମେ ବାହାରେ କିପରି ସେବା କରିବୁ? ବାବା ତ
ସେବାର ବହୁତ ସହଜ ଉପାୟ ବତାଉଛନ୍ତି । କେବଳ ଚିତ୍ର ହାତରେ ଥିବା ଉଚିତ୍ । ରଘୁନାଥଙ୍କର କଳା ଏବଂ
ଗୋରା ଚିତ୍ର ମଧ୍ୟ ରଖ । କୃଷ୍ଣଙ୍କର ହେଉ ଅଥବା ନାରାୟଣଙ୍କ ଚିତ୍ର ଗୋରା ଏବଂ କଳା ଚିତ୍ର ଉଭୟ
ରଖ । ଚିତ୍ର ଛୋଟ ହେଲେ ମଧ୍ୟ ଚଳିବ । କୃଷ୍ଣଙ୍କର ଛୋଟ ଚିତ୍ର ମଧ୍ୟ ତିଆରି କରୁଛନ୍ତି । ତୁମେ
ମନ୍ଦିରର ପୂଜକଙ୍କୁ ମଧ୍ୟ ପଚାରିପାରିବ - ୟାଙ୍କୁ କଳା କାହିଁକି କରାଯାଇଛି ଯେବେ କି ସେ
ପ୍ରକୃତରେ ଗୋରା ଥିଲେ? ଦେବତାମାନଙ୍କର ଶରୀର ବାସ୍ତବରେ କଳା ହୋଇ ନ ଥାଏ ନା । ତୁମ ପାଖରେ ମଧ୍ୟ
ବହୁତ ଭଲ ଗୋରା-ଗୋରା ମୂର୍ତ୍ତି ରହିଛି, କିନ୍ତୁ ଏମାନଙ୍କୁ କଳା କାହିଁକି କରିଛନ୍ତି? ଏ କଥା
ତୁମକୁ ବୁଝାଯାଇଛି ଯେ ଆତ୍ମା କିପରି ଭିନ୍ନ ଭିନ୍ନ ନାମ ରୂପର ଶରୀର ଧାରଣ କରି ତଳକୁ ଖସୁଛି ।
ଯେବେଠାରୁ ଆତ୍ମା କାମ ଚିତା (ଅଗ୍ନି)ରେ ଚଢିଥାଏ ସେବେଠାରୁ କଳା ହୋଇଯାଇଛି । ଜଗନ୍ନାଥ ଏବଂ
ଶ୍ରୀନାଥ ମନ୍ଦିରକୁ ଢ଼େର ଯାତ୍ରୀ ଯାଇଥା’ନ୍ତି, ତୁମକୁ ମଧ୍ୟ ନିମନ୍ତ୍ରଣ ମିଳୁଛି । ତୁମେ ତାଙ୍କୁ
କୁହ ଆମେ ଶ୍ରୀନାଥଙ୍କର ୮୪ ଜନ୍ମର ଜୀବନ କାହାଣୀ ଶୁଣାଉଛୁ । ଭାଇ ଓ ଭଉଣୀମାନେ ଆସି ଶୁଣ । ଏପରି
ଭାଷଣ ଆଉ କେହି ତ କରିପାରିବେ ନାହିଁ । ତୁମେ ବୁଝାଇପାରିବ ଇଏ କଳା କାହିଁକି ହୋଇଛନ୍ତି?
ପ୍ରତ୍ୟେକଙ୍କୁ ପାବନରୁ ପତିତ ନିଶ୍ଚୟ ହେବାକୁ ପଡ଼ିଥାଏ । ଦେବତାମାନେ ଯେବେଠାରୁ ବାମ ମାର୍ଗରେ (ବିକାରମାର୍ଗରେ)
ଗଲେ ସେବେଠାରୁ ତାଙ୍କର ଚିତ୍ର କଳା ହୋଇଯାଇଛି । କାମ ଚିତାରେ ବସିବା ଦ୍ୱାରା ଲୌହଯୁଗୀ (କଳିଯୁଗୀ)
ହୋଇଯାଇଛନ୍ତି । ଲୁହାର ରଙ୍ଗ କଳା ହୋଇଥାଏ, ସୁନାର ରଙ୍ଗ ସୁନେଲୀ, ତେଣୁ ତାଙ୍କୁ (ସତ୍ୟଯୁଗୀଙ୍କୁ)
ଗୋରା କୁହାଯିବ । ସେହିମାନେ ପୁଣି ୮୪ ଜନ୍ମ ପରେ (କଳିଯୁଗୀ) କଳା ହେଉଛନ୍ତି । ସେଥିପାଇଁ ସିଡ଼ିର
ଚିତ୍ର ମଧ୍ୟ ନିଶ୍ଚୟ ହାତରେ ରଖିବା ଉଚିତ୍ । ସିଡି ଚିତ୍ର ବି ବଡ ହୋଇଥିଲେ ଦୂରରୁ କେହି ଭଲ
