03.09.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
କୌଣସି ବି ପତିତ ଦେହଧାରୀଙ୍କ ସହିତ ସ୍ନେହ ରଖିବାର ନାହିଁ କାରଣ ତୁମେମାନେ ପବିତ୍ର ଦୁନିଆକୁ
ଯାଉଛ ସେଥିପାଇଁ ଏକମାତ୍ର ବାବାଙ୍କ ସହିତ ହିଁ ସ୍ନେହ ରଖିବାକୁ ହେବ ।”
ପ୍ରଶ୍ନ:-
ତୁମମାନଙ୍କୁ
କେଉଁ ଜିନିଷ ଉପରେ ବିରକ୍ତ ହେବାର ନାହିଁ ଏବଂ କାହିଁକି?
ଉତ୍ତର:-
ତୁମମାନଙ୍କୁ ନିଜର ଏହି ପୁରୁଣା ଶରୀର ଉପରେ ଟିକିଏ ବି ବିରକ୍ତ ହେବାର ନାହିଁ କାରଣ ଏହି ଶରୀର
ତୁମ ପାଇଁ ବହୁତ ବହୁତ ମୂଲ୍ୟବାନ ଅଟେ । ଆତ୍ମା ଏହି ଶରୀରରେ ରହି ବାବାଙ୍କୁ ମନେପକାଇ ବହୁତ ବଡ
ଲଟେରୀ ପ୍ରାପ୍ତ କରୁଛି । ତେଣୁ ସବୁବେଳେ ଯଦି ବାବାଙ୍କର ସ୍ମୃତିରେ ରହିବ, ତେବେ ଖୁସିର ଭୋଜନ
ସବୁବେଳେ ମିଳୁଥିବ ।
ଓମ୍ ଶାନ୍ତି ।
ମିଠା-ମିଠା
ପିଲାମାନେ, ଏବେ ତୁମେ ଦୂରଦେଶ ନିବାସୀ ଦୂରଦେଶର ଯାତ୍ରୀ ଅଟ । ଆମେ ସବୁ ଆତ୍ମାମାନେ ଏବେ ବହୁତ
ଦୂରଦେଶକୁ ଯିବା ପାଇଁ ପୁରୁଷାର୍ଥ କରୁଛେ । ଏ କଥା କେବଳ ତୁମେ ପିଲାମାନେ ହିଁ ଜାଣିଛ ଯେ ଆମେ
ଆତ୍ମାମାନେ ଦୂରଦେଶ ନିବାସୀ ଅଟୁ ଏବଂ ଦୂରଦେଶ ନିବାସୀ ବାବାଙ୍କୁ ମଧ୍ୟ ଡାକୁଛନ୍ତି ଯେ ଆପଣ ଆସି
ଆମକୁ ମଧ୍ୟ ସେହି ଦୂରଦେଶକୁ ନେଇଯାଅ । ବର୍ତ୍ତମାନ ଦୂରଦେଶର ବାବା ତୁମମାନଙ୍କୁ ସେଠାକୁ
ନେଇଯାଉଛନ୍ତି । ତୁମେ ଆତ୍ମିକ ଯାତ୍ରୀ ଅଟ, କାହିଁକି ନା ଏହି ଶରୀର ସହିତ ଅଛ ନା । ଆତ୍ମା ହିଁ
ଯାତ୍ରା କରିବ । ଶରୀର ତ ଏହିଠାରେ ଛାଡିଦେବ, ବାକି ଆତ୍ମା ହିଁ ଯାତ୍ରା କରିବ । ଆତ୍ମା କୁଆଡେ
ଯିବ? ନିଜର ଆତ୍ମାର ଦୁନିଆକୁ । ଏହା ଭୌତିକ ଦୁନିଆ ତାହା ଆତ୍ମିକ ଦୁନିଆ । ପିଲାମାନଙ୍କୁ ବାବା
ବୁଝାଉଛନ୍ତି ଏବେ ଘରକୁ ଫେରିବାକୁ ହେବ, ଯେଉଁଠାରୁ ତୁମେ ଅଭିନୟ କରିବା ପାଇଁ ଏଠାକୁ ଆସିଥିଲ ।
ଏହା ବହୁତ ବଡ ନାଟ୍ୟଶାଳା ଅଟେ, ଏହି ନାଟ୍ୟ ମଣ୍ଡପରେ ଅଭିନୟ କରି ପୁଣି ସମସ୍ତଙ୍କୁ ଘରକୁ ଯିବାକୁ
ହେବ । ଯେତେବେଳେ ନାଟକ ଶେଷ ହେବ ତେବେ ଯାଇ ଯିବେ ନା । ବର୍ତ୍ତମାନ ତୁମେମାନେ ଏଠାରେ ବସିଛ,
କିନ୍ତୁ ତୁମର ବୁଦ୍ଧିଯୋଗ ଘର ଏବଂ ରାଜଧାନୀରେ ରହିଛି । ଏହି କଥାକୁ ପକ୍କା-ପକ୍କା ସ୍ମୃତିରେ ରଖ
କାହିଁକି ନା ଗାୟନ ରହିଛି ଅନ୍ତିମ ମତି ଅନୁସାରେ ସମସ୍ତଙ୍କର ଗତି ହୋଇଥାଏ । ଏବେ ତୁମେମାନେ
