02.11.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ସଂଗମଯୁଗ ହିଁ ଭାଗ୍ୟବାନ ହେବାର ଯୁଗ ଅଟେ । ଏହି ସମୟରେ ତୁମେ ଯେତେ ଇଚ୍ଛା ସେତେ ନିଜର ଭାଗ୍ୟର
ତାରକାକୁ ଚମକାଇ ପାରିବ ।”
ପ୍ରଶ୍ନ:-
ନିଜର
ପୁରୁଷାର୍ଥକୁ ତୀବ୍ର କରିବାର ସହଜ ଉପାୟ କ’ଣ?
ଉତ୍ତର:-
କେବଳ ବାବାଙ୍କୁ ଅନୁକରଣ କରିଚାଲ ତେବେ ପୁରୁଷାର୍ଥ ତୀବ୍ର ହୋଇଯିବ । ବାବାଙ୍କୁ ହିଁ ଦେଖ, ମା’
ତ’ ଗୁପ୍ତ ଅଟନ୍ତି । ବାବାଙ୍କୁ ଅନୁକରଣ କରିବା ଦ୍ୱାରା ବାବାଙ୍କ ସମାନ ଶ୍ରେଷ୍ଠ ହୋଇଯିବ,
ସେଥିପାଇଁ ସଠିକ୍ ଭାବରେ ଅନୁକରଣ କରିଚାଲ ।
ପ୍ରଶ୍ନ:-
ବାବା କେଉଁ
ପିଲାମାନଙ୍କୁ ବୁଦ୍ଦୁ ବୋଲି ଭାବିଥା’ନ୍ତି?
ଉତ୍ତର:-
ଯେଉଁମାନଙ୍କ ଭିତରେ ବାବାଙ୍କୁ ପାଇବାର ମଧ୍ୟ ଖୁସି ନାହିଁ - ସେମାନେ ବୁଦ୍ଦୁ ହେଲେ ନା । ଏଭଳି
ବାବା ଯିଏକି ବିଶ୍ୱର ମାଲିକ କରୁଛନ୍ତି, ତାଙ୍କର ସନ୍ତାନ ହେବା ପରେ ମଧ୍ୟ ଯଦି ଖୁସୀର ଅନୁଭବ
ହେଉ ନାହିଁ - ତେବେ ତାଙ୍କୁ ହିଁ ବୁଦ୍ଦୁ କୁହାଯିବ ନା ।
ଓମ୍ ଶାନ୍ତି ।
ତୁମେ ମିଠା ମିଠା
ପିଲାମାନେ ହେଉଛ ଭାଗ୍ୟଶାଳୀ ତାରକା । ତୁମେ ଜାଣୁଛ ଆମେ ଶାନ୍ତିଧାମକୁ ମଧ୍ୟ ୟାଦ କରୁଛୁ,
ବାବାଙ୍କୁ ମଧ୍ୟ ୟାଦ କରୁଛୁ । ବାବାଙ୍କୁ ୟାଦ କରିବା ଦ୍ୱାରା ଆମେ ପବିତ୍ର ହୋଇ ଘରକୁ ଯିବା ।
ଏଠାରେ ବସି ଏହି ଖିଆଲ କରୁଛ ନା । ବାବା ତୁମକୁ ଆଉ କୌଣସି କଷ୍ଟ ଦେଉ ନାହାଁନ୍ତି ।
ଜୀବନମୁକ୍ତିକୁ ତ କେହି ଜାଣି ବି ନାହାଁନ୍ତି । ସେମାନେ ସବୁ ପୁରୁଷାର୍ଥ କରିଥାନ୍ତି ମୁକ୍ତି
ପାଇବା ପାଇଁ, କିନ୍ତୁ ମୁକ୍ତିର ଅର୍ଥ ମଧ୍ୟ କେହି ବୁଝି ନ ଥାନ୍ତି । କେହି କହିଥାନ୍ତି ଆମେ
ବ୍ରହ୍ମରେ ଲୀନ ହୋଇଯିବୁ ପୁଣି ଆଉ ଏ ସୃଷ୍ଟିକୁ ଆସିବୁ ହିଁ ନାହିଁ । ତାଙ୍କୁ ଏହା ଜଣାନାହିଁ ଯେ
ଆମକୁ ଏହି ଚକ୍ରରେ ନିଶ୍ଚୟ ଆସିବାକୁ ପଡିବ । ଏବେ ତୁମେ ପିଲାମାନେ ଏହି କଥାକୁ ବୁଝୁଛ । ତୁମ
ସନ୍ତାନମାନଙ୍କୁ ଜଣାଅଛି ଆମେ ସ୍ୱଦର୍ଶନ ଚକ୍ରଧାରୀ ଭାଗ୍ୟଶାଳୀ ତାରକା ଅଟୁ । ଭାଗ୍ୟଶାଳୀକୁ ହିଁ
ଭାଗ୍ୟବାନ୍ କୁହାଯାଇଥାଏ । ବାବା ହିଁ ଏବେ ତୁମମାନଙ୍କୁ ଭାଗ୍ୟଶାଳୀ କରୁଛନ୍ତି । ପିତା ଯେଭଳି,
ପିଲା ମଧ୍ୟ ସେହିଭଳି ହୋଇଥାନ୍ତି । କେହି ବାପା ଧନୀ ହୋଇଥାନ୍ତି କେହି ବାପା ଗରୀବ ବି ହୋଇଥାନ୍ତି
। ତୁମେ ସନ୍ତାନମାନେ ଜାଣିଛ ଆମକୁ ତ ବେହଦର ବାବା ମିଳିଛନ୍ତି । ଯିଏ ଯେତେ ଭାଗ୍ୟବାନ ହେବାକୁ
