03.03.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ବେହଦର ନାଟକକୁ ସଦାସର୍ବଦା ସ୍ମୃତିରେ ରଖିଲେ ଅସରନ୍ତି ଖୁସି ରହିବ, ଏହି ନାଟକରେ ଯେଉଁମାନେ
ବହୁତ ଭଲ ପୁରୁଷାର୍ଥୀ ଏବଂ ଅନନ୍ୟ ଅଟନ୍ତି, ସେମାନଙ୍କର ପୂଜା ମଧ୍ୟ ଅଧିକ ହୋଇଥାଏ ।”
ପ୍ରଶ୍ନ:-
କେଉଁ ସ୍ମୃତି
ଦୁନିଆର ସବୁ ଦୁଃଖରୁ ମୁକ୍ତ କରିଦେଇଥାଏ ଏବଂ ସର୍ବଦା ହର୍ଷିତ ରହିବାର ଉପାୟ କ’ଣ?
ଉତ୍ତର:-
ସର୍ବଦା ସ୍ମୃତି ରହୁ କି ଏବେ ଆମେ ଭବିଷ୍ୟତର ନୂଆ ଦୁନିଆକୁ ଯାଉଛୁ । ଭବିଷ୍ୟତରେ ମିଳିବାକୁ
ଯାଉଥିବା ଖୁସିର ସ୍ମୃତିରେ ରହିବା ଦ୍ୱାରା ବର୍ତ୍ତମାନର ଦୁଃଖ ଭୁଲି ହୋଇଯିବ । ଏହି ବିଘ୍ନର
ଦୁନିଆରେ ବିଘ୍ନ ତ ନିଶ୍ଚିତ ଆସିବ କିନ୍ତୁ ଯଦି ସ୍ମୃତିରେ ରହିବ ଯେ ଏହି ଦୁନିଆରେ ମୁଁ ଆଉ ଅଳ୍ପ
ଦିନ ରହିବି ତେବେ ସର୍ବଦା ହର୍ଷିତ ହୋଇ ରହିବ ।
ଗୀତ:-
ଜାଗ ସଜନିଆଁ
ଜାଗ....
ଓମ୍ ଶାନ୍ତି ।
ଏହି ଗୀତ ବହୁତ
ପ୍ରେରଣାଦାୟୀ ଅଟେ । ଗୀତ ଶୁଣିବା ଦ୍ୱାରା ହିଁ ଉପରୁ ଆରମ୍ଭ କରି ୮୪ ଜନ୍ମର ରହସ୍ୟ ବୁଦ୍ଧିରେ
ଆସିଯାଉଛି । ଏ କଥା ମଧ୍ୟ ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ତୁମେ ଯେତେବେଳେ ଉପରୁ ଆସୁଛ ତେବେ
ଭାୟା ସୂକ୍ଷ୍ମଲୋକ ହୋଇ ଆସୁନାହଁ । ଏବେ ଭାୟା ସୂକ୍ଷ୍ମଲୋକ ହୋଇଯିବ । ସୂକ୍ଷ୍ମଲୋକ ବିଷୟରେ ବାବା
ଏବେ ହିଁ ବୁଝାଉଛନ୍ତି । ସତ୍ୟଯୁଗ-ତ୍ରେତାରେ ଏହି ଜ୍ଞାନର କଥା ମଧ୍ୟ ରହିବ ନାହିଁ, ନା କୌଣସି
ଚିତ୍ର ଆଦି ରହିବ । ଭକ୍ତିମାର୍ଗରେ ତ ଅସଂଖ୍ୟ ଚିତ୍ର ଆଦି ରହିଛି । ଦେବୀମାନଙ୍କର ପୂଜା ମଧ୍ୟ
ବହୁତ ହେଉଛି । ଦୁର୍ଗା, କାଳୀ, ସରସ୍ୱତୀ ତ ଜଣେ ହିଁ ଅଟନ୍ତି କିନ୍ତୁ ଅନେକ ଗୁଡିଏ ନାମ
ରଖିଦେଇଛନ୍ତି । ଯିଏ ଭଲ ପୁରୁଷାର୍ଥ କରୁଥିବେ, ଅନନ୍ୟ ହୋଇଥିବେ ତାଙ୍କର ପୂଜା ମଧ୍ୟ ଅଧିକ ହେବ
। ତୁମେ ଜାଣିଛ ଆମେ ହିଁ ପୂଜ୍ୟରୁ ପୂଜାରୀ ହୋଇ ବାବାଙ୍କର ଏବଂ ନିଜର ପୂଜା କରୁଛୁ । ଏହି
ବ୍ରହ୍ମାବାବା ମଧ୍ୟ ନାରାୟଣଙ୍କର ପୂଜା କରୁଥିଲେ । ଏହା କେତେ ଆଶ୍ଚର୍ଯ୍ୟଜନକ ଖେଳ ଅଟେ । ଯେପରି
ନାଟକ ଦେଖିବା ଦ୍ୱାରା ଖୁସି ମିଳିଥାଏ, ସେହିପରି ଏହା ମଧ୍ୟ ବେହଦର ନାଟକ ଅଟେ, କିନ୍ତୁ ଏହାକୁ