ଏଠାରେ ପାଠ ପଢୁଛ, ଜାଣିଛ ଭଗବାନ ଶିବବାବା ଆମମାନଙ୍କୁ ପାଠ ପଢାଉଛନ୍ତି । ଭଗବାନ ତ ପୁରୁଷୋତ୍ତମ
ସଂଗମଯୁଗ ବିନା ଅନ୍ୟ କୌଣସି ସମୟରେ ପାଠ ପଢାଇବେ ନାହିଁ । ସାରା କଳ୍ପ ୫ ହଜାର ବର୍ଷରେ ଥରେ
ମାତ୍ର ଆସି ନିରାକାର ଭଗବାନ ବାବା ପାଠ ପଢାଉଛନ୍ତି । ଏହା ଉପରେ ତୁମର ପକ୍କା ନିଶ୍ଚୟ ରହିଛି ।
ପାଠ ମଧ୍ୟ କେତେ ସହଜ । ଏବେ ଘରକୁ ଯିବାକୁ ହେବ । ସେହି ଘର ସହିତ ତ ସାରା ଦୁନିଆର ସ୍ନେହ ରହିଛି
। ମୁକ୍ତିଧାମ ଯିବାକୁ ତ ସମସ୍ତେ ଚାହୁଁଛନ୍ତି କିନ୍ତୁ ତା’ର ଅର୍ଥ ବୁଝୁନାହାଁନ୍ତି ।
ମନୁଷ୍ୟମାନଙ୍କର ବୁଦ୍ଧି ଏବଂ ତୁମର ବୁଦ୍ଧିରେ କେତେ ଫରକ ରହିଛି । ପୁରୁଷାର୍ଥର କ୍ରମାନୁସାରେ
ତୁମର ସ୍ୱଚ୍ଛ ବୁଦ୍ଧି ହେଉଛି । ସାରା ବିଶ୍ୱର ଆଦି-ମଧ୍ୟ-ଅନ୍ତର ଜ୍ଞାନ ତୁମ ପାଖରେ ବହୁତ ଭଲ
ଭାବରେ ଅଛି । ତୁମେମାନେ ଜାଣିଛ ଆମକୁ ଏବେ ପୁରୁଷାର୍ଥ କରି ନରରୁ ନାରାୟଣ ହେବାକୁ ପଡିବ । ଏଠାରୁ
ତ ପ୍ରଥମେ ଆମେ ନିଜର ଘରକୁ ଯିବୁ ନା । ତେଣୁ ଖୁସିରେ ଯିବାକୁ ହେବ । ଯେପରି ସତ୍ୟଯୁଗରେ
ଦେବତାମାନେ ଖୁସିରେ ଗୋଟିଏ ଶରୀର ଛାଡି, ଅନ୍ୟ ଏକ ଶରୀର ନେଉଥିଲେ, ସେହିପରି ଏହି ପୁରୁଣା ଶରୀରକୁ
ମଧ୍ୟ ଖୁସିରେ ଛାଡିବାକୁ ହେବ । ଏଥିପ୍ରତି ବିରକ୍ତ ହେବା ଉଚିତ୍ ନୁହେଁ କାହିଁକି ନା ଏହା ବହୁତ
ମୂଲ୍ୟବାନ ଶରୀର ଅଟେ । ଏହି ଶରୀର ଦ୍ୱାରା ହିଁ ଆତ୍ମାକୁ ବାବାଙ୍କଠାରୁ ଲଟେରୀ ମିଳୁଛି । ଯେ
ପର୍ଯ୍ୟନ୍ତ ପବିତ୍ର ନ ହୋଇଛ ସେ ପର୍ଯ୍ୟନ୍ତ ଘରକୁ ଯାଇପାରିବ ନାହିଁ । ଯୋଗବଳ ଆଧାରରେ ପାପର ବୋଝ
ଚୁକ୍ତ ହେବ । ନଚେତ୍ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ । ପବିତ୍ର ମଧ୍ୟ ନିଶ୍ଚିତ ଭାବରେ ହେବାକୁ
ପଡିବ । ଲୌକିକ ସମ୍ବନ୍ଧରେ ମଧ୍ୟ ପିଲାମାନେ କୌଣସି ଘୂଣ୍ୟ ପତିତ କାର୍ଯ୍ୟ କଲେ ବାପା କ୍ରୋଧିତ
ହୋଇ ମାଡ ମାରିଥା’ନ୍ତି କାହିଁକି ନା ବେକାଇଦା ଚାଲିଚଳନ ଦ୍ୱାରା ପତିତ ହୋଇଥାଆନ୍ତି । କାହା
ସହିତ ବେକାଇଦା ସ୍ନେହ ରଖିଲେ ମାତା-ପିତାଙ୍କୁ ଭଲ ଲାଗେ ନାହିଁ । ସେହିପରି ଏହି ବେହଦର ବାବା
ମଧ୍ୟ କହୁଛନ୍ତି ତୁମକୁ ଏହି ପୁରୁଣା ଦୁନିଆରେ ରହିବାର ନାହିଁ । ଏବେ ତୁମକୁ ନୂଆ ଦୁନିଆକୁ