ଭାବରେ ଦେଖିପାରିବେ ଏବଂ ତୁମେ ମଧ୍ୟ ବୁଝାଇ ପାରିବ ଯେ ଏବେ ଭାରତର ଏହିଭଳି ଗତି ହୋଇଛି ।
ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି - ଭାରତର ଉତ୍ଥାନ ଏବଂ ପତନ । ତେଣୁ ପିଲାମାନଙ୍କୁ ସେବାର ବହୁତ
ସଉକ ରହିବା ଉଚିତ୍ । ବୁଝାଇବାକୁ ହେବ ଯେ ଏହି ଦୁନିଆର ଚକ୍ର କିପରି ଘୂରୁଛି, ଗୋଲ୍ଡେନ୍ ଏଜ୍ (ସତ୍ୟଯୁଗ)
ସିଲ୍ଭର ଏଜ୍ (ତ୍ରେତାଯୁଗ), କପର୍ ଏଜ୍ (ଦ୍ୱାପରଯୁଗ)... ପୁଣି ଏହି ପୁରୁଷୋତ୍ତମ ସଙ୍ଗମଯୁଗ
ସମ୍ବନ୍ଧରେ ମଧ୍ୟ ବୁଝାଇବାକୁ ପଡ଼ିବ । ସେଥିପାଇଁ ଅଧିକ ଚିତ୍ରର ମଧ୍ୟ ଆବଶ୍ୟକତା ନାହିଁ ।
ଭାରତବାସୀଙ୍କ ପାଇଁ ମୁଖ୍ୟ ହେଉଛି ସିଡିର ଚିତ୍ର । ତୁମେ ବୁଝାଇପାରିବ ଯେ, ତୁମେମାନେ ଏବେ
ପୁନର୍ବାର ପତିତରୁ ପବିତ୍ର କିପରି ହୋଇପାରିବ । ପତିତ ପାବନ ତ ଏକମାତ୍ର ବାବା ହିଁ ଅଟନ୍ତି,
ଯାହାଙ୍କୁ ମନେ ପକାଇଲେ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିଥାଏ । ତୁମ ସନ୍ତାନମାନଙ୍କ ପାଖରେ
ଏହି ସମସ୍ତ ଜ୍ଞାନ ରହିଛି । ବାକି ସମସ୍ତେ ତ ଅଜ୍ଞାନ ନିଦ୍ରାରେ ଶୋଇ ରହିଛନ୍ତି । ଭାରତରେ
ଯେତେବେଳେ ଜ୍ଞାନ ଥିଲା ସେତେବେଳେ ଭାରତ ବହୁତ ଧନବାନ ଥିଲା । ଏବେ ଭାରତରେ ଅଜ୍ଞାନତା ଥିବା
କାରଣରୁ କେତେ କାଙ୍ଗାଳ ହୋଇଯାଇଛି । ମନୁଷ୍ୟ ଜ୍ଞାନୀ ଏବଂ ଅଜ୍ଞାନୀ ଥାଆନ୍ତି ନା । ଦେବୀ-ଦେବତା
ଏବଂ ମନୁଷ୍ୟମାନଙ୍କୁ ତ ସମସ୍ତେ ଜାଣନ୍ତି । ଦେବତାମାନେ ସତ୍ୟଯୁଗ ଏବଂ ତ୍ରେତାଯୁଗରେ ଥିଲେ,
ମନୁଷ୍ୟମାନେ ଦ୍ୱାପର-କଳିଯୁଗରେ । ଆମେ କିପରି ସେବା କରିବୁ ପିଲାମାନଙ୍କ ବୁଦ୍ଧିରେ ଏକଥା ସଦା
ସର୍ବଦା ରହିବା ଉଚିତ୍? ଏହା ମଧ୍ୟ ବାବା ବୁଝାଇ ଚାଲିଛନ୍ତି । ସିଡ଼ିର ଚିତ୍ର ବୁଝାଇବା ପାଇଁ
ବହୁତ ଭଲ । ବାବା କହୁଛନ୍ତି ଯଦିଓ ଗୃହସ୍ଥ ବ୍ୟବହାରରେ ରହୁଛୁ ଶରୀର ନିର୍ବାହ ଅର୍ଥେ କର୍ମ ଧନ୍ଦା
ତ କରିବାକୁ ହିଁ ହେବ, ଶାରୀରିକ ବିଦ୍ୟା ମଧ୍ୟ ପଢ଼ିବାକୁ ପଡ଼ିବ, କିନ୍ତୁ ବାକି ଯେଉଁ ସମୟ ମିଳୁଛି
ସେହି ସମୟରେ ସେବା ନିମନ୍ତେ ଖିଆଲ କରିବା ଉଚିତ୍ - ଆମେ ଅନ୍ୟମାନଙ୍କର କଲ୍ୟାଣ କିପରି କରିବୁ?
