02.11.25    Avyakt Bapdada     Odia Murli    31.10.2007     Om Shanti     Madhuban


"ନିଜର ଶ୍ରେଷ୍ଠ ସ୍ୱମାନର ନିଶାରେ ରହି ଅସମ୍ଭବକୁ ସମ୍ଭବ କରି ଚିନ୍ତାମୁକ୍ତ ସମ୍ରାଟ ହୁଅ ।“


ଆଜି ବାପଦାଦା ନିଜର ଚାରିଆଡର ଶ୍ରେଷ୍ଠ ସ୍ୱମାନଧାରୀ ବିଶେଷ ପିଲାମାନଙ୍କୁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନର ସ୍ୱମାନ ଏତେ ବିଶେଷ ଅଟେ ଯାହାକି ସାରା ବିଶ୍ୱ ଭିତରେ କୌଣସି ଆତ୍ମାର ନାହିଁ । ତୁମେ ସମସ୍ତେ ସାରା ବିଶ୍ୱର ଆତ୍ମାମାନଙ୍କର ପୂର୍ବଜ ମଧ୍ୟ ଅଟ ଏବଂ ପୂଜ୍ୟ ମଧ୍ୟ ଅଟ । ସାରା ସୃଷ୍ଟି ରୂପୀ ବୃକ୍ଷର ମୂଳରେ ହିଁ ତୁମେ ଆଧାରମୂରତ ଆତ୍ମାମାନେ ଅଛ । ସାରା ବିଶ୍ୱର ପୂର୍ବଜ ପ୍ରଥମ ରଚନା ଅଟ । ତେଣୁ ବାପଦାଦା ପ୍ରତ୍ୟେକ ସନ୍ତାନର ବିଶେଷତାକୁ ଦେଖି ଖୁସି ହେଉଛନ୍ତି । ଚାହେଁ ଛୋଟ ପିଲା ହୋଇଥାଅ, ଚାହେଁ ବୟସ୍କ ମାତା ହୋଇଥାଅ, ଚାହେଁ ଘର ଗୃହସ୍ଥବାଲା ହୋଇଥାଅ । ସମସ୍ତଙ୍କର ବିଶେଷତା ଅଲଗା ଅଲଗା ଅଟେ । ଆଜିକାଲି କେତେ ସବୁ ବଡ ବଡ ବୈଜ୍ଞାନିକ ମାନେ ଅଛନ୍ତି, ଯେଉଁମାନେ କି ଦୁନିଆ ହିସାବରେ ବିଶେଷ ବ୍ୟକ୍ତି ଅଟନ୍ତି, ପ୍ରକୃତିଜିତ୍ ମଧ୍ୟ ହୋଇଯାଇଛନ୍ତି, ଚନ୍ଦ୍ରମା ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଗଲେଣି କିନ୍ତୁ ଏତେ ଛୋଟିଆ ଜ୍ୟୋତି ସ୍ୱରୂପ ଆତ୍ମାକୁ ଚିହ୍ନିପାରୁ ନାହାଁନ୍ତି । କିନ୍ତୁ ଏଠାରେ ଛୋଟିଆ ପିଲାଟି ମଧ୍ୟ ଜାଣଛି ମୁଁ ଆତ୍ମା ଅଟେ, ଜ୍ୟୋତି ବିନ୍ଦୁ ସ୍ୱରୂପ ଅଟେ ଏବଂ ନିଶାର ସହିତ କହୁଛି - ମୁଁ ଆତ୍ମା ଅଟେ । କେତେ ବଡ ବଡ ମହାତ୍ମା ମାନେ ଅଛନ୍ତି, ବ୍ରାହ୍ମଣ ଆତ୍ମାମାନେ ମଧ୍ୟ ଅଛନ୍ତି କିନ୍ତୁ ମାତାମାନେ ନିଶାର ସହିତ କହୁଛନ୍ତି ମୁଁ ପରମାତ୍ମାଙ୍କୁ ପାଇଯାଇଛି । ପାଇଯାଇଛ ନା! କିନ୍ତୁ ମହାତ୍ମାମାନେ କ’ଣ କହୁଛନ୍ତି? ପରମାତ୍ମାଙ୍କୁ ପାଇବା ବହୁତ କଷ୍ଟକର ଅଟେ । ଘର ଗୃହସ୍ଥବାଲା ଚାଲେଞ୍ଚ କରୁଛନ୍ତି ଆମେ ସବୁ ଘର ଗୃହସ୍ଥରେ ଏକାଠି ରହି ମଧ୍ୟ ପବିତ୍ର ରହୁଛୁ କାହିଁକି ନା ଆମ ମଝିରେ ବାବା ଅଛନ୍ତି । ସେଥିପାଇଁ ଉଭୟ ଏକାଠି ରହୁଥିଲେ ମଧ୍ୟ ସହଜରେ ପବିତ୍ର ରହି ପାରୁଛୁ କାହିଁକି ନା ପବିତ୍ରତା ଆମର ସ୍ୱଧର୍ମ ଅଟେ । ପରଧର୍ମ କଷ୍ଟକର ହୋଇଥାଏ କିନ୍ତୁ ସ୍ୱଧର୍ମ ସହଜ ହୋଇଥାଏ । କିନ୍ତୁ ଲୋକମାନେ କ’ଣ କହୁଛନ୍ତି? ତୁଳା ଏବଂ ନିଆଁ ଏକାଠି ରହିପାରିବେ ନାହିଁ । ବହୁତ କଷ୍ଟକର ଅଟେ, କିନ୍ତୁ ତୁମେମାନେ କ’ଣ କହୁଛ? ବହୁତ ସହଜ । ତୁମର ଆରମ୍ଭ ସମୟର ଗୋଟିଏ ଗୀତ ଥିଲା - ଯେତେ ବି ବଡ ସେଠପତି ହୋଇଥାଉ କି ମୁଖିଆ ହୋଇଥାଉ କିନ୍ତୁ ସେହି ଏକମାତ୍ର ପିତା ପରମାତ୍ମାଙ୍କୁ ଜାଣିନାହାଁନ୍ତି କି ଏତେ ଛୋଟ ବିନ୍ଦୁ ସ୍ୱରୂପ ଆତ୍ମାକୁ ମଧ୍ୟ ଜାଣି ନାହାଁନ୍ତି କିନ୍ତୁ ତୁମେ ପିଲାମାନେ ଜାଣିଯାଇଛ ଏବଂ ପାଇଯାଇଛ । ଏତେ ନିଶ୍ଚୟ ଏବଂ ନିଶାର ସହିତ କହୁଛ, ଅସମ୍ଭବ ମଧ୍ୟ ସମ୍ଭବ ଅଟେ । ବାପଦାଦା ମଧ୍ୟ ପ୍ରତ୍ୟେକ ସନ୍ତାନକୁ ବିଜୟୀ ରତ୍ନ ରୂପରେ ଦେଖି ହର୍ଷିତ ହେଉଛନ୍ତି କାହିଁକି ନା ସାହସୀ ପିଲାମାନଙ୍କୁ ବାବାଙ୍କର ସାହାଯ୍ୟ ମିଳିଥାଏ । ସେଥିପାଇଁ ଦୁନିଆ ପାଇଁ ଯାହା ଅସମ୍ଭବ କଥା ତାହା ତୁମମାନଙ୍କ ପାଇଁ ସହଜ ଏବଂ ସମ୍ଭବ ହୋଇଯାଇଛି । ନିଶା ରହିଛି ଯେ ଆମେ ପରମାତ୍ମାଙ୍କର ପ୍ରତ୍ୟକ୍ଷ ସନ୍ତାନ ଅଟୁ! ତେଣୁ ଏହିଭଳି ନିଶା ଥିବା କାରଣରୁ, ନିଶ୍ଚୟଥିବା କାରଣରୁ, ପରମାତ୍ମାଙ୍କର ସନ୍ତାନ ହୋଇଥିବା କାରଣରୁ ମାୟାଠାରୁ ମଧ୍ୟ ସୁରକ୍ଷିତ ଅଟ କାରଣ ସନ୍ତାନ ହେବା ଅର୍ଥ ସହଜରେ ସୁରକ୍ଷିତ ହୋଇଯିବା । ଯେହେତୁ ତୁମେମାନେ ସନ୍ତାନ ଅଟ ତେଣୁ ସମସ୍ତ ବିଘ୍ନଠାରୁ ଏବଂ ସମସ୍ୟାଗୁଡିକ ଠାରୁ ସୁରକ୍ଷିତ ଅଟ ।

