03.06.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ତୁମେମାନେ ନୂଆ ସମ୍ବନ୍ଧକୁ ଯାଉଛ, ସେଥିପାଇଁ ଏଠିକାର କର୍ମବନ୍ଧନଯୁକ୍ତ ସମ୍ବନ୍ଧକୁ ଭୁଲି,
କର୍ମାତୀତ ହେବାର ପୁରୁଷାର୍ଥ କର ।”
ପ୍ରଶ୍ନ:-
ବାବା କେଉଁ
ପିଲାମାନଙ୍କର ବାଃ ବାଃ କରିଥା’ନ୍ତି? ସବୁଠାରୁ ଅଧିକ ସ୍ନେହ କାହାକୁ ଦେଇଥା’ନ୍ତି?
ଉତ୍ତର:-
ବାବା ଗରିବ ପିଲାମାନଙ୍କର ବାଃ ବାଃ କରିଥା’ନ୍ତି, କହିଥା’ନ୍ତି ବାଃ ଗରିବୀ ଦାରିଦ୍ର୍ୟ ଅବସ୍ଥା
ବାଃ! ଆରାମରେ ଦୁଇଖଣ୍ଡ ରୁଟି ଖାଅ, ଅଧିକ ଲାଳସା ରଖ ନାହିଁ । ଗରିବ ପିଲାମାନେ ବାବାଙ୍କୁ
ସ୍ନେହରେ ମନେ ପକାଇଥା’ନ୍ତି । ବାବା ଅପାଠୁଆ ପିଲାମାନଙ୍କୁ ଦେଖି ଖୁସି ହୋଇଥା’ନ୍ତି, କାହିଁକିନା
ସେମାନଙ୍କୁ ପୂର୍ବରୁ ପଢ଼ିଥିବା ଜ୍ଞାନକୁ ଭୁଲିବାର କଷ୍ଟ କରିବାକୁ ପଡି ନ ଥାଏ ।
ଓମ୍ ଶାନ୍ତି ।
ଏବେ ବାବାଙ୍କୁ
ପିଲାମାନଙ୍କୁ ପ୍ରତିଦିନ କହିବାକୁ ଦରକାର ପଡୁନାହିଁ ଯେ ନିଜକୁ ଆତ୍ମା ଭାବ । ଆତ୍ମ ଅଭିମାନୀ
ହୁଅ ଅର୍ଥାତ୍ ଦେହୀ ଅଭିମାନୀ ହୁଅ... ଶବ୍ଦ ତ ଏକା ନା । ବାବା କହୁଛନ୍ତି ନିଜକୁ ଆତ୍ମା ଭାବ ।
ଆତ୍ମାରେ ହିଁ ୮୪ ଜନ୍ମର ପାର୍ଟ ଭରି ହୋଇ ରହିଛି । ଗୋଟିଏ ଶରୀର ନେଇ ଅଭିନୟ କଲା ପୁଣି ସେହି
ଶରୀର ବିନାଶ ହୋଇଯାଇଥାଏ । କିନ୍ତୁ ଆତ୍ମା ତ’ ଅବିନାଶୀ ଅଟେ । ତୁମମାନଙ୍କୁ ଏହି ଜ୍ଞାନ ଏବେ
ହିଁ ମିଳୁଛି ଆଉ କାହାକୁ ଏହି କଥା ଜଣାନାହିଁ । ଏବେ ବାବା କହୁଛନ୍ତି - ଚେଷ୍ଟା କର, ଯେତେ
ପାରୁଛ ବାବାଙ୍କୁ ମନେ ପକାଅ । କର୍ମଧନ୍ଦାରେ ଲାଗିଗଲେ ତ ଏତେ ମନେ ପକାଇପାରିବ ନାହିଁ । ତେଣୁ
ଘର ଗୃହସ୍ଥରେ ରହି କମଳପୁଷ୍ପ ସମାନ ପବିତ୍ର ହୁଅ । ପୁଣି ଯେତେ ପାରୁଛ ମୋତେ ମନେ ପକାଅ । ଏପରି
ନୁହେଁ ଯେ ଆମକୁ ନିଷ୍ଠାରେ ବସିବାର ଅଛି । ନିଷ୍ଠା ଅକ୍ଷର ମଧ୍ୟ ଭୁଲ ଅଟେ । ବାସ୍ତବରେ ଯୋଗ ହିଁ
କହିବା ଯଥାର୍ଥ ଅଟେ । କେଉଁଠାରେ ମଧ୍ୟ ଥାଅ, ବାବାଙ୍କୁ ମନେ ପକାଅ । ମାୟାର ତୋଫାନ ତ’ ବହୁତ
ଆସିବ । କାହାକୁ କ’ଣ ମନେପଡିବ, କାହାକୁ କ’ଣ । ତୋଫାନ ନିଶ୍ଚିତ ଆସିବ ପୁଣି ସେହି ସମୟରେ
ତା’ଠାରୁ ଦୂରରେ ରହିବାକୁ ପଡିବ । ଏଠାରେ ବସି ଥିଲେ ମଧ୍ୟ ମାୟା ବହୁତ ହଇରାଣ କରିବ । ଏହା ତ’
ଯୁଦ୍ଧ ଅଟେ । ଯେତେ ହାଲୁକା ହେବ ସେତେ ବନ୍ଧନ କମ୍ ହେବ । ପ୍ରଥମେ ତ’ ଆତ୍ମା ନିର୍ବନ୍ଧନ ଅଟେ,
ଜନ୍ମ ନେଲା ପରେ ମାଆ ବାପାଙ୍କ ଆଡକୁ ବୁଦ୍ଧି ଯାଇଥାଏ ପୁଣି ସ୍ତ୍ରୀକୁ ଗ୍ରହଣ କରିଥା’ନ୍ତି, ଯେଉଁ
