03.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସତ୍ୟ
ପଣ୍ଡା ତୁମମାନଙ୍କୁ ସତ୍ୟ ଯାତ୍ରା ଶିଖାଇବା ପାଇଁ ଆସିଛନ୍ତି, ତୁମର ଯାତ୍ରାରେ ମୁଖ୍ୟ ଧାରଣା
ହେଉଛି ପବିତ୍ରତା, ତେଣୁ ଯୋଗଯୁକ୍ତ ହୁଅ ଏବଂ ପବିତ୍ର ହୁଅ ।”
ପ୍ରଶ୍ନ:-
ତୁମ ଭଳି
ମେସେଞ୍ଜର ଅର୍ଥାତ୍ ସନ୍ଦେଶଦାତା ଅଥବା ପୈଗମ୍ବରଙ୍କର ସନ୍ତାନମାନଙ୍କୁ କେଉଁ କଥା ବ୍ୟତୀତ, ଅନ୍ୟ
କୌଣସି କଥାରେ ଯୁକ୍ତି ତର୍କ କରିବା ଉଚିତ୍ ନୁହେଁ?
ଉତ୍ତର:-
ମେସେଞ୍ଜର ଶିବବାବାଙ୍କର ସନ୍ତାନମାନେ ସମସ୍ତଙ୍କୁ ଏହି ସନ୍ଦେଶ ଦିଅ ଯେ ନିଜକୁ ଆତ୍ମା ମନେ କର
ଏବଂ ବାବାଙ୍କୁ ମନେ ପକାଅ ତେବେ ଏହି ଯୋଗ ଅଗ୍ନି ଦ୍ୱାରା ତୁମର ବିକର୍ମ ବିନାଶ ହୋଇଯିବ । ଏହି
ଚିନ୍ତା ବ୍ୟତୀତ ଅନ୍ୟ କୌଣସି କଥାରେ କିଛି ବି ଫାଇଦା ନାହିଁ । ତୁମକୁ କେବଳ ସମସ୍ତଙ୍କୁ
ବାବାଙ୍କର ପରିଚୟ ଦେବାକୁ ହେବ, ଯାହାଦ୍ୱାରା ସେମାନେ ଆସ୍ତିକ ହେବେ । ଯେତେବେଳେ ରଚୟିତା
ବାବାଙ୍କୁ ଜାଣିଯିବେ, ସେତେବେଳେ ତାଙ୍କର ରଚନାକୁ ଜାଣିବା ସହଜ ହୋଇଯିବ ।
ଗୀତ:-
ହମାରେ ତୀର୍ଥ
ନ୍ୟାରେ ହେଁ...
ଓମ୍ ଶାନ୍ତି ।
ମଧୁର ଆତ୍ମିକ
ସନ୍ତାନମାନେ ଜାଣିଛନ୍ତି ଯେ ଆମେ ସତ୍ୟ ତୀର୍ଥବାସୀ ଅଟୁ । ସତ୍ୟ ପଣ୍ଡା ଏବଂ ଆମେ ଯେଉଁମାନେ କି
ତାଙ୍କର ସନ୍ତାନ ଅଟୁ, ଆମେ ମଧ୍ୟ ସତ୍ୟ ତୀର୍ଥକୁ ଯାଉଛୁ । ଏହା ହେଉଛି ମିଥ୍ୟାଖଣ୍ଡ ଅଥବା ପତିତ
ଖଣ୍ଡ । ଏବେ ସତ୍ୟଖଣ୍ଡ ଅଥବା ପବିତ୍ର ଖଣ୍ଡକୁ ଯାଉଛୁ । ମନୁଷ୍ୟ ଯାତ୍ରା କରିଥାନ୍ତି ନା ।
କେତେକ ଖାସ୍ (ନିର୍ଦ୍ଦିଷ୍ଟ) ଯାତ୍ରା ହୁଏ ସେଠାକୁ କେହି ବି କେତେବେଳେ ଯାଇପାରନ୍ତି । ଏହା
ମଧ୍ୟ ଯାତ୍ରା, ସ୍ୱୟଂ ସତ୍ୟ ପଣ୍ଡା ବାବା ଆସିଲେ ହିଁ ଏଥିରେ ଯାଇ ହୁଏ । ସେ କଳ୍ପ କଳ୍ପର
ସଙ୍ଗମରେ ଆସୁଛନ୍ତି । ଏଥିରେ ଥଣ୍ଡା, ଗରମର କୌଣସି କଥା ନାହିଁ । ନା ଧକ୍କା ଖାଇବାର କଥା ଅଛି ।
ଏହା ହେଉଛି ସ୍ମୃତିର ଯାତ୍ରା । ସେହି ଯାତ୍ରାକୁ ସନ୍ନ୍ୟାସୀମାନେ ମଧ୍ୟ ଯାଇଥାନ୍ତି । ନିଷ୍ଠାପର
ଯାତ୍ରୀ ସର୍ବଦା ପବିତ୍ର ରହିଥା’ନ୍ତି । ତୁମେ ସମସ୍ତେ ଯାତ୍ରା କରୁଛ । ତୁମେ ବ୍ରାହ୍ମଣ ଅଟ ।
ସତ୍ୟ ବ୍ରହ୍ମାକୁମାର କୁମାରୀ କିଏ ଅଟନ୍ତି? ଯିଏ କେବେହେଲେ ବିକାରର ଅଧିନ ହେଉ ନାହାଁନ୍ତି ।