କେହି ବି ଜାଣିନାହାଁନ୍ତି । ତୁମ ବୁଦ୍ଧିରେ ଏବେ ସାରା ଡ୍ରାମାର ରହସ୍ୟ ରହିଛି । ଏହି ଦୁନିଆରେ
କେତେ ଅସରନ୍ତି ଦୁଃଖ ରହିଛି । ତୁମେ ଜାଣିଛ ଏବେ ବାକି ଆଉ ଅଳ୍ପ ସମୟ ରହିଛି, ଆମେ ନୂଆ ଦୁନିଆକୁ
ଯିବା । ଅର୍ନ୍ତମନରେ ଭବିଷ୍ୟତର ଖୁସି ରହିଲେ ତାହା ଏହି ଦୁଃଖକୁ ଭୁଲାଇ ଦେଇଥାଏ । ବାବାଙ୍କ
ପାଖକୁ ଚିଠି ଲେଖୁଛନ୍ତି ବାବା ବହୁତ ବିଘ୍ନ ପଡୁଛି, କ୍ଷତି ହେଉଛି । ବାବା କହୁଛନ୍ତି କିଛି ବି
ବିଘ୍ନ ଆସୁ, ଆଜି ଲକ୍ଷପତି ଅଛ, କାଲି ଦରିଦ୍ର ହୋଇଯାଉଛ । ତୁମକୁ ତ ଭବିଷ୍ୟତର ଖୁସିରେ ରହିବାର
ଅଛି ନା । ଏହା ହେଉଛି ରାବଣର ଆସୁରୀ ଦୁନିଆ । ଚାଲୁ-ଚାଲୁ କୌଣସି ନା କୌଣସି ବିଘ୍ନ ପଡିବ । ଏହି
ଦୁନିଆ ବାକି ଅଳ୍ପ ଦିନ ରହିଛି, ପୁଣି ଆମେ ଅସରନ୍ତି ସୁଖର ଦୁନିଆକୁ ଯିବା । ବ୍ରହ୍ମାବାବା
କହୁଛନ୍ତି ନା - କାଲି ଶ୍ୟାମଳ ଥିଲି, ଗାଁର ପିଲା ଥିଲି, ଏବେ ବାବା ଆମକୁ ଜ୍ଞାନ ଦେଇ ଗୋରା
କରୁଛନ୍ତି । ତୁମେ ଜାଣିଛ ବାବା ବୀଜରୂପ ଅଟନ୍ତି, ସତ୍ୟ ଓ ଚୈତନ୍ୟ ଅଟନ୍ତି । ତାଙ୍କୁ ସୁପ୍ରିମ
ଆତ୍ମା କୁହାଯାଉଛି । ସେ ସର୍ବୋଚ୍ଚ ସ୍ଥାନର ନିବାସୀ ଅଟନ୍ତି, ପୁନର୍ଜନ୍ମ ରହିତ ଅଟନ୍ତି । ଆମେ
ସମସ୍ତେ ଜନ୍ମ-ମରଣ ଚକ୍ରରେ ଆସୁଛେ, କିନ୍ତୁ ସେ ବିଶେଷ କର୍ତ୍ତବ୍ୟ ପାଇଁ ରହିଛନ୍ତି । ତାଙ୍କୁ ତ
ଅନ୍ତ ସମୟରେ ଆସି ସମସ୍ତଙ୍କର ସଦ୍ଗତି କରିବାର ଅଛି । ତୁମେ ଭକ୍ତିମାର୍ଗରେ ଜନ୍ମ-ଜନ୍ମାନ୍ତର
ଗାୟନ କରି ଆସିଛ - ବାବା ଆପଣ ଆସିଲେ ଆମେ ଆପଣଙ୍କର ହିଁ ହୋଇଯିବୁ । ମୋର ତ ଏକମାତ୍ର ବାବା
ଅଛନ୍ତି ଅନ୍ୟ କେହି ନାହାଁନ୍ତି । ଆମେ ବାବାଙ୍କ ସାଥିରେ ହିଁ ଯିବୁ । ଏହା ହେଉଛି ଦୁଃଖର ଦୁନିଆ
। ଭାରତ କେତେ ଗରୀବ ଅଟେ । ବାବା କହୁଛନ୍ତି ମୁଁ ଭାରତକୁ ହିଁ ସାହୁକାର କରାଇଥିଲି, ପୁଣି ରାବଣ
ନର୍କ କରିଦେଇଛି । ଏବେ ତୁମେ ପିଲାମାନେ ବାବାଙ୍କ ସମ୍ମୁଖରେ ବସିଛ । ଗୃହସ୍ଥ ବ୍ୟବହାରରେ ମଧ୍ୟ
ବହୁତ ରହୁଛନ୍ତି । ସମସ୍ତଙ୍କୁ ତ ଏଠାରେ ରହିବାର ନାହିଁ । ଗୃହସ୍ଥ ବ୍ୟବହାରରେ ରୁହ, ଭଲେ
ରଙ୍ଗୀନ କପଡା ପିନ୍ଧ, କିଏ କହୁଛି ଧଳା କପଡା ପିନ୍ଧିବାକୁ । ବାବା କେବେ କାହାକୁ ଧଳା ପୋଷାକ
ପିନ୍ଧିବାକୁ କହି ନାହାଁନ୍ତି । ତୁମକୁ ରଙ୍ଗୀନ ଭଲ ଲାଗୁ ନାହିଁ ତେଣୁ ଧଳା ବସ୍ତ୍ର ପିନ୍ଧୁଛ ।
ଯଦିଓ ଏଠାରେ ତୁମେ ଧଳା ବସ୍ତ୍ର ପିନ୍ଧି ରହୁଛ, କିନ୍ତୁ ଯେଉଁମାନେ ରଙ୍ଗୀନ ବସ୍ତ୍ର ପିନ୍ଧୁଛନ୍ତି,
ରଂଗୀନ ଡ୍ରେସ୍ରେ ମଧ୍ୟ ଅନେକଙ୍କର କଲ୍ୟାଣ କରିପାରିବେ । ମାତାମାନେ ନିଜର ପତିଙ୍କୁ ମଧ୍ୟ
ବୁଝାଉଛନ୍ତି - ଭଗବାନୁବାଚ ପବିତ୍ର ହେବାକୁ ପଡିବ । ଦେବତାମାନେ ପବିତ୍ର ଅଟନ୍ତି ସେଥିପାଇଁ ତ
ତାଙ୍କ ପାଖରେ ମୁଣ୍ଡ ନୁଆଁଉଛନ୍ତି । ପବିତ୍ର ହେବା ତ ଭଲ କଥା ଅଟେ ନା । ଏବେ ତୁମେ ଜାଣୁଛ
ସୃଷ୍ଟିର ଅନ୍ତ ହେବ । ଅଧିକ ଧନ କ’ଣ କରିବ । ଆଜିକାଲି କେତେ ଡକାୟତି ହେଉଛି, କେତେ ଲାଞ୍ଚ ଆଦି
ନେଉଛନ୍ତି । ବର୍ତ୍ତମାନ ସମୟ ପାଇଁ ଗାୟନ ରହିଛି - କାହାର ମାଟି ତଳେ ଦବି ରହିଲା... ତାଙ୍କର
ହିଁ ସଫଳ ହେବ, ଯିଏ ଭଗବାନଙ୍କ ନାମରେ ଖର୍ଚ୍ଚ କରିବେ.... ଭଗବାନ ତ ଏବେ ସମ୍ମୁଖରେ ଅଛନ୍ତି ।
ବୁଦ୍ଧିମାନ ସନ୍ତାନମାନେ ନିଜର ସବୁ କିଛି ଭଗବାନଙ୍କ ନାମରେ ସଫଳ କରିଦେଉଛନ୍ତି ।
ସବୁ ମନୁଷ୍ୟ ତ ନିଜେ
ପତିତ ଓ ଦାନ ମଧ୍ୟ ପତିତମାନଙ୍କୁ ହିଁ କରୁଛନ୍ତି । ଏଠାରେ ତ ପୁଣ୍ୟ ଆତ୍ମାମାନଙ୍କର ଦାନ ଗ୍ରହଣ
କରିବାକୁ ପଡିବ । ବ୍ରାହ୍ମଣମାନଙ୍କ ଛଡା ଆଉ କାହା ସହିତ କୌଣସି ସମ୍ପର୍କ ନାହିଁ । ତୁମେମାନେ
ହେଉଛ ପୁଣ୍ୟ ଆତ୍ମା । ତୁମେ ପୁଣ୍ୟର କାମ ହିଁ କରୁଛ । ଏହି ଘର ଆଦି ତିଆରି ହେଉଛି, ସେଠାରେ
ମଧ୍ୟ ତୁମେ ହିଁ ରହିବ । ପାପର ତ କୌଣସି କଥା ହିଁ ନାହିଁ । ଯାହା କିଛି ପଇସା ଅଛି - ଭାରତକୁ
ସ୍ୱର୍ଗ କରିବା ପାଇଁ ଖର୍ଚ୍ଚ କରୁଛନ୍ତି । ନିଜ ପେଟରୁ କାଟି ଦେଉଛନ୍ତି ଓ କହୁଛନ୍ତି - ବାବା
ଆମର ଗୋଟିଏ ଇଟା ମଧ୍ୟ ଏଥିରେ ଲଗାଇଦିଅ ତେବେ ସେଠାରେ ଆମକୁ ମହଲ ମିଳିଯିବ । ପିଲାମାନେ କେତେ
ବୁଦ୍ଧିମାନ ଅଟନ୍ତି । ପଥର ବଦଳରେ ସୁନା ମିଳୁଛି । ବାକି ଅଳ୍ପ ସମୟ ହିଁ ଅଛି । ତୁମେ କେତେ ସେବା
କରୁଛ । ପ୍ରଦର୍ଶନୀ ମେଳା ଇତ୍ୟାଦି ବଢିଚାଲିଛି । କେବଳ କନ୍ୟାମାନେ ଯୋଗ୍ୟ ହୋଇଯାଆନ୍ତୁ ।
କିନ୍ତୁ କନ୍ୟାମାନେ ବେହଦ ବାବାଙ୍କର ହେଉନାହାଁନ୍ତି, ମୋହ ଛାଡୁନାହାଁନ୍ତି । ବାବା କହୁଛନ୍ତି
