03.01.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ନିରାକାର ବାବା ତୁମମାନଙ୍କୁ ନିଜର ମତ ଦେଇ ଆସ୍ତିକ କରାଉଛନ୍ତି, ଆସ୍ତିକ ହେଲେ ହିଁ ତୁମେମାନେ ବାବାଙ୍କ ଠାରୁ ସମ୍ପତ୍ତି ନେଇପାରିବ ।”

ପ୍ରଶ୍ନ:-
ବେହଦର ରାଜତ୍ୱ ପ୍ରାପ୍ତ କରିବା ପାଇଁ କେଉଁ ଦୁଇଟି କଥା ଉପରେ ପୂରା ପୂରା ଧ୍ୟାନ ଦେବା ଦରକାର?

ଉତ୍ତର:-
୧- ପାଠପଢା ଏବଂ ୨- ସେବା । ସେବା କରିବା ପାଇଁ ଲକ୍ଷଣ ମଧ୍ୟ ବହୁତ ଭଲ ହୋଇଥିବା ଦରକାର କାରଣ ଏହି ପାଠପଢା ବହୁତ ଆଶ୍ଚର୍ଯ୍ୟଜନକ ଅଟେ, ଏହା ଦ୍ୱାରା ତୁମେ ରାଜତ୍ୱ ପ୍ରାପ୍ତ କରୁଛ । ଦ୍ୱାପର ଯୁଗଠାରୁ ଧନ ଦାନ କରିବା ଦ୍ୱାରା ରାଜତ୍ୱ ମିଳିଥାଏ କିନ୍ତୁ ଏବେ ତୁମେମାନେ ପାଠପଢା ଦ୍ୱାରା ରାଜକୁମାର-ରାଜକୁମାରୀ ହେଉଛ ।

ଗୀତ:-
ହମାରେ ତୀର୍ଥ ନ୍ୟାରେ ହେଁ...

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନେ ଗୀତର ଗୋଟିଏ ଧାଡି ଶୁଣିଲେ । ତୁମର ତୀର୍ଥ ହେଲା - ଘରେ ବସି ଚୁପ୍‌ଚାପ୍ ମୁକ୍ତିଧାମରେ ପହଞ୍ଚିବା । ଦୁନିଆର ତୀର୍ଥ ତ ସାଧାରଣ ତୀର୍ଥ କିନ୍ତୁ ତୁମର ତୀର୍ଥ ଅଲଗା । ମନୁଷ୍ୟମାନଙ୍କର ବୁଦ୍ଧିଯୋଗ ତ ସାଧୁ ସନ୍ଥମାନଙ୍କ ଆଡକୁ ବହୁତ ଆକର୍ଷିତ ହେଉଛି । କିନ୍ତୁ ତୁମମାନଙ୍କୁ ତ କେବଳ ବାବାଙ୍କୁ ହିଁ ମନେ ପକାଇବା ପାଇଁ ନିର୍ଦ୍ଦେଶ ମିଳୁଛି । ସିଏ ହେଉଛନ୍ତି ନିରାକାର ବାବା । ଏପରି ନୁହେଁ ଯେ ନିରାକାରଙ୍କୁ ମାନୁଥିବା ବ୍ୟକ୍ତି ନିରାକାରୀ ମତର ଅଟନ୍ତି । ଦୁନିଆରେ ତ ମତ-ମତାନ୍ତର ବହୁତ ରହିଛି ନା । ନିରାକାର ବାବା ହିଁ ଏହି ଗୋଟିଏ ନିରାକାରୀ ମତ ଦେଉଛନ୍ତି, ଯାହା ଦ୍ୱାରା ମନୁଷ୍ୟ ସର୍ବୋତ୍ତମ ପଦ ଜୀବନମୁକ୍ତି ଅଥବା ମୁକ୍ତି ପାଉଛନ୍ତି । ଏହି କଥାକୁ କେହି ବି କିଛି ହେଲେ ଜାଣିନାହାଁନ୍ତି । କେବଳ ଏପରି କହି-ଦେଉଛନ୍ତି ଯେ, ଆମେ ନିରାକାରଙ୍କୁ ମାନୁଛୁ । ଏଠାରେ ଅନେକ ମତ ରହିଛି । ସତ୍ୟଯୁଗରେ କେବଳ ଗୋଟିଏ ମତ ରହିବ । କଳିଯୁଗରେ ଅନେକ ମତ ରହିଛି, ଅନେକ ଧର୍ମ ଅଛି, ଏଠାରେ ତ ଲକ୍ଷ-ଲକ୍ଷ କୋଟି-କୋଟି ମତ ଥିବ । ଘରେ-ଘରେ ପ୍ରତ୍ୟେକଙ୍କର ନିଜସ୍ୱ ମତ ରହିଛି । କିନ୍ତୁ ବାବା ତୁମମାନଙ୍କୁ ସର୍ବୋଚ୍ଚ କରିବା ପାଇଁ ଏକମାତ୍ର ସର୍ବୋଚ୍ଚ ମତ ଦେଉଛନ୍ତି । ତୁମର ଚିତ୍ର ଦେଖି ଅନେକ ଲୋକ କହୁଛନ୍ତି ଯେ ଏସବୁ କ’ଣ ତିଆରି କରିଛ? ମୁଖ୍ୟ କଥା କ’ଣ? ତେବେ ତୁମେ କୁହ, ଏହା ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଅଟେ, ଯେଉଁ ଜ୍ଞାନ ଦ୍ୱାରା ଆମେ ଆସ୍ତିକ ହେଉଛୁ । ଆସ୍ତିକ ହେବା ଦ୍ୱାରା ବାବାଙ୍କଠାରୁ ବର୍ସା ମିଳୁଛି । ନାସ୍ତିକ ହେବା ଦ୍ୱାରା ବର୍ସାକୁ ହରାଇ ଦେଇଛୁ । ବର୍ତ୍ତମାନ ତୁମ ପିଲାମାନଙ୍କର ଧନ୍ଦା ହେଲା - ନାସ୍ତିକକୁ ଆସ୍ତିକ କରିବା । ଏହି ପରିଚୟ ତୁମମାନଙ୍କୁ ବାବାଙ୍କଠାରୁ ମିଳିଛି । ତ୍ରିମୂର୍ତ୍ତିର ଚିତ୍ର ତ ବହୁତ ସ୍ପଷ୍ଟ । ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ତ ନିଶ୍ଚିତ ଦରକାର ନା । ବ୍ରାହ୍ମଣମାନଙ୍କ ଦ୍ୱାରା ହିଁ ଯଜ୍ଞ ଚାଲିଥାଏ । ଏହା ତ ବହୁତ ବଡ ଯଜ୍ଞ । ପ୍ରଥମେ-ପ୍ରଥମେ ତ ଏହି କଥା ବୁଝାଇବାକୁ ପଡୁଛି ଯେ ବାବା ହିଁ ହେଉଛନ୍ତି ସର୍ବୋଚ୍ଚ । ସବୁ ଆତ୍ମାମାନେ ଭାଇ-ଭାଇ ଅଟନ୍ତି । ସମସ୍ତେ ଏକମାତ୍ର ବାବାଙ୍କୁ ହିଁ ମନେ ପକାଉଛନ୍ତି । ତାଙ୍କୁ ବାବା ବୋଲି କହୁଛନ୍ତି, ବର୍ସା ମଧ୍ୟ ରଚୟିତା ବାବାଙ୍କଠାରୁ ହିଁ ମିଳୁଛି । ରଚନା ଅର୍ଥାତ୍ ମନୁଷ୍ୟମାନଙ୍କଠାରୁ ତ ମିଳିପାରିବ ନାହିଁ, ସେଥିପାଇଁ ଈଶ୍ୱରଙ୍କୁ ସମସ୍ତେ ମନେ ପକାଉଛନ୍ତି । ତେବେ ବାବା ହେଉଛନ୍ତି ସ୍ୱର୍ଗର ରଚୟିତା ଏବଂ ସେ ଭାରତରେ ହିଁ ଆସି, ଏହି କାର୍ଯ୍ୟ କରୁଛନ୍ତି । ତ୍ରିମୂର୍ତ୍ତୀର ଚିତ୍ର ମଧ୍ୟ ବହୁତ ଭଲ । ଇଏ ବାବା, ଇଏ ଦାଦା ଅଟନ୍ତି । ବ୍ରହ୍ମାଙ୍କ ଦ୍ୱାରା ବାବା ସୂର୍ଯ୍ୟବଂଶୀ କୂଳର ସ୍ଥାପନା କରୁଛନ୍ତି । ବାବା କହୁଛନ୍ତି - ମୋତେ ମନେ ପକାଇଲେ ବିକର୍ମ ବିନାଶ ହୋଇଯିବ । ଲକ୍ଷ୍ୟ ଉଦ୍ଦେଶ୍ୟ ମଧ୍ୟ ପୁରା ରହିଛି, ସେଥିପାଇଁ ବାବା ମେଡାଲ ଅର୍ଥାତ୍ ବ୍ୟାଜ୍ ମଧ୍ୟ ତିଆରି କରାଉଛନ୍ତି । ତେବେ ତୁମେ ସମସ୍ତଙ୍କୁ କୁହ, ଅତି କମ୍ ଶବ୍ଦରେ ଆମେ ଆପଣଙ୍କୁ ବୁଝାଇ ପାରିବୁ । ବାବାଙ୍କଠାରୁ ଗୋଟିଏ ସେକେଣ୍ଡରେ ବର୍ସା ମିଳିବା ଦରକାର ନା । ବାବା ହିଁ ସ୍ୱର୍ଗର ରଚୟିତା ଅଟନ୍ତି । ଏହି ମେଡାଲ ତ ବହୁତ ଭଲ ଜିନିଷ । କିନ୍ତୁ ଦେହ-ଅଭିମାନୀ ସନ୍ତାନମାନେ କିଛି ବି ବୁଝୁ ନାହାଁନ୍ତି । ଏଥିରେ ସମସ୍ତ ଜ୍ଞାନ ରହିଛି ଯାହାକି ଗୋଟିଏ ସେକେଣ୍ଡରେ ବୁଝାଯାଇ ପାରିବ । ବାବା ଆସି ଭାରତକୁ ସ୍ୱର୍ଗ କରୁଛନ୍ତି । ନୂଆ ଦୁନିଆ ବାବା ହିଁ ସ୍ଥାପନ କରୁଛନ୍ତି । ଏହି ପୁରୁଷୋତ୍ତମ ସଂଗମଯୁଗର ମଧ୍ୟ ଗାୟନ ରହିଛି । ଏହି ସମସ୍ତ ଜ୍ଞାନ ତୁମମାନଙ୍କ ବୁଦ୍ଧିରୁ ଝରିବା ଦରକାର । କିନ୍ତୁ କାହାର ଯୋଗ ଅଛି ତ ଜ୍ଞାନ ନାହିଁ, ସେଥିପାଇଁ ଧାରଣା ହେଉ ନାହିଁ । ଯେଉଁମାନେ ସେବାଧାରୀ ସନ୍ତାନ ସେମାନଙ୍କର ଜ୍ଞାନର ଧାରଣା ବହୁତ ଭଲ ହୋଇପାରିବ । ବାବା ଆସି