ଜିନିଷ ସାମ୍ନାରେ ଦେଖାଯାଉନଥିଲା ତାହା ପୁଣି ସାମ୍ନାକୁ ଆସିଯାଇଥାଏ, ପୁଣି ସନ୍ତାନ ଜନ୍ମ ହେଲେ
ସେମାନେ ମନେପଡିବେ । ଏବେ ତୁମ ସମସ୍ତଙ୍କୁ ଏହା ଭୁଲିଯିବାର ଅଛି, ଏକମାତ୍ର ବାବାଙ୍କୁ ହିଁ ମନେ
ପକାଇବାର ଅଛି । ଏଥିପାଇଁ ହିଁ ବାବାଙ୍କର ମହିମା ରହିଛି । ତୁମର ମାତାପିତା ଆଦି ସବୁକିଛି ସିଏ
ହିଁ ଅଟନ୍ତି, ତାଙ୍କୁ ହିଁ ମନେପକାଅ । ସେ ତୁମକୁ ଭବିଷ୍ୟତ ପାଇଁ ସବୁକିଛି ନୂଆ ଦେଇଥା’ନ୍ତି ।
ନୂଆ ସମ୍ବନ୍ଧରେ ନେଇଆସିଥା’ନ୍ତି । ସମ୍ବନ୍ଧ ତ’ ସେଠାରେ ମଧ୍ୟ ରହିବ ନା । ଏପରି ନୁହେଁ ଯେ
କୌଣସି ପ୍ରଳୟ ହୋଇଯିବ । ତୁମେ ଗୋଟିଏ ଶରୀର ଛାଡି ପୁଣି ଆଉ ଗୋଟିଏ ନେଉଛ । ଯେଉଁମାନେ ବହୁତ ଭଲ
ସେମାନେ ନିଶ୍ଚିତ ଉଚ୍ଚ କୁଳରେ ଜନ୍ମ ନେବେ । ତୁମେ ଏବେ ଭବିଷ୍ୟ ୨୧ ଜନ୍ମ ପାଇଁ ହିଁ ପଢୁଛ ।
ପାଠପଢ଼ା ସମାପ୍ତ ହେଲା ପରେ ପ୍ରାରବ୍ଧ ଭୋଗ କରିବା ଆରମ୍ଭ ହେବ । ସ୍କୁଲ୍ରେ ପାଠପଢ଼ି ଟ୍ରାନ୍ସଫର୍
(ସ୍ଥାନାନ୍ତରିତ) ହୋଇଥା’ନ୍ତି ନା । ତୁମେମାନେ ମଧ୍ୟ ଶାନ୍ତିଧାମରୁ ସୁଖଧାମକୁ ଟ୍ରାନ୍ସଫର ହେବ
। ଏହି ଛି ଛି ଦୁନିଆରୁ ମୁକ୍ତ ହୋଇଯାଉଛ । ଏହାର ନାମ ହିଁ ହେଉଛି ନର୍କ । ସତ୍ୟଯୁଗକୁ କୁହାଯାଏ
ସ୍ୱର୍ଗ । ଏଠାରେ ମନୁଷ୍ୟ କେତେ ଘୋର ଅନ୍ଧକାରରେ ଅଛନ୍ତି । ଯେଉଁମାନେ ଧନବାନ ଅଟନ୍ତି ସେମାନେ
ଭାବନ୍ତି ଆମ ପାଇଁ ଏହିଠାରେ ହିଁ ସ୍ୱର୍ଗ । କିନ୍ତୁ ସ୍ୱର୍ଗ ନୂଆ ଦୁନିଆରେ ହୋଇଥାଏ । ଏହି
ପୁରୁଣା ଦୁନିଆ ତ’ ବିନାଶ ହୋଇଯିବ । ଯିଏ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିଥିବେ ସେମାନେ
ଧର୍ମରାଜପୁରୀରେ ଦଣ୍ଡ ଭୋଗିବେ ନାହିଁ? ସ୍ୱର୍ଗରେ ତ ଦଣ୍ଡ ନ ଥାଏ । ସେଠାରେ ଗର୍ଭ ମଧ୍ୟ ମହଲ ପରି
ସୁଖଦାୟୀ ଅଟେ । କୌଣସି ଦୁଃଖର କଥା ନାହିଁ । ଏଠାରେ ତ’ ଗର୍ଭ ଜେଲ୍ ଅଟେ, ଯେଉଁଠାରେ ଦଣ୍ଡ ଭୋଗ
କରିଥା’ନ୍ତି । ତୁମେ କେତେ ଥର ସ୍ୱର୍ଗବାସୀ ହୋଇଛ - ଏହାକୁ ସ୍ମରଣ କଲେ ମଧ୍ୟ ସାରା ଚକ୍ର
ସ୍ମୃତିରେ ଆସିଯିବ । ଏହି ଗୋଟିଏ ଗୋଟିଏ କଥା ଲକ୍ଷ ଲକ୍ଷ ଟଙ୍କାର ଅଟେ । ଏହା ଭୁଲିଯିବା ଦ୍ୱାରା,
ଦେହ-ଅଭିମାନରେ ଆସିବା ଦ୍ୱାରା ମାୟା କ୍ଷତି କରିଦେଇଥାଏ । ଏହା ହିଁ ହେଉଛି ମେହନତ । ବିନା
ମେହନତରେ ଉଚ୍ଚପଦ ପାଇପାରିବ ନାହିଁ । ବାବାଙ୍କୁ କହିଥା’ନ୍ତି - ବାବା ମୁଁ ଅପାଠୁଆ, କିଛି
ଜାଣିନାହିଁ । ବାବା ତ’ ଖୁସି ହୋଇଥା’ନ୍ତି କାହିଁକିନା ଏଠାରେ ତ’ ପୂର୍ବରୁ ପଢ଼ିଥିବା ସବୁ
ଜ୍ଞାନକୁ ଭୁଲିବାକୁ ହେବ । ଏଠାରେ ତ ଅଳ୍ପ ସମୟ ପାଇଁ ଶରୀର ନିର୍ବାହ ଅର୍ଥେ ପଢ଼ିବାକୁ ହେବ ।
ଜାଣିଛ ନା ଏହା ସବୁ ସମାପ୍ତ ହେବାର ଅଛି । ଯେତେ ପାରୁଛ ବାବାଙ୍କୁ ମନେ ପକାଅ ଏବଂ ଦୁଇ ଖଣ୍ଡ
ରୁଟି ଖୁସୀରେ ଖାଅ । ବାଃ ଏହି ସମୟର ଦାରିଦ୍ର୍ୟ ଅବସ୍ଥା ବାଃ । ଆରାମରେ ଦୁଇଖଣ୍ଡ ରୁଟୀ
ଖାଇବାର ଅଛି । ଅଧିକ ଲାଳସା ନାହିଁ । ଆଜିକାଲି ଖାଦ୍ୟଶସ୍ୟ ମିଳୁଛି କେଉଁଠୁ । ଚିନି ଇତ୍ୟାଦି
ମଧ୍ୟ ଧିରେ-ଧିରେ ମିଳିବ ହିଁ ନାହିଁ । ଏପରି ନୁହେଁ ଯେ ତୁମେ ଈଶ୍ୱରୀୟ ସେବା କରୁଛ ତେଣୁ ତୁମକୁ
ସରକାର ଦେଇଦେବେ । ସେମାନେ ତ କିଛି ବି ଜାଣନ୍ତି ନାହିଁ । ହଁ ପିଲାମାନଙ୍କୁ କୁହାଯାଇଛି ଯେ -
ସରକାରଙ୍କୁ ବୁଝାଅ କି ଆମେ ସମସ୍ତେ ମିଶି ମାତା-ପିତାଙ୍କ ନିକଟକୁ ଯାଉଛୁ, ତାଙ୍କୁ ପିଲାମାନଙ୍କ
ପାଇଁ ପ୍ରସାଦ ପଠାଇବାକୁ ପଡିଥାଏ । ଏଠାରେ ତ ସ୍ପଷ୍ଟ ଭାବେ କହିଦେଉଛନ୍ତି କି ପାଖରେ କିଛି ହିଁ
ନାହିଁ । ବାଧ୍ୟବାଧକତାରେ ଅଳ୍ପ କିଛି ଦେଇ ଦେଇଥାନ୍ତି । ଯେପରି ସାହୁକାର ଭିକାରୀକୁ ମୁଠାଏ
ଦେଇଦେଇଥାଏ । ଯଦି ଗରୀବ ହୋଇଥିବେ ତେବେ ଅଳ୍ପ କିଛି ଦେଇଦେବ । ଚିନି ଆଦି ଆସିପାରିବ କିନ୍ତୁ
ସେଥିପାଇଁ ପିଲାମାନଙ୍କର ଯୋଗ କମ୍ ହୋଇଯାଉଛି । ବାବାଙ୍କର ସ୍ମୃତି ନ ରହିବା କାରଣରୁ, ଦେହ
ଅଭିମାନରେ ଆସୁଥିବା କାରଣରୁ କୌଣସି କାମ ହୋଇପାରୁ ନାହିଁ । ଏହି କାମ ପାଠପଢା ଦ୍ୱାରା ଏତେ ହେବ
ନାହିଁ ଯେତେ ଯୋଗବଳ ଦ୍ୱାରା ହୋଇପାରିବ । ଯୋଗବଳ ବହୁତ କମ୍ ଅଛି । ମାୟା ବାବାଙ୍କ ସ୍ମୃତିକୁ
ଏକଦମ୍ ଉଡାଇ ଦେଇଥାଏ । ପହିଲ୍ମାନ୍କୁ ଆହୁରି ଭଲ ଭାବରେ ଧରିଥାଏ । ଭଲ ଭଲ ଫାଷ୍ଟକ୍ଲାସ୍
ପିଲାମାନଙ୍କ ଉପରେ ମଧ୍ୟ ଗ୍ରହଚାରୀ ବସିଥାଏ । ଗ୍ରହଚାରୀ ବସିବାର ମୁଖ୍ୟ କାରଣ ହେଲା ଯୋଗର ଅଭାବ
। ଗ୍ରହଚାରୀ କାରଣରୁ ହିଁ ନାମ-ରୂପରେ ବାନ୍ଧି ହୋଇ ସତ୍ୟାନାଶ କରିଥାନ୍ତି । ଏହା ଉଚ୍ଚ ଲକ୍ଷ୍ୟ
ଅଟେ । ଯଦି ପ୍ରକୃତ ଲକ୍ଷ୍ୟ-ସ୍ଥଳରେ ପହଞ୍ଚିବାର ଅଛି ତେବେ ବାବାଙ୍କ ସ୍ମୃତିରେ ରହିବାକୁ ପଡିବ
।
ବାବା କହୁଛନ୍ତି -
ଧ୍ୟାନଠାରୁ ଜ୍ଞାନ ଶ୍ରେଷ୍ଠ ଅଟେ । ଆଉ ଜ୍ଞାନଠାରୁ ଯୋଗ ଶ୍ରେଷ୍ଠ ଅଟେ । ଅଧିକ ଧ୍ୟାନରେ ରହିବା
ଦ୍ୱାରା ମାୟାର ଭୂତମାନଙ୍କର ପ୍ରବେଶତା ହୋଇଯାଇଥାଏ । ଏପରି ବହୁତ ଅଛନ୍ତି ଯେଉଁମାନେ ଫାଲତୁ