ପୁରୁଷାର୍ଥୀ ତ ନିଶ୍ଚୟ ଅଟ । ମନରେ ସଂକଳ୍ପ ଆସିଲେ ମଧ୍ୟ, ମୁଖ୍ୟ ହେଉଛି ବିକାରର କଥା । କେହି
ଯଦି ପଚାରୁଛନ୍ତି ତୁମ ପାଖରେ ନିର୍ବିକାରୀ ବ୍ରାହ୍ମଣ କେତେ ଜଣ ଅଛନ୍ତି? କୁହ ଏକଥା ପଚାରିବାର
ଆବଶ୍ୟକତା ନାହିଁ । ଏହି କଥାରେ କ’ଣ ଆପଣଙ୍କର ପେଟ ପୂରିବ । ତୁମେ ଯାତ୍ରୀ ହୁଅ, ଯାତ୍ରୀ କେତେ
ଜଣ ଅଛନ୍ତି ଏକଥା ପଚାରିବାରେ କୌଣସି ଫାଇଦା ନାହିଁ । ସତ୍ୟ ଏବଂ ମିଥ୍ୟା ଉଭୟ ବ୍ରାହ୍ମଣ ମଧ୍ୟ
ଅଛନ୍ତି । ଆଜି ଅସଲି ଅଛନ୍ତି, କାଲି ନକଲି ହୋଇଯାଉଛନ୍ତି । ବିକାରଗ୍ରସ୍ତ ହେଲେ ମାନେ ସେ
ବ୍ରାହ୍ମଣ ନୁହଁନ୍ତି । ଯେଉଁ ଶୁଦ୍ର ଥିଲେ ପୁଣି ସେହି ଶୂଦ୍ର ହୋଇଗଲେ । ଆଜି ପ୍ରତିଜ୍ଞା କରି
କାଲି ବିକାରର ଅଧିନ ହୋଇ ଅସୁର ହୋଇଯାଉଛନ୍ତି । ତେବେ ଏହି କଥାସବୁ କେତେ ବସି ବୁଝାଉଥିବି । ଏହା
ଦ୍ୱାରା ପେଟ ଭରିବ ନାହିଁ ଅଥବା ମୁଖ ମିଠା ହେବ ନାହିଁ । ଏଠାରେ ଆମେ ବାବାଙ୍କୁ ମନେ ପକାଉଛୁ ଏବଂ
ବାବାଙ୍କ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣୁଛୁ । ବାକି ଆଉ କୌଣସି କଥାରେ କିଛି ନାହିଁ । କୁହ,
ଏଠାରେ ବାବାଙ୍କୁ ମନେ ପକାଇବା ଶିଖାଯାଉଛି ଏବଂ ମୁଖ୍ୟ ହେଉଛି ପବିତ୍ରତା । ଯିଏ ଆଜି ପବିତ୍ର
ହୋଇ ପୁଣି ଅପବିତ୍ର ହୋଇଯାଉଛନ୍ତି ସେ ବ୍ରାହ୍ମଣ ନୁହଁନ୍ତି । ଏହି ହିସାବ କେତେ ବସି ତୁମକୁ
ଶୁଣାଉଥିବି । ଏପରି ବହୁତ ମାୟାର ତୋଫାନରେ ପଡ଼ି ତଳକୁ ଖସି ଯାଉଛନ୍ତି । ସେଥିପାଇଁ
ବ୍ରାହ୍ମଣମାନଙ୍କର ମାଳା ତିଆରି ହୋଇପାରିବ ନାହିଁ । ଆମେ ତ ପୈଗମ୍ବର ଅଥବା ମେସେଞ୍ଜରଙ୍କର
ସନ୍ତାନ ସମସ୍ତଙ୍କୁ ସନ୍ଦେଶ ଦେଉଛୁ । ନିଜକୁ ଆତ୍ମା ବୁଝି ବାବାଙ୍କୁ ମନେ ପକାଅ ତେବେ ଏହି ଯୋଗ
ଅଗ୍ନି ଦ୍ୱାରା ବିକର୍ମ ବିନାଶ ହେବ । ମନରେ ଏହି ଚିନ୍ତା ରଖ । ବାକି ଲୋକମାନେ ତ ବହୁତ ବହୁତ
ପ୍ରଶ୍ନ ପଚାରିବେ । କେବଳ ଗୋଟିଏ କଥା ବିନା ଅନ୍ୟ କୌଣସି କଥାରେ ଗଲେ ଫାଇଦା ନାହିଁ । ଏଠାରେ ତ
ଏହି କଥା ଜାଣିବାକୁ ହେବ ଯେ ନାସ୍ତିକରୁ ଆସ୍ତିକ, ଅନାଥରୁ ସନାଥ କିପରି ହେବ, ଯାହାକି
ପିତାଙ୍କଠାରୁ ସମ୍ପତ୍ତି ପାଇପାରିବ - ଏହି କଥା ପଚାର, ବାକି ତ ସମସ୍ତେ ପୁରୁଷାର୍ଥୀ ଅଟନ୍ତି ।
ବିକାର ଦ୍ୱାରା ହିଁ ବହୁତ ଫେଲ ହେଉଛନ୍ତି । ଯଦି ବହୁତ ଦିନ ପରେ ସ୍ତ୍ରୀକୁ ଦେଖୁଛନ୍ତି ତେବେ ସେ