ଚାହିଁବ ସେତେ ହୋଇପାରିବ, ଯିଏ ଯେତେ ଧନୀ ହେବାକୁ ଚାହିଁବ ସେତେ ହୋଇପାରିବ । ବାବା କହୁଛନ୍ତି
ଯାହା ଚାହୁଁଛ ତାହା ପୁରୁଷାର୍ଥ କରି ନିଅ । ପୁରୁଷାର୍ଥ ଉପରେ ସବୁ କିଛି ନିର୍ଭର କରୁଛି ।
ପୁରୁଷାର୍ଥ କରି ଯେତେ ଉଚ୍ଚ ପଦ ନେବାକୁ ଚାହୁଁଛ ନେଇପାରିବ । ସର୍ବୋଚ୍ଚ ପଦ ତ
ଲକ୍ଷ୍ମୀ-ନାରାୟଣଙ୍କର ଅଟେ । ୟାଦର ଚାର୍ଟ ମଧ୍ୟ ନିଶ୍ଚୟ ରଖିବାକୁ ହେବ । କାହିଁକି ନା
ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ତ ନିଶ୍ଚୟ ହେବାକୁ ହିଁ ପଡିବ । ବୁଦ୍ଦୁ ହୋଇ ଏପରି ବସିଯାଅ ନାହିଁ
। ବାବା ବୁଝାଇଛନ୍ତି ଏହି ପୁରୁଣା ଦୁନିଆ ଏବେ ନୂଆ ଦୁନିଆ ହେବ । ବାବା ନୂଆ ସତ୍ୱପ୍ରଧାନ
ଦୁନିଆକୁ ନେଇଯିବା ପାଇଁ ଆସିଥାନ୍ତି । ସେ ବେହଦର ବାବା ଓ ବେହଦର ସୁଖଦାତା ଅଟନ୍ତି ।
ବୁଝାଉଛନ୍ତି ସତ୍ୱପ୍ରଧାନ ହେବା ଦ୍ୱାରା ହିଁ ତୁମେ ବେହଦର ସୁଖ ପାଇପାରିବ । ସତ୍ତ୍ୱ ଅର୍ଥାତ୍
ତ୍ରେତାକୁ ଗଲେ କମ୍ ସୁଖ । ରଜଃ ହେଲେ ତାଠାରୁ କମ୍ ସୁଖ । ସାରା ହିସାବ ବାବା ବତାଇ ଦେଉଛନ୍ତି ।
ଅସୁମାରୀ ଧନ ଏବଂ ସୁଖ ତୁମକୁ ହିଁ ମିଳିଥାଏ । ବେହଦର ବାବାଙ୍କଠାରୁ ବର୍ସା ନେବା ପାଇଁ ୟାଦ ବିନା
ଆଉ କୌଣସି ଉପାୟ ନାହିଁ । ଯେତେ ବାବାଙ୍କୁ ୟାଦ କରିବ, ୟାଦ ଦ୍ୱାରା ସ୍ୱତଃ ଦୈବୀଗୁଣ ମଧ୍ୟ ଆସିବ
। ସତ୍ୱପ୍ରଧାନ ହେବାକୁ ହେଲେ ଦୈବୀଗୁଣ ମଧ୍ୟ ନିଶ୍ଚୟ ଦରକାର । ନିଜର ଯାଞ୍ଚ ନିଜକୁ କରିବାକୁ
ହେବ । ନିଜର ପୁରୁଷାର୍ଥ ଦ୍ୱାରା ଯେତେ ଉଚ୍ଚ ପଦ ନେବାକୁ ଚାହିଁବ ନେଇପାରିବ । ଶିକ୍ଷାଦାତା
ଶିକ୍ଷକ ତ ବସିଛନ୍ତି । ବାବା କହୁଛନ୍ତି କଳ୍ପ କଳ୍ପ ତୁମକୁ ଏହିପରି ହିଁ ବୁଝାଉଛି । ଅକ୍ଷର ହିଁ
୨ଟି ରହିଛି ମନମନାଭବ, ମଧ୍ୟାଜୀଭବ । ତୁମେ ବେହଦ ବାବାଙ୍କୁ ଚିହ୍ନି ଯାଇଛ । ସେହି ବେହଦର ବାବା
ହିଁ ବେହଦର ଜ୍ଞାନଦାତା ଅଟନ୍ତି । ପତିତରୁ ପାବନ ହେବାର ରାସ୍ତା ମଧ୍ୟ ସେହି ବେହଦର ବାବା ହିଁ
ବୁଝାଉଛନ୍ତି । ତେଣୁ ବାବା ଯାହା ବୁଝାଉଛନ୍ତି ତାହା କିଛି ନୂଆ କଥା ନୁହେଁ । ଗୀତାରେ ମଧ୍ୟ ଲେଖା
ହୋଇଛି କିନ୍ତୁ ଅଟାରେ ଲୁଣ ସଦୃଶ । ତୁମେ ନିଜକୁ ଆତ୍ମା ଭାବ । ଦେହର ସବୁ ଧର୍ମ ଭୁଲିଯାଅ । ତୁମେ
ପ୍ରଥମେ ଅଶରୀରୀ ଥିଲ, ଏବେ ଅନେକ ମିତ୍ର ସମ୍ବନ୍ଧୀମାନଙ୍କ ବନ୍ଧନରେ ଆସିଛ । ସମସ୍ତେ ତମଃପ୍ରଧାନ