ମନୁଷ୍ୟମାନଙ୍କୁ ଦେବତା କରିବା ପାଇଁ ସେବା କରୁଛନ୍ତି । ଯେଉଁ ପିଲାମାନେ କୌଣସି ସେବା କରିବେ ନାହିଁ, ତେବେ ସେମାନେ କେଉଁ କାମର? ସେମାନେ ବାବାଙ୍କର ହୃଦୟରେ କିପରି ରହିପାରିବେ? ବାବା କହୁଛନ୍ତି - ଡ୍ରାମାରେ ମୋର ପାର୍ଟ ହିଁ ହେଉଛି ସମସ୍ତଙ୍କୁ ରାବଣ ରାଜ୍ୟରୁ ମୁକ୍ତ କରିବା । ଭାରତରେ ହିଁ ରାମ ରାଜ୍ୟ ଓ ରାବଣ ରାଜ୍ୟର ଗାୟନ ରହିଛି । ତେବେ ରାମ କିଏ? ଏ କଥା ମଧ୍ୟ କେହି ଜାଣିନାହାଁନ୍ତି । ଗାୟନ ମଧ୍ୟ କରୁଛନ୍ତି ହେ ପତିତ-ପାବନ, ତେବେ ଭକ୍ତମାନଙ୍କର ଭଗବାନ ହେଉଛନ୍ତି ହିଁ ଏକ । ତେଣୁ ଯିଏବି ଏଠାକୁ ଆସୁଛନ୍ତି ତାଙ୍କୁ ପ୍ରଥମେ ବାବାଙ୍କର ପରିଚୟ ଦିଅ । ଜଣ-ଜଣଙ୍କର ମନୋଭାବକୁ ଦେଖି ବୁଝାଇବା ଉଚିତ୍ । ବେହଦର ବାବା ବେହଦ ସୁଖର ବର୍ସା ଦେବା ପାଇଁ ଆସୁଛନ୍ତି । କିନ୍ତୁ ତାଙ୍କର ତ ନିଜର ଶରୀର ନାହିଁ ତେବେ ବର୍ସା କିପରି ଦେଉଛନ୍ତି? ସିଏ ନିଜେ କହୁଛନ୍ତି ଯେ, ମୁଁ ଏହି ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ପାଠ ପଢାଇ, ରାଜଯୋଗର ଶିକ୍ଷା ଦେଇ ଏହିପରି ପଦ ପ୍ରାପ୍ତ କରାଉଛି । ଏହି ମେଡାଲ୍ସ ଉପରେ ମଧ୍ୟ ତୁମେ ଗୋଟିଏ ସେକେଣ୍ଡରେ ବୁଝାଯାଇପାରିବ । ଏହା କେତେ ଛୋଟ ମେଡାଲ କିନ୍ତୁ ବୁଝାଉଥିବା ବ୍ୟକ୍ତି ବହୁତ ଦେହୀ-ଅଭିମାନୀ ହେବା ଦରକାର । ଏହିପରି ସନ୍ତାନ ବହୁତ କମ୍ ଅଛନ୍ତି । ଏହିଭଳି ମେହନତ କୌଣସି ସନ୍ତାନଙ୍କ ଦ୍ୱାରା ହୋଇପାରୁ ନାହିଁ, ସେଥିପାଇଁ ବାବା କହୁଛନ୍ତି ନିଜର ଚାର୍ଟ ରଖି ଦେଖ - ସାରା ଦିନରେ ଆମେ କେତେ ସମୟ ଯୋଗଯୁକ୍ତ ହୋଇ ରହୁଛୁ? ସାରା ଦିନ ଅଫିସ୍‌ରେ କାମ କରି ମଧ୍ୟ ଯୋଗଯୁକ୍ତ ହୋଇ ରହିବାକୁ ହେବ । କର୍ମ ତ କରିବାକୁ ହିଁ ପଡିବ । ଏଠାରେ ଯୋଗରେ ବସାଇ କହିଥା’ନ୍ତି ବାବାଙ୍କୁ ମନେ ପକାଅ । ଏଠାରେ ଥିବା ସମୟରେ ତ କିଛି କର୍ମ କରୁନାହଁ । ତୁମକୁ ତ କର୍ମଧନ୍ଦା ଭିତରେ ଥାଇ ମଧ୍ୟ ବାବାଙ୍କୁ ସ୍ମରଣ କରିବାକୁ ପଡିବ । ନଚେତ୍ ବସିବାର ଅଭ୍ୟାସ ହୋଇଯିବ । କର୍ମ କରି ମଧ୍ୟ ଯୋଗଯୁକ୍ତ ରହିପାରିଲେ ଯାଇ କର୍ମଯୋଗୀ ବୋଲି ପ୍ରମାଣିତ ହେବ । ପାର୍ଟ ତ ନିଶ୍ଚିତ କରିବାକୁ ହେବ, କିନ୍ତୁ ଏଥିରେ ହିଁ ମାୟା ବିଘ୍ନ ପକାଉଛି । ସତ୍ୟତାର ସହିତ ଚାର୍ଟ କେହି ବି ଲେଖୁ ନାହାଁନ୍ତି । କେହି-କେହି ଲେଖୁଛନ୍ତି ମୁଁ ଅଧ ଘଣ୍ଟା ୪୫ ମିନିଟ୍ ଯୋଗ କଲି । ତାହା ମଧ୍ୟ କେବଳ ସକାଳେ ହିଁ ଯୋଗରେ ବସୁଥିବେ । ଭକ୍ତିମାର୍ଗରେ ମଧ୍ୟ ସକାଳୁ ଉଠି ରାମଙ୍କର ମାଳା ଜପ କରିଥା’ନ୍ତି । ଏପରି