03.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - କଳଙ୍ଗୀଧର ହେବା ପାଇଁ ନିଜର ଅବସ୍ଥାକୁ ଅଚଳ-ଅଟଳ କର, ଯେତେ ଯେତେ ତୁମ ଉପରେ କଳଙ୍କ ଲାଗୁଛି ସେତେ ସେତେ ତୁମେ କଳଙ୍ଗୀଧର ହେଉଛ ।”

ପ୍ରଶ୍ନ:-
ବାବାଙ୍କର ଆଜ୍ଞା କ’ଣ? କେଉଁ ମୁଖ୍ୟ ଆଜ୍ଞା ଉପରେ ଚାଲୁଥିବା ପିଲାମାନେ ହୃଦୟ ସିଂହାସନର ଅଧିକାରୀ ହୋଇଥା’ନ୍ତି?

ଉତ୍ତର:-
ବାବାଙ୍କର ଆଜ୍ଞା ହେଲା, ମିଠେ ବଚ୍ଚେ - ତୁମକୁ କାହା ସହିତ ଲଢେଇ ଝଗଡା କରିବାର ନାହିଁ, ଶାନ୍ତିରେ ରହିବାର ଅଛି । ଯଦି କାହାକୁ ତୁମର କଥା ଭଲ ଲାଗୁନାହିଁ ତେବେ ତୁମେ ଚୁପ୍ ରୁହ । ପରସ୍ପରକୁ ବିରକ୍ତ କର ନାହିଁ । ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ସେତେବେଳେ ହୋଇପାରିବ ଯେତେବେଳେ ତୁମ ଭିତରେ କୌଣସି ବି ଭୂତ ନ ଥିବ, ମୁଖରୁ କେବେ ବି କୌଣସି କଟୁବଚନ ବାହାରୁ ନ ଥିବ । ମିଠା କଥା କହିବା ତୁମ ଜୀବନର ଧାରଣା ହୋଇଯାଉ ।

ଓମ୍ ଶାନ୍ତି ।
ଭଗବାନୁବାଚ, ଆତ୍ମ-ଅଭିମାନୀ ହୁଅ - ପ୍ରଥମେ ପ୍ରଥମେ ଏହି କଥା ନିଶ୍ଚିତ ଭାବରେ କହିବାକୁ ପଡିବ । ଏହା ହେଉଛି ପିଲାମାନଙ୍କ ପାଇଁ ଚେତାବନୀ । ବାବା କହୁଛନ୍ତି ମୁଁ ଯେତେବେଳେ ବଚ୍ଚେ-ବଚ୍ଚେ ବୋଲି ସମ୍ବୋଧନ କରୁଛି ତେବେ ଆତ୍ମାକୁ ହିଁ ଦେଖୁଛି, ଏହି ଶରୀର ତ ପୁରୁଣା ଜୋତା ଅଟେ । ଏହା ସତ୍ତ୍ୱପ୍ରଧାନ ହୋଇପାରିବ ନାହିଁ । ସତ୍ତ୍ୱପ୍ରଧାନ ଶରୀର ତ ସତ୍ୟଯୁଗରେ ହିଁ ମିଳିବ । ଏବେ ତୁମର ଆତ୍ମା ସତ୍ତ୍ୱପ୍ରଧାନ ହେଉଛି, ଶରୀର ତ ସେହି ପୁରୁଣା ହିଁ ରହିଛି । ଏବେ ତୁମକୁ ନିଜର ଆତ୍ମାକୁ ସୁଧାରିବାକୁ ହେବ ଏବଂ ପବିତ୍ର ହେବାକୁ ପଡିବ । ସତ୍ୟଯୁଗରେ ଶରୀର ମଧ୍ୟ ପବିତ୍ର ମିଳିବ । ଆତ୍ମାକୁ ଶୁଦ୍ଧ କରିବା ପାଇଁ ଏକମାତ୍ର ବାବାଙ୍କୁ ହିଁ ୟାଦ କରିବାକୁ ହୋଇଥାଏ । ବାବା ମଧ୍ୟ ଆତ୍ମାକୁ ହିଁ ଦେଖୁଛନ୍ତି । କେବଳ ଦେଖିବା ଦ୍ୱାରା ଆତ୍ମା ଶୁଦ୍ଧ ହେବ ନାହିଁ । ଯେତେ ବାବାଙ୍କୁ ମନେ ପକାଇବ ସେତେ ଶୁଦ୍ଧ ହୋଇଚାଲିବ । ଏହା ହିଁ ତ ତୁମର କାମ । ତୁମକୁ ବାବାଙ୍କୁ ମନେ ପକାଇ ପକାଇ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବାବା ତ ଆସିଛନ୍ତି ତୁମକୁ ରାସ୍ତା ଦେଖାଇବା ପାଇଁ । ଏହି ଶରୀର ତ ଅନ୍ତିମ ସମୟ ପର୍ଯ୍ୟନ୍ତ ପୁରୁଣା ହିଁ ରହିବ । ଏହା ତ କେବଳ କର୍ମେନ୍ଦ୍ରିୟ ଅଟେ, ଯାହା ସହିତ ଆତ୍ମାର ସଂଯୋଗ ରହିଛି । ଆତ୍ମା ଯେତେବେଳେ ସୁନ୍ଦର ଅର୍ଥାତ୍ ପବିତ୍ର ହୋଇଯାଉଛି ସେତେବେଳେ ବହୁତ ଭଲ କର୍ତ୍ତବ୍ୟ ମଧ୍ୟ କରୁଛି । ସେଠାରେ ପକ୍ଷୀ ଏବଂ ଜୀବଜନ୍ତୁମାନେ ମଧ୍ୟ ବହୁତ ସୁନ୍ଦର ରହିବେ । ଏଠାରେ ଚଢେଇମାନେ ମନୁଷ୍ୟମାନଙ୍କୁ ଦେଖି ପଳାଇ ଯାଉଛନ୍ତି, ସେଠାରେ ତ ସୁନ୍ଦର-ସୁନ୍ଦର ପକ୍ଷୀମାନେ କାଇଦା ଅନୁସାରେ ତୁମର ଆଗରେ-ପଛରେ ଘୂରି ବୁଲୁଥିବେ । ଏପରି ନୁହେଁ ଯେ ଘର ଭିତରକୁ ପଶି ଆସିବେ, ଅପରିଷ୍କାର କରି ଚାଲିଯିବେ । ନାଁ, ତାହା ବହୁତ କାଇଦାର ଦୁନିଆ ହେବ । ଆଗକୁ ଗଲେ ତୁମକୁ ଏ ସବୁର ସାକ୍ଷାତ୍‌କାର ହୋଇଚାଲିବ । ଏବେ ତ ବହୁତ ଅନ୍ତର ରହିଛି । ସ୍ୱର୍ଗର ମହିମା ତ ଅପରମଅପାର । ବାବାଙ୍କର ମହିମା ଏବଂ ସମ୍ପତ୍ତିର ମହିମା ମଧ୍ୟ ଅପରମଅପାର । ତେଣୁ ପିଲାମାନଙ୍କର କେତେ ନିଶା ଚଢିବା ଉଚିତ୍ । ବାବା କହୁଛନ୍ତି ମୁଁ ସେହି ଆତ୍ମାମାନଙ୍କୁ ମନେ ପକାଉଛି, ଯେଉଁମାନେ ସେବା କରୁଛନ୍ତି, ତେବେ ସେବାଧାରୀ ସ୍ୱତଃ ମନେ ପଡିଥା’ନ୍ତି । ଆତ୍ମାରେ ମନ-ବୁଦ୍ଧି ରହିଛି ନା । ସେମାନେ ନିଜକୁ ମଧ୍ୟ ଜାଣିଥା’ନ୍ତି ଯେ ମୁଁ ପ୍ରଥମ ନମ୍ବରର ସେବା କରୁଛି ଦ୍ୱିତୀୟ ନମ୍ବରର ସେବା କରୁଛି । ଏସବୁ କଥା କ୍ରମାନୁସାରେ ହିଁ ବୁଝିଥା’ନ୍ତି । କେହି-କେହି ତ ମିୟ୍ୟୁଜିୟମ ତିଆରି କରି, ପ୍ରେସିଡେଣ୍ଟ, ଗଭର୍ଣ୍ଣରଙ୍କ ପାଖକୁ ଯାଇଥା’ନ୍ତି, ନିଶ୍ଚିତ ଭାବରେ ତାଙ୍କୁ ଭଲ ଭାବରେ ବୁଝାଉଥିବେ । ସମସ୍ତଙ୍କର ନିଜସ୍ୱ ଗୁଣ ରହିଛି । କାହା କାହା ପାଖରେ ଯଦି ଭଲ ଗୁଣ ଥାଏ ତାକୁ କୁହାଯାଏ ଇଏ କେତେ ଗୁଣବାନ ଅଟନ୍ତି । ଯେଉଁମାନେ ସେବାଧାରୀ ହୋଇଥିବେ ସେମାନେ ସର୍ବଦା ମିଠା କଥା କହିବେ । ସେମାନେ କେବେହେଲେ କଠୋର କଥା କହିପାରିବେ ନାହିଁ । ଯେଉଁମାନେ କଠୋର କଥା କୁହନ୍ତି ସେମାନଙ୍କ ଭିତରେ ଭୂତ ରହିଥାଏ । ଦେହ-ଅଭିମାନ ହେଲା ପ୍ରଥମ ନମ୍ବର ଭୂତ, ପୁଣି ତା’ ପଛରେ ଅନ୍ୟ ସବୁ ଭୂତ ପ୍ରବେଶ କରିଥା’ନ୍ତି ।