ଏଠାରେ (ମଧୁବନରେ) ତ ତୁମେ ଅନେକଙ୍କର କଲ୍ୟାଣ କରିପାରିବ ନାହିଁ । ଏଠାକୁ ତ’ ତୁମେ ବାବାଙ୍କର
ମୁରଲୀ ଶୁଣିବାକୁ ଆସୁଛ । ତେବେ ମୁରଲୀରେ ହିଁ ଜାଦୁ ରହିଛି । ସେଥିପାଇଁ ବାବାଙ୍କୁ ଜାଦୁକର
କୁହାଯାଏ ନା । ଗାୟନ ମଧ୍ୟ କରିଥା’ନ୍ତି ମୁରଲୀ ତେରୀ ମେଁ ହେ ଜାଦୁ... ତୁମ ମୁଖରୁ ଯେଉଁ ମୁରଲୀ
ବାଜୁଛି ସେଥିରେ ଜାଦୁ ରହିଛି । ଏହାଦ୍ୱାରା ମନୁଷ୍ୟରୁ ଦେବତା ହୋଇଯାଉଛନ୍ତି । ଏପରି ଜାଦୁକର
ବାବାଙ୍କ ବ୍ୟତୀତ ଆଉ କେହି ନାହାଁନ୍ତି । ଗାୟନ ମଧ୍ୟ ଅଛି ‘ମନୁଷ୍ୟ ସେ ଦେବତା କିୟେ କରତ ନ ଲାଗି
ବାର’ (ମନୁଷ୍ୟରୁ ଦେବତା ହେବା ପାଇଁ ସମୟ ଲାଗେ ନାହିଁ) ପୁରୁଣା ଦୁନିଆରୁ ନୂଆ ଦୁନିଆ ତ ନିଶ୍ଚୟ
ହେବ । ଏହି ପୁରୁଣା ଦୁନିଆର ବିନାଶ ମଧ୍ୟ ନିଶ୍ଚିତ ହେବ । ବର୍ତ୍ତମାନ ସମୟରେ ତୁମେ ରାଜଯୋଗ
ଶିଖୁଛ, ତେଣୁ ନିଶ୍ଚୟ ରାଜା ମଧ୍ୟ ହେବ । ଏବେ ତୁମେ ସନ୍ତାନମାନେ ବୁଝୁଛ ୮୪ ଜନ୍ମ ପରେ ପୁଣି
ପ୍ରଥମ ନମ୍ବରର ଜନ୍ମ ହେବା ଦରକାର କାହିଁକି ନା ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି ।
ସତ୍ୟଯୁଗ-ତ୍ରେତା ଇତ୍ୟାଦି ଯାହା ସବୁ ଅତିକ୍ରାନ୍ତ ହୋଇଯାଇଛି ତାହାର ପୁଣି ପୁନରାବୃତ୍ତି
ନିଶ୍ଚିତ ହେବ ।
ତୁମେ ଏଠାରେ ବସିଥିଲେ
ମଧ୍ୟ ବୁଦ୍ଧିରେ ମନେ ରଖିବାକୁ ହେବ ଯେ ଏବେ ଆମେ ଘରକୁ ଫେରି ଯାଉଛୁ ପୁଣି ସତ୍ତ୍ୱପ୍ରଧାନ
ଦେବୀ-ଦେବତା ହେବୁ । ସେମାନଙ୍କୁ ଦେବତା ବୋଲି କୁହାଯାଏ । ବର୍ତ୍ତମାନ ମନୁଷ୍ୟମାନଙ୍କ ଭିତରେ
ଦୈବୀଗୁଣ ନାହିଁ । ତେଣୁ ତୁମେ ଯେ କୌଣସି ସ୍ଥାନରେ ସେବା କରିପାରିବ । ଯେତେ ଧନ୍ଦା ଆଦି ଥିଲେ
ମଧ୍ୟ, ଗୃହସ୍ଥ ବ୍ୟବହାରରେ ରହି ବି ରୋଜଗାର କରିବାକୁ ହେବ । ଏଥିରେ ମୁଖ୍ୟ କଥା ରହିଛି
ପବିତ୍ରତାର । ପବିତ୍ରତା ଥିଲେ ପିସ୍-ପ୍ରସପର୍ଟି (ଶାନ୍ତି ଏବଂ ସମୃଦ୍ଧି) ମଧ୍ୟ ରହିବ । ତୁମେ
ଯେତେବେଳେ ସଂପୂର୍ଣ୍ଣ ପବିତ୍ର ହୋଇଯିବ ପୁଣି ଏଠାରେ ରହିପାରିବ ନାହିଁ, କାହିଁକି ନା ଆମକୁ
ଶାନ୍ତିଧାମ ନିଶ୍ଚୟ ଯିବାକୁ ପଡ଼ିବ । ଆତ୍ମା ସମ୍ପୂର୍ଣ୍ଣ ପବିତ୍ର ହୋଇଗଲେ ପୁଣି ଏହି ପୁରୁଣା
ଶରୀରରେ ଆଉ ରହିପାରିବ ନାହିଁ । ଏହି ପୁରୁଣା ଶରୀର ତ ଅପବିତ୍ର ଅଟେ ନା । ବର୍ତ୍ତମାନ ଏହି ୫
ତତ୍ତ୍ୱ ହିଁ ଅପବିତ୍ର ହୋଇଯାଇଛି । ଶରୀର ମଧ୍ୟ ଏହି ୫ ତତ୍ତ୍ୱରୁ ହିଁ ତିଆରି ହେଉଛି । ଏହାକୁ
ମାଟିର କଣ୍ଢେଇ କୁହାଯାଏ । ଏହି ୫ ତତ୍ତ୍ୱର ଶରୀର ଗୋଟିଏ ନଷ୍ଟ ହୋଇଗଲେ, ଆଉ ଗୋଟିଏ ତିଆରି
ହୋଇଯାଏ । କିନ୍ତୁ ଆତ୍ମା ତ ଅବିନାଶୀ । ଆତ୍ମା କୌଣସି ତିଆରି ହେବାର ଜିନିଷ ନୁହେଁ । ଶରୀର