ଅଟନ୍ତି ଏବେ ପୁଣି ସତ୍ୱପ୍ରଧାନ ହେବାକୁ ପଡିବ । ତୁମେ ଜାଣୁଛ ତମଃପ୍ରଧାନରୁ ପୁଣି ଆମେ
ସତ୍ତ୍ୱପ୍ରଧାନ ହେଉଛୁ ପୁଣି ମିତ୍ର ସମ୍ବନ୍ଧୀ ଆଦି ସମସ୍ତେ ପବିତ୍ର ହେବେ । କଳ୍ପ ପୂର୍ବରୁ ଯେଉଁ
ଆତ୍ମା ଯେତିକି ସତ୍ତ୍ୱପ୍ରଧାନ ହୋଇଥିଲେ ପୁଣି ସେତିକି ହିଁ ହେବେ । ତାଙ୍କର ପୁରୁଷାର୍ଥ ମଧ୍ୟ
ସେହିଭଳି ହେବ । ଏବେ କାହାଙ୍କୁ ଅନୁସରଣ କରିବା ଦରକାର । ଗାୟନ ରହିଛି ଫଲୋ ଫାଦର ଅର୍ଥାତ୍
ପିତାଙ୍କୁ ଅନୁସରଣ କର । ଯେପରି ଏଇ ବ୍ରହ୍ମାବାବା ଶିବବାବାଙ୍କୁ ୟାଦ କରୁଛନ୍ତି, ପୁରୁଷାର୍ଥ
କରୁଛନ୍ତି,ତାଙ୍କୁ ଅନୁସରଣ କର । ପୁରୁଷାର୍ଥ ତ’ ବାବା କରାଇବେ । ସେ ତ ପୁରୁଷାର୍ଥ କରି ନ
ଥାନ୍ତି, ପୁରୁଷାର୍ଥ କରାଇଥାନ୍ତି । ପୁଣି କହୁଛନ୍ତି ମଧୁର ସନ୍ତାନଗଣ ବାବାଙ୍କୁ ଅନୁକରଣ କର ।
ମାତା ପିତା ଗୁପ୍ତ ନା । ମାତା ଗୁପ୍ତ କିନ୍ତୁ ପିତା ତ ଦୃଶ୍ୟମାନ । ଏହା ଭଲ ଭାବରେ ବୁଝିବାର କଥା
। ଏଭଳି ଉଚ୍ଚ ପଦ ପାଇବାର ଅଛି ତ ବାବାଙ୍କୁ ଭଲ ଭାବରେ ମନେ ପକାଅ, ଯେପରି ଏହି ବ୍ରହ୍ମାବାବା ମନେ
ପକାଉଛନ୍ତି । ଏହି ବାବା ସବୁଠାରୁ ଉଚ୍ଚ ପଦ ପାଇଥା’ନ୍ତି । ବ୍ରହ୍ମାବାବା ବହୁତ ଉଚ୍ଚ ଥିଲେ ପୁଣି
ଏହାଙ୍କର ହିଁ ବହୁତ ଜନ୍ମର ଅନ୍ତିମ ଜନ୍ମର ମଧ୍ୟ ଶେଷ ସମୟରେ ମୁଁ ପ୍ରବେଶ କରୁଛି । ଏହାକୁ ଭଲ
ଭାବରେ ମନେ ରଖ କେବେହେଲେ ଭୁଲ ନାହିଁ । ମାୟା ବହୁତଙ୍କୁ ଭୁଲାଇ ଦେଉଛି । ତୁମେ କହୁଛ ଆମେ ନରରୁ
ନାରାୟଣ ହେଉଛୁ । ତାହାର ମଧ୍ୟ ବାବା ଯୁକ୍ତି ବତାଉଛନ୍ତି । ତୁମେ ଲକ୍ଷ୍ମୀ ନାରାୟଣ କିପରି
ହୋଇପାରିବ । ଏହା ମଧ୍ୟ ଜାଣୁଛ ଯେ ସମସ୍ତେ ତ ସଠିକ୍ ଭାବେ ଅନୁସରଣ କରିବେ ନାହିଁ । ଲକ୍ଷ୍ୟ ଓ
ଉଦ୍ଦେଶ୍ୟ ବାବା ବୁଝାଉଛନ୍ତି - ବାବାଙ୍କୁ ଅନୁସରଣ କର । ବର୍ତ୍ତମାନର ହିଁ ଗାୟନ ହେଉଛି । ବାବା
ମଧ୍ୟ ଏବେ ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି । ସନ୍ନ୍ୟାସୀମାନଙ୍କର ଅନୁଗାମୀ ବୋଲାଉଛନ୍ତି କିନ୍ତୁ
ଏହା ଭୁଲ୍ ଅଟେ ନା, ଅନୁସରଣ କରୁ ହିଁ ନାହାଁନ୍ତି । ସେମାନେ ସମସ୍ତେ ହେଉଛନ୍ତି ବ୍ରହ୍ମଜ୍ଞାନୀ,
ତତ୍ତ୍ୱଜ୍ଞାନୀ । ତାଙ୍କୁ ତ ଈଶ୍ୱର ଜ୍ଞାନ ଦେଉ ନାହାଁନ୍ତି । ସେମାନେ ତତ୍ତ୍ୱ ଅଥବା
ବ୍ରହ୍ମଜ୍ଞାନୀ ବୋଲାଇଥାନ୍ତି । କିନ୍ତୁ ତତ୍ତ୍ୱ ଅଥବା ବ୍ରହ୍ମ ତ ତାଙ୍କୁ ଜ୍ଞାନ ଦେଉ ନାହାଁନ୍ତି,