ଯିବାକୁ ହେବ । ସେଠାରେ କେହି ବିକାରୀ ପତିତ ରହିବେ ନାହିଁ । ଏକମାତ୍ର ପତିତ-ପାବନ ବାବା ହିଁ ଆସି
ତୁମକୁ ଏହିଭଳି ପବିତ୍ର କରୁଛନ୍ତି । ବାବା ସ୍ୱୟଂ କହୁଛନ୍ତି ମୋର ଜନ୍ମ ଦିବ୍ୟ ଏବଂ ଅଲୌକିକ ଅଟେ,
ଆଉ କୌଣସି ବି ଆତ୍ମା ମୋ ଭଳି ଶରୀରରେ ପ୍ରବେଶ କରିପାରିବେ ନାହିଁ । ଯଦିଓ ଯେଉଁ ସବୁ
ଧର୍ମସ୍ଥାପକମାନେ ଆସୁଛନ୍ତି ତାଙ୍କର ଆତ୍ମା ମଧ୍ୟ ଅନ୍ୟ ଶରୀରରେ ପ୍ରବେଶ କରୁଛି କିନ୍ତୁ ସେ କଥା
ଭିନ୍ନ ଅଟେ । ମୁଁ ତ ସମସ୍ତଙ୍କୁ ଘରକୁ ଫେରାଇ ନେବା ପାଇଁ ଆସୁଛି । ଧର୍ମସ୍ଥାପକମାନେ ତ ନିଜର
ଅଭିନୟ କରିବା ପାଇଁ ଧରାପୃଷ୍ଠକୁ ଆସନ୍ତି । ମୁଁ ତ ସମସ୍ତଙ୍କୁ ଘରକୁ ନେଇଯିବି । ଏକଥା ମଧ୍ୟ
କହୁଛି, ତୁମେମାନେ କିପରି ପ୍ରଥମେ ନୂଆ ଦୁନିଆକୁ ଯିବ । ସେହି ନୂଆ ଦୁନିଆ ସତ୍ୟଯୁଗରେ କେହି ବି
ବିକାରୀ ରହିବେ ନାହିଁ । ବାବା ତ ବିକାରୀମାନଙ୍କ ଗହଣରେ ଆସି ତୁମକୁ ହଂସ କରୁଛନ୍ତି । ତୁମେମାନେ
ଏବେ ହଂସ ହୋଇ ମୋତି ସଂଗ୍ରହ କରୁଛ । ସତ୍ୟଯୁଗରେ ତୁମକୁ ଏହି ଜ୍ଞାନ ରତ୍ନ ମିଳିବ ନାହିଁ । ଏଠାରେ
ତୁମମାନେ ଏହି ଜ୍ଞାନ ରତ୍ନକୁ ଧାରଣ କରି ହଂସ ହେଉଛ । ତୁମେ ବଗରୁ ହଂସ କିପରି ହେଉଛ, ଏ କଥା
ମଧ୍ୟ ବାବା ବୁଝାଉଛନ୍ତି । ବାବା ଏବେ ତୁମକୁ ହଂସ ସଦୃଶ କରୁଛନ୍ତି । ଦେବତାମାନଙ୍କୁ ହଂସ,
ଅସୁରମାନଙ୍କୁ ବଗ କୁହାଯିବ । ଏବେ ତୁମେମାନେ ଅଜ୍ଞାନତାକୁ ଛାଡି ଜ୍ଞାନ ଧାରଣ କରୁଛ ।
ତୁମକୁ ହିଁ ପଦମାପଦମ
ଭାଗ୍ୟଶାଳୀ ବୋଲି କହୁଛନ୍ତି । ତୁମର ପ୍ରତି ପାଦରେ ପଦ୍ମର ରୋଜଗାର ହେଉଛି । ଶିବବାବାଙ୍କର ତ
ପାଦ ନାହିଁ ଯାହାଦ୍ୱାରା ପଦମ ପ୍ରାପ୍ତ ହେବ । ସିଏ ତ ତୁମକୁ ପଦମାପଦମ ଭାଗ୍ୟଶାଳୀ କରୁଛନ୍ତି ।
ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ବିଶ୍ୱର ମାଲିକ କରିବା ପାଇଁ ଆସିଛି । ଏସବୁ କଥା ଭଲ ଭାବରେ
ବୁଝିବାକୁ ହେବ । ମନୁଷ୍ୟମାନେ ଏକଥା ଜାଣିଛନ୍ତି ଯେ, ସ୍ୱର୍ଗ ଥିଲା କିନ୍ତୁ କେବେ ଥିଲା ପୁଣି
କିପରି ହେବ, ଏ କଥା ଜାଣି ନାହାଁନ୍ତି । ତୁମକୁ ଏବେ ଜ୍ଞାନର ଆଲୋକ ମିଳିଛି । ସେମାନେ ସମସ୍ତେ
ଅନ୍ଧକାରରେ ଅଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ କେବେ ଓ କିପରି ହୋଇଥିଲେ, ଏ କଥା
ଜାଣି ନାହାଁନ୍ତି । ଏହା ୫ ହଜାର ବର୍ଷର କଥା । ବାବା ବସି ବୁଝାଉଛନ୍ତି, ଯେପରି ତୁମେମାନେ
ଅଭିନୟ କରିବା ପାଇଁ ଆସୁଛ, ସେହିପରି ମୁଁ ମଧ୍ୟ ଆସୁଛି । ତୁମେମାନେ ମୋତେ ନିମନ୍ତ୍ରଣ ଦେଇ
ଡାକୁଛ - ହେ ବାବା, ଆମେ ପତିତ, ଆପଣ ଆସି ଆମକୁ ପବିତ୍ର କରନ୍ତୁ । ଆଉ କାହାକୁ ବି ଏପରି କେବେ
କହିବେ ନାହିଁ, ନିଜର ଧର୍ମସ୍ଥାପକଙ୍କୁ ମଧ୍ୟ ଏପରି କହିବେ ନାହିଁ ଯେ ଆସି ସମସ୍ତଙ୍କୁ ପବିତ୍ର
କର । ଖ୍ରୀଷ୍ଟ ଏବଂ ବୁଦ୍ଧଙ୍କୁ କ’ଣ ପତିତ-ପାବନ କୁହାଯିବ କି! ଗୁରୁ ତାଙ୍କୁ କୁହାଯିବ ଯିଏ
ସମସ୍ତଙ୍କର ସଦ୍ଗତି କରିଥା’ନ୍ତି । ପ୍ରଥମେ ସିଏ ଆସୁଛନ୍ତି । ତାଙ୍କ ପରେ ସମସ୍ତଙ୍କୁ ତଳକୁ
ଆସିବାକୁ ହିଁ ହେବ । ଘରକୁ ଫେରିବାର ମାର୍ଗଦର୍ଶକ, ସମସ୍ତଙ୍କର ସଦ୍ଗତିଦାତା, ଅକାଳମୂରତ
ଏକମାତ୍ର ବାବା ହିଁ ଅଟନ୍ତି । ବାସ୍ତବରେ ସତଗୁରୁ ଅକ୍ଷର ହିଁ ଠିକ୍ । ତୁମମାନଙ୍କଠାରୁ ସଠିକ୍
ଶବ୍ଦ ତ ଶିଖ୍ମାନେ କହୁଛନ୍ତି । ବଡ ପାଟିରେ କହୁଛନ୍ତି - ସତଗୁରୁ ଅକାଳ । ସେମାନେ ବହୁତ ଜୋରରେ
ଧୁନ୍ ଲଗାଇ ସତଗୁରୁ ଅକାଳମୂରତ କହିଥା’ନ୍ତି । ସାକାର ମୁର୍ତ୍ତି ଅର୍ଥାତ୍ ସାକାର ଶରୀର ନାହିଁ
ତେବେ ସତଗତି କିପରି କରିବେ? ଏହି ସତଗୁରୁ ସ୍ୱୟଂ ଆସି ନିଜର ପରିଚୟ ଦେଉଛନ୍ତି - ମୁଁ ତୁମ ଭଳି
ଜନ୍ମ ନେଉନାହିଁ । ଅନ୍ୟ ଯେଉଁମାନେ ଶୁଣାଉଛନ୍ତି ସେମାନେ ଶରୀରଧାରୀ ଅଟନ୍ତି । ତୁମକୁ ଅଶରୀରୀ
ଆତ୍ମାର ପିତା ବସି ବୁଝାଉଛନ୍ତି । ଏଥିରେ ରାତି-ଦିନର ଫରକ ରହିଛି । ଏହି ସମୟରେ ମନୁଷ୍ୟ ଯାହା
କିଛି କରୁଛନ୍ତି ସବୁ ଭୁଲ୍ ହିଁ କରୁଛନ୍ତି କାହିଁକି ନା ରାବଣ ମତରେ ଚାଲୁଛନ୍ତି । ସମସ୍ତଙ୍କ
ଭିତରେ ୫ ବିକାର ରହିଛି, ବର୍ତ୍ତମାନ ରାବଣ ରାଜ୍ୟ ଚାଲିଛି । ଏହି କଥା ବିସ୍ତାରରେ ବାବା ବସି
ବୁଝାଉଛନ୍ତି । ନଚେତ୍ ସାରା ଦୁନିଆର ଚକ୍ର ବିଷୟରେ କିପରି ଜଣାପଡିବ । ଏହି ଚକ୍ର କିପରି ଘୂରୁଛି,
ଜାଣିବା ଦରକାର ନା । ତୁମେମାନେ ଏକଥା ମଧ୍ୟ କହୁନାହଁ ଯେ ବାବା ଆମକୁ ବୁଝାଅ । ବାବା ସ୍ୱତଃ
ବୁଝାଉଛନ୍ତି । ତୁମର କୌଣସି ପ୍ରଶ୍ନ ପଚାରିବା ଦରକାର ନାହିଁ । ଭଗବାନ ତ ପିତା ଅଟନ୍ତି ।
ବାବାଙ୍କର କାମ ହେଲା, ସବୁ କିଛି ସ୍ୱତଃ ଶୁଣାଇବା, ସ୍ୱତଃ ସବୁ କିଛି କରିବା । ବାପା
ପିଲାମାନଙ୍କୁ ସ୍ୱତଃ ସ୍କୁଲ ପଠାଇଥା’ନ୍ତି । ଚାକିରୀ କରାଇଥା’ନ୍ତି ପୁଣି ତାଙ୍କୁ କହନ୍ତି ୬୦