ତେଣୁ ନିଜର ଏତେ ଶ୍ରେଷ୍ଠ ସ୍ୱମାନକୁ ଜାଣିଛ ତ! କାହିଁକି ସହଜ ଅଟେ? କାହିଁକି ନା ତୁମେମାନେ ନିଜର ଶାନ୍ତିର ଶକ୍ତି ଦ୍ୱାରା ପରିବର୍ତ୍ତନ ଶକ୍ତିକୁ କାର୍ଯ୍ୟରେ ଲଗାଉଛ । ନକାରାତ୍ମକକୁ ସକାରାତ୍ମକରେ ପରବର୍ତ୍ତନ କରିହେଉଛ । ମାୟା ଯେତେ ବି ସମସ୍ୟା ରୂପରେ ଆସୁ କିନ୍ତୁ ତୁମେ ନିଜର ପରିବର୍ତ୍ତନ ଶକ୍ତି ଦ୍ୱାରା, ଶାନ୍ତିର ଶକ୍ତି ଦ୍ୱାରା ସମସ୍ୟାକୁ ସମାଧାନ ସ୍ୱରୂପ କରିଦେଉଛ, କାରଣକୁ ନିବାରଣ ରୂପରେ ପରିବର୍ତ୍ତନ କରିଦେଉଛ । କ’ଣ ଏତିକି ଶକ୍ତି ଅଛି ତ? କୋର୍ସ ତ କରାଉଛ ନା! ନକାରାତ୍ମକକୁ ସକାରାତ୍ମକରେ ପରିବର୍ତ୍ତନ କରିବାର ବିଧି ମଧ୍ୟ ଶିଖାଉଛ । ତୁମମାନଙ୍କୁ ଏହି ପରିବର୍ତ୍ତନ ଶକ୍ତି ବାବାଙ୍କଠାରୁ ପୈତୃକ ସମ୍ପତ୍ତି ରୂପରେ ମିଳିଛି । କେବଳ ଏହି ଗୋଟିଏ ଶକ୍ତି ନୁହେଁ, ସର୍ବ ଶକ୍ତିଗୁଡିକ ମଧ୍ୟ ତୁମକୁ ପରମାତ୍ମ ସମ୍ପତ୍ତି ରୂପରେ ମିଳିଛି, ସେଥିପାଇଁ ବାପଦାଦା ପ୍ରତିଦିନ କହୁଛନ୍ତି, ପ୍ରତିଦିନ ମୁରଲୀ ଶୁଣୁଛ ନା! ତେବେ ପ୍ରତିଦିନ ବାପଦାଦା ଏହିକଥା କହୁଛନ୍ତି - ବାବାଙ୍କୁ ମନେ ପକାଅ ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଅ ଏବଂ ବାବାଙ୍କର ସ୍ମୃତି ମଧ୍ୟ ସହଜରେ କାହିଁକି ଆସିଯାଉଛି? ଯେହେତୁ ତୁମେମାନେ ସମ୍ପତ୍ତି ରୂପକ ପ୍ରାପ୍ତିକୁ ମନେ ପକାଉଛ ତେଣୁ ବାବାଙ୍କର ସ୍ମୃତି ମଧ୍ୟ ପ୍ରାପ୍ତିର ସ୍ମୃତି କାରଣରୁ ସହଜରେ ଆସିଯାଉଛି । ତେବେ ପ୍ରତ୍ୟେକ ସନ୍ତାନ ଭିତରେ ଏହି ଆତ୍ମିକ ନିଶା ନିଶ୍ଚିତ ରହୁଛି ତେଣୁ ଦିଲ୍ ଭିତରେ ଏହି ଗୀତ ଗାଉଛନ୍ତି - ଯାହା ପାଇବାର ଥିଲା ତାହା ପାଇଗଲି । ସମସ୍ତଙ୍କ ଦିଲ୍‌ରେ ଏହି ଗୀତ ସ୍ୱତଃ ଭାବରେ ବାଜୁଛି ନା! ନିଶା ଅଛି ନା! ତେବେ ଯେତେ ଯେତେ ଏହି ନିଶାରେ ରହିବ ସେହି ଅନୁସାରେ ଚିନ୍ତାମୁକ୍ତ ମଧ୍ୟ ରହିବ । ଯଦି ତୁମର ସଂକଳ୍ପରେ ବା ବାଣୀରେ ବା ସମ୍ବନ୍ଧ-ସମ୍ପର୍କରେ କୌଣସି ପ୍ରକାରର ଚିନ୍ତା ରହୁଛି ତେବେ ତୁମ ଭିତରେ ନିଶା ନାହିଁ । ବାପଦାଦା ତ ତୁମମାନଙ୍କୁ ଚିନ୍ତାମୁକ୍ତ ସମ୍ରାଟ କରିଦେଇଛନ୍ତି । କୁହ, ଚିନ୍ତାମୁକ୍ତ ସମ୍ରାଟ ଅଟ ତ? ଯଦି ଅଟ ତେବେ ହାତ ଉଠାଅ । କ’ଣ ଚିନ୍ତାମୁକ୍ତ ସମ୍ରାଟ ତ? ଚିନ୍ତାମୁକ୍ତ ଅଟ, ନା କେବେ କେବେ ଚିନ୍ତା ଆସିଯାଉଛି? ଭଲ କଥା । ଯଦି ବାବା ଚିନ୍ତାମୁକ୍ତ ଅଟନ୍ତି ତେବେ ପିଲାମାନଙ୍କର ଚିନ୍ତା କ'ଣ!