ମୁଁ ତୁମକୁ ସ୍ୱର୍ଗକୁ ପଠାଇଥିଲି, ଏବେ ପୁନର୍ବାର ତୁମକୁ ସ୍ୱର୍ଗକୁ ଯିବା ପାଇଁ ପ୍ରସ୍ତୁତ କରୁଛି
। ଯଦି ଶ୍ରୀମତକୁ ପାଳନ କରିବ ତେବେ ଉଚ୍ଚ ପଦ ପାଇବ, ଏ କଥା ଆଉ କେହି ବୁଝାଇପାରିବେ ନାହିଁ ।
ସାରା ସୃଷ୍ଟିର ଚକ୍ର ତୁମର ବୁଦ୍ଧିରେ ଅଛି - ମୂଳବତନ, ସୂକ୍ଷ୍ମବତନ ଓ ସ୍ଥୂଳବତନ । ବାବା
କହୁଛନ୍ତି - ପିଲାମାନେ, ସ୍ୱଦର୍ଶନ ଚକ୍ରଧାରୀ ହୁଅ, ଅନ୍ୟମାନଙ୍କୁ ମଧ୍ୟ ବୁଝାଇଚାଲ । ଏହି ଧନ୍ଦା
ଦେଖ କିପରି । ନିଜକୁ ମଧ୍ୟ ଧନବାନ୍ ସ୍ୱର୍ଗର ମାଲିକ ହେବାକୁ ପଡିବ, ଅନ୍ୟମାନଙ୍କୁ ମଧ୍ୟ
କରାଇବାକୁ ହେବ । ବୁଦ୍ଧିରେ ଏହା ହିଁ ରହିବା ଉଚିତ୍ - କାହାକୁ କିପରି ରାସ୍ତା ବତାଇବୁ? ଡ୍ରାମା
ଅନୁସାରେ ଯାହା ବିତିଗଲା ତାହା ହେଉଛି ଡ୍ରାମା । ସେକେଣ୍ଡକୁ ସେକେଣ୍ଡ ଯାହା ହୋଇ ଚାଲିଛି, ତାକୁ
ଆମେ ସାକ୍ଷୀ ହୋଇ ଦେଖୁଛୁ । ପିଲାମାନଙ୍କୁ ବାବା ଦିବ୍ୟଦୃଷ୍ଟି ଦ୍ୱାରା ସାକ୍ଷାତ୍କାର ମଧ୍ୟ
କରାଉଛନ୍ତି । ଆଗକୁ ଗଲେ ତୁମେ ବହୁତ ସାକ୍ଷାତ୍କାର କରିବ । ମନୁଷ୍ୟ ଦୁଃଖରେ ତ୍ରାହି-ତ୍ରାହି
କରିବେ, ତୁମେ ଖୁସିରେ ତାଳି ବଜାଉଥିବ । ଆମେ ମନୁଷ୍ୟରୁ ଦେବତା ହେଉଛୁ ତେବେ ନିଶ୍ଚିତ ନୂଆ
ଦୁନିଆ ଦରକାର । ସେଥିପାଇଁ ଏହି ବିନାଶ ଅପେକ୍ଷା କରି ରହିଛି । ଏହା ତ ଭଲ କଥା ଅଟେ ନା ।
ଲୋକମାନେ ଭାବୁଛନ୍ତି ପରସ୍ପର ସହିତ ଲଢେଇ ନ ହେଉ ଶାନ୍ତି ହୋଇଯାଉ । ବାସ୍ । କିନ୍ତୁ ଏହା ତ
ଡ୍ରାମାରେ ନିଧାର୍ଯ୍ୟ ରହିଛି । ଦୁଇ ମାଙ୍କଡ ଲଢିଲେ, ଲହୁଣୀ ମଝିରେ ତୃତୀୟ ଜଣଙ୍କୁ ମିଳିଗଲା ।
ତେଣୁ ଏବେ ବାବା କହୁଛନ୍ତି - ମୋତେ ମନେ ପକାଅ ଏବଂ ସମସ୍ତଙ୍କୁ ରାସ୍ତା ବତାଅ । ତୁମର ରହିବା ଏବଂ
ଖାଇବା ମଧ୍ୟ ସାଧାରଣ ହେବା ଉଚିତ୍ । କେବେ-କେବେ ପିଲାମାନଙ୍କୁ ଭଲ ଖାଇବା ପିଇବାକୁ ଦେଇ ଖୁସି
ମଧ୍ୟ କରାଯାଏ । ଯେଉଁ ଭଣ୍ଡାରରୁ ଖାଉଛନ୍ତି କହୁଛନ୍ତି ବାବା ଏସବୁ ଆପଣଙ୍କର ଅଟେ । ବାବା
କହୁଛନ୍ତି ଟ୍ରଷ୍ଟୀ ହୋଇ ଗୃହସ୍ଥକୁ ସମ୍ଭାଳି ଚାଲ । ପିଲାମାନେ କହୁଛନ୍ତି ବାବା ସବୁ କିଛି
ଆପଣଙ୍କର ଦାନ ଅଟେ । ଭକ୍ତିମାର୍ଗରେ କେବଳ କଥାକୁ ମାତ୍ର କହୁଥିଲ । ଏବେ ମୁଁ ତୁମକୁ କହୁଛି