ଧ୍ୟାନରେ ଯାଇଥାନ୍ତି । କ’ଣ-କ’ଣ କହିଥାନ୍ତି, ସେମାନଙ୍କ ଉପରେ ବିଶ୍ୱାସ କରିବାର ନାହିଁ ।
ଜ୍ଞାନ ତ ବାବାଙ୍କର ମୁରଲୀରୁ ମିଳୁଛି । ବାବା ସର୍ବଦା ସାବଧାନ କରୁଛନ୍ତି । ଧ୍ୟାନ କୌଣସି କାମର
ନୁହେଁ । ମାୟାର ବହୁତ ପ୍ରବେଶତା ହୋଇଯାଇଥାଏ । ଅହଂକାର ଆସିଯାଇଥାଏ । ଜ୍ଞାନ ତ ସମସ୍ତଙ୍କୁ
ମିଳିଚାଲିଛି । ଜ୍ଞାନଦାତା ଶିବବାବା ଅଟନ୍ତି । ମମ୍ମାଙ୍କୁ ମଧ୍ୟ ଜ୍ଞାନ ଏହିଠାରୁ ମିଳୁଥିଲା ନା
। ସିଏ ମଧ୍ୟ କହୁଥିଲେ - ମନମନାଭବ, ବାବାଙ୍କୁ ମନେ ପକାଅ, ଦୈବୀଗୁଣ ଧାରଣ କର । ତେଣୁ ନିଜକୁ
ଦେଖିବାକୁ ହେବ ଯେ ମୁଁ ଦୈବୀଗୁଣ ଧାରଣ କରୁଛି ତ? ଏହିଠାରେ ହିଁ ଦୈବୀଗୁଣ ଧାରଣ କରିବାର ଅଛି ।
କାହାକୁ କାହାକୁ ଦେଖ ତାଙ୍କର ଏବେ ଫାଷ୍ଟକ୍ଲାସ୍ ଅବସ୍ଥା ଅଛି, ଖୁସୀରେ କାମ କରୁଛନ୍ତି, ଘଣ୍ଟାଏ
ପରେ କ୍ରୋଧର ଭୂତ ଆସିଗଲା ପୁଣି ସବୁ ଶେଷ । ପୁଣି ସ୍ମୃତି ଆସିଥାଏ ଯେ, ଏହା ତ ମୁଁ ଭୁଲ କରିଦେଲି
। ପୁଣି ସୁଧୁରି ଯାଇଥାନ୍ତି । ଘଡି ଘଡିର ଘଡିଆଳ ଅର୍ଥାତ୍ କୁମ୍ଭୀର । ବାବାଙ୍କ ପାଖରେ ବହୁତ
ଅଛନ୍ତି ଏବେ ଏବେ ଦେଖ ବହୁତ ମିଠା, ବାବା କହିବେ ଏପରି ସନ୍ତାନଙ୍କୁ ସମସ୍ତେ ଭଲ ପାଇବେ । ପୁଣି
ଘଣ୍ଟାଏ ପରେ କୌଣସି ନା କୌଣସି କଥାରେ ବିଗିଡି ଯାଇଥାନ୍ତି । କ୍ରୋଧ ଆସିବା ଦ୍ୱାରା କରିଥିବା
ସମସ୍ତ ରୋଜଗାର ଶେଷ ହୋଇଗଲା । ଏବେ ଏବେ ରୋଜଗାର ହେଲା ପୁଣି ଏବେ-ଏବେ କ୍ଷତି ହେଲା । ସବୁ କଥା
ଯୋଗ ଉପରେ ନିର୍ଭର କରୁଛି । ଜ୍ଞାନ ତ ବଡ ସହଜ ଅଟେ । ଛୋଟ ପିଲା ମଧ୍ୟ ବୁଝାଇ ପାରିବ । କିନ୍ତୁ
ମୁଁ ଯିଏ, ଯେପରି ଅଟେ ମୋତେ ଯଥାର୍ଥ ରୂପରେ ଜାଣିଥିବା ଦରକାର । ନିଜକୁ ଆତ୍ମା ବୋଲି ଭାବିବା,
ଏହିପରି ଭାବରେ ଛୋଟ ପିଲା ସ୍ମୃତିରେ ରହିପାରିବ ନାହିଁ । ମରିବା ସମୟରେ ମନୁଷ୍ୟକୁ କୁହାଯାଇଥାଏ
ଭଗବାନଙ୍କୁ ମନେ ପକାଅ । କିନ୍ତୁ ମନେ ପକାଇ ପାରନ୍ତି ନାହିଁ କାହିଁକି ନା ଯଥାର୍ଥ ଭାବେ କେହି
ତାଙ୍କୁ ଜାଣନ୍ତି ନାହିଁ । କେହି ମଧ୍ୟ ଘରକୁ ଫେରି ଯାଇପାରିବେ ନାହିଁ । ନା ବିକର୍ମ ବିନାଶ
ହେଉଛି । ପରମ୍ପରାରୁ ଋଷି-ମୁନି ଆଦି ସବୁ କହିଆସିଛନ୍ତି ଯେ ରଚୟିତା ଏବଂ ରଚନାକୁ ଆମେ ଜାଣି ନାହୁଁ
। ସେମାନେ ତ ତଥାପି ସତ୍ତ୍ୱଗୁଣୀ ଥିଲେ । ଆଜିର ତମଃପ୍ରଧାନ ବୁଦ୍ଧି ତାଙ୍କୁ କିପରି ଜାଣିପାରିବେ
! ବାବା କହୁଛନ୍ତି - ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ଜାଣନ୍ତି ନାହିଁ । ରାଜା-ରାଣୀ ହିଁ ଜାଣି