ବାପଦାଦା ତ କହିଦେଇଛନ୍ତି ସବୁ ବୋଝ ବା ଚିନ୍ତା ଯଦି କିଛି ଅଛି ତେବେ ବାପଦାଦାଙ୍କୁ ଦେଇଦିଅ । ବାବା ତ ସାଗର ଅଟନ୍ତି ନା ତେଣୁ ତୁମର ସାରା ବୋଝ ସାଗରରେ ମିଶିଯିବ । କେବେ କେବେ ବାପଦାଦା ପିଲାମାନଙ୍କର ଗୋଟିଏ ଗୀତ ଶୁଣି ମୁରୁକୀ ହସୁଛନ୍ତି । ଜାଣିଛ ତାହା କେଉଁ ଗୀତ? କ’ଣ କରିବି, କିପରି କରିବି.... କେବେ କେବେ ତ ଗାଉଛ ନା! ବାପଦାଦା ତ ଶୁଣି ଚାଲିଛନ୍ତି । କିନ୍ତୁ ବାପଦାଦା ସବୁ ପିଲାଙ୍କୁ ଏହି କଥା କହୁଛନ୍ତି, ହେ ମିଠା ମିଠା ପିଲାମାନେ, ଗେହ୍ଲା ପିଲାମାନେ, ସାକ୍ଷୀଦ୍ରଷ୍ଟା ସ୍ଥିତିର ଆସନ ଉପରେ ସ୍ଥିତ ହୋଇଯାଅ ଏବଂ ଖେଳ ଦେଖ ତେବେ ବହୁତ ମଜା ଲାଗିବ, ବାଃ! ତ୍ରିକାଳଦର୍ଶୀ ସ୍ଥିତିରେ ମଧ୍ୟ ସ୍ଥିତ ହୋଇଯାଅ । ଯେହେତୁ ଆସନରୁ ତଳକୁ ଆସିଯାଉଛ ସେଥିପାଇଁ ହଲଚଲ ହୋଇଯାଉଛ । ଯଦି ସର୍ବଦା ଆସନ ଉପରେ ସ୍ଥିତ ରହିଥିବ ତେବେ ହଲ୍‌ଚଲ୍ ହେବ ନାହିଁ । ତେବେ ଜାଣିଛ କେଉଁ ତିନୋଟି ଜିନିଷ ତୁମମାନଙ୍କୁ ହଲ୍‌ଚଲ୍ କରୁଛି । ୧- ଚଞ୍ଚଳ ମନ ୨ - ଭଟକୁଥିବା ବୁଦ୍ଧି, ୩- ପୁରୁଣା ସଂସ୍କାର । ବାପଦାଦାଙ୍କୁ ପିଲାମାନଙ୍କର ଗୋଟିଏ କଥା ଶୁଣି ବହୁତ ହସ ଲାଗୁଛି, ଜାଣିଛ ତାହା କ'ଣ? କହୁଛନ୍ତି ବାବା କ’ଣ କରିବି, ଏହା ମୋର ପୁରୁଣା ସଂସ୍କାର, ଅଟେ ନା! ତେଣୁ ବାପଦାଦାଙ୍କୁ ହସ ଲାଗୁଛି । ଯଦି କହୁଛ ଏହା ମୋ’ର ସଂସ୍କାର ତେବେ ମୋ’ର କହିବା ବା ମୋ’ର କରିଦେବା ଅର୍ଥ ତା' ଉପରେ ଅଧିକାର ରଖିବା । ଯଦି ପୁରୁଣା ସଂସ୍କାର ଗୁଡିକୁ ମୋ’ର କରିଦେଲ ତେବେ ମୋ’ର ଜିନିଷ ତ ମୋ ଭିତରେ ଜାଗା ନେବ ନା! ତେବେ କ’ଣ ବ୍ରାହ୍ମଣ ଆତ୍ମା କହି ପାରିବ ଏହା ମୋର ସଂସ୍କାର? ଏଗୁଡିକୁ ମୋ’ର ମୋ’ର କହିବା ଅର୍ଥ ନିଜ ଭିତରେ ତାକୁ ଜାଗା ଦେଇ ଦେବା । ତେଣୁ ତୁମେ ବ୍ରାହ୍ମଣମାନେ ତାକୁ ମୋ’ର କହିପାରିବ ନାହିଁ । ଏହା ତ ତୁମର ପୂର୍ବ ଜୀବନର ସଂସ୍କାର ବା ଶୂଦ୍ର ଜୀବନର ସଂସ୍କାର, ବ୍ରାହ୍ମଣ ଜୀବନର ନୁହେଁ । ତେଣୁ ତା'କୁ ମୋ’ର ମୋ’ର କହିବା କାରଣରୁ ସେ ମଧ୍ୟ ମୋ’ର ପଣିଆର ଅଧିକାର ସହିତ ବସି ପଡିଛି । ତୁମେମାନେ ବ୍ରାହ୍ମଣ ଜୀବନର ସଂସ୍କାରକୁ ତ ଜାଣିଛ ନା! ଏବଂ ଏହି ସଂସ୍କାର ଗୁଡିକୁ ଯାହାକୁ ତୁମେମାନେ ପୁରୁଣା ବୋଲି କହୁଛ, ତାହା ମଧ୍ୟ ପୁରୁଣା ନୁହେଁ କାହିଁକି ନା ତୁମ ଶ୍ରେଷ୍ଠ ଆତ୍ମାମାନଙ୍କର ପୁରୁଣାରୁ ପୁରୁଣା ସଂସ୍କାର ହେଉଛି ଅନାଦି ଏବଂ ଆଦି ସଂସ୍କାର । ଏହା ତ ଦ୍ୱାପର ଯୁଗର ଅର୍ଥାତ୍ ମଧ୍ୟ ସମୟର ସଂସ୍କାର । ତେଣୁ ମଝି ସମୟର ସଂସ୍କାର ଗୁଡିକୁ ବାବାଙ୍କ ସହାୟତରେ ସମାପ୍ତ କରିଦେବା କୌଣସି କଷ୍ଟକର କାମ ନୁହେଁ । କିନ୍ତୁ ହେଉଛି କ'ଣ? ଯେଉଁ ବାବା ସଦାସର୍ବଦା ତୁମ ସହିତ ଯୁଗଳ ଅଟନ୍ତି, ତାଙ୍କୁ ନିଜର ଯୁଗଳ ମନେ କରି ସାହାଯ୍ୟ ନେଉ ନାହଁ, କାରଣ ଯୁଗଳ ହୋଇ ରହିବାର ଅର୍ଥ ହେଲା ସମୟ ଅନୁସାରେ ସହଯୋଗୀ ହେବା, ଏବଂ ଯଥା ସମୟରେ ସହଯୋଗ ନ ନେବା କାରଣରୁ ମଝି ସମୟର ସଂସ୍କାର ମହାନ ହୋଇଯାଉଛି ।