ଟ୍ରଷ୍ଟୀ (ନିମିତ୍ତ) ହୁଅ । ଏବେ ମୁଁ ସମ୍ମୁଖରେ ଅଛି । ମୁଁ ମଧ୍ୟ ଟ୍ରଷ୍ଟୀ ହୋଇ ପୁଣି ତୁମକୁ
ଟ୍ରଷ୍ଟୀ କରୁଛି । ଯାହା କିଛି କରୁଛ ବାବାଙ୍କୁ ପଚାରିକି କର । ବାବା ପ୍ରତ୍ୟେକ କଥାରେ ରାୟ ଦେବେ
। ବାବା ଘର ତିଆରି କରିବୁ, ଏପରି କରିବୁ, ଏଭଳି ପଚାରିଲେ ବାବା କହିବେ କରିପାର । ବାକି ପାପ
ଆତ୍ମାମାନଙ୍କୁ ପଇସା ପତ୍ର ଦିଅ ନାହିଁ । କନ୍ୟା ଯଦି ଜ୍ଞାନରେ ନ ଚାଲୁଛି, ବିବାହ କରିବାକୁ
ଚାହୁଁଛି ତେବେ କ’ଣ କରିପାରିବ । ବାବା ତ ବୁଝାଉଛନ୍ତି ତୁମେ କାହିଁକି ଅପବିତ୍ର ହେଉଛ, କିନ୍ତୁ
କାହାର ଭାଗ୍ୟରେ ନ ଥିଲେ ପତିତ ହୋଇଯାଉଛନ୍ତି । ଅନେକ ପ୍ରକାରର ଘଟଣା ମଧ୍ୟ ହେଉଛି । ପବିତ୍ର
ରହିଲେ ମଧ୍ୟ ମାୟାର ଥାପଡ ଲାଗିଯାଉଛି, ପତିତ ହୋଇ ଯାଉଛନ୍ତି । ଅନେକ ପ୍ରକାରର କ୍ଷତି ହେଉଛି ।
ମାୟା ବଡ ପ୍ରବଳ ଅଟେ । ସିଏ ମଧ୍ୟ କାମର ବଶିଭୂତ ହୋଇଯାଉଛନ୍ତି, ପୁଣି କୁହାଯାଉଛି ଡ୍ରାମାରେ
ଯାହାଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଯାହା କିଛି ହୋଇଛି କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା । କିଛି
ନୂଆ ନୁହେଁ । ଭଲ କାମ କରିବାରେ ମଧ୍ୟ ବିଘ୍ନ ପକାଉଛନ୍ତି, ଏହା ମଧ୍ୟ କିଛି ନୂଆ କଥା ନୁହେଁ ।
ଆମକୁ ତ ତନ-ମନ-ଧନ ଦ୍ୱାରା ଭାରତକୁ ନିଶ୍ଚିତ ସ୍ୱର୍ଗ କରିବାକୁ ପଡିବ । ସବୁ କିଛି ବାବାଙ୍କ ଉପରେ
ସ୍ୱାହା କରିବୁ । ତୁମେମାନେ ଜାଣିଛ - ଆମେ ଶ୍ରୀମତ ଅନୁସାରେ ଏହି ଭାରତର ରୁହାନୀ ସେବା କରୁଛୁ ।
ତୁମ ବୁଦ୍ଧିରେ ଅଛି ଯେ ଆମେ ନିଜର ରାଜ୍ୟ ପୁନର୍ବାର ସ୍ଥାପନ କରୁଛୁ । ବାବା କହୁଛନ୍ତି ତିନି
ପାଦ ଭୁମି ଦେଇ ଏହି ରୁହାନୀ ଡାକ୍ତରଖାନା ସହିତ ବିଶ୍ୱବିଦ୍ୟାଳୟ ସ୍ଥାପନା କର । ଯାହାଦ୍ୱାରା
ମନୁଷ୍ୟ ସର୍ବଦା ସୁସ୍ଥ ଓ ଧନଶାଳୀ ହୋଇଯିବେ । ୩ ପାଦ ପୃଥିବୀ ମଧ୍ୟ କେହି ଦେଉନାହାଁନ୍ତି ।
କହୁଛନ୍ତି ବି.କେ.ମାନେ ଜାଦୁ କରିଦେବେ, ଭଉଣୀ-ଭାଇ କରିଦେବେ । ତୁମ ପାଇଁ ଡ୍ରାମାରେ ବହୁତ ଭଲ
ଯୁକ୍ତି (ଉପାୟ) ରଖାଯାଇଛି । ଭଉଣୀ-ଭାଇ ହେଲେ କୁଦୃଷ୍ଟି ରହିପାରିବ ନାହିଁ । ଆଜିକାଲି ତ ଦୁନିଆ