ନାହାଁନ୍ତି ତେବେ ପ୍ରଜାମାନେ ପୁଣି କିପରି ଜାଣିବେ । କେହି ବି ଜାଣନ୍ତି ନାହିଁ । ଏବେ କେବଳ
ତୁମେ ପିଲାମାନେ ହିଁ ଜାଣିଛ । ତୁମମାନଙ୍କ ମଧ୍ୟରେ ବି କେହି କେହି ଅଛନ୍ତି ଯିଏକି ଯଥାର୍ଥ ଭାବରେ
ଜାଣିଛନ୍ତି, କହୁଛନ୍ତି ବାବା ଘଡି ଘଡି ଭୁଲିଯାଉଛୁ । ବାବା କହୁଛନ୍ତି - କେଉଁ ଆଡେ ବି ଯାଅ
କେବଳ ବାବାଙ୍କୁ ମନେ ପକାଅ । ଏହାଦ୍ୱାରା ବହୁତ ଉଚ୍ଚ ରୋଜଗାର ହୋଇପାରିବ । ତୁମେ ୨୧ ଜନ୍ମ ପାଇଁ
ନିରୋଗୀ ହେଉଛ । ଏପରି ବାବାଙ୍କୁ ଅନ୍ତମୂର୍ଖୀ ହୋଇ ମନେ ପକାଇବା ଦରକାର । କିନ୍ତୁ ମାୟା ଭୁଲାଇ
ତୋଫାନ ମଧ୍ୟକୁ ନେଇଆସିଥାଏ, ଏଥିରେ ଅନ୍ତର୍ମୂଖୀ ହୋଇ ବିଚାର ସାଗର ମନ୍ଥନ କରିବାକୁ ହେବ ।
ବିଚାର ସାଗର ମନ୍ଥନ କରିବାର କଥା ମଧ୍ୟ ବର୍ତ୍ତମାନ ସମୟର ଅଟେ । ଏହା ପୁରୁଷୋତ୍ତମ ହେବାର
ସଂଗମଯୁଗ ଅଟେ । ଏହା ମଧ୍ୟ ଚମତ୍କାର ଅଟେ, ତୁମେ ପିଲାମାନେ ଦେଖିଛ ଗୋଟିଏ ଘରେ ତୁମେ କହୁଛ ମୁଁ
ସଂଗମଯୁଗୀ ଅଟେ ଏବଂ ଅର୍ଦ୍ଧାଙ୍ଗିନୀ କିମ୍ବା ପିଲାମାନେ କଳିଯୁଗୀ ଅଟନ୍ତି । କେତେ ଫରକ ହୋଇଯାଉଛି
। ବହୁତ ସୂକ୍ଷ୍ମ କଥା ବାବା ବୁଝାଉଛନ୍ତି । ଘରେ ରହି ମଧ୍ୟ ବୁଦ୍ଧିରେ ଅଛି ଯେ ଆମେ ଫୁଲ ହେବା
ପାଇଁ ପୁରୁଷାର୍ଥ କରୁଛୁ । ଏହା ହେଉଛି ଅନୁଭବର କଥା । ବାସ୍ତବରେ ମେହନତ କରିବାକୁ ହେବ ।
ବାବାଙ୍କ ସ୍ମୃତିରେ ରହିବା ହିଁ ମେହନତ ଅଟେ । ଗୋଟିଏ ଘରେ ଜଣେ ହଂସ ତ ଅନ୍ୟ ଜଣେ ବଗ । ପୁଣି
କେହି ତ ବହୁତ ଫାଷ୍ଟକ୍ଲାସ୍ ହୋଇଥା’ନ୍ତି । କେବେହେଲେ ବିକାରୀ ସଂକଳ୍ପ ମଧ୍ୟ ଆସି ନ ଥାଏ ।
ସାଥିରେ ରହୁଥିଲେ ମଧ୍ୟ ପବିତ୍ର ରହିଥା’ନ୍ତି, ସାହାସ ଦେଖାଇଥା’ନ୍ତି, ତେବେ ତାଙ୍କୁ କେତେ ଉଚ୍ଚ
ପଦ ମିଳିବ । ଏଭଳି ମଧ୍ୟ ସନ୍ତାନ ଅଛନ୍ତି ନା । କେହି କେହି ତ ଦେଖ ବିକାର ପାଇଁ କେତେ
ମାରିଥାନ୍ତି, ଝଗଡା କରିଥାନ୍ତି, ଅବସ୍ଥା ସେହିପରି ହେବା ଦରକାର ଯାହାକି ସଂକଳ୍ପରେ ମଧ୍ୟ କେବେ
ଅପବିତ୍ର ହେବାର ବିଚାର ନ ଆସୁଥିବ । ବାବା ବିଭିନ୍ନ ପ୍ରକାରର ପରାମର୍ଶ ଦେଉଛନ୍ତି । ତୁମେ
ଜାଣୁଛ ଯେ ଶ୍ରୀ ଶ୍ରୀଙ୍କ ମତ ଅନୁସାରେ ଆମେ ଶ୍ରୀଲକ୍ଷ୍ମୀ ଶ୍ରୀନାରାୟଣ ହେଉଛୁ । ଶ୍ରୀ ଅର୍ଥ
ହିଁ ଶ୍ରେଷ୍ଠ । ସତ୍ୟଯୁଗରେ ଥା’ନ୍ତି ନମ୍ବରୱାନ୍ ଶ୍ରେଷ୍ଠ । ତ୍ରେତୟା ଯୁଗରେ ଦୁଇ ଡିଗ୍ରୀ କମ୍
ହୋଇଯାଏ । ଏହି ଜ୍ଞାନ ତୁମ ପିଲାମାନଙ୍କୁ ଏବେ ମିଳୁଛି ।
ଏହି ଈଶ୍ୱରୀୟ ସଭାର
