03.06.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବିଶ୍ୱର
ମାଲିକ କରୁଥିବା ବାବାଙ୍କୁ ବଡ ଆଗ୍ରହର ସହିତ ମନେପକାଅ, ମନେ ପକାଇବା ଦ୍ୱାରା ହିଁ ତୁମେ
ସତ୍ତ୍ୱପ୍ରଧାନ ହେବ ।”
ପ୍ରଶ୍ନ:-
କେଉଁ ଗୋଟିଏ କଥା
ଉପରେ ପୂରା ଧ୍ୟାନ ରହିଲେ ବୁଦ୍ଧିର ଦୁଆର ଖୋଲିଯିବ?
ଉତ୍ତର:-
ପାଠପଢା ଉପରେ । ତୁମକୁ ଭଗବାନ ପାଠ ପଢାଉଛନ୍ତି ସେଥିପାଇଁ କେବେ ବି ପାଠପଢା ବନ୍ଦ ହେବା ଉଚିତ୍
ନୁହେଁ । ଯେତେ ଦିନ ପର୍ଯ୍ୟନ୍ତ ଜୀବିତ ରହିଥିବ ସେତେ ଦିନ ପର୍ଯ୍ୟନ୍ତ ଜ୍ଞାନ ଅମୃତ ପାନ କରିବାକୁ
ହେବ । ପାଠପଢା ଉପରେ ପୂରା ପୂରା ଧ୍ୟାନ ଦେବାକୁ ହେବ, କେବେ ବି ଅନୁପସ୍ଥିତ ହେବା ଉଚିତ୍ ନୁହେଁ
। ଯେପରି ବି ହେଉ ମୁରଲୀକୁ ଖୋଜି ଖୋଜି ପଢିବା ଦରକାର । ମୁରଲୀରେ ପ୍ରତିଦିନ ନୂଆ ନୂଆ ଜ୍ଞାନର
ପଏଣ୍ଟ ସବୁ ଆସୁଛି, ଯାହା ଦ୍ୱାରା ତୁମର ବୁଦ୍ଧିର ଦୁଆର ଖୋଲି ଯିବ।
ଓମ୍ ଶାନ୍ତି ।
ଶିବ ଭଗବାନ
ଉବାଚ ଶାଳଗ୍ରାମମାନଙ୍କ ପ୍ରତି । ଶିବ ଭଗବାନ ଉବାଚ ସାରା କଳ୍ପରେ ଥରେମାତ୍ର ହୋଇଥାଏ, ଏ କଥା
କେବଳ ତୁମେ ହିଁ ଜାଣିଛ, ଆଉ କେହି ଜାଣି ନାହାଁନ୍ତି । ମନୁଷ୍ୟ ରଚୟିତା ଏବଂ ରଚନାର
ଆଦି-ମଧ୍ୟ-ଅନ୍ତକୁ ବିଲ୍କୁଲ୍ ଜାଣିନାହାଁନ୍ତି । ତୁମେ ପିଲମାନେ ଜାଣିଛ ଯେ ଏହା ହେଉଛି ଜ୍ଞାନ
ଯଜ୍ଞ । ଏହାର ସ୍ଥାପନାରେ ବିଘ୍ନ ତ ପଡିବ ହିଁ ପଡିବ । ବାବା ବୁଝାଉଛନ୍ତି, ଏହି ପୁରୁଣା ଦୁନିଆରେ
ତୁମେ ଯାହା କିଛି ବି ଦେଖୁଛ ଏସବୁ ସ୍ୱାହା ହୋଇଯିବ । ତେଣୁ ସେଥିରେ ମମତା ରଖିବା ଉଚିତ ନୁହେଁ ।
ବାବା ଆସି ନୁଆ ଦୁନିଆ ପାଇଁ ପାଠ ପଢାଉଛନ୍ତି । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ, ବିକାରୀ
ଦୁନିଆ ଓ ନିର୍ବିକାରୀ ଦୁନିଆର ସଂଗମ, ବର୍ତ୍ତମାନ ବିକାରୀ ଦୁନିଆ, ନିର୍ବିକାରୀ ଦୁନିଆରେ
ପରିବର୍ତ୍ତନ ହେଉଛି । ନୂଆ ଦୁନିଆକୁ ନିର୍ବିକାରୀ ଦୁନିଆ କୁହାଯାଏ । ସେଠାରେ ଆଦି ସନାତନ
ଦେବୀ-ଦେବତା ଧର୍ମ ଥିଲା । ପିଲାମାନେ ଜାଣୁଛନ୍ତି ଏ ସବୁ ବିଚାର ଯୋଗ୍ୟ ପଏଣ୍ଟ । ବାବା ଦିନ ରାତି
