02.10.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସବୁଠାରୁ ମଧୁର ଅକ୍ଷର ହେଲା “ବାବା”, ତୁମ ମୁଖରୁ ସର୍ବଦା ବାବା-ବାବା ଶବ୍ଦ ବାହାରୁ, ସମସ୍ତଙ୍କୁ ଶିବବାବାଙ୍କର ପରିଚୟ ଦେଇଚାଲ ’’ ।

ପ୍ରଶ୍ନ:-
ସତ୍ୟଯୁଗରେ ମନୁଷ୍ୟଙ୍କ ଠାରୁ ଜୀବଜନ୍ତୁ ପର୍ଯ୍ୟନ୍ତ କେହି ବି ରୋଗୀ ହେବେ ନାହିଁ, କାହିଁକି?

ଉତ୍ତର:-
କାହିଁକି ନା ସଂଗମଯୁଗରେ ବାବା ସମସ୍ତ ଆତ୍ମାମାନଙ୍କର ଏବଂ ବେହଦ ସୃଷ୍ଟିର ଏପରି ଅପରେସନ୍ କରି ଦେଉଛନ୍ତି, ଯାହାକି ରୋଗର ଚିହ୍ନ-ବର୍ଣ୍ଣ ହିଁ ରହୁ ନାହିଁ କାରଣ ବାବା ହେଉଛନ୍ତି ଅବିନାଶୀ ସର୍ଜନ ଅର୍ଥାତ୍ ଡାକ୍ତର । ବର୍ତ୍ତମାନ ସାରା ସୃଷ୍ଟି ଯାହାକି ରୋଗୀ ହୋଇଯାଇଛି, ସେହି ସୃଷ୍ଟିରେ ପୁଣି ଦୁଃଖର କୌଣସି ଚିହ୍ନ-ବର୍ଣ୍ଣ ରହିବ ନାହିଁ । ଏଠାର ଦୁଃଖରୁ ମୁକ୍ତ ରହିବା ପାଇଁ ବହୁତ-ବହୁତ ବାହାଦୁର ହେବାକୁ ପଡିବ ।

ଗୀତ:-
ତୁହ୍ମେଁ ପାକେ ହମନେ...

ଓମ୍ ଶାନ୍ତି ।
ଦୁଇଥର ଓମ୍ ଶାନ୍ତି ମଧ୍ୟ କହିପାରିବ । ଏହାଦ୍ୱାରା ଆତ୍ମା ନିଜର ପରିଚୟ ଦେଉଛି । ମୁଁ ଆତ୍ମା ଶାନ୍ତ ସ୍ୱରୂପ । ଆତ୍ମାର ନିବାସ ସ୍ଥାନ ଶାନ୍ତିଧାମ ଅଟେ ଏବଂ ଆମେ ସମସ୍ତେ ବାବାଙ୍କର ସନ୍ତାନ । ସବୁ ଆତ୍ମାମାନେ ଓମ୍ କହୁଛନ୍ତି, ସେଠାରେ ଆମେ ସମସ୍ତେ ଭାଇ-ଭାଇ, ପୁଣି ଏଠାରେ ଭାଇ-ଭଉଣୀ ହେଉଛୁ । ଏବେ ଭାଇ-ଭଉଣୀରୁ ସମ୍ପର୍କ ଆରମ୍ଭ ହେଉଛି । ବାବା ବୁଝାଉଛନ୍ତି ସମସ୍ତେ ମୋର ସନ୍ତାନ, ବ୍ରହ୍ମାଙ୍କର ମଧ୍ୟ ତୁମେ ସନ୍ତାନ ସେଥିପାଇଁ ଭାଇ-ଭଉଣୀ ଅଟ । ତୁମର ଆଉ କୌଣସି ସମ୍ବନ୍ଧ ନାହିଁ । ପ୍ରଜାପିତାଙ୍କର ସନ୍ତାନ ବ୍ରହ୍ମାକୁମାର-କୁମାରୀ ଅଟ । ପୁରୁଣା ଦୁନିଆକୁ ପରିବର୍ତ୍ତନ କରିବା ପାଇଁ ବର୍ତ୍ତମାନ ବାବା ହିଁ ଆସୁଛନ୍ତି । ବାବା ବ୍ରହ୍ମାଙ୍କ ଦ୍ୱାରା ହିଁ ପୁଣି ନୂଆ ସୃଷ୍ଟି ରଚନା କରୁଛନ୍ତି । ବ୍ରହ୍ମାଙ୍କ ସହିତ ମଧ୍ୟ ସମ୍ବନ୍ଧ ରହିଛି ନା । ଏହି ଯୁକ୍ତି ମଧ୍ୟ କେତେ ଭଲ । ତୁମେ ସମସ୍ତେ ବ୍ରହ୍ମାକୁମାର-କୁମାରୀ । ନିଜକୁ ଆତ୍ମା ଅନୁଭବ କରି ବାବାଙ୍କୁ ମନେ ପକାଇ ପରସ୍ପର ଭାଇ-ଭଉଣୀ ଭାବିବା ଦରକାର । ବିକାରୀ ଦୃଷ୍ଟି ରଖିବା ଅନୁଚିତ୍ । ଏଠାରେ ତ କୁମାର-କୁମାରୀମାନେ ଯେତେ ବଡ ହୁଅନ୍ତି ଆଖି ମଧ୍ୟ କ୍ରିମିନାଲ୍ ହୋଇଯାଏ ପୁଣି ବିକାରୀ କାର୍ଯ୍ୟ କରିଥା’ନ୍ତି । ରାବଣ ରାଜ୍ୟରେ ବିକାରୀ କାର୍ଯ୍ୟ ହୋଇଥାଏ । ସତ୍ୟଯୁଗରେ ବିକାରୀ କାର୍ଯ୍ୟ ହୁଏ ନାହିଁ । ବିକାରୀ ଅକ୍ଷର ହିଁ ନ ଥାଏ । ଏଠାରେ ତ ବହୁତ ବିକାରୀ କାର୍ଯ୍ୟ ହେଉଛି । ସେମାନଙ୍କ ପାଇଁ ପୁଣି କୋର୍ଟ ଆଦି ମଧ୍ୟ ରହିଛି । ସେଠାରେ କୋର୍ଟ ଆଦି ରହେ ନାହିଁ । ଆଶ୍ଚର୍ଯ୍ୟର କଥା ଅଟେ ନା । ନା ପୁଲିସ୍‌, ନା ଜେଲ୍ ନା ଚୋର ଆଦି ରହିବେ । ଏ ସବୁ ଦୁଃଖର କଥା ଯାହା ଏଠାରେ ହିଁ ହେଉଛି, ସେଥିପାଇଁ ପିଲାମାନଙ୍କୁ ବୁଝାଯାଉଛି, ଏହା ତ ହେଉଛି ହାର ଜିତ୍ ଏବଂ ସୁଖ-ଦୁଃଖର ଖେଳ । ଏହାକୁ ମଧ୍ୟ ତୁମେ ହିଁ ବୁଝୁଛ । ଗାୟନ ରହିଛି ମାୟାଠାରୁ ହାରିବା ପରାଜୟ ଅଟେ । ବାବା ଆସି ଅଧାକଳ୍ପ ପର୍ଯ୍ୟନ୍ତ ମାୟା ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି । ପୁଣି ଅଧାକଳ୍ପ ମାୟାଠାରୁ ହାରିବାକୁ ପଡୁଛି । ଏହା କୌଣସି ନୂଆ କଥା ନୁହେଁ । ଏହା ତ ସାଧାରଣ ପଇସାକର ଖେଳ ପୁଣି ମୋତେ ମନେ ପକାଇ ନିଜର ରାଜ୍ୟ ଭାଗ୍ୟ ଅଧାକଳ୍ପ ପାଇଁ ନେଉଛ । ରାବଣ ରାଜ୍ୟରେ ମୋତେ ଭୁଲିଯାଇଥାଅ । ରାବଣ ଶତ୍ରୁ ଅଟେ, ତାକୁ ପ୍ରତ୍ୟେକ ବର୍ଷ ଭାରତବାସୀ ହିଁ ଜଳାଇଥା’ନ୍ତି । ଯେଉଁ ଦେଶରେ ବହୁତ ଭାରତବାସୀ ଥିବେ ସେଠାରେ ମଧ୍ୟ ଜଳାଉଥିବେ । କହନ୍ତି ଏହା ଭାରତବାସୀମାନଙ୍କର ଧର୍ମର ଉତ୍ସବ ଅଟେ । ଦଶହରା ପାଳନ କରୁଥିବାରୁ ପିଲାମାନଙ୍କୁ ସେ ସମ୍ବନ୍ଧରେ ବୁଝାଇବାକୁ ହେବ - ସେ ସବୁ ତ ହଦର କଥା । ବର୍ତ୍ତମାନ ତ ସାରା ବିଶ୍ୱରେ ରାବଣ ରାଜ୍ୟ ଚାଲିଛି । କେବଳ ଲଙ୍କାରେ ନୁହେଁ । ବିଶ୍ୱ ତ ବହୁତ ବଡ ଅଟେ ନା । ବାବା ବୁଝାଉଛନ୍ତି ଯେ ଏହି ସାରା ସୃଷ୍ଟି ସାଗର ଉପରେ ଛିଡା ଅଛି । ମନୁଷ୍ୟ କହୁଛନ୍ତି - ତଳେ ଏକ ବଳଦ ଅଥବା ଗାଈ ଅଛି ଯାହାର ଶିଙ୍ଘ ଉପରେ ସୃଷ୍ଟି ଛିଡା ହୋଇଛି ପୁଣି ଥକି ଗଲେ ଶିଙ୍ଘ ବଦଳାଇଥା’ନ୍ତି । ବାସ୍ତବରେ ଏପରି କଥା ତ ନୁହେଁ । ପୃଥିବୀ ତ ପାଣି ଉପରେ ଅଛି, ଚତୁର୍ଦ୍ଦିଗରେ ପାଣି ହିଁ ପାଣି ରହିଛି । ବର୍ତ୍ତମାନ ସାରା ଦୁନିଆରେ ରାବଣ ରାଜ୍ୟ ରହିଛି ପୁଣି ରାମ ଅଥବା ଈଶ୍ୱରୀୟ ରାଜ୍ୟ ସ୍ଥାପନ କରିବା ନିମନ୍ତେ ବାବାଙ୍କୁ ଆସିବାକୁ ପଡୁଛି । କେବଳ ଈଶ୍ୱର କହିବା ଦ୍ୱାରା କହିଦେଉଛନ୍ତି ଯେ ଈଶ୍ୱର ସର୍ବଶକ୍ତିମାନ୍ ଅଟନ୍ତି, ସବୁ କିଛି କରିପାରିବେ । ଫାଲତୁ ମହିମା ହୋଇଯାଉଛି । ବାବାଙ୍କ ସହ ଏତେ ସ୍ନେହ ରହୁ ନାହିଁ । ଏଠାରେ ଈଶ୍ୱରଙ୍କୁ ବାବା ବୋଲି କୁହାଯାଉଛି । ବାବା କହିବା ଦ୍ୱାରା ସମ୍ପତ୍ତି ମିଳିବା କଥା ଆସୁଛି । ଶିବବାବା କହୁଛନ୍ତି ସର୍ବଦା ବାବା-ବାବା କହିବା ଦରକାର । ଈଶ୍ୱର ଅଥବା ପ୍ରଭୁ ଆଦି ଅକ୍ଷର ଭୁଲିଯିବା ଉଚିତ୍ । ବାବା କହୁଛନ୍ତି ମାମେକମ୍ ଅର୍ଥାତ୍ ମୋତେ ମନେ ପକାଅ । ପ୍ରଦର୍ଶନୀ ଆଦିରେ ଯେବେ ବୁଝାଉଛ ତେବେ ଘଡିକୁ ଘଡି ଶିବବାବାଙ୍କର ପରିଚୟ ଦିଅ । ଏକମାତ୍ର ଶିବବାବା ସର୍ବୋଚ୍ଚ ଅଟନ୍ତି, ଯାହାଙ୍କୁ ଗଡ୍ ଫାଦର ବୋଲି କୁହାଯାଉଛି । ବାବା ଅକ୍ଷର ସବୁଠାରୁ ମିଠା ଅଟେ । ଶିବବାବା, ଶିବବାବା ମୁଖରୁ ବାହାରୁ । ମୁଖ ମନୁଷ୍ୟମାନଙ୍କର ରହିଛି । ଗାଈ ମୁଖରୁ ଏ ଶବ୍ଦ ବାହାରି ପାରିବ ନାହିଁ । ତୁମେ ହେଉଛ ଶିବଶକ୍ତି । ତୁମ ମୁଖ କମଳରୁ ଜ୍ଞାନ ଅମୃତ ବାହାରୁଛି । ତୁମର ନାମ ପ୍ରସିଦ୍ଧ କରିବା ପାଇଁ ଗୋମୁଖ କହିଦେଇଛନ୍ତି । ଗଙ୍ଗା ନିମନ୍ତେ ଏପରି କହିବେ ନାହିଁ । ମୁଖ କମଳରୁ ବର୍ତ୍ତମାନ ଅମୃତ ବାହାରୁଛି । ଜ୍ଞାନ ଅମୃତ ପିଇ ପୁଣି ବିଷ ପିଇପାରିବେ ନାହିଁ । ଅମୃତ ପିଇବା ଦ୍ୱାରା ତୁମେ ଦେବତା ହେଉଛ । ଏବେ ମୁଁ ଆସିଛି - ଅସୁରମାନଙ୍କୁ ଦେବତା କରାଇବା ପାଇଁ । ତୁମେ ଏବେ ଦୈବୀ ସମ୍ପ୍ରଦାୟ ହେଉଛ । ସଂଗମଯୁଗ କେବେ, କିପରି ହେଉଛି, ଏ କଥା ମଧ୍ୟ କାହାକୁ ଜଣା ନାହିଁ । ତୁମେ ଜାଣିଛ ଯେ ଆମେ ବ୍ରହ୍ମାକୁମାର-କୁମାରୀ ପୁରୁଷୋତ୍ତମ ସଂଗମଯୁଗୀ ଅଟୁ । ବାକି ସମସ୍ତ ମନୁଷ୍ୟ କଳିଯୁଗୀ ଅଟନ୍ତି । ତୁମର ସଂଖ୍ୟା କେତେ କମ୍ । ତୁମ ପାଖରେ କଳ୍ପବୃକ୍ଷର ଜ୍ଞାନ ମଧ୍ୟ ରହିଛି । ବୃକ୍ଷ ପ୍ରଥମେ ଛୋଟ ହୋଇ ପରେ ବୃଦ୍ଧି ହୋଇଥାଏ । କେତେ ଉଦ୍ଭାବନ ବାହାର କରୁଛନ୍ତି ଯେ ପିଲା କିପରି କମ୍ ଜନ୍ମ ହେବେ । କିନ୍ତୁ ମନୁଷ୍ୟ କିଛି ଚାହୁଁଛି, ହେଉଛି ଅନ୍ୟ କିଛି । ସମସ୍ତଙ୍କର ମୃତ୍ୟୁ ତ ହେବ ନିଶ୍ଚୟ । ମନେକର ଫସଲ ବହୁତ ଭଲ ହୋଇଥିବ, କିନ୍ତୁ ଅଧିକ ବର୍ଷା ହେବା ଦ୍ୱାରା କେତେ କ୍ଷତି ହୋଇଯାଉଛି । ପ୍ରାକୃତିକ ବିପର୍ଯ୍ୟୟକୁ ତ କେହି ଜାଣି ନ ଥାନ୍ତି । ଏଠାରେ ତ କୌଣସି କଥାର ଠିକଣା ନାହିଁ । କେଉଁଠି କେଉଁଠି ଫସଲ ଉପରେ ଯଦି ବରଫ ପଡୁଛି ତେବେ କେତେ କ୍ଷତି ହୋଇଯାଉଛି । ବର୍ଷା ନ ହେଲେ ମଧ୍ୟ କ୍ଷତି, ଏହାକୁ ପ୍ରାକୃତିକ ବିପର୍ଯ୍ୟୟ କୁହାଯାଉଛି । ଏସବୁ ତ ବହୁତ ହେବ, ଏଥିରୁ ବଞ୍ଚିବା ନିମନ୍ତେ ବହୁତ ବାହାଦୁର ହେବାକୁ ପଡିବ । କାହାର ଅପରେସନ୍ ହେଲେ, କେତେକ ଏସବୁ ଦେଖିପାରନ୍ତି ନାହିଁ, ଦେଖିବାମାତ୍ରେ ହିଁ ବେହୋସ ହୋଇଯାଆନ୍ତି । ବର୍ତ୍ତମାନ ଏହି ସାରା ଛି-ଛି ବିକାରୀ ସୃଷ୍ଟିର ଅପରେସନ୍ ହେବ । ବାବା କହୁଛନ୍ତି ମୁଁ ଆସି ସମସ୍ତଙ୍କର ଅପରେସନ୍ କରୁଛି । ବର୍ତ୍ତମାନ ସମଗ୍ର ସୃଷ୍ଟି ରୋଗୀ ହୋଇଯାଇଛି । ବାବାଙ୍କର ନାମ ମଧ୍ୟ ଅବିନାଶୀ ସର୍ଜନ ଅଟେ । ସେ ସାରା ବିଶ୍ୱର ଅପରେସନ୍ କରିଦେବେ, ଫଳରେ ବିଶ୍ୱବାସୀଙ୍କୁ କେବେ ଦୁଃଖ ହେବ ନାହିଁ । କେତେ ବଡ ସର୍ଜନ ଅଟନ୍ତି । ଆତ୍ମାମାନଙ୍କର ଅପରେସନ୍ ସହିତ ବେହଦ ସୃଷ୍ଟିର ମଧ୍ୟ ଅପରେସନ୍ କରିବାବାଲା ଅଟନ୍ତି । ସେଠାରେ ମନୁଷ୍ୟ କ’ଣ ଜୀବଜନ୍ତୁ ମଧ୍ୟ ରୋଗୀ ହେବେ ନାହିଁ । ବାବା ବୁଝାଉଛନ୍ତି ମୋର ଏବଂ ପିଲାମାନଙ୍କର ଅଭିନୟ କ’ଣ । ଏହାକୁ କୁହାଯାଉଛି ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଯାହା ତୁମେ ହିଁ ଗ୍ରହଣ କରୁଛ । ପିଲାମାନଙ୍କର ପ୍ରଥମେ ଏହି ଖୁସି ରହିବା ଉଚିତ୍ ।

ଆଜି ସତଗୁରୁବାର ଅଟେ, ସର୍ବଦା ସତ କହିବା ଉଚିତ୍ । ବ୍ୟାପାରରେ ମଧ୍ୟ କହିଥାନ୍ତି ନା - ସତ୍ୟ କୁହ । ଠକାମି କର ନାହିଁ । ତଥାପି ଲୋଭଗ୍ରସ୍ତ ହୋଇ ଅଧିକ ଦାମ କହି ସଊଦା କରିଥା’ନ୍ତି । କେହି କେବେ ସତ୍ୟ କହୁନାହାଁନ୍ତି । ମିଛ ହିଁ ମିଛ କହୁଛନ୍ତି ସେଥିପାଇଁ ସତକୁ ମନେ ପକାଉଛନ୍ତି । କହନ୍ତି ନା - ସତ ନାମ ସଙ୍ଗ ହୈ । ଏବେ ତୁମେ ଜାଣୁଛ ଯେଉଁ ବାବା ସତ୍ୟ ଅଟନ୍ତି, ସେ ହିଁ ଆମ ଆତ୍ମାମାନଙ୍କର ସଙ୍ଗରେ ଯିବେ । ବର୍ତ୍ତମାନ ସତ୍ୟ ସହିତ ତୁମ ଆତ୍ମାମାନଙ୍କର ସଙ୍ଗ ହୋଇଥିବାରୁ ତୁମେ ହିଁ ସାଥିରେ ଯିବ । ତୁମେମାନେ ଜାଣିଛ ଯେ ଶିବବାବା ଆସିଛନ୍ତି, ଯାହାଙ୍କୁ ଟ୍ରୁଥ୍ ବା ସତ୍ୟ ବୋଲି କୁହାଯାଉଛି । ସେ କଳ୍ପରେ ଥରେ ମାତ୍ର ଆମ ଆତ୍ମାମାନଙ୍କୁ ପବିତ୍ର କରାଇ ସାଥିରେ ନେଇଯିବେ । ସତ୍ୟଯୁଗରେ ଏପରି କହନ୍ତି ନାହିଁ ଯେ ରାମ-ରାମ ସଂଗ କର ବା ସତ୍‌ନାମ ସଂଗ କର । ନା । ବାବା କହୁଛନ୍ତି ଏବେ ମୁଁ ତୁମମାନଙ୍କ ପାଖକୁ ଆସିଛି, ନୟନ ଉପରେ ବସାଇ ନେଇଯିବି । ଏହା ନୟନ ନୁହେଁ, ତୃତୀୟ ନେତ୍ର । ତୁମେ ଜାଣିଛ ବର୍ତ୍ତମାନ ବାବା ଆସିଛନ୍ତି - ସାଥିରେ ନେଇଯିବେ । ଶଙ୍କରଙ୍କର ବରଯାତ୍ରୀ ନୁହେଁ, ଏହା ଶିବ ସନ୍ତାନମାନଙ୍କର ବରଯାତ୍ରୀ ଅଟେ । ସେ ପତିମାନଙ୍କର ପତି ମଧ୍ୟ ଅଟନ୍ତି । କହୁଛନ୍ତି ତୁମେ ସମସ୍ତେ କନ୍ୟା ଅଟ । ମୁଁ ବର ଅଟେ । ତୁମେ ସମସ୍ତେ ପ୍ରେମିକା ଅଟ । ମୁଁ ହେଉଛି ପ୍ରେମିକ । ପ୍ରେମିକ ଜଣେ ଥା’ନ୍ତି ନା । ତୁମେମାନେ ଅଧାକଳ୍ପରୁ ମୁଁ ପ୍ରେମିକର ପ୍ରେମିକା ହୋଇଛ । ବର୍ତ୍ତମାନ ମୁଁ ଆସିଛି, ତୁମେ ସମସ୍ତେ ଭକ୍ତିନୀ ଅଟ । ଭକ୍ତମାନଙ୍କର ରକ୍ଷାକର୍ତ୍ତା ଭଗବାନ ଅଟନ୍ତି । ଶରୀର ସହିତ ଆତ୍ମା ଭକ୍ତି କରୁଛି । ସତ୍ୟଯୁଗ ତ୍ରେତାରେ ଭକ୍ତି ନ ଥାଏ । ଭକ୍ତିର ଫଳ ସତ୍ୟଯୁଗରେ ଭୋଗ କରୁଛ, ଯାହା ବର୍ତ୍ତମାନ ପିଲାମାନଙ୍କୁ ଦିଆଯାଉଛି । ସେ ତୁମର ପ୍ରେମିକ ଅଟନ୍ତି, ଯିଏକି ତୁମକୁ ସାଥିରେ ନେଇଯିବେ ପୁଣି ତୁମେ ନିଜର ପୁରୁଷାର୍ଥ ଅନୁସାରେ ରାଜ୍ୟ-ଭାଗ୍ୟ ନେବ । ଏକଥା କେଉଁଠାରେ ମଧ୍ୟ ଲେଖାଯାଇନାହିଁ । କହନ୍ତି ଶଙ୍କର ପାର୍ବତୀଙ୍କୁ ଅମରକଥା ଶୁଣାଇଥିଲେ । ତୁମେ ସମସ୍ତେ ପାର୍ବତୀ ଅଟ । ମୁଁ କଥା ଶୁଣାଉଥିବା ଅମରନାଥ ଅଟେ । ଜଣଙ୍କୁ ହିଁ ଅମରନାଥ କୁହାଯାଉଛି । ଶିବବାବା ସର୍ବୋଚ୍ଚ ଅଟନ୍ତି, ତାଙ୍କର ତ ନିଜର ଦେହ ନାହିଁ, କହୁଛନ୍ତି ମୁଁ ଅମରନାଥ ତୁମମାନଙ୍କୁ ଅମରକଥା ଶୁଣାଉଛି । ଶଙ୍କର-ପାବର୍ତୀ ଏଠାରେ କେଉଁଠୁ ଆସିଲେ । ସେମାନେ ସୂକ୍ଷ୍ମବତନରେ ହିଁ ରହିଛନ୍ତି, ଯେଉଁଠି ସୂର୍ଯ୍ୟ-ଚନ୍ଦ୍ରଙ୍କର ଆଲୋକ ମଧ୍ୟ ରହେ ନାହିଁ ।