ଏତେ ବିକାରୀ ହୋଇଗଲାଣି, ଯେ ସେ କଥା ନ କହିଲେ ଭଲ । ତେଣୁ ଯେପରି ବାବାଙ୍କୁ ଦୟା ଆସୁଛି,
ସେହିପରି ତୁମମାନଙ୍କୁ ମଧ୍ୟ ଦୟା ଆସିବା ଦରକାର । ବାବା ଯେପରି ନର୍କକୁ ସ୍ୱର୍ଗ କରାଉଛନ୍ତି,
ସେହିପରି ତୁମ ଦୟାଶୀଳ ପିଲାମାନଙ୍କୁ ମଧ୍ୟ ବାବାଙ୍କର ସାହାଯ୍ୟକାରୀ ହେବାକୁ ପଡିବ । ପଇସା ଥିଲେ
ଡାକ୍ତରଖାନା ସହିତ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ କର । ଏଥିରେ ଅଧିକ ଖର୍ଚ୍ଚର ତ କୌଣସି କଥା ହିଁ
ନାହିଁ । କେବଳ ଚିତ୍ର ରଖିଦିଅ । ଯିଏ କଳ୍ପ ପୂର୍ବରୁ ଜ୍ଞାନ ନେଇଥିବେ, ତାଙ୍କର ବୁଦ୍ଧିର ତାଲା
ଖୋଲିଯିବ । ସେମାନେ ଆସିବାକୁ ଲାଗିବେ । କେତେ ପିଲା ଦୂର-ଦୂରରୁ ପଢିବା ପାଇଁ ଆସୁଛନ୍ତି । ବାବା
ଏପରି ମଧ୍ୟ ଦେଖିଛନ୍ତି, ଗୋଟିଏ ଗୋଟିଏ ଗାଁରୁ ରାତିରୁ ଆସିଥାନ୍ତି, ସକାଳୁ ସେଣ୍ଟରରେ ଆସି ଝୋଲି
ଭରି କରି ଅର୍ଥାତ୍ ଜ୍ଞାନ ଶୁଣି ଚାଲିଯାଉଛନ୍ତି । ଝୁଲା ମୁଣି ମଧ୍ୟ ଏପରି ନ ହେଉ ଯେଉଁଥିରୁ
ଜ୍ଞାନ ବହିଚାଲିଥିବ । ସେମାନେ ପୁଣି କେଉଁ ପଦ ପାଇବେ! ତୁମ ସନ୍ତାନମାନଙ୍କୁ ତ ବହୁତ ଖୁସି ରହିବା
ଦରକାର । ବେହଦର ବାବା ଆମକୁ ପଢାଉଛନ୍ତି, ବେହଦର ବର୍ସା ଦେବାପାଇଁ । କେତେ ସହଜ ଜ୍ଞାନ । ବାବା
ଜାଣିଛନ୍ତି ଯେଉଁମାନେ ବିଲ୍କୁଲ୍ ପଥରବୁଦ୍ଧି ଅଟନ୍ତି ତାଙ୍କୁ ପାରସବୁଦ୍ଧି କରିବାକୁ ହେବ ।
ବାବାଙ୍କୁ ତ ବହୁତ ଖୁସି ରହିଥାଏ । ଇଏ ଗୁପ୍ତ ଅଟନ୍ତି ନା । ଜ୍ଞାନ ମଧ୍ୟ ଗୁପ୍ତ ଅଟେ ।
ମମ୍ମା-ବାବା ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ତେବେ ଆମେ କାହିଁକି କମ୍ ପଦ ପାଇବୁ । ଆମେ ମଧ୍ୟ ସେବା
କରିବୁ । ତେଣୁ ଏହି ନିଶା ରହିବା ଦରକାର । ଆମେ ଯୋଗବଳ ଦ୍ୱାରା ନିଜର ରାଜଧାନୀ ସ୍ଥାପନ କରୁଛୁ ।
ଏବେ ଆମେ ସ୍ୱର୍ଗର ମାଲିକ ହେବାକୁ ଯାଉଛୁ । ସେଠାରେ ପୁଣି ଏହି ଜ୍ଞାନ ରହିବ ନାହିଁ । ଏହି
ଜ୍ଞାନ ବର୍ତ୍ତମାନ ପାଇଁ ଉଦ୍ଦିଷ୍ଟ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବୁଦ୍ଧିମାନ
ହୋଇ ନିଜର ସବୁ କିଛି ଧନୀଙ୍କ ନାମରେ ଅର୍ଥାତ୍ ଈଶ୍ୱରୀୟ ସେବାରେ ସଫଳ କରିବାକୁ ହେବ ।