କହୁଛନ୍ତି ପିଲାମାନେ, ମୁଁ ତୁମକୁ ଏବେ ଅତି ଗୁହ୍ୟ କଥା ଶୁଣାଉଛି । ଯେପର୍ଯ୍ୟନ୍ତ ବାବା ଅଛନ୍ତି
ପାଠପଢା ଜାରି ରହିବ । ତା’ପରେ ପୁଣି ପାଠପଢା ବନ୍ଦ ହୋଇଯିବ । ଏ ସବୁ କଥା ତୁମମାନଙ୍କ ବ୍ୟତୀତ
ଅନ୍ୟ କେହି ଜାଣିନାହାଁନ୍ତି । ବାପଦାଦା ଜାଣିଛନ୍ତି ତୁମମାନଙ୍କ ଭିତରେ ସମସ୍ତେ କ୍ରମାନ୍ୱୟରେ
ଅଛନ୍ତି । ଅନେକ ସନ୍ତାନମାନଙ୍କର ଅଧଗତି ମଧ୍ୟ ହୋଇ ଯାଉଛି, କେତେ କଷ୍ଟ ସହିବାକୁ ପଡୁଛି । ଏମିତି
ବି ନୁହେଁ ଯେ ସମସ୍ତେ ଚିରକାଳ ପାଇଁ ପବିତ୍ର ରହିପାରିବେ । ପବିତ୍ର ରହୁ ନାହାଁନ୍ତି ପୁଣି ଦଣ୍ଡ
ଭୋଗ କରିବାକୁ ପଡୁଛି । ତେବେ ଯେଉଁମାନେ ସମ୍ମାନର ସହ ଉତ୍ତୀର୍ଣ୍ଣ ହୋଇଥା’ନ୍ତି ସେହିମାନେ ହିଁ
ମାଳାର ଦାନା ହୋଇଥା’ନ୍ତି । ଅନ୍ୟମାନେ ପ୍ରଜା ହୋଇଥା’ନ୍ତି । ଏସବୁ ବହୁତ ବୁଝିବା କଥା । ତୁମେ
କାହାକୁ ମଧ୍ୟ ବୁଝାଇଲେ ସେମାନେ କ’ଣ ସହଜରେ ବୁଝିଯାଉଛନ୍ତି କି? ବୁଝିବା ପାଇଁ ସମୟ ଲାଗୁଛି ।
ବାବା ଯେଉଁଭଳି ଭଲ ଭାବରେ ବୁଝାଇ ପାରିବେ ତୁମେ ସେହିଭଳି ବୁଝାଇ ପାରିବ ନାହିଁ । ବାବାଙ୍କ ପାଖକୁ
ରିପୋର୍ଟ ଆସୁଛି, ବାବା ସେମାନଙ୍କୁ ଜାଣିଛନ୍ତି - ଅମୁକ ବିକାରଗ୍ରସ୍ତ ହେଲା, ଅମୁକ କରିଲା....
। କିନ୍ତୁ ବାବା ତ ସେମାନଙ୍କର ନାମ କହିବେ ନାହିଁ । ଯଦି ନାମ କହିଦେବେ ତେବେ ସେମାନଙ୍କ ସହିତ
କେହି କଥା ହେବା ପାଇଁ ପସନ୍ଦ କରିବେ ନାହିଁ । ସମସ୍ତେ ଘୃଣା ଦୃଷ୍ଟିରେ ଦେଖିବେ । ଭଲ ପାଇବେ
ନାହିଁ । ତେଣୁ ସେମାନେ କରିଥିବା ସମସ୍ତ ରୋଜଗାର ମାଟିରେ ମିଶିଯାଇଥାଏ । ଯିଏ ଏଭଳି ଧକ୍କା
ଖାଇଛନ୍ତି ସିଏ ନିଜେ ଜାଣଥା’ନ୍ତି ବାବା ଜାଣିଥା’ନ୍ତି । ଏ ସବୁ ବହୁତ ଗୁପ୍ତ କଥା ।
ତୁମେମାନେ କହୁଛ ଅମୁକ
ଦେଖା ହେଲେ, ତାଙ୍କୁ ଭଲ ଭାବରେ ବୁଝାଇଛି, ସେ ସେବାରେ ସହଯୋଗୀ ହୋଇପାରିବେ । କିନ୍ତୁ ସିଏ ଯଦି
ସମ୍ମୁଖରେ ଥିବେ ନା । ମନେକର ତୁମେ ରାଜ୍ୟପାଳକୁ ଭଲ ଭାବରେ ବୁଝାଇଲ କିନ୍ତୁ ସେ କ’ଣ କାହାକୁ
ବୁଝାଇ ପାରିବେ କି! ସିଏ କାହାକୁ ବୁଝାଇଲେ ମଧ୍ୟ କେହି ମାନିବେ ନାହିଁ । ଯିଏ ବୁଝିବା ଲୋକ ସିଏ
ବୁଝିବ । ଅନ୍ୟକୁ କ’ଣ ବୁଝାଇ ପାରିବ କି? ତୁମେମାନେ ଅନ୍ୟମାନଙ୍କୁ ବୁଝାଉଛ ଯେ, ଏହା କଣ୍ଟାର
ଜଙ୍ଗଲ, ଏହାକୁ ଆମେ ମଙ୍ଗଳମୟ ଅର୍ଥାତ୍ ଫୁଲର ବଗିଚା କରୁଛୁ । ମଙ୍ଗଳମ୍ ଭଗବାନ ବିଷ୍ଣୁ
କହିଥାଆନ୍ତି ନା । ଏହି ଶ୍ଳୋକ ଆଦି ସବୁ ଭକ୍ତିମାର୍ଗର । ମଙ୍ଗଳ ତ ବିଷ୍ଣୁଙ୍କ ରାଜ୍ୟ ଶାସନ
କାଳରେ ହୋଇଥାଏ । ବିଷ୍ଣୁ ଅବତରଣ ମଧ୍ୟ ଦର୍ଶାଇଛନ୍ତି । ବାବା ଏସବୁ ଦେଖିଛନ୍ତି, ଅନୁଭବୀ ଅଟନ୍ତି
। ସବୁ ଧର୍ମାବଲମ୍ବୀମାନଙ୍କୁ ଭଲ ଭାବରେ ଜାଣିଛନ୍ତି । ବାବା ଯାହାଙ୍କ ଶରୀରରେ ଆସିବେ ତାଙ୍କର
ବ୍ୟକ୍ତିତ୍ୱ ମଧ୍ୟ ସେହିଭଳି ହୋଇଥିବା ଦରକାର ନା । ତେଣୁ ବାବା କହୁଛନ୍ତି ବହୁତ ଜନ୍ମର ଅନ୍ତିମ
ଜନ୍ମରେ ବହୁତ ଅନୁଭବୀ ରଥରେ ମୁଁ ପ୍ରବେଶ କରୁଛି । ବାବା ମଧ୍ୟ ବହୁତ ସାଧାରଣ, ବ୍ୟକ୍ତିତ୍ୱର
ଅର୍ଥ ଏହା ନୁହେଁ ଯେ, ରାଜା ମହାରାଜା ହୋଇଥିବେ । ବ୍ରହ୍ମାବାବା ବହୁତ ଅନୁଭବୀ ଅଟନ୍ତି । ମୁଁ
ତାଙ୍କ ଶରୀରରେ ବହୁତ ଜନ୍ମର ଅନ୍ତିମ ଜନ୍ମରେ ପ୍ରବେଶ କରୁଛି ।
ତୁମକୁ ବୁଝାଇବାକୁ ହେବ
ଯେ - ରାଜଧାନୀ ସ୍ଥାପନା ହେଉଛି, ମାଳା ମଧ୍ୟ ତିଆରି ହେଉଛି । ଏ ସବୁ କଥା କେହି ଗୋଟିଏ ଦିନରେ ତ
ବୁଝିଯିବେ ନାହିଁ । ତେବେ ଅବିନାଶୀ ପିତା ହିଁ ଅବିନାଶୀ ସମ୍ପତ୍ତି ଦେଇ ପାରିବେ । ଭଗବାନ ନିଜେ
ଆସି ବୁଝାଉଛନ୍ତି ତଥାପି ମଧ୍ୟ ବହୁତ ମୁସକିଲ୍ରେ କେହି କେହି ପବିତ୍ର ରହୁଛନ୍ତି । ସବୁ କଥାକୁ
ବୁଝିବା ପାଇଁ ମଧ୍ୟ ସମୟ ଦରକାର । ବହୁତ ଅଛନ୍ତି ଯେଉଁମାନେ ଦଣ୍ଡ ଭୋଗ କରୁଛନ୍ତି । ଦଣ୍ଡ ଭୋଗ
କରି ପୁଣି ପ୍ରଜା ହେଉଛନ୍ତି । ବାବା ବୁଝାଉଛନ୍ତି - ପିଲାମାନେ ତୁମକୁ ବହୁତ ମିଠା ହେବାକୁ ପଡିବ
। କାହାକୁ ଦୁଃଖ ଦେବା ଉଚିତ୍ ନୁହେଁ । ବାବା ସମସ୍ତଙ୍କୁ ସୁଖର ରାସ୍ତା ଦେଖାଇ ଦୁଃଖରୁ ମୁକ୍ତ
କରିବା ପାଇଁ ଆସୁଛନ୍ତି । ତେବେ ସିଏ ପୁଣି ଅନ୍ୟକୁ କିପରି ଦୁଃଖ ଦେଇପାରିବେ । ଏ ସବୁ କଥା ତୁମେ
ପିଲାମାନେ ଜାଣୁଛ । ସଂସାରର ମନୁଷ୍ୟ ଏ ସବୁ କଥା ବହୁତ ମୁସ୍କିଲରେ ବୁଝିଥା’ନ୍ତି ।
ତେବେ ତୁମକୁ ମିତ୍ର