ସେ ସବୁ ହେଲା ଶାସ୍ତ୍ରର ଜ୍ଞାନ । ଏଠାରେ ତୁମକୁ ବାବା ଜ୍ଞାନ ଦେଉଛନ୍ତି, ଯାହାଙ୍କୁ ଜ୍ଞାନର
ସାଗର କୁହାଯାଉଛି । ଏହାକୁ ଭଲ ଭାବରେ ଲେଖି ରଖ । ତୁମେ ଭୁଲିଯାଉଛ ଏହାକୁ ମନରେ ଭଲ ଭାବରେ ଧାରଣ
କରିବାର କଥା । ବାବା ପ୍ରତ୍ୟହ କହୁଛନ୍ତି - ମଧୁର ସନ୍ତାନମାନେ, ନିଜକୁ ଆତ୍ମା ଭାବି ମୋତେ ମନେ
ପକାଅ, ଏବେ ଘରକୁ ଫେରିଯିବାକୁ ହେବ । ପତିତ ତ ଘରକୁ ଯାଇପାରିବେ ନାହିଁ । ପବିତ୍ର ଏବେ ତ ଯୋଗବଳ
ଦ୍ୱାରା ହେବାକୁ ପଡିବ ନଚେତ୍ ଦଣ୍ଡ ଭୋଗ କରି ଯିବେ । ସମସ୍ତଙ୍କର ହିସାବ-କିତାବ ଚୁକ୍ତ ନିଶ୍ଚୟ
ହେବ । ବାବା ବୁଝାଇଛନ୍ତି ତୁମେ ଆତ୍ମାମାନେ ଅସଲରେ ପରମଧାମର ବାସିନ୍ଦା ଅଟ, ପୁଣି ଏଠାରେ ସୁଖ
ଏବଂ ଦୁଃଖର ପାର୍ଟ ବଜାଇଛ । ସୁଖର ପାର୍ଟ ରାମ ରାଜ୍ୟରେ ଏବଂ ଦୁଃଖର ପାର୍ଟ ରାବଣ ରାଜ୍ୟରେ
ହୋଇଥାଏ । ରାମରାଜ୍ୟ ସ୍ୱର୍ଗକୁ କୁହାଯାଉଛି, ସେଠାରେ ସଂପୂର୍ଣ୍ଣ ସୁଖ ରହିଥାଏ । ଗାୟନ ମଧ୍ୟ
କରିଥା’ନ୍ତି ସ୍ୱର୍ଗବାସୀ ଏବଂ ନର୍କବାସୀ । ତେଣୁ ଏହାକୁ ଭଲ ଭାବରେ ଧାରଣ କରିବାକୁ ହେବ ।
ଯେତେ-ଯେତେ ତମଃପ୍ରଧାନରୁ ସତ୍ୱପ୍ରଧାନ ହୋଇଚାଲିବ, ସେତିକି ତୁମ ଅନ୍ତରରେ ଖୁସୀ ମଧ୍ୟ ହେବ ।
ଯେତେବେଳେ ଦ୍ୱାପର ଯୁଗରେ ରଜଃଗୁଣୀ ଅବସ୍ଥାରେ ଥିଲ ସେତେବେଳେ ମଧ୍ୟ ତୁମେ ଖୁସୀରେ ଥିଲ । ସେ
ସମୟରେ ତୁମେ ଏତେ ଦୁଃଖୀ ବିକାରୀ ନ ଥିଲ । ବର୍ତ୍ତମାନ ତ ଏଠାରେ କେତେ ବିକାରୀ ଦୁଃଖୀ
ହୋଇଯାଇଛନ୍ତି । ତୁମେ ନିଜଠାରୁ ବୟସ୍କମାନଙ୍କୁ ଦେଖ, କେତେ ବିକାରୀ ମଦୁଆ ଅଛନ୍ତି । ମଦ୍ୟ ବହୁତ
ଖରାପ ଜିନିଷ ଅଟେ । ସତ୍ୟଯୁଗରେ ତ ଶୁଦ୍ଧ ଆତ୍ମାମାନେ ହିଁ ରହିବେ ପୁଣି ତଳକୁ ଖସି-ଖସି ବିଲ୍କୁଲ୍
ଛି-ଛି ହୋଇଯାଇଥା’ନ୍ତି, ସେଥିପାଇଁ ଏହାକୁ ରୌରବ ନର୍କ କୁହାଯାଉଛି । ମଦ୍ୟ ଏପରି ଜିନିଷ ଯିଏ
ଝଗଡା, ମାରପିଟ୍, କ୍ଷତି କରିବାରେ ଡେରି କରି ନ ଥାଏ । ବର୍ତ୍ତମାନ ସମୟରେ ମନୁଷ୍ୟର ବୁଦ୍ଧି
ଯେପରି ଭ୍ରଷ୍ଟ ହୋଇଯାଇଛି । ମାୟା ବହୁତ ଶକ୍ତିଶାଳୀ ଅଟେ । ବାବା ସର୍ବଶକ୍ତିମାନ, ସୁଖଦାତା
ଅଟନ୍ତି । ସେହିପରି ମାୟା ପୁଣି ବହୁତ ଦୁଃଖଦାୟୀ ଅଟେ । କଳିଯୁଗରେ ମନୁଷ୍ୟର ଅବସ୍ଥା କ’ଣ
ହୋଇଯାଇଛି, ଏକଦମ୍ ଜୀର୍ଣ୍ଣଶୀର୍ଣ୍ଣ । କିଛି ହେଲେ ବି ବୁଝୁ ନାହାଁନ୍ତି, ଯେପରି ପଥରବୁଦ୍ଧି
ଅଟନ୍ତି । ଏହା ମଧ୍ୟ ଡ୍ରାମା ଅଟେ ନା । କାହାର ଭାଗ୍ୟରେ ନ ଥିଲେ ପୁଣି ଏପରି ହୀନ ବୁଦ୍ଧି
ହୋଇଯାଆନ୍ତି । ବାବା ତ ବହୁତ ସହଜ ଜ୍ଞାନ ଦେଉଛନ୍ତି । ସନ୍ତାନ ବୋଲି କହି ବୁଝାଉଛନ୍ତି ।
ମାତାମାନେ ମଧ୍ୟ କହୁଛନ୍ତି ଆମର ୫ଟି ଲୌକିକ ଏବଂ ଜଣେ ପାରଲୌକିକ ସନ୍ତାନ ଅଛନ୍ତି । ଯିଏ ଆମକୁ
ସୁଖଧାମକୁ ନେଇଯିବାକୁ ଆସିଛନ୍ତି । ବାବା ସହିତ ତାଙ୍କୁ ସନ୍ତାନ ବୋଲି ମଧ୍ୟ ଭାବୁଛନ୍ତି ।
ଯାଦୁଗର ଅଟନ୍ତି ନା । ବାବା ଯାଦୁଗର ହୋଇଥିବାରୁ ପିଲାମାନେ ମଧ୍ୟ ଜାଦୁଗର ହୋଇଯାଉଛନ୍ତି ।
କହୁଛନ୍ତି ବାବା ଆମର ସନ୍ତାନ ମଧ୍ୟ ଅଟନ୍ତି । ତେଣୁ ବାବାଙ୍କୁ ଅନୁସରଣ କରି ଏପରି ହେବା ଉଚିତ୍
। ସ୍ୱର୍ଗରେ ଏହାଙ୍କର ରାଜ୍ୟ ଥିଲା ନା । ଶାସ୍ତ୍ରରେ ଏ କଥା ନାହିଁ । ଏହି ଭକ୍ତିମାର୍ଗର
ଶାସ୍ତ୍ରଗୁଡିକର ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ପୁଣି ମଧ୍ୟ ହେବ । ଏ କଥା ମଧ୍ୟ ବାବା
ବୁଝାଉଛନ୍ତି ଯେ ପଢାଇଲାବାଲା ଶିକ୍ଷକ ତ ଦରକାର ନା । ବହି କ’ଣ କେବେ ଶିକ୍ଷକ ହୋଇପାରିବ । ତେବେ
ତ ଶିକ୍ଷକଙ୍କର ଆବଶ୍ୟକତା ନ ଥାନ୍ତା । ଏହି ଶାସ୍ତ୍ର ଇତ୍ୟାଦି ସତ୍ୟଯୁଗରେ ରହିବ ନାହିଁ ।
ବାବା ବୁଝାଉଛନ୍ତି ତୁମେ ଆତ୍ମାକୁ ତ ବୁଝୁଛ ନା । ଆତ୍ମାମାନଙ୍କର ପିତା ମଧ୍ୟ ନିଶ୍ଚୟ ଅଛନ୍ତି ।
ଯେବେ କେହି ପ୍ରବକ୍ତା ଆସୁଛନ୍ତି ତେବେ ସମସ୍ତେ କହିଥା’ନ୍ତି ହିନ୍ଦୁ-ମୁସଲିମ୍ ଭାଇ-ଭାଇ, ଅର୍ଥ
କିଛି ହେଲେ ବୁଝୁ ନାହାଁନ୍ତି । ଭାଇ-ଭାଇର ଅର୍ଥ ବୁଝିବା ଦରକାର ନା । ନିଶ୍ଚୟ ତାଙ୍କର ପିତା
ମଧ୍ୟ ଥିବେ । ଏତିକି ସାଧାରଣ ଜ୍ଞାନ ମଧ୍ୟ ନାହିଁ । ଭଗବାନଉବାଚ ଗୀତାରେ ମଧ୍ୟ ଅଛି ଏହା ବହୁତ
ଜନ୍ମର ଅନ୍ତିମ ଜନ୍ମ ଅଟେ । ଅର୍ଥ କେତେ ପରିଷ୍କାର ଭାବେ ବୁଝାଯାଉଛି । ବାବା କାହାର କିଛି
ନିନ୍ଦା କରୁନାହାଁନ୍ତି । ବାବା ତ ରାସ୍ତା ବତାଉଛନ୍ତି । ପ୍ରଥମ ନମ୍ବରରୁ ଶେଷ ନମ୍ବର, ଗୋରାରୁ
ଶ୍ୟାମଳ ହେଉଛନ୍ତି । ତୁମେ ମଧ୍ୟ ବୁଝୁଛ - ଆମେ ଗୋରା ଥିଲୁ ପୁଣି ଏହିପରି ଗୋରା ହେବୁ ।
ବାବାଙ୍କୁ ୟାଦ କରିବା ଦ୍ୱାରା ହିଁ ଏହିପରି ଗୋରା ହେବୁ । ଏହା ହେଉଛି ରାବଣ ରାଜ୍ୟ । ରାମ
ରାଜ୍ୟକୁ ଶିବାଳୟ କୁହାଯାଏ । ସୀତାଙ୍କ ରାମ, ସିଏ ତ ତ୍ରେତାରେ ରାଜତ୍ୱ କରିଥିଲେ, ଏଥିରେ ମଧ୍ୟ
ବୁଝିବାର କଥା ରହିଛି । ଦୁଇ କଳା କମ୍ କୁହାଯାଉଛି । ସତ୍ୟଯୁଗ ହେଉଛି ଶ୍ରେଷ୍ଠ, ତାକୁ ୟାଦ