ବର୍ଷ ପରେ ଏସବୁ ଛାଡି ଭଗବାନଙ୍କର ଭଜନ କରି, ବେଦ-ଶାସ୍ତ୍ର ଆଦି ପଢି, ପୂଜା କରିବାକୁ ହେବ ।
ତୁମେମାନେ ଅଧାକଳ୍ପ ପୂଜାରୀ ହୋଇଥିଲ ପୁଣି ଅଧାକଳ୍ପ ପାଇଁ ପୂଜ୍ୟ ହେଉଛ । ତୁମେ କିପରି ପୁଣି
ପବିତ୍ର ହେବ, ସେଥିପାଇଁ କେତେ ସହଜ ଭାବରେ ବୁଝାଯାଉଛି । ତୁମେ ପୁଣି ଭକ୍ତି କରିବା ବିଲକୁଲ୍
ଛାଡିଦେଉଛ । ସେମାନେ ସମସ୍ତେ ଭକ୍ତି କରୁଛନ୍ତି, ତୁମେମାନେ ଜ୍ଞାନ ନେଉଛ । ସେମାନେ ରାତ୍ରିରେ
ଅଛନ୍ତି, ତୁମେ ଦିନ ଅର୍ଥାତ୍ ସ୍ୱର୍ଗକୁ ଯାଉଛ । ଗୀତାରେ ମନମନାଭବ ଲେଖାଯାଇଛି, ଏହି ଅକ୍ଷର
ମଧ୍ୟ ପ୍ରସିଦ୍ଧ ଅଟେ । ଯେଉଁମାନେ ଗୀତା ପଢିଛନ୍ତି ସେହିମାନେ ବୁଝିପାରିବେ, ବହୁତ ସହଜ ଲେଖା
ଯାଇଛି । ସାରା ଜୀବନ ତୁମେମାନେ ଗୀତା ପଢିଆସିଛ, କିଛି ବି ବୁଝୁନାହଁ । ଏବେ ସେହି ଗୀତାର ଭଗବାନ
ବସି ଶିଖାଉଛନ୍ତି, ତେଣୁ ତୁମେ ପତିତରୁ ପାବନ ହୋଇଯାଉଛ । ଏବେ ଆମେ ଭଗବାନଙ୍କଠାରୁ ଗୀତା ଶୁଣୁଛୁ
ପୁଣି ଅନ୍ୟମାନଙ୍କୁ ଶୁଣାଇ ସେମାନଙ୍କୁ ପାବନ କରୁଛୁ । ଶିବବାବାଙ୍କର ମହାବାକ୍ୟ ରହିଛି ନା - ଏହା
ହେଉଛି ସହଜ ରାଜଯୋଗ । ମନୁଷ୍ୟମାନେ କେତେ ଅନ୍ଧଶ୍ରଦ୍ଧାରେ ବୁଡିରହିଛନ୍ତି । ତୁମର କଥାକୁ ଶୁଣୁ
ହିଁ ନାହାଁନ୍ତି । ଡ୍ରାମା ଅନୁସାରେ ସେମାନଙ୍କର ଯେତେବେଳେ ଭାଗ୍ୟ ଖୋଲିବ ସେତେବେବେଳେ ହିଁ ତୁମ
ପାଖକୁ ଆସିବେ । ତୁମ ପରି ଭାଗ୍ୟ ଆଉ କୌଣସି ଧର୍ମାବଲମ୍ବୀଙ୍କର ହୋଇପାରିବ ନାହିଁ । ବାବା
ବୁଝାଉଛନ୍ତି - ତୁମର ଏହି ଦେବୀ-ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ । ତୁମେମାନେ ଜାଣୁଛ - ବାବା
ଠିକ୍ କହୁଛନ୍ତି । ଶାସ୍ତ୍ରରେ ସେଠାରେ ମଧ୍ୟ କଂସ-ରାବଣ ଆଦି ଥିବାର ଦର୍ଶାଇଛନ୍ତି । ସେଠାକାର
ସୁଖ ବିଷୟରେ ତ କେହି ବି ଜାଣିନାହାଁନ୍ତି । କାହାକୁ ଜଣା ନାହିଁ । ଯଦିଓ ଦେବତାମାନଙ୍କୁ ପୂଜା
କରୁଛନ୍ତି କିନ୍ତୁ ବୁଦ୍ଧିରେ କିଛି ହେଲେ ପଶୁନାହିଁ । ଏବେ ବାବା କହୁଛନ୍ତି - ପିଲାମାନେ, ମୋତେ
ମନେପକାଉଛ? ତୁମେ ଏପରି କେବେ ଶୁଣିଛ ପିତା କେବେ ପୁତ୍ରକୁ କହିବ ଯେ, ବାପା ପିଲାକୁ କହିବେ ଯେ
ତୁମେ ମୋତେ ମନେ ପକାଅ । ଲୌକିକ ପିତା କେବେ ଏଭଳି ମନେ ପକାଇବାର ପୁରୁଷାର୍ଥ କରାଇଥା’ନ୍ତି କି?