ସମ୍ବନ୍ଧୀମାନଙ୍କଠାରୁ ମମତା ତୁଟାଇବାକୁ ହେବ । ଘରେ ନିମିତ୍ତ ଭାବି ରହିବାକୁ ହେବ । ବୁଦ୍ଧିରେ
ତ ଏକଥା ରହିଛି ଯେ - ସାରା ଦୁନିଆ ଏବେ ବିନାଶ ହେବାକୁ ଯାଉଛି । କିନ୍ତୁ ଏହି ବିଚାର ମଧ୍ୟ କାହା
ଭିତରେ ଆସୁନାହିଁ । ଅନନ୍ୟ ସନ୍ତାନମାନେ ହିଁ ଏହି କଥାକୁ ବୁଝୁଛନ୍ତି ଏବଂ ଶିଖିବାର ପୁରୁଷାର୍ଥ
କରୁଛନ୍ତି । ବହୁତ ଫେଲ ମଧ୍ୟ ହୋଇ ଯାଉଛନ୍ତି, ମାୟାର ବହୁତ ଚକ୍କର ଚାଲୁଛି । ମାୟା ବଡ ବଳବାନ ।
କିନ୍ତୁ ଏକଥା ଅନ୍ୟ କାହାକୁ ବୁଝାଇ ପାରିବ କି? ତୁମ ପାଖକୁ ଆସୁଛନ୍ତି ଏବଂ ଜାଣିବା ପାଇଁ
ଚାହୁଁଛନ୍ତି - ଏଠାରେ କ’ଣ ହେଉଛି ଏତେ ରିପୋର୍ଟ କାହିଁକି ଆସୁଛି? ଏବେ ଏହି ଲୋକମାନଙ୍କର ତ ବଦଳି
ହୋଇଯାଉଛି, ପୁଣି ଜଣ ଜଣକୁ ବସି ବୁଝାଇବାକୁ ପଡୁଛି । ସେମାନେ ବୁଝିବା ପରେ କହୁଛନ୍ତି ଏହା ତ
ବହୁତ ଭଲ ସଂସ୍ଥା । ରାଜଧାନୀ ସ୍ଥାପନାର କଥା ବହୁତ ଗୁହ୍ୟ ଏବଂ ଗୋପନୀୟ । ପିଲାମାନଙ୍କୁ ଅବିନାଶୀ
ପିତା ମିଳିଛନ୍ତି ତେଣୁ କେତେ ହର୍ଷିତ ରହିବା ଦରକାର । ଆମେ ବିଶ୍ୱର ମାଲିକ ଦେବତା ହେଉଛୁ ତେଣୁ
ଆମ ଭିତରେ ବହୁତ ଦୈବୀ ଗୁଣ ରହିବା ଆବଶ୍ୟକ । ଲକ୍ଷ୍ୟ ଉଦ୍ଦେଶ୍ୟ ମଧ୍ୟ ସମ୍ମୁଖରେ ରହିଛି । ଇଏ
ନୂଆ ଦୁନିଆର ମାଲିକ, ଏକଥା କେବଳ ତୁମେମାନେ ଜାଣିଛ । ଆମେ ରାଜଯୋଗର ପାଠ ପଢୁଛୁ ଏବଂ ଅବିନାଶୀ
ଜ୍ଞାନ ସାଗର ପିତା ଆମମାନଙ୍କୁ ପାଠ ପଢାଉଛନ୍ତି । ଅମରପୁରୀ ଅଥବା ସ୍ୱର୍ଗକୁ ନେଇଯିବା ପାଇଁ ଆମକୁ
ଏହି ଜ୍ଞାନ ପ୍ରାପ୍ତ ହେଉଛି । ତେବେ ଯିଏ କଳ୍ପ ପୂର୍ବରୁ ରାଜ୍ୟ ନେଇଥିଲେ ସେହିମାନେ ହିଁ ଆସିବେ
। କଳ୍ପ ପୂର୍ବ ଭଳି ଆମେ ଆମର ରାଜଧାନୀ ସ୍ଥାପନା କରୁଛୁ । କ୍ରମାନୁଯାୟୀ ମାଳା ତିଆରି ହେଉଛି ।
ଯେପରି ସ୍କୁଲରେ ଭଲ ପଢୁଥିବା ଛାତ୍ରକୁ ବୃତ୍ତି ମିଳିଥାଏ । ତାହା ତ ବିନାଶୀ ଦୁନିଆର କଥା,
ତୁମମାନଙ୍କୁ ଅବିନାଶୀ ଜ୍ଞାନ ମିଳୁଛି । ଯିଏ ବାବାଙ୍କର ସହଯୋଗୀ ହେବେ ସିଏ ହିଁ ଉଚ୍ଚ ପଦ ପାଇବେ
। ବାସ୍ତବରେ ସାହାଯ୍ୟ ତ ନିଜକୁ ହିଁ କରୁଛ । ତୁମକୁ ପବିତ୍ର ହେବାକୁ ପଡିବ, ସତ୍ତ୍ୱପ୍ରଧାନ ଥିଲେ