କଥା ନ କହିଲେ ଭଲ । କାହାର ମଦ ପିଇବାର ଅଭ୍ୟାସ ଥିଲେ, ତୀର୍ଥକୁ ଗଲେ, ମଦ ଅଥବା ବିଡ଼ିର ଅଭ୍ୟାସ
ଯାହାର ଥିବ ସେସବୁ ସେବନ କରିବା ବିନା ସେ ରହିପାରିବ ନାହିଁ । ଲୁଚାଇ ପିଇଥା’ନ୍ତି । କ’ଣ
କରିପାରିବେ । ବହୁତ ଅଛନ୍ତି ଯିଏକି ସତ୍ୟ କହୁନାହାଁନ୍ତି, ଲୁଚାଇ ଚାଲିଛନ୍ତି ।
ବାବା ସନ୍ତାନମାନଙ୍କୁ
ଉପାୟ ବତାଉଛନ୍ତି ଯେ କିପରି ଚତୁରତାର ସହ ଜବାବ ଦେବା ଉଚିତ୍ । ଏକ ବାବାଙ୍କର ହିଁ ପରିଚୟ ଦେବାକୁ
ହେବ, ଯାହାଦ୍ୱାରା ମନୁଷ୍ୟ ଆସ୍ତିକ ହେବେ । ବାବାଙ୍କୁ ନ ଜାଣିବା ପର୍ଯ୍ୟନ୍ତ କୌଣସି ପ୍ରଶ୍ନ
ପଚାରିବା ହିଁ ନିରର୍ଥକ ଅଟେ । ଏପରି ବହୁତ ଆସୁଛନ୍ତି, ଯିଏ କିଛି ବି ବୁଝୁନାହାଁନ୍ତି । କେବଳ
ଶୁଣୁଛନ୍ତି, ଫାଇଦା କିଛି ହେଲେ ନାହିଁ । ପିଲାମାନେ ବାବାଙ୍କୁ ପତ୍ର ଲେଖୁଛନ୍ତି ହଜାରେ
ଦୁଇହଜାର ଆସି ପ୍ରଦର୍ଶନୀ ବୁଝିଗଲେ କିନ୍ତୁ ସେମାନଙ୍କ ଭିତରୁ ଜଣେ-ଦୁଇଜଣ ବୁଝିବା ପାଇଁ
ଆସୁଛନ୍ତି । ଅମୁକ ଅମୁକ ବଡ଼ ଲୋକମାନେ ଆସୁଛନ୍ତି, ବାବା ବୁଝିଯାଉଛନ୍ତି ଯେ, ସେମାନଙ୍କୁ ଯେଉଁ
ପରିଚୟ ମିଳିବା ଦରକାର ତାହା ମିଳିନାହିଁ । ପୂରା ପରିଚୟ ମିଳିଲେ, ବୁଝିଯିବେ ଇଏ ତ ଠିକ କଥା
କହୁଛନ୍ତି, ଆମ ଆତ୍ମାମାନଙ୍କର ପିତା ପରମପିତା ପରମାତ୍ମା ଅଟନ୍ତି, ସେ ଆମକୁ ପଢାଉଛନ୍ତି ।
କହୁଛନ୍ତି ନିଜକୁ ଆତ୍ମା ବୁଝି ମୋତେ ମନେ ପକାଅ । ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ । ଯିଏ
ପବିତ୍ର ରହୁନାହାଁନ୍ତି, ସିଏ ବ୍ରାହ୍ମଣ ନୁହଁନ୍ତି, ଶୂଦ୍ର ଅଟନ୍ତି । ଏହା ଯୁଦ୍ଧ ଭୂମି ଅଟେ ।
ବୃକ୍ଷ ବଢିବ ଏବଂ ତୋଫାନ ମଧ୍ୟ ଲାଗିବ । ବହୁତ ପତ୍ର ଝଡ଼ିବ । କିଏ ବସି ଗଣନା କରିବ ଯେ ପ୍ରକୃତ
ବ୍ରାହ୍ମଣ କିଏ? ଯିଏ କେବେ ବି ଶୂଦ୍ର ହେଉନାହାଁନ୍ତି, ସିଏ ହିଁ ପ୍ରକୃତ ବ୍ରାହ୍ମଣ ଅଟନ୍ତି ।
ଟିକିଏ ହେଲେ କୁଦୃଷ୍ଟି ନ ଯାଉ, ଅନ୍ତ ସମୟରେ କର୍ମାତୀତ ଅବସ୍ଥା ହେବ । ବହୁତ ଉଚ୍ଚ ଲକ୍ଷ୍ୟ ଅଟେ
। ମନରେ ମଧ୍ୟ ନ ଆସୁ, ଏହି ଅବସ୍ଥା ଅନ୍ତ ସମୟରେ ହେବ । ବର୍ତ୍ତମାନ ସମୟରେ ଜଣଙ୍କର ମଧ୍ୟ ଏପରି
ଅବସ୍ଥା ନାହିଁ । ଏବେ ସମସ୍ତେ ପୁରୁଷାର୍ଥୀ ଅଟନ୍ତି । ବୁଦ୍ଧି ଏକରସ ରହୁ ନାହିଁ । ମୁଖ୍ୟ ହେଉଛି