ବାପଦାଦା ଜାଣିଛନ୍ତି ଯେ ସବୁ ପିଲା ବାବାଙ୍କର ସ୍ନେହର ପାତ୍ର ଅଟନ୍ତି, ଅଧିକାରୀ ମଧ୍ୟ ଅଟନ୍ତି । ବାବା ଏହା ମଧ୍ୟ ଜାଣିଛନ୍ତି ଯେ ସ୍ନେହ ଥିବା କାରଣରୁ ହିଁ ସମସ୍ତେ ଏଠାରେ ପହଞ୍ଚି ଯାଇଛନ୍ତି । ଚାହେଁ ବିଦେଶରୁ ଆସିଥାନ୍ତୁ, ଚାହେଁ ଦେଶ ଭିତରୁ ଆସିଥାନ୍ତୁ କିନ୍ତୁ ପରମାତ୍ମ ସ୍ନେହର ଆକର୍ଷଣ ଦ୍ୱାରା ହିଁ ନିଜର ଘରେ ପହଞ୍ଚି ଯାଇଛନ୍ତି । ବାପଦାଦା ଏକଥା ମଧ୍ୟ ଜାଣିଛନ୍ତି ଯେ ସ୍ନେହର ବିଷୟରେ ଅଧିକାଂଶ ପିଲା ପାସ୍ ହୋଇଯାଇଛନ୍ତି । ବିଦେଶରୁ ସ୍ନେହ ରୂପକ ବିମାନରେ ଆସି ପହଞ୍ଚିଯାଇଛନ୍ତି । କ’ଣ କହୁଛ, ସମସ୍ତେ ସ୍ନେହ ରୂପୀ ଡୋରୀରେ ବାନ୍ଧି ହୋଇ ଏଠାରେ ପହଞ୍ଚି ଯାଇଛ ନା! ଏହି ପରମାତ୍ମ ସ୍ନେହ ଦିଲ୍‌କୁ ଆରାମ ମଧ୍ୟ ଦେଇଥାଏ । ଆଚ୍ଛା - ଯେଉଁମାନେ ପ୍ରଥମ ଥର ଆସିଛ ସେମାନେ ହାତ ଉଠାଅ, ହାତ ହଲାଅ । ଆସିଛ ଭଲ କରିଛ ।

ଏବେ ବାପଦାଦା ଯେଉଁ ହୋମ୍ ୱାର୍କ ଦେଇଥିଲେ ତାହା ମନେ ଅଛି ତ? କ’ଣ କହୁଛ? ବାପଦାଦାଙ୍କ ପାଖକୁ ବହୁତ ଆଡର ଫଳାଫଳ ଆସିଯାଇଛି କିନ୍ତୁ ସମସ୍ତଙ୍କର ଆସି ନାହିଁ । କେହି କେହିଙ୍କର କିଛି ମାତ୍ରାରେ ମଧ୍ୟ ଆସିଛି । କିନ୍ତୁ ଏବେ କ’ଣ କରିବ? ବାପଦାଦା କ’ଣ ଚାହୁଁଛନ୍ତି । ବାପଦାଦା ଚାହୁଁଛନ୍ତି ଯେ ସମସ୍ତେ ଯେହେତୁ ପୂଜନୀୟ ଆତ୍ମା ଅଟ, ତେଣୁ ପୂଜ୍ୟନୀୟ ଆତ୍ମାମାନଙ୍କର ବିଶେଷ ଲକ୍ଷଣ ହେଲା ସମସ୍ତଙ୍କୁ ଦୁଆ ଅର୍ଥାତ୍ ଆଶୀର୍ବାଦ ଦେବା । ତେବେ ତୁମେ ସମସ୍ତେ ନିଜକୁ ପୂଜନୀୟ ଆତ୍ମା ବୋଲି ଜାଣିଛ? ତେଣୁ ବୁଝିନିଅ ଯେ ଏହିଭଳି ଦୁଆ ଦେବା ଅର୍ଥ ନେବା ମଧ୍ୟ ଅଟେ । ତେଣୁ ଯିଏ ଦୁଆ ଦେଇଥାଏ ଏବଂ ଯାହାକୁ ଦେଇଥାଏ ତା ଅନ୍ତରରୁ ବାରମ୍ବାର ଦେବାବାଲା ପାଇଁ ଦୁଆ ବାହାରିଥାଏ । ତେଣୁ ହେ ପୂଜ୍ୟ ଆତ୍ମାମାନେ ଦୁଆ ଦେବା ତୁମମାନଙ୍କର ନିଜସ୍ୱ ସଂସ୍କାର ଏବଂ ଅନାଦି ସଂସ୍କାର ମଧ୍ୟ ଅଟେ । ଯେବେ କି ତୁମର ଜଡ ଚିତ୍ର ମଧ୍ୟ ଆଶୀର୍ବାଦ ଦେଉଛି ତେଣୁ ତୁମେ ଚୈତନ୍ୟ ପୂଜ୍ୟ ଆତ୍ମାମାନଙ୍କର ସ୍ୱାଭାବିକ ସଂସ୍କାର ହିଁ ଆଶୀର୍ବାଦ ଦେବା ଅଟେ । ତେଣୁ ଏହାକୁ କୁହ ମୋ’ର ସଂସ୍କାର । ମଝି ସମୟର ଅର୍ଥାତ୍ ଦ୍ୱାପର ଯୁଗର ସଂସ୍କାର ଗୁଡିକ ଏବେ ତୁମର ସ୍ୱାଭାବିକ ସଂସ୍କାର ପାଲଟି ଯାଇଛି । ବାସ୍ତବରେ ଆଶୀର୍ବାଦ ଦେବାର ସଂସ୍କାର ହିଁ ତୁମମାନଙ୍କର ସ୍ୱାଭାବିକ ସଂସ୍କାର ଅଟେ । ଯଦି ତୁମେ କାହାକୁ ଆଶୀର୍ବାଦ ଦେଉଛ ତେବେ ସେହି ଆତ୍ମା କେତେ ଖୁସି ହୋଇଯାଉଛି, ସେହିଭଳି ଖୁସିର ବାତାବରଣ କେତେ ସୁଖଦାୟୀ ହୋଇଥାଏ! ତେଣୁ ଯେଉଁମାନେ ବି ହୋମୱାର୍କ କରିଛନ୍ତି, ଚାହେଁ ଏଠାକୁ ଆସିଥାଆନ୍ତୁ କି ନ ଆସିଥାଆନ୍ତୁ ସେମାନେ ସମସ୍ତେ ବାପଦାଦାଙ୍କ ସମ୍ମୁଖରେ ଅଛନ୍ତି ଏବଂ ବାପଦାଦା ସେମାନଙ୍କୁ ଅଭିନନ୍ଦନ ଦେଉଛନ୍ତି । ଯଦି ହୋମୱାର୍କ କରିଛ ତେବେ ସେହି ଆଶୀର୍ବାଦ ଦେବାର ଅଭ୍ୟାସକୁ ନିଜର ସ୍ୱାଭାବିକ ନେଚରରେ ପରିଣତ କରି ଭବିଷ୍ୟତରେ ମଧ୍ୟ କର ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ । ବାକି ଯେଉଁମାନେ ଅଳ୍ପ ଅଳ୍ପ କରିଛନ୍ତି ବା ଆଦୌ କରି ନାହାଁନ୍ତି ସେମାନେ ମଧ୍ୟ ସର୍ବଦା ନିଜକୁ ମୁଁ ପୂଜ୍ୟ ଆତ୍ମା ଅଟେ, ବାବାଙ୍କର ଶ୍ରୀମତ ଅନୁସାରେ ଚାଲୁଥିବା ବିଶେଷ ଆତ୍ମା ଅଟେ, ଏହି ସ୍ମୃତିକୁ ବାରମ୍ବାର ନିଜର ସ୍ମୃତିରେ ଏବଂ ସ୍ୱରୂପରେ ଆଣ, କାହିଁକି ନା କାହାକୁ ବି ଯଦି ପଚାରିବ ତୁମେ କ’ଣ ହେବାକୁ ଚାହୁଁଛ? ସମସ୍ତେ କହୁଛନ୍ତି ଆମେ ଲକ୍ଷ୍ମୀ-ନାରାୟଣ ହେବୁ । ରାମ-ସୀତା ହେବା ପାଇଁ କେହି ବି ହାତ ଉଠାଉ ନାହାଁନ୍ତି । ତା ହେଲେ ଯଦି ଲକ୍ଷ୍ୟ ରଖିଛ ୧୬ କଳା ସମ୍ପନ୍ନ ହେବାର ତେବେ ୧୬ କଳା ଅର୍ଥାତ୍ ପରମପୂଜ୍ୟ ଆତ୍ମା ଏବଂ ପୂଜ୍ୟ ଆତ୍ମାର କର୍ତ୍ତବ୍ୟ ହେଉଛି - ଆଶୀର୍ବାଦ ଦେବା । ତେଣୁ ଏହି ସଂସ୍କାରକୁ ଚାଲିବା ବୁଲିବା ସମୟରେ ମଧ୍ୟ ସହଜ ଏବଂ ସଦାକାଳର କରିଦିଅ, କାରଣ ତୁମେମାନେ ପୂଜ୍ୟ ଆତ୍ମା ହିଁ ଅଟ, ୧୬ କଳା ସମ୍ପନ୍ନ ହିଁ ଅଟ । ଲକ୍ଷ୍ୟ ତ ଏହା ହିଁ ରଖିଛ ନା!