କରୁଛନ୍ତି, ତ୍ରେତା ଏବଂ ଦ୍ୱାପରକୁ ଏତେ ୟାଦ କରୁନାହାଁନ୍ତି । ସତ୍ୟଯୁଗ ହେଲା ନୂଆ ଦୁନିଆ ଏବଂ
କଳିଯୁଗ ହେଲା ପୁରୁଣା ଦୁନିଆ । ସେଠାରେ ଶତପ୍ରତିଶତ ସୁଖ ଏବଂ ଏଠାରେ ଶତପ୍ରତିଶତ ଦୁଃଖ । ତ୍ରେତା
ଏବଂ ଦ୍ୱାପର ହେଲା ସେମି । ସେଥିପାଇଁ ମୁଖ୍ୟ - ସତ୍ୟ ଏବଂ କଳିଯୁଗର ଗାୟନ କରାଯାଇଥାଏ । ବାବା
ସତ୍ୟଯୁଗର ସ୍ଥାପନା କରୁଛନ୍ତି । ଏବେ ତୁମର କାମ ହେଉଛି ପୁରୁଷାର୍ଥ କରିବା । ସତ୍ୟଯୁଗ ନିବାସୀ
ହେବ ନା ତ୍ରେତା ନିବାସୀ ହେବ? ଦ୍ୱାପରରେ ପୁଣି ତଳକୁ ଓହ୍ଳାଉଛ । ତଥାପି ବି ଦେବୀ-ଦେବତା ଧର୍ମର
ଅଟ ନା । କିନ୍ତୁ ପତିତ ହୋଇଯିବା କାରଣରୁ ନିଜକୁ ଦେବୀ-ଦେବତା କହିପାରୁନାହଁ । ତେଣୁ ବାବା ମିଠା
ମିଠା ସନ୍ତାନମାନଙ୍କୁ ପ୍ରତ୍ୟେହ ବୁଝାଉଛନ୍ତି । ମୁଖ୍ୟ କଥା ହେଲା ହିଁ ମନ୍ମନାଭବର । ତୁମେ
ହିଁ ନମ୍ବରୱାନ ହେଉଛ । ୮୪ ଜନ୍ମର ଚକ୍ର ଲଗାଇ ଅନ୍ତିମ ସମୟରେ ଆସୁଛ ପୁଣି ନମ୍ବର ୱାନକୁ ଯାଉଛ,
ତେଣୁ ଏବେ ବେହଦର ବାବାଙ୍କୁ ୟାଦ କରିବାକୁ ହେବ । ସେ ବେହଦର ବାବା ଅଟନ୍ତି । ପୁରୁଷୋତ୍ତମ
ସଂଗମଯୁଗରେ ହିଁ ବେହଦର ବାବା ଆସି ତୁମକୁ ୨୧ ପିଢି ସ୍ୱର୍ଗର ସୁଖ ଦେଉଛନ୍ତି । ପିଢି ଯେତେବେଳେ
ପୁରା ହୋଇଥାଏ, ସେତେବେଳେ ତୁମେ ସ୍ୱତଃ ଶରୀର ଛାଡିଥାଅ । ଯୋଗବଳ ଅଟେ ନା । ବିଧି ହିଁ ଏହିପରି
ରଚନା କରାଯାଇଛି, ଏହାକୁ ଯୋଗବଳ କୁହାଯାଏ । ସେଠାରେ ଜ୍ଞାନର କଥା ରହିବ ନାହିଁ । ସ୍ୱତଃ ତୁମେ
ବୁଢା ହୋଇଯାଇଥାଅ । ସେଠାରେ କୌଣସି ବିମାରୀ ଆଦି ହେବ ନାହିଁ । କେହି ଛୋଟା ଅଥବା ତେଢା ବଙ୍କା
ହେବେ ନାହିଁ । ସଦା ସୁସ୍ଥ ରହିଥା’ନ୍ତି । ସେଠାରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ । ପୁଣି
ଅଳ୍ପ-ଅଳ୍ପ କଳା କମ୍ ହୋଇଥାଏ । ଏବେ ପିଲାମାନଙ୍କୁ ବେହଦ ବାବାଙ୍କଠାରୁ ଶ୍ରେଷ୍ଠ ସମ୍ପତ୍ତି
ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ । ପାସ୍ ୱିଥ୍ ଅନର ହେବା ଦରକାର ନା । ସମସ୍ତେ ତ ଉଚ୍ଚ
ପଦ ପାଇପାରିବେ ନାହିଁ । ଯିଏ ସେବା ହିଁ କରୁନାହାଁନ୍ତି ସିଏ କି ପଦ ପାଇବେ । ମିୟ୍ୟୁଜିୟମ୍ରେ
ପିଲାମାନେ କେତେ ସେବା କରୁଛନ୍ତି, ବିନା ଡାକରାରେ ଲୋକେ ଆସିଯାଉଛନ୍ତି । ଏହାକୁ ବିହଙ୍ଗମାର୍ଗର
ସେବା କୁହାଯାଇଥାଏ । ଜଣାନାହିଁ, ଆଗକୁ ଏହାଠାରୁ ଅଧିକ ଆଉ କୌଣସି ବିହଙ୍ଗ ମାର୍ଗର ସେବା ବାହାରି