ଦୃଷ୍ଟିର କଥା । ଆମେ ଆତ୍ମା, ଏହି ଶରୀର ଦ୍ୱାରା ଅଭିନୟ କରୁଛୁ, ଏହି ଅଭ୍ୟାସ ପକ୍କା ହେବା
ଦରକାର । ରାବଣରାଜ୍ୟ ଥିବା ପର୍ଯ୍ୟନ୍ତ, ଯୁଦ୍ଧ ଚାଲିଥିବ । ଶେଷବେଳକୁ କର୍ମାତୀତ ଅବସ୍ଥା ହେବ ।
ଆଗକୁ ଗଲେ ତୁମର ଅନୁଭବ ହେବ, ସବୁ ବୁଝିଯିବ । ଏବେ ତ ବୃକ୍ଷ ବହୁତ ଛୋଟ ଅଛି, ତୋଫାନ ଆସୁଛି,
ପତ୍ର ଝଡ଼ିଯାଉଛି । ଦୁର୍ବଳ ପିଲାମାନେ ଝଡି ପଡୁଛନ୍ତି । ପ୍ରତ୍ୟେକ ନିଜକୁ ପଚାରନ୍ତୁ - ମୋର
ଅବସ୍ଥା କେତେ ଦୂର ଠିକ୍ ଅଛି ? ବାକି ଯେଉଁ ସବୁ ପ୍ରଶ୍ନ ପଚାରୁଛନ୍ତି, ସେସବୁ କଥାରେ ଅଧିକ
ଧ୍ୟାନ ଦିଅ ନାହିଁ । କୁହ, ଆମେ ବାବାଙ୍କ ଶ୍ରୀମତରେ ଚାଲୁଛୁ । ସେହି ବେହଦ ବାବା ଆସି ଅସରନ୍ତି
ସୁଖ ଦେଉଛନ୍ତି ଅଥବା ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ସେଠାରେ କେବଳ ସୁଖ ହିଁ ଥାଏ । ମନୁଷ୍ୟ
ରହୁଥିବା ସ୍ଥାନକୁ ହିଁ ଦୁନିଆ କୁହାଯାଏ । ନିରାକାରୀ ଦୁନିଆରେ ଆତ୍ମାମାନେ ରହିଛନ୍ତି ନା । ଏକଥା
କାହାରି ବୁଦ୍ଧିରେ ନାହିଁ ଯେ ଆତ୍ମା କିପରି ବିନ୍ଦୁ ଅଟେ । ଏ କଥା ମଧ୍ୟ ପ୍ରଥମେ କୌଣସି ନୂଆଙ୍କୁ
ବୁଝାଅ ନାହିଁ । ପ୍ରଥମେ ତ ବୁଝାଇବାକୁ ହେବ - ଅନନ୍ତ ପିତା ଅସରନ୍ତି ସମ୍ପତ୍ତି ଦେଉଛନ୍ତି ।
ଭାରତ ପବିତ୍ର ଥିଲା, ଏବେ ପତିତ ହୋଇଯାଇଛି । କଳିଯୁଗ ପରେ ପୁଣି ସତ୍ୟଯୁଗ ଆସିବ ।
ବି.କେ.ମାନଙ୍କ ବ୍ୟତୀତ, ଅନ୍ୟ କେହି ବି ଏକଥା ବୁଝାଇ ପାରିବେ ନାହିଁ । ଏହା ନୂଆ ରଚନା ଅଟେ ।
ବାବା ପଢାଉଛନ୍ତି - ଏହି ଜ୍ଞାନ ବୁଦ୍ଧିରେ ରହିବା ଦରକାର । କୌଣସି କଷ୍ଟ କଥା ନୁହେଁ, କିନ୍ତୁ
ମାୟା ଭୁଲାଇ ଦେଉଛି, ବିକର୍ମ କରାଇ ଦେଉଛି । ଅଧାକଳ୍ପରୁ ବିକର୍ମ କରିବାର ଅଭ୍ୟାସ ପଡିଯାଇଛି ।
ସେହି ସବୁ ଆସୁରୀ ଅଭ୍ୟାସକୁ ସମାପ୍ତ କରିବାକୁ ହେବ । ବାବା ନିଜେ କହୁଛନ୍ତି - ସମସ୍ତେ
ପରୁଷାର୍ଥୀ ଅଟନ୍ତି । କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ବହୁତ ସମୟ ଲାଗୁଛି ।
ବ୍ରାହ୍ମଣ କେବେ ବିକାରଗ୍ରସ୍ତ ହୁଅନ୍ତି ନାହିଁ । ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରୁ କରୁ
ହାରିଯାଉଛନ୍ତି । ଏହି ସବୁ ପ୍ରଶ୍ନରେ କୌଣସି ଲାଭ ନାହିଁ । ପ୍ରଥମେ ନିଜର ପିତାଙ୍କୁ ମନେ ପକାଅ
। ଆମକୁ ଶିବବାବା କଳ୍ପ ପୂର୍ବ ଭଳି ଆଦେଶ ଦେଇଛନ୍ତି ଯେ ନିଜକୁ ଆତ୍ମା ବୁଝି ମୋତେ ମନେ ପକାଅ ।