ଏବେ ପୁଣି ସତ୍ତ୍ୱପ୍ରଧାନ ନିଶ୍ଚିତ ଭାବରେ ହେବାକୁ ପଡିବ । ସେଥିପାଇଁ ବାବାଙ୍କୁ ମନେ ପକାଇବାକୁ
ହେବ । ତୁମେ ବସିବା-ଉଠିବା, ଚାଲିବା-ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେପକାଇ ପାରିବ । ଯେଉଁ
ପିତା ଆମକୁ ବିଶ୍ୱର ମାଲିକ କରୁଛନ୍ତି ତାଙ୍କୁ ବହୁତ ଶ୍ରଦ୍ଧାର ସହିତ ମନେ ପକାଇବା ଉଚିତ୍ ।
କିନ୍ତୁ ମାୟା କାହାକୁ ମଧ୍ୟ ଛାଡୁନାହିଁ । ପିଲାମାନେ ଅନେକ ପ୍ରକାରର ରିପୋର୍ଟସ୍ ଲେଖୁଛନ୍ତି -
ବାବା ଆମକୁ ମାୟାର ଅନେକ ବିକଳ୍ପ ଆସୁଛି । ବାବା କହୁଛନ୍ତି, ଏହା ହେଉଛି ଯୁଦ୍ଧକ୍ଷେତ୍ର । ତୁମକୁ
୫ ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ତୁମେମାନେ ମଧ୍ୟ ଜାଣୁଛ, ବାବାଙ୍କୁ ମନେ ପକାଇବା
ଦ୍ୱାରା ଆମେ ସତ୍ତ୍ୱପ୍ରଧାନ ହେଉଛୁ । ବାବା ଆସି ବୁଝାଉଛନ୍ତି । ଭକ୍ତିମାର୍ଗର କୌଣସି ମନୁଷ୍ୟ
ଏକଥା ଜାଣି ନାହାଁନ୍ତି । ଏହା ତ ପାଠପଢା । ବାବା କହୁଛନ୍ତି - ତୁମେ ପବିତ୍ର କିପରି ହେବ । ତୁମେ
ପବିତ୍ର ଥିଲ ପୁଣି ହେବାକୁ ପଡିବ । ଦେବତାମାନେ ପବିତ୍ର ଅଟନ୍ତି ନା । ପିଲାମାନେ ଜାଣିଛନ୍ତି
ଆମେମାନେ ଛାତ୍ର, ଏବେ ପାଠ ପଢୁଛୁ । ଭବିଷ୍ୟତରେ ଆମେ ପୁଣି ସୂର୍ଯ୍ୟବଂଶୀ ରାଜ୍ୟରେ ଆସିବୁ ।
ସେଥିପାଇଁ ଭଲ ଭାବେ ପୁରୁଷାର୍ଥ କରିବାକୁ ପଡିବ । ସବୁ କିଛି ନମ୍ବର ଉପରେ ନିର୍ଭର କରୁଛି ।
ଯୁଦ୍ଧ କ୍ଷେତ୍ରରେ ପରାଜୟ ହେଲେ ଚନ୍ଦ୍ରବଂଶରେ ଆସିବ । ସେମାନେ ପୁଣି ଯୁଦ୍ଧର ନାମ ଶୁଣି ଧନୁ
ତୀର ଇତ୍ୟାଦି ଦେଖାଇଛନ୍ତି । ତେବେ ତାହା କ’ଣ ବାହୁବଳର ଲଢେଇ ଥିଲା କି? ଯେଉଁମାନେ କି ତୀର
କମାଣ ଆଦି ପ୍ରୟୋଗ କରିଥିବେ । ବାସ୍ତବରେ ଏଭଳି କୌଣସି କଥା ନାହିଁ । ପୂର୍ବରୁ ତ ଧନୁ ତୀରରେ
ଯୁଦ୍ଧ ଚାଲୁଥିଲା । ବର୍ତ୍ତମାନ ମଧ୍ୟ ତାହାର ପ୍ରମାଣ ରହିଛି । କେହି କେହି ଧନୁର୍ଦ୍ଧାରୀ ବହୁତ
ହୁସିଆର ହୋଇଥା’ନ୍ତି । ଏହି ଜ୍ଞାନରେ ଲଢେଇ ଆଦିର କୌଣସି କଥା ନାହିଁ ।
ତୁମେ ଜାଣିଛ ଶିବବାବା
ଜ୍ଞାନର ସାଗର । ଯାହାଙ୍କଠାରୁ ଆମେ ଏହି ପଦ ପ୍ରାପ୍ତ କରୁଛୁ । ଏବେ ବାବା କହୁଛନ୍ତି ଦେହ ସହିତ