ପାରେ । ଦୁଇ-ଚାରିଟି ମୁଖ୍ୟ ଚିତ୍ର ନିଶ୍ଚୟ ସାଥିରେ ରହିବା ଦରକାର । ବଡ-ବଡ ତ୍ରିମୂର୍ତ୍ତୀ,
କଳ୍ପବୃକ୍ଷ, ସିଡି, ଗୋଲା - ଏହି ଚିତ୍ର ପ୍ରତ୍ୟେକ ଜାଗାରେ ବହୁତ ବଡ ବଡ ରହିବା ଦରକାର ।
ଯେତେବେଳେ ପିଲାମାନେ ଜ୍ଞାନରେ ହୁସିଆର ହେବେ, ସେତେବେଳେ ଯାଇ ସେବା ହୋଇପାରିବ ନା । ସେବା ତ
ନିଶ୍ଚୟ ହିଁ ହେବ । ଗାଁ ମାନଙ୍କରେ ମଧ୍ୟ ସେବା କରିବାକୁ ପଡିବ । ମାତାମାନେ ଯଦିଓ ଲେଖା-ପଢା
ଜାଣିନାହାଁନ୍ତି କିନ୍ତୁ ବାବାଙ୍କର ପରିଚୟ ଦେବା ତ ବହୁତ ସହଜ । ଆଗରୁ ମହିଳାମାନେ ପଢୁ ନ ଥିଲେ
। ମୁସଲମାନମାନଙ୍କ ରାଜ୍ୟରେ ଗୋଟିଏ ଆଖି ଖୋଲି ବାହାରକୁ ଆସୁଥିଲେ । ଏହି ବାବା ବହୁତ ଅନୁଭବୀ
ଅଟନ୍ତି । ଶିବବାବା କହୁଛନ୍ତି ମୁଁ ଏ ସବୁ ଜାଣିନାହିଁ । ମୁଁ ତ ଉପରେ ରହୁଛି । ଏସବୁ କଥା ଏହି
ବ୍ରହ୍ମା ତୁମକୁ ଶୁଣାଉଛନ୍ତି । ଇଏ ଅନୁଭବୀ ଅଟନ୍ତି । ମୁଁ ତ କେବଳ ମନ୍ମନାଭବର କଥା ହିଁ
ଶୁଣାଉଛି ଏବଂ ସୃଷ୍ଟି ଚକ୍ରର ରହସ୍ୟ ବୁଝାଉଛି, ଯାହାକି ଇଏ (ବ୍ରହ୍ମା) ଜାଣିନାହାଁନ୍ତି । ଇଏ ତ
ନିଜର ଅନୁଭବ ଅଲଗା ବୁଝାଉଛନ୍ତି, ମୁଁ ଏ ସବୁ କଥାରେ ଯାଏ ନାହିଁ । ମୋର ପାର୍ଟ ହେଲା କେବଳ ତୁମକୁ
ରାସ୍ତା ବତାଇବା । ମୁଁ ପିତା, ଶିକ୍ଷକ, ଗୁରୁ ଅଟେ । ଶିକ୍ଷକ ହୋଇ ତୁମକୁ ପଢାଉଛି, ବାକି ଏଥିରେ
କୃପା ଆଦିର କୌଣସି କଥା ନାହିଁ । ପଢାଉଛି ପୁଣି ସାଥିରେ ନେଇଯିବି । ଏହି ପାଠପଢା ଦ୍ୱାରା ହିଁ
ସଦ୍ଗତି ହୋଇଥାଏ । ମୁଁ ତୁମକୁ ନେଇଯିବା ପାଇଁ ହିଁ ଆସିଛି । ଶିବଙ୍କ ବରଯାତ୍ରୀର ଗାୟନ ଅଛି ।
ଶଙ୍କରଙ୍କର ବରଯାତ୍ରୀ ନ ଥାଏ । ଶିବଙ୍କର ବରଯାତ୍ରୀ ଥାଆନ୍ତି । ସମସ୍ତ ଆତ୍ମାମାନେ ବର ପଛେ ପଛେ
ଯାଇଥାନ୍ତି ନା । ଏମାନେ ସମସ୍ତେ ହେଲେ ଭକ୍ତ, ମୁଁ ହେଲି ଭଗବାନ । ପବିତ୍ର କରାଇ ସାଥିରେ
ନେଇଯିବା ପାଇଁ ହିଁ ତୁମେ ମୋତେ ଡାକିଛ । ତେଣୁ ମୁଁ ତୁମ ସନ୍ତାନମାନଙ୍କୁ ସାଥିରେ ହିଁ ନେଇଯିବି
। ହିସାବ-କିତାବ ଚୁକ୍ତ କରାଇ ନେଇଯିବାକୁ ହେବ ।
ବାବା ଘଡିକୁ ଘଡି କହୁଛନ୍ତି ମନମନାଭବ । ବାବାଙ୍କୁ ୟାଦ କଲେ ସମ୍ପତ୍ତି ମଧ୍ୟ ନିଶ୍ଚୟ ମନେପଡିବ
। ବିଶ୍ୱର ବାଦଶାହୀ ମିଳୁଛି ନା । ସେଥିପାଇଁ ପୁରୁଷାର୍ଥ ମଧ୍ୟ ଏହିପରି କରିବାକୁ ପଡିବ । ତୁମ
ସନ୍ତାନମାନଙ୍କୁ କୌଣସି କଷ୍ଟ ଦେଉନାହିଁ । ଜାଣିଛି ତୁମେ ବହୁତ ଦୁଃଖ ଦେଖିଛ । ଏବେ ତୁମକୁ କୌଣସି