ଏହା କେବଳ ବେହଦର ବାବା ବସି ବୁଝାଉଛନ୍ତି । ତୁମେ ସାରା ବିଶ୍ୱର ଆଦି-ମଧ୍ୟ-ଅନ୍ତକୁ ଜାଣି
ଚକ୍ରବର୍ତ୍ତୀ ରାଜା ହୋଇଯିବ । ପ୍ରଥମେ ତୁମେ ନିଜର ଘରକୁ ଯିବ, ପୁଣି ପାର୍ଟଧାରୀ ହୋଇ ଆସିବ ।
ଏକଥା କେହି ବି ଜାଣିପାରିବେ ନାହିଁ ଯେ, ଇଏ ପରମଧାମରୁ ପ୍ରଥମେ ଆସିଥିବା ଆତ୍ମା ନା ଆଗରୁ
ଆସିଥିବା ଆତ୍ମା । ନୂଆ ଆସିଥିବା ଆତ୍ମାର ନାମ ନିଶ୍ଚିତ ପ୍ରସିଦ୍ଧ ହୋଇଥାଏ । ଏବେ ମଧ୍ୟ ଦେଖ
କାହାର-କାହାର ନାମ କେତେ ପ୍ରସିଦ୍ଧ ହେଉଛି । ଢେର ମନୁଷ୍ୟ ଏଠାକୁ ଆସୁଛନ୍ତି, ବିନା ପରିଶ୍ରମରେ
ଅନାୟସ ହିଁ ଆସିଯା’ନ୍ତି । ତାହାର ପ୍ରଭାବ ପଡୁଛି । ବାବା ମଧ୍ୟ ଏହାଙ୍କ ଶରୀରରେ ଅଚାନକ ହିଁ
ଆସୁଛନ୍ତି ତେଣୁ ସେହି ପ୍ରଭାବ ରହୁଛି । ପରମଧାମରୁ ନୂଆ ଆତ୍ମା ଆସିଲେ ପୁରୁଣା ଆତ୍ମାମାନଙ୍କ
ଉପରେ ତା’ର ପ୍ରଭାବ ପଡିଥାଏ । ଶାଖା-ପ୍ରଶାଖା ହେଲେ ପୁଣି ତାଙ୍କର ବି ମହିମା ହୋଇଥାଏ । କାହାକୁ
ଜଣା ପଡେ ନାହିଁ ଯେ, ସେହି ଆତ୍ମାଙ୍କର ନାମ କାହିଁକି ପ୍ରସିଦ୍ଧ ହେଉଛି? ନୂଆ ଆତ୍ମା ହୋଇଥିବା
କାରଣରୁ ତାଙ୍କ ପ୍ରତି ଆକର୍ଷିତ ହୋଇଥା’ନ୍ତି । ଏବେ ଦେଖ ଅଗଣିତ ନକଲି ଭଗବାନ ହୋଇଗଲେଣି,
ସେଥିପାଇଁ ଗାୟନ ରହିଛି ସତ୍ୟର ଡଙ୍ଗା ହଲଚଲ ହେବ କିନ୍ତୁ ବୁଡିବ ନାହିଁ । ତୁଫାନ ମଧ୍ୟ ବହୁତ
ଆସୁଛି କାହିଁକି ନା ଭଗବାନ ନାଉରିଆ ଅଟନ୍ତି । ପିଲାମାନେ ମଧ୍ୟ ହଲଚଲ ହେଉଛନ୍ତି, ତାଙ୍କର ଜୀବନ
ରୂପୀ ନୌକା ପ୍ରତି ବହୁତ ବିଘ୍ନ ଆସୁଛି । ଅନ୍ୟ ସବୁ ସତସଙ୍ଗକୁ ଢେର ଯାଉଛନ୍ତି କିନ୍ତୁ ସେଠାରେ
କେବେ ବିଘ୍ନ ଆଦିର କଥା ନ ଥାଏ । ଏଠାରେ ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି କିନ୍ତୁ
ସ୍ଥାପନା ତ ହେବାର ଅଛି ନା । ବାବା ବସି ବୁଝାଉଛନ୍ତି - ହେ ଆତ୍ମାମାନେ, ତୁମେମାନେ ଜଙ୍ଗଲର
କଣ୍ଟା ସଦୃଶ ହୋଇଯାଇଛ । ଅନ୍ୟମାନଙ୍କୁ ଦୁଃଖ ଦେଉଛ ତେଣୁ ତୁମେମାନେ ମଧ୍ୟ ଦୁଃଖୀ ହେଉଛ ।
ପ୍ରତ୍ୟେକ କଥାର ତ ପ୍ରତିତ୍ତ୍ୟୁର ମିଳିଥାଏ । ସେଠାରେ ଦୁଃଖ ବା ବିକାରର କୌଣସି କଥା ରହିବ ନାହିଁ
ସେଥିପାଇଁ ତାକୁ ସ୍ୱର୍ଗ କୁହାଯାଉଛି । ମନୁଷ୍ୟ ସ୍ୱର୍ଗ ଏବଂ ନର୍କ ବୋଲି କହୁଛନ୍ତି କିନ୍ତୁ
ବୁଝିପାରୁ ନାହାଁନ୍ତି । କହୁଛନ୍ତି - ଅମୁକ ସ୍ୱର୍ଗକୁ ଗଲା, ବାସ୍ତବରେ ଏକଥା କହିବା ମଧ୍ୟ ଭୁଲ
। ନିରାକାରୀ ଦୁନିଆକୁ ସ୍ୱର୍ଗ ବୋଲି କୁହାଯିବ ନାହିଁ । ତାହା ହେଲା ମୁକ୍ତିଧାମ, କିନ୍ତୁ