ନୁହେଁ ଯେ, ସେହି ସମୟରେ ଗୋଟିଏ ଧୁନ୍‌ରେ ରହିଥା’ନ୍ତି । ନା । ସେତେବେଳେ ଆହୁରି ମଧ୍ୟ ବହୁତ ସଂକଳ୍ପ ଆସୁଥିବ । ତୀବ୍ର ଭକ୍ତମାନଙ୍କର ବୁଦ୍ଧି କିଛି କ୍ଷଣ ସ୍ଥିର ରହିଥାଏ । ଏହା ତ ହେଉଛି ଅଜପାଜପ । ତେବେ ଏହା ନୂଆ କଥା ଅଟେ ନା । ଗୀତାରେ ମଧ୍ୟ ମନମନାଭବର ଅକ୍ଷର ରହିଛି । କିନ୍ତୁ ଶ୍ରୀକୃଷ୍ଣଙ୍କର ନାମ ଦେଇ ଦେଇଥିବାରୁ ତାଙ୍କୁ ହିଁ ମନେ ପକାଉଛନ୍ତି, କିଛି ହେଲେ ବୁଝୁ ନାହାଁନ୍ତି । ଅନ୍ୟମାନଙ୍କୁ ବୁଝାଇବା ପାଇଁ ମେଡାଲ ନିଶ୍ଚିତ ସାଥିରେ ରହିବା ଉଚିତ୍ । ସେମାନଙ୍କୁ କୁହ, ବାବା ବ୍ରହ୍ମାଙ୍କ ଶରୀରରେ ଆସି ଆମକୁ ବୁଝାଉଛନ୍ତି, ଆମେ ସେହି ବାବାଙ୍କ ସହିତ ପ୍ରୀତି ରଖିଛୁ । ମନୁଷ୍ୟମାନଙ୍କ ପାଖରେ ନା ଆତ୍ମାର ଜ୍ଞାନ, ନା ପରମାତ୍ମାଙ୍କର ଜ୍ଞାନ ରହିଛି । ଏକମାତ୍ର ବାବାଙ୍କ ବ୍ୟତୀତ ଏହି ଜ୍ଞାନ ଅନ୍ୟ କେହି ବି ଦେଇପାରିବେ ନାହିଁ । ତ୍ରିମୂର୍ତ୍ତି ଶିବ ହେଉଛନ୍ତି ସବୁଠାରୁ ମୁଖ୍ୟ । ବାବା ଏବଂ ବର୍ସା । ଏହି ଚକ୍ରକୁ ବୁଝିବା ତ ବହୁତ ସହଜ । ପ୍ରଦର୍ଶନୀ ଦ୍ୱାରା ମଧ୍ୟ ଲକ୍ଷ ଲକ୍ଷ ପ୍ରଜା ତ ହେଉଛନ୍ତି ନା । ରାଜା କମ୍ ହେବେ, ତାଙ୍କର ପ୍ରଜା ତ କୋଟି-କୋଟି ସଂଖ୍ୟାରେ ହେବେ । ପ୍ରଜା ତ ଢେର ହେଉଛନ୍ତି, ବାକି ରାଜା ହେବା ପାଇଁ ପୁରୁଷାର୍ଥ ବହୁତ କରିବାକୁ ହେବ । ଯିଏ ଅଧିକ ସେବା କରୁଛନ୍ତି ସେ ନିଶ୍ଚୟ ଉଚ୍ଚ ପଦ ପାଇବେ । କେତେକ ସନ୍ତାନମାନଙ୍କର ସେବାର ବହୁତ ସଉକ ରହିଛି । କହୁଛନ୍ତି ଚାକିରୀ ଛାଡିଦେବୁ, ଖାଇବାକୁ ତ ଅଛି । ବାବାଙ୍କର ହୋଇଗଲୁ ତେଣୁ ଶିବବାବାଙ୍କର ହିଁ ପାଳନା ନେବୁ । କିନ୍ତୁ ବାବା କହୁଛନ୍ତି - ମୁଁ ବାନପ୍ରସ୍ଥରେ ପ୍ରବେଶ କରିଛି ନା । ମାତାମାନେ ମଧ୍ୟ ଜବାନ ହୋଇଥିଲେ ଘରେ ରହି ଲୌକିକ-ଅଲୌକିକ ସେବା କରିବା ଉଚିତ୍ । ବାବା ପ୍ରତ୍ୟେକଙ୍କର ପରିସ୍ଥିତିକୁ ଦେଖି ରାୟ ଦେଉଛନ୍ତି । ବିବାହ ନିମନ୍ତେ ଯଦି ସମ୍ମତି ନ ଦେବେ ତେବେ ହଙ୍ଗାମା ହୋଇଯିବ, ସେଥିପାଇଁ ପ୍ରତ୍ୟେକଙ୍କର ହିସାବ-କିତାବ ଦେଖି ରାୟ ଦେଉଛନ୍ତି । କୁମାର ହୋଇଥିଲେ କହିବେ ତୁମେ ସେବା କରିପାରିବ । ସେବା କରି ବେହଦ ବାବାଙ୍କଠାରୁ ବର୍ସା ନିଅ । ହଦର ପିତାଙ୍କଠାରୁ ତୁମକୁ କ’ଣ ମିଳିବ? ମୂଲ୍ୟହୀନ ସମ୍ପତ୍ତି ମିଳିବ । ସେସବୁ ତ ମାଟିରେ ମିଶିଯିବ । ଦିନକୁ ଦିନ ସମୟ ଅତ୍ରିକାନ୍ତ ହୋଇ ଚାଲିଛି । ଅନେକ ଭାବୁଛନ୍ତି ଆମ ସମ୍ପତ୍ତିର ଉତ୍ତରାଧିକାରୀ ଆମର ସନ୍ତାନମାନେ ହେବେ । କିନ୍ତୁ ବାବା କହୁଛନ୍ତି - କାହାକୁ କିଛି