ଦେହର ସମସ୍ତ ସମ୍ବନ୍ଧୀଙ୍କଠାରୁ ମମତା ତୁଟାଇ ଦିଅ । ଏସବୁ ପୁରୁଣା ଦୁନିଆର ସମ୍ବନ୍ଧ । ନୂଆ
ଦୁନିଆ ସୁନାର ଭାରତ ଥିଲା । ତା’ର ନାମ କେତେ ପ୍ରସିଦ୍ଧ ଥିଲା । ପ୍ରାଚୀନ ଯୋଗ କେବେ ଏବଂ କିଏ
ଶିଖାଇଥିଲେ? ଏ କଥା କାହାକୁ ଜଣାନାହିଁ । ଯେ ପର୍ଯ୍ୟନ୍ତ ବାବା ଆସି ବୁଝାଇ ନାହାଁନ୍ତି ସେ
ପର୍ଯ୍ୟନ୍ତ କେହି ଜାଣିପାରିବେ ନାହିଁ । ଏହା ହେଉଛି ନୂଆ କଥା, କଳ୍ପ କଳ୍ପ ଯାହା ହେଉଛି, ପୁଣି
ତାହାର ପୁନରାବୃତ୍ତି ହେବ । ସେଥିରେ କୌଣସି ଅନ୍ତର ପଡିବ ନାହିଁ । ବାବା କହୁଛନ୍ତି - ଏହି
ଅନ୍ତିମ ଜନ୍ମରେ ପବିତ୍ର ରହିଲେ ତୁମେମାନେ ୨୧ ଜନ୍ମ କେବେହେଲେ ଅପବିତ୍ର ହେବ ନାହିଁ । ବାବା
କେତେ ଭଲ ଭାବେ ବୁଝାଉଛନ୍ତି । ତଥାପି କ’ଣ ସମସ୍ତେ ଏକାଭଳି ପଢୁଛନ୍ତି କି? ପାଠପଢାରେ
ରାତି-ଦିନର ଫରକ ରହୁଛି । ପଢିବା ପାଇଁ ବହୁତ ଆସୁଛନ୍ତି । କିନ୍ତୁ କେହି କେହି ଅଳ୍ପ ପାଠପଢି
କେଉଁ ଆଡେ ଚାଲିଯାଉଛନ୍ତି । ଯିଏ ଭଲ ଭାବରେ ବୁଝୁଛନ୍ତି ସେମାନେ ନିଜର ଅନୁଭବ ମଧ୍ୟ ଶୁଣାଉଛନ୍ତି
ଯେ - ଆମେ କିଭଳି ଆସିଲୁ ଏବଂ ପବିତ୍ରତାର ପ୍ରତିଜ୍ଞା ନେଲୁ । ବାବା କହୁଛନ୍ତି - ପବିତ୍ରତାର
ପ୍ରତିଜ୍ଞା କରି ପୁଣି ଯଦି ପତିତ ହେଲ ତେବେ କରିଥିବା ରୋଜଗାର ସମାପ୍ତ ହୋଇଯିବ । ପୁଣି
ଅର୍ନ୍ତମନରେ ପଶ୍ଚାତାପ ହେବ । କାହାକୁ ମଧ୍ୟ କହିପାରିବ ନାହିଁ ଯେ - ବାବାଙ୍କୁ ମନେ ପକାଅ ।
ମୂଖ୍ୟ କଥା ବିକାରକୁ ନେଇ ପଚାରୁଛନ୍ତି । ତୁମମାନେ ଏହି ପାଠ ନିୟମିତ ପଢିବା ଦରକାର । ବାବା
କହୁଛନ୍ତି - ମୁଁ ତୁମକୁ ନୂଆ ନୂଆ କଥା ଶୁଣାଉଛି । ତୁମେମାନେ ବିଦ୍ୟାର୍ଥୀ । ତୁମକୁ ଭଗବାନ ପାଠ
ପଢାଉଛନ୍ତି । ତୁମେ ଭଗବାନଙ୍କର ଛାତ୍ର । ଏଭଳି ଶ୍ରେଷ୍ଠ ପାଠପଢାକୁ ଦିନେ ହେଲେ ମଧ୍ୟ ବନ୍ଦ
କରିବା ଉଚିତ୍ ନୁହେଁ । ଯଦି ଦିନେ ମଧ୍ୟ ମୁରଲୀ ନ ଶୁଣିବ ତେବେ ରେଜିଷ୍ଟରରେ ଅନୁପସ୍ଥିତ ଲେଖା
ହେବ । ଭଲ ଭଲ ମହାରଥୀମାନେ ମଧ୍ୟ ମଝିରେ ମଝିରେ ମୁରଲୀ ଶୁଣିବା ବନ୍ଦ କରି ଦେଉଛନ୍ତି । ସେମାନେ