କେତେକ ମନୁଷ୍ୟମାନଙ୍କର ଚଳଣି ମଧ୍ୟ ବହୁତ ଖରାପ ହୋଇଯାଇଥାଏ । ବାବା କହୁଛନ୍ତି ଏ ବିଚରାମାନଙ୍କର କିଛି ଦୋଷ ନାହିଁ । ତୁମକୁ ଏପରି ପରିଶ୍ରମ କରିବାକୁ ହେବ ଯେପରି କଳ୍ପ ପୂର୍ବରୁ କରିଥିଲ, ତୁମେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ପୁଣି ଧୀରେ ଧୀରେ ସାରା ବିଶ୍ୱର ରାଜତ୍ୱ ତୁମ ହାତକୁ ଆସିଯିବ । ଏହିଭଳି ଡ୍ରାମାର ଚକ୍ର ଘୁରି ଚାଲିଛି । ସମୟ ମଧ୍ୟ ଠିକ୍ ବତାଉଛନ୍ତି । ଏବେ ଆଉ ବହୁତ କମ୍ ସମୟ ବାକି ରହିଛି । ଇଂରେଜମାନେ ଯେତେବେଳେ ସ୍ୱାଧୀନତା ଦେଇଥାଆନ୍ତି ସେତେବେଳେ ଦୁଇ ଭାଗରେ କରିଦେଇଥାଆନ୍ତି । ଯାହାଦ୍ୱାରା ପରସ୍ପର ମଧ୍ୟରେ ଲଢେଇ କରୁଥିବେ । ନଚେତ୍ ସେମାନଙ୍କର ଗୋଳା-ବାରୁଦ କିଏ କିଣିବ । ଏହା ତ ସେମାନଙ୍କର ବ୍ୟବସାୟ ନା । ଡ୍ରାମା ଅନୁସାରେ ଏହା ମଧ୍ୟ ତାଙ୍କର ଚାଲାକି ଅଟେ । ଏଠାରେ ମଧ୍ୟ ଟୁକୁଡା-ଟୁକୁଡା କରିଦେଇଛନ୍ତି । ସେମାନେ ପୁଣି କହୁଛନ୍ତି ଏହି ଖଣ୍ଡ ଆମକୁ ମିଳୁ, ସଂପୂର୍ଣ୍ଣ ଭାବରେ ଭାଗ କରାଯାଇ ନାହିଁ, ଏପଟେ ପାଣି ଅଧିକ ଯାଉଛି, କ୍ଷେତ ଭଲ ହେଉଛି, ଏପଟେ ପାଣି କମ୍ ଆସୁଛି । ଏହିଭଳି ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି ପୁଣି ଗୃହ ଯୁଦ୍ଧ ହୋଇଯାଉଛି । ଝଗଡା ତ ବହୁତ ହେଉଛି । ତୁମେ ଯେବେଠାରୁ ବାବାଙ୍କର ସନ୍ତାନ ହୋଇଛ ସେବେଠାରୁ ତୁମେ ମଧ୍ୟ ଗାଳି ଖାଉଛ । ବାବା ବୁଝାଇଥିଲେ ଏବେ ତୁମେ କଳଙ୍ଗୀଧର ହେଉଛ । ଯେପରି ବାବା ଗାଳି ଖାଉଛନ୍ତି, ସେହିପରି ତୁମେ ମଧ୍ୟ ଗାଳି ଖାଉଛ । ଏକଥା ତ ତୁମେ ଜାଣିଛ ଯେ ଏ ବିଚରାମାନଙ୍କୁ ଜଣାନାହିଁ କି ଏମାନେ ବିଶ୍ୱର ମାଲିକ ହେଉଛନ୍ତି । ୮୪ ଜନ୍ମର କଥା ତ ବହୁତ ସହଜ । ତେବେ ତୁମେ ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀ ମଧ୍ୟ ହେଉଛ । କେତେକଙ୍କ ବୁଦ୍ଧିରେ ଧାରଣା ହେଉନାହିଁ, ତାଙ୍କର ଡ୍ରାମାରେ ମଧ୍ୟ ଏହିଭଳି ପାର୍ଟ ରହିଛି । କିଛି ବି କରିପାରିବେ ନାହିଁ । ଯେତେ ବି ମୁଣ୍ଡ ପିଟିଲେ ମଧ୍ୟ ସେମାନେ ଉପରକୁ ଚଢିପାରିବେ ନାହିଁ । ପୁରୁଷାର୍ଥ ତ କରାଯାଉଛି କିନ୍ତୁ ସେମାନଙ୍କର ଭାଗ୍ୟରେ ହିଁ ନାହିଁ । ରାଜଧାନୀ ସ୍ଥାପନ ହେଉଛି ତେଣୁ ସେଠାରେ ସବୁ ପ୍ରକାରର ଆବଶ୍ୟକତା ରହିଛି । ଏଭଳି ଭାବି ଶାନ୍ତ ରହିବା ଉଚିତ୍ । କାହା ସହିତ ବି ଝଗଡା କରିବା ଉଚିତ୍ ନୁହେଁ । ସ୍ନେହର ସହିତ ବୁଝାଇବାକୁ ପଡିଥାଏ କି - ଏପରି କର ନାହିଁ । ଏ କଥା ଆତ୍ମା ଶୁଣିଥାଏ, ଏହା ଦ୍ୱାରା ଆହୁରି ପଦ କମ୍ ହୋଇଯିବ । କାହା-କାହାକୁ ଭଲ କଥା ବୁଝାଇଲେ ମଧ୍ୟ ଅଶାନ୍ତ ହୋଇଯାଇଥା’ନ୍ତି, ତେଣୁ ତାଙ୍କୁ ଛାଡି ଦେବା ଉଚିତ୍ । ନିଜେ ଯଦି ଏପରି ହୋଇଥିବେ ତେବେ ଅନ୍ୟମାନଙ୍କୁ ମଧ୍ୟ ହଇରାଣ କରିବେ । ଏହିଭଳି ଅନ୍ତିମ ସମୟ ପର୍ଯ୍ୟନ୍ତ ହିଁ ରହିବ । ମାୟା ମଧ୍ୟ ଦିନକୁ ଦିନ ବହୁତ ଶକ୍ତିଶାଳୀ ହୋଇଯାଉଛି । ମହାରଥୀମାନଙ୍କ ସହିତ ମାୟା ମଧ୍ୟ ମହାରଥୀ ହୋଇ ଲଢିଥାଏ । ମାୟାର ତୋଫାନ ଆସିଲେ ବାବାଙ୍କୁ ମନେ ପକାଇବାର ଅଭ୍ୟାସ ହୋଇଯାଏ, ଯେପରି ଏକଦମ୍ ଅଚଳ-ଅଟଳ ହୋଇ ରହିଥା’ନ୍ତି । ଜାଣିଥାନ୍ତି ଯେ ମାୟା ଆମକୁ ହଇରାଣ କରିବ କିନ୍ତୁ ଏଥିରେ ଡରିବାର ନାହିଁ । ଯିଏ କଳଙ୍ଗୀଧର ହେବ, ତା’ ଉପରେ କଳଙ୍କି ଲାଗିବ, ତେଣୁ ଏଥିରେ ନାରାଜ ହେବା ଉଚିତ୍ ନୁହେଁ । ଖବରକାଗଜର ସମ୍ବାଦଦାତାମାନେ ବିରୋଧ କରି କିଛି ବି ଲେଖିଥା’ନ୍ତି କାହିଁକି ନା ଏଠାରେ ପବିତ୍ରତାର କଥା ରହିଛି । ଅବଳାମାନଙ୍କ ଉପରେ ଅତ୍ୟାଚାର ହେବ, ସେଥିପାଇଁ ଅକାସୁର-ବକାସୁରଙ୍କର ନାମ ମଧ୍ୟ ରହିଛି । ସ୍ତ୍ରୀମାନଙ୍କର ନାମ ମଧ୍ୟ ପୁତନା, ସୂପର୍ଣ୍ଣଖା ରଖାଯାଇଛି ।

ପିଲାମାନେ ପ୍ରଥମେ-ପ୍ରଥମେ ବାବାଙ୍କର ହିଁ ମହିମା ଶୁଣାଉଛନ୍ତି । ବେହଦର ବାବା କହୁଛନ୍ତି ତୁମେ ସବୁ ଆତ୍ମା । ଏହି ଜ୍ଞାନ ଏକମାତ୍ର ବାବାଙ୍କ ବିନା ଆଉ କେହି ଦେଇପାରିବେ ନାହିଁ । ବାବା ଆମକୁ ରଚୟିତା ଏବଂ ରଚନାର ଜ୍ଞାନ ଦେଉଛନ୍ତି ଏହା ହିଁ ହେଉଛି ପାଠପଢା, ଯାହାଦ୍ୱାରା ତୁମେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ରାଜାମାନଙ୍କର ରାଜା ହେଉଛ । ଏହି ସବୁ ଅଳଙ୍କାର ମଧ୍ୟ ତୁମର ଅଟେ କିନ୍ତୁ ତୁମେ ବ୍ରାହ୍ମଣମାନେ ପୁରୁଷାର୍ଥୀ ହୋଇଥିବାରୁ ଏହି ଅଳଙ୍କାର ସବୁ ବିଷ୍ଣୁଙ୍କୁ ଦେଇ ଦିଆଯାଇଛି । ଆତ୍ମା କ’ଣ, ପରମାତ୍ମା କ’ଣ ଏହି ସବୁ କଥା କେହି ବି କହିପାରିବେ ନାହିଁ । ଆତ୍ମା କେଉଁଠାରୁ ଆସିଛି, କିପରି ଶରୀରଠାରୁ ବାହାରିଯାଉଛି, କେବେ କେବେ କହୁଛନ୍ତି ଆଖି ବାଟେ ବାହାରିଗଲା, କେବେ କହୁଛନ୍ତି ଭ୍ରୃକୁଟୀରୁ ବାହାରିଗଲା, କେବେ ପୁଣି କହୁଛନ୍ତି ମଥାରୁ ବାହାରିଗଲା । ଏକଥା ତ କେହି ଜାଣିପାରିବେ ନାହିଁ । ଏବେ ତୁମେ ଜାଣୁଛ - ଆତ୍ମା ଏହିଭଳି ଶରୀର ଛାଡିବ, ବସି-ବସି ବାବାଙ୍କ ସ୍ମୃତିରେ ଦେହର ତ୍ୟାଗ କରିଦେବ । ବାବାଙ୍କ ପାଖକୁ ତ ଆମକୁ ଖୁସି ଖୁସିରେ ଯିବାକୁ ହେବ । ଏହି ପୁରୁଣା ଶରୀରକୁ ଖୁସିରେ ଛାଡିବାକୁ ହେବ । ଯେପରି ସର୍ପର ମଧ୍ୟ ଉଦାହରଣ ରହିଛି । ଜୀବଜନ୍ତୁଙ୍କ ପାଖରେ ଯେଉଁ ବୁଦ୍ଧି ରହିଛି, ତାହା ମନୁଷ୍ୟମାନଙ୍କ ପାଖରେ ନାହିଁ । ସନ୍ନ୍ୟାସୀମାନେ ତ କେବଳ ଦୃଷ୍ଟାନ୍ତ ଦେଉଛନ୍ତି । ବାବା କହୁଛନ୍ତି ତୁମକୁ ଏହିପରି ହେବାକୁ ପଡିବ, ଯେପରି ଭ୍ରମରୀ କୀଟକୁ ପରିବର୍ତ୍ତନ କରିଦେଇଥାଏ, ସେହିପରି ତୁମକୁ ମଧ୍ୟ ମନୁଷ୍ୟ ରୂପୀ କୀଟକୁ ପରିବର୍ତ୍ତନ କରିବାକୁ ହେବ । କେବଳ ଦୃଷ୍ଟାନ୍ତ ନୁହେଁ ବାସ୍ତବିକ ରୂପେ କରିବାକୁ ହେବ । ଏବେ ତୁମ ସନ୍ତାନମାନଙ୍କୁ ଘରକୁ ଯିବାକୁ ହେବ । ତୁମେ ବାବାଙ୍କଠାରୁ ସମ୍ପତ୍ତି ନେଉଛ ତେଣୁ ତୁମର ଆନ୍ତରିକ ଖୁସି ରହିବା ଦରକାର । ସେମାନେ ତ ଏହି ଅବିନାଶୀ ସମ୍ପତ୍ତିକୁ ଜାଣି ହିଁ ନାହାଁନ୍ତି । ଶାନ୍ତି ତ ସମସ୍ତଙ୍କୁ ମିଳିଥାଏ, ସମସ୍ତେ ଶାନ୍ତିଧାମକୁ ଯାଇଥା’ନ୍ତି । ବାବାଙ୍କ ବ୍ୟତୀତ କେହି ବି ସମସ୍ତଙ୍କର ସଦ୍‌ଗତି କରିପାରିବେ ନାହିଁ । ଏକଥା ମଧ୍ୟ ବୁଝାଇବାକୁ ହେବ, ତୁମର ନିବୃତ୍ତିମାର୍ଗ ଅଟେ, ତୁମେ ତ ବ୍ରହ୍ମରେ ଲୀନ ହେବାର ପୁରୁଷାର୍ଥ କରୁଛ । ବାବା ତ ପ୍ରବୃତ୍ତିମାର୍ଗର ସ୍ଥାପନା କରୁଛନ୍ତି । ତୁମେ ସତ୍ୟଯୁଗରେ ଆସିପାରିବ ନାହିଁ । ତୁମେ ଏହି ଜ୍ଞାନ କାହାକୁ ବୁଝାଇପାରିବ ନାହିଁ । ଏହା ବହୁତ ଗୁହ୍ୟ କଥା । ପ୍ରଥମେ ତ ସମସ୍ତଙ୍କୁ ଅଲଫ-ବେ ଅର୍ଥାତ୍ ବାବା ଏବଂ ରାଜତ୍ୱର ପାଠ ହିଁ ପଢାଇବାକୁ ପଡିବ । କୁହ ତୁମର ଦୁଇଜଣ ପିତା ଅଛନ୍ତି - ବିନାଶୀ ପିତା ଏବଂ ଅବିନାଶୀ ପିତା । ତୁମେ ବିନାଶୀ ପିତାଙ୍କ ନିକଟରେ ବିକାର ଦ୍ୱାରା ଜନ୍ମ ନେଉଛ । ଏଠାରେ ତୁମକୁ କେତେ ଅସରନ୍ତି ଦୁଃଖ ମିଳୁଛି । ସତ୍ୟଯୁଗରେ ତ ଅସରନ୍ତି ସୁଖ ରହିଛି । ସେଠାରେ ଜନ୍ମ ମଧ୍ୟ ଲହୁଣୀ ସଦୃଶ ହୋଇଥାଏ । କୌଣସି ପ୍ରକାର ଦୁଃଖର କଥା ରହିବ ନାହିଁ, କାହିଁକି ନା ତା’ର ନାମ ହିଁ ହେଉଛି ସ୍ୱର୍ଗ । ଆମକୁ ବେହଦ ବାବାଙ୍କଠାରୁ ବେହଦ ବାଦଶାହୀର ସମ୍ପତ୍ତି ମିଳୁଛି । ପ୍ରଥମେ ସୁଖ, ପରେ ଦୁଃଖ ଭୋଗ କରୁଛୁ । ପ୍ରଥମେ ଦୁଃଖ ପୁଣି ସୁଖ କହିବା ଭୁଲ । ପ୍ରଥମେ ତ ନୂଆ ଦୁନିଆ ସ୍ଥାପନ ହେଉଛି, ପୁରୁଣା ଦୁନିଆ ସ୍ଥାପନ ହେଉ ନାହିଁ । ପୁରୁଣା ଘର କ’ଣ କେହି