ଏହା ସେହି ଲଢେଇ ଅଟେ । ପିତା ଜଣେ ହିଁ ଅଟନ୍ତି, ଶ୍ରୀକୃଷ୍ଣଙ୍କୁ ପିତା କୁହାଯିବ ନାହିଁ ।
ଗୀତାରେ ଶ୍ରୀକୃଷ୍ଣଙ୍କ ନାମ ରଖିଦେଇଛନ୍ତି । ଭୁଲ୍ରୁ ଠିକ୍ ତ ବାବା ହିଁ କରାଉଛନ୍ତି, ସେଥିପାଇଁ
ତ ତାଙ୍କୁ ସତ୍ୟ ବୋଲି କୁହାଯାଉଛି । ବର୍ତ୍ତମାନ ତୁମେ ପିଲାମାନେ ହିଁ ସାରା ସୃଷ୍ଟିର ରହସ୍ୟକୁ
ଜାଣୁଛ । ସତ୍ୟଯୁଗରେ ଦୈବୀ ରାଜବଂଶ ହେବ । ରାବଣ ରାଜ୍ୟରେ ଆସୁରୀ ରାଜବଂଶ ରହିବ । ସଙ୍ଗମଯୁଗକୁ
ସ୍ପଷ୍ଟ ରୂପେ ଦେଖାଇବାକୁ ହେବ, ଏହା ହେଉଛି ପୁରୁଷୋତ୍ତମ ସଙ୍ଗମଯୁଗ । ସେପଟେ ଦେବତା, ଏପଟେ
ଅସୁର । ବାକି ସେମାନଙ୍କର ଲଢେଇ ହେଉନାହିଁ । ତୁମ ବ୍ରାହ୍ମଣମାନଙ୍କର ହିଁ ବିକାର ସହିତ ଲଢେଇ
ହେଉଛି । ଏହାକୁ ମଧ୍ୟ ଲଢେଇ କୁହାଯିବ ନାହିଁ । ସବୁଠାରୁ ମୁଖ୍ୟ ହେଉଛି କାମ ବିକାର, ଏହା
ମହାଶତ୍ରୁ ଅଟେ । ଏହା ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ହିଁ ତୁମେ ଜଗତ୍ଜିତ୍ ହେବ । ଏହି
ବିଷ ନିମନ୍ତେ ହିଁ ଅବଳାମାନେ ମାଡ଼ ଖାଉଛନ୍ତି । ଅନେକ ପ୍ରକାରର ବିଘ୍ନ ପଡ଼ୁଛି । ମୂଳ କଥା ହେଉଛି
ପବିତ୍ରତା । ପରୁଷାର୍ଥ କରି କରି, ତୋଫାନ ଆସି ଆସି ଅନ୍ତିମରେ ତୁମର ବିଜୟ ହୋଇଯିବ । ମାୟା
ଥକିଯିବ । କୁସ୍ତିରେ ଯେଉଁମାନେ ପହିଲମାନ୍ ଥାନ୍ତି ସେମାନେ ତୁରନ୍ତ ସାମ୍ନା କରିଥା’ନ୍ତି ।
ସେମାନଙ୍କର ଧନ୍ଦା ହିଁ ହେଉଛି ଭଲ ଭାବରେ ଲଢି ବିଜୟପ୍ରାପ୍ତ କରିବା । ପହିଲମାନଙ୍କର ବହୁତ
ନାମାଚାର ହୋଇଥାଏ,ପୁରସ୍କାର ମିଳିଥାଏ । ଏହା ତ ତୁମର ଗୁପ୍ତ ଲଢେଇ ଅଟେ ।
ତୁମେ ଜାଣିଛ ଆମେ
ଆତ୍ମାମାନେ ପବିତ୍ର ଥିଲୁ । ଏବେ ଅପବିତ୍ର ହୋଇଯାଇଛୁ, ପୁଣି ପବିତ୍ର ହେବୁ । ଏହି ସନ୍ଦେଶ
ସମସ୍ତଙ୍କୁ ଦେବାକୁ ହେବ । ଅନ୍ୟ କୌଣସି ପ୍ରଶ୍ନ ପଚାରିଲେ, ତୁମକୁ ସେସବୁ କଥାରେ ଅଧିକ ମୁଣ୍ଡ
ଖେଳାଇବାର ନାହିଁ । ତୁମର ତ ଆତ୍ମିକ ଧନ୍ଦା ଅଟେ । ଆମ ଆତ୍ମାମାନଙ୍କ ମଧ୍ୟରେ ବାବା ଜ୍ଞାନ
ଭରିଥିଲେ, ତାପରେ ପ୍ରାରବ୍ଧ ଭୋଗ କଲୁ, ଜ୍ଞାନ ହଜିଗଲା । ଏବେ ପୁଣି ବାବା ଆତ୍ମାରେ ଜ୍ଞାନ
ଭରୁଛନ୍ତି । ବାକି ଏହି ନିଶାରେ ରହି, କୁହ ଯେ ଆମେ ବାବାଙ୍କର ସନ୍ଦେଶ ଦେଉଛୁ - ବାବାଙ୍କୁ ମନେ