ପ୍ରଥମେ କେତେ ଛୋଟ ହୋଇଥାଏ ପୁଣି ଧୀରେ ଧୀରେ ବଡ଼ ହୋଇଯାଏ । କେତେ କର୍ମେନ୍ଦ୍ରିୟ ମିଳିଛି ଯାହା
ଦ୍ୱାରା ଆତ୍ମା ପାର୍ଟ କରୁଛି । ଏହି ଦୁନିଆ ହିଁ ହେଉଛି ଆଶ୍ଚର୍ଯ୍ୟଜନକ ଦୁନିଆ । ସବୁଠାରୁ
ଆଶ୍ଚର୍ଯ୍ୟ ହେଉଛନ୍ତି ବାବା, ଯିଏକି ଆତ୍ମାମାନଙ୍କର ପରିଚୟ ଦେଉଛନ୍ତି । ଆମେ ଆତ୍ମା କେତେ
ସୂକ୍ଷ୍ମ । ଆତ୍ମା ହିଁ ଶରୀରରେ ପ୍ରବେଶ କରିଥାଏ । ଏଠାରେ ପ୍ରତ୍ୟେକ ଜିନିଷ ଆଶ୍ଚର୍ଯ୍ୟଜନକ ଅଟେ
। ଜୀବଜନ୍ତୁମାନଙ୍କର ଶରୀର ଆଦି କିପରି ତିଆରି ହେଉଛି, କେତେ ଆଶ୍ଚର୍ଯ୍ୟର କଥା ନା । ସମସ୍ତଙ୍କ
ଭିତରେ ସେହି ଛୋଟ ଆତ୍ମା ହିଁ ଅଛି । ହାତୀ କେତେ ବଡ଼, ସେଥିରେ ମଧ୍ୟ ଏତେ ଛୋଟ ଆତ୍ମା ରହୁଛି ।
ବାବା ତ ମନୁଷ୍ୟ ଜନ୍ମର କଥା ବୁଝାଉଛନ୍ତି ତେବେ ମନୁଷ୍ୟ କେତେ ଜନ୍ମ ନେଉଛନ୍ତି? ୮୪ ଲକ୍ଷ ଜନ୍ମ
ତ ନୁହେଁ । ବାବା ବୁଝାଉଛନ୍ତି ଏଠାରେ ଯେତେ ଧର୍ମ ରହିଛି ସେତେ ଭେରାଇଟୀ ହୋଇଥାଏ । ପ୍ରତ୍ୟେକ
ଆତ୍ମା କେତେ ଫିଚର୍ସ (ଚେହେରା)ର ଶରୀର ନେଉଛି, ଆଶ୍ଚର୍ଯ୍ୟ ଅଟେ ନା । ପୁଣି ଯେତେବେଳେ
ସୃଷ୍ଟିଚକ୍ରର ପୁନରାବୃତ୍ତି ହୋଇଥାଏ, ପ୍ରତ୍ୟେକ ଜନ୍ମରେ ଚେହେରା, ନାମ, ରୂପ ଆଦି ବଦଳିଯାଇଥାଏ
। ଏପରି କୁହାଯିବ ନାହିଁ ଯେ କୃଷ୍ଣ କଳା, କୃଷ୍ଣ ଗୋରା । ନା, ତାଙ୍କର ଆତ୍ମା ପ୍ରଥମେ ଗୋରା (ପବିତ୍ର)
ଥିଲା ପୁଣି ୮୪ ଜନ୍ମ ନେଇ-ନେଇ କଳା (ପତିତ) ହୋଇଯାଇଛି । ତୁମର ଆତ୍ମା ମଧ୍ୟ ଭିନ୍ନ ଭିନ୍ନ
ଚେହେରା, ଭିନ୍ନ ଭିନ୍ନ ଶରୀର ନେଇ ପାର୍ଟ କରୁଛି । ଏହା ମଧ୍ୟ ଡ୍ରାମା ଅଟେ ।
ତୁମର କେବେ ବି କୌଣସି
ଚିନ୍ତା ରହିବା ଉଚିତ୍ ନୁହେଁ । ସମସ୍ତେ ଏଠାରେ ଅଭିନେତା । ଆତ୍ମାକୁ ଗୋଟିଏ ଶରୀର ଛାଡ଼ି ଅନ୍ୟ
ଏକ ଶରୀର ନେଇ ପୁଣି ପାର୍ଟ ବଜାଇବାକୁ ହୋଇଥାଏ ଏବଂ ପ୍ରତ୍ୟେକ ଜନ୍ମରେ ସମ୍ବନ୍ଧ ଇତ୍ୟାଦି ବଦଳି
ଯାଇଥାଏ । ତେଣୁ ବାବା ବୁଝାଉଛନ୍ତି ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଆତ୍ମା ହିଁ ୮୪ ଜନ୍ମ
ନେଇ-ନେଇ ତମଃପ୍ରଧାନ ହୋଇଯାଇଛି, ଏବେ ପୁଣି ଆତ୍ମାକୁ ସତ୍ତ୍ୱପ୍ରଧାନ ହେବାକୁ ପଡ଼ିବ । ଆତ୍ମାକୁ
ପବିତ୍ର ତ ନିଶ୍ଚିତ ହେବାକୁ ପଡ଼ିବ । ପବିତ୍ର ସୃଷ୍ଟି ଥିଲା, ଏବେ ଅପବିତ୍ର ହୋଇଯାଇଛି ପୁଣି
ପବିତ୍ର ହେବ । ସତ୍ତ୍ୱପ୍ରଧାନ ତମଃପ୍ରଧାନ ଅକ୍ଷର ତ ରହିଛି ନା । ସୃଷ୍ଟି ସତ୍ତ୍ୱପ୍ରଧାନ ପୁଣି
ସତ୍ତ୍ୱ, ରଜଃ, ତମଃ ହେଉଛି । ଏବେ ଯେଉଁମାନେ ତମଃପ୍ରଧାନ ହୋଇଯାଇଛନ୍ତି ସେମାନେ ପୁଣି