ସତ୍ୟ ବାବା ଏବେ ତୁମକୁ ସତ୍ୟ କଥା ଶୁଣାଉଛନ୍ତି । ବାବାଙ୍କ ବିନା ସତ୍ୟ କଥା କେହି ଶୁଣାଇପାରିବେ ନାହିଁ । ଏକଥା ମଧ୍ୟ ଜାଣିଛ ଯେ ବିନାଶ ହେବାରେ ସମୟ ଲାଗୁଛି । କେତେ ବଡ ଦୁନିଆ ଅଟେ, କେତେ ଘରଦ୍ୱାର ସବୁ ମାଟିରେ ମିଶିଯିବ । ଭୂମିକମ୍ପରେ କେତେ କ୍ଷତି ହେଉଛି । କେତେ ମରୁଛନ୍ତି । ବାକି ତୁମର ଛୋଟ ଗଛଟିଏ ରହିବ ଅର୍ଥାତ୍ ଜନସଂଖ୍ୟା ବହୁତ କମ୍ ରହିବେ । ଦିଲ୍ଲୀ ପରିସ୍ତାନ ହୋଇଯିବ । ଗୋଟିଏ ହିଁ ପରିସ୍ତାନରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଚାଲିଥାଏ । କେତେ ବଡ-ବଡ ମହଲ ହେବ । ଏବେ ବେହଦର ସମ୍ପତ୍ତି ମିଳୁଛି । ତୁମକୁ କିଛି ଖର୍ଚ୍ଚ କରିବାକୁ ପଡୁନାହିଁ । ବାବା କହୁଛନ୍ତି ଏହାଙ୍କ (ବ୍ରହ୍ମାଙ୍କ) ସମୟରେ କେତେ ଶସ୍ତାରେ ଶସ୍ୟ ମିଳୁଥିଲା । ତେବେ ଚିନ୍ତା କର ସତ୍ୟଯୁଗରେ ଖାଦ୍ୟଶସ୍ୟ କେତେ ଶସ୍ତା ହେବ । ଦିଲ୍ଲୀ ପରି ଜଣ-ଜଣଙ୍କର ଘର ଏବଂ ଜାଗା ରହିବ । ମିଠା ନଦୀ କୂଳରେ ତୁମର ରାଜ୍ୟ ଚାଲିବ । ଜଣ-ଜଣଙ୍କର କ’ଣ ନ ରହିବ । ସର୍ବଦା ଅନ୍ନ ମିଳିବ । ସେଠାକାର ଫଳ-ଫୁଲ ମଧ୍ୟ କେତେ ବଡ-ବଡ ହେବ, ସାକ୍ଷାତକାରରେ ଦେଖୁଛ । ତୁମେ ସୁବିରସ ପିଇକରି ଆସୁଛ । କହୁଥିଲେ ସେଠାରେ ମାଳୀ ଅଛନ୍ତି । ମାଳୀ ତ ନିଶ୍ଚୟ ବୈକୁଣ୍ଠରେ ବା ନଦୀ କୂଳରେ ରହିବେ । ସେଠାରେ କେତେ କମ୍ ଲୋକ ରହିବେ । କେଉଁଠି ବର୍ତ୍ତମାନ ଏତେ କୋଟି ମନୁଷ୍ୟ କେଉଁଠି ପୁଣି ୯ ଲକ୍ଷ ରହିବେ ଏବଂ ସାରା ବିଶ୍ୱ ହିଁ ତୁମର ହୋଇଯିବ । ବାବା ଏପରି ରାଜତ୍ୱ ଦେଉଛନ୍ତି ଯାହାକୁ ଆମ ପାଖରୁ କେହି ଛଡାଇ ନେଇପାରିବେ ନାହିଁ । ଧରିତ୍ରୀ, ଆକାଶ ସବୁର ତୁମେ ମାଲିକ ହେବ । ଗୀତ ମଧ୍ୟ ପିଲାମାନେ ଶୁଣିଲେ । ଏପରି ୬-୮ଟି ଗୀତ ଅଛି ଯାହାକୁ ଶୁଣିବା ଦ୍ୱାରା ଖୁସିର ନିଶା ଚଢିଥାଏ । ଦେଖ ଯଦି ସ୍ଥିତି ବିଗିଡି ଯାଇଛି, ତେବେ ଗୀତ ବଜାଇଦିଅ । ଏହା ହେଲା ଖୁସିର ଗୀତ । ତୁମେ ତ ଅର୍ଥ ମଧ୍ୟ ଜାଣିଛ । ନିଜକୁ ହର୍ଷିତମୁଖ କରାଇବା ପାଇଁ ବାବା ବହୁତ ଯୁକ୍ତି ବତାଉଛନ୍ତି । ବାବାଙ୍କୁ ଲେଖୁଛନ୍ତି ବାବା ଏତେ ଖୁସି ରହୁ ନାହିଁ । ମାୟାର ତୋଫାନ ଆସୁଛି । ଆରେ ମାୟାର ତୋଫାନ ଆସିଲେ - ତୁମେ ବାଜା ବଜାଅ । ଖୁସି ନିମନ୍ତେ ବଡ-ବଡ ମନ୍ଦିର ଦ୍ୱାରରେ ବାଜା ବାଜିଥାଏ । ବମ୍ବେର ମାଧବବାଗ ଲକ୍ଷ୍ମୀ-ନାରାୟଣ ମନ୍ଦିର ଦ୍ୱାରରେ ବି ବାଜା ବାଜିଥାଏ । ତୁମକୁ କହୁଛନ୍ତି ଏହି ସିନେମାର ରେକର୍ଡ କାହିଁକି ବଜାଉଛ । ତାଙ୍କୁ କ’ଣ ଜଣା ଏହା ବି ଡ୍ରାମା ଅନୁସାରେ କାମରେ ଆସିବା ଜିନିଷ ଅଟେ । ଏହାର ଅର୍ଥ କେବଳ ତୁମେ ପିଲାମାନେ ହିଁ ବୁଝୁଛ । ଏହାକୁ ଶୁଣିବା ଦ୍ୱାରା ଖୁସି ହୋଇଯିବେ । କିନ୍ତୁ ପିଲାମାନେ ଭୁଲିଯାଇଥା’ନ୍ତି । ଘରେ ଯଦି କେହି ଦୁଃଖୀ ହୋଇଛନ୍ତି ତେବେ ଗୀତ ଶୁଣିଲେ ବହୁତ ଖୁସି ହୋଇଯିବେ । ଏହା ବହୁତ ମୂଲ୍ୟବାନ ଜିନିଷ ଅଟେ । କାହା ଘରେ ଝଗଡା ହେଉଛି ତାଙ୍କୁ କୁହ - ଭଗବାନୁବାଚ କାମ ମହାଶତ୍ରୁ ଅଟେ । ଏହା ଉପରେ ବିଜୟ ପ୍ରାପ୍ତ କଲେ ଆମେ ବିଶ୍ୱର ମାଲିକ ହେବା ପୁଣି ଆମ ଉପରେ ଫୁଲର ବର୍ଷା ହୋଇ, ଜୟଜୟକାର ହେବ । ସୁନାର ଫୁଲ ବରଷିବ । ତୁମେ ଏବେ କଣ୍ଟାରୁ ସୁନାର ଫୁଲ ହେଉଛ ନା । ପୁଣି ତୁମର ଅବତରଣ ହେବ, ଫୁଲ ବର୍ଷା ହେଉ ନାହିଁ କିନ୍ତୁ ତୁମେ ଫୁଲ ହୋଇ ଆସୁଛ । ମନୁଷ୍ୟ ଭାବୁଛନ୍ତି ସୁନାର ଫୁଲ ବର୍ଷା ହୁଏ । ଜଣେ ରାଜକୁମାର ବିଦେଶ ଗଲେ, ସେଠାରେ ପାର୍ଟି ଦେଇଥିଲେ, ତାଙ୍କ ପାଇଁ ସୁନାର ଫୁଲ ଗଢାଇଥିଲେ । ସମସ୍ତଙ୍କ ଉପରେ ସୁନାର ଫୁଲ ବର୍ଷା କଲେ, ଖୁସିରେ ଏତେ ଖାତିରି କଲେ । ଖାଣ୍ଟି ସୁନାର ଫୁଲ ଗଢାଇଥିଲେ । ବାବା ତାଙ୍କ ରାଜ୍ୟ ଆଦିକୁ ମଧ୍ୟ ଭଲ ଭାବରେ ଜାଣିଛନ୍ତି । ବାସ୍ତବରେ ତୁମେ ଫୁଲ ହୋଇ ଆସିଥାଅ । ସୁନାର ଫୁଲ ହୋଇ ତୁମେ ଉପରୁ ଓହ୍ଲାଉଛ । ତୁମ ପିଲାଙ୍କୁ ବିଶ୍ୱ ବାଦଶାହୀର କେତେ ଲଟେରୀ ମିଳୁଛି । ଯେପରି ଲୌକିକ ପିତା ନିଜ ସନ୍ତାନକୁ କହିଥା’ନ୍ତି - ତୁମ ପାଇଁ ଏସବୁ ଜିନିଷ ଆଣିଛି ତେବେ ସନ୍ତାନ କେତେ ଖୁସି ହୋଇଥାଏ । ବାବା ମଧ୍ୟ କହୁଛନ୍ତି ପିଲାମାନେ ମୁଁ ତୁମ ପାଇଁ ସ୍ୱର୍ଗ ଆଣିଛି । ତୁମେ ସେଠାରେ ରାଜତ୍ୱ କରିବ ତେଣୁ କେତେ ଖୁସି ହେବା ଉଚିତ୍ । କାହାକୁ ଛୋଟ ଉପହାର ହେଲେ କହିଥାନ୍ତି ବାବା ଆପଣ ତ ଆମକୁ ବିଶ୍ୱର ବାଦଶାହୀ ଦେଉଛନ୍ତି ଏହି ଉପହାର କ’ଣ ହେବ । ବାବା କହୁଛନ୍ତି ଆରେ ଶିବବାବାଙ୍କ ସ୍ମୃତିଥିବା ଜିନିଷ ସଙ୍ଗରେ ରହିଲେ ତ ଶିବବାବା ମନେ ରହିବେ ଏବଂ ତୁମକୁ ମଧ୍ୟ ପଦ୍ମର ଭାଗ୍ୟ ମିଳିଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସତ୍ୟ ପିତାଙ୍କ ସଙ୍ଗରେ ଘରକୁ ଫେରିଯିବାକୁ ହେବ, ସେଥିପାଇଁ ସର୍ବଦା ସଚ୍ଚା ହୋଇ ରହିବାକୁ ହେବ । କେବେହେଲେ ମିଛ କହିବାର ନାହିଁ ।