ପକାଇଲେ ତୁମର କଲ୍ୟାଣ ହେବ । ତୁମର ଏହା ରୁହାନୀ ଧନ୍ଦା ଅଟେ । ପ୍ରଥମ କଥା ହେଉଛି ବାବାଙ୍କୁ
ଜାଣ । ବାବା ହିଁ ଜ୍ଞାନର ସାଗର ଅଟନ୍ତି । ସେ କୌଣସି ପୁସ୍ତକ ଶୁଣାଉନାହାଁନ୍ତି । ଯେଉଁମାନେ
ଦର୍ଶନ ତତ୍ତ୍ୱରେ ଡିଗ୍ରୀ ହାସଲ କରୁଛନ୍ତି, ସେମାନେ ବହିପତ୍ର ପଢୁଛନ୍ତି । ଭଗବାନ ତ ଜ୍ଞାନର
ସାଗର ଅଟନ୍ତି । ତାଙ୍କ ପାଖରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ସେ କ’ଣ କିଛି ବହି
ପଢିଛନ୍ତି କି? ସେ ତ ସବୁ ବେଦ ଶାସ୍ତ୍ର ଆଦିକୁ ଜାଣିଛନ୍ତି । ବାବା କହୁଛନ୍ତି ତୁମକୁ ଜ୍ଞାନ
ଶୁଣାଇବାର ପାର୍ଟ ମୋର ରହିଛି । ଜ୍ଞାନ ଏବଂ ଭକ୍ତିର ପ୍ରଭେଦ ଆଉ କେହି ବତାଇପାରିବେ ନାହିଁ । ଏହା
ହେଲା ଜ୍ଞାନର ପାଠପଢା । ଭକ୍ତିକୁ ଜ୍ଞାନ କୁହାଯିବ ନାହିଁ । ସମସ୍ତଙ୍କର ସଦ୍ଗତି ଦାତା ଏକ ହିଁ
ବାବା ଅଟନ୍ତି । ବିଶ୍ୱ ଇତିହାସର ପୁନରାବୃତ୍ତି ନିଶ୍ଚୟ ହେବ । ପୁରୁଣା ଦୁନିଆ ପରେ ପୁଣି ନୂଆ
ଦୁନିଆ ନିଶ୍ଚୟ ଆସିବ । ତୁମେ ପିଲାମାନେ ଜାଣିଛ ବାବା ଆମକୁ ପୁନର୍ବାର ପଢାଉଛନ୍ତି । ବାବା
କହୁଛନ୍ତି ମୋତେ ମନେପକାଅ, ସମସ୍ତ ଗୁରୁତ୍ୱ ଏହା ଉପରେ ରହିଛି । ବାବା ଜାଣିଛନ୍ତି ବହୁତ ଭଲ ଭଲ
ନାମୀଗ୍ରାମୀ ସନ୍ତାନମାନେ ମଧ୍ୟ ଏହି ଯୋଗର ଯାତ୍ରାରେ ବହୁତ ଦୁର୍ବଳ ଅଟନ୍ତି ଏବଂ ଯେଉଁମାନେ
ନାମୀଗ୍ରାମୀ ନୁହଁନ୍ତି, ବନ୍ଧନଯୁକ୍ତ, ଗରିବ ସେମାନେ ଅଧିକ ଯୋଗଯୁକ୍ତ ରହିଥା’ନ୍ତି । ପ୍ରତ୍ୟେକ
ନିଜ ମନକୁ ପଚାରନ୍ତୁ - ମୁଁ ବାବାଙ୍କୁ କେତେ ସମୟ ମନେ ପକାଉଛି? ବାବା କହୁଛନ୍ତି - ପିଲାମାନେ,
ଯେତେ ସମ୍ଭବ ତୁମେ ମୋତେ ମନେ ପକାଅ । ଭିତରେ ଭିତରେ ବହୁତ ହର୍ଷିତ ହୋଇ ରୁହ । ଭଗବାନ ପଢାଉଛନ୍ତି
ତେଣୁ କେତେ ଖୁସି ହେବା ଉଚିତ୍ । ବାବା କହୁଛନ୍ତି ତୁମେ ପବିତ୍ର ଆତ୍ମା ଥିଲ, ପୁଣି ଶରୀର ଧାରଣ
କରି ପାର୍ଟ କରି କରି ପତିତ ହୋଇଯାଇଛ । ଏବେ ପୁଣି ପବିତ୍ର ହେବାକୁ ପଡ଼ିବ । ପୁଣି ସେହି ଦୈବୀ
ଅଭିନୟ କରିବାକୁ ହେବ । ତୁମେ ଦୈବୀ ଧର୍ମର ଅଟ ନା । ତୁମେ ହିଁ ୮୪ ଜନ୍ମର ଚକ୍ର ଲଗାଇଛ । ସମସ୍ତ
ସୂର୍ଯ୍ୟବଂଶୀ ମଧ୍ୟ ୮୪ ଜନ୍ମ ନେଉନାହାଁନ୍ତି । ପଛରେ ଆସୁଛନ୍ତି ନା । ନ ହେଲେ ତ ତୁରନ୍ତ ସମସ୍ତେ
ଆସିଯିବେ । ଅମୃତବେଳାରୁ ଉଠି ବୁଦ୍ଧି ଦ୍ୱାରା ବିଚାର ସାଗର ମନ୍ଥନ କଲେ ବୁଝିପାରିବ ।
ପିଲାମାନଙ୍କୁ ହିଁ ବିଚାର ସାଗର ମନ୍ଥନ କରିବାକୁ ପଡ଼ିବ । ଶିବବାବା ତ କରନ୍ତି ନାହିଁ । ସେ ତ
କହୁଛନ୍ତି ଡ଼୍ରାମା ଅନୁସାରେ ଯାହା କିଛି ଶୁଣାଉଛି, ଏପରି ଭାବ ଯେ କଳ୍ପ ପୂର୍ବଭଳି ଯାହା
ବୁଝାଇଥିଲି ତାହା ବୁଝାଇଲି । ମନ୍ଥନ ତୁମେ କରୁଛ । ତୁମକୁ ହିଁ ବୁଝାଇବାକୁ ହେବ, ଜ୍ଞାନ ଦେବାକୁ
ହେବ । ଏହି ବ୍ରହ୍ମା ମଧ୍ୟ ମନ୍ଥନ କରୁଛନ୍ତି । ବି.କେ.ମାନଙ୍କୁ ମନ୍ଥନ କରିବାକୁ ହେବ,
ଶିବବାବାଙ୍କୁ ନୁହେଁ । ମୂଳକଥା ହେଲା କାହା ସହିତ ଅଧିକ କଥା ହୁଅ ନାହିଁ । ଶାସ୍ତ୍ରବାଦୀ ମାନେ
ପରସ୍ପର ମଧ୍ୟରେ ବହୁତ ଯୁକ୍ତିତର୍କ କରିଥା’ନ୍ତି, ତୁମକୁ କାହା ସହ ବାଦ-ବିବାଦ କରିବାର ନାହିଁ ।
ତୁମକୁ କେବଳ ସନ୍ଦେଶ ଦେବାର ଅଛି । ପ୍ରଥମେ କେବଳ ମୁଖ୍ୟ ଗୋଟିଏ କଥା ଉପରେ ବୁଝାଅ ଏବଂ ଲେଖାଅ ।
ପ୍ରଥମେ ଏହି ପାଠପଢାଅ ଯେ ଏଠାରେ କିଏ ପଢାଉଛନ୍ତି, ତାହା ଲେଖ । ଏହି କଥା ତୁମେ ପଛକୁ ରଖୁଥିବାରୁ
ସଂଶୟ ଆସୁଛି । ନିଶ୍ଚୟ ବୁଦ୍ଧି ହୋଇ ନ ଥିବା କାରଣରୁ ବୁଝୁନାହାଁନ୍ତି । କେବଳ ଠିକ୍ କଥା ବୋଲି
କହିଦିଅନ୍ତି । ଏହା ହିଁ ହେଉଛି ପ୍ରଥମ ମୁଖ୍ୟ କଥା ରଚୟିତା ବାବାଙ୍କୁ ବୁଝ ପୁଣି ରଚନାର ରହସ୍ୟ
ବୁଝିବ । ମୁଖ୍ୟ କଥା ଗୀତାର ଭଗବାନ କିଏ? ଏଥିରେ ହିଁ ତୁମର ବିଜୟ ହେବ । ପ୍ରଥମେ ପ୍ରଥମେ କେଉଁ
ଧର୍ମ ସ୍ଥାପନ ହୋଇଥିଲା? ପୁରୁଣା ଦୁନିଆକୁ ନୂଆ ଦୁନିଆ କିଏ କରୁଛନ୍ତି । ବାବା ହିଁ
ଆତ୍ମାମାନଙ୍କୁ ନୂଆ ଜ୍ଞାନ ଶୁଣାଉଛନ୍ତି, ଯାହା ଦ୍ୱାରା ନୂଆ ଦୁନିଆର ସ୍ଥାପନା ହେଉଛି । ତୁମକୁ
ବାବା ଏବଂ ରଚନାର ପରିଚୟ ମିଳୁଛି । ପ୍ରଥମେ-ପ୍ରଥମେ ଅଲଫ୍ (ଶିବାବାବା) ଉପରେ ପକ୍କା କରାଇଲା ପରେ
ବାଦଶାହୀ ତ ରହିଛି । ବାବାଙ୍କଠାରୁ ହିଁ ସମ୍ପତ୍ତି ମିଳୁଛି । ବାବାଙ୍କୁ ଜାଣିଲ ତ ସମ୍ପତ୍ତିର
ହକଦାର ହେଲ । ପିଲା ଜନ୍ମ ହୋଇ ମା ବାବାଙ୍କୁ ଦେଖିଲେ ଏବଂ ବାସ୍ ସବୁ କିଛି ପକ୍କା ହୋଇଯାଏ ।
ମାତା ପିତାଙ୍କ ବିନା ପିଲା ଅନ୍ୟ କାହା ପାଖକୁ ଯାଇନଥାଏ, କାହିଁକି ନା ମା’ଠାରୁ କ୍ଷୀର ଖାଇବାକୁ
ମିଳିଥାଏ । ଏଠାରେ ମଧ୍ୟ ଜ୍ଞାନର କ୍ଷୀର ମିଳୁଛି । ମାତା ପିତା ଅଟନ୍ତି ନା । ଏହା ବହୁତ
ସୂକ୍ଷ୍ମ କଥା, ତୁରନ୍ତ କେହି ବୁଝିପାରିବେ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ସଚ୍ଚା-ସଚ୍ଚା ପବିତ୍ର ବ୍ରାହ୍ମଣ ହେବାକୁ ପଡ଼ିବ, କେବେ ବି ଶୂଦ୍ର ଅର୍ଥାତ୍ ପତିତ ହେବାର ବିଚାର
ମଧ୍ୟ ମନ ଭିତରେ ନ ଆସୁ, ଟିକିଏ ବି କୁଦୃଷ୍ଟି ନ ଯାଉ, ନିଜର ଅବସ୍ଥାକୁ ଏହିଭଳି କରିବାକୁ ହେବ ।
(୨) ବାବା ଯାହାସବୁ ପାଠ
ପଢାଉଛନ୍ତି, ସେଗୁଡିକୁ ବୁଦ୍ଧିରେ ରଖିବାକୁ ହେବ । ବିକର୍ମ କରିବାର ଯେଉଁ ଆସୁରୀ ଅଭ୍ୟାସ ରହିଛି,
ତାକୁ ସମାପ୍ତ କରିବାକୁ ହେବ । ପୁରୁଷାର୍ଥ କରି କରି ସମ୍ପୂର୍ଣ୍ଣ ପବିତ୍ରତାର ଉଚ୍ଚ ଲକ୍ଷ୍ୟକୁ
ପ୍ରାପ୍ତ କରିବାକୁ ହେବ ।
ବରଦାନ:-
କାରଣର ନିବାରଣ
କରି ଚିନ୍ତା ଏବଂ ଭୟଠାରୁ ମୁକ୍ତ ରହୁଥିବା ମାଷ୍ଟର ସର୍ବଶକ୍ତିମାନ ଭବ ।
ବର୍ତ୍ତମାନ ସମୟରେ
ଅଳ୍ପକାଳର ସୁଖ ସାଥୀରେ ଚିନ୍ତା ଏବଂ ଭୟ ଏହି ଦୁଇଟି ଜିନିଷ ତ ନିଶ୍ଚିତ ରହିଛି । ଯେଉଁଠାରେ
ଚିନ୍ତା ଅଛି ସେଠାରେ ନିଶ୍ଚିନ୍ତ ସ୍ଥିତି ରହିପାରିବ ନାହିଁ ଏବଂ ଯେଉଁଠାରେ ଭୟ ଅଛି ସେଠାରେ
ଶାନ୍ତି ରହିପାରିବ ନାହିଁ । ତେଣୁ ସୁଖ ସହିତ ଏହି ଦୁଃଖ ଅଶାନ୍ତିର ଦୁଇଟି କାରଣ ମଧ୍ୟ ନିଶ୍ଚିତ
ରହିଛି । କିନ୍ତୁ ତୁମେ ସର୍ବଶକ୍ତି ରୂପୀ ସମ୍ପତ୍ତିରେ ସମ୍ପନ୍ନ ମାଷ୍ଟର-ସର୍ବଶକ୍ତିମାନ
ପିଲାମାନେ ଦୁଃଖର କାରଣର ନିବାରଣ କରିବାବାଲା ଏବଂ ସର୍ବ ସମସ୍ୟାର ସମାଧାନ କରିବାବାଲା ସମାଧାନ
ସ୍ୱରୂପ ଅଟ, ସେଥିପାଇଁ ତୁମେ ଚିନ୍ତା ଏବଂ ଭୟଠାରୁ ମୁକ୍ତ ଅଟ । ଯେ କୌଣସି ସମସ୍ୟା ତୁମ
ସମ୍ମୁଖକୁ ଖେଳ ଦେଖାଇବା ପାଇଁ ଆସିଥାଏ, ଡରାଇବା ପାଇଁ ନୁହେଁ ।
ସ୍ଲୋଗାନ:-
ନିଜର
ମନୋବୃତ୍ତିକୁ ଯଦି ଶ୍ରେଷ୍ଠ କରିଦେବ ତେବେ ତୁମର ପ୍ରବୃତ୍ତି ଅର୍ଥାତ୍ ଗୃହସ୍ଥ ବ୍ୟବହାର ସ୍ୱତଃ
ଶ୍ରେଷ୍ଠ ହୋଇଯିବ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ସମୟକୁ ଦୃଷ୍ଟିରେ ରଖି
ଏବେ ସମସ୍ତ ବ୍ରାହ୍ମଣ ଆତ୍ମାମାନଙ୍କୁ ନିକଟକୁ ଆଣିବା ସହିତ ଜ୍ୱାଳାସ୍ୱରୂପର ବାୟୁମଣ୍ଡଳ ସୃ୍ଷ୍ଟି
କରିବାର ସେବା କର, ସେଥିପାଇଁ ହୁଏ ତ ଯୋଗ ଭଟ୍ଟୀ କର ନଚେତ୍ ପରସ୍ପର ସଂଗଠିତ ରୂପରେ ଜ୍ଞାନ ଯୋଗର
ବାର୍ତ୍ତାଳାପ ଅର୍ଥାତ୍ ଆଲୋଚନା କର କିନ୍ତୁ ଜ୍ୱାଳା ସ୍ୱରୂପର ଅନୁଭବ ନିଶ୍ଚିତ କର ଏବଂ କରାଅ ।
ଯଦି ଏହିଭଳି ସେବାରେ ଲାଗିପଡିବ ତେବେ ଛୋଟ-ଛୋଟ କଥା ସବୁ ସହଜରେ ପରିବର୍ତ୍ତନ ହୋଇଯିବ ।