ସତ୍ତ୍ୱପ୍ରଧାନ କିପରି ହେବେ? ପତିତରୁ ପବିତ୍ର କିପରି ହେବେ, ବର୍ଷା ଜଳ ଦ୍ୱାରା ତ ପବିତ୍ର ହୋଇ
ପାରିବେ ନାହିଁ । ବର୍ଷା ଜଳରେ ତ ମନୁଷ୍ୟମାନଙ୍କର ମୃତ୍ୟୁ ବି ହୋଇଯାଉଛି । ବନ୍ୟା ଆଦି ହେଲେ
କେତେ ବୁଡ଼ିଯାଇଥା’ନ୍ତି । ଏବେ ବାବା ବୁଝାଉଛନ୍ତି ସତ୍ୟଯୁଗରେ ଏତେ ସବୁ ଦେଶ ରହିବ ନାହିଁ ।
ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ସାହାଯ୍ୟ କରିବ, କେତେ ଢ଼େର ମନୁଷ୍ୟ, ଜୀବଜନ୍ତୁ ଇତ୍ୟାଦି
ଭାସିଯାଇଥାଆନ୍ତି । ଏପରି ନୁହେଁ କି ପାଣି ଦ୍ୱାରା ପବିତ୍ର ହେବେ, ପାଣିରେ ଭାସିଗଲେ ଶରୀର ଛାଡି
ଦେବେ । କିନ୍ତୁ ଶରୀର ତ ପତିତରୁ ପବିତ୍ର ହୁଏ ନାହିଁ । ଆତ୍ମାକୁ ହିଁ ପବିତ୍ର ହେବାକୁ ପଡ଼ିବ ।
ପତିତ-ପାବନ ତ ଏକମାତ୍ର ବାବା ହିଁ ଅଟନ୍ତି । ଯଦିଓ ସେମାନେ ନିଜକୁ ଜଗତ୍ଗୁରୁ ବୋଲାଉଛନ୍ତି
କିନ୍ତୁ ଗୁରୁଙ୍କର ତ କାମ ହେଉଛି ସଦ୍ଗତି ଦେବା, ସଦ୍ଗତି ଦାତା ତ କେବଳ ବାବା ହିଁ ଅଟନ୍ତି ।
ତେଣୁ ସତଗୁରୁ ବାବା ହିଁ ସମସ୍ତଙ୍କୁ ସଦ୍ଗତି ଦେଉଛନ୍ତି । ବାବା ତ ବହୁତ ବୁଝାଉଛନ୍ତି, ଇଏ (ବ୍ରହ୍ମାବାବା)
ମଧ୍ୟ ଶୁଣୁଛନ୍ତି ନା । ଗୁରୁମାନେ ମଧ୍ୟ ଶିଖାଇବା ନିମନ୍ତେ ପାଖରେ ଶିଷ୍ୟମାନଙ୍କୁ ବସାଇଥା’ନ୍ତି
। ସେହିଭଳି ଇଏ ମଧ୍ୟ ବାବାଙ୍କ ପାଖରେ ବସୁଛନ୍ତି । ବାବା ଯେଉଁଭଳି ବୁଝାଉଛନ୍ତି ତେବେ ଇଏ ମଧ୍ୟ
ସେହିଭଳି ବୁଝାଉଥିବେ ନା, ସେଥିପାଇଁ ତ ଗୁରୁ ବ୍ରହ୍ମା ପ୍ରଥମେ କୁହାଯାଏ । ଶଙ୍କରଙ୍କ ନିମନ୍ତେ
କହନ୍ତି ଯେ ଆଖି ଖୋଲିଲେ ଦୁନିଆକୁ ଭସ୍ମ କରିଦେଇଥାଆନ୍ତି ତେଣୁ ତାଙ୍କୁ ତ ଗୁରୁ କୁହାଯିବ ନାହିଁ
। ପୁଣି ବି ବାବା କହୁଛନ୍ତି ପିଲାମାନେ ମୋତେ ହିଁ ମନେ ପକାଅ । କେତେକ ସନ୍ତାନ କହିଥା’ନ୍ତି -
ଆମେ ଏତେ କର୍ମ ଧନ୍ଦାର ଚିନ୍ତାରେ ରହୁଛୁ, ଆମେ ନିଜକୁ ଆତ୍ମା ଭାବି ବାବାଙ୍କୁ କିପରି ମନେ
ପକାଇପାରିବୁ? ବାବା ବୁଝାଉଛନ୍ତି ଭକ୍ତି ମାର୍ଗରେ ମଧ୍ୟ ତୁମେ - ହେ ଈଶ୍ୱର, ହେ ଭଗବାନ କହି ମନେ
ପକାଇଥାଅ ନା । ଯେବେ କୌଣସି ଦୁଃଖ ଆସିଥାଏ ମନେ ପକାଇଥାଅ । ମରିବା ସମୟରେ ମଧ୍ୟ କହିଥାନ୍ତି
ରାମ-ରାମ କୁହ । ବହୁତ ଏଭଳି ସଂସ୍ଥା ମଧ୍ୟ ରହିଛି ଯେଉଁମାନେ ରାମ ନାମର ଦାନ ଦିଅନ୍ତି । ଯେମିତି
ତୁମେ ଜ୍ଞାନର ଦାନ ଦେଇଥାଅ ସେମିତି ସେମାନେ ମଧ୍ୟ କହିଥା’ନ୍ତି ରାମ ରାମ କୁହ । ତୁମେ ମଧ୍ୟ
କହୁଛ ଶିବବାବାଙ୍କୁ ମନେ ପକାଅ । ସେମାନେ ତ ଶିବଙ୍କୁ ଜାଣି ହିଁ ନାହାଁନ୍ତି । ଏମିତି ଖାଲି
ରାମ-ରାମ କହିଦେଉଛନ୍ତି । ତେବେ ଏ କଥା କାହିଁକି କହୁଛନ୍ତି ଯେ ରାମ ରାମ କୁହ, ଯେବେ କି