କାଇଦା ହେଉଛି ଯେଉଁମାନଙ୍କର ଜ୍ଞାନ ରତ୍ନ ପ୍ରତି ସମ୍ମାନ ରହିଛି, କେବେ ହାଇ ମାରି ନ ଥାନ୍ତି
ସେମାନେ ଆଗରେ ବସିବା ଦରକାର । କେହି କେହି ସନ୍ତାନ ବାବାଙ୍କ ସାମ୍ନାରେ ବସି ମଧ୍ୟ ଢୁଳାଇଥା’ନ୍ତି,
ହାଇମାରିଥା’ନ୍ତି । ସେମାନଙ୍କୁ ପଛରେ ଯାଇ ବସିବା ଦରକାର । ଏହା ପିଲାମାନଙ୍କର ଈଶ୍ୱରୀୟ ସଭା ଅଟେ
। ପରନ୍ତୁ କେହି ବ୍ରାହ୍ମଣୀମାନେ ଏଭଳି ଏଭଳିମାନଙ୍କୁ ନେଇ ଆସିଥା’ନ୍ତି । ଏମିତି ତ ବାବାଙ୍କଠାରୁ
ଧନ ମିଳୁଛି, ଗୋଟିଏ ଗୋଟିଏ ମହାବାକ୍ୟ ଲକ୍ଷ-ଲକ୍ଷ ଟଙ୍କାର ଅଟେ । ତୁମେ ଜାଣିଛ ଏହି ସଂଗମଯୁଗରେ
ହିଁ ଜ୍ଞାନ ମିଳୁଛି । ତୁମେ କହୁଛ - ବାବା ଆମେ ବେହଦର ସମ୍ପତ୍ତି ନେବା ପାଇଁ ଆପଣଙ୍କ ପାଖକୁ
ପୁଣି ଥରେ ଆସିଛୁ । ମିଠା ମିଠା ପିଲାମାନଙ୍କୁ ବାବା ବାରମ୍ବାର ବୁଝାଉଛନ୍ତି ଏହା ଛି ଛି ଦୁନିଆ
ଅଟେ, ତୁମର ହେଉଛି ବେହଦର ବୈରାଗ୍ୟ । ବାବା କହୁଛନ୍ତି ଏହି ଦୁନିଆରେ ତୁମେ ଯାହା କିଛି ଦେଖୁଛ
ତାହା କାଲିକୁ ନ ଥିବ । ମନ୍ଦିର ଆଦିର ଚିହ୍ନ-ବର୍ଣ୍ଣ ହିଁ ରହିବ ନାହିଁ । ସେଠାରେ ସ୍ୱର୍ଗରେ
ସେମାନଙ୍କୁ ପୁରୁଣା ବସ୍ତୁଗୁଡିକୁ ଦେଖିବାର ଆବଶ୍ୟକତା ନାହିଁ । ଏଠାରେ ତ ପୁରୁଣା ବସ୍ତୁର କେତେ
ମୂଲ୍ୟ ରହିଛି । ବାସ୍ତବରେ ବାବାଙ୍କ ବ୍ୟତୀତ କୌଣସି ବସ୍ତୁର ମୂଲ୍ୟ ନାହିଁ । ବାବା କହୁଛନ୍ତି
ମୁଁ ଯଦି ଆସିବି ନାହିଁ ତେବେ ତୁମେ ରାଜପଦ କିପରି ନେବ । ଯାହାଙ୍କୁ ଜଣା ଅଛି ସେମାନେ ଆସି
ବାବାଙ୍କଠାରୁ ସମ୍ପତ୍ତି ନେଉଛନ୍ତି, ସେଥିପାଇଁ କୋଟିକରେ ଗୋଟିଏ କୁହାଯାଇଛି । ତେଣୁ କୌଣସି
କଥାରେ ସନ୍ଦେହ ଆସିବା ଉଚିତ୍ ନୁହେଁ । ଭୋଗ ଲଗାଇବାର ମଧ୍ୟ ପରମ୍ପରା ରହିଛି । ଏହା ସହିତ ଜ୍ଞାନ
ଓ ଯୋଗର କୌଣସି ସମ୍ପର୍କ ନାହିଁ । ଆଉ କୌଣସି କଥାରେ ତୁମର ସମ୍ବନ୍ଧ ନାହିଁ । କେବଳ ଦୁଇଟି କଥା
ଅଲଫ ଅର୍ଥାତ୍ ବାବା ଏବଂ ବେ ଅର୍ଥାତ୍ ବାଦଶାହୀ (ସତ୍ୟଯୁଗୀ ରାଜତ୍ୱ) । ଅଲଫ ଭଗବାନଙ୍କୁ
କୁହାଯାଉଛି । ଅଙ୍ଗୁଳିରେ ମଧ୍ୟ ଏହିପରି ଉପରକୁ ଈଶାରା କରିଥାନ୍ତି ନା । ଆତ୍ମା ଈଶାରା କରିଥାଏ
ନା । ବାବା କହୁଛନ୍ତି ଭକ୍ତିମାର୍ଗରେ ତୁମେ ମୋତେ ମନେ ପକାଉଛ । ତୁମେ ସବୁ ମୋର ପ୍ରେମିକା ଅଟ ।
ଏହା ମଧ୍ୟ ଜାଣୁଛ ବାବା କଳ୍ପ କଳ୍ପ ଆସି ସବୁ ମନୁଷ୍ୟମାନଙ୍କୁ ଦୁଃଖରୁ ମୁକ୍ତ କରି ଶାନ୍ତି ଏବଂ
ସୁଖ ଦେଇଥାନ୍ତି, ତେଣୁ ବାବା କହିଥିଲେ - କେବଳ ଏହା ବୋର୍ଡରେ ଲେଖିଦିଅ ଯେ ବିଶ୍ୱରେ ଶାନ୍ତି