ଭାବୁଛନ୍ତି ଆମେ ତ ସବୁକିଛି ଜାଣିଛୁ । ମୁରଲୀ ନ ପଢିଲେ କ’ଣ ହେଲା । ଏହା ଦ୍ୱାରା ଉପସ୍ଥାନ
ଖାତାରେ ଅନୁପସ୍ଥିତ ଲେଖା ହେବ ଏବଂ ଫେଲ ହୋଇଯିବ । ବାବା ସ୍ୱୟଂ କହୁଛନ୍ତି ପ୍ରତିଦିନ ଏହିଭଳି
ଭଲ ଭଲ ପଏଣ୍ଟ ଶୁଣାଉଛି ଯାହା ସମୟ ଅନୁଯାୟୀ ତୁମକୁ ବୁଝାଇବାରେ କାମରେ ଆସିବ । ଯଦି ନଶୁଣିବ ତେବେ
କାମରେ କିପରି ଲଗାଇବ । ଯେପର୍ଯ୍ୟନ୍ତ ବଞ୍ଚିଛ, ଜ୍ଞାନାମୃତ ପାନ କରି ଶିକ୍ଷାକୁ ଧାରଣ କରିବାକୁ
ହେବ । କେବେ ହେଲେ ଅନୁପସ୍ଥିତ ରହିବା ଉଚିତ୍ ନୁହେଁ । ଯେଉଁଠାରୁ ହେଲେ ବି ମୁରଲୀ ଆଣି ନିଶ୍ଚିତ
ରୂପେ ପଢିବା ଉଚିତ୍ । ନିଜ ଭିତରେ ଅହଂକାର ରହିବା ଉଚିତ୍ ନୁହେଁ । ଭଗବାନ ପିତା ପାଠ ପଢାଉଛନ୍ତି,
ସେଥିରେ ତ ଗୋଟିଏ ଦିନ ମଧ୍ୟ ଅନୁପସ୍ଥିତ ରହିବା ଉଚିତ୍ ନୁହେଁ । ଏଭଳି ପଏଣ୍ଟ ମିଳୁଛି ଯାହା
ତୁମର ବା ଅନ୍ୟ କାହାର ବୁଦ୍ଧିର କବାଟ ଖୋଲିଦେଇ ପାରିବ । ଆତ୍ମା କ’ଣ, ପରମାତ୍ମା କିଏ, ଏଠାରେ
କିଭଳି ଅଭିନୟ ଚାଲିଛି, ଏସବୁ ବୁଝିବା ପାଇଁ ସମୟ ଦରକାର । ଅନ୍ତିମ ସମୟରେ କେବଳ ଏତିକି ମନେ
ରହିବ ଯେ - ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । କିନ୍ତୁ ଏବେ ବୁଝାଇବାକୁ ପଡୁଛି ।
ବାବାଙ୍କୁ ମନେ ପକାଇ ଘରକୁ ଫେରିବାକୁ ହେବ । ଏହା ହିଁ ଅନ୍ତିମ ସମୟର ସ୍ଥିତି ହେବ । ଯୋଗ ଦ୍ୱାରା
ହିଁ ତୁମେ ପବିତ୍ର ହେଉଛ । କେତେ ଦୂର ପବିତ୍ର ହୋଇଛ ଏହା ତ ତୁମେମାନେ ନିଜେ ଜାଣି ପାରୁଥିବ ।
ଅପବିତ୍ର ଆତ୍ମାଙ୍କୁ ନିଶ୍ଚିତ ରୂପେ କମ ଶକ୍ତି ମିଳିବ । ମୂଖ୍ୟ ଅଷ୍ଟରତ୍ନ ହିଁ ସମ୍ମାନର ସହ
ଉତ୍ତୀର୍ଣ୍ଣ ହେବେ । ସେମାନେ ଆଦୌ ଦଣ୍ଡ ଭୋଗ କରନ୍ତି ନାହିଁ । ଏହା ବଡ ସୂକ୍ଷ୍ମ କଥା । ଏହା
କେତେ ଶ୍ରେଷ୍ଠ ପାଠପଢା । ସ୍ୱପ୍ନରେ ମଧ୍ୟ ଭାବିନଥିବ ଯେ ଆମେ ଦେବତା ହୋଇପାରିବୁ । ବାବାଙ୍କୁ
ମନେପକାଇବା ଦ୍ୱାରା ତୁମେ ପଦମାପଦମ ଭାଗ୍ୟଶାଳୀ ହେଉଛ। ଏହି ଜ୍ଞାନ ରତ୍ନର ଧନ୍ଦା ତୁଳନାରେ ସେ
ଧନ୍ଦା ଆଦି କିଛି ବି ନୁହେଁ । କୌଣସି ବି ଜିନିଷ କାମରେ ଆସିବ ନାହିଁ । ତଥାପି ସେସବୁ କରିବାକୁ