ପରମାତ୍ମା ସମସ୍ତଙ୍କ ଭିତରେ ଅଛନ୍ତି? ଏବେ ବାବା ବସି ତୁମମାନଙ୍କୁ ବୁଝାଉଛନ୍ତି ରାମ ଅଥବା
କୃଷ୍ଣଙ୍କୁ ପରମାତ୍ମା କୁହାଯିବ ନାହିଁ । କୃଷ୍ଣଙ୍କୁ ମଧ୍ୟ ଦେବତା କୁହାଯାଏ । ରାମଙ୍କ ପାଇଁ
ମଧ୍ୟ ବାବା କହୁଛନ୍ତି - ସେ ହେଉଛନ୍ତି ସେମି (ଅଧା) ଦେବତା । କାରଣ ତ୍ରେତା ଯୁଗରେ ଦୁଇ କଳା କମ୍
ହୋଇଯାଇଥାଏ । ପ୍ରତ୍ୟେକ ଜିନିଷର କଳା ତ କମ୍ ହୋଇଥାଏ । କପଡ଼ା ମଧ୍ୟ ପ୍ରଥମେ ନୂଆ, ପରେ ପୁଣି
ପୁରୁଣା ହୋଇଥାଏ ନା ।
ତେଣୁ ବାବା ଏତେ କଥା
ବୁଝାଇ ପୁଣି କହୁଛନ୍ତି - ମୋର ମଧୁର ଆତ୍ମିକ ସନ୍ତାନମାନେ, ନିଜକୁ ଆତ୍ମା ମନେ କର । ବାବାଙ୍କୁ
ସ୍ମରଣ କରି-କରି ସୁଖ ପାଅ । ଏହା ହେଉଛି ଦୁଃଖଧାମ । ତେଣୁ ବାବା ଏବଂ ବାବାଙ୍କର ସମ୍ପତ୍ତିକୁ
ମନେପକାଅ । ବାବାଙ୍କୁ ସ୍ମରଣ କରି କରି ତୁମେ ଅସରନ୍ତି ସୁଖ ପ୍ରାପ୍ତ କରିବ ଏବଂ କଳହ-କ୍ଲେଶ ରୋଗ
ଆଦି ଯାହା କିଛି ବି ଅଛି ସବୁ ଦୂର ହୋଇଯିବ । ତୁମେ ୨୧ ଜନ୍ମ ପାଇଁ ନିରୋଗୀ ହୋଇଯିବ । ଶରୀରର
କଳହ କ୍ଲେଶ ସବୁ ଦୂର ହୋଇଯିବ, ଜୀବନମୁକ୍ତି ପଦ ପାଇବ - କେବଳ ଗାୟନ କରୁଛନ୍ତି କିନ୍ତୁ କିଛି
ଧାରଣା କରୁ ନାହାଁନ୍ତି । ତୁମକୁ ବାବା ବାସ୍ତବ କଥା ବୁଝାଉଛନ୍ତି - ବାବାଙ୍କୁ ସ୍ମରଣ କର ତେବେ
ତୁମର ସମସ୍ତ ମନକାମନା ପୂର୍ଣ୍ଣ ହୋଇଯିବ, ତୁମେ ସୁଖୀ ହୋଇଯିବ । ଦଣ୍ଡ ଭୋଗ କରି ଶୁଖିଲା ରୁଟି
ଖଣ୍ଡେ ଖାଇବା ଅର୍ଥାତ୍ ଛୋଟ ପଦଟିଏ ପାଇବା ତ ଭଲ କଥା ନୁହେଁ ନା । ସମସ୍ତଙ୍କୁ ତାଜା ରୁଟି
ପସନ୍ଦ ଆସିଥାଏ । ଆଜିକାଲି ତ ତେଲ ଦ୍ୱାରା ଭୋଜନ ପ୍ରସ୍ତୁତ ହେଉଛି । ସେଠାରେ ତ ଘିଅର ନଦୀ
ବୋହିବ । ତେଣୁ ପିଲାମାନେ ବାବାଙ୍କୁ ସ୍ମରଣ କରିବା ଉଚିତ୍ । ବାବା ଏପରି ମଧ୍ୟ କହୁ ନାହାଁନ୍ତି
ଏଠାରେ ବସି ବାବାଙ୍କୁ ସ୍ମରଣ କର । ନାଁ, ଚାଲି, ବୁଲି ଭ୍ରମଣ କରିବା ସମୟରେ ମଧ୍ୟ ଶିବବାବାଙ୍କୁ
ମନେ ପକାଇବାକୁ ହେବ । ଚାକିରି ଆଦି ମଧ୍ୟ କରିବାକୁ ହେବ । କିନ୍ତୁ ବାବାଙ୍କ ସ୍ମୃତି ବୁଦ୍ଧିରେ
ରହିବା ଉଚିତ୍ । ଲୌକିକ ପିତାର ସନ୍ତାନ ଚାକିରି ଆଦି କଲେ ମଧ୍ୟ ଲୌକିକ ପିତା ମନେ ତ ରହିଥା’ନ୍ତି
ନା । କେହି ପଚାରିଲେ ତୁରନ୍ତ କହିଦେବେ ଆମେ ଅମୁକର ସନ୍ତାନ । ବୁଦ୍ଧିରେ ବାପାର ସମ୍ପତ୍ତି ମଧ୍ୟ
ମନେ ରହିଥାଏ । ତୁମେ ମଧ୍ୟ ବାବାଙ୍କ ସନ୍ତାନ ହୋଇଛ ତେଣୁ ତାଙ୍କର ସମ୍ପତ୍ତିକୁ ମଧ୍ୟ ମନେ ରଖିବା
ଉଚିତ୍ । କେବଳ ବାବାଙ୍କୁ ମନେ ପକାଇବାକୁ ହେବ ଆଉ କାହା ସହିତ ସମ୍ବନ୍ଧ ରଖିବା ଅନୁଚିତ ।