ପତିତମାନଙ୍କୁ କୌଣସି ପ୍ରକାରର ଦାନ କରିବାର ନାହିଁ । କେବଳ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟ କାହା
ସହିତ ସମ୍ପର୍କ ରଖିବାର ନାହିଁ ।
(୨) ବୁଦ୍ଧି ରୂପକ
ଝୁଲାମୁଣୀରେ ଏପରି କୌଣସି ଛିଦ୍ର ନ ଥାଉ ଯାହା ଦ୍ୱାରା ସବୁ ଜ୍ଞାନ ବାହାରିଯାଉଥିବ । ବେହଦର
ଅର୍ଥାତ୍ ଅବିନାଶୀ ବାବା ଆମକୁ ବେହଦର ବର୍ସା ଅର୍ଥାତ୍ ଅବିନାଶୀ ସମ୍ପତ୍ତି ଦେବା ପାଇଁ ପାଠ
ପଢାଉଛନ୍ତି, ଏହି ଗୁପ୍ତ ଖୁସିରେ ରହିବାକୁ ହେବ । ବାବାଙ୍କ ସମାନ ଦୟାଶୀଳ ହେବାକୁ ପଡିବ ।
ବରଦାନ:-
ସମ୍ପନ୍ନତା
ଦ୍ୱାରା ସନ୍ତୁଷ୍ଟତାର ଅନୁଭବ କରୁଥିବା ସଦା ହର୍ଷିତ, ସଦା ବିଜୟୀ ହୁଅ ।
ଯିଏ ସର୍ବ ସମ୍ପତ୍ତିରେ
ସମ୍ପନ୍ନ ସେ ହିଁ ସଦା ସନ୍ତୁଷ୍ଟ ଅଟେ । ସନ୍ତୁଷ୍ଟତାର ଅର୍ଥ ହେଲା ସମ୍ପନ୍ନତା । ଯେପରି ବାବା
ସବୁଥିରେ ସମ୍ପନ୍ନ ଅଟନ୍ତି ତାଙ୍କର ମହିମାରେ ସାଗର ଶବ୍ଦ କୁହାଯାଉଛି, ସେହିପରି ତୁମେ ପିଲାମାନେ
ମଧ୍ୟ ମାଷ୍ଟର ସାଗର ଅର୍ଥାତ୍ ସମ୍ପନ୍ନ ହୁଅ, ତାହା ହେଲେ ସର୍ବଦା ଖୁସିରେ ନାଚିବାକୁ ଲାଗିବ ।
ତୁମ ଭିତରେ ଖୁସି ବ୍ୟତୀତ ଅନ୍ୟ କିଛି ଆସିପାରିବ ନାହିଁ । ନିଜେ ସମ୍ପନ୍ନ ହୋଇଥିବା କାରଣରୁ କେବେ
ବି କାହା ଉପରେ ବିରକ୍ତ ହେବେ ନାହିଁ । କୌଣସି ପ୍ରକାରର ଅଡୁଆ ପରିସ୍ଥିତି ବା ବିଘ୍ନ ଖେଳ ଭଳି
ଅନୁଭବ ହେବ । ସମସ୍ୟା ଗୁଡିକ ମନୋରଞ୍ଜନର ସାଧନ ହୋଇଯିବ । ନିଶ୍ଚୟ ବୁଦ୍ଧି ହୋଇଥିବା କାରଣରୁ ସଦା
ହର୍ଷିତ ହୋଇ ରହୁଥିବେ ଏବଂ ବିଜୟୀ ହେଉଥିବେ ।
ସ୍ଲୋଗାନ:-
ସମ୍ବେଦନଶୀଳ
ପରିସ୍ଥିତି ଗୁଡିକରେ ବିଚଳିତ ହୁଅ ନାହିଁ, ସେଥିରୁ ଶିକ୍ଷା ଗ୍ରହଣ କରି ନିଜକୁ ପରିପକ୍ୱ କର ।
ମାତେଶ୍ୱରୀଙ୍କର ଅନମୋଲ
ମହାବାକ୍ୟ:
(୧) “ପରମାତ୍ମା ଗୁରୁ,
ଶିକ୍ଷକ ଏବଂ ପିତାଙ୍କ ରୂପରେ ଭିନ୍ନ ଭିନ୍ନ ସମ୍ବନ୍ଧର ସମ୍ପତ୍ତି ପ୍ରାପ୍ତ କରାଇଥା’ନ୍ତି”
ଦେଖ, ପରମାତ୍ମା ତିନି
ରୂପ ଧାରଣ କରି ସମ୍ପତ୍ତି ପ୍ରାପ୍ତ କରାଉଛନ୍ତି । ସିଏ ଆମର ପିତା, ଶିକ୍ଷକ ଏବଂ ସଦ୍ଗୁରୁ ମଧ୍ୟ
ଅଟନ୍ତି । ତେବେ ପିତାଙ୍କ ସହିତ ପିତାଙ୍କର ସମ୍ବନ୍ଧ, ଶିକ୍ଷକଙ୍କ ସହିତ ଶିକ୍ଷକଙ୍କର ସମ୍ବନ୍ଧ