ବାପଦାଦା ଖୁସି ହେଉଛନ୍ତି ଯେ ଯେଉଁମାନେ ବି କରିଛନ୍ତି ସେମାନେ ନିଜର ମସ୍ତକରେ ବାବାଙ୍କ ଦ୍ୱାରା ବିଜୟର ତିଳକ ଲଗାଇ ଦେଇଛନ୍ତି । ଏହା ସହିତ ବାପଦାଦାଙ୍କ ପାଖକୁ ସବୁ ଆଡୁ, ସବୁ ବର୍ଗ ଗୁଡିକ ଠାରୁ ଏବଂ ସେବାକେନ୍ଦ୍ରମାନଙ୍କର ବହୁତ ଭଲ ଭଲ ସେବାର ସମାଚାର ପହଞ୍ଚିଯାଇଛି । ତେଣୁ ଗୋଟିଏ ହେଲା ହୋମ୍‌ୱାର୍କ କରିବାର ଅଭିନନ୍ଦନ, ଆଉ ଗୋଟିଏ ହେଲା ସେବାର ମଧ୍ୟ ପଦ୍ମ-ପଦ୍ମଗୁଣା ଅଭିନନ୍ଦନ ସ୍ୱୀକାର କର । ବାବା ଦେଖୁଛନ୍ତି ଯେ ଗାଁ-ଗାଁ ମାନଙ୍କରେ ସନ୍ଦେଶ ଦେବାର ସେବା ବହୁତ ଭଲ ବିଧିରେ ଅଧିକାଂଶ ଏରିଆରେ କରିଛନ୍ତି । ତେଣୁ ଏହି ସେବା ମଧ୍ୟ ଦୟାଶୀଳ ହୋଇ କରିଛନ୍ତି, ସେଥିପାଇଁ ସେବାର ଉମଙ୍ଗ-ଉତ୍ସାହ ଦ୍ୱାରା ଫଳାଫଳ ମଧ୍ୟ ଭଲ ମିଳିଛି । ତେବେ ତୁମେମାନେ କୌଣସି ମେହନତ କରି ନାହଁ ବରଂ ବାବାଙ୍କ ସହିତ ସ୍ନେହର ଅର୍ଥ ହେଲା ସନ୍ଦେଶ ଦେବାରେ ସ୍ନେହ ରଖିବା, ତେବେ ସ୍ନେହପୂର୍ଣ୍ଣ ରୀତିରେ ସେବା କରିଛ, ତେଣୁ ସେବାର ପ୍ରତିଦାନରେ ସବୁ ସେବାଧାରୀମାନଙ୍କୁ ସ୍ୱତଃ ହିଁ ବାବାଙ୍କର ପଦ୍ମାଗୁଣା ସ୍ନେହ ପ୍ରାପ୍ତ ହୋଇଛି ଏବଂ ହେଉଥିବ ମଧ୍ୟ । ଏଥିସହିତ ସମସ୍ତେ ନିଜର ପ୍ରିୟ ଦାଦୀକୁ ବହୁତ ସ୍ନେହର ସହିତ ମନେ ପକାଇଛ ଏବଂ ସ୍ନେହର ପ୍ରତିଦାନ ମଧ୍ୟ ଦେଉଛ । ଏହିଭଳି ସ୍ନେହର ସୁଗନ୍ଧ ବାପଦାଦାଙ୍କ ନିକଟରେ ଭଲ ଭାବରେ ପହଞ୍ଚି ଯାଇଛି ।

ତେବେ ମଧୁବନରେ ଏବେ ଯାହା ସବୁ କାର୍ଯ୍ୟ ଚାଲିଛି, ଚାହେଁ ବିଦେଶୀମାନଙ୍କର, ଚାହେଁ ଭାରତବାସୀଙ୍କର ସେହି ସବୁ କାର୍ଯ୍ୟ ମଧ୍ୟ ପରସ୍ପରକୁ ସହଯୋଗ ଏବଂ ସମ୍ମାନ ଦେବା ଆଧାରରେ ବହୁତ ଭଲ ଭାବରେ ସଫଳ ହୋଇଛି ଏବଂ ଭବିଷ୍ୟତରେ ହେବାକୁ ଥିବା କାର୍ଯ୍ୟ ମଧ୍ୟ ସଫଳ ହୋଇ କରି ହିଁ ରହିଛି, କାହିଁକି ନା ସଫଳତା ତ ତୁମମାନଙ୍କର ଗଳାର ହାର ଅଟେ । ତୁମେମାନେ ବାବାଙ୍କର ଗଳାର ଅଟ । ତେଣୁ ବାବାଙ୍କର ଗଳାର ହାର କେବେ ବି ହାରିଯାଇ ପାରିବ ନାହିଁ । ତେଣୁ ତୁମକୁ ହାର ହେବାର ଅଛି ନା ହାରିବାର ଅଛି? ନାହିଁ ନା! ହାର ହେବା ତ ଭଲ କଥା ନା? ତେଣୁ କେବେ ବି ହାରିଯିବାର ନାହିଁ । ହାରିବାବାଲା ତ ଦୁନିଆରେ କୋଟି କୋଟି ସଂଖ୍ୟାରେ ଅଛନ୍ତି, ତୁମେମାନେ ହାର ହୋଇ ବାବାଙ୍କର ଗଳାରେ ଗୁନ୍ତି ହୋଇଯାଇଛ । ଠିକ୍ କଥା ନା! ତେଣୁ ସଂକଳ୍ପ କର, ବାବାଙ୍କ ସ୍ନେହରେ ମାୟା କେତେ ବି ତୋଫାନ ଆଣୁ କିନ୍ତୁ ମାଷ୍ଟର ସର୍ବଶକ୍ତିବାନ ଆତ୍ମାମାନଙ୍କ ଆଗରେ ତୋଫାନ ମଧ୍ୟ ତୋଫା ଅର୍ଥାତ୍ ଉପହାର ହୋଇଯିବ । ଏହିଭଳି ବରଦାନକୁ ସର୍ବଦା ମନେ ରଖିଥାଅ ସମସ୍ୟାର ପାହାଡ କେତେ ବି ଉଚ୍ଚ ହୋଇଥାଉ କିନ୍ତୁ ପାହାଡ ମଧ୍ୟ ତୁଳା ହୋଇଯିବ । ତେଣୁ ଏବେ ସମୟ ପାଖେଇ ଆସୁଥିବା କାରଣରୁ ବରଦାନଗୁଡିକୁ ସବୁ ସମୟରେ ଅନୁଭବ କରିଚାଲ, ଅନୁଭବର ଅଥୋରିଟୀ ହୁଅ ।

ଯେବେ ଇଚ୍ଛା ସେବେ ନିଜର ଅଶରୀରୀ ହେବାର, ଫରିସ୍ତା ସ୍ୱରୂପ ହେବାର ବ୍ୟାୟାମ କରୁଥାଅ । ଏବେ ଏବେ ବ୍ରାହ୍ମଣ, ଏବେ ଏବେ ଫରିସ୍ତା, ଏବେ ଏବେ ଅଶରୀରୀ, ଚାଲିବା ବୁଲିବା ସମୟରେ, କର୍ମଧନ୍ଦା କରିବା ସମୟରେ ମଧ୍ୟ ଏକ ମିନିଟ୍ ଦୁଇ ମିନିଟ୍ ବାହାର କରି ଅଭ୍ୟାସ କର । ଚେକ୍ କର - ମୁଁ ଯାହା ସଂକଳ୍ପ କରୁଛି, ସେହିଭଳି ସ୍ୱରୂପର ଅନୁଭବ କରୁଛି ତ? ଆଚ୍ଛା ।

ଚାରିଆଡର ସଦାଶ୍ରେଷ୍ଠ ସ୍ୱମାନଧାରୀ, ସର୍ବଦା ନିଜକୁ ପରମପୂଜ୍ୟ ଏବଂ ପୂର୍ବଜ ଅନୁଭବ କରୁଥିବା, ସର୍ବଦା ନିଜକୁ ସବୁ ବିଷୟରେ ଅନୁଭବୀ କରୁଥିବା ସର୍ବଦା ବାବାଙ୍କର ହୃଦୟ ସିଂହାସନର ଅଧିକାରୀ, ଭ୍ରୃକୁଟୀ ସିଂହାସନର ଅଧିକାରୀ, ସର୍ବଦା ଶ୍ରେଷ୍ଠ ସ୍ଥିତିର ଅନୁଭବରେ ସ୍ଥିତ ରହୁଥିବା ଚାରିଆଡର ସବୁ ପିଲାମାନଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ସବୁଆଡୁ ପିଲାମାନଙ୍କର ପତ୍ର, ଇମେଲ୍‌, ସମାଚାର ଇତ୍ୟାଦି ବାପଦାଦାଙ୍କ ନିକଟରେ ପହଞ୍ଚି ଯାଇଛି, ତେଣୁ ସେବାର ଫଳ ଏବଂ ବଳ ସବୁ ସେବାଧାରୀ ପିଲାମାନଙ୍କୁ ପ୍ରାପ୍ତ ହେଉଛି ଏବଂ ଆଗକୁ ମଧ୍ୟ ହୋଇଚାଲିବ । ତେବେ ସ୍ନେହର ପତ୍ର ମଧ୍ୟ ବହୁତ ଆସୁଛି । ତେଣୁ ପରିବର୍ତ୍ତନର ଶକ୍ତି ସମ୍ପନ୍ନ ପିଲାମାନଙ୍କୁ ବାପଦାଦା ଅମର ଭବର ବରଦାନ ଦେଉଛନ୍ତି । ଯେଉଁ ସେବାଧାରୀମାନେ ଶ୍ରୀମତକୁ ପୂରା ପୂରା ଅନୁସରଣ କରିଛନ୍ତି, ସେହିଭଳି ପିଲାମାନଙ୍କୁ ବାପଦାଦା କହୁଛନ୍ତି - "ସଦା ଆଜ୍ଞାକାରୀ ପିଲାମାନେ ବାଃ । ଏହିଭଳି ବରଦାନ ଦେଉଛନ୍ତି । ଏହା ସହିତ ସ୍ନେହୀ ପିଲାମାନଙ୍କୁ ବହୁତ ବହୁତ ସ୍ନେହର ସହିତ ଦିଲ୍‌ରେ ସମାହିତ ହେଉଥିବା ଅତିପ୍ରିୟ ଏବଂ ମାୟାର ବିଘ୍ନ ଠାରୁ ଅତି ନିଆରା ହେବାର ବରଦାନ ମଧ୍ୟ ଦେଉଛନ୍ତି । ଆଚ୍ଛା!

ଏବେ ସମସ୍ତଙ୍କ ଦିଲ୍ ଭିତରେ କେଉଁ ଉମଙ୍ଗ ଆସୁଛି? କେବଳ ଗୋଟିଏ ହିଁ ଉମଙ୍ଗ ଆସୁଛି, ତାହା ହେଲା ମୋତେ ବାବାଙ୍କ ସମାନ ନିଶ୍ଚିତ ହେବାକୁ ପଡିବ । କ’ଣ ଏହିଭଳି ଉମଙ୍ଗ ଅଛି ତ? ପାଣ୍ଡବମାନେ ହାତ ହଲାଅ । ନିଶ୍ଚିତ ହେବୁ । ଦେଖିବୁ, ହେବୁ, କରିବୁ, ଏଭଳି କୁହ ନାହିଁ.... କୁହ ହେବାକୁ ହିଁ ପଡିବ । ପକ୍କା, ପକ୍କା? ଆଚ୍ଛା ସମସ୍ତେ ନିଜ ନିଜର ଓ.କେ. କାର୍ଡକୁ ନିଜର ଟୀଚରଙ୍କୁ ଚାର୍ଟ ରୂପରେ ଦେଇ ଚାଲିଥାଅ, ସେଥିରେ ଅଧିକ କଥା ଲେଖିବାର ନାହିଁ, କେବଳ ଗୋଟିଏ କାର୍ଡ ନିଅ ସେଥିରେ ଓ.କେ. ଲେଖ ନଚେତ୍ ଓ.କେ. ଲେଖି ସେଥିରେ ଗାର ପକାଇଦିଅ, ବାସ୍ । ଏତିକି ତ କରିପାରିବ ନା । ଲମ୍ବା ପତ୍ର ଲେଖ ନାହିଁ । ଆଚ୍ଛା!

ବରଦାନ:-
ସଂଗମଯୁଗରେ ପ୍ରତ୍ୟକ୍ଷ ଫଳ ଦ୍ୱାରା ଶକ୍ତିଶାଳୀ ହେଉଥିବା ସଦା ସମର୍ଥ ଆତ୍ମା ହୁଅ ।

ସଂଗମଯୁଗରେ ଯେଉଁ ଆତ୍ମାମାନେ ବେହଦ ସେବାର ନିମିତ୍ତ ହୁଅନ୍ତି ସେମାନଙ୍କୁ ନିମିତ୍ତ ହେବାର ପ୍ରତ୍ୟକ୍ଷ ଫଳ ଶକ୍ତିର ପ୍ରାପ୍ତି ହୋଇଥାଏ । ଏହି ପ୍ରତ୍ୟକ୍ଷ ଫଳ ହିଁ ଏହି ଶ୍ରେଷ୍ଠ ଯୁଗର ଫଳ ଅଟେ । ଏହିଭଳି ଫଳ ଖାଉଥିବା ଶକ୍ତିଶାଳୀ ଆତ୍ମା ଯେକୌଣସି ପରିସ୍ଥିତି ଉପରେ ସହଜରେ ବିଜୟ ପ୍ରାପ୍ତ କରିନେଇଥାଏ । ସେ ସର୍ବଦା ସମର୍ଥ ପିତାଙ୍କ ସାଥୀରେ ରହୁଥିବା କାରଣରୁ ବ୍ୟର୍ଥ ଠାରୁ ମଧ୍ୟ ସହଜରେ ମୁକ୍ତ ହୋଇଯାଏ । ବିଷଧର ସାପ ଭଳି ପରିସ୍ଥିତି ଉପରେ ମଧ୍ୟ ସେମାନେ ବିଜୟ ପ୍ରାପ୍ତ କରିନିଅନ୍ତି ସେଥିପାଇଁ ଏହାର ସ୍ମାରକୀ ରୂପରେ ଶ୍ରୀକୃଷ୍ଣଙ୍କୁ ବିଷଧର ସର୍ପର ମସ୍ତକ ଉପରେ ନାଚୁଥିବାର ଦେଖାଇଛନ୍ତି ।

ସ୍ଲୋଗାନ:-
ପାସ୍ ୱିଥ୍ ଅନର ହୋଇ ଅତୀତକୁ ପାସ୍ କର ଏବଂ ସର୍ବଦା ବାବାଙ୍କ ପାଖରେ ରୁହ ।

ଅବ୍ୟକ୍ତ ଈଶାରା:- ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ । ଯେପରି ବାପଦାଦା ଅଶରୀରୀ ଅବସ୍ଥାରୁ ଶରୀରକୁ ଆସୁଛନ୍ତି ସେହିପରି ପିଲାମାନଙ୍କୁ ମଧ୍ୟ ପ୍ରଥମେ ଅଶରୀରୀ ହୋଇ ତା' ପରେ ଶରୀରକୁ ଆସିବାକୁ ହେବ । ପ୍ରଥମେ ଅବ୍ୟକ୍ତ ସ୍ଥିତିରେ ସ୍ଥିତ ହୁଅ ତା' ପରେ ବ୍ୟକ୍ତ ଅବସ୍ଥାକୁ ଆସ । ଯେପରି ଏହି ଶରୀରକୁ ତ୍ୟାଗ କରିବା ଏବଂ ଶରୀରକୁ ଧାରଣ କରିବାର ଅନୁଭବ ସମସ୍ତଙ୍କର ଅଛି ସେହିପରି ଯେବେ ଇଚ୍ଛା ସେବେ ଶରୀରର ଚେତନାକୁ ଭୁଲି ଅଶରୀରୀ ହୋଇଯାଅ ଏବଂ ଯେବେ ଇଚ୍ଛା ସେବେ ଶରୀରର ଆଧାର ନେଇ କର୍ମ କର । ଏଭଳି ଅନୁଭବ ହେଉ ଯେପରି ଏହି ସ୍ଥୂଳ ବସ୍ତ୍ର ମୋଠାରୁ ଅଲଗା ଅଟେ ଏବଂ ଏହି ବସ୍ତ୍ରକୁ ଧାରଣ କରୁଥିବା ମୁଁ ଆତ୍ମା ଅଲଗା ଅଟେ ।