କଷ୍ଟ ଦେଉନାହିଁ । ଭକ୍ତି ମାର୍ଗରେ ଆୟୁଷ ମଧ୍ୟ କମ୍ ହୋଇଥାଏ । ଅକାଳମୃତ୍ୟୁ ହୋଇଯାଇଥାଏ । କେତେ
ହାଏ ହାଏ କରିଥାନ୍ତି । କେତେ ଦୁଃଖ ଭୋଗୁଛନ୍ତି । ମତି ହିଁ ଭ୍ରମ ହୋଇଯାଉଛି । ଏବେ ବାବା
କହୁଛନ୍ତି କେବଳ ମୋତେ ୟାଦ କରିଚାଲ । ସ୍ୱର୍ଗର ମାଲିକ ହେବାକୁ ହେଲେ ଦୈବୀଗୁଣ ମଧ୍ୟ ଧାରଣ
କରିବାକୁ ପଡିବ । ସର୍ବଦା ଉଚ୍ଚ ହେବା ପାଇଁ ପୁରୁଷାର୍ଥ କରାଯାଇଥାଏ, ଯେ ଆମେ କିପରି
ଲକ୍ଷ୍ମୀ-ନାରାୟଣ ହେବୁ । ବାବା କହୁଛନ୍ତି ମୁଁ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ଉଭୟ ଧର୍ମ ସ୍ଥାପନ
କରୁଛି । ତ୍ରେତାକୁ ଯାଉଥିବା ଆତ୍ମା ଫେଲ୍ ହେଉଥିବାରୁ ତାଙ୍କୁ କ୍ଷତ୍ରିୟ କୁହାଯାଉଛି । ଏହା
ଯୁଦ୍ଧକ୍ଷେତ୍ର ଅଟେ ନା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସୁଖଧାମର
ସମ୍ପତ୍ତିର ପୂରା ଅଧିକାର ନେବା ପାଇଁ ସଂଗମଯୁଗରେ ରୁହାନୀ ଯାଦୁକର ହୋଇ ବାବାଙ୍କୁ ମଧ୍ୟ ନିଜର
ସନ୍ତାନ କରିନେବାକୁ ହେବ । ତାଙ୍କ ଉପରେ ସଂପୂର୍ଣ୍ଣ ଭାବେ ସମର୍ପଣ ହେବାକୁ ପଡିବ ।
(୨) ସ୍ୱଦର୍ଶନ ଚକ୍ରଧାରୀ
ହୋଇ ନିଜକୁ ଭାଗ୍ୟବାନ୍ ତାରକା କରିବାକୁ ପଡିବ । ବିହଙ୍ଗ ମାର୍ଗର ସେବାରେ ନିମିତ୍ତ ହୋଇ ଉଚ୍ଚପଦ
ନେବାକୁ ହେବ । ଗାଁ-ଗାଁରେ ସେବା କରିବାକୁ ପଡିବ । ତା ସହିତ ଯୋଗର ଚାର୍ଟ ମଧ୍ୟ ନିଶ୍ଚିତ
ରଖିବାକୁ ପଡିବ ।
ବରଦାନ:-
ଦୃଢ ସଂକଳ୍ପ
ରୂପୀ ଡିଆସିଲି କାଠି ଦ୍ୱାରା ଆତ୍ମିକ ବୋମାର ଆତଶବାଜୀ ଜଳାଉଥିବା ସଦା ବିଜୟୀ ଭବ ।
ଆଜିକାଲି ଆତଶବାଜୀର ବୋମା
ମଧ୍ୟ ତିଆରି କରୁଛନ୍ତି କିନ୍ତୁ ତୁମେମାନେ ନିଜର ଦୃଢ ସଂକଳ୍ପ ରୂପୀ ଡିଆସିଲି କାଠି ଦ୍ୱାରା
ଆତ୍ମିକ ବୋମା ରୂପୀ ଆତଶବାଜୀ ଅର୍ଥାତ୍ ବାଣ ଫୁଟାଅ ଯାହା ଦ୍ୱାରା ସବୁ ପୁରୁଣା ଜିନିଷ ସମାପ୍ତ
ହୋଇଯିବ । ସେମାନେ ତ ବାଣ ଫୁଟାଇବାରେ ଧନ ଖର୍ଚ୍ଚ କରୁଛନ୍ତି କିନ୍ତୁ ତୁମେମାନେ ଏହାଦ୍ୱାରା ଧନ
ରୋଜଗାର କରୁଛ । ତାହା ହେଲା ଆତଶବାଜୀ କିନ୍ତୁ ତୁମର ହେଲା ଉଡିବାର କଳାରବାଜୀ । ଏହାଦ୍ୱାରା
ତୁମେମାନେ ବିଜୟୀ ହୋଇଯାଉଛ । ତେଣୁ ଏବେ ଡବଲ ଫାଇଦା ନିଅ, ବାଣ ବି ଫୁଟାଅ ଏବଂ ଧନ ବି ରୋଜଗାର
କର - ଏହିଭଳି ବିଧି ଆପଣାଅ ।
ସ୍ଲୋଗାନ:-
ଯେ କୌଣସି
ବିଶେଷ କାର୍ଯ୍ୟରେ ସହଯୋଗୀ ହେବା ହିଁ ଆଶୀର୍ବାଦ ରୂପୀ ଲିଫ୍ଟରେ ବସିବା ।