ଏବଂ ଗୁରୁଙ୍କ ସହିତ ଗୁରୁପଣିଆର ସମ୍ବନ୍ଧ ରହିଛି । ଯଦି ବାବାଙ୍କୁ ଛାଡପତ୍ର ଦେଇ ଦେବ ତେବେ
ସମ୍ପତ୍ତି କିପରି ମିଳିବ? ଯେତେବେଳେ ପାସ୍ ହୋଇ ଶିକ୍ଷକଙ୍କଠାରୁ ସାର୍ଟିଫିକେଟ୍ ନେବ ତେବେ
ଶିକ୍ଷକଙ୍କର ସଙ୍ଗ ମିଳିବ । ଯଦି ବାବାଙ୍କର ଆଜ୍ଞାକାରୀ, ବିଶ୍ୱସ୍ତ ହୋଇ ତାଙ୍କର ଶ୍ରୀମତ
ଅନୁସାରେ ନ ଚାଲିବ ତେବେ ଭବିଷ୍ୟତ ପ୍ରାରବ୍ଧ ଜମା ହୋଇପାରିବ ନାହିଁ । ପୁଣି ସମ୍ପୂର୍ଣ୍ଣ ସଦ୍ଗତି
ମଧ୍ୟ ପ୍ରାପ୍ତ କରିପାରିବ ନାହିଁ ଏବଂ ବାବାଙ୍କଠାରୁ ପବିତ୍ରତାର ସମ୍ପତ୍ତି ମଧ୍ୟ ନେଇପାରିବ ନାହିଁ
। ପରମାତ୍ମା ପ୍ରତିଜ୍ଞା କରୁଛନ୍ତି ଏବଂ କହୁଛନ୍ତି ଯଦି ତୁମେ ବହୁତ ଭଲ ଭାବରେ ପୁରୁଷାର୍ଥ କରିବ
ତେବେ ମୁଁ ତୁମକୁ ୧୦୦ ଗୁଣା ଫାଇଦା କରାଇ ଦେବି । କେବଳ ନାମକୁ ମାତ୍ର ନୁହେଁ କିନ୍ତୁ ତାଙ୍କ
ସହିତ ଗଭୀର ସମ୍ବନ୍ଧରେ ମଧ୍ୟ ରହିବା ଆବଶ୍ୟକ । ଅର୍ଜୁନଙ୍କୁ ମଧ୍ୟ ହୁକୁମ କରିଥିଲେ, କି
ସମସ୍ତଙ୍କୁ ମାର କିନ୍ତୁ ନିରନ୍ତର ମୋତେ ମନେ ପକାଅ । ପରମାତ୍ମା ତ ସମର୍ଥ ଅଟନ୍ତି ।
ସର୍ବଶକ୍ତିମାନ ଅଟନ୍ତି, ସିଏ ନିଜର ପ୍ରତିଜ୍ଞାର ରକ୍ଷା ଅବଶ୍ୟ କରିବେ କିନ୍ତୁ ସେତେବେଳେ କରିବେ
ଯେତେବେଳେ ତୁମେମାନେ ମଧ୍ୟ ତାଙ୍କ ସହିତ ସମ୍ବନ୍ଧ ରକ୍ଷା କରିବ । ଯଦି ଚାରିଆଡୁ ବୁଦ୍ଧିକୁ
ସାଉଁଟି ଆଣି କେବଳ ପରମାତ୍ମାଙ୍କ ସହିତ ଯୋଡିବ ତେବେ ଯାଇ ସମ୍ପୂର୍ଣ୍ଣ ସମ୍ପତ୍ତି ପ୍ରାପ୍ତ ହେବ
।
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୩) ଜୋରରେ ଆସି ଯଦି
କେହି ସତ୍ୟକୁ ସିଦ୍ଧ କରୁଅଛି ତେବେ ନିଶ୍ଚିତ ରୂପେ ସେଥିରେ କିଛି ନା କିଛି ଅସ୍ୟତା ସମାହିତ ହୋଇ
ରହିଛି । କେତେକ ସନ୍ତାନମାନଙ୍କର ଏପରି ଭାଷା ହୋଇଗଲାଣି - ମୁଁ ସମ୍ପୂର୍ଣ୍ଣ ସତ୍ୟ କହୁଛି, ଶତକଡା
୧୦୦ ସତ କହୁଛି, କିନ୍ତୁ ସତ୍ୟକୁ ସିଦ୍ଧ କରିବାର ଆବଶ୍ୟକତା ହିଁ ନାହିଁ । ସତ୍ୟ ଏପରି ସୂର୍ଯ୍ୟ
ଯେ ତାହା କେବେ ଲୁଚି ରହିପାରିବ ନାହିଁ । ଭଲେ କେତେ ବି ବାଧାବିଘ୍ନ ଆସୁ କିନ୍ତୁ ସତ୍ୟତାର
ପ୍ରକାଶ କେବେ ଲୁଚି ପାରିବ ନାହିଁ । ସଭ୍ୟତାପୂର୍ବକ ବାକ୍ୟ, ସଭ୍ୟତା ପୂର୍ବକ ଚଳଣୀ ଏହିଥିରେ
ହିଁ ସଫଳତା ହୋଇଥାଏ ।