ବେହଦର ବାବା କିପରି ସ୍ଥାପନ କରୁଛନ୍ତି ତାହା ଆସି ବୁଝ । ଗୋଟିଏ ସେକେଣ୍ଡରେ ୨୧ ଜନ୍ମ ପାଇଁ
ବିଶ୍ୱର ମାଲିକ ହେବାର ଅଛି ତ ଆସି ବୁଝ । ଘରେ ବୋର୍ଡ ଲଗାଇ ଦିଅ, ତିନି ପାଦ ପୃଥିବୀ ଉପରେ ତୁମେ
ବହୁତ ବଡ ଡାକ୍ତରଖାନା, ବିଶ୍ୱବିଦ୍ୟାଳୟ ଖୋଲିପାରିବ । ବାବାଙ୍କ ସ୍ମୃତି ଦ୍ୱାରା ୨୧ ଜନ୍ମ ପାଇଁ
ନିରୋଗୀ ହେବ ଏବଂ ପାଠପଢ଼ା ଦ୍ୱାରା ସ୍ୱର୍ଗର ରାଜତ୍ୱ ମିଳିବ । ପ୍ରଜା ମଧ୍ୟ କହିବ ଯେ ମୁଁ
ସ୍ୱର୍ଗର ମାଲିକ ଅଟେ । ଆଜିକାଲି ମନୁଷ୍ୟମାନଙ୍କୁ ଲଜ୍ୟା ଆସୁଛି କାହିଁକି ନା ନର୍କବାସୀ ଅଟନ୍ତି
। ନିଜେ କହିଥା’ନ୍ତି ଯେ ଆମର ପିତା ସ୍ୱର୍ଗବାସୀ ହେଲେ, ତେବେ ତୁମେ ନର୍କବାସୀ ଅଟ ନା । ଯେବେ
ମରିବ ତେବେ ସ୍ୱର୍ଗକୁ ଯିବ । କେତେ ସହଜ କଥା ଅଟେ । ଯିଏ ଭଲ କାମ କରିଥା’ନ୍ତି ବିଶେଷ କରି
ତାଙ୍କ ପାଇଁ କହିଥାନ୍ତି ଇଏ ବହୁତ ବଡ ମହାଦାନୀ ଥିଲେ । ଇଏ ସ୍ୱର୍ଗକୁ ଗଲେ । କିନ୍ତୁ କେହି ବି
ଯାଆନ୍ତି ନାହିଁ । ଯେତେବେଳେ ନାଟକ ଶେଷ ହୁଏ, ସେତେବେଳେ ସମସ୍ତେ ଷ୍ଟେଜ୍ ଉପରେ ଆସି ଛିଡା
ହୋଇଥାନ୍ତି । ଏହି ଲଢେଇ ମଧ୍ୟ ସେତେବେଳେ ଲାଗିବ ଯେତେବେଳେ ସମସ୍ତ କଳାକାର ଏଠାକୁ ଆସିଯିବେ,
ପୁଣି ଘରକୁ ଫେରିବେ । ଶିବଙ୍କର ବରଯାତ୍ରୀ କହିଥା’ନ୍ତି ନା । ଶିବବାବାଙ୍କ ସାଥିରେ ସବୁ ଆତ୍ମା
ଯିବେ । ମୂଳକଥା ହେଲା ଏବେ ୮୪ ଜନ୍ମ ପୂର୍ଣ୍ଣ ହୋଇଛି । ଏବେ ଏହି ଶରୀର ରୂପୀ ଜୋତାକୁ ତ୍ୟାଗ
କରିବାକୁ ହେବ । ଯେପରି ସର୍ପ ପୁରୁଣା କାତି ଛାଡି ନୂଆ ନେଇଥାଏ ସେହିଭଳି ତୁମେ ନୂଆ ଶରୀର
ସତ୍ୟଯୁଗରେ ନେବ । ଶ୍ରୀକୃଷ୍ଣ କେତେ ସୁନ୍ଦର ଅଟନ୍ତି, ତାଙ୍କ ଭିତରେ କେତେ ଆକର୍ଷଣ ରହିଛି ।
ଫାଷ୍ଟ୍କ୍ଲାସ୍ ଶରୀର ଅଟେ । ଆମେ ଏହିପରି ଫାଷ୍ଟକ୍ଲାସ ଶରୀର ନେବା । କହିଥା’ନ୍ତି ନା - ମୁଁ
ତ’ ନାରାୟଣ ହେବି । ଏହା ତ’ ସଢ଼ିଯାଇଥିବା ଛି ଛି ଶରୀର ଅଟେ । ଏହାକୁ ଆମେ ଛାଡି ନୂଆ ଦୁନିଆକୁ
ଯିବା । ଯଦିଓ କହୁଛ ଯେ ଆମେ ନରରୁ ନାରାୟଣ ହେଉଛୁ! ତେବେ ଏହାକୁ ମନେପକାଇ ଖୁସି କାହିଁକି ମିଳୁ
ନାହିଁ । ଏହି ସତ୍ୟ ନାରାୟଣ କଥାକୁ ଭଲ ଭାବରେ ବୁଝ । ଯାହା କହୁଛ ତାହା ବାସ୍ତବରେ କରି ଦେଖାଅ ।
କହିବା, କରିବା ସମାନ ହେବା ଦରକାର । କର୍ମଧନ୍ଦା ଆଦି ମଧ୍ୟ କର । ବାବା କହୁଛନ୍ତି ହାତରେ କାମ
କର, ହୃଦୟ ବାବାଙ୍କ ସ୍ମୃତିରେ ରହୁ । ଯେତେ ଯେତେ ଧାରଣା କରିବ ସେତେ ତୁମ ପାଖରେ ଜ୍ଞାନର ମୂଲ୍ୟ