ଆତ୍ମାରେ ହିଁ ସମସ୍ତ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି ଯାହା ପ୍ରକଟ (ଇମର୍ଜ )ହେଉଛି । ଏହି
ବ୍ରାହ୍ମଣ କୂଳରେ ତୁମର ଯେଉଁ କଳ୍ପ କଳ୍ପର ପାର୍ଟ ଚାଲିଛି ତାହା ହିଁ ଇମର୍ଜ ହେଉଛି । ବାବା
ବୁଝାଉଛନ୍ତି - ଶିବବାବାଙ୍କୁ ମନେ ପକାଇ ପକାଇ ଖାଦ୍ୟ ପ୍ରସ୍ତୁତ କର, ମିଠା ପ୍ରସ୍ତୁତ କର ।
ଶିବବାବାଙ୍କୁ ମନେ ପକାଇ ପକାଇ ମିଠା ପ୍ରସ୍ତୁତ କଲେ ମିଠା ଖାଇବା ବ୍ୟକ୍ତିର ମଧ୍ୟ କଲ୍ୟାଣ ହେବ
। କେଉଁଠି କେଉଁଠି ସାକ୍ଷାତ୍କାର ମଧ୍ୟ ହୋଇପାରେ । ବ୍ରହ୍ମାଙ୍କର ମଧ୍ୟ ସାକ୍ଷାତ୍କାର
ହୋଇପାରିବ । ପେଟରେ ଶୁଦ୍ଧ ଅନ୍ନ ପଡ଼ିଲେ ବ୍ରହ୍ମାଙ୍କର, କୃଷ୍ଣଙ୍କର, ଶିବଙ୍କର ମଧ୍ୟ ସାକ୍ଷାତ୍କାର
କରିପାରିବେ । ବ୍ରହ୍ମା ଏଠାରେ ଅଛନ୍ତି । ବ୍ରହ୍ମାକୁମାର କୁମାରୀଙ୍କର ତ ନାମ ରହିଛି ନା ।
ଅନେକଙ୍କୁ ସାକ୍ଷାତ୍କାର ହେବ, କାହିଁକି ନା ତୁମେ ବାବାଙ୍କୁ ମନେ ପକାଉଛ ନା । ବାବା ବହୁତ
ଉପାୟ ମଧ୍ୟ ବତାଉଛନ୍ତି । ସେମାନେ ମୁଖ ଦ୍ୱାରା ରାମ-ରାମ କହୁଛନ୍ତି, ତୁମକୁ ମୁଖ ଦ୍ୱାରା କିଛି
କହିବାର ଆବଶ୍ୟକତା ନାହିଁ । ଯେପରି ଶିଖ୍ମାନେ ଭାବୁଛନ୍ତି ଗୁରୁ ନାନକଙ୍କୁ ଭୋଗ ଲଗାଉଛୁ, ତୁମେ
ମଧ୍ୟ ଭାବୁଛ ଆମେ ଶିବବାବାଙ୍କୁ ଭୋଗ ଲଗାଇବା ପାଇଁ ଭୋଜନ ପ୍ରସ୍ତୁତ କରୁଛୁ । ଶିବବାବାଙ୍କୁ ମନେ
ପକାଇ ପକାଇ ଭୋଜନ ପ୍ରସ୍ତୁତ କରିଲେ ବହୁତଙ୍କର କଲ୍ୟାଣ ହୋଇପାରିବ । ସେହି ଭୋଜନରେ ଶକ୍ତି
ଆସିଥାଏ, ସେଥିପାଇଁ ବାବା ଭୋଜନ ପ୍ରସ୍ତୁତକର୍ତ୍ତାମାନଙ୍କୁ ମଧ୍ୟ କହୁଛନ୍ତି ଶିବବାବାଙ୍କୁ ମନେ
ପକାଇ ଭୋଜନ ତିଆରି କରୁଛ? ଲେଖା ମଧ୍ୟ ଯାଇଛି ଶିବବାବା ମନେ ଅଛନ୍ତି? ବାବାଙ୍କ ସ୍ମୃତିରେ ଭୋଜନ
ପ୍ରସ୍ତୁତ କଲେ ଖାଇଲା ବାଲାଙ୍କୁ ମଧ୍ୟ ଶକ୍ତି ମିଳିବ ଏବଂ ହୃଦୟ ମଧ୍ୟ ଶୁଦ୍ଧ ହୋଇଯିବ । ବ୍ରହ୍ମା
ଭୋଜନର ଗାୟନ ମଧ୍ୟ ରହିଛି ନା । ବ୍ରାହ୍ମଣମାନଙ୍କ ଦ୍ୱାରା ପ୍ରସ୍ତୁତ ଭୋଜନ ଦେବତାମାନେ ମଧ୍ୟ
ପସନ୍ଦ କରିଥାନ୍ତି । ଏ କଥା ମଧ୍ୟ ଶାସ୍ତ୍ରରେ ରହିଛି । ବ୍ରାହ୍ମଣମାନଙ୍କ ଦ୍ୱାରା ପ୍ରସ୍ତୁତ
ଭୋଜନକୁ ଖାଇବା ଦ୍ୱାରା ବୁଦ୍ଧି ଶୁଦ୍ଧ ହୋଇଯାଏ ଏବଂ ଶକ୍ତି ମଧ୍ୟ ମିଳିଥାଏ । ବ୍ରହ୍ମା ଭୋଜନର
ବହୁତ ମହିମା ରହିଛି । ବ୍ରହ୍ମା ଭୋଜନ ପ୍ରତି ଯାହାଙ୍କର ସମ୍ମାନ ରହିଥାଏ ସେମାନେ ଥାଳି ଧୋଇ କରି
ମଧ୍ୟ ପିଇ ଦେଇଥା’ନ୍ତି । ବହୁତ ଉଚ୍ଚ ଭାବନା ରଖିଥା’ନ୍ତି । ଭୋଜନ ବିନା ତ କେହି ରହିପାରିବେ
ନାହିଁ । ଦୁର୍ଭିକ୍ଷ ସମୟରେ ଭୋଜନ ବିନା ମରିଯାଇଥା’ନ୍ତି ନା । ଆତ୍ମା ହିଁ ଭୋଜନ ଖାଇଥାଏ, ଏହି