ଲୋକମାନେ ସ୍ୱର୍ଗକୁ ଗଲା ବୋଲି କହୁଛନ୍ତି ।
ଏବେ ତୁମେମାନେ ଜାଣୁଛ -
ଏହି ମୁକ୍ତିଧାମ ଆତ୍ମାମାନଙ୍କର ଘର, ଯେପରି କି ଏଠାରେ ଆମର ଘର ରହିଛି । ଭକ୍ତିମାର୍ଗରେ
ଯେଉଁମାନେ ବହୁତ ଧନବାନ୍ ହୋଇଥା’ନ୍ତି ସେମାନେ କେତେ ଉଚ୍ଚ ମନ୍ଦିର ତିଆରି କରନ୍ତି । ଶିବଙ୍କର
ମନ୍ଦିର ଦେଖ କେତେ ସୁନ୍ଦର ତିଆରି ହୋଇଛି । ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିରରେ କେତେ ଅଳଙ୍କାର ଆଦି
ରହିଛି । ବହୁତ ଧନ ରହିଛି । ଏବେ ତ ବହୁତ ନକଲି ହୋଇଗଲାଣି । ତୁମେ ମଧ୍ୟ ଆଗରୁ କେତେ ଖାଣ୍ଟି
ସୁନାର ଅଳଙ୍କାର ପିନ୍ଧୁଥିଲ । ଏବେ ସରକାରଙ୍କର ଭୟରେ ସୁନା ଅଳଙ୍କାର ଲୁଚାଇ ଇମିଟେସନ୍
ପିନ୍ଧୁଛନ୍ତି । ସତ୍ୟଯୁଗରେ ତ କେବଳ ଖାଣ୍ଟିସୁନାର ଅଳଙ୍କାର ରହିବ । କିଛି ବି ନକଲି ରହିବ ନାହିଁ
। ଏଠାରେ ଖାଣ୍ଟି ସୁନାର ଅଳଙ୍କାର ଥିଲେ ମଧ୍ୟ ଲୁଚାଇ ରଖିଦେଉଛନ୍ତି । ଦିନକୁ ଦିନ ସୁନା ବହୁତ
ମହଙ୍ଗା ହୋଇଚାଲିଛି । ତାକୁ ତ ସ୍ୱର୍ଗ କୁହାଯିବ । ସେଠାରେ ତୁମକୁ ସବୁକିଛି ନୂଆ ମିଳିବ । ନୂଆ
ଦୁନିଆରେ ସବୁକିଛି ନୂଆ, ଅସରନ୍ତି ଧନ ରହିବ । ଏବେ ଦେଖ ପ୍ରତ୍ୟେକ ଜିନିଷ କେତେ ମହଙ୍ଗା
ହୋଇଗଲାଣି । ଏବେ ତୁମମାନଙ୍କୁ ବ୍ରହ୍ମଲୋକରୁ ଆରମ୍ଭ କରି ସବୁ ରହସ୍ୟ ବୁଝାଯାଇଛି । ବ୍ରହ୍ମଲୋକର
ରହସ୍ୟକୁ ବାବାଙ୍କ ବିନା ଆଉ କିଏ ବୁଝାଇପାରିବ! ତୁମକୁ ମଧ୍ୟ ପୁଣି ଟିଚର ହେବାକୁ ପଡିବ । ଯଦିଓ
ଗୃହସ୍ଥରେ ରହୁଛି କିନ୍ତୁ କମଳ ପୁଷ୍ପ ସମାନ ପବିତ୍ର ହୋଇ ରୁହ । ତୁମେ ଅନ୍ୟମାନଙ୍କୁ ମଧ୍ୟ ନିଜ
ସମାନ କରି ଗଢିଲେ ବହୁତ ଉଚ୍ଚ ପଦ ପାଇପାରିବ । ଏଠାରେ ରହୁଥିବା ପିଲାମାନଙ୍କଠାରୁ ମଧ୍ୟ ଉଚ୍ଚ ପଦ
ପାଇପାରିବ । କ୍ରମାନୁସାରେ ତ ରହିବେ କିନ୍ତୁ ବାହାରେ ରହି ମଧ୍ୟ ବିଜୟ ମାଳାରେ ଆସିପାରିବେ । ୭
ଦିନର କୋର୍ସ କରି ବିଦେଶକୁ ଯାଅ ଅଥବା ଯୁଆଡେ ଯାଅ । ସାରା ଦୁନିଆକୁ ମଧ୍ୟ ସନ୍ଦେଶ ମିଳିବା
ଦରକାର । ବାବା ଆସି କହୁଛନ୍ତି - କେବଳ ମୋତେ ମନେ ପକାଅ । ବାବା ହିଁ ଆମର ମୁକ୍ତିଦାତା, ପଥ
ପ୍ରଦର୍ଶକ ଅଟନ୍ତି । ସେଠାକୁ ତୁମେମାନେ ଗଲେ ଖବରକାଗଜ ମାଧ୍ୟମରେ ମଧ୍ୟ ନାମ ବହୁତ ବିଖ୍ୟାତ
ହୋଇଯିବ । ଅନ୍ୟମାନଙ୍କୁ ମଧ୍ୟ ଏକଥା ବହୁତ ସହଜ ଲାଗିବ - ଆତ୍ମା ଏବଂ ଶରୀର ଦୁଇଟି ଜିନିଷ ।
ଆତ୍ମାରେ ହିଁ ମନ-ବୁଦ୍ଧି ରହିଛି, ଶରୀର ତ ଜଡ ଅଟେ । ଆତ୍ମା ହିଁ ପାର୍ଟ କରୁଛି । ତେଣୁ