ବଢ଼ି ଚାଲିବ, ଜ୍ଞାନର ଧାରଣା ଆଧାରରେ ତୁମେ କେତେ ଧନବାନ୍ ହେଉଛ । ଏହା ହେଉଛି ରୁହାନୀ (ଆତ୍ମିକ)
ଜ୍ଞାନ । ତୁମେ ଆତ୍ମା ଅଟ, ଆତ୍ମା ହିଁ ଶରୀର ମାଧ୍ୟମରେ କଥା କହିଥାଏ । ଆତ୍ମା ହିଁ ଜ୍ଞାନ
ଦେଇଥାଏ । ଆତ୍ମା ହିଁ ଧାରଣ କରିଥାଏ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ପୁରୁଣା
ଦୁନିଆର ପୁରୁଣା ବସ୍ତୁ ଗୁଡିକୁ ଦେଖୁ ଥିଲେ ମଧ୍ୟ ନ ଦେଖିଲା ପରି ରହିବାକୁ ହେବ । ନରରୁ ନାରାୟଣ
ହେବା ପାଇଁ କହିବା ଏବଂ କରିବାକୁ ଏକ ସମାନ କରିବାକୁ ହେବ ।
(୨) ଅବିନାଶୀ ଜ୍ଞାନ
ରତ୍ନର ସମ୍ମାନ ରଖିବାକୁ ହେବ । ଏହା ବହୁତ ଉଚ୍ଚ ରୋଜଗାର, ଏଥିରେ ହାଇ ମାରିବା କିମ୍ବା ଢୁଳାଇବା
ଉଚିତ୍ ନୁହେଁ । ନାମ ରୂପର ଆକର୍ଷଣରୁ ମୁକ୍ତ ରହିବା ପାଇଁ ଯୋଗଯୁକ୍ତ ସ୍ଥିତିରେ ରହିବାର
ପୁରୁଷାର୍ଥ କରିବାକୁ ହେବ ।
ବରଦାନ:-
ବାବାଙ୍କର
ଛତ୍ରଛାୟା ତଳେ ରହି ବିଷମ ପରିସ୍ଥିତିରେ ମଧ୍ୟ କମଳପୁଷ୍ପ ଭଳି ନିଆରା ଏବଂ ପ୍ରିୟ ହୁଅ ।
ସଂଗମଯୁଗରେ ଯେତେବେଳେ
ସ୍ୱୟଂ ପରମାତ୍ମା ପିତା ସେବାଧାରୀ ହୋଇ ଆସିଥାଆନ୍ତି ସେତେବେଳେ ଛତ୍ରଛାୟା ରୂପରେ ସର୍ବଦା
ପିଲାମାନଙ୍କର ସେବା କରିଥାଆନ୍ତି । ମନେ ପକାଇବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ସଂଗର ଅନୁଭବ
ହୋଇଥାଏ । ଏହିଭଳି ସ୍ମୃତି ରୂପକ ଛତ୍ରଛାୟା କିପରି ବି ବିଷମ ପରିସ୍ଥିତିରେ ମଧ୍ୟ କମଳପୁଷ୍ପ ଭଳି
ସମସ୍ତଙ୍କ ଠାରୁ ନିଆରା ଏବଂ ସମସ୍ତଙ୍କର ପ୍ରିୟ କରିଦେଇଥାଏ । ଏଥିପାଇଁ କୌଣସି ମେହନତ ଲାଗି ନ
ଥାଏ । ବାବାଙ୍କୁ ସମ୍ମୁଖରେ ରଖିବା ଦ୍ୱାରା, ସ୍ୱସ୍ଥିତିରେ ସ୍ଥିତ ହେବା ଦ୍ୱାରା ପରିସ୍ଥିତି
ଯେପରି ବି ହୋଇଥିଲେ ମଧ୍ୟ ପରିବର୍ତ୍ତନ ହୋଇଯାଇଥାଏ ।
ସ୍ଲୋଗାନ:-
ଯଦି କୌଣସି ପରଦା,
ମଝିକୁ ଆସିବାକୁ ଦେବ ନାହିଁ ତେବେ ବାବାଙ୍କର ସଂଗର ଅନୁଭବ ହୋଇଚାଲିବ ।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।
ଯେ କୌଣସି ପ୍ରକାରର
ବିଘ୍ନଠାରୁ ମୁକ୍ତ ହେବାର ଉପାୟ ହେଲା - ଗୋଟିଏ ସେକେଣ୍ଡରେ ନିଜର ସ୍ୱରୂପ ଅର୍ଥାତ୍ ଆତ୍ମିକ
ଜ୍ୟୋତି ସ୍ୱରୂପ ସ୍ମୃତିକୁ ଆସିଯାଉ ଏବଂ କର୍ମ କରିବା ସମୟରେ ନିମିତ୍ତ ଭାବର ସ୍ୱରୂପ ସ୍ମୃତିକୁ
ଆସିଯାଉ - ଯଦି ଏହିଭଳି ଡବଲ ଲାଇଟ୍ ସ୍ୱରୂପରେ ସ୍ଥିତ ହୋଇଯିବ, ତେବେ ଗୋଟିଏ ସେକେଣ୍ଡରେ
ହାଇଜମ୍ପ ଦେଇପାରିବ । କୌଣସି ବି ବିଘ୍ନ ଆଗକୁ ବଢିବାରେ ବାଧା ସୃଷ୍ଟି କରିପାରିବ ନାହିଁ ।