ପଡୁଛି । ମନରେ ଏକଥା କେବେହେଲେ ଆସିବା ଉଚିତ୍ ନୁହେଁ ଯେ, ଆମେ ଶିବବାବାଙ୍କୁ ଦେଉଛୁ । ତୁମେମାନେ
ତ ପଦମାପଦମପତି ହେଉଛ । ଦେଉଛୁ ବୋଲି ସଂକଳ୍ପ ଆସିଲେ ପ୍ରାପ୍ତି କମ୍ ହୋଇଯିବ । ମନୁଷ୍ୟ ନେବା
ପାଇଁ ହିଁ ଈଶ୍ୱର ଅର୍ଥେ ଦାନପୂଣ୍ୟ କରିଥାଆନ୍ତି । ତେବେ ତାକୁ ଦେଉଛ ବୋଲି କୁହାଯିବ କି! ଭଗବାନ
ତ ଦାତା ଅଟନ୍ତି । ପରବର୍ତ୍ତୀ ଜନ୍ମରେ କେତେ ଗୁଣା କରିଦେଉଛନ୍ତି । ଏହା ମଧ୍ୟ ଡ୍ରାମାରେ
ନିଧାର୍ଯ୍ୟ ଅଛି । ଭକ୍ତିମାର୍ଗରେ ଅଳ୍ପକାଳର ସୁଖ ମିଳିଥାଏ । ତୁମେମାନେ ଅବିନାଶୀ ବାବାଙ୍କଠାରୁ
ଅବିନାଶୀ ସୁଖର ସମ୍ପତ୍ତି ପ୍ରାପ୍ତ କରୁଛ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେତେ ଦିନ
ପର୍ଯ୍ୟନ୍ତ ବଞ୍ଚି ଥିବ ସେତେଦିନ ପର୍ଯ୍ୟନ୍ତ ଜ୍ଞାନ ଅମୃତ ପାନ କରିବାକୁ ହେବ, ଶିକ୍ଷାକୁ ଧାରଣ
କରିବାକୁ ହେବ । ଭଗବାନ ପାଠ ପଢାଉଛନ୍ତି, ସେଥିପାଇଁ ଗୋଟିଏ ଦିନ ମଧ୍ୟ ମୁରଲୀ ବନ୍ଦ କରିବା ଉଚିତ୍
ନୁହେଁ ।
(୨) ପଦ୍ମର ରୋଜଗାର ଜମା
କରିବା ପାଇଁ ନିମିତ୍ତ ମାତ୍ର ଘରେ ରହି, ସମସ୍ତ କର୍ମଧନ୍ଦା କରି ଏକମାତ୍ର ବାବାଙ୍କର ହିଁ
ସ୍ମୃତିରେ ରହିବାକୁ ହେବ ।
ବରଦାନ:-
ପ୍ରସନ୍ନତା ରୂପୀ
ଆତ୍ମିକ ବ୍ୟକ୍ତିତ୍ୱ ଦ୍ୱାରା ସମସ୍ତଙ୍କୁ ଅଧିକାରୀ କରି ଦେଉଥିବା ଗାୟନ ଏବଂ ପୂଜନ ଯୋଗ୍ୟ ହୁଅ ।
ଯେଉଁମାନେ ସମସ୍ତଙ୍କଠାରୁ
ସନ୍ତୁଷ୍ଟତାର ସାର୍ଟିଫିକେଟ୍ ପ୍ରାପ୍ତ କରିନିଅନ୍ତି ସେମାନେ ସଦା-ସର୍ବଦା ପ୍ରସନ୍ନ ରହିଥାଆନ୍ତି
ଏବଂ ଏହି ପ୍ରସନ୍ନତାର ଆତ୍ମିକ ବ୍ୟକ୍ତିତ୍ୱ କାରଣରୁ ହିଁ ସେମାନେ ଗାୟନ ଏବଂ ପୂଜନ ଯୋଗ୍ୟ
ହୋଇଯାଆନ୍ତି । ତୁମ ଭଳି ଶୁଭଚିନ୍ତକ ତଥା ପ୍ରସନ୍ନଚିତ୍ତ ସ୍ଥିତିରେ ରହୁଥିବା ଆତ୍ମାମାନଙ୍କ
ଦ୍ୱାରା ସମସ୍ତଙ୍କୁ ଯେଉଁଭଳି ଖୁସି, ସାହାରା, ସାହସ ରୂପୀ ଡେଣା ଏବଂ ଉମଙ୍ଗ-ଉତ୍ସାହ ପ୍ରାପ୍ତ
ହେଉଛି ସେହି ପ୍ରାପ୍ତି କାହାକୁ ଅଧିକାରୀ କରିଦେଉଛି ତ ଆଉ କେହି ଭକ୍ତ ହୋଇ ଯାଉଛନ୍ତି ।
ସ୍ଲୋଗାନ:-
ବାବାଙ୍କଠାରୁ
ବରଦାନ ପ୍ରାପ୍ତ କରିବାର ସହଜ ଆଧାର ହେଲା - ଆନ୍ତରିକ ସ୍ନେହ ।