ମହତ୍ୱପୂର୍ଣ୍ଣ ଜିନିଷ ଆତ୍ମା ହିଁ ଅଟେ । ତେଣୁ ଏବେ ବାବାଙ୍କୁ ମନେ ପକାଇବାକୁ ହେବ । ଯେଉଁମାନେ
ଏଠାରେ ରହୁଛନ୍ତି ସେମାନେ ଏତେ ଯୋଗ କରୁନାହାଁନ୍ତି, ଯେତିକି ବାହାରେ ରହୁଥିବା ପିଲାମାନେ
କରୁଛନ୍ତି । ଯେଉଁମାନେ ବହୁତ ଯୋଗଯୁକ୍ତ ହୋଇ ରହୁଛନ୍ତି ଅନେକଙ୍କୁ ନିଜ ସମାନ କରୁଛନ୍ତି,
କଣ୍ଟାକୁ ଫୁଲ କରୁଛ’ନ୍ତି, ସେମାନେ ଉଚ୍ଚପଦ ପାଇବେ । ତୁମେମାନେ ଜାଣିଛ ଯେ ଆମେ ମଧ୍ୟ ଆଗରୁ
କଣ୍ଟା ସମାନ ଥିଲୁ । ଏବେ ବାବା ଅଧ୍ୟାଦେଶ ଜାରି କରୁଛନ୍ତି - କାମ ମହାଶତ୍ରୁ ଅଟେ, ଏହା ଉପରେ
ବିଜୟ ପ୍ରାପ୍ତ କରିଲେ ତୁମେମାନେ ଜଗତଜିତ୍ ହୋଇଯିବ । କିନ୍ତୁ ଲେଖି ଦେଲେ କ’ଣ କେହି ବୁଝୁଛନ୍ତି
କି! ଏବେ ବାବା ସବୁ କିଛି ବୁଝାଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସଦାସର୍ବଦା
ଜ୍ଞାନ ରୂପୀ ରତ୍ନର ଭୋଜନ କରୁଥିବା ହଂସ ହେବାକୁ ପଡିବ । ସର୍ବଦା ମୋତି ହିଁ ଗ୍ରହଣ କରିବାକୁ
ହେବ । ଅଳିଆ ଆବର୍ଜନାକୁ ଦୂରେଇ ଦେବାକୁ ହେବ । ପ୍ରତି ପାଦରେ ପଦ୍ମର ରୋଜଗାର ଜମା କରି
ପଦ୍ମାପଦ୍ମ ଭାଗ୍ୟଶାଳୀ ହେବାକୁ ପଡିବ ।
(୨) ଉଚ୍ଚ ପଦ ପାଇବା
ପାଇଁ ଟୀଚର ହୋଇ ବହୁତ ଆତ୍ମାଙ୍କର ସେବା କରିବାକୁ ହେବ । କମଳ ପୁଷ୍ପ ଭଳି ପବିତ୍ର ହୋଇ
ଅନ୍ୟମାନଙ୍କୁ ନିଜ ସମାନ କରିବାକୁ ହେବ । କଣ୍ଟା ଭଳି ଆତ୍ମାମାନଙ୍କୁ ଫୁଲଭଳି କରିବାକୁ ହେବ ।
ବରଦାନ:-
ତୋ’ର ମୋ’ର ର
ହଲଚଲ୍କୁ ସମାପ୍ତ କରି ଦୟାର ଭାବନା ପ୍ରକଟ କରୁଥିବା ଦୟାଳୁ ହୁଅ ।
ଭିନ୍ନ ଭିନ୍ନ ସମୟରେ
ଅନେକ ଆତ୍ମାଙ୍କୁ ଦୁଃଖର ଲହଡିକୁ ସମ୍ମୁଖୀନ କରିବାକୁ ପଡୁଛି । ଯଦି ପ୍ରକୃତରେ ଟିକିଏ ବି ହଲ୍ଚଲ୍
ହୋଇଯାଉଛି ବା କୌଣସି ପ୍ରକାରର ଦୁର୍ବିପାକ ଆସୁଛି ତେବେ ସେଥିରେ ଅନେକ ଆତ୍ମା ଛଟପଟ ହେଉଛନ୍ତି
ଏବଂ ଦୟା ବା କୃପା ଭିକ୍ଷା କରୁଛନ୍ତି । ତେଣୁ ଏହିଭଳି ଆତ୍ମାମାନଙ୍କର ଡାକରାକୁ ଶୁଣି ଦୟାର
ଭାବନା ଜାଗ୍ରତ କର । ନିଜର କୃପାଳୁ ପୂଜ୍ୟ ସ୍ୱରୂପକୁ ଧାରଣ କର । ଯଦି ନିଜକୁ ସମ୍ପନ୍ନ କରିଦେବ
ତେବେ ଦୁଃଖର ଦୁନିଆ ମଧ୍ୟ ସମ୍ପନ୍ନ ଅର୍ଥାତ୍ ସମାପ୍ତ ହୋଇଯିବ । ତେଣୁ ବର୍ତ୍ତମାନ ପରିବର୍ତ୍ତନର
ଶୁଭଭାବନାର ଲହଡି ତୀବ୍ରଗତିରେ ବିଚ୍ଛୁରିତ କର ତେବେ ତୋ’ର ମୋ’ର ର ହଲଚଲ୍ ସମାପ୍ତ ହୋଇଯିବ ।
ସ୍ଲୋଗାନ:-
ବ୍ୟର୍ଥ
ସଂକଳ୍ପର ହାତୁଡିରେ ସମସ୍ୟାର ପଥରକୁ ଭାଙ୍ଗିବା ପରିବର୍ତ୍ତେ ହାଇଜମ୍ପ ଦେଇ ସମସ୍ୟାର ପାହାଡକୁ
ଅତିକ୍ରମ କରିବାବାଲା ହୁଅ ।