(୨) ଆମେ ବ୍ରହ୍ମାବାବାଙ୍କର ସନ୍ତାନ ପରସ୍ପର ଭାଇ-ଭଉଣୀ ଅଟୁ, ସେଥିପାଇଁ କୌଣସି ବିକାରୀ କାର୍ଯ୍ୟ କରିବାର ନାହିଁ । ଭାଇ-ଭାଇ ଏବଂ ଭାଇ-ଉଉଣୀ ବ୍ୟତୀତ ଅନ୍ୟ କୌଣସି ସମ୍ବନ୍ଧର ସ୍ମୃତି ନ ରହୁ ।

ବରଦାନ:-
ଯୋଗର ଶକ୍ତି ଦ୍ୱାରା ନିଜର ବା ଅନ୍ୟମାନଙ୍କର ଶ୍ରେଷ୍ଠ ପୁରୁଷାର୍ଥର ଗତି-ବିଧିକୁ ଜାଣିପାରୁଥିବା ମାଷ୍ଟର ତ୍ରିକାଳଦର୍ଶୀ ଭବ ।

ଯେପରି ବୈଜ୍ଞାନିକମାନେ ପୃଥିବୀ ପୃଷ୍ଠରୁ ମହାକାଶକୁ ଯାଉଥିବା ମହାକାଶଯାତ୍ରୀ ମାନଙ୍କର ସମସ୍ତ ଗତି-ବିଧିକୁ ଜାଣିପାରନ୍ତି ସେହିପରି ତୁମେ ତ୍ରିକାଳଦର୍ଶୀ ପିଲାମାନେ ଶାନ୍ତିର ଶକ୍ତି ଅର୍ଥାତ୍ ଯୋଗର ଶକ୍ତି ଦ୍ୱାରା ନିଜର ବା ଅନ୍ୟମାନଙ୍କର ଶ୍ରେଷ୍ଠ ପୁରୁଷାର୍ଥ ବା ସ୍ଥିତିର ଗତି-ବିଧିକୁ ସ୍ପଷ୍ଟ ଜାଣିପାରିବ । ଦିବ୍ୟବୁଦ୍ଧି ସମ୍ପନ୍ନ ହେବା ଦ୍ୱାରା, ଯୋଗର ଶୁଦ୍ଧ ସଂକଳ୍ପରେ ସ୍ଥିତ ହେବା ଦ୍ୱାରା ତ୍ରିକାଳଦର୍ଶୀ ଭବର ବରଦାନ ପ୍ରାପ୍ତ ହୋଇଥାଏ ଏବଂ ନୂଆ ନୂଆ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତଃ ଭାବରେ ବୁଦ୍ଧିରେ ପ୍ରକଟ ହୋଇଯାଏ ।

ସ୍ଲୋଗାନ:-
ଯଦି ସମସ୍ତଙ୍କର ସହଯୋଗୀ ହେବ ତେବେ ସମସ୍ତଙ୍କଠାରୁ ସ୍ୱତଃ ସ୍ନେହ ପ୍ରାପ୍ତ ହୋଇଚାଲିବ ।

ଅବ୍ୟକ୍ତ ଈଶାରା:- ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।

କେହି ବି ଏଭଳି କହିପାରିବ ନାହିଁ ଯେ ମୋତେ ତ ସେବାର ସୁଯୋଗ ମିଳୁନାହିଁ । ଯଦି କେହି ବାଣୀ ଦ୍ୱାରା ସେବା କରିପାରୁ ନାହିଁ ତେବେ ନିଜର ମାନସୀକ ସ୍ଥିତିର ବାୟୁମଣ୍ଡଳ ଦ୍ୱାରା ସୁଖର ବୃତ୍ତି, ସୁଖମୟ ସ୍ଥିତି ଦ୍ୱାରା ସେବା କର । ଯଦି ସ୍ୱାସ୍ଥ୍ୟ ଠିକ୍ ନାହିଁ ତେବେ ଘରେ ବସି ମଧ୍ୟ ସହଯୋଗୀ ହୁଅ । ଏଥିପାଇଁ କେବଳ ମନ ଭିତରେ ଶୁଦ୍ଧ ସଂକଳ୍ପର ଷ୍ଟକ ଜମା କର, ଶୁଭ ଭାବନାରେ ସମ୍ପନ୍ନ ହୁଅ ।