କର୍ମେନ୍ଦ୍ରିୟ ଦ୍ୱାରା ସେ ସ୍ୱାଦ ନେଇଥାଏ ଏବଂ ଭଲ-ମନ୍ଦ ଆତ୍ମା ହିଁ କହିଥାଏ ଏହା ବହୁତ
ସ୍ୱାଦିଷ୍ଟ, ଶକ୍ତିଯୁକ୍ତ ଅଟେ । ଆଗକୁ ଗଲେ ଯେପରି ତୁମର ଉନ୍ନତି ହୋଇଯିବ ସେହିପରି ଭୋଜନ ମଧ୍ୟ
ତୁମକୁ ମିଳିବ, ସେଥିପାଇଁ ପିଲାମାନଙ୍କୁ କହୁଛନ୍ତି ଶିବବାବାଙ୍କୁ ମନେ ପକାଇ ଭୋଜନ ପ୍ରସ୍ତୁତ କର
। ବାବା ଯାହା ବୁଝାଉଛନ୍ତି ତାକୁ କାର୍ଯ୍ୟ ବ୍ୟବହାରରେ ଆଣିବା ଦରକାର ନା ।
ତୁମେ ହେଉଛ ବାପଘର
ପକ୍ଷର, ଶ୍ୱଶୁର ଘରକୁ ଯାଉଛ । ସୂକ୍ଷ୍ମଲୋକରେ ମଧ୍ୟ ପରସ୍ପର ସହିତ ମିଶିଥା’ନ୍ତି । ଭୋଗ ନେଇ
ଯାଇଥା’ନ୍ତି । ଦେବତାମାନଙ୍କୁ ଭୋଗ ଲଗାଇଥା’ନ୍ତି ନା । ଦେବତାମାନେ ଆସିଥା’ନ୍ତି ତୁମେ
ବ୍ରାହ୍ମଣମାନେ ସେଠାକୁ ଯାଇଥାଅ । ସେଠାରେ ସଭା ଲାଗିଥାଏ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କୌଣସି ବି
କଥାରେ ଚିନ୍ତା କରିବାର ନାହିଁ କାରଣ ଏହି ଡ୍ରାମା ବିଲ୍କୁଲ୍ ସଠିକ୍ ଭାବରେ ତିଆରି ହୋଇଛି । ସବୁ
ଆତ୍ମା ରୂପୀ ଅଭିନେତାମାନେ ଏଥିରେ ନିଜ-ନିଜର ଅଭିନୟ କରୁଛନ୍ତି ।
(୨) ଜୀବନମୁକ୍ତ ପଦ
ପାଇବା ପାଇଁ ବା ସଦା ସୁଖୀ ହେବା ପାଇଁ ଭିତରେ ଭିତରେ ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିବାକୁ
ହେବ । ମୁଖରେ କିଛି ବି କହିବାର ନାହିଁ । ଭୋଜନ ପ୍ରସ୍ତୁତ କରିବା ସମୟରେ ବା ସ୍ୱୀକାର କରିବା
ସମୟରେ ନିଶ୍ଚିତ ଭାବରେ ବାବାଙ୍କ ସ୍ମୃତିରେ ରହିବାର ଅଛି ।
ବରଦାନ:-
ସ୍ୱାର୍ଥ, ଈର୍ଷା
ଏବଂ ଚିଡ-ଚିଡା ହେବାଠାରୁ ମୁକ୍ତ ରହି କ୍ରୋଧମୁକ୍ତ ହୁଅ ।
କୌଣସି ସେବାର ବିଚାର
ପଛକେ ଦିଅ, ସେବା କରିବା ପାଇଁ ନିଜ ଆଡୁ ପ୍ରସ୍ତାବ ମଧ୍ୟ ଦିଅ, କିନ୍ତୁ ନିଜର ବିଚାର ଦେବା ପରେ
ସେହି ବିଚାରକୁ ଇଚ୍ଛାରେ ପରିବର୍ତ୍ତନ କର ନାହିଁ, କାରଣ ସଂକଳ୍ପ ଯେତେବେଳେ ଇଚ୍ଛାରେ
ପରିବର୍ତ୍ତନ ହୋଇଯାଏ ସେତେବେଳେ ଚିଡ୍ଚିଡାପଣିଆ ଆସିଯାଏ । ତେଣୁ ନିଃସ୍ୱାର୍ଥପର ଭାବରେ ନିଜର
ବିଚାର ଦିଅ, ସ୍ୱାର୍ଥ ରଖି ନୁହେଁ । ଯେହେତୁ ମୁଁ କହିଛି ତେଣୁ ନିହାତି ହେବା ଦରକାର - ଏଭଳି
ଭାବ ନାହିଁ, ପ୍ରସ୍ତାବ ଦିଅ କିନ୍ତୁ କାହିଁକି, କ’ଣରେ ଆସ ନାହିଁ ନଚେତ୍ ଈର୍ଷା, ଘୃଣା ଇତ୍ୟାଦି
ଗୋଟିଏ ପରେ ଗୋଟିଏ ସାଥୀ ହୋଇ ଆସିଯିବେ । ସ୍ୱାର୍ଥ ବା ଈର୍ଷା କାରଣରୁ ମଧ୍ୟ କ୍ରୋଧର ଉତ୍ପତ୍ତି
ହୋଇଥାଏ, ତେଣୁ ଏବେ ଏଥିରୁ ମଧ୍ୟ ମୁକ୍ତ ହୁଅ ।
ସ୍ଲୋଗାନ:-
ଶାନ୍ତିଦୂତ ହୋଇ
ସମସ୍ତଙ୍କୁ ଶାନ୍ତି ଦେବା - ଏହା ହିଁ ତୁମମାନଙ୍କର କର୍ତ୍ତବ୍ୟ ।