03.07.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ବେହଦ ଅର୍ଥାତ୍ ଅବିନାଶୀ ନାଟକରେ ତୁମେମାନେ ବିଚିତ୍ର କଳାକାର ଅଟ, ଏହା ହେଉଛି ଅନାଦି ନାଟକ, ଏଥିରେ କିଛି ବି ବଦଳି ପାରିବ ନାହିଁ ।’’

ପ୍ରଶ୍ନ:-
ବୁଦ୍ଧିମାନ, ଦୂରାଂଦେଶୀ ଅର୍ଥାତ୍ ଦୂରଦୃଷ୍ଟି ସମ୍ପନ୍ନ ସନ୍ତାନମାନେ ହିଁ କେଉଁ ଗୁହ୍ୟ ରହସ୍ୟକୁ ବୁଝିପାରନ୍ତି?

ଉତ୍ତର:-
ମୂଳବତନରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଡ୍ରାମାର ଆଦି-ମଧ୍ୟ-ଅନ୍ତର ଯେଉଁ ଗୁଢ ରହସ୍ୟ ରହିଛି, ତାହା ଦୂରଦୃଷ୍ଟି ସମ୍ପନ୍ନ ସନ୍ତାନମାନେ ହିଁ ବୁଝିପାରିବେ, ସୃଷ୍ଟିରୂପୀ ବୃକ୍ଷର ବୀଜ ଏବଂ ବୃକ୍ଷର ସମ୍ପୂର୍ଣ୍ଣ ଜ୍ଞାନ ସେମାନଙ୍କର ବୁଦ୍ଧିରେ ରହିଛି । ସେମାନେ ଜାଣିଛନ୍ତି ଯେ - ଏହି ବେହଦର ନାଟକରେ ଆତ୍ମା ରୂପୀ କଳାକାର ଯିଏକି ଏହି ଶରୀର ରୂପୀ ବସ୍ତ୍ରକୁ ଧାରଣ କରି ଅଭିନୟ କରୁଛି, ତା’କୁ ସତ୍ୟଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ଅଭିନୟ କରିବାକୁ ହେବ । କୌଣସି ବି ପାର୍ଟଧାରୀ ନାଟକ ମଝିରୁ ଘରକୁ ଫେରିଯାଇ ପାରିବେ ନାହିଁ ।

ଗୀତ:-
ତୁନେ ରାତ ଗବାଇ ଶୋକେ...

ଓମ୍ ଶାନ୍ତି ।
ଏହି ଗୀତ ପିଲାମାନେ ଶୁଣିଲେ । ତେବେ ଏଥିରେ କିଛିଟା ଅକ୍ଷର ଠିକ୍ ଆଉ କିଛିଟା ଭୁଲ୍ ବି ରହିଛି । ସୁଖ ବେଳେ ତ ଭଗବାନଙ୍କୁ ସ୍ମରଣ କରାଯାଇ ନ ଥାଏ । ଦୁଃଖକୁ ମଧ୍ୟ ନିଶ୍ଚିତ ଆସିବାକୁ ହେବ । ଦୁଃଖ ହେଲେ ହିଁ ତ ବାବାଙ୍କୁ ସୁଖ ଦେବା ପାଇଁ ଆସିବାକୁ ପଡିବ । ମିଠା ମିଠା ସନ୍ତାନମାନଙ୍କୁ ଜଣା ଅଛି ଯେ, ଏବେ ଆମେ ସୁଖଧାମକୁ ଯିବା ପାଇଁ ପାଠ ପଢୁଛୁ । ଶାନ୍ତିଧାମ ଏବଂ ସୁଖଧାମ । ପ୍ରଥମେ ମୁକ୍ତି ତା’ପରେ ଜୀବନମୁକ୍ତି । ଶାନ୍ତିଧାମ ଆତ୍ମାମାନଙ୍କର ଘର, ସେଠାରେ କୌଣସି ଅଭିନୟ କରାଯାଏ ନାହିଁ । ଅଭିନେତା ଘରକୁ ଚାଲିଯାଆନ୍ତି, ସେଠାରେ କେହି ଅଭିନୟ କରି ନ ଥା’ନ୍ତି । ଅଭିନୟ ମଞ୍ଚ ଉପରେ କରାଯାଇଥାଏ । ଏହା ମଧ୍ୟ ମଞ୍ଚ ଅଟେ । ଯେପରି ହଦର ନାଟକ ହୋଇଥାଏ ଠିକ୍ ସେହିପରି ଏହା ବେହଦର ନାଟକ ଅଟେ । ଏହାର ଆଦି-ମଧ୍ୟ-ଅନ୍ତର ରହସ୍ୟ ବାବାଙ୍କ ବ୍ୟତୀତ ଆଉ କେହି ବୁଝାଇ ପାରିବେ ନାହିଁ । ବାସ୍ତବରେ ଏହି ଯାତ୍ରା ଅଥବା ଯୁଦ୍ଧ ଅକ୍ଷର କେବଳ ବୁଝାଇବା ପାଇଁ କାମରେ ବ୍ୟବହାର କରିଥାନ୍ତି । ବାକି ଏଥିରେ ଯୁଦ୍ଧ ଆଦିର କିଛି କଥା ନାହିଁ । ଯାତ୍ରା ମଧ୍ୟ ଅକ୍ଷର ଅଟେ । ବାକି ଅର୍ଥ ହେଉଛି ବାବାଙ୍କୁ ମନେ ପକାଇବା । ମନେ ପକାଇ ପକାଇ ପାବନ ହୋଇଯିବା । ଏହି ଯାତ୍ରା ଏହିଠାରେ ହିଁ ପୂରଣ ହେବ । କେଉଁଠାକୁ ଯିବାର ନାହିଁ । ପିଲାମାନଙ୍କୁ ବୁଝାଯାଉଛି ଯେ ପବିତ୍ର ହୋଇ ନିଜ ଘରକୁ ଯିବାର ଅଛି । ଅପବିତ୍ର ତ ଯାଇପାରିବେ ନାହିଁ । ତେଣୁ ନିଜକୁ ଆତ୍ମା ଭାବିବାକୁ ହେବ । ମୋ ଆତ୍ମାରେ ସାରା ଚକ୍ରର ପାର୍ଟ ରହିଛି । ଏବେ ସେହି ପାର୍ଟ ପୁରା ହୋଇଗଲା । ବାବା ବହୁତ ସହଜ ରାୟ ଦେଉଛନ୍ତି, କହୁଛନ୍ତି କେବଳ ମୋତେ ମନେ ପକାଅ । ବାକି ତୁମେ ତ ଏହିଠାରେ ହିଁ ବସିଛ । କେଉଁଆଡେ ତ ଯିବାକୁ ପଡୁନାହିଁ । ବାବା ନିଜେ ଆସି କହୁଛନ୍ତି - ମୋତେ ମନେ ପକାଅ ତେବେ ତୁମେମାନେ ପାବନ ହୋଇଯିବ । ଲଢେଇର କିଛି କଥା ନାହିଁ । ନିଜକୁ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ କରିବାର ଅଛି । ମାୟା ଉପରେ ବିଜୟ ପ୍ରାପ୍ତ କରିବାର ଅଛି । ପିଲାମାନେ ଜାଣୁଛନ୍ତି ଯେ ୮୪ ଜନ୍ମର ଚକ୍ର ପୂର୍ଣ୍ଣ ହେବାର ଅଛି । ଭାରତ ସତ୍ତ୍ୱପ୍ରଧାନ ଥିଲା, ସେଥିରେ ନିଶ୍ଚିତ ମନୁଷ୍ୟ ହିଁ ଥିବେ । ଭୂମି କ’ଣ ବଦଳିବ । ଏବେ ତୁମେମାନେ ଜାଣୁଛ ଯେ ଆମେ ସତ୍ତ୍ୱପ୍ରଧାନ ଥିଲୁ ପୁଣି ତମଃପ୍ରଧାନ ହୋଇଗଲୁ ଏବେ ପୁଣି ସତ୍ତ୍ୱପ୍ରଧାନ ହେବାକୁ ହେବ । ମନୁଷ୍ୟମାନେ ଡାକୁଛନ୍ତି ମଧ୍ୟ ଆସି ଆମକୁ ପତିତରୁ ପାବନ କର । ପରନ୍ତୁ ସେ କିଏ ଅଟନ୍ତି, କିପରି ଆସନ୍ତି, କିଛି ଜାଣନ୍ତି ନାହିଁ । ଏବେ ବାବା ତୁମମାନଙ୍କୁ ବୁଦ୍ଧିମାନ କରିଛନ୍ତି । ତୁମେମାନେ କେତେ ଉଚ୍ଚ ପଦ ପ୍ରାପ୍ତ କରୁଛ । ସେଠାକାର ଗରୀବ ମଧ୍ୟ ଏଠାକାର ସାହୁକାରଙ୍କଠାରୁ ବହୁତ ଧନବାନ ଅଟନ୍ତି । ଯଦିଓ କେତେ ବଡ ବଡ ରାଜାମାନେ ଥିଲେ ତାଙ୍କ ପାଖରେ ଧନ ବହୁତ ଥିଲା କିନ୍ତୁ ବିକାରୀ ତ ଅଟନ୍ତି ନା । ଏମାନଙ୍କ ଠାରୁ ସେଠାକାର ସାଧାରଣ ପ୍ରଜା ମଧ୍ୟ ବହୁତ ଉଚ୍ଚ ହୋଇଥା’ନ୍ତି । ବାବା ପାର୍ଥକ୍ୟ ବତାଇ ଦେଉଛନ୍ତି । ରାବଣର ଛାଇ ପଡିବାରୁ ପତିତ ହୋଇଯାଇଛନ୍ତି । ନିର୍ବିକାରୀ ଦେବତାମାନଙ୍କ ଆଗରେ ନିଜକୁ ପତିତ କହି ମୁଣ୍ଡ ନୁଆଁଇଥାଆନ୍ତି । ବାବା ଏଠାକୁ ଆସିବା କ୍ଷଣି ଜଲ୍‌ଦି ଉଚ୍ଚକୁ ଚଢେଇ ଦେଇଥାଆନ୍ତି । ଏହା ଗୋଟିଏ ସେକେଣ୍ଡର କଥା । ଏବେ ବାବା ଜ୍ଞାନର ତୃତୀୟ ନେତ୍ର ଦେଇଛନ୍ତି । ତୁମେ ପିଲାମାନେ ଦୂରଦୃଷ୍ଟି ସମ୍ପନ୍ନ ହୋଇଯାଉଛ । ଉପର ମୂଳବତନରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଡ୍ରାମାର ଚକ୍ର ତୁମମାନଙ୍କ ବୁଦ୍ଧିରେ ମନେ ରହିଛି । ଯେପରି ହଦର ଡ୍ରାମା ଦେଖି କରି ଆସି ଶୁଣାଇଥା’ନ୍ତି ନା - କ’ଣ କ’ଣ ଦେଖିଲେ । ସେ ସବୁ ଯାହା ବର୍ଣ୍ଣନା କରିଥାନ୍ତି, ସେସବୁ ବୁଦ୍ଧିରେ ଭରି ହୋଇ ରହିଥାଏ । ଆତ୍ମାରେ ଭର୍ତ୍ତିକରି ଆସିଥା’ନ୍ତି ପୁଣି ଆସି ବର୍ଣ୍ଣନା କରିଥା’ନ୍ତି । ଏହା ପୁଣି ବେହଦର କଥା ଅଟେ । ତୁମ ପିଲାମାନଙ୍କ ବୁଦ୍ଧିରେ ଏହି ବେହଦ ଡ୍ରାମାର ଆଦି, ମଧ୍ୟ, ଅନ୍ତର ରହସ୍ୟ ରହିବା ଦରକାର । ଯାହାର ପୁନରାବୃତ୍ତି ହୋଇଚାଲିଛି । ଦୁନିଆର ହଦର ନାଟକରୁ ତ ଜଣେ ପାର୍ଟଧାରୀ ବାହାରିଗଲେ ତାଙ୍କ ବଦଳରେ ଅନ୍ୟ କେହି ଆସି ପାର୍ଟ କରିପାରିବେ । କାହାକୁ ବେମାରୀ ହେଲେ ତ ତାହା ବଦଳରେ ଅନ୍ୟ ଜଣଙ୍କୁ ମିଶାଇଥା’ନ୍ତି । ଏହା ତ ଚୈତନ୍ୟ ଡ୍ରାମା ଅଟେ, ଏଥିରେ ଟିକିଏ ବି ଅଦଳ-ବଦଳ ହୋଇ ପାରିବ ନାହିଁ । ତୁମେ ପିଲାମାନେ ଜାଣୁଛ ଯେ ଆମେ ସମସ୍ତେ ଆତ୍ମା ଅଟୁ । ଏହା ଶରୀର ରୂପୀ ବସ୍ତ୍ର ଅଟେ, ଯାହାଙ୍କୁ ପିନ୍ଧିକରି ଆମେ ବହୁତ ରୂପରେ ଅଭିନୟ କରୁଛୁ । ନାମ, ରୂପ, ଦେଶ, ଚେହେରା ବଦଳି ଚାଲିଛି । ଅଭିନେତାକୁ ନିଜର ଅଭିନୟ ତ ଜଣାଥାଏ ନା । ବାବା ପିଲାମାନଙ୍କୁ ଏହି ଚକ୍ରର ରହସ୍ୟ ତ ବୁଝାଇ ଚାଲିଛନ୍ତି । ସତ୍ୟଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ଆତ୍ମାମାନେ ଆସିଥାନ୍ତି ପୁଣି ଯାଇଥାନ୍ତି ପୁଣି ନୂଆ କରି ଆସି ପାର୍ଟ ବଜାଇଥା’ନ୍ତି । ଏହାକୁ ସମ୍ପୂର୍ଣ୍ଣ ରୂପେ ବୁଝାଇବାରେ ସମୟ ଲାଗିଥାଏ । ବୀଜରେ ଯଦିଓ ଜ୍ଞାନ ରହିଛି ତଥାପି ମଧ୍ୟ ବୁଝାଇବାରେ ସମୟ ତ ଲାଗିଥାଏ ନା । ତୁମମାନଙ୍କର ବୁଦ୍ଧିରେ ସାରା ସୃଷ୍ଟିରୂପୀ ବୃକ୍ଷର ବୀଜ ଏବଂ ବିସ୍ତାରର ଜ୍ଞାନ ରହିଛି, ଯିଏ ଭଲ ବୁଦ୍ଧିବାନ୍ ଅଟନ୍ତି ସିଏ ବୁଝିଥା’ନ୍ତି ଯେ ଏହାର ବୀଜ ଶିବବାବା ଉପରେ ଅଛନ୍ତି । ଏହାର ଉତ୍ପତ୍ତି, ପାଳନା ଏବଂ ସଂହାର କିପରି ହୋଇଥାଏ ସେଥିପାଇଁ ତ୍ରିମୂର୍ତ୍ତି ଚିତ୍ର ଦେଖାଇଛନ୍ତି । ଏହି ଜ୍ଞାନ ଯାହାକି ବାବା ଦେଉଛନ୍ତି, ତାହା ଆଉ କେହି ମନୁଷ୍ୟ ମାତ୍ରକେ ଦେଇପାରିବେ ନାହିଁ । ଯେତେବେଳେ ଏଠାକୁ ଆସିବେ ସେତେବେଳେ ଜଣା ପଡିବ, ତେଣୁ ତୁମେମାନେ ସଭିଙ୍କୁ କହିଥାଅ ଯେ ଏଠାକୁ ଆସି ବୁଝ । କେହି-କେହି ବହୁତ ଜିଦିଖୋର ହୋଇଥିଲେ କହିଥା’ନ୍ତି ଆମକୁ କିଛି ଶୁଣିବାର ନାହିଁ । କେହି ତ ପୁଣି ଶୁଣିଥାନ୍ତି ମଧ୍ୟ, କେହି କେହି ପୁସ୍ତକ ନେଇଥା’ନ୍ତି ଆଉ କେହି ନେଇ ନ ଥା’ନ୍ତି । ଏବେ ତୁମମାନଙ୍କର ବୁଦ୍ଧି କେତେ ବିଶାଳ, ଦୂରଦୃଷ୍ଟି ସମ୍ପନ୍ନ ହୋଇଯାଇଛି । ତିନିଲୋକକୁ ତୁମେମାନେ ଜାଣିଛ । ମୂଳବତନ ଯାହାକୁ ନିରାକାରୀ ଦୁନିଆ କୁହାଯାଉଛି । ବାକି ସୂକ୍ଷ୍ମ ବତନରେ କିଛି ବି ନାହିଁ । ସମ୍ପର୍କ କେବଳ ମୂଳବତନ ଏବଂ ସ୍ଥୂଳ ବତନ ସହିତ ରହିଛି । ବାକି ସୂକ୍ଷ୍ମବତନ ତ ଅଳ୍ପ ସମୟ ପାଇଁ ରହିଥାଏ । ଆତ୍ମାମାନେ ତ ସବୁ ଉପରୁ ଏଠାକୁ ଆସିଥା’ନ୍ତି ପାର୍ଟ ବଜାଇବା ପାଇଁ । ଏହି ସୃଷ୍ଟି ରୂପୀ ବୃକ୍ଷରେ ସବୁ ଧର୍ମ କ୍ରମାନୁସାରେ ରହିଛି । ଏହା ହେଉଛି ମନୁଷ୍ୟ ଆତ୍ମାଙ୍କର ବୃକ୍ଷ ଏବଂ ବିଲକୁଲ୍ ସଠିକ୍ ରୂପେ ରହିଛି । କିଛି ବି ଆଗ ପଛ ହୋଇ ହୋଇପାରିବ ନାହିଁ । ନା ଆତ୍ମାମାନେ ଆଉ କୌଣସି ଜାଗାରେ ରହି ପାରିବେ । ଆତ୍ମାମାନେ ବ୍ରହ୍ମ ମହତତ୍ତ୍ୱରେ ଠିଆ ହୋଇଥାଆନ୍ତି । ଯେଭଳି ତାରାମାନେ ଆକାଶରେ ଛିଡା ହୋଇଛନ୍ତି । ଏହି ତାରା ସବୁ ତ ଦୂରରୂ ଛୋଟ ଛୋଟ ଦେଖାଯାଇଥାଏ । କିନ୍ତୁ ଆକାରରେ ତ ବଡ ଅଟନ୍ତି । କିନ୍ତୁ ଆତ୍ମା ତ ନା ଛୋଟ ନା ବଡ ହୋଇଥାଏ, ନା ତା’ର ବିନାଶ ହୋଇଥାଏ । ତୁମେମାନେ ହିଁ ସୁବର୍ଣ୍ଣ ଯୁଗକୁ ଯାଇଥାଅ ପୁଣି ଲୌହ ଯୁଗରେ ଆସିଥାଅ । ପିଲାମାନେ ଜାଣୁଛନ୍ତି ଯେ ଆମେ ସୁବର୍ଣ୍ଣ ଯୁଗରେ ଥିଲୁ, ଏବେ ଲୌହଯୁଗକୁ ଆସିଗଲୁ । ଆତ୍ମାର କୌଣସି ମୂଲ୍ୟ ରହିଲା ନାହିଁ । ଯଦିଓ ମାୟାର ପ୍ରଲୋଭନ କେତେ ବି ରହିଥାଉ କିନ୍ତୁ ଏହା ହେଉଛି ରାବଣର ସୁବର୍ଣ୍ଣ ଯୁଗ, ତାହା ହେଉଛି ଈଶ୍ୱରୀୟ ସୁବର୍ଣ୍ଣ ଯୁଗ ।

ମନୁଷ୍ୟ କହୁଛନ୍ତି - ୬-୭ ବର୍ଷରେ ଏତେ ଶସ୍ୟ ହେବ, ଯାହାକି ବର୍ଣ୍ଣନା କରି ହେବ ନାହିଁ । ଦେଖ, ସେମାନଙ୍କର ପ୍ଲାନ୍ ବା ଯୋଜନା କ’ଣ ଆଉ ତୁମମାନଙ୍କର ଯୋଜନା କ’ଣ ? ବାବା କହୁଛନ୍ତି ମୋର ଯୋଜନା ହେଉଛି ପୁରୁଣାକୁ ନୂଆ କରିବା । ତୁମମାନଙ୍କର ଗୋଟିଏ ହିଁ ଯୋଜନା ରହିଛି । ଜାଣିଛ ଯେ ବାବାଙ୍କର ଶ୍ରୀମତ ଅନୁସାରେ ଆମେ ନିଜର ବର୍ସା ନେଉଛୁ । ବାବା ରାସ୍ତା ବତାଉଛନ୍ତି, ଶ୍ରୀମତ ଦେଉଛନ୍ତି, ତାଙ୍କରି ସ୍ମୃତିରେ ରହିବା ପାଇଁ ମତ ଦେଉଛନ୍ତି । ମତ ଅକ୍ଷର ତ ରହିଛି ନା । ସଂସ୍କୃତ ଭାଷା ତ ବାବା କହୁ ନାହାଁନ୍ତି । ବାବା ତ ହିନ୍ଦିରେ ହିଁ ବୁଝାଉଛନ୍ତି । ଭାଷା ତ ଅନେକ ରହିଛି ନା । ଅନୁବାଦକାରୀ ଥାଆନ୍ତି, ଯେଉଁମାନେ ଶୁଣି ପୁଣି ଶୁଣାଇଥା’ନ୍ତି । ହିନ୍ଦି ଓ ଇଂରାଜୀ ତ ବହୁତ ଜାଣିଛନ୍ତି ପଢୁଛନ୍ତି । ବାକି ମାତାମାନେ ଯେଉଁମାନେ ଘରେ ରହୁଛନ୍ତି ସେମାନେ ଏତେ ପଢି ନାହାଁନ୍ତି । ଆଜିକାଲି ବିଦେଶରେ ଇଂରାଜୀ ଶିଖିଥାନ୍ତି ତେବେ ପୁଣି ଏଠାକୁ ଆସିଲେ ବି ଇଂରାଜୀ କହିଥା’ନ୍ତି । ହିନ୍ଦି କହି ହିଁ ପାରନ୍ତି ନାହିଁ । ଘରକୁ ଆସିଲେ ତ ମାଆଙ୍କ ସହିତ ଇଂରାଜୀରେ କଥାବାର୍ତ୍ତା କରିବାରେ ଲାଗିପଡିଥାଆନ୍ତି । ସିଏ ବିଚାରୀ ଦ୍ୱନ୍ଦ୍ୱରେ ପଡି କହିଥା’ନ୍ତି ଯେ ମୁଁ ଇଂରାଜୀରୁ କଣ ବୁଝିବି ପୁଣି ତାଙ୍କୁ ଖଣ୍ଡି ଖଣ୍ଡି ହିନ୍ଦୀ ଶିଖିବାକୁ ପଡିଥାଏ । ସତ୍ୟଯୁଗରେ ତ ଏକ ରାଜ୍ୟ, ଏକ ଭାଷା ଥିଲା, ଯାହାର ଏବେ ପୁଣି ଥରେ ସ୍ଥାପନା କରୁଛନ୍ତି । ପ୍ରତି ୫ ହଜାର ବର୍ଷ ପରେ ଏହି ସୃଷ୍ଟିର ଚକ୍ର କିପରି ଘୁରୁଛି ତାହା ବୁଦ୍ଧିରେ ରହିବା ଦରକାର । ବର୍ତ୍ତମାନ ଏକମାତ୍ର ବାବାଙ୍କର ହିଁ ସ୍ମୃତିରେ ରହିବାର ଅଛି । ଏଠାରେ ତୁମମାନଙ୍କୁ ଭଲ ଫୁର୍ସତ ମିଳିଛି । ସକାଳେ ସ୍ନାନ ଆଦି କରି ବାହାରେ ଚାଲିବା ବୁଲିବାରେ ବଡ ମଜା ଆସିଥାଏ, ସେହିଭଳି ବୁଦ୍ଧିରେ ଏହି ସ୍ମୃତି ରହୁ କି ଆମେ ସବୁ ପାର୍ଟଧାରୀ ଅଟୁ । ଏହା ବି ଏବେ ସ୍ମୃତିରେ ଆସିଛି । ବାବା ଆମକୁ ୮୪ ଜନ୍ମର ଚକ୍ରର ରହସ୍ୟ ବତାଇଛନ୍ତି । ଆମେ ସତ୍ତ୍ୱପ୍ରଧାନ ଥିଲୁ, ଏହା ବଡ ଖୁସୀର କଥା ଅଟେ । ମନୁଷ୍ୟ କେବଳ ଭ୍ରମଣ କରିଚାଲିଛନ୍ତି, ସେମାନଙ୍କର କିଛି ବି ପ୍ରାପ୍ତି ହେଉ ନାହିଁ । ତୁମେମାନେ ତ ବହୁତ ରୋଜଗାର କରୁଛ । ବୁଦ୍ଧିରେ ସୃଷ୍ଟିଚକ୍ର ମଧ୍ୟ ଘୂରାଉଥାଅ ଏବଂ ବାବାଙ୍କୁ ମନେ ପକାଉଥାଅ । ରୋଜଗାର କରିବା ପାଇଁ ବାବା ବହୁତ ଭଲ-ଭଲ ଯୁକ୍ତି ବତାଉଛନ୍ତି । ଯେଉଁ ପିଲାମାନେ ଜ୍ଞାନର ବିଚାର ସାଗର ମନ୍ଥନ କରିନଥାନ୍ତି ସେମାନଙ୍କ ବୁଦ୍ଧିରେ ମାୟା ଖିଟ୍‌ପିଟ୍ କରିଥାଏ । ସେହିମାନଙ୍କୁ ହିଁ ମାୟା ହଇରାଣ କରିଥାଏ । ଅନ୍ତରରେ ଏ କଥା ବିଚାର କର ଯେ ଆମେ ଏହି ଚକ୍ର କିପରି ଲଗାଇଲୁ । ସତ୍ୟଯୁଗରେ ଏତେ ଜନ୍ମ ନେଲୁ ପୁଣି ତଳକୁ ଖସି ଆସିଲୁ । ଏବେ ପୁଣି ସତ୍ତ୍ୱପ୍ରଧାନ ହେବାର ଅଛି । ବାବା କହିଛନ୍ତି ଯେ - ମୋତେ ମନେ ପକାଅ ତେବେ ସତ୍ତ୍ୱପ୍ରଧାନ ହୋଇଯିବ । ଚାଲିଲା ବୁଲିଲା ବେଳେ ବୁଦ୍ଧିରେ ବାବାଙ୍କର ସ୍ମୃତି ରହିଲେ ମାୟାର ଖିଟ୍ ଖିଟ୍ ସମାପ୍ତ ହୋଇଯିବ । ଆଉ ତୁମମାନଙ୍କର ବହୁତ ବହୁତ ଫାଇଦା ହେବ । ଯଦିଓ ସ୍ତ୍ରୀ ପୁରୁଷ ସାଥି ହୋଇ ଯାଉଛ । ପ୍ରତ୍ୟେକଙ୍କୁ ଉଚ୍ଚ ପଦ ପ୍ରାପ୍ତ କରିବା ପାଇଁ ନିଜେ ନିଜ ପାଇଁ ମେହେନତ କରିବାକୁ ହେବ । ଏକାକୀ ଯିବାରେ ତ’ ବହୁତ ହିଁ ମଜା ରହିଛି । ନିଜର ହିଁ ଧୁନ୍‌ରେ ରହିବେ । ଅନ୍ୟ କେହି ସାଥିରେ ଥିବେ ତ ବୁଦ୍ଧି ଇଆଡେ ସିଆଡେ ଯିବ । ଏହା ତ ବହୁତ ସହଜ, ବଗିଚା ଆଦି ତ ସବୁ ଜାଗାରେ ରହିଛି, ଇଂଜିନିୟର ହୋଇଥିଲେ ତାଙ୍କର ଏହି ଚିନ୍ତନ ଚାଲିବ ଯେ ଏଠାରେ ପୋଲ ତିଆରି କରିବାର ଅଛି, ଏହା କରିବାର ଅଛି । ବୁଦ୍ଧିରେ ଯୋଜନା ଆସିଯାଇଥାଏ । ତୁମେମାନେ ମଧ୍ୟ ଘରେ ବସି ବୁଦ୍ଧିକୁ ନୂଆ ଦୁନିଆରେ ଲଗାଅ । ଏହି ଅଭ୍ୟାସ ଜାରି ରଖ ତେବେ ଯାଇ ତୁମ ଭିତରେ ଏହି ଚିନ୍ତନ ସର୍ବଦା ଚାଲୁ ରହିବ । ପାଠ ପଢିବା ସହ ଧନ୍ଦା ଆଦି ମଧ୍ୟ କରିବାକୁ ହେବ । ବୁଢା, ଜବାନ, ପିଲା ଆଦି ସମସ୍ତଙ୍କୁ ପବିତ୍ର ହେବାର ଅଛି । ବାବାଙ୍କ ଠାରୁ ସମ୍ପତ୍ତି ନେବାର ଅଧିକାର ଆତ୍ମାର ରହିଛି । ପିଲାମାନଙ୍କ ମଧ୍ୟରେ ଛୋଟ ଅବସ୍ଥାରେ ଯଦି ଏହି ଜ୍ଞାନର ବୀଜ ପଡିବ ତେବେ ବହୁତ ଭଲ । ଆଧ୍ୟାତ୍ମିକ ବିଦ୍ୟା ଆଉ କେହି ଶିଖାଇ ପାରିବେ ନାହିଁ ।

ତୁମର ଏହି ଯେଉଁ ଆଧ୍ୟାତ୍ମିକ ବିଦ୍ୟା ରହିଛି, ବାବା ହିଁ ଆସି ତାହାକୁ ପଢାଉଛନ୍ତି । ଦୁନିଆର ସ୍କୁଲ୍‌ରେ ଲୌକିକ ବିଦ୍ୟା ମିଳିଥାଏ ଏବଂ ଅନ୍ୟ ସତସଂଗରେ ଶାସ୍ତ୍ରର ବିଦ୍ୟା ମିଳିଥାଏ । କିନ୍ତୁ ଏହା ହେଉଛି ରୁହାନୀ ବିଦ୍ୟା, ଯାହା ତୁମମାନଙ୍କୁ ଭଗବାନ ପଢାଉଛନ୍ତି । ଏହା ବିଷୟରେ କାହାକୁ ବି ଜଣା ନାହିଁ । ଏହାକୁ କୁହାଯାଏ ଆଧ୍ୟାତ୍ମିକ ଜ୍ଞାନ । ଯାହାକୁ ଆତ୍ମା ଆସି ପଢାଇଥା’ନ୍ତି, ତାଙ୍କର ଆଉ କୌଣସି ନାମ ରଖାଯାଇପାରିବ ନାହିଁ । ଏହା ତ ସ୍ୱୟଂ ବାବା ଆସି ପଢାଉଛନ୍ତି । ଭଗବାନୁବାଚ ଅଟେ ନା । ଭଗବାନ ଥରେ ମାତ୍ର ଏହି ସମୟରେ ଆସି ବୁଝାଇଥା’ନ୍ତି, ଏହାକୁ ଆତ୍ମିକ ଜ୍ଞାନ କୁହାଯାଏ । ଶାସ୍ତ୍ରର ବିଦ୍ୟା ତ ଅଲଗା । ତୁମମାନଙ୍କୁ ଜଣା ଅଛି କି ଗୋଟିଏ ହେଉଛି ଲୌକିକ କଲେଜର ଜ୍ଞାନ, ଅନ୍ୟଟି ଆଧ୍ୟାତ୍ମିକ ଶାସ୍ତ୍ରର ଜ୍ଞାନ, ତୃତୀୟରେ ହେଉଛି ଏହି ରୁହାନୀ ଜ୍ଞାନ । ଯଦିଓ କେତେ ବି ବଡ ବଡ-ଡକ୍ଟର ଅଫ୍ ଫିଲୋସଫୀ ଅର୍ଥାତ୍ ଦାର୍ଶନିକ ହୋଇଥାଆନ୍ତୁ, କିନ୍ତୁ ସେମାନେ ଶାସ୍ତ୍ରର କଥା କହିଥା’ନ୍ତି । ତୁମମାନଙ୍କର ଏହି ଜ୍ଞାନ ବିଲ୍‌କୁଲ୍ ଅଲଗା । ଏହି ଆଧ୍ୟାତ୍ମିକ ଜ୍ଞାନ ଆଧ୍ୟାତ୍ମିକ ପିତା ସମସ୍ତ ଆତ୍ମାମାନଙ୍କର ଯିଏ ପିତା ଅଟନ୍ତି, ସେ ପଢାଉଛନ୍ତି । ତାଙ୍କର ମହିମା ହେଉଛି ଶାନ୍ତି, ସୁଖର ସାଗର... । କୃଷ୍ଣଙ୍କର ମହିମା ବିଲ୍‌କୁଲ୍ ଅଲଗା, ଗୁଣ ଅବଗୁଣ ମନୁଷ୍ୟ ଭିତରେ ରହିଥାଏ, ଯାହା ସେମାନେ ଉଚ୍ଚାରଣ କହି ଚାଲିଥା’ନ୍ତି । ବାବାଙ୍କର ମହିମାକୁ ମଧ୍ୟ ଯଥାର୍ଥ ରୀତି ତୁମେ ଜାଣିଛ । ସେମାନେ ତ କେବଳ ଶୁଆ ପରି ଗାୟନ କରୁଛନ୍ତି, ଅର୍ଥ କିଛି ଜାଣନ୍ତି ନାହିଁ । ତେଣୁ ପିଲାମାନଙ୍କୁ ନିଜର ଉନ୍ନତି ବିଷୟରେ ବାବା ରାୟ ଦେଉଛନ୍ତି । ପୁରୁଷାର୍ଥ କରି ଚାଲିଲେ ପକ୍କା ହୋଇଯିବ । ପୁଣି ଅଫିସ୍‌ରେ କାମ କରିବା ସମୟରେ ମଧ୍ୟ ଏହି ସ୍ମୃତି ଆସିବ, ଈଶ୍ୱରଙ୍କର ସ୍ମୃତି ରହିବ । ମାୟାର