କେବେ ତିଆରି କରିଥା’ନ୍ତି କି । ନୂଆ ଦୁନିଆରେ ତ ରାବଣ ରହିବ ନାହିଁ । ଏକଥା ମଧ୍ୟ ବାବା ବୁଝାଉଛନ୍ତି, ତେଣୁ ତୁମମାନଙ୍କ ବୁଦ୍ଧିରେ ମଧ୍ୟ ଯୁକ୍ତି ରହିବା ଦରକାର ବେହଦର ବାବା ଆମକୁ ବେହଦର ସୁଖ ଦେଉଛନ୍ତି । କିପରି ଦେଉଛନ୍ତି ଆସିଲେ ଆମେ ବୁଝାଇବୁ । ଅନ୍ୟମାନଙ୍କୁ ବୁଝାଇବା ପାଇଁ ମଧ୍ୟ ଯୁକ୍ତି ଦରକାର । ଦୁଃଖଧାମର ଦୁଃଖ ଗୁଡିକର ମଧ୍ୟ ତୁମେ ତାଙ୍କୁ ସାକ୍ଷାତ୍‌କାର କରାଅ । କେତେ ଅସରନ୍ତି ଅପରମଅପାର ଦୁଃଖ ରହିଛି । ଏହାର ନାମ ହିଁ ହେଉଛି ଦୁଃଖଧାମ । ଏହାକୁ କେହି ସୁଖଧାମ କହିପାରିବେ ନାହିଁ । ସୁଖଧାମରେ ଶ୍ରୀକୃଷ୍ଣ ରହିଥା’ନ୍ତି । କୃଷ୍ଣଙ୍କର ମନ୍ଦିରକୁ ମଧ୍ୟ ସୁଖଧାମ କହିଥା’ନ୍ତି । ଶ୍ରୀକୃଷ୍ଣ ସୁଖଧାମର ମାଲିକ ଥିଲେ, ଯାହାଙ୍କର ପୂଜା ଏବେ ମନ୍ଦିରରେ ହେଉଛି । ଏବେ ବାବା ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିରକୁ ଗଲେ କହିବେ ଓହୋ! ମୁଁ ତ ଏହିଭଳି ହେଉଛି । ତେଣୁ ଏହାଙ୍କର ପୂଜା କରିବି ନାହିଁ । ଯଦି ପ୍ରଥମ ନମ୍ବରର ହେଉଛି ପୁଣି ଦ୍ୱିତୀୟ ତୃତୀୟଙ୍କର କାହିଁକି ପୂଜା କରିବ । ମୁଁ ତ ସୂର୍ଯ୍ୟବଂଶୀ ହେଉଛି । ମନୁଷ୍ୟମାନେ ଏହିକଥା ଜାଣି ନାହାଁନ୍ତି । ସେମାନେ ତ ସମସ୍ତଙ୍କୁ ଭଗବାନ କହିଦେଉଛନ୍ତି । କେତେ ଅଜ୍ଞାନତା ରୂପି ଅନ୍ଧକାର ରହିଛି । ତୁମେ କେତେ ଭଲ ଭାବରେ ବୁଝାଉଛ । ଏଥିପାଇଁ ସମୟ ଲାଗୁଛି, ଯାହାକି କଳ୍ପ ପୂର୍ବରୁ ମଧ୍ୟ ଲାଗିଥିଲା । ତୁମେ ଜଲ୍‌ଦି କିଛି ବି କରିପାରିବ ନାହିଁ । ବର୍ତ୍ତମାନ ଏହା ତୁମର ହୀରାତୁଲ୍ୟ ଜନ୍ମ । ଦେବତାମାନଙ୍କର ଜନ୍ମକୁ ମଧ୍ୟ ହୀରାତୁଲ୍ୟ କୁହାଯାଇପାରିବ ନାହିଁ । ସେମାନେ କ’ଣ ଈଶ୍ୱରୀୟ ପରିବାରର ନୁହଁନ୍ତି! ଏହା ହେଉଛି ତୁମର ଈଶ୍ୱରୀୟ ପରିବାର, ତାହା ହେଲା ଦୈବୀ ପରିବାର । କେତେ ନୂଆ କଥା ରହିଛି । ଗୀତାରେ ମଧ୍ୟ ଏସବୁ କଥା ରହିଛି କିନ୍ତୁ ଅଟାରେ ଲୁଣର ମାତ୍ରା ପରି । କୃଷ୍ଣଙ୍କର ନାମ ଲେଖି କେତେ ଭୁଲ୍ କରିଦେଇଛନ୍ତି । ତେବେ କୁହ, ତୁମେ ଦେବତାମାନଙ୍କୁ ତ ଦେବତା କହୁଛ ପୁଣି କୃଷ୍ଣଙ୍କୁ ଭଗବାନ କାହିଁକି କହୁଛ । ବିଷ୍ଣୁ କିଏ? ଏକଥା ମଧ୍ୟ ତୁମେ ଜାଣିଛ । ମନୁଷ୍ୟମାନେ ତ କିଛି ବି ଜାଣିନାହାଁନ୍ତି କେବଳ ପୂଜା କରିଚାଲିଛନ୍ତି । ଦେବୀ-ଦେବତାମାନେ ହେଲେ ସବୁଠାରୁ ପ୍ରାଚୀନ ଯେଉଁମାନେ କି ସ୍ୱର୍ଗରେ ଥିଲେ । ସତ୍ତ୍ୱ, ରଜଃ, ତମଃ ଅବସ୍ଥାରେ ସମସ୍ତଙ୍କର ହେବ । ବର୍ତ୍ତମାନ ସମୟରେ ସମସ୍ତେ ତମଃପ୍ରଧାନ । ବାବା ପିଲାମାନଙ୍କୁ ବହୁତ ପଏଣ୍ଟସ୍ ଦେଇ ବୁଝାଉଛନ୍ତି । ବ୍ୟାଜ୍ ଉପରେ ମଧ୍ୟ ତୁମେ ଭଲ ଭାବରେ ବୁଝାଇପାରିବ । ତୁମକୁ ଏବେ ବାବା ଏବଂ ଶିକ୍ଷାଦାତା ଶିକ୍ଷକଙ୍କୁ ମନେ ପକାଇବାକୁ ପଡିବ । କିନ୍ତୁ ମାୟା ସହିତ ମଧ୍ୟ କେତେ ପ୍ରକାରର ଯୁଦ୍ଧ ଚାଲୁଛି । ବହୁତ ଭଲ-ଭଲ ପଏଣ୍ଟସ୍ ଏବେ ବାହାରିବାରେ ଲାଗିଛି । ଯଦି ତୁମେ ନ ଶୁଣିବ ତେବେ ଅନ୍ୟମାନଙ୍କୁ କିପରି ଶୁଣାଇବ । ପ୍ରାୟତଃ ବଡ-ବଡ ମହାରଥୀମାନେ ବାହାରକୁ ଗଲେ ମୁରଲୀ ମିସ୍ କରିଥା’ନ୍ତି । ସେମାନଙ୍କର ବୁଦ୍ଧିରେ ଜ୍ଞାନ ଭରପୂର ହୋଇ ରହିଛି । ବାବା କହୁଛନ୍ତି ମୁଁ ତୁମକୁ କେତେ ଗୁହ୍ୟ-ଗୁହ୍ୟ କଥା ଶୁଣାଉଛି । ଯାହାକି ତୁମକୁ ଶୁଣିକରି ଧାରଣ କରିବାକୁ ହେବ । ଯଦି ତୁମେ ଧାରଣା ନ କରିବ ତେବେ ତୁମେ କଚ୍ଚା ହୋଇ ରହିଯିବ । ବହୁତ ସନ୍ତାନମାନେ ମଧ୍ୟ ବିଚାର ସାଗର ମନ୍ଥନ କରି ଭଲ-ଭଲ ପଏଣ୍ଟସ୍ ଶୁଣାଇଥା’ନ୍ତି । ବାବା ଦେଖୁଛନ୍ତି, ଶୁଣୁଛନ୍ତି ଯେପରି ଯେପରି ଅବସ୍ଥା ସେହିପରି ପଏଣ୍ଟସ୍ ସବୁ ବାହାର କରିପାରୁଛନ୍ତି । ଯେଉଁ କଥା ଇଏ କେବେ ଶୁଣାଇ ନାହାଁନ୍ତି ତାହା ସେବାଧାରୀ ପିଲାମାନେ ବାହାର କରିଥା’ନ୍ତି । ସେମାନେ କେବଳ ସେବାରେ ହିଁ ଲାଗି ରହିଥା’ନ୍ତି । ମ୍ୟାଗାଜିନ୍‌ରେ ମଧ୍ୟ ଭଲ-ଭଲ ପଏଣ୍ଟସ୍ ସବୁ ବାହାର କରୁଛନ୍ତି ।

ତେବେ ତୁମେମାନେ ବିଶ୍ୱର ମାଲିକ ହେଉଛ । ବାବା ତୁମକୁ କେତେ ଉଚ୍ଚ କରୁଛନ୍ତି । ଗୀତରେ ମଧ୍ୟ ରହିଛି ନା ସାରା ବିଶ୍ୱର ଡୋର ତୁମ ହାତରେ ରହିବ । ତାହା ତୁମଠାରୁ କେହି ବି ଛଡାଇ ନେଇପାରିବେ ନାହିଁ । ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ ନା । ତେବେ ସେମାନଙ୍କର ଶିକ୍ଷାଦାତା ନିଶ୍ଚିତ ଭାବରେ ବାବା ହିଁ ହୋଇଥିବେ । ଏକଥା ମଧ୍ୟ ତୁମେ ବୁଝାଇପାରିବ । ସେମାନେ କିପରି ରାଜପଦ ପାଇଲେ? ଏ କଥା ମନ୍ଦିରର ପୂଜାରୀଙ୍କୁ ଜଣାନାହିଁ । ତୁମକୁ ତ ଅପାର ଖୁସିରେ ରହିବା ଦରକାର । ଏକଥା ମଧ୍ୟ ତୁମେ ବୁଝାଇପାରିବ ଯେ ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି । ବର୍ତ୍ତମାନ ସମୟରେ ୫ ଭୂତ ହିଁ ସର୍ବବ୍ୟାପୀ ଅଟେ । ପ୍ରତ୍ୟେକଙ୍କ ପାଖରେ ଏହି ବିକାର ରହିଛି । ମାୟାର ୫ ଭୂତ ରହିଛି । ବର୍ତ୍ତମାନ ମାୟା ସର୍ବବ୍ୟାପୀ । ତୁମେ ପୁଣି ଈଶ୍ୱର ସର୍ବବ୍ୟାପୀ ବୋଲି କହିଦେଉଛ । ଏହା ତ ଭୁଲ ନା । ଈଶ୍ୱର କିପରି ସର୍ବବ୍ୟାପୀ ହୋଇପାରିବେ । ସିଏ ତ ସମସ୍ତଙ୍କୁ ଅବିନାଶୀ ସମ୍ପତ୍ତି ଦେଉଛନ୍ତି । କଣ୍ଟାକୁ ଫୁଲ କରୁଛନ୍ତି । ବୁଝାଇବାର ଅଭ୍ୟାସ ମଧ୍ୟ ପିଲାମାନଙ୍କୁ କରିବା ଦରକାର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯେତେବେଳେ କେହି ଅଶାନ୍ତି ସୃଷ୍ଟି କରୁଛନ୍ତି ବା ବିରକ୍ତ କରୁଛନ୍ତି, ସେତେବେଳେ ତୁମକୁ ଶାନ୍ତ ରହିବାକୁ ହେବ । ଯଦି ଉପଦେଶ ବା ଶ୍ରୀମତ ମିଳିବା ପରେ ମଧ୍ୟ କେହି ସନ୍ତାନ ନିଜକୁ ସୁଧାରି ପାରୁନାହାଁନ୍ତି ତେବେ କୁହାଯିବ ତାଙ୍କର ଭାଗ୍ୟ, କାହିଁକି ନା ରାଜଧାନୀର ସ୍ଥାପନା ହେଉଛି ।

(୨) ବିଚାର ସାଗର ମନ୍ଥନ କରି ଜ୍ଞାନର ନୂଆ ନୂଆ ପଏଣ୍ଟ ବାହାର କରି ସେବା କରିବାକୁ ହେବ । ବାବା ମୁରଲୀରେ ପ୍ରତିଦିନ ଯେଉଁ ସବୁ ଗୁହ୍ୟ-ଗୁହ୍ୟ କଥା ଶୁଣାଉଛନ୍ତି ସେଗୁଡିକୁ ଶୁଣିବାରେ କେବେ ବି ଖିଲାପ କରିବାର ନାହିଁ ।

ବରଦାନ:-
ପବିତ୍ରତାକୁ ନିଜର ଆଦି-ଅନାଦି ବିଶେଷ ଗୁଣ ରୂପରେ ସହଜରେ ଆପଣାଇ ନେଉଥିବା ପୂଜ୍ୟ ଆତ୍ମା ହୁଅ ।

ପୂଜନୀୟ ହେବାର ବିଶେଷ ଆଧାର ପବିତ୍ରତା ଉପରେ ହିଁ ନିର୍ଭର କରୁଛି । ଯିଏ ଯେତିକି ସବୁ ପ୍ରକାରର ପବିତ୍ରତାକୁ ଆପଣାଇ ନେଉଛନ୍ତି ସେହି ଅନୁସାରେ ହିଁ ସେମାନେ ପୂଜନୀୟ ହେଉଛନ୍ତି । ଯେଉଁମାନେ ବିଧିପୂର୍ବକ ଆଦି-ଅନାଦି ବିଶେଷ ଗୁଣ ରୂପରେ ପବ୍ରିତତାକୁ ଆପଣାଇ ନେଉଛନ୍ତି ସେହିମାନେ ହିଁ ବିଧିପୂର୍ବକ ପୂଜା ପାଉଛନ୍ତି । ଯେଉଁମାନେ ଜ୍ଞାନୀ ଏବଂ ଅଜ୍ଞାନୀ ଆତ୍ମାମାନଙ୍କର ସମ୍ପର୍କରେ ଆସୁଥିଲେ ମଧ୍ୟ ପବିତ୍ର ମନୋବୃତ୍ତି, ପବିତ୍ର ଦୃଷ୍ଟି ଏବଂ ପବିତ୍ର ବିଚାର ସହିତ ଯଥାର୍ଥ ଭାବରେ ସମ୍ବନ୍ଧ ରକ୍ଷା କରୁଛନ୍ତି ଏବଂ ସ୍ୱପ୍ନରେ ମଧ୍ୟ ଯେଉଁମାନଙ୍କର ପବିତ୍ରତା ଖଣ୍ଡିତ ହେଉନାହିଁ - ସେହିମାନେ ହିଁ ବିଧିପୂର୍ବକ ପୂଜ୍ୟ ହେଉଛନ୍ତି ।

ସ୍ଲୋଗାନ:-
ଯଦି ବ୍ୟକ୍ତରେ ରହି ମଧ୍ୟ ଅବ୍ୟକ୍ତ ଫରିସ୍ତା ହୋଇ ସେବା କରିବ ତେବେ ବିଶ୍ୱ କଲ୍ୟାଣର କାର୍ଯ୍ୟ ତୀବ୍ର ଗତିରେ ସମ୍ପନ୍ନ ହୋଇଯିବ ।