ବି ମିଳିବ ନାହିଁ । ସବୁ ସମ୍ପତ୍ତି ମାଟିରେ ମିଶିଯିବ । ସେମାନେ ଭାବୁଛନ୍ତି ଆମର ପର ପିଢି ଖାଇବେ । ଧନବାନ୍‌ର ଧନ ଧୂଳିସାତ୍ ହେବା ପାଇଁ ବିଳମ୍ବ ଲାଗି ନ ଥାଏ । ମୃତ୍ୟୁ ତ ସମସ୍ତଙ୍କର ସମ୍ମୁଖରେ ଉପସ୍ଥିତ । କେହି ମଧ୍ୟ ସମ୍ପତ୍ତି ଭୋଗ କରିପାରିବେ ନାହିଁ । କିନ୍ତୁ ବହୁତ ଅଳ୍ପ ଅଛନ୍ତି ଯେଉଁମାନେ ଏହି କଥାକୁ ଭଲ ଭାବରେ ବୁଝାଇ ପାରିବେ । ଯେଉଁମାନେ ଅଧିକ ସେବା କରୁଛନ୍ତି ସେହିମାନେ ହିଁ ଉଚ୍ଚ ପଦ ପାଇବେ । ତେଣୁ ସେମାନଙ୍କର ସମ୍ମାନ ରଖିବା ଉଚିତ୍ । ତାଙ୍କଠାରୁ ମଧ୍ୟ ଶିଖିବାକୁ ହେବ । ୨୧ ଜନ୍ମ ପାଇଁ ସମ୍ମାନ ରଖିବାକୁ ପଡିବ । ତେବେ ସେମାନେ ସ୍ୱତଃ ଉଚ୍ଚ ପଦ ପାଇବେ, ତାଙ୍କୁ ନିଶ୍ଚୟ ସବୁଆଡେ ସମ୍ମାନ ମିଳିବ । ନିଜେ ମଧ୍ୟ ବୁଝିପାରିବେ ଯେ, ଯାହା ମିଳିଲା ତାହା ଭଲ । ସେମାନେ ସେଥିରେ ହିଁ ଖୁସି ହୋଇଥା’ନ୍ତି ।

ବେହଦର ରାଜତ୍ୱ ପାଇବା ପାଇଁ ପାଠପଢା ଓ ସେବା ଉପରେ ପୁରା ଧ୍ୟାନ ଦେବାକୁ ହେବ । ଏହା ହେଉଛି ବେହଦର ପାଠପଢା । ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି ନା । ଏହି ପାଠପଢା ଦ୍ୱାରା ହିଁ ତୁମେ ରାଜକୁମାର ହେଉଛ । କୌଣସି ମନୁଷ୍ୟ ଯଦି ଧନ ଦାନ କରନ୍ତି ତେବେ ସେ ରାଜା ଅଥବା ସାହୁକାରଙ୍କ ଘରେ ଯାଇ ଜନ୍ମ ନେଇଥା’ନ୍ତି । କିନ୍ତୁ ତାହା ଅଳ୍ପକାଳର ସୁଖ । ତେଣୁ ଏହି ପାଠ ପ୍ରତି ବହୁତ ଧ୍ୟାନ ଦେବାକୁ ହେବ । ସେବାର ଚିନ୍ତା ରହିବା ଉଚିତ୍ । ଆମେ ନିଜ ଗ୍ରାମରେ ଯାଇ ସେବା କରିବୁ । ତେବେ ଅନେକଙ୍କର କଲ୍ୟାଣ ହୋଇଯିବ । ବାବା ଜାଣିଛନ୍ତି - ଏପରି ସେବାର ସଉକ ବର୍ତ୍ତମାନ କାହା ପାଖରେ ନାହିଁ । ସେଥିପାଇଁ ଲକ୍ଷଣ ମଧ୍ୟ ଭଲ ହେବା ଦରକାର ନା । ଏପରି ନୁହେଁ ଯେ ଅପସେବା କରି ଆହୁରି ଯଜ୍ଞର ନାମକୁ ବଦନାମ କରିବେ, ଏପରି କରିବା ଦ୍ୱାରା ନିଜର ହିଁ କ୍ଷତି କରିଦେବେ । ବାବା ତ ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝାଉଛନ୍ତି । ମେଡାଲ୍ସ ଆଦି ତିଆରି କରିବା ପାଇଁ କେତେ ଚିନ୍ତା ରହୁଛି । ପୁଣି ବୁଝିବାକୁ ହୁଏ ଯେ - ଡ୍ରାମା ଅନୁସାରେ ବିଳମ୍ବ ହେଉଛି । ଲକ୍ଷ୍ମୀ-ନାରାୟଣଙ୍କର ଏହି ଟ୍ରାନ୍ସଲାଇଟ୍‌ର ଚିତ୍ର ମଧ୍ୟ ଫାଷ୍ଟକ୍ଳାସ୍ ଅଟେ । କିନ୍ତୁ ପିଲାମାନଙ୍କ ଉପରେ ଆଜି ବୃହସ୍ପତିର ଦଶା ତ କାଲି ପୁଣି ରାହୁର ଦଶା ପଡିଯାଉଛି । ତେଣୁ ଡ୍ରାମାର ପାର୍ଟକୁ ସାକ୍ଷୀ ହୋଇ ଦେଖିବାକୁ ପଡିବ । ଉଚ୍ଚ ପଦ ପ୍ରାପ୍ତ କରୁଥିବା ଆତ୍ମା ବହୁତ କମ୍ ଅଛନ୍ତି । ହୋଇ ପାରେ କାଳେ ଖରାପ ଗ୍ରହ ଚାଲିଯିବ । ଖରାପ ଗ୍ରହ ଚାଲିଗଲେ ପୁଣି ପୁରୁଷାର୍ଥ କରିବାରେ ଲାଗିଯା’ନ୍ତି । ତେବେ ପୁରୁଷାର୍ଥ କରି ନିଜର ଜୀବନ ଗଢିବା ଉଚିତ୍‌, ନଚେତ୍ କଳ୍ପ-କଳ୍ପାନ୍ତର ପାଇଁ ସତ୍ୟାନାଶ ହୋଇଯିବ । ଭାବିବାକୁ ହେବ ଯେ କଳ୍ପ ପୂର୍ବ ସଦୃଶ ଗ୍ରହଚାରୀ ଆସିଛି । ଶ୍ରୀମତରେ ନ ଚାଲିଲେ ପଦ ମଧ୍ୟ ମିଳିବ ନାହିଁ । ଭଗବାନଙ୍କ ଶ୍ରୀମତ ହେଉଛି ସର୍ବୋତ୍ତମ । ତୁମ ବ୍ୟତୀତ ଏହି ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ରକୁ କେହି ବୁଝିପାରିବେ ନାହିଁ । କହିବେ ଚିତ୍ର ତ ବହୁତ ଭଲ ତିଆରି କରିଛ, କିନ୍ତୁ ତୁମେ ଏହି ଚିତ୍ର ଦେଖିବା ମାତ୍ରେ ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକ ସାରା ସୃଷ୍ଟିର ଚକ୍ର ବୁଦ୍ଧିରେ ଆସିଯାଉଛି । ତୁମେମାନେ ପୁରୁଷାର୍ଥର କ୍ରମ ଅନୁସାରେ - ନଲେଜଫୁଲ ହେଉଛ । ବାବାଙ୍କୁ ତ ଏହି ଚିତ୍ର ଦେଖି ବହୁତ ଖୁସି ଲାଗୁଛି । ତେବେ ଛାତ୍ରମାନେ ମଧ୍ୟ ଖୁସି ହେବା ଦରକାର ନା - ଆମେ ପାଠପଢି ଏହିପରି ହେବୁ । ପାଠପଢା ଦ୍ୱାରା ହିଁ ଉଚ୍ଚପଦ ମିଳିବ । ଏପରି ନୁହେଁ ଯେ ଯାହା ଭାଗ୍ୟରେ ଥିବ । ପୁରୁଷାର୍ଥ ଦ୍ୱାରା ହିଁ ପ୍ରାଲବ୍ଧ ମିଳିଥାଏ । ପୁରୁଷାର୍ଥ କରାଉଥିବା ବାବା ମିଳିଛନ୍ତି, ତାଙ୍କ ଶ୍ରୀମତରେ ନ ଚାଲିଲେ ଖରାପ ଗତି ହେବ । ପ୍ରଥମେ-ପ୍ରଥମେ ତ କାହାକୁ ମଧ୍ୟ ଏହି ମେଡାଲ ଉପରେ ବୁଝାଅ, ପୁଣି ଯିଏ ଯୋଗ୍ୟ ହୋଇଥିବେ ସେ ତୁରନ୍ତ କହିବେ - ଆମକୁ ଏହା ମିଳିପାରିବ? ତାଙ୍କୁ କୁହ - ହଁ, କାହିଁକି ନୁହେଁ । ଏହି ଧର୍ମର ଯିଏ ହୋଇଥିବେ ତାଙ୍କୁ ତୀର ଲାଗିବ । ତାଙ୍କର କଲ୍ୟାଣ ହୋଇଯିବ । ବାବା ତ ଏକ ସେକେଣ୍ଡରେ ତୁମମାନଙ୍କ ହାତରେ ସ୍ୱର୍ଗ ଦେଉଛନ୍ତି, ଏଥିରେ ତ ବହୁତ ଖୁସି ରହିବା ଉଚିତ୍ । ତୁମେ ଶିବଙ୍କର ଭକ୍ତମାନଙ୍କୁ ଏହି ଜ୍ଞାନ ଦିଅ । କୁହ ଶିବବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମେ ରାଜାମାନଙ୍କର ରାଜା ହୋଇଯିବ । ବାସ୍ ସାରା ଦିନ ଏହି ସେବା କର । ଖାସ ବନାରସରେ ଶିବଙ୍କର ବହୁତ ମନ୍ଦିର ଅଛି, ସେଠାରେ ଭଲ ସେବା ହୋଇପାରିବ । କେହି ନା କେହି ବାହାରିବେ । ବହୁତ ସହଜ ସେବା ଅଟେ, କେହି କରି ଦେଖ, ଖାଇବାକୁ ତ ମିଳିଯିବ, ସେବା କରି ଦେଖ । ସେଣ୍ଟର ତ ସେଠାରେ ଅଛି । ସକାଳୁ ମନ୍ଦିରକୁ ଯାଅ, ରାତିରେ ଫେରିଆସ । ସେଣ୍ଟର ତିଆରି କରିଦିଅ । ସବୁଠାରୁ ଅଧିକ ତୁମେ ଶିବଙ୍କ ମନ୍ଦିରରେ ସେବା କରିପାରିବ । ଶିବଙ୍କ ମନ୍ଦିର ହିଁ ଉଚ୍ଚରୁ ଉଚ୍ଚ ଅଟେ । ବମ୍ବେରେ ବବୁଲନାଥଙ୍କ ମନ୍ଦିର ଅଛି । ସାରା ଦିନ ସେଠାରେ ଯାଇ ସେବା କରି ଅନେକଙ୍କର କଲ୍ୟାଣ କରିପାରିବ । ସେଥିପାଇଁ ଏହି ମେଡାଲ୍ ହିଁ ଯଥେଷ୍ଟ । ଚେଷ୍ଟା କରି ଦେଖ । ବାବା କହୁଛନ୍ତି ଏହି ମେଡାଲ୍ ଲକ୍ଷେ କ’ଣ ୧୦ ଲକ୍ଷ ତିଆରି କର । ବୃଦ୍ଧଲୋକମାନେ ବହୁତ ଭଲ ସେବା କରିପାରିବେ । ଢେର ପ୍ରଜା ହୋଇଯିବେ । ବାବା କହୁଛନ୍ତି କେବଳ ମୋତେ ମନେ ପକାଅ, ବାସ୍‌, ତୁମେମାନେ ମନମନାଭବର ଶବ୍ଦକୁ ଭୁଲିଯାଇଛ । ଏହା ଭଗବାନୁବାଚ ଅଟେ ନା । କୃଷ୍ଣ କ’ଣ ଭଗବାନ ହୋଇପାରିବେ! ସେ ତ ପୂରା ୮୪ ଜନ୍ମ ନେଉଛନ୍ତି । ଶିବବାବା ଏହି କୃଷ୍ଣଙ୍କୁ ମଧ୍ୟ ସେହି ପଦ ପ୍ରାପ୍ତ କରାଉଛନ୍ତି । ଏଥିରେ ଧକ୍କା ଖାଇବାର କ’ଣ ଅଛି । ବାବା ତ କହୁଛନ୍ତି କେବଳ ମୋତେ ମନେ ପକାଅ । ତୁମେ ଶିବଙ୍କ ମନ୍ଦିରରେ ସବୁଠାରୁ ଭଲ ସେବା କରିପାରିବ । ସେବାର ସଫଳତା ପାଇଁ ଦେହୀ-ଅଭିମାନୀ ସ୍ଥିତିରେ ସ୍ଥିତ ହୋଇ ସେବା କର । ଯଦି ହୃଦୟ ସ୍ୱଚ୍ଛ ଥିବ ତେବେ ମନସ୍କାମନା ପୂର୍ଣ୍ଣ ହେବ । ବନାରସ ପାଇଁ ବାବା ଖାସ୍ ରାୟ ଦେଉଛନ୍ତି ସେଠାରେ ବାନପ୍ରସ୍ଥିମାନଙ୍କର ଆଶ୍ରମ ମଧ୍ୟ ଅଛି । କୁହ ଆମେ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ଅଟୁ । ବାବା ବ୍ରହ୍ମାଙ୍କ ମାଧ୍ୟମରେ କହୁଛନ୍ତି ମୋତେ ମନେ ପକାଇଲେ ବିକର୍ମ ବିନାଶ ହୋଇଯିବ, ବିକର୍ମକୁ ବିନାଶ କରିବାର ଅନ୍ୟ କୌଣସି ଉପାୟ ନାହିଁ । ତେବେ ସକାଳୁ ଆରମ୍ଭ କରି ରାତ୍ରି ପର୍ଯ୍ୟନ୍ତ ମନ୍ଦିରରେ ବସି ସେବା କର । ଚେଷ୍ଟା କରି ଦେଖ । ଶିବବାବା ସ୍ୱୟଂ କହୁଛନ୍ତି - ମୋର ମନ୍ଦିର ତ ବହୁତ ଅଛି । ତୁମକୁ କେହି ବି କିଛି କହିବେ ନାହିଁ, ଆହୁରି ଖୁସି ହୋଇଯିବେ- ଇଏ ତ ଶିବବାବାଙ୍କର ବହୁତ ମହିମା କରୁଛନ୍ତି । କୁହ ଇଏ ହେଉଛନ୍ତି ବ୍ରହ୍ମା, ଇଏ ବ୍ରାହ୍ମଣ ଅଟନ୍ତି, ଇଏ କୌଣସି ଦେବତା ନୁହଁନ୍ତି । ଇଏ ମଧ୍ୟ ଶିବବାବାଙ୍କୁ ସ୍ମରଣ କରି ଏହି ପଦ ନେଉଛନ୍ତି । ଏହାଙ୍କର ଶରୀରର ଆଧାର ନେଇ ଶିବବାବା କହୁଛନ୍ତି, କେବଳ ମୋତେ ମନେ ପକାଅ । ଏହା କେତେ ସହଜ କଥା । ବୟସ୍କମାନଙ୍କର ମଧ୍ୟ କେହି ଅପମାନ କରିବେ ନାହିଁ । ବନାରସରେ ବର୍ତ୍ତମାନ ପର୍ଯ୍ୟନ୍ତ ଏତେ କୌଣସି ସେବା ହୋଇନାହିଁ । ମେଡାଲ ଅଥବା ଚିତ୍ର ଉପରେ ବୁଝାଇବା ତ ବହୁତ ସହଜ । ଯଦି କେହି ଗରୀବ ହୋଇଥିବେ ତେବେ କୁହ ତୁମକୁ ଏହି ପତ୍ରିକା ମାଗଣାରେ ଦେଉଛୁ, ସାହୁକାର ହୋଇଥିଲେ କୁହ ତୁମେ ଏହି ପତ୍ରିକାର ମୂଲ୍ୟ ଦେଲେ ଅନେକଙ୍କର କଲ୍ୟାଣ ପାଇଁ ଆହୁରି ମଧ୍ୟ ଛପାଇବୁ, ତେଣୁ ତୁମର ମଧ୍ୟ କଲ୍ୟାଣ ହୋଇଯିବ । ତେବେ ସମୟ ଆସିବ, ତୁମର ଏହି ଧନ୍ଦା ସବୁଠାରୁ ଭଲ ହୋଇଯିବ । କେହି ପ୍ରଚେଷ୍ଟା କରି ଦେଖ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଜ୍ଞାନକୁ ଜୀବନରେ ଧାରଣ କରିବା ସହିତ ସେବା ମଧ୍ୟ କରିବାକୁ ହେବ । ଯେଉଁମାନେ ଅଧିକ ସେବା କରୁଛନ୍ତି, ଲକ୍ଷଣ ଅର୍ଥାତ୍ ସ୍ୱଭାବ ସଂସ୍କାର ମଧ୍ୟ ବହୁତ ଭଲ ଅଛି ସେମାନଙ୍କର ସମ୍ମାନ ମଧ୍ୟ ନିଶ୍ଚିତ ରଖିବାକୁ ହେବ ।

(୨) କର୍ମ କରିବା ସମୟରେ ଯୋଗଯୁକ୍ତ ହୋଇ ରହିବାର ଅଭ୍ୟାସ କରିବାକୁ ହେବ । ସେବାରେ ସଫଳତା ପ୍ରାପ୍ତ କରିବା ପାଇଁ ନିଜର ଅବସ୍ଥାକୁ ଦେହୀ-ଅଭିମାନୀ କରିବାକୁ ପଡିବ । ହୃଦୟକୁ ନିର୍ମଳ ରଖିବାକୁ ହେବ ।

ବରଦାନ:-
ସର୍ବ ସମସ୍ୟାଗୁଡିକୁ ବିଦାୟ ଦେବାର ସମାରୋହ ପାଳନ କରୁଥିବା ସମାଧାନ ସ୍ୱରୂପ ହୁଅ ।

ସମାଧାନ ସ୍ୱରୂପ ଆତ୍ମାମାନଙ୍କର ମାଳା ସେତେବେଳେ ପ୍ରସ୍ତୁତ ହେବ ଯେତେବେଳେ ତୁମେମାନେ ନିଜର ସମ୍ପୂର୍ଣ୍ଣ ସ୍ଥିତିରେ ସ୍ଥିତ ହେବ । କାରଣ ସମ୍ପୂର୍ଣ୍ଣ ନିକଟରେ ସମସ୍ୟା ଗୁଡିକ ପିଲା ଦିନର ଖେଳ ଭଳି ଅନୁଭବ ହୋଇଥାଏ ଅର୍ଥାତ୍ ସମାପ୍ତ ହୋଇଯାଏ । ଯେପରି ବ୍ରହ୍ମାବାବାଙ୍କ ସମ୍ମୁଖରେ ଯଦି କୌଣସି ପିଲା କିଛି ସମସ୍ୟା ନେଇ ଆସୁଥିଲା ତେବେ ସମସ୍ୟାର କଥା ଶୁଣାଇବା ପାଇଁ ତା’ର ସାହସ ହେଉ ନ ଥିଲା, ତାକୁ ଭୁଲି ଯାଉଥିଲା । ସେହିଭଳି ତୁମେମାନେ ମଧ୍ୟ ଯଦି ସମାଧାନ ସ୍ୱରୂପ ହୋଇଯିବ, ତେବେ ଅଧାକଳ୍ପ ପାଇଁ ସମସ୍ୟାଗୁଡିକର ବିଦାୟ ସମାରୋହ ହୋଇଯିବ । ତେଣୁ ବିଶ୍ୱର ସମସ୍ୟାଗୁଡିକର ସମାଧାନ ହିଁ ପରିବର୍ତ୍ତନ ଅଟେ ।

ସ୍ଲୋଗାନ:-
ଯେଉଁମାନେ ସର୍ବଦା ଜ୍ଞାନକୁ ସ୍ମରଣ କରିଥାଆନ୍ତି ସେମାନେ ମାୟାର ଆକର୍ଷଣ ଠାରୁ ସୁରକ୍ଷିତ ହୋଇଯାଆନ୍ତି ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର:-

(୩) ନିଜର ଡବଲ ଲାଇଟ୍ ଫରିସ୍ତା ସ୍ୱରୂପରେ ସ୍ଥିତ ହୋଇ ସାକ୍ଷୀ ହୋଇ ସମସ୍ତଙ୍କର ପାର୍ଟକୁ ଦେଖିବା ସହିତ ସେମାନଙ୍କୁ ସକାଶ ଦିଅ ଅର୍ଥାତ୍ ସହଯୋଗ ଦିଅ କାହିଁକି ନା ତୁମେମାନେ ସମସ୍ତଙ୍କର କଲ୍ୟାଣର ନିମିତ୍ତ ଅଟ । ତେଣୁ ଏହିଭଳି ସମସ୍ତଙ୍କୁ ସକାଶ ଦେବା ହିଁ ନିମିତ୍ତ ହେବାର କର୍ତ୍ତବ୍ୟ ପାଳନ କରିବା କିନ୍ତୁ ଉଚ୍ଚ ସ୍ଥିତିରେ ସ୍ଥିତ ରହି ସମସ୍ତଙ୍କୁ ସକାଶ ଦିଅ । ବାଣୀ ଦ୍ୱାରା ସେବା କରିବା ସହିତ ସଂକଳ୍ପରେ ଶୁଭଭାବନାର ବୃତ୍ତି ଦ୍ୱାରା ସକାଶ ଦେବାର ସେବା କର ।