ସ୍ମୃତି ତ ଅଧାକଳ୍ପ ଚାଲିଲା, ଏବେ ବାବା ଯଥାର୍ଥ ରୀତି ବସି ବୁଝାଉଛନ୍ତି । ନିଜକୁ ଦେଖ - ଆମେ କ’ଣ ଥିଲୁ, ଏବେ କ’ଣ ହୋଇଯାଇଛୁ! ପୁଣି ବାବା ଆମକୁ ଏପରି ଦେବତା କରୁଛନ୍ତି । ଏହା ମଧ୍ୟ ତୁମେ ସନ୍ତାନମାନେ ପୁରୁଷାର୍ଥର କ୍ରମଅନୁସାରେ ଜାଣୁଛ । ପ୍ରଥମେ କେବଳ ଭାରତ ହିଁ ଥିଲା । ଭାରତକୁ ହିଁ ବାବା ମଧ୍ୟ ଆସିଥାନ୍ତି ଅଭିନୟ କରିବା ପାଇଁ । ତୁମେମାନେ ମଧ୍ୟ ଆଦି ସନାତନ ଦେବୀ ଦେବତା ଧର୍ମର ଅଟ ନା । ତୁମମାନଙ୍କୁ ପବିତ୍ର ହେବାର ଅଛି, ନଚେତ୍ ପଛରେ ଆସିବ ପୁଣି କି ସୁଖ ପାଇବ । ଯଦି ଭକ୍ତି ବେଶୀ କରି ନ ଥିବ ତେବେ ଆସିବ ନାହିଁ । ବାବା ବୁଝିଯିବେ ଯେ ଇଏ ଏତେ ଜ୍ଞାନ ଧାରଣ କରିପାରିବେ ନାହିଁ । ବୁଝି ତ ପାରିବେ ନା । ବହୁତ ମେହନତ କରୁଛନ୍ତି ସେଥିରୁ ମଧ୍ୟ କେହି କୋଟିକରେ ଗୋଟିଏ ବାହାରୁଛନ୍ତି କିନ୍ତୁ ଏଥିରେ ଥକିଯିବାର ନାହିଁ । ପରିଶ୍ରମ ତ କରିବାକୁ ହେବ । ପରିଶ୍ରମ ବିନା କ’ଣ କିଛି ମିଳିବ କି । ପ୍ରଜା ତ ତିଆରି ହୋଇ ଚାଲିଛନ୍ତି ।

ବାବା ପିଲାମାନଙ୍କର ଉନ୍ନତି ପାଇଁ ଯୁକ୍ତି ବତାଉଛନ୍ତି - ସନ୍ତାନମାନେ, ଯଦି ନିଜର ଉନ୍ନତି କରିବାର ଅଛି ତ ସକାଳୁ-ସକାଳୁ ଉଠି ସ୍ନାନ ଆଦି କରି ଏକାନ୍ତରେ ଯାଇ ଚକ୍ର ଲଗାଅ କିମ୍ବା ବସିଯାଅ । ସୁସ୍ଥତା ପାଇଁ ଚାଲିବା ମଧ୍ୟ ଭଲ । ବାବା ବି ମନେ ପଡିବେ ଏବଂ ଡ୍ରାମାର ରହସ୍ୟ ମଧ୍ୟ ବୁଦ୍ଧିରେ ରହିବ, ଦେଖ କେତେ ପ୍ରାପ୍ତି ହେଉଛି । ଏହା ପ୍ରକୃତ ରୋଜଗାର ଅଟେ, କର୍ମଧନ୍ଦା ସରିବା ପରେ ଏହି ପ୍ରାପ୍ତି ପାଇଁ ଚିନ୍ତା କର । ଏହା କୌଣସି କଠିନ କାର୍ଯ୍ୟ ନୁହେଁ । ବ୍ରହ୍ମାବାବା ତାଙ୍କର, ସମ୍ପୂର୍ଣ୍ଣ ଜୀବନ କାହାଣୀ ଲେଖିଥା’ନ୍ତି - ଆଜି ଏତିକି ସମୟରେ ଉଠିଲି, ପୁଣି ଏହା କରିଲି... ବୁଝିଥା’ନ୍ତି ଯେ ପରବର୍ତ୍ତୀ ସମୟରେ ତାଙ୍କ ପଛରେ ପିଲାମାନେ ପଢି କରି ଶିଖିବେ । ବଡ-ବଡ ବ୍ୟକ୍ତିମାନଙ୍କର ଜୀବନ କାହାଣୀ ପଢିଥାଆନ୍ତି ନା । ପିଲାମାନଙ୍କ ପାଇଁ ଲେଖିଥା’ନ୍ତି ପୁଣି ପିଲାମାନେ ମଧ୍ୟ ଘରେ ଏପରି ଭଲ ସ୍ୱଭାବର ହୋଇଯାଇଥାନ୍ତି । ଏବେ ତୁମ ପିଲାମାନଙ୍କୁ ପୁରୁଷାର୍ଥ କରି ସତ୍ତ୍ୱପ୍ରଧାନ ହେବାକୁ ହେବ । ସତ୍ତ୍ୱପ୍ରଧାନ ଦୁନିଆର ପୁଣି ଥରେ ରାଜତ୍ୱ ନେବାର ଅଛି । ତୁମେମାନେ ଜାଣୁଛ ଯେ କଳ୍ପ-କଳ୍ପ ଆମେ ରାଜ୍ୟ ନେଉଛୁ ଏବଂ ପୁଣି ହରାଉଛୁ । ତୁମମାନଙ୍କ ବୁଦ୍ଧିରେ ଏହା ସବୁ ଅଛି । ଏହା ହେଉଛି ନୂଆ ଦୁନିଆ, ନୂଆ ଧର୍ମ ପାଇଁ ନୂଆ ଜ୍ଞାନ, ସେଥିପାଇଁ ମିଠା ମିଠା ସନ୍ତାନମାନଙ୍କୁ ପୁଣି ଥରେ ବୁଝାଉଛି ଯେ - ଜଲଦି ଜଲଦି ପୁରୁଷାର୍ଥ କର । ଶରୀର ଉପରେ ଭରସା ନାହିଁ । ଆଜିକାଲି ମୃତ୍ୟୁ ବହୁତ ସହଜ ହୋଇଗଲାଣି । ସେଠାରେ ଅମରଲୋକରେ ଏଭଳି ମୃତ୍ୟୁ କେବେ ହୋଇ ନ ଥାଏ, ଏଠାରେ ତ ବସି-ବସି ଦେଖ କିଭଳି ମରିଯାଉଛନ୍ତି, ତେଣୁ ନିଜର ପୁରୁଷାର୍ଥ କରିଚାଲ । ଜମା କରିଚାଲ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବୁଦ୍ଧିକୁ ଜ୍ଞାନ ଚିନ୍ତନରେ ବ୍ୟସ୍ତ ରଖିବାର ଅଭ୍ୟାସ କରିବାକୁ ହେବ । ଯେତେବେଳେ ବି ସମୟ ମିଳୁଛି ଏକାନ୍ତରେ ଯାଇ ବିଚାର ସାଗର ମନ୍ଥନ କରିବାକୁ ହେବ । ବାବାଙ୍କୁ ମନେ ପକାଇ ପ୍ରକୃତ ରୋଜଗାର ଜମା କରିବାକୁ ହେବ ।

(୨) ଦୂରଦୃଷ୍ଟି ସମ୍ପନ୍ନ ହୋଇ ଏହି ବେହଦର ନାଟକକୁ ଠିକ୍ ଭାବରେ ବୁଝିବାକୁ ହେବ । ସମସ୍ତ ପାର୍ଟଧାରୀଙ୍କର ପାର୍ଟକୁ ସାକ୍ଷୀ ହୋଇ ଦେଖିବାକୁ ହେବ ।

ବରଦାନ:-
ମଧୁରତାର ବରଦାନ ଦ୍ୱାରା ସର୍ବଦା ଆଗକୁ ବଢୁଥିବା ଶ୍ରେଷ୍ଠ ଆତ୍ମା ହୁଅ ।

ମଧୁରତା ଏଭଳି ବିଶେଷ ଧାରଣା ଅଟେ ଯାହାକି ଟାଙ୍ଗରା ଭୂମିକୁ ମଧ୍ୟ ମଧୁର କରିଦେଇଥାଏ । ଯଦି କାହାକୁ ବି ଦୁଇ ସେକେଣ୍ଡ ପାଇଁ ମିଠା ଦୃଷ୍ଟି ଦେଇଦେବ, ମିଠା ବାଣୀ ଶୁଣାଇଦେବ ତେବେ ଯେ କୌଣସି ଆତ୍ମାକୁ ମଧ୍ୟ ସବୁ ଦିନ ପାଇଁ ଭରପୁର କରିଦେଇପାରିବ । ତୁମର ଦୁଇ ସେକେଣ୍ଡର ମିଠା ଦୃଷ୍ଟି ବା ମିଠା ବାଣୀ ସେହି ଆତ୍ମାର ସୃଷ୍ଟିକୁ ବଦଳାଇ ଦେବ । ତୁମର ଦୁଇଟି ମଧୁର ବାଣୀ ମଧ୍ୟ ସଦାକାଳ ପାଇଁ ସେମାନଙ୍କୁ ପରିବର୍ତ୍ତନ କରିବାର ନିମିତ୍ତ ହୋଇଯିବ । ସେଥିପାଇଁ ମଧୁରତାର ବରଦାନକୁ ସର୍ବଦା ସାଥୀରେ ରଖିଥାଅ, ନିଜେ ସର୍ବଦା ମିଠା ହୋଇ ରୁହ ଏବଂ ସମସ୍ତଙ୍କୁ ମିଠା କରିଦିଅ ।

ସ୍ଲୋଗାନ:-
ଯଦି ପ୍ରତ୍ୟେକ ପରିସ୍ଥିତିରେ ରାଜି ଅର୍ଥାତ୍ ସନ୍ତୁଷ୍ଟ ରହିବ ତେବେ ରାଜଯୁକ୍ତ ଅର୍ଥାତ୍ ରହସ୍ୟର ଜ୍ଞାତା ହୋଇଯିବ ।

ଅବ୍ୟକ୍ତ ଈଶାରା:- ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।

ଯେତେବେଳେ ଅନ୍ୟ ସବୁ ସଂକଳ୍ପ ଶାନ୍ତ ହୋଇଯାଏ, କେବଳ ବାବା ଆଉ ମୁଁ - ଏହିଭଳି ମିଳନର ଅନୁଭୂତିର ସଂକଳ୍ପ ହିଁ ରହିଥାଏ, ତେବେ ଯାଇ ସଂକଳ୍ପ ଶକ୍ତି ଜମା ହୋଇଥାଏ ଏବଂ ଯୋଗ ଶକ୍ତିଶାଳୀ ହୋଇଯାଏ, ସେଥିପାଇଁ ସମାହିତ କରିବାର ଶକ୍ତି ବା ଏକତ୍ରିକରଣର ଶକ୍ତିକୁ ଧାରଣ କର । ତୁମର ସଂକଳ୍ପ ଉପରେ ଶକ୍ତିଶାଳୀ ବ୍ରେକ୍ ଲାଗିପାରୁଥିବ । ଢିଲା ହେଉ ନ ଥିବ । ଯଦି ଗୋଟିଏ ସେକେଣ୍ଡ ପରିବର୍ତ୍ତେ ଅଧିକ ସମୟ ଲାଗୁଛି, ତେବେ ସମାହିତ କରିବାର ଶକ୍ତି ଦୁର୍ବଳ ଅଟେ ।